ଆଜିଠୁ ଲିଙ୍ଗରାଜରେ ସର୍ବସାଧାରଣ ଦର୍ଶନ । ଆଜିଠାରୁ ଭୁବନେଶ୍ୱର ବାହାର ଲୋକଙ୍କ ପାଇଁ ଖୋଲିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ୱାର

କନକ ବ୍ୟୁରୋ: ଆଜିଠୁ ସର୍ବସାଧାରଣ ଲୋକଙ୍କ ପାଇଁ ଖୋଲିଲା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । କୋଭିଡ୍ କଟକଣା ଭିତରେ ପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଡିସେମ୍ବର ୨୭ ତାରିଖରୁ ୩୧ ପର୍ଯ୍ୟନ୍ତ ସେବାୟତଙ୍କୁ ଦର୍ଶନ ସୁଯୋଗ ମିଳିଥିଲା । ତାପରେ ନୂଆବର୍ଷରେ ମନ୍ଦିର ୨ ଦିନ ବନ୍ଦ ରହିବା ପରେ ପୁଣି ଜାନୁଆରୀ ୩ରୁ ଭୁବନେଶ୍ୱର ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ଦେଇଥିଲା ପ୍ରଶାସନ । ଆଜିଠାରୁ ଭୁବନେଶ୍ୱର ବାହାର ଲୋକ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି । ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ପରୀକ୍ଷା କରାଯାଉଛି । ଏଥିପାଇଁ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି ।

ଅନ୍ୟପଟେ, ପୁରୀରେ ପର୍ଯ୍ୟଟକ ଘରୋଇ ହସ୍ପିଟାଲ କୋଭିଡ ଟେଷ୍ଟ କରିପାରିବେ । କିନ୍ତୁ ଘରୋଇ ହସ୍ପିଟାଲକୁ ନିୟନ୍ତ୍ରଣରେ ରହି ଏହି ଟେଷ୍ଟ କରିବାକୁ ପଡିବ । ଏହି ସୂଚନା ଦେଇଛନ୍ତି ସିଡିଏମଓ । ପାଖରେ କରୋନା ନେଗେଟିଭ୍ ରିପୋର୍ଟ ନଥିବା କାରଣରୁ ବଡଦେଉଳରେ ବଡଠାକୁରଙ୍କ ଦର୍ଶନ ପାଇଁ ଅନୁମତି ମିଳିନଥିଲା ଅନେକ ଭକ୍ତଙ୍କୁ । ଜଗା ଦର୍ଶନ କରିନପାରି ବଡଦାଣ୍ଡରୁ କାନ୍ଦି କାନ୍ଦି ଫେରିଥିଲେ ଭକ୍ତ । ସେପଟେ ପୁରୀରେ ୧୦ ପର୍ଯ୍ୟଟକ କରୋନା ପଜିଟିଭ ବୋଲି ଜଣାପଡିବା ପରେ ଚିନ୍ତାରେ ପଡିଥିଲା ପ୍ରଶାସନ । ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ ନେଇ ପ୍ରଥମେ କଟକଣା ଲଗାଇଥିଲେ ସିଡିଏମଓ । ଫଳରେ ଅନେକ ପର୍ଯ୍ୟଟକ କରୋନା ଟେଷ୍ଟ କରିପାରିନଥିଲେ ଏବଂ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଥିଲେ । ସେମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲା । ଏବେ ଏହି କଟକଣାକୁ ଉଠାଇ ନିୟନ୍ତ୍ରଣ ରଖି ଘରୋଇ ହସ୍ପିଟାଲ କୋଭିଡ ପରୀକ୍ଷା କରିପାରିବେ ବୋଲି ସିଡିଏମଓ କହିଛନ୍ତି ।

from Kanak News
via <a href="https://ifttt.com/?

ଇଂଲଣ୍ଡ ପରେ ଜର୍ମାନୀରେ ଜାରି ହେଲା ଶକ୍ତ ଲକଡାଉନ : କରୋନା ସଂକ୍ରମଣ ବୃଦ୍ଧି ହେତୁ ନିଆଯାଇଛି ନିଷ୍ପତ୍ତି; ସଂଘୀୟ ସରକାର ଓ ୧୬ ଟି ରାଜ୍ୟରେ ଲକଡ଼ାଉନ୍ ଘୋଷଣା

କନକ ବ୍ୟୁରୋ : ଇଂଲଣ୍ଡ ପରେ ଜର୍ମାନୀରେ ଜାରି ହେଲା ଶକ୍ତ ଲକଡାଉନ୍ । ବଢୁଥିବା କରୋନାର ସଂକ୍ରମଣକୁ ଦେଖି ମଙ୍ଗଳବାର ଏଭଳି କଠୋର କଟକଣା ଘୋଷଣା କରିଛନ୍ତି ଜର୍ମାନ ଚାନସିଲର ଆଞ୍ଜେଲା ମର୍କେଲ । ଜର୍ମାନୀର ୧୬ଟି ସଂଘୀୟ ରାଜ୍ୟର ମୁଖ୍ୟଙ୍କ ସହ ଆଲୋଚନା ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଲି ପଦକ୍ଷେପ ଘୋଷଣା କରାଯାଇଛି ।

