ଭୁବନେଶ୍ବରରୁ ପୁନେକୁ ଉଡ଼ିବ ବିମାନ: ଏୟାର ଏସିଆକୁ ସରକାରଙ୍କ ଅନୁକମ୍ପା; ପ୍ରତି ଉଡ଼ାଣ ପିଛା ଦେବେ ୫୦ ହଜାର, ଫାଇଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କନକ ବ୍ୟୁରୋ: ଖୁବଶୀଘ୍ର ଭୁବନେଶ୍ବରରୁ ପୁନେକୁ ବିମାନସେବା ଆରମ୍ଭ କରିବ ଏୟାର ଏସିଆ। କୋଲକାତାରୁ ଭୁବନେଶ୍ବର ଦେଇ ବିମାନ ଯିବ ପୁନେ। ସରକାର ପ୍ରତି ଉଡ଼ାଣ ପିଛା ଏଟିଏଫ୍ ଉପରେ ଭାଟ୍ କର ବାବଦରେ କମ୍ପାନିକୁ ୫୦ ହଜାର ଟଙ୍କା ଛାଡ଼ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆନ୍ତଃରାଜ୍ୟ ବିମାନ ଚଳାଚଳରେ ସରକାରଙ୍କର ଏପରି ଅଜବ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି। ରାଜ୍ୟରୁ ଦୈନିକ ୨୭ଟି ବିମାନ ବିଭିନ୍ନ ରାଜ୍ୟକୁ ଚଳାଚଳ କରୁଥିଲା ବେଳେ ଏହି ନିର୍ଦ୍ଦିଷ୍ଟ କମ୍ପାନି ପ୍ରତି କାହିଁକି ଅନୁକମ୍ପା ଦେଖାଇଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ମିଳିଥିବା ସୂଚନା ଅନୁଯାୟୀ, କୋଲକାତାରୁ ଭୁବନେଶ୍ବର ବିମାନବନ୍ଦର ଦେଇ ପୁନେକୁ ଉଡ଼ାଣ ସେବା ଯୋଗାଇବାକୁ ଏୟାର ଏସିଆ (ଇଣ୍ଡିଆ) ଲିମିଟେଡ଼୍ ପ୍ରସ୍ତାବ ଦେଇଥିଲା। ଏଥିପାଇଁ କମ୍ପାନି କିଛି ସର୍ତ୍ତ ରଖିଥିଲା। ଏଟିଏଫ୍ ଉପରେ ଭାଟ୍ ଛାଡ଼, ଅବତରଣ ଓ ପାର୍କିଂ ବାବଦରେ ପ୍ରତି ରାଉଣ୍ଡ୍ ଅପ୍ ଉଡ଼ାଣ ପିଛା ୧ ଲକ୍ଷ ୨୬ ହଜାର ୭୨୯ ଟଙ୍କା ଲେଖାଏଁ ବର୍ଷକ ପାଇଁ ଛାଡ଼ କରିବାକୁ ପ୍ରସ୍ତାବ ଦେଇଥିଲା। କମ୍ପାନିର ଏହି ପ୍ରସ୍ତାବ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ତର୍ଜମା କରି ଏସବୁ ବାବଦରେ ୫୦ ହଜାର ଟଙ୍କା ଛାଡ଼ କରିବାକୁ ନିଷ୍ପତ୍ତି ନେଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଫାଇଲ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ବିଭାଗର ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏହି ରିହାତି କମ୍ପାନିକୁ ପ୍ରଥମ ୩ ମାସ ପାଇଁ ଦେବାକୁ ନିଷ୍ପତ୍ତି ହୋଇଛି।

