ମାଗଣା ଟିକା ଅଭିଯାନରେ ପଶ୍ଚିମବଙ୍ଗ ସାମିଲ । ବିଜେପିର ‘ମୁଠିଏ ଚାଉଳ’ କୁ ଟକ୍କର ଦେବ ମମତାଙ୍କ ମାଗଣା କରୋନା ଟିକା ।

କନକ ବ୍ୟୁରୋ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଟିକା କରଣକୁ ନେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟର ସମସ୍ତ ନାଗରିକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାଗଣା କରୋନା ଟିକା ପ୍ରଦାନ କରାଯିବ । ଏନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି । ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଏହା ମମତା ସରକାରଙ୍କ ବଡ ଘୋଷଣା ବୋଲି କୁହାଯାଉଛି ।

କହିରଖୁ କି ଦେଶରେ ଟିକା କରଣ ଆରମ୍ଭ ହେବା ପୂର୍ବରୁ ପ୍ରଥମଥର ପାଇଁ ବିହାର ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବିଜେପିର ବରିଷ୍ଠ ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ବିହାରରେ ବିଜେପି ସରକାରକୁ ଆସିଲେ ମାଗଣା ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ । ଏହା ପରେ ଅନେକ ରାଜ୍ୟ ବି ସେମାନଙ୍କ ରାଜ୍ୟର ନାଗରିକ ମାନଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ।

ଦେଶରେ ଚଳିତ ମାସ ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଗ ଧାଡିର କୋଭିଡ ଯୋଦ୍ଧା ମାନଙ୍କୁ ଏହି ଟିକା ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ନାଗରିକଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏନେଇ ଟିକାକରଣ ପୂର୍ବରୁ ଡ୍ରାଏ ରନ୍ ବା ପ୍ରାକ୍ ପ୍ରସ୍ତୁତି କରିସାରିଛନ୍ତି ସରକାର ।

ଗତକାଲି ପଶ୍ଚିମବଙ୍ଗ ଗସ୍ତରେ ଯାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନଡ୍ଡା ବେଙ୍ଗଲରେ ‘ମୁଠିଏ ଚାଉଳ’ ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟର ୭୪ ଲକ୍ଷ ଚାଷୀ ପରିବାରଙ୍କୁ ଭେଟି ସେମାନଙ୍କୁ ନୂତନ କୃଷି ଆଇନ ବାବଦରେ ବୁଝାଇବା ସହ ସେମାନଙ୍କ ଠାରୁ ମୁଠିଏ ଲେଖାଏଁ ଚାଉଳ ଆଦାୟ କରିବାକୁ ଦଳୀୟ କର୍ମୀଙ୍କୁ କହିଛନ୍ତି ଶ୍ରୀ ନଡ୍ଡା ।

ଏହାକୁ ନଜରରେ ରଖି ଆଜି ମମତା ବାନାର୍ଜୀ ମାଗଣା କରୋନା ଟିକା ନେଇ ଘୋଷଣା କରିଛନ୍ତି । ରାଜନୀତିର ପଶାପାଲିରେ ଏବେ ମମତା ଓ ବିଜେପିର ଲଢେଇ ବେସ୍ ଜୋର ଧରିଛି । ନିର୍ବାଚନ କେବେ ହେବ ସେଥିପାଇଁ ତାରିଖ ଘୋଷଣା ହୋଇନଥିବା ବେଳେ ମୁଠିଏ ଚାଉଳ ଓ ମାଗଣା ଟିକା କାହାକୁ କେତେ ସହାୟକ ହେବ ତାହା ତ ସମୟ କହିବ ।

from Kanak News
via <a href="https://ifttt.com/?

ନକଲି ମୋବିଲ କାରଖାନା ଠାବ । ଯାଜପୁର ବାଲିଚନ୍ଦ୍ରପୁର ଥାନା ନିକଟରେ ଥିବା ବେଆଇନ ମୋବିଲ ତିଆରି କାରଖାନା ଉପରେ ପୁଲିସର ଚଢ଼ଉ

କନକ ବ୍ୟୁରୋ: ନକଲି ମୋବିଲ କାରଖାନାରେ ପୋଲିସ ଚଢାଉ । ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁର ଥାନା ପାରାଦୀପ ରାସ୍ତା କଡରେ ବେଆଇନ ଭାବେ ଚାଲୁଥିବା ନକଲି ମୋବିଲ ତିଆରି କାରଖାନା ଉପରେ ପୋଲିସ ଚଢଉ କରିଛି । ଏନ.କେ କମ୍ପାନୀ ନାମରେ ଚାଲିଥିବା ଏହି ଚୋରା ମୋବିଲ କାରଖାନ ଦୀର୍ଘଦିନ ଧରି ଏଠାରେ କାରବାର କରୁଥିବା ବେଳେ ବର୍ଷକ ତଳେ ପୋଲିସ ଚଢଉ କରିଥିଲା । କିଛି ଦିନ ବନ୍ଦ ରହିବା ପରେ ପୁଣି ଏହି ଅଏଲ ପ୍ରସେସିଂ ୟୁନିଟ ବେଆଇନଭାବେ ଚାଲୁଥିବା ଖବର ପାଇ ଯାଜପୁର ରୋଡ ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ବାଲିଚନ୍ଦ୍ରପୁର ପୋଲିସ ମିଳିତ ଭାବେ ଚଢଉ କରିଛି । ତେବେ କମ୍ପାନୀର ଜିଏସଟି ନମ୍ବର ରହିଥିବା ବେଳେ ସମ୍ନାରେ ମୋବାଇଲ ନମ୍ବର ମଧ୍ୟ ଲେଖାଯାଇଛି । ତେବେ ଏଠାରେ ବେଆଇନଭାବେ ରିଜେକ୍ଟ ମୋବିଲକୁ ଆଉଥରେ ରିଫାଇନ କରି ବିକ୍ରି କରାଯାଉଥିବା ବେଳେ ପୋଲିସ ଏହାର ସାଇଂଟିଫିକ ଟେଷ୍ଟ ପାଇଁ ସାମ୍ପୁଲ ସଂଗ୍ରହ କରି ଫେରିଥିବା ସୂଚନା ମିଳିଛି ।

