ଜାତୀୟ ସଙ୍ଗୀତ ଗାନ ବେଳେ ପଡିଆରେ କାନ୍ଦି ପକାଇଲେ ମହମ୍ମଦ ସିରାଜ । ମ୍ୟାଚ ପରେ କହିଲେ ମନକଥା…

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ ବେଳେ ଦେଖିବାକୁ ମିଳିଲା ଏକ ଭାବବିହ୍ୱଳ ପରିବେଶ । ମ୍ୟାଚ ଆରମ୍ଭରୁ ଜାତୀୟ ସଙ୍ଗୀତ ଗାନ ବେଳେ କାନ୍ଦି ପକାଇଲେ ଭାରତୀୟ ପେସ ବୋଲର ମହମ୍ମଦ ସିରାଜ । ତେବେ ତାଙ୍କ କାନ୍ଦୁଥିବାର ଫଟୋକୁ ଟ୍ୱିଟରରେ ସେୟାର କରିଛି ବିସିସିଆଇ । ସେ କାହିଁକି ମ୍ୟାଚ ଆରମ୍ଭରୁ ଭାବବିହ୍ୱଳ ହୋଇ ପଡିଲେ ଏନେଇ ମ୍ୟାଚ ଶେଷରେ ନିଜ ମନ କଥା କହିଛନ୍ତି ମହମ୍ମଦ ସିରାଜ ।

ମ୍ୟାଚ ପରେ ମହମ୍ମଦ ସିରାଜ କହିଥିଲେ, ମୁଁ ମ୍ୟାଚ ଆରମ୍ଭ ବେଳକୁ ମୋ ବାପାଙ୍କ କଥା ମନେ ପକାଉଥିଲି । ବାପାଙ୍କର ଇଚ୍ଛା ଥିଲା ମତେ ସେ ଟେଷ୍ଟ ମ୍ୟାଚ ଖେଳୁଥିବାର ଦେଖିବେ । ହେଲେ ତା ପୂର୍ବରୁ ତାଙ୍କ ଦେହାନ୍ତ ହୋଇଗଲା । ସେ ଯଦି ଆଜି ଥାନ୍ତେ ମୋତେ ଭାରତ ପାଇଁ ଖେଳୁଥିବାର ଦେଖିଥାନ୍ତେ । ବାପାଙ୍କ ଏହି କଥାକୁ ଭାବି ମୋ ଆଖିରେ ଲୁହ ଚାଲି ଆସିଲା ।

ନଭେମ୍ବର ମାସରେ ମହମ୍ମଦ ସିରାଜଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ରହିଥିଲେ । ବାପାଙ୍କ ମୃତ୍ୟୁ ଖବର ଶୁଣି ମଧ୍ୟ ଯାଇ ପାରିନଥିଲେ ସିରାଜ । ତେବେ ବର୍ତ୍ତମାନ ବାପାଙ୍କ କଥା ମନେ ପକାଇ ମ୍ୟାଚ ବେଳେ କାନ୍ଦି ପକାଇଛନ୍ତି ସିରାଜ ।

ମହମ୍ମଦ ସିରାଜ ଏପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରେ ୬ଟି ୱିକେଟ ନେଇଛନ୍ତି । ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜରିଆରେ ସେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ।

from Kanak News
via <a href="https://ifttt.com/?

ସବୁଠି ପହଞ୍ଚିବ ଟୀକା: ବାୟୁସେନାର ବିମାନ ମାଧ୍ୟମରେ ଦେଶର ଦୁର୍ଗମ ସ୍ଥାନରେ ପହଞ୍ଚିବ କରୋନା ଟୀକା

କନକ ବ୍ୟୁରୋ: ଭାରତ ସରକାର ସାରା ଦେଶରେ ଟିକାକରଣ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଆସନ୍ତା ୧୩ ତାରିଖ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହେବାର ଯୋଜନା ରହିଛି । ଏହା ପୂର୍ବରୁ ଟିକାଗୁଡ଼ିକୁ ଦେଶର କୋଣଅନୁକୋଣରେ ପହଞ୍ଚାଇବା ଲାଗି ସରକାର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସରକାର ଭାରତୀୟ ବାୟୁସେନାର ପରିବହନ ବିମାନ ମାଧ୍ୟମରେ ଟିକା ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇବେ । ଏଥିପାଇଁ ଘରୋଇ ପରିବହନ ବିମାନଗୁଡ଼ିକୁ ମଧ୍ୟ ଉପଯୋଗ କରାଯିବ । ଏସବୁ ପରିବହନ ବିମାନ ମଧ୍ୟରେ ରହିଛି ସି-୧୩୦ଜେ ଓ ଅଣ୍ଟୋନୋଭ-୩୨ ପରିବହନ ବିମାନ । ଲଦାଖ, ଅରୁଣାଚଳପ୍ରଦେଶ ପରି ଦୂର ଓ ଦୂର୍ଗମ ଅଞ୍ଚଳରେ ଟିକା ପହଞ୍ଚାଇବାକୁ ବାୟୁସେନାର ବିମାନ ବ୍ୟବହାର କରାଯିବ । ଆବଶ୍ୟକ ପଡ଼ିଲେ ବାୟୁସେନାର ହେଲିକାପ୍ଟର ଗୁଡ଼ିକୁ ମଧ୍ୟ ଉପଯୋଗ କରାଯିବ । ଏସବୁ ବିମାନଗୁଡ଼ିକ ମିଲିଟାରୀ ଏୟାରଷ୍ଟ୍ରିପ ଗୁଡ଼ିକରେ ଓହ୍ଲାଇବ । ସେହିପରି ମିଲିଟାରୀ ଏୟରଷ୍ଟ୍ରିପଗୁଡ଼ିକର ବ୍ୟବହାର ପାଇଁ ଘରୋଇ ବିମାନଗୁଡ଼ିକୁ ମଧ୍ୟ ଅନୁମତି ଦିଆଯିବ ।

