ଗରିବ ହେଲେ ମଲ । ୪ ମାସର ପୁଅକୁ ବିକ୍ରି କରିବା ପରେ ଆତ୍ମହତ୍ୟା କରିଥିଲେ ବାପା ।

କନକ ବ୍ୟୁରୋ : ପେଟକୁ ଦାନା ନାହିଁ, ମୁଣ୍ଡ ଗୁଂଜିବାକୁ ଚାଳ ନାହିଁ । ୫ଟି ଛୁଆଙ୍କୁ ଧରି ଏକ ଥୁଂଟା ଗଛର ଶାଖାରେ ଆଶ୍ରୟ ନେଇଥିଲେ ମାଲକାନଗିରି ସପ୍ତଧାରା ଗାଁର ସୋମନାଥ ଖିଲ । ଦାନା ଗଣ୍ଡାଏ ଯୋଗାଡ କରିବାରେ ଅସମର୍ଥ ହେବା ପରେ ନିଜ ୪ ମାସର ଶିଶୁ ପୁତ୍ରକୁ ବିକ୍ରି କରିଦେଇଥିଲେ ସୋମନାଥ । ମାତ୍ର ହଜାରେ ଟଙ୍କାରେ ପୁଅକୁ ବିକ୍ରି କରି କିଛି ଚାଉଳ କିଣିଥିଲେ । ସେଥିରେ ସିନା କିଛି ଦିନର ଭୋକ ମେଂଟିଗଲା, କିନ୍ତୁ ପୁଅକୁ ବ୍ରିକ୍ରି କରିବାର ନିଷ୍ପତି ବିବ୍ରତ କଲା । ଶେଷରେ ଆତ୍ମହତ୍ୟା ଭଳି ଭୂଲ ରାସ୍ତାକୁ ବାଝିନେଲେ ସୋମନାଥ । ସୋମନାଥଙ୍କ ମୃତ୍ୟୁ ପରେ ଆଉ ୪ ଜଣ ପୁଅ-ଝିଅଙ୍କୁ ଆଇମାଆ ପାଖରେ ଛାଡି କୁଆଡେ ଚାଲିଯାଇଛନ୍ତି ସୋମନାଥଙ୍କ ସ୍ତ୍ରୀ କୁନି ଖିଲ ।

ହଜାରେ ଟଙ୍କାରେ ପିଲାକୁ ବିକ୍ରି କରିବା ପରେ ଆତ୍ମହତ୍ୟା କରିଦେଲା ବାପା । ଗରିବୀ ଯେତିକି ଦୁଃଖ ଦେଇଥିଲା ତାଠାରୁ ଅଧିକ ମାନସିକ ଯନ୍ତ୍ରଣା ଦେଲା କୁନି ପୁଅକୁ ବିକ୍ରି କରିବାର କଠୋର ନିଷ୍ପତି । ଭୋକ ସହ ଲଢିବାର ଶକ୍ତି ସରିଯିବା ପରେ ମାଆ କ୍ଷୀର ଛାଡି ନଥିବା ୪ ମାସର ପୁଅକୁ ବିକି ଦେଇଥିଲେ ମାଲକାନଗିରି ଖଇରପୁଟ ବ୍ଲକ ସପ୍ତଧାରା ଗାଁର ସୋମନାଥ ଖିଲ । ପୁଅକୁ ସିନା ବିକି ଦେଲେ, ହେଲେ ସେ ଦୁଃଖକୁ ସହିପାରିଲେ ନାହିଁ ସୋମନାଥ । ଶେଷରେ ନିଜେ ଆତ୍ମହତ୍ୟା କରିଦେଲେ । ତାଙ୍କ ମୃତ୍ୟୁ ପରେ ଆଉ ୪ଟି ପିଲାଙ୍କୁ ନିଜ ମାଆ ପାଖରେ ଛାଡି କୁଆଡେ ଚାଳିଯାଇଛି ସୋମନାଥଙ୍କ ସ୍ତ୍ରୀ କୁନି ଖିଲ ।

୪ ନାତି ନାତୁଣିକୁ ଛାଡି କୁଆଡେ ଚାଲିଗଲା ଝିଅ । ଆଉ ଏବେ ୪ଟି ଛୋଟ ଛୋଟ ଶିଶୁଙ୍କୁ ଧରି କେମିତି ବଂଚିବେ ବୋଲି ଚିନ୍ତାରେ ପଡିଛନ୍ତି ଆଇମାଆ । ଝିଅ-ଜ୍ୱାଇଁ ଚାଲି ଯିବା ପରେ ସପ୍ତଧାରର ଜଙ୍ଗଲରେ ୪ ଶିଶୁଙ୍କୁ ପାଇଁ ଆହାର ଖୋଜୁଛି ଆଇମାଆ । ତେବେ ପେଟର ଭୋକ ମେଂଟାଇବା ପାଇଁ ଆଦିବାସୀ ଦମ୍ପତି ଶିଶୁ ବିକ୍ରି କରିବା ନେଇ ଖବର ଆସିବା ପରେ ସରକାରଙ୍କ ଖାଦ୍ୟ ଯୋଜନା କାହା ପାଇଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତେବେ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପାରୁନଥିବା ବେଳେ ୪ ମାସର ଶିଶୁକୁ କେଉଁଠାରେ ବିକାଯାଇଛି ତାହା ମଧ୍ୟ ଜଣାପଡିନାହିଁ ।

from Kanak News
via <a href="https://ifttt.com/?

ସାଇବର ଠକଙ୍କ ନୂଆ ଷ୍ଟାଇଲ୍ । ସାମନାକୁ ଆସିଲା ନାଇଜେରିଆ ଗ୍ୟାଙ୍ଗର ହନିଟ୍ରାପ । ଜର୍ମାନୀ ଯୁବତୀ ଜେନେଫରଙ୍କ ଜାଲରୁ ଅଳ୍ପକେ ବର୍ତିଗଲେ ଭୁବନେଶ୍ୱରର ଯୁବକ 

କନକ ବ୍ୟୁରୋ : ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ରହୁଥିବା ଶୁଭେନ୍ଦୁଙ୍କ ସହ ଜଣେ ବିଦେଶୀ ଯୁବତୀ, ଫେସବୁକ୍ରେ ବନ୍ଧୁତା ସ୍ଥାପନ କରିଥିଲେ । ଯୁବତୀ ଜଣକ ଜଣେ ଜର୍ମାନ ନିବାସୀ ଓ ତାଙ୍କ ନାଁ ଜେନିଫର ୱିଲିୟମ ବୋଲି ପରିଚୟ ଦେଇଥିଲେ । ପ୍ରଥମେ ମେସେଜ୍ ପଠାଇବା ପରେ ଫୋନ ନମ୍ବର ଆଦାନପ୍ରଦାନ ଓ ହ୍ୱାଟ୍ସଆପ୍ରେ ଘଂଟା ଘଂଟା ଚ୍ୟାଟିଂ ।

