ସ୍କୁଲ ଫି’ ହ୍ରାସ ନେଇ କ’ଣ କରିବେ ରାଜ୍ୟ ସରକାର ? ଘରୋଇ ସ୍କୁଲକୁ ହାଇକୋର୍ଟଙ୍କ ପରାମର୍ଶ । କହିଲେ ଲାଭ କରନ୍ତୁ, କିନ୍ତୁ ମୁନାଫାଖୋର ମନବୃତ୍ତି ନରଖନ୍ତୁ ।

କନକ ବ୍ୟୁରୋ : ସ୍କୁଲ ଫି ଛାଡ଼ ମାମଲାରେ ହାଇକୋର୍ଟଙ୍କ ସ୍ପଷ୍ଟ ରାୟ ପରେ ଏବେ ସମସ୍ତଙ୍କ ନଜର ରାଜ୍ୟ ସରକାରଙ୍କ ଉପରେ । ଘରୋଇ ସ୍କୁଲରେ କେତେ ପ୍ରତିଶତ ଫି ଛାଡ଼ ହେବ, ସେନେଇ ଚୂଡ଼ାନ୍ତ ନିଷ୍ପତି ନେବେ ରାଜ୍ୟ ସରକାର । ଗତକାଲି ଓଡ଼ିଶା ହାଇକୋର୍ଟ, ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଘରୋଇ ସ୍କୁଲଗୁଡିକ ଉପରେ ସରକାରଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ଏବଂ ଫି’ ଛାଡ଼ ପାଇଁ ସରକାର ନିର୍ଦ୍ଦେଶ ଦେଇପାରିବେ, ଯଦି କୌଣସି ସ୍କୁଲ ଏହାକୁ ଅମାନ୍ୟ କରେ, ତେବେ ଏନଓସି ପ୍ରତ୍ୟାହାର କରିପାରିବେ ସରକାର ।

ଘରୋଇ ସ୍କୁଲକୁ ହାଇକୋର୍ଟଙ୍କ ପରାମର୍ଶ । ଲାଭ କରନ୍ତୁ, କିନ୍ତୁ ମୁନାଫାଖୋର ମନବୃତ୍ତି ନରଖନ୍ତୁ । ଘରୋଇ ସ୍କୁଲକୁ ଏପରି ପରାମର୍ଶ ଦେବା ସହ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଏହି ସ୍କୁଲଗୁଡିକ ଉପରେ ରାଜ୍ୟ ସରକାରଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ସ୍କୁଲ ଫି’ କମାଇବାକୁ ନିର୍ଦ୍ଦେଶ ଦେଇପାରିବେ ରାଜ୍ୟ ସରକାର । ଏପରିକି ଏହାକୁ ଅମାନ୍ୟ କଲେ ସରକାର ଏନଓସି ପ୍ରତ୍ୟାହାର କରିବେ ବୋଲି ରାୟରେ କୁହାଯାଇଛି । ହାଇକୋର୍ଟଙ୍କ ଏହି ରାୟ ପରେ କେତେ ଫି’ ଛାଡ଼ କରିବାକୁ ସରକାର ନିର୍ଦ୍ଦେଶ ଦେବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ଦିଆ ଯାଇଥିବା ପ୍ରସ୍ତାବକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ଅଭିଭାବକ ସଂଘ, ଘରୋଇ ସ୍କୁଲ ସଂଘ, ମାମଲାର ଆବେଦନକାରୀ ଏବଂ ଗଣଶିକ୍ଷା ବିଭାଗର ମିଳିତ ବୈଠକରେ ସ୍କୁଲ ଫି’ର କିଛି ଅଂଶ ଛାଡ଼ ନେଇ ସୁପାରିସ କରାଯାଇଥିଲା । ଏହି ସୁପାରିସ ଅନୁସାରେ,

ବାର୍ଷିକ ୬ ହଜାରରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି’ ଉପରେ ୭.୫% ଛାଡ଼  
୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ
୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ଫି’ ଉପରେ ୧୫% ଛାଡ଼
୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ
ବାର୍ଷିକ ୭୨ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଫି’ ଉପରେ ୨୫ ପ୍ରତିଶତ
୧ ଲକ୍ଷରୁ ଅଧିକ ଫି’ ହୋଇଥିଲେ ୨୬% ଛାଡ଼ ପାଇଁ ସୁପାରିସ

ଏହା ସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ଆଦାୟ କରାନଯାଇ ପ୍ରକୃତ ଖର୍ଚ୍ଚ ଅନୁଯାୟୀ ଦେୟ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ହଷ୍ଟେଲ ଫି’ ୩୦% ଛାଡ଼ କରାଯିବାକୁ ପ୍ରସ୍ତାବ ରହିଛି ।

from Kanak News
via <a href="https://ifttt.com/?

