ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ମନେ ପକାଇଲେ କଟକରେ ସାକ୍ଷାତ ବେଳର କଥା

କନକ ବ୍ୟୁରୋ : ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ କଟକରେ ପ୍ରକାଶ ରାଓଙ୍କୁ ସାକ୍ଷାତ କରିବା ବେଳର ଫଟୋକୁ ସେୟାର କରିଛନ୍ତି ।

ମୋଦୀ ଟ୍ୱିଟ କରି ଲେଖିଛନ୍ତି, “ପ୍ରକାଶ ରାଓଙ୍କ କାମ ଅନ୍ୟମାନଙ୍କୁ ପ୍ରେରିତ କରୁଥିଲା । ସେ ଜାଣିଥିଲେ ସଶକ୍ତିକରଣ ହେବା ପାଇଁ ଶିକ୍ଷା ଏକ ମାଧ୍ୟମ । ତାଙ୍କ ସହ ଗତ କିଛି ବର୍ଷ ପୂର୍ବେ କଟକରେ ସାକ୍ଷାତ ହୋଇଥିଲା ।”

https://platform.twitter.com/widgets.js

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟପାଳ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ତାଙ୍କ ପରିବାର ସମବେଦନା ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ପ୍ରକାଶ ରାଓ ସବୁବେଳେ ମନେରହିବେ ବୋଲି କହିଛନ୍ତି ରାଜ୍ୟପାଳ ।

ଆଜି ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ଘଟିଛି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବ୍ରେନ ଷ୍ଟ୍ରୋକରେ ପୀଡିତ ଥିଲେ ପ୍ରକାଶ ରାଓ । ଦେହାନ୍ତ ନେଇ ପ୍ରକାଶଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା ।

from Kanak News
via <a href="https://ifttt.com/?

ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରିବାକୁ କଲେ ଘୋଷଣା । 

କନକ ବ୍ୟୁରୋ : ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଆଜି ପରଲୋକ ଘଟିଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରକାଶ ରାଓଙ୍କ ଉତ୍ସର୍ଗୀକୃତ ସମାଜ ସେବା ବିଶେଷ କରି ଗରିବ ଓ ଅବହେଳିତ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇ ରହିବେ । ଏହାସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି  ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ଘଟିଛି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବ୍ରେନ ଷ୍ଟ୍ରୋକରେ ପୀଡିତ ଥିଲେ ପ୍ରକାଶ ରାଓ । ଦେହାନ୍ତ ନେଇ ପ୍ରକାଶଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା ।

from Kanak News
via <a href="https://ifttt.com/?

ଚାଲିଗଲେ ଚା’ ବିକାଳୀ, ଛାଡ଼ିଗଲେ ଚିହ୍ନ । କାହିଁକି ପ୍ରକାଶ ରାଓଙ୍କୁ ‘ମନ୍ କୀ ବାତ୍’ରେ ମନେ ପକାଇଥିଲେ ମୋଦି । ପଢ଼ନ୍ତୁ ପରୋପକାରୀ ପ୍ରକାଶଙ୍କ କିଛି ଅଭୁଲା କାହାଣୀ ।

କନକ ବ୍ୟୁରୋ: ପଦ୍ମଶ୍ରୀ ପ୍ରକାଶ ରାଓ, ଏମିତି ଏକ ନାଁ ଯାହା ହୁଏତ ମାନବ କଲ୍ୟାଣ ଏବଂ ପରୋପକାର ଏକ ନାଁ । ଯେବେ ମୋଦି ସରକାର ଚତୁର୍ଥବର୍ଷ ପୁର୍ତ୍ତି କରିଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମନ କି ବାତ୍ ଜରିଆରେ ସମ୍ବୋଧିତ କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରିଥିବାବେଳେ ମୋଦି କଟକର ଚା’ ବିକାଳି ଡି.ପ୍ରକାଶ ରାଓଙ୍କ ବିଷୟରେ ଦେଶବାସୀଙ୍କୁ ଜଣାଇଥିଲେ । ରେଡିଓରେ ପ୍ରସାରିତ ମନ କି ବାତ ଜରିଆରେ ଚା ବିକାଳୀ ପ୍ରକାଶ ରାଓଙ୍କୁ ତାଙ୍କର ଅବଦାନ ପାଇଁ ଶୁଭେଚ୍ଛା ମଧ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

