ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଆଜି ପୁଣି ବସିବ ବୈଠକ: ନିଷ୍କର୍ସ ନ ବାହାରିଲେ ୨୬ରେ ଟ୍ରାକ୍ଟର ପରେଡର ଚେତାବନୀ ଦେଲେ କୃଷକ ସଂଗଠନ

କନକ ବ୍ୟୁରୋ: ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ । ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ନାହିଁ । ନୂଆ କୃଷି ଆଇନକୁ ପ୍ରତ୍ୟାହର ଓ ଏମଏସପିକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ । ରାଜଧାନୀ ଦିଲ୍ଲୀରେ ୪୪ଦିନରେ ହେଲା ଆନ୍ଦୋଳନ କରୁଛନ୍ତି ଚାଷୀ । ଆଜିର ବୈଠକରୁ ନିଷ୍କର୍ସ ନ ବାହାରିଲେ ୨୬ ତାରିଖ ଦିନ ଟ୍ରାକ୍ଟର ପରେଡର ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ।

ଆଉ ଏହାର ମଙ୍ଗ ଧରିବେ ମହିଳା । ୪ତାରିଖରେ ବସିଥିବା ସପ୍ତମ ପର୍ଯ୍ୟାୟ ବୈଠକରେ ମଧ୍ୟ ବୁଝାମଣା ହୋଇପାରିନଥିଲା । ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଅଡି ରହିଛନ୍ତି । ଆଇନକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଘରକୁ ଫେରିବେ ନାହିଁ ବୋଲି ଚାଷୀ ସଂଗଠନ କହିଛନ୍ତି । ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ୪୪ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି କୃଷକ । ଏମଏସପି ଗ୍ୟାରେଂଟି, କୃଷି ଆଇନ ପ୍ରତ୍ୟାହାର ସେମାନଙ୍କର ପ୍ରମୁଖ ଦାବି ରହିଛି ।

କିନ୍ତୁ ନୂଆ ଆଇନକୁ ଐତିହାସିକ କହିବା ସହ ଏହା କୃଷକଙ୍କ ପାଇଁ ଲାଭ ଦାୟକ ହେବ ବୋଲି କହି ଆସୁଛି କେନ୍ଦ୍ର ସରକାର । ତେବେ ଆନ୍ଦୋଳନ ପରେ କେନ୍ଦ୍ର ସରକାର କୃଷକଙ୍କ କେତେକ ପ୍ରସ୍ତାବରେ ରାଜି ହେବା ସହ ଲିଖିତ ପ୍ରତିଶ୍ରୁତି ଦେବାକୁ କହିଛି । କିନ୍ତୁ ଏହାକୁ ଗ୍ରହଣ କରୁ ନାହାଁନ୍ତି ଆନ୍ଦୋଳନକାରୀ କୃଷକ । ଦୁଇ ପକ୍ଷ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ ।

from Kanak News
via <a href="https://ifttt.com/?

ଏବେ ଇଂଜେକସନ୍ ନୁହେଁ କରୋନା ପାଇଁ ନାଜାଲ ଭ୍ୟାକସିନ  । ପ୍ରସ୍ତୁତ କଲା ଭାରତ ବାୟୋଟେକ୍ । ପରୀକ୍ଷଣ ପାଇଁ ଡିସିଜିଆଇକୁ ମାଗିଲା ଅନୁମତି

କନକ ବ୍ୟୁରୋ : କରୋନା ଭୂତାଣୁ ବିରୋଧରେ ଚାଲିଥିବା ଲଢେଇରେ ଭାରତ ଆଉ ପାଦେ ଆଗକୁ ବଢିଛି । ଭାରତ ବାୟୋଟେକ୍ ନାଜାଲ ଭ୍ୟାକସିନର ପରୀକ୍ଷଣ ପାଇଁ ଡିସିଜିଆଇକୁ ଅନୁମତି ମାଗିଛି । ଯଦି ଏହି ନାଜାଲ ଭ୍ୟାକସିନର ପରୀକ୍ଷଣ ସଫଳ ହେବ ତାହେଲେ ଦେଶକୁ କରୋନା ବିରୋଧୀ ଲଢେଇରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡି ହୋଇଯିବ । ଏହି ଭ୍ୟାକସିନ୍ ଇଂଜେକସନ୍ ଭଳି ଦିଆ ନଯାଇ ନାକରେ ପକାଇବାକୁ ପଡିବ । କୁହାଯାଉଛି କି ଏହା ଟିକା ଠାରୁ ବେସ୍ ପ୍ରଭାବଶାଳୀ ହେବ ।

