ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ

କନକ ବ୍ୟୁରୋ: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଅଧିକାରୀମାନେ ହେଲେ ଇଏମଡି ବିଭାଗର ଗୋପବନ୍ଧୁ ବାରିକ ଓ ସିସିଡି ମେକାନିକାଲର ନବେନ୍ଦ୍ର ଦାଶ ।

ସୂଚନା ମୁତାବକ ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ କେମିକାଲ ବିଭାଗରେ ଅଚାନକ୍ ବିଶାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ଲାଣ୍ଟ ପରିସରରେ କାମ କରୁଥିବା ଲୋକମାନେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ହୋଇପଡିଥିଲେ । ଆଜି ଗୁରୁତର ମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ସେମାନେ ବି ଆଇଜିଏଚ୍ ରେ ଚିକିତ୍ସାଧିନ ରହିଛନ୍ତି ।

from Kanak News
via <a href="https://ifttt.com/?

କରୋନା ଟିକା ନିର୍ମାତା କମ୍ପାନୀରୁ ସିଧା ଓଡିଶାକୁ ଆସିବ ଟିକା । ଚିଠି ଲେଖି ପ୍ରସ୍ତୁତ ରହିବାକୁ ରାଜ୍ୟସରକାରଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟା ମନ୍ତ୍ରାଳୟ

କନକ ବ୍ୟୁରୋ : ଓଡିଶାକୁ ସିଧା ସଳଖ ଆସିବ କୋଭିଡ ଟିକା । ଓଡିଶା ସମେତ ୧୯ ରାଜ୍ୟକୁ ଔଷଧ ନିର୍ମାତା କଂପାନୀ ଠାରୁ ସିଧା ସଳକ ଟିକା ଆସିବ । ଏନେଇ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ସରକାର । ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଝାରଖଣ୍ଡ, ଓଡିଶା ସହ ୧୯ଟି ରାଜ୍ୟକୁ ସିଧା ସଳଖ ଟିକା ମିଳିବ ।

ଦେଶରେ ଅନ୍ୟ ରାଜ୍ୟଗୁଡିକ ଗଭମେଂଟ ମେଡିସିନ ଷ୍ଟୋର ଡିପୋରୁ ଟିକା ପାଇବେ । ତେଣୁ ସମସ୍ତ ରାଜ୍ୟ ଟିକା ମହଜୁଦ ରଖିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କୋଭିଡ ଟିକାକରଣ ସମୟରେ ଯେପରି କୌଣସି ତ୍ରୁଟି ନହୁଏ ସେଇଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟ ସୁସମନ୍ୱୟକୁ ଗୁରୁତ୍ୱ ଦିଆଯାଉଛି ।

from Kanak News
via <a href="https://ifttt.com/?

ସୀମା ଲଘିଂଲା ଖାକିର ବର୍ବରତା : ମହିଳା ଚା’ ଦୋକାନୀଙ୍କ ଦେହରେ ତତଲା ଚା’ ଢାଳିଦେଲେ ମଦ୍ୟପ ପୁଲିସ କର୍ମଚାରୀ

କନକ ବ୍ୟୁରୋ : ସୀମା ଲଂଘିଲା ଖାକି ବାବୁଙ୍କ ବର୍ବରତା । ଚାହା ଦେବାରେ ବିଳମ୍ବ ହେବାରୁ ବୃଦ୍ଧା ମହିଳା ଚା ଦୋକାନୀଙ୍କ ଦେହରେ ଗରମ ଚାହା ଢାଳି ଦେଲେ ମଦ୍ୟପ ପୁଲିସ କର୍ମଚାରୀ । କୋରାପୁଟ ଜିଲ୍ଲା ଦାମନଯୋଡିରେ ଘଟିଛି ଏହି ଅମାନବିକତା ଘଟଣା । ଦାମନଯୋଡି ଥାନାର ହାବିଲଦାର ସାରଥୀ ହୋତା ଆଜି ସକାଳେ ଚା ଦୋକାନକୁ ଚାହା ପିଇବାକୁ ଯାଇଥିଲେ ।