https://kanaknews.com/modis-man-ki-baat-modi-congratulate-odisha-tea-seller/

ଯେତେବେଳେ ମୋଦି ମନ କି ବାତରେ କଟକର ଚା ବିକାଳୀ ଡି. ପ୍ରକାଶ ରାଓଙ୍କ ନାଁ ନେଇଥିଲେ ଦେଶବାସୀ ମଧ୍ୟ ତାଙ୍କ ବିଷୟରେ ଜାଣିବା ପାଇଁ ଉତ୍କଣ୍ଠିତ ହୋଇଥିଲେ । କିନ୍ତୁ ମୋଦି ମନ କି ବାତ୍ ଅଭିଭାଷଣ କହିଥିଲେ କି, ଶ୍ରୀମାନ୍ ପ୍ରକାଶ ରାଓ ଗତ ୫୦ ବର୍ଷ ହେବ କଟକରେ ଚା ବିକ୍ରୀ କରି ୭୦ରୁ ଉଦ୍ଧ୍ୱର୍ ଅସହାୟ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ନିଜର ସବୁ କିଛି ସମର୍ପିତ ଦେଇଥିଲେ । । ଏବଂ କଟକ ସହରର ବସ୍ତି ଓ ଝୁଡି ତଳେ ବସବାସ କରୁଥିବା ପିଲାମାନଙ୍କ ପାଇଁ ‘ଆଶା ଆଶ୍ୱାସନା’ ନାଁରେ ଏକ ସ୍କୁଲ ଖୋଲିଛନ୍ତି । ଯେଉଁଥିରେ ସେ ନିଜର ରୋଜଗାର କରୁଥିବା ୫୦ ପ୍ରତିଶତ ଅର୍ଥକୁ ସ୍କୁଲରେ ପଢ଼ୁ୍ଥିବା ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି । କେବଳ ସେତିକି ନୁହେଁ ସ୍କୁଲରେ ପଢ଼ୁଥିବା ସମସ୍ତ ପିଲାମାନଙ୍କ ପାଇଁ ଦେବତା ଭଳି ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଓ ଖାଦ୍ୟ ପେୟର ସମସ୍ତ ବ୍ୟବସ୍ଥା ପ୍ରକାଶ ରାଓ ତୁଲାଇଛନ୍ତି । ପ୍ରକାଶ ରାଓଙ୍କ ଏଭଳି ପରିଶ୍ରମ, ନିଷ୍ଠାପରତା ଏବଂ ଅସହାୟ ଗରିବ ପିଲାଙ୍କ ପାଇଁ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ମଧ୍ୟ ଦେଇଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ।

from Kanak News
via <a href="https://ifttt.com/?

ଟିକାକରଣ ପାଇଁ ପ୍ରସ୍ତୁତ ଓଡିଶା । ବିଶେଷଜ୍ଞ ଡାକ୍ତର କହିଲେ, ପ୍ରଥମ ପର୍ଯ୍ୟାୟରେ ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ

କନକ ବ୍ୟୁରୋ : ଟିକାକରଣ ପୂର୍ବରୁ ରାଜ୍ୟ ସରକାରଙ୍କ ସୂଚନା । ପ୍ରଥମ ପର୍ଯ୍ୟାୟରେ ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ । ୧୬୦ଟି କେନ୍ଦ୍ରରେ ଟିକାକରଣ ପାଇଁ ହୋଇଛି ବ୍ୟବସ୍ଥା କରାଯାଇଛି । ବିଶେଷଜ୍ଞ ଡାକ୍ତର କହିଲେ, ଗୋଟିଏ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ ଦିଆଯିବ ଟିକା । କମ ହିତାଧିକାରୀ ହେଲେ ଦୁଇ ତିନିଟୋ କେନ୍ଦ୍ର ପାଇଁ ଗୋଟିଏ କେନ୍ଦ୍ର ହେବ । ସକାଳ ୯ଟାରୁ ସଂନ୍ଧ୍ୟା ୫ଟା ଟିକାକରଣ ହେବ । ପଂଜୀକରଣ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ।

