କରୋନା ଟିକାକରଣ ପୂର୍ବରୁ ଦେଶର ସବୁ ଜିଲ୍ଲାରେ ମହାଅଭ୍ୟାସ : ଦେଶର ୭୩୬ ଜିଲ୍ଲାରେ ଡ୍ରାଏ ରନ

କନକ ବ୍ୟୁରୋ : କରୋନା ଟିକାକରଣ ପୂର୍ବରୁ ମହାଅଭ୍ୟାସ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଟିକାକରଣ୍ର ବଡ ଡ୍ରାଏ ରନ ହୋଇଛି । ଦେଶର ୭୩୬ ଜିଲ୍ଲାରେ ଟିକାକରଣର ରହର୍ସଲ ଚାଲିଛି । ଚେନ୍ନାଇରେ ଡ୍ରାଏନ ରନର ସ୍ଥିତି ପରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ପହଂଚି ହର୍ଷବର୍ଦ୍ଧନ ଡ୍ରାଏ ରନର ତଦାରଖ କରିଛନ୍ତି ।

ଏହାପୂର୍ବରୁ ୨୯ ଓ ୨୯ ତାରିଖରେ ଦେଶର ୪ ଟି ରାଜ୍ୟରେ ଡ୍ରାଏରନ ହୋଇଥିଲା । ପରେ ୨ ଜାନୁଆରୀରେ ସବୁ ରାଜ୍ୟରେ ଅଭ୍ୟାସ ହୋଇଥିଲା । ଗୁଜରାଟ, ପଂଜାବ, ଆସାମ ଓ ଆନ୍ଧ୍ରପ୍ରଦେଶରେ ହୋଇଥିବା ଅଭ୍ୟାସରେ ବଡ ରେଜଲ୍ଟ ସାମ୍ନାକୁ ଆସିଛି । ଏହାପରେ ସବୁ ରାଜ୍ୟରେ ଡ୍ରାଏ ରନ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ । କେନ୍ଦ୍ର ସରକାରଙ୍କ ଠାରୁ ନିର୍ଦ୍ଦେଶ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି ।

କେଉଁ ସ୍ଥାନରେ ଟିକାକରଣ ହେବ ଓ ଲୋକେ କିଭଳି ଶୃଙ୍ଖଳିତ ଭାବେ ଟିକା ନେଇପାରିବେ ସେ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର କମିଶନଙ୍କୁ କୁହାଯାଇଛି । ଆଜି ରାଜ୍ୟର ସବୁ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ଓ ପୌରାଂଚଳରେ ଏହି କାର୍ଯ୍ୟକ୍ରମ ଦିନ ୧୦ଟାରୁ ୧୨ଟା ଯାଏଁ ଚାଲିବ । ଆସନ୍ତା ସପ୍ତାହରୁ ଦେଶର କରୋନା ଟିକାକରଣ ପାଇଁ ସରକାର ସଙ୍କେତ ଦେଇଛନ୍ତି । ତା ପୂର୍ବରୁ ଏହି ଡ୍ରାଏରନକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଇଛି ।

from Kanak News
via <a href="https://ifttt.com/?

ସମ୍ବଲପୁର ରେଙ୍ଗାଲିରେ ରେଳ ରୋକ : ଧନବାଦ ଏଲେପି ଟ୍ରେନ ରହଣୀ ଦାବିରେ ରେଳ ରୋକ ଓ ବନ୍ଦ ପାଳନ

କନକ ବ୍ୟୁରୋ : ସମ୍ବଲପୁର ରେଙ୍ଗାଲିରେ ରେଳ ରୋକ । ଧନବାଦ ଏଲେପି ଟ୍ରେନ ରହଣୀ ଦାବିରେ ରେଳ ରୋକ କରାଯିବା ସହ ବନ୍ଦ ପାଳନ କରାଯାଇଛି । ସକାଳୁ ସକାଳୁ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳ ଧାରଣା ଉପରେ ଶତାଧିକ ଲୋକେ ପ୍ରତିବାଦ କରିଛନ୍ତି । ଏହାସହ ୧୨ଘଂଟିଆ ବନ୍ଦ ପାଳନ କରୁଛନ୍ତି ।

ପୂର୍ବରୁ ଏଠାରେ ରେଳ ରହଣୀ ଥିବା ବେଳେ ଲକଡାଉନ ପରଠାରୁ ଟ୍ରେନ ରହୁନଥିବାରୁ ନାଗରିକ କ୍ରିୟାନୁଷ୍ଠାନ କମିଟି ଏହାର ବିରୋଧ କରିଛି । ଏହାପୂର୍ବରୁ ଡିଆରଏମଙ୍କୁ ଭେଟି ଲୋକେ ଦାବି ଜଣାଇଥିଲେ ମଧ୍ୟ ଏହାର ସମାଧାନ ହୋଇନଥିବାରୁ ପ୍ରତିବାଦକୁ ଓହ୍ଳାଇଛି ନାଗରିକ କ୍ର୍ରିୟାନୁଷ୍ଠାନ କମିଟି ।

from Kanak News
via <a href="https://ifttt.com/?

ଭଦ୍ରକରେ ଭୟଙ୍କର ନିଆଁ : ଅଗ୍ନିକାଣ୍ଡରେ ଜଳିଗଲା ୧୦ବଖରା ଦୋକାନ ଘର; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଭଦ୍ରକରେ ଭୟଙ୍କର ନିଆଁ । ତିହିଡି ବଜାରରେ ଅଗ୍ନିକାଣ୍ଡରେ ଜଳିଗଲା ୧୦ବଖରାରୁ ଅଧିକ ଦୋକାନ ଘର । ନିଆଁରେ ପୋଡିଗଲା ତିହିଡି ବଜାରରେ ଥିବା ହୋଟେଲ, ଷ୍ଟେସନାରୀ ଦୋକାନ, ଜୋତା ଦୋକାନ ସହ କିଛି ପରିବା ଦୋକାନ ଏହି ଅଗ୍ନିକାଣ୍ଡରେ ଜଳି ଯାଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଅଗ୍ନିକାଣ୍ଡ ସମ୍ପର୍କରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିାଁକୁ ଆୟତ କରିଛି ।

from Kanak News
via <a href="https://ifttt.com/?

