ମାସ ମାସର ପ୍ରତୀକ୍ଷାରେ ହେବାକୁ ଯାଉଛି ଅବସାନ । ଖୁସି ଖବର ଶୁଣାଇଲେ କେନ୍ଦ୍ର ସରକାର । ଜାନୁଆରୀ ୧୩-୧୪ ତାରିଖ ସୁଦ୍ଧା ଆରମ୍ଭ ହେବ ଟିକାକରଣ ।

କନକ ବ୍ୟୁରୋ : କୋଭିଡ ଟିକାକରଣ ନେଇ ଖୁସି ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି ଟିକାକରଣ ପାଇଁ ଅନୁମତି ମିଳିଥିବାରୁ ଏହାର ୧୦ ଦିନ ଭିତରେ ଟିକା ଦିଆଯାଇପାରିବ । ଏଥିସହ ସେ କହିଛନ୍ତି ପୁରା ଟିକାକରଣ ପ୍ରକ୍ରିୟାର ଡିଜିଟାଲ ମନିଟରିଂ କରାଯିବ । ଟିକାକରଣ ପାଇଁ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ ।

ଯେଉଁ ମୂହୁର୍ତକୁ ସାରା ଦେଶ ମାସ ମାସ ଧରି ଅପେକ୍ଷା କରିଥିଲା ସେହି ସମୟ ନିକଟବର୍ତି ହୋଇଛି । କୋଭିଡ ବିରୋଧୀ ଲଢେଇର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଚୂଡାନ୍ତ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଭାରତ ସରକାର ଆଜି କହିଛନ୍ତି ୧୦ ଦିନ ଭିତରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି ।

ସମୟ ଆସିଗଲା, ଆଉ କରୋନା, ମାନବ ସମାଜକୁ ଡରେଇ ପାରିବ ନାହିଁ । ଏହି ଯୁଦ୍ଧରେ ଶେଷରେ ମଣିଷ ଜିତିବାକୁ ଯାଉଛି ଏବଂ କରୋନା ହାରିବାକୁ ଯାଉଛି । ଯୁଦ୍ଧ ଲମ୍ବା ଥିଲା, ଭୟଙ୍କର ବି ଥିଲା, ଆଉ ଶେଷରେ ମଣିଷର ବୁଦ୍ଧିମତା ଆଗରେ କରୋନା ହାର ମାନିବାକୁ ଯାଉଛି ।

ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଗତ ୩ ତାରିଖରେ ଦୁଇଟି କୋଭିଡ ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ୧୦ ଦିନ ଭିତରେ ଅର୍ଥାତ ଜାନୁୟାରୀ ୧୩/୧୪ ପୂର୍ବରୁ ଭାରତ ସରକାରଙ୍କୁ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ମିଳିଯିବ । ଟିକା ନିର୍ମାତା କଂପାନୀ ପାଖରୁ ଟିକା ଆସିବା ପରେ

ପ୍ରଥମେ ଦେଶର ୪ଟି ଜିଏମଏସଡି ବା ଗଭମେଂଟ ମେଡିକାଲ ଷ୍ଟୋର ଡିପୋରେ ରଖାଯିବ ।
କର୍ଣ୍ଣଲ, ମୁମ୍ବ୍ଧାଇ, ଚେନ୍ନାଇ ଓ କୋଲକାତାର ଜିଏମଏସଡିରୁ ରହିବ କୋଭିଡ ଟିକା ।
ଜିଏସଡିରୁ ବିଭିନ୍ନ ରାଜ୍ୟରେ ଥିବା ୩୭ଟି ଭ୍ୟାକ୍ସିନ ଷ୍ଟୋରକୁ ପଠାଯିବ
ଭ୍ୟାକ୍ସିନ ଷ୍ଟୋରରୁ ବିଭିନ୍ନ ଟିକାକରଣ କେନ୍ଦ୍ରକୁ ଟିକା ବଂଟନ କରାଯିବ
ପ୍ରତି ଟିକାକରଣ ଟିମରେ ୫ ଜଣ ସଦସ୍ୟ ରହିବେ

