ହସ୍ପିଟାଲରେ ଜଳିଗଲେ ୧୦ ଶିଶୁ : ୭ ନବଜାତକ ଜୀବନ୍ତ ଉଦ୍ଧାର; ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲା ହସ୍ପିଟାଲ ଏସଏନସିୟୁରେ ନିଆଁ ଲାଗି ଘଟିଛି ଦୁର୍ଘଟଣା

କନକ ବ୍ୟୁରୋ : ହସ୍ପିଟାଲରେ ନିଆଁ ଲାଗି ଜଳିଗଲେ ୧୦ ନବଜାତକ । ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଘଟିଛି ଏହି ହୃଦୟବିଦାରକ ଦୁର୍ଘଟଣା । ସୂଚନା ଅନୁଯାୟୀ ହସ୍ପିଟାଲର ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍ ବା ଏସଏନସିୟୁରେ ୧୭ ଜଣ ନବଜାତଙ୍କୁ ରଖାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଅଚାନକ ନିଆଁ ଲାଗି ଯାଇଥିଲା । କିଛି ସମୟ ପରେ ୱାର୍ଡରୁ ଧୁଆଁ ବାହାରୁଥିବାର ଜଣେ ନର୍ସ ଦେଖିଥିଲେ । ଏନେଇ ସେ ତୁରନ୍ତ ହସ୍ପିଟାଲର ଉଚ୍ଚ ଅଧିକାରୀଙ୍କ ସୂଚନା ଦେଥିଲେ । ଏବଂ ଅନ୍ୟ କର୍ମଚାରୀଙ୍କ ସହ ୱାର୍ଡରେ ଥିବା ୭ ଜଣଙ୍କ ଜୀବନ୍ତ ଉଦ୍ଧାର କରିଥିଲେ ।

ହେଲେ ସେତେବେଳକୁ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହା ଭିତରେ ଘଟଣାସ୍ଥଳରେ ଅଗ୍ନିନିରାପତା ବାହିନୀ ମଧ୍ୟ ପହଁଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା । ଅନ୍ୟପଟେ ଏହି ଖବର ପ୍ରଚାରିତ ହେବା ପରେ ହସ୍ପଟାଲ ପରିସରରେ ଲୋକମାନେ ଭିଡ ଜମାଇଛନ୍ତି । କେମିତି ଅଗ୍ନିକାଣ୍ଡ ଘଟିଲା ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ହସ୍ପିଟାଲ କର୍ତୁପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ମୃତ ନବଜାତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି । ତେବେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।

from Kanak News
via <a href="https://ifttt.com/?

ବିରଳ ଡଲଫିନକୁ ପିଟି ପିଟି ମାରିଦେବା ଘଟଣା : ୩ଜଣଙ୍କୁ ଗିରଫ କଲା ପୋଲିସ; ଡିସେମ୍ବର ୩୧ ତାରିଖରେ ଘଟିଥିଲା ଘଟଣା

କନକ ବ୍ୟୁରୋ : ଏକ ବିରଳ ଡଲଫିନକୁ ପିଟି ପିଟି ମାରିଦେଲେ ଲୋକେ । ଏହି ଅଭାବନୀୟ ଘଟଣା ଘଟିଛି ଉତରପ୍ରଦେଶର ପ୍ରତାପଗଡରେ । ଶୁକ୍ରବାର ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଡିସେମ୍ବର ୩୧ ତାରିଖରେ ଏହି ଘଟଣା ଘଟିଥିଲା । କୋଠାରିଆ ଗାଁ ଅନ୍ତର୍ଗତ ସାରଦା କେନାଲରେ ଏହି ଡଲଫିନ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ବନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ମୃତ ଡଲଫିନ ଟିକୁ ନିଜ ଜିମାକୁ ନେଇଥିଲେ । ପୋଲିସର ସୂଚନା ଅନୁସାରେ ଯେଉଁମାନେ ଏହି ଡଲଫିନଟିକୁ ମାରିଥିଲେ, ଓଜନ ଅଧିକ କାରଣରୁ ସେମାନେ ଏହାକୁ ନେଇପରିନଥିଲେ । ପୋଲିସ ଏହାର ତଦନ୍ତ କରୁଥିଲା । ଶେଷରେ ୩ଜଣଙ୍କୁ ଗିରଫ କରିବାରେ ସଫଳ ହେଲା ପୋଲିସ ।

from Kanak News
via <a href="https://ifttt.com/?

