ମୃତ୍ୟୁ ଆସେ ଏମିତି : ମର୍ଣ୍ଣିଂ ୱାର୍କ ବେଳେ ଯୁବତୀଙ୍କ ଉପରେ ଚଢିଗଲା ଟ୍ରକ; ଘଟଣାସ୍ଥଳରେ ହିଁ ମୃତ୍ୟୁ

କନକ ବ୍ୟୁରୋ : ମୃତ୍ୟୁ ଆସେ ଏମିତି । ମର୍ଣ୍ଣିଂ ୱାର୍କ ବେଳେ ଯାଜପୁର ସଦର ଥାନା କେତକିଆ ଛକ ନିକଟରେ ଜଣେ ଯୁବତୀଙ୍କ ଉପରେ ଚଢିଯାଇଛି ଟ୍ରକ । ମୃତ ଯୁବତୀ ହେଲେ ବରୁହାଁ ଗାଁର ବର୍ଷାରାଣୀ ଜେନା । ବର୍ଷାରାଣୀ ସାଙ୍ଗଙ୍କ ସହିତ ମର୍ଣ୍ଣିଂ ୱାର୍କରେ ଯାଇଥିଲେ । ସେହି ସମୟରେ ‘ଚିପ୍‌ସ୍‌’ ନେଇ ଆସୁଥିବା ‘ଓଆର୍‌-୦୪ଏଚ୍‌-୭୨୭୪’ ନମ୍ବରଧାରୀ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲ।

କିନ୍ତୁ, ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ବର୍ଷାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର୍‌ ଓ ହେଲ୍‌ପର୍‌ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣାସ୍ଥଳରେ କାଠଗଡ଼ ପକାଇ ଉତ୍ତେଜିତ ଲୋକେ ରାସ୍ତାରୋକ କରିଛନ୍ତି। ସଦର ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରାଉଛନ୍ତି।

from Kanak News
via <a href="https://ifttt.com/?

ସମୟ ପୂର୍ବରୁ ଯାଇପାରେ ଟ୍ରମ୍ପଙ୍କ ପଦ : ୨୫ତମ ସମ୍ବିିଧାନ ସଂଶୋଧନ ଜରିଆରେ ହୋଇପାରେ କାର୍ଯ୍ୟାନୁଷ୍ଠାନ; ଆସିପାରେ ମହାଅଭିଯୋଗ

କନକ ବ୍ୟୁରୋ : ବ୍ୟାପକ ହିଂସାକାଣ୍ଡ ଭିତରେ ଆମେରିକାରେ ଟ୍ରମ୍ପ ଯୁଗର ରକ୍ତାକ୍ତ ଅବସାନ ଘଟିଛି । ଜାନୁଆରି ୨୦ ତାରିଖରେ ଜୋ-ବାଇଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ତେବେ ଆମେରିକାର ଚଳିତ ନିର୍ବାଚନ, ଆମେରିକାର ଗଣତାନ୍ତ୍ରିକ ଇତିହାସରେ ଏକ ଅପଖ୍ୟାତିର କଳା ଦାଗ ଲଗାଇ ଦେଇଛି । ଟ୍ରମ୍ପ ନିଜ ପରାଜୟକୁ ଶେଷ ପର୍ଯ୍ୟନ୍ତ ଅସ୍ୱୀକାର କରି କ୍ଷମତା ଜାବୁଡି ଧରିବାର ଅପପ୍ରୟାସ କରିଥିଲେ ।

ବୁଧବାର ଦିନ ଆମେରିକାର ସଂସଦ, କ୍ୟାପିଟଲ୍ ବିଲ୍ଡିଂକୁ କବଜା କରିବାକୁ ଉଦ୍ୟମ କରିଥିଲେ ଟ୍ରମ୍ପଙ୍କ ସମର୍ଥକ । ଯେଉଁ ରକ୍ତାକ୍ତ ହିଂସାକାଣ୍ଡ ଘଟିଲା, ସେଥିରେ ୪ ଜଣଙ୍କ ଜୀବନ ଯାଇଛି । ଏହି ଘଟଣା ପରେ ଫେସ୍ବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ ଏବଂ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବା ଅତିକମରେ ଆସନ୍ତା ୨ ସପ୍ତାହ ଯାଏଁ ପ୍ରେସିଡେଂଟ ଟ୍ରମ୍ପ ଆଉ ଫେସବୁକ୍ ଓ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସେପଟେ ସମୟ ପୂର୍ବର ଯାଇପାରେ ଡୋନାଲ୍ଡ ଟ୍ରମ୍ପଙ୍କ ପଦ । ଆମେରିକା ସଂସଦର ବାଚସ୍ପତି ଓ କେତେକ ସାଂସଦ ୨୫ତମ ସମ୍ବିିଧାନ ସଂଶୋଧନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏବଂ ଏପରି ନହେଲେ କାର୍ଯ୍ୟାନୁଷ୍ଠାନ ମହାଭିଯୋଗ ପ୍ରସ୍ତାବ ଆସିପାରେ ।