ଅର୍ଥାତ ଦେଶବ୍ୟାପୀ ଜାନୁଆରୀ ୩୧ ପର୍ଯ୍ୟନ୍ତ ଘୋଷାଣା ହୋଇଛି ଲକଡାଉନ୍ । ଜରୁରୀ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଜଣେ ବ୍ୟକ୍ତି ସର୍ବାଧିକ ୧୫ କିଲୋମିଟର ଯାତ୍ରା କରିପାରିବେ ବୋଲି କୁହାଯାଇଛି । ସେହିପରି ଜଣେ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ କେବଳ ଜଣେ ବ୍ୟକ୍ତିଙ୍କୁ ଭେଟି ପାରିବେ । ପୂର୍ବରୁ ୫ ଜଣଙ୍କୁ ଭେଟିପାରିବେ ବୋଲି ଅନୁମତି ରହିଥିଲା । କରୋନାର ନୂଅ ଷ୍ଟ୍ରେନ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ ବ୍ରିଟେନ ପରେ ଏଭଳି କଠୋର ପଦକ୍ଷେପ ନେଇଛି ଜର୍ମାନୀ ।

from Kanak News
via <a href="https://ifttt.com/?

ସ୍କୁଲ ଖୋଲିବାକୁ ସଜବାଜ : ଜାଣନ୍ତୁ କେଉଁ ସବୁ ଦିଗ ପ୍ରତି ନିଆଯାଉଛି ପଦକ୍ଷେପ ?

କନକ ବ୍ୟୁରୋ : କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇଥିବାରୁ ୮ ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ଭୁବନେଶ୍ବରରେ ଥିବା ସ୍କୁଲ କର୍ତୃପକ୍ଷମାନେ ତତ୍ପରତା ପ୍ରକାଶ କରିଛନ୍ତି । କ୍ଲାସରୁମ୍, ଲାବ୍ରୋଟାରି, ଶୌଚାଳୟକୁ ବିଶୋଧନ କରିବା ସହ ପାନୀୟ ଜଳ ବ୍ୟବସ୍ଥା କରୁଛନ୍ତି । କର୍ମଚାରୀମାନେ କ୍ୟାମ୍ପସକୁ ଆସିବା ସମୟରେ ସେମାନଙ୍କ ଥର୍ମାଲ୍‌ ସ୍କ୍ରିନିଂ ଚାଲିଛି। ହ୍ୟାଣ୍ଡ୍‌ ସାନିଟାଇଜ୍‌ ଉପରେ ବି ଗୁରୁତ୍ବ ଦିଆଯାଉଛି। ଘରୋଇ ସ୍କୁଲଗୁଡ଼ିକ ଏ ଦିଗରେ ଆଗୁଆ ପଦକ୍ଷେପ ନେଇଛନ୍ତି । ଅନୁମତି ମିଳିବା ପରେ ସ୍କୁଲ କ୍ୟାମ୍ପସ ବିଶୋଧନ ଚାଲିଥିଲା। ପ୍ରବେଶରୁ ପ୍ରସ୍ଥାନ ପଥ ପର୍ଯ୍ୟନ୍ତ ସବୁଠି ବିଶୋଧନ ହେଉଛି ।

କେବଳ ଯେ କ୍ଲାସରୁମ୍‌ ପ୍ରସ୍ତୁତ କରାଯାଉଛି, ତାହା ନୁହେଁ । ହଷ୍ଟେଲ ଖୋଲିବା ଦିଗରେ ବି ପଦକ୍ଷେପ ନିଆଯାଇଛି । ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ୮ ତାରିଖରୁ ହଷ୍ଟେଲ ଖୋଲିବ । ତାହାକୁ ଦୃଷ୍ଟିରେ ରଖି ହଷ୍ଟେଲରେ ରହିବାକୁ ହେଲେ ଛାତ୍ରଛାତ୍ରୀଙ୍କଠାରୁ ପିତାମାତା/ଅଭିଭାବକଙ୍କ ଲିଖିତ ସମ୍ମତି ଆଣିବାକୁ କୁହାଯାଇଛି । ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀମା‌ନଙ୍କୁ ଶାରୀରିକ ଦୂରତା ନିୟମ, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପରିଷ୍କାର ଓ ପୁଷ୍ଟିକର ଖାଦ୍ୟ ଆଦି ଉପରେ ସଚେତନ କରାଯାଉଛି । ହଷ୍ଟେଲରେ ରହିବା ପୂର୍ବରୁ ଛାତ୍ରଛାତ୍ରୀ, କର୍ମଚାରୀଙ୍କ ସ୍କ୍ରିନିଂ କରାଯିବ । ପ୍ରତିଦିନ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରିବାକୁ ସ୍ଥିର ହୋଇଛି । ଯେଉଁଠି ହଷ୍ଟେଲରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ, ସେଠାରେ ବିକଳ୍ପ ବ୍ୟବସ୍ଥା କରାଯିବ ।

