ଚାଷୀ ଆନ୍ଦୋଳନ ନେଇ କାଲି ଚୂଡାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ : କୃଷି ଆଇନ ସ୍ଥଗିତ ରଖିବ, ନା କୋର୍ଟ ହସ୍ତକ୍ଷେପ କରିବ ବୋଲି ପ୍ରଶ୍ନ କଲେ ସର୍ବୋଚ୍ଚ ଅଦାଲତ

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ସମାଧାନ ହେଉନଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଆଜି ଭର୍ତ୍ସନା କରିଛନ୍ତି । ଆସନ୍ତାକାଲି ଏ ନେଇ ଚୂଡାନ୍ତ ଆଦେଶ ଶୁଣାଇବେ କୋର୍ଟ । ଆବଶ୍ୟକ ହେଲେ ଆଜି ସନ୍ଧ୍ୟାସୁଦ୍ଧା ମଧ୍ୟବର୍ତୀକାଳୀନ ଆଦେଶ ଜାରି କରିପାରନ୍ତି । କୋର୍ଟ କହିଛନ୍ତି, ଯଦି ଆବଶ୍ୟକ ହୁଏ ତାହାହେଲେ ଆଦେଶ ବିଭିନ୍ନ ଭାଗରେ ବି ଆସିପାରେ । କୋର୍ଟ କହିଛନ୍ତି, ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ନିରାଶଜନକ ।

ସରକାର ମୁଖ୍ୟ ବିନ୍ଦୁ ଉପରେ ଆଲୋଚନା କରନ୍ତୁ ବୋଲି କୋର୍ଟ କହିଛନ୍ତି । ସରକାର କାହିଁକି ଆଇନକୁ ସ୍ଥଗିତ ରଖୁନାହାନ୍ତି ବୋଲି କହିଛନ୍ତ କୋର୍ଟ । ସର୍ବୋଚ୍ଚ କୋର୍ଟ ଆହୁରି କହିଛନ୍ତି, ଆନ୍ଦୋଳନ ଯୋଗୁଁ ଚାଷୀଙ୍କ ଜୀବନ ଯାଉଛି । ତେଣୁ ଏ ବବାଦରେ ସରକାର ହସ୍ତକ୍ଷେପ କରିବେ ନା କୋର୍ଟ ଏ ବାବଦରେ ପଦକ୍ଷେପ ନେବ । ପ୍ରଦର୍ଶନକାରୀଙ୍କୁ ଅଟକା ଯାଇପାରିବନି ତେଣୁ ସରକାର ଏକ କମିଟି ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ।

ଆଜିର ଶୁଣାଣିବେଳେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଆଇନକୁ ପ୍ରତ୍ୟାହାର କରିବା ସମ୍ଭବ ନୁହେଁ । କିନ୍ତୁ ଆନ୍ଦୋଳନସ୍ଥଳରେ ସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ସେମାନଙ୍କ ଯତ୍ନ କିଏ ନେଉଛି । ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତାହା ହେଲେ କୋର୍ଟ ପଦକ୍ଷେପ ନେବେ । ଆନ୍ଦୋଳନସ୍ଥଳକୁ ଯିବା ପାଇଁ ମହିଳା ଓ ବୟସ୍କ ଲୋକଙ୍କୁ କାହିଁକି ରୋକାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

from Kanak News
via <a href="https://ifttt.com/?

କୁଚିଣ୍ଡାରେ ଚାରି ଦିନ ହେବ ଚାଷୀଙ୍କ ତାଲାବନ୍ଦ ଆନ୍ଦୋଳନ : ଧାନ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରି ସମସ୍ତ ସରକାରୀ କାର୍ଯ୍ୟାଳୟରେ ପକାଇଛନ୍ତି ତାଲା

