ଶୀତରେ ଥରୁଛି ଉତ୍ତର ଭାରତ । ବରଫ ବର୍ଷା ଯୋଗୁଁ ଶ୍ରୀନଗରକୁ ବିମାଚ ଚଳାଚଳ ଠପ୍ । ହିମାଚଳ ପ୍ରଦେଶରେ ତୁଷାରପାତ ।

କନକ ବ୍ୟୁରୋ: ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଜମ୍ମୁକଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ଜାରି ରହିଛି । ରାସ୍ତା ଘାଟରେ ବରଫର ମୋଟା ଆସ୍ତରଣ ଜମି ରହିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବରଫ ବର୍ଷା ଯୋଗୁଁ ଶ୍ରୀନଗରକୁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଜାତୀୟ ରାଜପଥରେ ଭୁସ୍କଳନ ମଧ୍ୟ ହୋଇଛି । ଉଧମପୁର ସାମରୋଲିରେ ଭୁସ୍କଳନ ଘଟିବା ଯୋଗୁଁ ରାସ୍ତାଘାଟରେ ଯାତାୟତ ସମ୍ପୂର୍ଣ୍ଣଭାବେ ବନ୍ଦ ରହିଛି ।

ଖସୁଛି ପାରଦ, ବଢୁଛି ଶୀତ । ଜମ୍ମୁକଶ୍ମୀରର ଶ୍ରୀନଗରରେ ପ୍ରବଳ ତୁଷାର ପାତ ହୋଇଛି । ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ପାହାଡ଼ିଆ ଅଂଚଳ ହିମାଚଳ ପ୍ରଦେଶ ଉତରାଖଣ୍ଡ ଏବଂ ଜମ୍ମୁକଶ୍ମୀରରେ ବରଫ ବର୍ଷା ଲାଗି ରହିଛି । ଆଉ ଏହି ବରଫର ମଜା ନେବାକୁ ଜାମ୍ମୁର ଶ୍ରୀନଗରରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ରାସ୍ତାଘାଟ, ପାହାଡ଼ ପର୍ବତକୁ ଧଳା ଚାଦର ପରି ଢାଙ୍କି ରହିଛି ବରଫର ମୋଟା ଆସ୍ତରଣ । ବରଫପାତ ଯୋଗୁଁ ରାସ୍ତାରେ ଯାତାୟତ ମଧ୍ୟ ସମ୍ଭବ ହେଉନାହିଁ । ପୌର ପ୍ରଶାସନ ପକ୍ଷରୁ ବରଫ ସଫା ଗାଡ଼ି ସାହାଯ୍ୟରେ ରାସ୍ତା ସଫା କରାଯାଉଛି ।

ସେପଟେ ବରଫ ପାତ ଯୋଗୁଁ ଜମ୍ମୁକଶ୍ମୀରରେ ବିମାନ ସେବା ବନ୍ଦ ରହିଛି । ବରଫ ସଫା ଗାଡ଼ି ଦ୍ୱାରା ବିମାନବନ୍ଦରରୁ ବରଫ ସଫା କରାଯାଉଛି । ବିମାନ ଚଳାଚଳ ବନ୍ଦ ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବରଫପାତ ଭିତରେ ହିମାଚଳ ପ୍ରଦେଶର ଲାହୌଲ ସ୍ପିତିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ୭୦ ବର୍ଷିୟ ବୃଦ୍ଧଙ୍କୁ ଆମ୍ବୁଲାନ୍ସରେ ନେବା ବାଟରେ ବରଫ ସୃଷ୍ଟି କରିଛି ପ୍ରତିବନ୍ଧକ । ଆମ୍ବୁଲାନ୍ସ ଟିମ୍ ରାସ୍ତାରୁ ବରଫ ସଫା କରି ରୋଗୀକୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି । ସେପଟେ ପ୍ରତିଦିନ ବରଫ ପାତ ଜାରି ରହିଥିବାରୁ ଜାମ୍ମୁ ଶ୍ରୀନଗରର ରାଜରାସ୍ତାରେ ଅଟକି ରହିଛି ଶହ ଶହ ଟ୍ରକ୍ ।

ସେପଟେ ଉତରାଖଣ୍ଡର ଚମୋଲି, ଟିହରୀ, ପୌଡ଼ି ଗଡ଼ୱାଲରେ ପ୍ରବଳ ବରଫ ବର୍ଷା ଯୋଗୁଁ ସ୍ଥାନୀୟ ପ୍ରଶାସନ ୟୋଲୋ ଆଲର୍ଟ ଜାରି କରିଛି । ସେହିପରି ଉତରାଖଣ୍ଡର ବଦ୍ରିନାଥ ଧାମରେ ପ୍ରବଳ ବରଫ ପାତ ଜାରି ରହିଛି । ବଦ୍ରିନାଥ ମନ୍ଦିର ଏବଂ ଏହର ଚାରିପଟେ ମୋଟା ଆସ୍ତରଣ ବରଫ ଜମି ରହିଛି ।