ଅନ୍ତେବାସୀଙ୍କୁ ଅଲଗା କରିବା ପାଇଁ କେତେକ ବିଦ୍ୟାଳୟ ଅସ୍ଥାୟୀ ବ୍ୟବସ୍ଥା ବି କରୁଛନ୍ତି । ଶଯ୍ୟା ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ନିଶ୍ଚିତ କରିବାକୁ ପ୍ରାଥମିକତା ଦିଆଯାଉଛି। ଅନ୍ତେବାସୀ ପରସ୍ପର ମଧ୍ୟରେ ମାସ୍କ, ଶୌଚାଳୟ, ପାଠ୍ୟପୁସ୍ତକ, ନୋଟବୁକ୍, କଲମ, ପେନ୍‌ସିଲ୍, ଇରେଜର, ଟିଫିନ୍ ବାକ୍ସ, ପାଣି ବୋତଲ ଆଦି ଯେପରି ଆଦାନପ୍ରଦାନ ନ କରନ୍ତି, ତାହା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ସ୍କୁଲ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ହଷ୍ଟେଲର ରିସେପ୍‌ସନ୍ ଓ ପ୍ରବେଶ ପଥ ପରି ପ୍ରମୁଖ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ରଖାଯାଇଛି। ହଷ୍ଟେଲ, ମେସ୍‌ ଓ ଶୌଚାଳୟ ସଫେଇ ଆରମ୍ଭ ହୋଇଛି। ବର୍ଜ୍ୟବସ୍ତୁ ସଂଗ୍ରହ ଓ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉଛି ।

ଅନ୍ୟପକ୍ଷରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟ ସରକାର ନିଷ୍ପତ୍ତି ଅନୁଯାୟୀ ୮ ତାରିଖରୁ ଭୁବନେଶ୍ବରରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବ। ତେବେ ଏହା ପୂର୍ବରୁ କ୍ୟାମ୍ପସକୁ ଭଲ ଭାବେ ବିଶୋଧନ କରିବା, ସାମାଜିକ ଦୂରତା ପାଳନ କରିବାକୁ କୁହାଯାଇଛି। ସମସ୍ତ ବିଦ୍ୟାଳୟ କ୍ୟାମ୍ପସକୁ ବିଶୋଧନ କରିବା ବିଏମ୍‌ସି ପକ୍ଷେ ସମ୍ଭବପର ନୁହେଁ। ତେଣୁ ବିଦ୍ୟାଳୟ କର୍ତୃପକ୍ଷ ନିଜ ଆଡ଼ୁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ବିଏମ୍‌ସି ପକ୍ଷରୁ ନିୟମିତ ବ୍ୟବଧାନରେ କ୍ୟାମ୍ପସରେ ଯାଞ୍ଚ କରାଯିବ।

from Kanak News
via <a href="https://ifttt.com/?

ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ସୌରଭ ଗାଙ୍ଗୁଲି : ହୃଦଘାତରୁ କୋଲକାତା ଉଡଲ୍ୟାଣ୍ଡସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିସିସିଆଇ ଅଧ୍ୟକ୍ଷ

କନକ ବ୍ୟୁରୋ : ଆଜି ହସ୍ପିଟାଲରୁ ଜିଶ୍ଚାର୍ଜ ହେବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛି କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲ । ଗତ ୨ ତାରିଖରେ କୋଲକାତା ବାସଭବନରେ ଥିବା ଜିମରେ ଅଭ୍ୟାସ ବେଳେ ହୃଦଘାତର ଶିକାର ହୋଇଥିଲେ ଗାଙ୍ଗୁଲି । ତାଙ୍କର ଆର୍ଟେରି ବ୍ଲକେଜ ରହିଥିବା ହେତୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା କହିଛନ୍ତି ଡାକ୍ତର ।

ଉଡଲ୍ୟାଣ୍ଡସ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଛି । ଏହାପରେ ସେ ସୁସ୍ଥ ହୋଇ ଘରକୁ ଫେରିବେ । ଆଇସିସି ଓ ବିସିସିଆଇ ଭଳି ଶୀର୍ଷ କ୍ରିକେଟ ସଂଗଠନ ଗୁଡିକ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ କରିଥିଲେ । ହସ୍ପିଟାଲ ଯାଇ ଭେଟିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫୋନ କରି ସୌରଭ ଗାଙ୍ଗୁଲିଙ୍କ ସହ କଥାହେବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

from Kanak News
via <a href="https://ifttt.com/?

