
from Kanak News
via <a href="https://ifttt.com/?
News

from Kanak News
via <a href="https://ifttt.com/?

କନକ ବ୍ୟୁରୋ : କରୋନା କାଳରେ ସବୁଠୁ ବଡ ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ଏହା ଏବେ ଓଡ଼ିଶାରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଛି ସେରମ । ଏହି ସମସ୍ତ ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ ଜିଲ୍ଲାକୁ ପଠାଯିବ ।
ପ୍ରାଥମିକ ପର୍ଯ୍ୟାୟରେ ଯେତିକି ସଂଖ୍ୟାରେ ଟିକା ଆସିଛି ସେହି ଅନୁଯାୟୀ ବିଭିନ୍ନ ଜିଲ୍ଲା ଗୁଡିକ ପଠାଯିବ । ଖାସକରି ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ତଥା କୋଭିଡ଼ ଯୋଦ୍ଧାଙ୍କୁ ଦିଆଯିବ ଟିକା । ତେବେ ଆବଶ୍ୟକୀୟ ସଂଖ୍ୟାରେ ଟିକା ନ ପହଞ୍ଚିଲେ ପ୍ରଥମେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଆସନ୍ତା ୧୬ ତାରିଖରେ ପ୍ରାୟ ୧୬୦୦ ଲୋକଙ୍କୁ ଟିକା ଦିଆଯିବ । ଆଉ ଏଥିପାଇଁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି। ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
କୋଭିଡ ମହାମାରୀ ହେତୁ ପୂର୍ବରୁ ବାହାଘର ଶୋଭାଯାତ୍ରା ଉପରେ ଲାଗୁ କରାଯାଇଥିବା କଟକଣାକୁ ଓଡ଼ିଶା ସରକାର ଆଜି ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିସନରଙ୍କର ବିଜ୍ଞପ୍ତିରେ କୁହାଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ୍ ସ୍କାନିଂର ବ୍ୟବସ୍ଥା ଏବଂ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।
ତେବେ ବନ୍ଦ ସ୍ଥାନରେ ମାତ୍ର ୫୦ ପ୍ରତିଶତ ବ୍ୟକ୍ତିଙ୍କୁ ନେଇ ବିବାହ ଉତ୍ସବ ଏବଂ ଅନ୍ତିମ ସଂସ୍କାର ଆୟୋଜିତ ହୋଇପାରିବ ବୋଲି ଏଥିରେ କୁହାଯାଇଛି। ଖୋଲା ସ୍ଥାନରେ, ଭୂମି / ଖୋଲା ସ୍ଥାନର ଆକାରକୁ ଦୃଷ୍ଟିରେ ରଖି, ଉପଯୁକ୍ତ ସଂଖ୍ୟକ ବ୍ୟକ୍ତି ଏଥିରେ ସାମିଲ ହୋଇପାରିବେ ବୋଲି ମଧ୍ୟ କୁହାଯାଇଛି।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଗତକାଲି ଏକ କନ୍ୟା ସନ୍ତାନର ବାପାମାଆ ସାଜିଛନ୍ତି କ୍ରିକେଟର୍ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା। କନ୍ୟା ସନ୍ତାନର ଜନ୍ମ ପରେ ଏହି ଦମ୍ପତିଙ୍କୁ ପରିବାର, ସଂପର୍କୀୟ, ବନ୍ଧୁ ଓ ଶୁଭେଚ୍ଛୁଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ସମେସ୍ତ ଅପେକ୍ଷା କରିଛନ୍ତି ଜୁନିୟର୍ କୋହଲିଙ୍କର ଏକ ଫଟୋ ଦେଖିବା ପାଇଁ। ତେବେ, ବିରାଟଙ୍କ ବଡ଼ ଭାଇ ବିକାଶ କୋହଲି ପ୍ରଶଂସକ ଉଦ୍ଦେଶ୍ୟରେ ତାଙ୍କ ଝିଆରୀର ପାଦର ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଥିବା ଦେଖିବାକୁ ମିଳିଛି।
