ପାରାଦୀପ ଉପକୂଳରେ ୨ ଦିନିଆ ସମରାଭ୍ୟାସ: ‘ସି ଭିଜିଲ୍’ ସମରାଭ୍ୟାସରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ୧୮ଟି ସାମୁଦ୍ରକି ଥାନାର କର୍ମଚାରୀ ସାମିଲ

କନକ ବ୍ୟୁରୋ: ପାରାଦୀପ ଉପକୂଳରେ ଆରମ୍ଭ ହୋଇଛି ସମରାଭ୍ୟାସ । ଦୁଇ ଦିନିଆ ମିଳିତ ସମରଭ୍ୟାସର ନାଁ ରହିଛି ‘ସି ଭିଜିଲ’ । ଏଥିରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ଼ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଏହା ବିଶାଖାପଟନମ ଓ ଓଡ଼ିଶା ନାଭାଲ ଅଫିସର ଇନଚାର୍ଜ ପକ୍ଷରୁ ମିଳିତ ଭାବେ ଆୟୋଜିତ କରାଯାଇଛି । ଗତ ଡ଼ିସେମ୍ବର ୫ ଓ ୬ ତାରିଖରେ ୨ ଦିନ ଧରି ସାଗର କବଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ପୁଣି ଏକ ସମରଭ୍ୟାସ ପାରାଦୀପ ଉପକୂଳରେ କରାଯାଇଛି ।

ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଓ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ୧୬ଟି ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଜଳ ପଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବାର ମଧ୍ୟ ମକଡ୍ରିଲ କରାଯିବ । ରେଡ଼ ଟିମ୍ ଓ ବ୍ଲୁ ଟିମ୍ ଗଠନ କରାଯାଇ ଆତଙ୍କବାଦୀ ବେଶରେ ଗୋଟିଏ ଟିମ୍ ସ୍ଥଳ ଭାଗରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିବେ ଓ ଅନ୍ୟ ଟିମ୍ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ ଏହି ସମରାଭ୍ୟାସରେ ।

from Kanak News
via <a href="https://ifttt.com/?

ବିବାହିତ ମହିଳାଙ୍କୁୁ ଗଳାକାଟି ହତ୍ୟା : ଗତକାଲିଠାରୁ ନଖୋଜ ଥିଲେ ମହିଳା, ସକାଳୁ ମିଳିଲା ମୃତ ଦେହ; ହତ୍ୟାକାଣ୍ଡ ପରଠାରୁ ଫେରାର ହୋଇଯାଇଛନ୍ତି ସ୍ୱାମୀ

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନୂଆପୋଖରୀ ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବାର ଖବର ମିଳିଛି। ଉକ୍ତ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି । ଗାଁର ବାଉଁଶବୁଦା ମୂଳରେ ଉକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେହି ତାଙ୍କର ଗଳା କାଟି ହତ୍ୟା କରିଥିବା ଜଣାଯାଇଛି । ତେବେ ମହିଳାଙ୍କ ପରିଚୟ ମିଳିଛି ।  ତାଙ୍କ ନାମ ରାଧାରାଣୀ ମହାନ୍ତି। ସେ ବିବାହିତା ମଧ୍ୟ। ତାଙ୍କର ବୟସ ୨୭ ବର୍ଷ ବୋଲି କୁହାଯାଉଛି। କିନ୍ତୁ ହତ୍ୟାକାଣ୍ଡର କାରଣ ବି ଜଣାପଡ଼ିନାହିଁ। ଖବର ପାଇ ଭଣ୍ଡାରୀପୋଖରୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

 

from Kanak News
via <a href="https://ifttt.com/?

