ଇସ୍ରୋର ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କ ଚାଂଚଲ୍ୟକର ବୟାନ : ଦୋଷା ଓ ଚଟନୀରେ ବିଷ ଦେଇ ଓ ଘରେ ସାପ ଛାଡି ହୋଇଥିଲା ମାରିବାକୁ ଉଦ୍ୟମ

କନକ ବ୍ୟୁରୋ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ, ଇସ୍ରୋର ଜଣେ ବରିଷ୍ଠ ଓଡିଆ ବୈଜ୍ଞାନିକ ତପନ ମିଶ୍ର ବଡ ଖୁଲାସା କରିଛନ୍ତି । ମଙ୍ଗଳବାର ଦିନ ସେ ଦାବି କରିଛନ୍ତି, ୩ ବର୍ଷ ତଳେ ତାଙ୍କୁ ଖାଦ୍ୟରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା । ସେ ଅଭିଯୋଗ କରିଛନ୍ତି, ୨୦୧୭ରେ ସେ ବେଙ୍ଗାଲୁରୁର ଇସ୍ରୋ ମୁଖ୍ୟାଳୟରେ ପଦୋନ୍ନତି ପାଇଁ ସାକ୍ଷାତକାର ପାଇଁ ଆସିଥିବାବେଳେ ôତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଯୋଜନା ହୋଇଥିଲା ।

ମଙ୍ଗଳବାରଦିନ ନିଜ ସୋସିଆଲ ପୋଷ୍ଟରେ ସେ କହିଛନ୍ତି, ଦ୍ୱିପହରରେ ଦିଆଯାଇଥିବା ଭୋଜନର କିଛି ସମୟ ପରେ ସ୍ନାକ୍ସ ଦିଆଯାଇଥିଲା । ଏଥିରେ ଦିଆଯାଇଥିବା ଦୋଷାର ଚଟଣିରେ ବିଷ ମିଶାଯାଇଥିଲା । କେବଳ ଏତିକି ନୁହେଁ ଘରକୁ ସାପ ପଠାଯାଇ ମାରିବାକୁ ଉଦ୍ୟମ ହୋଇଥିଲା । ତପନ ମିଶ୍ର ବର୍ତମାନ ଇସ୍ରୋର ବରିଷ୍ଠ ପରାମର୍ଶଦାତା ଅଛନ୍ତି ଓ ଏହି ମାସ ଶେଷରେ ସେ ଅବସର ନେବେ । ଅହମ୍ମଦାବାଦସ୍ଥିତ ଇସ୍ରୋରେ ସେ ପୂର୍ବରୁ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି ।

ଫେସବୁକ ପୋଷ୍ଟରେ ତପନ ମିଶ୍ର ଆହୁରି ଲେଖିଛନ୍ତି, ଖାଦ୍ୟ ଭଲ ଲାଗିନଥିବାକୁ ସେ କମ ଖାଇଥିଲେ । ଏହାଦ୍ୱାରା ଜୀବନ ତ ବଂଚିଯାଇଥିଲା , କିନ୍ତୁ ଶରୀରେ ବିଭିନ୍ନ ପାଶ୍ୱ ର୍ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏଥିପାଇଁ ସେ ଦୁଇବର୍ଷ ଚିକିତ୍ସାଧୀନ ଥିଲେ । ଏହି ପୋଷ୍ଟ ସହ ସେ ନିଜର ମେଡିକାଲ ରିପୋର୍ଟ ଓ ପାଦର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି, ଦେଶର ଅନେକ ବୈଜ୍ଞାନିକଙ୍କ ରହସ୍ୟମୟ ମୃତ୍ୟୁ ହୋଇସାରିଛି ।

ତେଣୁ କିଛି ହେବା ପୂର୍ବରୁ ସମସ୍ତେ ଏ ବିଷୟ ଜାଣନ୍ତୁ ବୋଲି ସେ ଚାହିୁଛନ୍ତି । ତେବେ ଖାଦ୍ୟରେ କିଏ ବିଷ ମିଶାଇଥିଲା ଓ କଣ ପାଇଁ ମିଶାଇଥିଲା ତାହା ସେ ଜାଣିନାହାନ୍ତି । ତେବେ ଇସ୍ରୋ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ । ପଦରୁ ହଟାଇବା ପାଇଁ କିଛି ଗୁପ୍ତଚର ଏଭଳି କାମ କରିଥାଇପାରନ୍ତି ବୋଲି ତପନ ମିଶ୍ର ଆଶଙ୍କ ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

ଏଥର ସ୍ୱତନ୍ତ୍ର ଭାବେ ପାଳିତ ହେବ ଗଣତନ୍ତ୍ର ଦିବସ । ଉପସ୍ଥିତ ରହିବେ ନାହିଁ କୌଣସି ମୁଖ୍ୟ ଅତିଥି । ବିଦେଶୀ ଅତିଥିଙ୍କୁ ବି ଦିଆଯିବ ନାହିଁ ନିମନ୍ତ୍ରଣ ।

କନକ ବ୍ୟୁରୋ : ଏଥର ଗଣତନ୍ତ୍ର ଦିବସ ପ୍ୟାରେଡରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ । ସରକାରଙ୍କ ତରଫୁରୁ ଏନେଇ ଅନ୍ୟ କୌଣସି ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏହା ପୂର୍ବରୁ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ଏବେ ବ୍ରିଟେନରେ କରୋନାର ନୂଆ ଷ୍ଟେନ୍ ଦେଖିବାକୁ ମିଳିବା ପରେ ଏହାକୁ ନଜରରେ ରଖି ସେ ଭାରତ ଗସ୍ତ ରଦ୍ଦ କରିଛନ୍ତି ।

