କଳାହାଣ୍ଡିରେ ଆଜି ରାଜ୍ୟ ସରକାରଙ୍କ ମେଗା ସୋ : କୋଭିଡ ପରେ ପ୍ରଥମ ଥର ପାଇଁ ଜନସମାବେଶରେ ମୁଖ୍ୟମନ୍ତ୍ରୀ ହେବେ ସାମିଲ

କନକ ବ୍ୟୁରୋ : କଳାହାଣ୍ଡିରେ ଆଜି ମେଗା ସୋ । କୋଭିଡ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟକ୍ରମ । କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୫୪ଟି ପ୍ରକଳ୍ପର ଉଦଘାଟନ ଓ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । କରୋନା ପରେ ପ୍ରଥମ ଥର ପାଇଁ ନବନୀ ପଟ୍ଟନାୟକ ଜନ ସମାବେଶରେ ଯୋଗ ଦେଇ ଲୋକଙ୍କୁ ସମ୍ବୋଧନ କରିବେ ।

ସେଥିପାଇଁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କନକପୁର ଠାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ନିର୍ମାଣ ହୋଇଥିବା ୩ଟି ସଭା ମଂଚକୁ ସାନିଟାଇଜ କରାଯିବ । ୧୨ ଜଣିଆ ସ୍ୱାସ୍ଥ୍ୟ କର୍ମଚାରୀ ଟିମ ସ୍କ୍ରିନିଂ ଦାୟିତ୍ୱରେ ରହିବେ । ୫ଟି ଆମ୍ବିଲାନ୍ସ ସଭାସ୍ଥଳରେ ନିୟୋଜିତ ହେବ । ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପାଟଣାରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଆଜି ମକର ସଂକ୍ରାନ୍ତି : କ’ଣ ରହିଛି ଏହି ପୂଜାର ମାନ୍ୟତା , କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?

କନକ ବ୍ୟୁରୋ : ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ଯାହାକୁ ପ୍ରତିବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ । ଏହିବର୍ଷ ୧୪ ଜାନୁୟାରୀରେ ମକର ସଂକ୍ରାନ୍ତି ପାଳନ କରାଯାଉଛି । ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ଦିନ କଣ କରିବାର ବିଧି ରହିଛି ଏବଂ କାହିଁକି ଏ ଉତ୍ସବ ପାଳନ କରାଯାଉଛି ।

କଣ ରହିଛି ମାନ୍ୟତା –

୧ – ମକର ସଂକ୍ରାନ୍ତି ଦିନ ଗଙ୍ଗାମାତା ଭାଗୀରଥିଙ୍କ ପଛେ ପଛେ ଚାଲି କପିଳ ମୁନିଙ୍କ ଆଶ୍ରମ ଦେଇ ସାଗର ସହ ମିଶିଥିଲେ ।

୨ – ମାନ୍ୟତା ଏହା ଯେ, ଏହି ଦିନ ଯଶୋଦା ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବା ନେଇ ବ୍ରତ ରଖିଥିଲେ ।

୩- ଏହା ମଧ୍ୟ ବିଶ୍ୱାସ କରାଯାଏ କି ଆଜି ଠାରୁ ୧୦୦୦ ବର୍ଷ ପୂର୍ବେ ମକର ସଂକ୍ରାନ୍ତି ୩୧ ଡିସେମ୍ବରରେ ପାଳନ କରାଯାଉଥିଲା । ଗତ ଏକ ହଜାର ବର୍ଷରେ ଏହାର ଦୁଇ ସପ୍ତାହ ଆଗକୁ ଘୁଂଚିଯିବା ଯୋଗୁଁ ୧୪ ଜାନୁୟାରୀରେ ଏହା ପାଳନ କରାଯାଉଛି । ଏବେ ସୂର୍ଯ୍ୟଙ୍କର ଚଳନ ଆଧାରରେ ଏହା ଅନୁମାନ କରାଯାଏ । ୫୦୦୦ ବର୍ଷ ପରେ ମକର ସଂକ୍ରାନ୍ତି ଫେବୃୟାରୀ ମାସର ଶେଷରେ ପାଳନ କରାଯିବ ।

୪ – ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବାକୁ ‘ମକର ସଂକ୍ରାନ୍ତି’ କୁହାଯାଏ ।

୫ – ମହାରାଷ୍ଟ୍ରରେ ବିଶ୍ୱାସ କରାଯାଏ କି ମକରସଂକ୍ରାନ୍ତିରୁ ସୂର୍ଯ୍ୟଙ୍କ ଗତି ଧିରେ ଧିରେ ବଢେ । ଏଥିପାଇଁ ଏହି ଦିନ ରାଶିର ବିଭିନ୍ନ ମିଷ୍ଠାନ ତିଆରି କରି ଉଭୟ ଉଭୟଙ୍କୁ ବାଣ୍ଟିଥାନ୍ତି ଏବଂ ଶୁଭକାମନା ଦେଇ ଉତ୍ସବ ପାଳନ କରିଥାନ୍ତି ।

କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି –

ସୂର୍ଯ୍ୟଦେବ ଯେବେ ଧନୁ ରାଶିରୁ ମକରରେ ପହଁଚିଥାନ୍ତି ତ ମକର ସଂକ୍ରାନ୍ତି ପାଳନ କରାଯାଏ । ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ତ୍ୱ ଏଥିପାଇଁ ଅଧିକ କାରଣ ଏହି ସମୟରେ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ନେଇଥାନ୍ତି । ଦେବତାମାନଙ୍କ ଦିନ ଭାବେ ବିଶ୍ୱାସ କରାଯାଏ । ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ସ୍ନାନ ଓ ଦାନ-ପୁଣ୍ୟ କରିବାର ବିଶେଷ ମହତ୍ୱ ରହିଛି । ଏହି ଦିନ ଖେଚୁଡିର ଭୋଗ ଲଗାଯାଏ । ଖାଲି ଏତିକି ନୁହେଁ ଅନେକ ସ୍ଥାନରେ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଖେଚୁଡି ଦାନ କରିବାର ମଧ୍ୟ ବିଧାନ ରହିଛି । ମକର ସଂକ୍ରାନ୍ତି ରେ ରାଶି ଓ ଗୁଡର ପ୍ରସାଦ ମଧ୍ୟ ବଂଟା ଯାଏ । ଅନେକ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ମଧ୍ୟ ରହିଛି ।

from Kanak News
via <a href="https://ifttt.com/?

ଆମେରିକା ସଂସଦରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ : ତଳ ସଦନରେ ବହୁମତରେ ପାସ ହେଲା ପ୍ରସ୍ତାବ

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ । ଆମେରିକା ସଂସଦର ହାଉସ ଅଫ ରିପ୍ରେଜେନଟେଟିଭ ବା ଆମେରିକୀୟ ପ୍ରତିିନିଧି ସଭାରେ ବହୁମତରେ ପାରିତ ହୋଇଯାଇଛି । ଟ୍ରମ୍ପଙ୍କ ନାଁରେ ଐତିହାସକି ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ ଉପରେ ବିତର୍କ ପରେ ହାଉସ ଅଫ ରିପ୍ରେଜେନଟେଟିଭରେ ପାସ ହୋଇଛି । ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଭୋଟ ପଡିଥିବା ବେଳେ ବିରୋଧରେ ପଡିଥିଲା ୧୯୭ ଖଣ୍ଡ ଭୋଟ । ୨୨୨ ଡେମୋକ୍ରାଟସ ସାଂସଦ ଓ ୧୦ ଜଣ ରିପବ୍ଲିକାନ ସାଂସଦ ଟ୍ରମ୍ପ ବିରୋଧରେ ମହାଭିଯୋଗ ସପକ୍ଷରେ ଭୋଟ ଦେଇଥିଲେ । ମହାଭିଯୋଗ ପ୍ରସ୍ତାବ ପାସ ପାଇଁ ୨୧୮ ଭୋଟର ଆବଶ୍ୟକତା ଥିବା ବେଳେ ସପକ୍ଷରେ ପଡିଥିଲା ୨୩୨ ଭୋଟ । ଏବେ ସଂସଦର ଉପର ସଦନ ବା ସିନେଟରେ ଜାନୟାରୀ ୧୯ ତାରିଖରେ ମହାଭିଯୋଗ ପ୍ରସ୍ତାବ ଆଗତ ହେବ ।

ତେବେ ହାଉସ ଅଫ ରିପ୍ରେଜେନଟେଟିଭରେ ଡେମୋକ୍ରାଟସ ସଂସଦଙ୍କ ସଂଖ୍ୟା ଅଧିକ ଥିବାରୁ ସହଜରେ ପ୍ରସ୍ତାବ ପାରିତ ହୋଇଛି । ହେଲେ ସିନେଟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚଲାଇବା ପାଇଁ ହେଲେ ଦୁଇ-ତୃତୀୟାଂଶ ବହୁମତ ଦରକାର । ଏଥିପାଇଁ ୧୭ ଜଣ ରିପବ୍ଲିକାନ ସାଂସଦଙ୍କୁ ଟ୍ରମ୍ପ ବିରୋଧରେ ଭୋଟ କଲେ ପ୍ରସ୍ତାବ ପାସ ହୋଇପାରିବ । ସଂସଦରେ ଆଲୋଚନା ବେଳେ ଅଧ୍ୟକ୍ଷ ନାନ୍ସି ପେଲୋସି କହିଥିଲେ, ସମସ୍ତେ ଜାଣନ୍ତି ରାଷ୍ଟ୍ରପତି ଟ୍ରମ୍ପ ବିଦ୍ରୋହ ପାଇଁ ସମର୍ଥକଙ୍କୁ ପ୍ରୋତ୍ସାହିତ କଲେ, ରାଷ୍ଟ୍ର ବିରୋଧରେ ସଶସ୍ତ୍ର ବିଦ୍ରୋହ ପାଇଁ ଲୋକଙ୍କୁ ଉସକେଇଲେ. ସେ ଦେଶ ପାଇଁ ବିପଦ । ଏଥିସହ ନାନ୍ସି କହିଛନ୍ତି, ଆମେ ଇତିହାସ ଠାରୁ ଲୁଚି ପାରିବା ନାହିଁ, ତେଣୁ ଆସ ନିଜ ଦାୟିତ୍ୱ ତୁଳାଇବା ଓ ଦେଶ ସାଂସଦଙ୍କ ଉପରେ ଯେଉଁ ବିଶ୍ୱାସ ରଖିଛି ତାହାକୁ ସମ୍ମାନ କରିବା ।