ସିଡନୀ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କ ରକେଟ୍ ଥ୍ରୋ । ଦୁଇ ରନ୍ ନେବା ଲୋଭରେ ୱିକେଟ ହରାଇଲେ ଷ୍ଟିଭେନ୍ ସ୍ମିଥ୍ 

କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଟିମଇଣ୍ଡିଆ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ଏବେ ଚର୍ଚାରେ । ଜାଡେଜାଙ୍କ ରକେଟ୍ ପରି ଥ୍ରୋରେ ରନଆଉଟରୁ ବର୍ତି ପାରିଲେନି ଷ୍ଟିଭେନ୍ ସ୍ମିଥ୍ । ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ଏ କାହାଣୀ ସିଡନୀ ଟେଷ୍ଟର  । କ୍ରିକେଟ୍ ପଡିଆରେ ଆପଣ ଅନେକ ରନ୍ ଆଉଟ୍ ଦେଖିଥିବେ । ହେଲେ ଏହି ରନ୍ ଆଉଟ୍ ଆପଣଙ୍କୁ ଅଧିକ ଆକର୍ଷିତ କରିବ ନିଶ୍ଚୟ । କାରଣ ଏହି ରନ୍ ଆଉଟ୍ ଆସିଛି ସାର୍ ଜାଡେଜାଙ୍କ ହାତରୁ । ଏହା ବଳରେ ସ୍ମିଥଙ୍କୁ ଶିକାର କରିଛନ୍ତି ସାର୍ ଜାଡେଜା । ଯାହାଙ୍କୁୁଆଉଟ୍ କରିବାକୁ ଭାରତୀୟ ବୋଲର ନାକେଦମ୍ ହୋଇଥିଲେ, ରକେଟ୍ ଥ୍ରୋ କରି କାମ ଶେଷ କରିଦେଲେ ଜାଡେଜା ।

ସିଡନୀ ଟେଷ୍ଟରେ ମ୍ୟାଚରେ ମୋଡ ଏପରି ଆସିଥିଲା , ଲାଗୁଥିଲା ଘରୋଇ ଅଷ୍ଟ୍ରେଲିଆ ଟିମ୍ , ଭାରତ ବିପକ୍ଷରେ ସ୍ଥିତି ଆହୁରି ମଜବୁତ୍ କରିନେବ । କ୍ରିଜରେ ଶତକ ହାସଲ କରି ବ୍ୟାଟିଂ ଜାରି ରଖିଥିଲେ ଷ୍ଟିଭେନ୍ ସ୍ମିଥ୍ । ପ୍ରଥମ ଇନିଂସର ୧୦୬ ଓଭରର ବୋଲିଂ ପାଇଁ ଆସିଥିଲେ ଯଶପ୍ରୀତ ବୁମରା । ଆଉ ବୁମରାଙ୍କ ବଲକୁ ସ୍କୋୟାର ଲେଗ୍ ଅଂଚଳକୁ ଖେଳି , ଡବଲ୍ ରନ୍ ନେବାକୁ ଉଦ୍ୟମ କରୁଥିଲେ ସ୍ମିଥ୍ ।

ଏତିକି ବେଳେ ବଲ ଆଡକୁ ବିଜୁଳି ପରି ମାଡି ଆସିଲେ ଜାଡେଜା,  କରିଥିଲେ ରକେଟ୍ ପରି ଥ୍ରୋ । ଜାଡେଜାଙ୍କ ଥ୍ରୋକୁ ଦେଖି ସ୍ମିଥ୍ ବୁଝିପାରିଥିଲେ ଏଥିରୁ ବର୍ତିବା କଷ୍ଟକର । ସିଧା ଡାଇଭ୍ ମାରିଥିଲେ । କିନ୍ତୁ ଏତିକି ବେଳକୁ ଷ୍ଟମ୍ପ ଭାଙ୍ଗି ସାରିଥିଲା ଜାଡେଜାଙ୍କ ରକେଟ୍ ଥ୍ରୋ । ଏଇଠି ବଦଳି ଯାଇଥିଲା ସିଡନୀ ଟେଷ୍ଟର ମୋଡ୍ ।

ସ୍ମିଥଙ୍କ ୱିକେଟ୍ ପତନ ପରେ ବଦଳି ଯାଇଥିଲା ମ୍ୟାଚର ମୋଡ । ପୁରା ଟିମ୍ ୩୩୮ ରନରେ ଅଲଆଉଟ୍ ହୋଇଥିଲା । ପ୍ରଥମ ଇନିଂସରେ ଘାତକ ବୋଲିଂ କରିଥିଲେ ରବୀନ୍ଦ୍ର ଜାଡେଜା । ୬୨ ରନରେ ହାସଲ କଲେ ୪ ୱିକେଟ୍ । ଜାଡେଜାଙ୍କ ଏହି ଘାତକ ବୋଲିଂ ଭାଙ୍ଗି ଯାଇଥିଲା ଅଷ୍ଟ୍ରେଲିଆର ମେରୁଦଣ୍ଡ । ଏବେ ସିଡନୀ ଟେଷ୍ଟର ଏହି ରନ ଆଉଟ୍ ସୋସିଆଲ୍ ମିଡିଆରେ ବେଶ୍ ଟ୍ରେଣ୍ଡ୍ କରୁଛି ।

from Kanak News
via <a href="https://ifttt.com/?

