ସାଇବର ଅପରାଧ ରୋକିବା ପାଇଁ ହେଲପ ଡେସ୍କ ଖୋଲିଲା କମିସନରେଟ ପୁଲିସ । ଜାରି କଲା ସହାୟତା ନମ୍ବର । କହିଲେ, ଠକେଇର ଏକ ଘଂଟା ଗୁରୁତ୍ୱପୂର୍ଣ୍ଣ

କନକ ବ୍ୟୁରୋ : ସାଇବର ଅପରାଧ ରୋକିବାକୁ ଜାରି ହେଲା ସହାୟତା ନମ୍ବର । ସହାୟତା ନମ୍ବର – ୭୪୪୦୦୦୬୭୦୯ ଜାରି । ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ । ଠକେଇ ଟଙ୍କା କୁଆଡେ ଯାଉଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ । ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ପୋଲିସ କମିଶନର ।

ସଙ୍ଗେସଙ୍ଗେ ହେଲପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ । ଆସିଥିବା ୟୁଆରଏଲ ଦେବାମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଥାନାରେ ଅଭିଯୋଗ ପହଞ୍ଚିବା ମାତ୍ରେ ଆଇଆଇସିଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ କମିଶନର । ସନ୍ଦେହଜନକ କଲ୍ ଆସିଲେ ପୋଲିସକୁ ଜଣାଇବାକୁ ପରାମର୍ଶ । ଜଣେ ସବଇନ୍ସିପେକ୍ଟର ଓ ୭ ଜଣ କନଷ୍ଟେବଳ ଏଥିରେ କାମ କରୁଛନ୍ତି ।

from Kanak News
via <a href="https://ifttt.com/?

ଶେଷରେ ପରାଜୟକୁ ସ୍ୱୀକାର କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ ଫଳା ଫଳରେ ନାହିଁ ଖୁସି ହେଲେ ୨୦ ତାରିଖରେ ଛାଡିଦେବି ପଦ । ସେପଟେ ଜୋ- ବାଇଡେନଙ୍କୁ ରାଷ୍ଟ୍ରପତି ଘୋଷଣା

କନକ ବ୍ୟୁରୋ : ଆମେରିକା କଂଗ୍ରେସ ଦ୍ୱାରା ଜୋ-ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଇବା ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ‘ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି, ଏକ ଐତିହାସିକ ରାଷ୍ଟ୍ରପତି ଯୋଗର ଅନ୍ତ ହେଲା , ନିର୍ବାଚନର ଏଭଳି ଫଳାଫଳକୁ ନେଇ ମୁଁ ସମ୍ପୁର୍ଣ୍ଣ ଅସହମତି ପ୍ରକାଶ କରୁଛି ମାତ୍ର ମୁଁ ଜାନୁଆରୀ ୨୦ ତାରିଖରେ କ୍ଷମତାର ହସ୍ତାନ୍ତର କରିବି’ ।

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଟ୍ରମ୍ପ୍ ତାଙ୍କ ବୟାନରେ କହିଛନ୍ତି କି, ‘ମୁଁ ସବୁବେଳେ କହିଛି କି ସଠିକ୍ ଉପାୟରେ କିଭଳି ମତଦାନ ହୋଇପାରିବ ତାହା ଉପରେ ପ୍ରୟାସ ଜାରି ରଖିବି ଓ ନିର୍ବାଚନର ଫଳାଫଳକୁ କିଭଳି ଭାବେ ସ୍ୱଚ୍ଛ କରିହେବ ସେ ନେଇ ଚେଷ୍ଟା କରିବି, ଏହା ମୋର ପ୍ରଥମ ଓ ଐତିହାସିକ ରାଷ୍ଟ୍ରପତି କାର୍ଯ୍ୟକାଳର ଅନ୍ତ ଘଟିଲା । ଆମେରିକାକୁ ପୃଥିବୀର ଶ୍ରେଷ୍ଟ ରାଷ୍ଟ୍ରଭାବେ ଗଢିତୋଳିବାର ଏହା ମୋର ପ୍ରଥମ ପର୍ଯ୍ୟାୟ ପ୍ରୟାସ ’ । ଟ୍ରମ୍ପଙ୍କ ବୟାନରେ ପୁଣିଥରେ ସେ ନିର୍ବାଚନ ଆୟୋଗଙ୍କ ଉପରେ ଆରୋପ ଲଗାଇଛନ୍ତି । ଏହା ପୂର୍ବରୁ ଟ୍ରମ୍ପଙ୍କ ସମର୍ଥକ ମାନେ କ୍ୟାପିଟଲ ହିଲ୍ ବିଲ୍ଡିଂ ଉପରେ ଆକ୍ରମଣ କରି ଭୋଟ ଗଣତିରେ ରୋକ୍ ଲଗାଇବାକୁ ଚେଷ୍ଟା କରିଥିଲେ । ଏହି ଆକ୍ରମଣରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

