ଭାଙ୍ଗିଲା ତେର ବର୍ଷର ରେକର୍ଡ : ଭିତରକନିକାରେ ବଢ଼ିଲେ ବିଦେଶୀ ପକ୍ଷୀ; ୧୨୧ ପ୍ରଜାତିର ୧,୩୬,୦୯୨ ପକ୍ଷୀ

କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚଳିତମାସ ୬ ତାରିଖ ଦିନ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡ଼ିଛି । ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୧୮ ହଜାର ୩୨୬ ପକ୍ଷୀ ଆସିଥିବାବେଳେ ଏ ବର୍ଷ ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଛନ୍ତି । ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ଭିତରକନିକାକୁ ୧୭ ହଜାର ୭୬୬ ପକ୍ଷୀ ଅଧିକ ଆସିଥିବା ଜଣାପଡିଛି । ଗତ ୧୩ ବର୍ଷ ଭିତରେ ଏହା ସର୍ବାଧିକ। ଗତବର୍ଷ ୧୧୫ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏଥର ଆସିଛନ୍ତି ୧୨୧ ପ୍ରଜାତି।

ଚଳିତବର୍ଷ ଭିତରକନିକାରେ ପୂର୍ବ ଓ ମଧ୍ୟ ଏସିଆରୁ ଆସିଥିବା ପାଇଡ୍‌ଆବୋସେଟ୍‌ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଗତ ୧୩ ବର୍ଷ ଧରି ଏହି ପକ୍ଷୀଙ୍କୁ ଦେଖିବାକୁ ମିଳୁ ନ ଥିଲା। ଗଣନା ବେଳେ ଏହି ଜାତୀୟ ୧୨୮ଟି ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ଏଥର ସରସାହଂସ, ପାତିହଂସ, କଳାହଂସ, ଦୁବହଂସ, ପଣ୍ତାହଂସ, ହେରେନ, ଗେଣ୍ତାଳିଆ, ଦାବେଂଟିଆ, ପାଣିଗୁରୁଣ୍ତି, ଚନ୍ଦନପାଟିଆଗେଣ୍ତି, ଚିତ୍ରାଖଡିହଂସ, ରଙ୍ଗାଗେଣ୍ତି, ସାରସହଂସ ପ୍ରଭୃତି ପକ୍ଷୀଙ୍କ ସମାଗମ ହୋଇଛି। ଏହି ପକ୍ଷୀଗୁଡିକ ପ୍ରଚଣ୍ତଶୀତ ଦାଉରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ଓ ଲଦାଖ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧରୁ ଏଠାକୁ ଆସିଥିବା ରାଜନଗରଡି ଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁସାରେ, ୨୦୦୮–୦୯ରେ ୧,୦୧.୨୯୩ ବିଦେଶୀ ପକ୍ଷୀ ଆସିଥିବା ବେଳେ ୨୦୦୯–୧୦ରେ ୧,୧୪.୯୨୧, ୨୦୧୦–୧୧ରେ ୫୩,୧୩୬, ୨୦୧୧–୧୨ରେ ୫୨,୧୪୨, ୨୦୧୨–୧୩ରେ ୮୧,୪୦୧, ୨୦୧୩–୧୪ରେ ୬୮,୫୧୪, ୨୦୧୪–୧୫ରେ ୧,୧୩,୨୨୬, ୨୦୧୫–୧୬ ରେ ୧,୦୬,୩୫୬, ୨୦୧୬–୧୭ରେ ୭୬,୨୬୮, ୨୦୧୭–୧୮ରେ ୧,୧୨,୯୩୭, ୨୦୧୮–୧୯ରେ ୧,୦୯,୦୫୯, ୨୦୧୯–୨୦ରେ ୧,୧୮,୩୨୬ ଓ ୨୦୨୦–୨୧ରେ ୧,୩୬,୦୯୨ ପକ୍ଷୀ ଆସିଥିବା ଜଣାପଡ଼ିଛି।

from Kanak News
via <a href="https://ifttt.com/?