ଟିକା ମହଜୁଦ ରଖାଯିବା ପାଇଁ ଦେଶରେ ୪୧ ହଜାର କୋଲ୍ଡଷ୍ଟୋରେଜ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସଚିବ । ଭାରତରେ ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ମଙ୍ଗଳବାର ମିଳିତ ବିବୃତି ଜାରି କରିଛନ୍ତି । ବିବୃତିରେ କହିଛନ୍ତି, ସହଜ ପ୍ରଣାଳୀରେ ଟିକାକରଣ ଆରମ୍ଭ ହେବ । ଦୁଇ ଟିକା ନିର୍ମାତା କଂପାନୀ କହିଛନ୍ତି ସେମାନଙ୍କ ପାଇଁ ଲୋକଙ୍କ ଜୀବନ ବଂଚାଇବା ସବୁଠୁ ଜରୁରୀ ।

from Kanak News
via <a href="https://ifttt.com/?

ମାହାଙ୍ଗା ବିଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡରେ ୪ ଗିରଫ । କାହିଁକି କୂଳମଣୀଙ୍କୁ କରାଗଲା ହତ୍ୟା ? ନଜର ପକାନ୍ତୁ କେତୋଟି କାରଣ… ?

କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣୀ ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାର ପ୍ରକୃତ କାରଣ କ’ଣ? ଏହାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । କିଏ ରାଜନୈତିକ ବିବାଦର ପରିମାଣ କହୁଛି, ତ ଆଉ କିଏ କହୁଛି ବ୍ୟକ୍ତିଗତ ବିବାଦର ଫଳ । ପ୍ରକୃତ କାରଣ ନେଇ ପୁଲିସ୍ ତଦନ୍ତ କରୁଥିବା ବେଳେ କ’ଣ ହୋଇପାରେ ହତ୍ୟାକାଣ୍ଡ ପଛର କାରଣ ।

କାରଣ ନମ୍ବର-୧
ସରକାରୀ ଅନୁଦାନ
ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ସ୍ଥାନୀୟ ସରପଂଚଙ୍କ ସ୍ୱାମୀ ଏବଂ ସମିତି ସଭ୍ୟ ଥିବା କୂଳମଣୀ ବରାଳଙ୍କ ପୁଅଙ୍କ ଭିତରେ ସରକାରୀ ଟଙ୍କାକୁ ନେଇ ଅନେକ ସମୟରେ ମୁହାଁମୁହିଁ ଭଳି ସ୍ଥିତି ସୃଷ୍ଟି ହୋଇଛି । ଟଙ୍କା ଖର୍ଚ୍ଚକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଥିବା ବିବାଦ ପରବର୍ତୀ ସମୟରେ ହିଂସାର ରୁପ ନେଇଥାଇପାରେ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଅଭିଯୋଗ କରି ଆସୁଥିଲେ ମୃତ କୂଳମଣୀ । ଯାହା ହତ୍ୟାକାଣ୍ଡର ପ୍ରମୁଖ କାରଣ ହୋଇପାରେ ।

କାରଣ ନମ୍ବର-୨
ରାଜନୈତିକ ବିବାଦ
ମାହାଙ୍ଗାରେ ଶାସକ-ବିରୋଧୀ କର୍ମୀଙ୍କ ଭିତରେ ଛକାପଞ୍ଝା କାହାରିକୁ ଅଛପା ନାହିଁ । ସ୍ଥାନୀୟ ରାଜନୀତିରେ ବେଶ୍ ସକ୍ରିୟ ଥିବା କୁଳମଣୀ ବରାଳ ଏବଂ ପ୍ରତିପକ୍ଷ ଗୋଷ୍ଠୀ ମଧ୍ୟରେ ନିୟମିତ ବ୍ୟବଧାନରେ ମୁହାଁମୁହିଁ ହେଉଥିଲା । ଆଉ ଏହା ପଛରେ ଥିଲା ରାଜନୈତିକ ପ୍ରତିଦ୍ୱନ୍ଦିତା । ଆଉ ଏହି ପ୍ରତିନ୍ଦ୍ୱନ୍ଦିତା ହିଂସାର ରୁପ ନେଇ ହତ୍ୟାକାଣ୍ଡର ରୁପ ନେଇଥିବା ଆଶଙ୍କା କରାଯାଉଛି ।

