କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି କଂଗ୍ରେସର ଆକ୍ରାତ୍ମକ ଯୋଜନା । ବରିଷ୍ଠ ନେତାଙ୍କ ସହ ଆଜି ସୋନିଆ ଗାନ୍ଧୀଙ୍କ ବୈଠକ । ପ୍ରିୟଙ୍କା କହିଲେ ଆଇନ ପ୍ରତ୍ୟାହାର ବ୍ୟତିତ ଅନ୍ୟ କିଛି କରାଯିବ ନାହିଁ ସ୍ୱୀକାର

କନକ ବ୍ୟୁରୋ : କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଆଜି ପାର୍ଟିର ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ କୃଷକ ଆନ୍ଦୋଳନକୁ ନେଇ ଆଗାମୀ ରଣନୀତି କ’ଣ ରହିବ ତା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିିଛି । ଗତକାଲି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଅଷ୍ଟମଥର ଆଲୋଚନାରେ କିଛି ନିଷ୍କର୍ସ ବାହାରିପାରି ନାହିଁ । ଏନେଇ ଆଗାମୀ ରଣନୀତି କଣ ରହିବ ତା ଉପରେ ଆଜି ଦଳର ବରିଷ୍ଠ ନେତା ମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହେବେ ସୋନିଆ ଗାନ୍ଧୀ ।

ଦଳର ସୂଚନା ମୁତାବକ ଆଜିର ବୈଠକରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ମୁଖ୍ୟତ ଆଲୋଚନା ହେବ । କୃଷକ ମାନେ ଦେଢମାସ ଧରି ଅତ୍ୟାଧିକ ଥଣ୍ଡାରେ ଯେଭଳି ଭାବେ ଖୋଲା ଆକାଶ ତଳେ ବସି ଆନ୍ଦୋଳନ ଚଳାଇଛନ୍ତି ତାହାକୁ କିଭଳି ସମାପ୍ତ କରାଯିବ ଓ କୃଷକ ମାନେ ସେମାନଙ୍କ ହକ୍ ଆଦାୟ କରି କଭଳି ନିଜ ନିଜର ଘରକୁ ଫେରିବେ ସେନେଇ ରଣନୀତି ପ୍ରସ୍ତୁତ କରାଯିବ ।

କହିରଖୁ କି କୃଷକ ଆନ୍ଦୋଳନ ଆରମ୍ଭରୁ କଂଗ୍ରେସ କୃଷକ ମାନଙ୍କ ସମର୍ଥନରେ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଏହାସହ କୃଷକ ମାନଙ୍କର ସମସ୍ୟା ସମାଧାନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଫଳ ଓ ପୁଞ୍ଜିପତି ମାନଙ୍କ ସପକ୍ଷରେ ରହି ପ୍ରଧାନମନ୍ତ୍ରୀ କୃଷକ ମାନଙ୍କୁ ନିଜର ଅହଂକାର ଦେଖାଉଥିବା କଥା ସୋନିଆ ଗାନ୍ଧୀ କହି ସାରିଛନ୍ତି । ଏହା ସହ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ କହିଥିଲେ କି ମୋଦିଜୀ ତୁରନ୍ତ କୃଷି କାନୁନକୁ ପ୍ରତ୍ୟାହାର କରି ତାଙ୍କର ରାଜଧର୍ମ ପାଳନ କରନ୍ତୁ ।

ଏକ ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ କଂଗ୍ରେସ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରାତ୍ମକ ଯୋଜନା ପ୍ରସ୍ତୁତ କରୁଛି । ଏନେଇ ଶୁକ୍ରବାର ଦିନ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଥିଲେ କି ନୂଆ କୃଷି ଆଇନରେ ଥିବା ୩ ଟି ଧାରାକୁ ନିରସ୍ତ୍ର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

କହିରଖୁ କି ଶୁକ୍ରବାର ଦିନ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । କୃଷକ ସଂଗଠନ ମାନେ କୃଷି ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର ଓ ଏମଏସପିକୁ ଆଇନସିଦ୍ଧ କରିବା ଦାବିରେ ପୂର୍ବଭଳି ଅଟଳ ରହିଥିବା ବେଳେ ସରକାର ଆଇନରେ ସଂଶୋଧନ ଆଣିବା ପ୍ରସ୍ତାବ ଉପରେ ଅଟଳ ରହିଥିଲେ । ଏନେଇ ପୁଣିଥରେ ଚଳିତ ମାସ ୧୫ ତାରିଖରେ ଆଲୋଚନା ହେବ ବୋଲି କୂୁହାଯାଇଛି ।

from Kanak News
via <a href="https://ifttt.com/?

ଉଦଘାଟନୀ ସମାରୋହରେ ‘ନାରାବାଜି’ ପ୍ରତିଯୋଗୀତା । ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ବିଜେଡି-ବିଜେପି ସମର୍ଥକଙ୍କ ନାରାବାଜି ସହ ଧସ୍ତାଧସ୍ତି

