
from Kanak News
via <a href="https://ifttt.com/?
News

from Kanak News
via <a href="https://ifttt.com/?

କନକ ବ୍ୟୁରୋ : ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷ ଯୋଜନା ପ୍ରସ୍ତୁତ କରିଛନ୍ତି ।
ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ, ରାଜ୍ୟରେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ-ଉଦୟପୁର ବେଳଭୂମିରେ ଭିତ୍ତିଭୂମିର ବିକାଶ କରି ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇଟି ମହତ୍ୱାକାଂକ୍ଷୀ ଯୋଜନାର ରୂପାୟନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ଯୋଜନାରେ ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ୧ କିଲୋମିଟର ବ୍ୟାପୀ ଅଞ୍ଚଳର ବିକାଶ କରାଯିବ । ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନରେ ଜଳକ୍ରୀଡା, ଆମୋଦପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ୍ ଟ୍ରାକ୍, ସମୁଦ୍ରର କୂଳେ କୂଳେ କାଠର ଚଲାପଥ, ମୁକ୍ତ ରଙ୍ଗମଞ୍ଚ, ଛୋଟ ପିଲାଙ୍କ ଖେଳ ପାଇଁ ଅଞ୍ଚଳ, ସୂର୍ଯ୍ୟୋଦୟ ଦେଖିବା ପାଇଁ ମଞ୍ଚ, ଦୁଃସାହସିକ କ୍ରୀଡା ଆଦି ଅତ୍ୟାଧୁନିକ ସୁବିଧା ସେହି ସବୁ ସ୍ଥାନମାନଙ୍କରେ ଉପଲବ୍ଧ ହେବ । ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ ଏବଂ ଲାଇଫ୍ ଗାର୍ଡମାନଙ୍କୁ ମୁତୟନ କରାଯିବ ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢାଉଛି ଶିକ୍ଷକ ପଜିଟିଭ ସଂଖ୍ୟା । ଆଜି ରାଜ୍ୟରେ ପୁଣି ୭ ଜଣ ଶିକ୍ଷକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ୭ ଜଣ ଛାତ୍ର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଏଯାଏଁ ରାଜ୍ୟରେ ମୋଟ ୩୩ ଜଣ ଶିକ୍ଷକ ପଜିଟିଭ ଚିହ୍ନଟ ହୋଇସାରିଲେଣି ।
ଆଜି ରାଉରକେଲାରୁ ୩ ଜଣ ଓ କନ୍ଧମାଳରେ ୪ ଶିକ୍ଷକ, ୭ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଉରକେଲାର ୩ ଶିକ୍ଷକ ଗୋଟିଏ ସ୍କୁଲର ଓ କନ୍ଧମାଳର ୪ ଶିକ୍ଷ ୭ ଛାତ୍ର ମଧ୍ୟ ଗୋଟିଏ ସ୍କୁଲର ହୋଇଥିବା ସୂଚନା ମିଳିଛି ।
ପୂର୍ବରୁ ଗଜପତି ଜିଲ୍ଲାରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ସ୍କୁଲ ଖୋଲିବା ପରେ ରାଜ୍ୟରେ ଧିରେ ଧିରେ ଶିକ୍ଷକ ପଜିଟିଭ ସଂଖୟା ବଢିବାରେ ଲାଗିଛି । ତେଣୁ ଏବେ ଏହି ପଜିଟିଭକୁ ନେଇ ସରକାର କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଦଶମ ବୋର୍ଡ ପରୀକ୍ଷା ଫିସ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ଚିଠି ଲେଖିବା ସହ ଏହି ଦିଗରେ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ।