ଆମେରିକା କଂଗ୍ରେସ ତରଫରୁ ଡେମୋକ୍ରେଟିକ୍ ପାର୍ଟିର ପ୍ରାଥୀ ଜୋ- ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଇଛନ୍ତି । ଆମେରିକା କଂଗ୍ରେସ ଇଲେକ୍ଟ୍ରୋକାଲ କଲେଜ ଗଣତି ପରେ ବାଇଡେନଙ୍କୁ ବିଜୟୀ ଭାବେ ଘୋଷଣା କରିଛନ୍ତି । ବାଇଡେନଙ୍କ ବ୍ୟତିତ କମଲା ହେରିସ୍ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ବିଜୟୀ ଘୋଷଣା କରାଯାଇଛି । ଏହା ପୂର୍ବରୁ ସିନେଟ ଓ କଂଗ୍ରେସ ପକ୍ଷରୁ ଜର୍ଜିୟା, ପେନସିଲବେନିୟା, ଓ ଏରିଜିନା ସହିତ ଯୋଡି ହୋଇଥିବା ରିପବ୍ଲିକାନ ନେତାଙ୍କ ଭୋଟ ଗଣତି ପାଇଁ ହୋଇଥିବା ଅନୂୁରୋଧକୁ ଖାରଜ କରିଛନ୍ତି ।

from Kanak News
via <a href="https://ifttt.com/?

ରାଉରକେଲା ଷ୍ଟିଲ ପ୍ଲାଂଟ ଗ୍ୟାସ ଲିକ ଘଟଣା : ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲା ସେଲ ମୁଖ୍ୟାଳୟ; ବୋକାରୋ ଷ୍ଟିଲ ପ୍ଲାଂଟ ଇଡ଼ିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ କରିବ ତଦନ୍ତ

କନକ ବ୍ୟୁରୋ : ରାଉରକେଲା ଷ୍ଟିଲ ପ୍ଲାଂଟ ଗ୍ୟାସ ଲିକ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲା ସେଲ ମୁଖ୍ୟାଳୟ । ବୋକାରୋ ଷ୍ଟିଲପ୍ଲାଂଟର ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଘଟଣାର ତଦନ୍ତ କରିବେ । ସେଲ କୋଲକତାର ସିଜିଏମ ଏସ.କେ ଦାସ, ଭିଲାଇ ଷ୍ଟିଲ ପ୍ଲାଂଟର ସିଜିଏମ ଭି.କେ ଶ୍ରୀବାସ୍ତବ, ଦୁର୍ଗାପୁର ଷ୍ଟିଲ ପ୍ଲାଂଟର ସିଜିଏମ ଆର.କେ ସିହ୍ନା ଟିମରେ ଅଛନ୍ତି ।

ଗ୍ୟାସ ଲିକ ଘଟଣାରେ ଆଜି ଆଉ ଜଣେ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଗତକାଲି ଆରଏସପିର କୋଲ କେମିକାଲ ଡ଼ିପାଟମେଂଟରେ ଗ୍ୟାସ ଲିକ୍ ହୋଇ ୧୦ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ପ୍ରଥମେ ପ୍ଲାଂଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୬ଜଣ ସୁସ୍ଥ ଥିବା ଜଣାପଡ଼ିଛି । ଏହି ଘଟଣାରେ ଗତକାଲି ୨ ଅଧିକାରୀ ସସପେଣ୍ଡ କରାଯାଇଥିଲା । ଆଜି ଆଉ ଜଣେ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ଘଟଣାରେ ମୋଟ ୩ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି ।

from Kanak News
via <a href="https://ifttt.com/?

