ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଗୁରୁତର ଅବସ୍ଥାରେ ୪ଜଣଙ୍କୁ କରାଗଲା ଉଦ୍ଧାର, ଅଳ୍ପକେ ବର୍ତ୍ତିଲା ଜୀବନ ।

କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ । ଶୋଇଥିବା ବେଳେ ହରିଓଁ ବିହାରର ଏକ ଘରେ ନିଆଁଁ ଲାଗିଛି । ଘଟଣାରେ ପରିବାରର ୪ଜଣ ସଦସ୍ୟ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଘରେ ନିଆଁ ଲାଗି ଥିଲା କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପରିବାରରେ ଜଣଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା । ଶ୍ରାଦ୍ଧ ସରିବା ପରେ ପରିବାର ସମସ୍ତ ସଦସ୍ୟ ଶୋଇବାକୁ ଯାଇଥିଲେ । ଏହି ସମୟରେ ନିଆଁ ଲାଗିଯିବାରୁ ଏଥିରେ ମା, ଝିଅ, ପୁଅ ଓ ନାତୁଣୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଏଥିରେ ଜଣଙ୍କ ଶରୀରରୁ ୪୦ ପ୍ରତିଶତ ପୋଡ଼ି ହୋଇଥିବା ବେଳେ ଅନ୍ୟ ୩ଜଣଙ୍କ ଶରୀର ୨୦ରୁ ୩୦ ପ୍ରତିଶତ ନିଆଁ ଲାଗିଯାଇଥିବା ପୋଲିସ କହିଛି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ହତ୍ୟା କରି ଗଂଜାମରେ ଫିଙ୍ଗିଲେ । ଭରତପୁରରେ ମାରିବା ପରେ ଜଗନ୍ନାଥ ପ୍ରସାଦ ପୁରରେ ଯୁବତୀଙ୍କୁ ଫିଙ୍ଗିଦେଲେ ଦଂପତି 

କନକ ବ୍ୟୁରୋ : ଭୁବନେଶ୍ୱରରେ ହତ୍ୟା କରି ଗଂଜାମରେ ଫିଙ୍ଗିଲେ ।  ଭୁବନେଶ୍ୱରରେ ହତ୍ୟା କରି ଗଂଜାମ ଜଗନ୍ନାଥପ୍ରସାଦ ପୁରରେ ଯୁବତୀଙ୍କୁ ଫିଙ୍ଗିଛନ୍ତି  ଦଂପତି । ଗଂଜାମ ପୁଲିସ  ଭୁବନେଶ୍ୱର ପୁଲିସ ସହାୟତାରେ ଏହି ଦଂପତିଙ୍କ ଗିରଫ କରିଛନ୍ତି । ଏକ ଓଲା କାର ଭଡା କରି  ଯୁବତୀଙ୍କୁ ଜଗନ୍ନାଥପ୍ରସାଦରେ ଫିଙ୍ଗିଛନ୍ତି । ହତ୍ୟା ଅଭିଯୋଗରେ ଦଂପତିଙ୍କୁ ଗିରଫ କରାଯାଇଥିବା ବେଳେ ବ୍ୟବହୃତ କାର ଜବତ ହୋଇଛି ।

ଡିସେମ୍ବର ୨ରେ ଭରତପୁରରେ ହତ୍ୟା କରାଯିବା ପରେ ଜଗନ୍ନାଥପ୍ରସାଦ ଭୂଷଣ୍ଡପାଳ ଗାଁରେ ମିଳିଥିଲା ଯୁବତୀର ମୃତଦେହ । ରାସ୍ତା କଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ଶବ ନିକଟରୁ ଏକ ମୋବାଇଲ ନମ୍ବର ମିଳିଥିଲା । ତନାଘନା କରିବାରୁ ଯୁବତୀଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡିଥିଲା । ଭୁବନେଶ୍ୱରରେ ଜଣକ ଘରେ ଯୁବତୀ ଜଣକ ଘରୋଇ ସହାୟିକା ଭାବେ କାମ କରୁଥିଲେ ।

from Kanak News
via <a href="https://ifttt.com/?

