କୋଭିଡ ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ନା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଟିକା ନେବେନି ବୋଲି ମନା କଲେ କୋଭିଡ ଯୋଦ୍ଧା, ଖୋର୍ଦ୍ଧାର ୬୫୦ ସ୍ୱାସ୍ଥ୍ୟକର୍ମୀ ସିଡିଏମଓଙ୍କୁ ଦେଲେ ଦାବି ପତ୍ର ।

କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ଟିକାକରଣ । ଭୁବନେଶ୍ୱରରେ ଟିକା ପହଚିଂବା ପରେ ସମସ୍ତ ଜିଲ୍ଳାକୁ ମଧ୍ୟ ଟିକା ପଠାସାରିଛି । କୋଭିଡ ଯୋଦ୍ଧାଙ୍କୁ ପ୍ରଥମେ ଟିକା ଦିଆଯିବ । ଏନେଇ ଖୋର୍ଦ୍ଧାରେ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି ।ହେଲେ ଜିଲ୍ଲାରେ ଟିକା ନେବାକୁ ମନା କରିଛନ୍ତି ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ।ଏନେଇ ସଂଘର ଏକାଧିକ କର୍ମୀ ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡର ପୁର୍ନଗଠନ ଓ ପଦବୀ ପରିବର୍ତନ ନେଇ ବାରମ୍ବାର ସରକାରଙ୍କ ନିକଟରେ ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟରତ ୧୫ ହଜାର ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବେ ନାହିଁ ବୋଲି କହିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୬୫୦ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ଦୀର୍ଘ ୧୦ ବର୍ଷ ଧରି ୪ଟି ସଂଘ ମିଳିତ ଭାବେ ସ୍ୱାସ୍ଥ୍ୟ ବିଭାଗ ନିକଟରେ ବାରମ୍ବାର ଲିଖିତ ଦାବି ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

କେବଳ ବ୍ୟାଟିଂ ନୁହେଁ ବୋଲିଂରେ ବି କମାଲ କରିଛନ୍ତି ସଚିନ । ନିଜ ବୋଲିଂରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନକୁ ଧ୍ୱସଂ କରିଦେଇଥିଲେ ମାଷ୍ଟର ବ୍ଲାଷ୍ଟର ।

କନକ ବ୍ୟୁରୋ : ସଚିନ । କେବଳ ନାଁ ହିଁ ଆବଶ୍ୟକ । କ୍ରିକେଟର ଭଗବାନ କୁହାଯାଉଥିବା ଏହି ଖେଳାଳି ତାଙ୍କ କ୍ୟାରିୟରରେ ରେକର୍ଡର ମାଇଲ ଖୁଣ୍ଟ ଛିଡା କରିଛନ୍ତି । ତାଙ୍କ ବ୍ୟାଟ ଚାଲିଲେ ରନର ପାହାଡ ଛିଡା ହୋଇଥାଏ । କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ନିଜ କମାଲ ଦେଖାଇଛନ୍ତି ଲିଟିଲ ମାଷ୍ଟର । ଆଉ ସେ ପୁଣି ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ । ତାଙ୍କ ବୋଲିଂରେ ଧରାଶାୟୀ ହୋଇଯାଇଥିଲା କଙ୍ଗାରୁ ଟିମ । ତେବେ ଆଜି ଆମେ ସେହି ମ୍ୟାଚ କଥା କହିବୁ ଯେଉଁଥିରେ ସଚିନ ବ୍ୟାଟରେ ନୁହେଁ ବଲରେ କମାଲ ଦେଖାଇଥିଲେ ।

୧୯୯୮ ମସିହା ଏପ୍ରିଲ ୧ ତାରିଖ । କୋଚିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥାଏ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଆଉ ବ୍ୟାଟିଂ ପାଇଁ ଆସିଥିଲେ ନବଜୋତ ସିଂ ସିଦ୍ଧୁ ଓ ସଚିନ । ଏହି ମ୍ୟାଚରେ ସଚିନ ମାତ୍ର ୮ ରନ କରି ଆଉଟ ହୋଇଯାଇଥିଲେ । ହେଲେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା ।