ଭାରତ ବାୟୋଟେକ୍ ଓ ୱାସିଂଟନ ୟୁନିଭରସିଟି ସହିତ ମିଳିତ ଭାବେ ନାଜାଲ ଭ୍ୟାକସିନ୍ ଉପରେ ରିସର୍ଚ୍ଚ କରି ଏହି ଭ୍ୟାକସିନ ପ୍ରସ୍ତୁତ କରିଛି   । ଏବେ ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ କମ୍ପାନୀ ଡିସିଜିଆଇ ନିକଟରେ ଆବେଦନ କରିଛି । ପ୍ରାରମ୍ଭରୁ ଏହାର ପରୀକ୍ଷଣ ନାଗପୁର, ଭୁବନେଶ୍ୱର, ପୁନେ ଓ ହାଇଦ୍ରାବଦ ଭଳି ସହରରେ ହେବ ବୋଲି କୁହାଯାଇଛି । ସୂଚନା ମୁତାବକ ଏହି ନାଜାଲ ଭ୍ୟାକସିନର ପରୀକ୍ଷଣ ପାଇଁ ୧୮ ରୁ ୬୫ ବର୍ଷିୟ ଲୋକଙ୍କୁ ସ୍ୱେଚ୍ଛାସେବୀ ଭାବେ ଗ୍ରହଣ କରାଯିବ । କାରଣ ପରୀକ୍ଷଣକୁ ସଫଳତାପୂର୍ବକ ଆଗକୁ ବଢାଯାଇ ପାରିବ ।

ବତ୍ତମାନ ପର୍ଯ୍ୟନ୍ତ ଯେଉଁ ଭ୍ୟାକସିନ ଆସିଛି ବା ଯେଉଁ ୨ ଟି ଭ୍ୟାକସିନକୁ ଭାରତ ମଞ୍ଜୁରୀ ପ୍ରଦାନ କରିଛି । ସେଗୁଡିକ ଇଂଜେକସନ ଆକାରରେ କାନ୍ଧରେ ଦିଆଯିବ । ହେଲେ ନାଜାଲ ଭ୍ୟାକସିନକୁ ନାକରେ ପକାଯିବ । ରିସର୍ଚ୍ଚ କରୁଥିବା ଡାକ୍ତର ମାନେ କହିଛନ୍ତି କି ଭ୍ୟାକସିନର ଇଂଜେକସନ ଠାରୁ ନାଜାଲ ଭ୍ୟାକସିନ ଅଧିକ ପ୍ରଭାବଶାଳୀ । କାରଣ ନାକ ମାଧ୍ୟମରେ ହିଁ ଅଧିକ ଭୂତାଣୁ ମଣିଷର ଶରୀରକୁ ପ୍ରବେଶ କରିଥା’ନ୍ତି । ଏହାସହ ନାକରେ ଭ୍ୟାକସିନ ଦିଆଯିବା ଦ୍ୱାରା ଏହା ଛାତିର ଉପର ଓ ତଳ ଭାଗ ଉପରେ ଶିଘ୍ର ପ୍ରଭାବ ପକାଇ ଭୂତାଣୁକୁ ରୋକିବାରେ ସହାୟକ ହୋଇପାରିବ ।

କହିରଖୁ କି ଏପର୍ଯ୍ୟନ୍ତ ଭାରତରେ ମୁଖ୍ୟତ ୨ ଟି ଭ୍ୟାକସିନକୁ ବ୍ୟବହାରିକ ମଞ୍ଜୁରୀ ମିଳିଛି । ପ୍ରଥମଟି ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋବିସିଲ୍ଡ ଓ ଅନ୍ୟଟି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ । ଏହି ଟିକାକୁ ମଞ୍ଜୁରୀ ମିଳିବା ପରେ ଭାରତରେ ଖୁବଶୀଘ୍ର ଟିକାକରଣ ହେବ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜୋରଧରିଲା ରାଜନୀତି: ସମସ୍ତ ଅଭିଯୁକ୍ତଙ୍କ ଗିରଫ ସହ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଡିଜି ଅଫିସ ଘେରାଉ

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜନୀତି । ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ହତ୍ୟାକାଣ୍ଡ ଘଟଣାରେ ବିଜେପି କର୍ମୀମାନେ ଆଜି କଟକ ଡିଜି ଅଫିସ ଘେରାଉ କରିଛନ୍ତି । ଦଳୀୟ ନେତାଙ୍କ ସହ ଶହଶହ କର୍ମୀ ଏକାଠି ହୋଇ ଡିଜି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।   ସମସ୍ତ ଅଭିଯୁକ୍ତଙ୍କ ଗିରଫ ସହ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଡିଜି ଅଫିସ ଘେରାଉ କରିଛି ।

