ହାଇଟେକ୍‌ ହସ୍ପିଟାଲ୍‌ ଆଉ ୬୦୦ ଶଯ୍ୟ‌ା ବଢ଼ାଇବ: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସୁରେଶ ପାଣିଗ୍ରାହୀ

କନକ ବ୍ୟୁରୋ: ମହାମାରୀ ସମୟର ଆହ୍ବାନ‌, ହସ୍ପିଟାଲ୍ ପରିଚାଳନା ଓ ସମ୍ପ୍ରସାରଣ ଯୋଜନା ବିଷୟରେ ହାଇଟେକ୍ ମେଡିକାଲ୍ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ର ପରିଚାଳନା ନିର୍ଦ୍ଦେଶକ ସୁରେଶ ପାଣିଗ୍ରାହୀ ଯାହା ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି:

ସ୍ବାସ୍ଥ୍ୟ ସେବା ସ୍ତର ବଢ଼ାଇବା ଦିଗରେ ଆପଣଙ୍କ ହସ୍‌ପିଟାଲ୍ କ’ଣ ପଦକ୍ଷେପ ନେଉଛି?

୨୦୦୪ରେ ସ୍ଥାପନ ହେବା ପରଠାରୁ ରାଜ୍ୟକୁ ନୂଆ ମେଡିକାଲ୍ ବ୍ୟବସ୍ଥା ଆଣିବା ସହିତ ନିୟମିତ ଭାବେ ଏହା ସେଥିରେ ଉନ୍ନତି ଆଣୁଛି। ଏହା ହେଉଛି ରାଜ୍ୟର ପ୍ରଥମ ଘରୋଇ ମେଡିକାଲ୍ କଲେଜ। ଶିଶୁ ଓ ପିଲାମାନଙ୍କ ଚିକିତ୍ସା ପାଇଁ ଗତବର୍ଷ ହସ୍ପିଟାଲ୍‌ର କାର୍ଡିଆକ୍ ବ୍ୟବସ୍ଥାରେ ଉନ୍ନତି ଅଣାଯାଇଥିଲା। ଏହା ପରଠାରୁ ଶତାଧିକ ପିଲାଙ୍କୁ ଏଠାରେ ସଫଳତାର ସହ ଚିକିତ୍ସା କରାଯାଇଛି। ଗରିବ ଲୋକମାନେ ମଧ୍ୟ ହସ୍ପିଟାଲ୍‌ରେ କୌଣସି ଆର୍ଥିକ ବୋଝ ବିନା ଶ୍ରେଷ୍ଠ ମେଡିକାଲ୍ ସେବା ପାଉଛନ୍ତି।

କରୋନା ମହାମାରୀର ପରିଚାଳନା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି?

ପାରଳାଖେମୁଣ୍ଡି, ଗଞ୍ଜାମ, ଝାରସୁଗୁଡ଼ା, ରାଉରକେଲା ଓ ଭୁବନେଶ୍ବରରେ ୨ଟି କେନ୍ଦ୍ର ସମେତ ସାରା ରାଜ୍ୟରେ ଆମ ହସ୍ପିଟାଲ୍‌ର ୬ଟି କେନ୍ଦ୍ର ରହିଛି। ଆମର ମୋଟ ଶଯ୍ୟା କ୍ଷମତା ହେଉଛି ୧୪୦୦। ଆମେ ସଫଳତାର ସହ ପ୍ରାୟ ୧୦,୦୦୦ କୋଭିଡ୍‌ ପଜିଟିଭ୍ ରୋଗୀଙ୍କ ଚିକିତ୍ସା କରିଛୁ। ସମ୍ପର୍କୀୟଙ୍କୁ ରୋଗୀଙ୍କ ସ୍ଥିତି ବିଷୟରେ ସୂଚନା ଦେବାର ବ୍ୟବସ୍ଥା କରାଯାଇଛି। ସେମାନେ ଭଏସ୍‌ କଲ୍ ଓ ଭିଡିଓ କଲ୍‌ରେ ରୋଗୀଙ୍କ ସହ କଥାବାର୍ତ୍ତା ହୋଇପାରୁଥିଲେ।

ମହାମାରୀ ହସ୍ପିଟାଲ୍‌ କ୍ଷେତ୍ର ପାଇଁ ବରଦାନ ନା ଅଭିଶାପ?

କେବଳ ହସ୍ପିଟାଲ୍‌ କ୍ଷେତ୍ର ନୁହେଁ ସବୁ କ୍ଷେତ୍ର ପାଇଁ ଏହା ଏକ ବରଦାନ। ସାହସ ପ୍ରଦର୍ଶନ କରିବା ଓ ସମାଜ ପାଇଁ ଠିଆ ହେବା ଲାଗି ହସ୍ପିଟାଲ୍ କ୍ଷେତ୍ରର ପେସାଦାରଙ୍କ ପାଇଁ ଏହା ଏକ ସୁଯୋଗ ଥିଲା ଏବଂ ସେମାନେ ଗର୍ବର ସହ ସେହି କାର୍ୟ୍ୟ ନିର୍ବାହ କରିଛନ୍ତି।

ହସ୍ପିଟାଲ୍‌ର ଶଯ୍ୟା କ୍ଷମତା କେତେ ରହିଛି?