କନକ ବ୍ୟୁରୋ : କୁଚିଣ୍ଡାରେ ଚାଷୀଙ୍କ ତାଲାବନ୍ଦ ଆନ୍ଦୋଳନ ଚତୃର୍ଥ ଦିନରେ ପହଚିଂଛି । ମଣ୍ଡିରୁ ଧାନ ନଉଠିବା, ମିଲର ଟାର୍ଗେଟ ସରିଯିବା ଓ ଟୋକନ କଟିଯିବା ସମସ୍ୟା ଯୋଗୁ ଚାଷୀ ଧାନ ବିକିପାରୁନାହାନ୍ତି । ଫଳରେ କୁଚିଣ୍ଡା ବ୍ଲକର ଶତାଧିକ ଚାଷୀ ଏକାଠି ହୋଇ ଉଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣ ଦେଇଛନ୍ତି । ସମସ୍ତ ସରକାରୀ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି ଚାଷୀ ।

ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଆଇଟିଡିଏ ଅଫିସ , ସମବାୟ ସମୂହ ଅଫିସ, କୃଷି କାର୍ଯ୍ୟାଳୟ, ଉଦ୍ୟାନ ବିଭାଗ ବିଭିନ୍ନ ଅଫିସ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି । ଯେଯାଏଁ ଧାନ କିଣାରେ ସୁଧାର ନଆସିଛି, ସେତେଦିନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟ ବନ୍ଦ କରି ରଖିବେ ବୋଲ ଚେତାବନୀ ଦେଇଛନ୍ତି ଚାଷୀ । ଅନ୍ୟପଟେ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ଅଫିସରଙ୍କ କ୍ୱାର୍ଟର ଗୁଡିକରେ ବି ତାଲାପକାଇବାକୁ ଚେତାବନୀ ଦେଇଛନ୍ତି ଉତ୍ୟକ୍ତ ଚାଷୀ । ଆଜି ଚତୃର୍ଥ ଦିନରେ ବି ଚାଷୀ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହୋଇଛି ।

from Kanak News
via <a href="https://ifttt.com/?

ଏମିତି ଆସିଥିଲା ମୃତ୍ୟୁ : ସେଲଫି ନେବା ବେଳେ କେମିତି ଇବ ନଦୀରେ ଭାସିଯାଇଥିଲେ ରାଜଗାଙ୍ଗପୁରର ନିରୁପମା ପ୍ରଜାପତି; ସାମନାକୁ ଆସିଲା ଘଟଣା ବେଳର ପୁରା ଦୃଶ୍ୟ

କନକ ବ୍ୟୁରୋ : ଏମିତି ଆସିଥିଲା ମୃତ୍ୟୁ । ସୁନ୍ଦରଗଡ଼ ଇବ ନଦୀରେ ଯୁବତୀ ସେଲଫି ନେବା ବେଳେ ଭାସିଯିବାର ଦୃଶ୍ୟ ସାମାନକୁ ଆସିଛି । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହୋଇଛି । ପିକନିକ ଯାଇଥିବା ବେଳେ ରାଜଗାଙ୍ଗପୁର କୁମ୍ଭାରପଡାର ନିରୁପମା ପ୍ରଜାପତି ଇବ ନଦୀରେ ସେଲଫି ନେଉଥିଲେ ।

ତେବେ ସେଲଫି ନେଉଥିବାବେଳେ ଗୋଡ ଖସିଯିବାରୁ ନଦୀରେ ଭାସିଯାଇଥିଲେ । ନିଖୋଜ ହେବାର ୨୨ ଘଂଟା ପରେ ତାଙ୍କୁ ତିନି ଶହ ମିଟର ତଳେ ଏକ ପଥର ମୃତଦେହ ଉଦ୍ଧାର କରାଯାଇଥିଲା । ନିରୁପମା ଏକ ପଥର ଉପରେ ଛିଡା ହୋଇ ମୋବାଇଲ ସେଲଫି ନେଉଥିଲେ । ଠିକ ସେତିକିବେଳେ ଆଉ ଜଣେ ଯୁବକ ସେହି ସ୍ଥାନକୁ ଆସୁଥିବା ବେଳେ ତାଙ୍କର ଗୋଡ ଖସିଯିବାରୁ ନିରୁପମାକୁ ଧକ୍କା ଦେଇଥିଲେ । ଫଳରେ ନିରୁପମା ପାଣିରେ ଭାସିଯାଇଥିଲେ ।

from Kanak News
via <a href="https://ifttt.com/?