ଡିଜିଙ୍କୁ ଚିଠି ଲେଖି ରାଜନୈତିକ ହିଂସାର ତାଲିକା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେପି କହିଛି ରାଜ୍ୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ବିଗିଡି ଯାଇଛି । ରାଜନୈତିକ ହିଂସା ବଢିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ୧୯ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ପୁରା ପୁଲିସ ମୁଖ୍ୟାଳୟକୁ  ବ୍ୟାରିକେଡରେ କଡନ କରାଯାଇଛି । ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବି ଓ  ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ  ଏହି ଆନ୍ଦୋଳନ କରୁଛନ୍ତି ।

from Kanak News
via <a href="https://ifttt.com/?

ସାଇବର ଠକେଇ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି ହେଉ ହେଉ ଆସୁଛି ହଜାର ହଜାର କଲ୍: ୨୪ ଘଂଟା ଭିତରେ ୨ରୁ ୩ ହଜାର କଲ କରିଛନ୍ତି ଠକେଇର ଶିକାର ବ୍ୟକ୍ତି

କନକ ବ୍ୟୁରୋ: ସାଇବର ହେଲ୍ପ ଲାଇନ୍ ନମ୍ବର ଜାରି ହେବା ପରେ ଗତକାଲି ଠାରୁ ଆଜି ଭିତରେ ୨ ହଜାରରୁ ୩ ହଜାର ଫୋନ କଲ ଆସିଛି । ସେଥି ମଧ୍ୟରୁ ଭୁବନେଶ୍ୱରରୁ ଠେକଇ ହୋଇଥିବା ସଂଖ୍ୟା ୨୦ । ଯେଉଁ ବ୍ୟକ୍ତିମାନେ ଠକେଇର ଶିକାର ହେଉଛନ୍ତି ସେମାନେ ସିଧାସଳଖ ଏହି ହେଲ୍ପ ଡେସ୍କକୁ ଫୋନ କରିପାରିବେ । କିନ୍ତୁ ଏହି ହେଲ୍ପ ଡେସ୍କଟି କେବଳ ରାଜଧାନୀ ବାସୀଙ୍କ ପାଇଁ ଖୋଲାଯାଇଥିବା କହିଛନ୍ତି ଡିସିପି ଉମା ଶଙ୍କର ଦାସ ।

ଅନଲାଇନରେ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି ସାଇବର ଠକ । ଅନକେ ଲୋକ ଏହି ଠକଙ୍କ ଶିକାର ବନି ସାରିଛନ୍ତି । ଡିସିପି ଉମାଶଙ୍କର ଦାସଙ୍କୁ ମଧ୍ୟ ସାଇବର ଠକର କଲ୍ ଆସିଛି । ତେବେ ସାଇବର ଠକଙ୍କ ବାବଦରେ ଜଣାଇବା ପାଇଁ ଭୁବନେଶ୍ୱରରେ ସାଇବର ଡେସ୍କ କରାଯାଇଛି । ରାଜଧାନୀବାସୀ ଠକଙ୍କ ବାବଦରେ ଜଣାଇବା ପାଇଁ କୁହାଯାଇଛି । ତେବେ ଗତକାଲି ଠାରୁ ୨ରୁ ୩ ହଜାର ଫୋନ କଲ ଆସିଛି । ସାରା ରାଜ୍ୟରୁ ଠକେଇର ଶିକାର ବ୍ୟକ୍ତି ଫୋନ କରୁଥିବା ବେଳେ କେବଳ ଭୁବନେଶ୍ୱର ଲୋକ କଲ କରିବା ପାଇଁ ଡିସିପି କହିଛନ୍ତି ।

ଅନ୍ୟପଟେ ପୁଣି ଲୁଟିନେଲେ ସାଇବର ଠକ । ଏସ୍କର୍ଟ ସର୍ଭିସ ନାଁରେ ଗୁଗଲ ପେ’ରୁ ଠକିନେଇଛନ୍ତି ୯୪ ହଜାର  ୭୩୧ ଟଙ୍କା । ଭୁବନେଶ୍ୱରରେ ଏଭଳି ଯୁବକଙ୍କ ଠାରୁ ବଡ ଠକେଇ ହୋଇଛି । ଏସ୍କର୍ଟ ସର୍ଭିସରେ କର୍ଲଗାର୍ଲ ଦେବେ କହି ଯୁବକଙ୍କୁ ଠକି ନେଇଛନ୍ତି ଦୁର୍ବୃତ । ସିଲିଗୁଡିରୁ କର୍ଲଗାର୍ଲ ଦେବେ କହି  ଭୁବନେଶ୍ୱରରୁ  ଟଙ୍କା ଗାଏବ କରିଦେଇଛନ୍ତି ସାଇବର ଠକ । ୨୦ ମିନିଟର କଥାବାର୍ତା ଭିତରେ ଆକାଉଂଟକୁ ସଫା କରିଦେଇଛନ୍ତି ଯୁବକ ।   ଏ ନେଇ ସାଇବର ହେଲ୍ପ ଡେସ୍କର ସହାୟତା ନେଇଛନ୍ତି ସଂପୃକ୍ତ ଯୁବକ ।