ହେଲେ ଦୋକାନରେ ଥିବା ବୃଦ୍ଧ ମହିଳା ଚାହା ଦେବାରେ ବିଳମ୍ବ କରିବାରୁ ରାଗି ଯାଇଥିଲେ ସାରଥୀ ହୋତା । ଆଉ ଚା’କୁ ବୃଦ୍ଧାଙ୍କ ପିଠିରେ ଢାଳି ଦେଇଥିବା ଅଭିଯୋଗ ହୋଇଛି । ଗରମ ଚାହା ପଡିବାରୁ ବୃଦ୍ଧାଙ୍କ ପିଠିରୁ ଛାଲ ଉତୁରି ଯାଇଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

from Kanak News
via <a href="https://ifttt.com/?

ଆମ୍ବୁଲାନ୍ସ ଉପରେ ମାଡିଗଲା ଟ୍ରକ, ୩ଜଣ ଗୁରୁତର : ଗ୍ୟାସ କଟର ସହାୟତାରେ କାଟି ଆହତଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ; ସମ୍ବଲପୁର ମହାନଦୀ ବ୍ରିଜ ଉପରେ ଅଘଟଣ

କନକ ବ୍ୟୁରୋ : ଆମ୍ବୁଲାନ୍ସ ଉପରେ ମାଡିଗଲା ଟ୍ରକ । ଆମ୍ବୁଲାନ୍ସରେ ଥିବା ୩ ଗୁରୁତର । ଆହତମାନଙ୍କୁ ଗ୍ୟାସ କଟରରେ କାଟି ଗୁରୁତର ମାନଙ୍କୁ କଢ଼ା ଯିବା ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ବୁର୍ଲା ମହାନଦୀ ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁଯାୟୀ ଆମ୍ବୁଲାନ୍ସଟି ରାଉରକେଲାରୁ ବୁର୍ଲା ଆସୁଥିଲା ।

from Kanak News
via <a href="https://ifttt.com/?

ରାଉରକେଲା ଷ୍ଟିଲପ୍ଲାଂଟରେ ବିଷାକ୍ତ ଗ୍ୟାସ ଲିକ୍ : ୪ ମୃତ, ୨ ଗୁରୁତର; କୋଲ କେମିକାଲ  ବିଭାଗରେ ରକ୍ଷଣାବେକ୍ଷଣ କାମ ଚାଲିଥିବାବେଳେ ଘଟିଛି ଦୁର୍ଘଟଣା 

କନକ ବ୍ୟୁରୋ : ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ଲିକ ହୋଇ ୪ ଜଣ ପ୍ରାଣ ହରାଇଛନ୍ତି । କୋଲ କେମିକାଲ ବିଭାଗରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିବାବେଳେ ବିଷାକ୍ତ କାର୍ବନ ମନୋକସାଇଡ୍  ଗ୍ୟାସ ଲିକ ହୋଇଥିଲା । ଏଥିରେ  ୬ ଜଣ ଅସୁସ୍ଥ  ପଡିଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଛନ୍ତି । ୨ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଆଇଜିଏଚରେ ଭର୍ତି କରାଯାଇଛି ।  ଆଜି ସକାଳ ପ୍ରାୟ ୯ଟା ୪୫ରେ ସିସିଡି ବିଭାଗରେ ଏହି ଗ୍ୟାସ ଲିକ୍ ହୋଇଥିଲା ।

ଏହି ସମୟରେ କର୍ମଚାରୀମାନେ କାର୍ଯ୍ୟରତ ଥିଲେ । ଖବର ପାଇବା ପରେ କାରଖାନାର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପଂହଚି ଅସୁସ୍ଥଙ୍କୁ  ଉଦ୍ଧାର କରିଥିଲେ । ସେମାନଙ୍କୁ ପ୍ରଥମେ ପ୍ଲାଂଟର ସ୍ୱାସ୍ଥ୍ୟକେନ୍ଦ୍ରରେ ଊର୍ତି କରାଯିବା ପରେ ଆଇଜିଏଚରେ ଭର୍ତି କରାଯାଇଥିଲା । ନିରାପତା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏହି ଦୁର୍ଘଟଣା ପାଇଁ ଦାୟୀ କରି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ ।

from Kanak News
via <a href="https://ifttt.com/?