ସ୍କୁଲ ଫି କମାଇବା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ : କହିଲେ କମିଟି ନେଇଥିବା ନିଷ୍ପତିକୁ କରାଯାଉ କାର୍ଯ୍ୟକାରୀ

କନକ ବ୍ୟୁରୋ : ହାଇକୋର୍ଟରେ ସ୍କୁଲ ଫି ମାମଲା ପ୍ରସଙ୍ଗ । ରାଜ୍ୟ ସରକାର ଦେଇଥିବା ରିହାତି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଲେ କୋର୍ଟ । ସମାନ ବିଷୟକୁ ନେଇ ହୋଇଥିବା ଅନ୍ୟ ମାମଲାର ଆଉ ବିଚାର ହେବ ନାହିଁ । କମିଟି ଆଧାରରେ ନିଆଯାଇଥିବା ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବି ଆର ଷଡଙ୍ଗୀଙ୍କ ଖଣ୍ଡପୀଠରେ ଶୁଣାଣୀ ହୋଇଛି ।

କରୋନା ମହାମାରୀକୁ ନେଇ ଦେଖାଦେଇଥିବା ସ୍ଥିତିରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସ୍କୁଲ ଫି ଛାଡ଼ ପ୍ରସଂଗକୁ ନେଇ ହାଇକୋର୍ଟରେ ଚାରୋଟି ମାମଲା ରୁଜୁ ହୋଇଥିଲା। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ସଭାପତି ପ୍ରଦୀପ୍ତ ନାୟକ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ।

from Kanak News
via <a href="https://ifttt.com/?

ଆସନ୍ତାକାଲି ଠାରୁ ପୁରା ଦେଶରେ କରୋନା ଭ୍ୟାକସିନର ଡ୍ରାଏ ରନ୍ । ଟିକାକରଣ ପୂର୍ବରୁ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

କନକ ବ୍ୟୁରୋ : ଦେଶରେ କରୋନା ପାଇଁ ଟିକାକରଣ ଆରମ୍ଭ ହେବା ପୂର୍ବରୁ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନପେରନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ଆଲୋଚନା ପରେ ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କି ଟିକାକରଣ ପ୍ରାରମ୍ଭରେ କୋଭିଡ୍ ଯୋଦ୍ଦା ମାନଙ୍କୁ ପ୍ରାଥମିକତା ଦିଆଯିବ । ଏହା ସହ ଟିକା ପ୍ରସ୍ତୁତରେ ସାମିଲ ହୋଇଥିବା ଡାକ୍ତର ଓ ବୈଜ୍ଞାନିକ ମାନଙ୍କୁ ସେ ସଲାମ୍ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି କରୋନା କଟକଣା ଠାରୁ ଆରମ୍ଭ କରି ଭ୍ୟାକସିନ ପ୍ରସ୍ତୁତ ପର୍ଯ୍ୟନ୍ତ ଆମକୁ ଅନେକ ବନ୍ଧୁର ପଥ ଅତିକ୍ରମ କରି ସାରିଛୁ । ଭାରତରେ ପାଖା ପାଖି ୩୦ ଟି କମ୍ପାନୀ ଭ୍ୟାକସିନ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ତାହା ମଧ୍ୟରୁ ୭ କମ୍ପାନୀର ଭ୍ୟାକସିନ ଟ୍ରଏଲ ଫେଜରେ ରହିଛି । ଯାହା ମଧ୍ୟରୁ ୨ ଟି ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି । ଏହି ୨ ଟି ଟିକାକୁ ଲୋକଙ୍କ ପାଖରେ ଖୁବଶୀଘ୍ର ପହଂଚାଇବାକୁ ସରକାର ଉଦ୍ୟମ କରୁଛନ୍ତି । ଏନେଇ ଆସନ୍ତାକାଲି ଠାରୁ ପୁରା ଦେଶରେ ଡ୍ରାଏ ରନ୍ ଆରମ୍ଭ କରାଯିବ ।