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସରେ ଗଡିବ ମହିଳା ଚାଷୀଙ୍କ ଟ୍ରାକ୍ଟର । ଦିଲ୍ଲୀର ୪ଟି ସୀମାରେ ହେବ ଟ୍ରାକ୍ଟର ପରେଡ ।

କନକ ବ୍ୟୁରୋ: କୃଷି ଆଇନକୁ ପ୍ରତ୍ୟାହର ଦାବି କରି କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି । ଦୀର୍ଘ ୪୦ଦିନରୁ ଅଧିକା ଦିନ ହେଲା କୃଷକ ମାନେ ଶୀତ, କାକର ଓ ବର୍ଷାରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକ ସଂଗଠନ । କୃଷକ ମାନେ ତାଙ୍କ ଜିଦରେ ଅଟଳ ରହିଥିବା ବେଳେ ସରକାର ମଧ୍ୟ ତାଙ୍କ ଜିଦରେ ଅଟଳ ରହିଛନ୍ତି । କୃଷକଙ୍କୁ ବୁଝାଇବା ପାଇଁ ସାତଟି ପର୍ଯ୍ୟାୟରେ ବୈଠକ ହୋଇଥିଲେ ମଧ୍ୟ ବାହାରି ପାରୁନି ସମାଧାନର ବାଟ । ଏବେ ରାଜଧାନୀ ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ବର୍ଷାର ପ୍ରକୋପ ଚାଷୀଙ୍କୁ କଲବଲ କରୁଛି ।

ଗଣତନ୍ତ୍ର ଦିବସରେ ମହିଳା ଚାଷୀଙ୍କ ଟ୍ରାକ୍ଟର ରାଲି ପାଇଁ ଜୋରଦାର ପ୍ରସ୍ତୁତି । ରାଜଧାନୀ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ୪୧ ଦିନରେ ପହଂଚିଥିବା ବେଳେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ କିଷାନ ପରେଡ଼ କରିବା ପାଇଁ କୃଷକଙ୍କ ଚେତାବନୀ । ଆଉ ଏହାର ମଙ୍ଗ ଧରିବେ ମହିଳା । ଏପରିକି ସେଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ଟ୍ରାକ୍ଟର ରାଲି ବାହାରିବା ପାଇଁ ଚେତାବନୀ ଦେଇଛି କୃଷକ ସଂଗଠନ । ଆନ୍ଦୋଳନର ପ୍ରତିନିଧିତ୍ୱ କରୁଥିବା କୃଷକ ସଂଗଠନ ଭାରତୀୟ କୃଷକ ୟୁନିୟନ ପକ୍ଷରୁ ୫ ଶହରୁ ଅଧିକା ମହିଳାଙ୍କୁ ଟ୍ରାକ୍ଟର ରାଲି ପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ନାହିଁ । ନୂଆ କୃଷି ଆଇନକୁ ପ୍ରତ୍ୟାହର ଓ ଏମଏସପିକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ । ଜାନୁଆରୀ ୮ତାରିଖରେ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ ।

ଦିଲ୍ଲୀର ସିଂଘୁ, ଟିକିରି, ଗାଜିପୁର ସୀମାରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ସୀମାରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟ ଦେଖାଦେଇଛି । ଅନ୍ୟପଟେ ପାଣିପାଗରେ ପରିବର୍ତନ ଯୋଗୁଁ ଦିଲ୍ଲୀରେ ତିନି ଦିନ ହେବ ବର୍ଷା ଲାଗି ରହିଛି । ଯାହାଦ୍ୱାରା ଆନ୍ଦୋଳନକାରୀ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ନିଜ ଜିଦରେ ଅଟଳ ରହିଛନ୍ତି । ପ୍ରବଳ ଶୀତ ସାଙ୍ଗକୁ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଦେଇଛି । ଏପରିକି ଆନ୍ଦୋଳନ ସ୍ଥଳରେ ବର୍ଷା ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ସେପଟେ ଏନଏସୟୁଆଇ ପକ୍ଷରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ରାଜସ୍ଥାନ ଜୟପୁରରେ ସାଇକେଲ ରାଲି କରାଯାଇଛି । ଏହି ରାଲିରେ ଶତାଧିକ ଯୁବ କଂଗ୍ରେସ ନେତା ସାମିିଲ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଭାରତର ମହାମାରୀ ମୁକାବିଲାକୁ ସବୁଆଡୁ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ବିଲ ଗେଟ୍ସ ।

