ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨ଟି ନୂଆ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଖୋଲିବା ଯୋଜନା ରହିଛି: ଡକ୍ଟର ବିଜୟ କୁମାର ସାହୁ ବ୍ରାଣ୍ଡସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

କନକ ବ୍ୟୁରୋ: ମହାମାରୀ ସମୟରେ ଶିକ୍ଷାଦାନ ଜାରି ରଖିବାର ଆହ୍ବାନ ତଥା ଅନଲାଇନ ଓ ଶ୍ରେଣୀ ଗୃହ ଶିକ୍ଷାକୁ ନେଇ ଚାଲିଥିବା ବିତର୍କ ସମ୍ପର୍କରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପ୍ରତିଷ୍ଠାତା ଡକ୍ଟର ବିଜୟ କୁମାର ସାହୁ ଯାହା ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି…

ସାଇ କ୍ଲାଉଡ୍ ସ୍କୁଲ୍ କ’ଣ? ଛାତ୍ରଛାତ୍ରୀଙ୍କ ପାଇଁ ଏହା କିଭଳି ସହାୟକ ହୋଇଛି?

ଲକ୍ଡାଉନ୍ ଯୋଗୁଁ ସ୍କୁଲ ବନ୍ଦ ହୋଇଯିବା ପରେ ଛାତ୍ରଛାତ୍ରୀଙ୍କ ଘରେ ପାଠପଢ଼ା ପହଞ୍ଚାଇବା ଲାଗି କ୍ଲାଉଡ୍ ସ୍କୁଲର ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ ଭର୍ଚୁଆଲ୍ ମାଧ୍ୟମରେ କେବଳ ପାଠପଢ଼ା ନୁହେଁ ସ୍କୁଲରେ ହେଉଥିବା ଅନ୍ୟାନ୍ୟ ଅଣ ଶିକ୍ଷା କାର୍ଯ୍ୟକଳାପକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଛି। ଆମ ତିନି ସ୍କୁଲର ୫୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହା ଦ୍ବାରା ଉପକୃତ ହୋଇଛନ୍ତି।

ଜାତୀୟ ସ୍କୁଲ ରାଙ୍କିଙ୍ଗ୍‌ରେ ଆପଣଙ୍କ ସ୍କୁଲ ଶୀର୍ଷ ସ୍ଥାନ ପାଇବାର ଅନୁଭୂତି କିଭଳି ଥିଲା?

ପରୀକ୍ଷା ଫଳ, ସାମାଜିକ ଦାୟିତ୍ବବୋଧ ଭଳି ୧୪ଟି ମାନଦଣ୍ଡ ଆଧାରରେ ଏହି ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଥିଲା। ପୂର୍ବରୁ କେବଳ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହରର ସ୍କୁଲ୍ ପ୍ରଥମ ସ୍ଥାନ ଅଧିକାର କରୁଥିଲେ। ପ୍ରଥମ ଥର ପାଇଁ ପୂର୍ବ ଭାରତର କୌଣସି ସ୍କୁଲ୍କୁ ଶୀର୍ଷ ସ୍ଥାନ ମିଳିବା ନିଶ୍ଚିତ ଗର୍ବର ବିଷୟ।

ଅନ୍ଲାଇନ୍ ପାଠପଢ଼ାର ଅଭ୍ୟୁଦୟ ଶ୍ରେଣୀ ଗୃହ ଶିକ୍ଷାର ଗୁରୁତ୍ବ ହ୍ରାସ କରିବ କି?

ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପରସ୍ପର ଠାରୁ କେହି ଅଲଗା କରିପାରିବେ ନାହିଁ। ପ୍ରଯୁକ୍ତି ଦ୍ବାରା ଶିକ୍ଷାଦାନରେ କେବଳ ଉନ୍ନତି ଅଣାଯାଇପାରିବ। ମାତ୍ର ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଏକ ସ୍କୁଲ ଯେଉଁ ଭୂମିକା ନିର୍ବାହ କରେ ତାହା ଭର୍ଚୁଆଲ୍ ମାଧ୍ୟମରେ ହାସଲ କରିବା ସମ୍ଭବ ନୁହେଁ। ସ୍କୁଲରେ ପିଲାମାନେ ନିଜ ସାଙ୍ଗସାଥୀ, କନିଷ୍ଠ, ବରିଷ୍ଠଙ୍କ ଠାରୁ ଅନେକ କିଛି ଶିକ୍ଷା କରନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ମୂଲ୍ୟବୋଧର ଶିକ୍ଷା ପାଇଥାନ୍ତି। ସ୍କୁଲ ଶିକ୍ଷା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇଥାଏ।