ଦଳ ପକ୍ଷରୁ ଅଜୟ ଜାଡେଜା ୧୦୫, ମହମ୍ମଦ ଆଝାରୁଦ୍ଧିନ ୮୨, ହୃଷିକେଶ କାନ୍ତିରକାର ୫୭ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୩୦୯ ରନ କରିଥିଲା । ଯାହାକି ସେହି ସମୟରେ ଏକ ବଡ ସ୍କୋର ଥିଲା । ସ୍କୋର ୩୦୦ ଟପିଲା ପରେ ସମସ୍ତେ ଜାଣିସାରିଥିଲେ ଭାରତ ଏହି ମ୍ୟାଚ ଜିତିନେବ । ହେଲେ ସାମ୍ନାରେ ଥିଲା ଅଷ୍ଟ୍ରେଲିଆ ଟିମ । ଯାହାକୁ ହାଲକାରେ ନେବା ଭୁଲ ହେବ ।

ସେହି ସମୟରେ ବେଶ ଶକ୍ତିଶାଳୀ ଥିଲା ଅଷ୍ଟେଲିଆ ଦଳ । ଦଳରେ ଷ୍ଟିଭ ୱଭ, ମାର୍କ ୱଭ, ଗିଲକ୍ରିଷ୍ଟ, ରିକି ପଣ୍ଟି, ମାଇକେଲ ବେଭାନ, ଡାରେନ ଲେମନ ଓ ଟମ ମୁଡିଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଥିଲେ । ତେଣୁ ଏଭଳି ବ୍ୟାଟିଂ ଲାଇନଅପରେ ଅଷ୍ଟ୍ରେଲିଆ ମ୍ୟାଚ ଜିତିବା କିଛି ବଡ କଥା ନୁହେଁ । ପରେ ବ୍ୟାଟିଂ ଆରମ୍ଭ କରିଥିଲା କଙ୍ଗାରୁ ଟିମ ଆଉ ୧୦୦ର ପର୍ଟନରସିପ କରିଥିଲେ ମାର୍କ ୱଭ ଓ ଗିଲକ୍ରିଷ୍ଟ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଏମିତି ସ୍ଥିତିରେ ପହଞ୍ଚିଥିଲା ଯେଉଁଠି ବିଜୟ ଲକ୍ଷ୍ୟ ଅଳ୍ପ ଦୂର ଥିଲା । ହେଲେ ଏହିଠୁ ଆରମ୍ଭ ହୋଇଥିଲା ସଚିନଙ୍କ ଯାଦୁ ।

ସଚିନ ଏହି ମ୍ୟାଚରେ ଦମଦାର ବୋଲିଂ କରି କଙ୍ଗାରୁ ଦଳ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ପ୍ରଥମ ୱିକେଟ ଭାବେ ସେ ଷ୍ଟିଭ ୱଭଙ୍କୁ ଆଉଟ କରିଥିଲେ । ଏହାପରେ ପରେ ପୂରା ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନକୁ ଧ୍ୱସଂ କରିଦେଇଥିଲେ ସଚିନ । ଏହି ମ୍ୟାଚରେ ସଚିନ ୧୦ ଓଭର ବୋଲିଂ କରି ୫ଟି ୱିକେଟ ହାସଲ କରିଥିଲେ । ତେବେ ବ୍ୟଟିଂ ନୁହେଁ ବୋଲିଂରେ ମଧ୍ୟ ଏଭଳି ରେକର୍ଡ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ।

from Kanak News
via <a href="https://ifttt.com/?