ବିକାଶ ସେୟାର୍ କରିଥିବା ଫଟୋରେ ବିରାଟଙ୍କ ଝିଅର ପାଦ ଏକ କମ୍ବଳରେ ଗୁଡ଼ା ହୋଇଥିବାର ଦେଖିବାକୁ ମିଳିଛି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଘରେ ପରୀର ପ୍ରବେଶ। ଏହା ବ୍ୟତୀତ ସେ ଫଟୋରେ ସ୍ବାଗତମ ବୋଲି ମଧ୍ୟ ଲେଖିଛନ୍ତି। ଏହି ପୋଷ୍ଟରେ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ବିରାଟଙ୍କୁ ବାପା ହେବା ପାଇଁ ଓ ବିକାଶଙ୍କୁ ବଡ଼ବାପା ହୋଇଥିବା କାରଣରୁ ଅଭିନନ୍ଦନ ଜଣାଇଛନ୍ତି।
View this post on Instagram
ଉଲ୍ଲେଖଯୋଗ୍ୟ, କରୋନା କାଳରେ ନିଜର ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। କିଛି ଦିନ ତଳେ ଅନୁଷ୍କା ବିରାଟଙ୍କ ସହ ଫଟୋ ଟୁଇଟ କରି ଗର୍ଭବତୀ ଥିବା କଥା କହିଥିଲେ। ଗତକାଲି ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଆଜି ସକାଳେ ପ୍ରସବ ପାଇଁ ଅନୁଷ୍କାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଏବେ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଟୁଇଟ କରି ଜଣାଇଛନ୍ତି ବିରାଟ। ଏହି ଖବର ଉଭୟଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ଟିକାକରଣ ନେଇ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଚିଂ ସ୍ଥିତି ପରଖିଛନ୍ତି । ଟିକା ପାଇଁ ଯେଉଁ ଅପେକ୍ଷା ଥିଲା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡର ୪୦ ହଜାର ୮ ଶହ ସିସି ଆସିବ । ଗୋଟିଏ ବୋତଲରୁ ୧୦ଟି ଡୋଜ ଦିଆଯାଇପାରିବ । ଯେଉଁ ଜିଲ୍ଲାରେ କୋଭିଡ ସ୍ଥିତି ସଂଗୀନ ଥିଲା ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ଭ୍ୟାକସିନ ଷ୍ଟୋରରେ ଟିକା ପହଚିଂବା ପରେ ଜିଲ୍ଲାସ୍ତରକୁ ନେବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି ।କୋଭାକ୍ସିନ ମଧ୍ୟ ରାଜ୍ୟକୁ ୨୦ ହଜାର ଆସିବ ବୋଲି କେନ୍ଦ୍ର ସରକାର ଜଣାଇଥିବା ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସେକେଣ୍ଡ ଫେଜ ଡାଟା ପ୍ରସ୍ତୁତ କରିବା ଲାଗି ଗୃହ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଓ ଅର୍ବାନ ବିଭାଗକୁ ଚିଠି କରାଯାଇଛି । ଜାନୁଆରୀ ୨୫ ସୁଦ୍ଧା ଡାଟାବେସ ପ୍ରସ୍ତୁତ କରାଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।
