ମହାପ୍ରଭୂ ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର: ଜଗା ଦର୍ଶନ ପାଇଁ ୨୧ ରୁ ଦରକାର ପଡିବ ନାହିଁ କୋଭିଡ୍ ସାର୍ଟିଫିକେଟ; ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପ୍ରଶାସନ

କନକ ବ୍ୟୁରୋ : ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଲା ଖୁସିଖବର । ଜାନୁଆରୀ ୨୧ ତାରିଖରୁ ବିନା କୋଭିଡ ପରୀକ୍ଷାରେ ଭକ୍ତମାନେ  ମହାପ୍ରଭୂଙ୍କ ଦର୍ଶନ କରିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ଏସଓପିରେ ପରିବର୍ତ୍ତନ କରାଯାଇଛି । ଧିରେ ଧିରେ କରୋନା କଟକଣା ହଟାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ହୋଇଛି ପ୍ରଶାସନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ କ୍ରିଷନ କୂୁମାର । ହେଲେ ୨୧ ଜାନୁଆରୀ ଯାଏ ପୂର୍ବ ଏସଓପି ଜାରି ରହିବ । ଏହାସହ ପୁରୀବାସୀଙ୍କ ପାଇଁ ସକାଳ ୬ ଟାରୁ ଦର୍ଶନ ସୁବିଧା ଦିଆଦିବ ।

ଦୀର୍ଘଦିନ ହେବ କରୋନା ମହାମାରୀ ପାଇଁ ମନ୍ଦିର ଭିତରେ ମହାପ୍ରଭୂଙ୍କ ଦର୍ଶନ ବନ୍ଦ କରାଯାଇଥିଲା । ହେଲେ ରାଜ୍ୟର କରେନା ସ୍ଥିତି ଟିକେ ସ୍ୱଭାବିକ ହେବା ପରେ ଡିସେମ୍ବର ୨୩ ତାରିଖରୁ ମହାପ୍ରଭୂଙ୍କୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇଥିଲେ । ହେଲେ କୋଭିଡ କଟକଣା ଭିତରେ ସମସ୍ତ ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇ ନଥିଲା । ଯେଉଁମାନେ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଉଥିଲେ ସେହିମାନଙ୍କୁ କେବଳ ଦର୍ଶନର ସୁବିଧା ମିଳୁଥିଲା । ହେଲେ ଏନେଇ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ କୋଭିଡ୍ ଟେଷ୍ଟ କରି ମହାପ୍ରଭୂଙ୍କୁ ଦର୍ଶନ କରିବା ସମ୍ଭବ ହୋଇପାରୁ ନଥିଲା ।

ଏହାର ସମାଧାନ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୂଙ୍କ ଦର୍ଶନ ପାଇଁ ଜାରୀ ହୋଇଥିବା ଏସଓପିରେ କିଛି ପରିବର୍ତ୍ତନ କରି ଚଳିତ ମାସ ୨୧ ତାରିଖରୁ ବିନା କୋଭିଡ ରିପୋର୍ଟରେ ଭକ୍ତମାନେ ଜଗା ଦର୍ଶନ କରିପାରିବେ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ହରିୟାଣାରେ କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ: କର୍ଣ୍ଣାଲରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ କୃଷକ ଆଇନ ସପକ୍ଷରେ ଚାଷୀଙ୍କ ହଙ୍ଗାମା; ଚାଷୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

କନକ ବ୍ୟୁରୋ: ହରିୟଣାରେ କୃଷକଙ୍କ ଉପରେ ଲାଠିଚାର୍ଜ କରିଛି । ରାଜ୍ୟର କର୍ଣ୍ଣାଲରେ ପ୍ରଦର୍ଶନକାରୀଙ୍କ ଉପରେ ଏହି ବଳପ୍ରୟୋଗ କରିଛି ପୁଲିସ । ଜିଲ୍ଲାରେ କୌମାଲ ଗାଁରେ ବିଜେପି ପକ୍ଷରୁ କିଷାନ ସମ୍ବାଦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯୋଗଦେଇ କୃଷକଙ୍କୁ କୃଷି ଆଇନ ସପକ୍ଷରେ ଭାଷଣ ଦେବାର ଥିଲା । ଏହି ସମୟରେ ଆଇନକୁ ବିରୋଧ କରୁଥିବା କୃଷକ ସଭାସ୍ଥଳରେ ପଂହଚିଯାଇଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କୁ କଳପତାକା ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ । ପୁଲିସ ଆନ୍ଦୋଳନକାରୀ କୃଷକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ସେମାନେ ନ ବୁଝିବାରୁ ପୁଲିସକୁ ବଳପ୍ରୟୋଗ କରିବାକୁ ପଡିଥିଲା ।

କୃଷକଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହବୁହା ବାସ୍ପ ପ୍ରୟୋଗ କରିଥିଲେ ସୁରକ୍ଷା କର୍ମୀ । ଏହାରେ ସେଠାରେ ପ୍ରବଳ ହଙ୍ଗମା ହୋଇଥିଲା ଓ ବର୍ତମାନ ସ୍ଥିତି ସେଠାରେ ଉତେଜନାପୂର୍ଣ୍ଣ ରହିଛି । କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ-ହରିୟାଣା ସିଙ୍ଘୁ ସୀମାରେ କୃଷକମାନେ ଦୀର୍ଘ ଦେଢମାସ ଧରି ଆନ୍ଦୋଳନ କରିଆସୁଛନ୍ତି । ଏଥିରେ ପଞ୍ଜାବ, ହରିୟାଣା ସମେତ ଦେଶର ବିଭିନ୍ନ ସ୍ଥାନରୁ ଚାଷୀ ଯୋଗଦେଇଛନ୍ତି । ସମସ୍ୟାର ସମାଧାନ ପାଇଁ ସରକାର ଓ ଚାଷୀଙ୍କ ମଧ୍ୟରେ ଆଠଥର ବୈଠକ ହୋଇଥିଲେ ବି କୌଣସି ନିର୍ଯାସ ବାହାରିପାରିନାହିଁ । ଫରବର୍ତୀ ବୈଠକ ଆସନ୍ତା ୧୫ ତାରିଖରେ ହେବାର ଅଛି ।

from Kanak News
via <a href="https://ifttt.com/?