ସେପଟେ, ଯାଜପୁରରେ ଫୁଡ ପ୍ରସେସିଂ ୟୁନିଟକୁ ସିଲ କଲା ପୋଲିସ । ଲାଇସେନସ ଥାଇ ଅସ୍ୱାସ୍ଥ୍ୟକର ପରିବେଶରେ ନିମ୍ନମାନର ସସ୍ ଓ ଆଚାର ପ୍ରସ୍ତୁତ କରୁଥିବା ଯାଜପୁର ଜିଲ୍ଳା ବଡଚଣା ଥାନା କୁନ୍ଦଳର ନିହାରିକା ଫୁଡ ପ୍ରସେସିଂ ୟୁନିଟକୁ ସିଲ କରିଛି ପୁଲିସ । ଗତକାଲି ରାତିରେ ଯାଜପୁର ରୋଡ ଏସଡିପିଓ, ବଡଚଣା ପୁଲିସ ଓ ଦର୍ପଣ ତହସିଲଦାରଙ୍କ ମିଳିତ ଚଢଉରେ କୁନ୍ଦଳ ଛକରେ ଥିବା ନିହାରିକା ଫୁଡ ପ୍ରସେସିଂ ୟୁନିଟ ଉପରେ ଚଢାଉ କରାଯାଇ ଏହାକୁ ସିଲ କରାଯାଇଛି । ଏହାର ଲାଇସନସ ଥାଇ ମଧ୍ୟ ଅସ୍ୱାସ୍ଥ୍ୟକର ପରିବେଶରେ ବିଭିନ୍ନ ପ୍ରକାର ସସ୍, ଆଚାର ଓ ଅନ୍ୟାନ୍ୟ ଖାଦ୍ୟ ସମଗ୍ରୀ ପ୍ରସ୍ତୁତି ହେଉଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ତେବେ ପୁଲିସ ଏହି ୟୁନିଟକୁ ସିଲ କରିବା ସହ ନମୁନା ସଂଗ୍ରହ କରି ତାର ମାନ ଯାଂଚ ପାଇଁ ପଠାଇଛି । ଘଟଣାରେ ଗିରଫ ହୋଇଥିବା କାରଖାନାର ମାଲିକଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡିଦିଆଯାଇଛି ।

from Kanak News
via <a href="https://ifttt.com/?

ଦିନେ ୨୫୦ ଟଙ୍କା ପାଇଁ ଭଡାରେ ଖେଳୁଥିଲେ କ୍ରିକେଟ । ଆଜି ଟିମ ଇଣ୍ଡିଆରେ ଖେଳୁଛନ୍ତି ସେହି ନବଦୀପ ସାଇନୀ । ଭାରତୀୟ କ୍ରିକେଟର ଯୁବ ଉଦୀୟମାନ ଖେଳାଳୀଙ୍କ ସଂଘର୍ଷମୟ କାହାଣୀ ।