from Kanak News
via <a href="https://ifttt.com/?

ପୁଣି ଲୁଟିନେଲେ ସାଇବର ଠକ : ଏସକର୍ଟ ସର୍ଭିସ ନାଁରେ ଯୁବକଙ୍କଠାରୁ ଠକେଇ; ଗୁଗଲ ପେ’ରୁ ଠକିନେଲେ ୯୪ହଜାର ଟଙ୍କା

କନକ ବ୍ୟୁରୋ : ପୁଣି ଲୁଟିନେଲେ ସାଇବର ଠକ । ଏସ୍କର୍ଟ ସର୍ଭିସ ନାଁରେ ଗୁଗଲ ପେ’ରୁ ଠକିନେଇଛନ୍ତି ୯୪ ହଜାର  ୭୩୧ ଟଙ୍କା । ଭୁବନେଶ୍ୱରରେ ଏଭଳି ଯୁବକଙ୍କ ଠାରୁ ବଡ ଠକେଇ ହୋଇଛି । ଏସ୍କର୍ଟ ସର୍ଭିସରେ କର୍ଲଗାର୍ଲ ଦେବେ କହି ଯୁବକଙ୍କୁ ଠକି ନେଇଛନ୍ତି ଦୁର୍ବୃତ । ସିଲିଗୁଡିରୁ କର୍ଲଗାର୍ଲ ଦେବେ କହି  ଭୁବନେଶ୍ୱରରୁ  ଟଙ୍କା ଗାଏବ କରିଦେଇଛନ୍ତି ସାଇବର ଠକ । ୨୦ ମିନିଟର କଥାବାର୍ତା ଭିତରେ ଆକାଉଂଟକୁ ସଫା କରିଦେଇଛନ୍ତି ଯୁବକ । ଏ ନେଇ ସାଇବର ହେଲ୍ପ ଡେସ୍କର ସହାୟତା ନେଇଛନ୍ତି ସଂପୃକ୍ତ ଯୁବକ ।

ତେବେ, କରୋନା କାଳରେ ବଢ଼ି ଚାଲିଛି ଅନଲାଇନ୍ ଠକେଇ । ଲକଡାଉନ୍ ଆଦି କରୋନା କଟକଣା ଯୋଗୁଁ ଅନଲାଇନ୍ କାରବାର ବଢ଼ି ଚାଲିଛି । ଆଉ ଏହାର ଫାଇଦା ଦେବାକୁ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଠକ୍ । କେବଳ ବଡ଼ ବଡ଼ ସହର ନୁହେଁ ଉପାନ୍ତ ଓଡ଼ିଶାରେ ମଧ୍ୟ ଭିନ୍ନ ଭିନ୍ନ ଉପାୟ କରି ସାଧାରଣ ଲୋକଙ୍କ ଠାରୁ ଠକି ନେଉଛନ୍ତି ହଜାର ହଜାର ଟଙ୍କା । ଗତବର୍ଷ ଜାନୁଆରୀରୁ ଜୁଲାଇ ମଧ୍ୟରେ ରାଜ୍ୟରେ ଯେତିକି ସାଇବର ମାମଲା ହୋଇଥିଲା, ଚଳିତବର୍ଷ ଏହି ସମୟ ମଧ୍ୟରେ ୧୭ ପ୍ରତିଶତରୁ ଅଧିକ ସାଇବର ମାମଲା ଦାୟର ହୋଇଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ପରୀ ମୃତ୍ୟୁ ମାମଲାରେ ତଦନ୍ତାକାରୀ ଟିମକୁ ଝଟକା : ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ନାବାଳକ; ସହମତି ନମିଳିବାରୁ ଅନୁମତି ଦେଲେନି ଜୁଭେନାଇଲ ଜଷ୍ଟିସ ବୋର୍ଡ

