ଲିଙ୍ଗରାଜ ମନ୍ଦିର ଦର୍ଶନାର୍ଥୀଙ୍କ ପାଇଁ ଖୁସି ଖବର : ଏଣିକି ମନ୍ଦିରରେ ପ୍ରବେଶ ପାଇଁ ସମସ୍ତଙ୍କର ହେବ ନାହିଁ କୋଭିଡ୍ ଟେଷ୍ଟ; ମନ୍ଦିର ନିକଟରେ ହେବ ଥର୍ମାଲ ସ୍କ୍ରିନିଂ 

କନକ ବ୍ୟୁରୋ : ମହାପ୍ରଭୁ ଲିଙ୍ଗରାଜ ଭକ୍ତଙ୍କ ଲାଗି ଖୁସି ଖବର । ଏଣିକି ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବେଶ ଲାଗି କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ନୁହେଁ । ମନ୍ଦିର ନିକଟରେ ସ୍କ୍ରିନିଂ କରି ସମସ୍ତଙ୍କୁ ମନ୍ଦିରକୁ ଛଡାଯିବ ବୋଲି ନିଷ୍ପତି ନେଇଛି ପ୍ରଶାସନ । ସ୍କ୍ରିନିଂ ବେଳେ କୋଭିଡ୍ ଲକ୍ଷଣ ଦେଖାଦେଲେ ସେମାନଙ୍କର କେବଳ କୋଭିଡ୍ ପରୀକ୍ଷା କରାଯିବ । ୬ ତାରିଖରୁ ସମସ୍ତଙ୍କ ପାଇଁ ଲିଙ୍ଗରାଜ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବ ନିୟମ ଅନୁସାରେ କରୋନା ପରୀକ୍ଷା ବାଧ୍ୟତାମୂଳକ ଥିଲା । ଏଥିରେ ପରିବର୍ତନ କରିଛି ବିଏମସି ।

from Kanak News
via <a href="https://ifttt.com/?

ଖୁବଶୀଘ୍ର ଦେଶରେ ହେବ ଟିକାକରଣ : ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ୮ ତାରିଖରେ ହେବ ଆଉ ଏକ ଡ୍ରାଏ ରନ୍

କନକ ବ୍ୟୁରୋ : ଆଜି ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କୋଭିଡ ଟିକାକରଣ ପାଇଁ ରାଜ୍ୟଗୁଡିକ କିଭଳି ପ୍ରସ୍ତୁତି କରିଛନ୍ତି, ସେନେଇ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଦିନ ସାଢେ ୧୨ଟାରେ ଭିଡିଓ କନଫରେନସିଂ ଜରିଆରେ ହେବ ଏହି ଉଚ୍ଚସ୍ତରୀୟ ବୈଠକ । ଦୁଇଟି ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ପରେ ଦେଶବ୍ୟାପୀ ଟିକାକରଣକୁ ସୁଚାରୁ ରୂପେ କରିବା ପାଇଁ କୋ-ୱିନ ନାମରେ ଏକ ସଫ୍ଟୱେୟାର ବିକାଶ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଏଥିରେ କେତେ ପରିମାଣରେ ଟିକା ମହଜୁଦ ଅଛି, ଏଗୁଡିକୁ ସଂରକ୍ଷିତ କରିବା ପାଇଁ କେତେ ତାପମାତ୍ରା ଆବଶ୍ୟକ ଏବଂ ଟିକା ନେବାକୁଥିବା ବ୍ୟକ୍ତିଙ୍କ ବାବଦରେ ତଥ୍ୟ ରହିବ । ଏହାକୁ ବ୍ୟବହାର କରିବା ପାଇଁ ଏକ ୨୪ ଘଂଟିଆ ଟୋଲ-ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ଟିକାକରଣ ପାଇଁ ଆବଶ୍ୟକ ସିରିଞ୍ଜ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଉକପରଣ ବାବଦରେ ମଧ୍ୟ ଏହି ସଫ୍ଟୱେୟାରରୁ ସୂଚନା ମିଳିପାରିବ । ଅନୁମାନ କରାଯାଉଛି ଜାନୁଆରୀ ୧୩-୧୪ ତାରିଖ ବେଳକୁ ଦେଶରେ ଆରମ୍ଭ ହୋଇପାରେ ସମୁହ କୋଭିଡ ଟିକାକରଣ । ଏହା ପୂର୍ବରୁ ଆଗାମୀ ୮ ତାରିଖରେ ମଧ୍ୟ ଆଉ ଏକ ଡ୍ରାଏରନ୍ ହେବାକୁ ଯାଉଛି ।

from Kanak News
via <a href="https://ifttt.com/?

୯ ମାସ ପରେ ରାଜ୍ୟରେ ଖୋଲିବ ମଦ ବାର : ଅବକାରୀ ବିଭାଗର ନିର୍ଦ୍ଦେଶନାମା; କରୋନା କଟକଣା ଭିତରେ ହୋଟେଲ, ରେଷ୍ଟ୍ରୁରାଂଟ ଓ ବିୟର ପାର୍ଲରରେ ବସି ମଦ ପିଇ ପାରିବେ ଗ୍ରାହକ

କନକ ବ୍ୟୁରୋ : ରାଜ୍ୟରେ ଖୋଲିବ ମଦ ବାର । ଦୀର୍ଘ ୯ ମାସ ପରେ ବାର ଖୋଲିବାକୁ ଯାଉଛି । ଫଳରେ ବିୟର ପାର୍ଲର, ହୋଟେଲ, ରେଷ୍ଟୁରାଂଟ ଓ କ୍ଲବରେ ବସି ମଦ ପିଇ ପାରିବେ ଗ୍ରାହକ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ରାଜ୍ୟ ଅବକାରୀ ବିଭାଗ । ପୂର୍ବରୁ କେବଳ ଟେକ୍-ଆୱେ ଅର୍ଥାତ ମଦ କିଣିନେବା ପାଇଁ ଅନୁମତି ରହିଥିଲା । ହୋମ ଡେଲିଭରି ମଧ୍ୟ କରୁଥିଲେ ମଦ ବିକ୍ରେତା । କିନ୍ତୁ ବାରରେ ବସି ମଦ ପିଇବା ପାଇଁ ଅନୁମତି ନଥିଲା ।