ସରକାରଙ୍କ ଏହି ରହସ୍ୟମୟ ନିଷ୍ପତ୍ତି ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୂର୍ବରୁ ଆନ୍ତର୍ଜାତିକ ବିମାନସେବା ଆରମ୍ଭ କରିବାକୁ ଏୟାର ଏସିଆକୁ ସରକାର ଏପରି ଆର୍ଥିକ ପ୍ରୋତ୍ସାହନ ଦେଇଥିଲେ। କିନ୍ତୁ ଆନ୍ତଃରାଜ୍ୟ ବିମାନ ଚଳାଚଳ ପାଇଁ ଏପରି ପ୍ରୋତ୍ସାହନ ପ୍ରଥମ ଘଟଣା। ଭୁବନେଶ୍ବର ବିମାନବନ୍ଦରରୁ ୮ରୁ ୧୦ଟି ରାଜ୍ୟକୁ ଦୈନିକ ୨୭ଟି ବିମାନ ଚଳାଚଳ କରୁଛି। ଆବଶ୍ୟକ ସଂଖ୍ୟକ ଯାତ୍ରୀ ନ ହେଉଥିଲେ ବି ଅନ୍ୟ କମ୍ପାନିମାନେ ସେମାନଙ୍କ ସେବା ଜାରି ରଖିଛନ୍ତି। ଏୟାର ଏସିଆ ମଧ୍ୟ ଭୁବନେଶ୍ବରରୁ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନସେବା ଯୋଗାଉଛି। ଅନ୍ୟ କୌଣସି କମ୍ପାନିକୁ ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଉ ନାହାନ୍ତି। କିନ୍ତୁ ଏୟାର ଏସିଆର ପୁନେକୁ ବିମାନସେବା ପାଇଁ ସରକାର କାହିଁକି ଏପରି ଅନୁକମ୍ପା ଦେଖାଇଲେ ତାହା ବୁଝାପଡ଼ୁନି। ଏହି ତରିକାରେ ଯଦି ଅନ୍ୟ ଘରୋଇ କମ୍ପାନି ଆଗାମୀ ଦିନରେ ସମାନ ଦାବି କରନ୍ତି, ତା’ହେଲେ ସରକାର ସେମାନଙ୍କ ପାଇଁ ଏପରି ଉଦାରତା ଦେଖାଇବେ ତ?

from Kanak News
via <a href="https://ifttt.com/?

ଦୁର୍ନୀତି ବିରୋଧରେ ଯୋଗୀ ସରକାରଙ୍କ ବଡ ଅଭିଯାନ: ବେଆଇନ ଭାବେ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ପଦୋବନ୍ନତି; ଅଫିସରରୁ ହେଲେ ଚପରାଶି ଓ ଚୌକିଦାର

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଯୋଗୀ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ବେଆଇନ୍ ଭାବେ ପଦନ୍ନୋତି ପାଇଥିବା ୪ଜଣ ଅଧିକାରୀଙ୍କୁ ଡ଼ିମୋସନ କରିଛନ୍ତି ଯୋଗୀ ସରକାର । ସୂଚନା ବିଭାଗର ୪ଜଣ ଅତିରିକ୍ତ ଜିଲ୍ଲା  ସୂଚନା ଅଧିକାରୀଙ୍କୁ ଡ଼ିମୋସନ କରାଯାଇଛି ।

ପଦନ୍ନୋତି ପାଇଁ ୪ଜଣ ଅଧିକାରୀଙ୍କୁ ଡ଼ିମୋସନ କରାଯାଇ ଚପରାସୀ, ଚୌକିଦାର, ଅପରେଟର ଏବଂ ସହୟକ ଭାବେ ନିଯୁକ୍ତ କରାଯାଇ ତାଙ୍କୁ ମୂଳ ପଦବୀକୁ ଫେରାଇ ଦିଆଯାଇଛି । ପଦନ୍ନୋତି ପାଇଥିବା ୪ଜଣ  ଅଧିକାରୀ ହେଲେ ନରସିଂହ, ଦୟାଶଙ୍କର, ବିନୋଦ କୁମାର ଶର୍ମା ଏବଂ ଅନିଲ କୁମାର ସିଂ । ନରସିଂହକୁ ଚପରାସି ଭାବେ, ଦୟାଶଙ୍କରଙ୍କୁ ଚୌକିଦାର ଭାବେ, ବିନୋଦ କୁମାର ଶର୍ମା, ଅନିଲ କୁମାର ସିଂଙ୍କୁ ସିନେମା ଏବଂ ପ୍ରଚାର ସହାୟକ କରାଯାଇଛି ।

from Kanak News
via <a href="https://ifttt.com/?