ଶବ ସହ ଷଡଯନ୍ତ୍ର । ଭୁବନେଶ୍ୱରରେ ହତ୍ୟା କରିବା ପରେ ଗଞ୍ଜାମରେ ଫିଙ୍ଗାଯାଇଥିଲା ମୃତଦେହ । ପୋଲିସକୁ ଦ୍ୱନ୍ଦରେ ପକାଇବା ପାଇଁ ଯୋଜନା କରିଥିଲେ ସ୍ୱାମୀ-ସ୍ତ୍ରୀ ।

କନକ ବ୍ୟୁରୋ : ଶବ ସହ ଷଡଯନ୍ତ୍ର । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କହିଥିଲେ ହତ୍ୟାକାରୀ ସ୍ୱାମୀ ସ୍ତ୍ରୀ । ଗଂଜାମରେ ଫିଙ୍ଗି ଦେଇଥିଲେ ମୃତଦେହ । ଜଣେ ଘରୋଇ ସହାୟିକାଙ୍କୁ ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା । ଆଉ ପୋଲିସକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ମୃତଦେହକୁ ଭୁବନେଶ୍ୱର ବାହାରେ ଗଂଜାମରେ ଫୋପାଡି ଦିଆଯାଇଥିଲା । ପୋଲିସ ଏହି ଘଟଣାର ହତ୍ୟାକାରୀଙ୍କୁ ଗିରଫ କରି ହତ୍ୟାକାଣ୍ଡ ପଛର ରହସ୍ୟ ଉନ୍ମୋଚନ କରିଛି ।

ପୋଲିସ ଗିରଫରେ ଥିବା ଏହି ଦମ୍ପତି ହେଉଛନ୍ତି ଜଣେ ଘରୋଇ ସହାୟିକାର ହତ୍ୟାକାରୀ । ଏହି ଦମ୍ପତିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଘରେ କାମ କରୁଥିବା ଘରୋଇ ସହାୟିକାଙ୍କୁ ଜୀବନରେ ମାରି ଦେଇଛନ୍ତି ।

ଭୁବନେଶ୍ୱରରେ ହତ୍ୟା, ଗଞ୍ଜାମରେ ଫିଙ୍ଗିଲେ ମୃତଦେହ । ପୋଲିସର ସୂଚନା ଅନୁସାରେ, ଘରୋଇ ସହାୟିକାଙ୍କୁ ଦମ୍ପତି ବାରମ୍ବାର ନିର୍ଯ୍ୟାତନା ଦେଇଆସୁଥିଲେ । ଡିିସେମ୍ବର ୨ ତାରିଖରେ ଭୁବନେଶ୍ୱରର ଭରତପୁରରେ ଏହି ଘରୋଇ ସହାୟିକାଙ୍କ ସହିତ କୌଣସି କାରଣକୁ ନେଇ ଦମ୍ପତିଙ୍କର ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ଏମିତି ସ୍ତରରେ ପହଞ୍ଚିଥିଲା ଯେ ଦମ୍ପତି ସେହି ଘରୋଇ ସହାୟିକାଙ୍କୁ ହତ୍ୟା କରିଦେଇଥିଲେ । ଘଟଣାକୁ ରଫାଦଫା କରିବା ପାଇଁ ମୃତଦେହକୁ ଏକ ଓଲା କାରରେ ନେଇ ଆସିଥିଲେ ଗଞ୍ଜାମ । ଜିଲ୍ଲାର ଜଗନ୍ନାଥପ୍ରସାଦପୁରରେ ମୃତଦେହକୁ ଫୋପାଡି ଦେଇଥିଲେ ଦମ୍ପତି ।

ତେବେ ଏହି କାହାଣୀର ଆଉ ଗୋଟିଏ ଦିଗରେ ମଧ୍ୟ ପୋଲିସ ତଦନ୍ତ କରୁଛି । ମୃତକ ଜଣଙ୍କ ଦେହଜୀବୀ ଏବଂ ହତ୍ୟାକାରୀ ଏହି ଯୁବତୀଙ୍କୁ ଡକାଇ ହତ୍ୟା କରିଛି ବୋଲି ଅଭିଯୋଗ ମଧ୍ୟ ଆସୁଛି । ତେଣୁ ଏହି ଘଟଣାରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରି ସେମାନଙ୍କୁ ଧରିବା ପାଇଁ ତନାଘନା ଚଲାଇଛି ପୋଲିସ ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନରେ ନୂଆ ମୋଡ । କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ, ନହେଲେ କରିବେ ହସ୍ତକ୍ଷେପ । 

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ସ୍ଥଗିତ ରଖନ୍ତୁ, ନହେଲେ ନିଜେ ସୁପ୍ରିମକୋର୍ଟ ଏନେଇ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସୁପ୍ରିମକୋର୍ଟ କହିଛନ୍ତି, ଏତେ ଦିନ ଯାଏଁ ଆଲୋଚନାରୁ କୌଣସି ବାଟ ବାହାରି ପାରିଲା ନାହିଁ ଏବଂ ପରିସ୍ଥିତି ଧିରେ ଧିରେ ବିଗିଡିବାରେ ମଧ୍ୟ ଲାଗିଛି । ତେଣୁ ସରକାର କୃଷି ଆଇନକୁ ସ୍ଥଗିତ ରଖି ଏକ କମିଟି ଗଠନ କରନ୍ତୁ ଏବଂ ସମାଧାନର ବାଟ ବାହାର କରନ୍ତୁ । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କହିଛନ୍ତି, ଆଇନ୍ ସମ୍ବିଧାନ ବିରୋଧୀ ନହେଲେ ସୁପ୍ରିମକୋର୍ଟ ଏହାକୁ ସ୍ଥଗିତ ରଖିପାରିବେ ନାହିଁ ।