ଉତରପ୍ରଦେଶ ବନ୍ଦାୟୁଁରେ ମନ୍ଦିର ଭିତରେ ମହିଳାଙ୍କୁ ଗଣଦୁଷ୍ମର୍ମ ଓ ହତ୍ୟା ମାମଲା । ମହିଳା କମିଶନ ସଦସ୍ୟଙ୍କ ବିବିଦୀୟ ବୟାନ । କହିଲେ ଯଦି ସେ ଏକା ଯାଇ ନଥା’ନ୍ତେ

କନକ ବ୍ୟୁରୋ : ଯଦି ସେ ଏକା ଯାଇ ନଥାନ୍ତେ ତାହେଲେ ଏଭଳି ଘଟି ନଥାନ୍ତା । ସେ କାହିଁକି ଏକୁଟିଆ ଯାଉଥିଲା । ସେ କାହିଁକି ଏଭଳି ପୋଷାକ ପିନ୍ଧୁଥିଲା । ଦୁଷ୍ମର୍ମ ଆମ ସଂସ୍କୃତିରେ ରହିଛି । ଏଭଳି ବୟାନ ବାରମ୍ବାର ଶୁଣିବାକୁ ମିଳୁଛି , ଯେତେବେଳେ ଦେଶରେ କୌଣସି ମହିଳା ବା ଝିଅ ମାନେ ଦୁଷ୍କର୍ମରେ ଶିକାର ହେଉଛନ୍ତି । ଏଭଳି ବୟାନ କେହି ସାଧାରଣ ଲୋକ ଦେଉ ନାହାନ୍ତି । କେବେ ନେତା ଓ କେବେ ପ୍ରଶାସନ ।

ଉତରପ୍ରଦେଶ ବନ୍ଦାୟୁଁରେ ରେ ଜଣେ ୫୦ ବଷିୟ ମହିଳାଙ୍କୁ ମନ୍ଦିର ଭିତରେ ଗଣ ଦୁଷ୍କର୍ମ କରାଗଲା । ଗଣ ଦୁଷ୍କର୍ମରେ ସାମିଲ ମନ୍ଦିରର ମହନ୍ତ ଓ ତାଙ୍କର ୨ ଜଣ ଶିଷ୍ୟ ମହିଳା ଜଣଙ୍କୁ ଦୁଷ୍କର୍ମ କରିବା ପରେ ତାକୁ ବିଭତ୍ସ ଭାବେ ହତ୍ୟା କଲେ । ହତ୍ୟା ଏତେ ଭୟାନକ ଥିଲା କି ଆପଣ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ । ମହିଳା ଜଣଙ୍କ ସଂନ୍ଧ୍ୟା ସମୟରେ ମନ୍ଦିରକୁ ଏକୁଟିଆ ଯାଇଥିଲେ । ସେଠାରେ ସେ ପୂଜା କରୁଥିବା ବେଳେ ମନ୍ଦିରର ମହନ୍ତ ଓ ୨ ଜଣ ଶିଷ୍ୟ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । କାଳେ ମହିଳା ଜଣଙ୍କ ଏକଥା ବାହାରେ ପ୍ରଘଟ କରିଦେବ ସେହି ଭୟରେ ସେମାନେ ମହିଳାଙ୍କ ହାତ ଗୋଡ ଭାଙ୍ଗି ଦେଇଥିଲେ । ମହିଳାଙ୍କ ଗୁପ୍ତାଙ୍ଗରେ ଏକ ଲୁହାର ଛଡ ଭର୍ତ୍ତି କରି ତାଙ୍କୁ ନିର୍ମମ ଭାବେ ହତ୍ୟା କଲେ ।

ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଦୁଷ୍କର୍ମକାରୀଙ୍କୁ ଗିରଫ୍ କରିଛି । ହେଲେ ଗତକାଲି ରାଷ୍ଟ୍ରୀୟ ମହିଳା ଆୟୋଗର ଜଣେ ସଦସ୍ୟ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ଘରକୁ ତଦନ୍ତ ପାଇଁ ଯାଇ ଯେଭଳି ବୟାନ ଦେଇଛନ୍ତି ତାହା ସମାଜରେ ନାରୀ ମାନଙ୍କର ସ୍ଥିତି କୁ ପଦାରେ ପକାଇଛି । ମହିଳା ଆୟୋଗ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଯଦି ମହିଳା ଜଣଙ୍କ ଏକୁଟିଆ ମନ୍ଦିର ଯାଇ ନଥାନ୍ତେ ତାହେଲେ ଏଭଳି ଘଟଣା ଘଟି ନଥାନ୍ତା । ଏହା ସହ ଚନ୍ଦ୍ରମୁଖୀ ଦେବି କହିଛନ୍ତି କି ‘ମୁଁ ବାରମ୍ବାର ମହିଳା ମାନଙ୍କୁ କହୁଛି ଯେ ସେମାନେ ସଂନ୍ଧ୍ୟା ସମୟରେ କୌଣସି ସ୍ଥାନକୁ ଯାଆନ୍ତୁ ନାହିଁ ’

ଚନ୍ଦ୍ରମୁଖୀ ଦେବୀଙ୍କର ଏଭଳି ବୟାନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଷ୍ଟ୍ରୀୟ ମହିଳା ଆୟୋଗ ପ୍ରମୁଖ ରେଖା ଶର୍ମା ଏହା ଉପରେ ସଫେଇ ଦେଇ କହିଛନ୍ତି କି ଏହା ରାଷ୍ଟ୍ରୀୟ ମହିଳା ଆୟୋଗର ରାୟ ନୁହେଁ । ରାଷ୍ଟ୍ରୀୟ ମହିଳା ଆୟୋଗ ଏଭଳି ବୟାନକୁ କଡା ନିନ୍ଦା କରୁଛି    । ଏହା ସହ ଶର୍ମା ଅନ୍ୟ ଏକ ଟ୍ୱିଟ୍ ପୋଷ୍ଟରେ ଲେଖିଛନ୍ତି କି ‘ମୁଁ ଜାଣିପାରୁ ନାହିଁ ଯେ, ମହିଳା ଆୟୋଗର ସଦସ୍ୟ କାହିଁକି ଓ କେଉଁ ପରିସ୍ଥିିତିରେ ଏଭଳି ବୟାନ ଦେଇଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ମହିଳା ମାନଙ୍କୁ ଏତିକି ସ୍ୱାଧିନତା ମିଳିଛି କି ସେ ତାଙ୍କ ଇଚ୍ଛାନୁସାରେ କେଉଁଠି କି କେତେବେଳେ ବି ଯାଇ ପାରିବେ । ଏହା ରାଷ୍ଟ୍ରର ଦାୟିତ୍ୱ କି ମହିଳା ମାନଙ୍କୁ ସବୁ ସ୍ଥାନରେ ସୁରକ୍ଷା ଦେବା ’ ।
ଅନ୍ୟପଟେ ପୋଷ୍ଟମର୍ଟମ ପରେ ବନ୍ଦାୟୁଁ ହସ୍ପିଟାଲର ମୁଖ୍ୟ ଚିକିତ୍ସକ ଯଶପାଲ ସିଂ କହିଛନ୍ତି କି ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଛି । ଏହାପରେ ତାଙ୍କ ବାମ ଗୋଡକୁ ଭାଙ୍ଗି ଦିଆଯାଇଛି । ଏଥିରେ ମହିଳା ଜଣଙ୍କର ମୃତ୍ୟୁ ନହେବାରୁ ତାଙ୍କ ଗୁପ୍ତାଙ୍ଗରେ ଲୁହା ଛଡ ଭର୍ତ୍ତି କରି ତାଙ୍କୁ ହତ୍ୟା କରାଯାଇଛି ।

ଦେଶରେ ମହିଳା ମାନଙ୍କୁ ନ୍ୟାୟ ଦେବାକୁ ବା ନ୍ୟାୟ ପାଇବାରେ ସହାୟତା କରିବାକୁ ସରକାର ମହିଳା କମିଶନ ଗଠନ କରିଛନ୍ତି । ହେଲେ ମହିଳା କମିଶନର ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଦେଇଥିବା ବୟାନକୁ ଆପଣ ମାନେ ନଜର କଲେ ଯାହା ଜଣାପଡୁଛି ଏହା ମହିଳା କମିଶନଙ୍କ ବୟାନ ନୁହେଁ, ଏହା ସରକାରୀ ଭାଷା ।

from Kanak News
via <a href="https://ifttt.com/?