ଅନ୍ଧାରରେ ପାକିସ୍ତାନ ! ପାୱାରଗ୍ରୀଡ ଫେଲ ହେବାରୁ ଇସଲାମାବାଦ-ଲାହୋର ସମେତ ସାରାଦେଶରେ ବ୍ଲାକଆଉଟ: ଏବେବି ଅଧାଦେଶରେ ବିଜୁଳି ଗାଏବ

କନକ ବ୍ୟୁରୋ: ଅନ୍ଧାରରେ ପାକିସ୍ତାନ । ପାୱାରଗ୍ରୀଡ ଫେଲ ହେବାରୁ ରାଜଧାନୀ ଇସଲାମାବାଦ ଠାରୁ ଆରମ୍ଭ କରି ଲାହୋର ସମେତ ସାରାଦେଶରେ ବ୍ଲାକଆଉଟ ହୋଇଯାଇଥିଲା । ଏବେ ବି ଅଧାଦେଶରେ ବିଜୁଳି ଗାଏବ ରହିଛି । ଶନିବାର ବିଳମ୍ବିତ ରାତିରେ ପାୱାର ବ୍ଲାକଆଉଟ ଯୋଗୁଁ ଅନ୍ଧାରରେ ବୁଡିଯାଇଥିଲା ପାକିସ୍ତାନ । ଡନ୍ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପାକିସ୍ତାନର ଇସଲାମାବାଦ, କରାଚୀ, ଲାହୋର, ପେଶାୱର, ମୁଲତାନ ଓ ରାୱଲପିଣ୍ଡି ସମେତ ଅନେକ ସହରରେ ପାୱାର ବ୍ଲାକଆଉଟ ହୋଇଯାଇଥିଲା ।

ସୋଶିଆଲ ମିଡିଆରେ ପ୍ରଥମେ ବ୍ଲାକଆଉଟ ଟ୍ରେଣ୍ଡ କରିବା ପରେ ଏପରି ଖବର ସାମ୍ନାକୁ ଆସିଥିଲା । ଏହାରି ଭିତରେ ପାକିସ୍ତାନ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏନେଇ ଟ୍ୱିଟ କରାଯାଇଥିଲା । ପାୱାର ଟ୍ରାନ୍ସମିସନର ଫ୍ରିକ୍ୱେନ୍ସି ହଠାତ୍ ୫୦ରୁ ୦ରେ ପହଂଚିଯିବାରୁ ଏପରି ବ୍ଲାକଆଉଟ ହୋଇଯାଇଥିବା ସୂଚନା ଦିଆଯାଇଥିଲା । ଏହାପରେ ପାକିସ୍ତାନ ସୂଚନା ମନ୍ତ୍ରୀ ମଧ୍ୟ ଟ୍ୱିଟ କରି କହିଥିଲେ ଯେ ଏନଟିଡିସି ସିଷ୍ଟମରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଛି ଏବଂ ଏହାର ମରାମତି ହେଉଛି ।

from Kanak News
via <a href="https://ifttt.com/?

ପୁଣି ଲଦାଖରେ ଉତେଜନା । ଭାରତର ସୀମାରେ ଚୀନ ସୈନିକଙ୍କ ଅନୁପ୍ରବେଶ, ଗିରଫ କଲା ଭାରତୀୟ ସେନା… ତୁରନ୍ତ ଛାଡିବାକୁ ବେଜିଂର ଦାବି 

କନକ ବ୍ୟୁରୋ: ଭାରତ ଚୀନ ଲଦାଖ ସୀମାରେ ଉତେଜନା । ଭାରତୀୟ ସୀମାକୁ ପ୍ରବେଶ କରିଥିବା ଚୀନ୍ ସୈନିକଙ୍କ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛି ଚୀନ୍ । ଚୀନ୍ ସୈନିକର ଅନୁପ୍ରବେଶ ପରେ ହଟଲାଇନ ଜରିଆରେ ଚୀନ୍ ସେନାକୁ ଏନେଇ ଅବଗତ କରିଥିଲା ଭାରତୀୟ ସେନା ।
ସେନା ଦେଇଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ପୂର୍ବ ଲଦାଖ ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିବା ଜଣେ ଚୀନ ସୈନିକଙ୍କୁ ଅଟକ ରଖିଛି ଭାରତୀୟ ସେନା । ତେବେ ପିଏଲଲ ସୈନିକ ଜଣକ ବାଟ ଭୁଲିଯାଇ କିମ୍ବା ଉଦ୍ଦେଶ୍ୟ ମୂଳକ ଭାବେ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅଟକ ଚୀନ ସେନାକୁ ଜେରା କରୁଛି ଭାରତୀୟ ସେନା । ତେବେ ଭାରତୀୟ ସେନା କହିଛି ପ୍ରକୃତରେ କେଉଁ ପରିସ୍ଥିତିରେ ଚୀନ ଆର୍ମି ସୈନିକ ଭାରତ ସୀମାରେ ଅନୁପ୍ରବେଶ କରିଥିଲେ ସେ ଏନେଇ ତଦନ୍ତ କରାଯିବ । ପଚରା ଉଚରା ପରେ ଚୀନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇପାରେ । ସୁଚନା ଅନୁସାରେ ଜାନୁଆରୀ ୮ତାରିଖରେ ଏଲଏଏସିର ଭାରତୀୟ ସୀମା ଭିତରକୁ ଚୀନର ଜଣେ ସେନା ପଶିଆସିଥିଲା । ସେଠାରେ ମୁତୟନ ଥିବା ଭାରତୀୟ ସେନା ତାକୁ ଅଟକ ରଖିଛନ୍ତି । ଗତ ବର୍ଷ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଉତେଜନା ପରେ ସ୍ଥାନୀୟ ଅଂଚଳରେ ଉଭୟ ରାଷ୍ଟ୍ରର ସେନା ମୁତୟନ ହୋଇଛନ୍ତି । ଗତ ଅକ୍ଟୋବର ମାସରେ ଚୀନର କର୍ପୋରାଲ ୟାଙ୍ଗ ୟା ଲଙ୍ଗ  ଭାରତୀୟ ସୀମାରେ ଭୁଲବଶତଃ ଅନୁପ୍ରବେଶ କରିଥିଲେ ପରେ ତାଙ୍କୁ ଛାଡି ଦେଇଥିଲା ଭାରତ ।

