କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେଲା ପାଠପଢ଼ା: ଭୁବନେଶ୍ୱରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କଲେ ନୀରିକ୍ଷଣ

କନକ ବ୍ୟୁରୋ: କୋଭିଡ ଗାଇଡଲାଇନକୁ ପାଳନ କରି ଆଜିଠୁ ଖୋଲିଛି ସ୍କୁଲ, କଲେଜ । ସ୍କୁଲକୁ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତ ସାନିଟାଇଜ କରିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ଅନୁମତି ପରେ ଦୀର୍ଘ ୮ ମାସ ପରେ ଖୋଲିଛି ବିଦ୍ୟାଳୟ ଓ କଲେଜ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବା ପାଇଁ କୁହାଯାଇଛି । ସେପଟେ କଲେଜରେ ମଧ୍ୟ ପିଲାଙ୍କ ଭିତରେ ଗ୍ରୁପ ଓ ସେକ୍ସନ କରାଯାଇଛି ।

ପ୍ରାୟ ୯ମାସ ପରେ ଖୋଲିଛି ସ୍କୁଲ । ଦୀର୍ଘ ମାସର ବ୍ୟବଧାନ ପରେ ସ୍କୁଲ ଖୋଲିଥିବାରୁ ପିଲାଙ୍କ ଭିତରେ ଉକ୍ରଣ୍ଠା ରହିଛି ସତ, କିନ୍ତୁ ସତର୍କତା ଓ ଅନୁଶାସନ ବି କଡ଼ାକଡ଼ି ହୋଇଛି । ସେଥିପାଇଁ ପ୍ରତି ସ୍କୁଲରେ ହୋଇଛି ବ୍ୟାପକ ବ୍ୟବସ୍ଥା । ସ୍କୁଲକୁ ପ୍ରବେଶ କରିବା ପୂର୍ବରୁ ହାତକୁ ସାନିଟାଇଜ୍ କରାଯାଉଛି, ପିଲା ଓ ଶିକ୍ଷଙ୍କ ଭିତରେ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଉଛି । ସେହିପରି ଶ୍ରେଣୀ ଭିତରେ ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି ପାଠପଢ଼ା ।

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି, ୧୦୦ ଦିନର ପାଠ ପଢ଼ା ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ସେହିପରି କରୋନା କାଳରେ ପାଠପଢ଼ା ବ୍ୟାହତ ହୋଇଥିବାରୁ ପାଠ୍ୟକ୍ରମକୁ ବି ମଧ୍ୟ କମେଇ ଦିଆଯାଇଛି । ଆଉ ଏହାରି ଭିତରେ ସରକାରଙ୍କ ଗାଇଡ ଲାଇନ୍ ଅନୁସାରେ ଅଭିଭାବକଙ୍କ ଠାରୁ ଅନୁମତି ନେଇ ସ୍କୁଲରେ ପହଂଚିଥିଲେ ଛାତ୍ରଛାତ୍ରୀ ।

ସ୍କୁଲ ଖୋଲିବାର ପ୍ରଥମ ଦିନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଜେବି ହାଇର ସେକେଣ୍ଡାରୀ ସ୍କୁଲ ଏବଂ ଭୁବନେଶ୍ୱରର ୟୁନିଟ ୯ ଗର୍ଲସ ହାଇସ୍କୁଲ ବୁଲି ସ୍ଥିତିର ତଦାରଖ କରିଥିଲେ । ସେଠାରେ ଶିକ୍ଷକଙ୍କ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ଆଉ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

from Kanak News
via <a href="https://ifttt.com/?

ପୁନେରୁ ଆସିବ କରୋନା ଟିକା: ୪୦ଟି ବିମାନରେ ଟିକା ପରିବହନ ପାଇଁ ପ୍ରସ୍ତୁତ ପୁଣେ ବିମାନବନ୍ଦର; ଦିନେ ଦୁଇ ଦିନ ଭିତରେ ଦେଶର ବିଭିନ୍ନ ରାଜ୍ୟକୁ ଆରମ୍ଭ ହେବ ଟିକା ଯୋଗାଣ ପ୍ରକ୍ରିୟା

କନକ ବ୍ୟୁରୋ: ପୁଣେରୁ ଆସିବ କୋଭିଡ ଭ୍ୟାକସିନ । ସେରମ ଇନଷ୍ଟିଚ୍ୟୁଟରେ ବିତରିତ ହେବାକୁ ଥିବା ୫ କୋଟି ଡୋଜ ଟିକା ପ୍ରସ୍ତୁତ ରହିଛି । ସେହିପରି ଟିକା ପହଂଚାଇବା ପାଇଁ ପୁଣେ ଏୟାରପୋର୍ଟରେ ପ୍ରସ୍ତୁତ ହୋଇରହିଛି କାର୍ଗୋ ବିମାନ । ତେଣୁ ଦିନେ ଦୁଇ ଦିନ ଭିତରେ ଦେଶର ବିଭିନ୍ନ ଅଂଚଳରେ ଟିକା ପହଂଚିଯିବ ବୋଲି ଆଶା କରାଯାଉଛି । ଏପଟେ ଆଜି ଦେଶର ୩୩ ରାଜ୍ୟର ୭ଶହରୁ ଅଧିକ ଜିଲ୍ଲାରେ ଟିକାକରଣ ପୂର୍ବରୁ ମହାଅଭ୍ୟାସ କରାଯାଇଛି ।

ସିରମ ଇନଷ୍ଟିଚ୍ୟୁଟରୁ ବିତରଣ ପାଇଁ କୋଭିଡ ଟିକା ପ୍ରସ୍ତୁତ । ଦେଶର ବିଭିନ୍ନ ସହରକୁ ଟିକା ପହଂଚାଇବାକୁ ପୁଣେ ଏୟାରପୋର୍ଟ ବି ପ୍ରସ୍ତୁତ । କେବଳ ଅପେକ୍ଷା ରହିଛି ଟିକା କିଣିବା ନେଇ ସରକାରଙ୍କ ଅନୁଷ୍ଠାନିକ ଆଦେଶକୁ । ପୁଣେରୁ ଦୈନିକ ୪୦ ବିମାନ ଜରିଆରେ ଦେଶରେ ୧୫ଟି ସ୍ଥାନକୁ ଟିକା ପଠାଯିିବ । ଦୈନିକ ୧୫୦ ଟନର ଟିକା ଓ ଆନୁସଙ୍ଗୀକ ସାମଗ୍ରୀ ପରିବହନ କରାଯାଇ ପାରିବ ବୋଲି ଟୁଇଟ କରିଛନ୍ତି ପୁଣେ ଏୟାରପୋର୍ଟ କର୍ତୃପକ୍ଷ ।