ରାଜ୍ୟରେ ଗତକାଲି ଆସି କୋଭିଡ ଟିକା ପହଞ୍ଚିଛି । ଆସନ୍ତା ୧୬ ତାରିଖରେ ସାରା ଦେଶରେ ଟିକାକରଣ ହେବାକୁ ଯାଉଛି । ସେହି କ୍ରମରେ ଓଡିଶା ମଧ୍ୟ ପ୍ରସ୍ତୁତ ହେଉଛି ଟିକାକରଣ ପାଇଁ । ଟିକାକରଣ ପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

from Kanak News
via <a href="https://ifttt.com/?

ଉଡାଣ ଆରମ୍ଭ ବେଳେ ବରଫ ଗଦାରେ ଫଶିଗଲା ବିମାନ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ବନ୍ଦର କର୍ମଚାରୀଙ୍କ ଅବହେଳାକୁ ଦାୟୀ

କନକ ବ୍ୟୁରୋ : ଜମ୍ମୁ- କାଶ୍ମୀର ବିମାନ ବନ୍ଦରରେ ବୁଧବାର ଦିନ ଏକ ବଡଧରଣର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଇଣ୍ଡିଗେ ଏୟାର ଲାଇନ୍ସର ଏକ ବିମାନ । ଫଳର ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ମାନେ ସୁରକ୍ଷିତ ରହିଥିବାର ସୂଚନା ମିଳିଛି । କୁହାଯାଇଛି କି ଘଟଣା ଘଟିବା ବେଳେ ବିମାନରେ ୨୩୩ ଜଣ ଯାତ୍ରୀ ଥିଲେ ।

ସୂଚନା ମୁତାବକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସଂଖ୍ୟା ୬ଇ-୨୫୫୯ ଆଜି ଶ୍ରୀନଗରରୁ ଦିଲ୍ଲୀ ଉଡାଣ କରିବା ବେଳେ ଏଭଳି ଦୁର୍ଘଟଣାରେ ସାମ୍ନା କରିଥିଲା । ଜମ୍ମୁ- କାଶ୍ମୀରରେ ଏବେ ଭୀଷର ବରଫ ପାତ ହେଉଥିବାରୁ ଶ୍ରୀନଗର ଏୟାରପୋର୍ଟ ରନୱେରୁ ବରଫଗୁଡିକୁ ବାହାର କରାଯାଇ ଗୋଟିଏ କୋଣରେ ଠୁଳ କରାଯାଇଥିଲା । ଫଳରେ ବିମାନଟି ଉଡାଣ ଆରମ୍ଭ କରିବା ବେଳେ ବରଫ ମଧ୍ୟରେ ଫଶିଯାଇଥିଲା ।

ବିମାନର ଡାହାଣପଟ ଇଞ୍ଜିନଟି ବରଫ ଗଦାରେ ପିଟିହେବା ଯୋଗୁ ଏକ ବିକଟାଳ ଶବ୍ଦ କରି ବିମାନଟି ଥରି ଉଠିଥିଲା । ଏହାକୁ ଦେଖି ବିମାନବନ୍ଦର କର୍ତ୍ତୁପକ୍ଷ ତୁରନ୍ତ ପଦକ୍ଷେପ ନେବା ସହ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଉହ୍ଲାଇଦେଇଥିଲା । ପରେ ବିମାନକୁ ସମ୍ପୁର୍ଣ୍ଣ ଯାଂଚ କରାଯିବା ପରେ ବିମାନଟି ପୁଣି ଉଡାଣ ଆରମ୍ଭ କରିଥିଲା ।

ସୂଚନା ଥାଉକି ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣାରେ ଶକାର ହେଉଛି ବିମାନ । ଆଜିର ଘଟଣା ଯାହାର ସଦ୍ୟତମ ପ୍ରମାଣ । ତେଣୁ ବିମାନ ଛାଡିବା ପୂର୍ବରୁ ବିମାନବନ୍ଦର କର୍ତ୍ତୁପକ୍ଷ ବିମାନ ସହ ପାରିପାଶ୍ୱିର୍କ ସ୍ଥିତିର ସଠିକ୍ ଯାଂଚ କରିବାକୁ ଦାବି ହୋଇଛି ।

from Kanak News
via <a href="https://ifttt.com/?

ପରଲୋକରେ ପରୋପକାରୀ ମଣିଷ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । ଆଖିବୁଜିଲେ ସମାଜସେବୀ ପ୍ରକାଶ ରାଓ । ସବୁଠି ଶୋକର ଛାୟା ।

କନକ ବ୍ୟୁରୋ: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ବ୍ରେନ ଷ୍ଟ୍ରୋକରେ ପୀଡିତ ଥିଲେ ପ୍ରକାଶ ରାଓ । ଦେହାନ୍ତ ନେଇ ପ୍ରକାଶଙ୍କ ପରିବାର ପକ୍ଷରୁ ସୂଚନା ।

ତେବେ କିଛି ଦିନ ତଳେ କରୋନା ପଜିଟିଭ ଥିଲେ ପ୍ରକାଶ ରାଓ । ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିଲା । ତେବେ ମଣିଷପଣିଆରେ ଭରପୁର ଥିଲେ ପ୍ରକାଶ ରାଓ । ଚା ଦୋକାନ କରି ବସ୍ତି ପିଲାଙ୍କୁ ପାଠ ପଢାଉଥିଲେ, ସାହାଯ୍ୟ କରୁଥିଲେ । ଏଥିସହ ସେ ୧୦୦ରୁ ଅଧିକ ଥର ରକ୍ତଦାନ ବି କରିଛନ୍ତି । ଯେଉଁଥିପାଇଁ ସେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ପ୍ରକାଶଙ୍କ ପରଲୋକରେ ସବୁଠି ଶୋକର ଛାୟା ।

from Kanak News
via <a href="https://ifttt.com/?

ରାଜରାସ୍ତା କଡରେ ପାଠ ପାଇଁ ସଂଘର୍ଷ କରୁଛି କୁନି ପୁଅ । ପରିବା ବିକୁଛି, ପାଠ ପଢିବାକୁ ପଣ କରିଛି, ଏ କାହାଣୀ ଆପଣଙ୍କ ହୃଦୟକୁ କିଣିନେବ ।

କନକ ବ୍ୟୁରୋ : ବଡ ମଣିଷ ହେବାର ସ୍ୱପ୍ନ ପିଲାଟି ଦିନରୁ ସମସ୍ତେ ଦେଖିଥାନ୍ତି । କିନ୍ତୁ ଗରିବ ପିଲାଟିଏ ପାଠ ପଢିବା ପାଇଁ କେତେ ଯେ ସଂଘର୍ଷ କରେ ବିଗତ ଦିନରେ ସେମିତି ଅନେକ କାହାଣୀ ରହିଛି । ଆଜି ଆମେ ଆପଣଙ୍କୁ ସେମିତି ଏକ କାହାଣୀ କହିବୁ, ଯାହା ଆପଣଙ୍କ ହୃଦୟକୁ କିଣିନେବ ।

ମୁଁ ପାଠ ପଢିବି । ବଡ ମଣିଷ ହେବି । କାଳିଆ ଘୋଡାରେ ଚଢି ମଧୁବାବୁ ସାଙ୍ଗେ ଲଢିବି । କୁନି ମନରେ ମଧୁବାବୁଙ୍କ ଏହି ଉକ୍ତିଟିକୁ ମନେ ରଖି ପାଠ ପଢୁଛି ଏହି କୁନି ପିଲାଟି ।

ପରିବା ବିକିଲେ ପାଠ ପଢିବ କୁନି ପୁଅ । ଫଟୋରେ ଆପଣ ଯେଉଁ ପିଲାଟିକୁ ଦେଖୁଛନ୍ତି, ତା ନାଁ ହେଉଛି, ପୁଷ୍ପେନ୍ଦ୍ର ସାହୁ । ୧୩ ବର୍ଷର ଏହି କୁନି ପୁଅଟି ସପ୍ତମ ଶ୍ରେଣୀରେ ପାଠ ପଢେ । ଗରିବ ଘରେ ଜନ୍ମ ହୋଇଥିବାରୁ ପାଠ ପଢିବାରେ ଅନେକ ବାଧା ସୃଷ୍ଟି ହୋଇଛି । ପାଠ ପଢିବାକୁ ହେଲେ ଟଙ୍କା ତ ନିହାତି ଦରକାର । ଆଉ ସେଇଥିପାଇଁ ତ ରାସ୍ତାକଡରେ ପରିବା ବିକୁଛି ଏହି କୁନିପିଲାଟି । ଆଉ ସେଥିରୁ ଯେଉଁ ଦୁଇ ପଇସା ରୋଜଗାର ହେଉଛି, ସେଥିରେ ପାଠ ପଢିବା ସହ ଘର ଖର୍ଚ୍ଚ ମଧ୍ୟ ବହନ କରୁଛି ।

ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋଟିକୁ ଆଇଏଏସ୍ ଅଧିକାରୀ ଅବନିଶ ସରଣ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି । ଫଟୋ ସେୟାର କରି ଏହି ଆଇଏଏସ ଅଫିସର ଜଣଙ୍କ ଲେଖିଛନ୍ତି, ନିଆଁ ଯେଉଁଠି ବି ଥାଉ, ଜଳିବା ଦରକାର ।

ତେବେ ବଡ କଥା ହେଉଛି, ଏହି ଫଟୋ ସେୟାର ହେବାର କିଛି ସମୟ ମଧ୍ୟରେ ୩୦ ହଜାରରୁ ଅଧିକ ଲାଇକ୍, ଏବଂ ୩ ହଜାରରୁ ଅଧିକ ଥର ରି-ଟୁଇଟ୍ କରାଯାଇଛି । ଆଉ କୁନି ପିଲାଟି ପରିବା ବିକିବା ସହ ପାଠ ପଢୁଥିବାର ଏହି ଦୃଶ୍ୟ ଦେଖି ଲୋକମାନେ ମଧ୍ୟ ପ୍ରଂଶସା କରିଛନ୍ତି ।

from Kanak News
via <a href="https://ifttt.com/?

ଧନୀଠୁ ଲୁଟନ୍ତି ଗରିବଙ୍କୁ ଦିଅନ୍ତି… ଦିଲ୍ଲୀରୁ ଚୋରି କରି ଗାଁରେ ଗରିବଙ୍କ ସେବା କରେ ହାଇପ୍ରୋଫାଇଲ ଚୋର । ସିନେମା ନୁହେଁ ସତ ସତିକା ରବିନହୁଡକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ଦିଲ୍ଲୀରୁ ଲୁଟନ୍ତି, ବିହାରରେ ବାଣ୍ଟନ୍ତି । ଧନୀଠୁ ଲୁଟି ଗରିବଙ୍କ ସେବା କରନ୍ତି । ରାତି ହେଲେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୁଏ ଅପରେସନ ଲୁଟ୍ । ଦିଲ୍ଲୀର ଗଳିକନ୍ଦିରେ ଛାଇ ଯାଆନ୍ତି ଚୋର । ଆଉ ସୁଯୋଗ ଦେଖି ବଡ ବଡିଆଙ୍କ ଘରେ କଳାକନା ବୁଲାନ୍ତି ଲୁଟେରା । ଆଖିପିଛୁଳାକେ ସବୁ ନେଇଯାଆନ୍ତି । ଧନ ରତ୍ନ, ସୁନା ଅଳଙ୍କାର ସବୁକିଛି ଗାଏବ କରି ଦିଅନ୍ତି । ଦିଲ୍ଲୀର କିଛି ଅଞ୍ଚଳରେ ଏବେ ଏମିତି ଆତଙ୍କ ରଚିଛନ୍ତି ଲୁଟେରା ଗ୍ୟାଙ୍ଗ ।

ତେବେ ଏ ତ ଥିଲା ଲୁଟେରା ଗ୍ୟାଙ୍ଗର କଳା କାହାଣୀ କଥା ହେଲେ ଲୁଟ ପରେ କଣ କରନ୍ତି ଏ ଚୋର ତାହା ଜାଣିଲେ ଆପଣ କହିବେ ଏ କେଉଁ ସିନେମାର କାହାଣୀଠୁ ବି କମ ନୁହେଁ । ଆଜ୍ଞା ହଁ, ଦିଲ୍ଲୀରେ ରିପିଟ୍ ହୋଇଛି ହଲିଉଡର ରବିନହୁଡ କାହାଣୀ । ଯେଉଁଠି ରରାତିର କିଟମିଟ ଅନ୍ଧାରରେ ଲୁଟେରା ସାଜୁଥିବା ଲୋକ ଦିନର ଆଲୁଅରେ ଚୋରି ଟଙ୍କାରେ ଗରିବଙ୍କ ସେବା କରୁଛି । ଗରିବଙ୍କ ଆଖିରେ ଭଗବାନ ସାଜୁଛି । ଆଉ ସେମିତି ଜଣେ ଚୋର ହେଉଛି ମହମ୍ମଦ ଇରଫାନ । ଯିଏ ବିହାରରେ ରବିନହୁଡ ନାଁରେ ବେଶ ପରିଚିତ ।

ଥିଲା ବାଲାଙ୍କ ଘରେ ହାତ ସଫେଇ କରି, ନଥିଲା ବାଲାଙ୍କ ହୃଦୟ ଜିତୁଥିବା ଇରଫାନ ଦିଲ୍ଲୀର ନ୍ୟୁଫ୍ରେଣ୍ଡସ କଲୋନୀ, ଜାମିଆନଗର, ଲାଜପତନଗର ଆଦି ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଥିଲା । ଲୁଟ୍ ପାଇଁ କେହି ଘର ଛାଡି ଯିବାକୁ ଚାହୁଁ ନଥିଲେ କାରଣ ରବିନହୁଡ ଗ୍ୟାଙ୍ଗର ଟାର୍ଗେଟ ଥାଏ ତାଲା ପଡିଥିବା ଘର । ଅର୍ଥାତ ଘରେ ଯଦି କେହି ନଥିବେ ତାହାଲେ ସେହି ଘର ହୁଏ ସେଦିନର ନିଶାନା ଆଉ ପୁଳାପୁଳା ଟଙ୍କା ସହ ସୁନା ଗହଣା ନେଇ ନିମିଶକରେ ଚମ୍ପଟ ମାରନ୍ତି ଚୋର । ଆଉ ଉକ୍ତ ଟଙ୍କାକୁ ନେଇ ଇରଫାନ ନିଜ ଗାଁରେ ମହତକାମରେ ଲଗାଏ । ଚୋରି ଟଙ୍କାରେ ଗରିବଙ୍କ ସେବା କରିବା ସହ ରୋଗୀଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟ ଶିବିର ବି ଖୋଲେ ଲୁଟେରା । ଖାଲି ସେତିକି ନୁହେଁ ଗରିବ ପିଲାର ପାଠ ପଢାରେ ସହଯୋଗ କରିବା ସହ ବିଭିନ୍ନ ଲୋକଙ୍କ ବାହାଘରରେ ଟଙ୍କା ସାହାଯ୍ୟ କରି ଅଭାବୀ ଆଖିରେ ଭଗବାନ ସାଜିଥାଏ ଲୁଟେରା ।

ତେବେ ଲୁଟ ଲିଙ୍କରେ ବିହାର ସୀତାମରହୀ ଅଞ୍ଚଳରୁ ଇରଫାନକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଗତ ୭ ତାରିଖରେ ବିପୁଳ ଟଙ୍କା ସହ ଅପରାଧୀକୁ ଗିରଫ କରିଥିଲା ପୋଲିସ । କୁହାଯାଉଛି ନେତା ହେବାକୁ ସେ ଚୋରି ଟଙ୍କାରେ ଲୋକଙ୍କ ସେବା କରେ । ଏମିତି କି ଚୋରି ଟଙ୍କାରେ ନାମୀଦାମୀ କାର ଚଢିବାର ସୌକ ମଧ୍ୟ ରଖିଥିଲା ଇରଫାନ । ଆଉ ଗିରଫ ପରେ ତାପାଖରୁ ପିସ୍ତଲ ସହ ସୁନା, ହୀରାର ଅଳଙ୍କାର ସହ ବିପୁଳ ଟଙ୍କା ଓ ଗାଡି ଜବତ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି କି ପଚରାଉଚରା ବେଳେ ପୋଲିସ ଯେଉଁ ତଥ୍ୟ ଦେଇଥିଲା ତାହା ଚୋରି ଟଙ୍କାରେ ଗରିବ ସେବାର ସିନେମା ରବିନହୁଡ୍ କଥା ମନେ ପକାଇ ଦେଇଥିଲା ।

from Kanak News
via <a href="https://ifttt.com/?

ଠାକୁର ଦୂଆରେ କୁକୁର ଦେଉଛି ଆଶୀର୍ବାଦ । ମନ୍ଦିର ସାମ୍ନାରୁ ଭାଇରାଲ ହେଉଛି କୁକୁରର ଭିଡିଓ । 

କନକ ବ୍ୟୁରୋ : ମନ୍ଦିର ସାମ୍ନାରେ ପୂଜାରି କି ପଣ୍ଡିତମାନେ ବସି ଭକ୍ତଙ୍କୁ ଆଶୀର୍ବାଦ ଦେଉଥିବାର ଆପଣ ମାନେ ଦେଖିଥିବେ । ହେଲେ ଗୋଟିଏ କୁକୁର ଆଶୀର୍ବାଦ ଦେଉଥିବାର ଆପଣ ଦେଖିଛନ୍ତି କି? କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ । ମନ୍ଦିର ସାମ୍ନାରେ କୁକୁରଟି ବସି ଭକ୍ତଙ୍କୁ ଆଶୀର୍ବାଦ ଦେଉଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓଟି ମହାରାଷ୍ଟ୍ରର ସିଦ୍ଧିଟେକ ଅଞ୍ଚଳରେ ଥିବ ସିଦ୍ଧିବାନାୟକ ମନ୍ଦିରର । କୁକୁରଟିର ଏଭଳି ଆଚରଣକୁ ଜଣେ ବ୍ୟକ୍ତି ନିଜ ମୋବାଇଲରେ କଏଦ କରିଥିଲେ । ଅରୁଣ ଲିମାଡିଆ ନାମକ ଜଣେ ବ୍ୟକ୍ତି ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାପରେ ଏହି ଭିଡିଓକୁ ଅନେକ ଲୋକ ଲାଇକ ମଧ୍ୟ କରିଥିଲେ । ଏଯାଏଁ ୧.୩ ମଲିୟନ ଲୋକ ଏହି ଭିଡିଓକୁ ଦେଖିସାରିଛନ୍ତି ।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ କୁକୁରଟି ମନ୍ଦିର ବେଢାରେ ବସିଛି । ସେଇ ବାଟ ଦେଇ ଯାଉଥିବା ଲୋକମାନେ କୁକୁରକୁ ମୁଣ୍ଡ ନୁଆଇଁ ମୁଣ୍ଡିଆ ମାରୁଛନ୍ତି । ଆଉ କୁକୁରଟି ଗୋଡରେ ଲୋକଙ୍କୁ ଆଶୀର୍ବାଦ ଦେଉଛି । ଏହାସହ ଲୋକମାନଙ୍କୁ ହ୍ୟାଣ୍ଡସେକ ମଧ୍ୟ କରୁଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଏହି କୁକୁରକୁ ଦେଖିବାକୁ ମନ୍ଦିର ଆସିବେ ବୋଲି କମେଣ୍ଟରେ କହିଛନ୍ତି ।