ଆମେରିକା ଇତିହାସରେ ପ୍ରଥମ ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ନାଁରେ ଗୋଟିଏ କାର୍ଯ୍ୟକାଳରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି । ପୂର୍ବରୁ ୨୦୧୯ ଡିସେମ୍ବରରେ ମଧ୍ୟ ଟ୍ରମ୍ପଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଥିଲା । ବାଇଡେନଙ୍କ ତଦନ୍ତ ପାଇଁ ୟୁକ୍ରେନକୁ କହି ଆଇନ ଭଙ୍ଗା କରିଥିଲେ ଟ୍ରମ୍ପ । ହେଲେ ସିନେଟ ସେହି ଅଭିଯୋଗରୁ ଟ୍ରମ୍ପଙ୍କୁ ମୁକ୍ତ କରିଦେଇଥିଲା । ଗତ ସୋମବାର ହାଉସ ଅଫ ରିପ୍ରେଜେନଟେଟିଭରେ ଟ୍ରମ୍ପଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା । ଗତ ଜାନୁୟାରୀ ୬ରେ କ୍ୟାପିଟଲ ହିଲ ବା ଆମେରିକା ସଂସଦ ପରିସରରେ ଆକ୍ରମଣ ପାଇଁ ନିଜ ସମର୍ଥକଙ୍କୁ ଉସକେଇଥିବା ଅଭିଯୋଗରେ ଟ୍ରମ୍ପ ବିରୋଧରେ ଏହି ପ୍ରସ୍ତାବ ପାରିତ କରାଯାଇଛି । ଏହି ହିଂସାକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

from Kanak News
via <a href="https://ifttt.com/?

ଭାରତରେ କେଉଁ କରୋନା ଟିକାର ମୂଲ୍ୟ କେତେ? କାହାର ମୂଲ୍ୟ ସବୁଠୁ କମ୍ ରହିଛି? ଜାଣନ୍ତୁ…

କୋଭିସିଲ୍‌ଡ ଓ କୋଭାକ୍ସିନ୍‌ ବ୍ୟତୀତ ଆହୁରି ୪ ପ୍ରକାର କୋଭିଡ୍‌ ଟିକା ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଧାଡ଼ିରେ ଅପେକ୍ଷା କରିଛନ୍ତି ଏବଂ ସେମାନଙ୍କ ନିର୍ମାତାମାନେ ନିକଟ ଭବିଷ୍ୟତରେ ସରକାରଙ୍କ ଠାରୁ ଆବଶ୍ୟକ ଅନୁମତି ଲୋଡ଼ିପାରନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କୋଭିସିଲ୍‌ଡ ଓ କୋଭାକ୍ସିନ୍‌କୁ ଭେଷଜ ମହାନିୟନ୍ତ୍ରକଙ୍କ ଠାରୁ ଆବଶ୍ୟକ ଅନୁମତି ମିଳିସାରିଛି ଏବଂ ଆସନ୍ତା ୧୬ ତାରିଖରୁ ଉକ୍ତ ଦୁଇଟି ଟିକାର ବିନିଯୋଗରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହେବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏହି ଅବସରରେ ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଦେଶର ୧୩ଟି ଟିକା ବିତରଣ କେନ୍ଦ୍ରକୁ ପ୍ରଥମ ଦଫାରେ କୋଭିସିଲ୍‌ଡ ଟିକାର ୫୪.୭୨ ଲକ୍ଷ ମାତ୍ରା ପରିବହନ କରାସରିଛି । ତେବେ ଏହାର ମୂଲ୍ୟ ସମ୍ପର୍କରେ କମ୍ପାନି ସିଇଓ ଆଦର ପୁନାଵାଲା କହିଛନ୍ତି ଯେ ପ୍ରଥମ ୧୦କୋଟି ମାତ୍ରାକୁ ଏକ ବିଶେଷ ରିହାତି ଦର ମାତ୍ରା ପିଛା ୨୦୦ଟଙ୍କାରେ ସରକାରଙ୍କୁ ଯୋଗାଇ ଦିଆଯିବ। ଏହା ପରେ ଖୋଲା ବଜାରରେ ଏହି ଟିକା ମାତ୍ରା ପିଛା ହଜାରେ ଟଙ୍କାରେ ଉପଲବ୍‌ଧ ହେବ ବୋଲି ସେ କହିଛନ୍ତି। ସେହିପରି ସରକାର ମଧ୍ୟ ଭାରତ ବାୟୋଟେକ୍‌ କମ୍ପାନି ଠାରୁ କୋଭାକ୍ସିନ୍‌ ଟିକାର ୫୫ ଲକ୍ଷ ମାତ୍ରା ଖରିଦ କରି ସାରିଛନ୍ତି। ତେବେ ଏଥିରୁ ସାଢ଼େ ୧୬ ଲକ୍ଷ ମାତ୍ରା କମ୍ପାନି ବିନାମୂଲ୍ୟରେ ସରକାରଙ୍କୁ ଯୋଗାଇଦେଇଥିବା ବେଳେ ବାକି ସାଢ଼େ ୩୮ ଲକ୍ଷ ଟିକାର ମୂଲ୍ୟ ମାତ୍ରା ପିଛା ୨୯୫ ଟଙ୍କା ରହିଛି। ମାଗଣା ସଂଖ୍ୟାକୁ ବିଚାରକୁ ନେଲେ ମୋଟାମୋଟି ଭାବେ କୋଭାକ୍ସିନ୍‌ର ମୂଲ୍ୟ ମାତ୍ରା ପିଛା ୨୦୬ ଟଙ୍କା ପଡୁଛି।