from Kanak News
via <a href="https://ifttt.com/?

ଗଜପତିରେ ଗତ ୨ ଦିନରେ ୨୬ ଶିକ୍ଷକ କରୋନା ପଜିଟିଭ: ସୂଚନା ଦେଲେ ସିଡିଏମଓ ପ୍ରଦୀପ ପାତ୍ର; ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ହୋଇଥିଲା ନମୂନା ପରୀକ୍ଷା

କନକ ବ୍ୟୁରୋ: ଗଜପତି ଜିଲ୍ଲାରେ ୨ ଦିନ ମଧ୍ୟରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶନିବାର ଆଉ ୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା କହିଛନ୍ତି, ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର । ସେମାନଙ୍କ ମଧ୍ୟରୁ ୨୬ ଜଣ ଶିକ୍ଷକ ପଜିଟିଭ୍ ଥିବା ଜଣାପଡିଛି । ଅନ୍ୟପଟେ ୨ ଜଣ ଛାତ୍ର କରୋନା ସଂକ୍ରମିତ ଥିବା ସୂଚନା ଦେଇଛନ୍ତି ସିଡିଏମଓ । ସ୍ୱଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ କୋଭିଡ୍ କେୟାର ସେଂଟରରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ହୋମ୍ ଆଇସୋଲେସନ୍ରେ ରଖାଯାଇଛି ଏବଂ ଏସବୁ ଅଂଚଳକୁ କଂଟେନ୍ମେଂଟ ଜୋନ୍ ଭାବେ ଘୋଷଣା କରିଛନ୍ତି ତହସିଲ ।

ରାଜ୍ୟ ସରକାର ଘୋଷଣା କରିଥିବା ଏସଓପି ଅନୁସାରେ ଏହି ଶିକ୍ଷକମାନେ ଚିକିତ୍ସିତ ହେଉଛନ୍ତି । ସେମାନେ ଭୂତାଣୁ ମୁକ୍ତ ହେବା ପରେ ସ୍କୁଲକୁ ଯିବେ ବୋଲି ସୂଚନା ଦେଇଛନ୍ତି ଗଜପତି ସିଡିଏମଓ । ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ତେବେ କରୋନାର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବାରୁ ଶିକ୍ଷକମାନଙ୍କର ବିଶେଷ ଲକ୍ଷଣ ପ୍ରକାଶ ପାଉ ନଥିଲା । ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

from Kanak News
via <a href="https://ifttt.com/?