କରୋନା ଭ୍ୟାକସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା । ବିଶେଷଜ୍ଞ ଡାକ୍ତର କହିଲେ, ଟିକା ଉପଯୋଗୀ ଏବଂ ନିରାପଦ । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା ।

କନକ ବ୍ୟୁରୋ : କରୋନା ଭ୍ୟାକସିନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା । ବିଶେଷଜ୍ଞ ଡାକ୍ତର କହିଲେ, ଟିକା ଉପଯୋଗୀ ଏବଂ ନିରାପଦ । ପ୍ରଥମେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । କରୋନା ଟିକାକରଣ ବାଧ୍ୟତାମୂଳକ ନୁହେଁ । ନିଜକୁ ସୁରକ୍ଷିତ ରଖିବା ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ଟିକା ନେବା ଉଚିତ ।

ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ପରେ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଟିକା ଦିଆଯିବ । ଅନ୍ୟ ଟିକା ଭଳି ଏହି ୨ ଟିକା କାର୍ଯ୍ୟକ୍ଷମ । ବିଶ୍ୱର ପ୍ରତିଟି ଟିକା ସହ କୋଭିସିଲ୍ଡ ଓ କୋଭାକ୍ସିନ ସମାନ । କୋଭିଡ ଟିକା ଖୁବ କମ ଦିନରେ ପ୍ରସ୍ତୁତ ହୋଇଥିବା କହିଛନ୍ତି ବିଶେଷଜ୍ଞ ଡାକ୍ତରା ସେପଟେ ଭ୍ୟାକସିନ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କଲେ ପୁଅ । ଗାଁରେ ମାଆ ଜାଗୁଲାଇଙ୍କ ମନ୍ଦିର ନିମାର୍ଣ କରି ପ୍ରେରଣା ପାଲଟିଲେ ୩ ସୁନା ପୁଅ ।

କନକ ବ୍ୟୁରୋ : ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କଲେ ୩ ପୁଅ । ଜାଗୁଲାଇ ମାଆଙ୍କ ମନ୍ଦିର ନିମାର୍ଣ କରି ବାପାଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ କରିଛନ୍ତି କଟକ ଜିଲ୍ଲା ନିଆଳି ନୂଆସାତଙ୍ଗ-ମୋଟିଆଁ ଗାଁର ଅଜୟ ମୁଦୁଲି, ସଞୟ ମୁଦୁଲି, ବିଜୟ ମୁଦୁଲି । ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଖବର ଆସେ ପିଲାମାନେ ବାପା-ମାଆଙ୍କୁ ପଚାରୁ ନାହାନ୍ତି । ପରିଣତ ବୟସରେ ଘରଦ୍ୱାର ଛାଡି ଅନେକ ବୃଦ୍ଧ ବୃଦ୍ଧା ଜରା ନିବାସରେ ରହୁଛନ୍ତି । ହେଲେ ନିଆଳିର ତିନି ପୁଅ ବାପାଙ୍କ ଅଧୁରା ଆଶାକୁ ସାକାର କରି ଆଜିର ଯୁବପିଢି ପାଇଁ ପ୍ରେରଣା ପାଲଟିଛନ୍ତି ।

ଗାଁରେ ତୋଳା ହୋଇଛି ମାଆ ଜାଗୁଳାଇଙ୍କ ମନ୍ଦିର । ଆଉ ଏବେ ମନ୍ଦିର ପ୍ରତିଷ୍ଠା ଚାଲିଛି । ମନ୍ଦିର ପ୍ରାଙ୍ଗଣ ଭଜନ କୀର୍ତନରେ କମ୍ପି ଉଠୁଛି । ଯଜ୍ଞର ମନ୍ତ୍ର ଧ୍ୱନିରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆପଣମାନେ ଭାବୁଥିବେ ମନ୍ଦିର ପ୍ରତିଷ୍ଠା ହୋଉଛି, ଏଥିରେ ନୂଆ କଥା କଣ । ଏଥିରେ ନୂଆ ଯଦିଓ କିଛି ନାହିଁ କିନ୍ତୁ ଜଣେ ବାପାଙ୍କ ପ୍ରତି ପୁଅଙ୍କର ଥିବା ଭଲ ପାଇବା ଆଉ ସମ୍ମାନ ଲୁଚି ରହିଛି ।

ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁରେ ମନ୍ଦିର ତିଆରି କରିଛନ୍ତି ୩ ପୁଅ । ଆଗରୁ ବରଗଛ ମୂଳେ ପୂଜା ପାଉଥିଲେ ମାଆ ଜାଗୁଳାଇ । ତାଙ୍କ ପାଇଁ ଏକ ମନ୍ଦିର ତୋଳିବାକୁ ସ୍ୱପ୍ନ ଦେଖିଥିଲେ ନିଆଳି ନୂଆସାତଙ୍ଗ-ମୋଟିଆଁ ଗାଁର ଧୋବଇ ମୁଦୁଲି । ହେଲେ ସେ ମନ୍ଦିର କରିପାରିନଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ୩ ପୁଅ ଅଜୟ, ସଞୟ ଓ ବିଜୟ ମନ୍ଦିର ତିଆରି କରିଛନ୍ତି ।

ପିତାଙ୍କ ଅଧୁରା ସ୍ୱପ୍ନ ପୂରଣ ପରେ ଏବେ ଏହି ଘଟଣାକୁ ନେଇ ପରିବାରଠୁ ଆରମ୍ଭ କରି ଗାଁ ସାଙ୍ଗ ସାଥି, ବନ୍ଧୁ ବାନ୍ଧବ ସମସ୍ତେ ଧୋବଇଙ୍କ ତିନି ପୁଅଙ୍କୁ ପ୍ରଶଂସା କରୁଛନ୍ତି । ଆଉ ଆଜିର ପ୍ରଥଭଷ୍ଟ ସମାଜରେ ଏହି ୩ ପୁଅଙ୍କ ପିତୃଭକ୍ତି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

from Kanak News
via <a href="https://ifttt.com/?

କେଉଁଠି ଅଛି ଭୋକ ପାଇଁ ବିକ୍ରି ହୋଇଥିବା ୪ ମାସର ଶିଶୁପୁତ୍ର? କିଏ ରଖିଛି ମାଆ କ୍ଷୀର ଛାଡି ନଥିବା ଛୁଆକୁ? ଶିଶୁପୁତ୍ରର ପତ୍ତା ପାଉନି ପୁଲିସ କି ସିଡବ୍ଲୁସି ।

କନକ ବ୍ୟୁରୋ : ମଧ୍ୟସ୍ଥିରେ ହୋଇଛି ମାଲକାନଗିରି ସପ୍ତଧାରାରେ ଶିଶୁ ବିକ୍ରି । କେଉଁଠି ଓ କିଏ ନେଇଛି ୪ ମାସର ଶିଶୁ ପୁଅକୁ । ୫ ଦିନ ପରେ ବି ପତା ପାଉନି ପୋଲିସ କି ସିଡବ୍ଲୁସି । ଏପଟେ ସପ୍ତଧାରା ଜଙ୍ଗଲରେ ରହୁଥିବା ବାକି ୪ ଶିଶୁ ଓ ବୃଦ୍ଧା ଆଈମାଆକୁ ଉଦ୍ଧାର କରିଛି ପ୍ରଶାସନ । ଏହାସହ ନିଖୋଜ ଶିଶୁର ମାଆ କୁନି ଖିଲକୁ ଠାବ କରି ଗୋବିନ୍ଦପାଲି ବୃଦ୍ଧା ଆଶ୍ରମରେ ଥଇଥାନ କରିଛି ଖଇରପୁଟ ବ୍ଲକ ପ୍ରଶାସନ । ଗତ ସପ୍ତାହରେ ମା’ କ୍ଷୀର ଛାଡି ନଥିବା ୪ ମାସର ଶିଶୁ ପୁଅକୁ ହଜାରେ ଟଙ୍କାରେ ବିକି ଚାଉଳ କିଣିଥିଲେ ବାପା । ପରେ ପୁଅକୁ ବିକ୍ରି କରିବାର କଠୋର ନିଷ୍ପତିକୁ ସହି ନପାରି ଆତ୍ମହତ୍ୟା କରିଥିଲେ ସପ୍ତଧାରା ଗାଁର ସୋମନାଥ ଖିଲ ।

