ଆସୁଛି ଟିକା, ହାରିବ କରୋନା : ପୁଣେର ସିରମ୍ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଧରି ଭୁବନେଶ୍ୱର ଅଭିମୁଖେ ବିମାନ

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନାରୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ମୁକ୍ତି । କାରଣ ୧୩୦ କୋଟି ଲୋକଙ୍କ ଦେଶ ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ବଡ଼ ଧରଣର ଲଢେଇ ଆରମ୍ଭ ହେବାକୁ ଯାଉଛି ।

କେମିତି ପହଂଚିବ କରୋନା ଟିକା ?
ଦେଶର ୧୩ଟି ସହରରେ ପହଂଚିବ କୋଭିସିଲ୍ଡ ଟିକା
ଦିଲ୍ଲୀରେ ସ୍ପାଇସ ଜେଟ୍ରେ ପହଂଚିବ କରୋନା ଟିକା
ପୁଣେର ସେରମ ଇନଷ୍ଟିଚ୍ୟୁଟ ଦେଲା ୧ କୋଟି ଡୋଜ୍
କେବଳ ମୁମ୍ବାଇକୁ ସଡକ ପଥରେ ଆସୁଛି ଟିକା
ଦେଶର ଅନ୍ୟ ୧୨ ସହରକୁ ବିମାନରେ ଟିକା ପରିବହନ
ସାକଳ ସାଢେ ୪ଟାରୁ ପୁଣେରୁ ବାହାରିଥିଲା ଟିକା
ଟିକା ସଂରକ୍ଷଣ ପାଇଁ କେନ୍ଦ୍ର ଓ ରାଜ୍ୟର ୪୮ଟି ସ୍ଥାନ ଚିହ୍ନଟ
ଏହିଠାରୁ ଦେଶର ବିଭିନ୍ନ ଭାଗକୁ ଯିବ କରୋନା ଟିକା

ରାଜ୍ୟରେ ଅପରାହ୍ଣରେ ପହଂଚିବ ଟିକା : 
ପୁଣେରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି ଟିକା
ସେରମ ଇନଷ୍ଟିଚ୍ୟୁଟରୁ ଆସୁଛି କୋଭିସିଲ୍ଡ ଟିକା
ଭୁବନେଶ୍ୱରରେ ପହଂଚିବ ୪୦ହଜାର ୮ଶହ ଡୋଜ୍
ସ୍ପାଇସଜେଟ୍ ବିମାନରେ ଆସୁଛି କୋଭିସିଲ୍ଡ ଟିକା
ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ
ରାଜ୍ୟ ଟିକା କେନ୍ଦ୍ରରେ ରଖାଯିବ କୋଭିସିଲ୍ଡ ଟିକା
ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସାନ ସଚିବଙ୍କ ସୂଚନା

ତେବେ ଟିକା ଆସିବା ମାତ୍ରେ ଟିକାକରଣ ଆରମ୍ଭ ହେବ । ପ୍ରାୟ ୩ କୋଟି ଲୋକଙ୍କୁ ଟିକା ଦିଆଯିବାର ଟାର୍ଗେଟ ରଖାଯାଇଛି ।
୧୬ ତାରିଖରେ ଦେଶରେ ଆରମ୍ଭ ହେବ ଟିକାକରଣ ।
ପ୍ରଥମ ଗ୍ରୁପ – ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ – ପ୍ରାୟ ୧ କୋଟି
ଦ୍ୱିତୀୟ ଗ୍ରୁପ- ଆଗ ଧାଡିର କୋଭିଡ ଯୋଦ୍ଧା – ପ୍ରାୟ ୨ କୋଟି
ତୃତୀୟ ଗ୍ରୁପ- ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି – ପ୍ରାୟ ୨୭ କୋଟି

ଦିଲ୍ଲୀରେ ଟିକା ପହଚିଂ ସାରିଥିବା ବେଳେ ଭୁବନେଶ୍ୱର ଅଭିମୁଖେ ମଧ୍ୟ ବାହାରିଛି କୋଭିସିଲ୍ଡ ଟିକା । ଅପରାହ୍ନରେ ଏହା ଭୁବନେଶ୍ୱର ବିମାନ ବନ୍ଦରରେ ପହଚିଂବ ବୋଲି ସୂଚନା ମିଳିଛି । ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଂଚିବ କୋଭିସିଲ୍ଡ ଟିକାର ୪୦ ହଜାର ୮ଶହ ଭାଇଲ । ଗୋଟିଏ ଭାଇଲରୁ ୧୦ ଜଣଙ୍କୁ ଟିକା ଦିଆଯାଇପାରିବ । ଅର୍ଥାତ ପ୍ରଥମ ଦଫାରେ ଆସୁଥିବା ଟିକା ୪ ଲକ୍ଷ ୮ ହଜାର ଲୋକଙ୍କୁ ଦିଆଯାଇପାରିବ । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥୃକର୍ମୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଓଡିଶାର ୧୬୨ଟି କେନ୍ଦ୍ରରେ ଟିକାକରାଣ ହେବ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

from Kanak News
via <a href="https://ifttt.com/?