କନକ ବ୍ୟୁରୋ: ଲେଦର ବଲ କଣ ତାଙ୍କୁ ଜଣା ନଥିଲା । ଟେନିସ ବଲରେ କ୍ରିକେଟ ଖେଳିବା ସହ ଭଡାରେ ଅନ୍ୟ ଦଳ ପାଇଁ ଖେଳୁଥିଲେ କ୍ରିକେଟ । ଏହାସହ ୨୫୦ ଟଙ୍କା ପାଇଁ ରଣଜୀ ଖେଳାଳିଙ୍କୁ କରୁଥିଲେ ବୋଲିଂ । ଆଉ ଏବେ ସେହି ୨୫୦ ଟଙ୍କାର ପରିଶ୍ରମର ମୂଲ୍ୟ ରଖିଛନ୍ତି ଭାରତର ଯୁବ ଖେଳାଳି ନବଦୀପ ସାଇନୀ ।
୨୦୧୩ ମସିହା, ଦିଲ୍ଲୀରେ ରଣଜୀ ଖେଳାଳିଙ୍କର ଚାଲିଥାଏ ନେଟ ପ୍ରାକ୍ଟିସ । ଆଉ ଏଠାରେ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବା ପାଇଁ ବାହାରୁ ଭଡାରେ ବୋଲରମାନଙ୍କୁ ଆଣାଯାଇଥିଲା । ଭଡାରେ ଆସିଥିବା ବୋଲରଙ୍କୁ ମାତ୍ର ୨୫୦ ଟଙ୍କା ଦିଆଯାଉଥିଲା । ଏହି ସମୟରେ ହରିୟାଣାର କର୍ଣ୍ଣାଲରୁ ଆସିଥିବା ଜଣେ ୨୧ ବର୍ଷିୟ ଯୁବକ ବୋଲିଂ କରୁଥିବାର ନଜର ଆସିଥିଲେ । ଲେଦର ବଲର ଅଭିଜ୍ଞତା ନଥାଇ ମଧ୍ୟ ନିଜ ବୋଲିଂରେ ସେ ସେଠାରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ । ଆଉ ଭଡାରେ ଆସି ଖେଳିଥିବା ଏହି ଖେଳାଳି ହେଉଛନ୍ତି ଯୁବ ଭାରତୀୟ କ୍ରିକେଟର ନବଦୀପ ସାଇନୀ ।
ଏହି ଖେଳ ସମୟରେ ଗୌତମ ଗମ୍ଭୀରଙ୍କ ନଜରକୁ ଆସିଥିଲେ ନବଦୀପ ସାଇନୀ । ଆଉ ଗୌତମ ଗମ୍ଭୀର ସାଇନୀଙ୍କୁ ହଳେ ଜୋତା ଦେବା ସହ ସବୁବେଳେ ନେଟ୍ସକୁ ଆସି ପ୍ରାକ୍ଟିସ କରିବାକୁ କହିଥିଲେ । ଏହିଠାରୁ ଆରମ୍ଭ ହୋଇଥିଲା ସାଇନୀଙ୍କ କ୍ରିକେଟ କ୍ୟାରିୟର । ପରେ ସାଇନୀଙ୍କୁ ଦିଲ୍ଲୀ ରଣଜୀରେ ସାମିଲ କରିବାକୁ ଚୟନକର୍ତ୍ତାଙ୍କୁ ପ୍ରସ୍ତାବ ଦେଇଥିଲେ ଗମ୍ଭୀର, ହେଲେ ଏହି ପ୍ରସ୍ତାବକୁ ଅଣଦେଖା କରିଥିଲେ ଚୟନକର୍ତ୍ତା । କିଏ ବା ଜାଣିଥିଲା ଏହି ଖେଳାଳି ଦିନେ ଭାରତୀୟ ଟିମର ଭବିଷ୍ୟତ ହୋଇ ଆଗକୁ ଆସିବ ।
ବହୁ ବାଦ ବିବାଦ ପରେ ଶେଷରେ ସାଇନୀଙ୍କୁ ଦିଲ୍ଲୀ ରଣଜୀ ଦଳରେ ସାମିଲ କରାଇବାରେ ସଫଳ ହୋଇଥିଲେ ଗମ୍ଭୀର । ସେହି ୨୦୧୩ ମସିହାରେ ସାଇନୀ ଦିଲ୍ଲୀ ପାଇଁ ପ୍ରଥମ ରଣଜୀ ମ୍ୟାଚ ଖେଳିଥିଲେ । ନିଜ ବୋଲିଂରେ ଅନେକ ଦକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଥିଲେ ସାଇନୀ । ପରେ ୨୦୧୭ରେ ଭାରତ ଏ ଦଳରେ ସାମିଲ ହୋଇଥିଲେ । ନିଜର ଦମଦାର ପ୍ରଦର୍ଶନ ବଳରେ ପରେ ଆଅପିଏଲ ସାମିଲ ହୋଇଥିଲେ ସାଇନୀ । ଏଥିରେ ସେ ଭାରତୀୟ ଟିମର ଦୃଷ୍ଟି ଆକର୍ଷଣ କରିଥିଲେ । ଭଲ ପ୍ରଦର୍ଶନ ଯୋଗୁଁ ୨୨ ଡିସେମ୍ବର ୨୦୧୯ରେ ସାଇନୀ କଟକର ବାରବାଟୀ ଷ୍ଟାଡିୟମରେ ଦିନିକିଆରେ ଡେବ୍ୟୁ କରିଥିଲେ ।
ଭାରତୀୟ ଟିମରେ ସାଇନୀ ସ୍ଥାନ ପାଇବା ପରେ ଗୌତମ ଗମ୍ଭୀର ଏକ ଟ୍ୱିଟ କରିଥିଲେ । ଏଥିରେ ନବଦୀପ ସାଇନୀଙ୍କୁ ଅଣଦେଖା କରିଥିବା ଡିଡିସିଏର କିଛି ସଦସ୍ୟଙ୍କୁ ତାଙ୍କ ସଫଳତା ବିଷୟରେ ଅବଗତ କରାଇଥିଲେ । ଯେଉଁ ଯୁବକ ଦିନେ ୨୫୦ ଟଙ୍କା ପାଇଁ ଭଡାରେ ଖେଳିବାକୁ ଯାଉଥିଲେ ଆଜି ସେହି ଯୁବକ ଭାରତୀୟ କ୍ରିକେଟ ଟିମର ଭବିଷ୍ୟତ ଭାବରେ ଉଭା ହୋଇଛନ୍ତି ।

from Kanak News
via <a href="https://ifttt.com/?

ପୁଣି ଆମେରିକାର ହ୍ୱାଇଟ୍ ହାଉସରେ ଚମକିଲେ ଭାରତୀୟ ବଶଂଦ୍ଭୋବ । ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହେଲେ ସାବ୍ରିନା ସିଂ

କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହୋଇଛନ୍ତି ଭାରତୀୟ ବଂଶଦ୍ଭୋବ ସାବ୍ରିନା ସିଂ । କମଲା ହାରିସ୍ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ବାଚନ କ୍ୟାମ୍ପେନିଂରେ ସାବ୍ରିନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ପୂର୍ବରୁ ସାବ୍ରିନା ଡେମୋକ୍ରାଟିକ ପାର୍ଟିର ନ୍ୟାସନାଲ କମିଟତିରେ ଡେପୁଟି ଯୋଗା ଯୋଗ ନିର୍ଦ୍ଦେଶକ ଭାବେ ଦାୟୀତ୍ୱ ତୁଲାଇଥିଲେ । ଖାଲି ଏତିକି ନୁହେଁ ସେ ଆମେରିକାନ୍ ବ୍ରିଜ୍ସ ଟ୍ରମ୍ପ୍ ୱାର ରୁମର ମୁଖପାତ୍ର ଭାବେ ବି କାର୍ଯ୍ୟ କରିଛନ୍ତି   । ଅନ୍ୟପଟେ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ହିଲାରୀ କ୍ଲିଣ୍ଟନଙ୍କ ପାଇଁ ବି ନିର୍ବାଚନ କ୍ୟାମ୍ପେନର ଆଞ୍ଚଳିକ ଯୋଗା ଯୋଗ ନିର୍ଦ୍ଦେଶକ ଭାବେ କାମ କରିଥିଲେ ।
ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ବଂଶଦ୍ଭୋବ ଭାବେ ଜୋ ବାଇଡେନଙ୍କ ଭାଷଣ ଲେଖାର ନିର୍ଦ୍ଦେଶକ ଭାବେ ବିନୟ ରେଡ୍ଡି, ରାଷ୍ଟ୍ରପତି କର୍ମଚାରୀ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଭାବେ ଗୌତମ ରାଘବନ, ଜାତୀୟ ଅର୍ଥନୈତିକ ପରିଷଦର ଉପ ନିର୍ଦ୍ଦେଶକ ଭାବେ ଭାରତ ରାମମୂର୍ତ୍ତୀ, ମଧ୍ୟ ସ୍ଥାନ ପାଇଛନ୍ତି ।
କହିରଖୁ କି ଚଳିତ ମାସ ୨୦ ତାରିଖରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ ପାର୍ଟିରୁ ବିଜୟୀ ପ୍ରାଥୀ ଜୋ ବାଇଡେନ ଶପଥ ଗ୍ରହଣ କରିବେ । ହେଲେ ଏବେ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ହରକତ ପୁରା ଆମେରିକାରେ ହଇଚଇ ସୃଷ୍ଟି କରିଛି । ଆମେରିକା ସଂସଦର ବାଚସ୍ପତି ଟ୍ରମ୍ପଙ୍କ ବହିସ୍କାର ପାଇଁ ଦାବି କରିଛନ୍ତି । ସେ ଯଦି ୨୦ ତାରିଖ ପୂର୍ବରୁ ସ୍ୱଇଚ୍ଛାରେ ପଦ ନଛାଡନ୍ତି ତାହେଲେ ତାଙ୍କ ନାମରେ ମହାଭିଯୋଗ ଆସିପାରେ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