ଚାରି ପାଂଚ ଦିନ ମଧ୍ୟରେ ବିଦେଶିନୀଙ୍କ ସହ ବନ୍ଧୁତା ଏତେ ବଢ଼ି ଯାଇଥିଲା ଯେ ଖୁସିରେ ମସଗୁଲ ହୋଇ ଯାଇଥିଲେ ଶୁଭେନ୍ଦୁ । ଜେନିଫର ନାମକ ଏହି ଯୁବତୀ ଯେତେବେଳେ ଭୁବନେଶ୍ୱର ଆସୁଥିବା କହିଥିଲେ, ସେତେବେଳେ ଶୁଭେନ୍ଦୁ ସେତେବେଳେ ଜାଣିନଥିଲେ ଯେ, ସେ ହନିଟ୍ରାପ୍ ବା ଠକଙ୍କ ମଧୁର ଜାଲରେ ସେ ଛନ୍ଦି ହୋଇ ଯାଇଛନ୍ତି ।

କିଛି ଦିନ ପରେ ଶୁଭେନ୍ଦୁଙ୍କୁ ଫୋନ କରି ବିମାନରେ ଭାରତ ଆସୁଛନ୍ତି ବୋଲି ଜଣାଇଲେ ଜେନିଫର । ବିଶ୍ୱାସ ଜନ୍ମାଇବା ପାଇଁ ବିମାନ ଟିକେଟ୍, ବିମାନରେ ବସିଥିବାର ସେଲଫି ପଠାଇଲେ । ଆଉ ଏହା ପରେ ଆରମ୍ଭ ହୋଇଗଲା ଅସଲ ଖେଳ । ଶୁଭେନ୍ଦୁଙ୍କୁ ଫୋନ କଲେ ଜେନିଫର । କହିଲେ, ମୁମ୍ବାଇ ବିମାନ ବନ୍ଦରରେ ସେ ଫସି ଯାଇଛନ୍ତି, ତାଙ୍କ ପାଖରେ ଷାଠିଏ ହଜାର ପାଉଣ୍ଡର ଡ୍ରାଫ୍ଟ ଅଛି, ଯାହାର ଭାରତୀୟ ମୁଦ୍ରାରେ ଆନୁମାନିକ ମୁଲ୍ୟ ୫୮ ଲକ୍ଷ ଟଙ୍କା, ଯାହାକୁ ଭ୍ଙ୍ଗେଇବା ପାଇଁ ୪୫ ହଜାର ୫୦୦ ଟଙ୍କା ଦରକାର ।

ସେହି ଟଙ୍କା ଦେଲେ ସେ ବିମାନ ବନ୍ଦରରୁ ମୁକୁଳିବେ ଓ ଭୁବନେଶ୍ୱରରେ ପହଁଚିଲେ ସେ ଶୁଭେନ୍ଦୁଙ୍କୁ ଟଙ୍କା ଫେରେଇ ଦେବେ ବୋଲି କହିଲେ । ଏଥିସହ ଏକ ବ୍ୟାଙ୍କ ଆକାଉଂଟ ନମ୍ବର ମଧ୍ୟ ଶୁଭେନ୍ଦୁଙ୍କ ନିକଟକୁ ପଠାଇଥିଲେ ଜେନିଫର । ତେବେ ଟଙ୍କା କଥା ଉଠିବାରୁ ସାଇବର ଏକ୍ସପର୍ଟଙ୍କ ସହ ଯୋଗାଯୋଗ କରିଥିଲେ ଶୁଭେନ୍ଦୁ । ତାଙ୍କ ପରାମର୍ଶ କ୍ରମେ ବଡ଼ ଧରଣର ଠକେଇରୁ ସେ ବର୍ତି ଯାଇଥିଲେ ।

ଗୁଗୁଲ ପେ, ଫୋନ ପେ ଆଦି ଜରିଆରେ ଲୋକଙ୍କୁ ଠକିବା ଷ୍ଟାଇଲ୍ ଏବେ ପୁରୁଣା ହୋଇଯିବାୁ ନୂଆ ନୂଆ ଫନ୍ଦି ଆପଣେଇଲେଣି ସାଇବର ଠକ । ନାଇଜେରିଆର ଠକ ଗ୍ୟାଙ୍ଗ୍ ଏହାକୁ ପରିଚାଳନା କରୁଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ବିନ୍ଦୁସାଗର ସ୍ୱଚ୍ଛ ଅଭିଯାନ ପ୍ରକଳ୍ପ ଉଦଘାଟନ୍ ଉତ୍ସବରେ ଦେଖିବାକୁ ମିଳିଲା ରୋଚକ ଚିତ୍ର । ସରକାରୀ କାର୍ଯ୍ୟକ୍ରମରେ ରାଜନୈତିକ ଦଳର ନାରାବାଜି

କନକ ବ୍ୟୁରୋ: ଅବସର ଥିଲା ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାର ଉଦଘାଟନ ଉତ୍ସବ । ସରକାରୀ କାର୍ଯ୍ୟକ୍ରମ ଥିଲା । ହେଲେ ପରିଣତ ହୋଇଯାଇଥିଲା ବିଜେଡି ଓ ବିଜେପି ନାରାବାଜିର ପ୍ରତିଯୋଗିତା ସ୍ଥଳ । ପ୍ରକଳ୍ପ ଉଦଘାଟନ ପୂର୍ବରୁ ଲିଙ୍ଗରାଜ ଦର୍ଶନ ପାଇଁ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦର୍ଶନ ସାରି ଧର୍ମେନ୍ଦ୍ର ଯେତେବେଳେ ଉଦଘାଟନ ସ୍ଥଳକୁ ଆସିଥିଲେ, ସେତେବେଳେ ବିଜୁ ଜନତା ଦଳର ସମର୍ଥକ ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନରେ ପୂରା ଅଂଚଳ କମ୍ପି ଉଠିଥିଲା । ବିଜେପି ସମର୍ଥକ ମଧ୍ୟ ମୋଦୀ ଜିନ୍ଦାବାଦ, ଧର୍ମେନ୍ଦ୍ର ଜିନ୍ଦାବାଦ ନାରାବାଜି ଦେଇଥିଲା । ଶାଗୁଆ ଓ ଗେରୁଆ ରଙ୍ଗରେ ଭରି ଯାଇଥିଲା କାର୍ଯ୍ୟକ୍ରମ ସ୍ଥଳ ।

ଚାହୁଁ ଚାହୁଁ ସରକାରୀ କାର୍ଯ୍ୟକ୍ରମ, ରାଜନୈତିକ ଦଳର ବଳ କଷାକଷିରେ ପରିଣତ ହୋଇଥିଲା । ଏପରି ପରସ୍ପର ମଧ୍ୟରେ ଧସ୍ତାଧସ୍ତି ହେବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଲା । ଧର୍ମେନ୍ଦ୍ରଙ୍କ ଭାଷଣ ବେଳେ ମଧ୍ୟ ଶୁଭିଥିଲା ବିଜେଡି ସମର୍ଥକଙ୍କ ନାରାବାଜି । ଏପରି ସ୍ଥିତି ଦେଖି ନାରାବାଜି ବନ୍ଦ କରିବାକୁ ତାଗିଦ୍ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଇଣ୍ଡିଆନ୍ ଅଏଲ୍, ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲଜି ଏବଂ ଓଡିଶା ବ୍ରିଜ୍ କନଷ୍ଟ୍ରକସନ୍ କର୍ପୋରେସନ୍ର ମିଳିତ ଉଦ୍ୟମରେ ବିନ୍ଦୁସାଗର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଉଛି । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ ।

from Kanak News
via <a href="https://ifttt.com/?