କରୋନା ମହାମାରୀ ଯୋଗୁଁ ଏଥର ଅନେକ ଗରିବ ଲୋକ ପ୍ରଭାବିତ ହୋଇଛନ୍ତି । ତେଣୁ ପରୀକ୍ଷା ଫିସ୍୍ ଦେବା ସମସ୍ତଙ୍କ ପାଇଁ ସମ୍ଭବ ହେବ ନାହିଁ । ଏହାସହ ଅନେକ ପିଲା ଫର୍ମ ପୂରଣରୁ ବଞ୍ଚିତ ମଧ୍ୟ ହୋଇପାରନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି । ତେଣୁ ପରୀକ୍ଷା ଫିସ ବାବଦକୁ ଧାର୍ଯ୍ୟ କରାଯାଇଥିବା ୪୨୦ ଟଙ୍କା ଛାଡ କରିବାକୁ ଅନୁରୋଧ କରିଛନ୍ତି ସଭାପତି ।
ଏହାସହ କରୋନା ମହାମାରୀ ବେଳେ ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଥିଲେ ତାକୁ ପ୍ରଶଂସା କଲେ ବିଜୁ ଛାତ୍ର ଜନତା ଦଳର ସଭାପତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା କରି ସାରିଛନ୍ତି ସରକାର । ମେ ୩ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ହେବ ବୋଲି ଘୋଷଣା ହୋଇ ସାରିଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: କୃଷି ଆଇନ୍ ସ୍ଥଗିତ ପରେ ବି ଥମୁନି କୃଷକଙ୍କ ଆକ୍ରୋଶ । ସୁପ୍ରିମକୋର୍ଟଙ୍କ ସୁପାରିଶରେ ଗଠନ ହୋଇଥିବା କମିଟିକୁ ବିରୋଧ କରିଛନ୍ତି କୃଷକ ସଂଗଠନ । ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ଚାଲିଥିବା ଅଚଳାବସ୍ଥାର ଅବସାନ ପାଇଁ ସୁପ୍ରିମକୋର୍ଟ ଆଜି ଏହି ଆଇନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଆଜି ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ୪ ଜଣ ସଦସ୍ୟ ଅଛନ୍ତି । ସେମାନେ ହେଲେ କୃଷି ଅର୍ଥନିତିଜ୍ଞ ଡ. ଅଶୋକ ଗୁଲାଟି, ଭାରତ କିଷାନ ୟୁନିୟନ ସଭାପତି ଡ.ଜିତେନ୍ଦ୍ର ସିଂ ମାନ, ଅନ୍ତର୍ଜାତୀୟ ନୀତି ବିଶେଷଜ୍ଞ ଡ. ପ୍ରମୋଦ ଯୋଶୀ ଓ ମହାରାଷ୍ଟ୍ର ଶିବକେରୀ ସଂଗଠନର ସଦସ୍ୟ ଅନୀଲ ଧନବତ୍ । ତେବେ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ କମିଟି ଗଠନ କରିବାର ନିଷ୍ପତ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି କୃଷକ ସଂଗଠନ।
କୃଷକ ନେତା ରାକେଶ ଟିକେତ ଟୁଇଟ କରି କହିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ସମସ୍ତ ସଦସ୍ୟ ଖୋଲା ବଜାର ବ୍ୟବସ୍ଥା କିମ୍ବା ଆଇନର ସମର୍ଥକ ଅଟନ୍ତି । ଅଶୋକ ଗୁଲାଟିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଆଇନ ଆଣିବାକୁ ସୁପାରିଶ କରିଥିଲା । ସବୁ ଜାଣି ମଧ୍ୟ ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଥିବାରୁ ଦେଶର କୃଷକ ନିରାଶ ହୋଇଛନ୍ତି । ଚାଷୀଙ୍କ ଦାବି ହେଉଛି ଆଇନକୁ ରଦ୍ଦ କରିବା । ଏହି ଚାହିଦା ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ଯାଞ୍ଚ କରିବା ପରେ ସଂଯୁକ୍ତ ମୋର୍ଚ୍ଚା ଆସନ୍ତାକାଲି ଆଗାମୀ ରଣନୀତି ଘୋଷଣା କରିବ ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଭାରତ ବାୟୋଟେକ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ ୩୮ଲକ୍ଷ ୫୦ହଜାର ଡୋଜ୍ କିଣାଯିବ । ଭାରତ ବାୟୋଟେକ୍ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ । ସେରମ୍ ଇନଷ୍ଟିଚ୍ୟୁଟରୁ ୧୧୦ ଲକ୍ଷ କୋଭିସିଲଡ୍ ଟିକା କିଣାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।