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ତଦନ୍ତକାରୀ ଟିମକୁ ଝଟକା ଲାଗିଛି । ଅଭିଯୁକ୍ତ ନାବାଳକର ହେବ ନାହିଁ ନାର୍କୋ ଟେଷ୍ଟ । ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ନାବାଳକ । ସହମତି ନମିଳିବାରୁ ଅନୁମତି ଦେଲେନି ନୟାଗଡ ଜୁଭେଇନାଲ ଜଷ୍ଟିସ ବୋର୍ଡ । ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କରିଥିଲା ଏସଆଇଟି । ନାବାଳକକୁ ପୁଣି ଅନୁଗୁଳ ବାଳ ସୁଧାର ଗୃହରୁ ପଠାଇ ଦିଆଯାଇଛି । ଆଜି ଜୁଭେଇନାଲ ଜଷ୍ଟିସ ବୋର୍ଡରେ ହାଜର ହୋଇଥିଲେ ପରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ନାବାଳକ ।

ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ନାବାଳକକୁ ହାଜର କରାଯାଇଥିଲା ନୟାଗଡ ପୁଲିସ । ଗତ ୫ ତାରିଖରେ ଅଭିଯୁକ୍ତର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । ତେବେ ନାର୍କୋ ଟେଷ୍ଟ ପାଇଁ ନାବାଳକ ରାଜି ନହେବାରୁ ଅନୁମତି ଦେଲେନି ନୟାଗଡ ଜୁଭେଇନାଲ ଜଷ୍ଟିସ ବୋର୍ଡ । ପରୀ ମୃତ୍ୟୁର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ ନୟାଗଡ ପୋକ୍ସୋ କୋର୍ଟରେ ହାଜର କରାଇଥିବାବେଳେ ନାବାଳକ ଦର୍ଶାଇ ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଜୁଭେଇନାଲ କୋର୍ଟ ଗତ ୫ ତାରିଖରେ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଇଥିଲେ ।

from Kanak News
via <a href="https://ifttt.com/?

ଜଣେ ବରକୁ ଦୁଇ କନିଆ : ଗୋଟିଏ ବେଦିରେ ଦୁଇ ପ୍ରେମିକାଙ୍କୁ ବାହା ହେଲା ପ୍ରେମିକ; ଉତ୍ସବରେ ସାମିଲ ହେଲେ ଗାଁଲୋକେ

କନକ ବ୍ୟୁରୋ : ବର ଜଣେ କିନ୍ତୁ କନିଆ ଦୁଇ । ଗୋଟିଏ ହିଁ ମଣ୍ଡପରେ ଜଣେ ବର ଦୁଇଜଣ ଯୁବତୀଙ୍କ ବେକରେ ପକେଇଛନ୍ତି ବରଣମାଳା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏହା ଆଇନ ବିରୋଧୀ ହେଲେ ବି ଯୁବକ ଜଣକ ଦୁଇ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି ତାହା ପୁଣି ଗୋଟିଏ ମଣ୍ଡପରେ । ଛତିଶଗଡ ବସ୍ତରରେ ଏହି ନିଆରା ବିବାହ ହୋଇଛି । ଏଠାରେ ରହୁଥିବା ଚନ୍ଦୁ ନାମକ ଯୁବକ ଗୋଟିଏ ହିଁ ମଣ୍ଡପରେ ନିଜର ଦୁଇ ଜଣ ପ୍ରେମୀକାଙ୍କୁ ବିବାହ କରିଛନ୍ତି । ଏହି ଯୁବକଜଣକ ଦୀର୍ଘ ସମୟ ଧରି ଦୁଇ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଏବଂ ଶେଷରେ ଦୁଇ ଜଣ ଯୁବତୀଙ୍କୁ ବିବାହ ମଧ୍ୟ କରିଛନ୍ତି । ଜାନୁୟାରୀ ୩ ତାରିଖରେ ଏହି ବାବାହ ଅନୁଷ୍ଠିତ ହୋଇଥିଲା । ଆଉ ଏଥିରେ ଗାଁରେ କିଛି ଲୋକ ସାମିଲ ହୋଇଥିଲେ ।