ଅନ୍ୟପକ୍ଷରେ ଟିକାଗୁଡ଼ିକ ଯେପରି ଉପଯୁକ୍ତ ତାପମାତ୍ରାରେ ରହେ, ସେଥିପାଇଁ ଟିକା କମ୍ପାନିମାନେ ସ୍ବତନ୍ତ୍ର କଣ୍ଟେନର ପ୍ରସ୍ତୁତ କରିଛନ୍ତି । ଏସବୁ କଣ୍ଟେନରଗୁଡ଼ିକରେ ପ୍ରାୟ ୨୪ ଘଣ୍ଟା ପର୍ୟ୍ୟନ୍ତ ଟିକା ସୁରକ୍ଷିତ ରହିବ । ଭାରତର ଔଷଧ ନିୟନ୍ତ୍ରକ ୨ଟି ଟିକାକୁ ଅନୁମତି ଦେଇଛନ୍ତି । ସେଗୁଡ଼ିକ ହେଉଛି ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ଉତ୍ପାଦନ ହେଉଥିବା କୋଭିସିଲଡ ଓ ଭାରତ ବାୟୋଟେକର କୋଭାକ୍ସିନ ।

from Kanak News
via <a href="https://ifttt.com/?

ଜୁଲାଇ ୩ ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା । ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶି ।

କନକ ବ୍ୟୁରୋ: ଜୁଲାଇ ୩ ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା । ଜେଇଇ ଆଡଭାନ୍ସ ପରୀକ୍ଷା ପରିଚାଳନା କରିବ ଆଇଆଇଟି ଖଡଗପୁର । ଏନେଇ ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶି । ଆଇଆଇଟିରେ ପ୍ରବେଶ କରିବା ପାଇଁ ନିୟମ ଓ ଯୋଗ୍ୟତା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ।

କରୋନା ମହାମାରୀ ଯୋଗୁଁ ପରୀକ୍ଷା ସମୟରେ କୋଭିଡ ନିୟମ ପାଳନ କରାଯିବ । ଏହାସହ କରୋନା ପାଇଁ ପରୀକ୍ଷା ହୋଇପାରିନଥିଲା । ହେଲେ ଏବେ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

from Kanak News
via <a href="https://ifttt.com/?

ଆସୁଛି କରୋନା ଠାରୁ ଆହୁରି ଭୟଙ୍କର ରୋଗ ? ସାରା ବିଶ୍ୱକୁ ଘାରିଲା ଚିନ୍ତା । ଡାକ୍ତର କରାଇଲେ ସତର୍କ, କହିଲେ କରୋନାଠୁ ବି ହୋଇପାରେ ମାରାତ୍ମକ ।

କନକ ବ୍ୟୁରୋ : କୋଭିଡ୍-୧୯ ଠାରୁ ବି ଅଧିକ ଭୟଙ୍କର ରୋଗ ପୃଥିବୀବାସୀଙ୍କୁ ବ୍ୟାପିବାର ଆଶଙ୍କା ରହିଛି । କରୋନା ଭୂତାଣୁ ସଂକ୍ରମଣ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏବେ ଏକ ନୂଆ ଭୂତାଣୁର ଭୟ ଦେଖାଦେଇଛି । ୪ଦଶନ୍ଧି ତଳେ ୧୯୭୬ରେ ଇବୋଲା ରୋଗର ଆବିଷ୍କାର କରିଥିବା ବୈଜ୍ଞାନିକ ଜିନ ଜ୍ୟାକ୍ସ ମୁୟେମ୍ବେ ତାମ୍ଫୁମ୍ ଏହି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ସାରା ବିଶ୍ୱରେ କ୍ଷୀପ୍ର ଗତିରେ ଆଉ ଏକ ଭୂତାଣୁ ସଂକ୍ରମଣ ହେଉଛି । ଏହାକୁ ଡିଜିଜ-ଏକ୍ସ ବୋଲି କୁହାଯାଉଛି, ଯାହା ଇବୋଲା ଠାରୁ ମଧ୍ୟ ଅଧିକ ମାରାତ୍ମକ ।