ତେବେ ସିରମ ଇନଷ୍ଟିଚ୍ୟୁଟର କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି । କଂପାନୀ ପାଖରେ କରୋନା ଟିକାର ୫ କୋଟି ଡୋଜ ମହଜୁଦ ରହିଛି । ସରକାରଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ବିଭିନ୍ନ ସ୍ଥାନକୁ ପଠାଇବା କାମ ଆରମ୍ଭ ହୋଇଯିବ । କରୋନା ଟିକାକରଣ ପୂର୍ବରୁ ୩୩ ରାଜ୍ୟର ୭୩୬ ଜିଲ୍ଲାରେ ମହାଅଭ୍ୟାସ କରାଯାଇଛି । ସେପଟେ ଚେନ୍ନାଇରେ ଡ୍ରାଏନ ରନର ସ୍ଥିତି ପରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ଏହି ଅବସରରେ ସେ କହିଛନ୍ତି, ଦେଶରେ ଶୀଘ୍ର ଟିକାକରଣ ଆରମ୍ଭ କରାଯିବ ।

ଓଡିଶାର ୧୧୦ଟି ସାଇଟରେ ଶୁକ୍ରବାର ଟିକାକରଣର ଡ୍ରାଏରନ କରାଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କମ୍ୟୁନିଟି ହେଲଥ ସେଂଟର ଓ ମେଡିକାଲ କଲେଜ ସହ ୧୧ଟି ଘରୋଇ ହସପିଟାଲରେ ପ୍ରାକ ଅଭ୍ୟାସ କରାଯାଇଛି । ପ୍ରତି ସାଇଟରେ ୨୫ ଜଣଙ୍କୁ ଡମି ଟିକା ଦିଆଯାଇଛି । ଟିକା ନେଇଥିବା ବ୍ୟକ୍ତିଙ୍କୁ ଅଧଘଂଟା ଯାଏଁ ନୀରିକ୍ଷଣରେ ରଖି ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଲେ ତୁରନ୍ତ ଚିକିତ୍ସାର ବ୍ୟବସ୍ଥା ବି ହୋଇଥିଲା । ତେବେ ଦେଶକୁ କିଛି ଦିନ ଭିତରେ ମିଳିଯିବ କରୋନା ଟିକା । ଓଡିଶା ସମେତ ୧୯ ରାଜ୍ୟକୁ ସିଧାସଳଖ କୋଭିଡ ଟିକା ଆସିବ । ଦିନେ ଦୁଇ ଦିନ ଭିତରେ ଉତ୍ପାଦନକାରୀ ସଂସ୍ଥାରୁ ଟିକା ବିତରଣ ବା ପଠାଇବା କାମ ଆରମ୍ଭ ହୋଇଯାଇପାରେ ।

from Kanak News
via <a href="https://ifttt.com/?

କୂଳପତି ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ କୂଳପତି ଓ ଶିକ୍ଷାବିତ୍: କହିଲେ, ରାଜଭବନରେ ଭୁଲ ଥିଲା ଲିଖିତ ପରୀକ୍ଷାର ପ୍ରକ୍ରିୟା, ପଚରା ଯାଇଥିଲା ଅବାନ୍ତର ପ୍ରଶ୍ନ

କନକ ବ୍ୟୁରୋ:  ଗତ ୨୩ ନଭେମ୍ବରରେ ରାଜ୍ୟପାଳ ପ୍ରଫେସର ଗଣେଶଲାଲ ରାଜ୍ୟର ପ୍ରମୁଖ ୬ ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତିଙ୍କ ନିଯୁକ୍ତି କରିଥିଲେ । ଉକ୍ତଳ ବିଶ୍ୱବିଦ୍ୟାଳୟ, ଉତର ଓଡିଶା ବିଶ୍ୱ ବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ,ଫକିରମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ନୁତନ କୁଳପତିଙ୍କୁ ରାଜ୍ୟପାଳ ଚୟନ କରି ନିଯୁକ୍ତି ଦେଇଥିଲେ । ତେବେ ଏହି ନୁତନ କୁଳପତିଙ୍କ ନିଯୁକ୍ତିକୁ ନେଇ ପ୍୍ରଶ୍ନ ଉଠାଇଛନ୍ତି ବିଭିନ୍ନ ବିଶ୍ୱବିଦ୍ୟାଳୟର ପୁର୍ବତନ କୁଳପତି ଓ ଶିକ୍ଷାବିତ ମାନେ । କୁଳପତି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ସେମାନେ ସାମ୍ବାଦିକ ସମ୍ମିଳନିରେ ମତବ୍ୟକ୍ତ କରିଛନ୍ତି ।

ଗତ ନଭେମ୍ବର ମାସରେ ୬ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ପୂର୍ବତନ କୁଳପତି ଓ ବିଶିଷ୍ଟ ଶିକ୍ଷାବିତ୍ । ଉକ୍ରଳ ବିଶ୍ୱବିଦ୍ୟାଳୟ, ଓୟୁଏଟି, ଉତର ଓଡିଶା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ଓ ମାଧ୍ୟମିକ ଶିକ୍ଷା ବୋର୍ଡର ପୂର୍ବତନ ସଚିବ, ଏହି ଭଳି ବିଶିଷ୍ଟ ଶିକ୍ଷାବିତ ଶୁକ୍ରବାର ରାଜଧାନୀରେ ଏକାଠି ହୋଇ ଏହି ପ୍ରଶ୍ନ ଉଠାଇଛନ୍ତି ।

ପୁର୍ବରୁ କୁଳପତି ଚୟନ ପାଇଁ ଗଠିତ ହୋଇଥିବା ସର୍ଚ୍ଚ କମିଟି ଯେଉଁ ମାନଙ୍କ ନାଁ ସୁପାରିସ କରିଥାନ୍ତି ସେମାନଙ୍କୁ ବ୍ୟକ୍ତିଗତ ଭାବେ ନିର୍ଦ୍ଧିଷ୍ଟ ସମୟରେ କୁଳାଧିପତି ଭେଟିଥାନ୍ତି ଓ ସାକ୍ଷାତକାର ନେଇଥାନ୍ତି ଓ ତା ପରେ ସେମାନଙ୍କ ମଧ୍ୟରୁ କୁଳପତି ଚୟନ କରାଯାଇଥାଏ । ପୂର୍ବତନ କୁଳପତି ଓ ଶିକ୍ଷାବିତ ମାନେ ପ୍ରେସମିଟ ଡାକି କହିଛନ୍ତି, ଚଳିତ ଥର ସର୍ଚ୍ଚ କିମିଟି ଚୟନ କରିଥିବା ସମସ୍ତ ସଦସ୍ୟଙ୍କୁ ଗୋଟିଏ ସମୟରେ ରାଜଭବନକୁ ଡକାଯାଇଥିଲା । ସେଠାରେ ସେମାନଙ୍କୁ ଦୁଇ ଘଂଟା ବସାଇ ରଖାଯିବା ପରେ ରାଜ୍ୟପାଳଙ୍କ ସଚିବ ଆସି ଲିଖିତ ପରିକ୍ଷା ନେଇଥିଲେ । ପରିକ୍ଷାରେ ପଡିଥିବା ପ୍ରଶ୍ନ ଗୁଡିକ ବିଶ୍ୱବିଦ୍ୟାଳୟ ପରିଚାଳନା ସହ କୌଣସି ସମ୍ପର୍କ ନଥିବା ନେଇ ଅଭିଯୋଗ କରିଛନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟର ପୁର୍ବତନ କୁଳପତି ବିନାୟକ ରଥ ।

