ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ଟିକା କିଣିବା ଓ କରୋନା ମୁକାବିଲା ନେଇ ସରକାର ଖର୍ଚ୍ଚ କଲେଣି ହଜାର ହଜାର କୋଟି ଟଙ୍କା । ରାଜସ୍ୱ ଭରଣା କରିବାକୁ ଆଗାମୀ ବଜେଟରେ ଆସିପାରେ ‘ଭ୍ୟାକ୍ସିନ୍ ସେସ୍’

କନକ ବ୍ୟୁରୋ : କରୋନା ଭ୍ୟାକ୍ସିନ ଲାଗି ବଜେଟରେ ନୂଆ ସେସ୍ ଲାଗୁ ହୋଇପାରେ । ଏ ନେଇ ଏବେ ର୍ଚ୍ଚା ଜୋର ଧରିଛି । କୋଭିଡ ପରିଚାଳନା କୁ ନେଇ ସରକାର ବହୁ ଅର୍ଥ ଖର୍ଚ୍ଚ କରିସାରିଲେଣି । ଫଳରେ ରାଜକୋଷକୁ ଅଧିକ ପାଣ୍ଠିର ଆବଶ୍ୟକତା ରହିଛି । ଏହାସହ ଚୀନ ସହ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପାଇଁ ସରକାର ଅଧିକ ଅର୍ଥ ବିନିଯୋଗ କରୁଥିବା ଦେଖିବାକୁ ମିଳିଛି । ଏ ସବୁ ଖର୍ଚ୍ଚକୁ ଭରଣା କରିବାକୁ ଫେବୃଆରୀ ମାସରେ ଆସିବାକୁ ଥିବା ବଜେଟରେ କେନ୍ଦ୍ର ସରକାର ‘ଭ୍ୟାକ୍ସିନ୍ ସେସ୍’ ଲାଗୁ କରାଇବା ନେଇ ଘୋଷଣା କରିପାରନ୍ତି ।
ଦେଶରେ କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମିବା ଫଳରେ ଅର୍ଥ ବ୍ୟବସ୍ଥା ସ୍ୱାଭାବିକ ସ୍ଥିତିକୁ ଫେରିବା ଆରମ୍ଭ କରିଛି । ରାଜସ୍ୱ ସଂଗ୍ରହ ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି । ବିଭିନ୍ନ ଚ୍ୟାଲେଞ୍ଜ ସତ୍ତେ୍ୱ ବଜାର ଟ୍ରାକ୍ କୁ ଫେରିଛି । ଏଭଳି ସ୍ଥଳେ ଆଗାମୀ ବଜେଟରେ ଭିତ୍ତିଭୂମି ଓ ନିଯୁକ୍ତି ସୃଷ୍ଟି କରୁଥିବା କ୍ଷେତ୍ର ଗୁଡିକୁ ସରକାର ଗୁରୁତ୍ୱ ଦେଇପାରନ୍ତି । ଯାହା ଫଳରେ ସରକାରଙ୍କୁ ଅଧିକ ଅର୍ଥର ଆବଶ୍ୟକତା ପଡିବ । ଅନ୍ୟପଟେ ଭ୍ୟାକ୍ସିନ ଦେବାକୁ ସରକାରଙ୍କୁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ଆକଳନ କରାଯାଉଛି । ଏହା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହାକୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡରୁ ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ରାଜସ୍ୱ ହ୍ରାସକୁ ଭରଣା କରିବାକୁ ଟିକସ୍ କିମ୍ବା ସେସ୍ ଲାଗୁ କରିବାକୁ ଲକଡାଉନ ସମୟରେ ଟିକସ ଅଧିକାରୀ ମାନେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ଟିକସ ବା ସେସ୍ ଲାଗୁ କରିବାକୁ ଏହା ପ୍ରକୃଷ୍ଟ ସମୟ ନୁହେଁ ବୋଲି କହି ଅର୍ଥ ମନ୍ତ୍ରଣାଳୟ ଏହାକୁ ଟାଳି ଦେଇଥିଲେ । ହେଲେ ସେହି ସମୟରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ୍ ବଢାଇ ଦେଇଥିଲେ । ଏହି ସମୟରେ ରାଜ୍ୟ ସରକାରମାନେ ମଧ୍ୟ ମଦ ଉପରେ ଟିକସ ବଢାଇଥିଲେ ।
ଏଭଳି ସମୟରେ ଦେଶର କିଛି ସରକାରୀ ଅଧିକାରୀ ଏବଂ ଟିକସ ପରାମର୍ଶଦାତା ମାନେ ଭ୍ୟାକ୍ସିନ ନାମରେ ସ୍ପଳ୍ପ ପରିମାଣର ଟିକସ ଲାଗୁ କରାଇବା ନେଇ ଅର୍ଥମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି । କହିରଖୁ କି ଏହା ପୂର୍ବରୁ ମଧ୍ୟ ସରକାର ସ୍ୱାସ୍ଥ୍ୟ ସେବା ଉପରେ ସେସ୍ ଲଗାଇଛନ୍ତି   ।