ବର୍ତମାନ ହାଇଟେକ୍ ଭୁବନେଶ୍ବର ଓ ରାଉରକେଲା ହସ୍ପିଟାଲ୍‌ରେ ଶଯ୍ୟା ସଂଖ୍ୟା ୧୧୫୦ ରହିଛି ଏବଂ ଆମେ ଆଉ ୬୦୦ ଶଯ୍ୟା ଯୋଡ଼ିବାକୁ ଯୋଜନା ରଖିଛୁ।

ନିକଟରେ କିଛି ନୂଆ ବ୍ୟବସ୍ଥା ଯୋଡ଼ାଯାଇଛି କି?

ବ୍ଲଡ୍‌ ପ୍ଲାଜମା ସେଣ୍ଟର୍‌, ଆରଟିପିସିଆର୍‌ ୟୁନିଟ୍, ପେଡିଆଟ୍ରିକ୍ କାର୍ଡିଓଲୋଜି ବିଭାଗର ଉନ୍ନତୀକରଣ, ଡିଲକ୍ସ କ୍ୟାବିନ ସହିତ ବିବିଧ ପ୍ରକାର ସହାୟତା ସେବା ଆଦି ଆରମ୍ଭ କରାଯାଇଛି। ହସ୍ପିଟାଲ୍‌ରେ କୌଣସି ନୂଆ ବିଭାଗ ଯୋଡ଼ିବାର ଯୋଜନା ନାହିଁ।

ଅନ୍ୟ ରାଜ୍ୟରେ ସମ୍ପ୍ରସାରଣ ‌ପାଇଁ ଯୋଜନା ଅଛି କି?

ଆନ୍ଧ୍ର‌ପ୍ରଦେଶର ତିରୁପତି ଠାରେ ୬୦ ଏକର ଜମିରେ ୩୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଓ ମେଡିକାଲ୍ କଲେଜ ଆରମ୍ଭ କରିବା ପ୍ରକ୍ରିୟା ଜାରି ରହିବ। ସେଠାରେ ଓପିଡି ବ୍ୟବସ୍ଥା ଆରମ୍ଭ ହୋଇସାରିଛି।

ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?

ଏହା ଏକ ବହୁତ ଭଲ ଅଭିଯାନ ଏବଂ ରାଜ୍ୟ କର୍ପୋରେଟ୍ କ୍ଷେତ୍ରର ଏକ ଗୁରୁତ୍ବପୂର୍ଣ୍ଣ ପୁରସ୍କାର ଭାବେ ଏହା ପ୍ରତିଷ୍ଠା ହାସଲ କରିଛି। ପ୍ରତିବର୍ଷ ଏହି ସ୍ତରକୁ ବଜାୟ ରଖିବା ଲାଗି ମୁଁ ଆପଣଙ୍କ ଟିମ୍‌କୁ ଶୁଭକାମନା ପ୍ରଦାନ କରୁଛି।

from Kanak News
via <a href="https://ifttt.com/?

ରାଜ୍ୟକୁ ୧୨ରୁ ଲେଉଟିବ ଶୀତ ! ୫ ଡିଗ୍ରିରୁ ଅଧିକ କମିପାରେ ସର୍ବନିମ୍ନ ତାପମାତ୍ରା: ୧୩ରୁ ଉପକୂଳରେ କୁହୁଡ଼ି ବଢ଼ିବ; ଆସନ୍ତା ସପ୍ତାହେ ଯାଏଁ ଶୁଖିଲା ଓ ଖରାଟିଆ ରହିବ ପାଗ

କନକ ବ୍ୟୁରୋ: ଗତ ୫ ଦିନ ହେଲା ରାଜ୍ୟରୁ ଶୀତ ଉଭା ହୋଇଯାଇଛି। ଫେବ୍ରୃାରି ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ ଭଳି ପରିବେଶ ଅନୁଭୂତ ହେଉଛି। ତେବେ ଚଳିତ ବର୍ଷ ଶୀତ ଏତେ କମ୍ ଦିନ ରହି ଲେଉଟିଗଲା ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏବେ ଶୀତର ଲେଉଟାଣି ନେଇ ଖବର ଆସୁଛି। ଆଉ ମାତ୍ର ୩ ଦିନ ପରେ ରାଜ୍ୟକୁ ଶୀତ ପୁଣି ଫେରିବ। ପାରଦ ନିମ୍ନଗାମୀ ହେବ ଓ ପୁଣି କମ୍ବଳ ଖୋଜା ଆରମ୍ଭ ହୋଇଯିବ।