ଡ.ହର୍ଷବର୍ଦ୍ଧନ କହିଛନ୍ତି କି ପ୍ରଥମେ ୨୮ ଓ ୨୯ ଡିସେମ୍ବରେ ୪ ଟି ରାଜ୍ୟରେ ଡ୍ରାଏ ରନ୍ କରାଇଥିଲୁ । ଏହାପରେ ଜାନୁଆରୀ ୨ ତାରିଖରେ ଦେଶର ସମସ୍ତ ରାଜ୍ୟର ୨୮୫ ଜିଲ୍ଲାରେ ଡ୍ରାଏ ରନ୍ କରାଯାଇଥିଲା । ଏହାସହ ଆସନ୍ତା କାଲି ଦେଶର ୩୩ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ (ହରିଆଣା, ହିମାଞ୍ଚଳ ଓ ଅରୁଣାଚଳ ପ୍ରଦେଶ ବ୍ୟତିତ) ରେ ଡ୍ରାଏ ରନ୍ କରାଯିବ । କହିରଖୁ କି ଗୁଜୁରାଟ୍, ପଞ୍ଜାବ, ଆସାମ ଓ ଆନ୍ଧ୍ରପ୍ରଦେଶରେ ଡ୍ରାଏ ରନକୁ ନେଇ ଭଲ ଫଳାଫଳ ସାମ୍ନାକୁ ଆସିଥିଲା । ଏହାପରେ ସରକାର ପୁରା ଦେଶରେ ଡ୍ରାଏ ରନ୍ କରାଇବାକୁ ନିଷ୍ପତ୍ତି ନେଇଥିଲେ । ଡ୍ରଗ୍ସ ସଂପର୍କିତ ସରକାରୀ ପରିଚାଳନା ସଂସ୍ଥା ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ କୁ ଜରୁରୀ କାଳୀନ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ବ୍ୟତିତ ଡିସିଜିଆଇ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭାକ୍ସିନକୁ ବି ମଞ୍ଜୁରୀ ଦେଇଛନ୍ତି । ଭାରତ ସରକାର ଆସନ୍ତା ସପ୍ତାହରେ ଦେଶରେ ଟିକାକରଣ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟର ଚିନ୍ତା । କହିଲେ ତବଲିଗ୍ ଜମାତ୍ ଭଳି ସ୍ଥିତି ସୃଷଟି ନହେଉ । କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କହିଲେ କରୋନା କଟକଣା ନେଇ କ’ଣ ନେଇଛ ପଦକ୍ଷେପ

କନକ ବ୍ୟୁରୋ : ୪୩ ଦିନରେ କୃଷକ ଆନ୍ଦୋଳନ । ଅତ୍ୟାଧିକ ଥଣ୍ଡା ସାଙ୍ଗକୁ ଦିଲ୍ଲୀରେ ବର୍ଷା । ଏହାରି ମଧ୍ୟରେ ହକ ପାଇଁ ଦିଲ୍ଲୀ ସୀମାରେ ଅଡି ବସିଛି କୃଷକ । ପାରିତ ହୋଇଥିବା କୃଷି ଆଇନକୁ ପ୍ରତ୍ୟାହାର, କୃଷି କ୍ଷେତ୍ରରେ ବିଜୁଳି ବିଲ୍ ସମ୍ପୁର୍ଣ୍ଣ ଛାଡ ଓ ଏମଏସପିକୁ ଆଇନ ସିଦ୍ଧ କରିବାକୁ ଦାବି କରୁଛନ୍ତି କୃଷକ ମାନେ । ହେଲେ ସରକାର କୃଷକଙ୍କର କୌଣସି ଦାବି ମାନିବାକୁ ପ୍ରସ୍ତୁତ ନୁହନ୍ତି । ଏନେଇ ସରକାର ଓ କୃଷକ ମାନଙ୍କ ମଧ୍ୟରେ ୮ ଥର ବୈଠକ ବସି ସାରିଲାଣି । ହେଲେ କୌଣସି ନିଷ୍କର୍ସ ବାହାରିବାର ନାଁ ନେଉନି । ଆସନ୍ତା କାଲି ପୁଣି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ହେଲେ ତାହାପୂୁର୍ବରୁ ଆଜି ଆନ୍ଦୋଳନରତ କୃଷକ ମାନେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବାକୁ ଦିଲ୍ଲୀରେ ଚଳାଇଛନ୍ତି ଟ୍ରାକ୍ଟର ରାଲି । ଏହି ରାଲିରେ ହଜାର ହଜାର ସଂଖ୍ୟାରେ ଟ୍ରାକ୍ଟର ବ୍ୟବହାର କରାଯାଉଛି ।