ଏକ ବିଭତ୍ସ ହତ୍ୟାକାଣ୍ଡର କାହାଣୀ: ଜେଲ ଭିତରେ ସାଥୀ କଏଦୀକୁ ନିଜେ ବଖାଣିଲା ଅଭିଯୁକ୍ତ, କେମିତି କାନଫୁଲ ପାଇଁ କାଟି ଦେଇଥିଲା କାନ?

କନକ ବ୍ୟୁରୋ: ନିଜ ବାହାଦୁରୀ ବିଷୟରେ ଜେଲରେ କଥା ହେଉଥିଲେ ଦୁଇ କଏଦୀ । କିଏ ବଡ ଅପରାଧ ଘଟାଇଛି, ଫୁଟାଣି ମାରି କହୁ କହୁ ଜଣେ କହିଦେଲା ସେ ଜେଲ ଆସିଛି ଏକ ଛୋଟ ଅପରାଧ ପାଇଁ, ହେଲେ ବାହାରେ ହତ୍ୟାକାଣ୍ଡ ଭଳି ବଡ ଅପରାଧ ଘଟାଇଛି । ଯାହାକୁ କେହି ଜାଣି ନାହାନ୍ତି । ବାସ କଥା ଯାଇ ପହଂଚିଗଲା ପୁଲିସ କାନରେ, ଆଉ ତାପରେ ନୟାପଲ୍ଲୀ ପୁଲିସ ଜେଲ ଭିତରୁ ଆସାମୀକୁ ଉଠାଇ ନେଇଛି ।

ଅପରାଧୀ ମାନିଲା ଅପରାଧ । ଜେଲରେ ବଖାଣିଲା ହତ୍ୟାକାଣ୍ଡର କାହାଣୀ । ଗତ ଜୁଲାଇ ମାସରେ ଭୁବନେଶ୍ୱର ନୟାପଲ୍ଲୀରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ କମିସନରେଟ ପୁଲ୍ିସର ନିଦ ହଜାଇ ଦେଇଥିଲା । ୭୦ ବର୍ଷିୟା ମହିଳା ତୁଳସୀ ଦେଇଙ୍କୁ ଘରେ ପଶି ମୁଣ୍ଡକୁ ହାଣି, କାନ କାଟି ଅଳଙ୍କାର ଲୁଟି ନେଇଥିବା ନୃଶଂସ ଅପରାଧୀକୁ ୫ ମାସ ଧରି ଖୋଜୁଥିଲା କମିସନରେଟ ପୁଲିସ । ହେଲେ ଅଭିଯୁକ୍ତ ଜଣକ ଅନ୍ୟ ଏକ ମାମଲାରେ ଝାରପଡ଼ା ଜେଲରେ ରହିଥିଲା । ଶେଷରେ ସାଥୀ କଏଦୀକୁ ନିଜ ବାହାଦୂରି ବଖାଣି ଧରାପଡିଛି ଏହି ସଶତାନ । କିପରି ବୃଦ୍ଧାଙ୍କୁ ହାଣି ହତ୍ୟା କରିଥିଲା ନିଜ ମୁହଁରେ ଗୋଟି ଗୋଟି ବଖାଣିଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ନାରାୟଣ ମହାନ୍ତି । ନାଁରେ ରହିଛି ୨୫ରୁ ଅଧିକ ମାମଲା । ସୁନା ଗହଣା ଲୁଟିବା ପାଇଁ ନୟାପଲ୍ଲୀ  ଏନ-୪ର ଘର ନଂ-୨୬୩କୁ ଟାର୍ଗେଟ କରିଥିଲା ନାରାୟଣ । ଘରେ ଥିଲେ ୭୦ ବର୍ଷିୟା ମହିଳା ତୁଳସୀ ଦେଇ । ତାଙ୍କ ଘର ଭିତରେ ପଶି ସୁନା ଗହଣା ଲୁଟିବା ପାଇଁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲା ଅଭିଯୁକ୍ତ । ତୁଳସୀ ଦେବାକୁ ଅମଙ୍ଗ ହେବାରୁ ମୁଣ୍ଡ, ଦେହକୁ ବାରମ୍ବାର ହାଣି ପକାଇଥିଲା ଏହି ନୃଶଂସ ସଇତାନ । ଶେଷରେ କାନ କାଟି କାନଫୁଲ ନେଇ ଫେରାର ହୋଇଯାଇଥିଲା ନାରାୟଣ ।  ତେବେ ନାରାୟଣ ମହାନ୍ତିର ଘର ଗଂଜାମ ଜିଲ୍ଲା ପୋଲସରା ଅଂଚଳରେ । ତାର ଅପରରାଧର ତାଲିକା ଯେମିତି ଲମ୍ବା, ସେତିକି ନୃଶଂସ ତାର ଆଚରଣ । ଏହି ଅପରାଧୀର ସଫ୍ଟ ଟାର୍ଗେଟ ହେଉଛନ୍ତି ମହିଳା । ପ୍ରଥମେ ସୁନା ମାଗେ ଆଉ ନଦେଲେ ହାଣିକି ସୁନା ଲୁଟ କରେ । ସବୁଠୁ ବଡ କଥା ହେଉଛି, ଲୁଟ କରୁଥିବା ସୁନା ନିଜ ଗର୍ଲଫ୍ରେଣ୍ଡକୁ ଗିଫ୍ଟ ଦିଏ ନାରାୟଣ । ସାମାନ୍ୟ ସୁନା ପାଇଁ ଜଣକୁ ହତ୍ୟା କରିବାକୁ ବି ପଛାଉ ନଥିବା ଏହି ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ ତୁଳସୀଙ୍କ ସ୍ୱାମୀ ।

ଅଭିଯୁକ୍ତ ନାରାୟଣକୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି କମିସନରେଟ୍ ପୋଲିସ । ଏକାଧିକ ଅପରାଧରେ ତା’ର ସଂପୃକ୍ତି ଥିବାରୁ ତା’ର ଅପରାଧର ପୂରା ହିସାବ ନିକାଶ କରିବ ପୋଲିସ ।

from Kanak News
via <a href="https://ifttt.com/?

