ସିଡନୀ ଟେଷ୍ଟ ଡ୍ର ପରେ ସାମ୍ନାକୁ ଆସିଲା ଯନ୍ତ୍ରଣାର କାହାଣୀ : ପେନକିଲର ଓଭର ଡୋଜ୍ ନେଇ ଖେଳିଥିଲେ ଆହତ ପନ୍ତ ଓ ହନୁମା ବିହାରୀ

କନକ ବ୍ୟୁରୋ : ସିଡନୀ ଟେଷ୍ଟ ଡ୍ର ପରେ ସାମ୍ନାକୁ ଆସିଛି ଭାରତୀୟ ଖେଳାଳିଙ୍କ ଯନ୍ତ୍ରଣାର କାହାଣୀ । ମ୍ୟାଚରେ ଆହତ ହୋଇଥିବା ରିସଭ ପନ୍ତ ଓ ହନୁମା ବିହାରୀ ପେନକିଲର ନେଇ ଖେଳିଥିଲେ ବ୍ୟାଟିଂ ଜାରି ରଖିଥିଲେ । ପଂଚମ ଦିନରେ ପନ୍ତ, ହନୁମା ବିହାରୀଙ୍କ ସହିତ ଅଶ୍ୱିନଙ୍କ ଲଢୁଆ ପ୍ରଦର୍ଶନ ପାଇଁ ଆସନ୍ନ ପରାଜୟରୁ ବର୍ତି ସିଡନୀ ଟେଷ୍ଟ ଡ୍ର କରିବାରେ ସଫଳ ହୋଇଥିଲା ଟିମଇଣ୍ଡିଆ । ଆଉ ଅଷ୍ଟ୍ରେଲିଆର ମ୍ୟାଚ୍ ଜିତିବାର ସ୍ୱପ୍ନ ବି ଧୂଳିସାତ୍ ହୋଇଯାଇଥିଲା । ପନ୍ତଙ୍କ କହୁଣୀରେ ବଲ୍ ବାଜିବାରୁ ସେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହା ପରେ ସେ ପେନକିଲର ନେଇ ୯୭ ରନର ଆକ୍ରାମକ ଇନିଂସ ଖେଳିଥିଲେ ।

ଅନ୍ୟପଟେ ଭାରତ ପାଇଁ ଲଢେଇ କରିଥିଲେ ଆର ଅଶ୍ୱିନ୍ ଓ ହନୁମା ବିହାରୀ । ଏହି ଦୁଇ ଖେଳାଳି ୨୫୯ଟି ବଲ୍ ଖେଳି କଙ୍ଗାରୁ ଦଳ ଓ ବିଜୟ ମଧ୍ୟରେ ପାଚେରୀ ଭଳି ଠିଆ ହୋଇ ରହିଲେ । ଅଶ୍ୱିନ୍ ୧୨୮ ବଲରୁ ୩୯ ଏବଂ ହନୁମା ବିହାରୀ ୧୬୧ ବଲରୁ ୨୯ ରନ୍ କରି ଅପରାଜିତ ରହିଥିଲେ । ଫଳରେ ଶେଷ ଦିନରେ ୪୦୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ୩୪୪ ରନ୍ କରି ସିଡନୀ ଟେଷ୍ଟ ଡ୍ର କରିବାରେ ସଫଳ ହୋଇଥିଲା ।

୪୦ ବର୍ଷ ତଳେ ଓଭାଲ ଟେଷ୍ଟରେ ସମାନ ଧରଣର ସଂଘର୍ଷ କରି ଭାରତ ଓଭାଲ ଟେଷ୍ଟ ଡ୍ର କରିଥିଲା । ସେହିବର୍ଷ ପାକିସ୍ତାନ ବିପକ୍ଷରେ ୧୩୧ ଓଭର ବ୍ୟାଟିଂ କରି ମ୍ୟାଚ୍ ଡ୍ର କରିଥିଲା ଭାରତ । ତେବେ ସିଡନୀରେ ପନ୍ତ , ହନୁମା ବିହାରୀ ଆହତ ଥାଇ ଏବଂ ଆର ଅଶ୍ୱିନ୍ ଅଂଟା ଯନ୍ତ୍ରଣା ଭିତରେ ଯେପରି ସଂଘର୍ଷ କରି ଭାରତ ପାଇଁ ମ୍ୟାଚ୍ ବଂଚାଇ ଦେଲେ , ତାହା ଦୀର୍ଘ ବର୍ଷ ଯାଏଁ ଟେଷ୍ଟ କ୍ରିକେଟରେ ମନେ ରହିବ ।

from Kanak News
via <a href="https://ifttt.com/?

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ: ଆମେରିକା ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ପ୍ରସ୍ତାବ ଆଣିଲା ଡେମୋକ୍ରାଟିକ ପାର୍ଟି

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆସିଛି । ଡେମୋକ୍ରାଟିକ୍ ପାର୍ଟି ଏହି ପ୍ରସ୍ତାବ ଦେଇଛି । ହାଉସ୍ ଅଫ୍ ରିପ୍ରେଜେଂଟେଟିଭ୍ରେ ତୁରନ୍ତ ଏ ନେଇ ପଦକ୍ଷେପ ନେବ ବୋଲି ଅନୁମାନ କରାଯାଉଛି । ଏପରିକି ଦିନେ ଦୁଇ ଦିନ ଭିତରେ ଏ ନେଇ ଭୋଟ ହୋଇପାରେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡିଛି । ରାଷ୍ଟ୍ରପତି ପଦରୁ ଟ୍ରମ୍ପଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଡେମୋକ୍ରାଟ୍ ମାନେ ଦାବି କରିଛନ୍ତି । ଗତ ସପ୍ତାହରେ କ୍ୟାପିଟଲ ହିଲ୍ ଦଙ୍ଗା ନେଇ ଟ୍ରମ୍ପଙ୍କୁ ଦାୟୀ କରାଯାଉଛି ।