from Kanak News
via <a href="https://ifttt.com/?

ଆଜିିଠାରୁ ଖୋଲିଲା ସ୍କୁଲ : ସ୍କୁଲ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ, ଗୋଟିଏ ଶ୍ରେଣୀରେ ବସିବେ ୨୦ରୁ ୨୫ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଆଜିଠୁ କୋଭିଡ ଗାଇଡଲାଇନକୁ ପାଳନ କରି ଖୋଲିଛି ସ୍କୁଲ, କଲେଜ । ସ୍କୁଲ ଗୁଡିକରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯାଇଛି । ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତ ସାନିଟାଇଜ କରିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଆଜି ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟ ଓ କଲେଜ ଗୁଡିକରେ ଜୋରସୋରରେ ସାନିଟାଇଜ କରାଯାଇଥିଲା । ଶ୍ରେଣୀ ଗୃହକୁ ସଫା ସୁତୁରା କରାଯାଇଛି । ଛାତ୍ରଛାତ୍ରୀ ବସିବାକୁ ଥିବା ବେଂଚ ଡେସ୍କରେ ସାନିଟାଇଜ କରାଯାଇଛି । ସରକାରଙ୍କ ଅନୁମତି ପରେ ଖୋଲିଛି ବିଦ୍ୟାଳୟ ଓ କଲେଜ । ଭୁବନେଶ୍ୱର ସ୍ଥିତ ୟୁନିଟ ୯ ଗର୍ଲସ ହାଇସ୍କୁଲ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ।

କୋଭିଡ ଗାଇଡଲାଇନ ପାଳନ କରି ଆଜିଠାରୁ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଛି । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବା ପାଇଁ କୁହାଯାଇଛି । ଶ୍ରେଣୀ ଗୃହରେ ପିଲାଙ୍କ ମଧ୍ୟରେ ସାମଜିକ ଦୂରତା ରକ୍ଷା କରାଯିବା ଉପରେ ବି ଗୁରୁତ୍ୱ ଦିଆଯାଇଛି । ଶ୍ରେଣୀଗୃହକୁ ପ୍ରତିଦିନ ସାନିଟାଇଜ କରାଯିବ । ସ୍କୁଲ କାନ୍ଥରେ କୋଭିଡ ଗାଇଡଲାଇନ ପୋଷ୍ଟର ଲଗାଯାଇଛି । ସେପଟେ କଲେଜରେ ମଧ୍ୟ ପିଲାଙ୍କ ଭିତରେ ଗ୍ରୁପ ଓ ସେକ୍ସନ କରାଯାଇଛି ।

from Kanak News
via <a href="https://ifttt.com/?

ସ୍କୁଲ ଫି’ ଛାଡକୁ ନେଇ ଖୁବ୍ ଶୀଘ୍ର ଆସିପାରେ ଚୁଡାନ୍ତ ନିଷ୍ପତ୍ତି : ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ହୋଇଥିବା ପ୍ରସ୍ତାବକୁ ହାଇକୋର୍ଟଙ୍କ ଗୁରୁତ୍ୱ