ଏହାରି ଭିତରେ ଭୁବନେଶ୍ୱରରେ ପହଂଚିଲା କରୋନା ଟିକା । କୋଭିସିଲ୍ଡର ଟିକାର ୪୦ ହଜାର ୮ଶହ ଭାୟାଲ ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଞ୍ଚିସାରିଛି । ସ୍ପାଇସ୍ ଜେଟର ସ୍ୱତନ୍ତ୍ର ବିମାନରେ ୩୪ଟି ଭ୍ୟାକସିନ୍ ପ୍ୟାକେଟରେ ପ୍ରାୟ ୧୨ଶହ କେଜି ଓଜନର ଟିକା ଆଜି ଅପରାହ୍ନ ପ୍ରାୟ ୩.୪୦ ମିନଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ପରେ ୩ଟି ଭ୍ୟାନରେ ବିମାନ ବନ୍ଦରରୁ କୋଭିସିଲଡ ଟିକାକୁ ରାଜ୍ୟ ଟିକାକରଣ କେନ୍ଦ୍ରକୁ ନିଆଯାଇଛି ।
ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ୪୦ ହଜାର ୮ ଶହ କୋଭିସିଲଡ ଟିକାର ଭାୟାଲ ଅର୍ଥାତ ୪ ଲକ୍ଷ ୮ ହଜାର ଡୋଜ ଆସିଛି । ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଆସିଛି । ଗୋଟିଏ ଭାୟାଲରୁ ୧୦ ଜଣଙ୍କୁ ଟିକା ଦିଆଯିବ । ଭ୍ୟାକ୍ସିନ ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଞ୍ଚିସାରିଛି । ଆସନ୍ତାକାଲି ସକାଳୁ ବିଭିନ୍ନ ଜିଲ୍ଲାକୁ ଟିକା ଯିବ । ଟିକା ନେବା ପାଇଁ ୩୦ଟି ଜିଲ୍ଲାରୁ ଭ୍ୟାକସିନ ଗାଡି ଆସିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପ୍ରଥମ ଦଫାରେ ବୟସ୍କ ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ଓ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ପ୍ରାଧାନ୍ୟ ଦିଆଯିବ । କୋଭିଡ ସ୍ଥିତି ସଙ୍ଗୀନ ଥିବା ଜିଲ୍ଲାକୁ ପ୍ରଧାନ୍ୟ ଦେଉଛନ୍ତି ସରକାର । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୨୫ ସୁଦ୍ଧା ଡାଟା ବେସ ପ୍ରସ୍ତୁତ ହେବ । ପ୍ରଥମ ଦଫାରେ ୩ ଲକ୍ଷ ୨୮ ହଜାର ୬୫୦ ତାଲିକାଭୁକ୍ତ ହୋଇଛନ୍ତି । ରାଜ୍ୟର ୧୬୨ଟି କେନ୍ଦ୍ରରେ ଟିକାକରଣ ହେବ । ରାଜ୍ୟକୁ ‘କୋଭାକ୍ସିନ’ ଟିକା ୨୦ ହଜାର ଭାୟାଲ ଆସିବ । ଟିକା ନେବା ପାଇଁ ପଞ୍ଜିକରଣ କରିବାକୁ ପଡିବ । ୨୭ଟି ସରକାରୀ ହସପିଟାଲରେ ଟିକା ଦିଆଯିବ । ୧୮ଟି ଘରୋଇ ହସପିଟାଲରେ ଟିକା ଦିଆଯିବ । ୧୬ ତାରିଖରେ ଭୁବନେଶ୍ୱରର ୫ଟି କେନ୍ଦ୍ରରେ ଟିକା ନେଇପାରିବେ । ଟିକା ପାଇବାକୁ ଥିବା ବ୍ୟକ୍ତିଙ୍କୁ ‘ମେସେଜ’ ପଠାଯିବ । ପ୍ରଥମ ଦଫାରେ ଆସୁଥିବା ଟିକା ୪ ଲକ୍ଷ ୮ ହଜାର ଲୋକଙ୍କୁ ଦିଆଯାଇପାରିବ । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଟିକା ଦେବା ପାଇଁ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥୃକର୍ମୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଓଡିଶାର ୧୬୨ଟି କେନ୍ଦ୍ରରେ ଟିକାକରାଣ ହେବ ।
from Kanak News
via <a href="https://ifttt.com/?