ଗାଡିର କାହିଁକି ହୁଏ ବ୍ରେକ୍ ଫେଲ୍? ବ୍ରେକ୍ ଫେଲ୍ ହେବା ପୂର୍ବରୁ ଗାଡିରେ ଦେଖାଦେଇଥାଏ କି କି ସଂକେତ? ଡ୍ରାଇଭିଂ ସମୟରେ ଗାଡିର ବ୍ରେକ୍ ଫେଲ୍ ହୋଇଗଲେ କରିବେ କଣ…

କନକ ବ୍ୟୁରୋ: ସାଧାରଣତଃ ବିପଦ କେତେବେଳେ ଆସେ କେବେ କହିକି ଆସେନି । ଅଚାନକ୍ ଆସେ ଆଉ ନିମିଷକ ଭିତରେ ସବୁକିଛି ଛାରଖାର କରିଦିଏ । ତେଣୁ ସତର୍କ ରହିଲେ ହିଁ ବିପଦରୁ କିଛି ମାତ୍ରାରେ ଆମେ ନିଜକୁ ରକ୍ଷା କରିପାରିବା । ସେହିଭଳି ନୂଆ ବର୍ଷ ଆରମ୍ଭ ହୋଇଯାଇଛି ଆଉ ଏହି ଅବସରରେ କେହି ନିଜ ସାଙ୍ଗ ସାଥି ମେଳରେ ବୁଲି ଗଲେଣି ତ ପୁଣି କେହି ବଣଭୋଜି । ଏପରିସ୍ଥଳେ ଆପଣ ଯଦି ଗାଡିରେ କେଉଁ ସ୍ଥାନକୁ ଯାତ୍ରା କରୁଛନ୍ତି ଆଉ ଆପଣଙ୍କ ଗାଡିର ବ୍ରେକ୍ ଫେଲ୍ ହୋଇଯାଏ । ତେବେ କଣ କରିବେ? ଏଭଳି ପରିସ୍ଥିତିରେ ଡରିବା ତ ସ୍ୱାଭାବିକ କଥା । କିନ୍ତୁ ଆପଣଙ୍କ ଡର ହିଁ ଆପଣଙ୍କ ପାଇଁ କାଳ ସାଜିପାରେ । ତେଣୁ ଯଦି କେବେ ଆପଣଙ୍କୁ ଏଭଳି କୌଣସି ପରିସ୍ଥିତିର ସାମ୍ନା କରିବାକୁ ପଡେ ତେବେ କିଭଳି ନିଜକୁ ରକ୍ଷା କରିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ । ଯାହାଦ୍ୱାରା ଆପଣଙ୍କୁ ବିପଦ ସମୟରେ ସାହାଯ୍ୟ ମିଳିବ ।

ବ୍ରେକ୍ ଫେଲ୍ ହେଲେ କରିବେ କଣ?

• ସର୍ବପ୍ରଥମେ ଗାଡିର ଗତିକୁ ଧିରେ ଧିରେ କମ କରନ୍ତୁ ଏବଂ ଗାଡିକୁ ନିୟନ୍ତ୍ରଣରେ ଆଣନ୍ତୁ

• ବାରମ୍ବାର ବ୍ରେକ୍ ପେଡାଲ୍ ଉପରେ ଚାପ ପକାନ୍ତୁ । ଏହାଦ୍ୱାରା ବ୍ରେକକୁ ସଠିକ୍ ପ୍ରେସର ମିଳିପାରେ ଆଉ ବ୍ରେକ୍ କାମ କରିବା ଆରମ୍ଭ କରେ ।

• ଯଦି କାର ଟପ୍ ଗିୟରରେ ରହିଛି ତେବେ ତାକୁ ଲୋୟର ଗିୟରକୁ ଆଣନ୍ତୁ । ତେବେ ଗାଡିକୁ ଫାଷ୍ଟ ଗିୟରକୁ ଆଣିବାକୁ ଚେଷ୍ଟା କରନ୍ତୁ ।

• ଏଭଳି ପରିସ୍ଥିତିରେ ନ୍ୟୁଟ୍ରାଲରେ ଆଦୌ ଚଲାନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣ ଗାଡି ଉପରେ ନିୟନ୍ତ୍ରଣ ହରାଇ ପାରନ୍ତି ।

• ଭୁଲରେ ବି ରିଭର୍ସ ଗିୟରରେ ଲଗାନ୍ତୁ ନାହିଁ । ଏହାଦ୍ୱାରା ପଛରେ ଆସୁଥିବା ଗାଡି ଦୁର୍ଘଟଣାର ଶିକାର ହୋଇପାରନ୍ତି ।

• କେବଳ କ୍ଲଚ୍ ବ୍ୟବହାର କରନ୍ତୁ, ଏକ୍ସିଲେଟର ବିଲକୁଲ୍ ବି ବ୍ୟବହାର କରନ୍ତୁ ନାହିଁ ।

• ଯଦି ଆପଣ କୌଣସି ଟ୍ରାଫିକରେ ଅଛନ୍ତି ତେବେ ହର୍ଣ୍ଣ, ହେଜାର୍ଡ ଲାଇଟ୍ସ, ଇଣ୍ଡିକେଟର ଦେଇ ଅନ୍ୟ ଗାଡିମାନଙ୍କୁ  ଇସାରା ଦିଅନ୍ତୁ ।

• ଏଭଳି ପରିସ୍ଥିତିରେ ଗାଡିର ଏୟାରକଣ୍ଡିସନର ଅନ୍ କରିଦିଅନ୍ତୁ । ଯାହାଦ୍ୱାରା ଇଂଜିନ ଉପରେ ଚାପ ବଢିବ ଏବଂ ସ୍ପିଡ ମଧ୍ୟ କିଛି ମାତ୍ରାରେ କମିଯିବ ।

• ଯଦି ପାଖରେ କେଉଁଠି ବାଲିଗଦା କିମ୍ବା କାଦୁଅ ରହିଥାଏ, ତେବେ ଷ୍ଟିୟରିଂ ହ୍ୱିଲକୁ କଂଟ୍ରୋଲ କରି ଗାଡିକୁ ସେଥିରେ ଚଢାଇ ଦିଅନ୍ତୁ । ଏହାଦ୍ୱାରା କାରର ସ୍ପିଡ୍ ବହୁ ମାତ୍ରାରେ କମିଯିବ ।

• ସେହିଭଳି ଗାଡି ଯଦି ହାଇସ୍ପିଡରେ ରହିଥାଏ ତେବେ ହଠାତ୍ ହ୍ୟାଣ୍ଡବ୍ରେକ୍ ମାରନ୍ତୁ ନାହିଁ । ଏହାଦ୍ୱାରା ପଛ ଚକା ଲକ୍ ହୋଇଯିବ ଏବଂ କାର ଓଲଟିଯିବାର ମଧ୍ୟ ଆଶଙ୍କା ରହିଛି ।

from Kanak News
via <a href="https://ifttt.com/?