ଜିନ୍ ଜ୍ୟାକ୍ସଙ୍କ କହିବା ଅନୁଯାୟୀ, ମାନବ ଜାତି ଅଗଣିତ ଭୂତାଣୁର ସାମ୍ନା କରୁଛି । ଆଫ୍ରିକାର ଟ୍ରପିକାଲ୍ ରେନ୍ ଫରେଷ୍ଟରୁ, ଅଧିକରୁ ଅଧିକ ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ଏବେ ଆମେ ଏପରି ଏକ ବିଶ୍ୱରେ ବସବାସ କରୁଛେ, ଯେଉଁଠାରେ ଅଧିକରୁ ଅଧିକ ଭୂତାଣୁ ଆସିବେ, ଯାହା ମାନବ ଜାତି ପାଇଁ ବିପଦ ସୃଷ୍ଟି କରିବେ । ଆଗାମୀ ଦିନରେ କରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ ଭୂତାଣୁର ସଂକ୍ରମଣ ହେବ ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କଙ୍ଗୋରେ ଜଣେ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇପଡିବା ପରେ ଇବୋଲା ସମେତ ତାଙ୍କର ବିଭିନ୍ନ ଟେଷ୍ଟ କରାଯାଇଛି । କିନ୍ତୁ ସବୁ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଡିଜିଜ-ଏକ୍ସର ସେ ପ୍ରଥମ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ନୂଆ ଭୂତାଣୁ ସଂକ୍ରମଣ କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହୋଇପାରେ ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଡିଜିଜ-ଏକ୍ସକୁ ଏବେ ପରିକଳ୍ପନା ବୋଲି ଅନୁମାନ କରାଯାଉଛି । ତେବେ ଯଦି ଏହା ବ୍ୟାପେ, ତେବେ କରୋନା ଭୂତାଣୁ ଠାରୁ ମଧ୍ୟ କ୍ଷୀପ୍ର ଗତିରେ ଏହାର ସଂକ୍ରମଣ ହେବ । ପ୍ରଫେସର ଜିନ୍ ପ୍ରଥମେ ଇବୋଲା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ନମୂନା ସଂଗ୍ରହ କରି ଏହି ଭୂତାଣୁକୁ ଇବୋଲା ନାଁ ଦେଇଥିଲେ ।

ତେବେ କୋଭିଡ୍-୧୯ ଠାରୁ ଏହି ରୋଗ ଅଧିକ ବେଗରେ ବ୍ୟାପିବା ସହ ଇବୋଲା ପରି ୫୦ରୁ ୯୦ ପ୍ରତିଶତ ମୃତ୍ୟୁହାର ରହିଥିବା କୁହାଯାଉଛି । ଅନ୍ୟପଟେ ପଶୁଙ୍କ ଠାରୁ ମନୁଷ୍ୟ ଶରୀରକୁ ଡେଇଁଲା ଭଳି, ମାନବ ସମାଜକୁ ଅନେକ ରୋଗର ଶିକାର ହେବାକୁ ପଡିପାରେ ବୋଲି ସତର୍କ କରାଇ ଦେଇଛନ୍ତି ପ୍ରଫେସର ଜିନ୍ ।

from Kanak News
via <a href="https://ifttt.com/?

କୋଭିଡ ନିର୍ଦ୍ଦେଶାବଳୀ ସହ ପାଳନ ହେବ ଗଣତନ୍ତ୍ର ଦିବସ । ଜାନୁଆରୀ ୨୬ ସକାଳ ୮ଟା ୩୦ରେ ରାଜ୍ୟପାଳ କରିବେ ପତାକା ଉତ୍ତୋଳନ ।

କନକ ବ୍ୟୁରୋ : କୋଭିଡ ନିର୍ଦ୍ଦେଶାବଳୀ ସହ ପାଳନ ହେବ ଗଣତନ୍ତ୍ର ଦିବସ । ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ । ଜାନୁଆରୀ ୨୬ ସକାଳ ୮ଟା ୩୦ ମିନିଟରେ କରିବେ ପତାକା ଉତ୍ତୋଳନ । ସମ୍ମାନୀତ ଅତିଥି ଭାବେ ଯୋଗୋଦେବେ ମୁଖ୍ୟମନ୍ତ୍ରୀ ।

କରୋନା ମହାମାରି ଯୋଗୁଁ ଏଥର ଗଣତନ୍ତ୍ର ଦିବସ କଟକଣାରେ ପାଳନ କରାଯିବ । ଅଗଷ୍ଟ ୧୫ ମଧ୍ୟ କରୋନା କଟକଣାରେ ପାଳନ କରାଯାଇଥିଲା । ସେହିପରି ଗଣତନ୍ତ୍ର ଦିବସରେ ମଧ୍ୟ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯିବ ।

from Kanak News
via <a href="https://ifttt.com/?

ସ୍ୱାଭିମାନ ଅଞ୍ଚଳରେ ନିମ୍ନ ମାନର ରାସ୍ତାକାମ । ଆନ୍ଧ୍ର ସୀମାକୁ ସଂଯୋଗ କରୁଥିବା ରାସ୍ତା କାମରେ ବ୍ୟବହୃତ ବାଲି ଗୋଡି ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଂଚଳବାସୀ ।

କନକ ବ୍ୟୁରୋ: ସ୍ୱାଧୀନତାର ସାତ ଦଶକ ପରେ ବି ମାଲକାନଗିରିର ବିଚ୍ଛିନ୍ନାଂଚଳରେ ବିକାଶ ପହଂଚି ପାରିନି । ସ୍ୱାଭିମାନ ଅଂଚଳରେ ନିମ୍ନମାନର ରାସ୍ତା କାମ ହେଉଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଂଚଳବାସୀ । ସ୍ୱାଭିମାନ ଅଂଚଳ ବାସିନ୍ଦା ଅଖାରେ ବାଲି, ଗୋଡି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସ୍ୱାଭିମାନ ଅଂଚଳରେ ନିମ୍ନମାନ ର ରାସ୍ତା ନିର୍ମାଣ ଅଭିଯୋଗ । ନିମ୍ନମାନର ବାଲି, ଗୋଡି ନେଇ ଜିଲ୍ଲାପାଳଙ୍କ ଦ୍ୱାରାସ୍ତ ହେଲେ ସ୍ୱାଭିମାନ ଅଂଚଳବାସିନ୍ଦା । ରାସ୍ତା କାମର ମାନ ସୁଧାରିବାକୁ ନିବେଦନ କରିଛନ୍ତି ଗ୍ରାମବାସୀ । ପୂର୍ତ ବିଭାଗ ପକ୍ଷରୁ ଣସପୁଟ ପଂଚାୟତ ଜାମଗୁଡା ଠାରୁ ତାବଲାଗୁଡା ଓ ସେଠାରୁ ଆନ୍ଦ୍ର ସୀମା ରାସ୍ତା ନିର୍ମାଣ ନିମ୍ନମାନର ବୋଲି ଅଭିଯୋଗ ହୋଇଛି ।

ଏନେଇ ଠିକାଦାରଙ୍କ ଠୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଲେ ବି କୌଣସି ସୁଫଳ ମିଳିନଥିଲା । ଓଲଟା ଧମକ ଚମକ ଦେବା ସହ ଥାନା ରେ ଗ୍ରାମବାସୀଙ୍କ ବିରୋଧରେ ଏତଲା ଦିଆଯାଇଥିବା ଜଣା ପଡିଛି । ତେଣୁ ବାଧ୍ୟ ହୋଇ ଅଂଚଳର ଲୋକେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ମାଲକାନଗିରି ପୁର୍ତବିଭାଗ ପକ୍ଷରୁ ସ୍ୱାଭିମାନ ଅଂଚଳରେ ଏଲ.ଡବ୍ଲୁ.ଇ ପାଣ୍ଠି ଓ ସେତୁ ଯୋଜନାରେ ୫୦ କିଲୋମିଟର ରାସ୍ତା ଓ ୩ଟି ପୋଲ ଲାଗି ୧୦୦ କୋଟି ଟଙ୍କାର କାମ ଜାରି ରହିଛି । ସେହି ପରି ଗ୍ରାମ୍ୟ ଉନ୍ନୟମ ବିଭାଗ ପକ୍ଷରୁ ୧୪୨ କୋଟି ଟଙ୍କା ବ୍ୟୟ ଅଟକଳ ମୁଲ୍ୟ ରେ ୩୧ ଟି ରାସ୍ତା ନିର୍ମାଣ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇ ଥିବା ବେଳେ ମାଓ ଭୟ ଯୋଗୁ ଏବେ ବି ଅନେକ କାମ ଆରମ୍ଭ ହୋଇ ପାରି ନାହିଁ । ଦୁର୍ଗମ ଏବଂ ମାଓ ଇଲାକାର ଆଳ ଦେଖାଇ ମନଇଚ୍ଛା କାମ ଜାରି ରଖିଛି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର । ତେବେ ଏନେଇ କ୍ୟାମେରା ସମ୍ମୁଖରେ ମୁହଁ ଖୋଲି ନାହାନ୍ତି ମାଲକାନଗିରି ପୁର୍ତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ।

ରାସ୍ତା ନିର୍ମାଣ କାମରେ ଦୁର୍ନୀତି । ଯଦି ସ୍ୱାଭିମାନ ଅଂଚଳବାସୀଙ୍କ ଅଭିଯୋଗ ସତ ତେବେ ସାଂଘାତିକ । କାରଣ ବର୍ଷ ବର୍ଷ ଧରି ଯେଉଁଠି ସରକାରୀ ଯୋଜନା ଅପହଁଚ ଥିଲା, ସେଠାରେ ଯେତେବେଳେ ବିକାଶ ପାଦ ଥାପିବା ଆରମ୍ଭ କରିଛି, ଠିକ ସେତିକି ବେଳେ ଏପରି ଦୁର୍ନିତୀ ଓ ଅନିୟମିତତା ଅତ୍ୟନ୍ତ ନିନ୍ଦନୀୟ ଓ ତଦନ୍ତ ସାପେକ୍ଷ ।

from Kanak News
via <a href="https://ifttt.com/?

ବଣଭୋଜି ପାଇଁ ନବରଙ୍ଗପୁର ସାଇଧାରା ଜଳ ପ୍ରପାତରେ ଜମୁଛି ଭିଡ । ପ୍ରାକୃତିକ ପରିବେଶର ପର୍ଯ୍ୟଟକଙ୍କୁ ମିଳୁଛି ମାନସିକ ଶାନ୍ତି, ହେଲେ ବ୍ୟତିବ୍ୟସ୍ତ କରୁଛି ସମସ୍ୟା ।