ବ୍ଲୁମ୍ ବର୍ଗ ପକ୍ଷରୁ ଜାରି ହେଲା ବିଶ୍ୱର ଧନୀ ତାଲିକା । ଏକ ନମ୍ବର ସ୍ଥାନରେ ବିଲିଓନାୟାର ଏଲନ ମସ୍କ ।

କନକ ବ୍ୟୁରୋ : ଏଲନ ମସ୍କ ହୋଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ୧୮୮.୫ ବିଲିୟନ ଡଲାର ସମ୍ପତି ସହିତ ଏଲନ ମସ୍କ ଏବେ ବିଶ୍ୱର ଧନୀ ତାଲିକାର ଶୀର୍ଷକୁ ଉଠିଛନ୍ତି । ବ୍ଲୁମ ବର୍ଗ ବିଲିଓନାର ଇଣ୍ଡେକ୍ସ ତାଲିକାରେ ବିଶ୍ୱର ୫ ଶହ ବିଲିଓନାର ସ୍ଥାନ ପାଇଛନ୍ତି । ଏଥିରେ ଶୀର୍ଷରେ ଏଲନ୍ ମସ୍କ, ଦ୍ୱିତୀୟ ସ୍ଥାନରେ ଜେଫ୍ ବେଜୋସ୍ ଅଛନ୍ତି । ଭାରତର ବିଲିଓନାର ବ୍ୟବସାୟୀ ମୁକେଶ ଅଂବାନୀ ଅଛନ୍ତି ୧୩ ତମ ସ୍ଥାନରେ ।

ବ୍ଲୁମ ବର୍ଗ ବିଲିଓନାର ଇଣ୍ଡେକ୍ସ ତାଲିକାରେ ବିଶ୍ୱର ୫ ଶହ ବିଲିଓନାର ସ୍ଥାନ ପାଇଛନ୍ତି । ଏହାର ଶୀର୍ଷରେ ଅଛନ୍ତି ଏଲନ ମସ୍କ । ଆମେରିକାର ନାଗରିକ ଏଲନ ମସ୍କଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାରେ । ବୃତିରେ ଜଣେ ଇଂଜିନିୟର । ବୟସ ଏବେ ୪୯ ବର୍ଷ । ଉପଗ୍ରହ ଉତକ୍ଷେପଣ ବ୍ୟବସାୟ ସହିତ ଜଣାଶୁଣା କାର କମ୍ପାନୀ ଟେସଲାର ମାଲିକ ହେଉଛନ୍ତି ସେ । ତେବେ ଗତ ବର୍ଷକ ମଧ୍ୟରେ ଟେସଲାରୁ ତାଙ୍କୁ ଯେପରି ଲାଭ ମିଳିଛି ତାହା ସମସ୍ତଙ୍କୁ ଚକିତ କରିଦେବା ପରି ।

ଗତ ବର୍ଷକ ମଧ୍ୟରେ ଏଲନ ମସ୍କଙ୍କ ସମ୍ପତିରେ ୧୧.୮ ପ୍ରତିଶତ ବୃଦ୍ଧି
ସ୍ପେଶ୍ ଏକ୍ସ ଅପେକ୍ଷା ଅଧିକ ଲାଭ ଦେଇଛି କାର କମ୍ପାନୀ ଟେସଲା
ଟେସଲାର ସେୟାର ମୂଲ୍ୟ ୭୪୮ ପ୍ରତିଶତ ବୃଦ୍ଧି ପହଁଚାଇଛି ବଡ ଲାଭ

ଆସନ୍ତୁ ନଜର ପକାଇବା ବିଶ୍ୱର ଶୀର୍ଷ ବିଲିଓନାୟାର ବ୍ୟବସାୟୀଙ୍କ ତାଲିକା ଉପରେ

୧୮୮.୫ ବିଲିୟନ ଡଲାର ସହିତ ଶୀର୍ଷରେ ଏଲନ ମସ୍କ
୧୮୭ ବିଲିୟନ ଡଲାର ସହିତ ଦ୍ୱିତୀୟ ସ୍ଥାନରେ ଜେଫ୍ ବେଜୋସ୍
୧୩୨ ବିଲିୟନ୍ ଡଲାର ସହିତ ତୃତୀୟ ସ୍ଥାନରେ ବିଲ୍ ଗେଟସ
୧୧୪ ବିଲିୟନ ଡଲାର ସହିତ ଚତୁର୍ଥ ସ୍ଥାନରେ ବି ଅନର୍ଲଟ
୧୦୦ ବିଲିୟନ ଡଲାର ସହିତ ପଂଚମ ସ୍ଥାନରେ ମାର୍କ ଜୁକରବର୍ଗ
୭୩.୪ ବିଲିୟନ ଡଲାର ସହିତ ତ୍ରୟୋଦଶ ସ୍ଥାନରେ ମୁକେଶ ଅଂବାନୀ