ଗତ କିଛି ଦିନ ହେଲା ରାଜ୍ୟକୁ କ୍ରମାଗତ ଭାବେ ପୂର୍ବା ଓ ଦକ୍ଷିଣା ପବନର ପ୍ରବାହ ଯୋଗୁଁ ତଥା ଅନ୍ୟପଟେ ଉତ୍ତରା ପବନ ପ୍ରବାହରେ ବାଧା ସୃଷ୍ଟି ଯୋଗୁଁ ତାପମାତ୍ରା ବଢ଼ିବାରେ ଲାଗିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଳି ତାପମାତ୍ରା ଲାଗି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ। ସେହିପରି ଉପକୂଳ ଓଡ଼ିଶାର ବି ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଏହାପରେ ପାରଦ ନିମ୍ନଗାମୀ ହେବ। ଫଳରେ ୧୨ ତାରିଖଠାରୁ ପୁଣି ରାଜ୍ୟକୁ ଶୀତ ଫେରିବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦନାଥ ପଶୁପାଳକ କହିଛନ୍ତି, ଗୁରୁଚାପ ବଳୟ ଉତ୍ତରପ୍ରଦେଶରେ ରହିଥିଲା। ଏଥିଯୋଗୁଁ ରାଜ୍ୟକୁ ଉତ୍ତରା ଥଣ୍ଡା ଓ ଶୁଷ୍କ ପବନ ପ୍ରବାହରେ ବାଧା ସୃଷ୍ଟି ହୋଉଥିଲା। ଆଜିଠାରୁ ଉତ୍ତର ଭାରତରେ ଥଣ୍ଡା ବଢ଼ିବ। ଏହାସହ ଗୁରୁଚାପ ବଳୟ କ୍ରମଶଃ ସ୍ଥାନ ପରିବର୍ତ୍ତନ କରି ୧୧ ତାରିଖରେ ମହାରାଷ୍ଟ୍ର ଉପରେ ରହିବ। ଫଳରେ ରାଜ୍ୟରେ ବାୟୁର ଦିଗ ପରିବର୍ତ୍ତନ ହେବ। ଏହି ଅବସ୍ଥା ପ୍ରାୟତଃ ୧୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ଆକଳନ କରାଯାଉଛି ଯେ, ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ଆସନ୍ତା ୧୨ରୁ ୧୪ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ ଡିଗ୍ରିରୁ ଅଧିକ କମିପାରେ। ଏହାପରେ ୧୬ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଅଳ୍ପ କେତେକ ସ୍ଥାନରେ ଯଥା ଉତ୍ତର ସୀମାନ୍ତ ଓ ଉତ୍ତର ଉପକୂଳରେ ୧୧ ତାରିଖରୁ ରାତ୍ରିର ତାପମାତ୍ରା କମିବା ଯୋଗୁଁ ଶୀତ ଫେରିବ। ତେବେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୧୨ ତାରିଖରେ ତାପମାତ୍ରା ସାମାନ୍ୟ କମି ୧୬ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ।

ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ୧୨ ତାରିଖରୁ କମିବା ଆରମ୍ଭ କରିବ। ୧୩ ସୁଦ୍ଧା ଭୁବନେଶ୍ବରରେ ୨ ଡିଗ୍ରି, ରାଉରକେଲାରେ ୩ ଡିଗ୍ରି ଓ ବଲାଙ୍ଗୀରରେ ପ୍ରାୟ ୪ ଡିଗ୍ରି ତାପମାତ୍ରା କମିବା ଯୋଗୁଁ ଦିନରେ ବି ଶୀତ ଅନୁଭୂତ ହେବ। ୧୩ରୁ ୧୫ ତାରିଖ ଭିତରେ ବିଶେଷ ଭାବେ ଉପକୂଳରେ କୁହୁଡ଼ି ବଢ଼ିବ। ୧୭ ତାରିଖରୁ ପୁଣି ପାଗରେ ପରିବର୍ତ୍ତନ ଦେଖାଯିବ ।

from Kanak News
via <a href="https://ifttt.com/?

ମଝି ଆକାଶରୁ ନିଖୋଜ ଇଣ୍ଡୋନେସିଆ ବିମାନ ସମୁଦ୍ରରେ ଖସିପଡ଼ିଥିବା ଆଶଙ୍କା: ସମୁଦ୍ରରୁ ମିଳିଥିବା ଭଗ୍ନାଂଶ ନିଖୋଜ ବିମାନର ହୋଇପାରେ ବୋଲି କହିଲା ଉଦ୍ଧାରକାରୀ ଦଳ

କନକ ବ୍ୟୁରୋ: ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇ ସମୁଦ୍ରରେ ଖସିପଡ଼ିଥିବା ଆଶଂକା କରାଯାଉଛି । ଉଦ୍ଧାରକାରୀ ଦଳ ସମୁଦ୍ରରୁ କିଛି ଭଗ୍ନାଂଶ ପାଇଛି, ଯାହା ନିଖୋଜ ବିମାନର ବୋଲି ସନ୍ଦେହ କରାଯାଉଛି । ହେଲେ ଏହାକୁ ନିଶ୍ଚିତ ଭାବେ କହିପାରି ନାହିଁ ଇଣ୍ଡୋନେସିଆର ନ୍ୟାସନାଲ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସି । ଇଣ୍ଡୋନେସିଆର ଶ୍ରୀବିଜୟା ଏୟାରଲାଇନ୍ସର ବୋଇଂ ୭୩୭ ବିମାନଟି ଶନିବାର ନିଖୋଜ ହୋଇଯାଇଥିଲା । ଜାକର୍ତାରୁ ଉଡାଣ ଭରିବାର ମାତ୍ର ୪ମିନିଟ ପରେ ଅର୍ଥାତ୍ ବିମାନ ୧୦ହଜାର ଫୁଟ ଉଚ୍ଚତାକୁ ଛୁଇଁବା ପରେ ଏୟାର ଟ୍ରାଫିକ କଂଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