କରୋନା କାଳରେ ଭୁଷୁଡି ପଡିଥିବା ଅର୍ଥନୀତିର ସୁଧାର ପାଇଁ ଆଜି ବରିଷ୍ଠ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ ନୀତି ପକ୍ଷରୁ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଦେଶର ଅର୍ଥନୀତି ଏବେ ନିମ୍ନଗାମୀ ରହିଛି । ବଜାର ଠାରୁ ବ୍ୟାଙ୍କ୍, କ୍ଷୁଦ୍ର ଶିଳ୍ପ ଠାରୁ ଆରମ୍ଭ କରି ଦିନ ମଜୁରୀଆ । ସମସ୍ତଙ୍କ ଉପରେ କରୋନା ମହାମାରୀର ପ୍ରଭାବ ଦେଖିବାକୁ ମିଳିଛି । ଗୋଟେ ପଟେ ପ୍ରତିଟି ଲୋକର ରୋଜଗାର କମିଥିବା ବେଳେ ବଜାର ଦର ଏବେ ହୁ ହୁ ହୋଇ ବଢିଚାଲିଛି । କରୋନା ମହାମାରୀ ପାଇଁ ସରକାର ରାଜକୋଷରୁ ସହାୟତା ଦେଇ ଦେଇ ଏବେ ରାଜକୋଷ ଖାଲି ହେବାକୁ ବସିଛି । ଫଳରେ ଦେଶର ଅର୍ଥନୀତି ଏବେ ପୁରା ମାନ୍ଦାବସ୍ଥା ଦେଇ ଗତି କରୁଛି ।

ଏସବୁର ସମାଧାନ କିଭଳି ହୋଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ଆଜି ଦେଶର ବରିଷ୍ଠ ଅର୍ଥନୀତିଜ୍ଞ ମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ଲୋକଙ୍କ ଆୟ ବୃଦ୍ଧି କରିବା ଓ ପୁଣିଥରେ ଅର୍ଥନୀତିକୁ କିଭଳି ସ୍ୱାଭାବିକ କରାଯାଇ ପାରିବ ସେ ନେଇ ଆଜି ଆୟୋଜିତ ହେବାକୁ ଥିବା ଆଲୋଚନାରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେବେ । କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର, ସିଇଓ ଅମିତାଭ କାନ୍ତ ମଧ୍ୟ ଯୋଗ ଦେବେ । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୫% କୁ କମିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି । ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଏବଂ ୱାର୍ଲଡ ବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ଯଥାକ୍ରମେ ୧୦.୩% ଏବଂ ୯.୬ % ଖସିବ ନେଇ ଅନୁମାନ କରିଛନ୍ତି । ଦ୍ୱିତୀୟ ତୈମାସରେ ଦେଶର ଜିଡିପି ୭.୫% ଖସିଛି । ୨୦୧୯-୨୦ ରେ ଦେଶର ଅଭିବୃଦ୍ଧି ୪.୨ % ରହିଛି । ଏସବୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏହାର ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

from Kanak News
via <a href="https://ifttt.com/?

ଖୋଲିଲା ଧବଳେଶ୍ୱର ପୀଠ : କରୋନା କଟକଣା ମଧ୍ୟରେ ପୂଜକ ପରିବାର କରୁଛନ୍ତି ଦର୍ଶନ

କନକ ବ୍ୟୁରୋ : ଖୋଲିଲା ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ପୀଠ । କୋଭିଡ ନିୟମ ପାଳନ କରି ଦର୍ଶନ କରିବାକୁ ନିର୍ଦ୍ଦେଶ ରହିଛି । ଆଜିଠାରୁ ମନ୍ଦିର ଖୋଲିଥିବା ବେଳେ ଆଜି ପ୍ରଥମ ଦିନରେ ମନ୍ଦିର ପୂଜକ ଓ ତାଙ୍କ ପରିବାର ଦର୍ଶନ କରୁଛନ୍ତି । ସେହିପରି ଆସନ୍ତାକାଲି ଶନିବାର ଓ ରବିବାର ଦିନ ସ୍ଥାନୀୟ ମଂଚେଶ୍ୱର ପଂଚାୟତ ବାସୀ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ।

ଏହାପରେ ଅନ୍ୟାନ୍ୟ ଲୋକେ ଦର୍ଶନ କରିପାରିବେ । କରୋନା କଟକଣା ମଧ୍ୟରେ ପୂଜକ ପରିବାର ଆଜି ଦର୍ଶନ କରୁଛନ୍ତି । ୧୧ତାରିଖରୁ ସର୍ବସାଧାରଣଙ୍କୁ ମିଳିବ ପ୍ରବେଶ ଅନୁମତି । କରୋନା ମହାମାରୀ ଯୋଗୁଁ ୧୦ମାସ ହେଲା ବନ୍ଦ ରହିଥିଲା ମନ୍ଦିର । ଆଠଗଡ ଉପଜିଲ୍ଲାପାଳ ଓ ପୂଜକ ସମିତିର ନିଷ୍ପତି କ୍ରମେ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଛି । ଆଜି ରାତି ୪ଟାରୁ ପହଡ ଖୋଲାଯାଇ ସ୍ନାନ ଓ ମଙ୍ଗଳ ଆରତି ପରେ ଦର୍ଶନ ନିମନ୍ତେ ସୁଯୋଗ ଦିଆଯାଇଛି ।

from Kanak News
via <a href="https://ifttt.com/?