ବିଶ୍ୱ ମହାମାରୀ କରୋନାରୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ମୁକ୍ତି । କାରଣ ୧୩୦ କୋଟି ଲୋକଙ୍କ ଦେଶ ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ବଡ଼ ଧରଣର ଲଢେଇ ଆରମ୍ଭ ହେବାକୁ ଯାଉଛି। ଭାରତ ସରକାର ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ପ୪ରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ଅନୁମତି ଦେବା ପରେ ୧୬ ତାରିଖରେ ଦେଶରେ ଆରମ୍ଭ ହେବ ଟିକାକରଣ । ଏଥିପାଇଁ ପୁଣେର ସିରମ ଇନଷ୍ଟିଚ୍ୟୁଟକୁ ଟିକ ଯୋଗାଇଦେବା ପାଇଁ କୁହାଯାଇଛି । କମ୍ପାନୀର ପୁଣେ ସ୍ଥିତ ଫ୍ୟାକ୍ଟ୍ରିରୁ ଦେଶର ବିଭିନ୍ନ ଭାଗକୁ ଟିକା ପହଚାଂଇବା କାମ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ଟିକା ପହଚିଂ ସାରିଥିବା ବେଳେ ଭୁବନେଶ୍ୱର ଅଭିମୁଖେ ମଧ୍ୟ ବାହାରିଛି କୋଭିସିଲ୍ଡ ଟିକା ।
ଅପରାହ୍ନରେ ଏହା ଭୁବନେଶ୍ୱର ବିମାନ ବନ୍ଦରରେ ପହଚିଂବ ବୋଲି ସୂଚନା ମିଳିଛି । ରାଜ୍ୟ ଟିକାକରଣ କେନ୍ଦ୍ରରୁ ସିଧାସଳଖ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ଯିବ ଟିକା । ଆଉ ୯ଟି ଆଂଚଳିକ ଟିକା କେନ୍ଦ୍ରକୁ ଟିକା ଯିବନି । ଆସନ୍ତାକାଲି ସକାଳୁ ବିଭିନ୍ନ ଜିଲ୍ଲାକୁ ଟିକା ଯିବ । ୩୦ଟି ଜିଲ୍ଲାରୁ ଭ୍ୟାକସିନ ଗାଡି ଆସିବ ଟିକା ନେବା ପାଇଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଂଚିବ କୋଭିସିଲ୍ଡ ଟିକାର ୪୦ ହଜାର ୮ଶହ ଭାଇଲ । ଗୋଟିଏ ଭାଇଲରୁ ୧୦ ଜଣଙ୍କୁ ଟିକା ଦିଆଯାଇପାରିବ । ଅର୍ଥାତ ପ୍ରଥମ ଦଫାରେ ଆସୁଥିବା ଟିକା ୪ ଲକ୍ଷ ୮ ହଜାର ଲୋକଙ୍କୁ ଦିଆଯାଇପାରିବ । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥୃକର୍ମୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଓଡିଶାର ୧୬୨ଟି କେନ୍ଦ୍ରରେ ଟିକାକରାଣ ହେବ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।
ସେପଟେ, ଭୁବନେଶ୍ୱର ବିମାନବନ୍ଦରରେ କୋଭିସିଲ୍ଡ ଟିକା ପହଚିଂବା ପରେ ଟିକାକୁ କେଉଁଠି ରଖାଯିବି ସେ ନେଇ ବ୍ୟବସ୍ଥା କରାଯାଉଛି । ବିମାନବନ୍ଦରରେ କୋଲ୍ଡ ରୁମରେ ରହିବ ଟିକା । ୨ରୁ ୮ ଡିଗ୍ରୀ ତାପମାତ୍ରା ମଧ୍ୟରେ ଟିକା ରଖାଯିବ । ସଟଡାଉନ ଓ ଲକଡାଉନ ଯୋଗୁଁ କୋଲ୍ଡ ରୁମ ବନ୍ଦ ପଡିଥିବା ବେଳେ ଏବେ କୋଲ୍ଡ ରୁମକୁ ସଫା କରି ଟିକା ରଖିବା ପାଇଁ ବ୍ୟବସ୍ଥା କରାଯାଉଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ପରଲୋକରେ ପଦ୍ମଲୋଚନ । ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ଡଃ ପଦ୍ମଲୋଚନ ନାୟକଙ୍କର ପରଲୋକ । ୮୪ ବର୍ଷ ବୟସରେ ଆଜି ଚାଉଳିଆଗଞ୍ଜ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଲୋଚନ । ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଦିବଙ୍ଗତ ପ୍ରଫେସର ପଦ୍ମଲୋଚନ ପଲିମ୍ୟୁର ରସାୟନରେ ବିଶିଷ୍ଟ ବୈଜ୍ଞାନିକ ଥିଲେ । ଏପରିକି ସେ ରସାୟନ ବିଭାଗର ମୁଖ୍ୟ ମଧ୍ୟ ରହିଥିଲେ । ଚାକିରିରୁ ଅବସର ପରେ ଅନେକ ସାମାଜିକ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ ପଦ୍ମଲୋଚନ । ଜଣେ ପରୋପକାରୀ ମଣିଷ ଭାବେ ଜଣାଶୁଣା ପ୍ରଫେସର ପଦ୍ମଲୋଚନ ନାୟକଙ୍କ ବିୟୋଗରେ ଅଞ୍ଚଳବାସୀ ଶୋକବ୍ୟକ୍ତ କରିଛନ୍ତି । ଅନେକ ବିଶିଷ୍ଟ ବ୍ୟକ୍ତି ବାସଭବନରେ ପହଞ୍ଚି ପ୍ରଫେସରଙ୍କ ଶେଷ ଦର୍ଶନ କରିଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ :କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ୩ଟି କୃଷି ଆଇନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ପରବର୍ତୀ ନିର୍ଦ୍ଦେଶ ଯାଏ କୃଷି ଆଇନ ଲାଗୁ ହୋଇପାରିବନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । କୃଷି ଆଇନକୁ ନେଇ ୪ଟି ସଦସ୍ୟ ବିଶିଷ୍ଟ କିମିଟି ଗଠନ କଲେ କୋର୍ଟ । କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟି ୪ ଜଣିଆ କମିଟିରେ ସାମିଲ ଅଛନ୍ତି । ୪ ସଦସ୍ୟ କୃଷି ଆଇନ ଉପରେ ରିପୋର୍ଟ ଦେବେ । କମିଟିରେ ଜିତେନ୍ଦ୍ର ସିଂ ମାନ୍, ପ୍ରମୋଦ ଯୋଶୀ, ଅନୀଲ ଧନୱନ୍ତ ସାମିଲ ଅଛନ୍ତି । ଏହି କମିଟି ନୂଆ ଆଇନ, କୃଷକମାନଙ୍କ ଆପତ୍ତି ଅଭିଯୋଗ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ । ଯେଉଁମାନେ ଏହି ସମସ୍ୟାର ସମାଧାନ ଚାହାନ୍ତି ସେମାନେ ନିଜର ସମସ୍ୟାକୁ ନେଇ କମିଟି ନିକଟକୁ ଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
କୃଷକମାନଙ୍କ ଓକିଲ ଏମଏଲ ଶର୍ମା କହିଥିଲେ ଯେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଚାହୁଁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଆସୁନାହାନ୍ତି । ଏହାର ଜବାବରେ ସୁପ୍ରିମକୋର୍ଟ କହିଥିଲେ ଏଥିପାଇଁ କୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡ଼େ କହିଛନ୍ତି ଯେ ଏହି କମିଟି ପ୍ରକୃତ ସମସ୍ୟା କେଉଁଠି ରହୁଛି ତାହା ବାହାର କରିବ । କୃଷକମାନେ କମିଟି ନିକଟକୁ ଯିବାକୁ ଚାହୁଁ ନାହାନ୍ତି ବୋଲି କରାଯାଉଥିବା ଯୁକ୍ତିକୁ ଗ୍ରହଣ କରାଯିବ ନାହିଁ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଅଚଳାବସ୍ଥାକୁ ଦୂର ପାଇଁ ଆଇନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇପାରେ, କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ଅଟକାଇ ହେବ ନାହିଁ । ପୁଣି ବିନା କୌଣସି କାରଣ ଥାଇ ସ୍ଥଗିତାଦେଶ ଦେଇହେବ ନାହିଁ । ଏଣୁ ଯେଉଁମାନଙ୍କର ଆଇନକୁ ନେଇ ଆପତ୍ତି ଅଛି, ସେମାନେ କମିଟି ନିକଟକୁ ଯାଆନ୍ତୁ ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ଆଜିଠାରୁ ଝାରସୁଗୁଡାରୁ ବେଙ୍ଗଳୁରୁ ଓ ମୁମ୍ବାଇକୁ ଉଡିଲା ବିମାନ । ଏହି ବହୁ ପ୍ରତିକ୍ଷିତ ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାରେ ଖୁସି ପ୍ରକାଶ ପାଇଛି । ଆଜି ପ୍ରଥମ ଫ୍ଲାଇଟ ମୁମ୍ବାଇରୁ ବାହାରି ଝାରସୁଗୁଡାରେ ଦିନ ସାଢେ ୧୨ ଟାରେ ପହଂଚିଛି । ୭୩ ଯାତ୍ରୀଙ୍କ ଧରି ମୁମ୍ବାଇରୁ ବିମାନ ଆସି ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିଛି ।