କାରଣ ନମ୍ବର-୩
ମିଛ ମାମଲା
ମୃତ କୂଳମଣୀ ବରାଳଙ୍କ ଗୋଷ୍ଠୀ ଏବଂ ପ୍ରତିପକ୍ଷ ଗୋଷ୍ଠୀ ମଧ୍ୟରେ ନିୟମିତ ପାଟିତୁଣ୍ଡ ଓ ଝଗଡ଼ା ହେଉଥିଲା । ଆଉ ଯେତେ- ବେଳେ ବି ଗଣ୍ଡଗୋଳ ହେଉଥିଲା, ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀ ନାଁରେ ସମୁହ ମାମଲା ରୁଜୁ କରୁଥିଲା । ଦୁଇ ଗୋଷ୍ଠୀ ନାଁରେ ୩୦ରୁ ୪୦ ଜଣ ଲେଖାଏଁଙ୍କ ନାଁରେ ମାମଲା ରହିଛି । ସଂପୃକ୍ତ ଥାଉ କି ନଥାଉ, ଗଣ୍ଡଗୋଳ ପାଇଁ ମିଛ ମାମଲା ଅନ୍ୟତମ କାରଣ ହୋଇପାରେ ।

କାରଣ ନମ୍ବର-୪
ପତିଆରା ବିବାଦ
ଦୁଇ ଗୋଷ୍ଠୀ ମଧ୍ୟରେ ପତିଆରାର ଲଢ଼େଇ ହତ୍ୟାକାଣ୍ଡର ଆଉ ଏକ କାରଣ ହୋଇପାରେ । ୭୦ ଦଶକରୁ ରାଜନୀତିରେ ଥିଲେ କୁଳମଣୀ । ଏହାରି ଭିତରେ ଦଳ ବଦିଳିଛି, ଶାସନ ବଦଳିଛି । ଆଉ ଏହାରି ଭିତରେ କେତେବେଳେ ତାଙ୍କ ଗୋଷ୍ଠୀ ମଜବୁତ ହୋଇଛନ୍ତି, ତ ଆଉ କେତେବେଳେ ପ୍ରତିପକ୍ଷ ଗୋଷ୍ଠୀ ତାଙ୍କ ଗୋଷ୍ଠିକୁ ଭାରି ପଡ଼ିଛନ୍ତି ।

କାରଣ ନମ୍ବର-୫
ମନ୍ତ୍ରୀଙ୍କ ସୁରକ୍ଷା ?
ଦୁଇ ଗୋଷ୍ଠୀର ବିବାଦ ଭିତରେ ଗୋଟିଏ ଗୋଷ୍ଠୀ, କ୍ଷମତାଶାଳୀ ନେତା ଓ ମନ୍ତ୍ରୀଙ୍କ ସୁରକ୍ଷା ପାଉଥିବା ନେଇ ଅଭିଯୋଗ ହେଉଛି । ଆଉ ମନ୍ତ୍ରୀ ନେତାଙ୍କ ସୁରକ୍ଷା ପାଇ ଗୋଟିଏ ଗୋଷ୍ଠୀ ହିଂସାକାଣ୍ଡ ଘଟାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

କାରଣ ନମ୍ବର-୬
ସବର୍ଣ୍ଣ-ଅସବର୍ଣ୍ଣ ବିବାଦ
ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ହତ୍ୟାକାଣ୍ଡର ଆଉ ଗୋଟିଏ କାରଣ ହୋଇପାରେ । ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିବା ପଂଚାନନ ସେଠୀଙ୍କ ଜାତିକୁ ନେଇ ଅନେକ ସମୟରେ ଆକ୍ଷେପ ନେଇ ମଧ୍ୟ ଅଭିଯୋଗ ହୋଇଛି । ଆଉ ଏହି ପ୍ରସଙ୍ଗକୁ ନେଇ ଏକାଧିକ ଥର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ମଧ୍ୟ ହୋଇଛି ।

କାରଣ ନମ୍ବର-୭
ଗୋଷ୍ଠୀ ବିବାଦ
ଶେଷଥର ପାଇଁ ଗତ ୨୭ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ନାସାମ୍ନି ସ୍ଥିତି ଦେଖିବାକୁ ମିଳିଲା । ଉଭୟ ପକ୍ଷରୁ ଶୋଭାଯାତ୍ରା କରି ଗୋଟିଏ ଗୋଷ୍ଠି ଆଉ ଗୋଟିଏ ଗୋଷ୍ଠୀ ଉପରେ ଆକ୍ଷେପ କରିଥିଲେ । ଏହା ପୂର୍ବରୁ ଅନେକ ଥର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ହୁଏତ ଏହି ଗୋଷ୍ଠୀ ବିବାଦ ଏହି ହତ୍ୟାକାଣ୍ଡର କାରଣ ହୋଇପାରେ ।

from Kanak News
via <a href="https://ifttt.com/?