ତେବେ କୁଳପତି ଚୟନ ପ୍ରକ୍ରିୟାକୁ ଠିକ ଭାବରେ ଅନୁସରଣ କରାଯାଇନାହିଁ ଏବଂ ଏହାଦ୍ୱାରା ବିଶ୍ୱବିଦ୍୍ୟାଳୟର ମାନ ଅବ କ୍ଷୟ ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବିଶ୍ୱବିଦ୍ୟାଳୟ ମାନଙ୍କର ଉନ୍ନତି କରିବାକୁ ହେଲେ ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ୱାଧିନତା ଦେବାକୁ ପଡିବ ଏବଂ କିଏ କୁଳପତି ହେବା, କିଏ ପ୍ରଫେସର ହେବେ ତାହା ଏକ ସ୍ୱତନ୍ତ୍ର କମିଟି ନିଷ୍ପତି କରିବା ନେଇ ମତ ଦେଇଛନ୍ତି ଶିକ୍ଷାବିତ ।

from Kanak News
via <a href="https://ifttt.com/?

କ୍ଷମତାର ଅପବ୍ୟବହାର ନେଇ ଆଉ ପାଦେ ଆଗେଇ ପାରନ୍ତି ଟ୍ରମ୍ପ: କ୍ୟାପିଟଲ ହିଲ୍ କାଣ୍ଡରେ ନିଜକୁ ନିଜେ କରିପାରନ୍ତି କ୍ଷମା, ରାଷ୍ଟ୍ରପତି ଭାବେ ରହିଛି ରାଜକ୍ଷମା ଅଧିକାର; ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ

କନକ ବ୍ୟୁରୋ: ଆମେରିକାରେ କ୍ଷମତା ହସ୍ତାନ୍ତରକୁ ନେଇ ରାଜନୈତିକ ଦଙ୍ଗା ଓ ହିଂସା ଘଟଣାରେ ନିଜେ ନିଜକୁ କ୍ଷମା ଦେଇପାରନ୍ତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତିଙ୍କ କ୍ଷମତା ବଳରେ ସେ ଏବେ ନିଜକୁ ରାଜକ୍ଷମା ଦେବା ଉପରେ ବିଚାର କରୁଥିବା ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟପଟେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି କ୍ଷମତାରୁ ବହିଷ୍କାର କରିବାକୁ ଆମେରିକାରେ ଦାବି ହେଉଛି ।

ଯେଉଁ ଘଟଣାକୁ ସାରା ବିଶ୍ୱ ନିନ୍ଦା କରୁଛି, ଗଣତନ୍ତ୍ରର ଉପରେ ଆକ୍ରମଣ ବୋଲି କୁହାଯାଉଛି, ସେହି ‘କ୍ୟାପିଟଲ ହିଲ୍ କାଣ୍ଡ’କୁ ନେଇ ନିଜକୁ ନିଜେ ସାର୍ଟିଫିକେଟ୍ ଦେବାକୁ ବିଚାର କରୁଛନ୍ତି ଡୋନାଲ ଟ୍ରମ୍ପ । ବିଶ୍ୱର ସର୍ବପୁରାତନ ଗଣତନ୍ତ୍ରର ଗୌରବମୟ ପରମ୍ପରାକୁ ଆଳ କରି ଟ୍ରେମ୍ପ, ଖସି ଯିବାକୁ ଯୋଜନା କରୁଥିବା ଆର୍ନ୍ତଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ରାଷ୍ଟ୍ରପତି ହିସାବରେ ନିଜେ ନିଜକୁ କ୍ଷମା କରିବାର ଅଧିକାର ଡୋନାଲ ଟ୍ରମ୍ପଙ୍କ ପାଖରେ ରହିଛି । ଆମେରିକୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି, ଯେ ଟ୍ରମ୍ପ ନିଜେ ନିଜକୁ ରାଜକ୍ଷମା କରିବାକୁ ଚାହୁଁଛନ୍ତି । ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କ ପାଖରେ ନିଜକୁ ନିଜେ କ୍ଷମା କରିବାର ଭିଟୋ ପାୱାର ରହିଛି ।

କ୍ୟାପିଟଲ ହିଲ୍ ହଙ୍ଗାମା ପରେ ସାରା ବିଶ୍ୱର ଅଙ୍ଗୁଳି ଟ୍ରମ୍ପଙ୍କ ଆଡକୁ ଉଠୁଥିବା ବେଳେ ନିଜକୁ ନିଜେ କ୍ଷମା କରିଦେବା ନେଇ ବିଚାର କରିବା ଚର୍ଚ୍ଚା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ଏହାରି ଭିତରେ ନିର୍ବାଚନୀ ଲଢେଇ ପରେ ପ୍ରଥମ ଥର ଟ୍ରମ୍ପ ଏହାକୁ ଚ୍ୟାଲେଞ୍ଜ କରିବା ପରିବର୍ତେ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହୋଇ ଯାଇଛନ୍ତି । ଏକ ଭିଡିଓ ଜାରି କରି ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ଘୋଷଣା କରିଛନ୍ତି ସତ, କିନ୍ତୁ ବାଇଡେନଙ୍କ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇବାକୁ ଭୁଲିଲେ ନାହିଁ ।

କ୍ୟାପିଟଲ ହିଲ ହିଂସାକାଣ୍ଡ ପାଇଁ ଟ୍ରମ୍ପଙ୍କୁ ଦାୟୀ କରି ତାଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ଯୋଜନା ଚାଲିଛି । ହାଉସ ଅଫ ରିପ୍ରେଜେଂଟେଟିଭର ସ୍ପିକର ନାନ୍ସି ପେଲୋସି ଏବଂ ସିନେଟରେ ନେତା ଚୁକ ସ୍କୁମର ମହାଭିଯୋଗ ଆଣିବା ପାଇଁ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ନିକଟରେ ଦାବି କରିଛନ୍ତି । ଏପରିକି ନାନ୍ସି ପେଲୋସି କହିଛନ୍ତି ଉପରାଷ୍ଟ୍ରପତି ଯଦି ଅଭିଯୋଗ ଆଧାରରେ ପ୍ରକ୍ରିୟା ଆରମ୍ଭ ନକରନ୍ତି ତେବେ ସେ ସଦନର ବୈଠକ ଡକାଇ ମହାଭିଯୋଗ ପ୍ରସ୍ତାବ ଆଗତ କରିବେ । ତେଣୁ ଅବଧି ଶେଷ ହେବା ଆଗରୁ ଟ୍ରମ୍ପଙ୍କୁ ହ୍ୱାଇଟ୍ ହାଉସ୍ରୁ ବିଦା କରାଯାଇପାରେ ।

from Kanak News
via <a href="https://ifttt.com/?

