ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଗାଜିପୁରରୁ ପଲବଲ ଯାଏଁ ଟ୍ରାକ୍ଟର ରାଲିରେ ଚାଷୀଙ୍କ ଶକ୍ତି ପ୍ରଦର୍ଶନ, ୨୬ ଜାନୁଆରୀରେ ବିଶାଳ ଟ୍ରାକ୍ଟର ରାଲିର ମଙ୍ଗ ଧରିବେ ମହିଳା ।

କନକ ବ୍ୟୁରୋ : ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଗାଜିପୁରରୁ ପଲବଲ ଯାଏଁ ଟ୍ରାକ୍ଟର ରାଲି କରି ଚାଷୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ୨୬ ଜାନୁଆରୀରେ ବିଶାଳ ଟ୍ରାକ୍ଟର ରାଲି ହେବ ଯାହାର ମଙ୍ଗ ଧରିବେ ମହିଳା । ଆଜି ମଧ୍ୟ ମହିଳା ମାନେ ଟ୍ରାକ୍ଟର ରାଲିରେ ଆସି ଦିଲ୍ଲୀ ଘେରିବାକୁ ପ୍ରୟାସ କରିଛନ୍ତି ।

କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ପ୍ରବେଶ ପଥରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ଶକ୍ତି ପ୍ରଦର୍ଶନ । ଏଥର ମହିଳା ଚାଷୀ ଟ୍ରାକ୍ଟର ରାଲିରେ ବାହାରି ଦିଲ୍ଲୀକୁ ଘେରିବାକୁ ବାହାରି ପଡିଛନ୍ତି । ସବୁଆଡୁ ଚୀଷୀ ଆନ୍ଦୋଳନରେ ସାମିଲ ହେବାକୁ ହଜାର ହଜାର ଟ୍ରାକ୍ଟର ବାହାରିଛି । ସିଙ୍ଘୁ, ଟିକରି ଓ ଶାହଜାହନପୁର ସୀମାରୁ ଏହି ଟ୍ରାକ୍ଟର ରାଲି ବାହାରିଛି । ଟ୍ରାକ୍ଟର ରାଲି ଦିଲ୍ଲୀର କେଏମପି ଏକପ୍ରେସ ୱେକୁ ଆସିବା ପରେ ଚାଷୀମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ଦାବି ମାନିବା ଲାଗି ଏହାଦ୍ୱାରା ସରକାରଙ୍କୁ ସନ୍ଦେଶ ଦିଆଯିବ । ଶୁକ୍ରବାର ଦିନ ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ । ଏହାପୂର୍ବରୁ ଚାଷୀମାନେ ବଡ ପ୍ରଦର୍ଶନ କରିଛନ୍ତି ।

ଶୁକ୍ରବାର ଦିନ ବୈଠକରୁ ନିଷ୍କର୍ସ ନ ବାହାରିଲେ ୨୬ ତାରିଖ ଦିନ ଟ୍ରାକ୍ଟର ପରେଡର ଚେତାବନୀ ଦେଇଛନ୍ତି କୃଷକ ସଂଗଠନ । ଆଉ ଏହାର ମଙ୍ଗ ଧରିବେ ମହିଳା । ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ହରିୟାଣା ଓ ଗାଜିଆବାଦ ପୁଲିସ ଏଥିପାଇଁ ଆଡଭାଇଜରି ଜାରି କରିଛି । ଚାଷୀ ଆନ୍ଦୋଳନ ୪୩ ଦିନରେ ପଂହଚିଥିବାବେଳେ ଟ୍ରାକ୍ଟର ରାଲି ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଚାଷୀ ।

ଦିଲ୍ଲୀର ସିଂଘୁ, ଟିକିରି, ଗାଜିପୁର ସୀମାରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ସୀମାରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି । ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ନାହିଁ । ନୂଆ କୃଷି ଆଇନକୁ ପ୍ରତ୍ୟାହର ଓ ଏମଏସପିକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ । ଜାନୁଆରୀ ୮ତାରିଖ ଶୁକ୍ରବାର ଦିନ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ ।

from Kanak News
via <a href="https://ifttt.com/?

ଟୀକା ଆସୁଛି, କରୋନା ମାଡୁଛି… ଦେଶର ୪ ରାଜ୍ୟକୁ କେନ୍ଦ୍ରର କଡା ଚେତାବନୀ । ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: କରୋନା କଟକଣା ନେଇ ବଡ ଖବର । ୪ ରାଜ୍ୟକୁ କେନ୍ଦ୍ରର କଡା ଚିଠି । ଦେଶ କୋଭିଡ ଟିକାକରଣ ଆରମ୍ଭ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ୪ଟି ରାଜ୍ୟରେ ଅଚାନକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନେଇ ୪ଟି ରାଜ୍ୟକୁ ଚିଠି ଲେଖି ସତର୍କ ରହିବା ସହ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେହି ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, କେରଳ, ଛତିଶଗଡ ଓ ପଶ୍ଚିମବଙ୍ଗ ।

ତେବେ ଦେଶର ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟାର ୫୯ ପ୍ରତିଶତ ଆକ୍ରାନ୍ତ ଏହି ୪ ରାଜ୍ୟର ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏଥିସହ ୨୦୨୦ରୁ କୋଭିଡ ମୁକାବିଲା ପାଇଁ ଆରମ୍ଭ ହୋଇଥିବା ଟେଷ୍ଟ, ଟ୍ରାକ ଓ ଟ୍ରିଟ ରଣନୀତିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଭଳି କୋଭିଡ ମୁକାବିଲା ଗାଇଡ୍ଲାଇନ୍ ପାଳନ ପାଇଁ ଲୋକଙ୍କୁ ଅପିଲ କରିବାକୁ ୪ ରାଜ୍ୟର ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଦେଶ ଟିକାକରଣ ପାଇଁ ପ୍ରସ୍ତୁତ ହେଉଥିବାରୁ କୋଭିଡ ମୁକାବିଲାରେ ଆଦୌ ହେଳା ନହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

from Kanak News
via <a href="https://ifttt.com/?

