ବିହାର କଂଗ୍ରେସରେ ଫାଟ । ଦଳଛାଡି ଏନଡିଏରେ ଯୋଗ ଦେଇପାରନ୍ତି ୧୧ ବିଧାୟକ । ଦଳର ବରିଷ୍ଠ ନେତା ଭରତ ସିଂ ଦେଲେ ସୂଚନା

କନକ ବ୍ୟୁରୋ : ଚାଖଣ୍ଡେ ସିଲେଇ କଲେ ହାତେ ଫାଟୁଛି । ଏହା ଦେଶର ସର୍ବପୁରାତନ କଂଗ୍ରେସ ଦଳର ବିଗତ ୭ ରୁ ୮ ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି । ପଞ୍ଜାବରେ ଦଳର ବରିଷ୍ଠ ନେତା ତଥା କ୍ରିକେଟ୍ ଭାଷ୍ୟକାର ନଭଜୋତସିଂ ସିଦ୍ଧୁକୁ ଦଳ ପୁଣିଥରେ ବୁଝାସୁଝା କରି ଦଳକୁ ଫେରାଇ ଆଣିବାକୁ ସଫଳ ହୋଇଥିବା ବେଳେ ଏବେ ବିହାର କଂଗ୍ରେସରେ ଏକ ବଡ ଫାଟ ଦେଖିବାକୁ ମିଳିଛି । ବିହାର କଂଗ୍ରେସରେ ଥିବା ୧୯ ଜଣ ବିଧାୟକଙ୍କ ମଧ୍ୟରୁ ୧୧ ଜଣ ଦଳ ଛାଡି ଏନଡିଏରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଭରତ ସିଂ । ତାଙ୍କ ସୂଚନା ମୁତାବକ ଯେଉଁ ୧୧ ଜଣ ବିଧାୟକ ଦଳଛାଡିବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମୂଳ କଂଗ୍ରେସୀ ନୁହନ୍ତି । ସେମାନେ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଦଳକୁ ଟଙ୍କା ଦେଇ ଟିକେଟ୍ ହାସଲ କରିଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ । ଏବେ ସେମାନେ ଏନଡିଏ ପ୍ରତି ଆକର୍ଷିତ ହୋଇଥିବା କଥା ଭରତ ସିଂ କହିଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ୧୧ ଜଣଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ଅଜିତ୍ ଶର୍ମା । ଅଜିତଙ୍କ ନେତୃତ୍ୱରେ ଦଳଭଙ୍ଗା ଯୋଜନା ଚାଲିଥିବା ଭରତ ସିଂ ଦାବି କରିଛନ୍ତି । ହେଲେ ଭରତଙ୍କର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦଳର ହାଇକମାଣ୍ଡ ।