ସୁନା ଭାଉରେ ବିକ୍ରି ହେବ କି ବାଲି? ଜଗତସିଂପୁରରେ ନୂଆ ବାଲିଘାଟ୍ ନିଲାମୀ ପରେ ଉଠିଲା ପ୍ରଶ୍ନ: ୧୦ ଗୁଣା ଅଧିକ ଦାମରେ ନିଲାମ ହେଲା ବାଲିଘାଟ

କନକ ବ୍ୟୁରୋ: ବାଲିର ଭାଉ, ସୁନା ଭଳି ବଢିଯିବ କି ? ଏଭଳି ଏକ ଆଶଙ୍କା ସୃଷ୍ଟି ହୋଇଛି, ଜଗତସିଂହପୁରରେ ବାଲିଘାଟ ନିଲାମି ଘଟଣା ପରେ । ଅତ୍ୟନ୍ତ ଚଢା ଦରରେ ବାଲିଘାଟ ନିଲାମ ହୋଇଛି । ଏହାର ପ୍ରଭାବରେ ଆଉ କିଛି ଦିନ ମଧ୍ୟରେ, ଜିଲ୍ଲାରେ ଯେଉଁ ବାଲିଟ୍ରକ, ୫ ହଜାର ଟଙ୍କା ପଡୁଥିଲା, ସେହି ବାଲିଟ୍ରକ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପଡିଯାଇପାରେ । ଏଥିରୁ ଅନୁମାନ କରିହେବ, ସାଧାରଣ ଲୋକଙ୍କ ପାଇଁ ଘର ବନାଇବା କାଠିକର ପାଠ ହୋଇଯିବ । ଏବଂ କାହିଁକି ଏହି ବାଲିର ଦାମ ବଢିବ, ତା ପଛରେ ଆଉ ଏକ ରହସ୍ୟ ଲୁଚି ରହିଛି ବୋଲି କୁହାଯାଉଛି ।

ସୁନା ଦରରେ ବିକ୍ରି ହେବ କି ବାଲି? ଗୋଟିଏ ଟ୍ରକ ବାଲିର ଦାମ୍ ଟପିବ ୬୦ ହଜାର? ଏପରି ଏକ ସଂଦେହ ଉପୁଜିବାର କାରଣ ହେଉଛି, ଚଢ଼ା ଦରରେ ହୋଇଥିବା ଜଗତସିଂହପୁର ଜିଲ୍ଲା ବାଲିଘାଟ ନିଲାମ । ଜିଲ୍ଲାରେ ମୋଟ ୧୯ଟି ବାଲିଘାଟ ଥିଲା, ୧୧ଟି ନୂଆ ବାଲିଘାଟ ହୋଇଛି । ମୋଟ ୩୦ଟି ବାଲିଘାଟରୁ ପ୍ରାୟ ୨୦ଟି ଘାଟରେ ବାଲି ନିଲାମ ହୋଇସାରିଛି । ଏବେ ଯେଉଁ ଦରରେ ବାଲିଘାଟ ନିଲାମ ହେଉଛି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜଗତସିଂହପୁରରେ ସବୁଠୁ ବଡ଼ ବାଲିଘାଟ ହେଉଛି ଆଳିପିଙ୍ଗଳ ବାଲିଘାଟ । ପୂର୍ବରୁ ଏହି ବାଲିଘାଟରେ ୮ ହଜାର ଘନମିଟର ବାଲି ନିଲାମ ହେଉଥିଲା । ପ୍ରତି ଘନମିଟର ବାଲିକୁ ୨୦୦ରୁ ୪୦୦ ଟଙ୍କାରେ ନିଲାମ ହେଉଥିଲା । ପାଖାପାଖି ୧୭ ଲକ୍ଷ ଟଙ୍କାରେ ନିଲାମ ହେଉଥିଲା ବାଲିଘାଟ । ଏବେ ଏହି ଘାଟରେ ଯେତିକି ଟଙ୍କାରେ ବାଲି ନିଲାମ ହୋଇଛି, ଜାଣିଲେ ଆପଣ ବିସ୍ମିତ ହୋଇଯିବେ । ୮ ହଜାର ଘନମିଟର ବାଲି ବଦଳରେ ଏଥର ୨୨ ହଜାର ଘନମିଟର ବାଲି ନିଲାମ କରାଯାଇଛି । ଆଉ ପ୍ରତି ଘନମିଟର ବାଲି ପ୍ରତି ୨୯୫୧ ଟଙ୍କା ଓ ରୟାଲିଟି ବାବଦରେ ଆଉ ୩୫ ଟଙ୍କା, ଏହିପରି ମୋଟ ୨୯୮୬ ଟଙ୍କାରେ ନିଲାମ ହୋଇଛି । ଯେଉଁ ଆଳିପିଙ୍ଗଳ ବାଲିଘାଟ ମାତ୍ର ୧୭ ଲକ୍ଷ ଟଙ୍କାରେ ପୂର୍ବରୁ ନିଲାମ ହେଉଥିଲା, ତାହା ଏବେ ପହଁଚି ଯାଇଛି ସାଢ଼େ ୭ କୋଟିରୁ ଅଧିକ ।

ହୁ ହୁ ହୋଇ ବଢ଼ିବ ବାଲି ଦର! ୧୦ ଗୁଣରୁ ଅଧିକ ହେବ ଗୋଟିଏ ଟ୍ରକ ବାଲି ଦାମ୍! ଗୋଟିଏ ଟ୍ରକ ବା ହାଇୱାରେ ୧୬ ଘନମିଟର ବାଲି ଧରିଥାଏ । ପୂର୍ବରୁ ୬ରୁ ୭ ହଜାର ଟଙ୍କାରେ ଏହା ବିକ୍ରି ହୋଇଥିଲା । ଏଥର ଉଚ୍ଚା ଦରରେ ନିଲାମ ହୋଇଥିବାରୁ ଏବେ ଏହି ଦାମ ୬୦ ହଜାରରୁ ଅଧିକ ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଉଚ୍ଚା ଦାମରେ ନିଲାମ ହେବା ପଛରେ କ’ଣ ରହିଛି କାରଣ? ରାଜ୍ୟ ଓ ଦେଶ ବାହାରକୁ ବାଲିଚାଲଣ ପାଇଁ ହେଉଛି କି ଷଡ଼ଯନ୍ତ୍ର? ପୂର୍ବରୁ ଓଡ଼ିଶା ବାହାରକୁ ବାଲି ଯାଇପାରିବ ନାହିଁ ବୋଲି ନିୟମ ଥିଲା । ୨୦୧୮ରୁ ଏହି ନିୟମ ବଦଳିଛି । ନୂଆ ନିୟମ ପରେ କିଙ୍ଗ ମେଟାଲ୍ସ ଆଣ୍ଡ ଆଲୟଜ୍ ଲିମିଟେଡ୍ ନାମକ ଚେନ୍ନାଇର ଏକ ସଂସ୍ଥା ଗୋପାଳପୁର ବନ୍ଦର ଦେଇ ପୋର୍ଟବ୍ଲେୟାରକୁ ବାଲିଚାଲଣ କରିଥିଲା । ନିକଟରେ ସେହି କଂପାନୀ, ପାରାଦୀପ ପୋର୍ଟ ଦେଇ ବାହାରକୁ ବାଲି ଚାଲଣ କରିବାକୁ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଆବେଦନ କରିଛି । ଏହାକୁ ଆଖି ଆଗରେ ରଖି ଚଢ଼ା ଦରରେ ବାଲି ନିଲାମ ହୋଇଥିବା ଆଶଙ୍କା କରାଯାଉଛି ।