କନକ ବ୍ୟୁରୋ: କରୋନା ମହାମାରୀ ଲଢେଇରେ ଭାରତର ଭୂମିକାକୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କ ପ୍ରଶଂସା । ଏହାସହ ବୈଜ୍ଞାନିକ ଉଦ୍ଭାବନ ଓ ଟିକା ପ୍ରସ୍ତୁତିରେ ଭାରତ ନେତୃତ୍ୱ ନେଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଲ ଗେଟ୍ସ ପ୍ରଶଂସା କରିଛନ୍ତି । ବିଲ ଗେଟ୍ସ ଟ୍ୱିଟ କରି ଲେଖିଛନ୍ତି, ଯେଉଁ ସମୟରେ ସାରା ବିଶ୍ୱ କରୋନା ଭୂତାଣୁ ପରି ମହାମାରୀ ସହ ଲଢେଇ କରୁଛି, ସେହି ସମୟରେ ଭାରତର ବୈଜ୍ଞାନକି ଓ ଚିକିତ୍ସକ ମାନେ ପ୍ରଶଂସନୀୟ କାମ କରିଛନ୍ତି । ବୈଜ୍ଞାନିକ ଉଦ୍ଭାବନ ଓ ଟିକା ପ୍ରସ୍ତୁତିରେ ଭାରତ ନେତୃତ୍ୱ ନେଇଛି । ଏହି ଟ୍ୱିଟରେ ପିଏମଓକୁ ମଧ୍ୟ ଟ୍ୟାଗ କରିଛନ୍ତି ବିଲ୍ ଗେଟ୍ସ ।

ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ବିଲ ଗେଟ୍ସ । ଏବଂ ସଂକ୍ରମଣକୁ ରୋକିବା ଦିଗରେ ଭାରତ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଲକଡାଉନ, ହଟସ୍ପଟ ଚିହ୍ନଟ ଓ କ୍ୱାରେଂଟିନ ଏବଂ ଆଇସୋଲେସନ ପରି ପଦକ୍ଷେପ ଦ୍ୱାରା କରୋନା ମହାମାରୀକୁ ରୋକା ଯାଇ ପାରିବ ବୋଲି କହିଥିଲେ । ଏନେଇ ଗତ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଚିଠିଲେଖିଥିଲେ ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକ ଟେଡ୍ରସ ଆଧାନମ ମଧ୍ୟ ଭାରତର ପ୍ରଶଂସା କରିଛନ୍ତି । ଟ୍ୱିଟ କରି ଲେଖିଛନ୍ତି, ଯଦି ଆମେ ମିଳିତ ଭାବେ କାର୍ଯ୍ୟ କରିବା, ଆମେ ନିଶ୍ଚିତ କରିପାରିବା ଯେ ପ୍ରଭାବଶାଳୀ ଓ ନିରାପଦ ଟିକା ସବୁ ସ୍ଥାନରେ ସବୁଠାରୁ ଅସୁରକ୍ଷିତଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦେଇପାରିବ ।

କରୋନା ମହାମାରୀ ଭିତରେ ଦେଶରେ ଦୁଇଟି ଟିକାକୁ ଅନୁମତି ମିଳିବା ପରେ ଦେଶରେ ଖୁବ ଶୀଘ୍ର ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ ହେବ ବୋଲି କହିଥିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋମବାର ଦିନ ମୋଦୀ କହିଥିଲେ ଯେ, ଦେଶରେ କରୋନା ମହାମାରୀକୁ କାବୁ କରିବାକୁ ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ।

from Kanak News
via <a href="https://ifttt.com/?

ଗୃହବନ୍ଦୀରେ ଅଛନ୍ତି କି ଶିଳ୍ପପତି ଜ୍ୟାକ ମା ? ଦୁଇ ମାସ ଧରି ନିଖୋଜ ହେବା ପରେ ବଢୁଛି ସନ୍ଦେହ । ରାଷ୍ଟ୍ରପତି ଜିନପିଙ୍ଗଙ୍କ ଆକ୍ରୋଶର ଶିକାର ହୋଇଥିବା ଚର୍ଚ୍ଚା ।

କନକ ବ୍ୟୁରୋ: ଦୁଇ ମାସରୁ ଅଧିକ ସମୟ ଧରି ନିଖୋଜ ଥିବା ବିିଶିଷ୍ଟ ଶିଳ୍ପପତି ଜ୍ୟାକ ମାଙ୍କୁ ନେଇ କୌଣସି ପତା ମିଳୁନାହିଁ । ତେବେ ଚୀନ ସରକାର ବିରୋଧୀ ବୟାନ ଦେବା ପରେ ଜ୍ୟାକ ମା ହଠାତ୍ ନିଖୋଜ ହୋଇଯାଇଛନ୍ତି । କଂପାନୀର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଛନ୍ତି ଜ୍ୟାକ୍ ମା । ଆଶଙ୍କା କରାଯାଉଛି ଯେ ଚୀନ୍ ସରକାର ତାଙ୍କୁ ନିଜ ହେପାଜତରେ ନେଇଛନ୍ତି । ଅର୍ଥାତ୍ ସେ କୌଣସି ସ୍ଥାନରେ ଗୃହବନ୍ଦୀ ଥାଇପାରନ୍ତି । ଯାହାର ଖବର କାହା ପାଖରେ ନାହିଁ ।