କୋହଳ ହୋଇପାରେ କାଳିଆ ଦର୍ଶନ କଟକଣା: ଦର୍ଶନ ବ୍ୟବସ୍ଥାର ସମୀକ୍ଷା ପରେ ଉଠିପାରେ କୋଭିଡ ନେଗେଟିଭ ବ୍ୟବସ୍ଥା

କନକ ବ୍ୟୁରୋ: କୋହଳ ହୋଇପାରେ କାଳିଆ ଦର୍ଶନ କଟକଣା । ଉଠିପାରେ କୋଭିଡ଼ ନେଗେଟିଭ୍ ରିପୋର୍ଟ ବ୍ୟବସ୍ଥା । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଲୋଚନା ହୋଇପାରେ । ଦର୍ଶନ ବ୍ୟବସ୍ଥା ସଂପର୍କରେ ପୁଂଖାନୁପୁଂଖ ଆଲୋଚନା ହେବାର ରହିଛି । ସପ୍ତାହେ ଧରି ଚାଲିଥିବା ଦର୍ଶନ ବ୍ୟବସ୍ଥାର ସମିକ୍ଷା କରାଯିବ । ବିଶେଷ କରି ସାଧାରଣ ଭକ୍ତି କିଭଳି ସୁବିଧାରେ ଦର୍ଶନ ପାଇ ପାରିବେ ତାହା ଏହି ବୈଠକରେ ଫୋକସରେ ରହିବ ।

କୋଭିଡ଼ ରିପୋର୍ଟ ପାଇଁ ଅର୍ଥ ଯୋଗାଡ଼ କରିପାରୁନଥିବା ଭକ୍ତ ଯେଭଳି ସୁବିଧା ଦର୍ଶନ କରି ଫେରିବେ, ତାହା ଉପରେ ପୁଂଖାନୁପୁଂଖ ଆଲୋଚନା ହେବ । ଦୀର୍ଘ ୯ ମାସ ପରେ ଡ଼ିସେମ୍ବର ୨୩ ତାରିଖରୁ ଶ୍ରମନ୍ଦିର ଖୋଲିଛି । କରୋନା କଟକଣା ଭିତିରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁା କୋଭିଡ଼ ରିପୋର୍ଟର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ଠିଆ କରିଛି । ଦର୍ଶନ ପାଇଁ ଲାଗିଥିବା ବ୍ୟାରିକେଟ ଅପେକ୍ଷା ବାହାରେ ପ୍ରବଳ ଭିଡ଼ ହେଉଛି ।

ପୂର୍ବ ନିଷ୍ପତ୍ତି ମୁତାବକ ସପ୍ତାହକର ଦର୍ଶନ ବ୍ୟବସ୍ଥା ଦେଖିବା ପରେ ଆଜି ମଧ୍ୟାହ୍ନରେ ଏହାର ସମୀକ୍ଷା ପାଇଁ ବୈଠକ ଡକାଯାଇଛି। ମୁଖ୍ୟ ପ୍ରଶାସକଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରିବ। ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀ, ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ବି ବୈଠକରେ ଯୋଗଦେବେ। ଦର୍ଶନ ବ୍ୟବସ୍ଥା କେମିତି ଥିଲା, ଆଉ କ’ଣ ପରିବର୍ତ୍ତନ ଅଣାଯାଇ ପାରିବ, ସେ ଉପରେ ମତ ସଂଗ୍ରହ କରାଯିବ। କୋଭିଡ୍‌ ରିପୋର୍ଟ କଟକଣାକୁ ନେଇ ବିରୋଧାଭାଷ ଥିବାବେଳେ ଏହାକୁ ହଟାଇବାକୁ ଯୋଜନା କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

from Kanak News
via <a href="https://ifttt.com/?

ଦିଲ୍ଲୀ ଦରବାରରେ ଦୁଲୁକିବ ‘ବଜାଶାଲ’: ଢୋଲ, ନିଶାନ, ତାସାରେ ଝୁମିବ ରାଜପଥ; ଜାନୁଆରି ୨୬ ପାରେଡରେ ବିଶ୍ୱ ଦେଖିବ କଳାହାଣ୍ଡିର ଲୋକନୃତ୍ୟ

କନକ ବ୍ୟୁରୋ: କଳାହାଣ୍ଡିର ଲୋକ ନୃତ୍ୟ ବଜାଶାଲରେ ଦୁଲୁକିବ ଦିଲ୍ଲୀ ଦରବାର । ଢୋଲ, ନିଶାନ, ତାସାର ମଧୁର ଧ୍ୱନିର ମୋହିତ ହେବ ରାଜପଥ । ଜାନୁଆରୀ ୨୬ରେ ଦିଲ୍ଲୀରୁ ସାରା ବିଶ୍ୱ ଦେଖିବ ବଜାଶାଲ ନାଚ ଓ ଗୀତର ଆସର । ଏଥିପାଇଁ କଳାହାଣ୍ଡିରୁ ଦିଲ୍ଲୀ ଯାଇଥିବା କଳାକାର ଜୋରଦାର କରିଛନ୍ତି ସେମାନଙ୍କ ପ୍ରସ୍ତୁତି ।