ଏବେ ଲାଇସେନ୍ସ ସର୍ତାବଳୀ ଅନୁସାରେ ନିର୍ଦ୍ଧାରିତ ସମୟରେ ମଦ ଦୋକାନ ଖୋଲିବା ସହିତ କୋଭିଡ ନିୟମ ଭିତରେ ଗ୍ରାହକ ବସି ମଦ ପିଇ ପାରିବେ ବୋଲି କୁହାଯାଇଛି । ତେବେ କଂଟେନମେଂଟ ଜୋନରେ ଏଥିପାଇଁ ଅନୁମତି ଦିଆଯାଇ ନାହିଁ । ସେହିପରି ଲାଇସେନ୍ସ ସର୍ତାବଳୀର ଉଲ୍ଲଂଘନ କଲେ ମଦ ଦୋକାନ ବନ୍ଦ କରିପାରିବେ ଅବକାରୀ ବିଭାଗ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନ ।

from Kanak News
via <a href="https://ifttt.com/?

ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ । ୩ ମାସ ବିତିଲା, ମିଳିଲାନି ଅଗ୍ନିବିପନ୍ନଙ୍କୁ ସହାୟତା ।

କନକ ବ୍ୟୁରୋ : ବେଗୁନିଆ ତହସିଲ ଅନ୍ତର୍ଗତ ବୋତଳମା ପଂଚାୟତର ରକତପାଟଣା ଗାଁରେ ଗତ ନଭେମ୍ବର ୧୪ ତାରିଖରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ କ୍ଷତିଗ୍ରସ୍ତଙ୍କୁ ଏଯାଏଁ ସହାୟତା ମିଳିନଥିବାରୁ ଗାଁରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ନଭେମ୍ବର ୧୪, ଦୀପାବଳି ରାତିରେ ଅଗ୍ନିକାଣ୍ଡ ଯୋଗୁଁ ଶ୍ରୀଧର ମହାପାତ୍ର, ମନୋରଂଜନ ମହାପାତ୍ର, ମନୋଜ ମହାପାତ୍ର, ବାସନ୍ତୀ ମହାପାତ୍ର, କୌଶଲ୍ୟା ମହାପାତ୍ରଙ୍କ ୫ ବଖରା ପୋଡ଼ି ଯାଇଥିଲା । ପଂଚାୟତ ଓ ବ୍ଲକ କର୍ତୃପକ୍ଷ ଅଗ୍ନିକାଣ୍ଡପରେ ସରଜମିନ ତଦନ୍ତ କରି ସରକାରଙ୍କ ଅଗ୍ନିକାଣ୍ଡ ବିପନ୍ନଙ୍କୁ ଦିଆଯାଉଥିବା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ପ୍ରାୟ ୩ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ କୌଣସି ସହାୟତା ମିଳିନାହିଁ । ଏନେଇ ବାରମ୍ବାର ବ୍ଲକ ଓ ରାଜସ୍ୱ ବିଭାଗ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ଓ ସେମାନଙ୍କ କଥା କେହି ଶୁଣୁନଥିବା କ୍ଷତିଗ୍ରସ୍ତ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ଘାଟିରୁ ଆସିଲା ବରଫପାତର ରୋମାଂଚକର ଚିତ୍ର । ଧଳା ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର, ୪ ଦିନ ଧରି ବରଫ ବର୍ଷାରେ ଜାମ୍ମୁ-ଲେହ ରାଜମାର୍ଗରେ ଗମନାଗମନ ଠପ୍ ।

କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଉତର ଭାରତ । ଏହା ମଧ୍ୟରେ ଜାମ୍ମୁକାଶ୍ମୀରରୁ ବରଫ ପାତର ଯେଉଁ ଚିତ୍ର ଆସିଛି, ତାହା ଆପଣଙ୍କ ଆଖିକୁ ତାଜା କରିଦେବ । ଲଗାତର ୪ ଦିନ ଧରି ଶ୍ରୀନଗରରେ ଜାରି ରହିଛି ବରଫ ପାତ । ଫଳରେ ଜାମ୍ମୁ-ଶ୍ରୀନଗରକୁ ସଂଯୋଗ କରୁଥିବା ରାଜପଥରେ ଗମନାଗମନ ପୁରା ଠପ୍ ହୋଇଯାଇଛି ।

ବରଫ ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର ସହର । ସାରା ସହରରେ ବରଫ ଭର୍ତି । ଯୁଆଡେ ନଜର ପକାଇବେ ଆପଣଙ୍କୁ କେବଳ ଆଖି ସାମ୍ନାରେ ଆସିବ ଧୋବ ଫର ଫର ଅଂଚଳ । ରାସ୍ତା ଉପରେ ବରଫ । ଗଛ ଉପରେ ବି ବରଫ । ଘରର ଛାତ ଉପରେ ବି ଜମି ରହିଛି ବହଳିଆ ବରଫ ଆସ୍ତରଣ । ଏପରି ସ୍ଥିତିରେ ରାସ୍ତାର ଛାତି ଚିରି ଆଗକୁ ଦୌଡୁଥିବା ଗାଡି ଗୁଡିକ ହଠାତ୍ ଅଟକି ଯାଇଛନ୍ତି । ତା ଉପରେ ବି ବସିଗଲାଣି ବରଫର ବହଳିଆ ଆସ୍ତରଣ ।

