ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆକୁ ମିଳୁନି ସୁବିଧା । ଖେଳାଳି ନିଜେ ପାଇଖାନା ସଫା କରୁଛନ୍ତି, ଗୋଟିଏ ମହଲାରୁ ଆଉ ଗୋଟିଏ ମହଲାକୁ ଆସିବାକୁ ମିଳୁନି ଅନୁମତି ।

କନକ ବ୍ୟୁରୋ : ଅତି ଗୁରୁତ୍ବପୂର୍ଣ୍ଣ ଚତୁର୍ଥ ‌ଟେଷ୍ଟ୍ ଖେଳିବା ଲାଗି ମଙ୍ଗଳବାର ଭାରତୀୟ କ୍ରିକେଟ୍ ଦଳ ସିଡନିରୁ ବ୍ରିସୋବନରେ ପହଞ୍ଚିଛି। ଗାବା ଷ୍ଟାଡିୟମଠାରୁ ୪ କିଲୋମିଟର ଦୂରରେ ଥିବା ଏକ ପଞ୍ଚତାରକା ହୋଟେଲରେ କ୍ରିକେଟ୍ ଅଷ୍ଟ୍ରେଲିଆ ଭାରତୀୟ ଖେଳାଳିଙ୍କ ରହଣୀ ବ୍ୟବସ୍ଥା କରିଛି। ହୋଟେଲର କୋଠରିଗୁଡ଼ିକୁ ଭାରତୀୟ ଖେଳାଳି ପସନ୍ଦ କରିଛନ୍ତି। ତେବେ ଏଠାରେ ସଂପ୍ରତି ଅନ୍ୟ କେହି ନଥିବାରୁ ହୋଟେଲରେ ରହିବା ଜେଲଖାନାରେ ରହିବା ଭଳି ଲାଗୁଛି ବୋଲି ଭାରତୀୟ ଦଳର ଜଣେ ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି। ସେହିଭଳି କ୍ରିକେଟ୍ ଅଷ୍ଟ୍ରେଲିଆ ଯେଉଁ ସବୁ ସୁବିଧା ସୁଯୋଗ ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା, ହୋଟେଲରେ ତା’ର ଠିକ୍ ବିପରୀତ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ଏପରିକି ଭାରତୀୟ ଦଳ ମୌଳିକ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ ହେଉଥିବା ଜଣାପଡ଼ିଛି।
ନିଜେ ପାଇଖାନା ସଫା କରୁଛନ୍ତି, ଶେଯ ବିଛାଉଛନ୍ତି

ଭାରତୀୟ ଖେଳାଳିମାନେ ରହୁଥିବା ହୋଟେଲର ଗୋଟିଏ ମହଲାରୁ ଅନ୍ୟ ମହଲାକୁ ଯାତାୟତ ଉପରେ ମଧ୍ୟ ଅଙ୍କୁଶ ରହିଛି। ଖେଳାଳିମା‌ନେ ଆପାତତଃ ନିଜ ନିଜ କୋଠରି ଭିତରେ ଆବଦ୍ଧ ରହୁଛନ୍ତି। ବାହାରୁ କେହି ହୋଟେଲ ଭିତରେ ପ୍ରବେଶ କରିବାର ଅନୁମତି ନଥିବାରୁ ନିଜ କାମ ନିଜେ କରିବାକୁ ବାଧ୍ୟ ହେଉଛନ୍ତି। ଶେଯ ବିଛାଇବାଠାରୁ ଆରମ୍ଭ କରି ପାଇଖାନା ସଫା ପର୍ଯ୍ୟନ୍ତ ସବୁକାମ କରିବାକୁ ବାଧ୍ୟ ହେଉଛନ୍ତି। ଖାଦ୍ୟ ହୋଟେଲ୍‌ ନିକଟରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରୁ ଆସୁଛି। ହୋଟେଲରେ କିନ୍ତୁ ଅନ୍ୟ କୌଣସି ଅତିଥି ନାହାନ୍ତି। ଏହା ଏକ ଭୂତକୋଠି ଭଳି ଲାଗୁଛି। ଭାରତୀୟ ଖେଳାଳିଙ୍କୁ ସୁଇମିଂ ପୁଲ୍ କିମ୍ବା ବ୍ୟାୟାମଶାଳା ବ୍ୟବହାର କରିବାର ଅନୁମତି ନାହିଁ। ଯେଉଁ ଜିମ୍ ଅଛି, ତାହା ମଧ୍ୟ ଅତି ନିମ୍ନମାନର, ଅନ୍ତର୍ଜାତୀୟ ସ୍ତରର ନୁହେଁ। ଅନ୍ୟାନ୍ୟ ସୁବିଧା‌ ସୁଯୋଗ ବ୍ୟବହାର କରିବା ଉପରେ ବି ଅଙ୍କୁଶ ରହିଛି। ଅଷ୍ଟ୍ରେଲିଆ ପହଞ୍ଚିବା ପରେ ଭାରତୀୟ ଖେଳାଳିଙ୍କର ୧୫ରୁ ୨୦ଥର କୋଭିଡ୍ ପରୀକ୍ଷା ହୋଇସାରିଲାଣି। ବାଧ୍ୟତାମୂଳକ ସଙ୍ଗରୋଧ ବି ଶେଷ ହୋଇଛି।