ଏଣିକି ୯ ଘଂଟା ଜାଗାରେ ୮ ଘଂଟା କଂପାନୀରେ ଖଟିବେ କର୍ମଚାରୀ ! ୧୫ ମିନିଟ୍ ବି ଅଧିକ ସମୟ ଅଫିସରେ ରହିଲେ ଓଭରଟାଇମ୍ ଦେବାକୁ କଂପାନୀ ବାଧ୍ୟ ! ୱାର୍କିଂ ଆୱାରଠୁ ଅଧିକ କାମ କରାଇଲେ କର୍ମଚାରୀଙ୍କୁ ମିଳିବ ଦୈନିକ ଦରମାର ଦୁଇଗୁଣା ମଜୁରୀ

କନକ ବ୍ୟୁରୋ: ଏଣିକି ୯ ଘଂଟିଆ ବଦଳରେ ୮ ଘଂଟିଆ କାମ କରିବେ କର୍ମଚାରୀ । ୮ ଘଂଟାରୁ ଅଧିକ କାମ କଲେ ଏବେ କର୍ମଚାରୀ ପାଇବେ ଓଭରଟାଇମ । ତେବେ ୨୦୧୯ରେ କେନ୍ଦ୍ର ସରକାରଙ୍କ ତରଫରୁ ନୂଆ ବେତନ କୋଡ ପାରିତ ହୋଇଥିଲା । ଯେଉଁଥିରେ କର୍ମଚାରୀଙ୍କ ୱାର୍କିଂ ଆୱାରକୁ ୮ରୁ ୧୨ ଘଂଟିଆ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଥିଲା ।

୧୨ ନୁହେଁ, ୮ ଘଂଟା ହେବ ୱାର୍କିଂ ଆୱାର !

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କର୍ମଚାରୀଙ୍କ ଡେଲି ୱାର୍କିଂ ଆୱାର୍ସକୁ ୮ ଘଂଟା ହିଁ ରଖିବାକୁ ବିଚାର କରାଯାଉଛି । କିନ୍ତୁ ଏହାପରେ ଓଭରଟାଇମ ଆରମ୍ଭ ହେବ । ଆଉ ଏହି ଓଭରଟାଇମର ଦରମା କର୍ମଚାରୀଙ୍କ ଦୈନିକ ଦରମାଠୁ ପ୍ରାୟ ଦୁଇଗୁଣା ରହିବ ।

୧୫ ମିନିଟରୁ ଅଧିକ ଖଟିଲେ ଓଭରଟାଇମ୍ !

ଫାକ୍ଟ୍ରିଜ୍ ଆକ୍ଟ ଅନୁଯାୟୀ, ବିଭିନ୍ନ କଂପାନୀମାନଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ୯ ଘଂଟାରୁ ଅଧିକ ସମୟ କାମ କରାଉଥିଲେ ବି ସେମାନଙ୍କୁ ଓଭରଟାଇମ ଦିଅନ୍ତି ନାହିଁ । କାରଣ ସାଂପ୍ରତିକ ବ୍ୟବସ୍ଥା ଅନୁସାରେ, ଯଦି କୌଣସି କର୍ମଚାରୀ ତାର ଧାର୍ଯ୍ୟ ସମୟ ପରେ ୩୦ ମିନିଟରୁ କମ ସମୟ ଅଧିକ ଦିଅନ୍ତି ତେବେ ତାକୁ ଓଭରଟାଇମ ଧରା ଯିବନାହିଁ । ମାତ୍ର ଏହି ନୂଆ ଶ୍ରମ ଆଇନ ଅନୁସାରେ, ଏଣିକି ୧୫ ମିନିଟ୍ ରୁ ୩୦ ମିନିଟ୍ ସମୟକୁ ଅଧ ଘଂଟାର ଓଭରଟାଇମ ଭାବେ ଗ୍ରହଣ କରାଯିବ । ଅର୍ଥାତ୍ ଧାର୍ଯ୍ୟ କାର୍ଯ୍ୟ ଅବଧିଠାରୁ ଯଦି ଆପଣ ୧୫ ମିନିଟ୍  ବି ଅଧିକ ସମୟ ଅଫିସକୁ ଦିଅନ୍ତି ତେବେ ଆପଣଙ୍କୁ ୩୦ ମିନିଟର ଓଭରଟାଇମ୍ ମିଳିବ ।

ସମୟରେ ମିଳିବ କର୍ମଚାରୀଙ୍କୁ ଦରମା !

ନୂଆ ବେତନ ଆଇନ ୨୦୧୯କୁ ଅଗଷ୍ଟ ମାସରେ ସାଂସଦରେ ପାରିତ କରାଯାଇଥିଲା, ଯାହାକୁ ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ଲାଗୁ କରିବାକୁ ଯୋଜନା କରାଯାଉଛି । ଏଥିରେ କର୍ମଚାରୀଙ୍କ ଦରମା, ବୋନସ ସଂକ୍ରାନ୍ତରେ ଚାରି ପ୍ରକାରର ନିୟମ ସ୍ଥିର କରାଯାଇଛି । ଯାହାକୁ  ପେମେଂଟ ଅଫ୍ ମଜୁରୀ ଆକ୍ଟ-୧୯୩୬, ସର୍ବନିମ୍ନ ମଜୁରୀ ଅଧିନିୟମ-୧୯୪୮, ପେମେଂଟ ଅଫ୍ ବୋନଓ ଆକ୍ଟ-୧୯୬୫ ଏବଂ ସମାନ ଦରମା ଆଇନ-୧୯୭୬ ରଖାଯାଇଛି । ତେବେ ଏହି ନୂଆ ବେତନ ଆଇନରେ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ସହ ସଠିକ୍ ସମୟରେ ଦରମା ପ୍ରଦାନ କରିବାକୁ ମଧ୍ୟ ଉଲ୍ଲେଖ ରହିଛି ।

from Kanak News
via <a href="https://ifttt.com/?