୪ ଦିନ ଧରି ଦିନ ରାତି ଲାଗି ରହିଛି ବରଫ ବର୍ଷା । ଏପଟେ ଜାମ୍ମୁରୁ ଶ୍ରୀନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବି ଜମି ଯାଇଛି ୩ ଫୁଟ ଉପରେ ବରଫ ଆସ୍ତରଣ । ଜଣା ପଡୁନି ରାସ୍ତା କୁଆଡେ । ଗାଡି ଛାଡି ଯିବେ ତ ଯିବେ କୁଆଡେ, ଖାଇବେ କଣ । ଏପରି ସ୍ଥିତିରେ ବିନା ଖାଦ୍ୟରେ ବରଫ ଭିତରେ ଅଟକି ରହିଛନ୍ତି ଶହ ଶହ ମାଲବାହୀ ଗାଡି । ରାସ୍ତାରୁ ବରଫ ହଟିଲେ ଆଗକୁ ଗଡିବ ଗାଡି । ପ୍ରବଳ ବରଫପାତ ଭିତରେ ଘରୁ ବାହାରିବା ମୁସ୍କିଲ୍, ସେତେବେଳେ ପ୍ରଶାସନ ପାଇଁ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଁଚାଇବା ଚ୍ୟାଲେଂଜ ହୋଇଯାଇଛି ।

ବରଫ ଭିତରେ ଫସିଯାଇଛି ଜୀବନ । ଘାଟିରୁ ଏହା ଭିତରେ ଆସିଛି ଆଉ ଏକ ସଂଘର୍ଷର ଚିତ୍ର । ରାସ୍ତା ଉପରୁ ବରଫ କାଟି ରୋଗୀଙ୍କୁ ଡାକ୍ତରଖାନାକୁ ବାଟ କାଢି ନେଇଛନ୍ତି ଯବାନ । ଏ କାହାଣୀ ଜାମ୍ମୁକାଶ୍ମୀରରୁ ପ୍ରତି ବର୍ଷ ଆସିଥାଏ । ବରଫ ଦେଖିଲେ ଯେତିକି ରୋମାଂଚ ଆସିଥାଏ, ଯବାନଙ୍କ ଏହି ସଂଘର୍ଷର କଥା ନଜରକୁ ଆସିଲେ ସେତିକି ଗର୍ବ ବି ଲାଗିଥାଏ ।

from Kanak News
via <a href="https://ifttt.com/?

ଇସ୍ରୋର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ମାରିବାକୁ କରାଯାଇଥିଲା ଷଡଯନ୍ତ୍ର । ତିନି ବର୍ଷ ତଳେ ଖାଦ୍ୟରେ ଦିଆଯାଇଥିଲା ବିଷାକ୍ତ ଆର୍ସେନିକ ଟ୍ରାଇ-ଅକ୍ସାଇଡ୍ 

କନକ ବ୍ୟୁରୋ : ଆମେ ଯାହା କହିବାକୁ ଯାଉଛୁ, ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯାହା କୌଣସି ଚଳଚିତ୍ରର କାହାଣୀ ଠାରୁ କିଛି କମ୍ ନୁହେଁ । ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ଦିଆଯାଇଥିଲା ବିଷ । ତିନି ବର୍ଷ ତଳେ ଦୋଷା ସହ ବିଷ ଦିଆଯାଇଥିବା କହିଛନ୍ତି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ର ।

ବଲିଉଡ୍ କାହାଣୀ ଭଳି ଲାଗୁଥିଲେ ବି ଏପରି ଘଟିଛି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ରଙ୍କ ଜୀବନରେ । ୩ ବର୍ଷ ତଳେ ଘଟିଥିବା ଏହି ସାଂଘାତିକ ଘଟଣା ସଂପର୍କରେ ‘ଲଙ୍ଗ କେପ୍ଟ ସିକ୍ରେଟ’ ନାମକ ଶିରୋନାମାରେ ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ତପନ ମିଶ୍ର । ସୋସିଆଲ ମିଡିଆରେ ଏପରି ଖବର ପ୍ରକାଶ ପାଇବା ପରେ ହଇଚଇ ଖେଳିଯାଇଛି । ଗଣମାଧ୍ୟମକୁ ସାକ୍ଷାତକାର ଦେଇ କିପରି ସେ ଷଡଯନ୍ତ୍ରରୁ ବଂଚି ଯାଇଥିଲେ, ବର୍ଣ୍ଣନା କରିଛନ୍ତି ଇସ୍ରୋର ଏହି ବରିଷ୍ଠ ବୈଜ୍ଞାନିକ । ଫେସବୁକ ପୋଷ୍ଟରେ ସେ ନିଜର ମେଡିକାଲ ରିପୋର୍ଟ ଓ ପାଦର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଇସ୍ରୋର ଏହି ଓଡ଼ିଆ ବୈଜ୍ଞାନିକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, ୨୦୧୭ରେ  ଗୃହ ମନ୍ତ୍ରାଳୟର ସୁରକ୍ଷାକର୍ମୀ  ତାଙ୍କୁ ଏ ନେଇ ସାବଧାନ କରାଇଥିଲେ ।  ସେମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ ଡାକ୍ତର ଠିକ ଉପଚାର କରିଥିଲେ  ଓ ସେ ଭଲ ହୋଇଛନ୍ତି ।