୫୬ଯାତ୍ରୀଙ୍କ ସହ ୬ଜଣ ବିମାନ କର୍ମଚାରୀଙ୍କୁ ନେଇ ଜାକର୍ତାରୁ ପୋଂଟିୟାନକ ଅଭିମୁଖେ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ନ୍ୟାସନାଲ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସି ଓ ଦ ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି କମିଟି ମିଳିତ ଭାବେ ନିଖୋଜ ବିମାନକୁ ଠାବ କରିବା ପ୍ରୟାସରେ ଲାଗିପଡ଼ିଥିଲେ । ଆଜି ପୁଣି ଥରେ ଖୋଜିବା କାମ ଚାଲିବ ବୋଲି ସୂଚନା ମିଳିଛି । ସେପଟେ ଜାକର୍ତା ବିମାନ ବନ୍ଦରରେ ଯାତ୍ରୀଙ୍କ ସମ୍ପର୍କୀୟ ମାନେ ତଥ୍ୟ ଜାଣିବାକୁ ଜମା ହୋଇଛନ୍ତି ।

from Kanak News
via <a href="https://ifttt.com/?

ଶେଷରେ ମାନିଲା ପାକିସ୍ତାନ । ବାଲାକୋଟ ଏୟାରଷ୍ଟ୍ରାଇକରେ ଯାଇଥିଲା ୩୦୦ ଆତଙ୍କବାଦୀଙ୍କ ଜୀବନ ।

କନକ ବ୍ୟୁରୋ : ଫେବ୍ରୁଆରି ୨୬,୨୦୧୯ରେ ଭାରତ କରିଥିବା ଏୟାରଷ୍ଟ୍ରାଇକରେ ଜୈସ-ଇ-ମହମ୍ମଦର ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିଲା। ପୂର୍ବରୁ ଏହି କଥାକୁ ଅସ୍ୱୀକାର କରୁଥିବା ପାକିସ୍ତାନ ଏବେ ଏହାକୁ ସ୍ୱୀକାର କରିଛି। ପାକିସ୍ତାନର କୂଟନୀତିଜ୍ଞ ଆଗା ହିଲୀ ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିବା ସ୍ୱୀକାର କରିଛନ୍ତି।

ଆଗା ହିଲୀ କହିଛନ୍ତି ଯେ, ଭାରତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଏୟାରଷ୍ଟ୍ରାଇକ କରିଥିଲା, ଯେଉଁଥିରେ ଅତି କମରେ ୩୦୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଆମର ଲକ୍ଷ୍ୟ ସେମାନଙ୍କଠାରୁ ଭିନ୍ନ ଥିଲା ଜ୍ଝ ଆମେ ସେମାନଙ୍କର ହାଇକମାଣ୍ଡକୁ ଟାର୍ଗେଟ୍ କରିଛୁ ଜ୍ଝ ଆଗକୁ ସେମାନେ ଆମକୁ ଯେଉଁଭଳି ଭାବରେ ଟାର୍ଗେଟ କରିବେ, ଆମେ ମଧ୍ୟ ତାଙ୍କୁ ସେମିତି ଟାର୍ଗେଟ କରିବୁ।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୪,୨୦୧୯ରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍‌ ହୋଇଥିଲେ । ଜୈସ-ଇ-ମହମ୍ମଦ ଦ୍ବାରା ଏହି ଆକ୍ରମଣ କରାଯାଇଥିବା ‌ବେଳେ ଏହାର ପ୍ରତିଶୋଧ ନେବାକୁ ଫେବ୍ରୁଆରି ୨୬,୨୦୧୯ରେ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା। ଏହି ଏୟାରଷ୍ଟ୍ରାଇକରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ନେଇ ଭାରତ ଦାବି କରିଥିଲେ ମଧ୍ୟ ପାକିସ୍ତାନ ଭାରତର ଏଭଳି ଦାବିକୁ ଖଣ୍ଡନ କରିଥିଲା। ଭାରତ କରିଥିବା ଏୟାରଷ୍ଟ୍ରାଇକରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇ ନଥିବା ପାକ୍ ଦାବି କରିଥିବା ବେଳେ ଏବେ ପୂର୍ବତନ ପାକିସ୍ତାନୀ କୂଟନୀତିଜ୍ଞ ଆଗା ହିଲୀ ୩୦୦ ଆତଙ୍କବାଦୀଙ୍କ ଜୀବନ ଯାଇଥିବା ସ୍ବୀକାର କରିଛନ୍ତି।

ପୂର୍ବରୁ ଅନେକ ଟିଭି ବିତର୍କରେ ଭାଗ ନେଇ ଆଗା ହିଲୀ ୩୦୦ ଆତଙ୍କବାଦୀ ନିହତ ଖବରକୁ ଖାରଜ କରୁଥିବା ବେଳେ ଏବେ ସ୍ବୀକାର କରିବା ଖବର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।

from Kanak News
via <a href="https://ifttt.com/?