‘ସ୍ୱାସ୍ଥ୍ୟ ସାଥୀ’ କାର୍ଡ ନେବାକୁ ଧାଡିରେ ଛିଡା ହେଲେ ମମତା ବାନାର୍ଜୀ । ବିଜେପି କହିଲା ଲୋକପ୍ରିୟତା ବଜାୟ ରଖିବାକୁ ମମତା କରୁଛନ୍ତି ଡ୍ରାମା

କନକ ବ୍ୟୁରୋ : ସମୟ ଥିଲା ସେ ଯେଉଁଠି ଠିଆ ହେଉଥିଲେ ସେଇଠୁ ଧାଡି ଆରମ୍ଭ ହେଉଥିଲା । ହେଲେ ଆଜି ସମୟ ବଦଳି ଯାଇଛି । ମୁଖ୍ୟମନ୍ତ୍ରୀ ଥାଇବି ତାଙ୍କୁ ଲୋକଙ୍କ ମନରେ ବିଶ୍ୱାସ ଓ ଲୋକପ୍ରିୟତାକୁ ବୃଦ୍ଧି କରିବାକୁ ସେ ଧାଡିରେ ଠିଆ ହୋଇଛନ୍ତି । ଆମେ କହୁଛୁ ପଶ୍ଚିମବଙ୍ଗର ବିବାଦୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା । ‘ସ୍ୱାସ୍ଥ୍ୟ ସାଥୀ’ ସ୍ମାର୍ଟ କାର୍ଡ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କୋଲକତା ମ୍ୟୁନିସପାଲଟିର କାର୍ଡ ବଣ୍ଟନ କେନ୍ଦ୍ରରେ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମଳିଛି । ମଙ୍ଗଳବାର ପୂର୍ବାହ୍ନ ୧୧.୪୫ ମିନିଟ୍ କାର୍ଡ ନେବାକୁ ସାଧାରଣ ଲୋକଙ୍କ ସହ ଧାଡିରେ ଛିଡା ହୋଇଛନ୍ତି ମମତା ବାନାର୍ଜୀ । ତାଙ୍କ ସହିତ ଅଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ୍ ହାକିମ୍ ଓ ଅନ୍ୟ କିଛି ସରକାରୀ ଅଧିକାରୀ । କେନ୍ଦ୍ରସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଟକ୍କର ଦେଇ ମମତା ନିଜେ ନିଜ ରାଜ୍ୟର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସାଥୀ ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୂକ୍ତ ହୋଇଥିବା ହିତାଧିକାରୀଙ୍କୁ ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ପ୍ରାବଧାନ ରଖାଯାଇଛି ।

ଅନ୍ୟପଟେ ମମତାଙ୍କୁ ଏଭଳି କାର୍ଯ୍ୟକୁ ଡ୍ରାମା ବୋଲି କହି ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ । ଦିଲ୍ଲୀପ କହିଛନ୍ତି କି ଦିନକୁ ଦିନ ମମତାଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ତୃଣମୂଳ କଂଗ୍ରେସର ବଡ ବଡ ନେତା ଏବେ ମମତାଙ୍କ ଉପରୁ ଭରଶା ତୁଟାଇ ବିଜେପିରେ ସାମିଲ ହେଉଛନ୍ତି । ଏହାକୁ ନଜରରେ ରଖି ମମତା ଏଭଳି ଡ୍ରାମା କରୁଛନ୍ତି ।