ସବୁ ପ୍ରେକ୍ଷାଳୟରୁ ଉଠିବ ପରଦା : ମଞ୍ଚକୁ ଫେରିବେ କଳାକାର; ଜମିବ ଆସର

କନକ ବ୍ୟୁରୋ : ମଞ୍ଚରୁ ପୁଣି ଗୁଞ୍ଜରିତ ହେବ ନୂପୁରର ରୁଣୁଝୁଣୁ ଶବ୍ଦ। ନାଟକର ଦମ୍‌ଦାର୍‌ ସଂଳାପ ଶୁଭିବ। ଶାସ୍ତ୍ରୀୟ ସଙ୍ଗୀତର ସୁମଧୁର ସ୍ବର ମନ ମୋହିବ। କଳାକାର ପୁଣି ମଞ୍ଚ ଫେରି ପାଇବେ। ପରଦା ପଛର ନାୟକମାନେ ରୋଜଗାର ପାଇ ମୁଖ୍ୟସ୍ରୋତକୁ ଫେରିବେ। ୯ ମାସ ଧରି ଶୂନଶାନ୍‌ ପ୍ରେକ୍ଷାଳୟ ପୁଣି ଦର୍ଶକ ଓ ଶ୍ରୋତାଙ୍କ ଭିଡ଼ରେ କୋଳାହଳମୟ ହେବ। କାରଣ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ସହରର ସମସ୍ତ ପ୍ରେକ୍ଷାଳୟ। ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସମସ୍ତ ପ୍ରେକ୍ଷାଳୟଗୁଡ଼ିକର ଅନ୍‌ଲାଇନ୍‌ ବୁକିଂ ଆରମ୍ଭ ହୋଇଗଲାଣି। ବିଭାଗ ଅଧୀନରେ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପରେ ଏବେ ପୁଣି ସଂଧ୍ୟାରେ ସାଂସ୍କୃତିକ ଆସର ଜମିବ। ସାହିତ୍ୟ ଆଳାପ ହେବ ଆଉ ସଭା ସମିତି ଆୟୋଜନ ହୋଇ ବନ୍ଧୁମିଳନ ହୋଇପାରିବ।

ସେହିଭଳି ସିନେପ୍ରେମୀଙ୍କ ପାଇଁ ମଧ୍ୟ ଖୁସି ଖବର । ୯ ମାସ ଧରି ସିନେମା ହଲ୍‌ରେ ତାଲା ଝୁଲିବା ପରେ ପାତ୍ରପଡ଼ାସ୍ଥିତ ଡିଏନ୍‌ ରେଗାଲିଆ ମଲ୍‌ ଓ ପାହାଳସ୍ଥିତ ସିମ୍ଫୋନି ମଲ୍‌ର ଆଇନକ୍ସ ଖୋଲିବ। ଏଥିସହ ଆସନ୍ତା ୧୦ ତାରିଖରେ ଭୁବନେଶ୍ବର ଭବାନୀ ମଲ୍‌ ଓ କଟକ ଏସ୍‌ଜିବିଏଲ୍‌ ସ୍କୋୟାର ମଲ୍‌ର ଆଇନକ୍ସ ଖୋଲିବ। ତେବେ ସିନେମା ହଲ୍‌ ଖୋଲିବା ନେଇ ଏସ୍‌ଆର୍‌ସି ଜାରି କରିଥିବା ସମସ୍ତ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯିବ ବୋଲି ଆଇନକ୍ସ କର୍ତୃପକ୍ଷ ସୂଚନା ଦେଇଛନ୍ତି ।

ରାଜ୍ୟରେ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ଆଦି ମଣ୍ଡପକୁ ପ୍ରସ୍ତୁତ କରାଯାଇଛି। ବର୍ଷକୁ ପ୍ରାୟ ପ୍ରତି ଦିନ ମଣ୍ଡପଗୁଡ଼ିକର ବୁକିଂ ରହୁଥିବ‌ା ବେଳେ ଏହାକୁ ଅଧିକ ସ୍ବଚ୍ଛ ଓ ଡିଜିଟାଇଜେସନ୍‌ କରିବା ପାଇଁ ବିଭାଗ ପକ୍ଷରୁ ମଣ୍ଡପଗୁଡ଼ିକର ଅନ୍‌ଲାଇନ୍‌ ବୁକିଂ ଯୋଜନା ପ୍ରସ୍ତୁତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ମଣ୍ଡପଗୁଡ଼ିକର ଅନ୍‌ଲାଇନ୍‌ ସଂରକ୍ଷଣ ନିମନ୍ତେ ୨୦୧୯ ଅକ୍ଟୋବରରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ସହ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଅନ୍‌ଲାଇନ୍‌ ବୁକିଂ ହେବା ଫଳରେ ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ମାର୍ଗଦର୍ଶିକା ସମ୍ପୂର୍ଣ୍ଣ ଫଳପ୍ରଦ ହୋଇପାରିବ। ସଂସ୍କୃତି ବିଭାଗ ବୈଷୟିକ ଉପଯୋଗ ଉପରେ ଗୁରୁତ୍ବ ଦେଉଥିବାରୁ ବିଭାଗ ଅଧୀନ ମଣ୍ଡପଗୁଡ଼ିକର ସଂରକ୍ଷଣ ଓ ଦେୟ ପ୍ରଦାନ ଅବାଧରେ ହୋଇପାରିବ ବୋଲି ଏହାର ମୂଳ ଉଦ୍ଦେଶ୍ୟ ଥିଲା। ସବୁ ସ୍ଥିର ହେବା ପରେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗ ଜୋର୍‌ସୋର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା। କିନ୍ତୁ କରୋନା ମହାମାରୀ ଓ ତତ୍‌ଜନିତ କଟକଣା ଯୋଗୁଁ ମଣ୍ଡପଗୁଡ଼ିକର ବୁକିଂ ବନ୍ଦ ହୋଇଗଲା ।

ଏବେ କଟକଣା କୋହଳ ହେବା ସହ ମଣ୍ଡପଗୁଡ଼ିକ ଖୋଲିବା ନେଇ ଆଶା ସୃଷ୍ଟି ହୋଇଯାଇଛି। ଏଣୁ ଏସବୁ ମଣ୍ଡପର ବୁକିଂ ଆରମ୍ଭ ହୋଇଯାଇଛି। କିନ୍ତୁ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆର୍‌ସି)ଙ୍କ ଗାଇଡ୍‌ଲାଇନ୍‌କୁ ଆଧାର କରି ସଂସ୍କୃତି ବିଭାଗ ଖୁବ୍‌ ଶୀଘ୍ର ଏନେଇ ସାନି ଏସ୍‌ଓପି ଜାରି କରିବ। କିନ୍ତୁ ଏସ୍‌ଆର୍‌ସିଙ୍କ କଡ଼ା ନିର୍ଦ୍ଦେଶ ଅନୁଯାୟୀ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ। ଏଥିସହ ରବୀନ୍ଦ୍ର ମଣ୍ଡପରେ ୮୦୦ ସିଟ୍‌ ରହିଥିଲେ ବି ଗାଇଡ୍‌ଲାଇନ୍‌ ଅନୁଯାୟୀ ଏଠାରେ ସର୍ବାଧିକ ୨୦୦ ଲୋକ ହିଁ ଏକାଠି ହୋଇପାରିବେ। ପୁଣି ନିୟମ ଅନୁଯାୟୀ ଗୋଟିଏ ସିଟ୍‌ ଛାଡ଼ି ପରବର୍ତୀ ସିଟ୍‌ରେ ବସିବାର ବ୍ୟବସ୍ଥା କରାଯିବ। ଅନ୍ତତଃ ପକ୍ଷେ ଜା‌ନୁଆରିରେ ଏହି କଟକଣା ଜାରି ରହିବ। ଫେବ୍ରୁଆରି ପାଇଁ ନୂଆ ଏସ୍‌ଓପି ଜାରି ହେଲେ ତଦନୁଯାୟୀ କଟକଣାରେ ପରିବର୍ତ୍ତନ କରାଯିବ।

