ଗଞ୍ଜେଇ ଚାଲାଣର ମାଫିଆ ଲିଙ୍କ୍ ଖୋଜି ଖୋଜି ଓଡିଶାରେ ମୁମ୍ବାଇ ଆଣ୍ଟି ଟେରରିଜିମ ସ୍କୁଆଡ୍ । ଜୟପୁରରୁ ନାଗପୁର ଯାଉଛି ଗଞ୍ଜେଇ ।

କନକ ବ୍ୟୁରୋ: ଗଞ୍ଜେଇ ପାଇଁ ଓଡିଶାରେ ଛାନଭିନ । ଜୟପୁରରୁ ନାଗପୁର ଯାଉଛି ଗଞ୍ଜଇ । ମାଫିଆର ଲିଙ୍କ୍ ଖୋଜି ଖୋଜି ଜୟପୁରରେ ପହଁଚିଛି ମୁମ୍ୱାଇ ଆଂଟି ଟେରରିଜିମ୍ ସ୍କୁଆଡ୍ । ଗଂଜେଇ ଚାଲାଣକାରୀ ମାଫିଆକୁ ସ୍ଥାନୀୟ ପୋଲିସ ସହାୟତାରେ ଗିରଫ କରାଯାଇଛି । ଗିରଫ ଗଂଜେଇ ମାଫିଆ ଜୟପୁର ସହର ନିକଟ କଲାକୁଡାର ଖଗାପତି ପାଙ୍ଗି ବୋଲି ପୋଲିସ ସୂଚନା ଦେଇଛି ।

ତେବେ ଜୟପୁରରୁ ନାଗପୁରକୁ ଗଂଜେଇ ଚୋରା ଚାଲାଣ ପଛରେ ତାହାର ଲିଙ୍କ୍ ଥିବା ମୁମ୍ୱାଇ ଆଂଟି ଟେରରିଜିମ୍ ସ୍କୁଆଡ୍ ଜାଣିବା ପରେ , ତାକୁ ଧରିବା ପାଇଁ ଜୟପୁରରେ ପହଁଚିଥିଲା । ଗିରଫ ପରେ ଗଂଜେଇ ମାଫିଆ ଖଗାପତି ପାଙ୍ଗିକୁ ମୁମ୍ୱାଇ ନେବ ଆଂଟି ଟେରରିଜମ୍ ସ୍କୁଆଡ୍ ।

from Kanak News
via <a href="https://ifttt.com/?

ସୂଚନା ଅଧିକାର କର୍ମୀଙ୍କ ବଡ ଖୁଲାସା । ୨୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ ନେଉଛନ୍ତି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ । ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅଛନ୍ତି ୫୫ ପ୍ରତିଶତ ଆୟକର ଦାତା

କନକ ବ୍ୟୁରୋ : ଭୋଟ ପାଇଁ ଯୋଜନା ନା ବିକାଶ ପାଇଁ ଯୋଜନା । ଗୋଟିଏ ପଟେ ସରକାର କୃଷକ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ଯୋଜନା ପରେ ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି । ଏହି ଯୋଜନାର ସଫଳ ରୂପାୟନ ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କାର ସହାୟତା କୃଷକ ମାନଙ୍କୁ ଦିଆଯାଉଛି ବୋଲି ବିଭିନ୍ନ ସଭା ଓ ସମାବେଶରେ ନେତାମାନେ ଗଳା ଫଟାଇ ଚିକ୍ରାର କରୁଛନ୍ତି । ହେଲେ ଯୋଜନା ହେଉଛି କାହା ପାଇଁ ଆଉ ଯୋଜନାର ପ୍ରକୃତ ଲାଭ ପାଉଛି କିଏ ? । ଏନେଇ ସୂଚନା ଅଧିକାର କର୍ମୀ ଏକ ବଡ ଖୋଲାସା କରିଛନ୍ତି । ଯାହା ଶୁଣିଲେ ଆପଣ ବି କହିବେ ମୋ କର ଟଙ୍କା କ’ଣ ସତରେ ଏତେ ଅଦରକାରୀ କ୍ଷେତ୍ରରେ ବ୍ୟବହାର ହେଉଛି !

କେନ୍ଦ୍ର ସରକାର କୃଷକ ମାନଙ୍କ ଆର୍ଥିକ ସ୍ଥିତିର ପରିବର୍ତ୍ତନ ଆଣିବାକୁ ୨୦୧୯ ରେ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା । ଏହି ଯୋଜନା ଅଧିନରେ ହିତାଧିକାରୀଙ୍କ ପ୍ରତି ୪ ମାସରେ ୨ ହଜାର ଟଙ୍କା ପ୍ରଦାନ କରାଯାଉଛି । ଅର୍ଥାତ ବାର୍ଷିକ ଜଣେ କୃଷକ ଖାତାକୁ କେନ୍ଦ୍ର ସରକାର ୬ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସରକାର ଯାହାକୁ କୃଷକ ବୋଲି କହି ଟଙ୍କା ପ୍ରଦାନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଦେଶରେ ୨୦ ଲକ୍ଷ ୪୮ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଏହି ଟଙ୍କା ଯାଉଛି । ଯାହା ଫଳରେ କେନ୍ଦ୍ର ଅର୍ଥକୋଷରୁ ୧,୩୬୪ କୋଟି ଟଙ୍କା ପାଣିରେ ପଡିଛି । ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଉପରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଏଭଳି ସୂଚନା ଦେଇଛି ।