କହିରଖୁ କି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୧୮ ଟି ସଂସଦୀୟ କ୍ଷେତ୍ର ଦଖଲ କରିବାରେ ସଫଳ ହେବା ପରେ ମମତା ହତୋତ୍ସାହିତ ହୋଇପଡିଛନ୍ତି । ପୁଣି ଚଳିତ ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ବି ବିଜେପି ଯେଭଳି ଭାବେ ପଶ୍ଚିମବଙ୍ଗ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ତାହାକୁ ଦେଖି ମମତା ଛାନିଆ । ବିଜେପିର ବରିଷ୍ଠ ନେତା ମାନେ ଏବେଠାରୁ ପଶ୍ଚିମବଙ୍ଗରେ ଡେରା ପକାଇବା ଆରମ୍ଭ କଲେଣି । ଏହା ସହ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରି ଦଳୀୟ କର୍ମୀଙ୍କ ସାହସ ବୃଦ୍ଧି କରିବା ସହ ମମତାଙ୍କ ଗଡ ଭାଙ୍ଗିବାକୁ ଯୋଜନା କରିଥିବା ସୂଚନା ମିଳିଛି । ଏହାକୁ ନଜରରେ ରଖି ମମତା ପୁଣିଥରେ ଲୋକଙ୍କ ଗହଣକୁ ଫେରି ତାଙ୍କ ଉପସ୍ଥିତ ଜାହିର କରିବାକୁ ଚେଷ୍ଟା ଚଳାଇଛନ୍ତି ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ଗଙ୍ଗନଗରରେ ଖସିପଡିଥିବା ଟଙ୍କା ବିଡା ନେଲେ ବ୍ୟକ୍ତି : ପ୍ରମାଣ ଦେଖାଇ ଥାନାରୁ ଟଙ୍କା ନେଲେ ଶଶାଙ୍କ ଶେଖର 

କନକ ବ୍ୟୁରୋ : ଭୁବନେଶ୍ୱର ଗଙ୍ଗନଗର ଛକରେ  ମିଳିଥିବା ୩ ବିଡା ୫ଶହ ଟଙ୍କିଆ ନୋଟ୍ କାହାର ତାହା ଚିହ୍ନଟ ହୋଇଛି ।  ଶଶାଙ୍କ ଶେଖର ସାହୁଙ୍କ ନାମକ ବ୍ୟକ୍ତିଙ୍କ ଏହି ଟଙ୍କା ବୋଲି ଜଣାପଡିଛି ।  ନିଜ କର୍ମଚାରୀଙ୍କୁ ଦରମା ଦେବାକୁ  ବ୍ୟାଙ୍କରୁ ଉଠାଇ ନେବାବେଳେ  ଶଶାଙ୍କଶେଖରଙ୍କ  ଜାକେଟରୁ ଏହା ଖସିପଡିଥିଲା ।  ପ୍ରମାଣ ଦେଇ ଶଶାଙ୍କ ଏହି ଟଙ୍କା ପୁଲିସ ପାଖରୁ ନେଇଛନ୍ତି । ଗତକାଲି ଗଙ୍ଗନଗର ଛକରେ ଏହି ୫ ଶହ ଟଙ୍କିଆ ମିଳିଥିଲା  ଲୋକେ ଏହି ନୋଟକୁ ଦେଖିଥିଲେ ବି  କେହି ଭୟରେ ଉଠାଇନଥିଲେ ।  ଶେଷରେ ଖବର ପାଇ  କ୍ୟାପିଟାଲ ଥାନା ପୁଲିସ ଟଙ୍କାକୁ ଜବତ କରିଥିଲା । ମାତ୍ର କେହି ଦାବିଦାର ନଥିବାରୁ ପୁଲିସ ନିଜ ହେପାଜତରେ ଏହି ଟଙ୍କାକୁ ରଖିଥିଲା ।

from Kanak News
via <a href="https://ifttt.com/?