from Kanak News
via <a href="https://ifttt.com/?

ବ୍ରିସବେନରେ ବ୍ୟତିବ୍ୟସ୍ତ ଟିମ୍ ଇଣ୍ଡିଆ : ହୋଟେଲରେ ଦିଆଯାଉ ନାହିଁ ରୁମ୍ ସର୍ଭିସ; ବେଡ଼ ଠାରୁ ଟୟଲେଟ ଯାଏଁ ନିଜେ ସଫା କରୁଛନ୍ତି ଭାରତୀୟ କିକ୍ରେଟ ଟିମର ଖେଳାଳୀ, ଆପତ୍ତି ପରେ ହସ୍ତକ୍ଷେପ କଲା ବିସିସିଆଇ

କନକ ବ୍ୟୁରୋ : ବ୍ରିସବେନରେ ବ୍ୟତିବସ୍ତ ଟିମ୍ ଇଣ୍ଡିଆ । ଏକ ପ୍ରକାର ଗୃହବନ୍ଦୀ ହୋଇ ରହିଥିବା ଭାରତୀୟ ଖେଳାଳିଙ୍କ ପାଇଁ ନାହିଁ, ସାଧାରଣ ମୌଳିକ ସୁବିଧା । ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଐତିହାସିକ ଡ୍ର ପରେ, ଚତୁର୍ଥ ଟେଷ୍ଟ ଖେଳିବା ପାଇଁ ବ୍ରିସବେନରେ ପହଂଚିଛି ଭାରତୀୟ ଦଳ । ହେଲେ ଏଠାରେ କରାଯାଇଥିବା ବ୍ୟବସ୍ଥା ଭାରତୀୟ ଦଳର ହୋସ ଉଡାଇ ଦେଇଛି । ଟିମ୍ ଇଣ୍ଡିଆର ରହଣୀ ପାଇଁ ହୋଟେଲରେ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ସହଯୋଗ କରିବା ପାଇଁ କେହି ନାହାନ୍ତି ।

ହାଉସକିପିଂ ଯୋଗାଇ ଦିଆଯାଇ ନଥିବାବେଳେ ଖେଳାଳିଙ୍କୁ ନିଜ ରୁମର ବେଡ ନିଜେ ସଜାଡିବାକୁ ପଡୁଛି । ଏପରିକି ବାଥରୁମ୍ ଓ ଟଏଲେଟ ମଧ୍ୟ ନିଜେ ସଫା କରୁଛନ୍ତି ଖେଳାଳି । ଏଭଳି ଅବ୍ୟବସ୍ଥା ଦେଖି ମୁଣ୍ଡରେ ହାତ ଦେଇଛି ଭାରତୀୟ କ୍ରିକେଟ ଦଳ । ହୋଟେଲରେ ଖେଳାଳି ପହଂଚିବା ପରେ ରୁମ ସର୍ଭିସ ସୁବିଧା ନଥିଲା । ନିଜ ବ୍ୟାଗ ଓ କ୍ରୀଡା ଉପକରଣ ଖେଳାଳିମାନେ ବୋହି ବୋହି ନିଜ ରୁମକୁ ନେଇଥିଲେ । ସେହିପରି ରୁମକୁ ଖାଦ୍ୟ ମଗାଇବାର ମଧ୍ୟ ବ୍ୟବସ୍ଥା ରଖାଯାଇ ନାହିଁ । କେବଳ ମୋବାଇଲ ଆପ୍ଲିକେସନ ଜରିଆରେ ବାହାରୁ ଖାଦ୍ୟ ମଗାଇବା ପାଇଁ ବ୍ୟବସ୍ଥା ରଖାଯାଇଛି । କରୋନା ଭାଇରସ ଜନିତ କଟକଣା ପାଇଁ ପୂର୍ବରୁ ଭାରତୀୟ ଦଳ ବ୍ରିସବେନ୍ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲା ।