କେମିତି କରିବେ ବୁକିଂ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପରେ ବୁକ୍‌ କରିବାକୁ ହେଲେ https://ift.tt/3bjswsT ପୋର୍ଟାଲ ଖୋଲିବାକୁ ହେବ। ଏହାପରେ ଖୋଲିଥିବା ପୃଷ୍ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଯାଇ ଏହାକୁ କ୍ଲିକ୍‌ କରିବେ। କ୍ଲିକ୍ କ‌ଲେ ତଳେ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ଆଦି ୩ ଟି ଅପ୍‌ସନ୍‌ ଆସି‌ବ। ଏଥିରେ ନିଜ ପସନ୍ଦ ମୁତାବକ ମଣ୍ଡପରେ କ୍ଲିକ୍‌ କରି ନିଜ ଫୋନ୍‌ ନମ୍ବର ଓ ମେଲ୍‌ ଆଇଡି ଦ୍ବାରା ନିଜ ନାମ କିମ୍ବା ଅନୁଷ୍ଠାନ ନାମ ପଞ୍ଜୀକରଣ କରିପାରିବେ। ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ଭଡ଼ା ଅପରିବର୍ତ୍ତିତ ରହିଛି।

ନାଟକ ସହ ୨୦ରୁ ଖୋଲିବ ରବୀନ୍ଦ୍ର ମଣ୍ଡପ
ଦୀର୍ଘ ସାଢ଼େ ୯ ମାସ ପରେ ରବୀନ୍ଦ୍ର ମଣ୍ଡପରେ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗତମାସରେ ୨ଟି ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ବି ଏଯାଏ ଘରୋଇ ସଂସ୍ଥାକୁ ଅନୁମତି ମିଳିନଥିଲା। ତେବେ ଏବେ ଅନ୍‌ଲାଇନ୍‌ ବୁକିଂ ଆରମ୍ଭ ହେବା ପରେ ୨୦ ତାରିଖରେ ରାଜ୍ୟର ଅନ୍ୟତମ ନାଟ୍ୟ ସଂସ୍ଥା ‘ଅଭିନୟ ଜାଗୃତି ନାଟ୍ୟାନୁଷ୍ଠାନ (ଅଜିତ୍‌)’ ପକ୍ଷରୁ ନାଟକ ସଂଧ୍ୟା ଅନୁଷ୍ଠିତ ହେବ। ପ୍ରଥମେ ଅଜିତ୍‌ ନାଟ୍ୟାନୁଷ୍ଠାନ ପକ୍ଷରୁ ବୁକିଂ କରାଯାଇଥିଲେ ବି ସେମାନଙ୍କର ବୁକିଂ ‌ତ‌ାରିଖ ୨୦ ଜାନୁଆରିକୁ ରହିଛି। ଯଦି ଏହା ପୂର୍ବରୁ କେହି କାର୍ଯ୍ୟକ୍ରମ କରିବାକୁ ଚାହିବେ ତେବେ କରିପାରିବେ ବୋଲି ରବୀନ୍ଦ୍ରମଣ୍ଡପର ତତ୍ତ୍ବାବଧାରକ ପ୍ରମୋଦ ବିଶ୍ବାଳ କହିଛନ୍ତି।

୧୫ ପରେ ଖୋଲିବ ଜୟଦେବ ଭବନ
ଅନ୍ୟପଟେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ଥିବା ଜୟଦେବ ଭବନ ଓ ଗୀତଗୋବିନ୍ଦ ସଦନ ବି ଆସନ୍ତା ୧୫ ତାରିଖ ପରଠାରୁ ଖୋଲିବ ବୋଲି ଜୟଦେବ ଭବନର ମ୍ୟାନେଜର ଭବାନୀ ଶଙ୍କର ଭୂୟାଁ ସୂଚନା ଦେଇଛନ୍ତି। ଆସନ୍ତା ୧୩ ତାରିଖରେ ବିଭାଗ ପକ୍ଷରୁ ଏକ ଜୟନ୍ତୀ ସମାରୋହ ସହ ଜୟଦେବ ଭବନ ଖୋଲିବକୁ ଯୋଜନା ହେଉଛି। ଏହାପରେ ୧୫ ତାରିଖ ପରଠାରୁ ବିଭିନ୍ନ ଘରୋଇ ଅନୁଷ୍ଠାନର କାର୍ଯ୍ୟକ୍ରମ ପାଇଁ ବୁକିଂ ଆରମ୍ଭ ହୋଇଯିବ। ଜୟଦେବ ଭବନର ଚିରାଫଟା ସିଟ୍‌କୁ ନେଇ ଅନେକ ସମୟ‌ରେ ଅଭିଯୋଗ ଆସୁଥିବା ‌ବେଳେ ପୂରା ଜୟଦେବ ଭବନର ନବୀକରଣ କରାଯାଇଛି। ସିଟ୍‌ଠାରୁ ଆରମ୍ଭ କରି ମଞ୍ଚ, ଅତିଥି ପ୍ରକୋଷ୍ଠ ଆଦିକୁ କରୋନା ସମୟରେ ନବୀକରଣ କରାଯାଇଛି। ଆଗ ଭଳି ଭଡ଼ା ଅପରିବର୍ତ୍ତିତ ରହିବ। ଗୀତଗୋବିନ୍ଦ ସଦନ ବି ସେହିଭଳି ହେବ। ସୂଚନ‌ାଯୋଗ୍ୟ, ଗୀତଗୋବିନ୍ଦ ସଦନରେ କରୋନା ସମୟରେ ଅନେକ ସରକାରୀ ସାମ୍ବାଦିକ ସମ୍ମିଳନୀ ଚାଲୁ ରହିଥିଲା। ଖୁବ୍‌ ଶୀଘ୍ର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହା ଅଧୀନସ୍ଥ ଦୁଇ ମଣ୍ଡପ ଖୋଲିବା ନେଇ ଏସ୍‌ଓପି ଜାରି ହେବ।

from Kanak News
via <a href="https://ifttt.com/?