କୋ- ୱିନ୍ ଆପ୍ ର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଆପ୍ ଜରିଆରେ ଟିକା ପାଇଁ ପଞ୍ଜିକରଣ କରିପାରିବେ ଜନସାଧାରଣ

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇ ଏବେ ନିର୍ଣ୍ଣାୟକ ମୋଡରେ ପହଂଚିଛି । ବହୁଦିନର ପ୍ରତୀକ୍ଷା ପରେ ଦେଶକୁ ୨ ଟି ଟିକା ମିଳିବା ପରେ ଜାନୁଆରୀ ୧୬ ତାରିଖରୁ ଦେଶରେ ମେଗା ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିକାକରଣର ଶୁଭାରମ୍ଭ ସହ ସେହିଦିନ ପ୍ରଧାନମନ୍ତ୍ରୀ କୋ- ୱିନ ଆପ୍ ର ଶୁଭାରମ୍ଭ କରିବେ ମୋଦି । ଭିଡିଓ କନଫେରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଶୁଭାରମ୍ଭ ପରେ ଦେଶର ସବୁ ରାଜ୍ୟରେ ଟିକାକରଣ ଆରମ୍ଭ କରାଯିବ । ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଯେଉଁ କୋ-ୱିନ୍ ଆପ୍ ର ଶୁଭାରମ୍ଭ କରିବେ, ଏହି ଆପ୍ ମାଧ୍ୟମରେ ଲୋକମାନେ ଟିକାକରଣ ପାଇଁ ପଞ୍ଜିକରଣ କରିପାରିବେ । ଏହାସହ ଏହି ଆପ୍ ସହାୟତାରେ ଆବେଦନକାରୀଙ୍କୁ ଟିକା ନେବାର ତାରିଖ, ସ୍ଥାନ ଓ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯିବ ।

from Kanak News
via <a href="https://ifttt.com/?

 ୧୬  ତାରିଖରୁ ମେଗା ଟିକାକରଣ । କୋଭିସିଲ୍ଡ ପରେ ରାଜ୍ୟରେ ପହଂଚିଲା କୋଭାକ୍ସିନ୍  ଟିକା । ଜାଣନ୍ତୁ କେଉଁ ଜିଲ୍ଲାକୁ ଗଲା କେତେ ଡୋଜ ।

କନକ ବ୍ୟୁରୋ : କୋଭାସିଲ୍ଡ ପରେ ରାଜ୍ୟରେ ପହଂଚିଲା କୋଭାକ୍ସିନ୍ ଟିକା । ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଂଚିଲା କୋଭାକ୍ସିନ ଟିକା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ଦେଶୀ ଟିକା କୋଭାକ୍ସିନ । ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନର ୨୦ହଜାର ଭାଏଲ ରାଜ୍ୟରେ ପହଂଚିଛି । ଟିକାକୁ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି । ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ । ଟିକାର ଗୋଟେ ସିସି ୧୬ଜଣଙ୍କୁ ଦିଆଯାଇ ପାରିବ । ସେପଟେ ପୁନେରୁ ଭୁବନେଶ୍ୱର କୋଭିସଲ୍ଡ ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି ।  ଏନେଇ ଆସନ୍ତୁ ଜାଣିବା କେଉଁ ଜିଲ୍ଲାକୁ କେତେ ଟିକା ପଠାଯାଇଛି ।

ଅନୁଗୁଳ-୪୫୯୦, ବଲାଙ୍ଗୀର-୭୨୦୦, ବାଲେଶ୍ୱର-୭୫୬୦, ବରଗଡ- ୬୫୨୫, ଭଦ୍ରକ- ୪୯୯୫, ବୌଦ୍ଦ-୧୭୫୫, କଟକ- ୧୭୧୯୦, ଦେଓଗଡ- ୧୪୮୫, ଢେଙ୍କାନାଳ- ୪୫୦୦, ଗଜପତି- ୪୦୫୦, ଗଞ୍ଜାମ- ୧୫୧୨୦, ଜଗତସିଂହପୁର- ୪୫୯୦, ଯାଜପୁର- ୬୮୮୫, ଝାରସୁଗୁଡା- ୨୮୮୦, କଳାହାଣ୍ଡି- ୬୧୨୦, କନ୍ଧମାଳ- ୪୫୯୦, କେନ୍ଦ୍ରାପଡା- ୪୯୯୫, କେନ୍ଦୁଝର- ୭୨୯୦, ଖୋର୍ଦ୍ଦା- ୫୫୩୫, କୋରାପୁଟ୍- ୭୪୭୦, ମାଲକାନଗିରୀ -୩୨୪୦, ମୟୁରଭଞ୍ଜ-୧୦୭୧୦, ନବରଙ୍ଗପୁର- ୬୩୦୦, ନୟାଗଡ- ୩୬୦୦, ନୂଆପଡା- ୩୨୪୦, ପୁରୀ-୬୩୦୦, ରାୟଗଡା ୪୮୬୦, ସମ୍ବଲପୁର-୬୭୫୦, ସୁବର୍ଣ୍ଣପୁର- ୩୨୮୫, ସୁନ୍ଦରଗଡ -୯୯୪୫।