କନକ ବ୍ୟୁରୋ: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ଜୋର ଧରିଲା ନାରାବାଜିର ପ୍ରତିଯୋଗୀତା । ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଜୁ ଜନତା ଦଳର ସମର୍ଥକ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି ହୋଇଥିଲା । ପୁରା ଅଂଚଳ ଏଥିରେ କମ୍ପିଥିଲା । ସେହିପରି ବିଜେପି ସମର୍ଥକ ଧର୍ମେନ୍ଦ୍ରଙ୍କ ସମର୍ଥନରେ ନାରାବାଜି କରିଥିଲେ । ପୁରା ଅଂଚଳରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ନାରାବାଜିର ପ୍ରତିଯୋଗୀତା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ, ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାରେ ଦେଖିବାକୁ ମିଳିଥିଲା ଆଉ ଏକ ରୋଚକ ଚିତ୍ର । ଷ୍ଟେଜ ଉପରେ ଭାଷଣ ଦେବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିନ୍ଦୁ ସାଗର ଓ ଲିଙ୍ଗରାଜ ପାଇଁ କଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଆଖିକୁ କିଛି କାମ ହୋଇଥିବା ପରି ଦେଖା ଯାଉନି ବୋଲି ଆକ୍ଷେପ କରିଥିଲେ ଅପରାଜିତ।। ମଂଚରେ ଭାଷଣ ସମୟରେ ଏହାର ଜବାବ ରଖିଥିଲେ ଏକାମ୍ର୍ ବିଧାୟକ ଅଶୋକ ପଣ୍ଡା । ଗୋଟି ଗୋଟି କରି ରାଜ୍ୟ ସରକାର କଣ କଣ କରିଛନ୍ତି ତାହାର ହିସାବ ଦେଇଥିଲେ ।

ତେବେ ଭୁବନେଶ୍ୱରରେ ଆରମ୍ଭ ହେବା ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ । ଆଜି ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ ସ୍ୱଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏକାମ୍ର କ୍ଷେତ୍ରରେ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ସଫେଇ ପାଇଁ ଆଗରୁ ବହୁ ଯୋଜନା ହୋଇଛି । ବର୍ତମାନ ଏକାମ୍ର ଯୋଜନା ପ୍ରକଳ୍ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନତିକରଣ କାମ ହାତକୁ ନିଆଯାଇଛି । ଏହି କ୍ରମରେ ଶୁଭାରମ୍ଭ ହୋଇଛି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ । ବିନ୍ଦୁସାଗର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ବିନା ଶ୍ରୀ ଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ କାମ ଅଧୁରା ରହିବ ।

ସେଥିପାଇଁ ଏହି କାମକୁ ହାତକୁ ନିଆଯାଉଛି । ଏବେ ନୂଆ ଯୋଜନାରେ ବୈଜ୍ଞାନିକ ପଦ୍ଧତିରେ ବିନ୍ଦୁସାଗର ପୋଖରୀର ଜଳରାଶିକୁ ବିଶୋଧନ କରାଯିବ । ପ୍ରାଚୀନ ପୋଖରୀକୁ ପୁନରୁଦ୍ଧାର କରି ପୂର୍ବ ଅବସ୍ଥାକୁ ଫେରାଇ ଅଣାଯିବାକୁ ଉଦ୍ୟମ କରାଯାଉଛି । ଆଇଓସିଏଲ ଦ୍ୱାରା ପରିଚାଳିତ ଇନଷ୍ଟିଚୁଟ୍ ଅଫ୍ କେମିକାଲ୍ ଟେକ୍ନଲଜି, ଭୁବନେଶ୍ୱର ଏବଂ ଓଡିଶା ସେତୁ ନିର୍ମାଣ ନିଗମ ଏହି କାମ ହାତକୁ ନେଇଛି । ପ୍ରଥମେ ଏହି ପ୍ରକଳ୍ପରେ ବିନ୍ଦୁସାଗର ସଫେଇ କାମ କରାଯିବ । ପରେ ଏହାର ସୌନ୍ଦର୍ଯ୍ୟକରଣ କାମ କରାଯିବ । ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

from Kanak News
via <a href="https://ifttt.com/?

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ କହିଲେ ବିନ୍ଦୁସାଗରର ସ୍ୱଚ୍ଛତା ଆମ ଦାୟିତ୍ୱ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଆରମ୍ଭ ହେବା ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ । ଆଜି ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ କନଫରେନ୍ସିଂ ମାଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏକାମ୍ର କ୍ଷେତ୍ରରେ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ସଫେଇ ପାଇଁ ଆଗରୁ ବହୁ ଯୋଜନା ହୋଇଛି । ବର୍ତମାନ ଏକାମ୍ର ଯୋଜନା ପ୍ରକଳ୍ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନତିକରଣ କାମ ହାତକୁ ନିଆଯାଇଛି । ଏହି କ୍ରମରେ ଶୁଭାରମ୍ଭ ହୋଇଛି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ।

ବିନ୍ଦୁସାଗର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ବିନା ଶ୍ରୀ ଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ କାମ ଅଧୁରା ରହିବ । ସେଥିପାଇଁ ଏହି କାମକୁ ହାତକୁ ନିଆଯାଉଛି । ଏବେ ନୂଆ ଯୋଜନାରେ ବୈଜ୍ଞାନିକ ପଦ୍ଧତିରେ ବିନ୍ଦୁସାଗର ପୋଖରୀର ଜଳରାଶିକୁ ବିଶୋଧନ କରାଯିବ । ପ୍ରାଚୀନ ପୋଖରୀକୁ ପୁନରୁଦ୍ଧାର କରି ପୂର୍ବ ଅବସ୍ଥାକୁ ଫେରାଇ ଅଣାଯିବାକୁ ଉଦ୍ୟମ କରାଯାଉଛି । ଆଇଓସିଏଲ ଦ୍ୱାରା ପରିଚାଳିତ ଇନଷ୍ଟିଚୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ଭୁବନେଶ୍ୱର ଏବଂ ଓଡିଶା ସେତୁ ନିର୍ମାଣ ନିଗମ ଏହି କାମ ହାତକୁ ନେଇଛି । ପ୍ରଥମେ ଏହି ପ୍ରକଳ୍ପରେ ବିନ୍ଦୁସାଗର ସଫେଇ କାମ କରାଯିବ । ପରେ ଏହାର ସୌନ୍ଦର୍ଯ୍ୟକରଣ କାମ କରାଯିବ ।