ଏଥିନେଇ ଭାରତୀୟ ଖେଳାଳିଙ୍କ ଅଭିଯୋଗ ପରେ ବିସିସିଆଇ ହସ୍ତକ୍ଷେପ କରିଛି। ତୁରନ୍ତ ଏହାର ପ୍ରତିକାର କରିବାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ କହିଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ ବି ସମସ୍ତ ସୁବିଧାସୁଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛି। ଭାରତୀୟ ଦଳ ହୋଟେଲରେ ଥିବା ସମସ୍ତ ଲିଫ୍ଟ ବ୍ୟବହାର କରିପାରିବ। ସେମାନେ ମଧ୍ୟ ଜିମର ଉପଯୋଗ କରିପାରିବେ। ସେମାନଙ୍କୁ ରୁମ୍‌ ସେବା ଏବଂ ସଫେଇ କର୍ମଚାରୀ ଯୋଗାଇ ଦିଆଯିବ। ପୁଣି ଭାରତୀୟ ଦଳକୁ ଏକ ସ୍ବତନ୍ତ୍ର ରୁମ୍‌ ଯୋଗାଇ ଦିଆଯିବ ଯେଉଁଠାରେ କି ଖେଳାଳିମାନେ ଏକତ୍ରିତ ହୋଇ ବୈଠକ ବି କରିପାରିବେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ କହିଛି।

from Kanak News
via <a href="https://ifttt.com/?

ରାଜଧାନୀରେ ମୋ ସାଇକେଲ ଯୋଜନାର ବିକଳ ଚିତ୍ର : କାମରେ ଆସୁନି ମୋ ସାଇକେଲ, ରାସ୍ତା କଡରେ ପଡି ରହି ଉଜୁଡି ଗଲାଣି ଅନେକ; ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କା

କନକ ବ୍ୟୁରୋ : ବିପର୍ଯ୍ୟସ୍ତ ହୋଇପଡିଛି ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମୋ ସାଇକଲ୍ ସେବା । ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଇଗଲାଣି ବହୁ ସଂଖ୍ୟକ ସାଇକେଲ । ଏପଟେ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ହାତଗଣତି । ତେବେ ବିଏମସି କମିସନର କହିଛନ୍ତି, ଯାହା ସମସ୍ୟା ରହିଛି, ମାସକ ମଧ୍ୟରେ ତା’ର ସମାଧାନ କରାଯିବ ।

କେଉଁ ସାଇକେଲ, ଭଙ୍ଗା ଅବସ୍ଥାରେ ପଡିରହିଛି, କାହା ଉପରେ ବହଳ ମୋଟାର ଧୂଳି ଜମିଛି, ଆଉ କାହାର ସିଟ୍ କଣା ହେଇଗଲାଣି । ଅନେକ ସାଇକେଲରେ ଲକ୍ ସ୍କାନର ମଧ୍ୟ କାମ କାମ କରୁନାହିଁ । ୨୦୧୮ରେ ରାଜଧାନୀରେ ବଡ଼ ଧୁମଧାମରେ ଆରମ୍ଭ ହୋଇଥିଲା ମୋ ସାଇକଲ ସେବା । କିନ୍ତୁ ରକ୍ଷଣାବେକ୍ଷଣାର ଅଭାବ ହେତୁ ସାଇକେଲଗୁଡିକ ନଷ୍ଟ ହେବାକୁ ବସିଲାଣି । ଏବେ ମୋ ସାଇକଲ ବ୍ୟହହାରୀଙ୍କ ସଂଖ୍ୟା ମଧ୍ୟ ହାତଗଣତି ।

ମୋ ସାଇକଲ ପାଇଁ ରହିଛି ସ୍ୱତନ୍ତ୍ର ସାଇକେଲିଂ ଟ୍ରାକ । ହେଲେ ଏବେ ଏହି ଟ୍ରାକ୍ରେ ପାଲଟିଛି ପାର୍କିଂ ସ୍ଥଳ । ତେବେ ବିଏମସି କମିସନର କହିଛନ୍ତି, ମୋ ସାଇକଲ ସେବାରେ ଯେଉଁ ସମସ୍ୟା ରହିଛି, ମାସକ ମଧ୍ୟରେ ତାର ସମାଧାନ କରାଯିବ । ଏବେ ମୋ ସାଇକଲ ପାଇଁ ୩ଟି ଆପ୍ ବ୍ୟବହାର ହେଉଛି, ଆଗକୁ ଗୋଟିଏ ଆପ୍ କରାଯିବ । ଏବେ ଦେଖିବାକୁ ବାକି ରହିଲା, କେବେ ସମସ୍ୟାର ସମାଧାନ ହେଉଛି, କେବେ ମୋ ସାଇକେଲ ସେବାରେ ସୁଧାର ଆସୁଛି ।

from Kanak News
via <a href="https://ifttt.com/?