ମିଳିଥିବା ସୂଚନା ମୁତାବକ ଏହି ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୫୫.୫୮ ପ୍ରତିଶତ ଆୟକର ଦାତା ଶ୍ରେଣୀଭୂକ୍ତ ଅଟନ୍ତି । ସେହିଭଳି ୪୪.୪୧ ପ୍ରତିଶତ ଅଯୋଗ୍ୟ ହିତାଧିକାରୀ ଆବଶ୍ୟକ ଯୋଗ୍ୟତା ପୂରଣ କରୁନଥିବା ରିପୋର୍ଟରେ ସୂଚିତ କରାଯାଇଛି । କମନେଓଲଥ୍ ହ୍ୟୁମାନ ରାଇଟସ୍ ଇନସିପଟିଭ୍ ଅନ୍ତର୍ଗତ ସୂଚନା ଅଧିକାର କର୍ମୀ ଭେଙ୍କଟସ୍ ନାୟକଙ୍କ ଦ୍ୱାରା କରାଯାଇଥିବା ଆବେଦନର ଉତ୍ତରରେ କୃଷି ମନ୍ତ୍ରଣାଳୟ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ଅନ୍ୟପଟେ ରିପୋର୍ଟରେ କୁହାଯାଇଛି କି ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଏହି ସହାୟତା ରାଶି ଯାଇଛି ଏବେ ସେମାନଙ୍କ ଠାରୁ ଏହି ଟଙ୍କା ଫେରସ୍ତ ଅଣାଯିବା ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ରାଜ୍ୟରେ ୧୬୦ ସ୍ଥାନରେ ହେବ ଟିକାକରଣ । ସରକାରୀ ଡାକ୍ତରଖାନା ସହିତ ସିଏଚସି, ପିଏଚସି ଓ ଘରୋଇ ଡାକ୍ତରଖାନାରେ ଦିଆଯିବ ଟିକା, ଟିକାକରଣ ପାଇଁ ସରିଛି ସବୁ ପ୍ରସ୍ତୁତି ।

କନକ ବ୍ୟୁରୋ : ରାଜ୍ୟକୁ କରୋନା ଟିକା ଆସିଲେ କିପରି କରାଯିବ ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ୧୬୦ଟି ସେସନ ସାଇଟରେ କରାଯିବ ଟିକାକରଣ । ସେସନ ସାଇଟ୍ ନିର୍ଦ୍ଧାରଣ କରାଯାଇସାରିଛି । ସରକାରୀ ଡାକ୍ତରଖାନା, ସିଏଚସି, ପିଏଚସି ଏବଂ ଘରୋଇ ଡାକ୍ତରଖାନାକୁ ମିଶାଇ ମୋଟ୍ ୧୬୦ଟି ସ୍ଥାନରେ କରାଯିବ ଟିକାକରଣ ।

ରାଜ୍ୟ ସ୍ତରରେ କିପରି ଟିକାକରଣ କରାଯିବ ସେ ନେଇ ଚର୍ଚ୍ଚା ଚାଲିଛି । ଟିକାକରଣ ପାଇଁ ରାଜ୍ୟକୁ ପର୍ଯ୍ୟାୟକ୍ରମେ ଉପକରଣ ସବୁ ଆସୁଛି । ଏବେ ଯାହା ଉପକରଣ ଆସିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି । ପ୍ରତି ସ୍ଥାନରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ କରୋନା ଟିକା । ତେବେ କେବେ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଖୁବ୍ ନିକଟରେ ରାଜ୍ୟରେ ଟିକାକରଣ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କମ୍ପାନୀ ପାଖରୁ ଟିକା ଆସିବା ପରେ ଷ୍ଟେଟ୍ ଭ୍ୟାକ୍ସିନ୍ ସେଂଟରକୁ ପ୍ରଥମେ ଟିକା ଆସିବ ।

from Kanak News
via <a href="https://ifttt.com/?