ବିମାନ ଭିତରେ ସଫା କଲା ରୋବଟ । ଏୟାର ଏଣ୍ଡିଆ ଏକ୍ସପ୍ରେସରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଲା ଏଭଳି ବ୍ୟବସ୍ଥା ।

କନକ ବ୍ୟୁରୋ : ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରଥମ ଥର ପାଇଁ ଭାରତରେ ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସଫେଇ ଆରମ୍ଭ କରିଛି । ଦିଲ୍ଲୀ ବିମାନବନ୍ଦରରେ ବିମାନର ଭିତର ଅଂଶକୁ ସଫା କରିବା ପାଇଁ କମ୍ପାନୀ ଗୁରୁବାର ଦିନ ଏହି ଟେକ୍ନୋଲୋଜି ଆରମ୍ଭ କରିଛି। ବିମାନ ଭିତର ସଫେଇ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଏକ ଏଜେନ୍ସି ସହ ଚୁକ୍ତିନାମା କରାଯାଇଛି ।

ଏହି କୌଶଳ ବ୍ୟବହାର କରି ବିମାନ ଭିତରେ ସଫା କରିବାର ପ୍ରକ୍ରିୟା ଏକ ୟୁଭି ରୋବୋଟିକ୍ ଉପକରଣ ଦ୍ୱାରା କରାଯାଇଥାଏ । ଆଉ ଏହି ଉପକରଣ ସିଟର ତଳ ସହ ବ୍ୟାଗେଜ ସ୍ଥାନ, କକପିଟକୁ ମଧ୍ୟ ସାନିଟାଈଜ କରିଥାଏ । ତେବେ ବର୍ତ୍ତମାନ ଦିଲ୍ଲୀ ବିମାନବନ୍ଦରରେ ଏହା ଆରମ୍ଭ କରାଯାଇଥିବାବେଳେ ଦେଶର ଅନ୍ୟ ବିମାନବନ୍ଦରରେ ଏହାକୁ କାର୍ଯ୍ୟକାରୀ କରାଯିବ ।

https://platform.twitter.com/widgets.js

ସୂଚନା ଥାଉ କି କରୋନା କାରଣରୁ, ଅନେକ କମ୍ପାନୀ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ଲୋକଙ୍କ ସ୍ଥାନରେ ରୋବଟ୍ ସଫା କରିବା ଦ୍ୱାରା ସେମାନଙ୍କୁ ମଧ୍ୟ ସୁରକ୍ଷା ଦେଇହେବ ।

from Kanak News
via <a href="https://ifttt.com/?

ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ସରଗରମ ରାଜନୀତି । ବିଜେପିର ମୁଠି ଚାଉଳ ଅଭିଯାନର ଆରମ୍ଭ କଲେ ଜେପି ନଡ୍ଡା

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମମତାଙ୍କ ଗଡରେ ବିଜେପିର ଶକ୍ତି ପ୍ରଦର୍ଶନ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରୁ ବିଜେପିର ଏକ ମୁଠା ଚାଉଳ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି ଜେପି ନଡ୍ଡା । ରାଧା ଗୋବିନ୍ଦ ମନ୍ଦିର ଦର୍ଶନ ସହ ନିଜର ଗସ୍ତ ଆରମ୍ଭ କରିଛନ୍ତି । ଏକ ମୁଠା ଚାଉଳ ସଂଗ୍ରହ ଅଭିଯାନ ଆରମ୍ଭ କରିବା ସହ ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ଏହି ବରିଷ୍ଠ ନେତା ।

ବର୍ଦ୍ଧମାନରୁ ମମତା ସରକାରଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି ବିଜେପି । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ମମତା ନିଜ ନା ଦେଇ ଚଳାଉଥିବା ଅଭିଯୋଗ କରିଛନ୍ତି ନଡ୍ଡା । କୃଷକ ସୁରକ୍ଷା ଅଭିଯାନ ଆରମ୍ଭ କରି କୃଷକଙ୍କ ଘରୁ ଏକ ମୁଠା ଚାଉଳ ଦାନ ନେଇଛନ୍ତି ବିଜେପିର ଏହି ବରିଷ୍ଠ ନେତା । ଆଜି ଠାରୁ ୨୪ତାରିଖ ପର୍ଯ୍ୟନ୍ତ ବିଜେପି ୪୦ହଜାର ଗ୍ରାମ ସଭା କରିବ ଏବଂ ଚାଷୀଙ୍କ ପାଇଁ ବିଜେପି କର୍ମକର୍ତା ଲଢିବେ ଲାଗି ପ୍ରତିଜ୍ଞା କରିବେ ।