ପୁଣେରୁ ଓଡିଶା ଆସୁଛି କରୋନା ଟିକା: ସ୍ପାଇସଜେଟ୍ ବିମାନରେ ଆସୁଛି କୋଭିସିଲ୍ଡ ଟିକା; ୪୦ହଜାର ୮୦୦ ଡୋଜ୍ ପଠାଇଲା ସେରମ ଇନଷ୍ଟିଚ୍ୟୁଟ

କନକ ବ୍ୟୁରୋ: ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସାରା ଦେଶକୁ ଟିକାର ପ୍ରଥମ ଦଫା ପଠାଯାଉଥିବାବେଳେ, ଭୁବନେଶ୍ୱର ଅଭିମୁଖେ ମଧ୍ୟ ବାହାରିଛି ଟିକା । ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଂଚିବ କୋଭିସିଲ୍ଡ ଟିକାର ୪୦ ହଜାର ୮ଶହ ଡୋଜ୍ । ସ୍ପାଇସଜେଟ୍ ବିମାନରେ ଏହାକୁ ପଠାଇବା ପାଇଁ ବନ୍ଦୋବସ୍ତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୪ଟା ୨୫ରେ ଏହା ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଏହି ଟିକା ଆସିବା ପରେ ରାଜ୍ୟ ଟିକା ସଂଗ୍ରହାଳୟରେ ରଖାଯିବ । ତେବେ ପୁଣେର ସେରମ ଇନଷ୍ଟିଚ୍ୟୁରୁ ଓଡିଶା ଆସୁଥିବା ଟିକାର ଏକ୍ସକ୍ଲୁସିଭ ଫଟୋ କନକ ନ୍ୟୁଜର ହସ୍ତଗତ ହୋଇଛି ।

https://platform.twitter.com/widgets.js

ତେବେ କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ୍ ଅର୍ଡର ପାଇବା ପରେ ସିରମ୍ ଇନଷ୍ଟିଚୁଟ୍ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ । ପୁଣେରେ ଥିବା ସିରମ୍ ଇନଷ୍ଟିଚୁଟର ମଂଜରୀ ଫ୍ୟାକ୍ଟ୍ରିରୁ ଏହି ଟିକାକୁ ପ୍ରଥମେ ବିମାନ ବନ୍ଦରକୁ ଅଣାଯାଇ , ଆକାଶମାର୍ଗରେ ପଠାଯିବ । ସୂଚନା ଅନୁସାରେ କିଛି କରୋନା ଟିକାକୁ ସଡକ ପଥରେ ପଠାଯିବ, କିଛି ଟିକାକୁ ଆକାଶପଥରେ ପଠାଯିବ । ସଡକ ପଥରେ ଟିକା ପରିବହନ ପାଇଁ ସ୍ୱତନ୍ତ୍ର କୋଲ୍ଡ ଚେନ୍ ବ୍ୟବସ୍ଥା ଥିବା ଟ୍ରକ ନିୟୋଜିତ କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଟିକା ପରିବହନ କରାଯାଉଛି ।

ସୋମବାର ସଂଧ୍ୟାରେ ଏହି ଟ୍ରକ ପୁନେର ମଂଜରୀ ଫ୍ୟାକ୍ଟ୍ରିରେ ପହଁଚିଥିଲା । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ତିଆରି କରିଥିବା କୋଭିସିଲଡ୍ ଟିକା ଏଠାରୁ ଟ୍ରକ୍ ଯୋଗେ ପୁଣେ ବିମାନ ବନ୍ଦର ଅଭିମୁଖେ ବାହାରିଛି । ଏଠାରୁ ଏୟାର ଲିଫ୍ଟ କରି ଦେଶର ବିଭିନ୍ନ ଭାଗକୁ ଟିକା ପଠାଯିବ । ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହେବାକୁ ଥିବାରୁ ଏହା ଆଗରୁ ସୁରକ୍ଷିତ ଭାବେ କରୋନା ଟିକା ପହଁଚାଇବା କାମ ସାରିବାକୁ ଯୋଜନା ରଖିଛି ସିରମ ଇନଷ୍ଟିଚୁଟ୍

from Kanak News
via <a href="https://ifttt.com/?