ଆଜି ରାଜ୍ୟ ଔଷଧ ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ଯାଉଛି କରୋନା ଟିକା : ଟିକା ନେବା ପାଇଁ ପ୍ରସ୍ତୁତ ରହିଛି ଗାଡ଼ି; ୪୮ ଘଂଟା ଭିତରେ ସାରା ରାଜ୍ୟରେ ଟିକା ପହଂଚାଇବାକୁ ଟାର୍ଗେଟ

କନକ ବ୍ୟୁରୋ : ପୁନେରୁ ଭୁବନେଶ୍ୱର କରୋନା ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି । କଟକକୁ ୧୯ ହଜାର ଶହେ ଡୋଜ, ନୟାଗଡକୁ ୪ ହଜାର ଡୋଜ ଓ ପୁରୀକୁ ଯାଇଛି ୭ ହଜାର ଡୋଜ । କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଏହି ଟିକା ସଂପୃକ୍ତ ଜିଲ୍ଲାଗୁଡିକୁ ଯାଇଛି । ଆଜି ମଧ୍ୟ ବିଭିନ୍ନ ଜିଲ୍ଲାକୁ ଟିକା ପଠାଇବା କାମ ଚାଲିଛି । ମଙ୍ଗଳବାର ପୁଣେରୁ ରାଜ୍ୟକୁ ଆସିଛି ମୋଟ୍ କୋଭିସିଲ୍ଡିର ୪୦ ହଜାର ୮ ଶହ ଭାୟାଲ । ଏଥିରେ ୪ ଲକ୍ଷ ୮ ହଜାର ଡୋଜ କୋଭିଡ୍ ଟିକା ରହିଛି ।

କଟକ ଓ ପୁରୀରେ ପହଁଚିଛି କରୋନା ଟିକା । ପ୍ରଥମ ପର୍ଯ୍ୟାୟରେ ୧୧ଟି ଟିକାଦାନ କେନ୍ଦ୍ରରେ ୧୧ ଶହ ଡୋଜ୍ ଟିକା ଦିଆଯିବ । ଜିଲ୍ଲାରେ ଟିକାଦାନ କେନ୍ଦ୍ର କେଉଁଠାରେ ରହିବ ତାହା ସ୍ଥିର ହୋଇନଥିବା ଜଣାପଡିଛି । କଟକରେ ପ୍ରଥମେ ସମସ୍ତ କରୋନା ଟିକାକୁ ସିଟି ହସ୍ପିଟାଲରେ ଷ୍ଟୋରେଜ କରି ରଖାଯାଇଛି ।

ସେହିଭଳି ପୁରୀ ଜିଲ୍ଲା ସଦର ହସ୍ପିଟାଲକୁ ପ୍ରଥମ ପର୍ଯ୍ୟାୟରେ ୭ ହଜାର ଭାକସିନ୍ ଆସିଛି । ଏହାକୁ ସଦର ଡାକ୍ତରଖାନାର ଟିକା ଭଣ୍ଡାରରେ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ପୁରୀରେ ୧୦ ହଜାର ୭୭୯ ଜଣ କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଯିବ । ଆଜି ଏନେଇ ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୁରୀ ମୁଖ୍ୟାଳୟ ବାଦ୍ ୬ଟି ପିଏଚସିକୁ ଏହି ଟିକାପ୍ରେରଣ କରାଯିବ । ପୁରୀ ଜିଲ୍ଲାରେ ମୋଟ୍ ୬୭ଟି କେନ୍ଦ୍ରରେ କରୋନା ଟିକାକରଣ କରାଯିବ ବୋଲି ସୂଚନା ମିଳିଛି । ଏଥିରେ ୨୭୮ ଜଣ ଭାକସିନେଟର ନିୟୋଜିତ ହେବେ ।

from Kanak News
via <a href="https://ifttt.com/?

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସଂପଦ ଅଧିକାରୀ : ମତ୍ସ୍ୟ ପ୍ରକଳ୍ପ ମଂଜୁରୀ କରାଇଦେବାକୁ ନେଇଥିଲେ ଲକ୍ଷେ ୧୦ ହଜାର ଲାଂଚ; ଟଙ୍କା ସହିତ ଧରିଲା ଭିଜିଲାନ୍ସ ଟିମ୍

କନକ ବ୍ୟୁରୋ : ବାରିପଦାରୁ ଆସିଛି ଭିଜିଲାନ୍ସ ଚଢାଉର ଖବର । ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ । ନଗଦ ଲକ୍ଷେ ୧୦ ହଜାର ଟଙ୍କା ସହିତ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୟୂରଭଂଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡେଇ । ତାଙ୍କର ବାସଭବନରେ ଚଢଉ କରି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ବାରିପଦା ସହରର ଧରୁଜଟି ଦାସଙ୍କ ନିକଟରୁ ବାୟୋଫ୍ଲକ ଏବଂ ଅନ୍ୟ ଏକ ଯୋଜନାରେ ଦୁଇଟି ମତ୍ସ୍ୟ ପ୍ରକଳ୍ପର ମଂଜୁରୀ କରାଇଦେବାକୁ ସେ ୧ ଲକ୍ଷ ୧୦ ହଜାର ଟଙ୍କାର ଲାଂଚ ନେଇଥିବା ଜଣାପଡିଛି । ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ଭିଜିଲାନ୍ସ ଡିଏସପି ଶରତ ମହାପାତ୍ରଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା ।