କନକ ବ୍ୟୁରୋ : ସ୍କୁଲ ଫି’ ଛାଡକୁ ନେଇ ଖୁବ୍ ଶୀଘ୍ର ଆସିପାରେ ଚୁଡାନ୍ତ ନିଷ୍ପତ୍ତି । ହାଇକୋର୍ଟରେ ଚାଲିଥିବା ଏହି ମାମଲାର ଶୁଣାଣି ସରିଥିବା ବେଳେ ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ହୋଇଥିବା ପ୍ରସ୍ତାବକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ସ୍କୁଲ ଅଭିଭାବକ ସଂଘ, ଘରୋଇ ସ୍କୁଲ ସଂଘ, ମାମଲାର ଆବେଦନକାରୀ ଏବଂ ଗଣଶିକ୍ଷା ବିଭାଗର ମିଳିତ ବୈଠକରେ ସ୍କୁଲ ଫି’ର କିଛି ଅଂଶ ଛାଡ଼ ନେଇ ସୁପାରିଶ କରାଯାଇଥିଲା । ଏହି ସୁପାରିଶ ଅନୁସାରେ- ୬ ହଜାରରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି’ ଉପରେ ୭.୫% ।

୧୨ ହଜାରରୁ ୨୪ ହଜାର ପର୍ଯନ୍ତ ୧୨ ପ୍ରତିଶତ । ୨୪ ହଜାରରୁ ୪୮ ହାଜର ପର୍ଯ୍ୟନ୍ତ ୧୫%, ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଏବଂ ଏହା ପରେ ୨୬% ଟିଉସନ୍ ଫି ଛାଡ଼ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହା ସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରାନଯାଇ ସ୍ଥିତି ଦେଖି ନିଆଯିବ । ହଷ୍ଟେଲ ଫି’ ୩୦% ଛାଡ଼ କରାଯିବ । ଆକ୍ଟିଭିଟି ଫି’, ଲଣ୍ଡ୍ରିଂ ଫି’, ଏକ୍ସଟରନାଲ ଏକ୍ଜାମ୍ ଫି’, ୟୁନିଫର୍ମ ଫି’, ରିଆଡ୍ମିସନ୍ ଫି’ ଆନୁଆଲ ଫି’, ଡେଭେଲପମେଂଟ ଫି’ ଏହି ମହାମାରୀ ସମୟରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ନିଆଯିବ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଏସମ୍ପର୍ତିକ ଏମ୍ଓୟୁ ସପକ୍ଷରେ ସରକାର ମତ ରଖିଥିବା ବେଳେ ଡିଏଭି ସ୍କୁଲ ଜୋନ୍-୧ ଏବଂ ଆଇସିଏସ୍ଇ ସ୍କୁଲ ସଂଘ ଭିନ୍ନ ମତ ରଖିଛନ୍ତି । ଅଭିଭାବକ ସଂଘ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିବ ବେଳେ କେତେକ ଘରୋଇ ସ୍କୁଲ ସଂଘ ଏହାକୁ ବିରୋଧ କରିଛନ୍ତି । ସ୍କୁଲ ଫି’ ଛାଡ଼ ମାମଲାର ଶୁଣାଣି ହାଇକୋର୍ଟରେ ସରିଥିବା ବେଳେ ଚୁଡ଼ାନ୍ତ ରାୟକୁ ଅଭିଭାବକମାନେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ।

from Kanak News
via <a href="https://ifttt.com/?

ଆଜିଠୁ ସିନେମା ହଲ ଖୋଲିବା ପାଇଁ ହଲ ମାଲିକଙ୍କ ଜୋରଦାର ପ୍ରସ୍ତୁତି : ସାନିଟାଇଜ କରାଗଲା ପ୍ରେକ୍ଷାଳୟ; ବସିବା ବ୍ୟବସ୍ଥା କଲେ ହଲ କର୍ତ୍ତୃପକ୍ଷ

କନକ ବ୍ୟୁରୋ : ଆଜି ଠାରୁ ରାଜ୍ୟର ବିଭିନ୍ନ ସିନେମା ହଲ ଗୁଡିକ ଖୋଲିବ । ତେବେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରାଯିବ । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଭଳି ନିୟମକୁ ମାନିବାକୁ ପଡିବ ଦର୍ଶକମାନଙ୍କୁ । ହଲ ଖୋଲିବା ପୂର୍ବରୁ ସିନେମା ହଲ ଗୁଡିକୁ ସାନିଟାଇଜ କରାଯାଇଛି । ଗୋଟିଏ ସିଟ ଛାଡି ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।