ସିଡନୀ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ : ଖରାପ ସ୍ଥିତିରୁ ବାହାରି ମ୍ୟାଚ ଡ୍ର ରଖିବାରେ ସଫଳ ହେଲା ଭାରତ

କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ । ଖରାପ ସ୍ଥିତିରୁ ବାହାରି ମ୍ୟାଚ ଡ୍ର ରଖିବାରେ ସଫଳ ହେଲା ହୋଇଛି ଟିମ ଇଣ୍ଡିଆ । ଆଜି ଶେଷ ଦିନରେ ଅଧିନାୟକ ରାହାଣେ ୪ ରନ କରି ଆଉଟ ହେବା ପରେ ଭାରତୀୟ ଦଳ ଉପରେ ଅଧିକ ଚାପ ପଡିଥିଲା ।

୪୦୭ ବିଶାଳ ଟାର୍ଗେଟର ପିଛା କରୁଥିବା ଭାରତ ପାଇଁ କିନ୍ତୁ ଚେତେଶ୍ୱର ପୂଜାରା ଓ ରିସଭ ପନ୍ତ ସମ୍ଭାବନା ସୃଷ୍ଟି କରିଥିଲେ । ଆହତ ସତ୍ୱେ ୧୧୮ ବଲରେ ଆକର୍ଷଣୀୟ ୯୭ ରନ କରି ରିସଭ ପନ୍ଥ ଆଉଟ ହେବା ବେଳକୁ ଭାରତ ଦୃଢ ସ୍ଥିତିରେ ଥିଲା । କିନ୍ତୁ ତାପରେ ୭୭ ରନ କରି ପୂଜାରା ପାଭିଲିୟନ ଫେରିବା ପରେ ଭାରତ ପରାଜୟ ଆଶଙ୍କା ଭିତରକୁ ଠେଲି ହୋଇଯାଇଥିଲା । ହେଲେ ଷଷ୍ଠ ୱିକେଟରେ ହନୁମା ବିହାରୀ ଓ ଆର ଅଶ୍ୱିନ ଅଷ୍ଟ୍ରେଲିଆର ଘାତକ ବୋଲିଂକୁ ସାମନା କରି ୪୩ ଓଭର ଧରି ବ୍ୟାଟିଂ କରି ମ୍ୟାଚ ବଂଚାଇବାରେ ସଫଳ ହୋଇଛନ୍ତି ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ଓ ଦ୍ୱିତୀୟ ଇନିଂସରେ ୬ ୱିକେଟରେ ୩୧୨ ରନ କରି ଇନିଂସ ଘୋଷଣା କରିଥିଲା । ଭାରତ ପ୍ରଥମ ଇନିଂସରେ ୨୪୪ ଓ ଦ୍ୱିତୀୟ ଇନିଂସରେ ୫ ୱିକେଟରେ ୩୩୪ ରନ କରିଥିବା ବେଳେ ମ୍ୟାଚ ଡ୍ର ରହିଛି । ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଭାରତ ଜିତିଥିବାରୁ ସିରିଜ ବରାବର ସ୍ଥିତିରେ ରହିଛି ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ଭତ୍ସନା : ସରକାର ଏଯାଏଁ ସମସ୍ୟାର ସମାଧାନ କରିପାରିଲେନି; ଚାଷୀଙ୍କ ସହ କି ପ୍ରକାର ଆଲୋଚନା ହେଉଛି ?

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ସମାଧାନ ହେଉନଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଆଜି ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି, ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ନିରାଶଜନକ । ସରକାର ମୁଖ୍ୟ ବିନ୍ଦୁ ଉପରେ ଆଲୋଚନା କରନ୍ତୁ ବୋଲି କୋର୍ଟ କହିଛନ୍ତି । ସରକାର କାହିଁକି ଆଇନକୁ ସ୍ଥଗିତ ରଖୁନାହାନ୍ତି ବୋଲି କହିଛନ୍ତି କୋର୍ଟ । ସର୍ବୋଚ୍ଚ କୋର୍ଟ ଆହୁରି କହିଛନ୍ତି, ଆନ୍ଦୋଳନ ଯୋଗୁଁ ଚାଷୀଙ୍କ ଜୀବନ ଯାଉଛି । ତେଣୁ ଏ ବବାଦରେ ସରକାର ହସ୍ତକ୍ଷେପ କରିବେ ନା କୋର୍ଟ ଏ ବାବଦରେ ପଦକ୍ଷେପ ନେବ ?