ବଡ ଠାକୁରଙ୍କ ଦର୍ଶନ ନପାଇ ଆଉ ଫେରିବ ନାହିଁ ଭକ୍ତ : କଟକଣା କୋହଳ କଲା ପୁରୀ ପ୍ରଶାସନ; ଏଣିକି ଘରୋଇ ହସ୍ପିଟାଲରେ କୋଭିଡ ଟେଷ୍ଟ କରିପାରିବେ ପର୍ଯ୍ୟଟକ

କନକ ବ୍ୟୁରୋ : ପୁରୀରେ ପର୍ଯ୍ୟଟକ ଘରୋଇ ହସ୍ପିଟାଲ କୋଭିଡ ଟେଷ୍ଟ କରିପାରିବେ । କିନ୍ତୁ ଘରୋଇ ହସ୍ପିଟାଲକୁ ନିୟନ୍ତ୍ରଣରେ ରହି ଏହି ଟେଷ୍ଟ କରିବାକୁ ପଡିବ । ଏହି ସୂଚନା ଦେଇଛନ୍ତି ସିଡିଏମଓ । ପାଖରେ କରୋନା ନେଗେଟିଭ୍ ରିପୋର୍ଟ ନଥିବା କାରଣରୁ ବଡଦେଉଳରେ ବଡଠାକୁରଙ୍କ ଦର୍ଶନ ପାଇଁ ଅନୁମତି ମିଳିନଥିଲା ଅନେକ ଭକ୍ତଙ୍କୁ । ଜଗା ଦର୍ଶନ କରିନପାରି ବଡଦାଣ୍ଡରୁ କାନ୍ଦି କାନ୍ଦି ଫେରିଥିଲେ ଭକ୍ତ ।

ସେପଟେ ପୁରୀରେ ୧୦ ପର୍ଯ୍ୟଟକ କରୋନା ପଜିଟିଭ ବୋଲି ଜଣାପଡିବା ପରେ ଚିନ୍ତାରେ ପଡିଥିଲା ପ୍ରଶାସନ । ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ ନେଇ ପ୍ରଥମେ କଟକଣା ଲଗାଇଥିଲେ ସିଡିଏମଓ । ଫଳରେ ଅନେକ ପର୍ଯ୍ୟଟକ କରୋନା ଟେଷ୍ଟ କରିପାରିନଥିଲେ ଏବଂ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଥିଲେ । ସେମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲା । ଏବେ ଏହି କଟକଣାକୁ ଉଠାଇ ନିୟନ୍ତ୍ରଣ ରଖି ଘରୋଇ ହସ୍ପିଟାଲ କୋଭିଡ ପରୀକ୍ଷା କରିପାରିବେ ବୋଲି ସିଡିଏମଓ କହିଛନ୍ତି ।

from Kanak News
via <a href="https://ifttt.com/?

ମଣ୍ଡିରେ ପଡିରହିଛି ଧାନ, ଶୀତ କାକରରେ ଜଗିଛି ଚାଷୀ : କଟନି ଛଟନିରେ ରାଜି ନହେବାରୁ ଧାନ ଉଠାଉ ନାହାନ୍ତି ମିଲର୍ସ; ପଦ୍ମପୁର ଧାନମଣ୍ଡିରେ ତାଲା ପକାଇଲେ ଉତ୍ୟେକ୍ତ ଚାଷୀ

କନକ ବ୍ୟୁରୋ : ଚାଷୀ, ଚାଷ ଆଉ ଚାଷୀ ଉତ୍ପାଦିତ ଦ୍ରବ୍ୟ ବିକ୍ରିକୁ ନେଇ ସବୁ ବେଳେ ଲାଗି ରହିଛି ସମସ୍ୟା । ଏଇ ଏବେ ଯେମିତି ଚାରିଆଡୁ ଆସୁଛି ମଣ୍ଡି ସମସ୍ୟା ସଂପର୍କୀତ ଖବର । ଧାନ କିଣିବା ପାଇଁ ସରକାର ସୁବ୍ୟବସ୍ଥା କରୁଥିବା କଥା କହୁଥିବା ବେଳେ, ବରଗଡ଼ ପଦ୍ମପୁରରୁ ଆସିଛି ଅବ୍ୟବସ୍ଥା ଖବର । ପ୍ରତି ଧାନବସ୍ତାରେ କଟନି ଛଟନି ନଦେଲେ ଧାନ ଉଠାଇବାକୁ ମନା କରୁଛନ୍ତି ମିଲର ଏଜେଂଟ । ଫଳରେ ଖୋଲା ଆକାଶ ତଳେ ପଡ଼ି ରହିଛି ୫୦ ହଜାର ଧାନ ବସ୍ତା ।