ଓଡ଼ିଶାରେ ପୋଷାକ ଉତ୍ପାଦନ ପାଇଁ ‘ଏମ୍‌ଜିଏମ୍‌’ର ବଡ଼ ଯୋଜନା : ପଙ୍କଜ ଲୋଚନ ମହାନ୍ତିଙ୍କ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ଖଣି, ଧାତବ ବ୍ୟବସାୟ ଏବଂ କ୍ରୀଡ଼ା ଭିତରେ ସେଭଳି କୌଣସି ସିଧାସଳଖ ସମ୍ପର୍କ ନାହିଁ। ଏହା ସତ୍ତ୍ବେ ଏହି ଦୁଇ କ୍ଷେତ୍ର ସହ ଜଡ଼ିତ ରହି ବେଶ୍‌ ସୁନାମ ଅର୍ଜନ କରିଛନ୍ତି ଏମ୍‌ଜିଏମ୍‌ ମିନେରାଲ୍‌ସ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ଓଡ଼ିଶା କ୍ରିକେଟ ସଂଘର ସଭାପତି ପଙ୍କଜ ଲୋଚନ ମହାନ୍ତି। ନିଜ ସଂସ୍ଥାର ଭବିଷ୍ୟତ ଯୋଜନା ଏବଂ ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି…

ଲୁହାପଥର, ମାଙ୍ଗାନିଜ ଖଣିର ସ୍ଥିତି କିଭଳି ରହିଛି?
ଆମର ବାର୍ଷିକ ୧.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଲୁହାପଥର ଖଣି ରହିଛି। ଆମେ ଗୁଣାତ୍ମକ ଲୁହାପଥର ଉତ୍ପାଦନ କରୁଛୁ। ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ ତରଫରୁ ଏହାକୁ ୪-ତାରକା ରେଟିଂ ଦିଆଯାଇଛି ଏବଂ ଏହି ଖଣିକୁ ଆଇଏସ୍‌ଓ ୪୫୦୦୧:୨୦୧୮, ଆଇଏସ୍‌ଓ ୯୦୦୧:୨୦୧୫, ଆଇଏସ୍‌ଓ ୧୪୦୦୧: ୨୦୧୫ ମାନ୍ୟତା ମିଳିଛି।

ଏମ୍‌ଜିଏମ୍‌ର ଢେଙ୍କାନାଳ ସ୍ଥିତ ଇସ୍ପାତ କାରଖାନା ସମ୍ପ୍ରସାରଣ ପାଇଁ କିଛି ଯୋଜନା ଅଛି କି?
ଢେଙ୍କାନାଳର ନିମିଢ଼ା ଠାରେ ଆମେ ୩୫୦ ଟନ୍ କ୍ଷମତା ବିଶିଷ୍ଟ ସ୍ପଞ୍ଜ ଆଇରନ୍ ଓ ୮ ମେଗାୱାଟ୍ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିଛୁ। ଆମେ ‌୦.୨୫ ନିୟୁତ ଟନ୍ ଇସ୍ପାତ ଟିଏମ୍‌ଟି ରଡ୍ ଓ ଓୟାର ରଡ୍ ଉତ୍ପାଦନ କରିବା ଲାଗି ୧୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ଦେଇ ଏହି କାରଖାନାକୁ ଏକ ମିନି ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ରୂପାନ୍ତରିତ କରୁଛୁ।

ସୌର ଓ ପବନ ଶକ୍ତି ପ୍ରକଳ୍ପକୁ ନେଇ କ’ଣ ଯୋଜନା ରଖିଛନ୍ତି?
ଆମ କଂପାନି ୧୦ ମେଗାୱାଟ୍‌ର ଏକ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି। ଏଥି ସହିତ ଏକ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରୁଛୁ ଯେଉଁଥିରେ ୧୦୦୦ରୁ ଅଧିକ ମହିଳାଙ୍କୁ ନିଯୁକ୍ତି ମିଳିବ। ବୟନ କ୍ଷେତ୍ରକୁ ନେଇ ଆମର ବଡ଼ ଯୋଜନା ରହିଛି। ଭଦ୍ରକ ବୟନ ପାର୍କରେ ମଧ୍ୟ ଆମେ ନୂଆ ୟୁନିଟ୍ ସ୍ଥାପନ କରିବୁ। ବୌଦ୍ଧ‌ରେ ଏକ ଇଥାନଲ୍ କାରଖାନା ବସାଇବାକୁ ଆମ କଂପାନି ଯୋଜନା ରଖିଛି।

ହାଇ-ଟେକ୍ ଉଦ୍ୟାନ କୃଷି ଓ କୃଷି ପ୍ରକ୍ରିୟାକରଣ କ୍ଷେତ୍ରରେ ଏମ୍‌ଜିଏମ୍‌ ସକ୍ରିୟ ରହିଛି। ଏହି କ୍ଷେତ୍ରକୁ ନେଇ କ’ଣ ଯୋଜନା ରଖିଛନ୍ତି?
ଆମର ଏକ ସହଯୋଗୀ କଂପାନି ପନିପରିବା ପ୍ରକ୍ରିୟାକରଣ, ବିଭିନ୍ନ ଅନୁଷ୍ଠାନକୁ ପ୍ରକ୍ରିୟାକରଣ ହୋଇଥିବା ପନିପରିବା ଯୋଗାଣ ଏବଂ ଅନ୍‌ଲାଇନ୍‌ରେ ପନିପରିବା ବିକ୍ରି କରି ୨୦୧୩ ପରଠାରୁ ଚାଷୀଙ୍କୁ ଗ୍ରାହକଙ୍କ ସହିତ ଯୋଡ଼ିଛି।

ଆପଣଙ୍କୁ କାହିଁକି ‘ସଙ୍କଟ ସମୟର ବଦାନ୍ୟ ବ୍ୟକ୍ତି’ କୁହାଯାଉଛି? ଏହା ପଛର କାରଣ କ’ଣ?
ଲୋକମାନଙ୍କୁ ଜରୁରୀ ଏବଂ ସଙ୍କଟ ସମୟରେ ସାହାଯ୍ୟ କରିବା ହେଉଛି ମୋର ଏକ ଝୁଙ୍କ୍‌। ଏହା ଆପେ ହୋଇଯାଏ। ଲୋକମାନଙ୍କୁ ସାହାଯ୍ୟ କରିବାରେ ମୁଁ ଆନନ୍ଦ ଓ ସନ୍ତୁଷ୍ଟି ପାଇଥାଏ। ମୁଁ ଭାବୁଛି ଏହା ମୋ ପ୍ରତି ଭଗବାନଙ୍କ ବରଦାନ।

ଆପଣ ଜଣେ ସଂସ୍କୃତି ପ୍ରେମୀ। ସଂସ୍କୃତିକୁ ଏଭଳି ଭଲ ପାଇବା ପଛର କାରଣ କ’ଣ?
ଇତିହାସ କହୁଛି ଆମ ରାଜ୍ୟର ସଂସ୍କୃତି ଓ ଐତିହ୍ୟ ସମୃଦ୍ଧ ଥିଲା ଯାହା ଆମର ପ୍ରାଚୀନ ମନ୍ଦିରଗୁଡ଼ିକରେ ଦୃଶ୍ୟମାନ ହେଉଛି। ସେଥିପାଇଁ ଆମେ ଆମର ସଂସ୍କୃତି ଓ ଐତିହ୍ୟକୁ ରାଜ୍ୟ ଓ ଦେଶ ବାହାରେ ପ୍ରସାର କରିବାକୁ ନିଷ୍ପତ୍ତି ନେଇଛୁ। ମୁଁ ବ୍ୟକ୍ତିଗତ ଭା‌ବେ ରାଜ୍ୟର ବିଭିନ୍ନ ସ‌ାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଅଛି।