କାରଣ ସରକାରଙ୍କ ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ ଚାଲିବା ନେଇ ଅନୁମତି ରହିଛି । ହଲ ନିକଟରେ ଅଯଥା ଗହଳି ନକରି ଅନଲାଇନ ଟିକେଟ ବୁକିଂକୁ ଗୁରୁତ୍ୱ ଦିଆଯାଇଛି । ଆଶା କରାଯାଉଛି ସିନେମା ହଲ କର୍ତୃପକ୍ଷ କୋଭିଡ ସମ୍ପର୍କିତ ବିଜ୍ଞାପନ ମଧ୍ୟ ଚଲାଇବେ । ହଲ ଭିତରକୁ କୌଣସି ପ୍ରକାରର ଖାଦ୍ୟ ପଦାର୍ଥ ନେବା ଉପରେ ମଧ୍ୟ କଟକଣା ରହିଛି । ଗୋଟିଏ ସୋ ସରିବା ମାତ୍ରେ ହଲକୁ ସାନିଟାଇଜ କରାଯିବ ପରବର୍ତ୍ତୀ ସୋ ଆରମ୍ଭ କରିବା ପାଇଁ ଯୋଜନା ରହିଛି । ଇଏ ହେଉଛି ଭୁବନେଶ୍ୱର କେଶରୀ ହଲର ଦୃଶ୍ୟ । ଯେଉଁଠାରେ ଦର୍ଶକଙ୍କ ବସିବା ପାଇଁ ସିଟ ଆରେଂଜମେଂଟ କରାସରିଛି ।

from Kanak News
via <a href="https://ifttt.com/?

ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବସିବ ଅଷ୍ଟମ ପର୍ଯ୍ୟାୟ ବୈଠକ : ନିଷ୍କର୍ସ ନ ବାହାରିଲେ ୨୬ ତାରିଖରେ ହେବ ଟ୍ରାକ୍ଟର ପରେଡ; ଚେତାବନୀ ଦେଲେ କୃଷକ ସଂଗଠନ

କନକ ବ୍ୟୁରୋ : ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ । ବୈଠକରୁ ନିଷ୍କର୍ସ ନ ବାହାରିଲେ ୨୬ ତାରିଖ ଦିନ ଟ୍ରାକ୍ଟର ପରେଡର ଚେତାବନୀ ଦେଇଛନ୍ତି କୃଷକ ସଂଗଠନ । ଆଉ ଏହାର ମଙ୍ଗ ଧରିବେ ମହିଳା । ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ହରିୟାଣା ଓ ଗାଜିଆବାଦ ପୁଲିସ ଏଥିପାଇଁ ଆଡଭାଇ ଜାରି କରିଛି । ଏହାପୂର୍ବରୁ ଚାଷୀମାନେ ବଡ ପ୍ରଦର୍ଶନ କରିଛନ୍ତି ।

ଏଥର ମହିଳା ଚାଷୀ ଟ୍ରାକ୍ଟର ରାଲିରେ ବାହାରି ଦିଲ୍ଲୀକୁ ଘେରିବାକୁ ବାହାରି ପଡିଛନ୍ତି । ସବୁଆଡୁ ଚୀଷୀ ଆନ୍ଦୋଳନରେ ସାମିଲ ହେବାକୁ ହଜାର ହଜାର ଟ୍ରାକ୍ଟର ବାହାରିଛି । ଚାଷୀ ଆନ୍ଦୋଳନ ୪୩ ଦିନରେ ପଂହଚିଥିବାବେଳେ ଟ୍ରାକ୍ଟର ରାଲି ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଚାଷୀ । ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ନାହିଁ । ନୂଆ କୃଷି ଆଇନକୁ ପ୍ରତ୍ୟାହର ଓ ଏମଏସପିକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ ।

from Kanak News
via <a href="https://ifttt.com/?

ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ହେବ ଡ୍ରାଏ ରନ : ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ହେବାକୁ ଯାଉଛି ଡ୍ରାଏ ରନ

କନକ ବ୍ୟୁରୋ : ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଡ୍ରାଏ ରନ ହେବ । ଟିକାକୁ ନେଇ ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଆଜି ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ହେବାକୁ ଯାଉଛି ଡ୍ରାଏ ରନ । ଯେଉଁ ସ୍ଥାନରେ ଟିକାକରଣ ହେବ ଯଦି ସେହି ସମୟରେ କିଛି ବ୍ୟକ୍ତିଙ୍କ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦିଏ, କେମିତି ପ୍ରସ୍ତୁତ ରହିବେ ସେ ନେଇ ଆଲୋଚନା କରାଯାଇଛି ।

ସେଥିପାଇଁ ଟିକାକରଣ କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ଏଇଏଫଆଇ କିଟ୍ ରଖାଯିବ । ଟିକାକରଣ ପରେ ସମସ୍ୟା ଦେଖାଦେଲେ, ତାହାର ମୁକାବିଲା ପାଇଁ ଏହି କିଟ୍ରେ ଇଂଜେକସନ ଓ ମେଡିସିନ କିଟ ରହିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟ୍ରେନିଂ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ଜିଲ୍ଲାରେ ଡ୍ରାଏ ରନ ହୋଇଛି । ଆଜି ପ୍ରତି ଜିଲ୍ଲାର ୩ଟି କେନ୍ଦ୍ରରେ ଡ୍ରାଏ ରନ କରାଯିବ । ଗୋଟିଏ ପିଏଚସି ଓ ସିଏଚସି ଏବଂ ମେଡିକାଲ କଲେଜରେ ଟିକାକରଣର ପୂର୍ବାଭ୍ୟାସ କରାଯିବ ।

from Kanak News
via <a href="https://ifttt.com/?

ଆଜିିଠାରୁ ଖୋଲିବ ସ୍କୁଲ : କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା

କନକ ବ୍ୟୁରୋ : ଆଜିଠୁ କୋଭିଡ ଗାଇଡଲାଇନକୁ ପାଳନ କରି ଖୋଲିବାକୁ ଯାଉଛି ସ୍କୁଲ, କଲେଜ । ଏଥିପାଇଁ ବିଦ୍ୟାଳୟ ଓ କଲେଜ ଗୁଡିକରେ ଜୋରସୋରରେ ସାନିଟାଇଜ କରାଯାଇଛି । ଶ୍ରେଣୀ ଗୃହକୁ ସଫା ସୁତୁରା କରାଯାଇଛି । ଛାତ୍ରଛାତ୍ରୀ ବସିବାକୁ ଥିବା ବେଂଚ ଡେସ୍କରେ ସାନିଟାଇଜ କରାଯାଉଛି । ପିଲା ଅଧିକ ଚଳପ୍ରଚଳ ହେଉଥିବା ସ୍ଥାନ ଗୁଡିକୁ ସାନିଟାଇଜ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ସରକାରଙ୍କ ଅନୁମତି ପରେ ଦୀର୍ଘ ୮ ମାସ ପରେ ଖୋଲିବାକୁ ଯାଉଛି ବିଦ୍ୟାଳୟ ଓ କଲେଜ । ଭୁବନେଶ୍ୱର ସ୍ଥିତ ୟୁନିଟ ୯ ଗର୍ଲସ ହାଇସ୍କୁଲ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ  ।

କୋଭିଡ ଗାଇଡଲାଇନ ପାଳନ କରି ବିଦ୍ୟାଳୟରେ ପାଠପଢା ହେବ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ । ଶ୍ରେଣୀ ଗୃହରେ ପିଲାଙ୍କ ମଧ୍ୟରେ ସାମଜିକ ଦୂରତା ରକ୍ଷା କରାଯିବ । ସ୍କୁଲ ପ୍ରବେଶ ପଥରେ ହ୍ୟାଣ୍ଡ ୱାସ ରହିବ । ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନଂ କରାଯିବ । ଶ୍ରେଣୀଗୃହକୁ ପ୍ରତିଦିନ ସାନିଟାଇଜ କରାଯିବ । ସ୍କୁଲ କାନ୍ଥରେ କୋଭିଡ ଗାଇଡଲାଇନ ପୋଷ୍ଟର ଲଗାଯାଇଛି । ସେପଟେ କଲେଜରେ ମଧ୍ୟ ପିଲାଙ୍କ ଭିତରେ ଗ୍ରୁପ ଓ ସେକ୍ସନ କରାଯାଇଛି । ସକାଳ ୮ଟା ୧୫ରୁ ଅପରାହ୍ନ ୪ଟା ଯାଏଁ କଲେଜ ଖୋଲା ରହିବ । ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ  ଶହେ ଦିନ ଭିତରେ ସିଲାବସ ସାରିବାକୁ ଅଧ୍ୟାପକଙ୍କ ଆଗରେ ଟାର୍ଗେଟ ରହିଛି ।

from Kanak News
via <a href="https://ifttt.com/?