ମଙ୍ଗଳବାର ଦିନ ବ୍ରିଟେନ ପ୍ରଶାସନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତ ରଦ୍ଦ ନେଇ ସୂଚନା ଦେଇଛନ୍ତି । ଏହାସହ ବ୍ରିଟେନ ପ୍ରଶାସନ କହିଛି କି ମଙ୍ଗଳବାର ଦିନ ସକାଳେ ବୋରିସ୍ ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ସେ ଗଣତନ୍ତ୍ର ଦିବସରେ ଭାରତ ଆସିପାରିବେ ନାହିଁ ବୋଲି ଜଣାଇଛନ୍ତି । ୧୯୮୩ ମସିହାରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଜନ୍ ମେଜର ଭାରତର ଗଣତନ୍ତ୍ର ଦିବସ ପ୍ୟାରେଡ୍ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଯଦି ବୋରିସ୍ ଜନସନ ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥା’ନ୍ତେ ତାହେଲେ ଏହି ସମ୍ମାନ ପାଇବାରେ ସେ ଦ୍ୱିତୀୟ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଭାବେ ପରିଚିତ ହୋଇଥା’ନ୍ତେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ବେଳେ ବୋରିସ୍ ଜନସନ କହିଛନ୍ତି କି ବ୍ରିଟେନରେ ଯେଭଳି ଭାବେ ପୁଣି କରୋନାର ନୁଆ ଷ୍ଟେନ ଦେଖା ଦେଇଛି ଏହି ସମୟରେ ସେ ଦେଶଛାଡି ଯିବା ଅନୁଚିତ ହେବ । ଏବେ ସେ ଦେଶରେ ରହି କରୋନା ସଂକ୍ରମଣକୁ କିଭଳି ଭାବେ ରୋକାଯାଇ ପାରିବ ସେ ନେଇ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକ ରହିଛି ।

କହିରଖୁ କି ବ୍ରିଟେନରେ କରୋନାର ନୂଆ ଷ୍ଟେନ ଦେଖାଦେବା ପରେ ସଂକ୍ରମଣକୁ ରୋକିବାକୁ ପୁରା ବ୍ରିଟେନରେ ପୁଣିଥରେ ଲକ୍ ଡାଉନ୍ ଆରମ୍ଭ କରାଯାଇଛି । କୁହାଯାଉଛି କି କରୋନାର ଏହି ନୂଆ ଭୂତାଣୁ ପୁରୁଣା ଭୂତାଣୁ ଠାରୁ ଖୁବଶୀଘ୍ର ବ୍ୟାପୁଛି । ଏହାକୁ ନଜରରେ ରଖି ଅନେକ ଦେଶ ଯାତାୟତକୁ ନେଇ ବ୍ରିଟେନ ଉପରେ କଟକଣା ଜାରି କରିଛନ୍ତି । ମାତ୍ର କଟକଣା ପରେ ବି ଏବେ ପାଖା ପାଖି ୩୦ ଟି ଦେଶରେ ବ୍ରିଟେନ ଭାଇରସ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଭାରତରେ ବ୍ରିଟେନ ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୫୮ ରେ ପହଂଚିଲାଣି । ଚିହ୍ନଟ ହୋଇଥିବା ସମସ୍ତ ଲୋକ ବ୍ରିଟେନରୁ ଆସିଛନ୍ତି ଅଥବା ବ୍ରିଟେନରୁ ଆସିଥିବା ଯାତ୍ରୀ ମାନଙ୍କ ସଂଷ୍ପର୍ଶରେ ଆସିଛନ୍ତି । ଏସବୁକୁ ନଜରରେ ରଖି ଗଣତନ୍ତ୍ର ଦିବସ ପ୍ୟାରେଡରେ କୌଣସି ବିଦେଶୀ ଅତିଥି ବା ମୁଖ୍ୟ ଅତିଥିଙ୍କୁ ଦେଖିବାକୁ ମିଳିବ ନାହିଁ ।

from Kanak News
via <a href="https://ifttt.com/?

ସାତକୋଶିଆରେ ଘଡିଆଳ କୁମ୍ଭୀର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆଣି ଛଡାଗଲା ଘଡିଆଳ କୁମ୍ଭୀର

କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆଣି ୬ଟି ଘଡିଆଳ କୁମ୍ଭୀର ଅନୁଗୁଳ ଜିଲ୍ଲା ସାତକୋଶିଆ ମହାନଦୀ ଗଣ୍ଡରେ ଛଡାଯାଇଛି । ସେମାନଙ୍କ ଗତିବିଧିକୁ ନୀରିକ୍ଷଣ କରିବା ପାଇଁ ଦେହରେ ଲଗାଯାଇଛି ଟ୍ରାନ୍ସମିଟର । ଏହି ଘଡିଆଳଙ୍କ ଭିତରେ ୩ଟି ମାଈ ଓ ୩ଟି ଅଣ୍ଡିରା କୁମ୍ଭୀର ଅଛନ୍ତି । ଏଗୁଡିକର ଲମ୍ବ ୨.୩ ମିଟରରୁ ୩,୩ ମିଟର ରହିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହି ଘଡିଆଳ କୁମ୍ଭୀରଙ୍କ ଦେହରେ ଟ୍ରାନ୍ସମିଟର ଲଗାଇ ଗତ ୨୦୧୯ ଜୁଲାଇ ୨୦ରୁ ଅନୁଧ୍ୟାନ କରାଯାଉଥିଲା ।

ଦୀର୍ଘ ୧୫ ମାସ ଧରି କମ୍ଭୀରଗୁଡିକର ବଂଚିବାର ଶୈଳୀକୁ ଅନୁଧ୍ୟା କରିବା ପରେ ନନ୍ଦନକାନନରୁ ଆଣି ସାତକୋଶିଆରେ ଛଡାଯାଇଛି । ମହାନଦୀ ଗଣ୍ଡର ୧୦ କିଲୋମିଟର ପରିଧିରେ ମାଛ ମାରିବା ଉପରେ କଟକଣା ଲଗାଯାଇଥିବାବେଳେ ସେହି ସ୍ଥାନରେ କୁମ୍ଭୀର ଗୁଡିକୁ ଛାଡି ଦିଆଯାଇଛି । ପୂର୍ବରୁ ମଧ୍ୟ ଏଠାରେ ୬ଟି ଘଡିଆଳ ଛଡା ଯାଇଥିବାବେଳେ ବନ୍ୟା ଓ ଉପଯୁକ୍ତ ସୁରକ୍ଷା ଅଭାବରୁ ସେଗୁଡିକ ମହାନଦୀରେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏବେ ପୁଣିଥରେ ୬ଟି କୁମ୍ଭୀର ଛାଡି ଏଗୁଡିକର ବଂଶ ବିସ୍ତାର ଉପରେ ନଜର ରଖିବ ବନ ବିଭାଗ ।

from Kanak News
via <a href="https://ifttt.com/?