ଗାଁ ଗାଁ ବୁଲି ଚୁଡି ବିକୁଥିଲେ, ଏବେ ଆଇଏଏସ ଅଫିସର । ଜାଣନ୍ତୁ ସଂଘର୍ଷର ସିଡି ଚଢି ସଫଳତା ପାଇଥିବା ଆଇଏଏସ ରମେଶଙ୍କ କାହାଣୀ ।

କନକ ବ୍ୟୁରୋ : ଯେକୌଣସି ସମୟରେ ଜୀବନ ପରିବର୍ତ୍ତନ ହୋଇପାରେ। ବାସ୍‌ ଖାଲି ପରିବର୍ତ୍ତନ ପାଇଁ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ରମେଶ ଘୋଲାପଙ୍କଠାରୁ ଏହି କଥାକୁ ଆଉକେହି ବେଶି ଭଲ ଭାବେ ବୁଝିପାରିବେ ନାହି। ୨୦୧୨ ବ୍ୟାଚର ଆଇଏଏସ୍‌ ଅଧିକାରୀ ରମେଶ ପିଲାଦିନରେ ରାମୁ ନାମରେ ପରିଚିତ ଥିଲେ ଓ ସେ ସମୟରେ ସେ ଅନେକ କଷ୍ଟକୁ ଅଙ୍ଗେ ନିଭାଇ ବଡ଼ ହୋଇଛନ୍ତି। ରମେଶଙ୍କ କାହାଣୀ ନିଶ୍ଚିତ ଭାବରେ ଆପଣଙ୍କୁ ଅନେକ ପ୍ରେରଣା ଦେବ।

ରମେଶଙ୍କ ବାପା ଗୋରଖ ଏକ ସାଇକେଲ୍‌ ମରାମତି ଦୋକାନ ଚଳାଉଥିଲେ, ଯାହା ତାଙ୍କ ଚାରି ପ୍ରାଣୀ ବିଶିଷ୍ଟ ପରିବାରକୁ ରୋଜଗାର ଯୋଗାଇବା ପାଇଁ ଯଥେଷ୍ଟ ଥିଲା। କିନ୍ତୁ ଏହି ବ୍ୟବସାୟ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଲା ନାହିଁ। ମଦ୍ୟପାନ କରି ଗୋରଖ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କର ଦେହାନ୍ତ ହୋଇଥିଲା।

ସେତେବେଳେ ରମେଶଙ୍କ ମା ବିମଲ ପରିବାର ଚଳାଇବା ପାଇଁ ଗାଁ ଗାଁ ବୁଲି ଚୁଡ଼ି ବିକ୍ରି କରିବା ଆରମ୍ଭ କରିଥିଲେ। ରମେଶଙ୍କ ବାଁ ଗୋଡ଼ ପୋଲିଓ ଦ୍ବାରା ଆକ୍ରାନ୍ତ ହୋଇଥିଲେ ବି ସେ ସେହି କୁନି ବୟସରୁ ନିଜ ମାଆଙ୍କୁ ବେଳେ ବେଳେ ସାହାଯ୍ୟ କରୁଥିଲେ। ରମେଶ ଓ ତାଙ୍କ ଭାଇ ମିଶି କରି ବଡ଼ ପାଟିରେ ‘ଚୁଡ଼ି ନିଅ ଚୁଡ଼ି’ ବୋଲି ଡାକି ଡାକି ଚାଲନ୍ତି, ଲୋକ ଜମା ହେଲେ ଚୁଡ଼ି ବିକନ୍ତି ମାଆ ବିମଳା।

ରମେଶଙ୍କ ପିଲାଟି ଦିନରୁ ପାଠପଢ଼ା ପ୍ରତି ବେଶ୍‌ ଆଗ୍ରହ ଥିଲା। ସେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ବାର୍ସି ତାଲୁକା ଅନ୍ତର୍ଗତ ମହାଗାଓଁ ନାମକ ଏକ ଦୂର ଗାଁରେ ନିଜ ମାମୁଙ୍କ ସହ ଯାଇ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଲେ। ନିଜର ସ୍କୁଲ୍‌ ପାଠ ସରିବା ପରେ ଡିପ୍ଲୋମା ପଢ଼ିଥିଲେ ରମେଶ। ପରେ ସେ ୨୦୦୯ ମସିହାରେ ସ୍ନାତକୋତ୍ତର ମଧ୍ୟ କରିଥିଲେ ଓ ଜଣେ ଶିକ୍ଷକ ହୋଇଥିଲେ।