ଆଉ ରହିବନି ପଇସା ଚିନ୍ତା…ଏବେ ମୁହୂର୍ତ୍ତକ ମଧ୍ୟରେ ମିଳିବ ଲୋନ୍ ! ଘରଠାରୁ ଗାଡି ପର୍ଯ୍ୟନ୍ତ ଏଣିକି ମାତ୍ର ୩୦ ମିନିଟରେ ଫଟାଫଟ୍ ହେବ ଲୋନ୍ ସାଙ୍କସନ ! ଆପଣଙ୍କର ମାତ୍ର ଗୋଟିଏ ମିସଡ୍ କଲରେ ଘରେ ଆଣି ବ୍ୟାଙ୍କ ଦେଇଯିବ କାର୍

କନକ ବ୍ୟୁରୋ: ସାଧାରଣତଃ କୌଣସି ଲୋନ୍ ନେବାକୁ ହେଲେ ଆମକୁ ବାରମ୍ବାର ବ୍ୟାଙ୍କର ଚକ୍କର କାଟିବାକୁ ପଡିଥାଏ, ଅଫିସରଙ୍କୁ ନାନା ଖୁସାମତ କରିବାକୁ ପଡିଥାଏ । ଏପରିକି କିଛି କ୍ଷେତ୍ରରେ ତ କାଗଜପତ୍ର ଠିକ୍ ଥାଇ ବି ଲୋନ୍ ଟଙ୍କା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିଥାଏ । ହେଲେ ଏବେ କିନ୍ତୁ ତାହା ହେବନି । ହୋମ୍ ହେଉ କି କାର ଲୋନ୍ କିମ୍ବା ଅନ୍ୟ କୌଣସି ପର୍ସନାଲ ଲୋନ୍ ନେବାକୁ ଚାହୁଁଥିଲେ ଏବେ ଆପଣଙ୍କୁ ନା କୌଣସି ବ୍ୟାଙ୍କ ଦୌଡିବାକୁ ପଡିବ ନା ହିଁ ଆପ୍ରୁଭାଲ୍ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡିବ ।  ବରଂ ମୁହୂର୍ତ୍ତକ ମଧ୍ୟରେ ଆପଣଙ୍କୁ ଏହି ସୁବିଧା ମିଳିଯିବ । ଦେଶର ତୃତୀୟ ସବୁଠୁ ବଡ ସରକାରୀ ବ୍ୟାଙ୍କ ତଥା ବ୍ୟାଙ୍କ ଅଫ୍ ବରୋଦା ଲଂଚ କରିଛି ଡିଜିଟାଲ ଲ୍ୟାଣ୍ଡିଂ ପ୍ଲାର୍ଟଫର୍ମ । ଯେଉଁଥିରେ ଆପଣ  ନିଜ ସୁବିଧା ଅନୁସାରେ ପେପରଲେସ୍ ପ୍ର୍କ୍ରିୟାରେ କୌଣସି ବି ଲୋନ୍ ମୁହୂର୍ତ୍ତକ ମଧ୍ୟରେ ନେଇପାରିବେ ।

ଘରଠୁ ଗାଡି ଯାଏଁ ୩୦ ମିନିଟରେ ଲୋନ୍ ସାଙ୍କସନ !

ଗୋଟିଏ ମିସଡ୍ କଲରେ ମିଳିବ ଟଙ୍କା !

ତେବେ ବ୍ୟାଙ୍କ ଅଫ୍ ବରୋଦା ନିର୍ଦ୍ଦିଷ୍ଟ କିଛି ଗ୍ରାହକଙ୍କ ପାଇଁ  ଉଭୟ ଅଫଲାଇନ ଏବଂ ଅନଲାଇନ ପାର୍ଟନର ଚ୍ୟାନେଲ ମାଧ୍ୟମରେ କୌଣସି ଜିନିଷର କଣାବିକା ଏବଂ  ପରବର୍ତ୍ତୀ ସମୟରେ ସହଜ ଇଏମଆଇ ପେମେଂଟ ପାଇଁ ପ୍ରି-ଆପ୍ରୁଭ ମାଇକ୍ରୋ ପର୍ସନାଲ ଲୋନ୍ ପ୍ରଦାନ କରୁଛି । ଯାହାକୁ ଗ୍ରାହକମାନେ ଚାହିଁଲେ ଏହି ଆମାଉଂଟକୁ ନିଜର ସେଭିଂ ଆକାଉଂଟରେ ଜମା ମଧ୍ୟ କରିପାରିବେ । ଆପଣ ଚାହିଁଲେ ଏହାକୁ ୩ ମାସରୁ ୧୮ ମାସିଆ ଇଏମଆଇରେ ବି କନଭର୍ଟ କରିପାରିବେ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ୍ ଅଫ୍ ବରୋଦାର ବ୍ୟାଙ୍କିଂ ଆପ  m-Connect+ ବ୍ୟବହାର କରିପାରିବେ । ସେହିଭଳି ଡିଜିଟାଲ ଲାଣ୍ଡିଂ ପ୍ଲାଟଫର୍ମରେ ହୋମ୍ ଲୋନଠାରୁ ଆରମ୍ଭ କରି କାର୍ ଲୋନ୍ ପର୍ଯ୍ୟନ୍ତ ଋଣ ମାତ୍ର ୩୦ ମିନିଟରେ ମୁଂଜୁରୀ ମିଳିଥାଏ । ସେହିଭଳି କାର୍ ଲୋନ୍ ନେବାକୁ ଚାହୁଁଥିଲେ ଆପଣ ବ୍ୟାଙ୍କର  ୮୪୬୭୦୦୧୧୩୩ ନମ୍ବରରେ ଏକ ମିସଡ କଲ କରି ବି ସହଜରେ ଲୋନ୍ ପାଇପାରିବେ ।

ଅପରପକ୍ଷରେ, ଏହି ନୂଆ ପ୍ଲାଟଫର୍ମ ଜରିଆରେ ବ୍ୟାଙ୍କ ଅଫ୍ ବରୋଦା  ‘Online Loan against Fixed Deposits’ ର ସୁବିଧା ମଧ୍ୟ ପ୍ରଦାନ କରୁଛି । ଯେଉଁଥିରେ ଆପଣ ଆପଣଙ୍କ ଫିକ୍ସ ଡିପୋଜିଟ୍ ଉପରେ ମୋବାଇଲ ବ୍ୟାଙ୍କଂ ନଚେତ୍ ନେଟ୍ ବ୍ୟାଙ୍କିଂ ଜରିଆରେ ଫଟାଫଟ୍ ଲୋନ୍ ନେଇପାରିବେ ।

from Kanak News
via <a href="https://ifttt.com/?