ରକ୍ତାକ୍ତ ସଂଘର୍ଷ ଭିତରେ ଟ୍ରମ୍ପ ଶାସନର ଅବସାନ । ଶେଷରେ ହାର ମାନିଲେ ଟ୍ରମ୍ପ । କହିଲେ, ଜାନୁୟାରୀ ୨୦ରେ ହସ୍ତାନ୍ତର ହେବ କ୍ଷମତା ।

କନକ ବ୍ୟୁରୋ : ୨୦ ଜାନୁଆରୀ ୨୦୧୭ରୁ ୪୫ ତମ ରାଷ୍ଟ୍ରପତି ଭାବେ ଆମେରିକାର ଦାୟିତ୍ୱ ଗ୍ରହଣ କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଶାସନର ରକ୍ତାକ୍ତ ଅବସାନ ଘଟିଛି । ନିଜ ପରାଜୟକୁ ସ୍ୱୀକାର ନକରିବାରୁ ଶେଷରେ ରକ୍ତପାତ ଘଟିବା ସହ ୪ ଜଣଙ୍କ ମୁଣ୍ଡ ଗଡିଛି । ଜୋ ବାଇଡେନଙ୍କୁ ବିଧିବଦ୍ଧ ଭାବେ ନୂଆ ରାଷ୍ଟ୍ରପତି ଘୋଷଣା କରାଯାଇଛି । ଏହା ସହ ପରାଜୟ ସ୍ୱିକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକା କଂଗ୍ରେସ ଇଲେକ୍ଟୋରାଲ କଲେଜ ଭୋଟର ଫଳାଫଳ ମିଳିସାରିଛି । ଯେଉଁଥିରୁ ଜୋ ବାଇଡେନଙ୍କୁ ଅଧିକ ଭୋଟ ମିଳିଥିବା ସ୍ପଷ୍ଟ ହୋଇଛି । ଆମେରିକା କଂଗ୍ରେସର ଏହି ଘୋଷଣା ପରେ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ ।

ଜୋ-ବାଇଡେନଙ୍କୁ ଇଲେକ୍ଟୋରାଲ କଲେଜ୍ ଭୋଟ ବିଷୟରେ ଘୋଷଣା କରିବାକୁ ବୁଧବାର ଆମେରିକା କଂଗ୍ରେସ ଏକତ୍ରିତ ହୋଇଥିଲା । ଏହି ଖବର ଜଣାପଡିବା ପରେ ହଜାର ହଜାର ସଂଖ୍ୟାରେ ଟ୍ରମ୍ପ ସମର୍ଥକ ଆମେରିକାର ସଂସଦ ଭବନ କ୍ୟାପିଟଲକୁ ଯାଇ ରିପବ୍ଲିକାନ ପତାକା ଉତୋଳନ କରିବା ସହ ଭଙ୍ଗାରୁଜା କରିଥିଲେ । ତିନି ଘଂଟା ଧରି ହିଂସାକାଣ୍ଡ ଚାଲିବା ପରେ କଂଗ୍ରେସ ବାଇଡେନଙ୍କ ଇଲେକ୍ଟୋରାଲ କଲେଜ ବିଜୟ ପ୍ରମାଣ ପତ୍ର ଦେବା କାର୍ଯ୍ୟ ଆରମ୍ଭ କରିଥିଲା । ଅନେକ ସମୟ ଧରି ବିତର୍କ ଚାଲିଥିଲା । ବିତର୍କ ପରେ ହାଉସ ଏବଂ ସିନେଟ ବାଇଡେନଙ୍କ ସପକ୍ଷରେ ୩୦୬ ଭୋଟ ଏବଂ ଟ୍ରମ୍ପଙ୍କ ସପକ୍ଷରେ ୨୩୨ ଭୋଟ ପାଇଥିବା ଚୂଡାନ୍ତ ଇଲେକ୍ଟୋରାଲ କଲେଜ୍ ଭୋଟ ପ୍ରମାଣପତ୍ର ଦେଇଥିଲା ।

ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକା ସଂସଦ ଭବନ ଭିତରେ ପଶି ହିଂସାକାଣ୍ଡ ଘଟାଇବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଆମେରିକାର ବହୁ ସାଂସଦ ଓ ଗଭର୍ଣ୍ଣର । ଆମେରିକାର ସମ୍ବିଧାନକୁ ସଂଶୋଧନ କରି କିମ୍ବା ମହାଭିଯୋଗ ଆଣି ଟ୍ରମ୍ପଙ୍କୁ ପଦରୁ ହଟାଇବା ପାଇଁ ସେମାନେ ଦାବି କରିଛନ୍ତି ।