ପେଟର ଭୋକ ପାଇଁ ମାଆ କ୍ଷୀର ଛାଡି ନଥିବା ଶିଶୁକୁ ବିକି ଦେଇଥିଲା ବାପା । ମାଲକାନଗିରି ଜିଲା ସପ୍ତଧାରରୁ ଆସିଥିଲା, ହଜାରେ ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି କରିବା ପରେ ବାପାର ଆତ୍ମହତ୍ୟା ଖବର । ଏହାରି ଭିତରେ ଘଟଣାକୁ ୫ ଦିନ ବିତିଛି, ହେଲେ ଏଯାଏଁ କୁନି ପୁଅ ପାଖରେ ପହିଂଚି ପାରିନାହିଁ ପୁଲିସ କି ସିଡବ୍ଲୁସି । କିନ୍ତୁ ମଧ୍ୟସ୍ଥତା ଜରିଆରେ ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ପ୍ରଥାମିକ ତଦନ୍ତରୁ ଜଣାପଡିଛି । ପୁଅକୁ ଖୋଜି ପାଉନଥିବା ପ୍ରଶାସନ ମାଆ କୁନି ଖିଲଙ୍କୁ ଠାବ କରିଛି । ଆଉ ପିଲାଙ୍କ ପାଇଁ ଦାନା ଯୋଗାଡ କରିନପାରି ଜୀବନ ହାରି ଦେଇଥିବା ସୋମନାଥ ଖିଲଙ୍କ କଥାକୁ ମନେ ପକାଇ ଆଖିରୁ ଲୁହ ଝରାଉଛନ୍ତି ସ୍ତ୍ରୀ କୁନି ଖୀଲ ।

୫ଟି ଛୁଆଙ୍କ ପେଟକୁ ଦାନା ଦେଇନପାରି ସାନ ପୁଅକୁ ବିକି ଦେଇଥିଲେ ସୋମନାଥ ଖିଲ । ଏନେଇ ବିଭିନ୍ନ ଗଣମାଧ୍ୟରେ ଖବର ପ୍ରସାରଣ ହେବା ପରେ ତତ୍ପରତା ଦେଖାଇଛି ପ୍ରଶାସନ । ମାଲକାନଗିରିରୁ ଏକ ସ୍ୱତନ୍ତ୍ର ଚାଇଲ୍ଡ ଲାଇନ ଟିମ୍ ଅଈମାଆ ସହ ସୋମନାଥଙ୍କ ବାକି ୪ ପିଲା ଓ ବୃଦ୍ଧା ଆଈମାଆ ଉଦ୍ଧାର ମାଲକାନଗିରି ସୁଧାର ଗୃହରେ ରଖିଛି । ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ଚାଉଳ ଯୋଗାଇ ଦିଆଯାଇଛି । ଏହାସହ ବିକ୍ରି ଶିଶୁର ସନ୍ଧାନ ପାଇଁ ମାଥିଲି ଥାନାରେ ଏତଲା ଦାୟର କରି ପଦକ୍ଷେପ ନେଇଥିବା କହିଛନ୍ତି ଖଇରପୁଟ ବିଡିଓ ଓ ଶିଶୁ ସୁରକ୍ଷା ଅଧିକାରୀ ।

ସରକାରଙ୍କର କଡା ସୁରକ୍ଷା ଆଇନ୍ ପରେ ବି ଉପାନ୍ତ ଗାଁ ଗଣ୍ଡାରେ ଶିଶୁ ବିକ୍ରି ହେଉଛି, କିନ୍ତୁ ଜାଣି ପାରୁନି ସିଡବ୍ଲୁସି । ସୋମାନଥଙ୍କ ଶିଶୁ ବିକ୍ରି ଘଟଣା ଉପାନ୍ତ ଗାଁରେ ଶିଶୁ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

from Kanak News
via <a href="https://ifttt.com/?