ଆଜିଠାରୁ କଟକରେ ଖୋଲିଲା ମନ୍ଦିର : କୋଭିଡ ନିୟମ ପାଳନ ସହ ଠାକୁରଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ 

କନକ ବ୍ୟୁରୋ : କଟକରେ ଆଜିଠାରୁ ଖୋଲିଲା ମନ୍ଦିର । ସାମାଜିକ ଦୂରତା ପାଳନ ଏବଂ ମାସ୍କ ପିନ୍ଧି ଠାକୁରଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ଏସଓପି ଜାରି କରିଛି କଟକ ମହାନଗର ନିଗମ । ମନ୍ଦିରରେ ଦର୍ଶନ ସମୟରେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ଏହାର ଯାଂଚ କରିବେ ପୂଜକ ।

ମନ୍ଦିରରେ ଦର୍ଶନ ସମୟରେ ଏସଓପି ପାଳନ କରାନଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । କଟକରେ ଆଜି ମନ୍ଦିର ଖୋଲିବା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କଟକ ଚଣ୍ଡି ମନ୍ଦିରରେ କୋଭିଡ ନିୟମ ପାଳନ ସହି ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା କାରଣରୁ ପ୍ରାୟ ୧୦ ମାସ ଧରି ଚଣ୍ଡି ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା ।

from Kanak News
via <a href="https://ifttt.com/?

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଙ୍ଗାମା ଘଟଣା : ମୋଦିଙ୍କ କଡା ନିନ୍ଦା; ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଂସାର ସ୍ଥାନ ନାହିଁ

କନକ ବ୍ୟୁରୋ : ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟକୁ ମାନିବାକୁ ରାଜି ନୁହନ୍ତି ଟ୍ରମ୍ପ ସମର୍ଥକ । ଆମେରିକା କଂଗ୍ରେସରେ ଇଲେକଟରାଲ କଲେଜ ପାଇଁ ବୈଠକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ୱାଂଶିଟନର କ୍ୟାପିଟାଲ ବିଲ୍ଡିଂରେ ହଙ୍ଗାମା କରିଛନ୍ତି । ହଙ୍ଗାମା ଓ ହିଂସା ଯୋଗୁଁ ଯୋଗୁଁ ୱାଂଶିଟନ ଡିସିରେ ସ୍ଥିତି ବିଗିଡି ଯାଇଛି । ସେଠାରେ କର୍ଫ୍ୟୁ ଜାରି କରାଯାଇଛି । ହଙ୍ଗାମା ସମୟରେ ଟ୍ରମ୍ପ ସମର୍ଥକ ଓ ପୁଲିସ ମୁହଁମୁହିଁ ହୋଇଛନ୍ତି ।

ଆମେରିକା କଂଗ୍ରେସରେ ଇଲେକଟରାଲ କଲେଜ ପାଇଁ ବୈଠକ ଆଗରୁ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ୱାଂଶିଟନର କ୍ୟାପିଟାଲ ବିଲ୍ଡିଂରେ ହଙ୍ଗାମା ଘଟଣାରେ ଟୁଇଟ୍ କରି କଡା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ଏହି ଖବର ଦେଖି ବେଶ୍ ଦୁଃଖ ଅନୁଭବ ହେଉଛି । କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଏବଂ ନିୟମ ଅନୁସାରେ ହେବା ଆବଶ୍ୟକ । ବେଆଇନ୍ ଭାବେ କ୍ଷମତା ଦଖଲ ପାଇଁ ଏପରି ହିଂସାକାଣ୍ଡକୁ ପ୍ରଶୟ ଦିଆଯାଇ ପାରିବ ନାହିଁ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଂସାର ସ୍ଥାନ ନାହିଁ ବୋଲି ଟୁଇଟ୍ କରି କଠୋର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

from Kanak News
via <a href="https://ifttt.com/?