ଅଗଷ୍ଟ ମାସରୁ ଖେଳାଳିମାନେ ଘରଠାରୁ ଦୂରରେ ଥିଲେ ମଧ୍ୟ ସେମାନଙ୍କୁ ବାରମ୍ବାର କଠୋର କ୍ୱାରେଂଟିନରେ ରହିବାକୁ ପଡୁଛି । ସିଡନୀରେ ମଧ୍ୟ ସେମାନଙ୍କୁ ଏହିଭଳି କଠୋର କଟକଣା ଭିତରେ ରହିବାକୁ ପଡିଥିଲା । କେବଳ ଗ୍ରାଉଣ୍ଡ ଓ ହୋଟେଲ ବ୍ୟତୀତ ଖେଳାଳିମାନେ ଆଉ କୁଆଡେ ଯାଇପାରି ନଥିଲେ । ହୋଟେଲ ବାଉଣ୍ଡରୀରେ ମଧ୍ୟ ବୁଲାବୁଲି କରୁବାକୁ ସୁଯୋଗ ଦିଆଯାଇନଥିଲା । କେବଳ ହୋଟେଲ କକ୍ଷରେ ଖେଳାଳି ପରସ୍ପରକୁ ଭେଟିଥିଲେ । ଏଭଳି ଅବ୍ୟବସ୍ଥାକୁ ନେଇ ବିସିସିଆଇକୁ ଜଣାଇଛନ୍ତି ଭଆରତୀୟ ଖେଳାଳି ।

ସେପଟେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଦିନରୁ ବିବାଦ ହୋଇ ଆସୁଛି । ସିଡନି ଟେଷ୍ଟରେ ଦର୍ଶକମାନଙ୍କ ଜାତିଆଣ ଆକ୍ଷେପ ପରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ଫାଇନ ମଧ୍ୟ ଭାରତୀୟ ଖେଳାଳିଙ୍କୁ ସ୍ଲେଜିଂ କରିବାକୁ ପଛାଇ ନଥିଲେ । ସେ ଭାରତର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ବେଳେ ରବିଚନ୍ଦନ ଅଶ୍ୱିନଙ୍କୁ ‘ବତକ’ ବୋଲିଂ ସମ୍ବୋଧନ କରିଥିଲେ । ବାରମ୍ବାର ବିଭିନ୍ନ କଥା କହି ଚିଡ଼ାଉ ଥିଲେ । ଅଶ୍ୱିନ ମଧ୍ୟ ତାଙ୍କୁ କଡ଼ା ଜବାବ ଦେଇଥିଲେ ।

from Kanak News
via <a href="https://ifttt.com/?

ବିଏମସିର ବିଜ୍ଞପ୍ତି ପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୂଚନା : ମାଗଣାରେ ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ

କନକ ବ୍ୟୁରୋ : ରାଜଧାନୀର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ବଜାରରେ ଭୋକିଲା ରହୁଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଜାନୁଆରି ୮ରେ ଏକ ଟ୍ରଷ୍ଟ ଅନ୍ନପୂର୍ଣ୍ଣାକୁ ଲୋକାର୍ପିତ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ହେଲେ ଏବେ ଅନ୍ନପୂର୍ଣ୍ଣା ଯୋଜନା ଅଧିନରେ ମାଗଣା‌ରେ ନୁହେଁ ବରଂ ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ହେବ। ଏ ନେଇ ଆଜି ଘୋଷଣା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଏମସିର ବିଜ୍ଞପ୍ତି ପରେ ଅପରାଜିତା ଷଡଙ୍ଗୀ ଏଭଳି ସୂଚନା ଦେଇଛନ୍ତି।

ବିଏମସିର ନୂଆ ବିଜ୍ଞପ୍ତି ଅନୁଯାୟୀ, ରାସ୍ତାକଡ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟନ୍ତୁ । ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ ବୋଲି କୁହାଯାଇଛି । ଏପରି ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି ।