ଜାନୁଆରୀ ୬ ତାରିଖରେ ଡୋନାଲ୍ଡ ଟ୍ରମ୍ପଙ୍କ ଶହ ଶହ ସମର୍ଥକ କ୍ୟାପିଟଲ୍ ହିଲ୍ ଆଗରେ ବ୍ୟାପକ ହିଂସାକାଣ୍ଡ ଓ ଦଙ୍ଗା ଭିଆଇଥିଲେ । ବାଇଡେନଙ୍କ ବିଜୟକୁ ପ୍ରତ୍ୟାଖ୍ୟାନ କରିବା ସହ ଟ୍ରମ୍ପଙ୍କୁ ପୁଣି ଥରେ ବିଜୟୀ ଘୋଷଣା କରିବା ପାଇଁ ବିଭିନ୍ନ ମାରଣାସ୍ତ୍ର ଧରି ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାର ସଂସଦ ବା କ୍ୟାପିଟଲ୍ ବିଲ୍ଡିଂ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ବ୍ୟାପକ ଭଙ୍ଗାରୁଜା, ପୋଡ଼ାଜଳା କରି ଆମେରିକାର ନିର୍ବାଚନକୁ ଓଲଟାଇ ଦେବାକୁ ଯୋଜନା କରାଯାଇଥିଲା । ହିସାଂକାଣ୍ଡରେ ଜଣେ ମହିଳାଙ୍କ ସହ ୪ ଜଣଙ୍କ ଜୀବନ ଯାଇଥିଲା ।

ଦଙ୍ଗାକୁ ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇ ପଡ଼ିଥିଲେ ପୋଲିସ ଓ ସୁରକ୍ଷାକର୍ମୀ । ନିଜ ସମର୍ଥକକୁ ଏପରି ଦଙ୍ଗା ଭିଆଇବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉସୁକାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ତୁରନ୍ତ ଆମେରିକା କଂଗ୍ରେସ ଓ ସିନେଟ୍, ଇଲେକ୍ଟୋରାଲ କଲେଜର ଭୋଟ ଗଣନା ଶେଷ କରି ଜୋ ବାଇଡେନଙ୍କୁ ଆନୁଷ୍ଠାନିକ ଭାବେ ବିଜୟୀ ଘୋଷଣା କରିଥିଲେ ।

from Kanak News
via <a href="https://ifttt.com/?

ଆହତ ଅଶ୍ୱିନୀଙ୍କ ସିଡନୀ କାହାଣୀ । ନଇଁକି ବାନ୍ଧି ପାରୁନଥିଲେ ଜୋତାର ଲେସ, ପୂରା ଦିନ ଛିଡା ହୋଇ କଲେ ବ୍ୟାଟିଂ ।

କନକ ବ୍ୟୁରୋ : ନା ତାଙ୍କୁ ବାଉନ୍ସରର ଭୟ ଥିଲା ନା ୟର୍କରର । ଆହତ ହୋଇ ମଧ୍ୟ ନିଜ କଷ୍ଟକୁ ପଛରେ ପକାଇ ଟିମ ପାଇଁ ଶେଷ ଯାଏଁ ଲଢିଥିଲେ ରବିଚନ୍ଦ୍ରନ ଅଶ୍ୱିନୀ ଓ ହନୁମା ବିହାରୀ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଏହି ଦୁଇ ଖେଳାଳି ଯେଉଁ ପାଳି ଖେଳିଥିଲେ ତାହା କ୍ରିକେଟ ଇତିହାସରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଅଶ୍ୱିନୀ ଓ ହନୁମା ବିହାରୀଙ୍କ ଯୋଡି ପଞ୍ଚମ ଦିନରେ ଅଷ୍ଟ୍ରେଲିଆର ବିଜୟ ପଥରେ ବାଡ ହୋଇ ଛିଡା ହୋଇଥିଲେ । ନଇଁକି ଜୋତାର ଲେସ ବାନ୍ଧି ପାରୁନଥିଲେ, ହେଲେ ଛିଡା ହୋଇ ପୂରା ଦିନ କଲେ ବ୍ୟାଟିଂ । ଏହାପରେ ଅଷ୍ଟ୍ରେଲିଆ ଆଶାରେ ପାଣି ପଶି ଯାଇଥିଲା ।

ଏହି ରୋମାଞ୍ଚକର ମ୍ୟାଚ ପରେ ଅଶ୍ୱିନୀଙ୍କ ପତ୍ନୀ ଟ୍ୱିଟ କରି ଲେଖିଥିଲେ, ମ୍ୟାଚର ପୂର୍ବ ଦିନ ଭୟଙ୍କର କଷ୍ଟରେ ରାତି କାଟିଥିଲେ ଅଶ୍ୱିନୀ । ଏମିତିକି ସକାଳ ଯାଏଁ ତାଙ୍କ କଷ୍ଟ କମି ନଥିଲା । ପତ୍ନୀଙ୍କ ଏହି ଟ୍ୱିଟ ପରେ ଅଶ୍ୱିନୀଙ୍କ ଆଖିରେ ଲୁହ ଚାଲି ଆସିଥିଲା । ଆଉ ସେ ପତ୍ନୀଙ୍କ ଧନ୍ୟବାଦ ସହ ତାଙ୍କ ସହ ସବୁ ପରିସ୍ଥିତିରେ ଛିଡା ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ ।