୪ ନଭେମ୍ବର ୨୦୨୦ । ନିଜକୁ ବିଜୟୀ ଘୋଷଣା କରିଥିଲେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ମତଗଣନା ଜାରି ରହିଥିଲା । ହେଲେ ଫଳାଫଳ ଆସିବା ଆଗରୁ ଏକ ନାଟକୀୟ ଘଟଣାକ୍ରମରେ ନିଜକୁ ବିଜୟୀ ଘୋଷଣା କରିଦେଇଥିଲେ ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପରିକି ଡେମୋକ୍ରାଟ ଦଳ ଭୋଟ୍ ଚୋରି କରୁଥିବା ଓ ଜାଲିଆତି କରି ବିଜୟୀ ହେବାକୁ ପ୍ରୟାସ କରୁଥିବା ଅଭିଯୋଗ ବାଢିଥିଲେ । ଦେଖନ୍ତୁ କ’ଣ ଅଭିଯୋଗ କରିଛନ୍ତି ଟ୍ରମ୍ପ ।

(ଆମେ ବିଜୟୀ ହେବାକୁ ଯାଉଛୁ । କହିବାକୁ ଗଲେ ଆମେ ଜିତି ସାରିଛୁ । ରିପବ୍ଲିକାନମାନେ ଏକ ବିରାଟ ଉତ୍ସବ ପାଳନ କରିବାକୁ ଯାଉଛନ୍ତି । ତେବେ ତତକ୍ଷଣାତ କିଛି ଅଘଟଣ ଘଟିଛି । ଆମେ ଏକାଧିକ ରାଜ୍ୟରେ ବିଜୟୀ ହୋଇଚାଲିଛୁ । ଏହା ଘୋଷଣା ହେବାର ଥିଲା । କିନ୍ତୁ ହଠାତ ସେଠାରେ ହେରଫେର ହୋଇଗଲା ।)

ଟ୍ରମ୍ପଙ୍କ ଏହି ବୟାନ ସାରା ଦେଶରେ ନିଆଁ ଲଗାଇ ଦେଇଥିଲା । କେଉଁଠି ତାଙ୍କ ସମର୍ଥକ ଆନ୍ଦୋଳନକୁ ଓହ୍ଲାଇଥିଲେ ତ ଆଉ କେଉଁଠି ତାଙ୍କ ବିରୋଧୀ ବିକ୍ଷୋଭ କରିଥିଲେ । ଏହା ବୁଧବାର ଉଗ୍ରରୂପ ଧାରଣ କରିଥିଲା । ଆଉ ହିଂସାକାଣ୍ଡ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଦରୁ ବହିଷ୍କାର ପାଇଁ ଜୋର ଧରିଥିଲା ଦାବି ।

ପରାଜୟକୁ ସ୍ୱୀକାର କଲେ ଟ୍ରମ୍ପ । ଫଳାଫଳକୁ ନେଇ ଅସନ୍ତୋଷ ବି ପ୍ରକାଶ କଲେ । ଆମେରିକା କଂଗ୍ରେସ ଦ୍ୱାରା ଜୋ-ବାଇଡେନଙ୍କୁ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଯିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ପରାଜୟକୁ ସ୍ୱୀକାର କରିଛନ୍ତି । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ସେ କହିଛନ୍ତି..

‘‘ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି । ଏକ ଐତିହାସିକ ରାଷ୍ଟ୍ରପତି ଯୁଗର ଅନ୍ତ ହେଲା । ନିର୍ବାଚନର ଏଭଳି ଫଳାଫଳକୁ ନେଇ ମୁଁ ସମ୍ପୂର୍ଣ୍ଣ ଅସହମତି ପ୍ରକାଶ କରୁଛି । ମାତ୍ର ମୁଁ ଜାନୁଆରି ୨୦ ତାରିଖରେ କ୍ଷମତାର ହସ୍ତାନ୍ତର କରିବି । ମୁଁ ସବୁବେଳେ କହିଛି ସଠିକ ଉପାୟରେ କିଭଳି ମତଦାନ ହୋଇପାରିବ, ତାହା ଉପରେ ପ୍ରୟାସ ଜାରି ରଖିବି ଓ ନିର୍ବାଚନର ଫଳାଫଳକୁ କିଭଳି ଭାବେ ସ୍ୱଚ୍ଛ କରିହେବ ସେନେଇ ଚେଷ୍ଟା କରିବି । ଏବେ ମୋର ପ୍ରଥମ ଓ ଐତିହାସିକ ରାଷ୍ଟ୍ରପତି କାର୍ଯ୍ୟକାଳର ଅନ୍ତ ଘଟିଲା । ଆମେରିକାକୁ ପୃଥିବୀର ଶ୍ରେଷ୍ଠ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ଏହା ମୋର ପ୍ରଥମ ପର୍ଯ୍ୟାୟ ପ୍ରୟାସ ।’’

from Kanak News
via <a href="https://ifttt.com/?

ଜରୁରୀ ସୂଚନା… ହ୍ୱାଟସଆପ ଆଣିଲା ନୂଆ ସର୍ତ୍ତ, ନ ମାନିଲେ ଆକାଉଣ୍ଟ ହୋଇଯିବ ଡିଲିଟ । ଜାଣନ୍ତୁ ପୂରା ଘଟଣା କଣ ?