ନବରଙ୍ଗପୁରରେ କେମିତି ଭୁଷୁଭିଲା ପୋଲ ? ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଲା କନକନ୍ୟୁଜ, ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ : ନିମ୍ନମାନର କାମ ଯୋଗୁଁ ଭୁଶୁଡି ପଡିଲା ନିର୍ମାଣଧୀନ ପୋଲର ସ୍ଲାବ୍ । ନବରଙ୍ଗପୁର ଉମରକୋଟ ତାଲାପଦରରେ ନିର୍ମାଣଧୀନ ପୋଲ ଭୁଶୁଡିବା ଘଟଣାରେ ଏମିତି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଏହି ଘଟଣାରେ ବିଜୁ ସେତୁ କାମ ଠିକା ନେଇଥିବା ଠିକାଦାର ଆଶିଷ ବିଶ୍ୱାଳ, ବିଭାଗୀୟ ଜେଇ ଏବଂ ଏସଡିଓଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା ।

କେମିତି ଓ କାହିଁକି ଭୁଶୁଡିଲା ନବରଙ୍ଗପୁର ତାଲାପଦରରେ ନିର୍ମାଣଧିନ ବିଜୁ ସେତୁ ? ପୋଲ ଭୁଶୁଡିବାର ପ୍ରକୃତ କାରଣ କ’ଣ ? ନିର୍ମାଣଧୀନ ପୋଲ ଭୁଶୁଡି ଜଣକର ଜୀବନ ଯିବା ପରେ ପ୍ରଶାସନିକ ସ୍ତରରେ ଖୋଳତାଡ ଚାଲିଛି । ଆଉ ଏତିକି ବେଳେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରିଖିଛି କନକ ନ୍ୟୁଜ । ଗାଁ ଲୋକଙ୍କ କହିବା ଅନୁସାରେ, ନିମ୍ନମାନର ପୋଲ ନିର୍ମାଣ ହୋଇଛି । କଂକ୍ରିଟ୍ ପାଇଁ ଅତି ନିମ୍ନମାନର ଗୋଡି, ସିମେଂଟ, ବାଲି ବ୍ୟବହାର କରାଯାଉଥିବା ବେଳେ ସେଂଟ୍ରି ପାଇଁ ଆବଶ୍ୟକ ପାଇପ୍ ବି ଅତି ନିମ୍ନମାନର । ତେଣୁ ଏଭଳି ଅଘଟଣ ଘଟିଛି । ଅଭିଯୋଗ ଆସିବା ପରେ ସୁନାବେଡାରୁ ଅଧିକ୍ଷଣ ଯନ୍ତ୍ରୀ ଘଟଣାର ଅନୁଧ୍ୟାନ କରିଛନ୍ତି ।

ରବିବାର ରାତିରେ ନିର୍ମାଣଧୀନ ବିଜୁ ସେତୁ ଭୁଶୁଡିବା ପରେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲର ୨ଟି ସ୍ଲାବ କାମ ସରିଥିବା ବେଳେ ତୃତୀୟ ସ୍ଲାବ୍ ନିର୍ମାଣ ବେଳେ ଅଘଟଣ ଘଟିଛି । ଭଙ୍ଗା ବ୍ରିଜ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ଜାନିଗୁଡାରୁ ତାଲାପଦରକୁ ସଂଯୋଗ କରିବାକୁ ୨କୋଟି ୪୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ନିର୍ମାଣ କରାଯାଉଛି । ନିମ୍ନମାନର କାମ ଯୋଗୁଁ ପୋଲ ଭୁଶୁଡିବା ଘଟଣାରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ ।

ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଉନ୍ନୟନ କମିଶନର ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ କଥା ହୋଇ ଠିକାଦାର, ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ଓ ଏସଡିଓଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ସରକାରଙ୍କୁ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ।

from Kanak News
via <a href="https://ifttt.com/?