‘କୃଷି ଆଇନ ସ୍ଥଗିତ ରଖ, ନଚେତ ଆମେ ହସ୍ତକ୍ଷେପ କରିବୁ’ । କେନ୍ଦ୍ର ସରକାରଙ୍କୁ କହିଲେ ସୁପ୍ରିମକୋର୍ଟ । ୪୭ ଦିନ ଧରି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ନୂଆ ମୋଡ ଆସିଛି । ସୋମବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ କଡା ଟିପ୍ପଣୀ କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ସରକାର ନୂଆ କୃଷି ଆଇନକୁ ସ୍ଥଗିତ ରଖନ୍ତୁ, ନଚେତ ନିଜେ ସୁପ୍ରିମକୋର୍ଟ ଏହି କାମ କରିବେ । ଏଥିରେ ପ୍ରତିଷ୍ଠାର ପ୍ରଶ୍ନ କାହିଁକି ଉଠୁଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ କେନ୍ଦ୍ର ସରକାରଙ୍କ ସମସ୍ୟା ସମାଧାନର ଉଦ୍ୟମରେ ସେମାନେ ନିରାଶ ହୋଇଛନ୍ତି ବୋଲି କହିଛନ୍ତି ।

ସୁପ୍ରିମକୋର୍ଟ ଚାଷୀ ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ବେଶ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଇନକୁ ସ୍ଥଗିତ ରଖିବା ପାଇଁ ପ୍ରଶ୍ନ କରିବା କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ ଅଡୁଆ ସୃଷ୍ଟି କରିଛି । ଆନ୍ଦୋଳନ ସ୍ଥଗିତ ରଖି ଏକ କମିଟି ଗଠନ କରି ସମାଧାନର ରାସ୍ତା ବାହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କେନ୍ଦ୍ର ସରକାରଙ୍କୁ କହିଥିଲେ, ଆଇନ ରଦ୍ଦ ପାଇଁ ଖଣ୍ଡପୀଠ କହୁନାହାନ୍ତି । ସୌହର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ କିଛି ଦିନ ନୂଆ କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ କୁହାଯାଉଛି । ଏବେ ନଜର ପକାନ୍ତୁ ସୁପ୍ରିମକୋର୍ଟଙ୍କ ୫ ବଡ ଟିପ୍ପଣୀ ଉପରେ,

୧ ସରକାର ନୂଆ କୃଷି ଆଇନକୁ ସ୍ଥଗିତ ନରଖିଲେ, ସୁପ୍ରିମକୋର୍ଟ କୃଷି ଆଇନକୁ ସ୍ଥଗିତ ରଖିବ ।

୨- କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କ ଆଭିମୁଖ୍ୟ ନିରାଶ ଜନକ । ସରକାର କହୁଛନ୍ତି ଆଲୋଚନା ଚାଲିଛି, ମାସଧିକ କାଳ ଆଲୋଚନା ପରେ କାହିଁକି ସମାଧାନ ବାହାରିନି

୩- ନୂଆ କୃଷି ଆଇନକୁ କାହିଁକି ସ୍ଥଗିତ ରଖାଯାଇ ପାରିବ ନାହିଁ । କାରଣ ପ୍ରତିଦିନ ବିକ୍ଷୋଭସ୍ଥଳରେ ସ୍ଥିତି ବିଗୁଡିଛି, ଚାଷୀ ଆତ୍ମହତ୍ୟା କରୁଛନ୍ତି, ବୃଦ୍ଧ ଓ ମହିଳା ଆନ୍ଦୋଳନରେ ସାମିଲ ହେଲେଣି ।

୪- ଚିଫ୍ ଜଷ୍ଟିସ କହିଛନ୍ତି, ବିରୋଧ ପ୍ରଦର୍ଶନ ହୋଇପାରିବ, ହେଲେ ସ୍ଥାନକୁ ନେଇ ପ୍ରଶ୍ନ ଉଠୁଛି ।

୫- ବିକ୍ଷୋଭସ୍ଥଳରେ ହିଂସାକାଣ୍ଡ କିମ୍ବା ରକ୍ତପାତ ନହେବା ପାଇଁ ପଦକ୍ଷେପ ନିଆଯିବା ଉଚିତ । ଜାଣତରେ ହେଉ ବା ଅଜାଣତରେ ହେଉ କିଛି ଘଟିଗଲେ ସମସ୍ତେ ଦାୟୀ ହେବେ । ଯେକୌଣସି ମୂହୂର୍ତ୍ତରେ ଛୋଟ ଭୁଲଟିଏ ବଡ ହିଂସାକାଣ୍ଡ ଘଟାଇପାରେ ।

ସେପଟେ ସୁପ୍ରିମକୋର୍ଟରେ ଆଟର୍ଣ୍ଣି ଜେନେରାଲ ଆଇନକୁ ସ୍ଥଗିତ ରଖିବା ପ୍ରସ୍ତାବକୁ ବିରୋଧ କରି କହିଛନ୍ତି, ଆଇନ, ସମ୍ବିଧାନ ଓ ମୌଳିକ ଅଧିକାର ବିରୋଧୀ ପ୍ରମାଣିତ ନହେବା ଯାଏଁ ଆଇନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ପାରିବେ ନାହିଁ ।

କୃଷକ ଆନ୍ଦୋଳନକୁ ନେଇ ଅଚଳାବସ୍ଥା ଦୂର କରିବା ପାଇଁ ସରକାର ଓ କୃଷକଙ୍କ ମଧ୍ୟରେ ୮ଥର ଆଲୋଚନା ହୋଇଥିଲେ ବି ସମାଧାନ ହୋଇପାରି ନାହିଁ । ସେପଟେ ଗଣତନ୍ତ୍ର ଦିବସରେ ଦିଲ୍ଲୀ ଓ ଦେଶର ଅନ୍ୟ ସ୍ଥାନରେ ଆନ୍ଦୋଳନକାରୀ କୃଷକ ପରେଡ ବାହାର କରି ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ।

from Kanak News
via <a href="https://ifttt.com/?