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ଜାନୁଆରୀ ୧୦ ରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ କରିପାରିବେ ଆବେଦନ

କନକ ବ୍ୟୁରୋ : ଚଳିତ ମାସ ୮ ତାରିଖରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବାର ନିଷ୍ପତ୍ତି ନେଇଛନ୍ତି । ଶିକ୍ଷାନୁଷ୍ଠାନ ଖୋଲିବାର ମାତ୍ର ୨ ଦିନ ଅର୍ଥାତ ଜାନୁଆରୀ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ପାଇଁ ପରୀକ୍ଷା ଦେୟ ଓ ଫର୍ମପୂରଣ ଦେୟ ଆଦାୟ ହେବ (ରେଗୁଲାର ଓ ଏକ୍ସ-ରେଗୁଲାର) । ଏନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଗେଜେଟ୍ ନୋଟିଫିକେସନ ବାହାର କରାଯାଇଛି ।

ସୂଚନା ମୁତାବକ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ଜାନୁଆରୀ ୧୦ ତାରିଖରୁ ସେମାନେ ପଢୁଥିବା ବିଦ୍ୟଳୟରେ ପିସ୍ ପୈଠ କରିବେ । ଅନ୍ୟପଟେ କରସପେଣ୍ଡେଣ୍ଟ କୋର୍ସର ରେଗୁଲା ଓ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ମାନେ ଆଞ୍ଚଳିକ କାର୍ଯ୍ୟାଳୟର ଉପସଂପାଦକଙ୍କ ମାଧ୍ୟମରେ ଦେୟ ପୈଠ କରିବା ସହ ଫର୍ମ ପୁରଣ କରିପାରିବେ । ଅନ୍ୟପଟେ ଦେୟ ପୈଠ କରିବା ନେଇ ନିଦ୍ଧିଷ୍ଟ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ମାଧ୍ୟମିକ ଶିକ୍ଷାପରିଷଦ ।

ସୂଚନା ମୁତାବକ ଏହା ୧୦/୦୧/୨୦୧ ଦିନ ଆରମ୍ଭ ହେବ । ବିନା ଜରିମାନା ସହ ପିସ୍ ଦାଖଲ କରିବାର ଶେଷ ତାରିଖ ୨୭ ଜାନୁଆରୀ ୨୦୨୧ ରିଖ ରାତ୍ର ୧୧.୪୫ ପର୍ଯ୍ୟନ୍ତ ରଖାଯାଇଥିବା ବେଳେ ଫର୍ମ ଦାଖଲ କରିବାର ଶେଷ ତାରିଖକୁ ୨୮ ତାରିଖ ମଧ୍ୟରାତ୍ର ଯାଏଁ ରଖଶ ଯାଇଛି । ଏହାସହ ଜରିମାନା ସହ ଫିସ୍ ଦାଖଲ କରିବାର ଶେଷ ତାରିଖ ୦୧.୦୨.୨୦୨୧ ରାତ୍ୟ ୧୧.୪୫ ପର୍ଯ୍ୟନ୍ତ ରହିଛି । ସେହିଭଳି ଜରିମାନା ସହ ଫର୍ମ ଦାଖଲ କରିବାର ଶେଷ ତାରିଖ ୦୨.୦୨.୨୦୨୧ ମଧ୍ୟରାତ୍ୟ ଯାଏ ରଖା ଯାଇଛି । ଫର୍ମ ପୁରଣ ନିମନ୍ତେ ଅନ୍ ଲାଇନ୍ ଲିଙ୍କ, ସବିଶେଷ ନିର୍ଦ୍ଦେଶାବଳୀ ଏବଂ ସ୍ତର ପରେ www.bseodisha.ac.in website ମାଧ୍ୟମରେ ଉପରୋକ୍ତ ସମୟ ମଧ୍ୟରେ ଅନବରତ ଉପଲବ୍ଧ ହେବ ।

from Kanak News
via <a href="https://ifttt.com/?

ଚାଷୀ ପାଉନି ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା: ଆମରଣ ଅନଶନରେ ବସିଲେ ବରଗଡ ଗାଇସିଲଟ ବ୍ଲକର ଶତାଧିକ ଚାଷୀ; କୃଷି ସମବାୟ ସମିତି ସମ୍ପାଦକ ପଦକ୍ଷେପ ନନେବାରୁ ଆନ୍ଦୋଳନ

କନକ ବ୍ୟୁରୋ: ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଅନ୍ତର୍ଗତ କଠଉମାଲ କୃଷି ସମବାୟ ସମିତିର ଶତାଧିକ ଚାଷୀ ଆମରଣ ଅନଶନ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଂଚିତ ହେବା ପରେ ଚାଷୀମାନେ ଏହି ପଦକ୍ଷେପ ନେଇଛନ୍ତି । ୨୦୧୯-୨୦୨୦ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସମବାୟ ସମିତିର ଚାଷୀ ପ୍ରିମିୟମ ଭରିଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୬ ଜଣ ଚାଷୀ ଏ ଯାଏଁ ବୀମାଟଙ୍କା ପାଇନାହାନ୍ତି ।