ବାପା ହେଲେ ବିରାଟ କୋହଲି । କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅନୁଷ୍କା ଶର୍ମା । ଟ୍ୱିଟ କରି ସୂଚନା ଦେଲେ କୋହଲି 

କନକ ବ୍ୟୁରୋ : ବାପା ହେଲେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଜନ୍ମ ହୋଇଛି । ଏହାସହ ବାପା, ମା ହୋଇଛନ୍ତି ବାରଟ ଓ ଅନୁଷ୍କା । ଏନେଇ ଟ୍ୱିଟ କରି ବିରାଟ କୋହଲି ନିଜେ ସୂଚନା ଦେଇଛନ୍ତି ।

https://platform.twitter.com/widgets.js

ଟ୍ୱିଟ କରି ବିରାଟ ଲେଖିଛନ୍ତି, “ଆମକୁ ଏହି କଥା କହିବାକୁ ବହୁତ ଖୁସି ଲାଗୁଛି କି ଆମର ଝିଅ ହୋଇଛି । ଦୁଇ ଜଣ ଏବେ ଠିକ ଅଛନ୍ତି । ଆପଣ ମାନଙ୍କୁ ଭଲପାଇବା ପାଇଁ ଆମେ ରୁଣି ଅଟୁ । ଏହା ଆମର ସୌଭାଗ୍ୟ କି ଆମକୁ ଏହି ଖୁସି ମିଳିଛି ।”

୨୦୨୦ରେ ବିରାଟ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିବା ସହ ଏହି ଅନୁଷ୍କା ଗର୍ଭବତୀ ଥିବା ଖବର ଦେଇଥିଲେ । ଏହି ଖବର ପାଇବା ପରେ ଉଭୟଙ୍କ ଫ୍ୟାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା । ଏବେ ଝିଅ ହେବାର ଖବର ପରେ ଏବେ ସେହି କୁନି ଝିଅର ଝଲକ ପାଇଁ ସମସ୍ତେ ଅନାଇ ବସିଛନ୍ତି ।

from Kanak News
via <a href="https://ifttt.com/?

ବଲିଉଡରେ ଡ୍ରଗ୍ସ କାରବାର ମାମଲା । ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ରହିଲା ଓ ତାଙ୍କ ଭଉଣୀ ଗିରଫ୍ । ଜବତ ହେଲା ୨ ଶହ କେଜି ଗଞ୍ଜେଇ

କନକ ବ୍ୟୁରୋ : ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ତଦନ୍ତ ଚଳାଇଥିବା ନାର୍କୋଟିକ୍ କଣ୍ଟୋଲ ବ୍ୟୁରୋକୁ ଏକ ବଡ ସଫଳତା ମିଳିଛି । ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ଥିବା ରହିଲା ଓ ତାଙ୍କ ଭଉଣୀଙ୍କ ଘରେ ଚଢାଉ କରି ଏନସିବି ୨ ଶହ କେଜି ଗଞ୍ଜେଇ ଜବତ୍ କରିଛି । ଏହାସହ ରହିଲା ଫନିର୍ଚର ବାଲା ଓ ଓ ତାଙ୍କ ଭଉଣୀକୁ ସାହିସ୍ତାଙ୍କୁ ଗିରଫ୍ କରାଯାଇଛି ।