୧୬ରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ: ପ୍ରଥମ ପର୍ଯ୍ୟାୟରେ ୩କୋଟି ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା; ସେପଟେ ଓଡିଶାରେ ଟଙ୍କା ଭଳି ସୁରକ୍ଷାରେ ଯିବ ଟିକା, ସୁରକ୍ଷା ବଳୟରେ ରହିବ କୋଭିଡ ଟିକା

କନକ ବ୍ୟୁରୋ: କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆଜି ବଡ ଘୋଷଣା କରିଛନ୍ତି । ଜାନୁୟାରୀ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି କୋଭିଡ ଟିକାକରଣ । ପ୍ରଥମ ଦଫାରେ ଟିକା ପାଇବେ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା । ଏପଟେ କଂପାନୀଠାରୁ ସିଧା ସଳଖ ଟିକା ଆସି ପହଂଚିବ ବିଭିନ୍ନ ରାଜ୍ୟରେ । ବ୍ୟାଙ୍କ ଗୁଡିକ ଯେଉଁ ସୁରକ୍ଷା ବ୍ୟବସ୍ଥା ଭିତରେ ଟଙ୍କା ପରିବହନ କରିଥାନ୍ତି, ଠିକ ସେମିତି କଡା ସୁରକ୍ଷା ବଳୟ ଭିତରେ ଟିକା ପହଂଚାଯିବା ପାଇଁ ବ୍ୟବସ୍ଥା ହୋଇଛି ।

କରୋନା ଟିକାକରଣକୁ ନେଇ ମୋଦି ସରକାରଙ୍କ ବଡ ଘୋଷଣା । ଜାନୁୟାରୀ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ ଟିକାକରଣ । କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଉଛି । ପ୍ରଥମ ଦଫାରେ ସରକାର ତାଲିକା କରିଥିବା ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏହାପରେ ୨୭ କୋଟି ୫୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଏକାଧିକ ରୋଗଗ୍ରସ୍ତ ଲୋକ ଟିକା ପାଇବେ ।

ଟଙ୍କା ଭଳି ସୁରକ୍ଷାରେ ଯିବ କରୋନା ଟିକା । ସୁରକ୍ଷା ବଳୟରେ ରହିବ କୋଭିଡ ଟିକା । ଟିକା ନିର୍ମାଣକାରୀ ସଂସ୍ଥାରୁ କରୋନା ଟିକା ସିଧା ସଳଖ ଓଡିଶାକୁ ଆସନ୍ତା ସପ୍ତାହରେ ପହଂଚିଯିବ । ଟିକା ରାଜ୍ୟକୁ ପହଂଚିବା ପରେ ରାଜ୍ୟ ଟିକାକେନ୍ଦ୍ରରୁ ଅନ୍ୟ ଅଂଚଳକୁ କଡା ସୁରକ୍ଷାରେ ଟିକା ପହଂଚାଇବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ଟଙ୍କା ଭ୍ୟାନର ସୁରକ୍ଷା ଭଳି ବିଭିନ୍ନ ଜିଲ୍ଲାକୁ ଟିକା ଗାଡି ଯିବ । ଟିକା ଭ୍ୟାନକୁ ସୁରକ୍ଷା ଦେବା ଲାଗି ଜିଲ୍ଲାପାଳ ଓ ଏସପି, ପୁଲିସ କମିସନର, ମୁନସିପାଲଟି କମିସନରଙ୍କୁ ଚିଠି ଲେଖିଛନ୍ତି ।

ତେବେ ରାଜ୍ୟ ଟିକା କେନ୍ଦ୍ରରୁ ୯ଟି ଆଂଚଳିକ ଟିକା କେନ୍ଦ୍ର ଓ ୩୨ଟି ଜିଲ୍ଲା ଟିକା କେନ୍ଦ୍ରକୁ ଭ୍ୟାକସିନ ପଠାଯିବ । ଟିକା ପରିବହନ ସମୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି । ଯେମିତି ଟଙ୍କା ଗାଡି କଡା ସୁରକ୍ଷା ବଳୟରେ ଯାଏ, ସେହି ଭଳି ସୁରକ୍ଷା ବଳୟ ଭିତରେ ଯିବ ଟିକା ଗାଡି । ସେପଟେ ସିରମ ଇନଷ୍ଟିଚ୍ୟୁଟରେ ବିତରଣ ହେବାକୁ ଥିବା ଟିକା ପଠାଇବାରେ ହେଉଥିବା ବିଳମ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟିକାର ଦାମକୁ ନେଇ ସରକାରଙ୍କ ସହ ମୁଲଚାଲ ଯୋଗୁଁ ଟିକା ଆସିବାରେ ଡେରି ହେଉଥିବା ଆଲୋଚନା ହେଉଛି । ହେଲେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲା । ସେ କହିଛନ୍ତି ଟିକା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନିକ ଅନୁମତିକୁ ଅପେକ୍ଷା କରାଯାଇଛି । ସେପଟେ ଆସନ୍ତା ୧୧ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିବା କାର୍ଯ୍ୟକ୍ରମ ରହିଛି ।

from Kanak News
via <a href="https://ifttt.com/?

ଓଡିଶାରେ ଟଙ୍କା ଭ୍ୟାନର ସୁରକ୍ଷା ଭଳି ବିଭିନ୍ନ ଜିଲ୍ଲାକୁ ଯିବ ଟିକା ଗାଡି । ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

କନକ ବ୍ୟୁରୋ: କରୋନା ଟିକାକୁ ନେଇ ଆସିଲା ବଡ ଖବର । ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ । ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏଥିପାଇଁ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ କରାଯାଇ ସାରିଛି । ସେହିଭଳି ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୫୦ ବର୍ଷରୁ କମ୍ ଏକାଧିକ ରୋଗରେ ପୀଡିତ ଲୋକଙ୍କୁ ଟିକା ଦିଆଯିବ । ଏଥିପାଇଁ ୨୭ କୋଟି ବ୍ୟକ୍ତିଙ୍କୁ ତାଲିକା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର ।  ସେପଟେ ଓଡିଶାରେ ଟଙ୍କା ଭ୍ୟାନର ସୁରକ୍ଷା ଭଳି ବିଭିନ୍ନ ଜିଲ୍ଲାକୁ ଟିକା ଗାଡି ଯିବ । ଟିକା ଭ୍ୟାନକୁ ସୁରକ୍ଷା ଦେବା ଲାଗି ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ପୁନେର ସେରମ୍ ଇନଷ୍ଟିଚୁଟରୁ ଟିକା ପରିବହନକୁ ନେଇ ସେରମ ପକ୍ଷରୁ ଆସିଲା ବଡ ସୂଚନା । ଦେଶର ବିଭିନ୍ନ ସ୍ଥାନକୁ ଟିକା ପରିବହନ ପାଇଁ ଲାଗିବ ଆହୁରି ୪୮ ଘଂଟା । ଏନେଇ ସୂଚନା ଦେଇଛନ୍ତି ସେରମ୍ ମୁଖ୍ୟ ଆଦାର ପୁନୱଲା । ଏହା ସହିତ ଆଦାର ପୁନୱଲା ସ୍ପଷ୍ଟ କରିଛନ୍ତି, ଯେ ଟଙ୍କା ପାଇଁ ଟିକା ପରିବହନ ବିଳମ୍ୱ ହେଉନାହିଁ । ସୋମବାର ଆଡକୁ ପ୍ରାୟ ୧୫୦ ଟନ୍ କାର୍ଗୋ ଜରିଆରେ ଟିକା ପରିବହନ ହେବ । ପୂର୍ବରୁ ସୂଚନା ରହିଥିଲା ଗୁରୁବାର ପୁଣେରୁ ବିମାନ ଯୋଗେ ଟିକା ପରିବହନ ହେବ । ଏହାପରେ ଶୁକ୍ରବାର ପରିବହନ ହେବ ବୋଲି ଆଶା କରାଯାଉଥିଲା । ଏହା ମଧ୍ୟରେ ସେରମ୍ ଇନଷ୍ଟିଚୁଟ୍ ମୁଖ୍ୟ ସୂଚନା ଦେଇଛନ୍ତି ସୋମବାର ଆଡକୁ ପୁଣେରୁ ଟିକା ପରିବହନ ହେବ ।