ଓଡ଼ିଶା ଟି-୨୦ କ୍ରିକେଟ୍‌ ଲିଗ୍‌ ଆପଣଙ୍କର ଏକ ଅଭିଯାନ। ଏହା କିଭଳି ଚାଲିଛି?
ଆମ କଂପାନି ହେଉଛି ଓଡ଼ିଶା ଟି-୨୦ କ୍ରିକେଟ୍‌ ଲିଗ୍‌ର ଟାଇଟଲ୍‌ ପ୍ରାୟୋଜକ। ଟିସିଏମ୍‌ ସହଯୋଗରେ ଓଡ଼ିଶା କ୍ରିକେଟ୍ ସଂଘ ତରଫରୁ ଏହାକୁ ଆୟୋଜନ କରାଯାଉଛି। ନିଜର ପ୍ରତିଭା ପ୍ରଦର୍ଶନ କରିବା ଏବଂ ରାଜ୍ୟ ତଥା ଦେଶ ପାଇଁ ଖେଳିବା ସୁଯୋଗ ପାଇବା ଲାଗି ଯୁବ କ୍ରିକେଟ୍ ଖେଳାଳିଙ୍କ ପାଇଁ ଏହା ଏକ ଶ୍ରେଷ୍ଠ ମଂଚ। ଏକ ଫ୍ୟାନ୍‌କୋଡ୍ ଆପ୍‌ ଜରିଆରେ ଲୋକମାନେ ମ୍ୟାଚ୍‌ଗୁଡ଼ିକୁ ଦେଖୁଛନ୍ତି।

ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ଆପଣ ଆଉ କ’ଣ ଯୋଜନା ରଖିଛନ୍ତି?
ଆମ କଂପାନି ରାଜ୍ୟରେ ଏକ ‌କ୍ରୀଡ଼ା ଏକାଡେମି ସ୍ଥାପନ କରିବାକୁ ଚାହୁଛି ଯେଉଁଥିପାଇଁ ଜମି ଅଧିଗ୍ରହଣ କରିବା ପ୍ରକ୍ରିୟାରେ ରହିଛୁ। ଯୁବ ପ୍ରତିଭାବାନମାନଙ୍କୁ ଚୟନ କରି ଏଠାରେ ଉଦୀୟମାନ କ୍ରୀଡ଼ାବିତ୍‌ ଭାବେ ସମୃଦ୍ଧ କରାଯିବ ଓ ସେମାନେ ଦେଶର ପ୍ରତିନିଧିତ୍ବ କରିବେ।

ରାଜ୍ୟର ବିକାଶ ପାଇଁ ଏମ୍‌ଜିଏମ୍‌ର ପ୍ରମୁଖ ସିଏସ୍‌ଆର୍‌ କାର୍ଯ୍ୟକ୍ରମଗୁଡ଼ିକ କ’ଣ?
ଆମ କଂପାନି ଆଇଆଇଟି ଭୁବନେଶ୍ବରରେ ଏମ୍‌ଜିଏମ୍‌ ଚେୟାର ପ୍ରଫେସର ଇନ୍ ମାଇନିଂ ଆଣ୍ଡ୍‌ ମେଟାଲ୍ ଇଞ୍ଜିନିୟରିଂ ସ୍ଥାପନ କରିଛି। ବିଭିନ୍ନ କ୍ରୀଡ଼ା ଏବଂ ସାଂସ୍କୃତିକ ସଂଗଠନଗୁଡ଼ିକୁ ଆମ ସଂସ୍ଥା ସହାୟତା ଦେଉଛି। ଆମେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ନିୟମିତ ସହାୟତା ଦେଉଛୁ। ଭୁବନେଶ୍ବର ଆଖପାଖରେ ଏକ କାର୍ଡିଆକ୍ ଓ ନ୍ୟୁରୋ ହସ୍ପିଟାଲ୍ ସ୍ଥାପନ କରିବା ଯୋଜନା ଅଛି।

ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଆମ ଦେଶର ଅନ୍ୟତମ ଲୋକପ୍ରିୟ ଗଣମାଧ୍ୟମ ସଂସ୍ଥା ସମ୍ବାଦର ଏହା ଏକ ଶ୍ରେଷ୍ଠ ଅଭିଯାନ। ଓଡ଼ିଶାର ଏହି ଧରଣର ବ୍ରାଣ୍ଡିଂ ନିଶ୍ଚିତ ରୂପେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟକୁ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବ। ରାଜ୍ୟ ପାଇଁ ଉତ୍ତମ ସ୍ବୀକୃତି ଆଣିବା ଲାଗି ଏଭଳି ଅଭିଯାନ ହାତକୁ ନେଇଥିବାରୁ ମୁଁ ଦେଶର ଖ୍ୟାତିସମ୍ପନ୍ନ ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି।

from Kanak News
via <a href="https://ifttt.com/?

କୋଭିଡ୍‌ଠାରୁ ବାୟୁ ପ୍ରଦୂଷଣ ଅଧିକ ଘାତକ : ୨୦୧୯ରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ

କନକ ବ୍ୟୁରୋ : କରୋନା ମହାମାରୀ ଅପେକ୍ଷା ଭାରତୀୟଙ୍କ ପାଇଁ ବାୟୁ ପ୍ରଦୂଷଣ ଅଧିକ ଘାତକ ସାବ୍ୟସ୍ତ ହୋଇଛି । ୨୦୧୯ରେ ପ୍ରଦୂଷଣ ଯୋଗୁଁ ଦେଶରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ୨୦୨୦ରେ କୋଭିଡ୍‌ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ବେଳେ ଏହାଠାରୁ ଅନେକ ଗୁଣରେ ଅଧିକ ମୃତ୍ୟୁ କେବଳ ବାୟୁ ପ୍ରଦୂଷଣ ଯୋଗୁଁ ହେଉଛି ବୋଲି ଲାନସେଟ୍‌ ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ।