from Kanak News
via <a href="https://ifttt.com/?

କନକ ବ୍ୟୁରୋ : ସିଡନୀ ଟେଷ୍ଟକୁ ଡ୍ର କରି ଟିମ୍ ଇଣ୍ଡିଆ ସମସ୍ତଙ୍କ ମନ ଜିଣିଥିବା ବେଳେ ବ୍ରିସବେନ ଟେଷ୍ଟ ପୂର୍ବରୁ ଚିନ୍ତାରେ ପଡିଛି । କାରଣ ଶେଷ ମ୍ୟାଚରେ କେଉଁ ୧୧ ଜଣଙ୍କୁ ନେଇ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ ତାହା ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆର ୧୫ ଖେଳାଳିଙ୍କ ମଧ୍ୟରୁ ୯ ଜଣ ଆହତ ହୋଇଛନ୍ତି । ଏପରିକି ଉମେଶ ଯାଦବ, ମହମ୍ମଦ ସାମି, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହା ଓ ହନୁମା ବିହାରୀ ସିରିଜରୁ ବିଦାୟ ନେଇଛନ୍ତି । ଅଥାର୍ତ ସିଡନୀ ଟେଷ୍ଟର ହିରୋଙ୍କୁ ବ୍ରିସବେନରେ ଦେଖିବାକୁ ମିଳିବନି । ଆହତ ସମସ୍ୟା ଯେପରି ବଢି ନଯାଉ ସେଥିପାଇଁ ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଏହି ସମସ୍ତ ଖେଳାଳିଙ୍କୁ ଆରାମ ଦେଇଛି ବିସିସିଆଇ ।
ଏମାନଙ୍କ ବ୍ୟତୀତ ଆର ଅଶ୍ୱିନୀ, କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ ଓ ରିଷଭ ପନ୍ତ ମଧ୍ୟ ଆହତ ହେଇଛନ୍ତି । ଶେଷ ମ୍ୟାଚ୍ ପୂର୍ବରୁ ଏହି ଖେଳାଳିଙ୍କ ଆହତ ହେବ ଟିମ୍ ଇଣ୍ଡିଆ ପାଇଁ ଚିନ୍ତା ବଢାଇ ଦେଇଛି । ଅଶ୍ୱିନୀ ମଧ୍ୟ ଏଯାଏଁ ଆହତ ସମସ୍ୟାରୁ ବାହାରିନଥିବା ବେଳେ ରାହାଣେଙ୍କ ଚିନ୍ତା ବଢିଛି । ତେଣୁ କେଉଁ ୧୧ ଜଣଙ୍କୁ ନେଇ ରାହାଣେ ମୈଦାନଙ୍କୁ ଓହ୍ଲାଇବେ ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।
ବୁମରାହ ସିରିଜରୁ ବାଦ ପଡିଥିବା ବେଳେ ମହମ୍ମଦ ସିରାଜ ବୋଲିଂର ମଙ୍ଗ ସମ୍ଭାଳିବେ । ଆଉ ୧୫ରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ମହମ୍ମଦ ସିରାଜଙ୍କୁ ସାଥ୍ ଦେବାକୁ ନବଦୀପ ସାଇନି, ଶାର୍ଦ୍ଦୁଲ ଠାକୁର ଓ ଟି ନଟରାଜନ ମୈଦାନକୁ ଓହ୍ଲାଇବେ । ସେହିଭଳି ହନୁମା ବିହାରୀଙ୍କ ବିକଳ୍ପ କୁହାଯାଉଥିବା ମୟଙ୍କ ଅଗ୍ରୱାଲ ମଧ୍ୟ ଏଯାଏଁ ଆହତ ସମସ୍ୟାରୁ ବାହାରି