ବାଲିଘାଟ ନିଲାମ ଚଢ଼ା ଦାମରେ ହୋଇଥିବାରୁ ବାଲି ଅମୂଲ ମୂଲ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି, କାହିଁକି ନିଲାମ ଅଧିକ ଟଙ୍କାରେ ହେଲା, ଏ ନେଇ ଯାଂଚ କରାଯିବ । ବାଲି ଦର ଯଦି ଏପରି ବଢ଼େ, ସବୁଠୁ ବଡ଼ ଅଡୁଆ ସୃଷ୍ଟି ହେବ ସରକାରୀ ଯୋଜନାରେ ଯୋଗାଇ ଦିଆଯାଉଥିବା ଘର । ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ବା ଇନ୍ଦିରା ଆବାସ ଯୋଜନା । ଦୁଇ ଟ୍ରକ ବାଲିକୁ ଅଂଟିବ ନାହିଁ ସରକାର ଦେଉଥିବା ସହାୟତା ରାଶି । ସାଧାରଣ ଲୋକ ଘର କରିବାକୁ ସ୍ୱପ୍ନ ଦେଖିବ ସିନା, ଘର ତିଆରି କରିବାକୁ ସାହାସ ଜୁଟାଇ ପାରିବନି ।

from Kanak News
via <a href="https://ifttt.com/?

ସରକାର-ଚାଷୀ ଆଲୋଚନାରେ ବାହାରିପାରିଲାନି ନିଷ୍କର୍ସ । ଆସନ୍ତା ୧୫ରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଅଟଳ

କନକ ବ୍ୟୁରୋ:  ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି ।ଆଜିର ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନି । ଆସନ୍ତା ବୈଠକ ଜାନୁଆରୀ ୧୫ରେ ବସିବ । ବିଜ୍ଞାନ ଭବନରେ ଦିନ ୧୨ଟାରେ ବସିବ ବୈଠକ ।  ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର । ଆଜିର ବୈଠକରେ କୌଣସି ଫଳାଫଳ ବାହାରିନଥିବା କହିଛନ୍ତି କୃଷିମନ୍ତ୍ରୀ । ସରକାର ଚାଷୀଙ୍କଠୁ ବିକଳ୍ପ ମାଗିଥିଲେ ହେଲେ ଚାଷୀ କୌଣସି ବିକଳ୍ପ ଦେଇପାରିନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । କୃଷିମନ୍ତ୍ରୀ କହିଛନ୍ତି ଆଜିର ବୈଠକରେ ୩ କୃଷି ଆଇନ ଉପରେ ଚର୍ଚ୍ଚା ହୋଇଛି ତେବେ କୌଣସି ନିର୍ଷ୍କସ ବାହାରିପାରନି । ଚାଷୀଙ୍କ ପାଇଁ ସରକାରଙ୍କ ମନରେ ଯଥେଷ୍ଟ ସମାନ ଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଦିଲ୍ଲୀର ବିଜ୍ଞାନ ଭବନରେ ଅଷ୍ଟମ ପର୍ଯ୍ୟାୟ ବୈଠକ ହୋଇଥିଲା । ତେବେ ନୂତନ କୃଷି ଆଇନ ଏବଂ ଏମଏସପିକୁ ନେଇ ଅଷ୍ଟମ ଥର ପାଇଁ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିପାରି ନାହିଁ। ଆଜିର ବୈଠକରେ ମଧ୍ୟ ନିଜ ନିଜ ଜିଦରେ ଅଟଳ ରହିଛନ୍ତି ସରକାର ଓ କୃଷକ ସଂଗଠନ। ବୈଠକ ଆରମ୍ଭରୁ ହିଁ ନିଜର ପୂର୍ବ ଦାବିକୁ ଦୋହରାଇଥିଲେ କୃଷକ ସଙ୍ଗଠନ। ସଂଶୋଧନ ନୁହେଁ, ନୂତନ କୃଷି ଆଇନ ପ୍ରତ୍ୟାହାର କରାଯାଉ ବୋଲି କୃଷକ ସଂଗଠନ ଦାବି କରିଥିଲେ। ହେଲେ ପୂର୍ବ ଭଳି କୃଷକଙ୍କ ଏହି ପ୍ରସ୍ତାବରେ ରାଜି ହୋଇନାହାନ୍ତି ସରକାର। ଏବେ ଜାନୁଆରି ୧୫ରେ ଆଗାମୀ ବୈଠକ ହେବ ବୋଲି ଜଣାପଡ଼ିଛି।

ସମାଧାନର ବାଟ ବାହାରିବ ବୋଲି ଦେଶବାସୀ ଆଶା କରୁଥିବା ବେଳେ ବୈଠକ ପୂର୍ବରୁ ଚାଷୀମାନେ ନିଜର କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ସେମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିସାରିଛନ୍ତି। ପ୍ରବଳ ଥଣ୍ଡା ଓ ବର୍ଷା ସହି ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ ଜାରି ରଖିଛନ୍ତି । ଗତ ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି । ଚାଷୀନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ । ତେଣୁ କର ବା ମର ଲଢେଇ ପାଇଁ  ସେମାନେ ପ୍ରସ୍ତୁତ ରହିଛନ୍ତି ।

from Kanak News
via <a href="https://ifttt.com/?

