ରୋଗ ହେବା ପରେ ଛାଡ଼ିଦେଲେ ସ୍ୱାମୀ । କିଡନୀ ରୋଗରେ ପୀଡ଼ିତ ହୋଇ ବାପ ଘରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସବନମ୍ ବେଗମ୍

କନକ ବ୍ୟୁରୋ: ମୋର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି, ସାତ ଜନମକୁ ସାକ୍ଷୀ ରଖି ହାତଧରିଥିବା ସ୍ଵାମୀ ହାତ ଛାଡି ଦେଇଛି, ମୁଁ ଵଂଚିବାକୁ ଚାହେଁ ହାତ ଜୋଡି ଏଭଳି କରୁଣ ନିବେଦନ କରୁଛନ୍ତି କିଡନୀ ରୋଗରେ ଅ।କ୍ରାନ୍ତ ପିପିଲି ଏନଏଏସି ୮ନଂ ଓ୍ଵାର୍ଡ ଭବାନୀପୁର ଅଂଚଳର ସବନମ ବେଗମ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ବୃଦ୍ଧ ବାପାମା ଝିଅକୁ ସୁସ୍ଥ କରିବା ନିମନ୍ତେ ସରକାରଙ୍କ ପାଖରେ ନିବେଦନ କରିଥିବା ବେଳେ ସହଯୋଗର ପ୍ରତିଶୃତି ଦେଇଛି ସ୍ଥାନୀୟ ପ୍ରଶାସନ।

ଝିଅର ଯନ୍ତ୍ରଣା ଓ ନାତିର ଅଭାବ ସଂପର୍କରେ କହିବା ବେଳେ କୋହ ସମ୍ଭାଳି ପାରୁନାହାନ୍ତି ଆଇ ମାଆ । ଆଖିରୁ ଧାର ଧାର ବହି ଯାଉଛି ଲୁହ । କୀଡନ ରୋଗରେ ପୀଡିତ ଝିଅକୁ ସୁସ୍ଥ କରିବା ପାଇଁ ଅନବରତ ଚେଷ୍ଟା କରୁଥିବା ବାପା-ମାଆ ନାତିର ଆବଶ୍ୟକତା ପୂରଣ କରି ପାରୁନାହାନ୍ତି । ପିପିଲି ଏନଏଏସି ଭବାନୀପୁରର ସବନମ୍ ବେଗମ୍ଙ୍କ ଦୁଇଟି ଯାକ କୀଡିନ ନଷ୍ଟ ହୋଇଯାଇଛି । ସବନମ୍ ସୁସ୍ଥ ଥିବା ବେଳେ ଜଗତସିଂହପୁରରେ ଶାଶୁଘରେ ବେଶ ହସଖୁସିରେ ଥିଲେ । ହେଲେ ଶରୀରରେ ରୋଗ ସବାର ହେବା ପରେ ହାତ ଛାଡିଦେଲା ସ୍ୱାମୀ । ବାସ ତା ପରଠାରୁ କୁନି ପୁଅକୁ ଧରି ବାପାଘରେ ଜୀବନ ଯନ୍ତ୍ରଣାର ଦୋଛକିରେ ସଂଘର୍ଷ କରୁଛନ୍ତି ସବନମ୍ ବେଗମ୍ ।

ସବନମ୍ଙ୍କ ପାଇଁ ଦେଢବର୍ଷ ହେଲା ଜୀବନ ପାଲଟିଯାଇଛି ବୋଝ । ୨ଟି ଯାକ କିଡନୀ ନଷ୍ଟ ହୋଇ ଯାଇଥିବାରୁ ଡାଏଲସିସ୍ କରାଯାଉଛି । ରକ୍ତ ମଧ୍ୟ ଦେବାକୁ ପଡୁଛି । ସବନମ୍ଙ୍କ ଚିକିତ୍ସା ପାଇଁ ସର୍ବସାନ୍ତ ହୋଇ ସାରିଲେଣି ଏହି ଅଭାବୀ ପରିବାର । ଆଉ ଏବେ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସରକାର ଓ ବେସରକାରୀ ସହାୟତା ପାଇଁ ଅକୁଳ ନିବେଦନ କରିଛନ୍ତି ସବନମ୍ ଓ ତାଙ୍କ ବାପା-ମାଆ । ସେପଟେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ସ୍ଥାନୀୟ ପ୍ରଶାସନ ।

ମାଆର ମୁଣ୍ଡ ଆଉଁସି ରୋଗ ଯନ୍ତ୍ରଣାକୁ ହାଲୁକା କରିବା ପାଇଁ କୁନି ପୁଅ ଚେଷ୍ଟା କରୁଛି, ଆପଣମାନେ ବି ଚାହିଁଲେ ଏହି ୭୩୮୧୯୩୦୧୭୦ ନମ୍ବରରେ କଲ କରି ଜଣେ ଅସହାୟ ମାଆକୁ ସହଯୋଗ କରିପାରିବେ ।

from Kanak News
via <a href="https://ifttt.com/?