କନକ ବ୍ୟୁରୋ : ସାରା ଜୀବନ କାମ ଧନ୍ଦା, ଧାଁ ଦଉଡ । କର୍ମମୟ ଜୀବନରୁ ଚାପ ମୁକ୍ତ ହେବା ପାଇଁ ମଣିଷ କିଛି ସମୟର ବିରତି ଚାହେଁ । ସବୁ କାମ ଛାଡି ସମୟକୁ ଉପଭୋଗ କରିବା ପାଇଁ ପ୍ରକୃତି କୋଳକୁ ଫେରେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପରିବେଶରେ ନିଜକୁ ହଜେଇ ଦିଏ, କର୍ମମୟ ଜୀବନରେ ଥକି ପଡିଥିବା ମଣିଷ ଆଗକୁ ବଢିବା ପାଇଁ ଶକ୍ତ ସଂଚୟ କରେ । ନବରଙ୍ଗପରୁରରେ ରହିଛି ଏମିତି ଏକ ଜଳପ୍ରପାତ, ଯେଉଁଠି ଲୋକଙ୍କୁ ଆନନ୍ଦ ଦେଉଛି କୁଳୁକୁଳ ନାଦ କରି ଝରି ଆସୁଥିବା ଝରଣା ।

ନବରଙ୍ଗପୁର ଝରିଗାଁ ବ୍ଲକ ଅଂଚଳରେ ରହିଛି ସାଇଧାରା ଜଳ ପ୍ରପାତ । ଝରିଗାଁ ସଦର ମହୁକମା ଠାରୁ ପ୍ରାୟ ୫ କିଲୋମିଟର ଅଙ୍କବଙ୍କା ରାସ୍ତା ଦେଇ ଏଠାରେ ପହଂଚୁଛନ୍ତି ପର୍ଯ୍ୟଟକ । ସବୁଜ ଘଂଚ ଜଙ୍ଗଲ ପବର୍ତମାଳା ଭିତରେ ସୁଉଚ୍ଚ ଜଳପ୍ରପାତ । ଉଚ୍ଚ ପାହାଡର ବୁକୁ ଚିରି ବହି ଆସୁଛି ଝରଣା । ସେହି ଦୃଶ୍ୟକୁ ଯିଏ ଥରେ ଦେଖିଛି, ସେ ବାରମ୍ବାର ଏଠାକୁ ଆସିବା ପାଇଁ ମନ କରିଛି । ଜଳ ପ୍ରପାତରେ ଗାଧୋଇବା ସହ ଜଙ୍ଗଲ ଭିତରେ ବଣଭୋଜିର ମଜା ନିଅନ୍ତି ପର୍ଯ୍ୟଟକ ।

ବର୍ଷର ୬ରୁ ୭ ମାସ ସାଇଧାରା ଜଳପ୍ରପାତରେ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ । ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସନ୍ତି ପର୍ଯ୍ୟଟକ । ହେଲେ ଏହି ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କୁ ଯେତିକି ମାନସିକ ଶାନ୍ତି, ତାଠାରୁ ଅଧିକ ବ୍ୟତିବ୍ୟସ୍ତ କରେ ଏଠାରେ ଥିବା ସମସ୍ୟା । ଅବିରତ ଝରଣା ବହୁଥିବା ସାଇଧାରା ଜଳ ପ୍ରପାତରେ ପିଇବା ପାଣି ମୁନ୍ଦେ ମିଳୁନଥିବା ବେଳେ ଆଲୋକିକରଣ ବ୍ୟବସ୍ଥା ନାହିଁ । ତେଣୁ ସଂଜ ନଇଁବା ଆଗରୁ ଜଳ ପ୍ରପାତ ପାଖରୁ ଫେରିଯିବାକୁ ହୁଏ ।

ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇନଥିବା ସାଇଧାରା ଜଳପ୍ରପାତ ଉପରେ ପ୍ରଶାସନର ନଜର ପଡିଲେ, ଏବଂ ଏହାର ବିକାଶ ହେଲେ, ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ସ୍ଥାନୀୟ ଲୋକେ କୁହନ୍ତି ।

from Kanak News
via <a href="https://ifttt.com/?

ଖୋଲିଲା ମୟୂରଭଞ୍ଜ ରାଜ ପ୍ରାସାଦ । ଜିଲ୍ଲା ପର୍ଯ୍ୟଟନର ବିକାଶ ପାଇଁ ପ୍ରାସାଦ ଖୋଲିଦେଲେ ରାଜପରିବାର । 

କନକ ବ୍ୟୁରୋ : ଜିଲ୍ଲାର ବିକାଶ ପାଇଁ ରାଜପରିବାର ଆରମ୍ଭ କରିଛନ୍ତି ନିଆରା ଉଦ୍ୟମ । ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳି ସହିତ ରାଜ ବଂଶର କଳା, ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ ବିକଶିତ କରିବା ପାଇଁ ଦୁଇ ଦଶନ୍ଧି ପରେ ଖୋଲା ହୋଇଛି ମୟୂରଭଞ୍ଜ ରାଜ ପ୍ରାସାଦର । ବିଗତ ଦିନରେ ରାଜପରିବାର ଓ କର୍ମଚାରୀଙ୍କୁ ଛାଡ଼ି ଦେଲେ ସାଧାରଣ ଲୋକଙ୍କ ପାଇଁ ପ୍ରାସାଦର ଦ୍ୱାର ବନ୍ଦ ଥିଲା । ହେଲେ ଏବେ ଯେ କେହି ବି ରାଜ ଉଆସକୁ ଯାଇ ରାଜମହଲର ସୌଦର୍ଯ୍ୟ ଓ କଳାକୃତିକୁ ଉପଭୋଗ କରୁଛନ୍ତି । ଆଉ ମୟୂରଭଞ୍ଜ ରାଜ ପରିବାରର ରାଜକୀୟ ଠାଣୀ ସମ୍ପର୍କରେ ଜାଣିବାର ସୁଯୋଗ ପାଇପାରୁଛନ୍ତି ।