କହିରଖୁ କି ବିହାର ରାଜନୈତିକ ସଂକଟ ଜୋର ଧରିଛି । ଗୋଟିଏ ପଟେ ୩୪ ଆସନ ପାଇଥିବା ଜେଡିୟୁକୁ ୭୪ ଆସନ ପାଇଥିବା ବିଜେପି ମୁଖ୍ୟମନ୍ତ୍ରୀ ପଦ ଛାଡିଛି । ହେଲେ ବିଜେପି ବିଧାୟକ ମାନେ ଏହାକୁ ନେଇ ଖୁସି ନାହାନ୍ତି । ସେମାନେ ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ କିଛିଦିନ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ କହିଛନ୍ତି କି ନିତୀଶ ପୁଣିଥରେ ମହାଗଠବନ୍ଧନରେ ସାମିଲ ହୋଇପାରନ୍ତି । ଏହା ହେଲେ ବିଜେପି ବି ସରକାରରୁ ହଟିଯିବ । ଏହାକୁ ନଜରରେ ରଖି ବିଜେପି କଂଗ୍ରେସ ବିଧାୟକ ମାନଙ୍କୁ ପ୍ରଲୋଭିତ କରି ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛି ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ସଂଖ୍ୟା ଗଣିତରେ ବିହାରରେ ସରକାର କରିବାକୁ ୧୨୨ ବିଧାୟକଙ୍କର ଆବଶ୍ୟକତା ଥିବା ବେଳେ ଏବେ ବିଜେପି ପାଖରେ ରହିଛି ୭୫ ଆସନ । ସରକାର ଗଠନ ପାଇଁ ତାଙ୍କୁ ଆଉ ୪୮ ଜଣ ବିଧାୟକଙ୍କର ଆବଶ୍ୟକ ରହିଛି । ଯଦି ବିଜେପି ୭୫ + ଏଲଜେପି ୧ + ଭିଆଇପି ୪ + ଅନ୍ୟାନ୍ୟ ୭ + ଏଚଏଏମଏସ୍ ୪ କୁ ନିଜ ପାଖରେ ରଖିପାରେ ତାହେଲେ ବିଜେପି ପାଖରେ ୯୧ ବିଧାୟକ ହୋଇଯିବେ । ହେଲେ ସରକାର ଗଠନ କରିବାକୁ ହେଲେ ବିଜେପିକୁ ଆହୁରି ୩୧ ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି । ତେଣୁ ବିଜେପି କଂଗ୍ରେସ ଓ ଜେଡିୟୁରୁ କିଛି ବିଧାୟକଙ୍କୁ ନିଜ ଦଳରେ ସାମିଲ କରି ଭବିଷ୍ୟତକୁ ସୁରକ୍ଷିତ କରିବା ଓ ନିତୀଶଙ୍କୁ ଝଟକା ଦେବାକୁ ଯୋଜନା କରୁଥାଇପାରେ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ନଡିଆ କତା ଭର୍ତ୍ତି ଗାଡିରେ ଗଞ୍ଜେଇ ଚାଲାଣ : ବ୍ରହ୍ମପୁରରେ ଧରାପଡିଲା ୫୫ ଲକ୍ଷ ଟଙ୍କାର ଗଞ୍ଜେଇ

କନକ ବ୍ୟୁରୋ : ବ୍ରହ୍ମପୁରରେ ନଡିଆକତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ଅବକାରୀ ବିଭାଗ । ବ୍ରହ୍ମପୁରର ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ, କାର ଓ ପିକଅପ ଭ୍ୟାନରୁ ୧୧ କ୍ୱିଂଟାଲ ଗଞ୍ଜେଇ ମିଳିଛି । ଘଟଣାର ୩ ଗିରଫ ହୋଇଛନ୍ତି । ଟ୍ରକର ୪ ପଟେ ନଡିଆକତା ଦେଇ ଏହି ଗଞ୍ଜେଇ ରଖାଯାଇଥିଲା । ଜବତ ଗଞ୍ଜେଇର ଆନୁମାନୁକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ।

from Kanak News
via <a href="https://ifttt.com/?

ଗଞ୍ଜେଇ ଚାଲାଣର ନୂଆ ତରିକା : ରାୟଗଡାରେ ପିଚୁ ଟ୍ରକରୁ ଧରାପଡିଲା କୋଟିଏ ଟଙ୍କାର ଗଞ୍ଜେଇ

କନକ ବ୍ୟୁରୋ : ଗଞ୍ଜେଇ ଚାଲାଣର ନୂଆ ତରିକା । କୋଟିଏରୁ ଅଧିକ ମୂଲ୍ୟ ଗଂଜେଇ ଚାଲାଣ ବେଳେ ଟ୍ରକ ସହ ଗଞ୍ଜେଇ ବସ୍ତାକୁ ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ । ରାୟଗଡା ମୁନିଗୁଡାରୁ ଏହି ଗଞ୍ଜେଇ ଜବତ ହୋଇଛି । ପିଚୁ ବୋଝେଇ ଟ୍ରକରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ଗଂଜେଇର ପରିମାଣ ଆନୁମାନିକ ୨ ଟନ ହେବ । ଘଟଣା ପରେ ଡ୍ରାଇଭର ହେଲପର ଫେରାର ହୋଇଯାଇଛନ୍ତି । ଏହି ରାୟଗଡା ମୁନିଗୁଡାରୁ କନ୍ଧମାଳ ଯାଉଥିଲା ।

 

from Kanak News
via <a href="https://ifttt.com/?