ଜଣେ ଉପଦେଷ୍ଟା ଭାବେ ଆଦର୍ଶ ବିଦ୍ୟାଳୟର ଭବିଷ୍ୟତକୁ କିଭଳି ଦେଖୁଛନ୍ତି?

ହାତିଓଟା ଓ ପଥରଛେପା ଆଦର୍ଶ ବିଦ୍ୟାଳୟ ଜାତୀୟ ସ୍କୁଲ  ରାଙ୍କିଙ୍ଗ୍‌ରେ ସ୍ଥାନ ପାଇଛି। ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ଏପ୍ରିଲ୍ ସୁଦ୍ଧା ଆଉ ୩୬ଟି ସ୍କୁଲ ଖୋଲାଯିବ। ପରବର୍ତୀ ଦୁଇ ବର୍ଷରେ ୬୪ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଗତଥର ପରୀକ୍ଷାରେ ୩୦୦ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି। ସେମାନଙ୍କୁ ଇଞ୍ଜିନିୟରିଂ, ମେଡିକାଲ୍ ଓ ପ୍ରତିରକ୍ଷା କ୍ଷେତ୍ର ପାଇଁ ମାଗଣା କୋଚିଂ ଦେବା ଲାଗି ୧୦ଟି ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ ଖୋଲାଯାଇଛି। ଓଡ଼ିଶାର ଆଦର୍ଶ ବିଦ୍ୟାଳୟ ମଡେଲ୍କୁ ଦେଶର ଅନ୍ୟ ସବୁ ରାଜ୍ୟ ଗ୍ରହଣ କରିବେ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି।

ନୂଆ ସ୍କୁଲ୍ ଖୋଲିବା ଯୋଜନା ଅଛି କି?

ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ନୂଆ ସ୍କୁଲ୍ ଖୋଲିବାର ଯୋଜନା ରହିଛି। ଜମି ସନ୍ଧାନ ପ୍ରକ୍ରିୟା ଜାରି ରହିଛି। ରାଜ୍ୟ ବାହାରେ ମଧ୍ୟ ସ୍କୁଲ୍ ଖୋଲିବା ଯୋଜନା ଅଛି।

ସମ୍ବାଦର ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ଅଭିଯାନ ବିଷୟର ଆପଣଙ୍କ ମତ କ’ଣ?

ସମ୍ବାଦ ସବୁ ବେଳେ କିଛି ନୂଆ କରିଥାଏ। ଏହା ଏକ ବହୁତ ଭଲ ପରିକଳ୍ପନା। ଏହା ଅନ୍ୟମାନଙ୍କୁ ଉତ୍ସାହିତ କରିବ। ଓଡ଼ିଶାରେ ଉଦ୍ୟୋଗୀଙ୍କୁ ସହଜରେ ସ୍ବୀକୃତି ମିଳେ ନାହିଁ। ସେମାନଙ୍କୁ ସମ୍ମାନ ଦେବା ଓ ସ୍ବୀକୃତି ପ୍ରଦାନ କରିବା ଦ୍ବାରା କେବଳ ସେମାନେ ଉତ୍ସାହିତ ହେବ ନାହିଁ, ବରଂ ନୂଆ ପିଢ଼ି ମଧ୍ୟ ଉତ୍ସାହିତ ହେବେ। ସେମାନେ ନିଜେ ବ୍ରାଣ୍ଡ୍ ଅଫ୍ ଓଡ଼ିଶା ହେବା ଲାଗି ଉଦ୍ୟମ କରିବେ। ଏହି ଅଭିଯାନ ପାଇଁ ମୁଁ ସମ୍ବାଦକୁ ଧନ୍ୟବାଦ ଦେଉଛି।

from Kanak News
via <a href="https://ifttt.com/?