କେବଳ ଅଶ୍ୱିନୀ ନୁହେଁ ରିଷବ ପନ୍ତ ଓ ହନୁମା ବିହାରୀ ମଧ୍ୟ ଆହତ ହୋଇ ବ୍ୟାଟିଂ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ କଷ୍ଟରୁ ମୁକ୍ତି ପାଇବା ପାଇଁ ଓଭର ଡୋଜ୍୍ ପେନକ୍ଲିୟର ଖାଇଥିଲେ । ପନ୍ତଙ୍କ କହୁଣୀରେ ଆଘାତ ଲାଗିବା ଯୋଗୁଁ ବ୍ୟାଟିଂକୁ ନେଇ ଦ୍ୱନ୍ଦ ହୋଇଥିଲା । ହେଲେ ଆହତ ମଧ୍ୟରେ ବ୍ୟାଟିଂ କରି ୯୭ ରନର ଭଲ ପାଳି ଖେଳିଥିଲେ ପନ୍ତ ।

ତେବେ ଖେଳାଳିମାନେ ଆହତ ହୋଇ ମଧ୍ୟ ଦଳ ପାଇଁ ଖେଳ ଜାରି ରଖିଥିଲେ । ଆଉ ଖେଳାଳିମାନଙ୍କର ଏହି ପରିଶ୍ରମ ଶେଷରେ ସଫଳ ହୋଇଥିଲା । କେବଳ ଆହତ ନୁହେଁ ଫିଲ୍ଡିଂ ବେଳେ ଜାତିଆଣ ଆକ୍ଷେପର ଶିକାର ହୋଇଥିଲେ ଭାରତୀୟ ଖେଳାଳି । ଗ୍ୟାଲେରିରେ ଥାଇ ମହମ୍ମଦ ସିରାଜଙ୍କୁ ଜାତିଆଣ ଆକ୍ଷେପ କରିଥିଲେ ଅଷ୍ଟ୍ରେଲିଆ ଫ୍ୟାନ । ତେବେ ଏହି ଘଟଣା ଭାରତୀୟ ଖେଳାଳିଙ୍କ ଉପରେ ମାନସିକ ଚାପ ରହିଥିଲା । ଏହା ପରେ ହାର ମାନି ନଥିଲା ଟିମ ଇଣ୍ଡିଆ ।

from Kanak News
via <a href="https://ifttt.com/?

କାର ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୁରୁତର, ପତ୍ନୀ ମୃତ । ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଗୋଆ ସ୍ଥାନାନ୍ତର ।

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଓ ତାଙ୍କ ପତ୍ନୀ ଏକ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିରେ ମନ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ପତ୍ନୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକର ଅଙ୍କୋଲାରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ବହୁତ ସମୟ ଧରି କେନ୍ଦ୍ର ମନ୍ତ୍ରୀଙ୍କ ପତ୍ନୀ ବେହୋସ ରହିଥିଲେ ହେଲେ ପରେ ସେ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ । ଏବେ ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଗୋଆ ସ୍ଥାନାନ୍ତର କରାଯାଇଛି । ମନ୍ତ୍ରୀଙ୍କ ଚିକିତ୍ସା ସୁବିଧା ପାଇଁ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

from Kanak News
via <a href="https://ifttt.com/?

‘ISI’ ଏଜେଣ୍ଟର ହନିଟ୍ରାପରେ ଫଶିଲେ ପୂର୍ବତନ ସରପଞ୍ଚ । ସେନାର ଗୁପ୍ତ ସୂଚନା ଦେଉଥିବା ଅଭିଯୋଗରେ ଗିରଫ କଲା ସୁରକ୍ଷା ଏଜେନ୍ସି ।

କନକ ବ୍ୟୁରୋ : ରାଜସ୍ଥାନରୁ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଜଣେ ମହିଳା ଏଜେଣ୍ଟଙ୍କ ହନି ଟ୍ରାପରେ ଜୈସଲମେର ଜିଲ୍ଲାର ଜଣେ ପୂର୍ବତନ ସରପଞ୍ଚ ଫସି ଯାଇଥିଲେ। ଭାରତୀୟ ସେନାର ଗୋପନ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ପୂର୍ବତନ ସରପଞ୍ଚଙ୍କୁ ସୁରକ୍ଷା ଏଜେନ୍ସି ଗିରଫ କରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୁକ୍ତ ପୂର୍ବତନ ସରପଞ୍ଚଙ୍କ ନାମ ସତ୍ୟନାରାୟଣ ପାଲିୱାଲ ବୋଲି ଜଣାପଡ଼ିଛି। ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ‌ଜୈସଲମେର ଜିଲ୍ଲାର ପୋଖରାନ ଅଞ୍ଚଳରୁ ସତ୍ୟନାରାୟଣ ପାଲିୱାଲଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସୁରକ୍ଷା ଏଜେନ୍ସି ଅଭିଯୁକ୍ତଙ୍କୁ ଜୟପୁରକୁ ନେଇଯାଇଛନ୍ତି। ଜୟପୁରରେ ରାଜସ୍ଥାନର ଗୁଇନ୍ଦା ଏଜେନ୍ସି ବ୍ୟତୀତ ସେନାର ଗୁଇନ୍ଦା ଏଜେନ୍ସି ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛନ୍ତି।