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ । ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ । ନବଦୀପ ସାଇନୀ କରିବେ ଡେବ୍ୟୁ

କନକ ବ୍ୟୁରୋ : ଗତକାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏଥିପାଇଁ ଆଜି ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ତୃତୀୟ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ସେହିପରି ଏହି ଟେଷ୍ଟ ମ୍ୟାଚରେ ପେସ ବୋଲର ନବଦୀପ ସାଇନୀଙ୍କୁ ସ୍ଥାନ ମିଳିଛି ।

https://platform.twitter.com/widgets.js

ଅନ୍ୟପକ୍ଷରେ ଏହି ଟେଷ୍ଟ ମ୍ୟାଚରୁ କେଏଲ ରାହୁଲ ଆହତ ସମସ୍ୟା ଯୋଗୁଁ ବାଦ ପଡିଛନ୍ତି । ସେହିପରି ପୂର୍ବରୁ ପେସ ବୋଲର ଉମେଶ ଯାଦବ ଆହତ ଯୋଗୁଁ ଦଳରୁ ବାଦ ପଡି ଦଳର ଚିନ୍ତା ବଢାଇ ଦେଇଛନ୍ତି । ତେବେ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଦଳକୁ ଫେରିବା ପରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।

ଏହି ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୧-୧ରେ ସିରିଜ ବରାବର ରହିଛି । ତେଣୁ ଏହି ମ୍ୟାଚକୁ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବ । ଉଭୟ ଦଳ ପୂରା ପ୍ରସ୍ତୁତ ସହ କାଲି ମୈଦାନକୁ ଓହ୍ଲାଇବେ ।

ଭାରତୀୟ ଦଳ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶୁଭମନ ଗିଲ୍୍, ଚେତେଶ୍ୱର ପୂଜାର, ହନୁମା ବିହାରୀ, ରିଷବ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ. ଯଶପ୍ରିତ ବୁମରାହ, ମହମ୍ମଦ ସିରାଜ, ନବଦୀପ ସାଇନି ।

from Kanak News
via <a href="https://ifttt.com/?

ଓଡିଶା ପାଇଁ ଭଲ ଖବର : ଦୀର୍ଘ ୬ମାସ ପରେ ପ୍ରଥମ ଥର ପାଇଁ ୨୪ ଘଂଟାରେ ହୋଇନି କରୋନା ମୃତ୍ୟୁ

କନକ ବ୍ୟୁରୋ : କରୋନା ବିରୋଧୀ ଲଢ଼େଇରେ ଓଡିଶାକୁ ମିଳିଛି ବଡ ସଫଳତା । ଦୀର୍ଘ ୬ ମାସ ପରେ ପ୍ରଥମ ଥର ପାଇଁ କରୋନା ଜନିତ ମତ୍ୟୁ ସଂଖ୍ୟା ଶୂନରେ ପହଁଚିଛି । । ଜାନୁଆରୀ ୫ ରେ କୌଣସି କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇନାହିଁ । ଏନେଇ ଟୁଇଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କରୋନା ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିଛି । ଏଥିପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଛନ୍ତି ସରକାର ।

ସେପଟେ ବ୍ରିଟେନରେ ଭୟଙ୍କର ହେଉଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୬୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହେ ହେଲାଣି ଏଠାରେ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । କୋଭିଡର ସର୍ବାଧିକ ଆଲର୍ଟ ଲେବଲ- ୫ ଜାରି କରାଯାଇଛି । ଅର୍ଥାତ ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ଏଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିବ । ୭ ଦିନ ଭିତରେ ଇଂଲଣ୍ଡର ହସ୍ପିଟାଲ ଗୁଡିକରେ କରୋନା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବଢିଯାଇଛି । ସେହିଭଲି କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ବ୍ରିଟେନରେ କରୋନାରେ ୭୫ ହଜାରରୁ ଅଧିକ ମୃତ୍ୟୁ ହେଲାଣି ।

from Kanak News
via <a href="https://ifttt.com/?