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ କି ? ଏହି ପ୍ରଶ୍ନ ଉପରେ ପୁଣି ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଛି ହ୍ୱାଟସଆପର ପପଅପ୍ ମେସେଜ । ହ୍ୱାଟ୍ସଅପ ତାହାର ପ୍ରାଇଭେସୀ ଟର୍ମ ଓ ପଲିସି ବଦଳାଇବାକୁ ଯାଉଛି । ହ୍ୱାଟ୍ସଆପ ୟୁଜର୍ସ ବା ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟ ଫେସବୁକ ଓ ଫେସବୁକର ଅନ୍ୟ କଂପାନୀ ସହ ତଥ୍ୟ ସେୟାର କରିବ । ଏଣୁ ସମସ୍ତ ୟୁଜର୍ସଙ୍କୁ ପପଅପ୍ ମେସେଜ ପଠାଇ ଅନୁମତି ଲୋଡୁଛି । ଯଦି ଆପଣ ହ୍ୱାଟ୍ସଅପ ଚଳାଇବାକୁ ଚାହୁଁଛନ୍ତି ତାହେଲେ ତାହାର ସର୍ତରେ ରାଜି ହେବାକୁ ପଡିବ, ନହେଲେ ଆପଣଙ୍କୁ ହ୍ୱାଟ୍ସଅପ ଆକାଉଣ୍ଟ ଛାଡିବାକୁ ପଡିବ ।

ହ୍ୱାଟ୍ସଆପ ସବୁବେଳେ ଏହାର ବ୍ୟବହାରକାରୀଙ୍କୁ କହି ଆସୁଥିଲା, ଆପଣଙ୍କ ବ୍ୟକ୍ତିଗତ ଗୋପନୀୟତାକୁ କଂପାନୀ ସବୁ ବେଳେ ସମ୍ମାନ କରେ । ସେଥିପାଇଁ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନର ଗ୍ୟାରେଂଟି ମଧ୍ୟ ଦେଉଥିଲା । କିନ୍ତୁ ଆଉ ଏକ ମାସ ଭିତରେ ହ୍ୱାଟସଆପ ବଦଳିବାକୁ ଯାଉଛି । ଆଉ ସେହି ଗୋପନୀୟତା ମିଳିବ ନାହିଁ । ରାଜି ଥିଲେ ଆପଣ ହ୍ୱାଟ୍ସଅପରେ ରହିବେ କିମ୍ବା ଫେବୃୟାରୀ ୮ ତାରିଖରୁ ଆପଣଙ୍କୁ ହ୍ୱାଟ୍ସଅପ ଆକାଉଂଟ ଛାଡିବାକୁ ପଡିବ ।

ସୋସିଆଲ ମିଡିଆ ଫେସବୁକ ନୂଆ ବର୍ଷ ଅବସରରେ ତାହାର ଇନଷ୍ଟାଂଟ ମେସେଜିଂ ଆପ ହ୍ୱାଟ୍ସଆପର ପ୍ରାଇଭେସି ପଲିସିକୁ ଅପଡେଟ କରିଛି । ଏବେ ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଖକୁ କମ୍ପାନୀ ଏଭଳି ପପଅପ୍ ମ୍ୟାସେଜ ପଠାଉଛି । ମ୍ୟାସେଜରେ ଦୁଇଟି ବିକଳ୍ପ ରହିଛି ଗୋଟିଏ ଆପଣ ନୂଆ ପ୍ରାଇଭେସି ପଲିସିକୁ ଗ୍ରହଣ କରିବେ କିମ୍ବା ନିଜ ହ୍ୱାଟସଆପ ଆକାଉଂଟକୁ ଡିଲିଟ କରିଦେବେ । ହ୍ୱାଟ୍ସଆପର ନୂଆ ପିଲିସିରେ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଫେସବୁକ ଓ ଫେସବୁକ ଅନ୍ୟ କଂପାନୀକୁ ସେୟାର କରିବ । ଏପରି ହେଲେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସାଧାରଣକୁ ଆସିଯିବାର ଭୟ ରହିଛି ।

ପୂର୍ବରୁ ମଧ୍ୟ ହ୍ୱାଟ୍ସଆପ୍ ଫେସବୁକ ଓ ଥାର୍ଡ ପାର୍ଟି ଆପ ସହ ୟୁଜର୍ସଙ୍କ ଡାଟା ସେୟାର କରୁଥିଲା । ହେଲେ ଏବେ ବ୍ୟବହାରକାରୀଙ୍କ ଅନୁମତି ଲୋଡି ହ୍ୱାଟ୍ସଆପ୍ ଆଇନ ସମ୍ମତ ଭାବେ ତାହା କରିବାକୁ ଯାଉଛି ।

ହ୍ୱାଟ୍ସଆପ ଆପଣଙ୍କ କେଉଁ ତଥ୍ୟ ଫେସବୁକ ଓ ଥାର୍ଡ ପାର୍ଟି ଆପକୁ ସେୟାର କରିବ…ଫୋନ ନମ୍ବର, ସେବା ସମ୍ପର୍କିତ ସୂଚନା, ମୋବାଇଲ୍ ଡିଭାଇସ ସମ୍ପର୍କିତ ସୂଚନା, ଆଇପି ଆଡ୍ରେସ । ନୂଆ ପ୍ରାଇଭେସୀ ଟର୍ମ ଓ ପଲିସିକୁ ଆସେପ୍ଟ ବା ଗ୍ରହଣ କରିବାକୁ ବ୍ୟବହାରକାରୀଙ୍କୁ ଫେବୃୟାରୀ ୮ ତାରିଖ ଯାଏଁ ସମୟ ଦେଇଛି ହ୍ୱାଟ୍ସଆପ । ଏହି ସମୟ ଭିତରେ ଯେଉଁ ୟୁଜର୍ସ ନୂଆ ଟର୍ମ ଓ ପଲିସିକୁ ଆସେପ୍ଟ କରିବେ ନାହିଁ, କମ୍ପାନୀ ସେମାନଙ୍କ ହ୍ୱାଟ୍ସଆପ ଆକାଉଣ୍ଟକୁ ଡିଲିଟ୍ କରିଦେବ ।

from Kanak News
via <a href="https://ifttt.com/?