ବଜାରରେ ଉପଲବ୍‌ଧ ଅନ୍ୟ ଟିକାଗୁଡ଼ିକର ମୂଲ୍ୟ ଏହି ପ୍ରକାର ରହିବ: ଫାଇଜର-ବାୟୋଏନ୍‌ଟେକ୍‌ ଟିକା ମାତ୍ରା ପିଛା ୧,୪୩୧ ଟଙ୍କା, ମଡର୍ଣ୍ଣା ଟିକାର ମାତ୍ରା ୨,୩୪୮ଟଙ୍କାରୁ ୨,୭୧୫ ଟଙ୍କା ଭିତରେ, ସିନୋଫାର୍ମ(ଚୀନୀ) ଟିକା ୫,୬୫୦ ଟଙ୍କା, ସିନୋଭାକ୍‌-ବାୟୋଟେକ୍‌ ଟିକା ୧,୦୨୭ ଟଙ୍କା, ନୋଭାମାକ୍ସ ଟିକା ୧,୧୨୪ ଟଙ୍କା, ଗମାଲେୟା(ରୁଷୀୟ) ଟିକା ୭୩୪ ଟଙ୍କା ଏବଂ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ କମ୍ପାନି ଦ୍ବରା ପ୍ରସ୍ତୁତ ଟିକାର ମାତ୍ରା ମଧ୍ୟ ୭୩୪ ଟଙ୍କା ପଡ଼ିବ ବୋଲି ଜଣାଯାଇଛି।

from Kanak News
via <a href="https://ifttt.com/?

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ୨ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ; ୫୪ ପ୍ରକଳ୍ପର ଉଦଘାଟନ ଓ ୫୨ ପ୍ରକଳ୍ପର ହେବ ଶିଳାନ୍ୟାସ

କନକ ବ୍ୟୁରୋ : ଆଜି କଳାହାଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୯ଟା ୪୫ ମିନିଟରେ ନବୀନ ନିବାସରୁ ବିଜୁପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ସକାଳ ୯ଟା ୫୦ ମିନିଟରେ ବିମାନ ବନ୍ଦରରେ ପହଂଚିବେ । ଏହାପରେ ହେଲିକପ୍ଟର ଯୋଗେ ୯ଟା ୫୫ ମିନିଟରେ କଳାହାଣ୍ଡି ଅଭିମୁଖେ ଯାତ୍ରା କରିବେ । ଦିନ ୧୧ଟା ୨୫ ମିନିଟରେ କଳାହାଣ୍ଡିର ଜୟପାଟଣା ବ୍ଲକ କନକପୁର ଠାରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଂଚିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ଟା ୩୪ ମିନିଟରେ ଡିଜିଟାଲ ଜରିଆରେ ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଜନ ସମାବେଶକୁ ସମ୍ବୋଧନ କରିବେ । ଏହାପରେ ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ସଭାକାର୍ଯ୍ୟ ଶେଷ କରି ଭୁବନେଶ୍ୱର ଫେରି ଆସିବେ ।

କଳାହାଣ୍ଡିବାସୀଙ୍କୁ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦ୍ଘାଟନ ହେବ ଏବଂ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରାଯିବ । ସେଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ ପର୍ବତଗିରି ଉଠାଜଳସେଚନ ପ୍ରକଳ୍ପ । ଏହି ବୃହତ ଉଠା ଜଳପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ । ଏହାସହ ଜୟପାଟଣା ସମାବେଶରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ।

ନବୀନଙ୍କ ବାର୍ତା ପ୍ରତି ପଂଚାୟତ ଓ ଗାଁରେ ପହଁଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୬୫ରୁ ଅଧିକ ବିଧାୟକ ଓ ୧୦ରୁ ଅଧିକ ମନ୍ତ୍ରୀ କଳାହାଣ୍ଡିରେ ଡେରା ପକାଇଛନ୍ତି । ସେହିପରି କେସିଙ୍ଗାରେ ମଡେଲ ବସ୍ତିର ଶୁଭାରମ୍ଭ କରିବେ ନବୀନ ପଟ୍ଟନାୟକ । ଏହା ରାଜ୍ୟର ପ୍ରଥମ ମଡେଲ ବସ୍ତି ହେବ । ୪୪ଟି ପରିବାର ଏଠାରେ ରହିବେ । କମ୍ୟୁନିଟି ହଲ୍ ଠାରୁ ଆରମ୍ଭ କରି ଲୋକଙ୍କ ପାଇଁ ଏଠାରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପାଟଣାରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଆଜି ପବିତ୍ର ମକର ସଂକ୍ରାନ୍ତି : ସାରା ଦେଶରେ ଉତ୍ସବର ମାହୋଲ୍; ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ

କନକ ବ୍ୟୁରୋ : ଆଜି ମକର ସଂକ୍ରାନ୍ତି । ଏହାକୁ ନେଇ ସାରା ଭାରତରେ ଉତ୍ସବର ପରିବେଶ । ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି । ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକରରେ ପହଂଚିଥାନ୍ତି । ତେଣୁ ଆଜି ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ । ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଅଟ୍ରି ହଟେଶ୍ୱର ମହାଦେବଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ମହାଦେବଙ୍କ ଦର୍ଶନ ସହ ଏଠି ଥିବା ପବିତ୍ର କୁଣ୍ଡର ଜଳ ପାଇଁ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମକର ସଂକ୍ରାନ୍ତରେ ଏଠି ମକରମେଳା ଧୁମଧାମରେ ପାଳନ ହେବାକୁ ଯାଉଛି । ଏହି ଶୈବପୀଠରେ ଥିବା ଉଷ୍ଣପ୍ରସ୍ରବଣ କୁଣ୍ଡ ଶ୍ରଦ୍ଧାଳୁଙ୍କ ବିଶେଷ ଭାବେ ଆକର୍ଷିତ କରିଥାଏ । ବିଶ୍ୱାସ ରହିଛି ଏହି କୁଣ୍ଡରୁ ବାହାରୁଥିବା ପାଣିରେ ଗାଧୋଇଲେ ଚର୍ମରୋଗ ଦୂର ହେବାର ବିଶ୍ୱାସ ରହିଛି । ସେହିପରି ଏଠାରେ ମକର ମେଳାରେ ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ଖୋଜା ପର୍ବ ଅନୁଷ୍ଠିତ ହୁଏ ।

ଅନ୍ୟପଟେ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକରନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା ହୋଉଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଂଟ କରାଯାଇଛି । ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ମକରବେଢ଼ା । ଏହି ଅବସରରେ ମାଳଚୁଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମକରସଂକ୍ରାନ୍ତି ଅବସରରେ ମକରଚାଉଳ ଭୋଗ ସହ ମହାପ୍ରଭୁଙ୍କ ମକରବେଶ ଦେଖିବା ପାଇଁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାରେ ଲାଗିଛି ।

ମହାପ୍ରଭୁଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୁଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡ଼ ଓଡ଼ିଆ ମଠ ପକ୍ଷରୁ ରଙ୍ଗବେରଙ୍ଗର ବିଭିନ୍ନ ସୁବାଶିଷ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳଚୁଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି । ଅନ୍ୟପଟେ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ପହିଲି ଭୋଗ ମକରସଂକ୍ରାନ୍ତି ଦିନଠାରୁ ବନ୍ଦ ହୋଇଥାଏ । କାରଣ ମା ଲକ୍ଷ୍ମୀ ଧନୁ ସଂକ୍ରାନ୍ତିଠାରୁ ନିଜ ବାପଘରକୁ ଯାଇଥିବାରୁ ମା ବିମଳା ନିଜ ପୁତ୍ରପାଇଁ ସକାଳୁ ପହିଲି ଭୋଗ ପ୍ରସ୍ତୁତ କରୁଥିଲେ । ଆଉ ଏବେ ଲକ୍ଷ୍ମୀ ସାଆନ୍ତାଣୀ ଫେରିଥିବାରୁ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କ ହାତ ରନ୍ଧା ଖାଇବେ ବୋଲି ବିଧି ରହିଛି ।

from Kanak News
via <a href="https://ifttt.com/?

ବ୍ରିସବେନରେ ବ୍ୟତିବ୍ୟସ୍ତ ଟିମ୍ ଇଣ୍ଡିଆ । ହୋଟେଲରେ ଦିଆଗଲା ନାହିଁ ରୁମ୍ ସର୍ଭିସ । ବେଡ଼ ଠାରୁ ଟୟଲେଟ ଯାଏଁ ନିଜେ ସଫା କଲେ ଭାରତୀୟ ଖେଳାଳୀ ।

କନକ ବ୍ୟୁରୋ : ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଐତିହାସିକ ଡ୍ର ପରେ, ଚତୁର୍ଥ ଟେଷ୍ଟ ଖେଳିବା ପାଇଁ ବ୍ରିସବେନରେ ପହଂଚିଛି ଭାରତୀୟ ଦଳ । ହେଲେ ଏଠାରେ କରାଯାଇଥିବା ବ୍ୟବସ୍ଥା ଭାରତୀୟ ଦଳର ହୋସ ଉଡାଇ ଦେଇଛି । ଟିମ୍ ଇଣ୍ଡିଆର ରହଣୀ ପାଇଁ ହୋଟେଲରେ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟବସ୍ଥା କରାଯାଇନଥିଲା । ଶେଷରେ ବିସିସିଆଇ ଏଥିରେ ହସ୍ତକ୍ଷେପ କରିଛି ।