ଏହି ଘଟଣାର ସମ୍ପୂର୍ଣ୍ଣ ଅନୁସନ୍ଧାନରୁ ଜଣାପଡିଛି ଯେ ଆଇଏସଆଇର ଜଣେ ମହିଳା ଏଜେଣ୍ଟ ଅଭିଯୁକ୍ତ ପୂର୍ବତନ ସରପଞ୍ଚଙ୍କୁ ନଗ୍ନ ଚେହେରା ନେଇ ଯୌନୋଦ୍ଦୀପକ ଢ଼ଙ୍ଗରେ କଲ କରୁଥିଲେ। ମହିଳାଙ୍କୁ ଏଭଳି ନଗ୍ନ ଭାବେ ଦେଖିବା ସହିତ ତାଙ୍କ ସହିତ ଅଶ୍ଳୀଳ କଥା ହେବା ଲାଲସାରେ ପୂର୍ବତନ ସରପଞ୍ଚ ହନି ଟ୍ରାପରେ ଫସି ଯାଇ ସେନାର ଗୁପ୍ତ ସୂଚନା ସବୁ ମହିଳାଙ୍କୁ ଦେବାରେ ଲାଗିଥିଲେ।

କେବଳ ଏତିକି ନୁହେଁ, ସେ ଆଇଏସଆଇ ମହିଳାଙ୍କ ସହିତ କଥାହେବା ପାଇଁ ସୋସିଆଲ ମିଡିଆରେ ଏକ ନକଲି ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରୁ ଅଭିଯୁକ୍ତ ଭାରତୀୟ ସେନାର କାର୍ୟ୍ୟକଳାପ ସମେତ ଆଇଏସଆଇକୁ ଅନେକ ରଣନୀତିର ସୂଚନା ଦେଉଥିଲେ। ଅଭିଯୁକ୍ତ ସତ୍ୟନାରାୟଣ ପାଲିୱାଲଙ୍କ ପତ୍ନୀ ଏହି ଅଞ୍ଚଳର ସରପଞ୍ଚ ଥିବା ବି ଜଣାପଡ଼ିଛି।

from Kanak News
via <a href="https://ifttt.com/?

ନାଗାଲାଣ୍ଡବାସୀ ଦେଖାଇଲେ ଏକତାର ବଳ । ଖାଇରେ ଖସିପଡିଥିବା ଟ୍ରକକୁ ବାଉଁଶ ଓ ଦଉଡି ସାହାଯ୍ୟରେ ଟାଣି ଆଣିଲେ ।

କନକ ବ୍ୟୁରୋ : ଏକତା ହିଁ ବଳ । ଏହି କଥାକୁ ଆଉ ଥରେ ପ୍ରମାଣ କରିଛନ୍ତି ନାଗାଲାଣ୍ଡର ଲୋକେ । ପୂର୍ବୋତର ରାଜ୍ୟ ନାଗାଲାଣ୍ଡରେ ଏକ ଘାଟି ରାସ୍ତାରେ ଯାଉଥିବା ବେଳେ ଟ୍ରକଟି ଖାଇ ଭିତରକୁ ଖସି ପଡିଥିଲା । ଗାଁଲୋକେ ସାହସିକତାର ପରିଚୟ ଦେଇ ବିନା କୌଣସି ମେସିନର ସାହାଯ୍ୟ ନନେଇ ନିଜେ ଏକାଠି ହୋଇ ଏହାକୁ ଖାଇ ଭିତରୁ ଉପରକୁ ଟାଣି ଆଣିଛନ୍ତି । ବାଉଁଶ ଓ ଦଉଡି ସାହାଯ୍ୟରେ ଶତାଧିକ ଲୋକେ ଟ୍ରକଟିକୁ ଟାଣି ରାସ୍ତା ଉପରକୁ ନେଇ ଆସିଛନ୍ତି ।

ବିଜେପି ମୁଖପାତ୍ର ମୋହୁନଲ୍ୟୁମୋ କିକୋନ ଏହି ଘଟଣାର ଭିଡିଓଟିକୁ ଟ୍ୱିଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ନାଗାଲାଣ୍ଡର କେଉଁ ସ୍ଥାନରେ ସେ ନେଇ ଅଧିକ ତଥ୍ୟ ମିଳିପାରିନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ଅଦା ଭର୍ତି ଏହି ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ପରେ ଖାଇରେ ପଡିଯାଇଥିଲା । ଯେଉଁଥିରେ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିଲେ । ଟ୍ରକଟି ଖାଇରେ ଫସିଯାଇଥିଲା ଏବଂ ଏହାକୁ କ୍ରେନର ସାହାଯ୍ୟ ନନେଇ ବାହାର କରିବା ଅସମ୍ଭବ ଥିଲା । ସେହି ଅଂଚଳରେ କୌଣସି କ୍ରେନ ନଥିବାରୁ ଲୋକେ ନିଜ ଉଦ୍ୟମରେ ଏହାକୁ ବାହାର କରିବା ପାଇଁ ମନସ୍ତ କରିଥିଲେ । ଏବଂ ବାଉଁଶ ଓ ଦଉଡି ସାହାଯ୍ୟରେ ଟ୍ରକଟିକୁ ଟାଣି ଏହାକୁ ରାସ୍ତା ଉପରକୁ ନେଇ ଆସିଥିଲେ ।

ଭାଇରାଲ ହୋଇଥିବା ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କିପରି ଶତାଧିକ ଗାଁଲୋକେ ଟ୍ରକକୁ ଟାଣି ଟାଣି ରାସ୍ତାକୁ ନେଇ ଆସିଛନ୍ତି । ଗାଁଲୋକଙ୍କ ଉତ୍ସାହ ଆଗରେ ସବୁକିଛି ହାର ମାନିଛି ଏବଂ ଏମାନେ ନିଜ ପ୍ରୟାସରେ ସଫଳ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଟ୍ରମ୍ପଙ୍କ ପାଇଁ ବଢିବ ଅଡ଼ୁଆ ! କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ ।

