ଚାନ୍ଦବାଲି ଶାସ୍ତ୍ରୀଘାଟ ଅଂଚଳର ୩ଟି ଗୋଦାମରେ ଅଗ୍ନିକାଣ୍ଡ : ନିଆଁ ଲାଗି ଜଳିଗଲା ୨ ହଜାର ବସ୍ତା ଧାନ; ବିଳମ୍ବିତ ରାତିରେ ଲାଗିଥିଲା ନିଆଁ, କାରଣ ଅସ୍ପିଷ୍ଟ

କନକ ବ୍ୟୁରୋ : ଚାନ୍ଦବାଲିର ଶାସ୍ତ୍ରୀ ଘାଟ ଅଂଚଳରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୨୦୦୦ ବସ୍ତାରୁ ଅଧିକ ଧାନ । ଗତକାଲି ରାତିରେ ଘଟିଛି ଅଗ୍ନିକାଣ୍ଡ । ଧାନ ଗୋଦାମରେ ନିଆଁ ଲାଗିବା ପରେ ଏହା ପାଖରେ ଥିବା ପାଇପ୍ ଗୋଦାମକୁ ବ୍ୟାପି ଯାଇଥିଲା । ଘଟଣା ସ୍ଥଳରେ ତିନୋଟି ଦମକଳ ପହଁଚି ନିଆଁକୁ ଆୟତ କରିଛି । ପ୍ରାୟ ଏକ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଆକଳନ କରାଯାଉଛି ।

from Kanak News
via <a href="https://ifttt.com/?

ସତ୍ୟବାଦୀ ପୋଲିସ କବଜାରେ ଡକାୟକ ଗ୍ୟାଙ୍ଗର ୫ସଦସ୍ୟ : ପୁରୀ-ଭୁବନେଶ୍ୱର ରାଜପଥରେ କରୁଥିଲେ ଲୁଟପାତ

କନକ ବ୍ୟୁରୋ : ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥରେ ଲୁଟପାଟ ଅଭିଯୋଗରେ ଡକାୟତ ଗ୍ୟାଙ୍ଗର ମା ଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କରିଛି ସତ୍ୟବାଦୀ ପୋଲିସ । ପୋଲିସ ସେମାନଙ୍କ ଠାରୁ ମୋବାଇଳ ଫୋନ, ସୁନା ମୁଦି, ମୋଟର ସାଇକେଲ ଜବତ କରିଛି । ଅନେକ ଦିନ ଧରି ଏହି ଡକାୟତମାନେ ଜାତୀୟ ରାଜପଥରେ ଡକାୟତି, ରାହାଜାନି ଓ ଲୁଟପାଟ ଘଟଣାରେ ସମ୍ପୃକ୍ତ ଥିଲେ । ଏହି ଗ୍ୟାଙ୍ଗର ରିଙ୍ଗଲିଡର ହେଉଛି ସତ୍ୟବାଦୀ ଅଂଚଳର ପ୍ରକାଶ ବରାଳ । ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ଏମାନଙ୍କୁ ଆଉ ଥରେ ରିମାଣ୍ଡପେ ଆଣିବା ପାଇଁ ଆବେଦନ କରିବ ପୋଲିସ ସିଡିପିଓ କହିଛନ୍ତି ।

from Kanak News
via <a href="https://ifttt.com/?

ଟିକାକରଣ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ : ମୁଖ୍ୟମନ୍ତ୍ରୀମାନଙ୍କ ସହ ସୋମବାର ଆଲୋଚନା କରିବେ ପ୍ରଧାନମନ୍ତ୍ରୀ; ଆସନ୍ତା ସପ୍ତାହରେ ଦେଶରେ ଆରମ୍ଭ ହୋଇପାରେ ଟିକାକରଣ

କନକ ବ୍ୟୁରୋ : ଟିକାକରଣ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଏନେଇ ଜାନୁଆରୀ ୧୧ ତାରିଖ ଅର୍ଥାତ ସୋମବାର, ଅପରାହ୍ନ ୪ଟାରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ଟିକାକରଣ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଅନୁମତି ମିଳିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ।