ସାହସ ଦେଖାଇଲେ ସାହସୀ ଝିଅ । ଲୁଟେରାଙ୍କ ସହ ଲଢିଲେ, ବୃଦ୍ଧ ବାପାଙ୍କ ଜୀବନ ବଞ୍ଚାଇଲେ ।

କନକ ବ୍ୟୁରୋ : ଲୁଟେରାଙ୍କ ସହ ଲଢିଲେ, ବୃଦ୍ଧ ବାପାଙ୍କ ଜୀବନ ବଞ୍ଚାଇଲେ । ଜଣେ ସାହାସୀ ଝିଅର କାହାଣୀ ବାବଦରେ ଜାଣିଲେ ଆପଣ ବି ତାଙ୍କ ସାହସିକତାକୁ ତାରିଫ ନ କରି ରହିପାରିବେନି । ଗତ ଶୁକ୍ରବାର ମୁମ୍ବାଇର ଡୋମ୍ବିବଲି ଅଞ୍ଚଳରେ ବସବାସ କରୁଥିବା ଜଣେ ବୃଦ୍ଧଙ୍କ ଘରେ କିଛି ଲୁଟେରା ପଶିଥିଲେ। ଆଉ ଏହି ଲୁଟେରାମାନଙ୍କ ସହିତ ଲଢ଼ି ଝିଅ ନିଜର ବୃଦ୍ଧ ବାପାଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଥିବା ଘଟଣା ଚର୍ଚ୍ଚାରେ ରହିଛି।

ସୂଚନାଯୋଗ୍ୟ, ୬୧ବର୍ଷୀୟ ଅଶୋକ ଗୋରି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ଗତ ଶୁକ୍ରବାର ଦିନ ଘରେ ସେ ଏକୁଟିଆ ଥିବା ବେଳେ ତିନିଜଣ ଲୁଟେରା ଲୁଟ୍ ପାଇଁ ତାଙ୍କ ଘରେ ପ୍ରବେଶ କରିଥିଲେ। ଲୁଟେରାମାନେ ଘରେ ଥିବା ସମୟରେ ଅଶୋକଙ୍କ ୨୦ବର୍ଷୀୟ ଝିଅ ପ୍ରତୀକ୍ଷା ହଠାତ ଆସି ପହଞ୍ଚିଯାଇଥିଲେ। ତାଙ୍କ ପିତାଙ୍କୁ ଲୁଟେରାମାନେ ଏକ ଚୌକିରେ ବସାଇ ହାତଗୋଡ଼ ବାନ୍ଧି ଦେଇଥିବା ଦେଖି ବିଚଳିତ ନ ହୋଇ ସାହସ ଦେଖାଇଥିଲେ ଝିଅ ପ୍ରତୀକ୍ଷା ।

ପ୍ରତୀକ୍ଷାଙ୍କୁ ଲୁଟେରାମାନେ ବାନ୍ଧିବାକୁ ଚେଷ୍ଟା କରୁଥିବାବେଳେ କୌଶଳେ କ୍ରମେ ସେ ସେମାନଙ୍କ କବଳରୁ ମୁକୁଳି ଆସି ଚିତ୍କାର କରିଥିଲେ। କେବଳ ଏତିକି ନୁହେଁ, ଲୁଟେରା ଯେତେବେଳେ ଫେରାର ହେବାକୁ ଉଦ୍ୟମ କରିଥିଲେ ସେ ସେମାନଙ୍କଠାରୁ ଏକ ମୋବାଇଲ ଫୋନ ଛଡ଼ାଇ ଆଣିଥିଲେ। ଏହି ମୋବାଇଲ ଫୋନ ଓ ସିସିଟିଭିକୁ ଆଧାର କରି ପୁଲିସ ଲୁଟେରାମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ତିନିଜଣଙ୍କୁ ୨୪ଘଣ୍ଟା ମଧ୍ୟରେ ଗିରଫ କରି ନେଇଥିଲା ପୁଲିସ। ଗିରଫ ଅଭିଯୁକ୍ତଙ୍କ ନାମ ଚେତନ ମକୱାନା, ଅବଦୁଲ ଶେଖ ଓ ଚନ୍ଦ୍ରିକା ବୋଲି ଜଣାପଡ଼ିଛି। ତେବେ ଏହି ଲୁଟ ଯୋଜନା ଅଶୋକ ଗୋରିଙ୍କ ପଡୋଶୀ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

from Kanak News
via <a href="https://ifttt.com/?

କେନ୍ଦୁପତ୍ର ତୋଳାଳୀଙ୍କୁ ନୂଆ ବର୍ଷ ଭେଟି । ୯୨.୩୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । 

କନକ ବ୍ୟୁରୋ : କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି ।  କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା । ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତାକୁ ମଧ୍ୟ  ମୁଖ୍ୟମନ୍ତ୍ରୀ  ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆଜି କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।  ଭିଡିଓ କନ୍‌ଫରେନସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ ।

କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଚଳିତ ବର୍ଷ ବୋନସ୍‌, ଅନ୍ୟାନ୍ୟ ସହାୟତା ଓ ଭିତ୍ତିଭୁମି ବିକାଶ ଉଦ୍ଦେଶ୍ୟରେ ୯୨.୩୭ କୋଟି ଟଙ୍କା ବୋର୍ଡ ମଞ୍ଜୁର କରିଛି । କେନ୍ଦୁପତ୍ର ସଂଗ୍ରହ, ବନ୍ଧେଇ ଓ ପ୍ରକ୍ରିୟାକରଣ କାର୍ୟ୍ୟରେ ସାଧାରଣତଃ ଗରିବ ଲୋକମାନେ ନିୟୋଜିତ ହୋଇଥାନ୍ତି । ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି । ୨୦୧୪ ମସିହାରେ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ସାମିଲ କରିଛନ୍ତି ।