ନେତା-ମନ୍ତ୍ରୀ ନେବେ କି ଟୀକା ? ଟୀକା ନେଇ ଦ୍ୱନ୍ଦ୍ୱରେ ନେତା । କଂଗ୍ରେସ ବିଧାୟକ କହିଲେ, ପ୍ରଥମେ ନିଅନ୍ତୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଓଡ଼ିଶାକୁ ଟିକା ଆସିବ । ଟିକାକରଣ ପାଇଁ ସବୁ କିଛି ପ୍ରସ୍ତୁତି ବି ସରିଛି । ଆଉ ଯେତେବେଳେ ପ୍ରଶ୍ନ କରାଯାଉଛି, ଆପଣ ଟିକା ନେବେ ନା ନାହିଁ, ନେତାଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । କରୋନା ଟିକାକୁ ନେଇ ସାରା ବିଶ୍ୱ ସନ୍ଦେହ କରୁଛି ବୋଲି କହିବା ସହ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଟିକା ନିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ସମାନ ଢ଼ଙ୍ଗରେ ଟିକାକୁ ନେଇ କହିଛନ୍ତି ଯେ, ଟିକା ଆସିଲେ ଚିନ୍ତା କରିବୁ ।

କଂଗ୍ରେସ ବିଧାୟକଙ୍କ ଏହି ବୟାନରୁ ଯେଉଁ କଥାଟି ସ୍ପଷ୍ଟ ବାରି ହେଉଛି, ତାହା ହେଉଛି ଟିକାକୁ ନେଇ ସନ୍ଦେହ । ଟିକାକୁ ନେଇ ସାରା ଦେଶରେ ଉତ୍ସାହ ଥିବା ବେଳେ ଟିକାକରଣକୁ ନେଇ ବିଧାୟକ ସୁର ରାଉତରାୟଙ୍କ ସନ୍ଦେହ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରୁଛି । କଂଗ୍ରେସ ବିଧାୟକ କହୁଛନ୍ତି, ପ୍ରଥମେ ପ୍ରଧାନମନ୍ତ୍ରୀ, ଦ୍ୱିତୀୟରେ ମୁଖ୍ୟମନ୍ତ୍ରୀ, ତୃତୀୟରେ ତାଙ୍କୁ ଟିକା ଦେବା ପରେ ସ୍ୱାସ୍ଥ୍ୟକର୍ମୀ ଏବଂ ସର୍ବସାଧାରଣଙ୍କୁ ଦିଆଯାଉ ।

କେବଳ ଯେ ସୁର ରାଉରତରାୟ ଟିକାକୁ ନେଇ ଭିନ୍ନମତ ରଖୁଛନ୍ତି ତାହା ନୁହେଁ, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ନିଜେ ଟିକା ନେବା କଥାକୁ ଏଡାଇ ଯାଇଛନ୍ତି । ଆପଣ ଟିକା ଆସିଲେ ନେବେ କି ବୋଲି ପ୍ରଶ୍ନ କରାଯିବାରୁ ମନ୍ତ୍ରୀ ଉତ୍ତରରେ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଆସିନି, ଆସିଲେ ଚିନ୍ତା କରିବୁ । ସମାନ ଢ଼ଙ୍ଗରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଟିକା ଆସୁ ତା’ପରେ ଦେଖିବା ।