ତେବେ ଶୁଭାରମ୍ଭ ବେଳେ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ବିନ୍ଦୁସାଗରର ସ୍ୱଚ୍ଛତା ଆମ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ବଡ ଆକର୍ଷଣ ହୋଇ ରହିଥି । ତେଣୁ ତାର ସ୍ୱଚ୍ଛତା ଆମର ନୈତିକ ଦାୟିତ୍ୱ ବୋଲି ନବୀନ କହିଛନ୍ତି । ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

from Kanak News
via <a href="https://ifttt.com/?

ପୁଣି ଦିଦିଙ୍କ ଗଡରେ ପଶିଲେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା । କୃଷକଙ୍କ ସମର୍ଥନ ଯୋଗାଡ ପାଇଁ ଆରମ୍ଭ କଲେ ‘ମୁଠିଏ ଚାଉଳ’ ଅଭିଯାନ

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଶନିବାର ଦିନ ଏକ ଦିବସୀୟ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ନଡ୍ଡା ସେଠାରେ କୃଷକ ମାନଙ୍କର ସମର୍ଥନ ହାସଲ କରିବାକୁ ‘ମୁଠିଏ ଚାଉଳ’ ଅଭିଯାନର ଶୁଭାରମ୍ଭ କରିବେ । କହିରଖୁ କି ପଶ୍ଚିମବଙ୍ଗ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ବାରମ୍ବାର ମୋଦି ସରକାରକୁ କୃଷକ ବିରୋଧି ସରକାର ଭାବେ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଛନ୍ତି । ଏହାସହ ଦେଶରେ ଏକମାତ୍ର ପଶ୍ଚିମବଙ୍ଗ ସରକାର ଯେ କି, କୃଷକ ମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ମିଳୁଥିବା ସହାୟତା ରାଶି ପ୍ରଦାନ କରୁ ନାହାନ୍ତି ।
ଜେ.ପି ନଡ୍ଡାଙ୍କ ‘ମୁଠିଏ ଚାଉଳ’ ଅଭିଯାନ ମୁତାବକ ପଶ୍ଚିମବଙ୍ଗର ବିଜେପି ନେତା ମାନେ ୪୮ ହଜାର ଗାଁ କୁ ଯାଇ କୃଷକ ମାନଙ୍କ ଘରେ ପହଂଚିବେ । ସେମାନେ ପ୍ରତି କୃଷକ ପରିବାରୁ ମୁଠିଏ ଲେଖାଏଁ ଚାଉଳ ଆଦାୟ କରିବେ । ସୂଚନା ମିଳିଛି କି ନଡ୍ଡା ଏହି ଅଭିଯାନକୁ ପୂର୍ବ ମେଦିନାପୁରର ଦରାଜ ଗାଁରୁ ଆରମ୍ଭ କରିବେ । ଅନୁମାନ କରାଯାଉଛି କି ଏହି ଅଭିଯାନ ଜାନୁଆରୀ ୨୪ ତାରିଖ ଯାଏ ଚାଲିବ । କୃଷକ ମାନଙ୍କ ଘରୁ ଆଦାୟ କରାଯାଇଥିବା ଚାଉଳରେ ୨୫ ରୁ ୩୦ ଜାନୁଆରୀ ମଧ୍ୟରେ କୃଷକ ଓ ଗରିବ ଲୋକଙ୍କ ପାଇଁ ଖାଇବା ଯୋଗାଇବାର କାର୍ଯ୍ୟକ୍ରମ ରହିଛି । କୁହାଯାଉଛି କି ଆଗାମୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ବିଜେପି ୭୩ ଲକ୍ଷ କୃଷକ ମାନଙ୍କ ଘରକୁ ଯାଇ କୃଷି କାନୁନ୍ ସପକ୍ଷରେ ବୁଝାଇବା ସହ ମୁଠିଏ ଲେଖାଏଁ ଚାଉଳ ଆଦାୟ କରିବ ।
ଜେ.ପି ନଡ୍ଡାଙ୍କ ଏହି ଗସ୍ତର ସୂଚନା ଦେଇ ବିଜେପି ମିଡିଆ ପ୍ରଭାରୀ ଅନିଲ ବେଲୁନୀ କହିଛନ୍ତି କି ନଡ୍ଡା ସକାଳ ୧୧ ଟାରେ ବର୍ଦ୍ଦମାନ ପହଂଚି ସେଠାରେ ଏକ ରୋଡ ସୋ ରେ ଭାଗ ନେବେ । ଏହାପରେ ଦଳର ଅଧିକାରୀଙ୍କ ସହିତ ବୈଠକ କରିବେ । ନଡ୍ଡା ତାଙ୍କର ଏହି ଗସ୍ତର କାର୍ଯ୍ୟକ୍ରମର ଶୁଭାରମ୍ଭ ଶ୍ରୀ ରାଧାଗୋବିନ୍ଦ ମନ୍ଦିରରୁ ପୂଜା କରି ଆରମ୍ଭ କରିବେ । ଏହାପରେ ସେ ଜଗଦାନନ୍ଦପୁର ଗାଁରେ ପହଂଚିବେ । ସେଠାରେ ଶ୍ରୀ ନଡ୍ଡା ‘କୃଷକ ସୁରକ୍ଷା ଗ୍ରାମ’ ଅଭିଯାନର ବି ଶୁଭାରମ୍ଭ କରିବେ । ଏହାସହ ଏହି ଗ୍ରାମରେ କୃଷକ ପରିବାର ସହିତ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।
କହିରଖୁ କି ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ ସମେତ ଅନ୍ୟ କିଛି ରାଜ୍ୟରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ । ହେଲେ ବିଜେପି ନିର୍ବାଚନର ବହୁ ଆଗରୁ ତା’ର ପ୍ରଚାର ଆରମ୍ଭ କରିସାରିଛି । ପଶ୍ଚିମବଙ୍ଗରେ ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଏହାପରେ ବିଜେପି ଓ ଟିଏମସି ମଧ୍ୟରେ ବୟାନବାଜି ଜାରି ରହିଛି ।