କଟକ ଗୋପାଳପୁର ଅଂଚଳରେ ଥିବା ବାଲିଘାଟରେ ଚଢାଉ । ୭ଟି ଟ୍ରାକ୍ଟର ଜବତ ସହ ୧୧ଜଣଙ୍କୁ ଅଟକ ରଖିଲା ପୁଲିସ୍

କନକ ବ୍ୟୁରୋ: କଟକ ଗୋପାଳପୁର ଅଂଚଳରେ ବାଲିଘାଟରେ ପୋଲିସର ଚଢାଉ । ପୋଲିସର ଚଢାଉରେ ୪ଟି ଟ୍ରାକ୍ଟର ଜବତ କରାଯିବା ସହ ୧୧ଜଣଙ୍କୁ ଅଟକ ରଖାଯାଇଛି । ଏମାନଙ୍କ ମଧ୍ୟରେ ଗାଡି ମାଲିକ, ଗାଡି ଚାଳକ ଓ ବାଲି ଘାଟ ଚଲାଉଥିବା କିଛି ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି । ବାଲି ଉଠାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ପୂର୍ବରୁ ଅଭିଯୋଗ ଆସୁଥିଲା । କଟକ ସଦର ପୋଲିସର ଏକ ସ୍ୱତନ୍ତ୍ର ଟିମ ଏହି ବାଲିଘାଟ ଉପରେ ଚଢାଉ କରି ଅନିୟମିତତାର ପ୍ରମାଣ ପାଇଥିବା ନେଇ ସୂଚନା ମିଳିଛି ।

କଟକ ଗୋପାଳପୁର ଅଞ୍ଚଳରେ ଏକ ବାଲିଘାଟରେ କମିସନରେଟ ପୁଲିସର ପକ୍ଷରୁ ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ୪ଟି ଟ୍ରାକ୍ଟର ଜବତ କରାଯାଇଥିବାବେଳେ ୧୧ ଜଣଙ୍କୁ ଅଟକ ରଖିଛି ପୁଲିସ। ଉକ୍ତ ଅଟକ ବ୍ୟକ୍ତିଙ୍କ ମଧ୍ୟରେ ଗାଡ଼ିମାଲିକ, ଗାଡି ଚାଳକ ଓ ଘାଟ ଚଳାଉଥିବା କିଛି ବ୍ୟକ୍ତି ରହିଛି। ଏହି ଘାଟରେ ବାଲି ଚାଲାଣ ସମୟରେ ବ୍ୟାପକ ଅନିୟମିତତା ହୋଇଆସୁଥିବା ନେଇ ପୁର୍ବରୁ ଅଭିଯୋଗ ଆସିଥିବାବେଳେ ଆଜି କମିସନରେଟ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। କଟକ ସଦର ପୁଲିସର ଏକ ସ୍ବତନ୍ତ୍ର ଟିମ ଏହି ବାଲିଘାଟ ଉପରେ ଚଢ଼ାଉ କରି ଅନିୟମିତତାର ପ୍ରମାଣ ପାଇଥିବା ନେଇ ସୂଚନା ମିଳିଛି।

from Kanak News
via <a href="https://ifttt.com/?

ବିଜେପି ଓ ଜେଡିୟୁ ମଧ୍ୟରେ ବଢୁଛି ଦୂରତା । ନିତୀଶଙ୍କ ସାମ୍ନାରେ ଜେଡିୟୁ ନେତା କହିଲେ ବିଜେପି ଆମ ପିଠିରେ ପଛରୁ ଛୁରୀ ମାରିଲା । ସେପଟେ ବିଜେପି କହିଲା ନିତୀଶଙ୍କ ବିନା ଚାଲିବନି ସରକାର