ବ୍ଲୁମ୍ ବର୍ଗର ବିଲିଓନାୟାର ୫୦୦ ଜଣିଆ ଧନୀ ତାଲିକାର ଟପ୍ ଟେନ୍ ତାଲିକାରେ ଆମେରିକାରୁ ୮ ଜଣ, ଫ୍ରାନ୍ସରୁ ଜଣେ ଓ ଚୀନରୁ ଅଛନ୍ତି ଜଣେ ବିଲିଓନାୟାର । ଶୀର୍ଷ ୧୦୦ ଜଣଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଭାରତୀୟ ବ୍ୟବସାୟୀ । ୧୩ ତମ ସ୍ଥାନରେ ମୁକେଶ ଅଂବାନୀ, ୩୭ ତମ ସ୍ଥାନରେ ଗୌତମ ଆଦାନୀ, ୫୫ ତମ ସ୍ଥାନରେ ଅଜିମ୍ ପ୍ରେମଜୀ, ୬୭ ତମ ସ୍ଥାନରେ ଅଛନ୍ତି ଶିବ ନାଦାର ।

from Kanak News
via <a href="https://ifttt.com/?

ଶେଷରେ ପରାଜୟ ସ୍ୱୀକାର କଲେ ଡୋନାଲ୍ଡ ଟ୍ରମ୍ପ । ଭିିଡିଓ ଜାରି କରି ୱାଂଶିଟନ୍ ହିଂସାକୁ କଲେ ନିନ୍ଦା । 

କନକ ବ୍ୟୁରୋ: ବ୍ୟାପକ ହିଂସାକାଣ୍ଡ, କ୍ୟାପିଟାଲ ବିଲଡିଂକୁ କବଜା ଉଦ୍ୟମ ଭିତରେ ଆମେରିକାରେ ଦେଖା ଦେଇଥିବା ଅଶାନ୍ତି ସ୍ଥିତି ଏବେ ସାରା ବିଶ୍ୱରେ ଚର୍ଚାରେ ରହିଛି । ଏବେ ଭିତରେ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆମେରିକା କଂଗ୍ରେସରେ ଜୋ ବାଇଡେନଙ୍କ ବିଜୟ ଘୋଷଣାକୁ ଶେଷରେ ଗ୍ରହଣ କରିବା ସହିତ ନିଜ ପରାଜୟ ସ୍ୱୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦ ତାରିଖରେ ଶେଷ ହୋଇଥାନ୍ତା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ । ତେବେ ଏହା ଶେଷ ହେବାର ୧୩ ଦିନ ପୂର୍ବରୁ ପରାଜୟ ସ୍ୱିକାର କରିବାକୁ ବାଧ୍ୟ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକାର ୪୫ ତମ ରାଷ୍ଟ୍ରପତି ଭାବେ ୨୦୧୭ ଜାନୁଆରୀ ୨୦ ରେ ଦାୟିତ୍ୱ ଗ୍ରହଣ କରିଥିଲେ ଟ୍ରମ୍ପ । ଏହି ହିସାବରେ ୨୦୨୧ ଜାନୁଆରୀ ୨୦ରେ ଶେଷ ହୋଇଥାନ୍ତା ତାଙ୍କର କାର୍ଯ୍ୟକାଳ । ଏହା ଆଗରୁ ଜାନୁୟାରୀ ୬ ତାରିଖରେ ଆମେରିକାର ସଂସଦ, କ୍ୟାପିଟଲ୍ ବିଲ୍ଡିଂରେ ଟ୍ରମ୍ପଙ୍କ ସମର୍ଥକ ଘଟାଇଛନ୍ତି ବଡ ଧରଣର ହିଂସାକାଣ୍ଡ । ଏବେ ଘଟଣାକୁ ନେଇ ସାରା ବିଶ୍ୱରେ କଡା ସମାଲୋଚନାର ଶିକାର ହେବା ପରେ ହିଂସାକାଣ୍ଡକୁ ନିନ୍ଦା କରି ଭିଡିଓ ଜାରି କରିଛନ୍ତି ଟ୍ରମ୍ପ । ଭିଡିଓରେ ପରାଜୟ ସ୍ୱୀକାର କରିବା ସହ ହିଂସାକୁ ବନ୍ଦ କରିବାକୁ ଅପିଲ କରିଛନ୍ତି ।