ଆଉ ଏହାର ପ୍ରତିବାଦରେ ଚାଷୀମାନେ କଠଉମାଲ ସମବାୟ ସମିତି ସମ୍ମୁଖରେ ଅନଶନରେ ବସିଛନ୍ତି । କୃଷି ସମବାୟ ସମିତିରେ ବର୍ତମାନ ସମ୍ପାଦକ ଏ ବିଷୟରେ କିଛି ଜାଣିନଥିବା କହିଛନ୍ତି । ଏହାପରେ ଚାଷୀମାନେ ଉପାୟଶୂନ୍ୟ ହୋଇ ଆମରଣ ଅନଶନକୁ ଓହ୍ଲାଇଛନ୍ତି । ବୀମା ରାଶି ପ୍ରଦାନ ନ କରିବା ଯାଏଁ ଆମରଶନ ଅନଶନ ଜାରି ରହିବ ବୋଲି କହିଛନ୍ତି ଚାଷୀ । ବଡ ପ୍ରଶ୍ନ ହେଉଛି, ଚାଷୀ ବୀମା ପ୍ରିମିୟମ ଦାଖଲ କରିଥିଲେ ବି ବୀମା ରାଶିରୁ ବଂଚିତ ହେଲେ କେମିତି ।

from Kanak News
via <a href="https://ifttt.com/?

ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ: ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଚଢ଼ାଉ ସମୟରେ କରିଥିଲା ତୀର ମାଡ

କନକ ବ୍ୟୁରୋ: ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରୟା ମୁଣ୍ଡା ଗିରଫ । ରୟା ମୁଣ୍ଡାକୁ ଗତ ରାତିରେ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଗିରଫ କରିବାକୁ ଯାଇଥିବା ସମୟରେ ବି ଅଭିଯୁକ୍ତ ପୋଲିସ ଉପରକୁ ପୁଣି ତୀର ମାଡ କରିଥିଲା । ଏହି ସମୟରେ ଅଳ୍ପକେ ବର୍ତି ଯାଇଥିଲେ ଲହୁଣିପଡା ଥାନା ଆଇଆଇସି । ବେଆଇନ ମଦ ବେପାର କରୁଥିବା ଅଭିଯୋଗ ପାଇବା ପରେ ଗତକାଲି ରୟା ମୁଣ୍ଡାଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିଲା ପୋଲିସ । ଏହି ସମୟରେ ଅଭିଯୁକ୍ତ ରୟା ପୋଲିସ ଉପରକୁ ତୀର ମାଡ କରିଥିଲା । ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରାଙ୍କ ପେଟର ଡାହାଣ ପାଶ୍ୱର୍ରେ ତୀର ପଶି ଯିବାରୁ ସେ ଗୁରୁତର ହୋଇଥିଲେ । ତାଙ୍କୁ ରାଉରକେଲା ହସ୍ପିଟାଲକୁ ନିଆଯାଇ ସେଠାରେ ତୀର କଢ଼ା ଯାଇଥିଲା ।

ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ଧରି ଟେନ୍‌ସା ଫାଣ୍ଡି ଅନ୍ତର୍ଗତ ଜିରୋ ପଏଣ୍ଟ ହାଟିଂରେ କିଛି ଲୋକ ଦେଶୀ ମହୁଲି ମଦ ବିକ୍ରି କରୁଥିଲେ। ଫଳରେ ଆଖପାଖ ଅଞ୍ଚଳରେ ମଦୁଆଙ୍କ ଦୌରାତ୍ମ୍ୟ ଯୋଗୁଁ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା। ଆଜି ସକାଳେ ଫାଣ୍ଡି ଅଧିକାରୀ ଅଶୋକ ବେହେରା ସେଠାରେ ପହଞ୍ଚିଥିଲେ। ମଦ ବିକୁଥିବା ଲୋକଙ୍କୁ ମଦ ନ ବିକିବାକୁ ତାଗିଦ କରି ସେ ଫେରି ଯାଇଥିଲେ। ତାପରେ ମଧ୍ୟ ମଦ ବେପାରୀମାନେ ମଦ ବିକ୍ରି କରିବା ଛାଡ଼ି ନ ଥିଲେ। ସେ ଖବର ପାଇ ଅପରାହ୍ନ ପ୍ରାୟ ସାଢ଼େ ୪ଟା‌ରେ ଶ୍ରୀ ବେହେରାଙ୍କ ନେତୃତ୍ବ ଗଠିତ ସ୍ବତନ୍ତ୍ର ଟିମ୍‌ ସେଠାରେ ଚଢ଼ଉ ଆରମ୍ଭ କରିଥିଲେ। ସେହି ଭିତରେ ହଠାତ୍‌ ଜଣେ ଆଦିବାସୀ ଯୁବକ ଶ୍ରୀ ବେହେରାଙ୍କୁ ତୀର ମାଡ଼ କରିଥିଲେ। ବଣାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟେଦ ମୁଜିବୁର ରେହମାନ ଓ ଲହୁଣିପଡା ଥାନା ଅଧିକାରୀ ସନ୍ତୋଷ ଜେନା ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ ଜାରି ରଖିଛନ୍ତି।

from Kanak News
via <a href="https://ifttt.com/?

ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଉ ଜଣେ ଗିରଫ : ମୁଖ୍ୟ ଅଭିଯୁକ୍ତକୁ ମିଶାଇ ଏପର୍ଯ୍ୟନ୍ତ ୫ଜଣଙ୍କୁ ବାନ୍ଧିଲାଣି ପୋଲିସ; ଅନ୍ୟମାନଙ୍କୁ ଚାଲିଛି ଖୋଜା