ପରେ ସେ ଜଣେ ତହସିଲଦାରଙ୍କଠାରୁ ପ୍ରେରଣା ପାଇ ‌ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଲେ। ‌ନିଜର ଚେଷ୍ଟା ବଳରେ ସେ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୮୭ ରାଙ୍କ୍‌ରେ ରହିଥିଲେ। କିଛି ଦିନ ପରେ ସେ ଦେଇଥିବା ଏମପିଏସସି ପରୀକ୍ଷାର ମଧ୍ୟ ଫଳାଫଳ ବାହାରିଲା। ସେଥିରେ ରମେଶ ସମୁଦାୟ ୧୮୦୦ରୁ ସର୍ବାଧିକ ୧୨୪୪ ନମ୍ବର ରଖି ଶୀର୍ଷରେ ରହିଥିଲେ। ବର୍ତ୍ତମାନ ସେ ଝାଡ଼ଖଣ୍ଡର ଶକ୍ତି ବିଭାଗର ଯୁଗ୍ମ ସଚିବ।

from Kanak News
via <a href="https://ifttt.com/?

ରାଜଧାନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ପ୍ରଦର୍ଶନ : ନାଲକୋ ଛକରେ ତେଲ ଦର ବୃଦ୍ଧି ଓ କୃଷି ଆଇନ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ

କନକ ବ୍ୟୁରୋ : ରାଜଧାନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ପ୍ରଦର୍ଶନ । ନାଲକୋ ଛକରେ ତେଲ ଦର ବୃଦ୍ଧି ଓ କୃଷି ଆଇନ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି  । ଯୁବ କଂଗ୍ରେସର ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ କଳା ପତାକା ଦେଖାଇଛନ୍ତି ।

ମାହାଙ୍ଗା ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୃତ କୁଳମଣି ବରଳାଙ୍କ ପରିବାରକୁ ଭେଟିବେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ  ବିଜେପି ନେତା ପୃଥୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରକାଶ ମିଶ୍ର, ମୋହନ ମାଝୀ, ବିଧାୟକ ଲଲିତେନ୍ଦୁ ମହାପାତ୍ର, ସୁକାନ୍ତ ନାୟକ, ନଉରୀ ନାୟକ, ସୁଭାଶିଷ ପାଣିଗ୍ରାହୀ, ପିତାମ୍ବର ଆଚାର୍ଯ୍ୟ, ପ୍ରକାଶ ବେହେରା, ବିଷ୍ଣୁ ପ୍ରସାଦ ତରାଇ ।

from Kanak News
via <a href="https://ifttt.com/?

ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କୁ କରୋନା । ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଥାଇଲାଣ୍ଡରେ ଅଛନ୍ତି ସାଇନା, ଟେଷ୍ଟ ପରେ ରହିଛନ୍ତି ସଙ୍ଗରୋଧରେ । 

କନକ ବ୍ୟୁରୋ : ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କୁ କରୋନା । ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ  ଥାଇଲାଣ୍ଡରେ ଥିବା ସାଇନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଥାଇଲାଣ୍ଡର ହସ୍ପିଟାଲରେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ତେବେ ସାଇନାଙ୍କୁ କରୋନା ହେବା ଭାରତକୁ ବଡ ଝଟକା ଦେଇଛି । କାରଣ ୧୨ରୁ ୧୭ ମଧ୍ୟରେ ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥାନ୍ତା । ଏହାପରେ ୧୯ରୁ ୨୪ ଜାନୁଆରୀ ମଧ୍ୟରେ ଆଉ ଏକ ଟୁର୍ଣ୍ଣାମେଣ୍ଟ ଖେଳିଥାନ୍ତେ । କରୋନା ପାଇଁ ଗତ ୧୦ ମାସ ହେବ କୌଣସି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ନଥିବା ସାଇନା ଆଜିଠାରୁ ପୁଣିଥରେ ବ୍ୟାଡମିଣ୍ଟନ କୋର୍ଟକୁ ଫେରିଥାନ୍ତେ ।