କରୋନା କାଳର କୋଟିପତି ମାଉସୀ । କ୍ଷୀର ଖୋଲିଦେଲା ଭାଗ୍ୟ, କ୍ଷୀର ବିକି କୋଟିପତି ବନିଲେ ୬୨ ବର୍ଷର ବୁଢୀ ମା’ ।

କନକ ବ୍ୟୁରୋ : କ୍ଷୀର ଖୋଲିଦେଲା ଭାଗ୍ୟ । କରୋନା କାଳର କୋଟିପତି ମାଉସୀ । ଲକଡାଉନ୍ ସମୟରେ କ୍ଷୀର ବିକ୍ରି କରି କୋଟିପତି ବନିଲେ ବୃଦ୍ଧା । କୁହାଯାଏ, କୌଣସି ବି କାମ ଛୋଟ କିମ୍ବା ବଡ ହୋଇନଥାଏ । ଆପଣଙ୍କୁ କେବଳ ସେହି କାମର ମହତ୍ୱ ଜାଣିବା ଆବଶ୍ୟକ । ସବୁ କାମର ଆରମ୍ଭ ସବୁବେଳେ ଛୋଟରୁ ହିଁ ହୋଇଥାଏ । ଯଦି ସେହି କାମ ପ୍ରତି ଆପଣଙ୍କ ଭଲପାଇବା ଆଉ ଏକାଗ୍ରତା ରହିଥାଏ, ତେବେ ସଫଳତା ନିଶ୍ଚିତ ମିଳିଥାଏ । ଆଜି ଆମେ ଆପଣଙ୍କୁ ସେମିତି ଏକ କାହାଣୀ କହିବୁ, ଯାହା ଜାଣିଲେ ଆପଣଙ୍କ ମନୋବଳ ବି ଦୃଢ ହେବ, ଆଉ ଆତ୍ମବିଶ୍ୱାସ ଦୁଇଗୁଣ ହୋଇଯିବ ।

କରୋନା ମହାମାରୀ ଭିତରେ ଯେତେବେଳେ ସରକାର ଲକଡାଉନ୍ ଘୋଷଣା କଲେ, ସେତେବେଳେ ଅନେକ ଲୋକ ସେମାନଙ୍କ ଚାକିରି ହରାଇଥିଲେ, ଆଉ ବାହାରେ କାମ କରୁଥିବା ଲୋକମାନେ କାମ ଛାଡି ଗାଁକୁ ଫେରିଆସି ଚାଷ କାମ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏହାରି ଭିତରେ ଜଣେ ୬୨ ବର୍ଷୀୟା ବୃଦ୍ଧା ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କରି କୋଟିପତି ବନିଛନ୍ତି । ଆଉ ବ୍ୟବସାୟ କ୍ଷେତ୍ରରେ ନୂଆ କୀର୍ତିମାନ ସ୍ଥାପନ କରିଛନ୍ତି ।

ଇଏ ହେଉଛନ୍ତି ସେହି ୬୨ ବର୍ଷୀୟା ବୃଦ୍ଧା ନାଭାଲବେନ୍ । ଗୁଜୁରାଟର ବନାସକଂଠା ଜିଲ୍ଲାର ନଗାନା ଗ୍ରାମରେ ବସବାସ କରନ୍ତି । ଲକଡାଉନ୍ ସମୟରେ ନିଜ ଶକ୍ତି ସାମର୍ଥ୍ୟରେ ପଶୁପାଳନ କରିବା ସହ ଦୁଗ୍ଧ ଉତ୍ପାଦନ କରି ସେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଗତ ବର୍ଷ ଅର୍ଥାତ ୨୦୨୦ରେ ସେ ୧କୋଟି ୧୦ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରିଛନ୍ତି ।

ନାଭାଲବେନଙ୍କ ପାଖରେ ଏବେ ସୁଦ୍ଧା ୪୫ଟି ଗାଈ ଏବଂ ୮୦ଟି ମଇଁଷି ରହିଛି । ଆଉ ଏମାନଙ୍କ ଠାରୁ ପ୍ରତିଦିନ ପାଖାପାଖି ୧୦୦୦ ଲିଟର ଦୁଗ୍ଧ ସଂଗ୍ରହ କରିଥାନ୍ତି ନାଭାଲବେନ୍ । ଏହି ଦୁଗ୍ଧକୁ ବିକ୍ରି କରି ବୃଦ୍ଧାଜଣଙ୍କ ମାସକୁ ୩ ଲକ୍ଷ ୫୦ ହଜାର ଟଙ୍କା ରୋଜଗାର କରିଥାନ୍ତି । ୨୦୧୯ରେ ସେ ପାଖାପାଖି ୮୮ ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରିଥିଲେ ।

ଏହି ୬୨ ବର୍ଷୀୟା ବୃଦ୍ଧାଜଣଙ୍କ ପାଠ ପଢିନାହାନ୍ତି । କିନ୍ତୁ ଏହା ସତ୍ୱେ ମଧ୍ୟ ନିଜର କଠିନ ପରିଶ୍ରମ ବଳରେ ସେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ୧୧ଜଣଙ୍କୁ ରୋଜଗାର ଯୋଗାଇଛନ୍ତି । ଆଉ ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ୨ଟି ଲକ୍ଷ୍ମୀ ପୁରସ୍କାର ଓ ୩ଟି ପାଦରି ପୁରସ୍କାରରେ ପୁରସ୍କୃତ କରିଛନ୍ତି ।

from Kanak News
via <a href="https://ifttt.com/?