କଳାହାଣ୍ଡିର ଲୋକନୃତ୍ୟ ଦୁଲୁକିବ ଦିଲ୍ଲୀ ଦରବାର । ଜାନୁଆରୀ ୨୬ରେ ଦିଲ୍ଲୀ ଦାଣ୍ଡରୁ ସାରା ବିଶ୍ୱ ଦେଖିବ ବଜାଶାଲ ନାଚ ଓ ଗୀତର ସ୍ୱତନ୍ତ୍ରତା । ଆଉ ଗର୍ବରେ ଫୁଲି ଉଠିବ ସବୁ ଓଡିଆଙ୍କ ଛାତି । ତେବେ ନୃତ୍ୟ ପରିବେଶଣର ୧୭ ଦିନ ପୂର୍ବରୁ ଦିଲ୍ଲୀ ଦୁଲୁକୁଛି ବଜାଶାଲ ନୃତ୍ୟରେ । ଚାଲିଛି ଜୋରସୋର ରିହରର୍ସଲ । ଢୋଲ. ନିସାନ, ତାସାର ତାଳେ ତାଳେ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି କଳାହାଣ୍ଡିରୁ ଦିଲ୍ଲୀ ଯାଇଥିବା ନୃତ୍ୟଶିଳ୍ପୀ । ଘଂଟା ଘଂଟା ଧରି ପ୍ରସ୍ତୁତି କରୁଥିବା ଏହି ନୃତ୍ୟଶିଳ୍ପୀମାନେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଓଡିଶାକୁ ଗୌରବାନ୍ୱିତ କରିବେ ।

ଅନ୍ୟବର୍ଷରେ ୧୫୦ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରୁଥିବା ବେଳେ ଚଳିତବର୍ଷ ଉତ୍ସାହ, ଉଦ୍ଦିପନା ଭିତରେ ୮୦ ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ । କରୋନା କଟକଣା କାରଣରୁ ନୃତ୍ୟଶିଳ୍ପୀଙ୍କ ସଂଖ୍ୟା କମାଇଦିଆଯାଇଛି । ନୃତ୍ୟ ଗୀତର ଶୈଳି, ପୋଷାକ, ଶୃଙ୍ଖଳା, ସ୍ୱତନ୍ତ୍ରତା ଦେଖି ନୃତ୍ୟଶିଳ୍ପୀମାନଙ୍କୁ ମନୋନିତ କରାଯାଇଛି । ଓଡିଶାର ୭ଟି ଜୋନର ୨୭ଟି ନୃତ୍ୟ ମଧ୍ୟରୁ କଳାହାଣ୍ଡିର ବଜାଶାଲ ନୃତ୍ୟ ମନୋନିତ ହୋଇଛି । ସାଧାରଣ ଭାବେ ନୃତ୍ୟଶିଳ୍ପୀ ମନୋନିତ ପ୍ରକ୍ରିୟା ଅତି କଠିନ ହୋଇଥାଏ, ବିଭିନ୍ନ ପର୍ଯ୍ୟାୟ ଦେଇ ଶିଳ୍ପୀମାନେ ଗତି କରିଥାନ୍ତି । ଶେଷ ମନୋନିତ ପ୍ରକ୍ରିୟା କୋଲକାତାରେ ଅନୁଷ୍ଠିତ ହୋଇଥାଏ ।

from Kanak News
via <a href="https://ifttt.com/?

ପରମାଣୁ ଗବେଷଣାରେ ଗାଉଁଲି ପୁଅ: ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟରରେ ଓଡିଆ ପୁଅ; ଓଡିଶା ପାଇଁ ଗୌରବ ଆଣିଲେ ଯୁବ ବୈଜ୍ଞାନିକ କୃଷ୍ଣଚନ୍ଦ୍ର ଦାସ

କନକ ବ୍ୟୁରୋ: ସୁନ୍ଦରଗଡର ଗୌରବ କୃଷ୍ଣଚନ୍ଦ୍ର ଦାସ । ପିଲାଟି ଦିନରୁ ଅନେକ ସଂଘଷ ର୍ କରିଛନ୍ତି କୃଷ୍ଣଚନ୍ଦ୍ର । ଅନେର ଅଭାବ ଅସୁବିଧା ମଧ୍ୟରେ ପାଠପଢି ଏହି ସଫଳତା ହାସଲ କରିଛନ୍ତି ସେ । ବତର୍୍ମାନ ସେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ ସାଇଣ୍ଟିଷ୍ଟ ଚାକିରି ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଅନେର ଖେଳାଳି ହକି ଖେଳରେ ଦେଶବିଦେଶରେ ନାଁ କମାଇଥିବା ବେଳେ କୃଷ୍ଣଚନ୍ଦ୍ର ଏହ ିଚାରିରୀ ପାଇଁ ଗୌରବ ଆଣିଛନ୍ତି ।