ଭିଡିଓ ଜରିଆରେ ଟ୍ରମ୍ପ କହିଛନ୍ତି ଏବେ ଆମେରିକା ପାଇଁ କ୍ଷତ ଭରଣାର ସମୟ । ୨୦୨୦ରେ ଆମେରିକା ଯେଉଁ କଷ୍ଟକର ସମୟ ଦେଇ ଗତି କରିଛି, ୨୦୨୧ରେ ଏହାକୁ ଭରଣା କରିବାକୁ ହେବ । ଆମେରିକାରେ ଖୁବଶୀଘ୍ର ନୂଆ ପ୍ରଶାସନ ଦାୟିତ୍ୱ ଗ୍ରହଣ କରିବ । ଶାନ୍ତି ଶୃଙ୍ଖଳାର ସହ କ୍ଷମତା ହସ୍ତାନ୍ତର କରିବା ଉପରେ ସେ ଗୁରୁତ୍ୱ ଦେବେ ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପଙ୍କ ଏହି ଭିଡିଓ ବାର୍ତା ଗୋଟିଏ କଥା ସ୍ପଷ୍ଟ କରୁଛି, କ୍ଷମତା ଅକ୍ତିଆର ପାଇଁ ଅନ୍ଧ ହୋଇଥିବା ଟ୍ରମ୍ପ ବୋଧହୁଏ, ହିଂସାକାଣ୍ଡ ପାଇଁ ପଶ୍ଚାତାପ କରୁଛନ୍ତି । ଯଦି ସମୟ ଆଗରୁ ଟ୍ରମ୍ପଙ୍କୁ ଗାଦି ଚ୍ୟୁତ କରାନଯାଏ , ଜାନୁଆରି ୨୦ ତାରିଖରେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜୋ-ବାଇଡେନ  ।

from Kanak News
via <a href="https://ifttt.com/?

ଅଷ୍ଟମ ରାଉଣ୍ଡ ବୈଠକରେ ଚାଷୀ ନେତାଙ୍କୁ ବିକଳ୍ପ ମାଗିଲେ କେନ୍ଦ୍ର ସରକାର । ନୀରବ ରହିଲେ ଚାଷୀ ନେତା, ବିନା ଫଳାଫଳରେ ସରିଲା ବୈଠକ

କନକ ବ୍ୟୁରୋ : ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିଥିଲା । ଏହି ବୈଠକରୁ କୌଣସି ନିର୍ଯ୍ୟାସ ବାହାରିପାରିନି । କହିବାକୁ ଗଲେ ଚାଷୀ ନେତାଙ୍କୁ ମନେଇବାରେ ପୁଣି ଥରେ ସରକାର ବିଫଳ ରହିଛନ୍ତି । ଚାଷୀ ସଂଗଠନ ଆଜି ସେହି ଗୋଟିଏ ଦାବି, କେନ୍ଦ୍ର ସରକାର ନୂଆ ଆଇନ ପ୍ରତ୍ୟାହାର କରନ୍ତି, ଏହି ଦାବିରେ ଅଟଳ ରହିଥିଲେ । ଜାନୁଆରୀ ୧୫ରେ ପୁଣି ଥରେ ହେବ ଆଲୋଚନା ।

ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଅଷ୍ଟମ ରାଉଣ୍ଡ ବୈଠକ ଉପରେ ରହିଥିଲା ସାରା ଦେଶର ନଜର । ତେବେ ସବୁ ଆଲୋଚନା ପରି ଏଥର ବି ବୈଠକରୁ ବିଶେଷ କିଛି ମିଳିନାହିଁ । ଦେଶର ଆନ୍ଦୋଳନରତ ଚାଷୀ ସଂଗଠନଙ୍କୁ ମନେଇବାରେ କେନ୍ଦ୍ର ସରକାର ବିଫଳ ରହିଛନ୍ତି ବୋଲି କହିଲେ କିଛି ଭୁଲ୍ ହେବନାହିଁ । ବୈଠକରେ ଚାଷୀ ସଂଗଠନଙ୍କୁ କେନ୍ଦ୍ର ସରକାର ଆଇନ ପ୍ରତ୍ୟାହାର ବଦଳରେ ବିକଳ୍ପ ମାଗିଥିଲେ, ତେବେ ସେନେଇ ନୀରବ ରହିଥିଲେ ଚାଷୀ ନେତା । ଫଳରେ ପ୍ରାୟ ଅଢେଇ ଘଂଟାର ଆଲୋଚନା ବିନା ନିଷ୍କର୍ସରେ ଶେଷ ହୋଇଛି ।

ଜାନୁଆରୀ ୧୫ରେ ପୁଣି ବସିବ ବୈଠକ । ଚାଷୀ ନେତାଙ୍କ ସହିତ ଆଲୋଚନାରେ ଏବେ ବାହାରି ପାରିନି କିଛି ବାଟ । କେନ୍ଦ୍ର ସରକାର ଜାତୀୟ ସ୍ୱାର୍ଥ ପ୍ରତି ଧ୍ୟାନ ଦେବାକୁ ଚାଷୀ ନେତାଙ୍କୁ କହିଛନ୍ତି । ତେବେ । ବୈଠକରେ ଚାଷୀ ସଂଗଠନ ଦେଖାଇଛନ୍ତି କଠୋର ଆଭିମୁଖ୍ୟ । ଗୋଟିଏ ଦାବି ଆମେ ମରିବୁ, ନହେଲେ ଜିତିବୁ । ଏପରି ଲେଖା ଦେଖାଇବା ପରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ସରେ ସରିଛି । ତେବେ କୌଣସି କୋର୍ଟ କଚେରୀ ନୁହଁ , ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛି ଚାଷୀ ସଂଗଠନ ।