ରାତିରେ ଚାଳକଙ୍କ ଦେହରେ ହାତ ଦେଇପାରିବେନି ପୁଲିସ୍: ନିୟମ ଭାଙ୍ଗିଲେ ବି ଗାଡିରୁ ଚାବି କାଢିପାରିବେନି ଟ୍ରାଫିକ୍ ଅଧିକାରୀ; ଦିନକରେ ଏକରୁ ଅଧିକ ଥର କାଟିପାରିବେନି ଚାଲାଣ; ଜାଣନ୍ତୁ ଚାଲାଣ କାଟିବା ସମୟରେ କଣ ରହିଛି ନିୟମ…

କନକ ବ୍ୟୁରୋ: କେବେ ନା କେବେ , କେଉଁଠି ନା କେଉଁଠି ଆପଣ ଟ୍ରାଫିକ୍ ପୁଲିସ ହାବୁଡରେ ନିହାତି ପଡିଥିବେ । ଏହି ସମୟରେ ଅନେକ ପୁଲିସକର୍ମୀ ଆପଣଙ୍କୁ ଚେକିଂ ଆଳରେ ରୋକିବା ପାଇଁ ବହୁ ପ୍ରକାରର ଚେଷ୍ଟା ମଧ୍ୟ କରିଥିବେ । ଏପରିକି ଆପଣଙ୍କ ହାତ ଧରିପକାଇଥିବେ ତ ପୁଣି କେତେବେଳେ ଚଳନ୍ତା ଗାଡିରୁ ଚାବି ଛଡାଇ ଦେବାକୁ ପ୍ରୟାସ କରିଥିବେ । ହେଲେ ଏଭଳି କରିବା ସଂପୂର୍ଣ୍ଣ ରୂପେ ଭୁଲ୍ ଅଟେ । କାରଣ ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ବି ଆସିପାରେ । ଯାହାର ଅଭିଯୋଗ ମଧ୍ୟ ଆପଣ କରିପାରିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି ନିୟମ ତଥା ଅପରାଧ ସଂପର୍କରେ ଜଣାଇବୁ ଯାହା ଆପଣ ଜାଣିରଖିବା ନିହାତି ଦରକାର ।

ନିୟମ ଭାଙ୍ଗିଲେ ବି ଗାଡିରୁ ଚାବି କାଢିପାରିବେନି ପୁଲିସ !

ସାମାନ୍ୟ ପରିସ୍ଥିତିରେ ଟ୍ରାଫିକ୍ ପୁଲିସକୁ କେବଳ ଏତିହି ହିଁ ଅଧିକାର ଦିଆଯାଇଛି, ଯେଉଁଥିରେ ସେ କେବଳ ଆପଣଙ୍କୁ ଇସାରା କରି ରୋକି ପାରିବେ । କିନ୍ତୁ ସେ ଆପଣଙ୍କ ସହ କୌଣସି ବି ପ୍ରକାରର ଜୋରଜବରଦସ୍ତି କରିପାରିବେ ନାହିଁ । ଏହାଛଡା ବିନା ବର୍ଦ୍ଦିରେ କୌଣସି ବି ପୁଲିସ ଅଧିକାରୀ ରାତିରେ ଆପଣଙ୍କୁ ଏଭଳି ବିଚ୍ ରାସ୍ତାରେ ରୋକି ପାରିବେ ନାହିଁ । କି ଚାଲାଣ କାଟିପାରିବେ ନାହିଁ । ସେହିପରି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ବି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଇଥାଏ । କିନ୍ତୁ ଯଦି ଆପଣଙ୍କର ଗାଡିର ଗୋଟିଏ ଦିନରେ ଥରେ ମାତ୍ର କୌଣସି କାରଣରୁ ଚାଲାଣ କଟାଯାଇଥିବ ତେବେ ସାରା ଦିନ ଆଉ ଚାଲାଣ କାଟି ପାରିବେନି କୌଣସି ବି ଟ୍ରାଫିକ୍ ଅଧିକାରୀ।

କେଉଁ ପରିସ୍ଥିତିରେ ଗାଡି ଚାବି ନେଇପାରିବେ ପୁଲିସ

କୌଣସି ବି ପରିସ୍ଥିତିରେ ପୁଲିସକୁ ଆପଣଙ୍କ ଗାଡିର ଚାବି ନେଇଯିବାର ଅଧିକାର ନାହିଁ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ପୁଲିସ ଅଫିସର ଆପଣଙ୍କୁ ଅଟକାଇପାରନ୍ତି  ସତ ହେଲେ କୌଣସି ବି ପରିସ୍ଥିତିରେ ଗାଡିର ଚାବି ନେଇପାରିବେ ନାହିଁ ।

କେଉଁ ପରିସ୍ଥିତିରେ ଗାଡିକୁ ଅଟକ ରଖିପାରେ ପୁଲିସ

• ଆପଣଙ୍କ ଗାଡି କୌଣସି ସ୍ଥାନରେ ଅବୈଧ ଢଙ୍ଗରେ ପଡିରହିଥିଲେ

• ଆପଣଙ୍କ ଗାଡି ନୋ ପାର୍କିଂ ଜୋନରେ ରଖାଯାଇଥିଲେ

• ଆପଣଙ୍କ ଗାଡି ଏଭଳି ସ୍ଥାନରେ ରଖାଯାଇଛି, ଯାହାଦ୍ୱାରା ବାକି ଗାଡିଗୁଡିକ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଥିବେ

• ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ଗାଡିକୁ ଟ୍ରାଫିକ୍ ପୁଲିସ୍ ଉଠାଇ ନେଇପାରେ ।

କଣ କରିପାରିବେ ନାହିଁ ପୁଲିସ?

• ଚଳନ୍ତା ଗାଡିରୁ ଚାବି ଛଡାଇ ନେଇପାରିବେ ନାହିଁ ପୁଲିସ୍ ଅଧିକାରୀ

• ସାମ୍ନାରୁ ଆସୁଥିବା ଗାଡିକୁ ରୋକିବା ପାଇଁ ଚଳନ୍ତା ଗାଡିରୁ ଚାଳକଙ୍କ ହାତ ଟାଣିପାରିବେନି ପୁଲିସ

• ସେହିପରି ୪ ଚକିଆ ଗାଡି ସାମ୍ନାରେ ଅଚାନତ୍ ବ୍ୟାରିକେଟ୍ ଲଗାଇପାରିବେ ନାହିଁ ପୁଲିସ୍ 

କନେଷ୍ଟବଳ ଆଦାୟ କରିପାରିବେନି ଜରିମାନା !

କନେଷ୍ଟବଳଙ୍କୁ କୌଣସି ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରିବାର ଅଧିକାର ଦିଆଯାଇନାହିଁ ।ସେ କେବଳ ଯାଂଚ ପାଇଁ ଗାଡିର ନମ୍ବର ନୋଟ୍ କରିପାରିବେ । ସେହିପରି ହେଡ କନେଷ୍ଟବଳ ୧୦୦ଟଙ୍କାରୁ ଅଧିକ ଟଙ୍କାର ଫାଇନ୍ ନେଇପାରିବେ ନାହିଁ । ଏହାଛଡା ଟ୍ରାଫିକ୍ ଅଫିସର ତଥା ଏଏସଆଇ କିମ୍ବା ଏସଆଇଙ୍କୁ ୧୦୦ଟଙ୍କାରୁ ଅଧିକ ଫାଇନ୍ ନେବାର ଅଧିକାର ଦିଆଯାଇଛି ।

from Kanak News
via <a href="https://ifttt.com/?