ଦେଶକୁ କିଛି ଦିନ ଭିତରେ ମିଳିବ କରୋନା ଭ୍ୟାକସିନ: ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ; କରୋନା ଟିକାକରଣ ପୂର୍ବରୁ ଦେଶର ୭୩୬ ଜିଲ୍ଲାରେ ହେଲା ଡ୍ରାଏ ରନ

କନକ ବ୍ୟୁରୋ: କରୋନା ଟିକାକରଣ ପୂର୍ବରୁ ମହାଅଭ୍ୟାସ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଟିକାକରଣର ବଡ ଡ୍ରାଏ ରନ ହୋଇଛି । ଦେଶର ୭୩୬ ଜିଲ୍ଲାରେ ଟିକାକରଣର ରହର୍ସଲ ଚାଲିଛି । ଚେନ୍ନାଇରେ ଡ୍ରାଏନ ରନର ସ୍ଥିତି ପରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ପହଂଚି ହର୍ଷବର୍ଦ୍ଧନ ଡ୍ରାଏ ରନର ତଦାରଖ କରିଛନ୍ତି । ଏହାସହ ସେ କହିଛନ୍ତି ଖୁବ୍ଶୀଘ୍ର ଟିକା ଆସିବ । ପୁଣେରୁ ଓଡିଶା ଆସିବ କରୋନା ଟିକା । ଏହାପୂର୍ବରୁ ୨୯ ଓ ୨୯ ତାରିଖରେ ଦେଶର ୪ ଟି ରାଜ୍ୟରେ ଡ୍ରାଏରନ ହୋଇଥିଲା । ପରେ ୨ ଜାନୁଆରୀରେ ସବୁ ରାଜ୍ୟରେ ଅଭ୍ୟାସ ହୋଇଥିଲା । ଗୁଜରାଟ, ପଂଜାବ, ଆସାମ ଓ ଆନ୍ଧ୍ରପ୍ରଦେଶରେ ହୋଇଥିବା ଅଭ୍ୟାସରେ ବଡ ରେଜଲ୍ଟ ସାମ୍ନାକୁ ଆସିଛି । ଏହାପରେ ସବୁ ରାଜ୍ୟରେ ଡ୍ରାଏ ରନ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ ।

ସେପଟେ ରାଜ୍ୟର ୧୧୦ଟି ସାଇଟରେ ଟିକାର ଡ୍ରାଏରନ କରାଯାଇଛି । ସିଏଚସି, ପିଏଚସି ଓ ମେଡିକାଲ କଲେଜ ସମେତ ୧୧ଟି ଘରେଇ ହସପିଟାଲରେ ରିହର୍ସଲ ଚାଲିଛି । ପ୍ରତି ସାଇଟରେ ୨୫ ଜଣଙ୍କୁ ଡମି ଟିକା ଦିଆଯାଇଛି । ଟିକା ନେବାର ୩୦ ମିନିଟ ଭିତରେ ଯଦି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ, ତାହାହେଲେ ତୁରନ୍ତ ଚିକିତ୍ସା ପାଇଁ ଏଆଇଏଫଆଇ କୀଟ ଅପଜରଭେସନ ରୁମରେ ରଖାହୋଇଛି । କେନ୍ଦ୍ର ଖୁବଶୀଘ୍ର ଟୀକା ଦେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଭୁବନେଶ୍ୱରରେ ୟୁନିଟ-୪ ସରକାରୀ ହସପିଟାଲରେ ବି ଅଭ୍ୟାସ ହୋଇଛି । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଏନଏଚଏମ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଯୋଗଦେଇଥିଲେ ।

from Kanak News
via <a href="https://ifttt.com/?

କ୍ୟାପିଟଲ ହିଲରେ ଆକ୍ରମଣ ଘଟଣାରେ ନିଜେ ନିଜକୁ କ୍ଷମା ମାଗି ପାରନ୍ତି ଟ୍ରମ୍ପ: ରାଷ୍ଟ୍ରପତି ହିସାବରେ କ୍ଷମା କରିବାର ରହିଛି ଅଧିକାର

କନକ ବ୍ୟୁରୋ: ଆମେରିକାର କ୍ୟାପିଟଲ ହିଲରେ ଆକ୍ରମଣ ଘଟଣାରେ ନିଜେ ନିଜକୁ କ୍ଷମା ମାଗି ପାରନ୍ତି ଟ୍ରମ୍ପ ।  ରାଷ୍ଟ୍ରପତି ହିସାବରେ ନିଜେ ନିଜକୁ କ୍ଷମା କରିବାର ଅଧିକାର ଡୋନାଲ ଟ୍ରମ୍ପଙ୍କ ପାଖରେ ରହିଛି ଅଧିକାର । ଆମେରିକୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି, ଯେ ଟ୍ରମ୍ପ ନିଜେ ନିଜକୁ ରାଜକ୍ଷମା କରିବାକୁ ଚାହୁଁଛନ୍ତି । ବ୍ୟାପକ ହିଂସାକାଣ୍ଡ ଭିତରେ ଆମେରିକାରେ ଟ୍ରମ୍ପ ଯୁଗର ରକ୍ତାକ୍ତ ଅବସାନ ଘଟିଛି । କାର୍ଯ୍ୟକାଳ ଶେଷ ହେବାର ୧୩ ଦିନ ପୂର୍ବରୁ ପରାଜୟ ସ୍ୱିକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବଂ ନିଜକୁ ନିଜେ କ୍ଷମା ମାଗିବେ ବୋଲି କହିଛନ୍ତି । ଜାନୁୟାରୀ ୬ତାରିଖରେ ଆମେରିକାର ସଂସଦ, କ୍ୟାପିଟଲ୍ ବିଲ୍ଡିଂରେ ହୋଇଥିବା ହିଂସାକୁ ନିନ୍ଦା କରି ଏକ ଭିଡିଓ ଜାରି କରିଛନ୍ତି ଟ୍ରମ୍ପ ।