କନକ ବ୍ୟୁରୋ : ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଚାଲିଛି କଡା ବୟାନ ବାଜି । ଏହି କ୍ରମରେ ଜେଡିୟୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସମସ୍ତ ନେତାମାନେ ଏକ ସ୍ୱରରେ କହିବା ଆରମ୍ଭ କରିଛନ୍ତି କି ଜେଡିୟୁକୁ ଏଷତ କମ୍ ସଂଖ୍ୟକ ଆସନରେ ବିଜୟ ମିଳିବା ପଛରେ ରହିଛି ବିଜେପିର ଅସହଯୋଗ ଓ ଷଡଯନ୍ତ୍ର । ଶନିବାର ଦିନ ଜେଡିୟୁର ରାଜ୍ୟପରିଷଦ ବୈଠକରେ ପରାଜିତ ହୋଇଥିବା ସମସ୍ତ ନେତା ମାନେ ବିଜେପି ଉପରେ ବର୍ଷିଛନ୍ତି । ସେମାନଙ୍କ ପରାଜୟ ପାଇଁ ବିଜେପି ଦାୟୀ ବୋଲି ମତ ଦେଇଛନ୍ତି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତୀଶ କୁମାରଙ୍କ ଉପସ୍ଥିତିରେ ପରାଜିତ ବିଧାୟକ ମାନେ କହିଥିଲେ କି ଚିରାଗ ପାଶୱାନକୁ ବିଜେପି ମୋହରା କରି ଜେଡିୟୁକୁ ଶେଷ କରିଦେବାକୁ ଯୋଜନା କରିଥିଲା । ଫଳରେ ନିର୍ବାଚନ ବେଳେ ବିଜେପି ଭୋଟର ମାନେ ଜେଡିୟୁ ପ୍ରାର୍ଥୀଙ୍କୁ ଭୋଟ ଦେଲେ ନାହିଁ, ବିଜେପି କର୍ମକର୍ତ୍ତା ମାନେ ନିର୍ବାଚନ ପ୍ରଚାରରେ ଜେଡିୟୁକୁ ସହଯୋଗ କଲେ ନାହିଁ । ଅନ୍ୟପଟେ ସୀମାଞ୍ଚଳରେ ପରାଜିତ ଜେଡିୟୁ ପ୍ରାର୍ଥୀମାନେ କହିଛନ୍ତି କି ଏନଆରସିକୁ ନେଇ ଜେଡିୟୁର ଷ୍ଟାଣ୍ଡ ସହ ବିଜେପିର ଷ୍ଟାଣ୍ଟ ସମାନ ରହିଲା ନାହିଁ । ଏହାସହ ବିଜେପିର ପୂର୍ବତନ ମନ୍ତ୍ରୀଙ୍କ ବୟାନ ଭୋଟରଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କଲା । ଯାହାର ପରିଣାମ ଜେଡିୟୁକୁ ପରାଜୟ ସ୍ୱିକାର କରିବାକୁ ବାଧ୍ୟ କଲା ।

ଏହି ରାଜ୍ୟପରିଷଦ ବୈଠକରେ ଯେତେବେଳେ ବରିଷ୍ଠ ନେତା ମାନଙ୍କ ଭାଷଣ ଦେବାର ପାଳି ଆସିଲା ସେତେବେଳେ ନିତୀଶ କୁମାର ସ୍ୱିକାର କରିଥିଲେ କି ଆସନ ବୁଝାମଣା ଠିକ୍ ସମୟରେ ହୋଇପାରିଲା ନାହିଁ । ଏହାସହ ନିତୀଶ ତାଙ୍କ ଦଳର ଖରାପ ପ୍ରଦର୍ଶନ ପାଇଁ ସୋସିଆଲ ମିଡିଆକୁ ଦାୟି କରିଛନ୍ତି । ସେ କହିଛନ୍ତି କି ମୁଁ ଜାଣିନାହିଁ କାହାର ଚାପରେ ସୋସିଆଲ ମିଡିଆ ବାରମ୍ବାର ତାଙ୍କ ସରକାର ବିରୋଧରେ ଅପପ୍ରଚାର କରୁଥିଲା । ଅନ୍ୟପଟେ ପୁଣି ସମାନ କଥାକୁ ନିତୀଶ ଦୋହରାଇ କହିଛନ୍ତି କି ଦଳର ଖରାପ ପ୍ରଦର୍ଶନ ପରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେଉନଥିଲେ । ମାତ୍ର ବିଜେପି ଓ ସହାଯୋଗୀ ଦଳମାନଙ୍କ ଚାପରେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଅନ୍ୟପଟେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆର.ପି ସିଂ କହିଛନ୍ତି କି କିଛି ଲୋକ ଜେଡିୟୁର ଭୋଟର ମାନଙ୍କୁ ବିପରିତ ଦିଗକୁ ନେଇଯିବାକୁ ସଫଳ ହୋଇଥିଲେ । ଏହା ସହ ସେ କହିଛନ୍ତି କି କରୋନା କାଳରେ ତାଙ୍କ ସରକାର ଲୋକମାନଙ୍କ ପାଇଁ ଯେତିକି କାମ କରିଛି ଭାରତ ବର୍ଷରେ ଅନ୍ୟ କୌଣସି ରାଜ୍ୟ ସରକାର ତାହା କରିପାରି ନାହାନ୍ତି । ଏହା ବ୍ୟତିତ ଜେଡିୟୁର ବରିଷ୍ଠ ନେତା ନାରାୟଣ ସିଂ କହିଛନ୍ତି କି ଜେଡିୟୁ ଏମିତି ଏକ ଦଳ ସେ ବାରମ୍ବାର ଧୋକା ଖାଇପାରେ କିନ୍ତୁ କାହାକୁ ଧୋକା ଦେବା ଦଳର ସମ୍ବିଧାନ ବାହାରେ ।

from Kanak News
via <a href="https://ifttt.com/?

ଧରାପଡିଲା ଗଂଜେଇ ଚାଲାଣକାରୀଙ୍କ କଳାକାରନାମା: ପୋଲିସ ଆଖିରେ ଧୂଳି ଦେବାକୁ ନୀଳବତି ଗାଡିରେ କରୁଥିଲେ ଚୋରା ଚାଲାଣ; ପର୍ଦ୍ଦାଫାଶ କଲା ମାଲକାନଗିରି ପୋଲିସ

କନକ ବ୍ୟୁରୋ: ଧରାପଡ଼ିଲା ଗଂଜେଇ ଚାଲାଣକାରୀଙ୍କ କଳାକାରନାମା । ଗାଡ଼ିରେ ନୀଳବତି ଲଗାଇ ପୋଲିସ ଲେଖି ଗଂଜେଇ ଚାଲାଣ କରୁଥିଲେ ଦୁର୍ବୃତ । ଗାଡ଼ିରେ ବସିଥିବା ଦୁର୍ବୃତ ମାନେ ପୋଲିସ ପୋଷାକରେ ଥିଲେ ଏବଂ ଗାଡ଼ିରେ ନକଲି ନମ୍ବର ଲଗାଇ ଗଂଜେଇ ଚାଲାଣ କରୁଥିଲେ । ଅଉ ଏଭଳି ଗଂଜେଇ ଚାଲାଣର ପର୍ଦ୍ଦାଫାଶ କରିଛି ମାଲକାନାଗିରି ଓର୍କେଲ ପୋଲିସ । ଗାଡ଼ିର ନମ୍ବର ପ୍ଲେଟ ଓଡ଼ିଶାର ଲାଗିଥିବା ଦୁର୍ବୃତ ମାନେ ବିହାର ରାଜ୍ୟର ବୋଲି ପରିଚୟ ଦେଇଥିଲେ । ହିନ୍ଦୀ ଭାଷାରେ କଥାବାର୍ତା ହେଉଥିବା ବେଳେ ଦୁର୍ବୃତଙ୍କ କଥାବାର୍ତାରେ ତାଳମେଳ ରହୁନଥିଲା ।