ପ୍ରଦର୍ଶନକାରୀଙ୍କୁ ଅଟକା ଯାଇପାରିବନି ତେଣୁ ସରକାର ଏକ କମିଟି ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ । ଆଜିର ଶୁଣାଣିବେଳେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଆଇନକୁ ପ୍ରତ୍ୟାହାର କରିବା ସମ୍ଭବ ନୁହେଁ । କିନ୍ତୁ ଆନ୍ଦୋଳନ ସ୍ଥଳରେ ସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ସେମାନଙ୍କ ଯତ୍ନ କିଏ ନେଉଛି ? ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତାହା ହେଲେ କୋର୍ଟ ପଦକ୍ଷେପ ନେବେ । ଆନ୍ଦୋଳନସ୍ଥଳକୁ ଯିବା ପାଇଁ ମହିଳା ଓ ବୟସ୍କ ଲୋକଙ୍କୁ କାହିଁକି ରୋକାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

from Kanak News
via <a href="https://ifttt.com/?

ବଜେଟ ୨୦୨୧ : ସ୍ୱାଧୀନତା ପରେ ପ୍ରଥମଥର ପାଇଁ ପ୍ରିଣ୍ଟ କରାଯିବ ନାହିଁ ବଜେଟ୍ ଦସ୍ତାବିଜ୍ । ଜାଣନ୍ତୁ କ’ଣ ରହିଛି କାରଣ

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବଜେଟ୍ ଦସ୍ତାବିଜ୍ ପ୍ରିଣ୍ଟ କରାଯିବ ନାହିଁ । । ୧୯୪୭ ମସିହାରେ ପରେ ଏହା ପ୍ରଥମ ଥର ପାଇଁ ହେବାକୁ ଯାଉଛି କି ବଜେଟ୍ ଦସ୍ତାବିଜ୍ ପ୍ରିଣ୍ଟ କରାଯିବ ନାହିଁ । ଚଳିତ ବର୍ଷ ବଜେଟ୍ ଦସ୍ତାବିଜର ସଫ୍ଟ କପି ବ୍ୟବହାର କରିବାକୁ ଲୋକସଭା ଓ ରାଜ୍ୟସଭାର ସାଂସଦ ମାନଙ୍କୁ ସଚିବାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।

ଏକ ଜାତୀୟ ଇଂଗ୍ରାଜୀ ଗଣମାଧ୍ୟମର ସୂଚନା ମୁତାବକ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରିଣ୍ଟିଂ ପ୍ରକ୍ରିୟାକୁ ସ୍ଥଗିତ ରଖା ଯାଇଛି । କହିରଖୁ କି ଦେଶରେ ପ୍ରଥମଥର ପାଇଁ ୧୯୪୭ ମସିହା ନଭେମ୍ବର ୨୬ ତାରିଖରେ ୟୁନିୟନ ବଜେଟର ଦସ୍ତାବିଜ୍ ପ୍ରିଣ୍ଟ କରାଯାଇଥିଲା । ଏହାପରେ ପ୍ରତିବର୍ଷ ବଜେଟ ପାଇଁ ଦସ୍ତାବିଜ୍ ପ୍ରିଣ୍ଟ ହୋଇ ଆସୁଥିଲା ।