୧୯୮୩ ମସିହା ବିଶ୍ୱକପର ରୋଚକ କାହାଣୀ । ଯେବେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ମଦ ମାଗିଥିଲେ କପିଳ ଦେବ ।

କନକ ବ୍ୟୁରୋ : ଭାରତକୁ ସେ ଦେଇଥିଲେ ପ୍ରଥମ ବିଶ୍ୱକପ । ତାଙ୍କ ଅଧିନାୟକ୍ୱରେ ଭାରତ ପ୍ରଥମ କ୍ରିକେଟ ବିଶ୍ୱକପ ଜିତି ରଚିଥିଲା ଇତିହାସ । ସେଥିପାଇଁ ତାଙ୍କୁ ଭାରତୀୟ କ୍ରିକେଟ ଟିମର ସଫଳ କ୍ୟାପଟେନ ମଧ୍ୟ କୁହାଯାଏ । ସେ ହେଉଛନ୍ତି ଭାରତୀୟ କ୍ରିକେଟ ଜଗତର କିମ୍ବଦନ୍ତୀ ଖେଳାଳି କପିଳ ଦେବ । ଆଜି କପିଳ ଦେବଙ୍କ ଜନ୍ମଦିନ । ଆଜି ୬୨ ବର୍ଷରେ ପହଞ୍ଚିଛନ୍ତି ଏହି କ୍ରିକେଟର ।

ଭାରତକୁ ୧୯୮୩ ମସିହାରେ କପିଳ ଦେବ ଯେଉଁ ବିଜୟର ସ୍ୱାଦ ଦେଇଥିଲେ ତାକୁ କେବେ ବି ଭୁଲି ପାରିବେନି ଦେଶବାସୀ । ଡିପେଣ୍ଡିଙ୍ଗ ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ପ୍ରଥମ ଥର ପାଇଁ ବିଜୟ ମୁକୁଟ ପିନ୍ଧିଥିଲା । ଆଉ ଏହି ମ୍ୟାଚ ଶେଷରେ ଘଟିଥିଲା ଏକ ରୋଚକ ଘଟଣା । ଯାହା କେହି ବି ଜାଣି ନାହାନ୍ତି । ବିଶ୍ୱକପ ବିଜୟ ଉତ୍ସବ ମନାଇବା ପାଇଁ କପିଳ ଦେବ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ମାଗିଥିଲେ ମଦ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଘଟଣା ପଛର ସତ ।

ସେଦିନ ଥାଏ ୧୯୮୩ ମସିହା ଜୁନ ୨୫ ତାରିଖ । ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଥାଏ । ଆଉ ଫାଇନାଲ ମ୍ୟାଚ ଖେଳୁଥାନ୍ତି ଭାରତ ଓ ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ ଦଳରେ ଅନେକ ଘାତକ ବୋଲର ରହିଥିଲେ । ଏହାସହ ୱେଷ୍ଟଇଣ୍ଡିଜର ବ୍ୟାଟିଂ ଲାଇନ ମଧ୍ୟ ବେଶ ଶକ୍ତିଶାଳୀ ଥିଲା । କାରଣ ଦଳରେ ଥିଲେ ଭିଭାନ ରିଚାର୍ଡସଙ୍କ ଭଳି ଖେଳାଳି । ଆଉ ଗତ ଦୁଇଟି ସିଜିନରେ ମଧ୍ୟ ୱେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇ ଆସିଥିଲା । ସମସ୍ତଙ୍କ ବିଶ୍ୱାସ ଥାଏ ଏଥର ମଧ୍ୟ ୱେଷ୍ଟଇଣ୍ଡିଜ ଚାମ୍ପିୟନ ହେବ ।