ମାହାଙ୍ଗା ଡବଲ ମର୍ଡର ଘଟଣା : ଆଉ ଜଣେ ଗିରଫ ପରେ ମୋଟ୍ ଗିରଫ ସଂଖ୍ୟା ୬କୁ ବୃଦ୍ଧି

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ ହୋଇଛନ୍ତି । ଏହାସହ ଗିରଫଦାରୀ ସଂଖ୍ୟା ୬ରେ ପଂହଚିଛି ଏବେ ବି ୪ ଜଣ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ୫ ତାରିଖରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ଗତକାଲି ଆଉଜଣେ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା । ମଙ୍ଗଳବାର ଦିନ ପୁଲିସ ଜଣେ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ଡେମୋ ଦେଖାଇଥିଲା ।

ପୋଲିସ ହାତରେ ଧରାପଡିଥିବା ଅଭିଯୁକ୍ତ ପଂଚାନନ ସେଠୀ ଗଣମାଧ୍ୟମ ଆଗରେ ଗତକାଲି କହିଥିଲା ସେ ହତ୍ୟାକାଣ୍ଡ ଭିଆଇଛି । ତାକୁ ଉଲଗ୍ନ କରି ବାଡେଇବାରୁ ରାଗ ରଖି ସେ ଏପରି କାଣ୍ଡ ଘଟାଇଥିବା କହିଛି । କୋର୍ଟରେ ହାଜର କରାଯାଉଥିବା ବେଳେ ଏଭଳି ସ୍ୱିକାରୋକ୍ତ କରିଥିଲା । ସେପଟେ ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ ଆଜି ମାହାଙ୍ଗା ଯାଇ କୁଳମଣି ବାରିକଙ୍କୁ ଭେଟିବେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ।

from Kanak News
via <a href="https://ifttt.com/?

ଖୋଲା ଆକାଶ ତଳେ ପଡି ରହିଛି ବସ୍ତା ବସ୍ତା ଧାନ : କଳାହାଣ୍ଡିରେ ତେଜିଲା ଚାଷୀ ଅସନ୍ତୋଷ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କାଶୀବାହାଲ ନୂଆପଡା ଧାନ ମଣ୍ଡିରେ ଟୋକନ ଅନିୟମିତତାକୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ପ୍ରକୃତ ଚାଷୀ ବଦଳରେ ଜାଲ ଚାଷୀ ଟୋକନ ହାତେଇ ଧାନ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଏହାର ତଦନ୍ତ ଦାବିରେ ଚାଷୀମାନେ ମଣ୍ଡି ଆଗରେ ବସି ଧାନ ବୋଝେଇ ଗାଡିକୁ ଅଟକାଇବାରୁ ଧାନ ଉଠାଣରେ ଅଚଳାବସ୍ଥା ଦେଖାଇଛି ।ମଣ୍ଡିରେ ଧାନ କିଣୁଥିବା ମଙ୍ଗଳାଦେବୀ ଏସଏଚଜିର ସଂପାଦିକା ଚଂଚକତା କରି ଟୋକନ ହାତେଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଅନଲାଇନ ପଞ୍ଜୀକରଣ ସମୟରେ ଚାଷୀଙ୍କ ସମସ୍ତ ପ୍ଲଟକୁ ଏଂଟ୍ରି ନକରି ସେହି ପ୍ଲଟକୁ ସଂପାଦିକା ନିଜ ସଂପର୍କୀୟଙ୍କ ନାଁରେ ଏଂଟ୍ରି କରି ଟୋକନ ଇସ୍ୟୁ କରିଥିବା କୁହାଯାଉଛି ।

ସେପଟେ ଟୋକନ ପାଇନପାରି ହନ୍ତସନ୍ତ ହେଉଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅତାବିରା ସମବାୟ ସମିତି ଅଂଚଳର ଚାଷୀ । ଅନଲାଇନ ଆବେଦନରେ ଛୋଟିଆ ଭୁଲ ପାଇଁ ୧୭୨ ଚାଷୀଙ୍କୁ ମିଳିନି ଟୋକନ । ଟୋକନ ନଥିବାରୁ ଚାଷୀ ନିଜ ଧାନ ମଣ୍ଡିକୁ ନେଇ ପାରୁ ନାହାନ୍ତି । ଫଳରେ ସେହି ଚାଷୀଙ୍କ ପ୍ରାୟ ୧୦ହଜାର କୁଇଂଟାଲ ଧାନ ଖୋଲା ଆକାଶ ତଳେ ଓ ଘର ବାରଣ୍ଡାରେ ପଡି ରହିଛି । ତୁରନ୍ତ ସରକାର ଟୋକନ ଦେଇ ଧାନ କିଣି ନେବାକୁ ଦାବି ହୋଇଛି ।