ତାଙ୍କର ପାଠପଢା ସମୟ ୍ରୁବ ସଂଘର୍ଷମୟ ଥିଲା । ଭୂବିଜ୍ଞାନରେ ଏମଏ କଲା ପରେ ବାପା ଆରପାରିକୁ ଚାଲିଗଲେ । ଆର୍ଥିର ଅଭାବ ସହିତ ମାନସିକ ଚାପରେ ରହି ମଧ୍ୟ ରିଛି କରି ଦ୍ରୋଇବାର ଇଛାଶକ୍ତି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଲା । ତାଙ୍କର ଏହ ିସପଳତା ପାଇଁ ମା ବହୁତ ଖୁସି ଥିବା ବେଳେ ପୁଅର ଭବିଷ୍ୟତକୁ ନେଇ ଖୁବ ଆଶାବାଦୀ ।

from Kanak News
via <a href="https://ifttt.com/?

ବଲିଉଡରେ ଡ୍ରଗ୍ସ କାରବାର ନେଇ ବରିଷ୍ଠ ଅଭିନେତା ରାଜା ମୁରାଦଙ୍କ ପ୍ରତିକ୍ରିୟା: କହିଲେ, ବଲିଉଡରେ ଡ୍ରଗ୍ସ କାରବାର ଅଛି, କିଛି ଲୋକ ଡ୍ରଗ୍ସ ନେଉଛନ୍ତି

କନକ ବ୍ୟୁରୋ: ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏନେଇ ମତ ରଖିଛନ୍ତି ବରିଷ୍ଠ ବଲିଉଡ୍ ଅଭିନେତା ରାଜା ମୁରାଦ  । ବଲିଉଡରେ ଡ୍ରଗ୍ସ କାରବାର ଅଛି, କିଛି ଲୋକ ଡ୍ରଗ୍ସ ନେଉଛନ୍ତି, ହେଲେ ସବୁ ନୁହଁନ୍ତି ଓ ଏଥିପାଇଁ ପୁରା ବଲିଉଡକୁ ଦୋଷ ଦିଆଯାଇ ପାରିବ ନାହିଁ  । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ରାଜା ମୁରାଦ ଓଡ଼ିଶା ଆସିଥିବା ବେଳେ ଏହି ପ୍ରତିକ୍ରିୟା ରଖିଛନ୍ତି ।  ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି ସତ୍ୟଜିତ ସେଣ  । ସାକ୍ଷାତକାର ଅବସରରେ ରାଜା ମୁରାଜ ନିଜ ପରିଚିତ ଓ ଲୋକପ୍ରିୟ ଶୈଳୀରେ ସାଏରୀର କିଛି ପଂକ୍ତି ମଧ୍ୟ ଶୁଣାଇଥିଲେ  ।

from Kanak News
via <a href="https://ifttt.com/?

ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର: ପୁଣି ବଂଚିଉଠିବେ ଆଶାରେ ଶବକୁ ସଂସ୍କାର ନକରି ୧୦ ଦିନ ଘରେ ରଖିଥିଲେ ପରିବାର ଲୋକେ

କନକ ବ୍ୟୁରୋ: ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର । ଶବକୁ ସଂସ୍କାର ନକରି ୧୦ ଦିନ ଧରି ଘରେ ରଖିଲେ । କାରଣ କାଳେ ସେ ପୁଣିଥରେ ଜୀବିତ ହୋଇଯିବେ, ବଂଚିଉଠିବେ, ଏଇ ଆଶାରେ ପରିବାର ଲୋକ ୧୦ ଦିନ ଧରି ଶବକୁ ସଂସ୍କାର ନକରି ଘରେ ରଖିଥିଲେ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବରଗଡ଼ ବରଡୋଲ ପଂଚାୟତ ଡାଙ୍ଗ ଛକ ଠାରେ । ଖବର ଅନୁସାରେ ମହେନ୍ଦ୍ର ବାଗ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଲୋକ ତାର ସଂସ୍କାର ନକରି ଶବକୁ ଘରେ ରଖିଥିଲେ । ଶବ ପଚି ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା । ଖବର ପାଇ ବରଗଡ଼ର ସ୍ୱେଛାସେବୀ ସଂଗଠନ ସଂକଳ୍ପର ସଦସ୍ୟ ମାନେ ସେଠାରେ ପହଂଚି ଟାଉନ ପୋଲିସ୍ ସହାୟତାରେ ପରିତ୍ୟକ୍ତ ଶବକୁ ଉଦ୍ଧାର କରି ସଂସ୍କାର କରିଥିଲେ ।