ପ୍ରତିବର୍ଷ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ହଲୱା ସମାରୋହର ଆୟୋଜନ କରାଯାଇଥାଏ । ଯେଉଁଥିରେ କି ବଜେଟ୍ ଦସ୍ତାବିଜ୍ ପ୍ରିଣ୍ଟ କାମରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ମାନଙ୍କୁ ଅର୍ଥମନ୍ତ୍ରୀ ହଲୱା ବାଣ୍ଟିଥା’ନ୍ତି । ଏହାପରେ ବଜେଟ୍ ସହିତ ଜଡିତ ସମସ୍ତ କାଗଜର ପ୍ରିଣ୍ଟିଂ କାମ ଆରମ୍ଭ ହୋଇଥାଏ । ଏହି ପ୍ରିଣ୍ଟିଂ ନର୍ଥବ୍ଲକର ବେସ୍ମେଣ୍ଟରେ କରାଯାଇଥାଏ ।

କୁହାଯାଏ କି ଏହି ପ୍ରିଣ୍ଟିଂ କାମରେ ପ୍ରାୟ ୧ ଶହରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥା’ନ୍ତି । ସମ୍ପୁର୍ଣ୍ଣ ପ୍ରିଣ୍ଟିଂ କାମ ସରିବାକୁ ପ୍ରାୟତ ୨ ସପ୍ତାହ ସମୟ ଲାଗିଥାଏ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି ପ୍ରିଣ୍ଟିଂ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ତେଣୁ ପ୍ରତ୍ୟେକ ସାଂସଦ ମାନେ ସଫ୍ଟ କପି ମାଧ୍ୟମରେ ବଜେଟ ଦସ୍ତାବିଜ୍ ପାଇବେ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ଟିକାକୁ ଅପେକ୍ଷା କରିଛି ଓଡିଶା : ଟିକାକରଣର ଦୁଇ ତିନିଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଭ୍ୟାକ୍ସିନ; ୧୭ରୁ ୧୯ ଯାଏଁ ପୋଲିଓ ଟୀକାକରଣ ବଦଳରେ ହେବ କରୋନା ଟିକାକରଣ

କନକ ବ୍ୟୁରୋ : ଜାନୁଆରୀ ୧୬ ତାରିଖରେ ଟିକାକରଣର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ଆସିବ କରୋନା ଭ୍ୟାକସିନ । ଓଡିଶାର ୧୬୦ ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁ ୱେଏ କମ୍ୟୁନିକେସନ ରହିବ । ଡିଏଚ ଏଚ ସୁନ୍ଦରଗଡ ଓ କ୍ୟାପିଟାଲ ହସ୍ପିଟାଲରେ ରହିବ ଏହି ବ୍ୟବସ୍ଥା । ସିଧାସଳଖ ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଟିକା ସଂପର୍କରେ ଫିଡ ବ୍ୟାକ ନେଇପାରିବେ ।

ଟିକାକରଣକୁ ପରିଚାଳନା କରିବା ପାଇଁ ରାଜ୍ୟ ସ୍ତରରେ ଷ୍ଟେନ ମନିଟରିଂ ଟିମ ଗଠନ ହୋଇଛି । ସେମାନେ ଜିଲ୍ଲାସ୍ତରରେ ଯାଇ ମନିଟରିଂ କରିବେ । କରୋନା ଟିକା କରଣ ପାଇଁ ୧୭,୧୮ ଓ ୧୯ରେ ହେବାକୁ ଥିବା ପଲସ୍ ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ସ୍କୁୁଲ ଫି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ସମୀର ଦାସ : କହିଲେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍ପତ୍ତି

କନକ ବ୍ୟୁରୋ : ଘରୋଇ ସ୍କୁଲ ଫି’ ଛାଡକୁ ନେଇ ହାଇକୋର୍ଟଙ୍କ ଚୁଡାନ୍ତ ନିଷ୍ପତି ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପହଂଚି ନାହିଁ । ଯାହା କିଛି ଗଣମାଧ୍ୟମରୁ ଜାଣିବାକୁ ପାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସି ବିଭାଗରେ ପହଚିଂବା ପରେ ତର୍ଜମା କରି ନିଷ୍ପତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ହାଇକୋର୍ଟ କହିଛନ୍ତି, ଏମଓୟୁ ଅନୁସାରେ ଘରୋଇ ସ୍କୁଲ ଉପରେ ସରକାରଙ୍କ କର୍ତୃତ୍ୱ ରହିଛି । ତେଣୁ ସରକାର ଚାହିଁଲେ ସ୍କୁଲ ଫି’ କମାଇବା ପାଇଁ ନିର୍ଦ୍ଦେଶ ଦେଇପାରିବେ ।