କୋଭିଡ୍‌ ମହାମାରୀ ସମୟରେ ବିଭାଗ ୬୦ ଲକ୍ଷରୁ ଅଧିକ କର୍ମ ଦିବସ ସୃଷ୍ଟି କରିପାରିଥିଲା । ଏହା ଦ୍ବାରା ୭ ଲକ୍ଷ ୫୪ ହଜାରେ ୬୩୧ କେନ୍ଦୁପତ୍ର ତୋଳାଳୀ, ୧୮୨୨୩ ବନ୍ଧେଇ ଶ୍ରମିକ ଏବଂ ୧୬୫୩୩ ଜଣ ସାମୟିକ କର୍ମଚାରୀ ଉପକୃତ ହୋଇଛନ୍ତି । ୨୦୨୦ ଶସ୍ୟ ବର୍ଷରେ ଏ ବାବଦରେ ୨୫୦ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ DBT  ଜରିଆରେ ପଇଠ କରାଯାଇଛି ।

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ଇସ୍ପାତ ଓ ଖଣି ଏବଂ ପୁର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ସେମାନଙ୍କର ମତାମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

from Kanak News
via <a href="https://ifttt.com/?

ଏହି ୯ଟି ରାଜ୍ୟରେ ଦେଖାଦେଲାଣି ବାର୍ଡ ଫ୍ଲୁ… । ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି । 

କନକ ବ୍ୟୁରୋ : ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି । କିଛି ସ୍ଥାନରେ କୁକୁଡା ଓ ପକ୍ଷୀ ଗୁଡିକ ଅସ୍ୱାଭାବିକ ଭାବେ ମୃତ୍ୟୁବରଣ କରୁଥିବାର ଖବର ସାମ୍ନାକୁ ଆସୁଛି । ଶହ ଶହ ସଂଖ୍ୟାରେ ପକ୍ଷୀ ଗୁଡିକ ମରୁଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଛି । ଏସବୁ ଭିତରେ ବାର୍ଡ ଫ୍ଲୁକୁ ନେଇ ବଡ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବାର୍ଡ ଫ୍ଲୁ ଦେଖା ଦେଇଥିବା ନେଇ ସୂଚନା ଦେଇଛନ୍ତି ମୋଦି । କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜୁରାଟ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ ଓ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ସ୍ପଷ୍ଟ କରିଛନ୍ତି ମୋଦି ।

https://platform.twitter.com/widgets.jsବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏହି ସୂଚନା ଦେବା ସହ ବାର୍ଡ ଫ୍ଲୁ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ କୁକୁଡା ଫାର୍ମ, ପ୍ରାଣୀ ଉଦ୍ୟାନ, ଜଳ ସମ୍ପଦ ଉପରେ ନିରନ୍ତର ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ ମହାମାରୀ ଭିତରେ ବାର୍ଡ ଫ୍ଲୁର ମୁକାବିଲା କରିବା ଏବେ ଅନେକ ଗୁଡିଏ ରାଜ୍ୟ ପାଇଁ ଚ୍ୟାଲେଞ୍ଜ ହୋଇ ଛିଡା ହେବ ।

from Kanak News
via <a href="https://ifttt.com/?

ନିଶ୍ୱାସ ନେବାକୁ ମଣିଷକୁ କରିବାକୁ ପଡିବ ସଂଘର୍ଷ, କାରଣ କିଛି ଦଶନ୍ଧି ଭିତରେ ନଷ୍ଟ ହୋଇଯିବ ବିଶ୍ୱର ଫୁସଫୁସ କୁହାଯାଉଥିବା ଆମାଜନ ଜଙ୍ଗଲ!

କନକ ବ୍ୟୁରୋ : ନିଶ୍ୱାସ ନେବାକୁ ମଣିଷ କରିବ ସଂଘର୍ଷ । ଅମ୍ଲଜାନ ବିନା ହନ୍ତସନ୍ତ ହେବ ଜୀବଜଗତ । କିଛି ଏମିତି ସ୍ଥିତି ଆଉ ୪୦ ବର୍ଷ ପରେ ଦେଖିବାକୁ ମିଳିପାରେ । କାରଣ ବିଶ୍ୱର ଫୁସଫୁସ କୁହାଯାଉଥିବା ତଥା ସବୁଠୁ ବଡ ଜଙ୍ଗଲ ସମ୍ପୂର୍ଣ୍ଣ ରୂପେ ପଡିଆ ପାଲଟି ଯାଇପାରେ । ବିଶ୍ୱର ସବୁଠୁ ବଡ ଜଙ୍ଗଲ କୁହାଯାଉଥିବା ଆମାଜନ ଆଗାମୀ ୨୦୬୪ ମଧ୍ୟରେ ନିଶ୍ଚିହ୍ନ ହୋଇପାରେ ବୋଲି ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଜିଓଲୋଜିଷ୍ଟ ରର୍ବଟ ୱାଲକର ଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ପୂରା ବିଶ୍ୱକୁ ୨୦ ପ୍ରତିଶତ ଅମ୍ଲଜାନ ଯୋଗାଉଥିବା ଆମାଜନ ଜଙ୍ଗଲକୁ ଦୁନିଆର ଫୁସଫୁସ ବୋଲି କୁହାଯାଏ । ଏହି ଜଙ୍ଗଲ ୨.୧ ମିଲିୟନ ବର୍ଗ ମାଇଲ ପର୍ଯ୍ୟନ୍ତ ବ୍ୟାପିଛି । ବ୍ରାଜିଲରୁ ଆମେରିକା ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଜଙ୍ଗଲ ଯଦି ଗୋଟିଏ ଦେଶ ହୋଇଥାନ୍ତା ତେବେ ଏହା ବିଶ୍ୱର ୯ମ ବଡ଼ ଦେଶ ଭାବେ ଉଭା ହୋଇଥାନ୍ତା । ତେଣୁ ଏହି ଜଙ୍ଗଲ ନିଶ୍ଚିହ୍ନ ହେବା ମାନବ ସଭ୍ୟତା ପାଇଁ ବଡ ଧରଣର ବିପଦ ସୃଷ୍ଟି କରିପାରେ ।