ଯୁବକଙ୍କର କହିବା କଥା ହେଲା ଏହି ଦୁଇ ଜଣ ଯୁବତୀ ତାଙ୍କୁ ବହୁତ ଭଲ ପାଉଥିଲେ । ତେଣୁ ସେ କାହାକୁ ଦୁଃଖ ଦେବାକୁକି ଧୋକା ଦେବାକୁ ଚାହୁଁନଥିଲେ । ସୂଚନା ମୁତାବକ ପ୍ରାୟ ତିନି ବର୍ଷ ପୂର୍ବେ ଚନ୍ଦୁ ଟୋକପାଲ ଅଂଚଳକୁ ନିଜସ୍ୱ କାମରେ ଯାଇଥିଲେ । ଆଉ ସେଠାରେ ହଠାତ ତାଙ୍କର ଦେଖାହୋଇଥିଲା ୨୧ ବର୍ଷୀୟ ସୁନ୍ଦରୀଙ୍କ ସହ । ଏହାପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ । ଏବଂ ପରେ ବିବାହ କରିବା ନେଇ ମନ ବଳାଇଥିଲେ । ଚନ୍ଦୁ ଏବଂ ସୁନ୍ଦରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ମାତ୍ର ଗୋଟିଏ ବର୍ଷ ପୁରୁଥିଲା । ଆଉ ଠିକ ସେତିକି ବେଳେ ଚନ୍ଦୁଙ୍କ ସହ ହସିନାଙ୍କର ଦେଖା ହୋଇଥିଲା । ୨୦ ବଁର୍ଷୀୟ ହସିନା ନିଜ ସମ୍ପର୍କୀୟଙ୍କ ବିବାହକୁ ଆସିଥିବାବେଳେ ଚନ୍ଦୁଙ୍କ ସହ ଦେଖା ସାକ୍ଷାତ ହୋଇଥିଲା । ଆଉ ଏହାପରେ ପ୍ରଥମ ଦେଖାରେ ଦୁହେଁ ହୁହିଁଙ୍କୁ ଭଲ ପାଇ ବସିଥିଲେ ।

ଚନ୍ଦୁ ନିଜର ପ୍ରଥମ ପ୍ରେମିକା ସୁନ୍ଦରୀ ସମ୍ପର୍କରେ ହସିନାକୁ ଜଣାଇଥିଲେ ଏବଂ ତାଙ୍କୁ ବିବାହ କରିବା କଥା ବି କହିଥିଲେ । କିନ୍ତୁ ଏଥିରେ କୌଣସି ଆପତି ନାହିଁ ବୋଲି କହିଥିଲେ ହସିନା । ଗୋଟିଏ ଦିନ ଚନ୍ଦୁ ଉଭୟ କଶ୍ୟପ ଏବଂ ହସିନାକୁ ପରସ୍ପର ସହ ଭେଟ କରାଇଥିଲେ । ଦୁହେଁ ଏକାଠି ରହିଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଉଭେୟ ଚନ୍ଦୁଙ୍କୁ ଜଣାଇଥିଲେ । କିନ୍ତୁ ଥରେ ହସିନା ଚନ୍ଦୁ ସହ ଚନ୍ଦୁର ଘରେ ରହୁଥିବା କଥା ସୁନ୍ଦରୀ ଜାଣିବାକୁ ପାଇଥିଲା । ଏହାପରେ କଶ୍ୟପ ବି ଚନ୍ଦୁର ଘରେ ଆସି ରହିବାକୁ ଲାଗିଲା । ଏହାପରେ ୩ ଜଣ ଗୋଟିଏ ପରିବାରର ସଦସ୍ୟ ପରି ଗୋଟିଏ ଘରେ ହିଁ ରହିଲେ ।

ବିନା ବିବାହରେ ଦୁଇ ଜଣ ଯୁବତୀଙ୍କ ସହ ଗୋଟିଏ ଘରେ ଏକାଠି ରହିବା ଚନ୍ଦୁଙ୍କୁ ଭଲ ଲାଗିନଥିଲା । ତେଣୁ ସେ ବିବାହ କରିବାକୁ ସ୍ଥିର କରିଥିଲେ । ଶେଷରେ ବିବାହ ତାରିଖ ଠିକ କରି ଗୋଟିଏ ହିଁ ମଣ୍ଡପରେ ଅଳ୍ପ ଅତିଥିଙ୍କ ଉପସ୍ଥିତିରେ ନିଜର ଦୁଇପ୍ରେମୀକାଙ୍କୁ ଜୀବନସା୍ଥୀ କରିଥିଲା ଚନ୍ଦୁ । ଛତିଶଗଡ ବସ୍ତରର ଏହି ନିଆରା ବିବାହ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଦେଇଛି । ହିନ୍ଦୁ ବିବାହ ଆଇନ ଅନୁସାରେ ଏହିପରି ବିବାହ ବୈଧ ନୁହେଁ କିନ୍ତୁ ଏହି ବିବାହ ଆଦିବାସୀ ସଂସ୍କୃତିରେ ସିକୃତିପ୍ରାପ୍ତ ।

from Kanak News
via <a href="https://ifttt.com/?