ଯାତ୍ରୀବାହୀ ବସ୍ ଓଲଟି ୫ ଆହତ : ରାଉରକେଲାରୁ ବାଲେଶ୍ୱର ଯାଉଥିଲା ‘ଶ୍ରୀ ରାମଜୀ’ ନାମକ ବସ୍

କନକ ବ୍ୟୁରୋ :  ଯାତ୍ରୀବାହୀ ବସ୍ ଓଲଟି ୫ ଆହତ । ସମସ୍ତ ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି । ରାମିଆଳ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଲଟିଲା । ରାଉରକେଲାରୁ ବାଲେଶ୍ୱର ‘ଶ୍ରୀ ରାମଜୀ’ ନାମକ ବସ୍ ଯାଉଥିଲା । ଅଗ୍ନିଶମ କର୍ମଚାରୀ ଓ ପୋଲିସ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ।

ସୂଚନା ଅନୁସାରେ ଶ୍ରୀରାମଜୀ ନାମକ ବସ୍ (ଓଡି୦୧ଏସ୍ ୯୬୯୧) ରାଉରକେଲାରୁ ବାଲେଶ୍ବର ଅଭିମୁଖେ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ରାମିଆଳ ବ୍ରିଜ ନିକଟରେ ରାତି ପ୍ରାୟ ୩ଟା ବେଳକୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏହି ବସରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ନୀତି ପାଳିତ: ମାଳ ଚୂଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

କନକ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତିରେ ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିଘଂଟ କରଯାଇଛି । ମାଳ, ଚୁଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଗତକାଲି ରାତିରୁ ଆଲମଚଣ୍ଡି ପକ୍ଷରୁ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ମକର ତାଡ଼ ଯୋଗାଇ ଦିଆଯାଇଛି । ସେହିପରି ମହାପ୍ରଭୁଙ୍କ ମକର ବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ମାଳ ଚୁଳ ଏବଂ ବଡ଼ ବଡ଼ିଆ ମଠ ପକ୍ଷରୁ ସୁବାଷିତ ଫୁଲ ତୁଳସୀ ଆଦି ନେଇ ପ୍ରସ୍ତୁତ ମାଳ, ଚୁଳ ଶ୍ରୀଜିଉଙ୍କୁ ଲାଗି କରାଯାଇଛି । କରୋନା କଟକଣା ଭିତରେ ଶ୍ରୀମନ୍ଦିରକୁ ଭକ୍ତ ପ୍ରବେଶ କରି ମହାପ୍ରଭୁଙ୍କ ଏହି ବିରଳ ବେଶକୁ ଦର୍ଶନ କରୁଛନ୍ତି ।

ସେପଟେ, ଆଜି ପବିତ୍ର ମକର ସଂକ୍ରାନ୍ତି । ଆସ୍ଥା ଓ ଧର୍ମୀୟ ବିଶ୍ୱାସର ଦିନ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ସ୍ଥିତି ଅଟ୍ରି ଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଛୁଆ ପାଇଁ କୁଣ୍ଡରେ ଗୁଆ ଖୋଜିଛନ୍ତି ମାନସିକଧାରୀ ମହିଳା । ଅଟ୍ରିର ହଟକେଶ୍ୱର କୃପା ହେଲେ ଅପୁତ୍ରିକ ପୁତ୍ର ସନ୍ତାନ୍ତ ପାଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ଏଣୁ ପବିତ୍ର ମକର ସଂକ୍ରାନ୍ତିରେ ମହାଦେବ ହଟେକଶ୍ୱରଙ୍କୁ ଆରାଧନା କରିଛନ୍ତି ଶ୍ରଦ୍ଧାଳୁ ।

from Kanak News
via <a href="https://ifttt.com/?