୧୦ ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟିକା : ଡିଏମଇଟି କହିଲେ ଟିକା ନେବା କାହା ପାଇଁ ବାଧ୍ୟତାମୂଳକ ନୁହେଁ

କନକ ବ୍ୟୁରୋ : ଆସନ୍ତା ୧୦ ଦିନ ଭିତରେ ରାଜ୍ୟରେ ଟିକା ପହଂଚିବ । ଏହି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଆଗାମୀ ୧୦ ଦିନ ଭିତରେ ଟିକା ପହଂଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ଟିକାକରଣ ଆରମ୍ଭ ହୋଇଯିବ । ସେଇଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଡିଏମଇଟି । ସେ କହିଛନ୍ତି, ‘‘କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଦିନ ମଧ୍ୟରେ ଟିକା ପହଞ୍ଚିବ ଓ ପହଞ୍ଚିବାର ୨ ଦିନ ମଧ୍ୟରେ ଟିକାକରଣ ହେବ । ଟିକାକରଣ ପାଇଁ ଆମ‌େ ପ୍ରସ୍ତୁତ ରହିଛୁ। ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟିକା ଆସିଛି, ତାହାକୁ ୨ଟି ଡୋଜ୍‌ରେ ଦିଆଯିବ। ପ୍ରଥମ ଡୋଜ୍‌ ଦେବାର ୨୮ ଦିନ ପରେ ଦ୍ବିତୀୟ ଡୋଜ୍‌ ଦିଆଯିବ।’’

ଏଥିସହ ଡିଏମଇଟି ଡା. ମହାନ୍ତି ସ୍ପଷ୍ଟ କରିଛନ୍ତି ଯେ ଟିକାକରଣ କାହା ପାଇଁ ବି ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ବାସ୍ଥ୍ୟକର୍ମୀ ଚାହିଁବେ ଟିକା ନେଇପାରିବେ ଓ ଯେଉଁମାନେ ଚାହିଁବେନି ସେମାନେ ଟିକା ନେବେ ନାହିଁ। ଟିକା ଗ୍ରହଣ କରିବା ସଂପୂର୍ଣ୍ଣ ଇଚ୍ଛାଧୀନ। ପୂର୍ବରୁ ଏ ନେଇ ସରକାର ଘୋଷଣା କରି ସାରିଛନ୍ତି । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ଏବେ ଟିକାକୁ ଅପେକ୍ଷା କରି ରହିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଟିକା ଦେଶରେ ବିକଶିତ ହୋଇ ଭାରତୀୟ ଭେ‌ଷଜ ମହାନିୟନ୍ତ୍ରକ (ଡିସିଜିଆଇ)ର ଅନୁମତି ହାସଲ କରିସାରିଛି। ସେଥିରୁ ଗୋଟିଏ ହେଲା ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡ ଟିକା ଓ ଅନ୍ୟଟି ହେଲା ହାଇଦ୍ରାବାଦଭିତ୍ତିକ ଭାରତ ବାୟୋ‌ଟେକ୍‌ର କୋଭାକ୍ସିନ ଟିକା।

from Kanak News
via <a href="https://ifttt.com/?

ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରରୁ ଆସିଲା ନିର୍ଦ୍ଦେଶ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଖୁବଶୀଘ୍ର ପହଁଚିପାରେ ଟିକା; କମ୍ପାନୀରୁ ସିଧାସଳଖ ଓଡିଶା ଆସିବ ଟିକା

କନକ ବ୍ୟୁରୋ : କୋଭିଡ ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଯେକୌଣସି ମୁହୂର୍ତରେ ଟିକା ପହଂଚିପାରେ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଟିକା ଆସିଯିବା ପରେ ରାଜ୍ୟ ଟିକାକରଣ ରୁମରେ ମହଜୁଦ ରଖାଯିବ । ଏହା ପରେ ଜିଲ୍ଲାରେ ପ୍ରସ୍ତୁତ କରାଯାଇଥିବା ଟିକା କେନ୍ଦ୍ରକୁ ଭ୍ୟାକସିନକୁ ପଠାଯିବ । କେଉଁଠି ଟିକାକରଣ କରାଯିବ ସେନେଇ ଜିଲ୍ଲାପାଳମାନଙ୍କୁ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ପ୍ରଥମେ ପ୍ରତିକ୍ଷା ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଂଚ ହେବ ଯେ ସେମାନଙ୍କ ନାଁ ଡାଟାବେଶରେ ଅଛି କି ନାହିଁ । ଏହା ପରେ ଟିକାକରଣ ରୁମରେ ସେମାନଙ୍କ ବାକି ତଥ୍ୟ ଯାଂଚ ହୋଇ ଟିକା ଦିଆଯିବ । ତା ପରେ ସେମାନଙ୍କୁ ଅବଜରଭେସନ ରୁମରେ ୩୦ ମିନିଟ ରଖାଯିବ । ଏବେ ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କ ଡାଟା ବେଶ ପ୍ରସ୍ତୁତ ହୋଇଛି । ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ବେଳେ କେବେଳ ଟିକାକୁ ଅପେକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।