ପ୍ରକୃତ କଥା ହେଲା ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ବିଏମସି । ହେଲେ ରାସ୍ତାକଡ ବାସହରାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବାରୁ ସେମାନେ ବିଏମସି ପରିଚାଳିତ ଆଶ୍ରୟସ୍ଥଳକୁ ଯାଉନଥିବା ଦେଖିବାକୁ ମିଳୁଛି । ତେଣୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି କଡା କଟକଣା ଲଗାଇଛି ବିଏମସି । ଏଥିପାଇଁ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ବିଜ୍ଞପ୍ତି ପ୍ରକାଶ ପରେ ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ୧ଟଙ୍କାରେ ଖାଦ୍ୟ ଯୋଗାଇଦିଆଯିବ ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି।

from Kanak News
via <a href="https://ifttt.com/?

କପା ବୋଝେଇ ଟ୍ରାକ୍ଟର ଓଲଟି ୨ମୃତ : ଶିଖରପାଇ ନିକଟସ୍ଥ ଧାମଲିମା ଛକରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର

କନକ ବ୍ୟୁରୋ : ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ‌କପା ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଥିବା ଜଣାପଡ଼ିଛି । ଟ୍ରାକ୍ଟରଟି ସଇକରପାଇରୁ ବେଳକଣାକୁ ଯାଉଥିଲା। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ମୃତକମାନେ ହେଲେ ଟ୍ରାକ୍ଟର ଚାଳକ ଶିଶିର ମିନିଆକା ଏବଂ ମହିଳା ଶ୍ରମିକ ସୁବର୍ଣ୍ଣା ମଲାରିଆ ।

ମିଳିଥିବା ସୂଚନା ମୁତାବକ, କପା ନେଇ ଯାଉଥିବା ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଧାମଳିଆ ନିକଟସ୍ଥ କ୍ରିକାଲ ପାଡୁ ଗ୍ରାମ ରାସ୍ତାରେ ଓଲଟିପଡ଼ିଥିଲା। ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ୩ଜଣ ମହିଳା ଶ୍ରମିକଙ୍କୁ ଜିଲ୍ଲା ମେଡିକାଲକୁ ପଠାଯାଇଥିଲା। ସେଠାରେ ସୁବର୍ଣ୍ଣା ମଲାରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଥିବା ଅନ୍ୟ ଦୁଇଜଣ ମହିଳାଙ୍କ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଘଟଣା ବିଷୟରେ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି ପୁଲିସ।

from Kanak News
via <a href="https://ifttt.com/?

କାହାକୁ ଦିଆଯିବ କେଉଁ ଟିକା, ହିତାଧିକାରୀ କରିପାରିବେନି ପସନ୍ଦ : ସମୁହ ଟିକାକରଣରେ ଲାଗିବ ୨ଟି ଯାକ ଭ୍ୟାକକ୍ସିନ

କନକ ବ୍ୟୁରୋ : କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପହଂଚି ଯାଇଥିବା ବେଳେ ୧୬ ତାରିଖରେ ହେବ ମେଗା ଟିକାକରଣ । ହେଲେ କେଉଁ ହିତାଧିକାରୀଙ୍କୁ କେଉଁ ଟିକା ଦିଆଯିବ ତାହା ସରକାର ସ୍ଥିର କରିବେ । ଅର୍ଥାତ ହିତାଧିକାରୀ କହିପାରିବେନି ତାଙ୍କୁ କେଉଁ ଟିକା ଦିଆଯିବ । କୋଭିସଲ୍ଡ ଓ କୋଭାକ୍ସିନ ୨ଟି ଟିକାକୁ ଅନୁମତି ଦେଇଛି ଡ଼ିଜିସିଆଇ । ତେଣୁ ସରକାର କହିଛନ୍ତି ସମୁହ ଟିକାକରଣରେ ଏହି ୨ଟି ଯାକ ଭ୍ୟାକକ୍ସିନ ଲାଗିବ ।

କୋଭାସିଲ୍ଡ ପରେ ରାଜ୍ୟରେ ପହଂଚିଲା କୋଭାକ୍ସିନ୍ ଟିକା । ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଂଚିଲା କୋଭାକ୍ସିନ ଟିକା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ଦେଶୀ ଟିକା କୋଭାକ୍ସିନ । ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନର ୨୦ହଜାର ଡୋଜ ରାଜ୍ୟରେ ପହଂଚିଛି । ଟିକାକୁ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି । ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ । ସେପଟେ ପୁନେରୁ ଭୁବନେଶ୍ୱର କୋଭିସଲ୍ଡ ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି ।

ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି । କଟକକୁ ୧୯ ହଜାର ଶହେ ଡୋଜ, ନୟାଗଡକୁ ୪ ହଜାର ଡୋଜ ଓ ପୁରୀକୁ ଯାଇଛି ୭ ହଜାର ଡୋଜ । କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଏହି ଟିକା ସଂପୃକ୍ତ ଜିଲ୍ଲାଗୁଡିକୁ ଯାଇଛି । ଆଜି ମଧ୍ୟ ବିଭିନ୍ନ ଜିଲ୍ଲ୍ାକୁ ଟିକା ପଠାଇବା କାମ ଚାଲିଛି । ମଙ୍ଗଳବାର ପୁଣେରୁ ରାଜ୍ୟକୁ ଆସିଛି ମୋଟ୍ କୋଭିସିଲ୍ଡିର ୪୦ ହଜାର ୮ ଶହ ଭାୟାଲ । ଏଥିରେ ୪ ଲକ୍ଷ ୮ ହଜାର ଡୋଜ କୋଭିଡ୍ ଟିକା ରହିଛି ।

from Kanak News
via <a href="https://ifttt.com/?

ଓଡ଼ିଶାରେ ପହଞ୍ଚିଲା ଭାରତର ସମ୍ପୂର୍ଣ୍ଣ ଦେଶୀ କୋଭାକ୍ସିନ ଟିକା । ୨୦ ହଜାର ଡୋଜ କୋଭାକ୍ସିନ ଟିକା ପାଇଲା ଓଡ଼ିଶା । 

କନକ ବ୍ୟୁରୋ : କୋଭିସିଲ୍ଡ ପରେ ଆସିଲା କୋଭାକ୍ସିନ । ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ ଟିକା । କୋଭାକ୍ସିନ ଟିକା ହାଇଦ୍ରାବାଦରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ସମ୍ପୂର୍ଣ୍ଣ ଦେଶୀ ଟିକା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ ହଜାର ଡୋଜ ରାଜ୍ୟରେ ପହଞ୍ଚିଛି ।

ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକସିନ୍ ହେଉଛି ଭାରତର ସଂପୂର୍ଣ୍ଣ ଦେଶୀ ଟିକା । ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ ଟିକା କିଣିବେ କେନ୍ଦ୍ର ସରକାର । ସେପଟେ ଭାରତ ବାୟୋଟେକ୍, ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ ବୋଲି ଘୋଷଣା କରିଛି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଟିକା ଦେବା ପାଇଁ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।

ସେହିଭଳି ଗତକାଲି ପୁଣେରୁ ଭୁବନେଶ୍ୱର କରୋନା ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି । କଟକକୁ ୧୯ ହଜାର ଶହେ ଡୋଜ, ନୟାଗଡକୁ ୪ ହଜାର ଡୋଜ  ଓ ପୁରୀକୁ ଯାଇଛି ୭ ହଜାର ଡୋଜ । କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ  ଏହି ଟିକା ସଂପୃକ୍ତ ଜିଲ୍ଲାଗୁଡିକୁ ଯାଇଛି ।  ମଙ୍ଗଳବାର ପୁଣେରୁ ରାଜ୍ୟକୁ ଆସିଛି  ମୋଟ୍ କୋଭିସିଲ୍ଡିର  ୪୦ ହଜାର  ୮ ଶହ ଭାୟାଲ । ଏଥିରେ ୪ ଲକ୍ଷ ୮ ହଜାର ଡୋଜ କୋଭିଡ୍ ଟିକା ରହିଛି ।ଆଉ ଆଜି ସକାଳୁ ବିଭିନ୍ନ ଜିଲ୍ଲା ଗୁଡିକ ଟିକା ପଠାଇବାର ପ୍ରସ୍ତୁତି ସକାଳୁ ସକାଳୁ ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ଓଲଟିଲା ଗ୍ୟାସ ଟ୍ୟାଙ୍କର : କୁହୁଡି ପାଇଁ ରାସ୍ତା ଦେଖା ନ ଯିବାରୁ ଭାରସାମ୍ୟ ହରାଇ ଓଲଟିଲା; ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ ଓ ପୋଲିସ ଉପସ୍ଥିତ