ତାଲା ବନ୍ଦ ବେଳେ ଚାଷୀ ବନିଲେ ଶିକ୍ଷକ । ଛାତ ଉପରେ କଲେ ପରିବା ଚାଷ । 

କନକ ବ୍ୟୁରୋ : ଲକଡାଉନ ଶିଖାଇଦେଲା ଚାଷ, ଦୁଇ ଶିକ୍ଷକ ଭାଇ ଛାତ ଉପରେ ଓ ନିଜ ବାଡିରେ କଲେ ପନିପରିବା ଚାଷ, ତାହା ପୁଣି ବିନା ରାସାୟନିକ ସାର ଓ ଔଷଧ ପ୍ରୟୋଗ କରି । ଅଧିକ ଫସଲ ଉପ୍ତାଦନ ପାଇଁ ବର୍ତ୍ତମାନ ରାସାୟନିକ ସାର ଓ ଔଷଧର ବ୍ୟବହାର ବ୍ୟାପକ ହେଉଥିବା ବେଳେ ସେହି ପନିପରିବା କୁ ଖାଇ ନାନାଦି ରୋଗ ହେଉଛି ଆମ୍ଭମାନଙ୍କୁ । ଆଉ ମଧ୍ୟ ରାସାୟନିକ ସାର ପ୍ରୟୋ ଦ୍ବାରା ଭଲ ଫସଲ ମିଲୁଛି ହେଲେ ମାଟିର ଉର୍ବରତା କମିଯାଉଥିବା ବୈଜ୍ଞାନିକ ମାନେ କହିଲେଣି ତେଣୁ ଜୈବିକ ସାର ପ୍ରୟୋଗ ପାଇଁ ପରାମର୍ଶ ଦିଆଯାଉଛି ଯାହା ଫଳରେ ଦୁଇ ଭାଇଙ୍କର ଏଭଳି ପଦକ୍ଷେପ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦେଖିବା ଏଇ ରିପୋର୍ଟ ।

ଛାତ ଉପରେ କରାଯାଇଛି ବିଭିନ୍ନ ପ୍ରକାର ପନିପରିବା ସହ ଶାଗ ଚାଷ, ତାହା ପୁଣି ବିନା ରାସାୟନିକ ସାର ବିଷ ପ୍ରୟୋଗ ଦ୍ବାରା । କେବଳ ଜୈବିକ ସାର ବ୍ୟବହାର କରି ଉତ୍ପାଦନ ହେଉଛି ପରିବା। କରୋନା ତାଲାବନ୍ଦ ବେଳେ ଛାତ ଉପରେ ବାଇଗଣ, ମୁଳା, ଗାଜର, ବିଟ, ବିମ, ବିଲାତି, କୋବି, ଲଙ୍କା ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଦୁଇ ଜଣ ଶିକ୍ଷକ ଭାଇ ।

କେନ୍ଦୁଝର ଘସିପୁରା ବ୍ଲକ କଇଁଆବୋରେଇ ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ଦୁଇ ପୁଅ ଦେବିଦତ ଓ ଦେବାଶିଷ ପେଷାରେ ଶିକ୍ଷକତା କରୁଥିବା ବେଳେ କରୋନା ମହାମାରୀ ପାଇଁ ଲକଡାଉନ ବେଳେ ଶିକ୍ଷକରୁ ଚାଷୀ ହୋଇଗଲେ । ଏବଂ ଜୈବିକ ସାର ପ୍ରୟୋଗ କରି ନିଜ ବାଡି ସହ ଛାତ ଉପରେ ପନିପରିବା କରି ତାହାକୁ ବ୍ୟବହାର କରିବା ସହ ବଳକା ପନିପରିବାକୁ ଖୁବ୍ କମ ଦରରେ ସ୍ଥାନୀୟ ଲୋକଙ୍କୁ ବିକ୍ରି କରୁଛନ୍ତି । ଆଉ  ଆଜିର ଯୁବ ପିଢିମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ନିଜର ଆତ୍ମବିଶ୍ବାସ ଓ ସ୍ୱଳ୍ପ ପରିଶ୍ରମ ବଳରେ ଏହା ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି ଦୁଇ ଶିକ୍ଷକଭାଇ ।

from Kanak News
via <a href="https://ifttt.com/?