ସରକାର ସାତ ଶହ ଥର ଆଲୋଚନା ପାଇଁ ଡାକିଲେ ମଧ୍ୟ ଆସିବାକୁ ରାଜିଥିବା ସ୍ପଷ୍ଟ କରିଛନ୍ତି ଚାଷୀ ନେତା । କିନ୍ତୁ ସେହି ଗୋଟିଏ ଦାବି , ଆଇନ ପ୍ରତ୍ୟାହାର ନହେଲେ ଆଗକୁ ତେଜିବ ଆନ୍ଦୋଳନ । ଦିଲ୍ଲୀରେ ପ୍ରବଳ ଜାଡ ଭିତରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ଭିତରେ ଆଗକୁ ୨୬ ଜାନୁଆରୀରେ ଚାଷୀ ଟ୍ରାକ୍ଟର ରାଲି କରିବାର ଧମକ ଦେବା ପରେ କେନ୍ଦ୍ର ସରକାର ଏହା ଆଗରୁ ଆଲୋଚନାରେ ଫଳାଫଳ ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି ।

from Kanak News
via <a href="https://ifttt.com/?

ବମ୍ୱେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନାରେ ହାଜର ହେଲେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ଦେଶଦ୍ରୋହ ମାମଲାରେ ବାନ୍ଦ୍ରା ପୋଲିସ କଲା ପଚରାଉଚରା ।

କନକ ବ୍ୟୁରୋ : ବାନ୍ଦ୍ରା ପୁଲିସ ଥାନାରେ ହାଜର ହେଲେ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଭଉଣୀ ରଙ୍ଗୋଲୀ । ଦେଶଦ୍ରୋହ ମାମଲାରେ ଜେରା ପାଇଁ ଆଜି ଏମାନେ ଥାନାରେ ହାଜର ହୋଇଥିଲେ । ୱାଇ ଶ୍ରେଣୀ ସୁରକ୍ଷା ଭିତରେ କଙ୍ଗନା ଓ ରଙ୍ଗୋଲୀ ବାନ୍ଦ୍ରା ପୁଲିସ ଥାନାରେ ପହଁଚିଥଲେ । ପୂର୍ବରୁ ବାନ୍ଦ୍ରା ପୁଲିସ ଜେରା ପାଇଁ ୩ ଥର ସମନ ଦେଇଥିଲେ ସୁଦ୍ଧା ଏମାନେ ହାଜର ହୋଇନଥିଲେ ।

ଅନ୍ୟପଟେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଙ୍ଗନା । ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଏମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ ଓ ଜାନୁଆରୀ ୮ ରେ ପୁଲିସ ନିକଟରେ ହାଜର ହେବାକୁ କହିଥିଲେ । କାଷ୍ଟିଂ ଡିରେକ୍ଟର ତଥା ଫିଟନେସ ଟ୍ରେନର ମୁନ୍ନର ଅଲ୍ଲୀ ସୟଦ ଅକ୍ଟୋବର ମାସରେ ଏକ ଅଭିଯୋଗ କରିବା ପରେ ବାନ୍ଦ୍ରା ପୁଲିସ ମାମଲା ଦାଏର କରିଥିଲା ।

ସୋସିଆଲ ମିଡିଆରେ କଙ୍ଗନା ଓ ରଙ୍ଗୋଲୀ ସାମ୍ପ୍ରଦାୟିକ ହିଂସାକୁ ଉସକାଇବା ଭଳି ମନ୍ତବ୍ୟ ରଖୁଥିବା ଓ ଘୃଣା ସୃଷ୍ଟି କରୁଥିବା ପୋଷ୍ଟ କରୁଥିବା ଅଭିଯୋଗ ହୋଇଥିଲା ।

from Kanak News
via <a href="https://ifttt.com/?