ମକର ସଂକ୍ରାନ୍ତି ପାଇଁ ଗଜପତିରେ କଟକଣା ଲଗାଇଲା ପ୍ରଶାସନ: ସୀତା ପାହାଡ଼ରେ ଲୋକଙ୍କ ଗହଳି ଆଶଙ୍କାରେ ଏସଓପି ଜାରି

କନକ ବ୍ୟୁରୋ: ଗଜପତିରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଉପରେ ଲାଗିଲା କଟକଣା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ କମିନଥିବାବେଳେ ସାମାଜିକ, ରାଜନୈତିକ ଓ କ୍ରୀଡା ସମାବେଶ ଉପରେ କଟକଣା ରହିଛି । ଏପଟେ ନୂଆ ରୁପରେ କରୋନା ଭୂତାଣୁ ବ୍ରିଟେନରୁ ବ୍ୟାପିବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ତେଣୁ ଆଗାମୀ ୧୪ ତାରିଖରେ ଗଜପତି ଜିଲ୍ଲାରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ପାଇଁ ଏସଓପି ଜାରି କରାଯାଇଛି ।

ବିଶେଷ କରି ଜିଲ୍ଲାର ଗୋଷାଣୀ ବ୍ଲକ ସୀତା ପାହାଡରେ ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବାରୁ ଏହି କଟକଣା ଜାରି କରିଯାଇଛି । ୧୪ରୁ ୧୬ ତାରିଖ ଯାଏଁ ମକର ସଂକ୍ରାନ୍ତି ଅବସରରେ ସୀତା ପାହାଡରେ ପୂଜାର୍ଚ୍ଚରା ସହ ଉତ୍ସବ ପାଳନ ଓ ଗୁଡିଉଡା ପାଇଁ ପ୍ରବଳ ଗହଳି ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କହିଛି ଯେ, କୋଭିଡ ନୟମକୁ ମାନି ଉତ୍ସବ ପାଳନ ପାଇଁ ଅନୁମତି ଦିିଆଯିବ । ଅର୍ଥାତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଓ ହାତ ଧୋଇବା ଭଳି କୋଭଡ ସତର୍କତା ଭିତରେ ମକର ସଂକ୍ରାନ୍ତି ଉତ୍ସବ ପାଳନ କରିବାକୁ ଏହି ଏସଓପି ଜାରି କରାଯାଇଛି ।

from Kanak News
via <a href="https://ifttt.com/?

ପୁଣେର ସିରମ୍ ଇନଷ୍ଟିଚ୍ୟୁଟରୁ ଆସୁଛି ଟିକା: କଡ଼ା ସୁରକ୍ଷା ମଧ୍ୟରେ ବିମାନ ଓ ଟ୍ରକ ଯୋଗେ ୪୮ ସ୍ଥାନରେ ପହଞ୍ଚାଇବାକୁ ଯୋଜନା

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ୍ ଅର୍ଡର ପାଇବା ପରେ ସିରମ୍ ଇନଷ୍ଟିଚୁଟ୍ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ । ପୁଣେରେ ଥିବା ସିରମ୍ ଇନଷ୍ଟିଚୁଟ୍ର ମଂଜରୀ ଫ୍ୟାକ୍ଟ୍ରିରୁ ଏହି ଟିକାକୁ ପ୍ରଥମେ ବିମାନ ବନ୍ଦରକୁ ଅଣାଯାଇ, ଆକାଶମାର୍ଗରେ ପଠାଯିବ । ସୂଚନା ଅନୁସାରେ କିଛି କରୋନା ଟିକାକୁ ସଡକ ପଥରେ ପଠାଯିବ, କିଛି ଟିକାକୁ ଆକାଶପଥରେ ପଠାଯିବ । ସଡକ ପଥରେ ଟିକା ପରିବହନ ପାଇଁ ସ୍ୱତନ୍ତ୍ର କୋଲ୍ଡ ଚେନ୍ ବ୍ୟବସ୍ଥା ଥିବା ଟ୍ରକ ନିୟୋଜିତ କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଟିକା ପରିବହନ କରାଯାଉଛି ।

ସୋମବାର ସଂଧ୍ୟାରେ ଏହି ଟ୍ରକ ପୁନେର ମଂଜରୀ ଫ୍ୟାକ୍ଟ୍ରିରେ ପହଁଚିଥିଲା । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ତିଆରି କରିଥିବା କୋଭିସିଲଡ୍ ଟିକା ଏଠାରୁ ଟ୍ରକ୍ ଯୋଗେ ପୁଣେ ବିମାନ ବନ୍ଦର ଅଭିମୁଖେ ବାହାରିଛି । ଏଠାରୁ ଏୟାର ଲିଫ୍ଟ କରି ଦେଶର ବିଭିନ୍ନ ଭାଗକୁ ଟିକା ପଠାଯିବ । ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହେବାକୁ ଥିବାରୁ ଏହା ଆଗରୁ ସୁରକ୍ଷିତ ଭାବେ କରୋନା ଟିକା ପହଁଚାଇବା କାମ ସାରିବାକୁ ଯୋଜନା ରଖିଛି ସିରମ ଇନଷ୍ଟିଚୁଟ୍ ।