ସରକାର ଧାନ କିଣାରେ ସୁବିଧା ଓ ସ୍ୱଚ୍ଛତା ପାଇଁ ଅନଲାଇନ ପଞ୍ଜୀକରଣ ଓ ଟୋକନ ବ୍ୟବସ୍ଥା କରିଛନ୍ତି । ହେଲେ ଏହା ଚାଷୀଙ୍କୁ ବେଶୀ ସମସ୍ୟାରେ ପକାଉଛି । କେଉଁଠି ଟୋକନ ଜାଳିଆତି ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି । ପୁଣି ଛୋଟ ଭୁଲ ପାଇଁ ଟୋକନ ପାଇବାରୁ ଚାଷୀ ବଂଚିତ ହୋଇ ଧାନ ବିକ୍ରି କରିପାରୁ ନାହାନ୍ତି ।

from Kanak News
via <a href="https://ifttt.com/?

ହୀରାକୁଦରେ ପକ୍ଷୀ ଗଣନା : ଜଙ୍ଗଲ ବିଭାଗର ୩ଟି ଡିଭିଜନର ୨୧ଟି ଟିମ୍ ସାମିଲ; ଚଳିତ ବର୍ଷ ହୀରାକୁଦକୁ ଆସିଛନ୍ତି ଅଧିକ ବିଦେଶୀ ପକ୍ଷୀ 

କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରର ନୀଳ ଜଳ ରାଶିରେ  ଆରମ୍ଭ ହୋଇଛି ପକ୍ଷୀ ଗଣନା । ସମ୍ବଲପୁର, ବରଗଡ ଓ ଝାରୁସୁଗୁଡା ଫରେଷ୍ଟ ଡିଭିଜନର ମୋଟ ୨୧ଟି ଟିମ ସହ ସମ୍ବଲପୁର ଓୟୁଏଟି  ଛାତ୍ରଛାତ୍ରୀ ଏହି ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି । ଗତବର୍ଷ ଜଳଭଣ୍ଡାରକୁ  ୯୨ ପ୍ରଜାତିର  ଲକ୍ଷେ ୪୫ ହଜାରରୁ ଅଧିକ ପକ୍ଷୀ ଆସିଥିଲେ ।  ଦୂର ଦୂରାନ୍ତରୁ  ଆସିଥିବା ଏହି ପକ୍ଷୀମାନେ ମାର୍ଚ ପ୍ରଥମ ସପ୍ତାହ ଯାଏଁ ଏଠାରେ ରହିଥାନ୍ତି ।  ଚଳିତବର୍ଷ ହୀରାକୁଦକୁ ଅଧିକ ବିଦେଶୀ ପକ୍ଷୀ ଆସିଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ଭାରତ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟରେ ବର୍ଷା ବାଧକ : ପ୍ରଥମ ସେସନ ପରେ ଅଟକିଛି ଖେଳ

କନକ ବ୍ୟୁରୋ : ଆଜି ଠାରୁ ସିଡନୀରେ ଆରମ୍ଭ ହୋଇଛି ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟଟେଷ୍ଟ । ଏହି ମ୍ୟାଚରେ ବର୍ଷା ବାଧକ ହୋଇଛି । ପ୍ରଥମ ସେସନ ଖେଳରେ ବର୍ଷା ବାଧା ଦେବାରୁ ମ୍ୟାଚ୍ ଅଟକି ରହିଛି । ଗ୍ରାଉଣ୍ଡସ୍ ମ୍ୟାନ୍ ପଡିଆରେ କଭର ପକାଇ ବର୍ଷା ବନ୍ଦ ହେବାକୁ ଅପେକ୍ଷା କରିଛନ୍ତି । ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳକୁ ଲାଗିଛି ଝଟକା । ଶସ୍ତାରେ ଆଉଟ୍ ହୋଇଛନ୍ତି ଦଳର ଷ୍ଟାର ଓପନର ଡେଭିଡ ୱାର୍ଣ୍ଣର ।