ବାୟୁ ପ୍ରଦୂଷଣ ଯୋଗୁଁ ହୋଇଥିବା ମୃତ୍ୟୁରୁ ୩୨.୫ ପ୍ରତିଶତ ଫୁସ୍‌ଫୁସ୍‌ ସଂକ୍ରମଣ ଯୋଗୁଁ ହୋଇଥିବା ବେଳେ, ହୃଦ୍‌ରୋଗଜନିତ ମୃତ୍ୟୁ ୨୯.୨ ପ୍ରତିଶତ, ହୃଦ୍‌ଘାତ ମୃତ୍ୟୁ ୧୬.୨ ପ୍ରତିଶତ ଏବଂ ଶ୍ବାସକ୍ରିୟାରେ ସଂକ୍ରମଣ ଯୋଗୁଁ ୧୧.୨ ପ୍ରତିଶତ ମୃତ୍ୟୁ ହୋଇଛି।ଦେଶରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ପ୍ରଦୂଷଣଜନିତ ମୃତ୍ୟୁ ୫୦ ପ୍ରତିଶତରୁ ଅଧିକ ରହିଛି। ଉତ୍ତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ୩,୪୯,୯୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧,୩୯,୧୧୮, ବିହାରରେ ୧,୨୬,୪୬୦, ପଶ୍ଚିମବଙ୍ଗରେ ୧,୨୨,୮୩୩, ରାଜସ୍ଥାନରେ ୧,୧୩,୩୬୧ ଜଣଙ୍କ ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ହୋଇଛି।

ତେବେ ୨୦୧୯ରେ ଦେଶରେ ମୋଟ୍‌ ୧୬,୬୭,୩୩୧ ଜଣଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ହୋଇଛି । ଭାରତର ସମସ୍ତ ରାଜ୍ୟରେ ବାୟୁ ପ୍ରଦୂଷଣ ଯୋଗୁଁ ଏହାର କୁପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି। ଦେଶରେ ବହୁ ସଂଖ୍ୟାରେ ଧୂମ୍ରପାନ କରୁନଥିବା ଲୋକେ ମଧ୍ୟ ଫୁସ୍‌ଫୁସ୍‌ ସଂକ୍ରମଣର ଶିକାର ହେଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। କୋଭିଡ୍‌ ମୃତ୍ୟୁକୁ ନେଇ ସବୁସ୍ତରରେ ଆତଙ୍କ ଦେଖିବାକୁ ମିଳୁଥିବା ବେଳେ ଅସଲରେ ଏହାଠାରୁ ଅଧିକ ଭୟାନକ ସାଜିଛି ବାୟୁ ପ୍ରଦୂଷଣ ।

from Kanak News
via <a href="https://ifttt.com/?

ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ପାନ ଦୋକାନ କରି ପେଟ ପୋଷୁଥିବା ଗରିବ ବାପା ପାଇଁ ପୁଅର ଚିକିିିତ୍ସା ସାତ ସପନ; ଏବେ ସରକାରୀ ସହାୟତାକୁ ଅପେକ୍ଷା 

କନକ ବ୍ୟୁରୋ : ପୁଅ ପାଇଁ ୭ ବର୍ଷର ସଂଗ୍ରାମ ଫେଲ ମାରିବା ପରେ ଏବେ ନିଶ୍ବ ହୋଇଯାଇଛନ୍ତି ମା ଓ ବାପା । ବାପା ଜଣେ ଗରିବ ଖଟିଖିଆ ପାନ ଦୋକାନୀ ହୋଇଥିବା ବେଳେ, ଏକମାତ୍ର ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ମେଡିକାଲ ଦୌଡି ଦୌଡି ସବୁ ଅର୍ଥ ଖର୍ଚ ହୋଇଯିବା ପରେ ଏବେ ଏକମାତ୍ର ଭରସା ସରକାର । ସରକାର ଗୁହାରୀ ଶୁଣିଲେ ଦିବ୍ୟ ପାଇବ ନୂଆ ଜୀବନ । ଏଭଳି ଏକ ଖବର ଆସିଛି କଟକ ଜିଲ୍ଲା ନିଆଳି ଜଲାରପୁର ଗାଁରୁ ।

ପୁଅ ପାଇଁ ମାର ଆକୁଳ ନିବେଦନ । କଟକ ନିଆଳି ଜଲାରପୁରର ଦିପ୍ତିରଂଜନ ରାଉତ ପ୍ରଜ୍ଞାପରମିତା ରାଉତଙ୍କ ଏକମାତ୍ର ପୁଅ ଦିବ୍ୟଜ୍ୟୋତି ରାଉତ । ବୟସ-୧୦ ବର୍ଷ ,ତୃତୀୟ ଶ୍ରେଣୀର ଛାତ୍ର । ଦିବ୍ୟଙ୍କ କଅଁଳ ଦେହରେ ଭରିଯାଇଛି ଅନେକ ଦୁଃଖ ! ପାଠ ପଢିବାକୁ ଇଛା, ଭଲ ମଣିଷଟେ ହେବାକୁ ସ୍ବପ୍ନ.ହେଲେ ଭାଗ୍ୟ ସାଥି ଦେଉନି । ନିଷ୍ପାପ ଶିଶୁକୁ ଆକ୍ରନ୍ତ କରୁଛି ଡିଏମଡି ରୋଗ ! ଅସ୍ବାଭାବିକ ଆଚରଣ କରୁ୍‌ଥିବା ପୁଅ ପାଇଁ ବ୍ୟଥିତ ହୋଇ ପଡିଛନ୍ତି ବାପା ମାଆ । ଏ ରୋଗ କଣ …. କଣ ହୋଇ ପାରେ ଏହାର ଭୟାବହତା..ତାହ କେବଳ ଡାକ୍ତରମାନେ ଜାଣନ୍ତି…ହେଲେ ଦିବ୍ୟଜ୍ୟୋତିକୁ ଭଲ କରିବା ପାଇଁ ଏ ମେଡିକାଲରୁ ସେ ମେଡିକାଲ ଘୁରି ବୁଲୁଛନ୍ତି ବାପା ମାଆ ।

ଏପରି ସ୍ଥିତିରେ ଦିବ୍ୟଜ୍ୟୋତିଙ୍କ ପରିବାର ସାଥିରେ ସାମିଲ ହୋଇଛି କନକ ନ୍ୟୁଜ । ଅ।ମ ପ୍ରତିନିଧୀ ଦିବ୍ୟଜ୍ୟୋତିକୁ ନେଇ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରାମର୍ଶ କରିଥିଲେ । ଡାକ୍ତର ଯାହା କହିଲେ ତାହା ତାଜୁବ କରିଦେଲା ଭଳି, ଡି.ଏମ୍.ଡି ଏକ ବିରଳ ରୋଗ ଯାହାର ଚିକିତ୍ସା ଅନେକ ଅର୍ଥର ଆବଶ୍ୟକ, ଯାହା ଯୋଗାଡ କରିବା ଦିବ୍ୟ ଜ୍ୟୋତିଙ୍କ ପରିବାର ପାଇଁ ଅସମର୍ଥ.ଏପରି ସ୍ଥିତିରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟ ମନ୍ତ୍ରୀକୁ ସହାୟତା ପାଇଁ ନିବେଦନ କରିଛନ୍ତି ଦିବ୍ୟଜ୍ୟୋତିଙ୍କ ପରିବାର ଓ ଗ୍ରାମବାସୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started