ବର୍ତମାନ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟକରୁଛନ୍ତି ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ର । ସେ କହିଛନ୍ତି, ୩ ବର୍ଷ ତଳେ ବେଙ୍ଗାଲୁର ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ପଦୋନ୍ନତି ସାକ୍ଷାତକାର ପରେ ତାଙ୍କୁ ଦୋଷା ଓ ଚଟନି ମଧ୍ୟରେ ଆର୍ସେନିକ ଟ୍ରାଇଅକ୍ସାଇଡ୍ ନାମକ ବିଷାକ୍ତ ପଦାର୍ଥ ମିଶାଇ ଖାଇବାକୁ ଦିଆଯାଇଥିଲା । ସେ କମ୍ ଖାଇଥିବାରୁ ମୃତ୍ୟୁ ମୁହଁରୁ ବଂଚି ଯାଇଥିଲେ, ହେଲେ ଭୀଷଣ ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ । ଦୁଇ ବର୍ଷ କାଳ ତାଙ୍କର ଚିକିତ୍ସା ହୋଇଥିଲା । ପାଦ ତଳ ଏପରି ସଂକ୍ରମଣ ହୋଇଥିଲା ଯେ ସେ ଖାଲି ପାଦକୁ ତଳେ ରଖିପାରୁନଥିଲେ ।

 ‘ଆର୍ସେନିକ ଟ୍ରାଇଅକ୍ସାଇଡ୍’ର ବିଷାକ୍ତ ପ୍ରଭାବ– 

ବିଷ ପ୍ରକ୍ରିିୟା ଧିରେ ଧିରେ କାର୍ଯ୍ୟ କରେ

ଫୁସଫୁସ ଉପରେ ସାଂଘାତିକ ପ୍ରଭାବ ପକାଏ

ମସ୍ତିଷ୍କ ସହ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଙ୍କୁ ଅକାମୀ କରିଦିଏ

ହୃଦ୍ଘାତ ହୋଇ ମୃତ୍ୟୁ ମୁଖରେ ପକାଏ

ସାଂଘାତିକ ଭାବେ ଚର୍ମ ସଂକ୍ରମଣ ହୁଏ 

ଏବେ ପ୍ରଶ୍ନ ଉଠୁଛି, ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ମାରିବାକୁ କିଏ ଷଡଯନ୍ତ୍ର କରିଥିଲା । ତପନ ମିଶ୍ର ଏ ନେଇ କିଛି ସ୍ପଷ୍ଟ କରିନଥିବା ବେଳେ ସେ ଆଶାଙ୍କା କରିିଛନ୍ତି, ଇସ୍ରୋର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନେତୃତ୍ୱ ନେଉନଥିବାରୁ ତାଙ୍କୁ ହଟାଇବାକୁ ଯୋଜନା ହୋଇଥିଲା ।

କେବଳ ଏତିକି ନୁହେଁ ଘରକୁ ସାପ ପଠାଯାଇ ତାଙ୍କୁ ମାରିବାକୁ ଉଦ୍ୟମ ହୋଇଥିଲା । ତାଙ୍କ କ୍ୱାର୍ଟରରେ ସାପ ଛଡାଯାଇଥିଲା ।  ତାଙ୍କ ଘରେ ତିନିମାସ ତଳେ  ଏକ ସୁଡଙ୍ଗ ଠାବ ହୋଇଛି । ଏହାକୁ ବନ୍ଦ କରାଯିବା ପରେ  ସାପ ଆସିବା ବନ୍ଦ ହୋଇଛି ବୋଲି ଦାବି କରିଛନ୍ତି ତପନ ମିଶ୍ର । ଅହମ୍ମଦାବାଦସ୍ଥିତ  ଇସ୍ରୋରେ ସେ ପୂର୍ବରୁ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି । ଏହି ମାସ ଶେଷରେ ସେ ଅବସର ନେବେ । ସେ କହିଛନ୍ତି, ଦେଶର ଅନେକ ବୈଜ୍ଞାନିକଙ୍କ ରହସ୍ୟମୟ ମୃତ୍ୟୁ ହୋଇସାରିଛି । ତେଣୁ ଅଧିକ କିଛି ହେବା ପୂର୍ବରୁ ସମସ୍ତେ ଏ ବିଷୟ ଜାଣନ୍ତୁ ଏବଂ ତଦନ୍ତ ସଠିକ୍ ଭାବେ ହେଉ ବୋଲି ଦାବି କରିଛନ୍ତି ବୈଜ୍ଞାନିକ ତପନ ମିଶ୍ର ।

from Kanak News
via <a href="https://ifttt.com/?

ସାମ୍ନାକୁ ଆସୁଛି କରୋନାକୁ ନେଇ ଚୀନର ଚାଲାକି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମକୁ ଉହାନ ଯିବାକୁ ବାଟ ଛାଡୁନି ବେଜିଂ ।

କନକ ବ୍ୟୁରୋ : କରୋନାର ଉତ୍ପତି ସ୍ଥଳ ବିଷୟରେ ଜାଣିବା ପାଇଁ ବେଜିଂରେ ଓହ୍ଲାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ । ଅନ୍ତିମ ପର୍ଯ୍ୟାୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥଳକୁ ଯିବାକୁ ବାରଣ କରିଛି ଚୀନ୍ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଧାହୋନମ୍ ଟେଡ୍ରୋସ୍ । ଟେଡ୍ରୋସ୍ କହିଛନ୍ତି ତଦନ୍ତ ସମ୍ପର୍କରେ ଚାଇନା ସହିତ ସମସ୍ତ କଥାବାର୍ତା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ଟିମ୍ ବେଜିଂ ଗସ୍ତ କରିଥିଲା । ହେଲେ ଅନ୍ତିମ ସମୟରେ ବେଜିଂ ତଦନ୍ତକାରୀ ଟିମର ରାସ୍ତା ଅବରୋଧ କରିଛି ।

ଉହାନରେ କରୋନା ଭୂତାଣୁର ଉତ୍ପତି ସ୍ଥଳ ବୁଲି ଦେଖିବ ହୁ ର ୧୦ ଜଣିଆ ଟିମ୍ । ଏବେ ସେହି ସ୍ଥାନକୁ ଯିବାକୁ ବିଶେଷଜ୍ଞ ଟିମକୁ ଅନୁମତି ଦେଉନି ଚୀନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ୨୦୧୯ ଡିସେମ୍ୱରରେ ଚୀନରୁ ଠାବ ହୋଇଥିଲା କରୋନା ଭୂତାଣୁ।