ଓଡିଶାରେ ନାହିଁ ବାର୍ଡ ଫ୍ଲୁ । କୌଣସି ନମୂନାରେ ବାର୍ଡ ଫ୍ଲୁ ଜଣାପଡିନି । ୬ ରାଜ୍ୟକୁ ବ୍ୟାପିବା ପରେ ଅଣ୍ଡା, କୁକୁଡା ମାଂସ ସିଝାଇ ଖାଇବାକୁ ପରାମର୍ଶ ।

କନକ ବ୍ୟୁରୋ: ଓଡିଶାରେ ନାହିଁ ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସୂଚନା । ବର୍ତ୍ତମାନ ସୁଦ୍ଧା ୧୨, ୧୫୮ ନମୂନା ପରୀକ୍ଷା ହୋଇସାରିଛି । କୌଣସି ନମୂନାରେ ବାର୍ଡ ଫ୍ଲୁ ଜଣାପଡିନି । ବିଭିନ୍ନ ସ୍ଥାନର ପକ୍ଷୀଙ୍କ ସ୍ୱାବ ଉପରେ ନଜର ରଖାଯାଇଛି
କୌଣସି ସ୍ଥିତିରେ ସମାଧାନ ପାଇଁ ସରକାର ତତ୍ପର ।

ତେବେ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ । କୁକୁଡା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବାକୁ ପରାମର୍ଶ । ନିଜ ଅଞ୍ଚଳର ପକ୍ଷୀ ମଡକ ବିଷୟରେ ଜଣାଇ ପାରିବେ । ଫୋନ ନମ୍ବର- ୦୬୭୧- ୨୪୧୪୩୧୦ରେ କଲ କରିପାରିବେ । ହ୍ୱାଟ୍ସଆପ ନମ୍ବର- ୭୨୦୫୫୯୮୧୨୫ରେ ଜଣାଇବାକୁ କୁହାଯାଇଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେରଳ ପରେ ଏବେ ହରିୟାଣା ଏବଂ ଗୁଜୁରାଟରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ସୁନିଶ୍ଚିତ ହୋଇଛି। ଏହି ସବୁ ରାଜ୍ୟରେ ଶହ ଶହ ସଂଖ୍ୟାରେ ପକ୍ଷୀମାନଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନେ ‘ଏଚ୍‌ ୫ ଏନ୍‌ ୧ ଏଭିଏନ୍‌ ଇନଫ୍ଲୁଏଞ୍ଜା ଭାଇରସ୍‌’ ଦ୍ୱାରା ଆକ୍ରାନ୍ତ ବୋଲି ନମୁନା ପରୀକ୍ଷାରୁ ଜଣାପଡ଼ିଛି। ତେବେ ଓଡ଼ିଶାରେ ବର୍ତ୍ତମାନ ପର୍ୟ୍ୟନ୍ତ ବାର୍ଡ ଫ୍ଲୁ ଦେଖାଦେଇ ନାହିଁ। ୧୨,୧୫୮ଟି ନମୁନା ପରୀକ୍ଷା କରାଯାଇସାରିଥିଲେ ମଧ୍ୟ କୌଣସି ନମୁନା ପଜିଟିଭ୍ ବାହାରି ନାହିଁ। ବାର୍ଡ ଫ୍ଲୁ ଉପରେ କଡ଼ା ନଜର ରଖାଯିବା ସହ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ବାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପକ୍ଷୀମାନଙ୍କ ରକ୍ତ, ଲାଳ, ନାଜାଲ ସ୍ବାବ, କ୍ଲୋଆକାଲ ସ୍ବାବ ଏବଂ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି।

ଆକ୍ରାନ୍ତ ପକ୍ଷୀମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ମଧ୍ୟ ‘ବାର୍ଡ ଫ୍ଲୁ’ଦ୍ୱାରା ସଂକ୍ରମିତ ହୋଇ ସାମାନ୍ୟ ଜ୍ୱର କିଂବା କାଶରେ ପୀଡ଼ିତ ହୋଇପାରନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିସାରିଛି। ତେବେ ବାର୍ଡ ଫ୍ଲୁକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ଏହି ୬ଟି ରାଜ୍ୟକୁ କହିଛି କେନ୍ଦ୍ର।ଏହା ସହ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିବା ରାଜ୍ୟକୁ ପକ୍ଷୀ ମଧ୍ୟରେ କୌଣସି ଅସ୍ବଭାବିକ ମୃତ୍ୟୁହାର ଉପରେ ସଜାଗ ରହିବାକୁ ଏବଂ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଛି, ଯାହା ଦ୍ବାରା ଶୀଘ୍ର ସମ୍ଭବ ପଦକ୍ଷେପ ନିଆଯିବ।

from Kanak News
via <a href="https://ifttt.com/?

ବିଜେପି ଟିମକୁ ପୋଲିସ ଡିଜି ଦେଲେ ପ୍ରତିଶୃତି । ମାହାଙ୍ଗା ମର୍ଡର କେସରେ ଜଣେ ଡିଆଇଜିଙ୍କୁ ଦିଆଯିବ ଦତନ୍ତ ଦାୟିତ୍ୱ ।