from Kanak News
via <a href="https://ifttt.com/?

କଟକରେ ବେଧଡକ ଚାଲିଛି ନକଲି ସାମଗ୍ରୀ କାରବାର : ସଦରଥାନା ଅଂଚଳରୁ ଠାବ ହେଲା ନକଲି ଚା’ ପତି କାରଖାନା; ରେଡ୍ କରୁଛି ପୋଲିସ୍

କନକ ବ୍ୟୁରୋ : କଟକରେ ବଢୁଛି ନକଲି ସାମଗ୍ରୀର କାରବାର । କଟକ ସଦର ମୁକାମେଶ୍ୱର ଅଂଚଳରୁ ବିପୁଳ ପରିମାଣର ନକଲି ଚା ପତି ଜବତ ହୋଇଛି । ଆଜି ସକାଳୁ କଟକ ସଦର ପୁଲିସ କୌଣସି ସୁତ୍ରରୁ ଖବର ପାଇଁ ଚଢାଉ କରି ଏହି ସାମଗ୍ରୀ ଜବତ କରିଛି । ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେ‌ଳେ ପ୍ରାୟ ୪ କ୍ବିଣ୍ଟାଲ୍‌ରୁ ଅଧିକ ପରିମାଣର ନକଲି ଚା’ ପତି, ନାମୀଦାମୀ କମ୍ପାନିର ଲୋ‌ଗୋ, ଷ୍ଟିକର ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଚା’ରେ ପତ୍ର ଓ କାଠ ଗୁଣ୍ଡ ମିଶ୍ରଣ କରାଯାଉଥିଲା ବୋଲି ଅଭି‌ଯୋଗ ହୋଇଛି । ସେଠାରୁ ପୁଲିସ୍‌ ପତ୍ର ଓ କାଠ ଗୁଣ୍ଡ ଜବତ କରିଛି ।

ସୂଚନା ଅନୁଯାୟୀ, କଟକ ପାଲିଟିଛି ନକଲି ସାମଗ୍ରୀର ହବ୍‌ । ଗତ କିଛି ଦିନ ହେବ କଟକର ବିିଭନ୍ନ ଅଞ୍ଚଳରୁ କମିସନରେଟ୍‌ ପୁଲିସ ନକଲି ସସ୍‌, ଗୁଟଖା, ସୋୟାବଡ଼ି, ମସଲା, ଘିଅ କମ୍ପାନି ଠାବ କରି ଚଢ଼ାଉ କରିଥିବା ବେ‌ଳେ ଆଜି କଟକ ସଦର ଥାନା ମୁକାମେଶ୍ବର ଗ୍ରାମରେ ଏକ ନକଲି ଚା’ ପତି କମ୍ପାନି ଠାବ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ପୁଲିସ ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେଳେ ବିପୁଳ ପରିମାଣର ନକଲି ଚା’ ପତି ସମେତ ନାମୀଦାମୀ କମ୍ପାନିର ଲୋଗୋ, ଷ୍ଟିକର ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶ ଇନ୍ଦୋର ପୋଲିସ ହାତରେ ଲାଗିଛି ବଡ ଡ୍ରଗ୍ସ ରାକେଟ୍ । ୫ ଜଣଙ୍କୁ ଗିରଫ୍ ସହ ୭୦ କୋଟି ଟଙ୍କାର ଡ୍ରଗ୍ସ ଜବତ୍