ଏହାପୂର୍ବରୁ ବ୍ୟାଙ୍କକରେ ହେବାକୁ ଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଲଗାଯାଇଥିବା କରୋନା କଟକଣାକୁ ନେଇ ଆପତ୍ତି ଉଠାଇଥିଲେ ସାଇନା । ଯାହାକୁ ନେଇ ଟ୍ୱିଟ୍ କରିଥିଲେ ସାଇନା । ତାଙ୍କ ଟ୍ରେନର ଓ ଫିଜିଓଙ୍କୁ ଭେଟିବାକୁ ଅନୁମତି ନ ଦେବାରୁ ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘକୁ କଟାକ୍ଷ କରିଥିଲେ ସାଇନା । ସପୋର୍ଟ ଷ୍ଟାଫଙ୍କୁ ଅନୁମତି ମିଳିବନି ବୋଲି ଏ ବାବଦରେ ପୂର୍ବରୁ ଅବଗତ କରିବାର ଆବଶ୍ୟକତା ଥିଲା ବୋଲି କହିଥିଲେ ସାଇନା । କରୋନାକୁ ଦୃଷ୍ଟିରେ ରଖି ଚୀନ୍ ଏହି ବ୍ୟାଡମିଣ୍ଟନରୁ ନିଜକୁ ଦୂରେଇ ରଖିଥିବା ବେଳେ ବିଶ୍ୱର ନମ୍ବର ୱାନ୍ ଖେଳାଳି କିନ୍ତୋ ମୋମୋତାଙ୍କୁ କରୋନା ହେବା ପରେ ଜାପାନ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛି ।

from Kanak News
via <a href="https://ifttt.com/?

କୁକୁଡ଼ା ଲଢ଼େଇକୁ ନେଇ ପୁଲିସ-ଜନତା ଖଣ୍ଡଯୁଦ୍ଧ: ଚଢ଼ାଉ ବେଳେ ଏସଡ଼ିପିଓଙ୍କ ଉପରକୁ ଟେକା ପଥର ମାଡ଼ କଲେ ଗାଁଲୋକ

କନକ ବ୍ୟୁରୋ: କୁକୁଡ଼ା ଲଢ଼େଇକୁ ନେଇ ପୁଲିସ ଜନତା ଖଣ୍ଡଯୁଦ୍ଧ । ଗାଁ ଲୋକଙ୍କ ଆକ୍ରମଣରେ ଆଇପିଏସ ଅଧିକାରୀଙ୍କ ସମେତ ୪ ପୁଲିସ କର୍ମୀ ଆହତ । ମାଲକାନଗିରି ପଡ଼ିଆ ବ୍ଲକ ମାରଣପାଲି ଠାରେ ଦେଖିବାକୁ ମିଳିଛି ଏହି ଘଟଣା । କୁକୁଡ଼ା ଲଢ଼େଇ ଖେଳ ଉପରେ ଘଟଣା ସ୍ଥଳକୁ ଚଢ଼ାଉ କରିବାକୁ ଯାଇଥିଲା ପୋଲିସ । ଚଢ଼ାଉ ସମୟରେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ ଗାଁ ଲୋକ । ଘଟଣାରେ ୩୦ରୁ ଅଧିକ ଗ୍ରାମବାସୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଘଟଣାରେ ୧୬ଜଣଙ୍କୁ ଗିରଫ କରିଯାଇଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।

from Kanak News
via <a href="https://ifttt.com/?

ଯୁବପିଢ଼ୀଙ୍କ ପାଇଁ କାଳ ସାଜୁଛି ମୋବାଇଲ ଗେମ୍‌…ଅଭିଭାବକଙ୍କ ଆକାଉଣ୍ଟ୍ରୁ ଚାଲିଗଲା ୪୦ ହଜାର

କନକ ବ୍ୟୁରୋ: ଯୁବପିଢ଼ୀଙ୍କୁ ପାଗଳ କରିଦେଇଛି ମୋବାଇଲ୍‌ ଗେମ୍‌। ପିୟୁବିଜି(ପବ୍‌ଜୀ),  ଫ୍ରିଫାୟର, କ୍ୟାଣ୍ତିକ୍ରସ, କାଉଣ୍ଟର ଷ୍ଟ୍ରାଇକ, କଲ୍‌ଅଫ୍‌ ଡ୍ୟୁଟି, ସିଓସି ଇତ୍ୟାଦି ଖେଳ ଓ ଟେମ୍ପୁଲ ରନ୍‌  ଇତ୍ୟାଦି ମୋବାଇଲ୍‌ରେ ଖେଳିବା ଓ ଏହାକୁ ଧରି ପ୍ରତିଦିନ ଘଣ୍ଟାଘଣ୍ଟା ବ୍ୟର୍ଥରେ ବିତାଇବା ନିତିଦିନିଆରେ ପରିଣତ ହୋଇଯାଇଛି। କିଛିମାସ ତଳେ କେନ୍ଦ୍ର ସରକାର ଚୀନ୍‌ର ମୋବାଇଲ ଆପ୍‌ ଗୁଡିକୁ ବାରଣକରିବା ପରେ ଏହାର ସମାନ୍ତରାଳ ମୋବାଇଲ୍‌ ଆପ୍‌ ବର୍ତ୍ତମାନ ମାଗଣାରେ ଡାଉନ୍‌ଲୋଡ ହେଉଛି। କିନ୍ତୁ ଟଙ୍କାଦେଇ ଟପ୍‌ଅପ୍‌ କରିବା, ମୋବାଇଲ୍‌ ପ୍ରିମିୟର ଲିଗରେ ଅ˚ଶଗ୍ରହଣ କରିବା, ବିଭିନ୍ନ ଗ୍ରୁପ ସହ ଟଙ୍କା ବେଟିଂ ଲଗାଇ  ଖେଳିବା ଇତ୍ୟାଦି ଚିନ୍ତାର କାରଣ ପାଲଟିଛି। ଏହାକୁ ନେଇ ଅଧିକ ଚିନ୍ତାରେ ଫସିଯାଇଛନ୍ତି ଅଭିଭାବକ। ପାରଳା ସହରରେ ଏବ˚ ଗ୍ରାମାଞ୍ଚାଳରେ ଏଭଳି ବହୁଯୁବକ ଗେମି˚ ବେଟ୍‌ କରି ସାଇବର ଠକାମିରେ ଫସିଯାଇଛନ୍ତି।