from Kanak News
via <a href="https://ifttt.com/?

ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତାଜନକ ଖବର : ବ୍ୟାଟିଂ ବେଳେ ରିଷଭ ପନ୍ଥ ଆହତ, ସ୍କାନିଂ ପାଇଁ ଗଲେ ହସ୍ପିଟାଲ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ସିଡନୀ ଟେଷ୍ଟରୁ ଆସିଛି ଚିନ୍ତାଜନକ ଖବର । ଆହତ ହୋଇଛନ୍ତି ରିଷଭ ପନ୍ଥ । ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ କରିବା ସମୟରେ ପନ୍ତଙ୍କ ବାମ କହୁଣୀରେ ଲାଗିଛି ଆଘାତ । ବଲ୍ ବାଜିବା ପରେ ପନ୍ଥ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫିଜିଓ ଫିଲଡକୁ ଯାଇ ତାଙ୍କର ଚିକିତ୍ସା କରିବା ପରେ ପନ୍ଥ ବ୍ୟାଟିଂ କରିଥିଲେ । ୩୬ ରନ୍ ସ୍କୋର କରି ଆଉଟ୍ ହୋଇଯାଇଥିଲେ ପନ୍ଥ ।

ପ୍ୟାଭିଲିୟନ୍ ଫେରିବା ପରେ ପରେ ପନ୍ଥଙ୍କୁ ସ୍କାନିଂ ପାଇଁ ସିଡନୀରେ ଡାକ୍ତରଖାନାକୁ ନିଆଯାଇଛି । ଏନେଇ ଟୁଇଟ୍ କରି ସୂଚନା ଦେଇଛି ବିସିସିଆଇ । ପନ୍ଥ ଆହତ ହେବା ପରେ ତାଙ୍କ ସ୍ଥାନରେ ରିଦ୍ଧିମାନ ଶାହା କିପିଂ କରୁଛନ୍ତି । ଚଳିତ ଅ ଷ୍ଟ୍ରେଲିଆ ଗସ୍ତରେ ଆହତ ସମସ୍ୟା ଭାରତ ପାଇଁ ଚିନ୍ତାଜନକ ରହିଛି । ପ୍ରଥମେ ପେସ୍ ବୋର ମହମ୍ମଦ ସାମି, ପରେ ଉମେଶ ଯାଦବ ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଏବେ ପନ୍ଥଙ୍କ ଆହତ ସମସ୍ୟା ଚିନ୍ତା ବଢାଇବା ପରି ହୋଇଛି । ସିରିଜରେ ଆହୁରି ଗୋଟିଏ ଟେଷ୍ଟ ବାକି ଥିବା ବେଳେ ପନ୍ତଙ୍କ ଆଘାତ ବିସିସିଆଇ ପାଇଁ ଚିନ୍ତା ବଢାଇବ ନିଶ୍ଚୟ ।

from Kanak News
via <a href="https://ifttt.com/?

ଟଙ୍କା ପାଇଁ ବିଳମ୍ବ ହେଉନି ଟିକା ଯୋଗାଣ : ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଚର୍ଚ୍ଚାକୁ କରାଗଲା ଖଣ୍ଡନ; ଅଦାର ପୁନାୱାଲା କହିଲେ, ସୋମବାରକୁ ସ୍ୱତନ୍ତ୍ର ବିମାନ ଯୋଗେ ସାରାଦେଶକୁ ଯିବ ଟିକା

କନକ ବ୍ୟୁରୋ : ପୁନେର ସେରମ୍ ଇନଷ୍ଟିଚୁଟରୁ ଟିକା ପରିବହନକୁ ନେଇ ସେରମ ପକ୍ଷରୁ ଆସିଲା ବଡ ସୂଚନା । ଦେଶର ବିଭିନ୍ନ ସ୍ଥାନକୁ ଟିକା ପରିବହନ ପାଇଁ ଲାଗିବ ଆହୁରି ୪୮ ଘଂଟା । ଏନେଇ ସୂଚନା ଦେଇଛନ୍ତି ସେରମ୍ ମୁଖ୍ୟ ଆଦାର ପୁନାୱାଲା । ଏହା ସହିତ ଆଦାର ପୁନାୱାଲା ସ୍ପଷ୍ଟ କରିଛନ୍ତି , ଯେ ଟଙ୍କା ପାଇଁ ଟିକା ପରିବହନ ବିଳମ୍ୱ ହେଉନାହିଁ । ସୋମବାର ଆଡକୁ ପ୍ରାୟ ୧୫୦ ଟନ୍ କାର୍ଗୋ ଜରିଆରେ ଟିକା ପରିବହନ ହେବ ।