କନକ ବ୍ୟୁରୋ : ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତ୍ରପୁର ନିକଟସ୍ତ ହୁମୁରି ତାମ୍ପରାଠାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଘନ କୁହୁଡ଼ି ପାଇଁ ଏଭଳି ଘଟିଥିବା କହିଛନ୍ତି ସାମାନ୍ୟ ଆହତ ହୋଇଥିବା ଟ୍ୟାଙ୍କର ଚାଳକ। ତେବେ ଏହି ଦୁର୍ଘଟଣା‌ ପରେ ୧୬ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ବରୁ ଗାଡ଼ି ଚଳାଚଳକୁ ବନ୍ଦ ରଖିଛି ପୁଲିସ। ଛତ୍ରପୁର ସମତେ ଆଖପାଖ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସରବରାହକୁ ବନ୍ଦ ରଖାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ସମେତ ତହସିଲଦାର, ଅତିରିକ୍ତ ଏସପି, ପରିବହନ ବିଭାଗ ଏବଂ ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛନ୍ତି । ଓଲିଟିଥିବା ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ଗ୍ୟାସ ଟ୍ୟାଙ୍କର(ନମ୍ବର ଜିଜେ୦୬ଏକ୍ସଏକ୍ସ-୧୫୧୨)ଟି ବିଶାଖାପାଟରାରୁ ଜଟଣୀକୁ ଏଚପି ଗ୍ୟାସ ନେଇ ଫେରୁଥିଲା । ସକାଳ ୫ଟା ୩୦ମିନିଟରେ ଛତ୍ରପୁର ନିକଟସ୍ତ ହୁମୁରି ତାମ୍ପରାଠାରେ ଘନ କୁହୁଡ଼ି ପାଇଁ ରାସ୍ତା ଦେଖାନଯିବାରୁ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା । ଚାଳକଜଣଙ୍କ ଜମସେଦପୁର ବାସିନ୍ଦା ହୋଇଥିବା ବେଳେ ଦୁର୍ଘଟଣା ପରେ ଚାଳକ ସାମନ୍ୟା ଆହତ ହୋଇଥିବା ଜଣାପଡ଼ିଛି । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ୨୦୧୬, ଜାନୁଆରି ୧୮ରେ ୧୬ନମ୍ବର ଜାତୀୟ ରାଜପଥରେ ଥିବା ଛତ୍ରପୁର କଲେଜ ଛକ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଓଲିଟିବାରୁ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ୨୪ଘଣ୍ଟା ପର୍ଯ୍ୟନ୍ତ ଛତ୍ରପୁର ସହରକୁ ବନ୍ଦ ରଖାଯିବା ସହ ବିଦ୍ୟୁତ ସରବରାହକୁ ବନ୍ଦ କରାଯାଇଥିଲା ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ରାସ୍ତାକଡରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା : ବିନା ଅନୁମତିରେ ବାଣ୍ଟିବା ଉପରେ ଲାଗିଲା ପ୍ରତିବନ୍ଧକ

କନକ ବ୍ୟୁରୋ : ଭୁବନେଶ୍ୱରରେ ରାସ୍ତାକଡରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା । ଏହି ପ୍ରତିବନ୍ଧକ ଲଗାଇଛି ବିଏମସି । ରାସ୍ତାକଡ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟିବା ପାଇଁ କୁହାଯାଇଛି । ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ ବୋଲି କୁହାଯାଇଛି । ଏପରି ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି ।

କଥାହେଲା ଭୁବନେଶ୍ୱକୁ ଭିକାରୀମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ବିଏମସି । ହେଲେ ରାସ୍ତାକଡ ବାସହରାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଂଟନ କରାଯାଉଥିବାରୁ ସେମାନେ ବିଏମସି ପରିଚାଳିତ ଆଶ୍ରୟସ୍ଥଳକୁ ଯାଉନଥିବା ଦେଖିବାକୁ ମିଳୁଛି । ତେଣୁ ସେମାନଙ୍କ ମାନସିକତାରେ ପରିବର୍ତନ ଆଣିବା ପାଇଁ ଏଭଳି କଡା କଟକଣା ଲଗାଇଛି ବିଏମସି । ଏଥିପାଇଁ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

from Kanak News
via <a href="https://ifttt.com/?