୭ ଓଭର ଗୋଟିଏ ବଲ ଖେଳ ବେଳକୁ ଅଷ୍ଟ୍ରେଲିଆ ୧ ୱିକେଟ୍ ହରାଇ ୨୧ ରନ୍ କରିଥିଲା । ଏହା ପରଠାରୁ ବର୍ଷା ପାଇଁ ମ୍ୟାଚ୍ ବନ୍ଦ ରହିଛି । ଆଜି ସିଡନୀ ଟେଷ୍ଟ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତନ ହୋଇଛି । ଓପନିଂରୁ ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡିଛନ୍ତି ମୟଙ୍କ ଅଗ୍ରୱାଲ । ତାଙ୍କସ୍ଥାନ ନେଇଛନ୍ତି ରୋହିତ ଶର୍ମା । ସେପଟେ ଆହତ ଉମେଶ ଯାଦବଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ନଭଦୀପ ସୈନି । ଆଜି ଏହି ମ୍ୟାଚ ଜରିଆରେ ନଭଦୀପ ସୈନି ଟେଷ୍ଟ ଡେବ୍ୟୁ କରିଛନ୍ତି ।

from Kanak News
via <a href="https://ifttt.com/?

ୟୁପିରେ ଆଉ ଏକ ନିର୍ଭୟା କାଣ୍ଡ : ଗଣଦୁଷ୍କର୍ମ ପରେ ବର୍ବର ହତ୍ୟା; ମନ୍ଦିର ପୂଜାରୀ ଗିରଫ, ଜଣେ ଫେରାର

କନକ ବ୍ୟୁରୋ : ୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ଆଉ ଏକ ବର୍ବର ଘଟଣା ପଶ୍ଚିମ ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାରେ ଘଟିଛି । ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରାଯାଇଛି । ଗତ ରବିବାର ସନ୍ଧ୍ୟାରୁ ପୀଡ଼ିତାଙ୍କ ନିଖୋଜ ସଂପର୍କରେ ପୁଲିସକୁ ଖବର ଦିଆଯାଇଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ମାମଲାରେ ଏଫ୍ଆଇଆର ରୁଜୁ ହୋଇଛି। ମହିଳାଙ୍କ ଶରୀରର ବିଭିନ୍ନ ଅଂଶରେ କ୍ଷତଚିହ୍ନ ରହିଥିବା ଶବ ବ୍ୟବଚ୍ଛେଦ ରି‌ପୋର୍ଟରୁ ଜଣାପଡ଼ିବା ପରେ ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି ।

ୟୁପିର ହାଥରସ୍‌ ମାମଲାରେ ଯେଭଳି ପୁଲିସ ବେପରୁଆ ନୀତି ଧରିଥିଲା ଏବଂ ନିଖୋଜ ରିପୋର୍ଟ ପାଇବା ପରେ ତତ୍ପରତା ଦେଖାଇନଥିଲା, ଠିକ୍‌ ସେଭଳି ସ୍ଥିତି ବଦାୟୁଁ ମାମଲାରେ ମଧ୍ୟ ଦେଖିବାକୁ ମିଳିଛି । ପୁଲିସ ରବିବାର ସନ୍ଧ୍ୟାରୁ ପୀଡ଼ିତାଙ୍କ ନିଖୋଜ ସଂପର୍କରେ ପରିବାର ଲୋକଙ୍କଠାରୁ ଅବଗତ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଦୁଷ୍କର୍ମକାରୀମାନେ ପୀଡ଼ିତାଙ୍କ ଶବକୁ ଆଣି ତାଙ୍କ ଘର ବାହାରେ ମଙ୍ଗଳବାର ସନ୍ଧ୍ୟାରେ ଫୋପାଡ଼ି ଚାଲିଯିବା ପରେ ପୁଲିସର ନିଦ ଭାଙ୍ଗିଥିଲା । ଏହି ମାମଲାରେ ୩ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ମନ୍ଦିର ପୂଜାରୀଙ୍କ ସମେତ ୨ ଜଣ ଗିରଫ ହୋଇଛନ୍ତି । ଅନ୍ୟ ଜଣେ ଫେରାର ଅଛି ।