ପାରି ନାହାନ୍ତି । ଏଭଳି ସ୍ଥିତିରେ ରିଦ୍ଧିମାନ ଶାହା ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇବା ନିଶ୍ଚିତ ହୋଇଛି । ତେବେ ୧୧ ଜଣଙ୍କୁ ନେଇ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଆମେରିକାର ସଂସଦ ଭବନ, କ୍ୟାପିଟଲ ବିଲଡିଂରେ ହିଂସାକାଣ୍ଡ ଭିଆଇବାକୁ ନିଜ ସମର୍ଥକମାନଙ୍କୁ ଉସୁକାଇ ଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକାର ସଂସଦରେ ମହାଅଭିଯୋଗ ଆଗତ ହୋଇଛି । ରାଷ୍ଟ୍ରପତି ପଦରୁ ତୁରନ୍ତ ଡୋନାଲ୍ଡ ଟ୍ରମ୍ପଙ୍କୁ ହଟାଇବା ପାଇଁ ଡେମୋକ୍ରାଟିକ୍ ଦଳ ପକ୍ଷରୁ ଏହି ମହାଅଭିଯୋଗ ପ୍ରସ୍ତାବକୁ ଆଗତ କରାଯାଇଛି । ଡେମୋକ୍ରାଟିକ୍ ଦଳ ନିୟନ୍ତ୍ରଣରେ ଥିବା ପ୍ରତିନିଧି ସଭାରେ ଆଗତ ମହାଅଭିଯୋଗ ଉପରେ ଆସନ୍ତା ବୁଧବାର ଦିନ ଭୋଟ ଗ୍ରହଣ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଜାଣିବାକୁ ମିଳିଛି ।
ଏହା ପୂର୍ବରୁ ସମ୍ବିଧାନର ୨୫ତମ ସଂଶୋଧନ ବଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରିବା ନିମନ୍ତେ ସଂସଦରେ ଏକ ପ୍ରସ୍ତାବ ଆଗତ ହୋଇଥିଲା । ଏହା ଉପରେ ତୁରନ୍ତ ଭୋଟ ଗ୍ରହଣ ପାଇଁ ମଧ୍ୟ ବାବି କରାଯାଇଥିଲା । ହେଲେ, ରିପବ୍ଲିକାନ୍ ଦଳ ପକ୍ଷରୁ ଏହାକୁ ଅଟକାଇ ଦିଆ ଯାଇଥିଲା । ଏହି ଘଟଣା ପରେ ଡେମୋକ୍ରାଟିକ୍ ଦଳ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି ।
ଉଲ୍ଲେଖଯୋଗ୍ୟ, କ୍ୟାପିଟାଲ ବିଲଡିଂ ହିଂସା ପରେ ଆମେରିକାରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ଲାଗି ସ୍ୱର ଶାଣିତ ହେବାରେ ଲାଗିଛି । ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି, ଉପରାଷ୍ଟ୍ରପତି ମାଇକ ପେନ୍ସ ଟ୍ରମ୍ପଙ୍କ ବିରୋଧରେ ଆମେରିକୀୟ ସମ୍ବିଧାନର ୨୫ତମ ସଂଶୋଧନକୁ ଉପଯୋଗ କରି ତୁରନ୍ତ ତାଙ୍କୁ କ୍ଷମତାରୁ ହଟାନ୍ତୁ ବୋଲି ଦାବି କରି ଆସୁଛନ୍ତି । ପେନ୍ସଙ୍କ ଏହି ପଦକ୍ଷେପ ଫଳରେ ଟ୍ରମ୍ପ ରାଷ୍ଟ୍ରପତି