ଟିକାକରଣ ପାଇଁ ରାଜ୍ୟ ସରକାରମାନେ କେତେ ପ୍ରସ୍ତୁତି ରହିଛନ୍ତି ଓ ରାଜ୍ୟମାନଙ୍କରେ କୋଭିଡର ସ୍ଥିତି କଣ ରହିଛି ସେ ନେଇ ଭିଡିଓକନଫରେନ୍ସିଂ ଜରିଆରେ ପଚାରିବୁଝିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଦେଶରେ ମହାମାରୀ କରୋନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୬ ଥର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସାରିଛନ୍ତି ପ୍ରଧାନମନ୍ତ୍ରୀ । ଟିକାକରଣ ପାଇଁ ବର୍ଷ ଆରମ୍ଭରୁ ଅକ୍ସଫୋର୍ଡ ଦ୍ୱାରା ବିକଶିତ ଟିକା କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭାକ୍ସିନକୁ ଅନୁମତି ଦେଇଛି ଡିସିଜିଆଇ ।

ଏବଂ ଖୁବଶୀଘ୍ର ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଉଛି । ଏଥିପାଇଁ ଦେଶବ୍ୟାପି ଜାନୁଆରୀ ୨ ତାରିଖରେ ଓ ୮ ତାରିଖରେ ଟିକାକରଣର ମକଡ୍ରିଲ ବା ଡ୍ରାଏ ରନ୍ କରାଯାଇଛି । ଏହି ଡ୍ରାଏ ରନ୍ ସଫଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାକୁ ସେମାନଙ୍କ ଚୂଡାନ୍ତ ତାଲିକା ପ୍ରସ୍ତୁତି ହୋଇସାରିଛି । କେବଳ ଟିକାକରଣ ଦିନ ଧାର୍ଯ୍ୟ ହେବା ବାକି ରହିଛି ।

from Kanak News
via <a href="https://ifttt.com/?

ଯାଜପୁର କେଲୁଅ ନଦୀ ବନ୍ଧ ଭାଙ୍ଗିବା ମାମଲା : ଦୁଇ ମାସରେ ପ୍ରାଥମିକ ତଦନ୍ତ ସାରିବାକୁ ଭିଜିଲାନ୍ସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

କନକ ବ୍ୟୁରୋ : ଯାଜପୁର କେଲୁଅ ନଦୀ ବନ୍ଧ ଭାଙ୍ଗିବା ମାମଲାରେ ଦୁଇ ମାସରେ ପ୍ରାଥମିକ ତଦନ୍ତ ସାରିବାକୁ ଭିଜିଲାନ୍ସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ  ଲୋକାୟୁକ୍ତ । ଜଣେ ଏସପି କିମ୍ବା ଆଡିସିନାଲ ଏସପି ସ୍ତରର ଅଫିସର ଏହି ତଦନ୍ତ କରିବେ । ୨୧.୯୯ କୋଟି ଟଙ୍କାର ନଦୀ ବନ୍ଧରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଦୁର୍ନୀତିକୁ ଚାପିବା ପାଇଁ ବନ୍ଧକୁ ଡିନାମାଇଟରେ ଭଙ୍ଗାଯିବା ଅଭିଯୋଗ ମଧ୍ୟ ହୋଇଥିଲା ।

ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ-୫ରେ ଗୋକର୍ଣ୍ଣେଶ୍ବରରୁ ମଝିପଡ଼ା ରାସ୍ତାର କେଲୁଅ ନଦୀବନ୍ଧ ନିର୍ମାଣ ପୂର୍ବରୁ ଜଳସଂପଦ ବିଭାଗ ଅଧୀନରେ ରହିଥିଲା। ପରବର୍ତୀ ସମୟରେ ଏହା ପୂର୍ତ ବିଭାଗ ଅଧୀନକୁ ଆସିଥିଲା। ନଦୀବନ୍ଧ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ନିର୍ମାଣରେ ବ୍ୟାପକ ଅର୍ଥ ତୋଷରପାତ ନଜରକୁ ଆସିଥିଲା। ଏଥିରେ ସ୍ଥାନୀୟ ବିଧାୟକ ଓ କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କଠାରୁ ମୋଟା ଅଙ୍କର ଅର୍ଥ ନେବା ଯୋଗୁଁ ବାଧ୍ୟ ହୋଇ ଠିକାଦାର ନିମ୍ନମାନର ସାମଗ୍ରୀ ବ୍ୟବହାର କରିଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ସୂଚନାଧିକାର କର୍ମୀ ସର୍ବେଶ୍ବର ବେହୁରା ଏହି ନିମ୍ନମାନର କାର୍ଯ୍ୟକୁ ଲୁଚାଇବା ପାଇଁ ଗତବର୍ଷ ବନ୍ୟା ସମୟରେ ଡିନାମାଇଟ୍‌ ଲଗାଇ ନଦୀବନ୍ଧକୁ ଉଡ଼ାଇ ଦିଆଯାଇଥିଲା। ଫଳରେ ନଦୀରେ ୩ଶହ ଫୁଟର ଏକ ଘାଇ ହେବା ସହିତ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିଲା।

ଏହି ଘଟଣାରେ ଜାରକା ଜଳସେଚନ ଉପଖଣ୍ଡର ଉପ-ନିର୍ବାହୀ ଇଞ୍ଜିନିୟର ଯାଜପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଶ୍ରୀ ବେହୁରାଙ୍କ ପିଟିସନ୍ ଆଧାରରେ ଲୋକାୟୁକ୍ତ ମାମଲାକୁ ଗ୍ରହଣ କରିବା ସହ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ଜିଲ୍ଲପାଳ, ପୂର୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ପାଣିକୋଇଲିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଜାରକା ଜଳସେଚନ ବିଭାଗର ଯନ୍ତ୍ରୀଙ୍କୁ ନୋଟିସ୍ କରିଥିଲେ। ୬ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବା ଲାଗି କୁହାଯାଇଥିଲା। ନୋଟିସ୍ ହୋଇଥିବା ବ୍ୟକ୍ତିମାନେ ଏହାର ଉତ୍ତର ରଖିବା ସହିତ କୌଣସି ନିମ୍ନମାନର କାର୍ଯ୍ୟ ହୋଇ ନ ଥିବା ଦର୍ଶାଇଥିଲେ।

from Kanak News
via <a href="https://ifttt.com/?

ରାତିରେ କୋଲାବ ନଦୀର ପାଣିରେ ଜୟପୁରରେ ଭାଙ୍ଗିଲା କେନାଲ ବନ୍ଧ : ଚାଷ ଜମିରେ ମାଡିଲା ପାଣି; ଫସଲ ଅମଳବେଳେ ପାଣି ପଶିବାକୁ ନେଇ ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ଜୟପୁରରେ ଗତକାଲି ରାତିରେ ହଠାତ୍ କେନାଲରେ ମାଡି ଆସିଲା କୋଲାବ ଡ୍ୟାମର ପାଣି । ଭାଙ୍ଗିଗଲା କେନାଲ ବନ୍ଧ । ଫଳରେ ବ୍ୟାପକ ଅଂଚଳରେ ଚାଷ ଜମିରେ ପାଣି ପଶି ଯାଇଛି । ଏପରିକି ଗାଁ ଭିତରକୁ ମଧ୍ୟ ପାଣି ପଶି ଯିବା ପରେ ଚିନ୍ତାରେ ପଡିଛନ୍ତି ଗ୍ରାମବାସୀ । କୋଲାବ ଡ୍ୟାମରୁ ଚାଷ ପାଇଁ ପାଣି ଛଡା ଯାଇଥାଏ । ତେବେ ଗତକାଲି ରାତିରେ ହଠାତ୍ କେନାଲରେ ପାଣି ମାଡିଆସିବା ପରେ କେନାଲ ବନ୍ଧ ଭାଙ୍ଗି ଯାଇଥିଲା । ଘଟଣା ସ୍ଥଳରେ ଜୟପୁର ବିଧାୟକ , ପୋଲିସ ତଥା ବିଭାଗୀୟ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

from Kanak News
via <a href="https://ifttt.com/?