ଜାନୁଆରୀ ୧୬ରୁ ସାରା ଦେଶରେ କରୋନା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା ।

କନକ ବ୍ୟୁରୋ : ଜାନୁଆରୀ ୧୬ରୁ ସାରା ଦେଶରେ ହେବ କରୋନା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବାର ଯୋଜନା କରାଯାଇଛି । ଏହାପରେ ୫୦ ବର୍ଷ ବୟସର ଅଧିକ ଲୋକଙ୍କୁ ଟିକା ଦିଆଯିବ ।

କରୋନା ଟିକାକରଣକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ୧୬ରେ ଟିକାକରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

from Kanak News
via <a href="https://ifttt.com/?

ରାତି ଅଧରେ ଭାଙ୍ଗିଲା କେନାଲ । ସୃ୍ଷ୍ଟି ହେଲା ଘାଇ । ଭାସିଗଲା ଫସଲ, ରାତି ଉଜାଗର ରହି ଜଗି ରହିଲେ ଗ୍ରାମବାସୀ

କନକ ବ୍ୟୁରୋ: ରାତି ଅଧରେ ଭାଙ୍ଗିଲା କେନାଲ ବନ୍ଧ, ସୃଷ୍ଟି ହେଲା ଘାଇ । ଚାଷ ଜମିରେ ମାଡ଼ିଗଲା କୋଲବ ଡ୍ୟାମର ପାଣି । ରାତି ଅନିଦ୍ରା ହୋଇ ପାଣିକୁ ଜଗିଲେ ଗ୍ରାମବାସୀ । ତେଣୁ ଅଳ୍ପକେ ବର୍ତିଗଲା ଘରଦ୍ୱାର । ପାଣି ମାଡି ଫସଲ ନଷ୍ଟ ହେବା ଖବର ପାଇଁ ଘଟଣା ସ୍ଥଳରେ ପହଂଚିଥିଲେ ପ୍ରଶାସନିକ ଅଧିକାରୀ । ବିଭାଗୀୟ ଅଧିକାରୀ କେନାଲ ମରାମତି କାମରେ ଲାଗିଥିବା ବେଳେ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

କିଛି ବୁଝିବା ଆଗରୁ ପ୍ରବଳ ବେଗରେ ମାଡ଼ିଆସିଲା ପାଣି । ରାତି ଅଧିଆ ଚାଷ ଜମିରେ ଲହଡ଼ି ଖେଳିଲା ପାଣି । ଘର ଭିତରେ ପାଣି ପଶିବା ଭୟରେ ରାତି ଉଜାଗର ରହିଲେ ଗ୍ରାମବାସୀ । ଜୟପୁର ସହର ନିକଟ ଯାଇଥିବା କୋଲାବ ଡ଼୍ୟାମର ମୁଖ୍ୟ ଶାଖା କେନାଲ ବନ୍ଧ ଭାଙ୍ଗିବାରୁ ଏକଟାଗୁଡ଼ା ଗାଁର ଚାଷ ଜମିରେ ପାଣି ମାଡିଯାଇଛି ।

ଘଟଣା ସ୍ଥଳରେ ରାତି ଅଧିଆ ଜୟପୁର ବିଧାୟକ ସହ ପୋଲିସ କର୍ମଚାରୀ ପହଚିଂ ଲୋକଙ୍କୁ ଭୟଭିତ ନହେବା ପାଇଁ କହିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ବିଭାଗୀୟ କର୍ମଚାରୀ ବନ୍ଧ ବାନ୍ଧିବା ଆଗରୁ ଚାଷ ଜମିରେ ପାଣି ମାଡ଼ି ଫସଲ ନଷ୍ଟ ହୋଇ ସାରିଥିଲା ।

ତେବେ କେନାଲ ଭାଙ୍ଗିବା ପରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ୪୦ ବର୍ଷର ପୁରୁଣା କେନାଲ, ଏହାର କୌଣସି ମରାମତି ହୋଇନାହିଁ । ତେଣୁ କେନାଲ ବନ୍ଧ ଭାଙ୍ଗି ଚାଷ ଉଜୁଡି ଯାଇଛି, ଏଭଳି ସ୍ଥିରିରେ ଚାଷୀ ଏବେ ରବି ଚାଷ କରିବ ନାଁ ଜମି ସଜାଡିବ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସାପ ଗାତ ଓ କଙ୍କଡ଼ା ଗାତ ଯୋଗୁଁ ଏପରି ସ୍ଥିତି ଉପୁଜି ଥିବା କହିଛନ୍ତି କେନାଲ ମରାମତି ଦାୟୀତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀ ।

ଭଙ୍ଗା ବନ୍ଧର ମରାମତି କାମରେ ୪୦ରୁ ଅଧିକ ଗାଡ଼ି ଲାଗିଥିବା ବେଳେ ୪୦ରୁ ଅଧିକ ଶ୍ରମିକ ଲାଗିଛନ୍ତି । ଅନ୍ୟପକ୍ଷେ କୋରାପୁଟ ଜିଲ୍ଳାପାଳ ସ୍ଥିତି ଅନୁଧ୍ୟାନ କରି କହିଛନ୍ତି, କେନାଲ ପୁରୁଣା ହୋଇଥିବାରୁ ଏପରି ହୋଇଛି । ଆଗକୁ ଏପରି ଅଘଟଣ ଯେମିତି ନହୁଏ ତାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

from Kanak News
via <a href="https://ifttt.com/?