କରୋନା ମୁକାବିଲାରେ ନମ୍ବର ୱାନ ଭାରତ । ଦେଶରେ ୯୬ ଦଶମିକ ୩୬ରେ ପହଞ୍ଚିଲା ଆରୋଗ୍ୟ ହାର । ୧କୋଟିରୁ ଅଧିକ ଲୋକ ହୋଇଛନ୍ତି ସୁସ୍ଥ 

କନକ ବ୍ୟୁରୋ : ଦଶରେ କରୋନା ସୁସ୍ଥ ହାର ୯୬ ଦଶମିକ ୩୬ରେ ପହଂଚିଲା । ଦେଶରେ ୧କୋଟିରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାର ସଂକ୍ରମିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ କୋଭିଡ ମୁକାବିଲାରେ ଭାରତ ଏକ ମାଇଲଖୁଂଟ ଅତିକ୍ରମ କରିଛି । ବର୍ତମାନ ସୁଦ୍ଧା କୋଭିଡରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ରା ଗୁରୁବାର ଦିନ ୧କୋଟି ୧୬ହଜାର ଅତିକ୍ରମ କରିଛି ।

ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୨୫ହଜାରରୁ କମ ରହିଛି । ଏହାସହ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୨ଲକ୍ଷ ୨୮ହଜାର ରହିଛି । ଯାହା ମୋଟ ସଂକ୍ରମଣର ୨ଦଶମିକ ୧୯ପ୍ରତିଶତ । ସେମାନଙ୍କ ମଧ୍ୟରୁ ୬୦ପ୍ରତିଶତ ନିଜ ନିଜ ଘରେ ଆଇସୋଲେସନରେ ଅଛନ୍ତି ।

ସେହି ଲୋକଙ୍କ ନିକଟରେ କରୋନା ଲକ୍ଷଣ ସ୍ୱଳ୍ପରୁ ମଧ୍ୟମ ରହିଛି । ଦେଶରେ କୋଭିଡ ଆରୋଗ୍ୟ ହାର ବର୍ତମାନ ହ୍ରାସ ପାଉଥିବା ବେଳେ ଏହା ବର୍ତମାନ ୯୬ ଦଶମିକ ୩୬ରେ ପହଂଚିଛି । ଗତ ୨୪ଘଂଟାରେ ୧୯ହଜାର ୫ଶହ ୮୭ଜଣ ଆରୋଗ୍ୟ ହୋଇଛନ୍ତି ।

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର । ବେନାମୀ ଚିଠିରେ ଉଲ୍ଲେଖ ରହିଛି ଷଡଯନ୍ତ୍ରର ପୂରା ତଥ୍ୟ, ୧୭ଟି କାର ନମ୍ବର ରହିଛି ଉଲ୍ଲେଖ । ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ । 

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର । ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ଏନେଇ ଏକ ଅଜଣା ଚିଠି ପହଞ୍ଚିବା ପରେ ସତର୍କ ହୋଇ ଉଠିଛି ଗୃହ ବିଭାଗ । ଯେଉଁଥିପାଇଁ ନବୀନଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ନବୀନ ନିବାସ ଠାରୁ ଆରମ୍ଭ କରି ଲୋକସେବା ଭବନ, ଏପରିକି ସମସ୍ତ ଗସ୍ତ ଓ କାର୍ଯ୍ୟକ୍ରମ ସମୟରେ ନବୀନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପୋଲିସ ବିଭାଗ, ଗୁଇନ୍ଦା ଓ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟକୁ ଆସିଥିବା ଅଜଣା ଚିଠିରେ ଷଡଯନ୍ତ୍ରର ସାଂଘାତିକ ଘଟଣା ଉଲ୍ଲେଖ କରାଯାଇଛି । କିଛି ସୁପାରୀ କିଲର ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ପାଇଁ ଷଡଯନ୍ତ୍ର କରିଛନ୍ତି । ସବୁଠୁ ବଡ କଥା ହେଉଛି, ଏହି ସୁପାରିକିଲରଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଯେକୌଣସି ମୁହୂର୍ତ୍ତରେ ଏହି ସୁପାରୀକିଲର ମାନେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିପାରନ୍ତି ବୋଲି ବେନାମୀ ଚିଠିରେ ଉଲ୍ଲେଖ ରହିଛି । ଏହି ଅପରାଧୀ ମାନେ କାରରେ ମୁଖ୍ୟମନ୍ତ୍ରୀଙ୍କୁ ଲଗାତାର ଅନୁସରଣ କରୁଛନ୍ତି । ଏପରିକି ୧୭ଟି କାରର ନମ୍ବର ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ୨ଟି କାର ନମ୍ବର ବ୍ୟବହାର ହୋଇପାରେ । ଯେଉଁ କାରର ନମ୍ବର ଚିଠିରେ ରହିଛି । ଏହି ଷଡଯନ୍ତ୍ର ପଛର ମାଷ୍ଟରମାଇଣ୍ଡ ଭାଗପୁର ୱାର୍ଡରେ ରହୁଥିବା ବେଳେ  ତାଙ୍କର କାର ନମ୍ବର ମଧ୍ୟ ଚିଠିରେ ରହିଛି । ନବୀନଙ୍କୁ ହତ୍ୟା କରିବାକୁ ଓଡ଼ିଶାରୁ ଅତ୍ୟାଧୁନିକ ଅସ୍ତ୍ର ସଂଗ୍ରହ କରାଯାଇଛି ବୋଲି ଚିଠିରେ ଦର୍ଶାଯାଇଛି । ତେଣୁ ଏହି ବେନାମୀ ଚିଠି ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ଟଙ୍କା ଦିଅ, ଚାକିରି ନିଅ । ଏଏନଏମ୍ ନାଁରେ ଠକେଇ ଅଭିଯୋଗ, ଭୁବନେଶ୍ୱରରେ ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରି ଟଙ୍କା ମଗାଯାଉଥିବା ଅଡ଼ିଓ କ୍ଲିପ ଭାଇରାଲ୍ ।