ତେବେ କେଉଁଠି ଅଛନ୍ତି ଆଲିବାବା ମାଲିକ ଜ୍ୟାକ୍ ମା? ଜ୍ୟାକ୍ ମାଙ୍କୁ ନେଇ ବଢୁଛି ସନ୍ଦେହ । ଗୃହବନ୍ଦୀ ହୋଇଥିବା ନେଇ ଚର୍ଚ୍ଚା । ଏସିଆ ମହାଦେଶର ନାମୀ କଂପାନୀ, ଆଲିବାବାର ମାଲିକ ଚୀନର ବିଶିଷ୍ଠ ଶିଳ୍ପପତୀ ଜ୍ୟାକ୍ ମା ନିଖୋଜ । ଆର୍ଥିକ କାରବାରରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗର ବାର୍ତା ଦେଇ ଜ୍ୟାକ୍ ମା ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ବିଶିଷ୍ଟ ଶିଳ୍ପପତି ହଠାତ୍ ନିଖୋଜ ହୋଇଯାଇଛନ୍ତି । କଂପାନୀର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଛନ୍ତି ଜ୍ୟାକ୍ ମା । ୨ ମାସ ହେଲା ତାଙ୍କର କୌଣସି ପତା ମିଳୁନି । ଆଶଙ୍କା କରାଯାଉଛି ଯେ ଚୀନ୍ ସରକାର ତାଙ୍କୁ ନିଜ ହେପାଜତରେ ନେଇଛନ୍ତି । ଅର୍ଥାତ୍ ସେ କୌଣସି ସ୍ଥାନରେ ଗୃହବନ୍ଦୀ ଥାଇପାରନ୍ତି । ଯାହାର ଖବର କାହା ପାଖରେ ନାହିଁ ।

ଚୀନରେ ବିଶିଷ୍ଟ ବ୍ୟବସାୟୀ ନିଖୋଜ ହେବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଶିଳ୍ପପତି ମାନେ ଏମିତି ଗାୟବ ହୋଇଛନ୍ତି । ଯେ ପର୍ଯ୍ୟନ୍ତ, ଚୀନ ସରକାରଙ୍କ ଶୁଭ ଦୃଷ୍ଟି ପଡିଥିବା ସେ ପର୍ଯ୍ୟନ୍ତ ଏମାନେ ନିରାପଦ ଥିବେ । ଯେତେବେଳେ ଯେ କେହି ଚୀନ ସରକାରଙ୍କ ବିରୋଧରେ ମୁହଁ ଖୋଲିବେ ତା ପରେ ତାଙ୍କ ସହ କିଛି ନା କିଛି ଏମିତି ଘଟଣା ଘଟିଯାଏ ।

ଗତ ଅକ୍ଟୋବର ମାସରେ ଏମିତି କିଛି ଘଟିଥିଲା ଜ୍ୟାକ ମାଙ୍କ ସହ । ସରକାର ବିରୋଧରେ ଭାଷଣ ଦେବା ପରେ ଆଉ ତାଙ୍କର ପତା ମିଳୁନାହିଁ । ବ୍ୟାଙ୍କି ବ୍ୟବସ୍ଥାକୁ ନେଇ କହୁଥିବା ବେଳେ ଜ୍ୟାକ ମା କହିଥିଲେ ଯେ ଟେକ୍ନୋଲୋଜି ନହେଲେ ବ୍ୟବସ୍ଥା ଆଗକୁ ଯିବ ନାହିଁ । ଏପରିକି ଚୀନର ବ୍ୟାଙ୍କିଂ ବ୍ୟବସ୍ଥାକୁ ସେ ବୈଜେଷ୍ଠଙ୍କ କ୍ଲବ ବୋଲି କହିଥିଲେ ।

ଚୀନର ବ୍ୟାଙ୍କିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ ଆଲିବାବା ମାଲିକ ଜ୍ୟାକ ମା । ଏବଂ ଦୁଇ ମାସ ହେଲା କୌଣସି ସାର୍ବଜନୀନ ସ୍ଥାନରେ ତାଙ୍କୁ ଦେଖିବାକୁ ମିଳିନାହିଁ । ଯାହାପରେ ସେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆକ୍ରୋଶର ଶିକାର ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ନାପସନ୍ଦ କରୁଥିବା ଜ୍ୟାକ୍ ମା ବିଶ୍ୱର ସବୁଠାରୁ ବଡ଼ ଆଇପିଏ ଆରମ୍ଭ କରିବାକୁ ଯାଉଥିଲେ । କିନ୍ତୁ ଚାଇନା ସରକାର ଏଥିରେ ବାଧା ଦେଇଥିଲେ । ଆଂଟ ଗ୍ରୁପର ଆଇପିଓ ସାରା ପୃଥିବୀକୁ ଏକ ନୂଆ ସମ୍ଭାବନା ହୋଇ ଆସୁଥିଲା । ଜ୍ୟାକ୍ ମାଙ୍କ ବିରୋଧରେ ଏକଚାଟିଆ ବ୍ୟବସାୟ ବିରୋଧୀ ଆଇନ୍ ବଳରେ ସରକାର ଜ୍ୟାକ୍ ମାଙ୍କୁ ବାଧା ଦେଇଥିଲେ ।

from Kanak News
via <a href="https://ifttt.com/?