ମଞ୍ଚରେ ମୁହାଁମୁହିଁ ସାଂସଦ ଅପରାଜିତା ଷଡଙ୍ଗୀ ଓ ମନ୍ତ୍ରୀ ଅଶୋକ ପଣ୍ଡା ।  ବିନ୍ଦୁସାଗର ଓ ଲିଙ୍ଗରାଜ ପାଇଁ କ’ଣ ହୋଇଛି ବୋଲି ପ୍ରଶ୍ନ କଲେ ଅପରାଜିତା । 

କନକ ବ୍ୟୁରୋ: ସ୍ୱଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାରେ ଦେଖିବାକୁ ମିଳିଥିଲା ଆଉ ଏକ ରୋଚକ ଚିତ୍ର । ଷ୍ଟେଜ ଉପରେ ଭାଷଣ ଦେବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିନ୍ଦୁ ସାଗର ଓ ଲିଙ୍ଗରାଜ ପାଇଁ କଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଆଖିକୁ କିଛି କାମ ହୋଇଥିବା ପରି ଦେଖା ଯାଉନି ବୋଲି ଆକ୍ଷେପ କରିଥିଲେ ଅପରାଜିତା ।
ମଂଚରେ ଭାଷଣ ସମୟରେ ଏହାର ଜବାବ ରଖିଥିଲେ ଏକାମ୍ର୍ ବିଧାୟକ ଅଶୋକ ପଣ୍ଡା । ଗୋଟି ଗୋଟି କରି ରାଜ୍ୟ ସରକାର କଣ କଣ କରିଛନ୍ତି ତାହାର ହିସାବ ଦେଇଥିଲେ ମନ୍ତ୍ରୀ ।
ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଲା ସ୍ୱଛ ବିନ୍ଦୁସାଗର ପ୍ରକଳ୍ପ । ଆଜି ଏହି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ବିନ୍ଦୁସାଗର ପୋଖରୀର ସଫେଇ କାମର ଶୁଭାରମ୍ଭ ହୋଇଛି । ଏକାମ୍ର କ୍ଷେତ୍ରରେ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ସଫେଇ ପାଇଁ ଆଗରୁ ବହୁ ଯୋଜନା ହୋଇଛି । ବର୍ତମାନ ଏକାମ୍ର ଯୋଜନା ପ୍ରକଳ୍ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନତିକରଣ କାମ ହାତକୁ ନିଆଯାଇଛି । ଏହି କ୍ରମରେ ଶୁଭାରମ୍ଭ ହୋଇଛି ସ୍ୱଛ ବିନ୍ଦୁସାଗର ପ୍ରକଳ୍ପ ।

from Kanak News
via <a href="https://ifttt.com/?

ପୋଲିସ ଉପରକୁ ବୋମାମାଡ଼ । ଜଣେ ପୋଲିସ କର୍ମଚାରୀ ଆହତ । ଆଠଗଡ଼ରେ ସିମେଣ୍ଟ କମ୍ପାନୀକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା । 

କନକ ବ୍ୟୁରୋ : ପୋଲିସ ଉପରକୁ ବୋମାମାଡ । ଜଣେ ପୋଲିସ କର୍ମଚାରୀ ଆହତ । ଆଠଗଡ଼ ଖୁଂଟୁଣି ଅଂଚଳର ଶ୍ରୀ ସିମେଂଟ କମ୍ପାନୀକୁ ବିଦ୍ୟୁତ ସଂଯୋଗ ଦେବା ବେଳେ ଜମି ହିତାଧିକାରୀ ଓ ଓପିଟିସିଏଲ କର୍ମଚାରୀ ମୁହାଁମହିଁ ହୋଇଥିଲେ । ଏହି ସମୟରେ କେହି ଦୁବୃର୍ତ ପୋଲିସ ଉପରକୁ ବୋମାମାଡ଼ କରିଥିଲା ।

ବୋମାମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖି ଚୌଦ୍ୱାର ଏସଡ଼ିପିଓ, ଆଆଇସି, ୩ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି ।

from Kanak News
via <a href="https://ifttt.com/?