ସେପଟେ ଭିଜିଲାନ୍ସ ଜାଲରେ ଭବାନୀପାଟଣା କୁଟୁରୁଖଣାର ସେକ୍ଟରର ଆଇସିଡିଏସ ସୁପରଭାଇଜର ରାଧାରାଣୀ ଦେଇ । ୧୦ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହାଣ୍ଡରେ ଗିରଫ କରିଛି । ଅକ୍ଟୋବର, ନଭେମ୍ୱର ଓ ଡିସେମ୍ୱର ମାସର ଅଣ୍ଡା ଓ ପନିପରିବା ବାବଦର ବିଲ୍ ପାସ୍ କରିଦେବା ପାଇଁ କୁରୁମାଚୁଆଁ ଅଙ୍ଗନୱାଡି ଦିଦିଙ୍କ ଠାରୁ ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଲାଂଚ ଟଙ୍କାକୁ ଆଇସିଡିଏସ ନେବା ସମୟରେ ନୂଆପଡା ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କୁ ଗିରଫ କରିଛି ।

from Kanak News
via <a href="https://ifttt.com/?

କରୋନା ଟିକା ଦେବା ନାଁ ହୋଇପାରେ ବଡ ଧରଣର ସାଇବର ଠକେଇ । ଫୋନରେ କୌଣସି ବ୍ୟକ୍ତିଗତ ତଥ୍ୟ ନ ଦେବାକୁ ସତର୍କ କଲା କମିଶନରେଟ ପୋଲିସ ।

କନକ ବ୍ୟୁରୋ : କରୋନା ସଂକ୍ରମଣ ବ୍ୟାପି ଚାଲିଥିବାବେଳେ ହିଁ ସାଇବର ଠକମାନେ ଅଧିକ ସକ୍ରିୟ ହୋଇ ଉଠିଥିଲେ। ମଦ ହୋମ୍ ଡେଲିଭରି, ରେସ୍ତୋରାଁର ଲୋଭନୀୟ ଅଫର, ଘରେ ବସି କୋରିଅର ସେବା, ଅନଲାଇନ୍‌ କାରବାର ନାଁରେ ସାଇବର ଠକମାନେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ। ଏବେ ସେମାନଙ୍କ ପାଇଁ ସେମିତି ଏକ ସୁଯୋଗ ଆସିଛି। କରୋନା ଟିକା ନାଁରେ ସାଇବର ଠକମାନେ ଠକେଇ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ କମିସନରେଟ୍‌ ପୁଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି।

ଡିସିପି ଉମାଶଙ୍କର ଦାଶଙ୍କ ସୂଚନାନୁସାରେ ସାଇବର ଠକମାନେ ଲୋକଙ୍କ ପାଖକୁ ଫୋନ୍ କରିବେ। ଟିକା ପାଇଁ ରେଜିଷ୍ଟ୍ରେସନ କରାଇବାକୁ କହି ଆଧାର କାର୍ଡ, ଇ-ମେଲ୍ ଆଇଡି, ଜନ୍ମ ତାରିଖ ଭଳି ତଥ୍ୟ ମାଗି ପାରନ୍ତି। ଏହି ତଥ୍ୟ ପାଇବା ପରେ ମୋବାଇଲ୍‌ ଫୋନକୁ ଯେଉଁ ଓଟିପି ଯିବ ତାହାକୁ ଦେବା ପାଇଁ ଠକ କହିପାରେ। ବ୍ୟାଙ୍କ୍‌ ଆକାଉଣ୍ଟ ସହ ଆଧାର କାର୍ଡର ସଂଯୋଗ ଥିବାରୁ ଓଟିପି ପାଇଲା ପରେ ଠକ ଅନଲାଇନ୍ ଟ୍ରାଞ୍ଜାକସନ୍ କରିବାର ସମ୍ଭାବନା ରହିଛି। ତେଣୁ ଯଦି ଏଭଳି ଫୋନ୍‌ କଲ୍ ଆସେ, ତା’ହେଲେ କିଛି ତଥ୍ୟ ନ ଦେବା ପାଇଁ ଲୋକଙ୍କୁ ଡିସିପି ଶ୍ରୀ ଦାଶ କହିଛନ୍ତି।