ପୀଡ଼ିତା ମହିଳାଙ୍କ ସ୍ବାମୀଙ୍କ କହିବା ଅନୁଯାୟୀ ତାଙ୍କ ପତ୍ନୀ (ଅଙ୍ଗନୱାଡ଼ି କର୍ମୀ) ଗତ ରବିବାର ଅପରାହ୍ନରେ ପୂଜା‌ କରିବାକୁ ନିକଟସ୍ଥ ଏକ ମନ୍ଦିରକୁ ଯାଇଥିଲେ। କିନ୍ତୁ ସେଠାରୁ ସେ ଆଉ ଘରକୁ ଫେରିନଥିଲେ। ପରେ ମନ୍ଦିରର ପୁରୋହିତ ଏବଂ ଅନ୍ୟ ୨ ଜଣ ଶବକୁ ଏକ ଗାଡ଼ିରେ ଆଣି ଘର ସମ୍ମୁଖରେ ପକାଇ ଦେଇ ପଳାଇଥିଲେ। ମହିଳା ଜଣଙ୍କ ମନ୍ଦିର ପରିସରର ଏକ କୂଅରେ ପଡ଼ି ଆହତ ହୋଇଛନ୍ତି ବୋଲି ସେମାନେ କହିଥିଲେ । କିନ୍ତୁ ମହିଳାଙ୍କ ସ୍ବାମୀ ଏବଂ ତାଙ୍କ ପୁଅ କିଛି ବୁଝିବା ପୂର୍ବରୁ ‌ସେମାନେ ସେଠାରୁ ଖସି ପଳାଇଥିଲେ। ମହିଳାଙ୍କ ବଡ଼ ପୁଅ କହିଛନ୍ତି, ସେମାନେ ତାଙ୍କ ମା’ଙ୍କୁ ହସ୍ପିଟାଲ୍‌ ନେବା ପରିବର୍ତ୍ତେ ଘର ଆଗରେ ‌ଫୋପାଡ଼ି ଦେଇ ପଳାଇବାରୁ ସନ୍ଦେହ ବଢ଼ିଥିଲା । ଏହାପରେ ସେମାନେ ସ୍ଥାନୀୟ ପୁଲିସ ଥାନାକୁ ଯାଇ ସବୁ କଥା କହିବା ପରେ ପୁଲିସ ତତ୍ପରତା ଦେଖାଇଥିଲା । ପୀଡ଼ିତାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ରଡ୍‌ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

କଟନି ଛଟନିକୁ ବିରୋଧ କରିବାରୁ ଧାନ କିଣୁ ନାହାନ୍ତି ମିଲର୍ସ : କଟକ ଜିଲ୍ଲା ବାହାରଣା ଧାନ ମଣ୍ଡିରେ ଅଚଳାବସ୍ଥା

କନକ ବ୍ୟୁରୋ : ମିଲରଙ୍କ ମର୍ଜିରେ ଚାଲିଛି ମଣ୍ଡି । କଟନୀ ଛଟନୀର ବିରୋଧ ପରେ ଚାଷୀଙ୍କ ଧାନ କିଣୁ ନାହାନ୍ତି ମିଲର । ଧାନ ଉଠୁନଥିବାରୁ ଚାଷୀ ଶୀତ, କାକର, ଖରାରେ ଭୋକ ଉପାସରେ ମଣ୍ଡିରେ ନିଜ ନିଜ ଧାନକୁ ଜଗି ରହିଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ ବଗଲଗଡ ବାହାରଣା ସେବା ସମବାୟ ସମିତି ଧାନ ମଣ୍ଡିରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ମିଲର ବିଭିନ୍ନ ବାହାନା କରି ବସ୍ତା ପିଛା ୨ରୁ ୩ କିଲୋ କଟନି ଛଟନି ନହେଲେ ଧାନ କିଣିବେ ନାହିଁ ବୋଲି ସଫା ସଫା କହିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ବାହରଣା ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ପଡି ରହିଛି ଶହ ଶହ ବସ୍ତା ଧାନ । ଚାଷୀଙ୍କ ବର୍ଷକର ପରିଶ୍ରମର ମୂଲ୍ୟକୁ ସରକାର ଧାର୍ଯ୍ୟ କରିଥିବା ଦରଠୁ କମ ଦରରେ କିଣିବାକୁ ଚକ୍ରାନ୍ତ କରୁଛନ୍ତି ମିଲ ମାଲିକ । ଆଉ ସବୁ ଜାଣି ଚୁପ ବସିଛି ପ୍ରଶାସନ । ମିଲର ଓ ସରକାରୀବାବୁଙ୍କ ମଧୁଚନ୍ଦ୍ରିକାରେ ଛନ୍ଦି ହୋଇ ପଡିଛନ୍ତି ନିଆଳିର ଚାଷୀ ।

from Kanak News
via <a href="https://ifttt.com/?