ଚାଲିଗଲା ଚାକିରି, ବଦଳିଗଲା ଭାଗ୍ୟ । ଲକଡାଉନରେ ଚା’ ବିକି ସଫଳ ବ୍ୟବସାୟୀ ହେଲେ ସିକ୍ୟୁରିଟି ଗାର୍ଡ । କ୍ୟାଫେ କଫି ଖୋଲି ପାଲଟିଗଲେ ଉଦାହରଣ ।

କନକ ବ୍ୟୁରୋ: ଫୋନ କରନ୍ତୁ ଚା ପିଅନ୍ତୁ । ଚାଲୁ ଚାଲୁ ବି ମିଳିବ ଚା । ଏବେ ଗୋଟିଏ ଫୋନ କଲରେ ଆପଣଙ୍କ ପାଖକୁ ଚାଲିଚାଲି ଆସିବ ଚା । କଥାଟା ଟିକେ ମଜାଳିଆ ଲାଗୁଥିଲେ ବି କାହାଣୀ କିନ୍ତୁ ସତ । କାରଣ ଏ ଚା’ର ନାଁ ରଖାଯାଇଛି ଚାଲତା ବୋଲତା ଚା । ଜଣେ ସିକ୍ୟୁରିଟି ଗାର୍ଡରୁ କଫି କାଫେ ମାଲିକ ବନିଥିବା ଏ ଯୁବକ ଅନଲାଇନ ବ୍ୟବସାୟ ପାଇଁ ଏମିତି ନାମକରଣ କରିଛନ୍ତି ।

କୁହାଯାଏ ସମୟ ସବୁକିଛି ବଦଳାଇଦିଏ । ରାସ୍ତା କଡର ମଣିଷକୁ ବି ମାଲିକ କରିଦିଏ । ସେମିତି ଏକ କାହାଣୀ ଆସିଛି ପୁଣେ ସହରରୁ । ଯେଉଁଠି ରେବାନ ସିନ୍ଦେ ନାମକ ଜଣେ ୨୮ ବର୍ଷୀୟ ଯୁବକ ସାଧାରଣ ସିକ୍ୟୁରିଟି ଗାର୍ଡରୁ କଫି ସପର ମାଲିକ ବନିଛନ୍ତି । ଆଉ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ତେବେ କରୋନା କଟକଣା ପାଇଁ ଯେତେବେଳେ ସାରା ଦେଶରେ ତାଲା ପଡିଥିଲା ଠିକ ସେିତିବେଳେ ଏକ କମ୍ପାନୀରେ ସିକ୍ୟୁରିଟି ଭାବେ କାମ କରୁଥିବା ରେଭାନଙ୍କ ଚାକିରି ଚାଲିଗଲା । ଆଉ ଚାକିରି ହରାଇବା ପରେ ଚା ବିକି ପେଟ ପୋଷିବାକୁ ମନସ୍ତ କରିଥିଲେ ସେ । ତେବେ ଲକଡାଉନ ହିଁ ଉକ୍ତ ଯୁବକଙ୍କ ଲକ ବଦଳାଇଦେଲା । ଅନଲାଇନରୁ ଆରମ୍ଭ କରିଥିବା ଚା ବ୍ୟବସାୟ ଧିରେ ଧିରେ ବଢିବାକୁ ଲାଗିଲା । ଆଉ ଏବେ ଧିରେ ଧିରେ ଯେତେବେଳେ ଅଫିସ କିମ୍ବା ବଡ ବଡ ମାର୍କେଟ ଖୋଲିଲା ତାଙ୍କ ବ୍ୟବସାୟ ଭଲରେ ଚାଲିଲା । ଆଉ ସେ ଏହି କାଫେ ୧୮ର ମାଲିକ ବି ବନିଗଲେ ।

ଫୁଟ ଡେଲିଭରି ପରି ଚା ଡେଲିଭରି କରୁଛନ୍ତି ରେଭାନ । ନିଜ କାଫେରେ ଗରମାଗରମ ଚା କରି ବାଇକରେ ବୁଲିବୁଲି ଦେଉଛନ୍ତି ତାଙ୍କ କର୍ମଚାରୀ । ତେବେ ଦୁଇ କପ ଚାରୁ ଆରମ୍ଭ ହୋଇଥିବା ବ୍ୟବସାୟ ଆଜି ୬୦୦ରୁ ୭୦୦ରେ ପହଞ୍ଚିଛି । ଦିନକୁ ପାଖାପାଖି ୭୦୦ କପ କଫି ଆଉ ଚା ବିକ୍ରି ହେଉଥିବା ବେଳେ ମାସକୁ ୫୦ରୁ ୬୦ ହଜାର ଟଙ୍କା ଲାଭ ହେଉଛି । ତେବେ ରେଭାନଙ୍କ ଏ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ବେଳେ ଲକଡାଉନ କେମିତି ଲକ ବଦଳାଇଦିଏ ପୁନେର ଏ ଯୁବକ ବଡ ଉଦାହରଣ ।

from Kanak News
via <a href="https://ifttt.com/?