ସ୍କୁଲ ଖୋଲିଲା, କରୋନା ମାଡିଲା ! ୯ ମାସ ପରେ ସ୍କୁଲ ଖୋଲୁ ଖୋଲୁ ୬୨ ଶିକ୍ଷକ ହେଲେ କୋଭିଡ୍ ପଜିଟିଭ୍

କନକ ବ୍ୟୁରୋ: କରୋନା ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରର ଅବସ୍ଥା ଧୀରେଧୀରେ ସୁଧୁରିବାରେ ଲାଗିଛି। ମନ୍ଦିର ଓ ଅନ୍ୟ ଧାର୍ମିକସ୍ଥଳ ପରେ ୯ମାସ ପରେ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇଥିଲେ। ଏହି ଅନୁମତି ପରେ ଗତ ସୋମବାର ସକାଳେ ସ୍କୁଲ ଖୋଲିଥିଲା। କରୋନାକୁ ନେଇ ଜାରି ହୋଇଥିବା ନୂଆ ଗାଇଡଲାଇନ ମୁତାବକ ସ୍କୁଲରେ ଶିକ୍ଷକଙ୍କ କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୬୨ଜଣ ଶିକ୍ଷକଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଥିଲା। ଏହା ଅଭିଭାବକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ଖେଳି ଯାଇଛି।

ରାଜ୍ୟର ୧୩୨୪ ଗ୍ରାମୀଣ ଏବଂ ସହର ଅଞ୍ଚଳରେ ଥିବା ୮୪୬ ସ୍କୁଲରେ ନବମଠାରୁ ଦ୍ବାଦଶ ଯାଏଁ ଶିକ୍ଷାର୍ଥୀଙ୍କୁ ପାଠପଢ଼ା ଆରମ୍ଭ କରାଯାଇଛି। କରୋନା ମାର୍ଗଦର୍ଶିକା ଅନୁସାରେ ୭୦୬୩ ଶିକ୍ଷକ ଏବଂ ୨୫୦୦କର୍ମଚାରୀଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୬୨ଶିକ୍ଷକ ଏବଂ ୧୦ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିବା କୁହାଯାଉଛି। ସ୍କୁଲରେ କରୋନା ସଂକ୍ରମଣ ରୋକିବା ପାଇଁ କରୋନା ଗାଇଡଲାଇନର ପାଳନ କରାଯାଉଛି।

ଗୋଟିଏ ଦିନରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯାଇଛି। ସେହିପରି ପଞ୍ଜାବର ଅମ୍ବାଲାରେ ବି କିଛି ସ୍କୁଲ ଖୋଲିଥିବା ବେଳେ ଅଧ୍ୟାପକ ଓ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ କରୋନା ଗାଇଡଲାଇନକୁ ଧ୍ୟାନରେ ରଖିବା ସହିତ ସଂକ୍ରମଣକୁ ରୋକିବା ପାଇଁ ପୂରା ପଦକ୍ଷେପ ନିଆଯାଉଥିବା ସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି।

from Kanak News
via <a href="https://ifttt.com/?

୧୧ରୁ ଖୋଲିବ ଉତ୍କଳ ବିଶ୍ୱବିଦ୍ୟାଳୟ । ହଷ୍ଟେଲ ପିଲାଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।

କନକ ବ୍ୟୁରୋ: ଆସନ୍ତା ୧୧ ତାରିଖ ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ପ୍ରସ୍ତୁତି ବୈଠକ । ପିଜି କାଉନସିଲ ସମ୍ମିଳନୀ ଗୃହରେ ଏହି ବୈଠକ ଆୟୋଜନ ହୋଇଛି। ବୈଠକ ପରେ କୁଳପତି ସବିତା ଆଚାର୍ୟ୍ୟ ସୂଚନା ଦେଇଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ତିନିଦିନ ତଳର କୋଭିଡ ନେଗେଟିଭ ରିପୋର୍ଟ ପ୍ରଦର୍ଶନ ଆଧାରରେ ଅନ୍ତେବାସୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ।