ବାରିପଦାରେ ଭାରସାମ୍ୟ ହରାଇ ଘରକୁ ପଶିଗଲା ଟ୍ରାକ୍ଟର : ଟ୍ରାକ୍ଟରରେ ଥିବା ଜଣେ ଶ୍ରମିକ ମୃତ, ୨ ଗୁରୁତଙ୍କୁ ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଘରକୁ ପଶିଗଲା ଟ୍ରାକ୍ଟର, ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ, ଅନ୍ୟ ଜଣେ ଶ୍ରମିକ ଗୁରୁତର । ମୟୁରଭଞ୍ଜ ଜିଲ୍ଲା ପାରିପଦା ଟାଉନଥାନା ଅନ୍ତର୍ଗତ ଚିପଟଅସ୍ତିଆରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ଘରକୁ ଧକ୍କା ଦେଇଥିଲା । ଟ୍ରାକ୍ଟରରେ ଥିବା ୩ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ମହିଳା ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଡ୍ରାଇଭର ଓ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଦୁର୍ଘଟଣାରେ ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତି ଯାଇଛନ୍ତି ।

from Kanak News
via <a href="https://ifttt.com/?

ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ରୂପେ ବନ୍ଦ କଲା ଟ୍ୱିଟର : ନିଜସ୍ୱ ପ୍ଲାଟଫର୍ମ ତିଆରି କରିବେ କହିଲେ ଡୋନାଲ୍ଡ ଟ୍ରମ୍ପ  

 

କନକ ବ୍ୟୁରୋ : ପ୍ରତ୍ୟକ ଦିନ ଆମେରିକାରୁ ଟ୍ରମ୍ପଙ୍କୁ ନେଇ ଆସୁଛି ରୋଚକ ଖବର । ଏହା ଭିତରେ ଆସିଛି ଆଉ ଏକ ଖବର, ଯାହା ଟ୍ରମ୍ପଙ୍କୁ ଦେବ ଶକ୍ତ ଝଟକା । ସବୁଦିନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଂଟ ବନ୍ଦ କରିଦେଇଛି ଟ୍ୱିଟର । ଏନେଇ ଟୁଇଟର ପକ୍ଷରୁ ଘୋଷଣା କରାଯାଇଛି । ଗତ ବୁଧବାର ଦିନ ଆମେରିକାର ସଂସଦ ଭବନ ପରିସରରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ ନେଇ ଟ୍ରମ୍ପଙ୍କ ଟୁଇଟର ଆକାଉଂଟକୁ ଦୁଇ ଦିନ ପାଇଁ ଅଚଳ କରିଦେଇଥିଲା ଟ୍ୱିଟର ।

ତେବେ ପରବର୍ତ୍ତୀ ସମୟରେ ଟୁଇଟର ଟ୍ରମ୍ପଙ୍କ ଆକାଉଂଟକୁ ସବୁଦିନ ପାଇଁ ଅଚଳ କରିଦେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପରାଜୟ ସ୍ୱୀକାର କରିବାର କିଛି ସମୟ ପରେ ଟୁଇଟର ଏପରି ବଡ ଧରଣର କଟକଣା ନିଷ୍ପତି ନେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଟ୍ୱିଟର ଜରିଆରେ ଆମେରିକାର ଜନତାଙ୍କ ନିକଟରେ ପହଁଚୁଥିଲେ । ଅନେକ ନୀତିଗତ ନିଷ୍ପତି, ମତାମତରୁ ଟୁଇଟର ଜରିଆରେ ରଖି ଆସୁଥିଲେ ।