ସେପେଟେ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଆସନ୍ତରା ୧୧ ତାରିଖ ଦିନ ଶୁଣାଣି ହେବ । ହେଲେ ତାହା ପୂର୍ବରୁ କୃଷକ ମାନଙ୍କର ସମାଗମ ଦେଖି କୋର୍ଟ ସରକାରଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି । କୋର୍ଟ କହିଛନ୍ତି କି କରୋନା କାଳରେ ଏଭଳି ଆନ୍ଦୋଳନ ଚାଲୁ ରହିଲେ ତବଲିଗ ଜମାତ ଭଳି ସ୍ଥିତି ସୃଷ୍ଟି ହେବ (କହିରଖୁ କି କରୋନାକାଳ ଆରମ୍ଭରେ ଦିଲ୍ଲୀରେ ଏକ ଧର୍ମସଭା କରିବାକୁ ଶହ ଶହ ସଂଖ୍ୟାର ବିଦେଶୀ ମୁସଲମାନ ମାନେ ଏକଜୁଟ୍ ହୋଇଥିଲେ । ସେମାନେ ସଭା କରିବା ପୂର୍ବରୁ ସେମାନଙ୍କ ମଧ୍ୟରୁ କିଛି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ହେଲେ ଏନେଇ ତବଲିଗ୍ ଜମାତଙ୍କ ଉପରେ ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ସମସ୍ତ ତବଲିଗ୍ ମାନଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ । ହେଲେ ପ୍ରଶ୍ନ ଯାହାଙ୍କୁ କୋର୍ଟ ନିଜେ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ସେମାନେ କିଭଳି କରୋନା ବ୍ୟାପିବା ପାଇଁ ଦାୟି ବୋଲି କୋର୍ଟ ନିଜ ତରଫରୁ କହୁଛନ୍ତି । ) ଆନ୍ଦୋଳନ ସ୍ଥଳରେ କରୋନା ମାର୍ଗଦର୍ଶିକା ପାଳନ କରାଯାଉଛି କି ନାହିଁ ସେ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ ବୋବଡେ୍ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଏହାସହ ଅନ୍ନଦାତା ମାନେ କରୋନା ସଂକ୍ରମଣରୁ କିଭଳି ସୁରକ୍ଷିତ ରହିବେ, ସେ ସଂପର୍କିତ ପଦକ୍ଷେପ ଗ୍ରହଣ କରାଯାଇଛି କି ନାହିଁ ସେ ନେଇ ତଥ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ । ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ସରକାର ଆନ୍ଦୋଳନ ସ୍ଥଳରେ ଚାଷୀଙ୍କ ସ୍ୱାସ୍ଥ୍ୟ ସ୍ଥିତି ଜାଣିବାକୁ ପ୍ରୟାସ କରୁଛନ୍ତି । ନିଜାରମୁଦ୍ଦିନ ସ୍ଥିତ ମରକଜ୍ ପ୍ରସଙ୍ଗ ଓ ଲକଡାଉନ୍ ସମୟରେ ଏକାଧିକ ଲୋକ ଏକାଠି ହେବା ପାଇଁ ଅନୁମତି ଦେବା ବିରୋଧରେ ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ଏଭଳି ପ୍ରଶ୍ନ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟରେ ବେଧଡ଼କ ଚାଲିଛି ଧଳାଜହର ବେପାର : ଖୋର୍ଦ୍ଧା ବାଇପାସ୍ ନିକଟରୁ କୋଟିଏ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଘଟଣାରେ ଜଣେ ଗିରଫ

କନକ ବ୍ୟୁରୋ : ରାଜ୍ୟରେ ବେଧଡ଼କ ଚାଲିଛି ଧଳଜହର ବେପାର । କୋଟିଏ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ୧ କିଲୋ ୩୧୦ ଗ୍ରାମର ଧଳାଜହର ଖୋର୍ଦ୍ଧା ବାଇପାସରୁ ଜବତ କରାଯାଇଛି । ଖୋର୍ଦ୍ଧା କାଇପଦର ଏସ.କେ ଅନୱରକୁ ଏହି ଘଟଣାରେ ଗିରଫ କରିଯାଇଛି । ଆଜି କୋର୍ଟ ଚାଲାଣ କରାଯିବ ।