ପୂର୍ବରୁ ସୂଚନା ରହିଥିଲା ଗୁରୁବାର ପୁଣେରୁ ବିମାନ ଯୋଗେ ଟିକା ପରିବହନ ହେବ । ଏହା ପରେ ଶୁକ୍ରବାର ପରିବହନ ହେବ ବୋଲି ଆଶା କରାଯାଉଥିଲା । ଏହା ମଧ୍ୟରେ ସେରମ୍ ଇନଷ୍ଟିଚୁଟ୍ ମୁଖ୍ୟ ସୂଚନା ଦେଇଛନ୍ତି ସୋମବାର ଆଡକୁ ପୁଣେରୁ ଟିକା ପରିବହନ ହେବ । ସେପଟେ ପୁଣେ ବିମାନ ବନ୍ଦର କର୍ତୃପକ୍ଷ କରୋନା ଟିକା ପରିବହନ ପାଇଁ ପୁରା ପ୍ରସ୍ତୁତ ଥିବା ଜଣାଇଛନ୍ତି । ତେବେ ଟିକା ପରିବହନ ଆଗରୁ ବିଦ୍ଧିବଦ୍ଧ ଭାବେ ସରକାରଙ୍କ ସହିତ ଟିକାର ଦାମକୁ ନେଇ କଥାବାର୍ତା ପରେ ଟିକା ପରିବହନ କରାଯିବ ବୋଲି ସେରମ୍ ସୂତ୍ରରୁ ଜଣାପଡିଛି ।

ସେରମ୍ ବର୍ତମାନ୍ ଭାରତ ସରକାରଙ୍କ ପାଇଁ ପ୍ରତି ଡୋଜ୍ ୨୦୦ ଟଙ୍କା ଧାର୍ଯ୍ୟ କରିଛି । ସୂତ୍ର ଅନୁସାରେ କେନ୍ଦ୍ର ସରକାର ୧୦୦ ମିଲିୟନ୍ ଟିକା ମଗାଇବେ । ସେଥିପାଇଁ କେନ୍ଦ୍ର ସରକାର ଟିକା ଦରରେ ଆଉ କିଛିଟା କମ୍ କରିବାକୁ ଚାହୁଁଛନ୍ତି । ବର୍ତମାନ ପୁଣେର ମଂଜରୀ ପ୍ଲାଂଟରେ ସେରମ୍ ଇନଷ୍ଟିଚୁଟ୍ ତିଆରି କରିଥିବା ୫୦ ମିଲିୟନ୍ ଟିକା ମହଜୁଦ୍ ରହିଛି । ସେରମ୍ ପକ୍ଷରୁ ଶୀତଳଭଣ୍ଡାର ବ୍ୟବସ୍ଥା ଥିବା ଟ୍ରକ୍ ଟିକା ପରିବହନ ପାଇଁ ବ୍ୟବସ୍ଥା କରାଯାଇଛି ।

from Kanak News
via <a href="https://ifttt.com/?

ଭାରତ ବାନାମ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍ । ୨୪୪ ରନରେ ଅଟକିଲା ଭାରତର ପ୍ରଥମପାଳି । ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆର ୱାର୍ନର ଓ ପୁକୋବକ୍ସିଙ୍କ ଦୃଢ ବ୍ୟାଟିଂ ଜାରି ।

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ଭାରତ ଭଲ ପ୍ରଦର୍ଶନ କରିପାରି ନାହିଁ । ପ୍ରଥମ ପାଳିରେ ଭାରତ ୨୪୪ ରନରେ ଅଲ୍ ଆଉଟ୍ ହୋଇଛି । ଅଷ୍ଟ୍ରେଲିଆ ବୋଲର ପେଟ୍ କମିଂସ ଭାରତର ୪ ୱିକେଟ୍ ନେଇ ଘରୋଇ ଦଳ ପାଇଁ ସହାୟକ ହୋଇଛନ୍ତି । ଏହାସହ ଦେଜଲବୁଡ ୨ ଟି ୱିକେଟ ଓ ମିଶେଲ ଷ୍ଟାର୍କ ଗୋଟିଏ ୱିକେଟ ହାସଲ କରିବାରେ ସମର୍ଥ ହୋଇଛନ୍ତି । ଭାରତର ୩ ଜଣ ଖେଳାଳୀ ରନ୍ ଆଉଟ୍ ହୋଇଛନ୍ତି । ପ୍ରଥମପାଳି ଆଧାରରେ ଅଷ୍ଟ୍ରେଲିଆ ୯୪ ରନରେ ଆଗୁଆ ରହିଛି ।
ଏହାସହ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଛି । ଖବର ଲେଖା ହେବା ଯାଏ ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳିରେ ୮ ଓଭର ଖେଳି ଗୋଟିଏ ୱିକେଟ୍ ହରାଇବା ସହ ୨୯ ରନ ସ୍କୋର କରିଛି ।