ଟ୍ରମ୍ପଙ୍କ ଅନେକ ଟୁଇଟ୍ ବିବାଦ ବି ସୃଷ୍ଟି କରୁଥିଲା । ରାଷ୍ଟ୍ରପତି ନିର୍ବାଚନ ପରବର୍ତ୍ତୀ ସମୟରେ ଆମେରିକାରେ ଟ୍ରମ୍ପଙ୍କ ଅନେକ ଟୁଇଟ୍ ବିବାଦ ସୃଷ୍ଟି କରିବା ସହ ହିଂସାକୁ ଉସୁକାଉଥିବା ଟୁଇଟର ଅନୁଧ୍ୟାନ କରିଥିବା କହିଛି । ଏସବୁକୁ ଧ୍ୟାନରେ ରଖି ବର୍ତମାନ ଟ୍ରମ୍ପଙ୍କ ଟୁଇଟର ଆକାଉଂଟକୁ ସବୁଦିନ ପାଇଁ ଅଚଳ କରିଦେଇଛି ଟ୍ୱିଟର ।

from Kanak News
via <a href="https://ifttt.com/?

ମହଙ୍ଗା ପଡିଲା କୋଭିଡ ଗାଇଡଲାଇନ ଉଲ୍ଲଂଘନ : କେନ୍ଦୁଝରର ୫ଟି ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

କନକ ବ୍ୟୁରୋ : କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବା ଶିକ୍ଷକଙ୍କୁ ମହଙ୍ଗା ପଡିଛି । କେନ୍ଦୁଝରରେ କୋଭିଡ ଗାଇଡ ଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ୫ଟି ସ୍କୁଲର ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୫ଟି ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

କୋଭିଡ ନିୟମ ଅନୁସାରେ ସ୍କୁଲର ସ୍ୱଚ୍ଛତା ଉପରେ ୫ଟି ସ୍କୁଲରେ ଧ୍ୟାନ ଦେଇନଥିଲେ । ସ୍କୁଲ ପରିଦର୍ଶନରେ ଆସିଥିବା ଜିଲ୍ଲା ଶିକ୍ଷାଧିକାରୀ ଏହା ଦେଖିବା ପରେ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଟଣା ବ୍ଲକର ୪ଟି ବ୍ଲକ ଓ ସଦର ବ୍ଲକର ଗୋଟିଏ ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ଜିଲ୍ଲାଶିକ୍ଷାଧିକାରୀ ସଂଗ୍ରାମ ପାତ୍ରଙ୍କ ସୂଚନା ।

from Kanak News
via <a href="https://ifttt.com/?

ଜୋ-ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ହେବେନି ଡୋନାଲ୍ଡ ଟ୍ରମ୍ପ : ଭିଡିଓ ବାର୍ତ୍ତା ଜାରି କରି ଦେଲେ ସୂଚନା;ବାଇଡେନ୍ କହିଲେ, ଆମେରିକା ଇତିହାସର ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି

କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଉତ୍ସବରେ ସାମିଲ ହେବେ ନାହିଁ ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଟ୍ରମ୍ପ ସାମିଲ ହେବେ ନାହିଁ ବୋଲି ନିଜେ ଘୋଷଣା କରିଛନ୍ତି । ଆମେରିକା ସଂସଦ ଭବନ ହିଂସାକାଣ୍ଡ ପରେ ଆମେରିକା କଂଗ୍ରେସର ଫଳାଫଳକୁ ଏବେ ବି ଟ୍ରମ୍ପ ସ୍ୱୀକାର କରୁନଥିବା ଏହି କଥାରୁ ସ୍ପଷ୍ଟ ହୋଇଛି ।