ଚୀନରୁ କରୋନା ଭୂତାଣୁ ଠାବ ହେବା ପରେ ବିଶ୍ୱର ଅନ୍ୟ ଦେଶକୁ ବ୍ୟାପିଥିଲା ସଂକ୍ରମଣ । ଏହି ସଂକ୍ରମଣରେ ସାରା ବିଶ୍ୱରେ ଏହା ମଧ୍ୟରେ ୧.୮ ମିଲିୟନ୍ ଲୋକଙ୍କ ଜୀବନ ଗଲାଣି । ଭାଇରସକୁ ଆମେରିକା ଚାଇନା ଭାଇରସ୍ ବୋଲି ମଧ୍ୟ କହି ସାରିଛି । ଅଷ୍ଟ୍ରେଲିଆ, ଜାପାନ ଭଳି ଦେଶ ମଧ୍ୟ କରୋନା ଭୂତାଣୁକୁ ନେଇ ଚୀନକୁ ଦାୟୀ କରିଛନ୍ତି । କରୋନା ଭୂତାଣୁର ଉତ୍ପତି ନେଇ ଚୀନ ଉପରେ ରହିଛି ସାରା ବିଶ୍ୱର ସନ୍ଦେହ ।

ଗୋଟିଏ ମାସରୁ ଅଧିକ ସମୟ ଧରି ଏନେଇ ଚୀନ ସହିତ ବିଚାରବିମର୍ଷ କରିଥିଲା ହୁ । ଏହା ପରେ ଉହାନରେ ହୁ ଟିମ୍ କୁ ଅନୁଧ୍ୟାନ ପାଇଁ ସହମତି ଦେଇଥିଲା ଚୀନ । ଶେଷ ସମୟରେ ଏପରି ବାରଣ ପରେ ଉଠୁଛି ଅନେକ ପ୍ରଶ୍ନ । ଏ ସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଆଧାହୋନମ୍ ଟେଡ୍ରୋସ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି ୧୦ ଜଣିଆ ଟିମରୁ ୨ ଜଣ ହିଁ ଯାତ୍ରା ଆରମ୍ଭ କରିଛନ୍ତି । ବାକି ସଦସ୍ୟଙ୍କୁ ଯିବାକୁ ଦେଉନାହାନ୍ତି ଚୀନ୍ ଅଧିକାରୀ । ଏନେଇ ସେ ଚୀନର ବରିଷ୍ଠ ଅଧିକାରୀଙ୍କ ସହିତ ସଂପର୍କରେ ଅଛନ୍ତି । ଏହି ମିଶନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ।

୨୦୧୯ ଡିସେମ୍ୱରରେ ଚୀନର ଉହାନ ସହରରୁ ପ୍ରଥମେ ବ୍ୟାପିଥିଲା କରୋନା ଭୂତାଣୁ । ମାଛ ବଜାରରୁ ଆସିଥିବା ଏହି ଭୂତାଣୁ ପରେ ସାରା ବିଶ୍ୱରେ ମହାମାରୀ ରୂପ ଧାରଣ କରିଛି । ଏବେ ବି ସାରା ବିଶ୍ୱ କରୋନା ସଂକ୍ରମଣରେ ସନ୍ତୁଳି ହେଉଥିବା ବେଳେ , ଏହାକୁ ନେଇ ଅଧିକ ଗବେଷଣାକୁ ଚୀନର ବିରୋଧ ସୃଷ୍ଟି କରୁଛି ପ୍ରଶ୍ନବାଚୀ ।

from Kanak News
via <a href="https://ifttt.com/?

ବ୍ରିଟେନର ଡର ବଢାଇଲା କରୋନା ନ୍ୟୁ ଷ୍ଟ୍ରେନ୍ । ଫେବ୍ରୁଆରୀ ୧୫ ଯାଏଁ ସାରା ବ୍ରିଟେନ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

କନକ ବ୍ୟୁରୋ : ବ୍ରିଟେନରେ ଭୟଙ୍କର ହେଉଛି କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣ । ଗୋଟିଏ ଦିନରେ ୬୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରିଟେନର ଚିନ୍ତା ବଢି ଯାଇଛି । ସ୍ଥିତିକୁ ଦେଖି ଫେବ୍ରୁଆରୀ ୧୫ ଯାଏଁ ବ୍ରିଟେନରେ ଲକଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ସେପଟେ ଜର୍ମାନରେ ବି ଲାଗୁ ହୋଇଛି ଲକଡାଉନ୍ । ଆମେରିକାରେ ବି ସ୍ଥିତି ଜଟିଳ । ଏପଟେ ଭାରତରେ କରୋନାର ନୂଆଷ୍ଟ୍ରେନକୁ ନଜରରେ ରଖି ଚଳିତ ସାଧାରଣତନ୍ତ୍ର ଦିବସ ବିନା କୌଣସି ବିଦେଶୀ ଅତିଥୀରେ ସଂପନ୍ନ ହେବାକୁ ଯାଉଛି ।

ବ୍ରିଟେନରେ ବଢୁଥିବା କରୋନା ସ୍ଥିତିକୁ ନେଇ କଠୋର ନୀତି ଆପଣାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ସାରା ଦେଶରେ ପୁଣି ଥରେ ଲାଗୁ ହୋଇଛି ଲକଡାଉନ୍ । ବର୍ତମାନ ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ମୁକାବିଲା କରିବାକୁ ଆସନ୍ତା ଫେବ୍ରୁଆରୀ ମଧ୍ୟଭାଗ ଯାଏଁ ସାରା ବ୍ରିଟେନରେ ଲକାଡାଉନ୍ ଜାରି ହୋଇଛି ।