ସେହିପରି ୧୦୫ ଯାତ୍ରୀ ଝାରସୁଗୁଡା ବିମାନବନ୍ଦରରୁ ମୁମ୍ବାଇ ଯିବେ । ସ୍ପାଇସ ଜେଟ୍ ପକ୍ଷରୁ ବୋଇଂ -୭୩୭, ସପ୍ତାହକୁ ୪ ଦିନ ଏହି ବିମାନ ଚାଲିବ । ଆଜି ପ୍ରଥମ ଦିନରେ ବେଙ୍ଗଳୁରୁ ପାଇଁ ୮୦ ପ୍ରତିଶତ ଓ ମୁମ୍ବାଇକୁ ୫୦ ପ୍ରତିଶତ ଟିକେଟ ବୁକିଂ ହୋଇଥିବା ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ।
ପ୍ରଥମ ଦିନ ପାଇଁ ଏହି ବିମାନରେ ଯାତ୍ରା କରିବା ପାଇଁ ବେଙ୍ଗାଲୁରୁକୁ ୮୦ ପ୍ରତିଶତ ଓ ମୁମ୍ବାଇକୁ ୫୦ ପ୍ରତିଶତ ଯାତ୍ରୀ ଟକେଟ୍ ବୁକ୍ କରିଥିବା ସଂପର୍କରେ ଶ୍ରୀ ସେନାପତି କହିଥିବା ବେଳେ ସମୟ ଥିବାରୁ ଆହୁରି ଅଧିକ ସଂଖ୍ୟାରେ ଟିକେଟ୍ ବୁକିଂର ଆଶା ରହିଛି ବୋଲି କହିଛନ୍ତି। ଆଜି ବିମାନ ବନ୍ଦରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ ତଥା ୪ ଜଣ ବିଧାୟକଙ୍କ ସମେତ ବିଭିନ୍ନ କର୍ପୋରେଟ୍ ହାଉସ୍ର ଅଧିକାରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନାରୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ମୁକ୍ତି । କାରଣ ୧୩୦ କୋଟି ଲୋକଙ୍କ ଦେଶ ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ବଡ଼ ଧରଣର ଲଢେଇ ଆରମ୍ଭ ହେବାକୁ ଯାଉଛି । ଭାରତ ସରକାର ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ପ୪ରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ଅନୁମତି ଦେବା ପରେ ୧୬ ତାରିଖରେ ଦେଶରେ ଆରମ୍ଭ ହେବ ଟିକାକରଣ । ଏଥିପାଇଁ ପୁଣେର ସିରମ ଇନଷ୍ଟିଚ୍ୟୁଟକୁ ଟିକ ଯୋଗାଇଦେବା ପାଇଁ କୁହାଯାଇଛି । କମ୍ପାନୀର ପୁଣେ ସ୍ଥିତ ଫ୍ୟାକ୍ଟ୍ରିରୁ ଦେଶର ବିଭିନ୍ନ ଭାଗକୁ ଟିକା ପହଚାଂଇବା କାମ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ଟିକା ପହଚିଂ ସାରିଥିବା ବେଳେ ଭୁବନେଶ୍ୱର ଅଭିମୁଖେ ମଧ୍ୟ ବାହାରିଛି କୋଭିସିଲ୍ଡ ଟିକା । ଅପରାହ୍ନରେ ଏହା ଭୁବନେଶ୍ୱର ବିମାନ ବନ୍ଦରରେ ପହଚିଂବ ବୋଲି ସୂଚନା ମିଳିଛି ।