ଏପରି ଅବ୍ୟବସ୍ଥା ବିରୋଧ କରି ପଦ୍ମପୁରର ଝାରବନ୍ଧ ଧାନ ମଣ୍ଡିରେ ତାଲା ପକାଇ ଦେଇଥିଲେ ଚାଷୀ । ଯେପର୍ଯ୍ୟନ୍ତ ସୁରୁଖୁରୁରେ ଧାନ ବିକ୍ରି ନହୋଇଛି ସେ ପର୍ଯ୍ୟନ୍ତ ମଣ୍ଡି ଖୋଲାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ ଚାଷୀ । ଚାଷୀଙ୍କ ଅଭିଯୋଗ ଅନୁସାରେ, ମଣ୍ଡି କର୍ମଚାରୀମାନେ ମିଲର ଟ୍ୟାଗ ଥିଲେ ମଧ୍ୟ ଟ୍ୟାଗ ନାହିଁ କହି ଚାଷୀକୁ ହଇରାଣ କରୁଛନ୍ତି । ଚାଷୀଙ୍କ ସୁବିଧା ପାଇଁ ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା କରଯାଇଛି । ହେଲେ ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ଓ ମିଲ ଗୁଡ଼ିକର ଏଜେଂଟମାନଙ୍କ ଚକ୍ରାନ୍ତ ଯୋଗୁଁ ଚାଷୀଙ୍କ ଟୋକନର ବୈଧତା ସରିଯାଉଛି ।

ଶେଷରେ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ଅନ୍ୟପଟେ ଚାଷୀମାନେ ମଣ୍ଡିକୁ ଟ୍ରାକ୍ଟର ଭଡାକରି ଧାନ ମଣ୍ଡିକୁ ଆଣୁଛନ୍ତି ହେଲେ ମଣ୍ଡିରେ ଧାନ ଓହ୍ଲାଉନଥିବା କାରଣରୁ ରାସ୍ତା କଡ଼ରେ ଧାନ ବୋଝେଇ ଟ୍ରାକ୍ଟର ରଖି ଜଗି ରହୁଛି ଚାଷୀ । ଝାରବନ୍ଧ ବ୍ଲକରେ ଚଳିତ ବର୍ଷ ୧୯ ଶହ ୮୮ ଜଣ ଚାଷୀ ପଂଜିକୃତ କରିଛନ୍ତି ହେଲେ ବର୍ତମାନ ଯାଏଁ କେବଳ ୭୬୮ ଜଣ ଚାଷୀ ଧାନ ବିକ୍ରି କରିପାରିଛନ୍ତି ।

from Kanak News
via <a href="https://ifttt.com/?

ସରିନି କରୋନା ଭୟ, ମାଡି ଚାଲିଲାଣି ବାର୍ଡ ଫ୍ଲୁ ଭୂତାଣୁ : ୫ଟି ରାଜ୍ୟରେ ସଂଖ୍ୟାଧିକ ପକ୍ଷୀଙ୍କ ମୃତ୍ୟୁ; କେରଳରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା

କନକ ବ୍ୟୁରୋ : କରୋନା ଯାଇନାହିଁ, ଆସିଗଲାଣି ବାର୍ଡ ଫ୍ଲୁ । ସାରାଦେଶକୁ ଘାରିଲାଣି ବାର୍ଡ ଫ୍ଲୁ ଭୂତାଣୁର ଭୟ । ଦେଶୀ, ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ପରେ ରାଜ୍ୟଗୁଡିକ ଆଲର୍ଟ ହୋଇଯାଇଛନ୍ତି । ହିମାଚଳ ପ୍ରଦେଶରୁ ନେଇ କେରଳ ଏବଂ ଗୁଜରାଟରୁ ଆରମ୍ଭ କରି ପଶ୍ଚିମବଙ୍ଗ ଯାଏଁ ବାର୍ଡ ଫ୍ଲୁର ପଦଚିହ୍ନ ଦେଖିବାକୁ ମିଳିଛି । ସବୁଠାରୁ ଅଧିକ ମାମଲା କେରଳ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ୨୫ ଡିସେମ୍ବରରେ ରାଜସ୍ଥାନରୁ ପ୍ରଥମେ ପକ୍ଷୀ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା ।

ଝାଲୱରରେ ଥିବା ବାଲାଜୀ ମନ୍ଦିର ପରିସରରେ ଏକାଧିକ କାଉ ମରି ପଡିଥିବା ଦେଖିବାକୁ ମିଳିବା ପରେ ପ୍ରଶାସନର ଚିନ୍ତା ବଢିଯାଇଥିଲା । କେତେକ ସ୍ଥାନରେ ଶୀତଦିନେ ଆସୁଥିବା ବିଦେଶାଗତ ପକ୍ଷୀ ମଧ୍ୟ ମରି ପଡିଥିବା ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶରେ ଗତ ୫ ଦିନ ଭିତରେ ଏହିଭଲି ସଂଖ୍ୟାଧିକ କାଉ ଓ ବଗ ମୃତ୍ୟୁ ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି । ପରୀକ୍ଷାରୁ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବାପରେ କୁକୁଡା ଚାଷୀଙ୍କୁ ଆଲର୍ଟ କରାଯାଇଛି ।