ବୋରିସ୍ ଜନସନଙ୍କ ପୁଣି ଥରେ ଲକଡାଉନ୍ ଘୋଷଣା ପରେ ଇଂଲଣ୍ଡର ପ୍ରାୟ ୫୬ ଲକ୍ଷ ଲୋକଙ୍କୁ ପ୍୍ରଭାବିତ କରିବ । ବର୍ତମାନ ବିଶ୍ୱର ଅନ୍ୟ ଦେଶ କରୋନା କବଳରୁ ମୁକ୍ତ ହେଉଥିବା ବେଳେ ବ୍ରିଟେନର ତୃତୀୟ ଥର ପାଇଁ ଲାଗୁ ହୋଇଛି ଲକଡାଉନ୍ ।

ମାର୍ଚ୍ଚ ୨୦୨୦ରେ ସମାନ ଧରଣର ଲକଡାଉନ୍ ଜାରି ହୋଇଥିଲା ବ୍ରିଟେନରେ । ଏବେ ନୂଆ ବର୍ଷରେ ଆତଙ୍କ ବନିଲାଣି କରୋନାର ନୂଆ ଷ୍ଟ୍ରେନ ।
ଗୋଟିଏ ଦିନରେ ୬୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ
ସପ୍ତାହେ ହେଲାଣି ପ୍ରତିଦିନ ଆକ୍ରାନ୍ତ ହେଉଛନ୍ତି ୫୦ ହଜାରରୁ ଅଧିକ
ବ୍ରିଟେନରେ ଏବେ ଲେବଲ- ୫ ର ଆଲର୍ଟ ଜାରି
ସ୍କୁଲ , କଲେଜ, ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ
ପଡୋଶୀ ଦେଶଙ୍କୁ ବିମାନଉଡାଣ ବନ୍ଦ

ବର୍ତମାନ ବ୍ରିଟେନରେ କରୋନା ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପୁରା ଭୂଷୁଡି ପଡିବ । କାରଣ ୭ ଦିନ ଭିତରେ ଇଂଲଣ୍ଡର ହସ୍ପିଟାଲ ଗୁଡିକରେ କରୋନା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବଢିଯାଇଛି । ଏହା ଭିତରେ କରୋନା ମୃତ୍ୟୁ ସଂଖ୍ୟା ବଢିଛି ୨୦ ପ୍ରତିଶତ ।

କରୋନାର ମୁକାବିଲା ପାଇଁ ବ୍ରିଟେନ ସରକାର ଜାରି ରଖିଛନ୍ତି ଟିକାକରଣ । ଫାଇଜର ପରେ ଅକ୍ସଫୋର୍ଡ ଟିକା ମଧ୍ୟ ଦିଆଯାଉଛି । ଫେବ୍ରୁଆରୀ ଶେଷ ସୁଦ୍ଧା ୧ କୋଟି ୩୦ ଲକ୍ଷ ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । କହିବାକୁ ଗଲେ ବ୍ରିଟେନରେ ଭାଇରସ ଓ ଭ୍ୟାକ୍ସିନ ଭିତରେ ଏକପ୍ରକାର ରେସ ଚାଲିଛି ।

ବିଶ୍ୱରେ ଆମେରିକାରେ ଏବେ କରୋନା ସ୍ଥିତି ସବୁଠାରୁ ଜଟିଳ
ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ କୋଟି ୮୪ ଲକ୍ଷ ୬ ହଜାର ୩୭୩
କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୪ ହଜାର ୮୧୦
ଗତ ୨୪ ଘଂଟାରେ ୩ ହଜାର ୯୩୬ ମୃତ
ଆମେରିକାର ନିଦ ହଜେଇଲାଣି କରୋନାର ନୂଆ ଷ୍ଟ୍ରେନ

ବ୍ରିଟେନ ପରି ଜର୍ମାନରେ ବି ଲକଡାଉନ
ଆଞ୍ଜେଲା ମର୍କେଲଙ୍କ କଠୋର କଟକଣା ଘୋଷଣା
ଜାନୁଆରୀ ୩୧ ପର୍ଯ୍ୟନ୍ତ ଲାଗୁ ହେବ ଲକଡାଉନ୍
ଜରୁରୀ ନଥିଲେ ଘରୁ ନବାହାରିବାକୁ ପରାମର୍ଶ
ଜଣେ ବ୍ୟକ୍ତି ସର୍ବାଧିକ ୧୫ କିଲୋମିଟର ଯାତ୍ରା କରିପାରିବେ
ଜଣେ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ କେବଳ ଜଣେ ବ୍ୟକ୍ତିଙ୍କୁ ଭେଟି ପାରିବେ

ଭାରତ ଉପରେ ବି ଦେଖିବାକୁ ମିଳିଛି କରୋନାର ନୂଆଷ୍ଟ୍ରେନର ପ୍ରଭାବ । ଏଥର ବିନା କୌଣସି ଅନ୍ତର୍ଜାତୀୟ ଅତିଥୀରେ ଆୟୋଜନ ହେବ ସାଧାରଣତନ୍ତ୍ର ଦିବସ । କରୋନା କାରଣରୁ ୬୬ ବର୍ଷ ପରେ ଭାରତ ବିନା କୌଣସି ଅନ୍ତର୍ଜାତୀୟ ଅତିଥୀଙ୍କ ବିନା ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି ।

from Kanak News
via <a href="https://ifttt.com/?