ସେ ଟ୍ୱିଟରକୁ ଫେରିଥିବା ବେଳେ ତାଙ୍କର ଇନଷ୍ଟାଗ୍ରାମ ଓ ଫେସବୁକ ଆକାଉଂଟ ବ୍ଲକ ରହିଛି । ଟ୍ୱିଟରରେ ଭିଡିଓ ସେୟାର କରି ନିଜର ପରାଜୟ ସ୍ୱୀକାର କରିଛନ୍ତି ଟ୍ରମ୍ପ । ଏହାସହ ତାଙ୍କର ରାଷ୍ଟ୍ରପତି କାର୍ଯ୍ୟକାଳ ଶୀଘ୍ର ଶେଷ ହେବ ବୋଲି ପ୍ରଥମ ଥର ପାଇଁ ସ୍ୱିକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଜାନୁୟାରୀ ୨୦ତାରିଖରେ ଆମେରିକାରେ ନୂଆ ପ୍ରଶାସନ ଦାୟିତ୍ୱ ଗ୍ରହଣ କରିବ ବୋଲି କହିଛନ୍ତି ଟ୍ରମ୍ପ । ଶାନ୍ତି ଶୃଙ୍ଖଳାର ସହ କ୍ଷମତା ହସ୍ତାନ୍ତର କରିବା ଉପରେ ଗୁରୁତ୍ୱ ଦେବେ ବୋଲି ଟ୍ରମ୍ପ କହିଛନ୍ତି । ଏହାସହ ଟ୍ରମ୍ପଙ୍କ ଇନଷ୍ଟାଗ୍ରାମ ଓ ଫେସବୁକ ଆକାଉଂଟ ବ୍ଲକ ରହିଛି । ଫେସ୍ବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ ଏବଂ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବା ଅତିକମ୍ରେ ଆସନ୍ତା ୨ ସପ୍ତାହ ଯାଏଁ ପ୍ରେସିଡେଂଟ ଟ୍ରମ୍ପ ଆଉ ଫେସବୁକ୍ ଓ ଇନ୍ଷ୍ଟାଗ୍ରାମ ବ୍ୟବହାର କରିପାରିବେ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସେପଟେ ଜାନୁଆରି ୨୦ ତାରିଖରେ ଜୋ-ବାଇଡେନ ଆମେରିକାର ପରବର୍ତି ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ସମୟ ପୂର୍ବରୁ ଯାଇପାରେ ଡୋନାଲ୍ଡ ଟ୍ରମ୍ପଙ୍କ ପଦ । ଆମେରିକା ସଂସଦର ବାଚସ୍ପତି ଓ କେତେକ ସାଂସଦ ୨୫ତମ ସମ୍ବିିଧାନ ସଂଶୋଧନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏବଂ ଏପରି ନହେଲେ କାର୍ଯ୍ୟାନୁଷ୍ଠାନ ମହାଭିଯୋଗ ପ୍ରସ୍ତାବ ଆସିପାରେ । ଟ୍ରମ୍ପ ନିଜ ପରାଜୟକୁ ଶେଷ ପର୍ଯ୍ୟନ୍ତ ଅସ୍ୱୀକାର କରି କ୍ଷମତା ଜାବୁଡି ଧରିବାର ଅପପ୍ରୟାସ କରିଥିଲେ । ବୁଧବାର ଦିନ ଆମେରିକାର ସଂସଦ, କ୍ୟାପିଟଲ୍ ବିଲ୍ଡିଂକୁ କବଜା କରିବାକୁ ଉଦ୍ୟମ କରିଥିଲେ ଟ୍ରମ୍ପଙ୍କ ସମର୍ଥକ । ଯେଉଁ ରକ୍ତାକ୍ତ ହିଂସାକାଣ୍ଡ ଘଟିଲା, ସେଥିରେ ୪ ଜଣଙ୍କ ଜୀବନ ଯାଇଛି । ଏହି ଘଟଣାରେ ଶହେରୁ ଅଧିକ ଜଣ ଗିରଫ ହୋଇଛନ୍ତି ।

from Kanak News
via <a href="https://ifttt.com/?

ପ୍ରେମିକାର ଆତ୍ମହତ୍ୟା ଧମକ ଶୁଣି ବେଦୀରୁ ଧାଇଁଲା ବର । ମଙ୍ଗୁଳା କନ୍ୟା ମଥାରେ ସିନ୍ଦୂର ଦେଇ ବାହା ହେଲା ଭୋଜିକୁ ଆସିଥିବା ବସ କଣ୍ଡକ୍ଟର । କର୍ଣ୍ଣାଟକରେ ରିପିଟ୍ ହେଲା ରବ ନେ ବନା ଦୀ ଯୋଡି…

କନକ ବ୍ୟୁରୋ: ଧମକ ଦେଲା ପ୍ରେମିକା, ବେଦୀ ଛାଡିଦେଲା ବର । ବାହାଘର ପୂର୍ବରୁ ପ୍ରେମିକା ସହ ବର ଫେରାର । ଚେତାବନୀ ଦେଲା ପ୍ରେମିକା, ବାହା ବେଦୀରୁ ଉଠି ପଳାଇଲା ବର । ପ୍ରେମିକାର ଆତ୍ମହତ୍ୟା ଧମକ ପାଇ ଆତ୍ମସମର୍ପଣ କଲା ବର । ତମେ ମୋର ହେବନି ତ ଆଉ କାହାର ହେବନି… ମୋ ଛଡା ଆଉ କାହାକୁ ବାହା ହେଲେ ବେଦୀ ଆଗରେ ଆତ୍ମହତ୍ୟା କରିବି, ତମରି ସାମ୍ନାରେ ବିଷ ପିଇଦେବି… ଫୋନରେ ପ୍ରେମିକାର ବାରମ୍ବାର ଧମକ ପରେ ବ୍ୟସ୍ତ ହୋଇପଡିଥିଲା ବର । ଆଉ ନିଜ ପ୍ରାଣପ୍ରିୟାକୁ ବଞ୍ଚାଇବାକୁ ସିଧା ଧାଇଁଥିଲା ପ୍ରେମିକା ପାଖକୁ । ଏପଟେ ବର ନିଖୋଜ ପରେ ଭାଙ୍ଗିପଡିଥିଲା କନିଆଁ । ପ୍ରେମ- ବିବାହର ଏଭଳି ଏକ କରୁଣ କାହାଣୀ ଆସିଛି କର୍ଣ୍ଣାଟକରୁ…

ତେବେ କର୍ଣ୍ଣାଟକ ଚିକ୍କାମାଙ୍ଗାଲୁରୁର ଏକ ଗାଁରେ ଦୁଇ ଭାଇଙ୍କର ସାଙ୍ଗରେ ବାହାଘର ହେଉଥିଲା । ଗୋଟିଏ ମଣ୍ଡପରେ ଦୁଇ ଭାଇ ଅଶୋକ ଓ ନବୀନଙ୍କ ବିବାହ ହେଉଥିଲା । ଜଣେ ଭାଇର ବାହାଘର ଚାଲିଥିବା ବେଳେ ଅନ୍ୟ ଜଣେ ଭାଇର ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା । ହେଲେ ଏତିକି ବେଳେ ଘଟିଥିଲା ଅଘଟଣ । ହଠାତ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା ବର, ନିଖୋଜ ହୋଇଗଲେ ନବୀନ । ବହୁ ଖୋଜାଖୋଜି ପରେ ବି ବରର କୌଣସି ଅତାପତ୍ତା ମିଳିଲାନି ।