ବିସିସିଆଇର ଦାବି ଆଗରେ ମୁଣ୍ଡ ନୂଆଁଇଲା ଅଷ୍ଟ୍ରେଲିଆ : ହୋଟେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି

କନକ ବ୍ୟୁରୋ : ବିସିସିଆଇର ଚାପ ଆଗରେ ମୁଣ୍ଡ ନୂଆଁଇଲା କ୍ରିକେଟ ଅଷ୍ଟ୍ରେଲିଆ । ହୋଟେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦେଲା ସିଏ । ବ୍ରିସ୍ବେନ୍ରେ ହୋଟେଲରେ ପହଂଚିବା ପରେ ଭାରତୀୟ ଖେଳାଳିମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଅସୁବିଧା ନେଇ ଅଭିଯୋଗ କରିବାରୁ ଭାରତୀୟ କ୍ରିିକେଟ ବୋର୍ଡ଼ ହସ୍ତକ୍ଷେପ କରିଥିଲା । ଏପରିକି କ୍ରିକେଟ ଅଷ୍ଟ୍ରେଲିଆ ଦେଇଥିବା ପୂର୍ବ ପ୍ରତିଶ୍ରୁତି ଉପରେ ଅଟଳ ରହିଥିଲା । ଶେଷରେ ବିସିସିଆଇର ଚାପ ଆଗରେ ମୁଣ୍ଡ ନୁଆଁଇଲା ଅଷ୍ଟ୍ରେଲିଆ ।

ହୋଟେଲର ସମସ୍ତ ସୁବିଧା ଯୋଗାଇଦେବାକୁ ବାଧ୍ୟ ହୋଇଛି କ୍ରିକେଟ ଅଷ୍ଟ୍ରେଲିଆ । ବିସିସିଆଇର ପ୍ରମୁଖ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନେ କ୍ରିକେଟ ଅଷ୍ଟ୍ରେଲିଆ ଅଧିକାରୀ ଏବସହ ଆଲୋଚନା କରିବା ପରେ ସେଠାର କର୍ତୃପକ୍ଷଙ୍କୁ ମାମଲାର ହସ୍ତାନ୍ତର କରାଯାଇଥିଲା । ଭାରତୀୟ ଦଳର ସଦସ୍ୟମାନେ ଜିମ୍, ସୁଇମିଂ ପୁଲ୍ ବ୍ୟବହାର କରିପାରିବା ସହିତ ସେମାନଙ୍କୁ ନିଦିଷ୍ଟ ସମୟରେ କିପରି ଖାଦ୍ୟ ଓ ପାନୀୟ ସେବା ଯୋଗାଇ ଦିଆଯିବ ସେନେଇ କ୍ରିକେଟ ଅଷ୍ଟ୍ରେଲିଆ ପଦକ୍ଷେପ ନେଇଛି । ଭାରତୀୟ ଦଳ ପାଇଁ ବ୍ରିସ୍ବେନରେ କଟକଣା କୋହଳ କରିବାକୁ ମଧ୍ୟ କ୍ରିକେଟ ଅଷ୍ଟ୍ରେଳିଆ ଆଗଭର ହୋଇଛି ।

from Kanak News
via <a href="https://ifttt.com/?

ଚୌଦ୍ୱାର ବୋଟିଂ ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କଲେ ଅସାମାଜିକ ଯୁବକ; ଚୌଦ୍ୱାର ଥାନାରେ ଏତଲା ଦେଲେ ପୀଡିତା

କନକ ବ୍ୟୁରୋ : ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଅସାମାଜିକ ଯୁବକ । ଏନେଇ କଟକ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି ଛାତ୍ରୀ । ଗତକାଲି ବିରୁପା ବ୍ୟାରେଜ ନିକଟ ମାଗୁରା ବୋଟିଂ ପାର୍କରେ ବନ୍ଧୁଙ୍କ ସହ ବୁଲାବୁଲି କରୁଥିଲେ ଡାକ୍ତରୀ ଛାତ୍ରୀ । ଏହି ସମୟରେ କିଛି ଅସାମାଜିକ ଯୁବକ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ତାଙ୍କ ବନ୍ଧୁଙ୍କ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏସସିବି ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢୁଥିବା ଛାତ୍ରୀ ଏନେଇ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି ।

from Kanak News
via <a href="https://ifttt.com/?

ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ : ହଟକେଶ୍ୱରଙ୍କୁ ଆରାଧନା କରି କୁଣ୍ଡରେ ବୁଡ ପକାଇଲେ ଭକ୍ତ; ପୁଅ ପାଇଁ ଗୁଆ ଖୋଜିଲେ ମାନସିକଧାରୀ ମହିଳା

କନକ ବ୍ୟୁରୋ : ଆଜି ପବିତ୍ର ମକର ସଂକ୍ରାନ୍ତି । ଆସ୍ଥା ଓ ଧର୍ମୀୟ ବିଶ୍ୱାସର ଦିନ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ସ୍ଥିତ ଅଟ୍ରି ଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏଣୁ ପବିତ୍ର ମକର ସଂକ୍ରାନ୍ତିରେ ମହାଦେବ ହଟେକଶ୍ୱରଙ୍କୁ ଆରାଧନା କରିଛନ୍ତି ଶ୍ରଦ୍ଧାଳୁ ।

ତେବେ ଖୋର୍ଦ୍ଧା ଜିଲ୍ଲା ଅଟ୍ରିଠାରେ ହେଉଥିବା ମକର ମେଳା ନିଆରା ଓ ଏହାର ସ୍ୱତନ୍ତ୍ର ଆକର୍ଷଣ କରିଛି । ବିଶ୍ୱାସ ଓ ପରମ୍ପରାର ଫେଣ୍ଟାଫେଣ୍ଟିି ରୂପ ଦେଖିବାକୁ ମିଳେ ଅଟ୍ରି ସ୍ଥିତ ଶ୍ରୀଶ୍ରୀ ଏକାଦଶ ରୁଦ୍ର ହଟକେଶ୍ୱର ପୀଠ ଓ ଅଟ୍ରି ଉଷ୍ମ ପ୍ରସ୍ରବଣରେ। ସନ୍ତାନ ଆଶାୟୀ ମହିଳାମନେ ଅଟି ଉଷ୍ମ ପ୍ରସ୍ରବଣରେ ସ୍ନାନ କରି ଗୁଆ ପାଇବା ପରେ ହଟକେଶ୍ୱର ମନ୍ଦିର ଯାଇ ଏକାଦଶ ରୁଦ୍ରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରନ୍ତି । ଏହା ପରେ ସେମାନଙ୍କର ମାନସିକ ପୂରଣ ହେଉଥିବାର କଥା ବିଶ୍ୱାସ ରହିଛି। ଆଉ ଏଥିପାଇଁ ପ୍ରତିବର୍ଷ ମକର ସଂକ୍ରାନ୍ତିର ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଅଟ୍ରିି ଉଷ୍ମ ପ୍ରସ୍ରବଣ ନିକଟରେ ପ୍ରସ୍ତୁତ ମାନସିକ କୁଣ୍ଡରେ ସନ୍ତାନ ଆଶାୟୀ ମହିଳାମାନେ ପଙ୍କ କାଦୁଅ ଭିତରୁ ମାନସିକ ଗୁଆ ଖୋଜିଥାନ୍ତି ।

from Kanak News
via <a href="https://ifttt.com/?

ଜାନୁଆରୀ ୧୬ରୁ ସାରା ଦେଶରେ କରୋନା ଟିକାକରଣ : ପ୍ରଧାନମନ୍ତ୍ରୀ ମୋଦୀ କରିବେ ଟିକାକରଣର ଶୁଭାରମ୍ଭ

କନକ ବ୍ୟୁରୋ : ଜାନୁଆରୀ ୧୬ରେ ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ବଡ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ । ଓଡିଶା ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିବା, ସରକାରଙ୍କ ପକ୍ଷରୁ କୁହାଯାଇଛି । ଓଡିଶାରେ ଦୁଇ ପ୍ରକାରର ଟିକା ଦିଆଯିବ । ଅକ୍ସଫୋର୍ଡର କୋଭିସିଲଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ । କେବଳ ରାଜଧାନୀ ଭୁବନେଶ୍ୱରରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଏବଂ ଅନ୍ୟ ଜିଲ୍ଲାରେ କୋଭିସିଲଡ ଟିକା ଦିଆଯିବା ନେଇ ସରକାର ନିଷ୍ପତି ନେଇଛନ୍ତି । ସରକାରଙ୍କ ନିଷ୍ପତି ଅନୁସାରେ ରାଜ୍ୟ କୋଭିଡ ଟିକା କେନ୍ଦ୍ରରୁ ବିଭିନ୍ନ ଜିଲ୍ଲାକୁ ଟିକା ପଠାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । କଡା ସୁରକ୍ଷାବଳୟରେ କୋଭିସିଲ୍ଡ ଟିକା ଗଜପତି ଜିଲ୍ଲାରେ ପହଂଚିଛି ।