ଅନ୍ୟପକ୍ଷରେ ଟ୍ରମ୍ପ ପ୍ରଶାସନର ଅନେକ ଅଧିକାରୀ ମଧ୍ୟ ଏହା ମଧ୍ୟରେ ଇସ୍ତଫା ଦେଇସାରିଲେଣି । ଆମେରିକା ସଂସଦ ଭବନ ହିଂସାକାଣ୍ଡକୁ ଟ୍ରମ୍ପ ନିନ୍ଦା କରିଛନ୍ତି । କହିଛନ୍ତି ଯେଉଁମାନେ ଆଇନ ଭଂଗ କରିଛନ୍ତି ସେମାନେ ଦଣ୍ଡ ପାଇବା ଉଚିତ । ଏହି ଅବସରରେ ଭିଡିଓ ଜାରି କରି ଟ୍ରମ୍ପ ଆସନ୍ତା ୨୦ ତାରିଖରେ ଜୋ ବାଇଡେନଙ୍କ କ୍ଷମତା ହସ୍ତାନ୍ତର ଉତ୍ସବ ହେବା ନେଇ ସୂଚନା ଦେଇଥିଲେ । ତେବେ ବର୍ତମାନ ସେ ଏହି ଶପଥ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି କହିବା ଆଉ ଏକ ବିବାଦୀୟ ସ୍ଥିତି ସୃଷ୍ଟି କରିଛି । କୌଣସି ବିଦାୟୀ ରାଷ୍ଟ୍ରପତି , ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଉତ୍ସବରେ ସାମିଲ ନହେବା ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା ହେବ ।

ଟ୍ରମ୍ପଙ୍କ ଏପରି ଘୋଷଣା ପରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ସେ ମଧ୍ୟ କ୍ଷମତାରେ ରହିବାକୁ ଯୋଗ୍ୟ ନୁହଁନ୍ତି । ଆମେରିକା ଇତିହାସରେ ସେ ହେଉଛନ୍ତି ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି । ଆମେରିକା ସଂସଦ ଭବନ ହିଂସାକାଣ୍ଡ ପରେ ନିଜ କାର୍ଯ୍ୟକାଳ ସରିବାର ୧୩ ଦିନ ଆଗରୁ ଟ୍ରମ୍ପ ନିଜ ପରାଜୟ ସ୍ୱୀକାର କରିଥିଲେ । ଏହା ପରେ ପରେ ଜୋ ବାଇଡେନଙ୍କ ଶପଥ ଉତ୍ସବରେ ସେ ସାମିଲ ହେବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଏହି ଘଟଣା ଆଗକୁ ଆମେରିକା ରାଜନୀତିରେ ବିବାଦକୁ ଅଧିକ ଦିନ ଧରି ରଖିବ , ସଂଭାବନା ସୃଷ୍ଟି କରିଛି ।

from Kanak News
via <a href="https://ifttt.com/?

ଗୋଦାବରୀ ପାୱାର ଇସ୍ପାତରେ ବଡ ଧରଣର ଅଗ୍ନିକାଣ୍ଡ: ହୁତ ହୁତ ହୋଇ ଜଳୁଛି ନିଆଁ; ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି ଦମକଳ ଗାଡି

କନକ ବ୍ୟୁରୋ : ଛତିଶଗଡର ରାଇପୁର ଜିଲ୍ଲାରେ ଗୋଦାବରୀ ପାୱାର ଇସ୍ପାତରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଜୋରରେ ଲାଗିଥିଲା ଯେ ଏକ ଅଗ୍ନିର ଏକ ବଳୟ ସୃଷ୍ଟି ହେବା ପରି ଦେଖାଯାଉଥିଲା । ଦମକଳ ଗାଡି ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଏହି ଘଟଣାରେ କେହି ମୃତାହତର ଖବର ନାହିଁ । ଅଗ୍ନିକାଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଦାବରୀ ପାୱାର ଇସ୍ପାତର ଅନେକ କିଛି ନିଆଁରେ ପୋଡି ଯାଇଥିବା ଆଶଙ୍କା କରାଯାଉଛି ।

 

from Kanak News
via <a href="https://ifttt.com/?

Design a site like this with WordPress.com
Get started