ଏନସିବିର ସୂଚନା ମୁତାବକ ଏନେଇ ତଦନ୍ତ ଜାରି ରହିଛି । ଏନସିବି ପକ୍ଷରୁ କୁହାଯାଇଛି କି ବାନ୍ଦ୍ରା ୱେଷ୍ଟରେ ଏକ କୋରିଅରରୁ ଗଂଜେଇ ଜବତ୍ କରାଯାଇଛି । ଏହାପରେ ଅନୁସନ୍ଧାନ କରାଯାଇ କରନ୍ ସଜନାନୀଙ୍କ ଘରୁ ମଧ୍ୟ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ସେଠାରୁ କିଛି ସୂଚନା ପାଇ ଏନସିବି ଦିୟାଙ୍କ ପୂର୍ବତନ ମ୍ୟାନେଜର ରହିଲା ଫର୍ନିଚର ବାଲାଙ୍କ ଘରେ ଚଢାଉ କରିଥିଲା । ରହିଲା ଓ ତାଙ୍କ ଭଉଣୀଙ୍କ ନିକଟରୁ ବି ଏନସିବି ବିପୁଳ ପରିମାଣର ଗଂଜେଇ ଜବତ କରିଥିବା ସୂଚନା ମଳିଛି । ଜବତ୍ ହୋଇଥିବା ଗଞ୍ଜେଇ ଆନୁମାନିକ ୨ କୁଇଣ୍ଟାଲ ହେବ ବୋଲି ଅନୁମାନ କରାଯାଇଛି ।

ସୂଚନା ମୁତାବକ କରନ ସଜନାନୀ ଜଣେ ବହୁତ ବଡ ବିଲଡର ଓ ସେ ଜଣେ ବିଟିଶ୍ ନାଗରିକ । କରନ ମୁମ୍ବାଇ ସମେତ ଦେଶର ଅନେକ ସ୍ଥାନକୁ ଗଞ୍ଜେଇ ଯୋଗାଣ କରୁଥିଲେ । ତାଙ୍କ ଗଞ୍ଜେଇ କାରବାରରେ ରହିଲା ଓ ସାହିସ୍ତା ସହଯୋଗ କରୁଥିଲେ । ସଜନାନୀ ଏନସିବି ଆଗରେ ମାନିଛନ୍ତି କି ୩୧ ଡିସେମ୍ବର ନୂଆବର୍ଷ ପାର୍ଟିରେ ସେ ଅନେକ ଜାଗାରେ ଅନେକ ଲୋକଙ୍କୁ ଡ୍ରଗ୍ସ ଯୋଗାଇଥିଲେ । ଡ୍ରଗ୍ସ ଲିଙ୍କ୍ ମାମଲାରେ ଜଣକ ପରେ ଜଣେ ସେଲିବ୍ରେଟିଙ୍କ ନା ପଦାକୁ ବାହାରୁଛି । ଏହାକୁ ନେଇ ଚିନ୍ତାରେ ପଡିଛି ଏନସିବି ।

from Kanak News
via <a href="https://ifttt.com/?

ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର : ରିପୋର୍ଟରେ ହାଜତ ମୃତ୍ୟୁ ହୋଇନଥିବା ଉଲ୍ଲେଖ; ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି

କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର । ସତ୍ୟପାଠ ସହ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର । ତେବେ ରିପୋର୍ଟରେ ହାଜତ ମୃତ୍ୟୁ ହୋଇନଥିବା ଉଲ୍ଲେଖ ରହିଛି । ଆସନ୍ତା ୨୨ରେ ମାମଲାର ପରବର୍ତୀ ଶୁଣାଣି କରାଯିବ । ନଭେମ୍ବର ୧୭ରେ ବାସେଳୀ ସାହି ଥାନାରେ କେ ରମେଶଙ୍କ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଜଣେ ଏସଆଇ ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଥିଲା । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା ।

ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ପୁରୀ ଏସ୍‌ପି ଡକ୍ଟର କେ.ଭି. ସିଂହ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଦର୍ଶାଇଥିଲେ ଯେ ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନ୍ ଓ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏନ୍‌ଏଚ୍‌ଆର୍‌ସି ଏକ ମାମଲା ରୁଜୁ କରି ପୂର୍ବ‌ ଜୋନ୍ ସ୍ପେସାଲ ରାପୋର୍ଟିଅର ଅବସରପ୍ରାପ୍ତ ଆଇଏଏସ୍ ଡକ୍ଟର ବିନୋଦ ଅଗ୍ରୱାଲଙ୍କୁ ୪ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଅଗ୍ରୱାଲ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ କରି ‌ରିପୋର୍ଟ ଦାଖଲ କରିବେ ।