ଏଭଳି ଫୋନ୍‌ ନମ୍ବର ପାଇଲେ, ତାହାକୁ ସହାୟତା ଡେସ୍କ୍‌କୁ ଦେବା ଲାଗି ସେ ଅନୁରୋଧ କରିଛନ୍ତି। ଟିକା ସମ୍ପର୍କରେ ସରକାରଙ୍କ ୱେବସାଇଟ, ଟ୍ବିଟର, ଟୋଲ୍ ଫ୍ରି ନମ୍ବରରେ ତଥ୍ୟ ଉପଲବ୍ଧ ହୋଇପାରେ। ତେଣୁ ଅନ୍ୟ ଫୋନ୍‌ କଲ୍‌ ଆସିଲେ, କୌଣସି ତଥ୍ୟ ନ ଦେବା ଲାଗି କହିଛନ୍ତି ସାଇବର ବିଶେଷଜ୍ଞ। ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ ସମୟରେ ଯେତେବେଳେ ବଜାରରେ ସାନିଟାଇଜର, ମାସ୍କ, ପିପିଇ କିଟ୍‌ର ଅଭାବ ଥିଲା, ସେତେବେଳେ ସାଇବର ଅପରାଧୀମାନେ ଏହାକୁ ଆଳ କରି ଠକେଇ କରିଥିଲେ। ବିଭିନ୍ନ ଅନଲାଇନ୍ ବିଜ୍ଞାପନ ମାଧ୍ୟମରେ ଠକେଇ ହୋଇଥିଲା।

from Kanak News
via <a href="https://ifttt.com/?

କିଡନୀ ଦେବା ନା’ରେ ସାଢେ ୫ଲକ୍ଷ ଲୁଟ୍ । ଠକକୁ ଗିରଫ କଲା ପୋଲିସ

ଲୋକଙ୍କୁ ଠକିବା ପାଇଁ ଠକ ବାହାର କରୁଛନ୍ତି ନୂଆ ନୂଆ ଫର୍ମୁଲା । କିଡନୀ ଦେବେ କହି ଠକିନେଲେ ସାଢେ ୫ଲକ୍ଷ ଟଙ୍କା । ଏହା କୌଣସି ବାହାର ରାଜ୍ୟର କଥା ନୁହେଁ ଏହି ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ ।

କିଡନୀ ଦେବାକୁ କହି ଜଣେ ବରିଷ୍ଠ ନାଗରିକଙ୍କଠାରୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ନୂଆପଲ୍ଳୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ହିମାଂଶୁ ଭୁଷଣ ନନ୍ଦ। ଅଭିଯୋଗ ଅନୁସାରେ ନୂଆପଲ୍ଲୀ ଏନ୍‍-୩/୭୧ରେ ରହୁଥିବା ପ୍ରତାପଚନ୍ଦ୍ର ମିଶ୍ରଙ୍କର ଦୁଇଟି କିଡନୀ ଖରାପ ହୋଇଯାଇଛି । କିଡନୀ ପାଇଁ ପରିବାର ଲୋକେ ବିଭିନ୍ନ ବ୍ୟକ୍ତିଙ୍କୁ ଫୋନ୍‌ ଜରିଆରେ ଯୋଗାଯୋଗ କରିଥିଲେ । ୨୦୧୯ ମସିହାରେ ଅଭିଯୁକ୍ତ ହିମାଂଶୁ ପ୍ରତାପଙ୍କ ଘରକୁ ଆସିଥିଲା । କିଡନୀ ଯୋଗାଇ ଦେବାକୁ କହି ୫ ଲକ୍ଷ ୫୦ ହଜାର ଦାବି କରିଥିଲା । ପ୍ରତାପଙ୍କ ପରିବାର ଲୋକେ ରାଜି ହୋଇ ତାକୁ ଟଙ୍କା ଦେଇଥିଲେ। ମାତ୍ର ଟଙ୍କା ନେବା ପରେ ହିମାଂଶୁ ଆଉ ଧରାଛୁଆଁ ଦେଇନଥିଲା। ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ୍‌ ଚଳାଇଥିଲା । କିନ୍ତୁ ହିମାଂଶୁ ଫେରାର୍‌ ହୋଇ ଯାଇଥିଲା । ତେବେ ପୁଲିସ ତା ମୋବାଇଲ ଫୋନ୍‌ ନମ୍ବରକୁ ଟ୍ରାକିଂ କରି କରି ଶେଷରେ ତାକୁ ଠାବ କରିବା ସହ ଗିରଫ କରିଥିଲା ।

from Kanak News
via <a href="https://ifttt.com/?

କାଲି କୋଭିସିଲ୍ଡ ଆସିଲା, ଆଜି ଆସିପାରେ କୋଭାକ୍ସିନ । ପ୍ରଥମ ପର୍ଯ୍ୟାୟରେ ଆସିପାରେ ୨୦ ହଜାର ଡୋଜ ।

କନକ ବ୍ୟୁରୋ : ସେରମ ଇନଷ୍ଟିଚ୍ୟୁଟ ଠାରୁ ଟିକା କିଣିବା ପରେ ଦେଶର ଅନ୍ୟତମ ଟିକା ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ଠାରୁ ଟିକା କିଣିବେ ଭାରତ ସରକାର । ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକସିନ୍ ହେଉଛି ଭାରତର ସଂପୂର୍ଣ୍ଣ ଦେଶୀ ଟିକା ।

ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ ଟିକା କିଣିବେ କେନ୍ଦ୍ର ସରକାର । ସେପଟେ ଭାରତ ବାୟୋଟେକ୍, ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ ବୋଲି ଘୋଷଣା କରିଛି । ଓଡିଶାକୁ ମଧ୍ୟ ୨୦ ହଜାର କୋଭାକସିନ୍ ଭାୟାଲ୍ ଟିକା ଆସିବ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଟିକା ଦେବା ପାଇଁ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।

ସେହିଭଳି ଗତକାଲି ପୁଣେରୁ ଭୁବନେଶ୍ୱର କରୋନା ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି । କଟକକୁ ୧୯ ହଜାର ଶହେ ଡୋଜ, ନୟାଗଡକୁ ୪ ହଜାର ଡୋଜ  ଓ ପୁରୀକୁ ଯାଇଛି ୭ ହଜାର ଡୋଜ । କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ  ଏହି ଟିକା ସଂପୃକ୍ତ ଜିଲ୍ଲାଗୁଡିକୁ ଯାଇଛି ।  ମଙ୍ଗଳବାର ପୁଣେରୁ ରାଜ୍ୟକୁ ଆସିଛି  ମୋଟ୍ କୋଭିସିଲ୍ଡିର  ୪୦ ହଜାର  ୮ ଶହ ଭାୟାଲ । ଏଥିରେ ୪ ଲକ୍ଷ ୮ ହଜାର ଡୋଜ କୋଭିଡ୍ ଟିକା ରହିଛି ।ଆଉ ଆଜି ସକାଳୁ ବିଭିନ୍ନ ଜିଲ୍ଲା ଗୁଡିକ ଟିକା ପଠାଇବାର ପ୍ରସ୍ତୁତି ସକାଳୁ ସକାଳୁ ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ଆଜି ଆସିବ କୋଭାକ୍ସିନ୍ ଟିକା : ପ୍ରଥମ ଦଫାରେ ଆସିପାରେ ୨୦ ହଜାର ଡୋଜ୍ 

କନକ ବ୍ୟୁରୋ : ସିରମ ଇନଷ୍ଟିଚ୍ୟୁଟ୍ ଠାରୁ ଟିକା କିଣିବା ପରେ ଦେଶର ଅନ୍ୟତମ ଟିକା ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ଠାରୁ ଟିକା କିଣିବେ ଭାରତ ସରକାର । ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକ୍ସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକ୍ସିନ୍ ହେଉଛି ଭାରତର ସଂପୂର୍ଣ୍ଣ ଦେଶୀ ଟିକା ।
ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ ଟିକା କିଣିବେ କେନ୍ଦ୍ର ସରକାର । ସେପଟେ ଭାରତ ବାୟୋଟେକ୍, ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ ବୋଲି ଘୋଷଣା କରିଛି । ଓଡିଶାକୁ ମଧ୍ୟ ୨୦ ହଜାର କୋଭାକ୍ସିନ୍ ଭାୟାଲ୍ ଟିକା ଆସିବ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଟିକା ଦେବା ପାଇଁ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।

from Kanak News
via <a href="https://ifttt.com/?

ରାଜଧାନୀରେ ଘର କିଣୁଥିଲେ ସାବଧାନ…! ଗୋଟିଏ ଫ୍ଲାଟକୁ ୨ ଜଣଙ୍କୁ ବିକ୍ରି । ଜଣଙ୍କ ଠାରୁ ଟଙ୍କା ଆଣିଲେ, ଆଉ ଜଣଙ୍କୁ ବିକ୍ରି କରିଦେଲେ । ଜାଣନ୍ତୁ ବିଲ୍ଡରଙ୍କ କଳା କାରନାମାର ପୂରା କାହାଣୀ ।