ରାଜ୍ୟ ଟିକାକରଣ କେନ୍ଦ୍ରରୁ ସିଧାସଳଖ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ଯିବ ଟିକା । ଆଉ ୯ଟି ଆଂଚଳିକ ଟିକା କେନ୍ଦ୍ରକୁ ଟିକା ଯିବନି । ଆସନ୍ତାକାଲି ସକାଳୁ ବିଭିନ୍ନ ଜିଲ୍ଲାକୁ ଟିକା ଯିବ । ୩୦ଟି ଜିଲ୍ଲାରୁ ଭ୍ୟାକସିନ ଗାଡି ଆସିବ ଟିକା ନେବା ପାଇଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଂଚିବ କୋଭିସିଲ୍ଡ ଟିକାର ୪୦ ହଜାର ୮ଶହ ଭାଇଲ । ଗୋଟିଏ ଭାଇଲରୁ ୧୦ ଜଣଙ୍କୁ ଟିକା ଦିଆଯାଇପାରିବ । ଅର୍ଥାତ ପ୍ରଥମ ଦଫାରେ ଆସୁଥିବା ଟିକା ୪ ଲକ୍ଷ ୮ ହଜାର ଲୋକଙ୍କୁ ଦିଆଯାଇପାରିବ । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥୃକର୍ମୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଓଡିଶାର ୧୬୨ଟି କେନ୍ଦ୍ରରେ ଟିକାକରାଣ ହେବ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।
ସେପଟେ, ଭୁବନେଶ୍ୱର ବିମାନବନ୍ଦରରେ କୋଭିସିଲ୍ଡ ଟିକା ପହଚିଂବା ପରେ ଟିକାକୁ କେଉଁଠି ରଖାଯିବି ସେ ନେଇ ବ୍ୟବସ୍ଥା କରାଯାଉଛି । ବିମାନବନ୍ଦରରେ କୋଲ୍ଡ ରୁମରେ ରହିବ ଟିକା । ୨ରୁ ୮ ଡିଗ୍ରୀ ତାପମାତ୍ରା ମଧ୍ୟରେ ଟିକା ରଖାଯିବ । ସଟଡାଉନ ଓ ଲକଡାଉନ ଯୋଗୁଁ କୋଲ୍ଡ ରୁମ ବନ୍ଦ ପଡିଥିବା ବେଳେ ଏବେ କୋଲ୍ଡ ରୁମକୁ ସଫା କରି ଟିକା ରଖିବା ପାଇଁ ବ୍ୟବସ୍ଥା କରାଯାଉଛି ।
ତେବେ ଆଜି ଅପରାହ୍ନରେ ଓଡିଶାରେ କୋଭିସିଲ୍ଡ ଭ୍ୟାକସିନ ପହଚୁଁଥିବା ବେଳେ ତତ୍ପର ହୋଇପଡିଛି ସ୍ୱାସ୍ଥ୍ୟବିଭାଗ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ତାଲିକା ରାଜ୍ୟ ସରକାରଙ୍କୁ ଦିଆଯାଇଛି । ମୋଟ ୨୭ଟି ସରକାରୀ ହସ୍ପିଟାଲ, ଓ ୧୮ଟି ଘରୋଇ ହସ୍ପିଟାଲରେ ଭ୍ୟାକସିନେସନ ସେଂଟର କରିବା ପାଇଁ ନିଷ୍ପତି ହୋଇଛି । ୧୬ ତାରିଖରେ ଭୁବନେଶ୍ୱରରେ ୫ଟି ଲୋକେସନ କ୍ୟାପିଟାଲ ହସ୍ପିଟାଲ, ଯୁନିଟ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ ହସ୍ପିଟାଲ ଓ କିମ୍ସ ହସ୍ପିଟାଲରେ କୋଭିଡ ଭ୍ୟାକସିନ ଲଂଚ କରାଯିବ ବୋଲି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ହାଇକୋର୍ଟରେ ନୟାଗଡ ପରୀ ମୃତ୍ୟୁ ମାମଲା । ଏସଆଇଟି ଦେଇଥିବା ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରିଛନ୍ତି କୋର୍ଟ । ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୫ରେ ମାମଲାର ପରବର୍ତୀ ଶୁଣାଣୀ ହେବ । ପରୀ ମୃତ୍ୟୁର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ ନୟାଗଡ ପୋକ୍ସ କୋର୍ଟରେ ହଜାର କରାଇଥିବାବେଳେ ନାବାଳକ ଦର୍ଶାଇ ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଜୁଭେଇନାଲ କୋର୍ଟ ଗତ ୫ ତାରିଖରେ ଅଭିଯୁକ୍ତକୁ ଅନୁଗୁଳ ବଳାସୁଧାର ଗୃହକୁ ପଠାଇଥିଲେ । ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିବା ବେଳେ ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନାହିଁ ।
from Kanak News
via <a href="https://ifttt.com/?