ଏବେ ନଜର ପକାନ୍ତୁ କିଭଳି ଦେଶର ବିଭିନ୍ନ ଭାଗରେ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଟିକା ପହଂଚାଇବା ପାଇଁ ପ୍ରସ୍ତୁତି କରିଛନ୍ତି କେନ୍ଦ୍ର ସରକାର । 

– ପୁଣେର ସିରମ ଇନଷ୍ଟିଚ୍ୟୁଟରୁ ୧ କୋଟି ୧୦ ଲକ୍ଷ ଡୋଜ୍ ପାଇଁ ଅର୍ଡର ଦେଇଛନ୍ତି ସରକାର

– ସିରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକାର ପରିବହନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି

– ଏୟାର କଣ୍ଡିସନର ଓ ଜିପିଏସ ବ୍ୟବସ୍ଥା ଥିବା ଟ୍ରକରେ ହେଉଛି ଟିକାର ପରିବହନ

– ଫ୍ୟାକ୍ଟ୍ରିରୁ ବିମାନବନ୍ଦର ଯାଏଁ କଡା ପୋଲିସ ସୁରକ୍ଷା ଭିତରେ ଅଣାଗଲା ଟିକା ଟ୍ରକ୍

– ଗୋଟିଏ ଟ୍ରକରେ ରହିଛି ୩ ଶହ ଟିକା ବାକ୍ସ ଏବଂ ଏଥିରେ ୧ ଲକ୍ଷ ୨୦ ହଜାର ଡୋଜ୍

– ପୁଣେରୁ ଝାନ୍ସି, କର୍ଣ୍ଣାଲ, ଡାମନ, ସିଲଭାସା, ସୁରଟ, ଭଡୋଦରା, ଗାନ୍ଧୀନଗର ଓ ରାଜକୋଟ୍ ଯିବ

– କେନ୍ଦ୍ର ଓ ରାଜ୍ୟର ୪୮ଟି ସ୍ଥାନ ଚିହ୍ନଟ ହୋଇଛି, ଯେଉଁଠାରୁ ରାଜ୍ୟର ବିଭିନ୍ନ ଭାଗକୁ ଯିବ ଟିକା

from Kanak News
via <a href="https://ifttt.com/?

ଲଦାଖ ସୀମାରେ ପ୍ରବଳ ଜାଡ ଦେଖି ପଛକୁ ହଟିଲା ଡ୍ରାଗନର ପାଦ: ପୂର୍ବ ଲଦାଖ ଅଂଚଳରୁ ୧୦ ହଜାର ସୈନ୍ୟ ପ୍ରତ୍ୟାହାର କଲା ଚୀନ

କନକ ବ୍ୟୁରୋ: ଲଦାଖରେ ପ୍ରବଳ ଜାଡରେ ପଛକୁ ହଟିଲା ଡ୍ରାଗନର ପାଦ । ଅସହ୍ୟ ଜାଡ ବଢିବା ପରେ ଲଦାଖର ବିବାଦୀୟ ଅଂଚଳରୁ ଚୀନ୍ ପ୍ରାୟ ୧୦ ହଜାର ସୈନ୍ୟ ପ୍ରତ୍ୟାହାର କରିନେଇଛିି । ଏହି ସୈନ୍ୟ ପ୍ରତ୍ୟାହାର ପରେ ମଧ୍ୟ ଭାରତ ଓ ଚୀନ୍ ମଧ୍ୟରେ ବିବାଦୀୟ ଏଲଏସିର ସ୍ଥିତିରେ କିଛି ପରିବର୍ତନ ହୋଇନାହିଁ । ଏବେ ବି ଲଦାଖର ଆଗୁଆ ଅଂଚଳ ଗୁଡିକରେ ଦୁଇ ଦେଶର ସେନା ଡେରା ପକାଇ ବସିଛନ୍ତି । ଲଦାଖରେ ସୀମା ବିବାଦ ତେଜିବା ପରେ ଦୁଇ ଦେଶ ନିଜ ନିଜ ସୀମାରେ ପ୍ରାୟ ୧ ଲକ୍ଷ ସୈନ୍ୟଙ୍କ ସହିତ ଯୁଦ୍ଧାସ୍ତ୍ର ମହଜୁଦ୍ ରଖିଥିଲେ ।