ସୁବର୍ଣ୍ଣପୁରରେ ଚାଲିଛି ବେଆଇନ୍ ବାଲିଚାଲାଣ । ବିନା ଟେଣ୍ଡରରେ ମହାନଦୀ ପଠାରୁ ଲୁଟ୍ ହେଉଛି ଶହ ଶହ ଟ୍ରକ ବାଲି, ସବୁ ଦେଖି ଜିଲ୍ଲା ପ୍ରଶାସନ ଚୁପ୍ ରହିଥିବା ଅଭିଯୋଗ ।

କନକ ବ୍ୟୁରୋ : ସୁବର୍ଣ୍ଣପୁରରେ ଚାଲିଛି ଖୁଲମଖୁଲା ବାଲି ଚୋରାଚାଲାଣ । ଦିନ ଦ୍ୱିପହରରେ ମହାନଦୀ ପଠାରୁ ମାଫିଆ ଲୁଟି ନେଉଛନ୍ତି ଟ୍ରକ ଟ୍ରକ୍ ବାଲି । ସବୁ ଚାଲାଣ ହେଉଛି ବାହାର ଜିଲ୍ଲାକୁ । ସବୁକିଛି ଦିନରେ ଚାଲିଥିଲେ ମଧ୍ୟ ବୀରମହାରାଜପୁର ତହସିଲଦାର ଏହାକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ ଆସିଛି ।

ମହାନଦୀ ପଠାରେ ଲାଗିଛି ଜେସିବି । ଭର୍ତ୍ତି ଚାଲିଛି ଟ୍ରକ ଟ୍ରକ ବାଲି । ଏମିତି ପ୍ରତିଦିନ ଶହ ଶହ ଟ୍ରକ ବାଲି ଚୋରାଚାଲାଣ ହେଉଛି ବାହାର ଜିଲ୍ଲାକୁ । ବୀରମହାରାଜପୁର ନିକଟ ମହାନଦୀ ପଠାରୁ ମାଫିଆ ବାଲିକୁ ଚାଲାଣ କରୁଛନ୍ତି ଅନୁଗୁଳ, ସମ୍ବଲପୁର ତଥା ବୌଦ୍ଧ ଜିଲ୍ଲାକୁ । ସବୁକିଛି ଚାଲିଛି ବିନା ଟେଣ୍ଡରରେ । ମାଫିଆ ଏହିପରି ବାଲି ଚୋରାଚାଲାଣ କରି ମାଲାମାଲ୍ ହେଉଥିବା ବେଳେ ପ୍ରଶାସନ ଏଥିରେ ରୋକ୍ ଲଗାଇବାରେ ବିଫଳ ହୋଇଥିବା ଅଭିଯୋଗ ଆସିଛି ।

ବୀରମହାରାଜପୁର ତହସିଲ ଅଞ୍ଚଳରେ ଥିବା ଦୁରଦୁରାର ୨ଟି ବାଲିଘାଟ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ୫ ଜଣ ଭାଗ ନେଇଥିଲେ । ଏହା ଉପରେ ହାଇକୋର୍ଟଙ୍କ ରହିତାଦେଶ ଥିବା ବେଳେ ଦିନ ଦ୍ୱିପହରରେ କିପରି ବାଲି ଚୋରାଚାଲାଣ ଚାଲିଛି ତାହା ସୃଷ୍ଟି କରିଛି ପ୍ରଶ୍ନବାଚୀ । ତୁରନ୍ତ ସମାଧାନ ରାସ୍ତା ବାହାର କରି ବାଲି ଚୋରାଚାଲଣ ବନ୍ଦ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବିନା ଟେଣ୍ଡରରେ ଏପରି ବାଲି ଚୋରାଚାଲାଣକୁ ନେଇ ସ୍ଥାନୀୟ ତହସିଲଦାରଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

from Kanak News
via <a href="https://ifttt.com/?

କୁନି ଝିଅର ବଡ଼ କମାଲ୍ । ପବନ ହୋଇଯିବ ପାଣି, ୯ ବର୍ଷର କୁନି ଝିଅ ଆବିଷ୍କାର କଲା ସ୍ୱତନ୍ତ୍ର ଡିଭାଇସ୍ ।