ଘଟଣା ସମ୍ପର୍କରେ ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆ ଓ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇଛି । ଏହାପରେ ଖେଳାଳିଙ୍କୁ ସୁଇମିଂ ପୁଲ, ଜିମ ଓ ଲିଫ୍ଟ ବ୍ୟବହାର କରିବା ପାଇଁ ଅନୁମତି ମିଳିବା ସହ ଅନ୍ୟାନ୍ୟ ସୁବିଧା ଦିଆଯାଇଛି ।

ଖେଳାଳି ମାନେ ହୋଟେଲରେ ପହଂଚିବା ପରେ ତାଙ୍କୁ ହାଉସକିପିଂ ସର୍ଭିସ ଯୋଗାଇ ଦିଆଯାଇ ନଥିଲା, ଖେଳାଳିଙ୍କୁ ନିଜ ରୁମର ବେଡ ନିଜେ ସଜାଡିବାକୁ ପଡିଥିଲା । ଏପରିକି ବାଥରୁମ୍ ଓ ଟଏଲେଟ ମଧ୍ୟ ନିଜେ ସଫା କରିଥିଲେ ଖେଳାଳି । ହୋଟେଲରେ ଖେଳାଳି ପହଂଚିବା ପରେ ରୁମ ସର୍ଭିସ ସୁବିଧା ନଥିଲା । ନିଜ ବ୍ୟାଗ ଓ କ୍ରୀଡା ଉପକରଣ ଖେଳାଳିମାନେ ବୋହି ବୋହି ନିଜ ରୁମକୁ ନେଇଥିଲେ ।

କରୋନା ଭାଇରସ ଜନିତ କଟକଣା ପାଇଁ ପୂର୍ବରୁ ଭାରତୀୟ ଦଳ ବ୍ରିସବେନ୍ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲା । ଏବେ ବ୍ରିସବେନ ଯିବା ପରେ ତାଙ୍କୁ ଏପରି ସ୍ଥିତିର ସାମ୍ନା କରିବାକୁ ପଡିଛି ।

ଅଗଷ୍ଟ ମାସରୁ ଖେଳାଳିମାନେ ଘରଠାରୁ ଦୂରରେ ଥିଲେ ମଧ୍ୟ ସେମାନଙ୍କୁ ବାରମ୍ବାର କଠୋର କ୍ୱାରେଂଟିନରେ ରହିବାକୁ ପଡୁଛି । ସିଡନୀରେ ମଧ୍ୟ ସେମାନଙ୍କୁ ଏହିଭଳି କଠୋର କଟକଣା ଭିତରେ ରହିବାକୁ ପଡିଥିଲା । କେବଳ ଗ୍ରାଉଣ୍ଡ ଓ ହୋଟେଲ ବ୍ୟତୀତ ଖେଳାଳିମାନେ ଆଉ କୁଆଡେ ଯାଇପାରି ନଥିଲେ । ହୋଟେଲ ବାଉଣ୍ଡରୀରେ ମଧ୍ୟ ବୁଲାବୁଲି କରୁବାକୁ ସୁଯୋଗ ଦିଆଯାଇନଥିଲା ।

from Kanak News
via <a href="https://ifttt.com/?

ଥମୁନି ଚାଷୀ ଆନ୍ଦୋଳନ । ଲୋହରୀ ଅବସରରେ କୃଷି ଆଇନର ଦସ୍ତାବିଜକୁ ପୋଡି ଦେଲେ ଆନ୍ଦୋଳନରତ ଚାଷୀ ।

କନକ ବ୍ୟୁରୋ : ୪୯ ଦିନରେ କୃଷକ ଆନ୍ଦୋଳନ ସାରା ଦେଶକୁ ଦୋହଲାଇଦେଇଛି । ଏହାରି ଭିତରେ ପଂଜାବର ବଡ ପର୍ବ ଲୋହରୀ ଅବସରରେ ବୁଧବାର ଦିନ କୃଷି ଆଇନର ଦସ୍ତାବିଜକୁ ଚିରିବା ସହ ନିଆଁରେ ପୋଡି ଦେଇଛନ୍ତି ଚାଷୀ । ଗୋଟିଏ ପଟେ ଦେଶର ୩ କୃଷି ଆଇନକୁ ଲାଗୁ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଚାଷୀଙ୍କ ଆଭିମୁଖ୍ୟ ଉପରେ ନଜର ରହିଥିବା ବେଳେ ଆନ୍ଦୋଳନ ବନ୍ଦ ହେବ ନାହିଁ । ଏବଂ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି କୃଷକ ସଂଗଠନ ।

ସର୍ବୋଚ୍ଚ ନ୍ୟାୟାଳୟ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି । କମିଟିରେ ୪ ଜଣ କୃଷି ବିଶେଷଜ୍ଞ ଆଇନର ତର୍ଜମା କରିବେ । ଏହା ପରେ ଆଇନକୁ ନେଇ ପରବର୍ତୀ ନିଷ୍ପତି ନିଆଯିବ । କୃଷକ ସଂଗଠନ କହିଛନ୍ତି କମିଟିର ସମସ୍ତ ସଦସ୍ୟ ସରକାରଙ୍କ ସମର୍ଥକ । ଏହି କମିଟିକୁ ମଧ୍ୟ ସ୍ୱିକାର କରିବା ପାଇଁ ମନା କରିଦେଇଛନ୍ତି କୃଷକ ସଂଘ ।