ବେନାମି ସମ୍ପତି ମାମଲାରେ ଆଜି ପୁଣି ରବର୍ଟ ଭଦ୍ରାଙ୍କୁ ପଚରାଉଚରା । ବୟାନ ରେକର୍ଡ କଲା ଆୟକର ବିଭାଗ ।

କନକ ବ୍ୟୁରୋ : ବେନାମି ସମ୍ପତି ମାମଲାରେ ଆଜି ପୁଣି ଥରେ ରବର୍ଟ ଭଦ୍ରାଙ୍କ ବାସଭବନରେ ପହଂଚିଛନ୍ତି ଆୟକର ବିଭାଗର ଅଧିକାରୀ । ଏହା ପୂର୍ବରୁ ଆୟକର ବିଭାଗର ଟିମ୍ ରବର୍ଟ ଭଦ୍ରାଙ୍କୁ ୮ଘଂଟା କାଳ ପଚରା ଉଚରା କରିଥିଲା । ରବର୍ଟ ଭଦ୍ରା କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷା ତଥା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ । ବିକାନେର ଏବଂ ଫରିଦାବାଦ୍ ଜମି ଦୁର୍ନୀତିକୁ ନେଇ ଆୟକର ବିଭାଗ ତାଙ୍କୁ ପଚରା ଉଚରା କରିଛି ।

ବେନାମୀ ସମ୍ପତି ମାମଲାରେ ଆୟକର ବିଭାଗର ଟିମ୍ ପ୍ରଥମେ ରବର୍ଟ ଭଦ୍ରାଙ୍କୁ ନୋଟିସ୍ କରିଥିଲା । କିନ୍ତୁ କରୋନା ମହାମାରୀ ପାଇଁ ରବର୍ଟ ଭଦ୍ରା ଆୟକର ବିଭାଗରେ ପହଂଚିପାରିନଥିଲେ । ଏହାକୁ ନେଇ ସୋମବାରେ ଆୟକର ବିଭାଗର ଟିମ୍ ଦିଲ୍ଲୀ ସୁଖଦେବ ବିହାର ସ୍ଥିତ ରବର୍ଟ ଭଦ୍ରାଙ୍କ ବାସଭବନରେ ପହଂଚିଥିଲେ ।

ସୋମବାର ଦିନ ରବର୍ଟକୁ କିଛି ଦସ୍ତାବିଜ ମାମଲାରେ ପଚରା ଉଚରା କରିଥିଲା ଆୟକର ବିଭାଗ । ଏହି ଦସ୍ତାବିଜ୍କୁ ଆଇଟି ବିଭାଗ ଆଗରେ ପହଂଚାଇ ପାରିନଥିଲେ ରବର୍ଟ ଭଦ୍ରା । ତେଣୁ ଆଜି ମଧ୍ୟ ଏହି ମାମଲାକୁ ନେଇ ପଚରା ଉଚରା କରିଛନ୍ତି ଆଇଟି ଅଧିକାରୀ ।

from Kanak News
via <a href="https://ifttt.com/?

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ଦୁଇ ସପ୍ତାହ ମଧ୍ୟରେ ମନ୍ଦିର ମରାମତି ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ 

କନକ ବ୍ୟୁରୋ : ପାକିସ୍ତାନ ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଦୁଇ ସପ୍ତାହ ବା ୧୫ ଦିନ ଭିତରେ ମନ୍ଦିରର ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କରକ ଜିଲ୍ଲାର ଟେରି ଗାଁରେ ପରମହଂସ ମହାରାଜ ସମାଧି ସମେତ କ୍ରିଷ୍ଣ ଦ୍ୱାର ମନ୍ଦିରରେ ଗତ ୩୦ତାରିଖ ଦିନ ଭଙ୍ଗାରୁଜା ହୋଇଥିଲା ।

ଗତ ସପ୍ତାହରେ କରାଚିରେ ଏକ ବୈଠକ ସମୟରେ ଏହି ମନ୍ଦିର ଉପରେ ଆକ୍ରମଣ ହୋଇଥିବା ନେଇ ସଂଖ୍ୟାଲଘୁ ଆଇନଜୀବୀ ରମେଶ କୁମାର କୋର୍ଟଙ୍କୁ ଅବଗତ କରିବା ପରେ ପ୍ରଧାନ ବିଚାରପତି ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ମନ୍ଦିରର ମରାମତି କାମ ଆରମ୍ଭ କରିବା ସହ ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ମନ୍ଦିର ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତି ଏଥିପାଇଁ ଅର୍ଥ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଚନ୍ତି ।

ଗତ ବୁଧବାର ଦିନ ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତର କରକ ଜିଲ୍ଲାରେ ମୌଲବୀଙ୍କ ନେତୃତ୍ୱରେ ଉତେଜିତ ଲୋକେ ଏକ ବହୁପରାତନ ମନ୍ଦିରକୁ ଭାଙ୍ଗି ଦେଇଥିଲେ । ଶତାଧିକ ଲୋକେ ଏକତ୍ରିତ ହୋଇ ଏହି କାଣ୍ଡ ଭିଆଇଥିଲେ । କେବଳ ଏତିକି ନୁହେଁ ମନ୍ଦିରରେ ନିଆଁ ଲଗାଇଦେଇଥିଲେ । ଏହା ପୂର୍ବରୁ ମଧ୍ୟ ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇଛି । ଧର୍ମଗୁରୁ ପରିଷଦର ସୁପାରିଶ କ୍ରମେ ଇସଲାମାବାଦରେ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ସରକାର ହିନ୍ଦୁ ବାସିନ୍ଦାଙ୍କୁ ଅନୁମତି ଦେବାର ଏକ ସପ୍ତାହ ପରେ ଏହି ଘଟଣା ଘଟିଥିଲା ।

from Kanak News
via <a href="https://ifttt.com/?