କହିରଖୁ କି ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ଯେଉଁ ଟିକା ପଠାଯାଇଛି ତାହା କୋଭିସିଲ୍ଡ ଟିକା । ଏହି ସବୁ ଟିକାକୁ ୧୬ ତାରିଖ ଦିନ ରାଜ୍ୟର ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଦିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

from Kanak News
via <a href="https://ifttt.com/?

ପରୀ ମା’ ଗଲେ ସୁପ୍ରିମକୋର୍ଟ । ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସର୍ବୋଚ୍ଚ ଅଦାଲତରେ ଆବେଦନ କଲେ ସୌଦାମିନି ସାହୁ । କହିଲେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ

କନକ ବ୍ୟୁରେ : ଶେଷରେ ଏସଆଇଟି ତଦନ୍ତ ଉପରୁ ଆସ୍ଥା ହରାଇ ପରୀ ମା ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ସେ ଉଚ୍ଚନ୍ୟାୟଳରେ ଆବେଦନ କରି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । କହିରଖୁ କି ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ଗାଁର ପରି ହତ୍ୟା ମାମଲା ଏବେ ରୋଚକ ମୋଡରେ ପହଂଚିଛି । ରାଜ୍ୟସରକାରଙ୍କ ଏସଆଇଟି ତଦନ୍ତକୁ ଭରଶା କରିପାରି ନାହାନ୍ତି ହତ୍ୟାର ଶିକାର ହୋଇଥିବା ନାବାଳିକା ପରୀର ପରିବାର ଲୋକେ । ଏନେଇ ସେମାନେ ସିବିଆଇ ତଦନ୍ତ ଦାବି କରି ସୁପ୍ରମିକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଥାଉକି ନାବାଳିକା ପରି କିଛି ମାସ ପୂର୍ବରୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା । ଏନେଇ ପରିବାର ଲୋକେ ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ପରୀର କିଛି ସନ୍ଧାନ ମିଳି ନଥିଲା । ଏନେଇ ଥାନାରେ ଅଭିଯୋଗ ପରେ ବି ସନ୍ଧାନ ମିଳି ନଥିଲା । ପରୀ ନିଖୋଜ ହେବାର ୧୦ ଦିନ ପରେ ନିକଟସ୍ଥ ଏକ ପୋଖରୀ ନିକଟରୁ ପରୀର ମୃତ ଦେହ ଉଦ୍ଧାର ହୋଇଥିଲା । ଏହା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଶେଷରେ ରାଜ୍ୟ ସରକାର ଏହି ମାମଲାରେ ହତ୍ୟାକାରୀଙ୍କୁ ଧରିବାକୁ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏବେ ଏସଆଇଟି ପରୀ ହତ୍ୟା ମାମଲାର ସରୋଜ ସେଠୀ ନାମକ ଜଣେ ନାବାଳକକୁ ଗିରଫ୍ କରିଥିବା ବେଳେ ପରୀର ପରିବାର ଲୋକେ ସରୋଜକୁ ହତ୍ୟାକାରୀ ଭାବେ ଗ୍ରହଣ କରିପାରୁ ନାହାନ୍ତି ।

from Kanak News
via <a href="https://ifttt.com/?