ଦେଶବାସୀଙ୍କୁ ୯ ଦିନ ଭିତରେ ମିଳିବ କୋରନା ଟିକା । କେବଳ ଦର ସ୍ଥିର ହେବାକୁ ଅପେକ୍ଷା । ଭାକସିନର ଦାମକୁ ନେଇ ସରକାର ଓ ଟିକା ନିର୍ମାଣକାରୀ କମ୍ପାନୀ ମଧ୍ୟରେ ଚାଲିଛି ଆଲୋଚନା ।

କନକ ବ୍ୟୁରୋ : ଖୁବଶୀଘ୍ର ଭାରତରେ ଲୋକଙ୍କୁ ମିଳିଯିବ କରୋନା ଟିକା । ବାସ୍ ଟିକାର ଦାମ୍ ସ୍ଥିର ହୋଇଗଲେ ହେଲା । ଏନେଇ ଏବେ ଟିକା ତିଆରି କରୁଥିବା ସଂସ୍ଥା ସହିତ ଭାରତ ସରକାର ଆଲୋଚନା ଜାରି ରଖିଛନ୍ତି । ଭାରତ ସରକାର ବଡ ପରିମାଣରେ ଟିକା ମଗାଇବାକୁ ଥିବାରୁ , ଏବେ ଦାମ୍ ଆଉ କିଛିଟା କମାଇବାକୁ ଚାହୁଥିବାରୁ , ସଂସ୍ଥା ସହିତ ଟିକାକୁ ନେଇ ଦର ଛିଡୁନି । ଏହି ଅଡୁଆ ତୁଟିଗଲେ ଦେଶରେ ଲୋକଙ୍କୁ କିଛି ଦିନରେ ମିଳିଯିବ କରୋନା ଟିକା ।

ଆଗାମୀ ୯ ଦିନ ଭିତରେ ଭାରତକୁ ମିଳିପାରେ କରୋନା ଟିକା । ବାସ ୍ଔପଚାରିକ ଘୋଷଣାକୁ ଅପେକ୍ଷା । ଏବେ ସାରା ବିଶ୍ୱରେ କରୋନା ମୁକାବିଲାରେ ଭାରତ , ବିଶ୍ୱସ୍ତରରେ ଆଗ ଧାଡିର ଦେଶ ମାନଙ୍କ ସହିତ ଆଗରେ ଚାଲିଛି । ଚଳିତ ମାସରେ ହିଁ ଦେଶବାସୀଙ୍କୁ କରୋନା ଟିକା ମିଳିବା ନେଇ କେନ୍ଦ୍ର ସରକାର ଇସାରା କରିଛନ୍ତି ।

ଭାରତରେ କୋଭିସିଲଡ୍ ଓ କୋଭାକ୍ସିନ୍ ଟିକାର ପ୍ରସ୍ତୁତି ଚାଲିଛି । ଟିକା ନିର୍ମାଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ । ବର୍ତମାନ ଆସିବାକୁ ଥିବା କରୋନା ଟିକାର ଦାମ କେତେ ହେବ ତାକୁ ନେଇ ଦିଲ୍ଲୀ ଏବଂ ସେରମ୍ ଇନଷ୍ଟିଚୁଟ୍ ମଧ୍ୟରେ ଆଲୋଚନା ଚାଲିଛି । ସେରମରେ ଟିକାର ଦାମକୁ ନେଇ ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚୁଟ୍ ମୁଖ୍ୟ ଆଦାର ପୁନୱଲା ।

ପ୍ରତି ଭାକସିନକୁ ବ୍ରିଟେନ କିଣିଛି ୪ ରୁ ୫ ଡଲାର ଦାମରେ
ଭାରତକୁ ସ୍ପେଶାଲ ଦରରେ ଟିକା ଯୋଗାଇବ ସେରମ୍
ଭାରତ ପାଇଁ ଟିକାର ଦାମ ରଖାଯାଇଛି ପ୍ରାୟ ୨୦୦ ଟଙ୍କା
ଏହି ଦରକୁ କମାଇବାକୁ କଥାବାର୍ତା ଜାରି ରଖିଛନ୍ତି କେନ୍ଦ୍ର ସରକାର

ସେରମ ଇନଷ୍ଟିଚ୍ୟୁଟ୍ ର ମୁଖ୍ୟ ଆଦାର ପୁନୱଲାଙ୍କ ସୂଚନା ଅନୁସାରେ ଭାରତ ସରକାର ୧୦୦ ମିଲିୟନ୍ ଟିକା କିଣିବାକୁ ଆଲୋଚନା କରିଛନ୍ତି । ତେବେ ସବୁକିଛି କେବଳ କଥାବାର୍ତା ସ୍ତରରେ ରହିଛି । ଆଗକୁ ଏନେଇ ସରକାରୀ ଭାବେ ସ୍ପଷ୍ଟ ହୋଇଗଲେ , କେତେ ଦାମରେ ମିଳିବ ଟିକା, ତାହା ବି ଜଣାପଡିଯିବ ।

ବିଶ୍ୱରେ ଟିକା ନିର୍ମାଣର ସବୁଠାରୁ ବଡ ବଜାର ଅଛି ଭାରତରେ । ଏହା ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ସେରମ ଇନଷ୍ଟିଚୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ । ପ୍ରାଥମିକ ଭାବେ ୭୦ ମିଲିୟନ୍ ଡୋଜ୍ ସେରମ୍ ଭାରତ ସରକାରଙ୍କ ପାଇଁ ପ୍ରସ୍ତୁତ ରଖିଥିବା ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କୁ ଟିକା ବିକ୍ରି ପରେ ଘରୋଇ ଡାକ୍ତରଖାନା ଓ ସାଧାରଣ ଲୋକଙ୍କୁ ବି କରୋନା ଟିକା ବିକିବ ସଂସ୍ଥା । ତେବେ ସେତେବେଳେ ଟିକା ପିଛା ଦାମ ରହିପାରେ ପ୍ରାୟ ହଜାରେ ଟଙ୍କା । ଏଥିପାଇଁ ପ୍ରାୟ ୨ ରୁ ୩ ମାସ ଅପେକ୍ଷା କରିବାକୁ ପଡିବ ।

ଟିକାକରଣ ପାଇଁ ଦେଶରେ ଚାଲିଛି ଡ୍ରାଏ ରନ୍ । ଟିକା ବି ପ୍ୟାକିଂ କରିସାରିଲାଣି ସେରମ୍ ଇନଷ୍ଟିଚୁଟ୍ ଅଫ୍ ଇଣ୍ଡିଆ । ତେବେ ଦାମକୁ ନେଇ କଥା ଛିଡିଗଲେ ଲୋକଙ୍କ ନିକଟରେ ପହଁଚିଯିବ କରୋନା ଟିକା ।

from Kanak News
via <a href="https://ifttt.com/?