କ୍ରିକେଟ୍ ଇତିହାସରେ ପ୍ରଥମ ଘଟଣା । ଭାରତ -ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଲା ମହିଳା ଅମ୍ପାୟାର । ଚତୁର୍ଥ ଅମ୍ପାୟାର ଭାବେ ତୁଲାଉଛନ୍ତି ଦାୟିତ୍ୱ

କନକ ବ୍ୟୁରୋ : ବିଶ୍ୱ କ୍ରିକେଟ ଇତିହାସରେ ଦେଖିବାକୁ ମିଳିଛି ଏକ ଅଶ୍ଚର୍ଯ୍ୟ ଘଟଣା । ୧୪୪ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ପୁରୁଷ କ୍ରିକେଟ ମ୍ୟାଚରେ ଜଣେ ମହିଳା ଅମ୍ପାୟାର ଦାୟିତ୍ୱ ତୁଲାଉଛନ୍ତି । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ ଚତୁର୍ଥ ଅମ୍ପାୟାର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ନ୍ୟୁ ସାଉଥ୍ ୱେଲ୍ସର ୩୨ ବର୍ଷ ବୟସ୍କା ପୋଲୋସାକ୍ ।

ଘରୋଇ- ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଠ ବର୍ଡର- ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ ସିଡନୀ ଠାରେ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଏହି ମ୍ୟାଚରେ ପ୍ରଥମ ଥର ପାଇଁ ପୋଲୋସାକ୍ ଚତୁର୍ଥ ଆମ୍ପାୟର ଭାବେ ଦାୟିତ୍ୱ ତୁଲାଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ପୋଲୋସାକ୍ ୨୦୧୯ ମସିହା ଏପ୍ରିଲ ମାସରେ ନାମ୍ବିଆ ଓ ଓମାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଶ୍ୱ କ୍ରିକେଟ ଲିଗ୍ ଡିଭିଜନର ଦୁଇଟି ଏକଦିବସୀୟ ମ୍ୟାଚରେ ରେଫରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ତାହା ପୂର୍ବରୁ ୨୦୧୮ ମସିହାରେ ପୋଲୋସାକ୍ ନ୍ୟୁ ସାଉଥ ୱେଲସ ଓ ଅଷ୍ଟ୍ରେଲିଆ କ୍ରିକେଟ ଏକାଦଶ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ପ୍ରଥମ ଥର ପାଇଁ ପୁରୁଷ ମ୍ୟାଚରେ ମହିଳା ଅମ୍ପାୟର ଭାବେ କାମ କରିଥିଲେ । ଏହା ବ୍ୟତିତ ଡବ୍ଲୁବିବିଏଲରେ ଆଡିଲେଡ୍ ଷ୍ଟ୍ରାଇକର୍ସ ଓ ମେଲବୋର୍ଣ୍ଣ ଷ୍ଟାର ମଧ୍ୟରେ ଖେଳା ଯାଇଥିବା ମ୍ୟାଚକୁ ବି ପରିଚାଳନା କରିଥିଲେ । ଗତ ଫେବୃଆରୀ –ମାର୍ଚ୍ଚରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ୨୦-୨୦ ମହିଳା ବିଶ୍ୱକପରେ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚର ଅମ୍ପାୟାର ଭାବେ ପୋଲୋସାକଙ୍କୁ ଦେଖିବାକୁ ମିଳିଥିଲା । ଚଳିତ ଟେଷ୍ଟମ୍ୟାଚରେ ତାଙ୍କର ଅମ୍ପାୟରିଂ କରିବାର ତରିକା ଦେଖିବା ପରେ ଆଇସିସି ପୋଲୋସାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

from Kanak News
via <a href="https://ifttt.com/?

ଆରମ୍ଭ ହେଲା କରୋନାର ବଡ଼ ଡ୍ରାଏ ରନ୍ : ଜାଣନ୍ତୁ ଡ୍ରାଏ ରନ୍ କ’ଣ ? କେମିତି ହୁଏ ଏହି ଡ୍ରାଏ ରନ୍ ?

କନକ ବ୍ୟୁରୋ : କରୋନା ଟିକାକରଣ ପୂର୍ବରୁ ମହାଅଭ୍ୟାସ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଟିକାକରଣର ବଡ ଡ୍ରାଏ ରନ ହୋଇଛି ।

ଡ୍ରାଏରନ ପ୍ରକ୍ରିୟା କଣ ? ଡ୍ରାଏରନର ଟିକାକରଣ କିଭଳି କରାଯାଏ ତାର ରିହର୍ସଲ କରାଯାଇଥାଏ ?