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀ ସମେତ ୪ଜଣକୁ ଗିରଫ କରିଥିଲା ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ କଟକ ଗ୍ରାମଂଚଳ ଏସପି ବି. ଯୁଗଳ କିଶୋର । ୪ ଅଭିଯୁକ୍ତ ହେଲେ ଅରବିନ୍ଦ ଖଟୁଆ, ପଂଚାନନ ସେଠୀ(ମୁଖ୍ୟ ଅଭିଯୁକ୍ତ), ଲଳିତମୋହନ ବରାଳ ଓ କ୍ଷୀତିଶ ଆଚାର୍ଯ୍ୟ । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଖଣ୍ଡା, ଗାଡି, ମୋବାଇଲ୍ ଜବତ କରି ତଦନ୍ତ କରୁଛି ପୁଲିସ । ସେପଟେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଘଟଣା ସ୍ଥଳକୁ ନେଇଥିଲା । ସେମାନେ କେମିତି ହତ୍ୟା କରିଥିଲେ ସଂପୂର୍ଣ୍ଣ ଡେମୋ କରି ଦେଖାଥିଲା ମୁଖ୍ୟ ଅଭିଯୁକ୍ତ । ଏବଂ ଅଭିଯୁକ୍ତ ଠାରୁ ଡେମୋ ଦେଖିବା ପରେ ସିନ୍ ରିକ୍ରିଏସନ୍ କରିଥିଲା ପୁଲିସ । ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ଯଁକୋଟୀ ଗ୍ରାମରୁ କୁଳମଣି ଓ ଦିବ୍ୟସିଂହ ବାଇକରେ ସଂଧ୍ୟା ପ୍ରାୟ ୭ଟା ପାଖାପାଖି ସମୟରେ ନୁର୍ତ୍ତାଙ୍ଗସ୍ଥିତ ସେମାନଙ୍କ ଘରକୁ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ସେମାନେ ତାଙ୍କୁ ଅତର୍କିତ ଭାବରେ ଠେଙ୍ଗା, ପଥର ଓ ଖଣ୍ତାରେ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ସେଠାରେ ଲହୁଲୁହାଣ ହୋଇ ପଡିଯିବା ପରେ ସେମାନେ ନଈ ବନ୍ଧ ଓ ଡଗରାସାହି ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ତରେ ବ୍ୟବହୃତ ଖଣ୍ତାକୁ ଯଁକୋଟି ନୂଆ ପୋଲ ନିକଟସ୍ଥ ସୁକନଈ ବନ୍ଧର ଏକ ବେଣାମୂଳରେ ଲୁଚାଇ ଦେଇଥିଲେ। ହତ୍ୟାକାଣ୍ଡ ପୂର୍ବରୁ ସେମାନେ ଖୁଣ୍ଟରୁ ଲାଇଟ୍ କାଟି ଦେବା ପାଇଁ ଏକ ପ୍ଲାସରେ ତାର କାଟି ଦେଇଥିଲେ।

ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ପୁଲିସ ସହିତ ଯାଇ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା। ତା’ କହିବା ଅନୁଯାୟୀ ପୁଲିସ ସୁକନଈ ବନ୍ଧ ବେଣା ମୂଳକୁ ଯାଇ ଖଣ୍ଡା ଜବତ କରିଥିଲା। ତାର କାଟିବା ପାଇଁ ବ୍ୟବହୃତ ପ୍ଲାସକୁ ସେ ଖୁଣ୍ଟ ମୂଳରେ ପକାଇଥିବା କହିଥିଲେ ବି ତାହା କିନ୍ତୁ ମିଳି ନଥିଲା। ଏହି ଘଟଣାରେ ପୂର୍ବରୁ ପୁଲିସ କୁଳମଣିଙ୍କ ବାଇକ, ଦୁଇ ହଳ ଚପଲ, ଚଷମା କାଚ, ରୁମାଲ, ତିନୋଟି ଗ୍ୟାସ ଗ୍ରାହକ କାର୍ଡ, ଧଳା ରଙ୍ଗର କପଡା ବ୍ୟାଗ୍, ଗୋଟିଏ ଟର୍ଚ୍ଚ ଲାଇଟ୍, ଗୋଟିଏ ରକ୍ତ ଭିଜା ଲୁଗା ଜବତ କରିଥିବା ବେଳେ ଏବେ ଅଭିଯୁକ୍ତ ସେତେବେଳେ ପିନ୍ଧିଥିବା ପୋଷାାକ, ହତ୍ୟାକାଣ୍ତ ସମୟରେ ବ୍ୟବହାର କରିଥିବା ୪ଟି ମୋବାଇଲ ଫୋନ, ଅଭିଯୁକ୍ତ ପଂଚାନନର ବାଇକକୁ ଜବତ କରିଛି। ଅଭିଯୁକ୍ତ ମାନଙ୍କ ବିରୋଧରେ ମାହାଙ୍ଗା ଥାନାରେ ଏକ ମାମଲା (କେସ୍ ନଂ ୫/୨୧) ଦଫା ୧୪୭, ୧୪୮, ୧୨୦(ବି) ୩୦୨, ୧୪୯ (ଆଇପିସି), ୨୫/୨୭(ଆର୍ମସ ଆକ୍ଟ)ରେ ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି। ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍‌.ପି. ପ୍ରକାଶ କରିଛନ୍ତି।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ଏସଆଇଟିକୁ ଝଟକା: ବାଲ୍‌ ସୁଧାର ଗୃହ ଗଲା ଅଭିଯୁକ୍ତ; ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡକୁ ମାମଲା ସ୍ଥାନାନ୍ତର

କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ଗିରଫ ନାବାଳକ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାରଗୃହକୁ ନିଆଯାଇଛି । ଗତକାଲି ମଧ୍ୟରାତ୍ରିରେ କଡା ସୁରକ୍ଷା ମଧ୍ୟରେ ଅଭିଯୁକ୍ତକୁ ଅଣାଯାଇଥିଲା । ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇଥିଲେ କୋର୍ଟ । ଅଭିଯୁକ୍ତର ବୟସ ନେଇ ବିବାଦ ଭିତରେ ପକ୍ସୋ କୋର୍ଟ କହିଥିଲେ, ସ୍କୁଲ ଓ ଜନ୍ମ ପ୍ରମାଣପତ୍ର ଆଧାରରେ ସେ ଜଣେ ନାବାଳକ । କିନ୍ତୁ ଏନେଇ ଅଧିକ ଅନୁସନ୍ଧାନ କରିବେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ । ପରୀ ହତ୍ୟା ମାମଲାରେ ନୟାଗଡ ଯଦୁପୁରର ଜଣେ ନାବାଳକକୁ ଗିରଫ କରିଛି ଏସଆଇଟି । ସେ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିସାରିଛନ୍ତି ।