ଗତକାଲି ଏପରି ଏକ ଘଟଣା ଲୋକାଲୋଚନକୁ ଆସିଥିଲା। ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ୧୦ବର୍ଷର ପୁଅ ମୋବାଇଲ  ଗେମ୍‌ ଖେଳିବା ନାମରେ ତାଙ୍କ ବ୍ୟାଙ୍କ ଜମାଖାତାରୁ ଟଙ୍କା ଉଠିଥିବା ଘଟଣା ଜାଣିବା ପରେ ପିତାମାତା ଅତ୍ୟନ୍ତ ଭୟଭୀତ ହୋଇପଡିଥିଲେ। ଅନୁସନ୍ଧାନ ବେଳେ ଜଣାପଡିଥିଲା କି ଜଣେ କଲେଜ ଯୁବକ ଏହି ୧୦ବର୍ଷ ବାଳକକୁ ଗେମ୍‌ ଖେଳିବା ନାମରେ ଜମାଖାତାରୁ ୪୦,ହଜାର ଟଙ୍କା ଉଠାଇନେଇଛି। ଏହା ପୂର୍ବରୁ ଆଉ ଜଣେ ବ୍ୟବସାୟୀଙ୍କ ୧୭ ବର୍ଷର ପୁଅ ଗେମରେ ବେଟି˚ କରି ପ୍ରାୟ ୩ଲକ୍ଷ ଟଙ୍କା ହାରିଯିବା ପରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ତେବେ ବାପା ଓ ମା’ଙ୍କର କିଛି ଦୁର୍ବଳତା ଯୋଗୁଁ ଓ ସାମାଜିକ ଲଜ୍ଜାକୁ ଭୟ କରି ଥାନାରେ ଏତଲା ଦେବା ପାଇଁ କେହି ହେଲେ ସାହାସ କରୁନାହାନ୍ତି। ସାଇବର କ୍ରାଇମ ରୋକିବାକୁ ହେଲେ ପୁଲିସ ନିକଟରେ ସମସ୍ତ ତଥ୍ୟ ଦେବାକୁ ପଡିବ। ଅନେକ ଘଟଣାରେ ପରିବାରର ଚାପରେ ମୋବାଇଲ ଗେମ୍‌ଜନିତ ଅଘଟଣା ଗୁଡିକ ଲୋକ ଆଲୋଚନାକୁ ଆସିପାରୁନାହିଁ।

from Kanak News
via <a href="https://ifttt.com/?

ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗଳୁରୁକୁ ଉଡ଼ିବ ବିମାନ: ପ୍ରଥମ ଦିନରେ ବେଙ୍ଗାଲୁରୁ ପାଇଁ ୮୦% ଓ ମୁମ୍ବାଇକୁ ୫୦% ଟିକେଟ ବୁକିଂ

କନକ ବ୍ୟୁରୋ: ଆଜିଠାରୁ ଝାରସୁଗୁଡାରୁ ବେଙ୍ଗଳୁରୁ ଓ ମୁମ୍ବାଇକୁ ବିମାନ ଉଡିବ । ଏହି ବହୁ ପ୍ରତିକ୍ଷିତ ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାରେ ଖୁସି ପ୍ରକାଶ ପାଇଛି । ପ୍ରଥମ ବିମାନ ଉଡାଣ ପାଇଁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସ୍ପାଇସ ଜେଟ୍ ପକ୍ଷରୁ ବୋଇଂ -୭୩୭,  ସପ୍ତାହକୁ ୪ ଦିନ ଏହି ବିମାନ ଚାଲିବ । ଆଜି ପ୍ରଥମ ଫ୍ଲାଇଟ ମୁମ୍ବାଇରୁ ବାହାରି ଝାରସୁଗୁଡାରେ ଦିନ ସାଢେ ୧୨ ଟାରେ ପହଂଚିବ । ଝାରସୁଗୁଡାରେ ଅଧଘଂଟା ରହଣି ପରେ ଏହି ବିମାନ ବେଙ୍ଗଳୁରୁ ଦିନ ଗୋଟାଏରେ ଉଡାଣ ଭରିବ ।