ସେପଟେ ବର ନିଖୋଜ ଘଟଣା ଶୁଣି ମୁଣ୍ଡରେ ହାତ ଦେଇଦେଲେ କନିଆ ଘରଲୋକେ । ବିବାହ ଉତ୍ସବରେ ସାମିଲ ପାଇଁ ଧିରେଧିରେ ସମ୍ପର୍କୀୟ ପହଞ୍ଚୁଥିବା ବେଳେ କେମିତି ସେମାନଙ୍କ ସାମ୍ନା କରିବେ, କେମିତି ସେମାନଙ୍କୁ ମୁହଁ ଦେଖାଇବେ ଏଇ ଚିନ୍ତାରେ ଥିଲେ କନିଆ ସିନ୍ଧୁଙ୍କ ପରିବାର । ଝିଅ ତାଙ୍କର ସବୁଦିନ ପାଇଁ ମଙ୍ଗୁଳା ହୋଇ ରହିଯିବ, ଘରେ କାନ୍ଦ ବୋବାଳି ପଡିଥିବା ବେଳେ ମଙ୍ଗୁଳା କନ୍ୟା ମଥାରେ ସିନ୍ଦୁର ଦେଇ ସାତ ଜନମର ସାଥି କରିବାକୁ ହାତ ବଢାଇଥିଲେ ଜଣେ ବସ କଣ୍ଡକ୍ଟର । ଚନ୍ଦ୍ରପା ନାମକ ଜଣେ ଯୁବକ ବିବାହ ଉତ୍ସବକୁ ନିମନ୍ତ୍ରିତ ଅତିଥି ହୋଇ ଆସିଥିବା ବେଳେ କନ୍ୟାର ଏ ଦୁଃଖ ଦେଖି ନିଜକୁ ସମ୍ଭାଳି ପାରିନଥିଲେ । ଆଉ ବିବାହ ପାଇଁ ହାତ ବଢାଇଥିଲେ । ବସ କଣ୍ଡକ୍ଟରଙ୍କ ଏଭଳି ମହାନକାମ ପରେ ବଡ ବିପତ୍ତିରୁ ବର୍ତ୍ତିଯାଇଥିଲା କନ୍ୟାଘର ।

ତେବେ କର୍ଣ୍ଣାଟକର ଏ କାହାଣୀ ବଲିଉଡ ସିନେମା ରବ ନେ ବନାଦୀ ଯୋଡି କଥା ମନେପକାଇ ଦେଇଛି । ଯେଉଁଠି ଅନୁଷ୍କାଙ୍କ ବିବାହକୁ ସାହାରୁଖ ଖାନ ଅତିଥି ହୋଇଯାଉଛନ୍ତି । ମାତ୍ର ବିବାହର କେଇ ମୁହୂର୍ତ୍ତ ପୂର୍ବରୁ ଏକ ଦୁର୍ଘଟଣାରେ ବରର ମୃତ୍ୟୁ ହେଉଛି ଆଉ କିଙ୍କ ଖାନ୍ କନ୍ୟାକୁ ବାହାହୋଇ ବଡ ହୃଦୟର ପରିଚୟ ଦେଉଛନ୍ତି । ୨୦୦୮ର ଏହି ସିନେମା କାହାଣୀ ୨୦୨୧ରେ ସତ ହୋଇଛି । ଯାହାକୁ ଦେଖି ସମସ୍ତଙ୍କ ମୁହଁରୁ ବାହାରି ଆସୁଛି ରବ୍ ନେ ବନାଦୀ ଯୋଡି…

from Kanak News
via <a href="https://ifttt.com/?

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଓର ରେହମାନ ଲକଭିକୁ ୧୫ ବର୍ଷ ଜେଲ । ଲାହୋରର ଏକ ଅଦାଲତ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ମାମଲାରେ ବିଚାର କରି ଏହି ଦଣ୍ଡ ଶୁଣାଇଛନ୍ତି

କନକ ବ୍ୟୁରୋ : ଲସ୍କର ଏ-ତୋଇବାର ଅପରେଶନ ମୁଖ୍ୟ ତଥା ଆତଙ୍କବାଦୀ ଜକିଓର ରେହମାନ ଲକଭିକୁ ପାକିସ୍ତାନର ଲାହୋରର ଏକ ଅଦାଲତ ୧୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କୀ ସଂଗଠନକୁ ଅର୍ଥ ଯୋଗାଣ ମାମଲାରେ ଶୁଣାଣି କରି କୋର୍ଟ ଏହି ଦଣ୍ଡ ବିଧାନ କରିଛନ୍ତି । କହିରଖୁ କି ଏହା ପୂର୍ବରୁ ବି ସମାନ ଅଭିଯୋଗରେ ଲକଭି ଗିରଫ୍ ହୋଇଥିଲେ । ଆଜି (ଶୁକ୍ରବାର) ଏହି ମାମଲାର ଶୁଣାଣି କରି ଲାହୋରର ଆତଙ୍କବାଦ ନିରୋଧ କୋର୍ଟ ଲାଖଭିଙ୍କ ବିରୋଧରେ ଏହି ଦଣ୍ଢାଦେଶ ଶୁଣାଇଛନ୍ତି । କହିରଖୁ କି ୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଲାଖଭି ।

ଲାହୋରରେ ଜକିଓର ରେହମାନ ଲକଭି ନାମରେ ଆତଙ୍କବାଦୀ ସଂଗଠନ ମାନଙ୍କୁ ଟଙ୍କା ଯୋଗାଉଥିବା ନେଇ ଅଭିଯୋଗ ହୋଇଥିଲା । ଜକିଓର ରେହମାନ ଲକଭି ଏକ ଦାତବ୍ୟ ଚିକିତ୍ସାଳୟ ନାମରେ ପାଣ୍ଠି ସଂଗ୍ରହ କରି ଆତଙ୍କୀ ସଂଗଠନ ମାନଙ୍କୁ ଦେଉଥିବା ଅଭିଯୋଗ ହୋଇଥିଲା । ମୁଖ୍ୟତ ନୂଆ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିବାକୁ ସେ ଅର୍ଥ ଯୋଗାଉଥିଲେ । ଏହା ପୂର୍ବରୁ ଜକିଓର ରେହମାନ ଲକଭିକୁ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଆତଙ୍କବାଦୀ ଘୋଷଣା କରାଯାଇଥିଲା । ହେଲେ ସେ ଦୀର୍ଘଦିନ ଧରି ଗିରଫଦାରୀରୁ ବଞ୍ଚିବାକୁ ଲୁଚି ରହିଥିଲେ । ହେଲେ କିଛିିଦିନ ପୂର୍ବରୁ ପାକିସ୍ତାନ ସରକାର ଜକିଓର ରେହମାନ ଲକଭିକୁ ଗିରଫ୍ କରି ଜେଲରେ ରଖିଥିଲେ ।

ମୁମ୍ବାଇ ଆକ୍ରମଣ ଘଟଣାରେ ହାଫିଜ୍ ସଇଦ ସହ ଜକିଓର ରେହମାନ ଲକଭି ବି ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ଘଟଣାରେ ବି ତାଙ୍କୁ ଜେଲ ହୋଇଥିଲା । ମାତ୍ର ୨୦୧୫ ରେ ସେ ଜାମିନ ପାଇ ବାହାରକୁ ବାହାରି ଆସିଥିଲେ । କହିରଖୁ କି ଜାନୁଆରୀ- ଫେବୃଆରୀ ମାସରେ ଫାଇନାନସିଆଲ ଏକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ୍) ର ବୈଠକ ବସିବ । ଏହି ସଂସ୍ଥା ଦେଶର ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ପାଇଁ ସହାୟତା ପ୍ରଦାନ କରିଥାଏ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started