କନକ ବ୍ୟୁରୋ : ପବନ ହୋଇଯିବ ପାଣି । ଏହି କଥା ଶୁଣିକି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଆଜି ଆମେ ଆପଣଙ୍କୁ ସେମିତି ଏକ ଡିଭାଇସ୍ ବିଷୟରେ କହିବୁ, ଯାହା ସାହାଯ୍ୟରେ ବାୟୁକୁ ପାଣିରେ ପରିବର୍ତନ କରାଯାଇପାରିବ । ବିଶ୍ୱରେ ଦିନକୁ ଦିନ ଜନସଂଖ୍ୟା ବଢି ବଢି ଚାଲିଥିବା ବେଳେ ଜଳସଙ୍କଟ ବଡ ସମସ୍ୟା ହୋଇ ସାମ୍ନାକୁ ଆସିଛି । ଆଉ ଏତିକି ବେଳେ ଜଣେ ୯ ବର୍ଷର କୁନି ଝିଅ, ଏମିତି ଏକ ଡିଭାଇସ୍ ଡିଜାଇନ୍ କରିଛନ୍ତି, ଯେଉଁଥିରେ ପବନକୁ ପାଣିରେ ପରିବର୍ତନ କରାଯାଇପାରିବ ।

ଏହି କୁନି ଝିଅଟିର ନାଁ ଲିସିପ୍ରିୟା କାଙ୍ଗୁଜାମ୍ । ଘର ମଣିପୁରରେ । ତେବେ ଏହି ସ୍ୱତନ୍ତ୍ର ଡିଭାଇସ୍ ତିଆରି କରିବା ପାଇଁ ସୋଲାର ଶକ୍ତିର ସାହାଯ୍ୟ ନେଇଛନ୍ତି ଲିସିପ୍ରିୟା । ତେବେ ଏହି କୁନି ଝିଅର ଦାବି ହେଉଛି ଯେ, ଏହି ଉଦ୍ଭାବନ ପରେ ଦୁନିଆରେ ଜଳ ସମସ୍ୟାର ସମାଧାନ ହୋଇପାରିବ ।

ଲିସିପ୍ରିୟା ଏହି ଡିଭାଇସର ନାଁ ରଖିଛନ୍ତି, ସୁକିଫ୍ -୨ । ତେବେ ଏହି ଡିଭାଇସର ବିଶେଷତ୍ୱ ହେଉଛି, ଏହାକୁ ଯେକୌଣସି ସ୍ଥାନରେ ବ୍ୟବହାର କରାଯାଇପାରିବ । ପାଖାପାଖି ୧ ଘଂଟା ଭିତରେ ୧୫୦ ମିଲିଲିଟର ପାଣି ତିଆରି କରିପାରିବ ଏହି ଡିଭାଇସ୍ । ଏବଂ ଗୋଟିଏ ଲିଟର ପାଣି ପ୍ରସ୍ତୁତ କରିବାକୁ ପାଖାପାଖି ୭ରୁ ୮ ଘଂଟା ସମୟ ଲାଗୁଛି ।

ଦିନକୁ ଦିନ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରୁଥିବା ବେଳେ, ଅନେକ ସ୍ଥାନରେ ଭୂତଳ ଜଳର ଅବସ୍ଥା ବିଗିଡି ଯାଇଛି । ନିତି ଆୟୋଗ ରିପୋର୍ଟ ଅନୁଯାୟୀ, ଆଗାମୀ ଦିନରେ ଦେଶର ୬୦୦ ନିୟୁତ ଲୋକ ଏହି ସମସ୍ୟା ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇପାରନ୍ତି । ଆଉ ଏଭଳି ସମସ୍ୟା ଭିତରେ କୁନି ଝିଅଟିର ଏବି ଆବିଷ୍କାରକୁ ସମସ୍ତେ ପ୍ରଂଶସା କରୁଛନ୍ତି ।

from Kanak News
via <a href="https://ifttt.com/?

ଭାରତୀୟ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

କନକ ବ୍ୟୁରୋ : ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀ ୨୬ ଜାନୁଆରୀରେ ଭାରତୀୟ ଗଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କର୍ଯ୍ୟାଳୟ ସହ ଯୋଡି ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।  ସୂଚନା ଥାଉକି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ବ୍ରିଟେନରେ ନୂଆ କରୋନା ଷ୍ଟେନକୁ ନଜରରେ ରଖି ସେ ଭାରତ ଯାତ୍ରା ବାତିଲ୍ କରିଥିଲେ । ଏହାପରେ ଭାରତ ସରକାରଙ୍କ ପକ୍ଷରୁ ସୁରିନାମର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପଠା ଯାଇଥିଲା । ଏହି ନିମନ୍ତ୍ରଣକୁ ସେ ସ୍ୱଇଚ୍ଛାରେ ଗ୍ରହଣ କରିଥିବା ଜଣାପଡିଛି ।

ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀ ଏହା ପୂର୍ବରୁ ଶନିବାର ଦିନ ପ୍ରବାସୀ ଭାରତୀୟ ଦିବସରେ ସାମିଲ ହୋଇଥିଲେ । ଯେଉଁଠାରେ କି ସେ ଭାରତ ଓ ସୁରିନାମ ମଧ୍ୟରେ ମୁକ୍ତ ଗମନା ଗମନ ନେଇ ଭାରତ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । ଏହାସହ ସେ ଦ୍ୱିପାକ୍ଷୀକ ବାଣିଜ୍ୟ ଓ ସାଂସ୍କୃତିକ ସଂପର୍କକୁ ନେଇ ଭାରତକୁ ସମ୍ପୁର୍ଣ୍ଣ ସମର୍ଥନ ଦେଇଥିଲେ । ଏନେଇ ଡିଜିଟାଲ ମାଧ୍ୟମରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସେ କହିଥିଲେ କି ସୁରିନାମରୁ ଭାରତ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ମୁକ୍ତ ଭିସା ଅନୁମତି ପାଇଁ ସେ ପ୍ରସ୍ତୁତ ରହିଥିବା କଥା ସୂଚନା ଦେଇଥିଲେ । ଏହା ସହ ଉଭୟ ଦେଶ ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଉଭୟଙ୍କୁ ସହଯୋଗ କରିବାକୁ ସେ ପ୍ରସ୍ତାବ ରଖିଥିଲେ ।

ଅନ୍ୟପଟେ ଏଥର ରୋଚକ ହୋଇପାରେ ଦିଲ୍ଲୀରେ ଗଣତନ୍ତ୍ର ଦିବସର ପ୍ୟାରେଡ । ଜାନୁଆରୀ ୨୬ ମଧ୍ୟରେ କେନ୍ଦ୍ର ସରକାର ଯଦି କୃଷକ ମାନଙ୍କର ଦାବି ମାନି ନ ନିଅନ୍ତି ତାହେଲେ ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ କୃଷକ ମାନେ ଟ୍ରାକ୍ଟର ଓ ଟ୍ରଲିରେ ପ୍ୟାରେଡ କରିବେ ବୋଲି ଆଗୁଆ ସୂଚନା ଦେଇ ସାରିଛନ୍ତି ।

from Kanak News
via <a href="https://ifttt.com/?

ଓଡିଶାର କାଶ୍ମୀର… ଦି’ କପ ଚା’ ପିଇ ଦାରିଙ୍ଗବାଡ଼ି ବୁଲୁଛି ଶୀତ, ସଞ୍ଜ ନଇଁଲେ ପ୍ରକୃତି ଗାଉଛି ପ୍ରେମର ଗୀତ…