ଯେଉଁମାନଙ୍କ ପାଖରେ ଟେଷ୍ଟ ରିପୋର୍ଟ ନଥିବ ସେମାନଙ୍କ ଲାଗି କ୍ୟାମ୍ପସରେ ଏକ କୋଭିଡ ଟେଷ୍ଟ କ୍ୟାମ୍ପ ଖୋଲାଯିବ। ସେଠାରେ ମାଗଣାରେ ଟେଷ୍ଟ କରାଯାଇ ଛଡ଼ାଯିବ। ପୂରା କ୍ୟାମ୍ପସକୁ ବିଶୋଧନ କରାଯିବ। କୋଭିଡ ନିୟମ ପାଳନ କରାଯାଇ ଶିକ୍ଷାଦାନ କରାଯିବ। ସବୁ ବିଭାଗୀୟ ମୁଖ୍ୟ ଓ ହଷ୍ଟେଲ ସୁପରିଣ୍ଟେଡେଣ୍ଟ ଙ୍କ ସହ ବୈଠକ ପରେ ସୂଚନା ଦେଲେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ।

from Kanak News
via <a href="https://ifttt.com/?

ବ୍ରିଟେନରେ ସ୍ଥିତି ସାଙ୍ଘାତିକ । ଭାରତ ଆସିବେନି ବୋରିସ୍ । ମୋଦିଙ୍କୁ ଫୋନ କରି ଗସ୍ତ ବାତିଲ କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

କନକ ବ୍ୟୁରୋ: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ । ଆସନ୍ତା ଜାନୁଆରି ୨୬ରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁଥିବା ଗଣତନ୍ତ୍ର ଦିବସ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ । ଆଜି ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥାହୋଇ ଭାରତ ଗସ୍ତ ଲାଗି ନିଜ ଅକ୍ଷମତାକୁ ପ୍ରକାଶ କରିଥିଲେ । ଏହି ଟେଲିଫୋନ ଆଲୋଚନା ବେଳେ ଦୁଇ ରାଷ୍ଟ୍ରମୁଖ୍ୟ ଦ୍ବିପାକ୍ଷିକ ଓ ଅନ୍ୟ ଦେଶମାନଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ କରିବା ଲାଗି ସହମତ ହୋଇଥିଲେ ।

ତେବେ ବ୍ରିଟେନରେ ଏବେ କରୋନା ଭୁତାଣୁର ନୂଆ ପ୍ରକାର ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ପୁଣି ଥରେ ଲକଡାଉନ ଘୋଷଣା କରାଯାଇଛି । ଏ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବା ସମ୍ଭବ ନୁହେଁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଛି ।

ବ୍ରିଟେନରେ ନୂଆ କରୋନା ସଂକ୍ରମଣ ବ୍ୟାପିଚାଲିଥିବାବେଳେ ବ୍ରିଟେନରେ ଲକଡାଉନ ଘୋଷଣା କରାଯାଇଛି । ଲୋକମାନଙ୍କୁ ଘରେ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଗାମୀ କିଛି ସପ୍ତାହ ବେଶ ଆହ୍ବାନମୂଳକ ରହିବ ବୋଲି ଜନସନ ନିଜ ଦେଶବାସୀଙ୍କୁ କହିଛନ୍ତି ।

from Kanak News
via <a href="https://ifttt.com/?

ବିଚ୍ ରାସ୍ତାରେ ବିଡା ବିଡା ଟଙ୍କା । ରାଜଧାନୀ ରାସ୍ତା ଉପରେ ପଡିଛି ୫୦୦ ଟଙ୍କିଆ ବଣ୍ଡଲ ।

କନକ ବ୍ୟୁରୋ: ବିଚ ରାସ୍ତାରେ ବିଡା ବିଡା ଟଙ୍କା । ରାଜଧାନୀ ରାସ୍ତା ଉପରେ ପଡିଛି ୫୦୦ ଟଙ୍କିଆ ନୋଟ୍ ବିଡା । ଭୁବନେଶ୍ୱର ଗଙ୍ଗନଗର ଛକରେ ରାସ୍ତା ଉପରେ ୩ଟି ୫୦୦ ଟଙ୍କିଆ ନୋଟ ବିଡା ପଡିଛି ।  ସେ ଟଙ୍କା କିଏ ପକାଇଛି ଓ କେଉଁଠୁ ଆସିଲା ତାହା ଜଣାପଡିନଥିବା ବେଳେ ପୁଲିସ  ଘଟଣା ସ୍ଥଳରେ ଟଙ୍କା ବିଡାକୁ ଜବତ କରିଛି ।

ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଗଙ୍ଗନଗର ଛକ ନିକଟରେ ଦୁଇ ବାଇକ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଦୁଇ ବାଇକ ଆରୋହୀ ତଳେ ପଡିଯାଇଥିଲେ । ଜଣେ ବାଇକ୍ ଆରୋହୀଙ୍କ କାନ୍ଧରେ ଥିବା ବ୍ୟାଗରୁ ୫୦୦ ଟଙ୍କିଆ ତିନୋଟି ବଣ୍ଡଲ ଗଳିପଡିଲା । ମାତ୍ର ବାଇକ ଆରୋହୀ ଟଙ୍କା ଛାଡି ଛୁ ମାରିିଥିବା ପ୍ରତ୍ୟେକ୍ଷଦର୍ଶୀ କହୁଥିବା ବେଳେ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଜବତ କରିଛି । ତେବେ ରାସ୍ତା ଉପରେ ବିଡା ବିଡା ଟଙ୍କା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

from Kanak News
via <a href="https://ifttt.com/?

ବଡ ଖବର: ଭୂତାଣୁ ଭୟ ଭିତରେ ଭ୍ୟାକସିନର ଭଲ ଖବର । ଆଗାମୀ ୧୦ ଦିନ ଭିତରେ ଦେଶରେ ହୋଇପାରେ ଟୀକାକରଣ ।

କନକ ବ୍ୟୁରୋ: କରୋନା ଟୀକାକରଣ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଦେଶରେ ଆରମ୍ଭ ହେବାକୁ ଯାଉଛି ଟୀକାକରଣ । ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହୋଇପାରେ ଟୀକାକରଣ । ଜାନୁୟାରୀ ୧୩ କିମ୍ବା ୧୪ ଭିତରେ ଦେଶରେ ହୋଇପାରେ ଟୀକାକରଣ । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

ତେବେ ଭାଇରସ ଭୟ ଭିତରେ ଭ୍ୟାକସିନ ନେଇ ଭଲ ଖବର ଆସିଛି । ଏହାରି ଭିତରେ ଡ୍ରାଏରନ ସରିଛି । କୋଭାକ୍ସିନ, କୋଭାସିଲ୍ଡକୁ ମଧ୍ୟ ମଞ୍ଜୁରୀ ମିଳିଛି । ତେଣୁ ଆଗାମୀ ୧୦ ଦିନ ଭିତରେ ହୋଇପାରେ ଟୀକାକରଣ ।

from Kanak News
via <a href="https://ifttt.com/?

ସାବଧାନ ଫେସବୁକ ବ୍ୟବହାରକାରୀ ! ଆକାଉଣ୍ଟ ଖାଲି କରି ଦେଉଛି ନ୍ୟୁଡ କଲ୍ । ଏବେ ଅନଲାଇନ ଠକେଇର ନୂଆ ତରିକା ଆପଣେଇଛନ୍ତି ସାଇବର ଠକ ।

କନକ ବ୍ୟୁରୋ : ଫେସବୁକରେ ଆପଣଙ୍କୁ ଆସୁଛି କି ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ । ତେବେ ତାକୁ ଆକ୍ସେପ୍ଟ କରିବା ଆଗରୁ ଅନେକ ଥର ଭାବି ନିଅନ୍ତୁ । କାରଣ ଏହି ଅଜଣା ଲୋକମାନେ ହିଁ ଆପଣଙ୍କୁ ବିଭିନ୍ନ ମାଧ୍ୟମରେ ଠକି ପାରନ୍ତି । ଆପଣଙ୍କ ଏହି ଅଜଣା ବନ୍ଧୁଙ୍କ ଯୋଗୁଁ ଆପଣ ବିପଦରେ ପଡିପାରନ୍ତି । ବିଭିନ୍ନ ପ୍ରକାର ପ୍ରଲୋଭନ ଓ ବ୍ଲାକମେଲିଂ କରି ସେମାନେ ