‘ପରୀ’ ଅଭିଯୁକ୍ତର ହେବ କି ବ୍ରେନ ମ୍ୟାପିଂ ଟେଷ୍ଟ : ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଚାଲିଛି ଶୁଣାଣୀ; ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ହାଜର କଲା ପୁଲିସ

କନକ ବ୍ୟୁରୋ : ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି ଆରମ୍ଭ କରାଯାଇଛି । ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ହାଜର କରାଯାଇଛି । ତେବେ ବ୍ରେନ୍‌ ମ୍ୟାପିଂ ନେଇ ଜେଜେବି ଅନୁମତି ଦେଉଛନ୍ତି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନା ମୁତାବକ, ଜେଜେବି ପୂର୍ବରୁ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ଅନୁମତି ଦେଇନଥିଲେ। ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଟେଷ୍ଟ ନିମନ୍ତେ କ୍ରାଇମବ୍ରାଞ୍ଚ୍‌ର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି) ଆବେଦନ କରିଥିଲା । ଏହି ଟେଷ୍ଟ ଦେବାପାଇଁ ଅଭିଯୁକ୍ତ ମନା କରିବାରୁ ଜେଜେବି ନାର୍କୋ ଆନାଲିସିସ୍‌ ଟେଷ୍ଟକୁ ଅନୁମତି ଦେଇନଥିଲେ । ଏହା ପରେ ଅଭିଯୁକ୍ତର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି ଜେଜେବିରେ ଆବେଦନ କରିଥିଲା, ଯାହାର ଶୁଣାଣି ଆଜି ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ଏସ୍‌ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ଏଥିସହିତ, ଅଭିଯୁକ୍ତର ମୋବାଇଲ ସହ ପରୀ ମୃତଦେହ ମିଳିଥିବା ବସ୍ତାରେ ଯେଉଁ ତାର ବନ୍ଧା ଯାଇଥିଲା, ତାକୁ ମଧ୍ୟ ଫରେନସିକ୍‌ ଲ୍ୟାବ୍‌କୁ ପଠାଇବାକୁ ଏସ୍ଆଇଟି ଆବେଦନ କରିଥିଲା। ଏସବୁର ଓଡ଼ିଶାରେ ପରୀକ୍ଷା ହୋଇ ନ ପାରିବାରୁ ଗୁଜୁରାଟସ୍ଥିତ ଲ୍ୟାବ୍‌କୁ ପଠାଇବାକୁ ଆବେଦନ କରିଥିଲା ଏସ୍‌ଆଇଟି । ବସ୍ତାରେ ବନ୍ଧା ଯାଇଥିବା ତାର ଓ ଅଭିଯୁକ୍ତ ଡେମୋ ସମୟରେ ନିଜ ଘ‌ରେ ଦେଖାଇଥିବା ତାର ସହ ମେଳ ଖାଉଛି ନା ନାହିଁ, ତାହା ଜାଣିବା ପାଇଁ ଫରେନସିକ୍‌ ଲ୍ୟାବ୍‌କୁ ପଠାଇବା ପାଇଁ ଏସ୍‌ଆଇଟିର ଯୋଜନା ରହିଛି। ଏଥିପାଇଁ ଜେଜେବି ଅନୁମତି ଦେଇଥିବା ସରକାରୀ ଓକିଲଙ୍କଠାରୁ ଜଣାପଡ଼ିଛି। ତେବେ, ଗୁଜୁରାଟ ବଦଳରେ କଲିକତାର ଫରେନସିକ୍‌ ଲ୍ୟାବ୍‌ରେ ଏହାର ପରୀକ୍ଷା କରାଯାଇ ପାରୁଥିବାରୁ ସେଠାରେ କରାଯିବ ବୋଲି ଜଣାପଡ଼ିଛି।

from Kanak News
via <a href="https://ifttt.com/?

କୋଭାକ୍ସିନ ଓ କୋଭିସିଲ୍ଡ ପରେ ଆଉ ୫ ଟିକାକୁ ଖୁବଶୀଘ୍ର ମଳିପାରେ ଅନୁମତି । ଏପ୍ରିଲ ମାସ ସୁଦ୍ଧା ଏହିସବୁ ଟିକାର ସରିବ ସମ୍ପୁର୍ଣ୍ଣ ପ୍ରସ୍ତୁତି । ସବୁଠାରୁ ଶସ୍ତା ହୋଇପାରେ ଜେନେଭା ଟିକା

କନକ ବ୍ୟୁରୋ : ଏବେ ଭାରତ ତା’ର ନିଜସ୍ୱ ୨ ଟି କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରିଛି । ଯାହା ଫଳରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକାର ସାର୍ବଜନୀକ ଟିକାକରଣ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ଆଉ ଏକ ଖୁସି ଖବର ଦେଶବାସୀଙ୍କୁ ମିଳିବାକୁ ଯାଉଛି । ଏହି ୨ ଟି ଟିକା ବ୍ୟତିତ ଏପ୍ରିଲ ମାସ ସୁଦ୍ଧା ଭାରତକୁ ଆଉ ୫ ଟି ଟିକା ମିଳିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ବିଶେଷଜ୍ଞ ମାନଙ୍କ ମତରେ ଜାଇଡସ୍ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ସ୍ୱଦେଶୀ ଟିକା ଜାଇକୋ-ଡି ଏବଂ ଋଷ ଟିକା ସ୍ପୁଟନିକ୍ -୫ କୁ ଜରୁରୀକାଳୀନ ବ୍ୟବହାର ପାଇଁ ଖୁବଶୀଘ୍ର ଅନୁମତି ମିଳିପାରେ । କହିରଖୁ କି ଏହି ଟିକା ଦୁଇଟିର ଶେଷ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି । ତେଣୁ ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଏହି ଦୁଇଟି ଟିକାକୁ ଅନୁମତି ମିଳିପାରେ ।

ସେହିଭଳି ଫାଇଜର ଦ୍ୱାରା ପ୍ରସ୍ତୁତ ଟିକାକୁ ଭାରତରେ ବ୍ୟବହାର ପାଇଁ କମ୍ପାନୀ ତରଫରୁ ଅନୁମତି ମଗା ଯାଇଛି । କମ୍ପାନୀର ଆବେଦନ ପରେ ବିଶେଷଜ୍ଞ କମିଟି ପକ୍ଷରୁ ଟିକାର ପରୀକ୍ଷଣ ସଂପର୍କିତ ତଥ୍ୟ ମାଗିଛନ୍ତି । ବିଶେଷଜ୍ଞ କମିଟି ପରୀକ୍ଷଣ ରିପୋର୍ଟ ପାଇବା ପରେ ଫାଇଜର ଟିକାକୁ ବି ଜରୁରୀ କାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିପାରେ ବୋଲଇ ଆଶା କରାଯାଇଛି ।

ଅନ୍ୟପଟେ ନୋବେଲ ନାମକ ଏକ କମ୍ପାନୀ ପ୍ରସ୍ତୁତ କରିଥିବା ଟିକା ଉପରେ ପରୀକ୍ଷଣ ଜାରି ରହିଛି । ଏହାର ପରୀକ୍ଷା ଶେଷ ହେବା ପାଇଁ ଆଉ ମାତ୍ର ୨ ମାସ ସମୟ ଲାଗିବ ବୋଲି କୁହାଯାଇଛି । ଜେନେଭା ଫାର୍ମାସ୍ୟୁଟିକାଲ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକା ଏମଆରଏନଏ ଟିକାର ବି ତୃତୀୟ ପର୍ଯ୍ୟୟ ପରୀକ୍ଷଣ ଆରମ୍ଭ ହୋଇଛି । ଏହି ଟିକାକୁ ଫେବୃଆରୀ ମାସ ସୁଦ୍ଧା ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିପାରେ । ଏହି ଟିକାକୁ ଭାରତୀୟ ବୈଜ୍ଞାନିକ ମାନେ ପ୍ରସ୍ତୁତ କରିଛନ୍ତି ।

from Kanak News
via <a href="https://ifttt.com/?

କଟକରେ ଚାଇନିଜ ମାଞ୍ଜା ସୂତା ବିକ୍ରି ଉପରେ ଲାଗିଲା କଟକଣା : କଟକ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି

କନକ ବ୍ୟୁରୋ : ଆସନ୍ତାକାଲି ମକର ସଂକ୍ରାନ୍ତି । ଏହି ଦିନ ଲୋକେ ମକର ଚାଉଳ ଖାଇବା ସହ ଗୁଡ଼ି ଉଡ଼ାଇଥାନ୍ତି । ତେବେ ଗୁଡ଼ିରେ ଲାଗୁଥିବା ଚାଇନିଜ  ମାଞ୍ଜା ସୂତା ପାଇଁ ଅନେକ ଦୁର୍ଘଟଣା ଘଟୁଥିବାରୁ ଏହାର ବିକ୍ରି ଉପରେ କଟକଣା ଲଗାଇଛନ୍ତି କଟକ ମହାନଗର ନିଗମ(ସିଏମସି)। ଏହାର ବିକ୍ରି ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିବା ସହ ସହରର ବିଭିନ୍ନ ଦୋକାନ ଯାଞ୍ଚ ପାଇଁ ୩ଟି ଟିମ ଗଠନ କରାଯାଇଛି । ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି ।

ସୂଚନା ମୁତାବକ, ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଉଥିବା ସମୟରେ ଅଘଟଣ ଘଟିଥିବାର ଖବର ମିଳିଥାଏ। ଗୁଡ଼ି ଉଡ଼ାଇବା ସମୟରେ ଗୁଡ଼ିର ମାଞ୍ଜା ସୂତାରେ କଟି ପକ୍ଷୀ ଓ ଅନେକ ସମୟରେ ଲୋକଙ୍କ ଜୀବନହାନି ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ସିଏମସି ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି। ବିଶେଷ କରି ଚାଇନିଜ ମାଞ୍ଜା ସୂତା ଏବଂ କାଚଗୁଣ୍ଡ ମାଞ୍ଜା ଦିଆଯାଇଥିବା ସୂତାର ବ୍ୟବହାର ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି ସିଏମସି।

from Kanak News
via <a href="https://ifttt.com/?

ନାଁ ଟଙ୍କା ନାଁ ସୁନା ଏଥର ଲୁଟେରାଙ୍କ ଟାର୍ଗେଟରେ ହେଲମେଟ୍ : ସିସିଟିଭିରେ କଏଦ୍ ହେଲା ହେଲମେଟ ଚୋରିର ପୁରା ଚିତ୍ର

କନକ ବ୍ୟୁରୋ : ସାବଧାନ ! ନଚେତ୍ ଚୋରି ହୋଇପାରେ ଆପଣଙ୍କ ହେଲମେଟ୍ । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଭିନ୍ନ ଧରଣର ଲୁଟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ନାଁ ଟଙ୍କା ନାଁ ସୁନା ଏଥର ଲୁଟେରାଙ୍କ ଟାଗେର୍ଟରେ ହେଲମେଟ । ଆଉ ଏହି ହେଲମେଟ ଚୋରୀର ପୁରା ଚିତ୍ର ସିସିଟିଭରେ କଏଦ ହୋଇଛି ।

ରାଜ୍ୟରେ ଡବଲ ହେଲମେଟ ଚେକିଂ ଜୋରଦାର ଚାଲିଥିବା ବେଳେ ଗଂଜାମ ହିଂଜିଳିକାଟୁରେ ଆରମ୍ଭ ହୋଇଯାଇଛି ହେଲମେଟ ଚୋରୀ । ପୋଲିସ ଫାଇନ କାଟିବା ଭୟରେ ବିନା ହେଲମେଟରେ ଯାତ୍ରା କରୁଥିବା ବ୍ୟକ୍ତି ହେଲମେଟ ଚୋରୀ କରୁଥିବାର ଦୃଶ୍ୟ ସିସିଟିଭରେ କଏଦ ହୋଇଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

from Kanak News
via <a href="https://ifttt.com/?

କରୋନା ଟିକାକରଣକୁ ଦୃଷ୍ଟିରେ ରଖି ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲେ ସରକାର । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ପୁଣି ଚାଲିବ ପୋଲିଓ ଟିକାକରଣ

କନକ ବ୍ୟୁରୋ : ଚଳିତ ମାସ ୧୬ ତାରିଖରୁ ସାରା ଦେଶରେ କରୋନା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରାୟ ପ୍ରତି ରାଜ୍ୟରେ କରୋନା ଟିକା ପହଂଚାଇଛନ୍ତି କେନ୍ଦ୍ରସରକାର । ହେଲେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁଆରୀ ୧୭ ତାରିଖରୁ ହେବାକୁ ଥିବା ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖା ଯାଇଛି । କହି ରଖୁ କି ଜାନୁଆରୀ ୧୭ ତାରିଖକୁ ଜାତୀୟ ପୋଲିଓ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ଦେଶର ସମସ୍ତ ୫ ବର୍ଷରୁ କମ୍ ପିଲାମାନଙ୍କୁ ପୋଲିଓ ଟିକା ଦିଆଯାଇଥାଏ ।

ହେଲେ ଚଳିତବର୍ଷ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୭ ତାରିଖରେ ହେବାକୁ ଥିବା ପୋଲିଓ ଟିକାକରଣକୁ ସ୍ଥଗିତ ରଖିଛନ୍ତି । ପରବର୍ତ୍ତି ନିର୍ଦ୍ଦେଶ ଆସିବା ପରେ ଏହି କାର୍ଯ୍ୟକ୍ରମ ପୁଣି ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କହିରଖୁ କି କରୋନା ଟିକାକରଣ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ଦେଶରେ ୩ କୋଟି ଆଗଧାଡିର କରୋନାଯୋଦ୍ଧାଙ୍କୁ ଟିକା ଦିଆଯିବ । ଏହା ସହ ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କ ଓ ଅସୁସ୍ଥ ବ୍ୟକ୍ତି ମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ଅନୁଗୁଳର ଅଭାବନୀୟ ଘଟଣା, ପୁଅକୁ ପୋଡ଼ି ଦେଲେ ପରିବାର : ମଦ ପିଇ ଘରେ ଗଣ୍ଡଗୋଳ କରୁଥିବାରୁ ଅତିଷ୍ଠ ପରିବାର ନେଲେ ଚରମ ପଦକ୍ଷେପ

କନକ ବ୍ୟୁରୋ : ଅନୁଗୁଳ କଦଳୀମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ମଦ୍ୟପ ଯୁବକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଜୀଅନ୍ତା ଜାଳିଦେଲେ ପରିବାର ଲୋକେ । ଏହି ଘଟଣାରେ ହଣ୍ଡପା ଥାନା ପୋଲିସ ପହଂଚି ମୃତକଙ୍କ ମା’ ବାସନ୍ତୀ ପ୍ରଧାନ ଓ ବଡ଼ପୁଅ ସୁବାଷ ପ୍ରଧାନଙ୍କୁ ଥାନାରେ ରଟକ ରଖି ପଚରା ଉଚରା କରୁଛି । ମୃତ ରାଜକିଶୋର ପ୍ରଧାନ ଶ୍ରମିକ ଶ୍ରେଣୀର ଲୋକ । ସେ ଦେଢ ବର୍ଷ ତଳେ ବିବାହ କରିଥିଲେ ।

ମଦ ପିଇ ଘରେ ସବୁବେଳେ ଗଣ୍ଡଗୋଳ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ରାଜକିଶୋରଙ୍କ ପତ୍ନୀ ୩ମାସ ତଳେ ତାଙ୍କ ବାପଘରକୁ ଚାଲିଯାଇଛନ୍ତି । ସ୍ତ୍ରୀ ଘର ଛାଡ଼ି ଯିବା ପରେ ମଧ୍ୟ ସୁଧୁରି ନଥିଲେ ରାଜକିଶୋର । ଘରର ଅନ୍ୟ ସଦସ୍ୟଙ୍କ ସହ ଗଣ୍ଡଗୋଳ କରୁଥିଲେ । ତେବେ ଏଥିରେ ଅତିଷ୍ଠ ହୋଇ ପରିବାର ଲୋକେ ତାଙ୍କୁ ମାଡ଼ ମାରିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି । ତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।

from Kanak News
via <a href="https://ifttt.com/?

ରାଜଧାନୀ ଭୁବନେଶ୍ୱରରୁ ଆସିଲା ଅଭାବନୀୟ ଚିତ୍ର : ଗ୍ରାହକଙ୍କୁ ଠେଙ୍ଗାରେ ପିଟିଲେ ସୁନା ଦୋକାନୀ ଓ ସ୍ତ୍ରୀ

କନକ ବ୍ୟୁରୋ : ଗ୍ରାହକଙ୍କୁ ଠେଙ୍ଗା ପାହାର…ଏ ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱରର । ଆଉ ମାଡ଼ ଖାଉଥିବା ବ୍ୟକ୍ତି ଜଣେ ଗ୍ରାହକ । ତାଙ୍କୁ ଠେଙ୍ଗାରେ ପିଟୁଥିବା ବ୍ୟକ୍ତି ଜଣେ ସୁନା ଦୋକାନୀ ଓ ତାଙ୍କ ସ୍ତ୍ରୀ । ଗତକାଲି କିଭଳି ମଦର ଦାମର ଚଢା ରହିଥିବାର ଗ୍ରାହକଙ୍କୁ ପିଟିଥିଲେ, ମଦ ଦୋକାନୀ ।

ଆଉ ଆଜିର ଏହି ଦୃଶ୍ୟରେ ମଧ୍ୟ ଗ୍ରାହକଙ୍କ ଉପରେ ଆକ୍ରମଣ କରିଛନ୍ତି ଦୋକାନୀ । ୪ ବର୍ଷ ତଳେ ଗ୍ରାହକ ଜଣକ ସୁନା ଗହଣା କିଣିଥିଲେ । ଏହା ଖରାପ ଥିବା କହି ଦୋକାନୀଙ୍କ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ଉଚବାଚ । ଏଥିରେ ଉତକ୍ଷୀପ୍ତ ହୋଇ ଦୋକାନୀ ଠେଙ୍ଗାରେ ଗ୍ରାହକଙ୍କୁ ଆକ୍ରମଣ କରିଥିଲେ । ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କ ସହ ମିଶି ଗ୍ରାହକଙ୍କୁ ପିଟିଥିଲେ । ଦୁହିଁଙ୍କ ଠେଙ୍ଗା ପାହାରରେ ଲହୁ ଲୁହାଣ ହୋଇପଡିଥିଲେ ଗ୍ରାହକ ।

from Kanak News
via <a href="https://ifttt.com/?

ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନ କଲେ ଚାଷୀ : ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଜଣାଇଲେ ପ୍ରତିବାଦ 

କନକ ବ୍ୟୁରୋ : ରାଜ ରାସ୍ତାରେ ଧାନ ପକାଇ ଆନ୍ଦୋଳନ କଲେ ଚାଷୀ । ଟ୍ୟାଗ ନଥିବାରୁ ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଜଣାଇଲେ ପ୍ରତିବାଦ । ପଦ୍ମପୁର ଉପଖଣ୍ଡ ବରିକେଲରୁ ସମବାୟ ସମିତିରୁ ଆସିଲା ଧାନ ବିକ୍ରିକୁ ନେଇ ସମସ୍ୟାର ଚିତ୍ର । ବରିକେଲ ଧାନ ମଣ୍ଡିରେ ପ୍ରାୟ ୮ ହଜାର ଧାନ ବସ୍ତା ପଡ଼ି ରହିଥିଲା ଦୀର୍ଘ ଦିନ ଧରି ଚାଷୀ ଧାନ ବିକ୍ରି କରିବାକୁ ଆସୁଥିଲେ ମଧ୍ୟ ବିକ୍ରି କରିପାରୁ ନାହାନ୍ତି । ଟ୍ୟାଗ ନଥିବା କାରଣରୁ ଧାନ ବ୍ରିିକି ହୋଇ ପାରୁ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ଧାନ ବିକ୍ରି ନହୋଇ ପାରି ପଡ଼ି ରହିବାରୁ ଟୋକନ ଉଡ଼ି ଯାଇଛି । ଏହାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଯାହା ଦ୍ୱାରା ପାଶ୍ୱର୍ରେ ଶହଶହ ଗାଡ଼ି ଅଟକି ରହିଛି ।

from Kanak News
via <a href="https://ifttt.com/?

ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କଲା ୟୁଟ୍ୟୁବ । ସପ୍ତାହ ପର୍ଯ୍ୟନ୍ତ ଅଫିସିଆଲ ଚ୍ୟାନେଲ ବ୍ଲକ, ହଟାଗଲା ଅନେକ ଭିଡ଼ିଓ ।

କନକ ବ୍ୟୁରୋ : ବଳପୂର୍ବକ ‘କ୍ୟାପିଟଲ୍‌ ବିଲଡିଙ୍ଗ୍‌’ରେ ପ୍ରବେଶ ଘଟଣା ପରେ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବା ଦର୍ଶାଇ ଅନ୍ୟୂନ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ୟୁଟ୍ୟୁବ୍‌’ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଅଫିସିଆଲ୍‌ ଚାନେଲ୍‌’କୁ ବ୍ଲକ୍‌ କରିଦେଇଛି।

ବିଳମ୍ବିତ ମଙ୍ଗଳବାର ଦିନ କମ୍ପାନି ଟୁଇଟ୍‌ କରି ଲେଖିଛି, ସମୀକ୍ଷା ପରେ ଭବିଷ୍ୟତରେ ହିଂସାକାଣ୍ଡ ଘଟିବା ଆଶଙ୍କା କରି ତଥା ଆମ ନିୟମ ଉଲ୍ଲଂଘନ କରିଥିବା କାରଣରୁ ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲରେ ଅପଲୋଡ୍‌ ହୋଇଥିବା ନୂଆ ସୂଚନା ସମ୍ବଳିତ ତଥ୍ୟାଭଳୀ ଭିଡ଼ିଓ ହଟାଇ ଦେଇଛୁ। ନିକଟରେ ଘଟିଯାଇ ଥିବା ହିଂସାକାଣ୍ଡ ସଂକ୍ରାନ୍ତରେ ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲରେ ଦିଆଯାଇଥିବା ସମସ୍ତ ମନ୍ତବ୍ୟ ବା କମେଣ୍ଟ୍‌ ସବୁକୁ ମଧ୍ୟ ନିଶ୍ଚିତ ଭାବେ ‘ଡିଜେବଲ୍‌’ ବା ଅକାମି କରିଦିଆଯିବ ବୋଲି କମ୍ପାନି କହିଛି।

ସିଧାସଳଖ ଆମେରିକୀୟଙ୍କ ସହ ଯୋଗାଯୋଗ କରିବାରେ ସହାୟତା କରୁଥିବା ରାଷ୍ଟ୍ରପତିଙ୍କର ପ୍ରାୟ ସମସ୍ତ ଅନଲାଇନ୍‌ ମେଗାଫୋନଗୁଡ଼ିକୁ ହଟାଇ ଦେବା ପରେ ସଦ୍ୟତମ କଟକଣା ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ଗୁଗଲ୍‌’ ଏହି ସଦ୍ୟତମ ପଦକ୍ଷେପ ଗ୍ରହଣ କରିଛି। ୨.୭୬ ନିୟୁତ ସବ୍‌ସ୍କ୍ରାଇବର୍‌ ଥିବା ଏହି ଚ୍ୟାନେଲକୁ ଯଦି ହଟାଇ ଦିଆ ନ ଯାଏ ତେବେ ଦେଶବ୍ୟାପୀ ‘ୟୁଟ୍ୟୁବ୍‌’କୁ ବର୍ଜନ କରାଯିବ ବୋଲି ‘ସିଭିଲ୍‌ ରାଇଟସ୍‌ ଗ୍ରୁପ୍‌’ ଧମକ ଦେବା ପରେ କମ୍ପାନି ଏହି ପଦକ୍ଷେପ ଗ୍ରହଣ କରିଛି।

from Kanak News
via <a href="https://ifttt.com/?

ରେକର୍ଡ ସ୍ତରରେ ଶେୟାର ବଜାର, ୫୦ ହଜାର ନିକଟତର ହେଲା ସେନସେକ୍ସ । ୧୪ହଜାର ପାର ନିଫ୍ଟ

କନକ ବ୍ୟୁରୋ: ଚଳିତ ସପ୍ତାହର ତୃତୀୟ ଦିନରେ ସମସ୍ତ ରେକର୍ଡ ଭାଙ୍ଗିଛି ଶେୟାର ବଜାର । ବୁଧବାର ସକାଳେ କାରବାର ଆରମ୍ଭ ହେବା ମାତ୍ର ମାର୍କେଟ ଉଦ୍ଧ୍ୱମୁଖୀ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଚର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୫୦ ହଜାର ଅଙ୍କ ନିକଟତର ହୋଇଛି । ଆଜି କାରବାର ଅରମ୍ଭରୁ ସେନସେକ୍ସ ୨୧୬.୨୮ ଅଙ୍କ ବୃଦ୍ଧି ପାଇ ୪୯,୭୩୩,୩୯ ସ୍ତରରେ ପହଂଚିଥିବା ବେଳେ ନିଫ୍ଟ ୬୭ ଅଙ୍କ ବୃଦ୍ଧି ପାଇ ୧୪,୬୩୦, ୫୦ ସ୍ତରରେ ଖୋଲିଥିଲା ବିଦେଶୀ କମ୍ପାନୀ ମାନଙ୍କର ନିବେଶକ ମାନଙ୍କ ପୁଞ୍ଜି ବିନିଯୋଗ ଓ ଅନୁକୂଳ ସ୍ଥିତି ଯୋଗୁ ବଜାରର ଅଭିବୃଦ୍ଧି ଦେଖିବାକୁ ମିଳିଛି ବୋଲି ଅର୍ଥନୀତିଞ୍ଜ ମାନେ ମତ ଦେଇଛନ୍ତି ।
ଆଜି କାରବାର ଆରମ୍ଭ ହେବା ମାତ୍ରେ ୧୧୦୬ ଟି ଶେୟାରରେ ଅଭିବୃଦ୍ଧି ଘଟିଥô୍ବା ବେଳେ ୩୩୬ ଟି ଶେୟାର ନିମ୍ନମୂଖୀ ହୋଇଥିଲା ଏହାସହ ୫୮ ଟି ଶେୟରରେ କୌଣସି ପରବର୍ତ୍ତନ ହୋଇ ନଥିଲା । ଅନ୍ୟପଟେ କରୋନା ଟିକାକୁ ନେଇ ଲଗାତର ସକାରାତ୍ମକ ଖବର ମଧ୍ୟରେ ବିଶ୍ୱ ବଜାରରେ ମଧ୍ୟ ଅଭିବୃଦ୍ଧି ଘଟିଛି ।
ପୂର୍ବ ସପ୍ତାହରେ ସେନସେକ୍ସ ୯୧୩.୫୩ ଅଙ୍କ ଅର୍ଥାତ ୧.୯୦ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିଭଳି ନିଫ୍ଟ ମଧ୍ୟ ୩୨୮.୭୫ ଅଙ୍କ ଅର୍ଥାତ୍ ୨.୩୪ ପ୍ରତିଶତ ବୃଦ୍ଧି ଘଟିଥିଲା । ତେବେ କେନ୍ଦ୍ରୀୟ ବଜେଟ୍ ପୂର୍ବରୁ ନିବେଶକ ମାନେ ନିବେଶକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହାର କାରଣ ଭାବେ ବଜାର ବିଶ୍ଳେଷକଙ୍କ କହିବା ମୁତାବକ କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ବଜେଟ ଆଶାନୁରୂପକ ହେବ ନାହିଁ । ଫଳରେ ବଜାରରେ ଅସ୍ଥିରତା ଲାଗି ରହିବ । ଏନେଇ ନିବେଶକ ମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started