କନକ ବ୍ୟୁରୋ : ଇନ୍ଦୋର ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ମଧ୍ୟପ୍ରଦେଶରେ ଏକ ବଡ ଡ୍ରଗ୍ସ ରାକେଟକୁ ଧରିବାରେ ସଫଳ ହୋଇଛି । କୁହାଯାଉଛି କି ଏହା ମଧ୍ୟପ୍ରଦେଶରୁ ଧରାପଡିଥିବା ଡ୍ରଗ୍ସ ରାକେଟ୍ ମଧ୍ୟରେ ସବୁଠାରୁ ବଡ ରାକେଟ୍ । ଏହି ରାକେଟ୍ ରେ ସଂପୃକ୍ତ ଥିବା ୫ ଜଣଙ୍କୁ ଗିରଫ୍ କରାଯିବା ସହ ସେମାନଙ୍କ ଠାରୁ ୭୦ କେ.ଜି ଡ୍ରଗ୍ସ ଜବତ୍ କରାଯାଇଛି । ପୋଲିସ ଅନୁମାନ କରିଛି କି ଜବତ୍ ହୋଇଥିବା ଡ୍ରଗ୍ସର ଆନୁମାନିକ ମୂଲ୍ୟ ୭୦ କୋଟି ଟଙ୍କାରୁ ଅଧିକ ହେବ ।

ପୋଲିସ ସେମାନଙ୍କୁ ଗିରଫ୍ କରିବା ବେଳେ ସେମାନଙ୍କ ଠାରୁ ୭୦ କୋଟିର ଏମଡିଏମଏ ଡ୍ରଗ୍ସ ସହ ୨ ଟି କାର ଓ ନଗଦ ୧୩ ଲକ୍ଷ ଟଙ୍କା ଜବତ୍ କରିଛି । ପୋଲିସର ଆଲା ଅଧିକାରୀ ରୋହିତ କୁଲଙ୍କ ସମେତ ଏକ ୧୪ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ଥିଲେ । ଗିରଫ୍ ହୋଇଥିବା ୫ ଜଣଙ୍କ ମଧ୍ୟରୁ ମଧ୍ୟପ୍ରଦେଶରୁ ୩ ଜଣ ହୋଇଥିବା ବେଳେ ତେଲଙ୍ଗାନାରୁ ୨ ଜଣ ଅଛନ୍ତି ।

ଏମାନଙ୍କୁ ଗିିରଫ୍ ପରେ ଏଡିଜି ଯୋଗେଶ ଦେଶମୁଖ କହିଛନ୍ତି କି ଡ୍ରଗ୍ସ ବେପାରୀ ମାନେ ଏହି ଡ୍ରଗ୍ସକୁ ସାଉଥ୍ ଆଫ୍ରିକା ପଠାଇବାକୁ ଯୋଜନା କରୁଥିଲେ । ସେ ଆହୁରି କହିଛନ୍ତି କି ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା କି ରାଜ୍ୟରେ ସବୁଠାରୁ ବଡ ଡ୍ରଗ୍ସ ଡିଲ୍ ଇନ୍ଦୋର ଠାରେ ହେଉଛି । ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚର ଅଲଗା ଅଲଗା ଟିମ୍ ଇନ୍ଦୋର ଅଞ୍ଚଳରେ ଚଢାଉ କରିଥିଲେ । ଚଢାଉ ବେଳେ ପୋଲିସ ୫ ଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ୍ କରିବାରେ ସଫଳ ହୋଇଛନ୍ତି । ଏହି ଚଢାଉରେ ନେତୃତ୍ୱ ନେଇଥିଲେ ଆଇଜି ହରିନାରାୟଣଚାରୀ ମିଶ୍ର । ଗିରଫ୍ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦର ଏକ ଔଷଧ କାରଖାନାର ସଂଚାଳନ ଓ ଅନ୍ୟଜଣେ ଇନ୍ଦୋରର ବ୍ୟବସାୟୀ । ପୋଲିସ କହିଛି କି ଏମାନେ ସାଉଥ୍ଆଫ୍ରିକାକୁ ଡଗ୍ସ ସପ୍ଲାଏ କରୁଥିଲେ । ସେମାନଙ୍କର ସଂପର୍କ ବିଦେଶ ସହ ଅଣ୍ଡରୱାର୍ଲ୍ଡ ସହିତ ରହିଛି ।

from Kanak News
via <a href="https://ifttt.com/?