କଂଗ୍ରେସ ପରେ ରାଜସ୍ଥାନ ବିଜେପିରେ ଫାଟ । ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସ୍କିନ୍ଦିଆ ବନାଇଲେ ଅଲଗା ସଂଗଠନ । ସବୁ ଜିଲ୍ଲାରେ ଦୃଢ ସଂଗଠନ ପାଇଁ ପ୍ରସ୍ତୁତି ଜୋରଦାର

କନକ ବ୍ୟୁରୋ : ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପି ଭିତରେ ଫାଟ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସ୍କିନ୍ଦିଆଙ୍କୁ କେନ୍ଦ୍ର ବୈଠକକୁ ନିମନ୍ତ୍ରଣ ନମିଳିବା ପରେ ଅସନ୍ତୁଷ୍ଟ ହୋଇଛନ୍ତି ସ୍କିନ୍ଦିଆଙ୍କ ସମର୍ଥକ । ଏନେଇ ସେମାନେ ରାଜସ୍ଥାନରେ ବିଜେପିରୁ ଅଲଗା ହୋଇ ଏକ ରାଜନୈତିକ ମଞ୍ଚ ବନାଇଛନ୍ତି । ଯାହାର ନାମ ଦିଆଯାଇଛି ‘ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ’ । ଏହା ବ୍ୟତିତ ‘ ଟିମ୍ ବସୁନ୍ଧରା’ ନାମରେ ସୋସିଆଲ ମିଡିଆରେ ଏକ ସଂଗଠନ ବନା ଯାଇଛି ।

ରାଜସ୍ଥାନରେ ବସୁନ୍ଧରା ସମର୍ଥକ ମାନେ ପ୍ରତି ଜିଲ୍ଲାରେ ଜିଲ୍ଲାଅଧ୍ୟକ୍ଷ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ବ୍ୟତିତ ଯୁବ ସଂଗଠନ ଓ ମହିଳା ସଂଗଠନ ପ୍ରସ୍ତୁତି କରିବା ନେଇ ସଂଗଠନ ଜୋରଦାର ପ୍ରୟାସ ଆରମ୍ଭ କରିଛି । କହିରଖୁ କି ବିଜେପିରେ ଏଭଳି ଘଟଣା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି । ପାର୍ଟି ସଂଗଠନରୁ ଅଲଗା ହୋଇ କୌଣସି ନେତା ନିଜ ସମର୍ଥକଙ୍କୁ ଧରି ଅଲଗା ସଂଗଠନ ଆରମ୍ଭ କରିବା ।
ବସୁନ୍ଧରା ସମର୍ଥକ ମଞ୍ଚର ପ୍ରଦେଶ ଅଧ୍ୟକ୍ଷ ବିଜୟ ଭରଦ୍ୱାଜ କହିଛନ୍ତି କି ‘ମୁଁ ୨୦୦୩ ରୁ ବସୁନ୍ଧରା ରାଜେ ସ୍କିନ୍ଦିଆଙ୍କୁ ସମର୍ଥନ କରି ଜନତା ଦଳ ଛାଡି ବିଜେପିରେ ଯୋଗ ଦେଇଥିଲି । ସେବେଠାରୁ ମୁଁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଛି । ଏହାସହ ମୁଁ ବିଜେପିର ଆମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ ବି ଅଛି, ଏହା ବ୍ୟତିତ ଏବେ ମୁଁ ବିଜେପିର ଆଇନ କୋଷ ଅଧ୍ୟକ୍ଷ ପଦରେ ବି ରହିଛି । ହେଲେ ଏବେ ମୁଁ ବସୁନ୍ଧରାଙ୍କ ସଂଗଠନକୁ ମଜଭୁତ କରିବାକୁ ଚାହୁଁଛି’ । ସେ ଆହୁରି କହିଛନ୍ତି କି ବସୁନ୍ଧରା ରାଜସ୍ଥାନରେ ଜଣେ ଲୋକପ୍ରିୟ ନେତା । ସେ ମଜଭୁତ୍ ହେବା ଅର୍ଥ ବିଜେପି ବି ମଜଭୁତ୍ ହେଉଛି । ବସୁନ୍ଧରା ରାଜସ୍ଥାନକୁ ଏକ ପଛୁଆ ରାଜ୍ୟରୁ ଆଣି ବିକଶିତ ରାଜ୍ୟ ଭାବେ ପରିଗଣିତ କରିଛନ୍ତି । ତେଣୁ ଆମେ ଚାହୁଁଛୁ କି ବସୁନ୍ଧରାଙ୍କ ସମର୍ଥନରେ ପୁରା ରାଜସ୍ଥାନବାସୀଙ୍କ ସମର୍ଥନ ଗୋଟାଇବୁ ।