କନକ ବ୍ୟୁରୋ : କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ । କ୍ୟାପିଟଲ ହିଲରେ ଯାହା ଘଟିଲା ତାକୁ ନେଇ ମହାଭିଯୋଗ ପ୍ରସ୍ତାବ ଜରିଆରେ ବହିଷ୍କାର କରିବାକୁ ବିରୋଧୀ ଦଳ ଡେମୋକ୍ରାଟିକ ଦାବି କରିଛି । ରିପବ୍ଲିକାନ ପାର୍ଟିର କିଛି ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଯଦି ଉପରାଷ୍ଟ୍ରପତି ମାଇକ ପେନ୍ସ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସମ୍ବିଧାନରେ ୨୫ ତମ ସଂଶୋଧନ ପ୍ରୟୋଗ କରି ପଦକ୍ଷେପ ନନିଅନ୍ତି ତେବେ ମହାଭିଯୋଗ ଆଣିବେ ଡେମୋକ୍ରାଟ ।

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ କରି ଗଲା ବେଳକୁ, ଆମେରିକାକୁ ଏମିତି ଜଖମ ଦେଇଛନ୍ତି ଯାହାର ଦାଗ ନା କେବେ ଯିବ ନା ଫିକା ପଡିବ । କିନ୍ତୁ ପ୍ରଶ୍ନ ଉଠୁଛି, କଣ ଆମେରିକା ଟ୍ରମ୍ପଙ୍କୁ ଏମିତି ଯିବାକୁ ଦେବ? କାରଣ କ୍ୟାପିଟଲ ହିଲରେ ଟ୍ରମ୍ପ ସମର୍ଥକ ଯେଉଁ ହିଂସାକାଣ୍ଡ କଲେ ସେଥିପାଇଁ ଟ୍ରମ୍ପ ହିଁ ତାଙ୍କୁ ଉସୁକାଇଥିଲେ । ଆଉ ଏବେ ଟ୍ରମ୍ପଙ୍କ ପାର୍ଟିରୁ ହିଁ ଟ୍ରମ୍ପଙ୍କୁ ସଜା ଦେବା ପାଇଁ ଦାବି ଜୋରଦାର ହେଉଛି । ସଜା ହେଉଛି ୨୦ ଜାନୁଆରୀ ଅର୍ଥାତ ରାଷ୍ଟ୍ରପତି କାର୍ଯ୍ୟକାଳ ସରିବା ଆଗରୁ ତାଙ୍କୁ ପଦରୁ ହଟାଇଦେବା ।

ଟ୍ରମ୍ପଙ୍କ କାର୍ଯ୍ୟକାଳ ଯଦିଓ କମ ସମୟ ରହିଛି ହେଲେ ଏହା ପୂର୍ବରୁ ତାଙ୍କୁ ମହାଭିଯୋଗ ପ୍ରସ୍ତାବ ଜରିଆରେ ବହିଷ୍କାର କରିବାକୁ ବିରୋଧୀ ଦଳ ଡେମୋକ୍ରାଟିକ ଦାବି କରିଛି । ରିପବ୍ଲିକାନ ପାର୍ଟିର କିଛି ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ଯଦି ଉପରାଷ୍ଟ୍ରପତି ମାଇକ ପେନ୍ସ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସମ୍ବିଧାନରେ ୨୫ ତମ ସଂଶୋଧନ ପ୍ରୟୋଗ କରି ପଦକ୍ଷେପ ନନିଅନ୍ତି ତେବେ ମହାଭିଯୋଗ ଆଣିବେ ଡେମୋକ୍ରାଟ । ହାଉସ ଅଫ ରିପ୍ରେଜେଂଟେଟିଭର ବାଚସ୍ପତି ତଥା ଡେମୋକ୍ରାଟ ଦଳର ନେତା ନାନ୍ସି ପେଲୋସି ତାଙ୍କ ଦଳର ସାଂସଦ ମାନଙ୍କୁ ଚିଠି ଲେଖି ମହାଭିଯୋଗ ପ୍ରସ୍ତାବ ଆଣିବାକୁ ନିବେଦନ କରିଛନ୍ତି । ଟ୍ରମ୍ପଙ୍କ ବିରୋଧରେ କମ୍ ଭୋଟ ପଡିବାର ଆଶଙ୍କା ରହିଛି, ତେଣୁ ସମସ୍ତ ଦଳୀୟ ସାଂସଦଙ୍କୁ ୱାସିଂଟନ ଆସିବାକୁ ସେ ଅନୁରୋଧ କରିଛନ୍ତି । ଆମେରିକା ରାଷ୍ଟ୍ରପତି କାର୍ଯ୍ୟକାଳ ସରିବା ଆଗରୁ ତାଙ୍କୁ ପଦରୁ ହଟାଇ ଦିଆଯାଇପାରିବ ।