ମାହାଙ୍ଗା ବିଜେପି ନେତା ହତ୍ୟା ଘଟଣାରେ ୪ଜଣଙ୍କୁ ଗିରଫ କଲା ପୁଲିସ । ଘଟଣାସ୍ଥଳରେ ଦୃଶ୍ୟର ପୁନରାବୃତି କଲେ ଅଭିଯୁକ୍ତ । 

କନକ ବ୍ୟୁରୋ : ସାରା ରାଜ୍ୟର ନଜରରେ ଥିବା ମହାଙ୍ଗାର ଡବଲ୍ ମର୍ଡର ଘଟଣା କେମିତି ଘଟିଥିଲା, କେଉଁ ସବୁ ଅସ୍ତ୍ର ବ୍ୟବହାର ହୋଇଥିଲା ଏବଂ କିଭଳି ହତ୍ୟାକାଣ୍ଡକୁ ଚୁଡ଼ାନ୍ତ ରୂପ ଦିଆଯାଇଥିଲା?ଏହି ସବୁ ପ୍ରଶ୍ନର ଉତର ଖୋଜିିବା ପାଇଁ ଜଣେ ଅଭିଯୁକ୍ତଙ୍କୁ ଧରି ଘଟଣାର ରିକ୍ରିୟସନ୍ କରିଛି ପୁଲିସ୍ । ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣୀ ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାରେ ବ୍ୟବହୃତ ହୋଇଥିବା ଖଣ୍ଡା ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ।

ହତ୍ୟାକାଣ୍ଡର ମାତ୍ର ୪୮ ଘଂଟା ଭିତରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ । ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀ, ଅଭିଯୁକ୍ତ ଅରବିନ୍ଦ ଖଟୁଆ, କ୍ଷୀତିଶ ଆଚାର୍ଯ୍ୟ ଏବଂ ଲଳିତମୋହନ ବରାଳଙ୍କୁ ଗିରଫ କରିବା ସହ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହାଇଥିବା ଖଣ୍ଡା, ଲାଠି, ୨ଟି ବାଇକ୍, ୪ଟି ମୋବାଇଲକୁ ଜବତ କରିଛି ପୁଲିସ୍ । ହତ୍ୟାକାଣ୍ଡର କାରଣ ସମ୍ପର୍କରେ କଟକ ଗ୍ରାମାଂଚଳ ଏସ୍ପି କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ତଦନ୍ତ ଜାରି କରିଥିବା କହିଛନ୍ତି ।

ହତ୍ୟାକାଣ୍ଡକୁ ନେଇ ଗୋଟିଏ ପଟେ ତଦନ୍ତ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ରାଜନୀତି ଜୋରଦାର ହୋଇଛି । ମନ୍ତ୍ରୀଙ୍କ ବହିଷ୍କାର ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟ । ଦଳର ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ଥାନା ଆଗରେ ବିକ୍ଷୋଭ କରାଯାଇଛି । ଭୁବନେଶ୍ୱର ଓ କଟକରେ ଦଳ ପକ୍ଷରୁ ବିଶାଳ ରାଲି କରାଯାଇ, ହତ୍ୟାକାଣ୍ଡ ପାଇଁ ଶାସକ ଦଳର ନେତାଙ୍କୁ ଦାୟୀ କରିଥିବା ବେଳେ ବିଜେଡି କହିଛି-ରାଜନୀତି କରୁଛି ବିଜେପି ।

ଏପଟେ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ସାମ୍ନାରେ ରଖି ରାଜ୍ୟର ଆଇନ୍ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ସାମ୍ନାରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି କଟକ ଓ ଭୁବନେଶ୍ୱରରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି ।

ରାଜନୀତିର ଏହି ପ୍ରତିବାଦ ଭିତରେ କିନ୍ତୁ ବିଜେପି ନେତା କୂଳମଣୀ ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ୪ ଜଣକୁ ଗିରଫ କରିଛି ପୁଲିସ୍ ।

from Kanak News
via <a href="https://ifttt.com/?