 ମହେନ୍ଦ୍ର ବାଗ(୬୦), ତାଙ୍କ ସ୍ତ୍ରୀ, ଦୁଇ ଝିଅ ଏବଂ ଶାଶୂଙ୍କ ସହ ରହୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ହେଲା, ପ୍ରାୟ ୧୦/୧୨ ଦିନ ଆଗରୁ ମହେନ୍ଦ୍ରଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକେ କୌଣସି ସଂପର୍କୀୟ କିମ୍ବା ପାଖ ପଡ଼ୋଶୀଙ୍କୁ ବି ଜଣାଇନଥିଲେ। ଯଦି କିଏ ମହେନ୍ଦ୍ରଙ୍କ ସଂପର୍କରେ ପଚାରିଲେ, ସେ ସାମାନ୍ୟ ଅସୁସ୍ଥ ଅଛନ୍ତି ବୋଲି କହୁଥିଲେ। ହେଲେ ଭେଟିବାକୁ ଦେଉନଥିଲେ। ଇତିମଧ୍ୟରେ ଘରୁ ଉତ୍କଟ ଗନ୍ଧ ବାହାରିଥିଲା। ଆଖପାଖ ଲୋକଙ୍କ ମନରେ ସନ୍ଦେହ ଜାତ ହେଲା। ବିକାଶ ଅଗ୍ରୱାଲ ନାମକ ସ୍ବେଚ୍ଛାସେବୀ ସେଠାକୁ ଯାଇଥିଲେ। ମହେନ୍ଦ୍ରଙ୍କୁ ଭେଟିବାକୁ କହିଥିଲେ। ହେଲେ ପରିବାରଲୋକେ ତାଙ୍କୁ ବାରଣ କରିଥିଲେ। ଖଟରେ ତିନୋଟି କମ୍ବଳ ଖୋଲିବା ପରେ ଭିତରେ ମହେନ୍ଦ୍ରଙ୍କ ଗଳିତ ଶବ ରହିଥିଲା। ଶବରେ ପୋକ ଲାଗି ସାରିଥିଲେ। ମାଂସ ଝଡ଼ି କଂକାଳ ଦେଖାଯାଉଥିଲା। ମହେନ୍ଦ୍ର ପୁଣି ବଂଚିବେ ବୋଲି ପରିବାର ଲୋକେ କହୁଥିଲେ। ପରେ ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲା। ଶବକୁ ସଂକଳ୍ପ ପରିବାରର କର୍ମକର୍ତା ନେଇ ଦାହ କରିଥିଲେ।

ପୁଲିସ୍‌ର କହିବା ହେଲା, କିଛି ଦିନ ପୂର୍ବରୁ ମହେନ୍ଦ୍ର କୌଣସି ସ୍ଥାନରେ ପଡ଼ି ଯାଇଥିଲେ। ବୋଧ ହୁଏ, ଶରୀର ଭିତରେ କ୍ଷତ ହୋଇଥିଲା। କିନ୍ତୁ ପରିବାରଲୋକେ ତାଙ୍କ କିଛି ଚିକିତ୍ସା କରାଇନଥିଲେ। ସେମିତି ଖଟରେ ମହେନ୍ଦ୍ର ଶୋଇ ରହିଥିଲେ ଏବଂ ପରେ ତାଙ୍କ ମୃତ୍ୟୁ ଘଟିଥିଲା। ପରିବାରଲୋକେ ଅନ୍ଧବିଶ୍ବାସ ରଖି କାଳେ ମହେନ୍ଦ୍ର ବଂଚିବେ ଭାବି ଶବକୁ ସେମିତି କମ୍ବଳରେ ଘୋଡ଼ାଇ ରଖିଥିଲେ।

from Kanak News
via <a href="https://ifttt.com/?

Design a site like this with WordPress.com
Get started