ଲଦାଖର ଅତି ଅଭ୍ୟନ୍ତର ଅଂଚଳ ଗୁଡିକରେ ଶୀତ ଦିନରେ ପ୍ରବଳ ଥଣ୍ଡା ଓ ବରଫ ପାତ ଘଟୁଥିବାରୁ ଏଠାରେ କୌଣସି ସୈନ୍ୟ ପରିଚାଳନା ଅସମ୍ଭବ ହୋଇଥାଏ । ସେଥିପାଇଁ ଚୀନ୍ ଏପରି ସୈନ୍ୟ ପ୍ରତ୍ୟାହାର କରିଥାଇ ପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଆକଳନ କରିଛନ୍ତି । ଭାରତୀୟ ସେନା ସୂଚନା ଅନୁସାରେ ଗତ ୧୦ ଦିନ ମଧ୍ୟରେ ଚୀନ୍ ଏପରି ସୈନ୍ୟ ପ୍ରତ୍ୟାହାର କରିଛି । ଭାରତୀୟ ସୈନ୍ୟ ଏବେ ବି ଲଦାଖରେ ପ୍ରବଳ ଶୀତ ଭିତରେ ସୁରକ୍ଷାରେ ମୁତୟନ ରହିଛନ୍ତି । ଏହା ମଧ୍ୟରେ ଲଦାଖ ବିବାଦ କ୍ରମାଗତ ନବମ ମାସରେ ପ୍ରବେଶ କରିଛି । ଦୁଇ ଦେଶର ପ୍ରତିରକ୍ଷାମଣ୍ଡଳୀ ସ୍ତରୀୟ ଆଲୋଚନା ଚାଲିଥିଲେ ମଧ୍ୟ ପୁରା ବିବାଦର ସମାଧାନ ହୋଇପାରିନାହିଁ ।

from Kanak News
via <a href="https://ifttt.com/?

ଧାନମଣ୍ଡିରେ ଧାନର ମାନ ଯାଂଚ କରୁଛନ୍ତି ପିଅନ୍ ଏବଂ ଡାଟା ଅପରେଟର: ନିଯୁକ୍ତି ପାଇଥିଲେ ମଧ୍ୟ କ୍ୱାଲିଟି ଆନାଲାଇଜରଙ୍କ ଦେଖା ମିଳୁନି, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାର ଧାନ ମଣ୍ଡି ଗୁଡିକରେ ଲାଗି ରହିଛି ଅନେକ ଅବ୍ୟବସ୍ଥା । ଏହା ମଧ୍ୟରୁ ଆଜି ଆମେ ଆପଣଙ୍କ ସାମ୍ନାକୁ ଆଣିବୁ ଏକ ବଡ ସମସ୍ୟା । ଯାହାର ଶିକାର ହେଉଛନ୍ତି ଚାଷୀ । ୧୫ ଦିନ ହେବ ମଣ୍ଡି ଖୋଲିଲାଣି , କିନ୍ତୁ ଧାନ ମାପ ନିୟନ୍ତ୍ରକଙ୍କ ଦେଖାନାହିଁ । ତାଙ୍କର କାମ ତୁଲାଉଛନ୍ତି ପିଅନ୍ , ଡାଟା ଏଂଟ୍ରି । ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ଏ ହେଉଛି କେନ୍ଦ୍ରାପଡା ଜିଲ୍ଲାର ଗୁଲନଗର ଧାନମଣ୍ଡିର ଚିତ୍ର । ଚାଲିଛି ଧାନର ମାନ ପରୀକ୍ଷା । ଏହା ତ ଠିକ୍ ଅଛି । କିନ୍ତୁ ଧାନର ମାନ ପରୀକ୍ଷା କରୁଛନ୍ତି କିଏ ଜାଣିଲେ ଆପଣଙ୍କ ମଥା ଘୁରିଯିବ । ଧାନର ମାନ ଯାଂଚ କରୁଥିବା ଏହି ବାବୁ ହେଉଛନ୍ତି ଜଣେ ଡାଟା ଏଂଟ୍ରି ଅପରେଟର । ନା ସେ ବିଦ୍ଧିବଦ୍ଧ ଭାବେ ଧାନର ମାନ ଯାଂଚ ପାଇଁ ତାଲିମ ନେଇଛନ୍ତି, ନା ସେଥିପାଇଁ ତାଙ୍କର ନିଯୁକ୍ତି ହୋଇଛି । ଏବେ ପ୍ରଶ୍ନ ଉଠୁଛି ଧାନର ମାନ ଯାଂଚ ପାଇଁ ନିଯୁକ୍ତ ହୋଇଥିବା କ୍ୱାଲିଟି ଆନାଲାଇଜର ଗଲେ କୁଆଡେ ।

ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାରେ ମଣ୍ଡି ଗୁଡିକରେ ଧାନର ମାନ ଯାଂଚ ପାଇଁ ଆରଏମସି ପକ୍ଷରୁ ୧୧୮ ଜଣ କ୍ୱାଲିଟି ଆନାଲାଇଜରଙ୍କୁ ନିଯୁକ୍ତି ମିଳିଛି । ମାସିକ ୮ ହଜାର ଟଙ୍କାର ବେତନ ବି ଦିଆଯାଉଛି । କିନ୍ତୁ ମଣ୍ଡିରେ ସେମାନଙ୍କ ଅନୁପସ୍ଥିତି ଏବେ ସନ୍ଦେହ ସୃଷ୍ଟି କରିଛି ।

from Kanak News
via <a href="https://ifttt.com/?

କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋଟଙ୍କ କଡ଼ା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର : କହିଲେ ବିରୋଧ ପ୍ରଦର୍ଶନକାରୀଙ୍କ ମନରୁ ଦ୍ୱନ୍ଦ ଦୂର ହେବା ଦରକାର

କନକ ବ୍ୟୁରୋ : କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଆନ୍ଦୋଳନରତ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ଆବଶ୍ୟକ ବୋଲି କୁହାଯାଇଛି । ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି, ଚାଷୀମାନଙ୍କ ଭିତରେ ଧରଣା ରହିଛି ଯେ, କୌଣସି କମିଟି ସହିତ ଚର୍ଚ୍ଚା ଆଲୋଚନା ନକରି ଏହି କୃଷି ଆଇନ ଅଣାଯାଇଛି ।

ସେହିପରି ତରବରିଆ ଭାବେ ଏହି ଆଇନ ଅଣାଯାଇ ନାହିଁ । ବରଂ ଏହା ଦଶନ୍ଧି ଦଶନ୍ଧି ଧରି ଦାବି ହୋଇ ଆସୁଥିଲା ବୋଲି ସରକାର କୋର୍ଟଙ୍କୁ କହିଛନ୍ତି । ହେଲେ ସୋମବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଯେଭଳି ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ, ସେଥିରୁ ଲାଗୁଛି ଆଜି ଫଇସଲା ଶୁଣାଇ ପାରନ୍ତି ।

from Kanak News
via <a href="https://ifttt.com/?

ଆଜି ସିରମ୍ ଇନଷ୍ଟିଚୁଟରୁ ସାରା ଦେଶକୁ ଆସୁଛି ଟିକା : ବିମାନ ଓ ଟ୍ରକ ଯୋଗେ ବିଭିନ୍ନ ରାଜ୍ୟକୁ କରାଯାଉଛି ଟିକାର ପରିବହନ; ସ୍ୱତନ୍ତ୍ର କୋଲ୍ଡ ଚେନ୍ ଟ୍ରକର ହୋଇଛି ବ୍ୟବସ୍ଥା