ସେପଟେ ପୁଣେ ବିମାନ ବନ୍ଦର କର୍ତୃପକ୍ଷ କରୋନା ଟିକା ପରିବହନ ପାଇଁ ପୁରା ପ୍ରସ୍ତୁତ ଥିବା ଜଣାଇଛନ୍ତି । ତେବେ ଟିକା ପରିବହନ ଆଗରୁ ବିଦ୍ଧିବଦ୍ଧ ଭାବେ ସରକାରଙ୍କ ସହିତ ଟିକାର ଦାମକୁ ନେଇ କଥାବାର୍ତା ପରେ ଟିକା ପରିବହନ କରାଯିବ ବୋଲି ସେରମ୍ ସୂତ୍ରରୁ ଜଣାପଡିଛି । ସେରମ୍ ବର୍ତମାନ୍ ଭାରତ ସରକାରଙ୍କ ପାଇଁ ପ୍ରତି ଡୋଜ୍ ୨୦୦ ଟଙ୍କା ଧାର୍ଯ୍ୟ କରିଛି । ସୂତ୍ର ଅନୁସାରେ କେନ୍ଦ୍ର ସରକାର ୧୦୦ ମିଲିୟନ୍ ଟିକା ମଗାଇବେ । ସେଥିପାଇଁ କେନ୍ଦ୍ର ସରକାର ଟିକା ଦରରେ ଆଉ କିଛିଟା କମ୍ କରିବାକୁ ଚାହୁଁଛନ୍ତି । ବର୍ତମାନ ପୁଣେର ମଂଜରୀ ପ୍ଲାଂଟରେ ସେରମ୍ ଇନଷ୍ଟିଚୁଟ୍ ତିଆରି କରିଥିବା ୫୦ ମିଲିୟନ୍ ଟିକା ମହଜୁଦ୍ ରହିଛି । ସେରମ୍ ପକ୍ଷରୁ ଶୀତଳଭଣ୍ଡାର ବ୍ୟବସ୍ଥା ଥିବା ଟ୍ରକ୍ ଟିକା ପରିବହନ ପାଇଁ ବ୍ୟବସ୍ଥା କରାଯାଇଛି ।

ଏପଟେ ଟିକାକରଣ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଏନେଇ ଜାନୁଆରୀ ୧୧ ତାରିଖ ଅର୍ଥାତ ସୋମବାର, ଅପରାହ୍ନ ୪ଟାରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ଟିକାକରଣ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଅନୁମତି ମିଳିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଟିକାକରଣ ପାଇଁ ରାଜ୍ୟ ସରକାରମାନେ କେତେ ପ୍ରସ୍ତୁତି ରହିଛନ୍ତି ଓ ରାଜ୍ୟମାନଙ୍କରେ କୋଭିଡର ସ୍ଥିତି କଣ ରହିଛି ସେ ନେଇ ଭିଡିଓକନଫରେନ୍ସିଂ ଜରିଆରେ ପଚାରିବୁଝିବେ ମୋଦି ।

ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଦେଶରେ ମହାମାରୀ କରୋନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୬ ଥର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସାରିଛନ୍ତି ପ୍ରଧାନମନ୍ତ୍ରୀ । ଟିକାକରଣ ପାଇଁ ବର୍ଷ ଆରମ୍ଭରୁ ଅକ୍ସଫୋର୍ଡ ଦ୍ୱାରା ବିକଶିତ ଟିକା କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭାକ୍ସିନକୁ ଅନୁମତି ଦେଇଛି ଡିସିଜିଆଇ । ଏବଂ ଖୁବଶୀଘ୍ର ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଉଛି । ଏଥିପାଇଁ ଦେଶବ୍ୟାପି ଜାନୁଆରୀ ୨ ତାରିଖରେ ଓ ୮ ତାରିଖରେ ଟିକାକରଣର ମକଡ୍ରିଲ ବା ଡ୍ରାଏ ରନ୍ କରାଯାଇଛି । ଏହି ଡ୍ରାଏ ରନ୍ ସଫଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାକୁ ସେମାନଙ୍କ ଚୂଡାନ୍ତ ତାଲିକା ପ୍ରସ୍ତୁତି ହୋଇସାରିଛି ।

from Kanak News
via <a href="https://ifttt.com/?

ମଝି ଆକାଶରୁ ହଜିଗଲା ଇଣ୍ଡୋନେସିଆ ବିମାନ । ବିମାନ ଉଡାଣର ୪ ମିନିଟ ପରେ ହୋଇଥିଲା ଯୋଗାଯୋଗ ବିଚ୍ଛିନ୍ନ ।

କନକ ବ୍ୟୁରୋ : ମଝି ଆକାଶରୁ ହଜିଲା ବିମାନ। ଉଡ଼ାଣ କରିବାର ୪ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ୪ମିନିଟ ପରେ ପାଇଲଟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏବେ ବିମାନକୁ ଖୋଜିବା ଆରମ୍ଭ କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ବିମାନରେ ୧୩୦ଜଣ ବସିବା ଭଳି ସିଟ ରହିଥିବା ବେଳେ ଉଡ଼ାଣ ସମୟରେ ସେଥିରେ ୫୯ଜଣ ଯାତ୍ରୀ ଥିଲେ। ତେବେ ଏପର୍ୟ୍ୟନ୍ତ ନିଖୋଜ ହେବାର କାରଣ ଜଣାପଡ଼ିନାହିଁ।

ସୂଚନା ମୁତାବକ, ଉଡ଼ାଣର ୪ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ଏହାର ଏକ ବୋଇଙ୍ଗ ୭୩୭-୫୨୪ଯାତ୍ରୀବାହୀ ବିମାନ ସହିତ ଯୋଗାଯୋଗ ହରାଇଥିଲା। ବିମାନଟି ଜାକର୍ତ୍ତାରୁ ପଣ୍ଟିଆନାକ୍ କୁ ଯାଉଥିଲା ବୋଲି ଜଣାପଡ଼ିଛି। ଶେଷ ଥର ପାଇଁ ୨ଟା ୪୦ରେ ବିମାନ ସହ ଯୋଗଯୋଗ ହୋଇଥିଲା। ଏହା ପରଠାରୁ ବିମାନ ସହ ଯୋଗାଯୋଗ କରିପାରିନଥିଲା କଣ୍ଟ୍ରୋଲ ରୁମ। ଇଣ୍ଡୋନେସିଆର ସର୍ଚ୍ଚ ଏବଂ ଉଦ୍ଧାରକାରୀ ସଂସ୍ଥା ଏବଂ ଜାତୀୟ ପରିବହନ ସୁରକ୍ଷା ଆୟୋଗ ମଧ୍ୟ ତଦନ୍ତ କରୁଛନ୍ତି ବୋଲି ଶ୍ରୀୱିଜୟ ପକ୍ଷରୁ କୁହାଯାଇଛି।

ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଅକ୍ଟୋବର ୨୦୧୮ରେ, ଏକ ଲାୟନ ଏୟାର ବୋଇଙ୍ଗ ୭୩୭ ମାକ୍ସ ଜେଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଉଡ଼ାଣର ୧୨ମିନିଟ ପରେ ଜାବା ସାଗରରେ ଖସିପଡ଼ିବାରୁ ୧୮୯ଜଣଙ୍କର ମୃତ୍ୟୁ ଘଟିଥିଲା।c

from Kanak News
via <a href="https://ifttt.com/?

ଆମେରିକା କ୍ୟାପିଟଲ ହଲ ଆକ୍ରମଣ ଘଟଣା । ବରଖାସ୍ତ ହୋଇପାରନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମହାଭିଯୋଗ ଚଳାଇବାକୁ ବାଚସ୍ପତିଙ୍କ ଦାବି

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ମାନେ କ୍ୟାପିଟଲ ହିଲ୍ ରେ ପ୍ରବେଶ କରି ଆକ୍ରମଣ କରିବା ପରେ ଆମେରିକା ରାଜନୀତି ଏବେ ସରଗରମ ରହିଛି । ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ଓ ଡେମୋକ୍ରାଟିକ୍ ପାର୍ଟିର ନେତା କ୍ଷମତା ଦଖଲ କରିବାକୁ ମାତ୍ର ୧୨ ଦିନ ବାକି ରହିଛି । ହେଲେ ଏବେ ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚଳାଇବାକୁ ଆଲୋଚନା ଚାଲିଛି । ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସି ମହାଭିଯୋଗ ନେଇ ସଂକେତ ଦେବା ସହ ଟ୍ରମ୍ପ ତୁରନ୍ତ ରାଷ୍ଟ୍ରପତି ପଦ ଛାଡନ୍ତୁ ବୋଲି ଦାବି କରିଛନ୍ତି    ।

କ୍ୟାପିଟଲ ହଲ ଉପରେ ଆକ୍ରମଣ ହେବା ପରେ ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସି ପୁରା ସକ୍ରିୟ ହୋଇ ଉଠିଛନ୍ତି । ଏହା ସହ ସେ ଟ୍ରମ୍ପଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆଣିବା ସହ ସେ ତୁରନ୍ତ ପଦ ଛାଡନ୍ତୁ ବୋଲି ଦାବି କରିଛନ୍ତି । ଡେମୋକ୍ରାଟିକ ସାଂସଦ ମାନଙ୍କ ସହ ବୈଠକ ବେଳେ ସେ ଆଶଂକା କରିଛନ୍ତି କି ଏହି କେତେଦିନ କ୍ଷମତାରେ ରହିବା ଦ୍ୱାରା ଟ୍ରମ୍ପ ପରାମାଣୁ ଯୁଦ୍ଧ କରିପାରନ୍ତି । ସେ କହିଛନ୍ତି କି ଆମେରିକା ଓ ଆମେରିକା ଲୋକତନ୍ତ୍ରର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚଳାଇବା ଆବଶ୍ୟକ । ଏହାପରେ ବି ଯଦି ଟ୍ରମ୍ପ ସ୍ୱଇଚ୍ଛାରେ ପଦ ନଛାଡନ୍ତି ତାହେଲେ ସଂସଦ ତରଫରୁ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆମେରିକା ଇତିହାସରେ ଟ୍ରମ୍ପ ଏଭଳି ଜଣେ ରାଷ୍ଟ୍ରପତି ଯେ ଗୋଟିଏ ଥର କ୍ଷମତା କାଳ ମଧ୍ୟରେ ତାଙ୍କ ଉପରେ ଦ୍ୱିତୀୟ ଥର ମହାଭିଯୋଗ ଚାଲିପାରେ । ଏହା ପୂର୍ବରୁ ୨୦୧୯ ମସିହାରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ହୋଇଥିଲା । କାରଣ ଥିଲା ୨୦୨୦ ମସିହାରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୟୁକେନ ଠାରୁ ସାହାଯ୍ୟ ମାଗିବା ଭଳି ଅଭିଯୋଗ ହୋଇଥିଲା । କୁହାଯାଇଥିଲା କି ଜୋ-ବାଇଡେନ ଓ ତାଙ୍କ ପୁଅ ହଣ୍ଟର ବାଇଡେନଙ୍କୁ ୟୁକେନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିଲା । ଟ୍ରମ୍ପ ଚାହୁଁଥିଲେ କି ଏହି ଆର୍ଥିକ କାରବାର ଲୋକଙ୍କ ସାମ୍ନାକୁ ଆସୁ । ଯାହାଦ୍ୱାରା ଲୋକଙ୍କ ନଜରରେ ବାଇଡେନଙ୍କ ଛବି ମଳିନ ପଡିଯିବ ।

ଏନେଇ ଟ୍ରମ୍ପ ଓ ୟୁକେନ ରାଷ୍ଟ୍ରପତିଙ୍କ ମଧ୍ୟରେ ଫୋନରେ ଅନେକ ସମୟ ଧରି କଥାବାର୍ତ୍ତା ହୋଇଥିଲା । ସେମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ରେକର୍ଡ ଗୋଇନ୍ଦା ସଂସ୍ଥା ହାତରେ ପଡିଥିଲା ଓ ତାହାକୁ ଗୋଇନ୍ଦା ସଂସ୍ଥା ସାର୍ବଜନୀନ କରିଥିଲା । ଏହାକୁ ନେଇ ବିରୋଧୀ ମାନେ ଅଭିଯୋଗ କରିଥିଲେ କି ଟ୍ରମ୍ପ ୟୁକେନ ରାଷ୍ଟ୍ରପତିଙ୍କୁ ବାଇଡେନଙ୍କ ସହ ହୋଇଥିବା ଆର୍ଥିକ କାରବାରର ଯାଂଚ କରିବାକୁ ଚାପ ପକାଉଛନ୍ତି । ଏହାସହ ବିରୋଧୀ ମାନେ ଅଭିଯୋଗ ଆଣିଥିଲେ କି ଯଦି ୟୁକେନ ରାଷ୍ଟ୍ରପତି ଏଭଳି ନକରନ୍ତି ତାହେଲେ ୟୁକେନକୁ ଆମେରିକା ଦେଇଥିବା ସୈନ୍ୟ ପ୍ରତ୍ୟାହାର କରିବାକୁ ବି ଟ୍ରମ୍ପ୍ ଧମକ ଦେଉଛନ୍ତି । ହେଲେ ବିରୋଧୀ ମାନଙ୍କର ଏଭଳି ଅଭିଯୋଗର ପ୍ରମାଣ ନମିଳିବାରୁ ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚାଲିପାରି ନଥିଲା । ଏବେ ପୁଣି ଦ୍ୱିତୀୟଥର ପାଇଁ ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚାଲିବା ନେଇ ଆଲୋଚନା ଜୋର ଧରିଛି । ହେଲେ ତାଙ୍କର କାର୍ଯ୍ୟକାଳ ୧୨ ଦିନ ବାକି ଥିବାରୁ ପ୍ରସ୍ତାବ ପାରିତ ହୋଇ ମହାଭିଯୋଗ ହେବା କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ । ଯଦି ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚାଲେ ତେବେ ସେ ୨୦୨୪ ରେ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିପାରିବେ ନାହିଁ ।