ଏସବୁ ଭିତରେ ଆଶ୍ୱସ୍ତିକର ବୟାନଟିଏ ଦେଇଛନ୍ତି ପରିବହନ ମନ୍ତ୍ରୀ । ଟିକାକୁ ନେଇ ଭୟଭୀତ ହେବାର କ’ଣ ଅଛି । ସମସ୍ତେ ନେବେ ଆମେ ବି ନେବୁ । କାରଣ, ବିଭିନ୍ନ ପର୍ୟ୍ୟାୟରେ ଟିକା ପରୀକ୍ଷଣ ହୋଇ ଆସୁଛି, ଅସୁବିଧା କ’ଣ?
ବଡ଼ କଥା ହେଉଛି ଟିକାକୁ ନେଇ ସନ୍ଦେହ ଓ ରାଜନୈତିକ ବୟାନବାଜୀ, ସେବେଠୁ ଆରମ୍ଭ ହୋଇଗଲାଣି, ଯେବେଠୁ ଭାରତରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । କଂଗ୍ରେସ ନେତା ଶଶୀ ଥରରୁ ଏହା ପୂର୍ବରୁ କହିଥିଲେ, କୋଭାକ୍ସିନର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ କରି ନଥିବା ବେଳେ ଟିକାକୁ ଅନୁମତି ଦେବା ବିପଦପୂର୍ଣ୍ଣ ହୋଇପାରେ ।

ସମାନ ଢଙ୍ଗରେ ସନ୍ଦେହ କରିବା ସହ କଂଗ୍ରେସ ନେତା ମିଲିନ୍ଦ ଦୋରା କହିଛନ୍ତି-ସାଧାରଣ ଜନତାଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ସାମ୍ନାକୁ ଆସିବା ଆବଶ୍ୟକ । ଜୟରାମ ରମେଶ କହିଛନ୍ତି-କୋଭାକ୍ସିନ୍ ଟିକା କ୍ଷେତ୍ରରେ ଅର୍ନ୍ତଜାତୀୟ ପ୍ରଟୋକଲର ଉଲଂଘନ ହୋଇଛି । ଆଉ ଏସବୁ ଭିତରେ ସୀମା ଟପି ଯାଇଥିଲା, ଯେତେବେଳେ ଅଖିଳେଶ ଯାଦବଙ୍କ ବୟାନ ଆସିଥିଲା ।

ଟିକାକୁ ନେଇ ଯେତେବେଳେ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଆଶାବାଦୀ ଅଛନ୍ତି, ଠିକ୍ ସେତିକି ବେଳେ ନେତାଙ୍କ ବୟାନବାଜୀ, ଏକ ବଡ଼ ଆହ୍ୱାନକୁ ଦିଗହରା କରିବାର ଆଶଙ୍କା ସୃଷ୍ଟି କରିଛି ।

from Kanak News
via <a href="https://ifttt.com/?

ଜବତ ହେଲା ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ । ବୋଲେରୋ ବାଇକ୍ ଜବତ, ୨ ଗିରଫ ।

କନକ ବ୍ୟୁରୋ : ମାଲକାନଗିରି ବନ ବିଭାଗକୁ ମିଳିଛି ବଡ ସଫଳତା । ଚୋରା କାଠ କାରବାର କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରା କାଠ ଚାଲାଣ କରୁଥିବା ଗାଡିକୁ ମଧ୍ୟ ଜବତ କରାଯାଇଛି । ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କୋରକୋଣ୍ଡା ଫରେଷ୍ଟର ରାଜେଶ କୁମାର ସେଠୀଙ୍କ ନେତୃତ୍ବରେ ଗତକାଲି ଏବଂ ଆଜି ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରାଯାଉଥିଲା । ତେବେ ଓଡି-୩୦ -୪୨୫୬ ବୋଲେରୋରେ ପ୍ରାୟ ୪୦ଟି ଟିକ ଏବଂ ବିଜା କାଠ ଚୋରା ଚାଲାଣ କରୁଥିବା ନେଇ ବନ ବିଭାଗକୁ ଖବର ମିଳିବା ପରେ ଚଢାଉ କରାଯାଇ ବୋଲେରୋକୁ ଅଟକା ଯାଇଥିଲା ।

ପ୍ରାୟ ୧ ଲକ୍ଷ ୨୦ ହଜାର ଟଂକାର କାଠ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । ଏଥିସହ ଏକ ବାଇକକୁ ମଧ୍ୟ ଜବତ କରାଯାଇଥିବା କୁହାଯାଇଛି । କାଠ ଚାଲାଣ କରୁଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ଏମଭି-୭ ଗ୍ରାମର କ୍ରିଷ୍ଣା ସମଦାର(୩୩), ଏବଂ ଏମଭି-୪୧ ଗ୍ରାମର ବିପୁଲ ଚକ୍ରବର୍ତ୍ତୀ(୩୭) । ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started