କଳାହାଣ୍ଡି ଆମପାଣି ଘାଟିରେ ବୁଲୁଛି କଲରାପତରିଆ ବାଘ : ଆଗେ ଆଗେ ଗାଡି ପଛେ ପଛେ ବାଘ; ମୋବାଇଲରେ କଏଦ ହେଲା ବାଘର ଚିତ୍ର 

କନକ ବ୍ୟୁରୋ : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟିରେ  ରାତିରେ ଦେଖିବାକୁ ମିଳଛି କଲରାପତରିଆ ବାଘ ।  ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ଜୟପୁର ପଟୁ  ଫେରୁଥିବାବେଳେ  ଆମପାଣି ଘାଟି ଜଙ୍ଗଲରେ  ଏହି କଲରାପତରିଆ ବାଘକୁ ଦେଖିବାକୁ ପାଇଥିଲେ । ପୂର୍ବରୁ ଏଠାରେ ଭାଲୁକୁ ବି ଦେଖିବାକୁ ମିଳିଥିଲା । ଏ ନେଇ ଆମପାଣି ଜଙ୍ଗଲ  ବନପାଳକୁ ଯୋଗାଯୋଗ କରାଯାଇଥିଲେ ବି  ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

from Kanak News
via <a href="https://ifttt.com/?

ରାଉରକେଲା ଷ୍ଟିଲପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ । ଆଇଜିଏଚ୍ ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଅନ୍ୟ ୨ଜଣ

କନକ ବ୍ୟୁରୋ: ଶିଳ୍ପ ମାନଙ୍କର ବେପରୁଆ ପରିଚାଳନା ଫଳରେ ପ୍ରତିବର୍ଷ ଶହ ଶହ କର୍ମଚାରୀଙ୍କ ସଂସାର ଉଜୁଡି ଯାଉଥିବା ଦେଖିବାକୁ ମିଳିଛି  । ଏହି କ୍ରମରେ ଓଡିଶାର ସର୍ବବୃହତ ଇସ୍ପାତ ଶିଳ୍ପ ରାଉରକେଲା ଷ୍ଟିଲପ୍ଲାଣ୍ଟ (ଆରଏସପି) ରେ ଗ୍ୟାସ ଲିକ୍ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକଙ୍କ ସ୍ଥିତି ସଂକଟାପନ୍ନ ଥିବା ସୂଚନା ମିଳିଛି ।

ସୂଚନା ମୁତାବକ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର କୋଲ କେମିକାଲ ବିଭାଗରେ ଅଚାନକ୍ ବିଶାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ଲାଣ୍ଟ ପରିସରରେ କାମ କରୁଥିବା ଲୋକମାନେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇପଡିଥିଲେ । ଆଜି ଗୁରୁତର ମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ସେମାନେ ବି ଆଇଜିଏଚ୍ ରେ ଚିକିତ୍ସାଧିନ ରହିଛନ୍ତି ।

କହିରଖୁ କି ଶିଳ୍ପ ବା କାରଖାନାରେ କାମ କରୁଥିବା ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟ ଠାରୁ କେନ୍ଦ୍ରସରକାର ଯାଏ ଅନେକ ଆଇନ ଲାଗୁ କରିଛନ୍ତି   । ହେଲେ ଶିଳ୍ପ ସଂସ୍ଥାର ମାଲିକ ମାନେ ଏହାକୁ କାଗଜପତ୍ରରେ ସିନା ମାନୁଥିବାର ଦର୍ଶାଉଛନ୍ତି ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା ରହୁଛି । କିଛି ଉଚ୍ଚପଦସ୍ଥ କର୍ମଚାରୀଙ୍କ ପାଇଁ ଦୈନିକ କେଉଁଠି ନା କେଉଁଠି କାର୍ଯ୍ୟରତ ଅବସ୍ଥାରେ ଶ୍ରମିକ ମାନଙ୍କର ମୃତ୍ୟୁ ହେଉଛି । ଏହା ପରେ ୟୁନିୟନ ମାନଙ୍କର ହୋ ହାଲ୍ଲା ଚାଲିବ । ଶେଷରେ ବାଧ୍ୟ ହୋଇ କମ୍ପାନୀ ପକ୍ଷରୁ ମୃତକ ବା ଆହତ ମାନଙ୍କୁ କିଛି ଆର୍ଥିକ ସହାୟତା ମିଳିବ । ବାସ ମୁଦ୍ଦା ଥଣ୍ଡା ପଡିଯିବ । ହେଲେ ଅଘଟଣ ପାଇଁ ଦାୟୀ କର୍ମଚାରୀଙ୍କୁ ନା ଦଣ୍ଡ ମିଳିବ ନା ମୃତ ବା ଦିବ୍ୟାଙ୍କ ହୋଇଯାଇଥିବା ଶ୍ରମିକର ପରିବାରରେ ଫେରି ଆସିବ ସୁଖ ବା ଶାନ୍ତି ।