ଠିକ ସେହିପରି ବେଙ୍ଗଳୁରୁରୁ ଆସି ଝାରସୁଗୁଡାରେ ଏକ ବିମାନ ସଂନ୍ଧ୍ୟା ୫ ଟା ୪୦ ମିନିଟରେ ପହଂଚିବ ଓ ସଂନ୍ଧ୍ୟା ୬ ଟା ୧୦ ମିନିଟରେ ଝାରସୁଗୁଡାରୁ ମୁମ୍ବାଇକୁ ଉଡିବ । ଆଜି ବିମାନଟି ମୁମ୍ବାଇରୁ ଝାରସୁଗୁଡା ଆସିବା ପରେ ବାଟର ସ୍ୟାଲୁଟ ଦିଆଯିବା ସହିତ ଆସୁଥିବା ଓ ଯାଉଥିବା ଯାତ୍ରୀଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯିବ । ଆଜି ପ୍ରଥମ ଦିନରେ ବେଙ୍ଗଳୁରୁ ପାଇଁ ୮୦ ପ୍ରତିଶତ ଓ ମୁମ୍ବାଇକୁ ୫୦ ପ୍ରତିଶତ ଟିକେଟ ବୁକିଂ ହୋଇଥିବା ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ।

from Kanak News
via <a href="https://ifttt.com/?

ପାସବୁକ ପାଇଁ ୪୫ କିଲୋମିଟର ପଦଯାତ୍ରା: ଖାତା ଖୋଲିବାକୁ ତୁଳସୀ ଘାଟିରୁ ମାଥିଲି ସଦରକୁ ଚାଲି ଚାଲି ଆସିଛନ୍ତି ଘାଟି ମଣିଷ; ହାଡଭଙ୍ଗା ଶୀତରେ ଜଙ୍ଗଲ ରାସ୍ତାରେ ରାତି ବିତାଇଲେ ବୃଦ୍ଧବୃଦ୍ଧା

କନକ ବ୍ୟୁରୋ: ବ୍ୟାଙ୍କ ପାସବୁକ ପାଇଁ ୪୫ କିଲୋମିଟର ଯାତ୍ରା । ହାଡଭଙ୍ଗା ଶୀତରେ ଜଙ୍ଗଲ ରାସ୍ତାରେ ରାତି ବିତାଇଲେ ବୃଦ୍ଧ ବୃଦ୍ଧା । ମାଲକାନଗିରି ଜିଲା ମାଥିଲି ବ୍ଲକର ମାଓ ପ୍ରବଣ ତୁଳସୀ ଘାଟିରୁ ୧୫ରୁ ଅଧିକ ବୟସ୍କ ପୁରୁଷ, ମହିଳା ଏହିପରି ରାତି ବିତାଇଛନ୍ତି । ପାଦରେ ଚାଲି ଚାଲି ପାସବୁକ ଖୋଲିବା ପାଇଁ ସଦର କୁ ଚାଲି ଆସିଛନ୍ତି ଘାଟି ମଣିଷ । ପେନସନ କୁ ସରକାର ବାଧ୍ୟତାମୂଳକ ପାସବୁକ ସଂଯୋଗକରଣ କରିଥିବାରୁ ଭତା ନ ମିଳିବା ଭୟ ୪୫ କିଲୋମିଟର ରାସ୍ତାକୁ ଦେଖିନଥିଲା । ଚାଲି ଚାଲି ଆସିଥିଲେ ସତ କିନ୍ତୁ ମୋବାଇଲ ହାତରେ ନ ଥିବାରୁ ପାସବୁକ ନ ଦେଇ ଫେରାଇ ଦେଇଛି ବ୍ୟାଙ୍କ କତୃପକ୍ଷ । ଘାଟି ମଣିଷ ର ଯନ୍ତ୍ରଣା ବୁଝିବ କିଏ । ନିରାଶ ହୋଇ ଶେଷରେ ଜଙ୍ଗଲ ଆଶ୍ରୟ ନେଇଥିଲେ ବାର୍ଦ୍ଧକ୍ୟ ମଣିଷ ।