ବାରିପଦା ସହରର ବେଲଗଡିଆରେ ରହିଛି ମୟୂରଭଞ୍ଜ ରାଜା ତଥା ଭଞ୍ଜଦେଓ ରାଜବଂଶର ରାଜମହଲ । ୨୦ ଏକରରୁ ଅଧିକ ଜାଗାରେ ନିର୍ମିତ ଏହି ରାଜ ପ୍ରାସାଦ ୧୮ଶହ ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ତକ୍ରାଳୀନ ମହାରାଜେଶ୍ୱରୀ ସୁମିତ୍ରା ଭଞ୍ଜଦେଓଙ୍କ ଶାସନ କାଳରେ ଭିକ୍ଟୋରିଆନ୍ ଓ କୋରେନସିଆନ୍ ଶୈଳିରେ ନିର୍ମାଣ କରାଯାଇଛି । ପ୍ରଥମେ ପ୍ରାସାଦଟି ମୟୂରଭଞ୍ଜର ରାଜ୍ୟ ଅତିଥିଶାଳା ଭାବେ ବ୍ୟବହୃତ ହେଉଥିଲା । ଗ୍ରୀଷ୍ମ ଋତୁରେ ମହାରାଜମାନେ ଏଠାରେ ବସବାସ କରୁଥିବାରୁ ଏହାକୁ ସମର ପ୍ୟାଲେସ୍ ବୋଲି କୁହାଯାଏ । ତେବେ ମୁଖ୍ୟ ରାଜପ୍ରସାଦଟିକୁ ୧୯୫୮ ମସିହାରେ ଏମ୍.ପି.ସି. କଲେଜ ପାଇଁ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ପରେ ରାଜ ପରିବାର ଏବେ ଏହି ପ୍ରାସାଦରେ ରହୁଛନ୍ତି ।

ବର୍ତମାନ ରାଜବଂଶର ତିନି ରାଜ କୁମାରୀ ରାଜପ୍ରସାଦକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦେଇଛନ୍ତି । ଆଗରୁ କେବଳ ରାଜପରିବାର ପାଇଁ ଖୋଲା ରହୁଥିବା ରାଜପ୍ରାସାଦ ଭିତରେ ବୁଲି ଦେଖୁଛନ୍ତି ପର୍ଯ୍ୟଟକ ।

ମୟୂରଭଞ୍ଜର କଳା, ସଂକୃତି ଓ ପରମ୍ପରାକୁ ଦେଶ ବିଦେଶରେ ପରିଚିତ କରାଇବା ପାଇଁ ୨୦୧୯, ମାର୍ଚ୍ଚ ମାସରୁ ଖୋଲା ହୋଇଛି । ଏହି ପ୍ରସାଦରୁ ଆଦାୟ ହେଉଥିବା ଅର୍ଥକୁ ଜିଲ୍ଲାର ବିକାଶ ପାଇଁ ଖର୍ଚ କରାଯାଉଛି । ଛଉ ଉନୃତ୍ୟ, ଡୋକ୍ରା, ବାଉଁଶ, ସବାଇଘାସର ହସ୍ତକଳାର ପ୍ରଚାର ପ୍ରାସର ସହ କୁଷ୍ଠରୋଗୀଙ୍କ ଚିକିତ୍ସା ଓ ଆଦିବାସୀ ଝିଅଙ୍କ ଶିକ୍ଷା ଏବଂ କ୍ରୀଡାର ବିକାଶ କ୍ଷେତ୍ରରେ ଖର୍ଚ୍ଚ କରାଯଉଛି ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜପ୍ରସାଦକୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି । ଅତିଥିମାନେ ରାଜ ପ୍ରାସାଦର ସୌନ୍ଦର୍ଯ୍ୟକୁ ଦେଖିବା ସହ ସୂସଜ୍ଜିତ କୋଠରୀରେ ରାତିକାଟି ରାଜକୀୟ ଠାଣିକୁ ଉପଭୋଗ କରୁଛନ୍ତି । ଏହାସହି ପ୍ରାସାଦରେ ଅତିଥିଙ୍କ ପାଇଁ ନିୟମିତ ଛଉନୃତ୍ୟ ପରିବେଶଣ କରାଯାଉଛି ।

from Kanak News
via <a href="https://ifttt.com/?

ଆପଣ ୩୯୯ର ପ୍ରିପେଡ ପ୍ଲାନ ବ୍ୟବହାର କରୁଛନ୍ତି କି? ତେବେ ଜାଣନ୍ତୁ, କେଉଁ କମ୍ପାନୀ ଏହି ପ୍ରିପେଡ ପ୍ଲାନରେ କ’ଣ କ’ଣ ଅଫର ଦେଉଛି ।

କନକ ବ୍ୟୁରୋ : ଭାରତରେ ଟେଲିକମ କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଖୁସି କରିବାକୁ ବିଭିନ୍ନ ପ୍ରିପେଡ ପ୍ଲାନର ସୁବିଧା ଦେଇଥାନ୍ତି । ଭୋଡାଫୋନ ଆଇଡିଆ ଓ ଏୟାରଟେଲରେ ପ୍ରିପେଡ ପ୍ଲାନ ଜିଓଠାରୁ ଅଧିକ ମହଙ୍ଗା । ଅର୍ଥାତ ଜିଓ ନିଜ ଗ୍ରାହକଙ୍କୁ ଶସ୍ତା ପ୍ଲାନ ଦେଇ ଅଧିକ ଆକର୍ଷିତ କରିଥାଏ । ହେଲେ ଏହି ୩ଟି କମ୍ପାନୀ ପାଖରେ ଏମିତି କିଛି ପ୍ଲାନ ଅଛି ଯାହା ପାଖାପାଖି ସମାନ । ତେବେ ଏହି କମ୍ପାନୀ ଗୁଡିକର ପ୍ଲାନ ଗ୍ରାହକଙ୍କ ପାଇଁ କେତେ ଲାଭ ଦାୟକ ?