ଆମେରିକା ସମ୍ବିଧାନରେ ୨୫ ତମ ସଂଶୋଧନ ଏଥିପାଇଁ ଅନୁମତି ପ୍ରଦାନ କରିଛି । ଏବେ ନଜର ପକାନ୍ତୁ ଏଥିରେ କଣ ରହିଛି ବ୍ୟବସ୍ଥା ।
୧. ଯଦି ଜଣେ ରାଷ୍ଟ୍ରପତିଙ୍କୁ ତାଙ୍କ ପଦରୁ ହଟାଇବାକୁ ପଡିବ କିମ୍ବା ତାଙ୍କର ମୃତ୍ୟୁ ହୁଏ ତେବେ ଏହି ପରିସ୍ଥିତିରେ କେବଳ ଉପରାଷ୍ଟ୍ରପତି, ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିପାରିବେ
୨. ଯଦି ଉପରାଷ୍ଟ୍ରପତି ପଦ ଖାଲିଥିବ, ତେବେ ସେ କ୍ଷେତ୍ରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ମନୋନିତ କରିବେ । ଏହି ପ୍ରକ୍ରିୟାରେ ସେ କଂଗ୍ରେସର ଉଭୟ ଗୃହରେ ସଂଖ୍ୟା ଗରିଷ୍ଠତା ଆଧାରରେ କାର୍ଯ୍ୟ କରିବେ
୩. ସେହିପରି ଯଦି ରାଷ୍ଟ୍ରପତି ତାଙ୍କର ଅକ୍ଷମତା କିମ୍ବା ଅଯୋଗ୍ୟତା ଘୋଷଣା କରିବାକୁ ସକ୍ଷମ ବା ରାଜି ନହୁଅନ୍ତି ତେବେ ଉପରାଷ୍ଟ୍ରପତି କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ
୪. ଯଦି ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର କରିବାକୁ କିମ୍ପା ତାଙ୍କ ଦାୟିତ୍ୱ ତୁଲାଇବାକୁ ସକ୍ଷମ ନଅୁହନ୍ତି ତେବେ ତାଙ୍କୁ ପଦରୁ ହଟାଇ ଦିଆଯାଇପାରେ । ଏଥିପାଇଁ ଉପରାଷ୍ଟ୍ରପତି ଏବଂ ଆମେରିକାର କ୍ୟାବିନେଟରେ ମହାଭିଯୋଗ ପ୍ରସ୍ତାବ ଆସିବ । ଯଦି କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଅଧିକ ସଂଖ୍ୟାରେ ସାଂସଦ ରହିବେ ତାହେଲେ ସେ ବହିଷ୍କୃତ ହୋଇପାରିବେ । ସଂସଦର ଉଭୟ ଗୃହରେ ଏଥିପାଇଁ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକତା ରହିଛି ।

ଜାନୁୟାରୀ ୨୦ରେ ଶେଷ ହେବ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ । ଏହି ଦିନ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କାର୍ଯ୍ୟଭାର ସମ୍ଭାଳିବେ । ଏହା ପୂର୍ବରୁ କ୍ୟାପିଟଲ ହିଲ୍ସରେ ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚାଲିଛି ପ୍ରସ୍ତୁତି ।

from Kanak News
via <a href="https://ifttt.com/?

ଇତିହାସ ରଚିଲେ ୪ ପାଇଲଟ୍ । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରିଲେ ଏୟାର ଇଣ୍ଡିଆର ୪ମହିଳା କ୍ୟାପଟେନ୍ ।

କନକ ବ୍ୟୁରୋ : ଇତିହାସ ରଚିଲେ ୪ ପାଇଲଟ୍ । ବିଶ୍ୱର ସବୁଠୁ ଲମ୍ବା ଉଡାଣ ଭରିଛନ୍ତି ଏୟାର ଇଣ୍ଡିଆର ୪ମହିଳା ପାଇଲଟ୍ । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରି ବେଙ୍ଗାଲୁରୁର କାମ୍ପାଗୌଡା ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଆମେରିକାର ସାନଫ୍ରାନସିସକୋରୁ ଉତ୍ତର ମେରୁ ଉପରେ ବିମାନ ଉଡାଇ ବେଙ୍ଗାଲୁରୁରେ ପହଂଚିଛନ୍ତି ।

ଏହି ଦୂରତା ଅତିକ୍ରମ କରିବା ପାଇଁ ୧୭ଘଂଟା ସମୟ ଲାଗିଛି । କ୍ୟାପଟେନ ଜୋୟା ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଦୀର୍ଘତମ ଉଡାଣକୁ ସଫଳତାର ସହ ଶେଷ କରିଛନ୍ତି ଏହି ଟିମ୍ । କେବଳ ଉତର ମେରୁ ଉପରେ ବିମାନ ଉଡାଇ ନାହାନ୍ତି ବରଂ ମହିଳା ପାଇଲଟ ସଫଳତାର ସହ ଦୀର୍ଘତମ ଯାତ୍ରା ଶେଷ କରିପାରିଥିବା କହିଛନ୍ତି କ୍ୟାପଟେନ ଜୋୟା ଅଗ୍ରୱାଲ ।

ଏହି ଦୀର୍ଘତମ ଯାତ୍ରାକୁ ପୂରଣ କରି ପୁରା ବିଶ୍ୱକୁ ନିଜର ଦମ ଦେଖାଇଛନ୍ତି ଏହି ପାଇଲଟ । ବିମାନ ବନ୍ଦରରେ ପହଂଚିବା ପରେ ଏମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଏହି ଦୀର୍ଘତମ ଉଡାଣ ଭରି ଇତିହାସ ରଚିଛନ୍ତି କ୍ୟାପଟେନ ଜୋୟା ଅଗ୍ରୱାଲ, କ୍ୟାପଟେନ ପାପାଗିରି ଥାନମାଇ, କ୍ୟାପଟେନ ଆକାଂକ୍ଷା ସୋନାୱରେ ଓ କ୍ୟାପଟେନ ଶିବାନୀ ମାନହସ । ଏହା ସମସ୍ତଙ୍କ ପାଇଁ ଉତ୍ସାହଜନକ ଅନୁଭୂତି ଥିବା କହିଛନ୍ତି କ୍ୟାପଟେନ ଶିବାନୀ ମାନହସ ।