ବିଶ୍ୱର ଏହି ବଡ ଜଙ୍ଗଲକୁ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ବେଶ ଚିନ୍ତାଜନକ । କାରଣ କିଛି ଦଶନ୍ଧି ପରେ ବିଶ୍ୱର ଏହି ବଡ ଜଙ୍ଗଲର ମାନ୍ୟତା ପାଇଥିବା ଆମାଜନ ଜଙ୍ଗଲ ସମ୍ପୂର୍ଣ୍ଣ ଶୁଷ୍କ ହୋଇଯିବ ଓ ସବୁଜିମାରେ ଭରପୁର ଥିବା ଜଙ୍ଗଲ ମରୂଭୂମିର ରୂପ ନେଇଯିବ ବୋଲି କହିଛନ୍ତି ରର୍ବଟ । ଲଗାତାର ଜଳବାୟୁରେ ପରିବର୍ତ୍ତନ ଓ ଜଙ୍ଗଲକାଟ ଫଳରେ ୨୦୬୪ ସୁଦ୍ଧା ଆମାଜନ ଜଙ୍ଗଲ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ । କାରଣ ଆମାଜନ ଜଙ୍ଗଲ ଥିବା ଅଞ୍ଚଳରେ ଏବେ ଦ୍ରୁତ ଗତିରେ ଜଳବାୟୁରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ଜଙ୍ଗଲ ବାବଦରେ ଅଧିକ ଗବେଷଣା ସହ ରର୍ବଟ କହିଛନ୍ତି ଗୋଟିଏ ମରୁଡିଗ୍ରସ୍ତ ଜଙ୍ଗଲକୁ ସବୁଜିମାରେ ଭରପୂର ହେବାକୁ ୪ ବର୍ଷରୁ ଅଧିକ ସମୟ ଲାଗିଥାଏ । ତେଣୁ ଆମାଜନରେ ଥରେ ମରୁଡି ଦେଖାଦେଲେ ତାହା ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ ।

ଆମାଜନ ଜଙ୍ଗଲକୁ ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ଜଙ୍ଗଲ ବୋଲି କୁହାଯାଇଥାଏ । କାରଣ ଏହି ଜଙ୍ଗଲରେ ବାସ କରୁଥିବା ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀଙ୍କ ପାଇଁ ଏହାକୁ ବିପଦପୂର୍ଣ୍ଣ ବୋଲି କୁହାଯାଏ । ସେହିଭଳି ଏହା ଯେତିକି ବିପଦପୂର୍ଣ୍ଣ ତାହା ଠାରୁ ଅଧିକ ସୁନ୍ଦର ମଧ୍ୟ । ସବୁଜିମାରେ ଭରପୂର ଜଙ୍ଗଲ, ସଫା ପାଣିର ଭଣ୍ଡାର ସାଜିଛି ଏହି ଜଙ୍ଗଲ । ଏପରିକି ଜୈବ-ବିବିଧତାର ସବୁଠୁ ବଡ ଉଦାହରଣ ସାଜିଛି ଆମାଜନ ଜଙ୍ଗଲ । ତେବେ ଗତବର୍ଷର ପ୍ରଥମ ଚାରିମାସରେ ବ୍ରାଜିଲ ପଟକୁ ରହିଥିବା ଆମାଜନ ଜଙ୍ଗଲର ୧୨୦୨ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଥିବା ଜଙ୍ଗଲକୁ କାଟି ସଫା କରିଦିଆଯାଇଛି । ଯାହାକୁ ନେଇ ବୈଜ୍ଞାନିକ ମାନେ ଏବେଠୁ ଚେତାଇ ଦେଲେଣି ।

ବୈଜ୍ଞାନିକ କହିଛନ୍ତି, ଯେଉଁଭଳି ଭାବେ ଆମାଜନ ଜଙ୍ଗଲକୁ କଟାଯାଉଛି ତାହା ଜୈବ ବିବିଧତାକୁ ସମ୍ପୂର୍ଣ୍ଣ ରୂପେ ଓଲଟାଇ ଦେବ । କାରଣ ଜଙ୍ଗଲ ଧ୍ୱଂସ ହେବା ଫଳରେ ଏହା ଘାସ ପଡିଆ ସଦୃଶ ପାଲଟିଯିବ । ଯାହା ଉଭୟ ଜୀବଜନ୍ତୁ ଓ ମଣିଷ ଉପରେ ପ୍ରଭାବ ପକାଇବ । ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଗତ ୧୮ ବର୍ଷ ମଧ୍ୟରେ ଆମାଜନ ଜଙ୍ଗଲର ୮ ପ୍ରତିଶତ ଅଞ୍ଚଳରେ ଗଛ କାଟି ଏହାକୁ ପଡିଆ କରାହୋଇଛି । ଯାହା ସ୍ପେନ ଠାରୁ ମଧ୍ୟ ବଡ ଅଞ୍ଚଳ ହେବ । ତେବେ ଆମାଜନର ବିଲୋପ ପୃଥିବୀବାସୀଙ୍କ ପାଇଁ ବଡ ବିପଦ ଆଣିପାରେ । ତେଣୁ ଏବେଠୁ ସଚେତନ ହେବାର ସମୟ ଆସିଛି ବୋଲି କହିଛନ୍ତି ବୈଜ୍ଞାନିକ ।

from Kanak News
via <a href="https://ifttt.com/?