ଏଭଳି ଏକ ପ୍ରିପେଡ ପ୍ଲାନ ହେଉଛି ୩୯୯ । ତେବେ ଆସନ୍ତୁ ଜାଣିବା କେଉଁ କମ୍ପାନୀ ଏହି ପ୍ରିପେଡ ପ୍ଲାନରେ କଣ କଣ ଅଫର ଦେଉଛି । କାରଣ ଏହା ଜମିବା ଦ୍ୱାରା ଆପଣ ମାନେ ନିଜେ ନିଷ୍ପତ୍ତି ନେଇପାରିବେ କେଉଁ ପ୍ଲାନ ଆପଣଙ୍କ ପାଇଁ ଭଲ ।
ଜିଓର ୩୯୯ ପ୍ଲାନ ୫୬ ଦିନର ଭାଲିଡିଟି ସହ ଆସିଥାଏ । ଏଥିରେ ଗ୍ରାହକଙ୍କୁ ଦିନକୁ ୧.୫ ଜିବି ଡାଟା ମିଳିଥାଏ । ଏହାସହ ଯେକୌଣସି ନେଟୱର୍କକୁ ଫ୍ରି କଲିଂ ଓ ୧୦୦ ଏସଏମଏସ ଫ୍ରି ରହିଥାଏ । ଏହି ପ୍ଲାନ ପାଇଁ ଜିଓ ଆପର ଫ୍ରି ସବସ୍କ୍ରିପସନ ମଧ୍ୟ ଦିଆଯାଇଥାଏ ।

ଏୟାରଟେଲ ମଧ୍ୟ ତାର ୩୯୯ର ପ୍ଲାନରେ ୧.୫ ଜିବି ଡାଟା ଦେଇଥାଏ । ଏଥିରେ ଅନଲିମିଟେଡ କଲିଂ ଓ ୧୦୦ ଏସଏମଏସ ଫ୍ରି ମିଳିଥାଏ । ଏହାସହ ଏଥିରେ ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମ, ୱିଙ୍କ ମ୍ୟୁଜିକ, ଶ ଏକାଡେମୀରେ ୧ ବର୍ଷ ମାଗଣା କୋର୍ସର ଅଫର, ଫ୍ରି ହାଲୋ ଟ୍ୟିନ୍ସ ଓ ଫାଷ୍ଟଟ୍ୟାଗ ଟ୍ରାନ୍ସାକ୍ସନରେ ୧୦୦ ଟଙ୍କାର କ୍ୟାସବ୍ୟାକ ମଧ୍ୟ ମିଳିଥାଏ । ଏହାର ଭାଲିଡିଟି ୫୬ ଦିନ ଯାଏଁ ରହିଥାଏ ।

ଭୋଡାଫୋନର ୩୯୯ର ପ୍ଲାନ ୫୬ ଦିନ ପାଇଁ ଆସିଥାଏ । ଗ୍ରାହକଙ୍କୁ ଏଥିରେ ୧.୫ ଜିବି ଡାଟା, ଫ୍ରି କଲିଂ ସହ ୧୦୦ ଏସଏମଏସ ଫ୍ରି ଦିଆଯାଇଥାଏ । ଏହାସହ ଏହି ପ୍ଲାନ ଜରିଆରେ ଗ୍ରାହକଙ୍କୁ ଭିଆଇ ମୁଭି ଓ ଟିଭିର ଆକ୍ସେସ ମଧ୍ୟ ମିଳିଥାଏ । ଗୋଟିଏ ଏକ୍ସକ୍ଲୁସିଭ ଅଫର ଦ୍ୱାରା ଏହି ପ୍ଲାନକୁ ମୋବାଇଲ ଆପରେ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ୨୮ ଦିନ ପାଇଁ ୫ ଜିବି ଡାଟା ଦିଆଯାଇଥାଏ ।

ଭାରତରେ ଏହି ୩ ନେଟୱାର୍କଙ୍କ ଅଫର ପ୍ରାୟ ସମାନ ରହିଥାଏ । ନିଜ ନିଜ ଭିତରେ ପ୍ରତିଯୋଗୀତା ପାଇଁ ଏମାନେ ଏଭଳି ଅଫର ଦେଇ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ହେଲେ ଦେଶରେ ଏହି ଦୁଇ ନେଟୱାର୍କ ତୁଳନାରେ ଜିଓର ଗ୍ରାହକ ଅଧିକ ରହିଛନ୍ତି ।

from Kanak News
via <a href="https://ifttt.com/?