ଚଳିତ ବର୍ଷ ୫ ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏନେଇ ଫେବୃଆରୀ ମାସରେ ତାରିଖ ଘୋଷଣା କରିପାରନ୍ତି ନିବାଚନ କମିଶନ । ଜାନୁଆରୀ ୧୫ ସୁଦ୍ଧା ପ୍ରକାଶ ପାଇବ ଚୁଡାନ୍ତ ଭୋଟର ତାଲିକା ।

କନକ ବ୍ୟୁରୋ : ଚଳିତ ବର୍ଷ ୫ ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏନେଇ ଫେବୃଆରୀ ମାସରେ ନିର୍ବାଚନ କମିଶନଙ୍କ ତରଫରୁ ତାରିଖ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । ଜାନୁଆରୀ ୧୫ ତାରିଖ ସୁଦ୍ଧା ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ତାରିଖ ଘୋଷଣା କରାଯାଇପାରେ । ମେ ମାସରେ ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଏପ୍ରିଲ ମାସ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ଯୋଜନା କରୁଛନ୍ତି ନିର୍ବାଚନ ଆୟୋଗ । ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୫ ଟି ରାଜ୍ୟ ହେଉଛି ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୂୁଡୁଚେରୀ ଓ ଆସାମ । କେରଳ ବିଧାନସଭାରେ ୧୪୦ ଆସନ ଥିବା ବେଳେ ପୁଡୁଚେରୀରେ ୩୦, ଆସାମରେ ୧୨୬, ତାମିଲନାଡୁରେ ୨୩୪ ଓ ପଶ୍ଚିମବଙ୍ଗରେ ୨୯୪ ଓ ତାମିଲନାଡୁରେ ୨୩୪ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ସେହିଭଳି ତାମିଲନାଡୁ ସରକାରଙ୍କ କାର୍ଯ୍ୟକାଳ ୨୦୨୧ ମେ ମାସ ୨୪ ରେ ଶେଷ ହେଉଥିବା ବେଳେ ପଶ୍ଚିମବଙ୍ଗ ସରକାରଙ୍କ କାର୍ଯ୍ୟକାଳ ମେ ୩୦, ଆସାମ ସରକାରଙ୍କ କାର୍ଯ୍ୟକାଳ ମେ ୩୧ ରେ ଶେଷ ହେଉଛି । ଏହାସହ ପୁଡୁଚେରୀ ସରକାରଙ୍କ କାର୍ଯ୍ୟକାଳ ଜୁନ୍୧ ତାରିଖ ଓ କେରଳ ସରକାରଙ୍କ କାର୍ଯ୍ୟକାଳ ଜୁନ୍ ୮ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏସବୁ ରାଜ୍ୟର ସରକାରକୁ ଭଙ୍ଗ କରି ଏକ ସମୟରେ ଏହି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଯୋଜନା କରାଯାଉଥିବା ସୂଚନା ମଳିଛି ।

ଅନ୍ୟପଟେ ପଶ୍ଚମବଙ୍ଗରେ ମମତା ସରକାରକୁ କ୍ଷମତାରୁ ହଟାଇବାକୁ ବିଜେପି ଜୋରଦାର ପ୍ରୟାସ ଆରମ୍ଭ କରିଛି । ସେହିଭଳି କେରଳରେ ବିଜେପିର ମାତ୍ର ଗୋଟିଏ ବିଧାୟକ ଥିବା ବେଳେ ସେଠାରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳା ଫଳକୁ ନଜର କଲେ ସେଠାରେ ପୁଣିଥରେ ଏଲଡିଏଫ୍ କ୍ଷମତାକୁ ଆସିପାରେ ବୋଲି ଅନୂୁମାନ କରାଯାଉଛି । ଅନ୍ୟପଟେ ତାମିଲନାଡୁ ଦଖଲ କରିବାକୁ ପୁରା ଜାଲ ବିଛାଇ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ।

from Kanak News
via <a href="https://ifttt.com/?

ରାଷ୍ଟ୍ରୀୟ ଉପଭୋକ୍ତା ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ହ୍ୟାକ୍ ହେଉ କି ଅନ୍ୟ କୌଣସି କାରଣରୁ ଏଣିକି ଗ୍ରାହକଙ୍କ ଆକାଉଂଟରୁ ଟଙ୍କା ଗାଏବ ହେଲେ ଦାୟୀ ରହିବ ବ୍ୟାଙ୍କ

କନକ ବ୍ୟୁରୋ: ରାଷ୍ଟ୍ରୀୟ ଉପଭୋକ୍ତା ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଗ୍ରାହକଙ୍କ ଆକାଉଂଟରୁ ଟଙ୍କା ଗାଏବ ହେଲେ ଏବେ ଦାୟୀ ରହିବ ବ୍ୟାଙ୍କ । ନ୍ୟାସନାଲ୍ କନଜ୍ୟୁମର କମିସନର ନିଷ୍ପତି ଅନୁଯାୟୀ,  ହ୍ୟାକର୍ସ କିମ୍ବା ଅନ୍ୟ କୌଣସି କାରଣରୁ ଯଦି ଗ୍ରାହକଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ହୁଏ କିମ୍ବା କୌଣସି ଗ୍ରାହକ ଠକେଇର ଶିକାର ହୁଅନ୍ତି ତେବେ ଏଭଳି ପରିସ୍ଥିତିରେ ଖାତାଧାରୀଙ୍କୁ ଦାୟୀ କରାଯିବନି ବରଂ ବ୍ୟାଙ୍କ ପ୍ରବନ୍ଧକ ଏଥିପାଇଁ ଜବାବଦେହୀ ରହିବେ । ଏପରିକି ଏଭଳି ମାମଲାରେ ଗ୍ରାହକଙ୍କୁ ଲୁଟ୍ ଟଙ୍କା ସୁଧମୂଳ ହିସାବରେ ଫେରସ୍ତ କରାଇବା ସହ କେସ୍ ପାଇଁ ଖର୍ଚ୍ଚ ହୋଇଥିବା ପଇସା ଏବଂ ମାନସିକ ନିର୍ଯାତନା ବାବଦକୁ କ୍ଷତିପୂରଣ ମଧ୍ୟ ବ୍ୟାଙ୍କକୁ ଭରିବାକୁ ପଡିବ । ତେବେ ଗତବର୍ଷ  ଜୁଲାଇ ୨୦ରେ ଦେଶବ୍ୟାପୀ ନୂଆ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ୨୦୧୯ ଲାଗୁ ହେବା ପରେ ଆୟୋଗ ପକ୍ଷରୁ ଏହାକୁ କଡାକଡି କରାଯାଇଛି । ଏବେ ନଜର ପକାନ୍ତୁ କେଉଁ ପରିସ୍ଥିତିରେ ଦାୟୀ ରହିବ ବ୍ୟାଙ୍କ