ମହାପ୍ରଭୁଙ୍କ ଦର୍ଶନ ନପାଇ ବଡଦାଣ୍ଡରୁ ଫେରୁଛି ଭକ୍ତ । ୧୦ଜଣ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ବନ୍ଦ କଲା ପ୍ରଶାସନ

କନକ ବ୍ୟୁରୋ : ଛତିଶଗଡରୁ ଆସିଥିବା ଏହି ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । ଭାବବିହ୍ୱଳ ପରିବେଶ । କୋଭିଡ ନେଗେଟିଭ ରିପୋର୍ଟ ନଥିବା କାରଣରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । କେବଳ ଏହି ଭକ୍ତମାନେ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ କୋଭିଡ ପରୀକ୍ଷା କଟକଣା କାରଣରୁ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି । ଦିନକୁ ୧୫ ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହା ୨ହଜାର ଟପୁନାହିଁ । କୋଭିଡ ପରୀକ୍ଷା ସମସ୍ୟା ଭିତରେ ଧନ୍ଦି ହୋଇ ଫେରୁଛନ୍ତି ଭକ୍ତ ।

୧୦ରୁ ଅଧିକ ପର୍ଯ୍ୟଟକଙ୍କ କୋଭିଡ ରିପୋର୍ଟ ପଜେଟିଭ ଆସିବା ପରେ ସହରରେ ଟେଷ୍ଟିଂ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ । ପର୍ଯ୍ୟଟକ ପଜିଟିଭ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଆଗକୁ ଦର୍ଶନ ବ୍ୟବସ୍ଥାରେ କିଛିଟା କୋହଳ ନିତି ଅବଲମ୍ବନ କରାଯାଇପାରେ ବୋଲି କହିଛନ୍ତି ପୁରୀ ଉପ-ଜିଲ୍ଲାପାଳ ।

ସର୍ବସାଧାରଣ ଦର୍ଶନର ତୃତିୟ ଦିନରେ ଶ୍ରୀମନ୍ଦିରରେ ନାହାନ୍ତି ଭକ୍ତ । ଘରୋଇ ମେଡିକାଲ ଏବଂ ସରକାର ମେଡିକାଲରେ ପର୍ଯ୍ୟଟକଙ୍କ ପାଇଁ କୋଭିଡ ପରୀକ୍ଷା ଉପରେ କଟକଣା ଲାଗିବା ପରେ ଏବେ ଠାକୁର ଦର୍ଶନ ସମ୍ଭବ ହୋଇପାରୁନି ଦୂରଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ।

from Kanak News
via <a href="https://ifttt.com/?

କୋଭିଡ କଟକଣା ଭିତରେ ସିନେମା ହଲ ଖୋଲିବା ନେଇ ଚାଲିଛି ପ୍ରସ୍ତୁତି । ଜାନୁଆରୀ ୮ରୁ ଖୋଲିବ କେଶରୀ ଟକିଜ । ହଲକୁ କରାଯାଉଛି ସଂପୂର୍ଣ୍ଣ ସାନିଟାଇଜ ।

କନକ ବ୍ୟୁରୋ : ଖୁବ ଶୀଘ୍ର ହଲରେ ସିନେମା ଦେଖିବେ ଦର୍ଶକ । ରାଜଧାନୀରେ ଆସନ୍ତା ୮ ତାରିଖରେ ଖୋଲୁଛି କେଶରୀ ଟକିଜ । କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ପରେ ପୁଣି ବଡ ପରଦାରେ ଫିଲ୍ମ ଦେଖିପାରିବେ ରାଜଧାନୀ ବାସୀ । ୫୦ ପ୍ରତିଶତଙ୍କୁ ନେଇ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ସରକାରଙ୍କ ଗାଇଡଲାଇନ ପରେ ହଲ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ରାଜ୍ୟରେ କୋଭିଡ଼ କଟକଣା ମଧ୍ୟରେ ସିନେମା ଖୋଲିବା ନେଇ ପ୍ରସ୍ତୁତି ଚାଲିଛି । କେଶରୀ ଟକିଜ କାନ୍ଥରେ ଫିଲ୍ମ ବ୍ୟାନର ଲାଗିଲାଣି । ଦୀର୍ଘଦିନ ହେବ ପଡିରହିଥିବା ଚେୟାର ଗୁଡିକୁ ସଫା କରାଯାଇ ହଲକୁ ସମ୍ପୁର୍ଣ୍ଣ ସାନିଟାଇଜି କରାଯାଉଛି । ରାଜଧାନୀର କେଶରୀ ଟକିଜ ଖୋଲିବା ନେଇ କର୍ମଚାରୀ ଉତ୍ସାହର ସହ ଲାଗି ପଡିଛନ୍ତି । ଆସନ୍ତା ୮ତାରିଖରେ କେଶରୀ ଟକିଜ ଖୋଲିବ ବୋଲି କହିଛନ୍ତି ମ୍ୟାନେଜର ।

୫୦ ପ୍ରତିଶତ ଦର୍ଶକକୁ ନେଇ ହଲ ଖୋଲିବାକୁ ସରକାରଙ୍କ ଗାଇଡଲାଇନ ରହିଛି । ସରକାରଙ୍କ ଗାଇଡଲାଇନକୁ ଅନୁସରଣ କରାଯାଇ ସିନେମା ହଲକୁ ପ୍ରସ୍ତୁତ କରାଯାଉଛି । ଗୋଟିଏ ଚେୟାର ବ୍ୟବଧାନରେ କିଭଳି ଦର୍ଶକ ବସିବେ ସେନେଇ ବ୍ୟବସ୍ଥା କରାଯାଉଛି ।