ପ୍ରଥମ ପର୍ଯ୍ୟାୟରେ ଆସିଥିବା ୪୫ଶହ ଟିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିସରରେଥିବା ଜିଲ୍ଲା ଟିକା କେନ୍ଦ୍ରରେ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାରେ ୬ ହଜାର ୯୫୩ ଜଣଙ୍କୁ ଟିକା ଦିଆଯିବ । ଗଂଜାମ ଜିଲ୍ଲାକୁ ଗତକାଲି ସନ୍ଧ୍ୟାରେ ୨୧ ହଜାର ୩୦୦ କୋଭିସିଲ୍ଡ ଟିକା ପହଂଚିଛି । ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଭ୍ୟାକ୍ସିନ ଷ୍ଟୋରରେ ଟିକା ମହଜୁଦ ରଖାଯାଇଛି । ଟିକାକରଣ ପାଇଁ ପୂର୍ବରୁ ଜିଲ୍ଲାରେ ଡାଟାବେସ ତିଆରି ହେବା ସହ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସେପଟେ ରାଜ୍ୟ ଟିକା ସଂରକ୍ଷଣ କେନ୍ଦ୍ରରୁ ରାୟଗଡା ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୫ହଜାର ୪ଶହ ଟିକା ଆସି ପହଂଚିଛି । ଜିଲ୍ଲା ଟିକା ସଂରକ୍ଷଣ ଟିକା ରଖାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନକୁ ପଠାଯିବ ।

ଦ୍ୱିତୀୟ ପର୍ଯ୍ୟାୟରେ ରାୟଗଡା ଜିଲ୍ଲାକୁ ୩ ହଜାର ଟିକା ଆସିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମୟୂରଭଂଜ ଜିଲ୍ଲାକୁ ମଧ୍ୟ ଗତକାଲି ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା ପହଂଚିଛି । ରାଜ୍ୟ କରୋନା ଟିକା କେନ୍ଦ୍ରରୁ ଟିକା ଆସିବା ପରେ ଜିଲ୍ଲା ଟିକା ଭଣ୍ଡାରରେ ମହଜୁଦ ରଖାଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ଜିଲ୍ଲାପ୍ରଶାସନ । ପୂର୍ବରୁ ପୁରୀ, କଟକ, ଜଗତସିଂହପୁର ଆଦି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟ ଟିକା ପହଂଚି ସାରିଛି ।

from Kanak News
via <a href="https://ifttt.com/?

ପୁଣି ଗ୍ରାହକଙ୍କୁ କନ୍ଦାଇଲା ପେଟ୍ରୋଲ, ଡ଼ିଜେଲ ଦର : ୮୫ ପାର କଲା ପେଟ୍ରୋଲ, ଡ଼ିଜେଲ ୮୨ ଟଙ୍କା

କନକ ବ୍ୟୁରୋ : ପେଟ୍ରୋଲ ଦାମ୍ ପୁଣି ଗ୍ରାହକଙ୍କୁ କନ୍ଧାଇବା ଆରମ୍ଭ କରିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ଟଙ୍କାରୁ ଅଧିକ ହୋଇଛି । ଆନ୍ତର୍ଜାାତିକ ବଜାରରେ ଅଶୋଧିତ ତୈଳର ଦାମ୍ ବୃଦ୍ଧି ପାଉଥିବାରୁ ଦେଶ ଭିତରେ ପେଟ୍ରୋଲ ଓ ଡ଼ିଜେଲ୍ ଦାମ୍ ବୃଦ୍ଧି ପାଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛିା ଦାମ୍ ୮୫ ଟଙ୍କା ୧୧ ପଇସା ରହିଛି । ଡ଼ିଜେଲ ଦାମ୍ ୮୧ ଟଙ୍କା ୩୧ ପଇସା ରହିଛି ।