ବିଭିନ୍ନ ଜିଲ୍ଲା ପ୍ରଶାସନ କୁକୁଡା ଓ ଅଣ୍ଡା ବିକ୍ରି ଉପରେ କଟକଣା ଜାରି କରିଛନ୍ତି । କେରଳରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ସରକାର ଏହାକୁ ରଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ରାଜ୍ୟର ଦୁଇଟି ଜିଲ୍ଲା କୋଟ୍ଟାୟମ ଓ ଆଲପୁଜାରେ ସଂଖ୍ୟାଧିକ ବତକ ଓ ଅନ୍ୟ ପକ୍ଷୀ ମରିଥିବା ଦେଖିବାକୁ ମିଳିଛି । ବାର୍ଡ ଫ୍ଲୁର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏହି ଦୁଇ ଜିଲ୍ଲାରେ ୪୦ ହଜାର ପକ୍ଷୀ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଅଂଚଳରେ ବାର୍ଡ ଫ୍ଲୁ ଦେଖାଯାଉଛି ତାର ୧ କିଲୋମିଟର ପରିଧିରେ ଥିବା ଫର୍ମଗୁଡିକରେ ପକ୍ଷୀ ମାରିବାକୁ କୁହାଯାଇଛି ।

from Kanak News
via <a href="https://ifttt.com/?

ବ୍ରିଟେନରେ ଭାଇରସ ଓ ଭ୍ୟାକ୍ସିନ ମଧ୍ୟରେ ଲଢେଇ: ନୂଆ ରୂପରେ କରୋନାର ବ୍ୟାପକ ସଂକ୍ରମଣ ସଂପୂର୍ଣ୍ଣ ଲକଡାଉନ; ଫେବ୍ରୁଆରୀ ସୁଦ୍ଧା ୧ କୋଟି ୩୦ ଲକ୍ଷ ଲୋକଙ୍କ ଟିକାକରଣ ଲକ୍ଷ୍ୟ

କନକ ବ୍ୟୁରୋ: ଭାରତରେ ୧୦ଦିନ ଭିତରେ ଆରମ୍ଭ ହୋଇପାରେ କୋଭିଡ ଟିକାକରଣ । ଏଥିପାଇଁ ଭାରତ ସରକାର ମଧ୍ୟ ସବୁ ପ୍ରସ୍ତୁତି ଚୂଡାନ୍ତ କରିସାରିଛନ୍ତି । ଏହା ଜରୁରୀ ମଧ୍ୟ । କାରଣ ମହାମାରୀ କରୋନା ପୁଣିଥରେ ଶକ୍ତିଶାଳୀ ହେଉଛି । ବ୍ରିଟେନରେ ବଜାର ବନ୍ଦ । ଦୋକାନ, ଅଫିସ, ସ୍କୁଲ, କଲେଜ ସବୁଠି ତାଲା । ରାସ୍ତାଘାଟ ଶୂନସାନ । ଗତବର୍ଷ ମାର୍ଚ୍ଚ, ଏପ୍ରିଲ ପରେ ତୃତୀୟଥର ପାଇଁ ଇଂଲଣ୍ଡରେ ଏଭଳି ଶକ୍ତ ଲକଡାଉନ ଲଗାଯାଇଛି । ନୂଆ ରୂପରେ କରୋନାର ସଂକ୍ରମଣ ପରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ମହାମାରୀ ।

ଗତ ସପ୍ତାହେ ହେଲାଣି ଏଠାରେ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । କୋଭିଡର ସର୍ବାଧିକ ଆଲର୍ଟ ଲେବଲ- ୫ ଜାରି କରାଯାଇଛି । ଅର୍ଥାତ ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ଏଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିବ । ୭ ଦିନ ଭିତରେ ଇଂଲଣ୍ଡର ହସ୍ପିଟାଲ ଗୁଡିକରେ କରୋନା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବଢିଯାଇଛି । ସେହିଭଲି କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ବ୍ରିଟେନରେ କରୋନାରେ ୭୫ ହଜାରରୁ ଅଧିକ ମୃତ୍ୟୁ ହେଲାଣି । ଫେବ୍ରୁଆରୀ ସୁଦ୍ଧା ଏହା ୧ ଲକ୍ଷ ଛୁଇଁବା ଆଶଙ୍କା କରାଯାଉଛି । ତେବେ ଇଂଲଣ୍ଡରେ ପୁଣି ଲକଡାଉନ ଫେରିବା, ସମଗ୍ର ବିଶ୍ୱ ପାଇଁ ସତର୍କ ଘଂଟି ହୋଇଛି ।