ଏନେଇ ରାଜସ୍ଥାନ ବିଜେପି ଅଧ୍ୟକ୍ଷ ସତୀଶ ପୁନିଆ କହିଛନ୍ତି କି ବସୁନ୍ଧରା ରାଜେଙ୍କ ସଂଗଠନ ବାବଦରେ ବିଜେପିର ସବୁନେତା ଜାଣିଛନ୍ତି । ମାତ୍ର ବସୁନ୍ଧରାଙ୍କୁ ଯେଉଁମାନେ ସମର୍ଥନ କହୁଛନ୍ତି ସେମାନେ ବିଜେପିର ସକ୍ରିୟ ସଦସ୍ୟ ନୁହଁନ୍ତି । ବିଜେପି ଗୋଟିଏ ସଂଗଠନ ଆଧାରିତ ପାର୍ଟି   । ମାତ୍ର ବସୁନ୍ଧରା ରାଜେ ତାହାକୁ ବ୍ୟକ୍ତି ଆଧାରିତ ପାର୍ଟି ଭାବେ ପରିଗଣିତ କରିବାକୁ ଚାହୁଁଛନ୍ତି ।

from Kanak News
via <a href="https://ifttt.com/?

ସିଡନୀରେ ଟିମ ଇଣ୍ଡିଆର ଚିନ୍ତା ବଢାଇଲା ଆହତ ସମସ୍ୟା । ରିଷବ ପନ୍ତଙ୍କ ପରେ ଆହତ ହେଲେ ରବୀନ୍ଦ୍ର ଜାଡେଜା ।

କନକ ବ୍ୟୁରୋ : ସିଡନୀ ଟେଷ୍ଟରୁ ଭାରତ ପାଇଁ ଆସିଛି ଚିନ୍ତାଜନକ ଖବର । ସିଡନୀ ଟେଷ୍ଟରେ ପ୍ରଥମ ଇନିଂସରେ ବ୍ୟାଟିଂ ସମୟରେ ଆହତ ହୋଇଛନ୍ତି ଦୁଇ ଜଣ ଭାରତୀୟ ଖେଳାଳି । ବ୍ୟାଟିଂ କରିବା ସମୟରେ ପନ୍ତଙ୍କ ବାମ କହୁଣୀରେ ଲାଗିଛି ଆଘାତ । ବଲ୍ ବାଜିବା ପରେ ପନ୍ତ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫିଜିଓ ଫିଲଡକୁ ଯାଇ ତାଙ୍କର ଚିକିତ୍ସା କରିବା ପରେ ପନ୍ତ ବ୍ୟାଟିଂ କରିଥିଲେ ।

୩୬ ରନ୍ ସ୍କୋର କରି ଆଉଟ୍ ହୋଇଯାଇଥିଲେ ପନ୍ତ । ପ୍ୟାଭିଲିୟନ୍ ଫେରିବା ପରେ ପରେ ପନ୍ତଙ୍କୁ ସ୍କାନିଂ ପାଇଁ ସିଡନୀରେ ଡାକ୍ତରଖାନାକୁ ନିଆଯାଇଛି । ଏନେଇ ଟୁଇଟ୍ କରି ସୂଚନା ଦେଇଛି ବିସିସିଆଇ । ସେହିପରି ରବୀନ୍ଦ୍ର ଜାଡେଡା ମଧ୍ୟ ଆହତ ହୋଇଥିବା ଖବର ଆସିଛି । ମିଚେଲ୍ ଷ୍ଟାର୍କଙ୍କ ଏକ ବାଉଁସର ଜାଡେଜାଙ୍କ ହାତରେ ବାଜିବା ପରେ ଯନ୍ତ୍ରଣା ଅନୁଭବ କରିଛନ୍ତି ଜାଡେଜା । ମ୍ୟାଚ୍ ପରେ ପରେ ଜାଡେଜାଙ୍କୁ ସ୍କାନିଂ ପାଇଁ ପଠାଯାଇଛି ।