ନୟାଗଡ଼ ପକ୍ସୋ କୋର୍ଟଙ୍କ ଏହି ରାୟ ଅଭିଯୁକ୍ତକୁ ସାବାଳକ ଭାବେ ଗିରଫ କରିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ପୁଲିସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି) ବଡ଼ ଝଟ୍‌କ‌ା‌ ଦେଇଛି। ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ୍‌ରୁ ତାଙ୍କ ଜନ୍ମ ତାରିଖ ୦୬/୦୨/ ୨୦୦୩ ବୋଲି ଏସ୍‌ଆଇଟି ଅବଗତ ଥିଲା। ‌ହେଲେ ଏସ୍‌ଆଇଟି ମୁଖ୍ୟ ଅଭିଯୁକ୍ତର ଓସିଫିକେସନ (ଯଦି ଜନ୍ମ , ଶିକ୍ଷାଗତ ପ୍ରମାଣପତ୍ର ନଥାଏ, ମେଡିକାଲ‌ରେ ଅଭିଯୁକ୍ତ ହାଡ଼ରୁ ତା’ର ବୟସ ଜାଣିବାକୁ ଏକ ପରୀକ୍ଷା) ଆ‌ଧାରରେ ତାକୁ ୧୮ ବର୍ଷରୁ ଅଧିକ ‌ବୋଲି କୋର୍ଟରେ ପ୍ରମାଣପତ୍ର ଦାଖଲ କରିଥିଲେ। ଏବଂ ତାଙ୍କୁ ହତ୍ୟା ଅଭିଯୁକ୍ତ ଭାବେ ଜେଲ୍‌ ପଠାଇ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତକୁ ଡିସେମ୍ବର ୨୧ ତାରିଖରେ ଏସ୍‌ଆଇଟି ଗିରଫ କରିଥିଲା। ଏଥିସହିତ ତାକୁ ୩ ଦିନିଆ ରିମାଣ୍ଡ୍‌ରେ ନେଇ ଅଧିକ ପଚରାଉଚରା କରିଥିଲା।

ଅନ୍ୟପକ୍ଷରେ ଅଭିଯୁକ୍ତକୁ ଏସ୍‌ଆଇଟି କେଉଁ ଉଦ୍ଦେଶ୍ୟରେ ସାବାଳକ ସଜାଇଥିଲା‌, ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଆଜି କୋର୍ଟଙ୍କ ଏହି ରାୟ ପରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପୁଲିସ ତଥା ଏସ୍‌ଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି। ସଭାପତି ଆଇନଜୀବୀ ରଣଜିତ ଦାଶ କହିଛନ୍ତି, ଜଣେ ନାବାଳକକୁ କାହିଁକି ଏସ୍‌ଆଇଟି ସାବାଳକ ସଜାଇ ତଦନ୍ତକୁ ଦିଗହରା କରିଛି, ସେ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ। ଏସ୍‌ଆଇଟିର ଏଭଳି ଖାମ୍‌ଖିଆ‌ଲ ତଦନ୍ତ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଶ୍ରୀ ଦାଶ କହିଛନ୍ତି।

from Kanak News
via <a href="https://ifttt.com/?

ଆମାଜନ୍‌ ସହ ବ୍ୟବସାୟ କରିବ ଫାଲ୍‌କନ୍‌ ମେରାଇନ୍‌ : ତାରାରଞ୍ଜନ ପଟ୍ଟନାୟକଙ୍କ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ

ସିଫୁଡ୍‌ ବ୍ୟବସା‌ୟ ଓ ରପ୍ତାନି କ୍ଷେତ୍ରର ଏକ ପରିଚିତ ନାମ ହେଉଛନ୍ତି ଫାଲ୍‌କନ୍‌ ମେରାଇନ୍ ଏକ୍ସପୋର୍ଟସ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ। ଓଡ଼ିଶାର ଚିଙ୍ଗୁଡ଼ିକୁ ବିଶ୍ବ ବଜାରରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ମହାମାରୀର ପ୍ରଭାବ, ରପ୍ତାନି ବଜାର ଓ ନିଜ ସଂସ୍ଥା ସମ୍ପର୍କରେ ସେ ଯାହା ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି

କରୋନା ମହାମାରୀ ପ୍ରଭାବରେ ରାଜ୍ୟ ସିଫୁଡ୍‌ ବଜାର କିଭଳି ପ୍ରଭାବିତ ହୋଇଛି?
କରୋନା ମହାମାରୀ ପୂର୍ବ ବର୍ଷ ଉତ୍ପାଦନ ବହୁତ ଭଲ ଓ ଉତ୍ସାହଜନକ ଥିଲା। ଓଡ଼ିଶାର ମୋଟ୍ ବଜାର ପରିମାଣ ୩୦୦୦ କୋଟି ଟଙ୍କାରୁ ଅଧିକ ଥିଲା। ୨୦୧୯ ଡିସେମ୍ବର ବେଳକୁ ଆମେ ଚୀନ୍‌ରେ କରୋନା ଭୂତାଣୁ ଦେଖାଦେଇଥିବା ଜାଣିବାକୁ ପାଇଥିଲୁ। ଏହି ରୋଗ ସାରା ବିଶ୍ବରେ ବ୍ୟାପିବ ବୋଲି ମଧ୍ୟ ଅନୁମାନ କରାଯାଉଥିଲା। ଏଥିପାଇଁ ଚୀନ୍‌ରୁ ଆମକୁ ସତର୍କ ସୂଚନା ଦିଆଯାଇଥିଲା। ଆମେ ମଧ୍ୟ ସ୍ଥିତି ଉପରେ ନଜର ରଖିଥିଲୁ। ମାର୍ଚ୍ଚରେ ଷ୍ଟକିଂ କରିବା ବେଳେ ଆମେ ଚାଷୀମାନଙ୍କୁ ମଧ୍ୟ ଅଧିକ ଷ୍ଟକିଂ ନକରିବା ଲାଗି କହିଥିଲୁ। ସେମାନେ ଷ୍ଟକିଂ କମ୍ କରିଥିଲେ। ସେଥିପାଇଁ ଓଡ଼ିଶାରେ ଉତ୍ପାଦନ ୨୫-୩୦% କମ୍ ହୋଇଛି।