କାରଣ କରୋନାର ନୂଆ ଷ୍ଟ୍ରେନ, ବିପଦଜନକ ନହେଲେ ମଧ୍ୟ ଏହା ୫୦ରୁ ୭୦ ପ୍ରତିଶତ ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଯାହା ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରୁଛି । ମୁକାବିଲା ପାଇଁ ବ୍ରିଟେନ ସରକାର ଟିକାକରଣକୁ ଜୋରଦାର କରିଛନ୍ତି । ଫାଇଜର ଟିକା ପରେ ଅକ୍ସଫୋର୍ଡ ଟିକା ମଧ୍ୟ ଲୋକଙ୍କୁ ଦିଆଯାଉଛି । ଫେବ୍ରୁଆରୀ ଶେଷ ସୁଦ୍ଧା ୧ କୋଟି ୩୦ ଲକ୍ଷ ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । କହିବାକୁ ଗଲେ ବ୍ରିଟେନରେ ଭାଇରସ ଓ ଭ୍ୟାକ୍ସିନ ଭିତରେ ଏକପ୍ରକାର ରେସ ଚାଲିଛି ।

from Kanak News
via <a href="https://ifttt.com/?

ଗଲୱାନ ଗଣ୍ଡଗୋଳରେ ଅଣ-ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା ଚୀନ: ତେଂଟା, ଲମ୍ବା ଛୁରୀ ଓ କଂଟା ଲଗା ବାଡିରେ ଆକ୍ରମଣ କରିଥିଲା ଶତ୍ରୁ ସେନା

କନକ ବ୍ୟୁରୋ: ଗଲୱାନ ଗଣ୍ଡଗୋଳ ବେଳେ ଅଣ-ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା ଚୀନ ସେନା । ତେଂଟା, ଲମ୍ବା ଛୁରୀ ଓ କଂଟା ଲଗା ବାଡିରେ ଆକ୍ରମଣ କରିଥିଲା ଚୀନ ସେନା । ୨୦୨୦ ପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ତାର ବାର୍ଷିକ ସମୀକ୍ଷା ରିପୋର୍ଟରେ ଏହିକଥା କହିଛି । ଏକ ପାଖିଆ ଭାବେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସ୍ଥାତାବସ୍ଥା ପରିବର୍ତନ କରିବାକୁ ଚେଷ୍ଟା କରିଥିଲା ଚୀନର ପିପୁଲ୍ସ ଲିବରେସନ ଆର୍ମି ।

ଏପରିକି ଏଲଏସିରେ ବହୁ ସଂଖ୍ୟାରେ ସୈନିକ ଠୁଳ କରିଥିଲା । ଜୁନ୍ ୧୪-୧୫ ରାତିରେ ଭାରତ ଭିତରକୁ ଚୀନ ସେନା ବଳପୂର୍ବକ ପଶିବାକୁ ଚେଷ୍ଟା କଲାବେଳେ ଦ୍ୱିପାକ୍ଷୀକ ଚୁକ୍ତିକୁ ସମ୍ମାନ ଦେଇ କେବଳ ବାଧା ଦେଇଥିଲା ଭାରତୀୟ ସେନା । ହେଲେ ଭାରତୀୟ ସୈନିକଙ୍କ ଉପରେ ବିଭିନ୍ନ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଫଳରେ ୨୦ ଜଣ ଭାରତୀୟ ସୈନ୍ୟ ଏହି ଗଣ୍ଡଗୋଳରେ ସହିଦ ହୋଇଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି ।

ଏବେ କିନ୍ତୁ ଚୀନର ଏଭଳି କୌଣସି ଉଦ୍ୟମକୁ ପ୍ରତିହତ କରିବା ପାଇଁ ଭାରତୀୟ ସୈନ୍ୟ ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ମଧ୍ୟ ଏଥିରେ କୁହାଯାଇଛି । ସୀମାର ସୁରକ୍ଷା ପାଇଁ ସେନା ତାର ରଣନୀତିରେ ପରିବର୍ତନ କରିଛି । ପୂର୍ବ ଲଦାଖ ସୀମାରେ ମୁତୟନ ସୈନିକଙ୍କୁ ଅସ୍ତ୍ରଶସ୍ତ୍ର ଓ ଆବଶ୍ୟକ ପ୍ରତିରକ୍ଷା ଉପକରଣ ଦିଆଯାଇଥିବା ବାର୍ଷିକ ସମୀକ୍ଷା ରିପୋର୍ଟରେ କହିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ।

from Kanak News
via <a href="https://ifttt.com/?