ସାଧାରଣତନ୍ତ୍ର ଦିବସ ପରେଡରେ ସମ୍ମାନିତ ହେବେ ଗଲୱାନ ସହିଦ । ଗତ ଜୁନ ୧୫ରେ ଲଦାଖର ଗଲୱାନରେ ସହିଦ ହୋଇଥିଲେ ୨୦ ଭାରତୀୟ ଯବାନ

କନକ ବ୍ୟୁରୋ : ଗତବର୍ଷ ଜୁନ୍‌ ୧୫ ତାରିଖ ଦିନ ପୂର୍ବ ଲଦାଖର ଗଲଓ୍ଵାନ୍‌ ଉପତ୍ୟକାରେ ଚୀନ୍‌ ସେନାକୁ ପ୍ରତିରୋଧ କରି ସହିଦ ହୋଇଥିବା ‘୧୬ ବିହାର ବାଟାଲିୟନ୍‌’ର କର୍ଣ୍ଣେଲ୍‌ ବି ସନ୍ତୋଷ ବାବୁଙ୍କ ସମେତ ଅନ୍ୟୂନ ୫ଜଣ ଭାରତୀୟ ସେନା ଯବାନଙ୍କୁ ସାଧାରଣତନ୍ତ୍ର ଦିବସରେ ମରଣୋତ୍ତର ଭାବେ ସୌର୍ୟ୍ୟ ପଦକ ପ୍ରଦାନ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରଦାନ କରାଯିବାକୁ ଥିବା ପଦକସଂଖ୍ୟା ବିଷୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଭାରତୀୟ ସେନା କିଛି କହୁ ନ ଥିବା ବେଳେ ଚୀନ୍‌ ସେନା ସହ ଲଢ଼ିଥିବା ଅନ୍ୟୂନ ଦୁଇଜଣ ଅଧିକାରୀ ଓ ତିନିଜଣ ଯବାନଙ୍କୁ ସମ୍ମାନିତ କରାଯିବ ବୋଲି ଜାତୀୟ ଗଣମାଧ୍ୟମ ‘ହିନ୍ଦୁସ୍ତାନ୍‌ ଟାଇମ୍‌ସ୍‌’ ଏଭଳି ସୂଚନା ପାଇଥିବା ପ୍ରକାଶ କରିଛି।

ପାଟ୍ରୋଲିଙ୍ଗ୍‌ ପଏଣ୍ଟ୍‌ ୧୪ ଅଞ୍ଚଳର ଏକ ସ୍ଥାନରୁ ଚୀନ୍‌ ସୈନିକମାନେ ହଟିବାକୁ ମନା କରିବାରୁ ଏହି ସଂଘର୍ଷର ସୂତ୍ରପାତ ହୋଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ଚୀନ୍‌ ସୈନିକମାନେ କଣ୍ଟାତାର ଗୁଡ଼ା ଠେଙ୍ଗା ଓ ବର୍ଚ୍ଛାରେ ଭାରତୀୟ ସୈନିକମାନଙ୍କୁ ଆକ୍ରମଣ କରିଥିଲେ। ଉଭୟ ଦେଶର ସୈନିକମାନଙ୍କ ମଧ୍ୟରେ ଦୀର୍ଘ ସାତ ଘଣ୍ଟା ଧରି ସଂଘର୍ଷ ଚାଲିବା ପରେ ଚୀନ୍‌ ସୈନିକମାନେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରୁ ହଟିଥିଲେ।

ଘଟଣା ପରେ ପରେ ଲଦାଖ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟକ୍ଷ ସଂଘର୍ଷରେ ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ସାହସିକତା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ‘ଭାରତ ମାତା’ଙ୍କ ଶତ୍ରୁମାନେ ଆପଣମାନଙ୍କର ଉଗ୍ରରୂପ ଦେଖି ପାରିଛନ୍ତି।

from Kanak News
via <a href="https://ifttt.com/?

୨୧୦ ଟଙ୍କାରେ ମିଳିବ କୋଭିସିଲ୍ଡ ଟିକା । ଭ୍ୟାକସିନର ଦାମ ନେଇ ସୂଚନା ଦେଲା ସିରମ ଇନଷ୍ଟିଚ୍ୟୁ ଅଫ ଇଣ୍ଡିଆ ।

କନକ ବ୍ୟୁରୋ : କୋଭିସିଲ୍ଡ ଟିକାର ଦାମ ନେଇ ଟିକାର ଦାମ ନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସୂଚନା । ୨୦୧୦ ଟଙ୍କାରେ କୋଭିସିଲ୍ଡ ଟିକା ମିଳିବ ବୋଲି ସିରମ ପକ୍ଷରୁ ସୂଚନା ମିଳିଛି । ଟିକା ପାଇଁ ସରକାରଙ୍କଠାରୁ ପରଚେଜ ଅର୍ଡ ମଧ୍ୟ ମିଳିଛି ।

ଦେଶରେ ଦୁଇଟି ଟିକାକୁ ଅନୁମତି ମିଳିଛି । ଏହାସହ ଜାନୁଆରୀ ୧୬ରୁ ଟିକାକରଣ ହେବ ବୋଲି ସରକାର ଘୋଷଣା କରିସାରିଛନ୍ତି । ତେବେ ଟିକାକରଣ ନେଇ ଏବେଠୁ ସରକାର ପ୍ରସ୍ତୁତ ଆରମ୍ଭ କରିସାରିଲେଣି । କିଭଳି ଟିକାକରଣ ହେବ ସେନେଇ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

from Kanak News
via <a href="https://ifttt.com/?