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ୍ ଅର୍ଡର ପାଇବା ପରେ ସିରମ୍ ଇନଷ୍ଟିଚୁଟ୍ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ କାମ । ପୁଣେରେ ଥିବା ସିରମ୍ ଇନଷ୍ଟିଚୁଟର ମଂଜରୀ ଫ୍ୟାକ୍ଟ୍ରିରୁ ଏହି ଟିକାକୁ ପ୍ରଥମେ ବିମାନ ବନ୍ଦରକୁ ଅଣାଯାଇ , ଆକାଶମାର୍ଗରେ ପଠାଯିବ । ସୂଚନା ଅନୁସାରେ କିଛି କରୋନା ଟିକାକୁ ସଡକ ପଥରେ ପଠାଯିବ, କିଛି ଟିକାକୁ ଆକାଶପଥରେ ପଠାଯିବ । ସଡକ ପଥରେ ଟିକା ପରିବହନ ପାଇଁ ସ୍ୱତନ୍ତ୍ର କୋଲ୍ଡ ଚେନ୍ ବ୍ୟବସ୍ଥା ଥିବା ଟ୍ରକ ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ ।

ପ୍ରଥମ ଭାଗରେ କୋଭିସିଲଡ୍ ଟିକାର ପରିବହନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସାଧାରଣ ଭାବେ କୁଲ୍ ଏକ୍ସ କୁଲ୍ ଲିମିଟେଡ କମ୍ପାନୀର ଟ୍ରକରେ କରୋନା ଟିକାକୁ ପରିବହନ କାମ ସଂପନ୍ନ ହେବ । ସୋମବାର ସଂଧ୍ୟାରେ ଏହି ଟ୍ରକ ପୁନେର ମଂଜରୀ ଫ୍ୟାକ୍ଟ୍ରିରେ ଏହା ପହଁଚି ସାରିଛି । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ତିଆରି କରିଥିବା କୋଭିସିଲଡ୍ ଟିକା ଏଠାରୁ ଟ୍ରକ୍ ଯୋଗେ ପ୍ରେରଣ ହେବ । ଟ୍ରକ୍ ଯୋଗେ ବିମାନ ବନ୍ଦରକୁ ଟିକା ଆସିବା ପରେ ପ୍ରଥମ ଦଫାରେ ଗୁଜରାଟର ଅହମ୍ମଦାବାଦକୁ କୋଭିଡ୍ ଟିକା ପରିବହନ କରାଯିବ ବୋଲି ଜଣାପଡିଛି ।

ସକାଳ ପ୍ରାୟ ୧୦ଟା ୪୫ ମିନିଟରେ ଅହମ୍ମଦାବାଦ ବିମାନ ବନ୍ଦରରେ ଏହି ଟିକାକୁ ଗ୍ରହଣ କରିବେ ଗୁଜରାଟ ସରକାର । ପ୍ରାଥମିକ ସୂଚନା ଅନୁସାରେ କୋଭିସିଲଡ୍ ଟିକାକୁ ପ୍ରଥମେ ୬୦ ଟି ସ୍ଥାନକୁ ପ୍ରେରଣ କରାଯିବ । ସେହି ସ୍ଥାନ ଗୁଡିକରୁ ସାରା ଦେଶକୁ ଟିକା ପଠାଯିବ । ଏହି ଟିକା ପରିବହନରେ ପ୍ରାୟ ୩୦୦ ଜିପିଏସ୍ ବ୍ୟବସ୍ଥା ଥିବା କୁଲ୍ ଏକ୍ସ କୋଲଡ ଚେନ୍ ଟ୍ରକ୍ ବ୍ୟବହାର କରାଯିବ । ଆବଶ୍ୟକ ହେଲେ ଅଧିକ ୫ଶହ ଟ୍ରକ ନିୟୋଜନ କରାଯିବ ବୋଲି ସିରମ୍ ଇନଷ୍ଟିଚୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହେବାକୁ ଥିବାରୁ ଏହା ଆଗରୁ ସୁରକ୍ଷିତ ଭାବେ କରୋନା ଟିକା ପହଁଚାଇବା କାମ ସାରିବାକୁ ଯୋଜନା ରଖିଛି ସିରମ ଇନଷ୍ଟିଚୁଟ୍ ।

from Kanak News
via <a href="https://ifttt.com/?