କନକ ବ୍ୟୁରୋ : ରାଜଧାନୀରେ ଏଏନଏମ୍ କର୍ମୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ସେପଟେ ଏଏନଏମଙ୍କ ଧାରଣାକୁ ନେଇ ବଡ ଖୁଲାସା କରିଛି କମିଶରେଟ୍ ପୁଲିସ । ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡିବ । ତାହାର ଚାକିରୀ ସ୍ଥାୟୀ ହେବ । ଏହିଭଳି ଏକ ଅଡିଓ ଲାଗିଛି କ୍ୟାପିଟାଲ ପୋଲିସ ହାତରେ । ଘଟଣାରେ କ୍ୟାପିଟାଲ ଥାନା ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ୩ ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିିଛି ।

ଟଙ୍କା ଦିଅ ଚାକିରୀ ନିଅ । ଏଏନଏମ ନିଯୁକ୍ତ ପଛର ଲାଞ୍ଚ ଅଡିଓ । ସରକାରଙ୍କ ନାଁରେ ଲୁଟୁଥିଲେ ଦଲାଲ୍ । ପୋଲିସ ନେଉଥିବା ଏହି ତିନି ଅଭିଯୁକ୍ତ ହେଉଛନ୍ତି ଏଏନଏମ ଆନ୍ଦୋଳନ ପଛରେ ଥିବା ଦଲାଲ । ସରକାରଙ୍କ ନାଁରେ ଏବଂ ସ୍ଥାୟୀ ନିଯୁକ୍ତି ଦେବାକୁ କହି ଟଙ୍କା ହଡପ କରିଥିବା ଏହି ତିନି ଠକ ହେଉଛନ୍ତି, ଗଂଜାମ ଅଂଚଳର କେ. ଅଶ୍ୱିନୀ ଦୋରା, ସନ୍ତୋଷ କୁମାର ସାହୁ ଏବଂ ରାଜକିଶୋର ଆଚାରୀ । ଏମାନେ ଚାକିରୀ ଦେବେ କହି ମୁଣ୍ଡ ପିଛା ୧୫ ହଜାର ଟଙ୍କା ଲେଖାଏଁ ଆଦାୟ କରି କୋଟି କୋଟି ଟଙ୍କା ଲୁଟି ଚମ୍ପଟ ମାରିବାର ଯୋଜନା କରିଥିଲେ ।

କେମିତି ଧରାପଡିଲେ ଦଲାଲ? ଏହି ଭାଇରାଲ ଅଡିଓକୁ ନେଇ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା କମିଶନରେଟ୍ ପୁଲିସ । ତଦନ୍ତ ବେଳେ ଜଣାପଡିଥିଲା ଏହି ଭାଇରାଲ ଅଡିଓରେ ମୁଖ୍ୟ ଅଭିଯୁକ୍ତ ହେଉଛି ଗଂଜାମ ଅଂଚଳର କେ ଅଶ୍ୱିନୀ ଦୋରା । ସେ ଜଣେ ମହିଳାଙ୍କ ସହ ହୋଇଥିବା ଏହି କଥାବାର୍ତ୍ତା ତିନି ଅଭିଯୁକ୍ତଙ୍କ ନିକଟରେ ପୁଲିସକୁ ପହଞ୍ଚାଇଥିଲା । ତେବେ ଏହାକୁ ଖଣ୍ଡନ କରିଛନ୍ତି ଆନ୍ଦୋଳନକାରୀ । ଏହି ଆନ୍ଦୋଳନ ପଛରେ ଥିବା ଠକେଇରେ ଆହୁରି ଅନେକ ବ୍ୟକ୍ତିଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି । ଖୁବ୍ ଶୀଘ୍ର ଏହି ଷଡଯନ୍ତ୍ରକାରୀଙ୍କ ଚେହେରା ସାମ୍ନାକୁ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରୁଛି ପୁଲିସ ।

from Kanak News
via <a href="https://ifttt.com/?