ଆଜି ଦିଲ୍ଲୀରେ ପେଟ୍ରୋଲ ଦାମ୍ ୮୪ ଟଙ୍କା ୪୫ ପଇସା ଓ ଡ଼ିଜଲ ଦାମ୍ ୭୪ ଟଙ୍କା ୬୩ ପଇସା ରହିଛି । ଦିଲ୍ଲୀ ତୁଳନାରେ ଭୁବନେଶ୍ୱରରେ ଉଭୟ ପେଟ୍ରୋଲ ଡ଼ିଜେଲ ଦର ଅଧିକ ରହିଛି । ଡ଼ିଜେଲ ଦାମ୍ ଦିଲ୍ଲୀ ତୁଳନାରେ ୬ଟଙ୍କା ଅଧିକ ରହିଛି । ମୁମ୍ବାଇରେ ପେଟ୍ରୋଲ ଦାମ୍ ୯୧ ଟଙକା ୭ ପଇସା ବୃଦ୍ଧି ପାଇଥିବା ବେଳେ ଡ଼ିଜେଲ ଦାମ୍ ୮୧ ଟଙ୍କା ୩୪ ପଇସା ରହିଛି । ୨୦୨୦ ଡ଼ିସେମ୍ବର ୭ରୁ ୨୦୨୧ ଜାନୁଆରୀ ୫ ପର୍ଯ୍ୟନ୍ତ ତୈଳ ଦର ଅପରବର୍ତିତ ରହିଥିଲା । ଜାନୁଆରୀ ୬ରୁ ଆରମ୍ଭ ହୋଇଥିଲା ଦର ବୃଦ୍ଧି ଜାରି ।

from Kanak News
via <a href="https://ifttt.com/?

ପୋଙ୍ଗଲ ପର୍ବ ଅବସରରେ ଆଜି ତାମିଲନାଡୁ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ : ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ହେବେ ସାମିଲ

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାମିଲନାଡୁ ଗସ୍ତରେ ଯିବେ । ତାମିଲନାଡୁର ପୋଙ୍ଗଲ ପର୍ବ ଅବସରରେ ଗ୍ରାମାଂଚଳର ପାରମ୍ପାରିକ ଖେଳ ଜଲିକାଟ୍ଟୁ ଖେଳ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କେଏସ ଅଲାଗିରି ଏହି ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀ ମଦୁରେ ଜିଲ୍ଲାର ଅବନୀପୁରମରେ ଆୟୋଜିତ ହେବାକୁ ଥିବା ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏଥିସହ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ନୈତିକ ସମର୍ଥନ ଦେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ସେପଟେ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ରାହୁଲଙ୍କ ସାମିଲକୁ ନେଇ ବିଜେପି କଡା ସମାଲୋଚନା କରିଛି । ସେପଟେ ସୋସିଆଲ ମିଡିଆ ଟୁଇଟରରେ ହେଚଟ୍ୟାଗ ଗୋ ବ୍ୟାକ ରାହୁଲ ଅଭିଯାନ ଆରମ୍ଭ କରି ତୀବ୍ର ସମାଲୋଚନା କରୁଛନ୍ତି ଟୁଇଟର ବ୍ୟବହାରକାରୀ । ଲୋକଙ୍କ କହିବା କଥା ହେଲା ୨୦୧୬ରେ କଂଗ୍ରେସର ଇସ୍ତାହାରରେ ଜଲିକାଟ୍ଟୁକୁ ବ୍ୟାନ ବା ପ୍ରତିବନ୍ଧକ କରିବା ପ୍ରତିଶ୍ରୁତି ରହିଥିଲା ।

ହେଲେ ଏବେ ଚାଷୀ ଆନ୍ଦୋଳନକୁ ସମର୍ଥନ ଦେବା ପାଇଁ ଓ ଭୋଟ ପାଇଁ ରାହୁଲ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଦୋମୁହାଁ ନୀତି ନୁହେଁ କି ବୋଲି ପ୍ରଶ୍ନ କରୁଛନ୍ତି । ଜାଲିକାଟ୍ଟୁ ପୋଙ୍ଗଲ ପର୍ବ ଅବସରରେ ଖେଳାଯାଉଥିବା ତାମିଲନାଡୁ ଗ୍ରାମାଂଚଳର ଏକ ପାରମ୍ପରିକ ଖେଳ । ଏହି ଖେଳରେ ବଳଦକୁ ଲୋକେ ଧରିବା ଓ କାବୁ କରିବାକୁ ପ୍ରୟାସ କରିଥାନ୍ତି ।

from Kanak News
via <a href="https://ifttt.com/?