ସୀମାରେ ସେନାକୁ କଲବଲ କରୁଛି ପ୍ରବଳ ଶୀତ: ଆଶ୍ୱସ୍ତି ଆଣିଲା ଡିଆରଡିଓର ହିଟର; ଅତ୍ୟନ୍ତ କମ୍ ତାପମାତ୍ରାକୁ କରିବ ପ୍ରତିହତ

କନକ ବ୍ୟୁରୋ: ସୀମାରେ ସେନାକୁ କଲବଲ କରୁଛି ପ୍ରବଳ ଶୀତ । ଏହାରି ଭିତରେ ଆଶ୍ୱସ୍ତି ଆଣିଛି ଡିଆରଡିଓର ହିଟର । ଅତ୍ୟନ୍ତ କମ୍ ତାପମାତ୍ରାକୁ ଏହି ହିଟର କରିବ ପ୍ରତିହତ । ଲଦାଖ ଓ ସିଆଚୀନର ଅତି ପ୍ରତିକୂଳ ପରିବେଶରେ ସହାୟକ ହେବ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ- ଡିଆରଡିଓ ନିର୍ମିତ ଏହି ସ୍ୱତନ୍ତ୍ର ହିଟର ।

ସୁଉଚ୍ଚ ଲଦାଖ, ସିଆଚୀନ ପରି ସ୍ଥାନରେ ମୁତୟନ ଅଛନ୍ତି ଭାରତୀୟ ସେନା । ଚୀନ ସହ ସୀମାରେ ଉତେଜନା ପ୍ରକାଶ ପାଇବା ପରେ ଏହି ଅଂଚଳରେ ଅଧିକ ଯବାନ ଓ ଯୁଦ୍ଧାସ୍ତ୍ର ମୁତୟନ କରାଯାଇଛି । ଆନୁଷଙ୍ଗିକ ବ୍ୟବସ୍ଥା ବି କରାଯାଇଛି । କିନ୍ତୁ ଯବାନଙ୍କ ପାଇଁ ସମସ୍ୟା ହେଉଛି ମାତ୍ରାଧିକ ଥଣ୍ଡା । ଲଦାଖ ଓ ସିଆଚୀନର ଅତି ପ୍ରତିକୂଳ ପରିବେଶରେ ସହାୟକ ହେବ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ- ଡିଆରଡିଓ ନିର୍ମିତ ଏହି ସ୍ୱତନ୍ତ୍ର ହିଟର । ଏଥିପାଇଁ ବେଶ୍ କମ୍ ଇନ୍ଧନ ଆବଶ୍ୟକ ହେଉଥିବା ବେଳେ ଅତ୍ୟନ୍ତ କମ୍ ତାପମାତ୍ରାକୁ ଏହା ପ୍ରତିହତ କରିବାକୁ ସକ୍ଷମ । ଏହାକୁ କମ୍ ତାପମାତ୍ରା ଅଂଚଳରେ ଖଂଜାଯିବ ବୋଲି ସୂଚନା ମିଳିଛି ।

କେବଳ ହିମ ତାପକ ଭାବେ ପରିଚିତ ବୁଖାରୀ ହିଟର ସହ ସ୍ନୋମେଲ୍ଟର ପରି ଯନ୍ତ୍ର ବିକାଶ କରିଛି ଡିଆରଡିଓ । ଏହାସହ ସ୍ୱତନ୍ତ୍ର ପିଠି ବ୍ୟାଗ୍ ବା ବ୍ୟାକ୍ ପେକ୍ ମଧ୍ୟ ତିଆରି ହୋଇଛି । ଏହା ସେନାର କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି । ବୁଖାରୀକୁ ଡିଆରଡିଓର ଡିଫେନ୍ସ ଇଷ୍ଟିଚ୍ୟୁୁଟ ଅଫ ଫିଜିଓଲୋଜି ଓ ଆଲାଏଡ ସାଇନ୍ସେସର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ତେବେ ଲଦାଖ ସୀମାରେ ଥିବା ସେନାଙ୍କ ପାଖରେ ବର୍ତମାନ ୨୦ ହଜାର ବୁଖାରୀ ରହିଛି । ସେନା ପାଇଁ ଏହି ତାପକ ଯନ୍ତ୍ର କିଣିବା ପାଇଁ ୪୨୦ କୋଟି ଟଙ୍କାର ପ୍ରସ୍ତାବ ଦେଇଛି ପ୍ରତିରକ୍ଷା ବିଭାଗ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started