ସେହିଭଳି ଏନ୍‌ଏଚ୍‌ଆର୍‌ସି ନିୟମାବଳୀ ଅନୁସାରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପ୍ରସଂଗ ନେଇ ପୁରୀ ଜିଲ୍ଲା ଓ ଦୌରାଜଜଙ୍କ ନିକଟରେ ଏସ୍‌ପି ଆବେଦନ କରିଥିଲେ। ଜିଲ୍ଲା ଜଜ୍ ପୁରୀ ଜେଏମଏଫସିଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଏନ୍‌ଏଚ୍‌ଆର୍‌ସି ନିୟମାବଳୀ ଅନୁସାରେ ଏଚ୍‌ଆର୍‌ପିସି ‌ଡିଏସପିଙ୍କୁ ମଧ୍ୟ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ସମୟରେ ଘଟଣାର ତିନୋଟି ସ୍ବାଧୀନ ଓ ନିର‌ପେକ୍ଷ ତଦନ୍ତ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୀଡ଼ିତ ପରିବାରର ସ୍ଥିତିକୁ ଦୃଷ୍ଟିରେ ରଖି ୫ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ମଞ୍ଜୁର କରାଯାଇଛି। ମୃତକଙ୍କ ଅଭିଭାବକ ପୁଲିସ ହେପାଜତରେ ନାହାନ୍ତି। ସେମାନଙ୍କ ପ୍ରତି କୌଣସି ଦୁର୍ବ୍ୟବହାର ବା ଧମକ ନେଇ କିଛି ଅଭିଯୋଗ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

from Kanak News
via <a href="https://ifttt.com/?

ଫେରିଲା ସାଇବର ଫ୍ରଡ ଟଙ୍କା : ପ୍ରଥମ ଥର ପାଇଁ ଠକେଇ ଟଙ୍କା ଫେରପାଇଲେ ଅଭିଯୋଗକାରୀ; ଆକାଉଂଟରୁ ୫୩ ହଜାର ଟଙ୍କା ଠକି ନେଇଥିଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ଫେରିଲା ସାଇବର ଫ୍ରଡ ଟଙ୍କା । ପ୍ରଥମ ଥର ପାଇଁ ସାଇବର ଠକେଇ ଟଙ୍କା ଫେରିପାଇଲେ ଅଭିଯୋଗକାରୀ  । ଆକାଉଂଟରୁ ୫୩ ହଜାର ଟଙ୍କା ଠକି ନେଇଥିଲେ ଦୁର୍ବୃତ୍ତ ।  ଓଟିପି ମାଗି ଟଙ୍କା ନେଇଯାଇଥିଲେ ଦୁର୍ବୃତ୍ତ । ଠକେଇ ହେବାର ଗୋଲଡେନ ପିରିୟଡ ଭିତରେ ଅର୍ଥାତ ଘଂଟାଏ ଭିତରେ ସାଇବର ସେଲକୁ କଲ କରିଥିଲେ ଅଭିଯୋଗକାରୀ । ଗତ ଦୁଇ ଦିନ ତଳେ  ୯ ତାରିଖରେ ଏହି ଘଟଣା ଘଟିିଥିଲା । । ସହିଦନଗର ଅଂଚଳରୁ ଏହି ଠକେଇ ହୋଇଥିଲା  ।

ତେବେ ସାଇବର ଅପରାଧ ରୋକିବାକୁ ସହାୟତା ନମ୍ବର – ୭୪୪୦୦୦୬୭୦୯ ଜାରି କରାଯାଇଛି । ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ । ଠକେଇ ଟଙ୍କା କୁଆଡେ ଯାଉଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started