ସାଇବର ଅପରାଧ ରୋକିବା କମିସନରେଟ ପୁଲିସର ହେଲପ ଡେସ୍କ । ପୁଲିସ କମିଶନର କହିଲେ, ଠକେଇର ଏକ ଘଂଟା ଗୁରୁତ୍ୱପୂର୍ଣ୍ଣ । ତୁରନ୍ତ ହେଲପ ଲାଇନ ନମ୍ବରରେ କଲ କରିବାକୁ ଦେଲେ ପରାମର୍ଶ

କନକ ବ୍ୟୁରୋ : କେବଳ ଭୁବନେଶ୍ୱରର ରାମଚନ୍ଦ୍ର ନୁହେଁ, ପ୍ରତିଦିନ ଏଭଳି ଅନେକ ବ୍ୟକ୍ତି ଠକାମୀର ଶିକାର ହେଉଥିବା ସାମ୍ନାକୁ ଆସୁଛି । ଏହାକୁ ମୁକାବିଲା କରିବା ପାଇଁ ସହାୟତା ଡେସ୍କର ଖୋଲିଛି କମିଶନରେଟ୍ ପୁଲିସ । ଏଥିପାଇଁ ଜାରି ହୋଇଛି ସ୍ୱତନ୍ତ୍ର ନମ୍ବର ୭୪୪୦୦୦୬୭୦୯ ।

ସମୟ ସହ ଟଙ୍କା କାରବାରର ଶୈଳୀ ବଦଳିଛି । ଅତ୍ୟାଧୁନିକ ଡିଜିଟାଲ କାରବାର ଭିତରେ ବଦଳିଛି ଠକେଇର ତରିକା । ସ୍ମାର୍ଟ ଫୋନ୍, ନେଟ୍ ବ୍ୟାଙ୍କିଂ ବ୍ୟବହାର କରି ଲୋକଙ୍କ ଟଙ୍କା ଲୁଟୁଛନ୍ତି ଠକ । ତେବେ ଏନେଇ ତୁରନ୍ତ ଏହି ସହାୟତା ଡେସ୍କକୁ ଜଣାଇଲେ ପୁଲିସ ପାଇଁ ଠକଙ୍କୁ ଠାବ କରିବା ଅଥବା ଟଙ୍କା ଟ୍ରାନ୍ସ୍ଫର ହେବାରୁ ରୋକିବାକୁ ସହଜ ହୋଇଥାଏ ବୋଲି କହିଛନ୍ତି ପୁଲିସ କମିଶନର ।

ବିଶେଷ କରି ପ୍ରଥମ ଘଂଟାକ ମଧ୍ୟରେ ପୁଲିସ ଖବର ପାଇଲେ ଏହା ବେଶ ସହାୟକ ହେବ ବୋଲି ସେ କହିଛନ୍ତି । ପୋଲିସ ସ୍ୱତନ୍ତ୍ର ସହାୟତା ଡେସ୍କ ସ୍ଥାପନ କଲେ ମଧ୍ୟ ଲୋକଙ୍କ ସତର୍କତା ଓ ସଚେତନତା ବେଶୀ ଜରୁରୀ ।

from Kanak News
via <a href="https://ifttt.com/?

ଆସନ୍ତାକାଲିଠାରୁ ଖୋଲିବ ସ୍କୁଲ । କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା ।

କନକ ବ୍ୟୁରୋ : ସରକାରଙ୍କ ଅନୁମତି ପରେ ଦୀର୍ଘ ୮ ମାସ ପରେ ଖୋଲିବାକୁ ଯାଉଛି ବିଦ୍ୟାଳୟ ଓ କଲେଜ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ୟୁନିଟ ୯ ଗର୍ଲସ ହାଇସ୍କୁଲ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କୋଭିଡ ଗାଇଡଲାଇନ ପାଳନ କରି ବିଦ୍ୟାଳୟରେ ପାଠପଢା ହେବ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ । ଶ୍ରେଣୀ ଗୃହରେ ପିଲାଙ୍କ ମଧ୍ୟରେ ସାମଜିକ ଦୂରତା ରକ୍ଷା କରାଯିବ ।

ସ୍କୁଲ ପ୍ରବେଶ ପଥରେ ହ୍ୟାଣ୍ଡ ୱାସ ରହିବ
ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନଂ କରାଯିବ
ଶ୍ରେଣୀଗୃହକୁ ପ୍ରତିଦିନ ସାନିଟାଇଜ କରାଯିବ
ସ୍କୁଲ କାନ୍ଥରେ କୋଭିଡ ଗାଇଡଲାଇନ ପୋଷ୍ଟର ଲଗାଯାଇଛି

ସେପଟେ କଲେଜରେ ମଧ୍ୟ ପିଲାଙ୍କ ଭିତରେ ଗ୍ରୁପ ଓ ସେକ୍ସନ କରାଯାଇଛି । ସକାଳ ୮ଟା ୧୫ରୁ ଅପରାହ୍ନ ୪ଟା ଯାଏଁ କଲେଜ ଖୋଲା ରହିବ । ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଶହେ ଦିନ ଭିତରେ ସିଲାବସ ସାରିବାକୁ ଅଧ୍ୟାପକଙ୍କ ଆଗରେ ଟାର୍ଗେଟ ରହିଛି ।

ଜାନୁୟାରୀ ୮ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ କୋଭିଡ ଗାଇଡଲାଇନ ପାଳନ କରି ଖୋଲିବାକୁ ଯାଉଛନ୍ତି । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢା ହେବ ।

from Kanak News
via <a href="https://ifttt.com/?