ନୟାଗଡ ଯଦୁପୁର ‘ପରୀ’ ହତ୍ୟା ମାମଲା : ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ହେଲା ଅଭିଯୁକ୍ତ

କନକ ବ୍ୟୁରୋ : ନାର୍କୋ ଟେଷ୍ଟ ପାଇଁ ଅସମତି ପରେ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ହେଲା ପରୀ ଅଭିଯୁକ୍ତ । ଆଜି ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡର୍ରେ ଏନେଇ ଶୁଣାଣୀ ଚାଲିଥିବା ବେଳେ ବ୍ରେନ ମ୍ୟାପିଂ ପାଇଁ ଅଭିଯୁକ୍ତ ରାଜି ହୋଇନଥିବା ସୂଚନା ମିଳିଛି । ତେବେ କୋର୍ଟ ଏସଆଇଟିର ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ଅଭିଯୁକ୍ତକୁ ହାଜର କରିଥିଲା ପୁଲିସ । ଗତ ୮ ତାରିଖରେ ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି । ଏହା ପୂର୍ବରୁ ମଧ୍ୟ ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ଏସ୍‌ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ଏଥିସହିତ, ଅଭିଯୁକ୍ତର ମୋବାଇଲ ସହ ପରୀ ମୃତଦେହ ମିଳିଥିବା ବସ୍ତାରେ ଯେଉଁ ତାର ବନ୍ଧା ଯାଇଥିଲା, ତାକୁ ମଧ୍ୟ ଫରେନସିକ୍‌ ଲ୍ୟାବ୍‌କୁ ପଠାଇବାକୁ ଏସ୍ଆଇଟି ଆବେଦନ କରିଥିଲା। ଏସବୁର ଓଡ଼ିଶାରେ ପରୀକ୍ଷା ହୋଇ ନ ପାରିବାରୁ ଗୁଜୁରାଟସ୍ଥିତ ଲ୍ୟାବ୍‌କୁ ପଠାଇବାକୁ ଆବେଦନ କରିଥିଲା ଏସ୍‌ଆଇଟି ।

from Kanak News
via <a href="https://ifttt.com/?

ସ୍ଥାନ ଏକ, ଦୁର୍ଘଟଣା ଅନେକ….ପ୍ରଥମେ ଓଲଟିଲା ଗ୍ୟାସ ଟ୍ୟାଙ୍କର : ପରେ ପଲଟିଲା ପୋଲିସ ଭ୍ୟାନ; ଏବେ ମାଲବାହୀ ଟ୍ରକ ଦୁର୍ଘଟଣାଗ୍ରସ୍ତ

କନକ ବ୍ୟୁରୋ : ସ୍ଥାନ ଏକ ହେଲେ ଦୁର୍ଘଟଣା ଅନେକ । ଛତ୍ରପୁରର ତାମ୍ପରା ଠାରେ ଆଜି ଯେଉଁଠି ଗ୍ୟାସ ଟ୍ୟାଙ୍କର ଓଲଟିଥିଲା ସେହି ସ୍ଥାନରେ ତିନି ତିନିଟି ଦୁର୍ଘଟଣା ଘଟିଲାଣି । କିଛି ସମୟ ତଳେ ମିଳିଥିବା ସୂଚନା ଅନୁସାରେ ଏକ ମାଲବାହୀ ଟ୍ରକ ଓଲଟିପଡିବାକୁ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଗ୍ୟାସ ଟ୍ୟାଙ୍କର ଓଲଟିପଡିବାରୁ ରାସ୍ତାକୁ ସିଳ କରି ଗ୍ୟାସ ଖାଲି କରିବାକୁ ପ୍ରୟାସ ଚଳାଇଛି ପ୍ରଶାସନ ।

ଆଉ ଏତିକି ବେଳେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି । ତେବେ ଏହି ମାଲବାହୀ ଟ୍ରକଟିକୁ ସାଇଡ କରିବାକୁ ଗଲାବେଳେ ଭାରସାମ୍ୟ ହରାଇ ଟ୍ରକଟି ଓଲଟିପଡିଥିଲା । ଏହା ପୂର୍ବରୁ ଆଜି ସକାଳେ ଉଦ୍ଧାର କରିବାକୁ ଯାଇଥିବା ପୁଲିସ ଭ୍ୟାନ ମଧ୍ୟ ପଲଟିଯାଇଥିଲା । ଏଥିରେ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ଅଛନ୍ତି । ସେପଟେ ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବା ପାଇଁ ସମଗ୍ର ଛତ୍ରପୁର ସହରରେ ବିଜୁଳି କାଟ କରାଯାଇଛି । ଗ୍ୟାସ ଟ୍ୟାଙ୍କର ଓଲଟି ଥିବା ସ୍ଥାନରେ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ, ପୁଲିସ ଉପସ୍ଥିତ ଅଛନ୍ତି ।

from Kanak News
via <a href="https://ifttt.com/?