କୁକୁରକୁ ଦୁନିଆରେ ସବୁଠାରୁ ବିଶ୍ୱସ୍ତ ଜୀବ ବୋଲି କୁହାଯାଏ । ଆଉ ଏହା ଅନେକ ସମୟରେ ସତ ପ୍ରମାଣିତ ମଧ୍ୟ ହୋଇଛି । ତେବେ ମହାରାଷ୍ଟ୍ରରୁ ଆସିଥିବା କୁକୁର ଏହି ଭିଡିଓ ଏବେ ଅନେକ ଲୋକଙ୍କ ମନକୁ ବେଶ ଛୁଇଁଛି ।

from Kanak News
via <a href="https://ifttt.com/?

ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଭଦ୍ରକ ଅଲ୍ଲିନଗର ଛକରେ ଉତ୍ୟକ୍ତ ଲୋକେ ପୁଲିସକୁ ମାଡ଼ ମାରିବା ସହ ଜାଳିଦେଲେ ପୁଲିସ ଜିପ୍ ।

କନକ ବ୍ୟୁରୋ : ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ । ପୋଲିସକୁ ମାଡ଼ ମାରିବା ସହ ଗାଡ଼ି ଜାଳିଦେଲେ ଉତ୍ୟକ୍ତ ଲୋକ । ଭଦ୍ରକ ତିହିଡ଼ି ଥାନା ଅଲ୍ଲିନଗର ଛକରେ ଘଟିଛି ଏହି କାଣ୍ଡ । ପୀରହାଟ ଥାନା ପୁଲିସର ଗାଡି ପୋଡିଦେଇଛନ୍ତି ଲୋକେ ।

ଅଭିଯୋଗ ହୋଇଛି ନୟାନନ୍ଦ ପଂଚାୟତ ହାତୁଆରି ଗାଁର ବାପି ମହାଳିକ ତାଙ୍କ ଭଉଣୀ ଘରକୁ ଯାଇଥିଲେ । କୌଣସି କାରଣରୁ ତାଙ୍କୁ ପୋଲିସ ଗୋଡ଼ାଇବା ବେଳେ ସେ ପୋଖରୀରେ ପଡ଼ିଯାଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପାଇଁ ପୋଲିସକୁ ଦାୟି କରି ସ୍ଥାନୀୟ ଲୋକେ ମୃତଦେହକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲିନଗରରେ ଟାୟାର ଜାଳି ଅବରୋଧ କରିଥିଲେ ।

ପରେ ଉତ୍ୟେକ୍ତ ଲୋକେ ପୋଲିସକୁ ମାଡ଼ ମାରିବା ସହ ପୋଲିସକୁ ମାଡ଼ ମାରି ଗାଡ଼ି ଜାଳି ଦେଇଛନ୍ତି । ତେବେ ଏହାର ଫାଇଦା ନେଇଛି ଜଣେ ଅଭିଯୁକ୍ତ । ଯେଉଁ ଗୋଡିକୁ ପୋଡିଦିଆହେଲା , ସେହି ଗାଡିରେ ଯାଉଥିବା ଅଭିଯୁକ୍ତ ଫେରାର ହୋଇଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started