ଆଗକୁ ଆସୁଛି ଟିକା, ହେଲେ ଟିକା ନେବାକୁ ଦ୍ୱନ୍ଦ୍ୱରେ ନେତା, ମନ୍ତ୍ରୀ । କଂଗ୍ରେସ ବିଧାୟକ କହିଲେ, ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଅନ୍ତୁ ଟିକା ।

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ଓଡ଼ିଶାକୁ ଟିକା ଆସିବ । ଟିକାକରଣ ପାଇଁ ସବୁ କିଛି ପ୍ରସ୍ତୁତି ବି ସରିଛି । ଆଉ ଯେତେବେଳେ ପ୍ରଶ୍ନ କରାଯାଉଛି, ଆପଣ ଟିକା ନେବେ ନା ନାହିଁ, ନେତାଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କରୋନା ଟିକାକୁ ନେଇ ସାରା ବିଶ୍ୱ ସନ୍ଦେହ କରୁଛି ବୋଲି କହିବା ସହ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଟିକା ନିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ସମାନ ଢ଼ଙ୍ଗରେ ଟିକାକୁ ନେଇ କହିଛନ୍ତି- ଟିକା ଆସିଲେ ଚିନ୍ତା କରିବୁ ।

କଂଗ୍ରେସ ବିଧାୟକଙ୍କ ଏହି ବୟାନରୁ ଯେଉଁ କଥାଟି ସ୍ପଷ୍ଟ ବାରି ହେଉଛି, ତାହା ହେଉଛି ଟିକାକୁ ନେଇ ସନ୍ଦେହ । ଟିକାକୁ ନେଇ ସାରା ଦେଶରେ ଉତ୍ସାହ ଥିବା ବେଳେ ଟିକାକରଣକୁ ନେଇ ସୁର ରାଉତରାୟଙ୍କ ସନ୍ଦେହ ସମସ୍ତେଙ୍କୁ ଆଶ୍ଚର୍ଯ୍ୟ କରୁଛି । କଂଗ୍ରେସ ବିଧାୟକ କହୁଛନ୍ତି, ପ୍ରଥମେ ପ୍ରଧାନମନ୍ତ୍ରୀ, ଦ୍ୱିତୀୟରେ ମୁଖ୍ୟମନ୍ତ୍ରୀ, ତୃତୀୟରେ ତାଙ୍କୁ ଟିକା ଦେବା ପରେ ସ୍ୱାସ୍ଥ୍ୟକର୍ମୀ ଏବଂ ସର୍ବ- ସାଧାରଣଙ୍କୁ ଦିଆଯାଉ ।

କେବଳ ଯେ, ସୁର ରାଉରତରାୟ ଟିକାକୁ ନେଇ ଭିନ୍ନମତ ରଖୁଛନ୍ତି ତାହା ନୁହେଁ, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ନିଜେ ଟିକା ନେବା କଥାକୁ ଏଡାଇ ଯାଇଛନ୍ତି । ଆପଣ ଟିକା ଆସିଲେ ନେବେ କି ବୋଲି ପ୍ରଶ୍ନ କରାଯିବାରୁ ମନ୍ତ୍ରୀ ଉତରରେ କହିଛନ୍ତି-କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଆସିନି, ଆସିଲେ ଚିନ୍ତା କରିବୁ । ସମାନ ଢ଼ଙ୍ଗରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି- ଟିକା ଆସୁ ତା ପରେ ଦେଖିବା ।

ଏସବୁ ଭିତରେ ଆଶ୍ୱସ୍ତିକର ବୟାନଟିଏ ଦେଇଛନ୍ତି ପରିବହନ ମନ୍ତ୍ରୀ । ଟିକାକୁ ନେଇ ଭୟବିତ ହେବାର କ’ଣ ଅଛି । ସମସ୍ତେ ନେବେ ଆମେ ବି ନେବୁ । କାରଣ, ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ ହୋଇ ଆସୁଛି, ଅସୁବିଧା କ’ଣ?

ବଡ଼ କଥା ହେଉଛି ଟିକାକୁ ନେଇ ସନ୍ଦେହ ଓ ରାଜନୈତିକ ବୟାନବାଜୀ, ସେବେଠୁ ଆରମ୍ଭ ହୋଇଗଲାଣୀ, ଯେବେଠୁ ଭାରତରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । କଂଗ୍ରେସ ନେତା ଶଶୀ ଥରରୁ ଏହା ପୂର୍ବରୁ କହିଥିଲେ, କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିନଥିବା ବେଳେ ଟିକାକୁ ଅନୁମତି ଦେବା ବିପଦପୂର୍ଣ୍ଣ ହୋଇପାରେ ।

ସମାନ ଢଙ୍ଗରେ ସନ୍ଦେହ କରିବା ସହ କଂଗ୍ରେସ ନେତା ମିଲିନ୍ଦ ଦୋରା କହିଛନ୍ତି-ସାଧାରଣ ଜନତାଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ସାମ୍ନାକୁ ଆସିବା ଆବଶ୍ୟକ । ଜୟରାମ ରମେଶ କହିଛନ୍ତି-କୋଭାକ୍ସିନ୍ ଟିକା କ୍ଷେତ୍ରରେ ଅର୍ନ୍ତଜାତୀୟ ପ୍ରଟୋକଲର ଉଲଂଘନ ହୋଇଛି । ଆଉ ଏସବୁ ଭିତରେ ସୀମା ଟପି ଯାଇଥିଲା, ଯେତେବେଳେ ଅଖିଳେଶ ଯାଦବଙ୍କ ବୟାନ ଆସିଥିଲା ।

ଟିକାକୁ ନେଇ ଯେତେବେଳେ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଆଶାବାଦୀ ଅଛନ୍ତି, ଠିକ୍ ସେତିକି ବେଳେ ନେତାଙ୍କ ବୟାନବାଜୀ, ଏକ ବଡ଼ ଆହ୍ୱାନକୁ ଦିଗହରା କରିବାର ଆଶଙ୍କା ସୃଷ୍ଟି କରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started