from Kanak News
via <a href="https://ifttt.com/?

ବ୍ରିଟେନରେ ଭୟଙ୍କର ହେଉଛି କରୋନା ନୂଆ ଭୂତାଣୁ ସଂକ୍ରମଣ : ଗୋଟିଏ ଦିନରେ ୬୦ ହଜାର ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ବ୍ରିଟେନରେ ଭୟଙ୍କର ହେଉଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୬୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପରିସ୍ଥିତିକୁ ନଜରରେ ରଖି ବ୍ରିଟେନରେ ବଜାର ବନ୍ଦ । ଦୋକାନ, ଅଫିସ, ସ୍କୁଲ, କଲେଜ ସବୁଠି ତାଲା । ରାସ୍ତାଘାଟ ଶୂନସାନ । ଗତବର୍ଷ ମାର୍ଚ୍ଚ, ଏପ୍ରିଲ ପରେ ତୃତୀୟଥର ପାଇଁ ଇଂଲଣ୍ଡରେ ଏଭଳି ଶକ୍ତ ଲକଡାଉନ ଲଗାଯାଇଛି । ନୂଆ ରୂପରେ କରୋନାର ସଂକ୍ରମଣ ପରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ମହାମାରୀ ।

ଗତ ସପ୍ତାହେ ହେଲାଣି ଏଠାରେ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । କୋଭିଡର ସର୍ବାଧିକ ଆଲର୍ଟ ଲେବଲ- ୫ ଜାରି କରାଯାଇଛି । ଅର୍ଥାତ ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ଏଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିବ । ୭ ଦିନ ଭିତରେ ଇଂଲଣ୍ଡର ହସ୍ପିଟାଲ ଗୁଡିକରେ କରୋନା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବଢିଯାଇଛି । ସେହିଭଲି କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ବ୍ରିଟେନରେ କରୋନାରେ ୭୫ ହଜାରରୁ ଅଧିକ ମୃତ୍ୟୁ ହେଲାଣି । ଫେବ୍ରୁଆରୀ ସୁଦ୍ଧା ଏହା ୧ ଲକ୍ଷ ଛୁଇଁବା ଆଶଙ୍କା କରାଯାଉଛି ।

ତେବେ ଇଂଲଣ୍ଡରେ ପୁଣି ଲକଡାଉନ ଫେରିବା, ସମଗ୍ର ବିଶ୍ୱ ପାଇଁ ସତର୍କ ଘଂଟି ହୋଇଛି । କାରଣ କରୋନାର ନୂଆ ଷ୍ଟ୍ରେନ, ବିପଦଜନକ ନହେଲେ ମଧ୍ୟ ଏହା ୫୦ରୁ ୭୦ ପ୍ରତିଶତ ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଯାହା ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରୁଛି । ମୁକାବିଲା ପାଇଁ ବ୍ରିଟେନ ସରକାର ଟିକାକରଣକୁ ଜୋରଦାର କରିଛନ୍ତି । ଫାଇଜର ଟିକା ପରେ ଅକ୍ସଫୋର୍ଡ ଟିକା ମଧ୍ୟ ଲୋକଙ୍କୁ ଦିଆଯାଉଛି । ଫେବ୍ରୁଆରୀ ଶେଷ ସୁଦ୍ଧା ୧ କୋଟି ୩୦ ଲକ୍ଷ ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । କହିବାକୁ ଗଲେ ବ୍ରିଟେନରେ ଭାଇରସ ଓ ଭ୍ୟାକ୍ସିନ ଭିତରେ ଏକପ୍ରକାର ରେସ ଚାଲିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started