୧୭ଘଂଟାର ଯାତ୍ରା କରି ଏହି ପାଇଲଟ ମାନେ ସଫଳତାର ସହ ବେଙ୍ଗଲୁରୁରେ ପହଂଚିଛନ୍ତି । ଏହି ଯାତ୍ରାକୁ ପୂରଣ କରି ପାଇଲଟ ମାନେ ୧୦ଟନ୍ ବିମାନ ଇନ୍ଧନ ମଧ୍ୟ ବଂଚାଇଛନ୍ତି । ଏହାସହ ସାନଫ୍ରାନସିସକୋରୁ ବେଙ୍ଗଲୁରୁ ପର୍ଯ୍ୟନ୍ତ ସିଧାସଳଖ ବିମାନ ଉଡାଣ ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ଲୁଟେରା ସ୍ୱାମୀ… । ଧମକ ଦେଇ ବିବାହ କରିଲା, ପତ୍ନୀକୁ ହୋଟେଲରେ ଛାଡିଦେଇ ସୁନାଗହଣା, ଟଙ୍କା ଧରି ଛୁ ମାରିଲା ।

କନକ ବ୍ୟୁରୋ : ଫେସବୁକରେ ବନ୍ଧୁତା। ପରେ ହେଲା ପ୍ରେମ। ପ୍ରେମରେ ପାଗଳ ହୋଇ ଯୁବକ ଦେଲା ଆତ୍ମହତ୍ୟା ଧମକ। ବିବାହ ନକଲେ ବେକ କାଟିଦେବି ବୋଲି ଯୁବତୀଙ୍କୁ ଧମକ ଦେଇ ବିବାହ କଲା ଯୁବକ। ହେଲେ ବିବାହର କିଛି ଦିନ ପରେ ସାମ୍ନାକୁ ଆସିଲା ଯୁବକର ଅସଲ ଉଦ୍ଦେଶ୍ୟ। ପ୍ରେମ ନୁହେଁ, ପତ୍ନୀର ସୁନଗହଣା ଓ ଟଙ୍କାକ ଉପରେ ଥିଲା ଅଭିଯୁକ୍ତରର ନଜର। ବିବାହ ପରେ ପରେ ପତ୍ନୀକୁ ହୋଟେଲରେ ଛାଡ଼ିଦେଇ ସୁନଗହଣା ଓ ଟଙ୍କା ନେଇ ଫେରାର ହୋଇଗଲା ଯୁବକ। ଏହି ଘଟଣାଟି ଘଟିଛି କୋଲକାତାରେ ରହୁଥିବା ଜଣେ ମହିଳାଙ୍କ ସହ । ଏ ନେଇ ସେ ନ୍ୟାୟ ପାଇଁ ପୁଲିସକୁ ସାହାଯ୍ୟ ମାଗିଛନ୍ତି।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଫେସବୁକରେ କଥା ହେବା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ଦୂର ସଂପର୍କୀୟ ବୋଲି ଜଣାପଡ଼ିଥିଲା। କିଛି ଦିନ କଥା ହେବା ପ‌ରେ ବିବାାହ ପାଇଁ ଚାପ ପକାଇବା ଆରମ୍ଭ କରିଥିଲା ଅଭିଯୁକ୍ତ। ଏହା ସହ ବ୍ଲେଡରେ ବେକ କାଟି ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଥଲା। ପୀଡ଼ିତା ଏହାକୁ ଅଣଦେଖାି କରିବା ପରେ ଅଭିଯୁକ୍ତ ଆସି କୋଲକାତାରେ ପହଞ୍ଚିଥିଲା। ପରେ ବାଧ୍ୟ ହୋଇ ପୀଡ଼ିତା ଅଭିଯୁକ୍ତକୁ କୋର୍ଟରେ ବିବାହ କରିବା ପରେ ଦୁହେଁ ହୋଟେଲରେ ରହିଥିଲେ। ବିବାହ ପରେ ପୀଡ଼ିତା ଶୋଇଥିବା ସମୟରେ ଅଭିଯୁକ୍ତ ସୁନାଗହଣା ଓ ଟଙ୍କାହ ନେଇ ଫେରାର ହୋଇଯାଇଥିଲା। ପତ୍ତା ଲଗାଇବା ପାଇଁ ପୀଡ଼ିତା ଅଭିଯୁକ୍ତର ଘରକୁ ଯିବା ପରେ ସେଠାରେ ତାଲା ପଡ଼ିଥିବା ଦେଖି ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ।

from Kanak News
via <a href="https://ifttt.com/?

ଟିକାକରଣ ପୂର୍ବରୁ ଓଡିଶାବାସୀଙ୍କୁ ଆଶ୍ୱସ୍ତ କଲେ ଓଡିଶା ସରକାର । କହିଲେ, ସମ୍ପୂର୍ଣ୍ଣ ନିରାପଦ କୋଭିଡ ଟିକା । ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କରାଯିବ ଟିକାକରଣ ।

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରେ ସାରା ଦେଶରେ ଟିକାକରଣ ଆରମ୍ଭ ହେଉଥିବା ବେଳେ କରୋନା ଟିକାକୁ ନେଇ ଆଶ୍ୱସ୍ତ କରିଛନ୍ତି ରାଜ୍ୟ ସରକାର । କୌଣସି ଉଡ଼ା ଖବରକୁ ବିଶ୍ୱାସ ନକରି, ମନରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ନରଖି ଟିକା ନେବା ଉଚିତ୍ ବୋଲି କହିଛନ୍ତି ସରକାର । ଟିକାକୁ ନେଇ ସାଧାରଣ ଲୋକଙ୍କ ମନରେ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ କୋଭିଡ୍ ବୈଷୟିକ କମିଟିର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ।