ଏହି ମ୍ୟାଚରେ ଭାରତ ପ୍ରଥମ ବ୍ୟାଟିଂ କରିଥିଲା । ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ସାମ୍ନା କରିଥିଲେ ୱେଷ୍ଟଇଣ୍ଡିଜର ଘାତକ ବୋଲରମାନଙ୍କୁ । ଦଳରେ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ସୁନିଲ ଗାଭାସ୍କର, ମହିନ୍ଦ୍ର ଅମରନାଥ ଓ ଶ୍ରୀକାନ୍ତଙ୍କ ଭଳି ବ୍ୟାଟ୍ସମ୍ୟାନ ଫେଲ ମରିଥିଲେ । ଫଳରେ ଦଳ ମାତ୍ର ୧୮୩ ରନ କରିଥିଲା ।

ସମସ୍ତେ ଭାବି ନେଇଥିଲେ ଏହି ମ୍ୟାଚ ୱେଷ୍ଟଇଣ୍ଡିଜ ହିଁ ଜିତିବ । ଆଉ ୱେଷ୍ଟଇଣ୍ଡିଜ ଦଳ ମଧ୍ୟ ବିଜୟ ଉତ୍ସବ ପାଳନ କରିବାକୁ ପୂର୍ବରୁ ପ୍ରସ୍ତୁତ କରିସାରିଥିଲେ । ହେଲେ ଠିକ ସମୟରେ ସବୁ ଏପଟ ସେପଟ ହୋଇଯାଇଥିଲା । ଭାରତୀୟ ବୋଲରଙ୍କ ଦମଦାର ବୋଲିଂରେ ଚିତପତାଙ୍ଗ ହୋଇଯାଇଥିଲା କାରବିଆନ ଦଳ । ୱେଷ୍ଟଇଣ୍ଡିଜ ଦଳକୁ ୧୪୦ ରନରେ ଅଲଆଉଟ କରିବା ସହ ୪୩ ରନରେ ଏହି ମ୍ୟାଚକୁ ଜିତି ନେଇଥିଲା ।

ଏହି ମ୍ୟାଚ ଶେଷ ହେବା ପରେ ଡ୍ରେସିଂ ରୁମରେ ଘଟିଥିଲା ଏକ ରୋଚକ ଘଟଣା । ମ୍ୟାଚ ଜିତିବା ପରେ କପିଳ ଦେବ ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ଡ୍ରେସିଂ ରୁମକୁ ଯାଇଥିଲେ । ଆଉ ସେଠାରେ ତାଙ୍କ ସହ ହାତ ମିଳାଇଥିଲେ । ହେଲେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ମୁହଁରେ ଥିଲା ନିରାଶା ଛାୟା । ଆଉ ଡ୍ରେସିଂ ରୁମରୁ ଫେରିଲା ବେଳେ କପିଳ ଦେବଙ୍କ ନଜରରେ ପଡିଲା ଗୋଟିଏ କୋଣରେ ରଖାଯାଇଥିବା ମଦ ଆଉ କିଛି ଜିନିଷ ଉପରେ । ଯାହାକୁ ନବା ପାଇଁ କପିଳ ଦେବ କ୍ଲାଇଭ ଲୋୟେଡଙ୍କୁ କହିଥିଲେ । ଆଉ କ୍ଲାଇଭ ଲୋୟେଡ ସବୁ ଜିନିଷ କପିଳ ଦେବଙ୍କୁ ଦେଇ ଦେଇଥିଲେ ।

କପିଳ ଦେବ ଓ ମହିନ୍ଦ୍ର ଅମରନାଥ ସବୁ ଜିନିଷ ଆଣି ରାତି ସାରା ଡ୍ରେସିଂ ରୁମରେ ପାର୍ଟି କରିଥିଲେ । ତେବେ ଏହି ଘଟଣା କପିଳ ଦେବଙ୍କ ସବୁଠାରୁ ମଜାଦାର ସ୍ମୃତି ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started