କରୋନା ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ । କହିଲେ ୨ ଟି ଯାକ ଟିକା ପ୍ରଭାବଶାଳୀ । ଟିକାକରଣ ବେଳେ କରୋନାଯୋଦ୍ଧାଙ୍କୁ ଦିଅ ଅଗ୍ରାଧିକାର

କନକ ବ୍ୟୁରୋ : ଭାରତରେ ୧୬ ଜାନୁଆରୀ ଠାରୁ କରୋନା ମାହାମାରୀ ପାଇଁ ଟିକାକରଣ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏନେଇ ସବୁ ରାଜ୍ୟ ସରକାରଙ୍କ ପ୍ରକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଟିକାକରଣ ନେଇ କିଭଳି ପ୍ରସ୍ତୁତି ଚାଲିଛି ତାହା ଉପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି କି ସର୍ବପ୍ରଥମେ ଆଗଧାଡିର କରୋନା ଯୋଦ୍ଧା ମାନଙ୍କୁ କିଭଳି ଟିକା ଦିଆଯାଇ ପାରିବ ସେନେଇ ଗୁରୁତ୍ୱ ଦିଅନ୍ତୁ । ସେ ଆହୁରି କହିଛନ୍ତି କି କରୋନା ବିରୋଧ ଲଢେଇରେ ଆମେ ନିର୍ଣ୍ଣାୟକ ସ୍ଥରରେ ପହଂଚିଛୁ । ଏହାସହ ବିଶ୍ୱର ସବୁଠାରୁ ବୃହତ ଟିକାକରଣ କରିବାକୁ ଭାରତ ପ୍ରସ୍ତୁତ ହୋଇଛି । ଭାରତ ଯେଉଁ ଦୁଇଟି ଟିକାକୁ ମଞ୍ଜୁରୀ ଦେଇଛନ୍ତି ତାହା ଭାରତରେ ତିଆରି ହୋଇଛି । ଭାରତର ସ୍ଥିତିକୁ ଲକ୍ଷ କରି ଏହି ଦୁଇଟି ଟିକାକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମଞ୍ଜୁରୀ ମିଳିଥିବା ୨ ଟି ଭ୍ୟାକସିନ୍ ବ୍ୟତିତ ଅନ୍ୟ ୪ ଟି ଭ୍ୟାକସିନ ଏବେ ଟ୍ରଏଲ ସ୍ତରରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଆମର ବୈଜ୍ଞାନିକ ମାନେ କିଭଳି ସୁରକ୍ଷିତ ଟିକା ଲୋକମାନଙ୍କୁ ଦିଆଯାଇ ପାରିବ ତାହାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ ଭରଶା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି ପ୍ରଥମ ପର୍ଯ୍ୟାୟରେ କରୋନାଯୁଦ୍ଧରେ ଆଗଧାଡିର କାମ କରୁଥିବା ସଫାଇ କର୍ମଚାରୀ, ସାଧାରଣ କର୍ମଚାରୀ ଓ ରକ୍ଷା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯିବ । ସେ କହିଛନ୍ତି କି ପୁରା ଦେଶରେ ସ୍ୱାସ୍ଥ୍ୟ କର୍ମୀଙ୍କ ସଂଖ୍ୟା ୩ କୋଟି । ପ୍ରଥମ ପର୍ଯ୍ୟାୟରେ ଏହି ୩ କୋଟି ଲୋକଙ୍କୁ ଟିକା ଦିଆଯିବ । ଏହି ଟିକାକରଣ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହା କେନ୍ଦ୍ର ସରକାର ବହନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଟିକା ନେବା ପରେ ଯଦି କୌଣସି ଲୋକ ପାଖରେ ପାଶ୍ୱ ପ୍ରତିକ୍ରିୟା ଦେଖାଯାଏ ତାହେଲେ ସେନେଇ କେନ୍ଦ୍ର ସରକାର ପ୍ରସ୍ତୁତ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଭରଶା ଦେଇଛନ୍ତି ।

କହିରଖୁ କି ଡ୍ରଗ୍ସ କଣ୍ଟ୍ରୋଲ ଜେନରଲ ଅଫ୍ ଇଣ୍ଡିଆ (ଡିସିଜିଆଇ) କିଛିଦିନ ପୂର୍ବରୁ ଦେଶରେ ପ୍ରସ୍ତୁତ ହୋଇଥିବା ୨ ଟି ଭ୍ୟାକସିନକୁ ଜରୁରୀ କାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହାପରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଟିକାକରଣର ପାକ୍ ପ୍ରସ୍ତୁତି ସବୁ ରାଜ୍ୟରେ ଶେଷ କରାଯାଇଛି । ୧୬ ତାରିଖ ଦିନ ଟିକା କରଣ ଆରମ୍ଭ ହେବ । ଏହି ଟିକା କରଣ କାର୍ଯ୍ୟରେ ଦେଶର ୧୯ କେନ୍ଦ୍ରିୟ ମନ୍ତ୍ରଣାଳୟର କର୍ମଚାରୀ ମାନେ ନିୟୋଜିତ ହେବେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started