ଗସ୍ତ ସମୟରେ ବର୍ଦ୍ଧମାନ ଜିଲ୍ଲାର ଜଗଦାନନ୍ଦପୁରରେ ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଜେପି ନଡ୍ଡା । ଏହାପରେ କ୍ଲକ ଟାୱାରରୁ ଲର୍ଡ କର୍ଜନ ଗେଟ ପର୍ଯ୍ୟନ୍ତ ୯କିଲୋମିଟର ଯାଏଁ ରୋଡ ସୋ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ତାଙ୍କ ରୋଡ ସୋ ରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଗତ ମାସ ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ତାଙ୍କ ଶୋଭାଯାତ୍ରାରେ ଆକ୍ରମଣ ହୋଇଥିଲା । ଏହାପରେ ପ୍ରଥମ ଥର ପାଇଁ ଶନିବାର ଦିନ ପୁଣି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

from Kanak News
via <a href="https://ifttt.com/?

୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ସୁରକ୍ଷା ବଳୟରେ ରହିବ କରୋନା ଟିକା ।

କନକ ବ୍ୟୁରୋ : କରୋନା ଟିକାକରଣକୁ ନେଇ ମୋଦି ସରକାରଙ୍କ ବଡ ଘୋଷଣା । ଜାନୁୟାରୀ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ ଟିକାକରଣ । କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଉଛି । ପ୍ରଥମ ଦଫାରେ ସରକାର ତାଲିକା କରିଥିବା ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏହାପରେ ୨୭ କୋଟି ୫୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଏକାଧିକ ରୋଗଗ୍ରସ୍ତ ଲୋକ ଟିକା ପାଇବେ ।

ଟିକା ନିର୍ମାଣକାରୀ ସଂସ୍ଥାରୁ କରୋନା ଟିକା ସିଧା ସଳଖ ଓଡିଶାକୁ ଆସନ୍ତା ସପ୍ତାହରେ ପହଂଚିଯିବ । ଟିକା ରାଜ୍ୟକୁ ପହଂଚିବା ପରେ ରାଜ୍ୟ ଟିକାକେନ୍ଦ୍ରରୁ ଅନ୍ୟ ଅଂଚଳକୁ କଡା ସୁରକ୍ଷାରେ ଟିକା ପହଂଚାଇବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ଟଙ୍କା ଭ୍ୟାନର ସୁରକ୍ଷା ଭଳି ବିଭିନ୍ନ ଜିଲ୍ଲାକୁ ଟିକା ଗାଡି ଯିବ । ଟିକା ଭ୍ୟାନକୁ ସୁରକ୍ଷା ଦେବା ଲାଗି ଜିଲ୍ଲାପାଳ ଓ ଏସପି, ପୁଲିସ କମିସନର, ମୁନସିପାଲଟି କମିସନରଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟ ଟିକା କେନ୍ଦ୍ରରୁ ୯ଟି ଆଂଚଳିକ ଟିକା କେନ୍ଦ୍ର ଓ ୩୨ଟି ଜିଲ୍ଲା ଟିକା କେନ୍ଦ୍ରକୁ ଭ୍ୟାକସିନ ପଠାଯିବ । ଟିକା ପରିବହନ ସମୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି । ଯେମିତି ଟଙ୍କା ଗାଡି କଡା ସୁରକ୍ଷା ବଳୟରେ ଯାଏ, ସେହି ଭଳି ସୁରକ୍ଷା ବଳୟ ଭିତରେ ଯିବ ଟିକା ଗାଡି ।

ସେପଟେ ସିରମ ଇନଷ୍ଟିଚ୍ୟୁଟରେ ବିତରଣ ହେବାକୁ ଥିବା ଟିକା ପଠାଇବାରେ ହେଉଥିବା ବିଳମ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟିକାର ଦାମକୁ ନେଇ ସରକାରଙ୍କ ସହ ମୁଲଚାଲ ଯୋଗୁଁ ଟିକା ଆସିବାରେ ଡେରି ହେଉଥିବା ଆଲୋଚନା ହେଉଛି । ହେଲେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲା । ସେ କହିଛନ୍ତି ଟିକା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନିକ ଅନୁମତିକୁ ଅପେକ୍ଷା କରାଯାଇଛି । ସେପଟେ ଆସନ୍ତା ୧୧ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିବା କାର୍ଯ୍ୟକ୍ରମ ରହିଛି ।

from Kanak News
via <a href="https://ifttt.com/?