କହିରଖୁ କି ଭାରତୀୟ ଦଳ ପ୍ରଥମ ପାଳି ବ୍ୟାଟିଂରେ ଅଷ୍ଟ୍ରେଲିଆ ବୋଲର ମାନଙ୍କ ନିକଟରେ ଏକ ପ୍ରକାର ଅତ୍ମ ସମର୍ପଣ କରିଥିଲେ । ଭାରତ ପକ୍ଷରୁ କେବଳ ଶୁଭମନ୍ ଗିଲ ୫୦ ରନ ଓ ଚେତେଶ୍ୱର ପୂଜାରା ୫୦ ରନ କରିବାରେ ସଫଳ ହୋଇଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରେ ରବିନ୍ଦ୍ର ଜାଡେଜା ୨୮ ରନ୍, ରୋହିତ ଶର୍ମା ୨୬, ଆଜିଙ୍କ୍ୟ ରାହାଣେ ୨୨, ହନୁମା ବିହାରୀ ୪, ଋଷଭ ପନ୍ଥ ୩୬, ଆର, ଅଶ୍ୱନୀ ୧୦, ନବଦୀପ୍ ସୋନୀ ୪ ରନ୍ କରିବାରେ ସଫଳ ହୋଇଥିଲେ ।

from Kanak News
via <a href="https://ifttt.com/?

ଗୁଜୁରାଟର ୪ଥର ମୁଖ୍ୟମନ୍ତ୍ରୀ ଓ ଥରେ ବିଦେଶମନ୍ତ୍ରୀ ହୋଇଥିବା ମାଧବସିଂ ସୋଲଙ୍କିଙ୍କ ୯୪ ବର୍ଷ ବୟସରେ ଦେହାନ୍ତ । ଜାଣନ୍ତୁ କେମିତି ହୋଇଥିଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ଗୁଜୁରାଟ ରାଜ୍ୟ;ର ୪ ଥର ମୁଖ୍ୟମନ୍ତ୍ରୀ ରହିଥିବା ତଥା ଥରେ ବିଦେଶମନ୍ତ୍ରୀ ହୋଇଥିବା ମାଧବସିଂ ସୋଲଙ୍କିଙ୍କର ଆଜି (ଶନିବାର) ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭରତ ସିଂ ସୋଲଙ୍କିଙ୍କ ପିତା ଅଟନ୍ତି   । ବୃତ୍ତିରେ ଓକିଲ ଥିବା ସୋଲଙ୍କି ୧୯୭୭ ମସିହାରେ ପ୍ରଥମଥର ବହୁତ କମ୍ ସମୟ ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେ ୧୯୮୦ ମସିହାରେ ବହୁମତ ପାଇଥିଲେ । କହିରଖୁ କି ସେ ନରସିଂମା ରାଓ ସରକାରରେ ବିଦେଶ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସୋଲଙ୍କି ବହୁମତ ପାଇବାର କାହାଣୀ ଏକ ରୋଚକ କାହାଣୀ ଥିଲା । ସେ କ୍ଷେତ୍ରୀୟ, ହରିଜନ, ଆଦିବାସୀ, ମୁସଲିମ ବା (କେ.ଏଚ୍.ଏ.ଏମ୍) ମାଧ୍ୟମରେ କ୍ଷମତା ହାସଲ କରିଥିଲେ । ସେ ୧୯୮୦ ମସିହା ନିର୍ବାଚନ ପୂର୍ବରୁ (କେ.ଏଚ୍.ଏ.ଏମ୍) ମେଣ୍ଟ ର ଶୁଭ ଦେଇଥିଲେ । ଏହାର ପ୍ରଭାବ ଏତେ ମାତ୍ରାରେ ପ୍ରଭାବଶାଳୀ ଥିଲା କି ସେହି ନିର୍ବାଚନ ସମୟରେ ପଟେଲ, ବ୍ରାହ୍ମଣ ଓ ବଣିଆ ସଂପ୍ରଦାୟର ଲୋକମାନଙ୍କ ହାତରେ ଥିବା ତାକତ୍ ଓବିସି , ଦଳିତ ଓ ଆଦିବାସୀ ମାନଙ୍କ ହାତକୁ ଆସିଯାଇଥିଲା ।

କହିରଖୁ କି ଏହି ନିର୍ବାଚନରେ (କେ.ଏଚ୍.ଏ.ଏମ୍) ର ଶକ୍ତି ଦେଖି ପଟେଲ ସଂପ୍ରଦାୟର ଲୋକମାନେ ବିଜେପି ସଂଗଠନକୁ ବୃଦ୍ଧି କରିବାରେ ସହାୟତା ଦେଇଥିଲେ । କୁହାଯାଏ କି, ଏହି ସମୟରୁ ଗୁଜୁରାଟରେ ଜାତି ଆଧାରରେ ରାଜନୀତି ଆରମ୍ଭ ହୋଇଥିଲା । ୧୯୮୧ ମସିହାରେ ପଟେଲ ସଂପ୍ରଦାୟ ନେତୃତ୍ୱରେ ଓବିସି ମାନଙ୍କୁ ଆରକ୍ଷଣ ଦେବା ବିରୋଧରେ ୨ ମାସ କାଳ ଆନ୍ଦୋଳନ କରିଥିଲେ । ମାତ୍ର ସେହି ସମୟରେ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଗାନ୍ଧୀ ସୋଲଙ୍କିଙ୍କୁ ସମର୍ଥନ ଦେଇଥିଲେ ।

from Kanak News
via <a href="https://ifttt.com/?