ପନ୍ତ ଆହତ ହେବା ପରେ ତାଙ୍କ ସ୍ଥାନରେ ରିଦ୍ଧିମାନ ଶାହା ୱିକେଟ୍ କିପିଂ କରୁଛନ୍ତି । ଜାଡେଜା ଦ୍ୱିତିୟ ଇନିଂସରେ ଆଉ ବୋଲିଂ ପାଇଁ ଆସିନାହାନ୍ତି । ଚଳିତ ଅ ଷ୍ଟ୍ରେଲିଆ ଗସ୍ତରେ ଆହତ ସମସ୍ୟା ଭାରତ ପାଇଁ ଚିନ୍ତାଜନକ ରହିଛି । ପ୍ରଥମେ ପେସ୍ ବୋର ମହମ୍ମଦ ସାମି, ପରେ ଉମେଶ ଯାଦବ ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଏବେ ପନ୍ତଙ୍କ ଆହତ ସମସ୍ୟା ଚିନ୍ତା ବଢାଇବା ପରି ହୋଇଛି । ସିରିଜରେ ଆହୁରି ଗୋଟିଏ ଟେଷ୍ଟ ବାକି ଥିବା ବେଳେ ପନ୍ତ ଓ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଡାଙ୍କ ଆଘାତ ବିସିସିଆଇ ପାଇଁ ଚିନ୍ତା ବଢାଇବ ନିଶ୍ଚୟ ।

from Kanak News
via <a href="https://ifttt.com/?

ବିଜେପି ଓ ଜେଡିୟୁ ମଧ୍ୟରେ ବଢୁଛି ଦୂରତା । ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ବିଜେପିକୁ ଟର୍ଗେଟ୍ କଲେ ନିତୀଶ କୁମାର । କହିଲେ ଜନତାଙ୍କୁ ସୁଶାସନ ଦେବାରେ ବିଜେପି ସାଜୁଛି ବାଧକ ।

କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପରେ ବିଜେପି କଥା ରକ୍ଷା କରି ନିତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବଶାଇଲା । ହେଲେ ଏବେ ବିଜେପି ବିଧାୟକ ମାନେ ବିହାରବାସୀଙ୍କୁ ସୁଶାସନ ଦେବାରେ ବାଧକ ସାଜୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରମୁଖ ନିତୀଶ କୁମାର । ବିହାର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବିଳମ୍ବକୁ ନେଇ ନିତୀଶ କୁମାର ସହଯୋଗୀ ବିଜେପି ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି କି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିହାରରେ ଏଭଳି କେବେ ହୋଇ ନଥିଲା ବା ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣରେ ଏତେ ବିଳମ୍ବ ହୋଇ ନଥିଲା । ସରକାର ଆରମ୍ଭରୁ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ କରାଯାଏ ବୋଲି ନିତୀଶ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସୁଶାସନ ବାବୁ (ନିତୀଶ କୁମାର) କହିଛନ୍ତି କି ସେ ଗୁରୁବାର ଦିନ ବିଜେପିର ବିହାର ପ୍ରଭାରୀ ଭୂପେନ୍ଦ୍ର ଯାଦବ ଓ ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟଶୱାଲଙ୍କ ସହ ସାକ୍ଷାତ କରିଥିଲେ । ହେଲେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ନେଇ କୌଣସି ପ୍ରକାର ରାଜନୈତିକ ଚର୍ଚ୍ଚା ହୋଇପାରି ନଥିଲା । ତେଣୁ ମେଣ୍ଟ ସରକାରରେ ଯେହେତୁ ବିଜେପିର ଅଧିକ ବିଧାୟକ ରହିଛନ୍ତି ତେଣୁ ବିଜେପିର ରାୟ ନମିଳିବା ପର୍ଯ୍ୟନ୍ତ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ନିତୀଶ କୁମାର ସ୍ପଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି କି ଏନେଇ ତୁରନ୍ତ ବିଜେପି ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେଲେ ଯାଇ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହୋଇ ପାରିବ ।

କହିରଖୁ କି କିଛିଦିନ ତଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତ୍ରୀ ରାବ୍ରୀ ଦେବୀ କହିଥିଲେ କି ଖୁବଶୀଘ୍ର ନିତୀଶ କୁମାର ମହାଗଠବନ୍ଧନରେ ଯୋଗ ଦେଇ ପାରନ୍ତି । ଏନେଇ ଆରଜେଡି ପକ୍ଷରୁ ମାନସ ମନ୍ଥନ ଚାଲିଛି । ରାବ୍ରୀଙ୍କ ବୟାନ ଓ ନିତୀଶଙ୍କ ବୟାନ ଶୁଣିବା ପରେ ବିହାରରେ କୌଣସି ସମୟରେ ଏକ ରାଜନୈତିକ ଝଡ ଦେଖାଦେବ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started