ଟ୍ରମ୍ପଙ୍କଠାରୁ ଆମେରିକାକୁ ରହିଛି ବଡ଼ ବିପଦ ।  ପରମାଣୁ ବୋମାର ବଟନ୍ ଛଡ଼ାଇ ଆଣିବାକୁ ଡେମୋକ୍ରାଟଙ୍କ ଦାବି । 

କନକ ବ୍ୟୁରୋ : ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି ହ୍ୱାଇଟ ହାଉସରୁ ବିଦା କରିବାକୁ ଚାହୁଁଛନ୍ତି ଡେମୋକ୍ରାଟ୍ । ଏଥିସହ ବିଦାୟୀ ରାଷ୍ଟ୍ରପତିଙ୍କ ନିକଟରେ ଥିବା ପରମାଣୁ ଅସ୍ତ୍ର ପ୍ରୟୋଗ କରିବାର ଅଧିକାରକୁ ଛଡାଇ ଆଣିବା ପାଇଁ ଦାବି କରିଛନ୍ତି ହାଉସ ଅଫ ରିପ୍ରେଜେଂଟେଟିଭର ବାଚସ୍ପତି ନାନ୍ସି ପେଲୋସି । ଏନେଇ ସେ ଆମେରିକା ସେନାମୁଖ୍ୟ ଜେନେରାଲ ମାର୍କ ମିଲିଙ୍କ ସହ କଥା ହୋଇଛନ୍ତି । ସାଥୀ ଡେମୋକ୍ରାଟ ସଦସ୍ୟଙ୍କ ସହ କଥାହେଲାବେଳେ ନାନ୍ସି କହିଛନ୍ତି ଯେ, ମାନସିକ ଭାବେ ଦୁର୍ବଳ ହୋଇସାରିଥିବା ଏହି ରାଷ୍ଟ୍ରପତିଙ୍କଠୁ ଅଧିକ ବିପଦ ଆଶଙ୍କା କରାଯାଉଛିି । ବିଦାୟୀ ରାଷ୍ଟ୍ରପତିଙ୍କ ପ୍ରରୋଚନାରେ ଆମେରିକା ସଂସଦ- କ୍ୟାପିଟଲ ହଲ ଉପରେ ହିଂସାତ୍ମକ ଆକ୍ରମଣ ପରେ ଟ୍ରମ୍ପ ବିରୋଧୀ ଆଭିମୁଖ୍ୟକୁ ଅଧିକ କଡାକଡି କରିଛନ୍ତି ଡେମୋକ୍ରାଟ୍ ।

ସୁପର ପାୱାର ଆମେରିକା ପାଖରେ ଥିବା ପରମାଣୁ ଅସ୍ତ୍ର ଗୁଡିକୁ ପ୍ରୟୋଗ କରିବା ପାଇଁ ରାଷ୍ଟ୍ରପତିଙ୍କ କ୍ଷମତା ରହିଛି । ମାତ୍ର ୨୪ ଘଂଟାରେ ବିଧ୍ୱଂଶକାରୀ ପରମାଣୁ ଅସ୍ତ୍ରକୁ ପ୍ରୟୋଗ କରିବା ପାଇଁ ରାଷ୍ଟ୍ରପତିଙ୍କୁ କେତେକ କୋଡ୍ ଦିଆଯାଇଥାଏ । ଟ୍ରମ୍ପ ଏଗୁଡିକର ଦୁରୂପଯୋଗ କରିପାରନ୍ତି ବୋଲି ଆଶଙ୍କା କରି ତାଙ୍କ ହାତରୁ ଏହି କ୍ଷମତା ଛଡାଇ ଆଣିବାକୁ ଦାବି କରିଛନ୍ତି ଡେମୋକ୍ରାଟ୍ ।

ଗତ ଗୁରୁବାର କ୍ୟାପିଟଲ ହଲ ହିଂସାକାଣ୍ଡ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ ହାଉସ ଅଫ ରିପ୍ରେଜେଂଟେଟିଭର ବାଚସ୍ପତି ନାନ୍ସି ପେଲୋସି । ଉପରାଷ୍ଟ୍ରପତି ମାଇକ ପେନ୍ସ ଏଥିପାଇଁ ପଦକ୍ଷେପ ନନେଲେ ସେ ସ୍ୱତନ୍ତ୍ର ଅଧିବେସନ ଡକାଇ ମହାଭିଯୋଗ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ ।

ସମ୍ବିଧାନର ୨୫ ତମ ସଂଶୋଧନ ଆଧାରରେ ଏହି ରାଷ୍ଟ୍ରପତିଙ୍କୁ ତୁରନ୍ତ ବିଦା କରିବା ପାଇଁ ଉପରାଷ୍ଟ୍ରପତିଙ୍କୁ ମୁଁ ଅନୁରୋଧ କରୁଛି । ଯଦି ଉପରାଷ୍ଟ୍ରପତି ଏପରି ନକରନ୍ତି ତେବେ କଂଗ୍ରେସ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିବ ।

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଅର୍ଥାତ ତାଙ୍କୁ ୨୦ ଜାନୁଆରୀ ପୂର୍ବରୁ ହ୍ୱାଇଟ ହାଉସରୁ ବିଦା କରିବା । ଏହା ସମ୍ଭବ । କାରଣ ଏଭଳି କରିବା ପାଇଁ ଆମେରିକା ସମ୍ବିଧାନରେ ୨୫ ତମ ସଂଶୋଧନ ଅନୁମତି ପ୍ରଦାନ କରୁଛି ।

କ’ଣ ଏହି ଆମେରିକା ସମ୍ବିଧାନରେ ୨୫ ତମ ସଂଶୋଧନ?