ଯଦି ସରକାରଙ୍କ ନିର୍ଦ୍ଦେଶକୁ କୌଣସି ଘରୋଇ ସ୍କୁଲ ଅମାନ୍ୟ କରେ, ତେବେ ସରକାର ସେହି ସ୍କୁଲକୁ ଦେଇଥିବା ଏନଓସି ପ୍ରତ୍ୟାହାର କରିପାରିବେ । ଏହାସହ ଘରୋଇ ସ୍କୁଲ ମୁନାଫାଖୋର ନହେବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରସ୍ତାବକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ସ୍କୁଲ ଅଭିଭାବକ ସଂଘ, ଘରୋଇ ସ୍କୁଲ ସଂଘ, ମାମଲାର ଆବେଦନକାରୀ ଏବଂ ଗଣଶିକ୍ଷା ବିଭାଗର ମିଳିତ ବୈଠକରେ ସ୍କୁଲ ଫି’ର କିଛି ଅଂଶ ଛାଡ଼ ନେଇ ସୁପାରିସ କରାଯାଇଥିଲା ।

from Kanak News
via <a href="https://ifttt.com/?

ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲାରେ ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲଙ୍କୁ ଏନସିବିର ନୋଟିସ୍ । ନଭେମ୍ବର ମାସରେ ଭାଇ ଅର୍ଜୁନଙ୍କ ଘରେ ଏନସିବି କରିଥିଲା ଚଢାଉ

କନକ ବ୍ୟୁରୋ : ବଲିଉଡର ଡ୍ରଗ୍ସଲିଙ୍କ୍ ମାମଲାର ଚେର କେତେ ତଳକୁ ଯାଇଛି ତାହାର ଅନୁସନ୍ଧାନ ଜାରି ରଖିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ବା (ଏନସିବି) । ଏନେଇ ପୁଣି ଜଣେ ନୂଆ ଚେହେରା ସାମ୍ନାକୁ ଆସିଛି । ପ୍ରସିଦ୍ଧ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣି କୋମଲ ରାମପାଲଙ୍କୁ ନୋଟିସ ଜାରି କରିଛି ଏନସିବି । ପଚରା ଉଚରା ପାଇଁ ଏହି ନୋଟିସ ଜାରି କରାଯାଇଥିବା ସୂଚନା ମଳିଛି । ସୂଚନା ମୁତାବକ ଏହା ପୂର୍ବରୁ ବି କୋମଲଙ୍କୁ ନୋଟିସ କରିଥିଲା ଏନସିବି । ହେଲେ କୋମଲ ଏନସିବିରେ ହାଜର ହୋଇପାରବେ ନାହିଁ ବୋଲି ତାଙ୍କ ଓକିଲଙ୍କ ମାଧ୍ୟରେ ଜଣାଇଥିଲେ । ହେଲେ ଏବେ ପୁଣି ଥରେ କୋମଲଙ୍କ ନାମରେ ସମନ ଆସିବା ପରେ ରାମପାଲଙ୍କ ପରିବାର ପ୍ରତି ସମସ୍ୟା ବଢୁଥିବା କୁହାଯାଉଛି ।

କହିରଖୁ କି ଏହା ପୂର୍ବରୁ ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା ନେଇ ଅର୍ଜୁନ ରାମପାଲଙ୍କୁ ପଚରା ଉଚରା କରିବାକୁ ଏନସିବି ୨ ଥର ସମନ ପଠାଇଥିଲା । କେବଳ ଅର୍ଜୁନ ନୁହନ୍ତି ଏହି ମାମଲାରେ ବି ଅର୍ଜୁନଙ୍କ ବାଳିକା ବନ୍ଧୁ ଗାବ୍ରିଏଲା ଡେମୋଟ୍ରିଏଡସଙ୍କୁ ଏନସିବି ପଚରା ଉଚରା କରିସାରିଛି । ଏହା ସହ ଗତ ନଭେମ୍ବର ମାସରେ ଅର୍ଜୁନଙ୍କ ବାସଭବନ ଉପରେ ଏନସିବି ଚଢାଉ କରିଥିଲା ।