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଙ୍ଗାମା ଜାରି : ଟ୍ରମ୍ପ ସମର୍ଥକଙ୍କ କ୍ୟାପିଟାଲ ବିଲଡିଂରେ ହିଂସା, ପୁଲିସ ସହ ମୁହାଁମୁହିଁ; ଜଣେ ମୃତ, ଅନେକ ଆହତ

କନକ ବ୍ୟୁରୋ : ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟକୁ ମାନିବାକୁ ରାଜି ନୁହନ୍ତି ଟ୍ରମ୍ପ ସମର୍ଥକ । ଆମେରିକା କଂଗ୍ରେସରେ ଇକେଟରାଲ କଲେଜ ପାଇଁ ବୈଠକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ୱାଂଶିଟନର କ୍ୟାପିଟାଲ ବିଲ୍ଡିଂରେ ହଙ୍ଗାମା କରିଛନ୍ତି । ହଙ୍ଗାମା ଓ ହିଂସା ଯୋଗୁଁ ଯୋଗୁଁ ୱାଂଶିଟନ ଡିସିରେ ସ୍ଥିତି ବିଗିଡି ଯାଇଛି । ସେଠାରେ କର୍ଫ୍ୟୁ ଜାରି କରାଯାଇଛି । ହଙ୍ଗାମା ସମୟରେ ଟ୍ରମ୍ପ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି ।

ଟ୍ରମ୍ପ ସମର୍ଥକଙ୍କୁ ରୋକିବା ପାଇଁ ପୁଲିସକୁ ଗୁଳି ଚଳାଇବାକୁ ପଡିଥିଲା । ଏଥିରେ ଅନେକ ଆହତ ହୋଇଛନ୍ତି । ଗୁଳିରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଆମେରିକା କଂଗ୍ରେସରେ ଇଲେକ୍ଟରାଲ କଲେଜକୁ ନେଇ ବିତର୍କ ଚାଲିଥିବାବେଳେ ତାତିଛନ୍ତି ଟ୍ରମ୍ପଙ୍କ ସମର୍ଥକ । ବୈଠକରେ ଜୋ ବାଇଡେନଙ୍କ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବାର ଥିଲା । ଏଭଳି ହିଂସାକୁ ଆମେରିକାରେ ଦୃଢ ନିନ୍ଦା କରାଯାଇଛି । ଆମେରିକାରେ ଏହି ବଡ ହିଂସା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଂଉଟକୁ ୧୨ ଘଂଟା ପାଇଁ ବ୍ଲକ କରିଦିଆଯାଇଥିଲା ।

ଘଟଣା ପରେ ଟ୍ରମ୍ପ ନିଜ ସମର୍ଥକୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଆକଳନ କରାଯାଉଛି , ଏହି ଘଟଣା ପରେ ଟ୍ରମ୍ପକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇପାରେ । ୨୫ ତମ ସମ୍ବିଧାନ ସଂଶୋଧନ ଜରିଆରେ ଟ୍ରମ୍ପକୁ ହଟାଯାଇପାରେ । ଆମେରିକାର ୩ଶହ ବର୍ଷ ଇତିହାସରେ ଏଭଳି ଘଟଣା କେବେ ଘଟିନଥିଲା । ପରାଜିତ ହୋଇଥିବା ଜଣେ ରାଷ୍ଟ୍ରପତି ନିଜ ପରାଜୟକୁ ସ୍ୱୀକାର ନ କରିବା ଓ ସମର୍ଥକ ହଙ୍ଗାମା କରିବା ପ୍ରଥମ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started