ଦିଲ୍ଲୀ, ଏନସିଆରରେ ଗତ ୩ଦିନ ହେଲା ଲାଗିରହିଛି ବର୍ଷା: ଆଜି ଅପରାହ୍ନରେ ମେଘମୁକ୍ତ ହୋଇପାରେ ଆକାଶ, ତଥାପି ବଢିବ ଶୀତ

କନକ ବ୍ୟୁରୋ: ଗତ ୩ ଦିନ ହେଲା ବର୍ଷା କାରଣରୁ ଦିଲ୍ଲୀ, ଏନସିଆରରେ ଅବସ୍ଥା ଅସମ୍ଭାଳ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଅପରାହ୍ନ ସୁଦ୍ଧା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆକାଶ ମେଘମୁକ୍ତ ହୋଇପାରେ । କିନ୍ତୁ ଥଣ୍ଡାରୁ ମୁକ୍ତି ମିଳିବ ନାହିଁ । ଜାମ୍ମୁ-କାଶ୍ମୀରରେ ପ୍ରବଳ ତୁଷାରପାତର ପ୍ରଭାବ ଦିଲ୍ଲୀରେ ଅନୁଭୂତ ହେଉଛି । ଦିଲ୍ଲୀ, ଏନସିଆରରେ ୪୮ ଘଂଟା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ ।

ସେହିପରି ୭ ତାରିଖରୁ ଦ୍ୱିତୀୟ କୋଲ୍ଡ ୱେଭ ବା ଶୀତ ଲହରୀ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ଗତ ୩ ଦିନ ହେଲା ରାଜଧାନୀ ଦିଲ୍ଲୀରେ ରାତିର ତାପମାତ୍ରା ୧୧ରୁ ୧୨ ଡିଗ୍ରୀ ସେଲସିଅସକୁ ଖସିଆସୁଛି । ଶନିବାରଠାରୁ ଦିଲ୍ଲୀ ଓ ଏନସିଆରରେ ରହି ରହି ବର୍ଷା ହେଉଛି । ସାକଳେ କୁହୁଡି ସାଙ୍ଗକୁ ଦିନରେ ବର୍ଷା ଓ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । କେବଳ ଦିଲ୍ଲୀ ଏନସିଆର କାହିଁକି ପୁରା ଉତର ଭାରତରେ ପାଣିପାଗ ଏହିଭଳି ରହିଥିବା ଦେଖିବାକୁ ମିଳୁଛି ।

ସେପଟେ ତିନି ଦିନର ଅଦିନିଆ ବର୍ଷା, ପ୍ରବଳ ଥଣ୍ଡା ଓ କୁହୁଡି ଭିତରେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ଏମଏସପି ଉପରେ ନ୍ୟାୟିକ ଗ୍ୟାରେଂଟି ଦାବି କରୁଛନ୍ତି ଚାଷୀ ସଂଗଠନ । ସୋମବାର ସରକାରଙ୍କ ସହ ସପ୍ତମ ଆଲୋଚନା ମଧ୍ୟ ନିର୍ଯାସ ଶୂନ୍ୟ ରହିଥିଲା । ଏହାରି ଭିତରେ କିନ୍ତୁ ପ୍ରତିକୂଳ ପରିବେଷରେ ମଧ୍ୟ ବିଭିନ୍ନ ରାଜ୍ୟରୁ ଆସି ଦିଲ୍ଲୀ ସୀମାରେ ବସିରହିିଥିବା ଚାଷୀ, ୪୦ରୁ ଅଧିକ ଦିନ ଧରି ଜାରି ରଖିଛନ୍ତି । ଗଲା ୩ ଦିନ ହେଲା ଦିଲ୍ଲୀରେ ବର୍ଷା ଲାଗିରହିଥିବାରୁ ଚାଷୀଙ୍କ ସମସ୍ୟା କିନ୍ତୁ ଆହୁରି ବଢିଯାଇଛି ।

ଆନ୍ଦୋଳନ ସ୍ଥଳରେ ପାଣି ପଶିଯାଉଛି । ଦିଲ୍ଲୀ ଗୁରୁଦ୍ୱାରା ପ୍ରବନ୍ଧନ ସମିତି କେତେକ ଅସ୍ଥାୟୀ ଟେଂଟ ଓ ପାଲ ଯୋଗାଇ ଦେଇଛି । ତଥାପି ପଞ୍ଜାବ, ହରିଆଣା ଓ ପଶ୍ଚିମ ଉତର ପ୍ରଦେଶରୁ ଆସିଥିବା ଏହି କୃଷକମାନେ ରାତିରେ ଶୋଇବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆନ୍ଦୋଳନ ଚଳାଇ ରଖିବାକୁ ଧମକ ଦେଇଛନ୍ତି । ଏହାରି ଭିତରେ ଆଗାମୀ ୮ ତାରିଖରେ ପୁଣି ସରକାର ଓ କୃଷକ ସଂଗଠନ ଭିତରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହୋଇପାରେ । ସେପଟେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ପାଇଁ ଆସନ୍ତାକାଲି ରିହର୍ସାଲ କରିବାକୁ ପ୍ରସ୍ତୁତି କରୁଛନ୍ତି ମହିଳା ଚାଷୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started