ସେପଟେ, ପୁରୀ ଅବକାରୀ ବିଭାଗ ଓ ମୋବାଇଲ ପାର୍ଟି ଚଢ଼ାଉ କରି ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି । ଦୁଇ ଜଣ ହେଲେ ପୁରୀ ସିଦ୍ଧ ମହାବୀରର ଶିବପ୍ରସାଦ ବେହେରା ଓ ରଘୁନାଥ ଦାସ । ଏମାନଙ୍କ ଠାରୁ ୨୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ପୂର୍ବ ସୂଚନା ପାଇ ଜଗି ରହିଥିବା ଅବକାରୀ ବିଭାଗ ଓ ମୋବାଇଲ ପାର୍ଟି ଖସି ପଳାଉଥିବା ଦୁଇ ଜଣକୁ କାବୁ କରିଛି। ସେମାନଙ୍କ ଠାରୁ ୨୦୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଏଣେ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ଖୋଜୁଛି ବିଭାଗ। ବେଶ୍ କିଛି ଦିନ ପରେ ପୁଣି ପୁରୀରୁ ବ୍ରାଉନସୁଗାର ଜବତ ହୋଇଥିବାରୁ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

from Kanak News
via <a href="https://ifttt.com/?

ଏଏନଏମଙ୍କ ନାଁରେ ଠକେଇ : ଭୁବନେଶ୍ୱର ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରି ଟଙ୍କା ମଗାଯାଉଥିବା ଅଡ଼ିଓ କ୍ଲିପ ଭାଇରାଲ

କନକ ବ୍ୟୁରୋ : ଟଙ୍କା ଦିଅ, ଚାକିରୀ ନିଅ । ରାଜଧାନୀରେ ଏଏନଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ନେଇ ଏମିତି କିଛି ବଡ ଖୁଲାସା କରିଛି କମିଶନରେଟ୍ ପୋଲିସ । ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡିବ । ତାହାର ଚାକିରୀ ସ୍ଥାୟୀ ହେବ । ଏହିଭଳି ଏକ ଅଡିଓ ଲାଗିଛି କ୍ୟାପିଟାଲ ପୋଲିସ ହାତରେ ।

ଘଟଣାରେ କ୍ୟାପିଟାଲ ଥାନା ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ୩ ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିିଛି । ଗିରଫ ୩ ଜଣଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ । ଏଏନଏମ୍ କର୍ମୀଙ୍କୁ ଭୂତେଇ କୋଟିଏ ଟଙ୍କା ଆଦାୟ କରି ଫେରାର ପାଇଁ ବ୍ଲୁ ପ୍ରିଂଟ ତିଆରି ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଡିସିପି । ଏହା ପଛରେ ଧାରଣା ସ୍ଥଳରେ ବସିଥିବା କିଛି ନେତାଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି ।

from Kanak News
via <a href="https://ifttt.com/?

ମାହାଙ୍ଗା ଡବଲ ମର୍ଡର ଘଟଣା : ରାଜ୍ୟ ସରକାରଙ୍କୁ ବିଜେପି ପ୍ରଭାରୀଙ୍କ ଟାଗେର୍ଟ; କହିଲେ, ପିଏମ୍ ଆବାସ ଦୁର୍ନୀତିି କଥା କହିବାରୁ କୁଳମଣିଙ୍କୁ କରାଗଲା ହତ୍ୟା

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ । ଦୁର୍ନୀତି ମାମଲାରେ ମୁହଁ ଖୋଲିବାରୁ କୁଳମଣି ଓ ଦିବ୍ୟସିହ ବରାଜଙ୍କୁ ହତ୍ୟା କରଯାଇଥିବା ପୁରନ୍ଦେଶ୍ୱରୀ ଅଭିଯୋଗ କରିଛନ୍ତି । ଏଫାଇଆରରେ ମନ୍ତ୍ରୀଙ୍କ ନାଁ ଥିଲେ ବି କାହିଁକି ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି । ଏହା ଉପରେ ନଜର ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ରାଜ୍ୟରେ ମହିଳା ଅତ୍ୟାଚାର ଓ ଶିଶୁ ନିର୍ଯାତନା ବଢିଛି ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ । ଆଜି ମାହାଙ୍ଗାର ନୃତାଙ୍ଗ ଗାଁକୁ ଯାଇ ମୃତ କୁଳମଣି ବରାଳଙ୍କ ପରିବାରବର୍ଗକୁ ଭେଟିଛନ୍ତି ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ । ପରିବାର ଲୋକଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୁରନ୍ଦେଶ୍ୱରୀ ।  ସେପଟେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ ହୋଇଛନ୍ତି । ଏହାସହ ଗିରଫଦାରୀ ସଂଖ୍ୟା ୬ରେ ପଂହଚିଛି ଏବେ ବି ୪ ଜଣ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ୫ ତାରିଖରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ଗତକାଲି ଜଣେ ଏବଂ ଆଜି ଆଉ ଜଣଙ୍କୁ ଗିରଫ ପରେ ମୋଟ୍ ଗିରଫ ସଂଖ୍ୟା ୬କୁ ବୃଦ୍ଧି ହୋଇଛି ।