ଆମେରିକାର ସମ୍ବିଧାନ ମୁତାବକ ରାଷ୍ଟ୍ରପତିଙ୍କ ବିରୋଧରେ ଦେଶଦ୍ରୋହ, ଲାଂଚ, ଓ ଅନ୍ୟ କିଛି ସଂଗୀନ ଅଭିଯୋଗ ଆସିଲେ ତାଙ୍କୁ ମହାଭିଯୋଗର ସାମ୍ନା କରିବାକୁ ପଡିଥାଏ । ଏହି ଅଭିଯୋଗର ଶୁଣାଣି ଏକ ସ୍ୱତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ଚାଲିଥାଏ । ଯାଂଚ ପରେ ଅପରାଧର ପ୍ରମାଣ ସଂସଦର ନ୍ୟାୟ ସମିତିକୁ ଦିଆଯାଇଥାଏ । ଏହି ସମିତି ପୁଣିଥରେ ପ୍ରମାଣକୁ ଯାଂଚ କରେ ଓ ଶୁଣାଣି କରିଥାଏ । ଶୁଣାଣି ପରେ ତାହାକୁ ଡ୍ରାଫ୍ଟ କରି ସବୁ ପ୍ରମାଣକୁ ସିନେଟର ସମସ୍ତ ସଦସ୍ୟଙ୍କ ନିକଟରେ ପହଂଚାଯାଇଥାଏ ।

୨୦୧୯ ରେ ଏହି ଅଭିଯୋଗ ପରେ ପ୍ରକ୍ରିୟା ପାଖା ପାଖି ୩ ମାସ ଯାଏ ଚାଲିଥିଲା । ହେଲେ ଏବେ କଥା ହେଉଛି ସିଧା କ୍ୟାପିଟଲ୍ ହଲ୍ ଉପରେ ଆକ୍ରମଣ । ତେଣୁ ଏନେଇ ଡେମୋକ୍ରାଟିକ ସଦସ୍ୟଙ୍କ ଉପରେ କୌଣସି ଯାଂଚ ହେବାର ସମ୍ଭାବନା ନାହିଁ । ଖୋଦ ସଂସଦର ବାଚସ୍ପତି ନାନସୀ ପେଲୋସି ମହାଭିଯୋଗ ପାଇଁ ଦାବି କରିଛନ୍ତି । ତେଣୁ ଏମିତି ବି ହୋଇପାରେ ପ୍ରମାଣ ଜମା କରିବା ଓ ଯାଂଚ ବଦଳରେ ସିଧା ସଳଖ ଭୋଟ ହେବ ଓ ଯାଂଚ ସମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ନାନସୀ ପେଲୋସି କହିଛନ୍ତି କି ଏହା ମଧ୍ୟରେ ଉପରାଷ୍ଟ୍ରପତି ମାଇକ୍ ଫେନ୍ସ ଓ ଅନ୍ୟ କ୍ୟାବିନେଟ୍ ସଦସ୍ୟ ମାନେ ଟ୍ରମ୍ପଙ୍କୁ ସମ୍ବିଧାନର ୨୫ ତମ ସଂଶୋଧନ ପ୍ରକ୍ରିୟା ସହାୟତାରେ ପଦରୁ ହଟାଇ ଦେବେ ତେବେ ମହାଭିଯୋଗ ପ୍ରକ୍ରିୟା ଚଳାଇବାର କୌଣସି ଆବଶ୍ୟକତା ପଡିବ ନାହିଁ । କହିରଖୁ କି ଆମେରିକୀୟ ସମ୍ବିଧାନର ୨୫ ସଂଶୋଧନ ରେ କୁହାଯାଇଛି କି ଯଦି ଜଣେ ରାଷ୍ଟ୍ରପତି ଅଯୋଗ୍ୟ ଘୋଷିତ ହେଲେ ତାହେଲେ ବାକି କାର୍ଯ୍ୟକାଳ ଉପରାଷ୍ଟ୍ରପତି ସମ୍ଭାଳି ପାରିବେ । ଟ୍ରମ୍ପ ବର୍ତ୍ତମାନ ଯେଭଳି କ୍ଷମତାରେ ଥାଇ ବି ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି ତାହାକୁ ଦେଖିଲେ ଏହା ମନେହୁଏ ଯେ ସେ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହେଁ । ତାଙ୍କର ଅସ୍ଥିରତା ନା କେବଳ ଆମେରିକା ନୁହେଁ ପୁରା ବିଶ୍ୱକୁ ଆଶ୍ଚର୍ଯ୍ୟନ୍ୱତ କରିଛି । ଏପଟେ ପ୍ରଥମଥର ପାଇଁ ଜଣେ ବାଚସ୍ପତି ରାଷ୍ଟ୍ରପତିଙ୍କ ବରଖାସ୍ତ ଦାବି କରିଛନ୍ତି । ଯଦି ଟ୍ରମ୍ପ୍ ନିଜ ତରଫରୁ ପଦ ନଛାଡନ୍ତି ତାହେଲେ ତାଙ୍କୁ ବରଖାସ୍ତ କରିବାକୁ ଆମେରିକା ସମ୍ବିଧାନରେ ପ୍ରାବଧାନ ରହିଛି ।

ଏପଟେ ମହାଭିଯୋଗକୁ ନେଇ ସଂସଦରେ ଅନେକ ଆଶଂକା ଦେଖା ଦେଇଛି । ଜାନୁଆରୀ ୨୦ ତାରିଖରେ ବାଇଡେନ୍ ଶପଥ ନେବେ । ଏହାକୁ ନଜରରେ ରଖି ସାଂସଦ ମାନେ ଆଶଂକା କରିଛନ୍ତି କି ଏହି ସମୟରେ ଯଦି ଟ୍ରମ୍ପଙ୍କୁ ବରଖାସ୍ତ କରାଯାଏ ତାହେଲେ ବାଇଡେନଙ୍କ କାର୍ଯ୍ୟାକାଳ ଆରମ୍ଭରୁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଅର୍ଦ୍ଧାଧିକ ସଦସ୍ୟଙ୍କ ମତ ଯେ ଯଦି ଏବେ ଏଭଳି କରାଯିବ ତାହା ଭଲ ଠାରୁ ଅଧିକ ମାରାତ୍ମକ ହେବ । ଅନ୍ୟପଟେ କିଛି ସାଂସଦ କହିଛନ୍ତି କି ଦେଶବାସୀ ଓ ବାଇଡେନଙ୍କୁ ଯେତେ ବି ମୁସ୍କିଲର ସାମ୍ନା କରିବାକୁ ପଡୁ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆସିବା ନିହାତି ଦରକାର । କାରଣ ଆଗକୁ ଆମେରିକାର ଯିଏ ବି ରାଷ୍ଟ୍ରପତି ହେଉ ସେ ନିଶ୍ଚିନ୍ତ ଭାବେ ସଚେତନ ହେବ ।

from Kanak News
via <a href="https://ifttt.com/?