ସ୍ଥିତି- ରାଷ୍ଟ୍ରପତିଙ୍କ ମୃତ୍ୟୁ ହେଲେ କିମ୍ବା ଶାସନ କରିବାକୁ ଅକ୍ଷମ ହେଲେ

ବ୍ୟବସ୍ଥା- ଅନ୍ୟଜଣଙ୍କୁ ଦେଶର ଶାସନ ଭାର ହସ୍ତାନ୍ତର କରାଯାଇପାରେ 

ସ୍ଥିତି- ରାଷ୍ଟ୍ରପତି ଇସ୍ତଫା ଦେଲେ କିମ୍ବା ମୃତ୍ୟୁ ହେଲେ 

ବ୍ୟବସ୍ଥା- ଉପରାଷ୍ଟ୍ରପତିଙ୍କୁ ଅସ୍ଥାୟୀ ଭାବେ ଦିଆଯିବ ଦାୟିତ୍ୱ

୨୫ ତମ ସଂଶୋଧନର ସେକ୍ସନ- ୪ 

-ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର ନକଲେ କିମ୍ବା ଦାୟିତ୍ୱ ନିର୍ବାହ କରିବାକୁ ଫେଲ ମାରିଲେ ତାଙ୍କୁ ପଦରୁ ହଟା ଯାଇପାରିବ

from Kanak News
via <a href="https://ifttt.com/?

ଗଜପତିରେ ୩୧ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ । ସୂଚନା ଦେଲେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

କନକ ବ୍ୟୁରୋ : ଗଜପତି ଜିଲ୍ଲାରେ ୨ଦିନରେ ୩୧ ଜଣ ଶିକ୍ଷକ କରୋନା ପଜିଟିଭ । ମୋହନା ବ୍ଲକରେ ୨୧ ଜଣ ଶିକ୍ଷକ ସଂକ୍ରମିତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିହ୍ନଟ ହେଲେ ୧୦ ଜଣ ଶିକ୍ଷକ । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା । ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଥିଲା ।

ଗତ ଜାନୁଆରୀ ୮ ତାରିଖରୁ ସାରା ରାଜ୍ୟରେ ସ୍କୁଲ ଖୋଲା ହୋଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବୋର୍ଡ ପରୀକ୍ଷାକୁ ନଜରରେ ରଖି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଏହି ସମୟରେ ସମସ୍ତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବର୍ତ୍ତମାନ ଗଜପତି ଜିଲ୍ଲାରେ ଏକାସାଙ୍ଗରେ ୩୧ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତା ବଢାଇ ଦେଇଛି । ଏବେ ଏହି ଘଟଣା ପରେ ରାଜ୍ୟ ସରକାର କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

from Kanak News
via <a href="https://ifttt.com/?

ଭାରତୀୟ ଯବାନଙ୍କ କବଜାରେ ଚୀନ୍ ଯବାନ । ସୀମା ଅତିକ୍ରମ କରି ଭାରତକୁ ଅନୁପ୍ରବେଶ କରିଥିବା ବେଳେ କାବୁ କଲେ ସୁରକ୍ଷାକର୍ମୀ

କନକ ବ୍ୟୁରୋ: ଏଲଏସିରୁ ଆସିଛି ବଡ ଖବର । ପୂର୍ବ ଲଦାଖ ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିବା ଜଣେ ଚୀନ ସୈନିକଙ୍କୁ ଅଟକ ରଖିଛନ୍ତି ଭାରତୀୟ ସେନା । ବାଟ ଭୁଲିଯାଇ ପିପୁଲ ଲିବରେସନ ପାର୍ଟିର ସୈନିକ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିିଥିବା ଜଣାପଡିଛି । ଅଟକ ଚୀନ ସେନାକୁ ଜେରା କରାଯାଉଛି ।

ତେବେ ଭାରତୀୟ ସେନା କହିଛି ପ୍ରକୃତରେ କେଉଁ ପରିସ୍ଥିତିରେ ଚୀନ ଆର୍ମି ସୈନିକ ଭାରତ ସୀମାରେ ଅନୁପ୍ରବେଶ କରିଥିଲେ ସେ ଏନେଇ ତଦନ୍ତ କରାଯିବ । ପଚରା ଉଚରା ପରେ ଚୀନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇପାରେ । ସୁଚନା ଅନୁସାରେ ଜାନୁଆରୀ ୮ତାରିଖରେ ଏଲଏଏସିର ଭାରତୀୟ ସୀମା ଭିତରକୁ ଚୀନର ଜଣେ ସେନା ପଶିଆସିଥିଲା । ସେଠାରେ ମୁତୟନ ଥିବା ଭାରତୀୟ ସେନା ତାକୁ ଅଟକ ରଖିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started