from Kanak News
via <a href="https://ifttt.com/?

ନିଜ ବିଲ୍ଡିଂକୁ ହୋଟେଲରେ ପରିବର୍ତ୍ତନ କଲେ ସୋନୁ ସୁଦ । ଅନୁମତି ନେଇ ନଥିବାରୁ ସୋନୁଙ୍କ ନାଁରେ ମାମଲା ଦାୟର କଲା ବିଏମସି ।

କନକ ବ୍ୟୁରୋ : ବଲିଉଡ କଳାକାର ସୋନୁ ସୁଦଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୋଲିସରେ ଅଭିଯୋଗ କରିଛି  । ବିଏମସି ତା’ର ଅଭିଯୋଗରେ ଉଲ୍ଲେଖ କରିଛି କି ସୋନୁ ଜୁହୁ ସ୍ଥିତ ଏକ ୬ ମହଲା କୋଠାକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ବିଏମସି କହିଛି କି ସୋନୁ ଏଭଳି କରିବା ପୂର୍ବରୁ ବିଏମସିର ଅନୁମତି ନେଇ ନାହାନ୍ତି । ତେଣୁ ସୋନୁଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ୍ ପ୍ଲାନିଂ ନିୟମ (ଧାରା-୭) କୁ ଅବମାନନା ଭଳି ଏକ ଦଣ୍ଡନୀୟ ଅପରାଧ କରିଛନ୍ତି ।

ବିଏମସି ତରଫରୁ ଜାନୁଆରୀ ୪ ତାରିଖରେ ଜୁହୁ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ସୋନୁ ସୁଦ ଏ.ବି ନାୟାର ରୋଡ ନିକଟରେ ଥିବା ଶକ୍ତି ସାଗର ବିଲ୍ଡିଂକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ନିୟମ ମୁତାବକ ଶକ୍ତି ସାଗର ଏକ ଆବାସିକ କୋଠା ଅଟେ ତେଣୁ ଏହାକୁ ବାଣିଜ୍ୟ କାରବାରରେ ବ୍ୟବହାର କରାଯାଇପାରିବ ନାହିଁ । ବିଏମସି ଅହୁରି ଅଭିଯୋଗ କରିଛି କି ସୋନୁ ସୁଦ୍ଦ ନିଜେ ଏହି ଜମିର କିଶମ ପରିବର୍ତ୍ତନ କରିଦେଇଛନ୍ତି । ଏହା ସହ ବିଏମସିର ବିନା ପରାମର୍ଶରେ ଅନୁମତି ଠାରୁ ଅଧିକ ଉଚ୍ଚତାର କୋଠା ନିର୍ମାଣ କରିଛନ୍ତି । ଏହାସହ ଅବାସିକ କୋଠାକୁ ବାଣିଜ୍ୟ କାରବାର ନିମନ୍ତେ ବ୍ୟବହାର କରୁଛନ୍ତି । ଏନେଇ ବିଏମସି ଠାରୁ ଯେଉଁ ଅନୁମତି ଓ ପ୍ଲାନିଂ ନେବା କଥା ତାହା ସେ କରି ନାହାନ୍ତି ।

ସୋନୁଙ୍କ ନାମରେ ଏଭଳି ଅଭିଯୋଗ ଆସିବା ପରେ ସେ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ସେ ପ୍ରଥମେ ଏହି କୋଠାର ବ୍ୟବହାରିକ ପରିବର୍ତ୍ତନ ପାଇଁ ବିଏମସି ଠାରୁ ଅନୁମତି ନେଇଛନ୍ତି ଓ ଏବେ ମହାରାଷ୍ଟ୍ର କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟର ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started