କେଶରୀ ଟକିଜ ଆସନ୍ତା ୮ ତାରିଖରେ ଖୋଲିବାକୁ ଥିବା ବେଳେ ଭୁବନେଶ୍ୱରରେ ଥିବା ଅନ୍ୟ ଟକିଜ ଶ୍ରୀୟା, ସ୍ୱାତୀ, ସ୍ତୁତି, ମହାରାଜ, ଆଇନକ୍ସ, ମଧ୍ୟ ୧୦ତାରିଖ ଭିତରେ ଖୋଲିିବା ସମ୍ଭାବନା ରହିଛି ।

from Kanak News
via <a href="https://ifttt.com/?

ଅଭିଯୁକ୍ତ ସରୋଜ ସେଠୀକୁ ‘ନାବାଳକ’ ବୋଲି କହିଲେ ପକ୍ସୋ କୋର୍ଟ । ହେଲେ ବୟସ ନେଇ ଅଧିସ ଅନୁସନ୍ଧାନ କରିବ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ।

କନକ ବ୍ୟୁରୋ : ସାରା ରାଜ୍ୟକୁ ଯେଉଁ ଘଟଣା ଦୋହଲାଇଦେଇଥିଲା ଏବଂ ଯାହାକୁ ନେଇ ଓଡିଶା ରଜାନୀତିରେ ହଲଚଲ ଆସିଥିଲା, ଇଏ ହେଉଛି ସେହି ବହୁ ଚର୍ଚ୍ଚିତ ପରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ । କିନ୍ତୁ ସରୋଜ ଜଣେ ‘ନାବାଳକ’ ବୋଲି ଦର୍ଶାଇଛନ୍ତି ପକ୍ସୋ କୋର୍ଟ । ବୟସ ଦର୍ଶାଇବା ପାଇଁ ଅଭିଯୁକ୍ତ ସରୋଜ ପକ୍ଷରୁ କୋର୍ଟରେ ସ୍କୁଲ ସାର୍ଟିଫିକେଟ ଓ ଜନ୍ମ ସାର୍ଟିଫିକେଟ ଉପସ୍ଥାପନ କରାଯାଇଥିଲା ।ଏହି କାଗଜପତ୍ରକୁ ଆଧାର କରି କୋର୍ଟ ଅଭିଯୁକ୍ତକୁ ‘ଚାଉଲଡ ଇନ କନଫ୍ଲିକ୍ଟ ୱିଥ ଲ’ ଅର୍ଥାତ ‘ଆଇନ ସହ ବିବାଦ ଥିବା କିଶୋର’ବିବେଚନା କରି ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡ ଆଗରେ ହାଜର ହେବା ପାଇଁ କହିଛନ୍ତି ।

ତେବେ ନାବାଳକ ହେଲେ ମଧ୍ୟ କଠୋର ଦଣ୍ଡବିଧାନରୁ ବର୍ତିପାରିବ ନାହିଁ ସରୋଜ । କାରଣ ଜୁଭେନାଇଲ ଜଷ୍ଟିସ ଆକ୍ଟ-୨୦୧୫ ଅନୁସାରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତର ବୟସ ନିର୍ଦ୍ଧାରଣ କରିବା ପାଇଁ ଅନୁସନ୍ଧାନ କରିବ । ସେହି ଅନୁସାରେ କମିଟି ସ୍ଥିର କରିବ ଯେ ଏହି ମାମଲା ଜୁଭେନାଇଲ ଜଷ୍ଟିସ କୋର୍ଟରେ ବିଚାର ହେବ ନା ଚିଲଡ୍ରେନ କୋର୍ଟରେ ବିଚାର ହେବ ।

ନିର୍ଭୟା ମାମଲାକୁ ଦୃଷ୍ଟିରେ ରଖି ଜୁଭେନାଇଲ ଜଷ୍ଟିସ ଆକ୍ଟ-୨୦୧୫ରେ ହୋଇଥିବା ସଂଶୋଧନ ଅନୁସାରେ ଯଦି ଅଭିଯୁକ୍ତ ସଙ୍ଗିନ ମାମଲାରେ ଜଡିତ ଏବଂ ତାର ବୟସ ୧୬ରୁ ୧୮ବର୍ଷ ଭିତରେ ରହିଛି ତେବେ ଅଭିୁଯୁକ୍ତକୁ ବୟସ୍କ ହିସାବରେ ଗଣାଯିବ ।
ପରୀ ମାମଲାଟି ଜଘନ୍ୟ ଅପରାଧିକ ମାମଲା ହୋଇଥିବାରୁ ଆଇନ ଅନୁଯାୟୀ ଅଭିଯୁକ୍ତ ସରୋଜ ସେଠୀକୁ ବୟସ୍କ ଭାବରେ ବିଚାର କରିବାକୁ ଏସଆଇଟି ଆଇନଗତ ଫୋରମରେ ଆବେଦନ କରିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started