ବ୍ୟବସାୟ କିଭଳି ପ୍ରଭାବିତ ହୋଇଛି?
ଆମ ବ୍ୟବସାୟ ପ୍ରାୟ ୩୦-୪୦% ପ୍ରଭାବିତ ହୋଇଛି। କାରଖାନାର ବନ୍ଦ ରହିବା ଓ ଲକ୍‌ଡାଉନ୍ କଟକଣା ଆଦି ବିଭିନ୍ନ କାରଣ ଯୋଗୁଁ କାରବାର ପ୍ରଭାବିତ ହୋଇଥିଲା। ମୋଟ ଉପରେ ୨୦୨୦ ବର୍ଷଟି ବ୍ୟବସାୟ ପାଇଁ ଖରାପ ଥିଲା। ବ୍ୟବସାୟୀମାନେ କ୍ଷତି ସହିଛନ୍ତି। ସରକାରଙ୍କ ତରଫରୁ ଯେଉଁଭଳି ପ୍ରୋତ୍ସାହନ ଆଶା କରାଯାଉଥିଲା ତାହା ମଧ୍ୟ ମିଳିନାହିଁ। ‌ସେଥିପାଇଁ ବ୍ୟବସାୟ ଅଧିକ ପ୍ରଭାବିତ ହୋଇଛି।

ରପ୍ତାନି ବଜାର କେବେ ସ୍ବାଭାବିକ ହେବ ବୋଲି ଆପଣ ଭାବୁଛନ୍ତି?
ଯଦି ଆମେରିକାରେ କିଛି ଭଲ ଘଟଣା ଘଟିବ ତେବେ ରପ୍ତାନି ବଜାରରେ ସୁଧାର ହେବ। ଯଦି ଆସନ୍ତା ଦୁଇ ମାସ ଭିତରେ ୟୁରୋପ ଓ ଆମେରିକା ବଜାରରେ ସୁଧାର ଦେଖାଦେବ ତେବେ ହିଁ ସ୍ବାଭାବିକ ସ୍ଥିତି ଫେରିବ। ଏବେବି ଆମେରିକା ଓ ୟୁରୋପରେ ବିପୁଳ ପରିମାଣର ଷ୍ଟକ ପଡ଼ିରହିଛି। ପ୍ରଥମେ ସେଗୁଡ଼ିକୁ ବଜାରରେ ବିକ୍ରି କରିବାକୁ ପଡ଼ିବ। ଏହା ପରେ ନୂଆ ବରାଦ ବିଷୟରେ ଚିନ୍ତା କରାଯାଇପାରିବ। ସ୍ଥିତିରେ‌ କେବେ ସୁଧାର ହେବ ଏବେଠାରୁ କହିବା କଷ୍ଟକର।

କେଉଁ ଦେଶରୁ ଅଧିକ ବରାଦ ଆସିଥାଏ?
ଆମ କଂପାନି ମୁଖ୍ୟତଃ ଆମେରିକ‌ାରେ କାରବାର କରୁଛି। ଆମର ଯାହା କିଛି ଦରକାର ହେଉଛି ଆମେ ଏବେ ଆନ୍ଧ୍ରରୁ ମଗାଉଛୁ। ଓଡ଼ିଶା ଓ ପଶ୍ଚିମବଙ୍ଗରେ ସବୁ କିଛି ଠପ୍ ହୋଇଯାଇଛି। ଏମିତିରେ ଓଡ଼ିଶାରେ ମେ’ରୁ ଅକ୍ଟୋବର ଭିତରେ ହିଁ କାରବାର ହୁଏ। ବ୍ୟବସାୟୀମାନଙ୍କ ପାଖକୁ ଚୀନ୍‌ରୁ ବହୁତ କମ୍ ବରାଦ ଆସେ। ଯେଉଁମାନେ କଞ୍ଚାମାଲ ବିକ୍ରି କରନ୍ତି ସେମାନେ ଚୀନ୍‌କୁ ରପ୍ତାନି କରନ୍ତି। ଚୂଡ଼ାନ୍ତ ଉତ୍ପାଦ ଚୀନ୍ କିଣେନାହିଁ।

ରପ୍ତାନି ପାଇଁ କିଛି ନୂଆ‌ ବଜାର ଉପରେ ନଜର ଅଛି କି?
ଭାରତୀୟ ଚିଙ୍ଗୁଡ଼ି ବିଶ୍ବର ବିଭିନ୍ନ ଦେଶକୁ ପଠାଯାଉଛି। କିନ୍ତୁ ଏବେବି ଆମେରିକା ହେଉଛି ସବୁଠୁ ଶ୍ରେଷ୍ଠ ବଜାର। ଆମେରିକା ଏଭଳି ଏକ ଦେଶ ଯାହା ରାସାୟନିକ ସାମଗ୍ରୀ ମିଶିଥିବା ସାମଗ୍ରୀ କିଣେ ନାହିଁ। ଆମେରିକାରେ ଆମାଜନ ସହିତ କାରବାର କରିବା ଲାଗି ଆମେ କଥାବାର୍ତା କରୁଛୁ। ୱାଲ୍‌ମାର୍ଟ, କସ୍‌କୋ, ସିସ୍‌କୋ ଭଳି ବଡ଼ ଆମେରିକୀୟ ସଂସ୍ଥା ସହ ଆମେ କାରବାର କରୁଥିଲୁ। ଆମାଜନ୍‌ରୁ କିନ୍ତୁ ଭଲ ଦର ମିଳିବ, କାରଣ ସେମାନେ ଅନଲାଇନ୍‌ ବରାଦ ହାସଲ କରି ସିଧାସଳଖ ଡେଲିଭରି ଦେ‌ବେ।