ଯାହାକୁ ନେଇ ପୋଲିସ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଆଉ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଇନୋଭା କାର ସହ ୧ କ୍ୱିଂଟାଲ ଗଂଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୁଲ୍ୟ ୨ଲକ୍ଷରୁ ଅଧିକା ଟଙ୍କା ହେବ । ଗଂଜେଇ ଚାଲାଣକାରୀଙ୍କ ନାଁ ହେଲା ରାଜୁ ଖରିଫା, ରାଜୀବ କୁମାର, ଆକାଶ କୁମାର । ଅଭିଯୁକ୍ତ ମାନେ ସମସ୍ତେ ବିହାରର ବୋଲି ଜଣାପଡ଼ିଛି । ସେମାନେ ଏହି ଗଂଜେଇକୁ ନାକାମାମୁଡ଼ି ଅଂଚଳରୁ ବିହାରକୁ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ ମାନେ ସୁଚନା ଦେଇଛନ୍ତି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି  ।

from Kanak News
via <a href="https://ifttt.com/?

ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯-୨୦ ପାଇଁଁ ସ୍ଥାବର-ଅସ୍ଥାବର ସମ୍ପତିର ଦେଲେ ହିସାବ । ୧କୋଟିରୁ ଅଧିକ ଟଙ୍କାର ଟର୍ମ ଡିପୋଜିଟ ସହ ରହିଛି ଅଢେଇ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା

କନକ ବ୍ୟୁରୋ : ନିଜ ସମ୍ପତିର ତାଲିକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଥିକ ବର୍ଷ ୨୦୧୯-୨୦୨୦ ଯାଏଁ ଏହି ତାଲିକା ସିଏମଓ ୱେବସାଇଟରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ସ୍ଥାବର ଓ ଅସ୍ଥାବର ସମ୍ପତିର ତାଲିକା ଏଥିରେ ରହିଛି । ତଥ୍ୟ ଅନୁସାରେ, ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ୩ଟି ବ୍ୟାଙ୍କ ଆଂକାଉଟ ରହିଛି । ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଂଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩ ପଇସା । ଏହି ବ୍ୟାଙ୍କର ଟର୍ମ ଡିପୋଜିଟ ଅଛି ଏକ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା । ଦିଲ୍ଲୀର ପାର୍ଲାମେଂଟ ହାଉସ ଏସବିଆଇ ଶାଖାରେ ଅଛି ଏକ ହଜାର ୮ଶହ ୧୮ ଟଙ୍କା ।

ଭୁବନେଶ୍ୱର ଏସବିଆଇ ଶାଖାରେ ଜମା ଅଛି ୧୦ ଲକ୍ଷ ୫୬ ହଜାର ୮ଶହ ୮୮ ଟଙ୍କା । ନିଜ ନିର୍ବାଚନମଣ୍ଡଳୀରେ ହିଞ୍ଜିଳିରେ ଷ୍ଟେଟବ୍ୟାଙ୍କ ଶାଖାରେ ଅଛି ୬ ହଜାର ୭୪୬ ଟଙ୍କା । ନିର୍ବାଚନ ଉଦ୍ଦେଶ୍ୟରେ ଏହାକୁ ୨୦୧୪ ମସିହାରେ ଖୋଲାଯାଇଥିଲା । ଏହି ଶାଖାରେ ହିଁ ଆଉ ଏକ ଆଂକାଉଟରେ ୧୩ ହଜାର ୮୧୮ ଟଙ୍କା ଅଛି । ଏହା ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିଲା । ସେହିଭଳି ବରଗଡ ଏସବିଆଇ ଶାଖାରେ ୩୭ ହଜାର ଟଙ୍କା ଅଛି । ମୁଖ୍ୟମନ୍ତ୍ରୀଙ୍କ ରହିଛଇ ପ୍ରାୟ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନାଗହଣା । ୧୯୮୦ ମସିହା ଆମ୍ବାସଡର କାରର ମୂଲ୍ୟ ପ୍ରାୟ ୮ ହଜାର ୯ଶହ ୫ଟଙ୍କା ଅଛି । ସେହିଭଳି ଦିଲ୍ଲୀ ଫରିଦବାଦରେ ଥିବା ଜମିବିକ୍ରୀ ଲାଗି ନବୀନ ଅଗ୍ରୀମ ଆଣିଛନ୍ତି ୧ କୋଟି ୨୫ ଲକ୍ଷ । ସ୍ଥାବର ସମ୍ପତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିୟାଣାରେ ଜମି ଓ କୋଠା ଅଛି । ଫରିଦାବାଦରେ ଥିବା ଜମି ଓ କୋଠାର ମୂଳ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା ବୋଲି ନବୀନ ଦର୍ଶାଇଛନ୍ତି । ଭୁବନେଶ୍ୱର ନବୀନ ନିବାସରେ ନବୀନଙ୍କ ଦସ୍ୱବ-ତୃତୀୟାଂଶ ସେୟାର ରହିଛି । ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ସମ୍ପତିରେ ନବୀନଙ୍କ ୫୦ ପ୍ରତିଶତ ସେୟାର ରହିଛି । ଏହାର ମୂଲ୍ୟ ପ୍ରାୟ ୪୩ କୋଟି, ୩୬ ଲକ୍ଷ, ୧୮ ହଜାର ଟଙ୍କା ହେବ ।

from Kanak News
via <a href="https://ifttt.com/?

ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨୦୧୯-୨୦ ପାଇଁଁ ସ୍ଥାବର-ଅସ୍ଥାବର ସମ୍ପତିର ଦେଲେ ହିସାବ

କନକ ବ୍ୟୁରୋ: ନିଜ ସମ୍ପତିର ତାଲିକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଥିକ ବର୍ଷ ୨୦୧୯-୨୦୨୦ ଯାଏଁ ଏହି ତାଲିକା ସିଏମଓ ୱେବସାଇଟରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ସ୍ଥାବର ଓ ଅସ୍ଥାବର ସମ୍ପତିର ତାଲିକା ଏଥିରେ ରହିଛି । ତଥ୍ୟ ଅନୁସାରେ, ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ୩ଟି ବ୍ୟାଙ୍କ ଆଂକାଉଟ ରହିଛି । ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଂଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩ ପଇସା । ଏହି ବ୍ୟାଙ୍କର ଟର୍ମ ଡିପୋଜିଟ ଅଛି ଏକ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା । ଦିଲ୍ଲୀର ପାର୍ଲାମେଂଟ ହାଉସ ଏସବିଆଇ ଶାଖାରେ ଅଛି ଏକ ହଜାର ୮ଶହ ୧୮ ଟଙ୍କା ।

ଭୁବନେଶ୍ୱର ଏସବିଆଇ ଶାଖାରେ ଜମା ଅଛି ୧୦ ଲକ୍ଷ ୫୬ ହଜାର ୮ଶହ ୮୮ ଟଙ୍କା । ନିଜ ନିର୍ବାଚନମଣ୍ଡଳୀରେ ହିଞ୍ଜିଳିରେ ଷ୍ଟେଟବ୍ୟାଙ୍କ ଶାଖାରେ ଅଛି ୬ ହଜାର ୭୪୬ ଟଙ୍କା । ନିର୍ବାଚନ ଉଦ୍ଦେଶ୍ୟରେ ଏହାକୁ ୨୦୧୪ ମସିହାରେ ଖୋଲାଯାଇଥିଲା । ଏହି ଶାଖାରେ ହିଁ ଆଉ ଏକ ଆଂକାଉଟରେ ୧୩ ହଜାର ୮୧୮ ଟଙ୍କା ଅଛି । ଏହା ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିଲା । ସେହିଭଳି ବରଗଡ ଏସବିଆଇ ଶାଖାରେ ୩୭ ହଜାର ଟଙ୍କା ଅଛି । ମୁଖ୍ୟମନ୍ତ୍ରୀଙ୍କ ରହିଛଇ ପ୍ରାୟ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନାଗହଣା । ୧୯୮୦ ମସିହା ଆମ୍ବାସଡର କାରର ମୂଲ୍ୟ ପ୍ରାୟ ୮ ହଜାର ୯ଶହ ୫ଟଙ୍କା ଅଛି । ସେହିଭଳି ଦିଲ୍ଲୀ ଫରିଦବାଦରେ ଥିବା ଜମିବିକ୍ରୀ ଲାଗି ନବୀନ ଅଗ୍ରୀମ ଆଣିଛନ୍ତି ୧ କୋଟି ୨୫ ଲକ୍ଷ ।

ସ୍ଥାବର ସମ୍ପତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିୟାଣାରେ ଜମି ଓ କୋଠା ଅଛି । ଫରିଦାବାଦରେ ଥିବା ଜମି ଓ କୋଠାର ମୂଳ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା ବୋଲି ନବୀନ ଦର୍ଶାଇଛନ୍ତି । ଭୁବନେଶ୍ୱର ନବୀନ ନିବାସରେ ନବୀନଙ୍କ ଦସ୍ୱବ-ତୃତୀୟାଂଶ ସେୟାର ରହିଛି । ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ସମ୍ପତିରେ ନବୀନଙ୍କ ୫୦ ପ୍ରତିଶତ ସେୟାର ରହିଛି । ଏହାର ମୂଲ୍ୟ ପ୍ରାୟ ୪୩ କୋଟି, ୩୬ ଲକ୍ଷ, ୧୮ ହଜାର ଟଙ୍କା ହେବ ।

from Kanak News
via <a href="https://ifttt.com/?

କେନ୍ଦ୍ରାପଡ଼ା ସା˚ସଦଙ୍କ ଏ କି ଦଶା ! ଶିଳାନ୍ୟାସ ହେଲା…ଦୁଇ ଜଣ ମନ୍ତ୍ରୀ, ବାହାର ଜିଲ୍ଲାର ବିଧାୟକଙ୍କ ନାଁ ରହିଲା: ହେଲେ ନିଜ ନିର୍ବାଚନମଣ୍ତଳୀର ଫଳକରେ ରହିଲା ନାହିଁ ଅନୁଭବଙ୍କ ନାଁ

କନକ ବ୍ୟୁରୋ: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶିଳାନ୍ୟାସ ହେଲା। ଦୁଇ ଜଣ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ବାହାର ଜିଲ୍ଲାର ତିନି ବିଧାୟକଙ୍କ ନାଁ ସେଥିରେ ରହିଲା। ଅଥଚ ସା˚ସଦ ଅନୁଭବ ମହାନ୍ତିଙ୍କ ନାଁ ଫଳକରେ ରହିଲା ନାହିଁ। ପଟ୍ଟାମୁଣ୍ତାଇ ପୌରପାଳିକା ଅନ୍ତର୍ଗତ କଷଣଅଣ୍ଟାରେ ଶୁକ୍ରବାର ମିନି ଷ୍ଟାଡିୟମର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଏଭଳି ଘଟଣା ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି। କୌତୂହଳର କଥା ହେଉଛି, ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥାଇ ବି ଯାଜପୁରର କୋରେଇ ବିଧାୟକ ଅଶୋକ ବଳ, ଜଗତସି˚ହପୁର ଜିଲ୍ଲା ପାରାଦୀପର ବିଧାୟକ ସମ୍ବିତ୍ ରାଉତରାୟଙ୍କ ନାଁ ଫଳକରେ ରହିଲା। ପାରିବାରିକ ବିବାଦରେ ଫସିବା ପରଠୁ ଦଳ ଯେ ଅନୁଭବଙ୍କୁ ଏକପ୍ରକାର କୋଣଠେସା କରିଦେଇଛି, ଏ ବାର୍ତ୍ତା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।