ଗ୍ୟାସ ଟ୍ୟାଙ୍କର ଓଲଟିବା ପରେ ଛତ୍ରପୁର ସହରକୁ ବନ୍ଦ ହେଲା ବିଜୁଳି : ବିଦ୍ୟୁତ କାଟ କରି ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବା ପାଇଁ ଚାଲିଛି ପ୍ରୟାସ

କନକ ବ୍ୟୁରୋ : ବ୍ରହ୍ମପୁର ଛତ୍ରପୁର ନିକଟସ୍ଥ ତାମ୍ପରା ଠାରେ ଗ୍ୟାସ ଟ୍ୟାଙ୍କର ଓଲଟିବା ପରେ ଛତ୍ରପୁର ସହରକୁ ବନ୍ଦ ହେଲା ବିଜୁଳି । ଏକ ବିଶେଷଜ୍ଞ ଟିମ ଆସି ଘଟଣା ସ୍ଥଳରେ ପହଚିଂ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଶେଷଜ୍ଞ ଟିମ ପହଚିଂ ଅନୁଧ୍ୟାନ କରିବା ପରେ ବିଦ୍ୟୁତ କାଟ କରି ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବା ପାଇଁ ପ୍ରୟାସ ଚାଲିଛି । କୁହୁଡ଼ି ପାଇଁ ରାସ୍ତା ଦେଖା ନଯିବାରୁ ବ୍ରହ୍ମପୁର ଛତ୍ରପୁର ନିକଟସ୍ଥ ତାମ୍ପରା ଠାରେ ଓଲଟିପଡିଥିଲା ଗ୍ୟାସ ଟ୍ୟାଙ୍କର ।

ରାସ୍ତାର ଉଭୟ ପାଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ପାଶ୍ୱର୍ର ରାସ୍ତାକୁ ବନ୍ଦ କଲା ପୋଲିସ । ଘଟଣାରେ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ଅଛନ୍ତି । ଗ୍ୟାସ ଟ୍ୟାଙ୍କର ଓଲଟି ଥିବା ସ୍ଥାନରେ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ, ପୁଲିସ ଉପସ୍ଥିତ ଅଛନ୍ତି ।

from Kanak News
via <a href="https://ifttt.com/?

ମାମଲା ଯେତିକି ପ୍ରେମିକା ସେତିକି…୨୬ଟି ମାମଲାକୁ ୨୫ଜଣ ପ୍ରେମିକା ! ପ୍ରେମିକାକୁ ଖୁସି କରିବାକୁ ଲୁଟ କରୁଥିଲା ଅଭିଯୁକ୍ତ

କନକ ବ୍ୟୁରୋ : ମାମଲା ଯେତିକି ପ୍ରେମିକା ସେତିକି… ୨୬ଟି ମାମଲାକୁ ୨୫ଜଣ ପ୍ରେମିକା । ନୟାପଲ୍ଲୀ ବୃଦ୍ଧାଙ୍କୁ ହତ୍ୟା କରି ଲୁଟ ମାମଲାରେ ଅଭିଯୁକ୍ତ ନାରାୟଣ ସ୍ୱାଇଁର ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ବେଳେ ଅଭିଯୁକ୍ତ ଠାରୁ ଅଧିକ ତଥ୍ୟ ଓଗାଳିଛି ପୋଲିସ । ଏହି ସମୟରେ କିଛି ରୋଚକ କିନ୍ତୁ ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତର ୨୫ ଜଣ ପ୍ରେମିକା ଥିବା ବେଳେ ପ୍ରେମିକାକୁ ଖୁସି କରିବା ପାଇଁ ଏଭଳି ଲୁଟ ପାଟ କରୁଥିଲା ନାରାୟଣ ।