ଆଠଗଡକୁ ପୁଣି କରୋନା ସଂକ୍ରମଣ ଆଶଙ୍କା । ଦିନକରେ ୧୬ ପଜିଟିଭ୍ ପରେ ଗୋଟିଏ ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟଜୋନ ଘୋଷଣା ।

କନକ ବ୍ୟୁରୋ: ଆଠଗଡକୁ ପୁଣି ଫେରିଲା କରୋନା ସଂକ୍ରମଣ ଆଶଙ୍କା । ଶୁକ୍ରବାର ଆଠଗଡ ବ୍ଲକ ରାଧାକୃଷ୍ଣପୁର ପଂଚାୟତର ଖଣ୍ଡୁଆଳି ଗାଁରେ ଅସ୍ଥାୟୀ ଶିବିରରେ କରୋନା ଟେଷ୍ଟିଂ କରାଯିବା ପରେ ୧୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ତେବେ ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେହି ଗାଁକୁ ୭ ଦିନ ପାଇଁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସଂକ୍ରମିତ ୧୬ଜଣ ହୋମ ଆଇସୋଲୋସେନରେ ରହି ଚିକିତ୍ସିତ ହେବା ସହିତ ସେମାନଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି । ଗାଁର ଦୁଇ ପାଶ୍ୱର୍ରେ ବାଉଁଶ ବାନ୍ଧି ଯାତାୟତ ଉପରେ କଟକଣା ଲଗାଯାଇଛି ।

from Kanak News
via <a href="https://ifttt.com/?

‘ହେଲ୍‌ଥଭିଲ୍‌’ରେ ମିଳୁଛି ପ୍ରାକୃତିକ ପଞ୍ଚମହାଭୂତ ଚିକିତ୍ସା ସୁବିଧା

ଶିକ୍ଷାବିତ୍‌ ଓ ‌ସମାଜସେବୀ ‌ଭାବେ ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ଡକ୍ଟର ସତ୍ୟବ୍ରତ ମୀନକେତନ ବାରଙ୍ଗର ଭାଲୁଙ୍କାରେ ‘ହେଲ୍‌ଥଭିଲ୍‌’ ନାମରେ ଏକ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଓ ସ୍ବାସ୍ଥ୍ୟାଶ୍ରମ ପ୍ରତିଷ୍ଠା କରିଛନ୍ତି । ଏବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି ।

ହେଲ୍‌ଥଭିଲ୍‌ ପ୍ରାକୃତିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସ୍ବାସ୍ଥ୍ୟାଶ୍ରମ ଖୋଲିବାର ଉଦ୍ଦେଶ୍ୟ କ’ଣ ?
ହେଲ୍‌ଥଭିଲ୍ ଖୋଲିବା ପଛର ଉଦ୍ଦେଶ୍ୟ ହେଉଛି ଧ୍ୟାନ, ଯୋଗ, ପ୍ରାଣାୟାମ ଓ ଆସନ ପ୍ରକ୍ରିୟାରେ ସମସ୍ତ ରୋଗର ନିଦାନ ଓ ନିରାକରଣ କରିବା। କୌଣସି ରସାୟନ ଓ ରାସାୟନିକ ଔଷଧ, ଅସ୍ତ୍ରୋପଚାର ଓ ଭେଷଜ ଚିକିତ୍ସା ପଦ୍ଧତି ଓ ଶରୀରରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ବିନା ଅତି ସ୍ବଳ୍ପ ବ୍ୟୟ କିମ୍ବା ବିନା ଖର୍ଚ୍ଚରେ ପ୍ରାକୃତିକ ପଞ୍ଚଭୂତ ଚିକିତ୍ସା ମାଧ୍ୟମରେ ପୁରୁଣା ଓ ନୂଆ ରୋଗର ନିଦାନ ଓ ନିରୂପଣ କରିବା। ପଞ୍ଚମହାଭୂତ ଭିତ୍ତିକ ଚିକିତ୍ସା ପଦ୍ଧତି ସହଜ, ସରଳ, ଯନ୍ତ୍ରଣାବିହୀନ ଓ ବ୍ୟୟବିହୀନ ମଧ୍ୟ।

ଏହା କେଉଁଠାରେ ଖୋଲାଯାଇଛି ?
ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ ଭାଲୁଙ୍କା ଅଞ୍ଚଳରେ ସବୁଜ, ଶାନ୍ତ, ପ୍ରାକୃତିକ ଏବଂ ପ୍ରଦୂଷଣମୁକ୍ତ ପରିବେଶରେ ୨୫ ଏକରର ଏକ ଉପତ୍ୟକାରେ ଏହାକୁ ସ୍ଥାପନ କରାଯାଇଛି।

କେଉଁ ରୋଗ ପାଇଁ ଏଠାରେ ବିଶେଷ ସୁବିଧା ରହିଛି ?
ଶ୍ବାସଜନିତ ରୋଗ, ରକ୍ତଚାପ, ମଧୁମେହ, ମେଦବହୁଳତା, ପ୍ଲିହାରୋଗ, ପରିପାକ ଦୋଷ, ସ୍ତ୍ରୀମାନଙ୍କ ଅସନ୍ତୁଳିତ ଋତୁଚକ୍ର, କର୍କଟ, ମାନସିକ ଚାପ ଜନିତ ରୋଗ ଏବଂ ବିଭିନ୍ନ ଆଲର୍ଜିର ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେଉଛି।