କନକ ବ୍ୟୁରୋ : ମାହାଙ୍ଗା ମର୍ଡର କେସ ଜଣେ ଡିଆଇଜିଙ୍କୁ ଦିଆଯିବ ଦତନ୍ତ ଦାୟିତ୍ୱ । ଏହାସହ ୧୦ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ବିଜେପି ଟିମକୁ ପୋଲିସ ଡିଜି ଦେଲେ ପ୍ରତିଶୃତି । ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜନୀତି । ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ହତ୍ୟାକାଣ୍ଡ ଘଟଣାରେ ବିଜେପି କର୍ମୀମାନେ ଆଜି କଟକ ଡିଜି ଅଫିସ ଘେରାଉ କରିଛନ୍ତି । ଦଳୀୟ ନେତାଙ୍କ ସହ ଶହଶହ କର୍ମୀ ଏକାଠି ହୋଇ ଡିଜି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସମସ୍ତ ଅଭିଯୁକ୍ତଙ୍କ ଗିରଫ ସହ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଡିଜି ଅଫିସ ଘେରାଉ କରିଥିଲେ । ପୁଲିସ୍ ଡିଜିଙ୍କ ସହ ବିଜେପି ଟିମ୍ର ଆଲୋଚନା ପରେ ରାଜ୍ୟ ବିଜେପି ସଭାପତି ପ୍ରତିକ୍ରିୟା ଦେଇ କହିଛନ୍ତି । ୧୦ ଦିନରେ ଭିତରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ।

from Kanak News
via <a href="https://ifttt.com/?

‘ମଡର୍ନା’କୁ ବ୍ରିଟେନରେ ମଞ୍ଜୁରୀ । ତୃତୀୟ କରୋନା ଟିକା ଭାବେ ବ୍ରିଟେନରେ ମଞ୍ଜୁରୀ ପାଇଲା ‘ମଡର୍ନା’

କନକ ବ୍ୟୁରୋ : ମଡର୍ନା ଟିକାକୁ ନିଜ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଛି ଇଂଲଣ୍ଡ । ଫାଇଜର, ଅକ୍ସଫୋର୍ଡ ପରେ ବ୍ରିଟେନ୍ରେ ତୃତୀୟ କରୋନା ଟିକା ଭାବେ ମଡର୍ନାକୁ ଅନୁମତି ମିଳିଛି । କରୋନାର ନୂଆ ଷ୍ଟ୍ରେନ୍ ଇଂଲଣ୍ଡରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ମଡର୍ନା ଟିକାର ୭୦ ଲକ୍ଷ ଡୋଜ୍ ଯୋଗାଇ ଦେବା ପାଇଁ ପୂର୍ବରୁ କଂପାନୀକୁ ଅର୍ଡର ଦେଇଥିଲେ ବ୍ରିିଟେନ୍ ସରକାର । ଇଂଲଣ୍ଡରେ ପ୍ରାୟ ୧୫ ଲକ୍ଷ ଲୋକଙ୍କୁ ଫାଇଜର ଟିକାର ଗୋଟିଏ ଡୋଜ୍ ଦିଆଯାଇଛି ।

ତେବେ ଫାଇଜର ଟିକା ପାଇଁ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରା ଆବଶ୍ୟକ ହେଉଥିବାରୁ ବ୍ୟାପକ ଟିକାକରଣରେ ସମସ୍ୟା ସୃଷ୍ଟି ହେଉଛି । ସାଧାରଣ ଫ୍ରିଜ୍ ତାପମାତ୍ରାରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଗଚ୍ଛିତ ରଖିବା ଓ ପରିବହନ ସହଜ ହୋଇଥିବାରୁ ଏହା ଉପରେ ନିର୍ଭରଶୀଳତା ବଢ଼ିଯାଇଛି । ତେଣୁ ତୃତୀୟ ଟିକା ଭାବେ ମଡର୍ନାକୁ ବ୍ୟବହାର କରିବା ପାଇଁ ଅନୁମତି ଦେଇଛି ବ୍ରିିଟେନ୍ ।

ଆମେରିକା କଂପାନୀ ମଡର୍ନା ପ୍ରସ୍ତୁତ କରିଥିବା ମଡର୍ନା ଟିକାକୁ ୩୦ ହଜାର ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି । କୋଭିଡ ମୁକାବିଲାରେ ଏହା ୯୪ରୁ ୯୫ ପ୍ରତିଶତ ଫଳପ୍ରଦ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦ୍ୱିତୀୟ ଡୋଜ୍ର ୧୪ ଦିନ ପରେ ଏହା ଶରୀରରେ ଆଂଟିବଡି ବା ରୋଗ ପ୍ରତିରୋଧ ଶକ୍ତି ତିଆରି କରିଥାଏ । ଅକ୍ସଫୋର୍ଡ ଟିକା ଭଳି ମଡର୍ନା ଟିକା, ସାଧାରଣ ଫ୍ରିଜ୍ ତାପମାତ୍ରାରେ ଗଚ୍ଛିତ ଓ ପରିବହନ ହୋଇଥିବାରୁ ଏହି ଟିକାକୁ ଗୁରୁତ୍ୱ ଦେଉଛି ବ୍ରିଟେନ୍ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started