ନିଜ ସଂସ୍ଥାର ପ୍ରକ୍ରିୟାକରଣ କ୍ଷମତା ବଢ଼ାଇବା ଯୋଜନା ଅଛି କି?
ଆମର ଭୁବନେଶ୍ବର ଓ ବାଲେଶ୍ବର ୟୁନିଟ୍‌ର ମୋଟ ଦୈନିକ ଉତ୍ପାଦନ କ୍ଷମତା ୨୫୦ ମେଟ୍ରିକ୍ ଟନ୍‌ ରହିଛି। ଆମେ କାରଖାନାରେ ଅଧିକ ନିବେଶ କରୁଛୁ। ପ୍ରାୟ ୩୦ କୋଟି ଟଙ୍କା ବ୍ୟୟ କରି ନୂଆ ‌ମେସିନ୍ ମଗାଇଛୁ। ଆମ ପାଖରେ ପର୍ଯ୍ୟାପ୍ତ ସ୍ଥାନ ଅଛି। କେବଳ ନୂଆ ମେସିନ୍ ସେଥିରେ ଲଗାଇବାକୁ ପଡ଼ୁଛି।

କରୋନା ମହମାରୀ ସମୟରେ ରାଜ୍ୟର ପ୍ରଥମ ଶିଳ୍ପପତି ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆପଣ ଦାନ କରିଥିଲେ। ଏହା ପଛରେ ଆପଣଙ୍କ କ’ଣ ଭାବନା ଥିଲା?
କୋଭିଡ୍ ପାଇଁ ଏକ ଫଣ୍ଡ୍‌ ଖୋଲା ହୋଇଛି ବୋଲି ପ୍ରଥମେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଁ ଏହି ଭାବନା ରଖି ସହାୟତା ଦେଇଥିଲି ଯେ ରାଜ୍ୟ‌ରେ ଅନ୍ୟ ଯେଉଁ ବଡ଼ ବଡ଼ ଶିଳ୍ପପତି ଅଛନ୍ତି ସେମାନେ ମଧ୍ୟ ସହାୟତା‌ ଦେବାକୁ ଆଗେଇ ଆସିବେ। ‌ସେମାନେ ଓଡ଼ିଶା ପାଇଁ କିଛି ପାଣ୍ଠି ଦିଅନ୍ତୁ ବୋଲି ମୁଁ ଚାହୁଥିଲି। କେବଳ ପାଣ୍ଠିରେ ଆମ କାମ ସୀମିତ ନଥିଲା। ମହାମାରୀ ସମୟରେ ମଧ୍ୟ ଆମେ ଅନେକ ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିଥିଲୁ। ଯେଉଁ ସବୁ ଉପାୟରେ ସମ୍ଭବ ହେଉଥିଲା ଆମେ ଲୋକମାନଙ୍କୁ ସାହାଯ୍ୟ କରିଥିଲୁ।

ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ବିଷୟରେ ଆପଣଙ୍କ ମତ କ’ଣ?
ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି ସେମାନଙ୍କୁ ଏତେ ବଡ଼ ଗଣମାଧ୍ୟମ ସଂସ୍ଥା ସମ୍ବର୍ଦ୍ଧିତ କରିବା ନିଶ୍ଚିତ ରୂପେ ବହୁତ ଭଲ କଥା। ଏହା ଦ୍ବାରା ସେମାନେ ଉତ୍ସାହିତ ହେ‌ବେ ଏବଂ ଅନ୍ୟମାନେ ଅନୁପ୍ରାଣିତ ହେବେ। ନୂତନ ଉଦ୍ୟୋଗୀମାନଙ୍କୁ ଏହା ବିଶେଷ ଭାବେ ଅନୁପ୍ରାଣିତ କରିବ।

from Kanak News
via <a href="https://ifttt.com/?

ଚିଲିକାରେ ପକ୍ଷୀ ଗଣନା : ଗତବର୍ଷ ତୁଳନାରେ ଚଳିତ ବର୍ଷ ବଢିଛି ବିଦେଶୀ ପକ୍ଷୀ ସଂଖ୍ୟା

କନକ ବ୍ୟୁରୋ : ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢିଛି । ଟାଙ୍ଗୀ ରେଂଜରେ ସର୍ବାଧିକ ଓ ରମ୍ଭା ରେଂଜରେ ସବୁଠୁ କମ ପକ୍ଷୀ ଠାବ ହୋଇଛି । ଗତ ବର୍ଷ ଅପେକ୍ଷା ୧ ଲକ୍ଷ ୩୨ ହଜାରରୁ ଅଧିକ ବିଦେଶାଗତ ପକ୍ଷୀ ଚିହ୍ନଟ ହୋଇଛନ୍ତି । ଚିଲିକାରେ ୨୧ଟି ଗ୍ରୁପ ପକ୍ଷୀ ଗଣନା କାର୍ଯ୍ୟ କରିଥିଲେ । ପ୍ରତି ଗ୍ରୁପରେ ଜଣେ ପକ୍ଷୀ ବିଶେଷଜ୍ଞ ସହିତ ୩ରୁ ୫ ଜଣ ସ୍ଥାନୀୟ ଗାଇଡଙ୍କୁ ସାମିଲ କରାଯାଇଥିଲା ।

ଦୁଇଟି ଦଳ ସଡକ ପଥରେ ଓ ୧୯ଟି ଦଳ ଡଙ୍ଗାରେ ଯାଇ ପକ୍ଷୀ ଗଣନା କରିଛନ୍ତି । ଚଳିତ ବର୍ଷ ୧୧୧ ପ୍ରଜାତିର ୧୨ ଲକ୍ଷ ୪ହଜାର ୩୫୧ ବିଦେଶରୁ ଆସିଥିବା ପକ୍ଷୀ ଚିହ୍ନଟ କରାଯାଇଛି । ସେହିପରି ୭୯ ପ୍ରଜାତିର ୩୮ହଜାର ୪୭୫ ସ୍ଥାନୀୟ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ଚିଲିକାରେ ମୋଟ ୧୯୦ ପ୍ରଜାତିର ୧୨ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଗଣନା କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started