କନକ ବ୍ୟୁରୋ : ଗୋଟିଏ ଫ୍ଲାଟ୍‌କୁ ବିଲ୍ଡର ଦୁଇ ଜଣଙ୍କୁ ବିକିଛି। ବ୍ୟାଙ୍କ୍ ମଧ୍ୟ ଉକ୍ତ ଫ୍ଲାଟ୍‌ ଉପରେ ୨ ଜଣ କ୍ରେତାଙ୍କୁ ଋଣ ମଞ୍ଜୁର କରିଛି। ବିଲଡରଙ୍କ ଏହି କଳା କାରନାମା ଜଣାପଡ଼ିବା ପରେ ଏବେ ଉକ୍ତ ଫ୍ଲାଟର ଦୁଇ କ୍ରେତା ହରଡ଼ଘଣାରେ। ଜଣେ ଟଙ୍କା ଫେରସ୍ତ ପାଇଁ ଚାହୁଁଥିଲେ ବି ବିଲଡର କର୍ଣ୍ଣପାତ କରୁନାହିଁ। ତେଣୁ କ୍ରେତା ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ସେହିଭଳି ବ୍ୟାଙ୍କ ମଧ୍ୟ ବିଲଡର ବିରୋଧରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ କରି ବସିଯାଇଛି। ନା ପୁଲିସ ନା ଇଓଡବ୍ଲ୍ୟୁ କେହି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଫ୍ଲାଟ୍‌ କ୍ରେତା ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଅଭିଯୋଗ ଅନୁସାରେ ଉକ୍ତ ବିଲ୍ଡର ସଂସ୍ଥା ହେଉଛି ଶୁଭାଦିତ୍ୟ ବିଲ୍ଡ ଟେକ୍ ପ୍ରାଇଭେଟ୍ ଲିମିଟେଡ୍। ଏହାର ପ୍ରେପାଇଟର ହେଉଛନ୍ତି ଶୁଭେନ୍ଦୁ ଦାସ। ବରମୁଣ୍ଡା ହାଉସିଂବୋର୍ଡ କଲୋନିରେ ଶୁଭେନ୍ଦୁ କାର୍ଯ୍ୟାଳୟ ଖୋଲିଥିଲେ ଓ ପଳାସୁଣିରେ ତାଙ୍କ ହାଉସିଂ ପ୍ରକଳ୍ପ ଶୁଭାଦିତ୍ୟ ରେସିଡେନସି‌ରେ ଫ୍ଲାଟ୍‌ ବୁକିଂ ପାଇଁ ବିଜ୍ଞାପନ ଦେଇଥିଲେ। ବିଜ୍ଞାପନ ଦେଖି ବ୍ରହ୍ମେଶ୍ବର କଲୋନିରେ ରହୁଥିବା ଜ୍ଞାନରଞ୍ଜନ ପାଣିଗ୍ରାହୀ ଏକ ଫ୍ଲାଟ୍‌ ବୁକିଂ କରିଥିଲେ। ୨୦୧୫ ମସିହାରେ ଶ୍ରୀ ପାଣିଗ୍ରାହୀ ଶୁଭେନ୍ଦୁ ସହ ଚୁକ୍ତି କରିଥିଲେ। ୨୦୧୮ ଶେଷ ସୁଦ୍ଧା ଘର ହସ୍ତାନ୍ତର କରିବାକୁ ଚୁକ୍ତି ହୋଇଥିଲା। ପର୍ୟ୍ୟାୟକ୍ରମେ ଶ୍ରୀ ପାଣିଗ୍ରାହୀ ଶୁଭେନ୍ଦୁଙ୍କୁ ୩୫ ଲକ୍ଷ ୬୪ ହଜାର ଟଙ୍କା ଦେଇଥିଲେ। କିନ୍ତୁ ୨୦୧୮ ମସିହାରରେ ଶୁଭେନ୍ଦୁ ଘର ହସ୍ତାନ୍ତର କରିପାରିନଥିଲେ। ଆଉ କିଛି ସମୟ ଅପେକ୍ଷା କରିବାକୁ କହି ସେ ଦିନ ଗଡ଼ାଇ ଚାଲିଥିଲେ।

ଇତିମଧ୍ୟରେ ଶ୍ରୀ ପାଣିଗ୍ରାହୀ ଜାଣି ପାରିଲେ ଯେ, ତାଙ୍କ ଫ୍ଲାଟଟିକୁ ଶୁଭେନ୍ଦୁ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଛି। ସେ ଇସି ବାହାର କରିବା ପରେ ଜଣାପଡ଼ିଲା ଯେ ୨୦୧୫ ନଭେମ୍ବର ୧୭ରେ ଶ୍ରୀ ପାଣିଗ୍ରାହୀ ଯେଉଁ ଫ୍ଲାଟ୍‌ ପାଇଁ ଚୁକ୍ତି କରି ଟଙ୍କା ଦେଇ ଚାଲିଥିଲେ, ସେହି ଫ୍ଲାଟ୍‌ଟି ୫ ମାସ ତଳୁ ଅର୍ଥାତ୍‌ ୨୦୧୫ ମସିହା ଜୁନ୍‌ ୨୨ରେ ଅନ୍ୟ ଜଣେ ଗ୍ରାହକ କିଣି ସାରିଥିଲେ। ବଡ଼ କଥା ହେଉଛି, ଉଭୟ କ୍ରେତାଙ୍କୁ ଏଚଡିଏଫସି ବ୍ୟାଙ୍କ୍ ଏହି ଗୋଟିଏ ଫ୍ଲାଟ୍‌ ପା‌ଇଁ ଋଣ ପ୍ରଦାନ କରିଥିଲା। କୌଣସି ପ୍ରକାର ଚଞ୍ଚକତା ପରୀକ୍ଷା କରିବା ପାଇଁ ବ୍ୟାଙ୍କରେ ସ୍ବତନ୍ତ୍ର ଅଧିକାରୀ ରହିଛନ୍ତି ଓ ଏଥିପାଇଁ ଗ୍ରାହକ ପ୍ରୋସେସିଂ ଫି’ ପ୍ରଦାନ କରୁଛନ୍ତି। ତେଣୁ ଜୁନ୍‌ ମାସରୁ ବନ୍ଧା ପଡ଼ିଥିବା ଫ୍ଲାଟ୍‌ ଉପରେ ବ୍ୟାଙ୍କ୍‌ କିଭଳି ଅଗଷ୍ଟ ମାସରେ ଆଉ ଥରେ ଋଣ ପ୍ରଦାନ କଲା? ଏଣୁ ବିଲଡରଙ୍କ କାରସାଦିରେ ବ୍ୟାଙ୍କର ସହଯୋଗ ଥିବା ଅଭିଯୋଗ ହୋଇଛି।