କ୍ୟାନସର କବଜାରେ ବାପା, ନେହୁରା ହେଉଛି କୁନିପୁଅ… ବାପା ଭଲ ହୋଇଗଲେ ଆମେ ପାଠ ପଢିବା, ଆମ ପେଟକୁ ଦାନା ଗଣ୍ଡେ ଯିବ…

କନକ ବ୍ୟୁରୋ: ବାପାର କଷ୍ଟର କାହାଣୀ କହିଲା ବେଳେ ବନ୍ଧବାଡ ମାନୁନି ପୁଅର ଲୁହ । ମୋ ବାପାଙ୍କୁ ବଞ୍ଚେଇ ଦିଅ, ମୋ ବାପାଙ୍କୁ ଭଲ କରିଦିଅ… ଏଇ ଦିପଦ କଥା କହିବା ବେଳେ ଦୁଇଧାର ଲୁହ ଝରିଆସୁଛି ତା ନିରିହ ଆଖିରୁ । ପୁଅର ଏ ବେଦନରୁ ଜାଣି ହେଉଛି ତା ବାପା  କେତେ ଯନ୍ତ୍ରଣା ପାଉଥିବେ, କେତେ କ୍ୟାନସରର କବଜାରେ ରହି କେତେ କଲବଲ ହେଉଥିବେ… ଏଇ ଲୁହ ନିଗାଡିବା ଛଡା କୁନି ପୁଅ ପାଖରେ କଣ ବା ଅଛି, ବାପାଙ୍କୁ ଭଲ କରିବାକୁ ସେ ବା କଣ କରିପାରିବ । ନା ମୁଲଲାଗିପାରିବ ନା କାହା ପାଖେ ହାତ ପାତିପାରିବ । ଭଗବାନଙ୍କ ଭରସାରେ ଆଖିର ଲୁହକୁ ଓଠରେ ପିଇବ…

ପୁରୀ ହାଡଗଡିଆ ସାହିର ଲୋକନାଥ ସାହୁ । ବୟସ ୪୫, ୪ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଲୋକନାଥଙ୍କ ପରିବାର । ଦୁଇଟି ପୁଅ ଗୋଟିଏ ଝିଅ ଓ ସ୍ତ୍ରୀ । ଦୀର୍ଘ ୪ ବର୍ଷ ହେବ ଲୋକନାଥଙ୍କୁ କ୍ୟାନସର । ଡାହାଣ ଗୋଡରେ କ୍ୟାନସର ହେବା ଫଳରେ ଗୋଡ କାଚିବାକୁ ପଡିଲା । ଗୋଟିଏ ଗୋଡ ହରାଇବା ପରେ ବି ଦେହ ଜମା ଭଲହେଉନି । ବରଂ ଅଧିକରୁ ଅଧିକ ହେଉଛି । ତେଣୁ ଜୀବନକୁ ନେଇ ବ୍ୟଥିତ ହୋଇପଡିଥିବା ଲୋକନାଥ କେମିତି ପରିବାର ଚଳିବ ସେଇ ଚିନ୍ତାରେ ।

ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେଖାଇଥିଲେ କିନ୍ତୁ ସ୍ଥିତି କିଛି ସୁଧୁରିଲାନି । ପରେ ପୁରୀ ହସ୍ପିଟାଲରେ ଦେଖାଉଥିଲେ ବି ସେଠାକାର ଡାକ୍ତର ଦୂରଦୂର ଖିନଖିନ କରିବା ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଲୋକନାଥଙ୍କ ପତ୍ନୀ । ପୁରୀରୁ ନିରାସ ହେବା ପରେ କଟକ କ୍ୟାନ୍ସର ହସ୍ପିଟାଲ ନେଇଥିଲେ ବି ସେଠାରେ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର । ତେଣୁ ଏତେ ପଇସା କେଉଁଠୁ ଆସିବ, ବାଧ୍ୟ ହୋଇ ସ୍ୱାମୀଙ୍କୁ ଘରେ ରଖି କାନ୍ଦ ବୋବାଳିରେ ଦିନ କାଟୁଛନ୍ତି ପତ୍ନୀ ସବିତା ।

ଚିକିତ୍ସା ପାଇଁ ତ ଟଙ୍କା ଅଣ୍ଟୁନି ପେଟ ପାଇଁ କେଉଁଠୁ ବଳିବ । ତେଣୁ ଅନେକ ସମୟରେ ମାଆ ସହ ଉପାସରେ ରୁହନ୍ତି ଏ କଅଁଳ କଢି । ତେଣୁ ବାପାଙ୍କୁ ଭଲ କରିଦେବାକୁ ସରକାରହ୍କୁ ଗୁହାରୀ କରିଛି ଏ କୁନି ପୁଅ । ତେବେ କଟକ ଭୁବନେଶ୍ୱରରେ କେତେ କେତେ ହସ୍ପିଟାଲ ଅଛି, କେତେ କେତେ ଡାକ୍ତର ବି ଅଛନ୍ତି । ଯଦି କ୍ୟାନ୍ସରର ଏ କରୁଣ କାହାଣୀ ଶୁଣି କେହି ସହୃଦୟ ଡାକ୍ତର ଲୋକନାଥଙ୍କୁ ମାଗଣାରେ ଚିକିତ୍ସା କରନ୍ତେ କି ତାଙ୍କ ଦୁଃଖ ଶୁଣନ୍ତେ ତେବେ ବିଚରା ଅସହାୟ ପରିବାରର ମୁହଁରେ ହସ ଫୁଟନ୍ତା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started