କନକ ବ୍ୟୁରୋ : ଗୋଟେ ସିନ୍ଦୁରାଫଟା ଆକାଶ, ଗୋଟେ ଉଇଁ ଆସୁଥିବା ସୂର୍ଯ୍ୟ, ଗୋଟେ କାକରଭିଜା ରୋମାଣ୍ଟିକ ସକାଳ, ସେ ଶୀତୁଆ ସକାଳରେ ସୁନେଲି କିରଣ ପହୁଁଥିବା ଗୋଟେ ଫୁଲେଇ ଝିଅ, ପ୍ରେମର ପଣକିଆ ଡାକୁଥିବା ମାଳମାଳ ପାଇନ ଗଛ, ଆଉ ଦୂରରୁ ଆ କହୁଥିବା ସବୁଜ ପାହାଡ ମାନେ ତ ଦାରିଙ୍ଗିବାଡି… ହଁ ଦାରିଙ୍ଗିବାଡି ଗୋଟେ ପ୍ରକୃତିର ଡାକ, ଓଡିଶାର ଭୂସ୍ୱର୍ଗ ।
ଶୀତର ଚାଦର ଘୋଡି କାକରର କବିତା ଲେଖୁଥିବା ଗୋଟେ କୁଆଁରୀ ଝିଅର ନାଁ ଦାରିଙ୍ଗିବାଡି… କୁହାଯାଏ ଜୀବନକୁ ଭୋଗିବାର ଅଛି ତ ଦାରିଙ୍ଗିବାଡି ଚାଲ, ଶାନ୍ତି ପାଇବାର ଅଛି ତ ଦାରିଙ୍ଗିବାଡି ଚାଲ । ପ୍ରେମ, ପ୍ରତାରଣ, ବିରହର ଗୀତ ଗାଇବାର ଅଛି ଦାରିଙ୍ଗିବାଡି ଚାଲ… ତେବେ ଡେରି କାହିଁକି ଚାଲନ୍ତୁ ନା ଥରେ ବୁଲି ଆସିବା କୁହୁଡିଆ ସକାଳରେ କେମିତି ଦିଶୁଛି ଓଡିଶାର କାଶ୍ମୀର…
ଦି କପ ଚା ପିଇ ନିଦରୁ ଉଠେ ଦାରିଙ୍ଗିବାଡି । ଢୋକେ ଉଷୁମ ଚାରେ ଆରମ୍ଭ ହୁଏ ଦାରିଙ୍ଗିବାଡିର ସକାଳ । ଏଠି କାକର ଗାଏ ଶୀତର ରାଗିଣୀ, ଘାସ ଗାଲିଚାର ଟୋପା ଟୋପା ବରଫ ବୁନ୍ଦା କହେ କାଶ୍ମୀରର କାହାଣୀ । ହଁ ଦାରିଙ୍ଗିବାଡି ଭିଡ ବାହାରର ଭୁସ୍ୱର୍ଗ, ପାହାଡ ଆକାଶ ମଝିରେ ନିସଙ୍ଗତାର ନିଶୁଣୀ, ନିରବତାର ଉପତ୍ୟାକା ।
ଅଙ୍କାବଙ୍କା ରାସ୍ତା, ଘଞ୍ଚ ଜଙ୍ଗଲ ଆଉ ପ୍ରକୃତିର ନୈସର୍ଗୀକ ସୌନ୍ଦର୍ଯ୍ୟରେ ଭରପୁର ଦାରିଙ୍ଗିବାଡି କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ । ସମୁଦ୍ରପତନ ଠାରୁ ପ୍ରାୟ ୩ ହଜାର ଫୁଟ ଉଚ୍ଚରେ ଥିବା ଓଡିଶାର କାଶ୍ମୀର ଶୀତ ଦିନେ ବେଶ ସଜେଇ ହୁଏ । ଶୀତ ଆସିଲେ ତ ଏଠାରେ ଲାଗେ ପର୍ଯ୍ୟଟକଙ୍କ ଭିଡ । ଏକାନ୍ତରେ ହେଉ କି ପରିବାର ସହ ଦାରିଙ୍ଗିବାଡିରେ ଶୀତକୁ ଭୋଗିବାକୁ ଧାଆଁନ୍ତି ସମସ୍ତେ । କିଏ ଶୀତ ସହ ସେଲ୍ଫି ନିଏ ତ କିଏ ବରଫ ଗୋଟାଉ ଥାଏ । ପୁଣି କିଏ କଫି ବଗିଚାରେ ଖରାଛାଇର ଖେଳ ଖେଳୁଥାଏ ।
ଖାଲି ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ ପାଇଁ ନୁହେଁ ବରଂ ପିକନିକର ମଜା ନିଅନ୍ତି ପର୍ଯ୍ୟଟକ । ଜଳ ପ୍ରପାତରେ ଗାଧୋଇବାର ମଜା, ଝରଣା ସହ ଝୁମିବା ବେଳେ ଫଟୋ ଉଠାଇବାର ନିଶା, ଏମୁ ପକ୍ଷୀଠୁ ପ୍ରଜାପତି ଦେଖିବା ଆଉ ଆଦିବାସୀ ଜୀବନ ଶୈଳୀ ସହ ପରିଚିତ ହେବା ବେଳେ ପ୍ରତିଟି ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବାକୁ ଭୁଲନ୍ତିନି ପର୍ଯ୍ୟଟକ ।
ଦାରିଙ୍ଗିବାଡିରେ ହୃଦୟ ଜିଣିନିଏ ହିଲଟପ । ଏଠି ଚହଲି ଯାଏ ହୃଦୟ, ଚୋରି ହୋଇଯାଏ ମନ । ଦୀର୍ଘ ନିଶ୍ୱାସଟେ ନେଇ ଆଖି ଖୋଲି ଆଗକୁ ଚାହିଁଲେ ଖାଲି ଦିଶେ ପାହାଡ ହି ପାହାଡ… ସବୁଜ ବାନାନୀର ସେ ଶୀତଳ ଶାନ୍ତି ଯେତେ ଟଙ୍କା ଦେଲେ ବି କେଉଁଠିି ମିଳିବନି… କି ଆଖି, ଛାତି ଛଡା କେଉଁ କ୍ୟାମେରାରେ କଏଦ କରିହେବନି…
ରାତିହେଲେ ଆଉ ଟିକେ ରୋମାଣ୍ଟିକ ଲାଗେ ଦାରିଙ୍ଗିବାଡି । ଦିନରେ ପାଇନ ଗଛଠୁ ପ୍ରେମର ପଣକିଆ ଶୁଣିଥିବା ମଣିଷ, ସଞ୍ଜ ବାଜିଲେ ଶୀତଠୁ ଶୁଣନ୍ତି ସାହିତ୍ୟ । ହାଡଭଙ୍ଗା ଜାଡ ଦେହ ଥରେଇ ଦେଲେ ନିଆଁ ଖୋଜେ ହାତ । ଆଉ ତାପରେ ଆରମ୍ଭ ହୁଏ କ୍ୟାମ୍ପ ଫାୟାର… ସତରେ ସକାଳଠୁ ରାତି ଦାରିଙ୍ଗିବାଡିର ପ୍ରତିଟି ଚିତ୍ର, ପ୍ରତିଟି ଛବି ଗୋଟେ ଗୋଟେ ମିଠା ସ୍ମୃତି…

from Kanak News
via <a href="https://ifttt.com/?