ଅଡୁଆ ବଢାଇଛି ବ୍ୟାଙ୍କ ପାସବୁକ । ପାସବୁକ ଲାଗି ୪୫ କିଲୋମିଟରର ଯାତ୍ରା । ତାହାପୁଣି ପାଦରେ ଚାଲି ଚାଲି ଆଗକୁ ବଢିବା ର ଦମ୍ଭ । ଘାଟି ମଣିଷ ପାଇଁ କଠୋର ହୋଇଛି ପେନସନ୍ ଯୋଜନା । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀ ଗାଁ ର ବୃଦ୍ଧବୃଦ୍ଧାମାନେ ବ୍ୟାଙ୍କ ପାସବୁକ ନ ଥିବାରୁ ପେନସନ କଟିଯିବା ଭୟରେ ଚାଲି ଆସିଛନ୍ତି ମାଥିଲି ସଦରକୁ । ହାତରେ ମାଣ୍ଡିଆ ପେଜ । ଦୁର୍ବଳ ଲାଗିଲେ ପେଜ ପିଇ ଚାଲିବାର ବାଟ । ସବୁ ଯନ୍ତ୍ରଣା ସବୁ ନିରାଶ କୁ ଭୁଲି ବ୍ୟାଙ୍କ କୁ ପହଂଚିଥିଲେ ଏମାନେ । କିନ୍ତୁ ହାତରେ ମୋବାଇଲ ନ ଥିବାରୁ ପାସବୁକ ହେବନି କହି ଫେରାଇ ଦେଇଛି ବ୍ୟାଙ୍କ । ଦୁର୍ଗମ ଗାଁର ପାହାଡି ମଣିଷ ଙ୍କ ହାତରେ ମୋବାଇଲ ଆସିବ କୁଆଡୁ । ହାତରେ ମୋବାଇଲ ଦେଖିଲେ ମାଓବାଦୀଙ୍କ ନିର୍ଯ୍ୟାତନା ବଢେ । ମୋବାଇଲ କିଣିବାକୁ ବି ଅସମର୍ଥ ଘାଟି ମଣିଷ । ଏପଟେ ମାଓବାଦୀ ଭୟ । ସେପଟେ ପେନସନ୍ କଟିଯିବାର ଚିନ୍ତା । ଦୋଛଳିରେ ପଡିଛନ୍ତି ଘାଟି ଅଂଚଳ ର ବାର୍ଦ୍ଧକ୍ୟ ଲୋକେ ।

ପାସବୁକ ଲାଗି ଆସିଥିବା ନିରୀହଙ୍କ ଦୃଃଖ ବୁଝିପାରୁନାହାନ୍ତି ସରକାରୀ ବାବୁ । ସରକାର ପେନସନ୍ ଦେବା ଲାଗି ବ୍ୟାଙ୍କ ପାସବୁକ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ହେଲେ ମୋବାଇଲ ନ ଥିବାରୁ ହୋଇପାରିନି ପାସବୁକ ଖୋଲା । ବ୍ୟାଙ୍କ ର ନାକାରତ୍ମକ ବାଣୀ ଶୁଣିବା ପରେ ନିରାଶ ହୋଇଛନ୍ତି ତୁଳସୀ ବାସିନ୍ଦା । ଶେଷରେ ଉପାୟ ଶୂନ୍ୟ ବୃଦ୍ଧାବୃଦ୍ଧ ମାଥିଲି ଠାରୁ ୪ କି.ମି ଦୂର ଜଙ୍ଗଲ ରାସ୍ତା ପାଶ୍ୱରେ ହାଡଭଙ୍ଗା ଶୀତରେ ଆଶ୍ରୟ ନେଇଛନ୍ତି । ପାସବୁକ ପାଇବା ପାଇଁ ଘାଟି ମଣିଷ ଏହି ଯନ୍ତ୍ରଣା ହୁଏତ ସରକାରୀ ବାବୁଙ୍କ ଦୃଷ୍ଟି ଆଡୁଆଳରେ ରହିଯାଇଛି । ଏ ସମ୍ପର୍କରେ ମାଥିଲି ବିଡିଓ କହିଛନ୍ତି , ଘାଟି ଅଂଚଳ ର ପେନସନ୍ ହିତାଧିକାରୀଙ୍କ ଲାଗି ପାସବୁକ କରିବାକୁ ବ୍ୟାଙ୍କ ସହ ଆଲୋଚନବା କରି ପାସବୁକ ଯୋଗାଇ ଦିଆଯିବ । ତେବେ ପାସବୁକ ପାଇବା ପାଇ ଯନ୍ତ୍ରଣାକୁ ଭୁଲି ୪୫ କିମି ଚାଲି ଆସନ୍ତି ଏହି ନିରୀହ ଲୋକେ । ଘାଟି ଅଂଚଳ ର ପେନସନ ହିତାଧିକାରୀ ମୋବାଇଲ ନ ଥିଲେ କେମିତି ଖୋଲିବେ ପାସବୁକ । ପାସବୁକ ଜରିଆରେ ପେନସନ୍ ଯୋଗାଇଲେ ବାଦ ପଡିଯିବେନି ତ ଘାଟି ଅଂଚଳର ମଣିଷ ।

from Kanak News
via <a href="https://ifttt.com/?