ସମ୍ବଳ ନଥିବାରୁ ବାସ ଖଣ୍ଡେ ପାଇବା ପାଇଁ ସଂଘର୍ଷ କରୁଛନ୍ତି ୬୦ ବର୍ଷିୟା ସୁକାନ୍ତି : ୫ ବର୍ଷ ହେଲାଣି ଭଙ୍ଗାଘରେ କଟୁଛି ଜୀବନ…

କନକ ବ୍ୟୁରୋ: ବୟସର  ଅପରାହ୍ନରେ ଘରଟିଏ ପାଇଁ ସଂଘର୍ଷ କରୁଛନ୍ତି ଜଣେ ୬୦ ବର୍ଷିୟ ବୃଦ୍ଧା । ଆଗକୁ ପଛକୁ ଆହା କରିବାକୁ କେହି ନାହାଁନ୍ତି । ମୁଣ୍ଡ ଗୁଂଜିବାକୁ ଘରଟିଏ ବି ନାହିଁ । ପ୍ରାୟ ୪-୫ ବର୍ଷ ହେଲା ଝଡ ବତାସରେ ଘର ଭଙ୍ଗି ଯାଇଛି । ହେଲେ ଘର କରିବାକୁ ଆଉ ସମ୍ବଳ ନଥିବାରୁ ଭଙ୍ଗାଘରେ ରହୁଛନ୍ତି ବୃଦ୍ଧା । ଦେଖନ୍ତୁ ଏହି ରିପୋର୍ଟ ।
କନ୍ଧମାଳ ଖଜୁରିପଡା ବ୍ଲକ ପାଣ୍ଡାବାଡି ଗାଁରେ ରୁହନ୍ତି ସୁକାନ୍ତି ସାହାଣୀ । ବୟସ ୬୦ ପାର ହେଲାଣି । ସ୍ୱାମୀ ଆରପରିରେ,  ଝିଅ ତିନୋଟି ବାହାହୋଇ ଶାଶୁୁ ଘରେ । ସମସ୍ତେ ସମସ୍ତଙ୍କ ବାଟରେ ଚାଲିଯିବା ପରେ  ଏବେ ଏକାକି ସୁକାନ୍ତି । ସରକାରୀ ଯୋଜନାରେ ମିଳୁଥିବା ଚାଉଳ ଓ ୫ଶହ ଟଙ୍କାର ବିଧବା ଭତ୍ତାରେ ପେଟ ପୁରୁଛି, ହେଲେ ଭଙ୍ଗା ଘରେ ଦିନ ବିତୁଛି । ଘରର କାନ୍ଥ ଫାଟି  ଆଁ କରିଛି  । ଚାଳ କଣା ହୋଇ ସୂର୍ଯ୍ୟ ଚନ୍ଦ୍ର ଦେଖାଯାଉଛନ୍ତି । ଏମିତି ଅବସ୍ଥାରେ ରହୁଛନ୍ତି ସୁକାନ୍ତି  ।
ବର୍ଷା ଦିନ ଆ-ତା ପିଣ୍ଡାରେ କଟୁଥିବା ବେଳେ ବିଡିଓ କହିଛନ୍ତି ସ୍କୁଲ ଘରେ ରାତି କାଟିବା ପାଇଁ । କିନ୍ତୁ ଚାଲି ନପାରିବାରୁ ସ୍କୁଲ ଘରକୁ ନଯାଇ ସେହି ଭଙ୍ଗା ଘରେ ହିଁ ରହୁଛନ୍ତି ବୃଦ୍ଧା । ଏତେ ପରେ ବି ଆଶା ରଖିଛି ସରକାର ତାଙ୍କ ଦୁଃଖ ଶୁଣିିବେ ଆଉ ଘରଟି ତିଆରି କରିଦେବେ  । ଗ୍ରାମବାସୀଙ୍କ ସାହାର୍ଯ୍ୟ,  ସହଯୋଗ ରେ ଚଳି ଆସୁଛନ୍ତି ସୁକାନ୍ତୀ । ତେବେ ଦେଖିବା ଆଗକୁ ସୁକାନ୍ତୀଙ୍କ ପାଇଁ ସରକାର କେବେ ଘରଟିଏ ତିଆରି କରୁଛନ୍ତି ।

from Kanak News
via <a href="https://ifttt.com/?

ଜଳ କୃଷି ଗବେଷଣାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସିଫାରେ ବୁଲି ଦେଖିଲେ ଗବେଷଣାତ୍ମକ କାର୍ଯ୍ୟକ୍ଷେତ୍ର

କନକ ବ୍ୟୁରୋ : ପୁରୀ ଜିଲ୍ଲା କୌଶଲ୍ୟାଗଙ୍ଗନିକଟରେ ଥିବା ସିଫାକୁ ଯାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଜଳ କୃଷି ଗବେଷଣା କେନ୍ଦ୍ରକୁ ସମୀକ୍ଷା କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ଉପସ୍ଥିତ ସିଫାର କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ । ଓଡ଼ିଆ ଭାଷାରେ ୧୬ ଗୋଟି ଜନପ୍ରିୟ ପ୍ରଯୁକ୍ତି କୌଶଳର ପ୍ରତ୍ରିକା ଉନ୍ମଚନ କରିଥିଲେ ।

ମାନ୍ୟବର ମନ୍ତ୍ରୀଙ୍କ ସମେତ ଭାରତ ସରକାରଙ୍କ ଅଭ୍ୟନ୍ତରୀଣ ମତ୍ସଚାଷ ବିଭାରଗର ଯୁଗ୍ମ ସଚିବ ଶ୍ରୀ ସାଗର ମେହେରା, ସାମୁଦ୍ରିକ ମତ୍ସଚାଷ ବିଭାଗର ଯୁଗ୍ମ ସଚିବ ଡ଼କ୍ଟର ଜେ ବାଲିଜି ଆଇଏଏସ, ସିଫା ନିର୍ଦ୍ଦେଶକ ସରୋଜ କୁମାର ସ୍ୱାଇଁ, ଓଡ଼ିଶା କୃଷି ବିଦ୍ୟାଳୟର କୁଳପତି ଡ଼କ୍ଟର ପିକେ ଅଗ୍ରୱାଲ ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started