ହେଲ୍‌ଥଭିଲ୍‌ ପାଇଁ କେଉଁଠୁ ପ୍ରେରଣା ପାଇଲେ ?
ପ୍ରାଚୀନ କାଳରେ ଆମ ଦେଶର ମହାନ ବ୍ୟକ୍ତିତ୍ବ ଚରକ, ସୁଶ୍ରୁତ ଆଦିଙ୍କ ଦ୍ବାରା ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ଅନେକ ଦୁରାରୋଗ୍ୟ ଦୂର କରିପାରୁଥିବାର ପୌରାଣିକ ଓ ଐତିହାସିକ ତଥ୍ୟ ଓ କୃତି ମୋତେ ସର୍ବଦା ପ୍ରଭାବିତ ଓ ଉତ୍ସାହିତ କରିଥାଏ। ମହାତ୍ମା ଗାନ୍ଧୀ ଓ ବିନୋବା ଭାବେଙ୍କ ସ୍ବାସ୍ଥ୍ୟଶ୍ରମ ମଧ୍ୟ ମୋତେ ଖୁବ୍‌ ପ୍ରଭାବିତ କରିଛି। ଗାନ୍ଧୀଜୀଙ୍କ ଆଦର୍ଶ ଓ ମୂଲ୍ୟବୋଧରେ ଅନୁପ୍ରାଣିତ ହୋଇ ମୁଁ ଏହି ଚିକିତ୍ସା କେନ୍ଦ୍ର ଓ ସ୍ବାସ୍ଥ୍ୟ‌ାଶ୍ରମର ନାମ ଶାନ୍ତିବନ ରଖିଛି।

ପ୍ରାକୃତିକ ଚିକିତ୍ସା ଉପରେ ଆପଣ ଲେଖିଥିବା ବହିଗୁଡ଼ିକ ବିଷୟରେ କିଛି କହିବେ କି ?
ପ୍ରାକୃତିକ ଚିକିତ୍ସା ଉପରେ ଆଧାରିତ ଚାରିଟି ପ୍ରମୁଖ ପୁସ୍ତକ ହେଉଛି ୟୁ କ୍ୟାନ୍ ପ୍ଲାନ୍ ୟୋର ଡାଏଟ୍‌, ୟୁ କ୍ୟାନ୍ ସେ ନୋ ଟୁ ଡକ୍ଟର, ୟୁ କ୍ୟାନ୍ ସେ ନୋ ଟୁ ମେଡିସିନ୍ ଓ ୟୁ କ୍ୟାନ୍ ଲିଡ୍ ହେଲ୍‌ଦି ଲାଇଫ୍। ଏହି ପୁସ୍ତକଗୁଡ଼ିକର ଆଭିମୁଖ୍ୟ ହେଉଛି ସୁଷମ, ପ୍ରାକୃତିକ ଖାଦ୍ୟପେୟ, ଶୃଙ୍ଖଳିତ ଜୀବନଶୈଳୀ, ଯୋଗ, ପ୍ରାଣାୟମ ଓ ଧ୍ୟାନ ଜରିଆରେ ସବୁ ରୋଗର ନିଦାନ ଓ ନିରାକରଣ।

ଏଥିରେ ଗରିବ ଲୋକଙ୍କ ପାଇଁ କ’ଣ ବ୍ୟବସ୍ଥା ରଖିଛନ୍ତି ?
ଅତି କମ୍‌ ଖର୍ଚ୍ଚରେ ଓ ବିନା ଖର୍ଚ୍ଚରେ ଗରିବ ଲୋକମାନେ ଏହି ପ୍ରାକୃତିକ ପଦ୍ଧତିର ସହଜ ଲାଭ ନେଇପାରିବେ। ନିଃସହାୟ ଲୋକମାନଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥା ରହିଛି।

କେଉଁ ସ୍ଥାନର ଲୋକମାନେ ଚିକିତ୍ସା ପାଇଁ ଆସୁଛନ୍ତି ?
ଦେଶ ତଥା ବିଶ୍ବର ବିଭିନ୍ନ ସ୍ଥାନରୁ ଉତ୍ତମ ସ୍ବାସ୍ଥ୍ୟପ୍ରେମୀମାନେ ଏଠାକୁ ଆସୁଛନ୍ତି। ବର୍ଷ ସାରା ସେମାନଙ୍କ ଆଗମନ ଲାଗି ରହିଥାଏ। ବିଭିନ୍ନ ବର୍ଗର ଲୋକ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି।

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ବିଷୟରେ ଆପଣଙ୍କ ମତ କ’ଣ ?
ଓଡ଼ିଶାର ଅଗ୍ରଣୀ ଓ ନିରନ୍ତର ଜନପ୍ରିୟ ସମ୍ବାଦପତ୍ର ଭାବେ ସମ୍ବାଦ ଆନୁକୂଲ୍ୟରେ ଆୟୋଜନ କରାଯାଉଥିବା ଏହି ଅଭିଯାନ ଏକ ଉଚ୍ଚ ମାନର ଯୋଜନା ଯାହା ଆମ ଓଡ଼ିଶାର ବିଭିନ୍ନ ପ୍ରମୁଖ ଓ ପ୍ରସିଦ୍ଧ ବ୍ରାଣ୍ଡ୍‌ଗୁଡ଼ିକୁ ସାରା ଭାରତ ଓ ବିଶ୍ବରେ ଲୋକଲୋଚନକୁ ଆଣିପାରିବ। ସମ୍ବାଦର ଏହି ଭିନ୍ନମୁଖୀ କାର୍ଯ୍ୟକ୍ରମ ବେଶ୍‌ ପ୍ରଶସଂନୀୟ।

from Kanak News
via <a href="https://ifttt.com/?

Design a site like this with WordPress.com
Get started