ନକଲି ମିକ୍ସଚର ଫ୍ୟାକ୍ଟ୍ରି ଓ ତେଲ ଗୋଦାମ ଉପରେ ଚଢାଉ : ବିନା ଲାଇସେନ୍ସରେ ଚାଲିଥିଲା ମିକ୍ସଚର୍ ଫ୍ୟାକ୍ଟ୍ରି

କନକ ବ୍ୟୁରୋ : କଂଟାବାଞ୍ଜି ସହରର ବିଭିନ୍ନ ମିକ୍ସଚର୍ ଫ୍ୟାକ୍ଟ୍ରି ଓ ତେଲ ମିଲ୍ ଉପରେ ଚଢାଉ କରିଛି ବଲାଙ୍ଗିର ପୋଲିସ । ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ, ଓଜନ ମାପଦଣ୍ଡ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଇଛି । ବିକାଶ ଜୈନ ନାମକ ଜନୈକ ବ୍ୟକ୍ତି ବିନା ଲାଇସେନ୍ସରେ ମିକ୍ସଚର୍ ଫ୍ୟାକ୍ଟ୍ରି ପରିଚାଳନା କରୁଥିବା ଜଣାପଡିଛି । ସେହିପରି ଚଟୁଅନକା ଲକ୍ଷ୍ମୀଷ୍ଟୋରରେ ଚଢାଉ ବେଳେ ଏଠାରେ ନକଲି ତେଲ ମହଜୁଦ୍ ଥିବା ଜଣାପଡିଛି ।

ଗୋଦାମ ମାଲିକ ଗୋଟିଏ ବ୍ରାଣ୍ଡ ପାଇଁ ଲାଇସନ୍ସ ପାଇଁ ୪ ରୁ ୫ଟି କମ୍ପାନୀ ନାଁରେ ଲେବଲ୍ ବ୍ୟବହାର କରି ବାହାରୁ ନକଲି ତେଲ ଆଣି ଅସଲି ନାଁରେ ବ୍ୟବସାୟ କରୁଥିବା ଘଟଣା ସାମ୍ନାକୁ ଆସିଛି । ସମାନ ଘଟଣା ଦେଖିବାକୁ ମିଳିଥିଲା ଭାରତ ସେଲକ୍ ଗୋଦାମରେ । ଏଠାରେ ମଧ୍ୟ ବେଆଇନ୍ ଭାବେ ନକଲି ବ୍ରାଣ୍ଡ ସାମଗ୍ରୀ ପ୍ରସ୍ତୁତ ହୋଇ ବିକ୍ରି କରୁଥିବା ଦେଖିବାକୁ ମିଳିଥିବା ଖାଦ୍ୟ ନୀରିକ୍ଷଣ ଅଧିକାରୀ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ମଦ୍ୟପଙ୍କୁ ପିଟିଲେ ମଦ ଦୋକାନୀ: ବଚସାରୁ ହେଲେ ହାତାହାତି…ଲୁହା ରଡ଼ରେ ପିଟିିଲେ ଦୋକାନୀ

କନକ ବ୍ୟୁରୋ: ମଦ୍ୟପଙ୍କୁ ପିଟିଲେ ମଦ ଦୋକାନୀ । ମଦ ଦୋକାନୀଙ୍କ ଆକ୍ରମଣର ପୁରା ଘଟଣା କଏଦ ହେଲା ସିସିଟିଭିରେ । ମଦ୍ୟ ଦାମ ଅଧିକକୁ ନେଇ ଘଟିଛି ଏହି ଘଟଣା । କେନ୍ଦ୍ରାପଡ଼ା ପଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅଂଚଳରେ ଘଟିଛି ଏହି ଘଟଣା । ସ୍ଥାନୀୟ ଘାଗରା ଗାଁର ୩ଜଣ ଯୁବକ ନିଶା ସେବନ ପାଇଁ ଦୋକାନକୁ ଯାଇଥିଲେ ।

ଦୋକାନୀ ମଦ ଦାମ୍ ଅଧିକ ନେବାରୁ ଏମାନେ ପ୍ରତିବାଦ କରିଥିଲେ । ମଦ୍ୟପଙ୍କ ପ୍ରତିବାଦରେ ଉତକ୍ଷିପ୍ତ ହୋଇ ମଦ ଦୋକାନୀ ଏକ ରଡ଼ ସାହାଯ୍ୟରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତ୍ୱର ଭାବେ ୩ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started