କେମିତି ନେବେ ଟିକା ?
ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧା, ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ
ରାଜ୍ୟରେ ୩ ଲକ୍ଷରୁ ଅଧିକ ଓ ଦେଶରେ ପ୍ରାୟ ୩ କୋଟି ଲୋକ ପଞ୍ଜିକୃତ କରିଛନ୍ତି
ପ୍ରଥମ ପର୍ଯ୍ୟାୟ ଟିକାକରଣ ପ୍ରାୟ ୨ ମାସ ମଧ୍ୟରେ ଶେଷ ହେବ
କେବଳ ପଞ୍ଜିକୃତ ବ୍ୟକ୍ତିଙ୍କୁ ଟିକା ଦିଆଯିବ
୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକା ଦିଆଯିବା ପାଇଁ ନିଷ୍ପତି ହୋଇଛି
ପଞ୍ଜିକରଣ ପାଇଁ ମୋବାଇଲ୍ ନମ୍ବର ଓ ପରିଚୟ ପତ୍ର ଦେବାକୁ ପଡ଼ିବ
କେଉଁଠି ଓ କେତେବେଳେ ଟିକା ନେବେ, ମୋବାଇଲକୁ ମେସେଜ୍ ଆସିବ
ଟିକାଦାନ କେନ୍ଦ୍ରରେ ପରିଚୟ ପତ୍ର ଦେଖାଇବାକୁ ହେବ
ପ୍ରଥମ ଡୋଜ୍ର ୨୮ ଦିନ ପରେ ଦ୍ୱତୀୟ ଡୋଜ୍ ଦିଆଯିବ
ଦ୍ୱିତୀୟ ଡୋଜର ୨ ସପ୍ତାହ ପରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହେବ
ଦୁଇଟି ଡୋଜ୍ ନେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଆଯିବ

ଜନସାଧାରଣଙ୍କୁ ସରକାର ଆଶ୍ୱସ୍ତ କରିଛନ୍ତି ଯେ ଭାରତରେ ତିଆରି କୋଭିସିଲ୍ଡ ଓ କୋଭାକ୍ସିନ୍, ବିଶ୍ୱର ଅନ୍ୟ ଟିକା ଭଳି ପ୍ରଭାବଶାଳୀ । କରୋନା ଟିକାର ପାଶ୍ୱର୍ ପ୍ରତିକ୍ରିୟା ପ୍ରାୟତଃ ନାହିଁ । ତିନି ପର୍ଯ୍ୟାୟ ଧରି ପରୀକ୍ଷା ନିରୀକ୍ଷା ପରେ ଟିକାକରଣ ପାଇଁ ଅନୁମତି ଦିଆଯାଇଛି । ଏବଂ ସଂପୂର୍ଣ୍ଣ ବିଜ୍ଞାନ ସିଦ୍ଧ ଉପାୟରେ ଟିକା ପ୍ରସ୍ତୁତ କରାଯାଇଛି । ତେବେ ଟିକା ନେବା ପରେ ସାମାନ୍ୟ ଜ୍ୱର ହୋଇପାରେ, ଟିକା ନେଇଥିବା ସ୍ଥାନ ଫୁଲିପାରେ କିମ୍ବା ବଥା ହୋଇପାରେ । ଟିକାକରଣ କେନ୍ଦ୍ରରେ ଜଣେ ଟିକା ନେବା ପରେ ତାଙ୍କୁ ୩୦ ମିନିଟ୍ ଅବଜରଭେସନ୍ ରୁମରେ ରଖାଯିବ । ଟିକାଦାନ କେନ୍ଦ୍ରରେ କିମ୍ବା କେନ୍ଦ୍ର ବାହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଲେ ଡାକ୍ତରଙ୍କ ପରମର୍ଶ ଅନୁଯାୟୀ ଏହାର ପ୍ରତିକାର କରାଯାଇପାରିବ ।

କରୋନା ଟିକା ସଂପୂର୍ଣ୍ଣ ନିରାପଦ ।
ପ୍ରାୟ କୌଣସି ବଡ଼ଧରଣର ପାଶ୍ୱର୍ ପ୍ରତିକ୍ରିୟା ନାହିଁ
ଟିକା ନେବା ପରେ ଜଣଙ୍କୁ ୩୦ ମିନିଟ୍ ପର୍ଯ୍ୟନ୍ତ ଅବଜରଭେସନ୍ ରୁମରେ ରଖାଯିବ
ସାମାନ୍ୟ ଜ୍ୱର ହୋଇପାରେ
ଟିକା ନେବା ସ୍ଥାନ ଫୁଲିପାରେ, ବ୍ୟଥା ହୋଇପାରେ
ଟିକାଦାନ କେନ୍ଦ୍ରରେ ବା ପରେ କିଛି ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ

ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ବିଟ୍ରେନ ଷ୍ଟ୍ରେନ୍ ହେଉ କିମ୍ବା କରୋନାର ଅନ୍ୟ ପରିବର୍ତିତ ଷ୍ଟ୍ରେନ୍ ପାଇଁ କାମ କରିବ କରୋନା ଟିକା । ରାଜ୍ୟ କୋଭିଡ୍ ବୈଷୟିକ କମିଟି ମୁଖପାତ୍ର କହିଛନ୍ତି, ଟିକା ପ୍ରସ୍ତୁତ କରିବାରେ ଏବଂ ଟିକାକରଣରେ ଆମ ଦେଶ, ସାରା ବିଶ୍ୱରେ ଆଗୁଆ । ଟିକା ନେବା ଦ୍ୱାରା କାହାର କ୍ଷତି ହେବ ନାହିଁ, ଟିକା ନେଲେ ନିଜକୁ ଓ ଅନ୍ୟମାନଙ୍କୁ ଏହି ମହାମାରୀରୁ ରକ୍ଷା କରିହେବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started