ପରିବର୍ତ୍ତେ କାମଚଳା ରାଷ୍ଟ୍ରପତି ହେବେ ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : କୁହାଯାଏ ଜୀବନର ଅନ୍ଧକାରକୁ ଦୂରେଇ ଦେଇ ଆଲୋକ ଭରିଦେବା ବ୍ୟକ୍ତି ଜଣକ ହେଉଛନ୍ତି ଶିକ୍ଷକ । ପିଲାଙ୍କ ଭବିଷ୍ୟତକୁ ସୁନ୍ଦର କରି ଗଢ଼ି ତୋଳିବାରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେହିପରି ଜଣେ ଆଦର୍ଶ ଶିକ୍ଷକ ହେଉଛନ୍ତି ବଙ୍କଥି ଉତ୍କ୍ରମିତ୍ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଶ୍ୟାମ କିଶୋର ଗାନ୍ଧୀ । ସେ କାନ୍ଥରେ ଚିତ୍ର ଆଙ୍କି କୁନି କୁନି ପିଲାମାନଙ୍କୁ ପାଠ ପଢ଼ାଇବାର ପ୍ରୟାସ କରି ଚର୍ଚ୍ଚା ପାଲଟିଛନ୍ତି ।
ସେ ଗାଁରେ ଥିବା କାନ୍ଥକୁ ଇଂରାଜି ଏବଂ ହିନ୍ଦି ଅକ୍ଷରରେ ଚିତ୍ରିତ କରିବା ସହ ଫଳ, ପଶୁ, ପନିପରିବା ଆଦିର ଛବି କରି ପିଲାଙ୍କୁ ଶିକ୍ଷାଦାନ କରିବାର ପ୍ରୟାସ କରିଛନ୍ତି, ଯେଉଁମାନେ କି ଲକ୍ଡାଉନ୍ କାରଣରୁ ଅଙ୍ଗନୱାଡ଼ୀ କେନ୍ଦ୍ରକୁ ଯିବା ବନ୍ଦ୍ କରି ଦେଇଛନ୍ତି । ଶ୍ୟାମ କିଶୋରଙ୍କ କହିବା କଥା ହେଲା ପିଲାମାନେ ଯାହା ପାଠ ପଢ଼ିଥିଲେ ଏହି ଲକ୍ଡାଉନ୍ରେ ପ୍ରାୟତଃ ତାହାକୁ ଭୁଲି ଯାଇଥିବେ । ତେଣୁ ସେମାନଙ୍କୁ ଚିତ୍ର ଜରିଆରେ ସେହି ପାଠକୁ ପୁଣି ଥରେ ମନେ ପକାଇ ଦେବାର ପ୍ରୟାସ ସେ କରିଛନ୍ତି ।
ସେମାନେ ନିଜ ଘରୁ ବାହାରକୁ ଆସିବା ପରେ ଏହି କାନ୍ଥର ଚିତ୍ରଗୁଡ଼ିକ ସେମାନଙ୍କ ଆଖି ସାମ୍ନାକୁ ଆସିବ ଓ ଗାଁ ରାସ୍ତାରେ ଖେଳିବା ସମୟରେ ଏହି ଚିତ୍ରକଳା ଆଖିରେ ପଡ଼ିଲେ ଭୁଲି ଯାଇଥିବା ପାଠ ଧୀରେ ଧୀରେ ପିଲାମାନଙ୍କ ସ୍ମରଣକୁ ଆସିବ ବୋଲି ସେ କହିଛନ୍ତି ।
ଶ୍ୟାମ୍ କିଶୋର ପିଲାମାନଙ୍କ ଭବିଷ୍ୟତ ପାଇଁ ନିଜ ପକେଟ୍ରୁ ୬ ହଜାର ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରି ପ୍ରାୟ ୩୦ଟି ସ୍ଥାନରେ ଏହି ଚିତ୍ର କରିଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା ମିଳିବାରେ ଲାଗିଛି ।
from Kanak News
via <a href="https://ifttt.com/?