କରୋନା କଟକଣା ମଧ୍ୟରେ ଆସନ୍ତା ୨୧ରେ ହେବ ତୋଷାଳି ମେଳା । କମିବ ଷ୍ଟଲ ସଂଖ୍ୟା, ମୁତୟନ ରହିବେ ଅଧିକ ପୋଲିସ ଫୋର୍ସ

ଆସନ୍ତା ୨୧ତାରିଖରୁ ପଞ୍ଚଦଶ ତୋଷାଳି ମେଳା ଅନୁଷ୍ଠିତ ହେବ । ଜନତା ମଇଦାନରେ ହେବାକୁ ଥିବା‌ ଏହି ମେଳା ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା । କୋଭିଡ୍‌ ନିୟମକୁ ଅନୁପାଳନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରିବା ଉପରେ ଶ୍ରୀ ଜେନା ଗୁରୁତ୍ୱାରୋପ କରିଛନ୍ତି ।

ବୈଠକ ଆରମ୍ଭରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା କହିଲେ, ସମସ୍ତ ସହଯୋଗୀ ବିଭାଗର ମିଳିତ ଉଦ୍ୟମରେ ଏହି ମେଳା ସଫଳ ହୋଇପାରିବ । ଏହି ଜାତୀୟସ୍ତରୀୟ ମେଳାର ଆୟୋଜନ ଦ୍ୱାରା ବୁଣାକାର ଓ ଶିଳ୍ପୀମାନଙ୍କ ଉତ୍ପାଦର ବିକ୍ରି ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ । ଗତବର୍ଷ ୪୫୦ଟି ଷ୍ଟଲ ଥିବା ବେଳେ ଚଳିତବର୍ଷ କୋଭିଡ୍‌ ନିୟମକୁ ଆଖିରେ ରଖି ସମୁଦାୟ ୨୫୦ଟି ଷ୍ଟଲ୍‌ କରାଯାଉଛି । ସମସ୍ତ କୋଭିଡ୍‌ ନିୟମର ଅନୁପାଳନ କରାଯାଇ ମେଳାର ଆୟୋଜନ କରାଯାଉଛି ବୋଲି ସଚିବ ଶ୍ରୀମତୀ ଶର୍ମା କହିଛନ୍ତି । ତୋଷାଳି ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକ ପୁଲିସ, ଯଥେଷ୍ଟ ଟ୍ରାଫିକ୍‌ ବ୍ୟବସ୍ଥା, ଦିନରାତି ଦୁଇ ୟୁନିଟ୍‌ ଅଗ୍ନିଶମ ଦଳ ମୁତୟନ ହେବେ

ବିଦ୍ୟୁତ୍‌ଯୋଗାଣ, ପିଇବା ପାଣି, ଫାଷ୍ଟଏଡ୍‌ ବ୍ୟବସ୍ଥା, ମେଳା ପରିସରର ସ୍ୱଚ୍ଛତା, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର ବ୍ୟବସ୍ଥା ଆଦି ଉପରେ‌ ବୈଠକରେ ଆଲୋଚନା ହୋଇଛି । ବୈଠକରେ ଅତିରିକ୍ତ କମିସନର ଅଫ୍‌ ପୁଲିସ ରେଖା ଲୋହାନୀ, ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ, ରାଜ୍ୟ ଫାୟାର ଅଫିସର, ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ସେଣ୍ଟ୍ରାଲ୍‌ ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌, ପିଏଚ୍‌ଇଡି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ, ହସ୍ତଶିଳ୍ପ ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗର ପଦାଧିକାରୀମାନେ ଉପସ୍ଥିତ ରହି ମେଳାର ସୁପରିଚାଳନା ନିମନ୍ତେ ନିଜର ମତାମତ ବ୍ୟକ୍ତ କରିଥିଲେ। ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ସିଡାକ୍‌ର ସଦସ୍ୟ ସଚିବ କୈଳାସ ଚନ୍ଦ୍ର ସାହୁ ବୈଠକ ପରିଚାଳନା କରିଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started