ଏବେ ସୁଧା ବିଭିନ୍ନ ଥାନାରେ ନାରାୟଣ ନାଁରେ ରହିଛି ୨୬ଟି ମାମଲା । ଅଭିଯୁକ୍ତ ଠାରୁ ଜବତ ହୋଇଛି ସୁନା ଚେନ, ଆକ୍ରମଣ କରିଥିବା କଟୁରୀ । ଏହା ସହ ସେକ୍ସ ରାକେଟରେ ମଧ୍ୟ ଜଡ଼ିତ ଥିଲା ଅଭିଯୁକ୍ତ ନାରାୟଣ । ହକରୁ ସେକ୍ସ ରାକେଟ ଆଣି ଚଳାଇଥିଲା ନାରାୟଣ । ଲକ୍ ଡ଼ାଉନରେ ସେକ୍ସ ରାକେଟ ବନ୍ଦ ହେବା ପରେ ଲୁଟ ପାଟ ଆରମ୍ଭ କରିଥିଲା ଅଭିଯୁକ୍ତ । ଡ୍ରଗ୍ସ, ଲୁଟ, ସେକ୍ସ ରାକେଟରେ ସାମିଲ ଥିଲା ନାରାୟଣ ।

from Kanak News
via <a href="https://ifttt.com/?

ଆଉ ପାଦେ ଆଗେଇଲା ବିଜୁ ପକ୍କା ଘର କଳି : ମୟୁରଭଂଜରେ ବିଜେଡି-ବିଜେପି ମୁହାଁମୁହିଁ

କନକ ବ୍ୟୁରୋ : ମୟୁରଭଂଜରେ ମୁହାଁମୁହିଁ ବିଜେଡି-ବିଜେପି । ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଦିଶା ବୈଠକରେ ହଙ୍ଗାମା । ମୟୁରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୂର୍ମୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିଥିବା ଅଭିଯୋଗରେ ବିଜେଡି କର୍ମୀଙ୍କ ହଙ୍ଗାମା ।

ଗତକାଲି ଦିଶା ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସମେତ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଏବଂ ଜିଲ୍ଲାର ଏକାଧିକ ବିଧାୟକଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଆଲୋଚନାରେ ଜିଲ୍ଲା ପରିଷଦା ଅଧ୍ୟକ୍ଷା ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଘରେ ବିଜୁ ପକ୍କା ଘର ଷ୍ଟିକର ଲଗାଇବାକୁ ବିରୋଧ କରି ମତ ରଖିଥିଲେ । ଏହି ପ୍ରସଙ୍ଗ ଏଜେଣ୍ଡାରେ ନଥିବା ଦର୍ଶାଇ ବିରୋଧ କରିଥିଲେ ବିଜେଡି ସାଂସଦ ମମତା ମହାନ୍ତ ।

କଥା କଟାକଟି ପରେ ଜିଲ୍ଳା ପରିଷଦା ଅଧ୍ୟକ୍ଷା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପଶଦ୍ଦ ପ୍ରୟୋଗ କରିଥିବା କହି ବୈଠକ ବର୍ଜନ କରି ଚାଲିଆସିଥିଲେ ମମତା । ଏହା ପରେ ଆରମ୍ଭ ହୋଇଥିଲା ରାଜନୈତିକ ହାଇଡ୍ରାମା । ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ଶତାଧିକ କର୍ମୀ ସେଠାରେ ରୁଣ୍ଡ ହୋଇ ପାଟିତୁଣ୍ଡ କରିଥିଲେ । ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ବୁଝାସୁଝା ସତ୍ୱେ ସେମାନେ ହଟିନଥିଲେ । ଜିଲ୍ଳା ପରିଷଦ ଅଧ୍ୟକ୍ଷା କ୍ଷମା ମାଗନ୍ତୁ ବୋଲି ଜିଦରେ ଅଡି ବସିଥିଲେ । ପରେ ପୁଲିସ ଆସି ଅନେକ ବିଜେଡି କର୍ମୀଙ୍କୁ ଉଠାଇନେଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started