ସା˚ସଦ ଅନୁଭବ ଏଭଳି ହତାଦାର୍ର ଶିକାର ହେବା ଘଟଣା କିଛି ନୂଆ ନୁହେଁ। ଗତ ଡିସେମ୍ବର ୨୦ତାରିଖରେ ମହାକାଳପଡ଼ା ଆଖଡ଼ାଶାଳିରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପକୁ ଯେତେବେଳେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ ପାଣ୍ତିଆନ୍, ପରିବହନ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର ପ୍ରମୁଖ ଅନୁଧୢାନ କରିବାକୁ ଆସିଲେ, ସେତେବେଳେ ସା˚ସଦଙ୍କ ଦେଖା ଦର୍ଶନ ମିଳିନଥିଲା। ଶିଳ୍ପଶୂନ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ବଡ଼ ପ୍ରକଳ୍ପ ଅନୁଧୢାନ କାର୍ଯ୍ୟରେ ସା˚ସଦଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି। ମାତ୍ର, ଡିସେମ୍ବର ୨୬ ତାରିଖରେ ଏ ଚର୍ଚ୍ଚା ଆହୁରି ଜୋର୍ ଧରିଥିଲା, ଯେତେବେଳେ ଜିଲ୍ଲାର ପାଞ୍ଚଟି ନିର୍ବାଚନ ମଣ୍ତଳୀରୁ କେନ୍ଦ୍ରାପଡ଼ାକୁ ଛାଡ଼ି ବାକି ଚାରି ବିଧାନସଭା କ୍ଷେତ୍ରରେ ପାଳିତ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସା˚ସଦଙ୍କୁ ସ˚ପୂର୍ଣ୍ଣ ଉପେକ୍ଷା କରି ଦିଆଯାଇଥିଲା। ନା ସଭାସ୍ଥଳରେ ତାଙ୍କ ଫଟୋ ଲାଗିଥିଲା ନା ଛକ ଛକରେ ଲାଗିଥିବା ପୋଷ୍ଟର୍, ବ୍ୟାନର୍, ଗେଟ୍ରେ ସା˚ସଦଙ୍କ ମୁହଁ ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡ଼ା ସହରରେ ତ ହତଗଣତି କେତୋଟି ବ୍ୟାନର୍ ଓ ସଭାସ୍ଥଳକୁ ଛାଡ଼ି ଦେଲେ ବିଧାୟକ ଶଶୀଭୂଷଣ ବେହେରାଙ୍କର ସହର ସାରା ଯେଉଁ ଗେଟ୍ ଲାଗିଥିଲା, ସେଥିରେ ତାଙ୍କ ଫଟୋ ନ ଥିଲା। ଏମିତିକି ଦଳର ସା˚ଗଠନିକ ଦାୟିତ୍ବରେ ଥିବା ପଦାଧିକାରୀ ମାନେ ବି ନୂତନବର୍ଷ ଶୁଭେଚ୍ଛା ହୋଡି˚ରେ ଅନୁଭବଙ୍କ ଫଟୋ ରଖିବାକୁ ଉଚିତ୍ ମଣି ନଥିଲେ।

ସା˚ସଦଙ୍କୁ ଏଭଳି ଉପେକ୍ଷା କରାଯିବାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ପଟ୍ଟାମୁଣ୍ତାଇ କଷଣଅଣ୍ଟାରେ ହୋଇଥିବା ମିନି ଷ୍ଟାଡିୟମ୍ ଶିଳାନ୍ୟାସ ଫଳକରେ ତାଙ୍କ ନାଁ ଗାଏବ୍ ପରେ ଆଉ ବୁଝିବାକୁ ବାକି ନାହିଁ ଯେ ଦଳ ଆଉ ସରକାରରେ ତାଙ୍କର ଗୁରୁତ୍ବ ନାହିଁ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କ ଦ୍ବାରା ଉନ୍ମୋଚିତ ଏହି ଶିଳାନ୍ୟାସ ଫଳକରେ ଜଳସ˚ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସମେତ କୋରେଇ ବିଧାୟକ ଅଶୋକ କୁମାର ବଳ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏବ˚ ପଟ୍ଟାମୁଣ୍ତାଇ ପୌର ନିର୍ବାହୀ ଅଧିକାରୀ ସ˚ପଦ କୁମାର ସ୍ବାଇଁଙ୍କ ନାଁ ରହିଛି। ବଡ଼କଥା ହେଉଛି, ଏହି କାର୍ଯ୍ୟକ୍ରମରେ ଦୁଇ ବିଧାୟକ ଶ୍ରୀ ବଳ ଆଉ ଶ୍ରୀ ରାଉତରାୟ ଉପସ୍ଥିତ ନ ଥାଇ ବି ସେମାନଙ୍କ ନାଁ ଫଳକରେ ବଡ଼ ବଡ଼ ଅକ୍ଷରରେ ଶୋଭା ପାଇଲା। ହେଲେ ନିଜ ନିର୍ବାଚନମଣ୍ତଳୀରେ ପ୍ରକଳ୍ପ ଶିଳାନ୍ୟାସ ସତ୍ତ୍ବେ ସା˚ସଦଙ୍କ ନାଁ ଫଳକରେ ସ୍ଥାନ ପାଇଲା ନାହିଁ। ଲଗାତର ଭାବେ ଗତ କିଛି ମାସ ହେବ ଅନୁଭବ ଏଭଳି ହତାଦରର ଶିକାର ହେଇ ଆସୁଥିବାରୁ କେନ୍ଦ୍ରାପଡ଼ା ରାଜନୀତିରେ ଏବେ ସା˚ସଦଙ୍କ ସ୍ଥିତି ଆଉ ପ୍ରତିଷ୍ଠା ଉପରେ ବିରାଟ ପ୍ରଶ୍ନଚିହ୍ନ ଲାଗି ଯାଇଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started