ସେପଟେ ଜାନୁୟାରୀ ୨୬ରେ କୃଷକ ସଂଗଠନ ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଛନ୍ତି । ତେବେ ଶାନ୍ତିପୂର୍ଣ୍ଣ ଭାବେ ଏହି ରାଲି କରାଯିବ ବୋଲି ଚାଷୀ ନେତା କହିଛନ୍ତି । ଏହାସହ ସର୍ବୋଚ୍ଚ ନ୍ୟାୟଳୟ କୃଷ ଆଇନକୁ ସ୍ଥଗିତ ରଖିଛନ୍ତି । ଏହା ପରେ ବି ଆନ୍ଦୋଳନକୁ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି ଚାଷୀ । ଏବଂ ଯେପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର ନହୁଏ ଆନ୍ଦୋଳନ ଜାରି ରହିବ ବୋଲି ଚେତବାନୀ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେକୌଣସି ମୁହୂର୍ତ୍ତରେ ଆସିପାରେ ମହାଭିଯୋଗ ପ୍ରସ୍ତାବ । ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଇବା ପାଇଁ ଉପରାଷ୍ଟ୍ରପତିଙ୍କୁ କହିଲା ଆମେରିକୀୟ ସଂସଦ

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେକୌଣସି ମୁହୁର୍ତରେ ଆସିପାରେ ମହାଭିଯୋଗ ପ୍ରସ୍ତାବ । କ୍ୟାପିଟଲ ହିଲ ହିଂସା ପରେ ଟ୍ରମ୍ପଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ ତାକୁ ନେଇ ଆମେରିକା ଓ ଆମେରିକୀୟ ସିନେଟରେ ବିତର୍କ ଜାରି ରହିଛି । ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଇବା ପାଇଁ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କୁ ଆମେରିକୀୟ ସଂସଦ ପକ୍ଷରୁ ଆନୁଷ୍ଠାନିକ ଭାବରେ କୁହାଯାଇଛି । କିନ୍ତୁ ଉପରାଷ୍ଟ୍ରପତି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯଦି ଉପରାଷ୍ଟ୍ରପତି ଏହାକୁ ଆଦୌ ମାନିବେ ନାହିଁ ତେବେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାପାଇଁ ବାଟ ଖୋଲିଯାଇପାରେ ।

ସବୁଠାରୁ ପୁରୁଣା ଗଣତନ୍ତ୍ର ଆମେରିକାର ସଂସଦ, କ୍ୟାପିଟଲ ହିଲ ଉପରେ ଏହି ଆକ୍ରମଣ କେହି ଭୁଲି ପାରିବେ ନାହିଁ, ଅନ୍ତତଃ ଆମେରିକା ତ କେବେ ବି ନୁହେଁ । ଆଉ ଏଥିପାଇଁ ଦାୟୀ ରାଷ୍ଟ୍ରପତି ଟ୍ରମ୍ପ । ଟ୍ରମ୍ପଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ ତାକୁ ନେଇ ଆମେରିକା ଓ ଆମେରିକୀୟ ସିନେଟରେ ବିତର୍କ ଜାରି ରହିଛି ।

ଟ୍ରମ୍ପଙ୍କ ପାଇଁ ସବୁଠାରୁ ଅଡୁଆ ପରିସ୍ଥିତି ସୃଷ୍ଟି ହେବାର କାରଣ ହେଉଛି ତାଙ୍କର ନିଜ , ରିପବ୍ଲିକାନ ପାର୍ଟିର ଅନେକ ସଦସ୍ୟ ଚାହୁଁଛନ୍ତି ତାଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଇ ଦିଆଯାଉ । ଏହି ମହାଭିଯୋଗ ପ୍ରସ୍ତାବ ଯେକୌଣସି ମୂହୁର୍ତରେ ଆସିପାରେ ।

ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ପୂରା ହେବାବେଳକୁ ଆଉ ମାତ୍ର ୭ଦିନ ବାକିଅଛି । ଜାନୁୟାରୀ ୨୦ ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବେ । କିନ୍ତୁ ଆମେରିକାର ଜନତା ଓ ସିନେଟର ସଂଖ୍ୟାଗରିଷ୍ଠ ସଦସ୍ୟ ଚାହୁଁଛନ୍ତି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇ ଏକ ବାର୍ତା ଦିଆଯିବା ଦରକାର । କାରଣ କ୍ୟାପିଟଲ ହିଲ ଉପରେ ଆକ୍ରମଣ ଆମେରିକାକୁ ସାରା ବିଶ୍ୱରେ ନିନ୍ଦିତ କରିଛି ।

ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଇବା ପାଇଁ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କୁ ଆମେରିକୀୟ ସଂସଦ ପକ୍ଷରୁ ଆନୁଷ୍ଠାନିକ ଭାବରେ କୁହାଯାଇଛି । କିନ୍ତୁ ଉପରାଷ୍ଟ୍ରପତି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ମାଇକ ପେନ୍ସ କହିଛନ୍ତି ଏହା ଆମ ଦେଶପାଇଁ ଏକ ଶୁଭଙ୍କର କଥା ନୁହେଁ, ଟ୍ରମ୍ପଙ୍କ କାର୍ଯ୍ୟକାଳ ଆଉମାତ୍ର କିଛି ଦିନ ଭିତରେ ସରିଯିବ ।

ଆମେରିକାର ସମ୍ବିଧାନର ୨୫ ତମ ସଂଶୋଧନ ଅନୁସାରେ ଉପପରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ସ୍ଥିତିରେ ଆବଶ୍ୟକୀୟ ସମର୍ଥନ ପାଇ, ରାଷ୍ଟ୍ରପତିଙ୍କୁ ତାଙ୍କ ପଦରୁ ହଟାଇ ପାରିବେ । କିନ୍ତୁ ମାଇକ ପେନ୍ସ ଏଭଳି ଏକ ପଦକ୍ଷେପ ନେବାକୁ ମନା କରିବା ପରେ, ପୁଣିଥରେ ଆମରିକୀୟ ସଂସଦ ତାଙ୍କୁ ଏହି ପଦକ୍ଷେପ ନେବାପାଇଁ କହିଛି । ଯଦି ଉପରାଷ୍ଟ୍ରପତି ଏହାକୁ ଆଦୌ ମାନିବେ ନାହିଁ ତେବେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାପାଇଁ ବାଟ ଖୋଲିଯାଇପାରେ ।

ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବାପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ରହିବା ଆବଶ୍ୟକ । ସେଠାରେ ଏହି ସଂଖ୍ୟା ହେଉଛିି ୨୧୭ । ଆଉ ଏବେ ୨୨୩ ଜଣ ସଦସ୍ୟ ଟ୍ରମ୍ପଙ୍କୁ ହଟାଇବା ସପକ୍ଷରେ ମତ ଦେଇଛନ୍ତି ।
ଏଥିରୁ ସ୍ପଷ୍ଟ ଅନୁମାନ କରିହେବ ଆମେରିକୀୟ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆସିଲେ ଏହା ସହଜରେ ପାରିତ ହୋଇଯିବ, ଏବଂ ଆମେରିକା ଇତିହାସରେ ପ୍ରଥମ କରି ରାଷ୍ଟ୍ରପତି ଟ୍ରମ୍ପ ବିଦା ହୋଇଯିବେ ।

from Kanak News
via <a href="https://ifttt.com/?

ଭାରତ-ପାକିସ୍ତାନ ସୀମାରେ ଗୁପ୍ତ ସୁଡଙ୍ଗ । କଠୁଆ ଜିଲ୍ଲାରେ ସୀମା ପାର ଟନେଲ ଠାବ କଲା ବିଏସଏଫ ।

କନକ ବ୍ୟୁରୋ : ଭାରତ ପାକିସ୍ତାନ ସୀମା ନିକଟରେ ପୁଣି ଏକ ଗୁପ୍ତ ସୁଡଙ୍ଗ ଠାବ କଲା ବିଏସଏଫ । ଜମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ଅର୍ନ୍ତରାଷ୍ଟ୍ରୀୟ ସୀମାର ନିକଟରେ ଏହି ଟନେଲକୁ ଠାବ କରାଯାଇଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ନିମିର୍ତ ହୋଇଥିବା ଏହି ସୁଡଙ୍ଗକୁ କଠୁଆ ଜିଲ୍ଳାର ବୋବିଆଁ ଗାଁରେ ଠାବ କରାଯାଇଛି ।

ବିଏସଏଫ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି, ବିଏସଏଫର ସ୍ୱତନ୍ତ୍ର ଅଭିଯାନରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ସୁଡଙ୍ଗା ଠାକ କରିଛି ଭାରତୀୟ ସେନା । ଏପରି ସୁଡଙ୍ଗ ଦ୍ୱାରା ଭାରତ ଭିତରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିଥାନ୍ତି । ତେବେ ପାକିସ୍ତାନକୁ ଯୋଡୁଥିବା ସୁଡଙ୍ଗ ଠାବ କରିବା ଏହା ପ୍ରଥମ ଘଟଣା ନୁହେଁ ।

ପୂର୍ବରୁ ଗତ ନଭେମ୍ବର ମାସରେ ଏପରି ଏକ ଗୁପ୍ତ ସୁଡଙ୍ଗକୁ ଖୋଜି ବାହାର କରିଥିଲେ ଭାରତୀୟ ସୁରକ୍ଷା କର୍ମୀ । ଜମ୍ମୁର ସାମ୍ବା ଜିଲ୍ଲାରେ ଏହି ସୁଡଙ୍ଗ ଠାବ କରାଯାଇଥିଲା । ଏହି ସୁଡଙ୍ଗ ଜରିଆରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ମାନେ ଭାରତ ଭିତରକୁ ପ୍ରବେଶ କରିଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started