  • ଡ୍ରାଏ ରନରେ ହସପିଟାଲ ଯାଏଁ ଯିବା, ଲୋକଙ୍କୁ ଡାକିବା ଭଳି ଅଭ୍ୟାସ କରାଯାଇଥାଏ
  • ଡୋଜ ଦିଆଯିବାର ପୁରା ପ୍ରକ୍ରିୟା ପାଳନ କରାଯାଇଥାଏ
  • ଟିକାର ଷ୍ଟୋରେଜ, ବିତରଣ ପ୍ରସ୍ତୁତିର ନୀରିକ୍ଷଣ ହୁଏ
  • ଜିଲ୍ଲାର ବଡ ହସପିଟାଲ ଓ ସ୍ଥାନରେ ଡ୍ରାଏରନ ହୁଏ
  • ଆଜି ଦେଶର ୭୩୬ ଜିଲ୍ଲାରେ ଡ୍ରାଏ ରନ
  • ଆଜିର ଡ୍ରାଏରନ ବେଳେ ଉପସ୍ଥିତ ରହିବେ ସ୍ୱାସ୍ଥ୍ୟ ଅଧିକାରୀ

from Kanak News
via <a href="https://ifttt.com/?

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଗୁରୁ ଦାୟିତ୍ୱ । ଆତଙ୍କବାଦ ନିରୋଧୀ ସହ ୩ଟି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷତା କରିବ ଭାରତ । ସୂଚନା ଦେଲେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ।

କନକ ବ୍ୟୁରୋ : ଦିନକୁ ଦିନ ଜାତିସଂଘରେ ଭାରତର ଦବ୍ ଦବା ବଢିବାରେ ଲାଗିଛି । ସଦ୍ୟ ମିଳିଥିବା ସୂଚନା ମୁତାବକ ମିଳିତ ଜାତିସଂଘର ୩ ଟି ଗୁରୁତ୍ୱପୂର୍ଣ୍ଣ ସମିତିରେ ଭାରତ ଅଧ୍ୟକ୍ଷତା କରିବ । ଭାରତ ଅଧ୍ୟକ୍ଷତା କରିବାକୁ ଥିବା ଏହି ୩ ଟି ସମିତି ହେଲା ତାଲିବାନ ପ୍ରତିବନ୍ଧ ସମିତି, ଆତଙ୍କବାଦ ନିରୋଧ ସମିତି ଓ ଲିବ୍ୟା ପ୍ରତିବନ୍ଧ ସମିତି । ଏହି ୩ ଟି ସମିତିକୁ ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ସମିତି ବୋଲି ବିବେଚନା କରାଯାଇଥାଏ । ଭାରତକୁ ଏହି ଦାୟିତ୍ୱ ମିଳିବା ପରେ ଭାରତ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍ ତିରୁମୂର୍ତ୍ତି । କହିରଖୁ କି ଅଳ୍ପ କିଛିଦିନ ତଳେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଭାରତ ସ୍ଥାନ ପାଇଥିଲା ।

ତ୍ରିମୂର୍ତ୍ତି କହିଛନ୍ତି କି ୨୦୨୨ ରେ ଜାତିସଂଘରେ ଆୟୋଜିତ ହେବାକୁ ଥିବା ଆତଙ୍କବାଦ ନିରୋଧ ସମିତିରେ ଭାରତ ଅଧ୍ୟକ୍ଷତା କରିବ । ବିଶେଷ କରି ଆତଙ୍କବାଦ ବିରୋଧରେ ଭାରତ ଜାରି ରଖିଥିବା ଲଢେଇକୁ ଏହା ଅଧିକ ବଳଶାଳୀ କରିବ ବୋଲି ତ୍ରିମୂର୍ତ୍ତି କହିଛନ୍ତି । ସାରା ବିଶ୍ୱରେ ଭାରତ ହେଉଛି ଏକମାତ୍ର ଦେଶ ଯେ, କି ଆତଙ୍କବାଦ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହାକୁ ଦମନ କରିବା ଓ ବିଶ୍ୱକୁ ଆତଙ୍କବାଦ ମୁକ୍ତ କରିବାକୁ ଏବେ ଭାରତର ଦାୟିତ୍ୱ ବୃଦ୍ଧି ପାଇବା ସଂଗେ ସଂଗେ ଆତଙ୍କବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଜାତିସଂଘ ମାଧ୍ୟମରେ ନିଷ୍ପତ୍ତି ଗ୍ରହଣ କରିବାର ସୁଯୋଗ ପାଇଥିବାରୁ ଏହା କେନ୍ଦ୍ରସରକାରଙ୍କ ସଫଳତା ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ମାନେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started