ସୂଚନା ଥାଉକି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର ଡ୍ରଗ୍ସ କାରବାରକୁ ନେଇ ଏନସିବି ଆକ୍ସନ ମୋଡକୁ ଆସିଥିଲା । ଏନେଇ ପ୍ରଥମେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତିଙ୍କୁ ଗିରଫ୍ କରିଥିଲା । ଏହା ପରେ ଜଣକ ପରେ ଜଣେ ଅଭିନେତା, ଅଭିନେତ୍ରୀ ମାନଙ୍କ ସହ ବଲିଉଡ ସହ ଜଡିତ ଅନେକ ଲୋକଙ୍କୁ ଏହି ମାମଲାରେ ଏନସିବି ପଚରା ଉଚରା ଜାରି ରଖିଛି ।

from Kanak News
via <a href="https://ifttt.com/?

ନବରଙ୍ଗପୁରରେ ପୋଲ ଭୁଷୁଭିବା ଘଟଣା : ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକନ୍ୟୁଜ; ସ୍ଥାନୀୟ ଲୋକଙ୍କ ଅଭିଯୋଗ, କାମ ହୋଇଛି ନିମ୍ନମାନର

କନକ ବ୍ୟୁରୋ : ନବରଙ୍ଗପୁର ତାଲାପଦରରେ ନିର୍ମାଣ ଚାଲିଥିବା ବିଜୁ ସେତୁ ଭୁଶୁଡିବା ଘଟଣାରେ ଜଣକର ଜୀବନ ଯାଇଛି । ଏହି ଘଟଣା ପରେ ଆଜି ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରିଖିଛି କନକନ୍ୟୁଜ । ଗାଁ ଲୋକଙ୍କ କହିବା ଅନୁସାରେ, ପୋଲ ନିର୍ମଣା ନିମ୍ନମାନର ହୋଇଥିଲା । ଏପରିକି ଗୋଡି, ସିମେଂଟ ବାଲି ଏଭଳିକି ସେଂଟ୍ରି ପାଇଁ ଆବଶ୍ୟକ ଥିବା ପାଇପ ବି ନିମ୍ନମାନର ଥିଲା । ଆଜି ସୁନାବେଡାରୁ ଏସଇ ପଂହଚି ଘଟଣାର ଅନୁଧାନ କରୁଛନ୍ତି ।

ଗତକାଲି ରାତିରେ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପଂହଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ପୋଲର ତୃତୀୟ ସ୍ଲାବ କାର୍ୟ୍ୟ ଚାଲିଥିବାବେଳେ ତାହା ଖସିପଡିଥିଲା । ଭଂଗା ବ୍ରିଜ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଥିଲେ । ଜାନିଗୁଡାରୁ ତାଲାପଦରକୁ ସଂଯୋଗ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଥିଲା ବିଜୁ ସେତୁ ନିର୍ମାଣ କାର୍ୟ୍ୟ । ୨ଟି ସ୍ଲାବ ସରିଥିବା ବେଳେ ୩ ନଂବର ସ୍ଲାବ୍ ନିର୍ମାଣ ଚାଲିଥିଲାବେଳେ ଘଟିଥିଲା ଏହି ଦୁର୍ଘଟଣା । ୨କୋଟି ୪୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପୋଲ ନିର୍ମାଣ କାମ ଚାଲିଛି ।

ସେପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଉନ୍ନୟନ କମିଶନର ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ କଥାହୋଇ ଠିକାଦାର, ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ଓ ଏସଡିଓଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ସରକାରଙ୍କୁ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏହି ସେତୁ ୨କୋଟି ୪୧ ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମାଣ ହୋଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started