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତର ଚାଂଚଲ୍ୟକର ବୟାନ । ପଞ୍ଚାନନ ସେଠୀ କହିଲା, ତାକୁ ଘରୁ ଉଠାଇ ନେଇ ମାଡ଼ ମାରିଥିବାରୁ ରାଗରେ ନେଲା ପ୍ରତିଶୋଧ ।

କନକ ବ୍ୟୁରୋ : ମହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି । ଆଉ ସନ୍ଦିଗ୍ଧ ଥିବା ଆହୁରୀ ୫ ଜଣଙ୍କୁ ଧରିବା ପାଇଁ ଜାଲ ବିଛାଇଛି । ହେଲେ କେମିତି ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀ, ତା ଉପରୁ ପରଦା ହଟିଛି । ପୁଲିସ୍ ଆଖିରେ ଧୁଳି ଦେଇ ଗୋଟିଏ ଥର ଖସିଯିବାକୁ ସଫଳ ହୋଇଥିବା ପଂଚାନନ ସେଠୀ, ଶେଷରେ ପୁଲିସ୍ ପଞ୍ଝାରେ ପଡ଼ିଥିଲା । ଆଉ ଯେତେବେଳେ ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଉଥିଲା, କାହିଁକି ହତ୍ୟା କରାଯାଇଥିଲା, ତାର ଉତର ରଖିଛି ମୁଖ୍ୟ ଅଭିଯୁକ୍ତ ।

କୋର୍ଟକୁ ଆସୁଥିବା ସମୟରେ ବିଜେପି ନେତା କୂଳମଣୀ ବରାଳ ଏବଂ ତାଙ୍କ ସହଯୋଗୀ ହତ୍ୟାକାଣ୍ଡର ଏହି କାରଣ ସମସ୍ତଙ୍କୁ ଚକିତ କରିଛି । କାରଣ, ଯଦି ଅଭିଯୁକ୍ତଙ୍କ ବୟାନକୁ ବିଶ୍ୱାସକୁ ନିଆଯାଏ, ତେବେ ଏହି ହତ୍ୟା ପଛରେ ରହିଛି ପ୍ରତିଶୋଧର ଭାବ ।

ତେବେ କେମିତି ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ? ତାକୁ ନେଇ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପୁଲିସ୍ ଆଖିରେ ଧୁଳି ଦେଇ ଗୋଟିଏ ଥର ଖସିଯିବାକୁ ସଫଳ ହୋଇଥିବା ପଂଚାନନ ସେଠୀ, ଶେଷରେ ପୁଲିସ୍ ପଞ୍ଝାରେ ପଡ଼ିଥିଲା ।

ସେତେବେଳେ ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ଚୁଡ଼ାନ୍ତ ରୁପ ଦିଆ ସରିଥାଏ । ବିଜେପି ନେତା କୂଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର୍ ହୋଇଯିବା ପାଇଁ ଚାଲିଥାଏ ଉଦ୍ୟମ । ଆଉ ଠିକ୍ ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ବାଇକ୍ରେ ନିଶ୍ଚିତକୋଇଲି ରାସ୍ତାରେ ଆଗକୁ ବଢ଼ି ଚାଲିଥାଏ । ତରବରିଆ ହୋଇ ଫେରାର୍ ହେବା ସମୟରେ ଘଟିଥିଲା ଏକ ସଡ଼କ ଦୁର୍ଘଟଣା । ସ୍କୁୁଟି ଯାଉଥିବା ଜଣେ ମହିଳାଙ୍କ ସହ ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀଙ୍କ ଧକ୍କା ହେଲା । ଘଟଣା ଯାଇ ଥାନରେ ପହଂଚିଥିଲା । ହେଲେ, ସେଠାରେ ଗାଡ଼ିର କାଗଜପତ୍ର ଆଣିବାକୁ ଯାଉଛି କହି, ଥାନାରୁ ଖସି ଯାଇଥିଲା ମୁଖ୍ୟ ଅଭିଯୁକ୍ତ ।

ଥାନାରୁ ଖସି ଯିବା ପରେ ଗୋଟିଏ ଠିକଣାରୁ ଆଉ ଗୋଟିଏ ଠିକଣାକୁ ଘୁରି ବୁଲୁଥିଲା ପଂଚାନନ ସେଠୀ । ହତ୍ୟାକାଣ୍ଡ ପରେ ଲୁଚି ରହିବା ପାଇଁ ଘର ଭଡ଼ା ଖୋଜି ଚାଲିଥିଲା । ହେଲେ ପାଖରେ ଥିବା ମୋବାଇଲ୍କୁ ଟ୍ରାକ୍ କରି ଚାଲିଥିଲା ପୁଲିସ୍ । ଲୁଚି ଛପି ଯାଜପୁର ଜିଲ୍ଲା ଧର୍ମଶାଳାରେ ଥିବା ବେଳେ ପଂଚାନନକୁ କାବୁ କରିଥିଲା ପୁଲିସ୍ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started