ତେବେ ଗତ ବର୍ଷ ଅଗଷ୍ଟ ମାସରେ ଏଚଡିଏଫସି ବ୍ୟାଙ୍କ୍‌ ପକ୍ଷରୁ ତାପସ ରଞ୍ଜନ ପାଢ଼ୀ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇଓଡବ୍ଲୁ ଭୁବନେଶ୍ବର ଡିସିପିଙ୍କୁ ଏକ ପତ୍ର ମଧ୍ୟ ଲେଖିଛି। ତେବେ ଏ ସବୁ ପଦ‌କ୍ଷେପ ଦ୍ବିତୀୟ ଥର ଫ୍ଲାଟ୍‌ କିଣିଥିବା ଶ୍ରୀ ପାଣିଗ୍ରାହୀଙ୍କ ପାଇଁ କିଛି ଲାଭଦାୟକ ହୋଇନାହିଁ। ସେ ଟଙ୍କା ଫେରି ପାଇପାରୁନାହାନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଅଭିଯୁକ୍ତ ଶୁଭେନ୍ଦୁକୁ ସୁହାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଅନୁରୂପ ଢ଼ଙ୍ଗରେ ୨ କୋଟି ୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଅଭିଯୁକ୍ତ ଶୁଭେନ୍ଦୁ ଦାସ ପୂର୍ବରୁ ଜେଲ୍‌ ଯାଇଥିଲେ ଓ ଏବେ ସେ ଜାମିନରେ ଫେରିଛନ୍ତି।

from Kanak News
via <a href="https://ifttt.com/?

ବିଲଡର ସଂସ୍ଥା ‘ଆସୋଟେକ’ର ନିର୍ଦ୍ଦେଶକ ଗିରଫ । ଘର ଦେବା ସ୍ୱପ୍ନ ଦେଖାଇ ଲୋକଙ୍କୁ ଠକୁଥିଲେ ।

କନକ ବ୍ୟୁରୋ : ଗିରଫ ହେଲେ ରିଅଲ ଇଷ୍ଟେଟ୍ ସଂସ୍ଥାର ‘ଆସୋଟେକ’ର ନିର୍ଦ୍ଦେଶକ ସଞ୍ଜୀବ ଶ୍ରୀବାସ୍ତବ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି । ଚଳିତ ମାସ ୮ ତାରିଖରେ ନୋଏଡାରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ସାଂଗାତିକ ଅଭିଯୋଗ ରହିଛି । ସେ ଗ୍ରାହକମାନଙ୍କୁ ଘର ଦେବା ସ୍ୱପ୍ନ ଦେଖାଇ ଠକୁଥିଲେ ।

ଗୋଟିଏ ପ୍ରକଳ୍ପ ପାଇଁ ଗ୍ରାହକଙ୍କଠାରୁ ଟଙ୍କା ନେଇଯିବା ପରେ ତାକୁ ଅନ୍ୟ ପ୍ରକଳ୍ପରେ ବ୍ୟବହାର କରୁଥିଲେ । ପ୍ରତିଶୃତି ମୁତାବକ ସେ ଗ୍ରାହକଙ୍କୁ ଘର ଦେଉନଥିଲେ । ଗିରଫ ହୋଇଥିବା ଶ୍ରୀବାସ୍ତବ ଆସୋଟେକର ୨୬ରୁ ଅଧିକ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

ଗାଜିଆବାଦରେ ସୁଧିର ଗୁପ୍ତା ନାମକ ଜଣେ ବ୍ୟବସାୟୀ ୪୦ଟି ଫ୍ଲାଟ ବୁକିଂ କରିଥିଲେ । ପେମେଣ୍ଟ ଯୋଜନା ଅନୁସାରେ ବୁକିଂ କରିବାର ୬୦ ଦିନ ଭିତରେ ୩୦ ପ୍ରତିଶତ ଟଙ୍କା ଦେଇଥିଲେ କିନ୍ତୁ କିଛି ଦିନ ପରେ ସେହି ସବୁ ଫ୍ଲାଟ ଅନ୍ୟଜଣଙ୍କ ନାଁରେ ହୋଇଯାଇଥିଲା । ଏହାପରେ ସୁଧିର ଗୁପ୍ତା ଏନେଇ ଏକ ମାମଲା ଦାୟର କରିଥିଲେ । ଏହାପରେ ସଞ୍ଜୀବ ଶ୍ରୀବାସ୍ତବଙ୍କ ସତ ସାମ୍ନାକୁ ଆସିଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started