କାଳିଆକୁ ଦେଖିବା ପାଇଁ କଟକଣା କୋହଳ: ୨୧ରୁ ହଟିବ କୋଭିଡ୍ ରିପୋର୍ଟ କଟକଣା ; ୮ଟା ପରିବର୍ତ୍ତେ ସକାଳ ୭ଟାରୁ ଦର୍ଶନ କରିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ: କୋହଳ ହେଲା କାଳିଆ ଦର୍ଶନ କଟକଣା । । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଲୋଚନା ଆରମ୍ଭ ହୋଇଛି । ଦର୍ଶନ ବ୍ୟବସ୍ଥା ସଂପର୍କରେ ପୁଂଖାନୁପୁଂଖ ଆଲୋଚନ ହୋଇଛି । ଜାନୁୟାରୀ ୨୧ରୁ ମନ୍ଦିରରେ ଜଗା ଦର୍ଶନ ପାଈଁ କରୋନା ରିପୋର୍ଟ ଆବଶ୍ୟକ ନାହିଁ ।

ବିଶେଷ କରି ସାଧାରଣ ଭକ୍ତି କିଭଳି ସୁବିଧାରେ ଦର୍ଶନ ପାଇ ପାରିବେ ତାହା ଏହି ବୈଠକରେ ଫୋକସରେ ରହିବ । କୋଭିଡ଼ ରିପୋର୍ଟ ପାଇଁ ଅର୍ଥ ଯୋଗାଡ଼ କରିପାରୁନଥିବା ଭକ୍ତ ଯେଭଳି ସୁବିଧା ଦର୍ଶନ କରି ଫେରିବେ, ତାହା ଉପରେ ପୁଂଖାନୁପୁଂଖ ଆଲୋଚନା ହେବ ।

ଦୀର୍ଘ ୯ ମାସ ପରେ ଡ଼ିସେମ୍ବର ୨୩ ତାରିଖରୁ ଶ୍ରମନ୍ଦିର ଖୋଲିଛି । କରୋନା କଟକଣା ଭିତିରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁା କୋଭିଡ଼ ରିପୋର୍ଟର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ଠିଆ କରିଛି । ଦର୍ଶନ ପାଇଁ ଲାଗିଥିବା ବ୍ୟାରିକେଟ ଅପେକ୍ଷା ବାହାରେ ପ୍ରବଳ ଭିଡ଼ ହେଉଛି ।

from Kanak News
via <a href="https://ifttt.com/?

ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ: ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କଲା କ୍ରିକେଟ ଅଷ୍ଟ୍ରେଲିଆ; ବିସିସିଆଇକୁ ମାଗିଲା କ୍ଷମା

କନକ ବ୍ୟୁରୋ: ସିଡନୀ ଟେଷ୍ଟରୁ ଆସିଛି କ୍ରିକେଟ ପାଇଁ ଲଜ୍ଜାଜନକ ଘଟଣା । ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ପରେ ଘଟଣା ଏବେ ଚର୍ଚା ସୃଷ୍ଟି କରିଛି । ଗତକାଲି ଅନ୍ତିମ ସେସନ୍ ଖେଳ ସମୟରେ ଷ୍ଟାଡିୟମରୁ ଅଷ୍ଟ୍ରେଲିଆ ଫ୍ୟାନ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ମହମ୍ମଦ ସିରାଜ ଫିଲ୍ଡିଂ କରୁଥିବା ସମୟରେ ଏହାର ଶିକାର ବନିଥିଲେ । କ୍ୟାପଟେନ୍ ରାହାଣେଙ୍କୁ ଏହା ଜଣାଇବା ପରେ ଫିଲ୍ଡ ଅମ୍ପାୟାରଙ୍କ ନଜରକୁ ଅଣାଯାଇଥିଲା ଘଟଣା ।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶୃଂଖଳିତ ଦର୍ଶକଙ୍କୁ ସୁରକ୍ଷାକର୍ମୀଙ୍କ ଜରିଆରେ ଗ୍ୟାଲେରୀରୁ ବାହାର କରିଦିଆଯାଇଥିଲା । ତେବେ ଭାରତୀୟ ଟିମ ଏନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ନିକଟରେ ଅଭିଯୋଗ କରିଛି । ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ରଖିଛି କ୍ରିକେଟ୍ ଅଷ୍ଟ୍ରେଲିଆ । ପୋଲିସ ତଦନ୍ତ କରି ଘଟଣାରେ ଦୋଷୀ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବ ବୋଲି କୁହାଯାଇଛି । ସେହିପରି ଏହି ଘଟଣା ପରେ ପରେ ବିସିସିଆଇ ନିକଟରେ କ୍ଷମା ପ୍ରାର୍ଥନା କରିଛି କ୍ରିକେଟ ଅଷ୍ଟ୍ରେଲିଆ । ବହୁ ବର୍ଷ ପରେ କ୍ରିକେଟରେ ଏପରି ଜାତିଆଣ ଆକ୍ଷେପ ଆସିବା ପରେ ବରିଷ୍ଠ କ୍ରିକେଟର ଏହାକୁ ଗଭୀର ସମାଲୋଚନା କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started