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଘାଟିରେ ବସ୍ ଦୁର୍ଘଟଣା : ଭାରସାମ୍ୟ ହରାଇ ଆମପାଣି ଘାଟିରୁ ଓଲଟିଲା ବସ୍

କନକ ବ୍ୟୁରୋ : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଆମପାଣି ଘାଟିରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ବସ୍ । ଦୁଇ ଜଣ ଆହତହୋଇଛନ୍ତି । ଦୁଇ ଆହତଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଦିଲଖୁସ୍ ନାମକ ଏହି ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ମାଲକାନଗିରିକୁ ଯାତ୍ରା କରୁଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସି ଯାଇଥିଲା । ବସ୍ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

from Kanak News
via <a href="https://ifttt.com/?

କଟକରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ : ବିଡ଼ାନାସୀ ସ୍ଥିତ ଦେଉଳସାହୀ ଦେବୀ ଘର ନିକଟରୁ ଜବତ ହେଲା ୧୦୬ଗ୍ରାମ ବ୍ରାଉନ ସୁଗାର; ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : କଟକରୁ ବ୍ରାଉନ ସୁଗାର ଜବତ । ବିଡ଼ାନାସୀ ସ୍ଥିତ ଦେଉଳସାହୀ ଦେବୀ ଘର ନିକଟରୁ ଜବତ ହେଲା ୧୦୬ଗ୍ରାମ ବ୍ରାଉନ ସୁଗାର । ଘଟଣାରେ ୫ଜଣଙ୍କୁ ଗିରଫ କରିଛି ବିଡ଼ାନାସୀ ଥାନା ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧୦ଲକ୍ଷରୁ ଅଧିକ ହୋଇଥିବା ସୂଚନା ରହିଛି । ବ୍ରାଉନ ସୁଗାର କାରବାର ନେଇ ପୋଲିସକୁ ଖବର ମିଳିବା ପରେ ଚଢ଼ାଉ କରିଥିଲା ପୋଲିସ । ବ୍ରାଉନ ସୁଗାର ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଦେଉଳସାହି ଦେବୀଘର ପଛପଟେ ବ୍ରାଉନସୁଗାର କାରବାର ଗଲା କିଛି ମାସ ହେବ ଚାଲିଆସିଥିବା ସଂପର୍କରେ ପୁଲିସ ଖବର ପାଇଥିଲା। ଗଲା ସୋମବାର ସକାଳ ପ୍ରାୟ ୯ଟା ବେଳେ ବ୍ରାଉନସୁଗାର ମାଫିଆ ପାଉଡର‌୍‌ ବିକ୍ରି କରିବାକୁ ଯୋଜନା କରୁଥିଲେ । ଏହି ସମୟରେ ବିଡାନାସୀ ଥାନା ପୁଲିସ ଚଢ଼ଉ କରି ୫ ଜଣ ବ୍ରାଉନସୁଗାର ମାଫିଆ ବିଡାନାସୀ ହନୁମାନ ମନ୍ଦିର ଅଞ୍ଚଳର ଦେବାଶିଷ ବିଶ୍ବାଳ ଓରଫ ପୁଅ, ରଘୁନାଥ ଜିଉ କଲେଜ ନିକଟରେ ରହୁଥିବା ବିଶ୍ବରଞ୍ଜନ ସ୍ବାଇଁ ଓରଫ ସୁକୁନ, ଲାଲବାଗ ଖ୍ରୀଷ୍ଟିଆନ୍‌ ସାହିର ଶ୍ରୀରାଜ ପାତ୍ର ଓରଫ ବାବୁ, ମାଲଗୋଦାମ ଯୋବ୍ରା ଅଞ୍ଚଳର ମନୋଜ କୁମାର ଦାସ ଓ ନୟାଗଡ଼ ସୁନାଖଳାର ସୁମନ୍ତ କୁମାର ମାଝିକୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ମୋଟ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ କରିଥିବା ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିଓ୍ୱାରୀ ସୂଚନା ଦେଇଛନ୍ତି।

from Kanak News
via <a href="https://ifttt.com/?

Design a site like this with WordPress.com
Get started