• ଯେତେବେଳେ ବ୍ୟାଙ୍କର କୌଣସି ଭୁଲ ପାଇଁ ଖାତାଧାରକଙ୍କ ଖାତାରୁ ଅନଧିକୃତ ଅର୍ଥ କାରବାର ଜନିତ ଠକେଇ ହୁଏ ତେବେ ଏଭଳି ପରିସ୍ଥିତିରେ ବ୍ୟାଙ୍କ ଉତ୍ତରଦାୟୀ ରହିବେ ।

• ସେହିପରି  ଅନଧିକୃତ ଆର୍ଥିକ କାରବାରରେ ନା ତ ବ୍ୟାଙ୍କ ତରଫରୁ କୌଣସି ସମସ୍ୟା ବା ଭୁଲ ରହିଥାଏ, ନା ହିଁ ଗ୍ରାହକଙ୍କ ତରଫରୁ ବରଂ ଏହାର ପ୍ରକ୍ରିୟାରେ ତ୍ରୁଟି ରହିଥାଏ । ତେଣୁ ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ବ୍ୟାଙ୍କ ତରଫରୁ  ସୂଚିତ କରିବାକୁ ହେବ ଆଉ ଜଣାଇବାକୁ ପଡିବ କି ଏହା ଅନଧିକୃତ ଟ୍ରାନଜାକସନ ବୋଲି ।

• ତେବେ ଏହା କରିବାଦ୍ୱାରା  ଖାତାଧାରକଙ୍କ ଦାୟିତ୍ୱ ଶେଷ ହୋଇଥାଏ ।  ତଦନ୍ତରେ ଯଦି ଏହି ଟ୍ରାନଜାକ୍ସନ ଖାତାଧାରକଙ୍କ ଭୁଲ କିମ୍ବା ଅସାବଧାନତା ପାଇଁ ହୋଇନାହିଁ ବୋଲି ଜଣାପଡେ ତେବେ ବ୍ୟାଙ୍କକୁ ଏଥିପାଇଁ ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ପଡିବ ।

କେତେ ଦିନ ଭିତରେ କରିବାକୁ ହେବ ଅଭିଯୋଗ?

ଯଦି ଗ୍ରାହକ ସାତ ଦିନିଆ ତଥା କାର୍ଯ୍ୟ ଦିବସ ପରେ ବ୍ୟାଙ୍କକୁ ଏସଂକ୍ରାନ୍ତରେ ସୂଚନା ଦିଅନ୍ତି ତେବେ ବ୍ୟାଙ୍କ ବୋର୍ଡ ଏହା ଉପରେ ନିଷ୍ପତି ନେବ ଏବଂ ଏହାକୁ ଆଧାର କରି ମାମଲାରେ ଧାରକଙ୍କ ଦୋଷ ସ୍ଥିର କରାଯିବ । ବ୍ୟାଙ୍କ କର୍ତ୍ତୃପକ୍ଷ ଯଦି ଚାହିଁବ ତେବେ ଏଭଳି ମାମଲାରେ ଗ୍ରାହକଙ୍କର ଦୋଷକୁ ସଂପୂର୍ଣ୍ଣ ଭାବରେ କ୍ଷମା ବି କରିପାରନ୍ତି ଏବଂ ବ୍ୟାଙ୍କ ତରଫରୁ କ୍ଷତିପୂରଣ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇପାରନ୍ତି ।

ଅଭିଯୋଗ ପରେ କଣ ହେବ?

ଗ୍ରାହକଙ୍କ ଦ୍ୱାରା ସୂଚିତ କରାଯିବାର ୧୦ ଦିନର କାର୍ଯ୍ୟ ଦିବସ ଭିତରେ ବ୍ୟାଙ୍କ ଅନଧିକୃତ ଇଲେକ୍ଟ୍ରୋନିକ ଦେଣନେଣରେ ସାମିଲ ରାଶିକୁ ଗ୍ରାହକଙ୍କ ଖାତାରେ ଜମା କରିବ । ଯଦି ଏସମ୍ବନ୍ଧିତ କୌଣସି ବୀମା ରହିଥାଏ । ତେବେ ବି ବ୍ୟାଙ୍କ ଏହି ସମସ୍ୟାର ସମାଧାନ ପାଇଁ ଅପେକ୍ଷା ନ କରି ସବୁତକ ଟଙ୍କା ଜମା କରିବ । ସେହିଭଳି ଗ୍ରାହକଙ୍କର ଭୁଲ ଯୋଗୁଁ ହୋଇଥିବା ଅନଧିକୃତ ଇଲେକ୍ଟ୍ରୋନିକ ବ୍ୟାଙ୍କିଂ ଦେଣ ନେଣ ମାମଲାରେ ବ୍ୟାଙ୍କ ନିଜର ବିବେକ ଦୃଷ୍ଟିରୁ ଆଶ୍ୱସ୍ତି ଦେବାର ନିଷ୍ପତି ମଧ୍ୟ ନେଇପାରିବ ।

from Kanak News
via <a href="https://ifttt.com/?

ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଟଳିଲା ବଡ ଅଘଟଣ: ମାଓବାଦୀଙ୍କ ଦ୍ୱାରା ଖଂଜାଯାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ; ବିପୁଳ ମାଓ ସାମଗ୍ରୀ ସହ ପୋଷାକ ଜବତ

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ‘ବିଏସ୍‌ଏଫ୍‌’ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡ୍‌ମାଇନ୍‌ ଏବଂ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି। ଉଦ୍ଧାର ସାମଗ୍ରୀଗୁଡ଼ିକ ହେଉଛି ମାଓବାଦୀଙ୍କ ପୋଷାକପତ୍ର, ପଲିଥିନ୍‌, ମଲ୍ଟିମିଟର୍‌, ଓ୍ଵାକିଟକି ଇତ୍ୟାଦି।

ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ସ୍ଥାନୀୟ ‘ବିଏସ୍‌ଏଫ୍‌’ ତରଫରୁ ପଣସଫୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ଜଙ୍ଗଲରେ ଡ୍ରମ୍‌ ଭିତରେ ରଖି ପୋତାଯାଇଥିବା ୫ କିଲୋ ଓଜନର ଲ୍ୟାଣ୍ଡ୍‌ମାଇନ୍‌ ସମେତ ଉପରୋକ୍ତ ସାମଗ୍ରୀ ସବୁକୁ ତଲାସକାରୀ ଯବାନମାନେ ଉଦ୍ଧାର କରିଥିଲେ।

କିଛି ଗୋଟାଏ ବଡ଼ ଧରଣର ଅଘଟଣ ଘଟାଇବାକୁ ମାଓବାଦୀମାନେ ଉପରୋକ୍ତ ସାମଗ୍ରୀଗୁଡ଼ିକୁ ଜଙ୍ଗଲରେ ଲୁଚାଇ ରଖିଥିବା ଅନୁମାନ କରାଯାଉଛି। ଶନିବାର ଅପରାହ୍ଣରେ ଉଦ୍ଧାର ହୋଇଥିବା ଅଫୁଟା ଲ୍ୟାଣ୍ଡ୍‌ମାଇନ୍‌ଟିକୁ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିବା ପରେ ନିଷ୍କ୍ରିୟ କରାଯିବ।

from Kanak News
via <a href="https://ifttt.com/?

କେମିତି ହେବ ଟିକାକରଣ? ଟିକା ପାଇଁ କେତେ ପ୍ରସ୍ତୁତ ଭାରତ? କୋଭିଡ୍ ଭ୍ୟାକ୍ସିନକୁ ନେଇ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର

କନକ ବ୍ୟୁୁରୋ:  କରୋନା ସହ ଲଢେଇ । ଭାରତରେ ଆସନ୍ତା ଶନିବାରରୁ ଆରମ୍ଭ ହେବ ଟିକାକରଣ । ଏଥିପାଇଁ ପ୍ରସ୍ତୁତି ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଂଚିଛି । ଆଉ ଏହି ଟିକାକରଣକୁ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା  କରି ରହିଛି । ସବୁ ରାଜ୍ୟରେ  ଟିକାକରଣ ପାଇଁ  ମହାଅଭ୍ୟାସ  ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ପାଇବେ । ତେବେ ଏହି ଟିକାକରଣ  କେମିତି ହେବ । ଆଉ ଏହା ପୂର୍ବରୁ ଆପଣଙ୍କୁ କିଛି ତଥ୍ୟ ଜାଣିବାକୁ ପଡିବ । କିଏ ପାଇବ ଟିକା ଓ ଭାରତ ଏଥିପାଇଁ କେତେ ପ୍ରସ୍ତୁତ ତା ଉପରେ ନଜର ପକାନ୍ତୁ ।

୧. କିଏ ପାଇବ ଟିକା ?

ପ୍ରାଥମିକତା ଭିତ୍ତିରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ମିଳିବ ଟିକା । ସେହିଭଳି ୫୦ ବର୍ଷରୁ ଅଧିକ ଲୋକ ଓ ଏକାଧିକ ରୋଗରେ ପୀଡିତ ଲୋକ ଟିକା ପାଇବେ ।

୨. ଭାରତ କେତେ ପ୍ରସ୍ତୁତ ?

୩ଟି ପର୍ଯ୍ୟାୟରେ ଦେଶରେ ଡ୍ରାଏରନ ହୋଇଛି

-୨୮-୨୯ରେ ୪ ଟି ରାଜ୍ୟରେ ଡ୍ରାଏ ରନ

-ଜାନୁଆରୀ ୩ରେ ୭୪ ଜିଲ୍ôଲାରେ ଡ୍ରାଏରନ

-୮ ତାରିଖରେ ଦେଶବ୍ୟାପୀ ଅଭ୍ୟାସ

-୨ ହଜାର ୩୬୦ ଜଣଙ୍କୁ ଟିକା ପାଇଁ ତାଲିମ

୩. କେଉଁ ଟିକାକୁ ଅନୁମତି ?

-ବର୍ତ୍ତମାନ କେବଳ କୋଭିସିଲ୍ଡ ଓ କୋଭାକ୍ସିନ  ଟିକାର ଜରୁରୀ ବ୍ୟବହାରକୁ ଅନୁମତି

-ଜରୁରୀକାଳୀନ ବ୍ୟବହାର ପାଇଁ ଆଉ ୭ ଟିକା ଅନୁମତି ଅପେକ୍ଷାରେ

୪. ଟିକା ପାଇଁ ରେଜଷ୍ଟ୍ରେସନ ଜରୁରୀ କି ?

-ଟିକା ପାଇବାକୁ ହେଲେ ପଞ୍ଜିକରଣ ଜରୁରୀ

-କୋ-ୱିନ ଆପ୍ଲିକେଶନ ଜରିଆରେ ରେଜିଷ୍ଟ୍ରେସନ

-ବର୍ତ୍ତମାନ ଏହି ଆପ୍ଲିକେଶନ ଲୋକଙ୍କ ବ୍ୟବହାର ପାଇଁ ଆସିନାହିଁ

୫. ପଞ୍ଜିକରଣ ପାଇଁ ପରିଚୟପତ୍ର ଜରୁରୀ କି ?

-ଡ୍ରାଇଭିଂ ଲାଇସେନ୍ସ, ସ୍ୱାସ୍ଥ୍ୟ ପରିଚୟପତ୍ର, ପ୍ୟାନ କାର୍ଡ, ମନରେଗା କାର୍ଡ,

-ବ୍ୟାଙ୍କ ଓ ପୋଷ୍ଟଅଫିସ ଜମା ଖାତା, ଭୋଟର କାର୍ଡ, ପେନସନ କାଗଜପତ୍ର

୬. କେଉଁ ଦେଶରେ ଚାଲିଛି ଟିକାକରଣ?

-ବ୍ରିଟେନ ଓ ଆମେରିକାରେ ଚାଲିଛି ଟିକାକରଣ

-୩୫ରୁ ଅଧିକ ଦେଶରେ ଟିକା ଅଭିଯାନ ଚାଲିଛି

୭. କରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ଜରୁରୀ କି ?

-ବିଶେଷଜ୍ଞଙ୍କ ମତରେ  କୋଭିଡ ଭଲ ହୋଇଥିବା ବ୍ୟକ୍ତି ବି ଟିକା ନେବା ଦରକାର

-ଟିକା ରୋଗପ୍ରତିଷେଧକ  ବଢାଇବାରେ ସହାୟକ ହେବ

from Kanak News
via <a href="https://ifttt.com/?

Design a site like this with WordPress.com
Get started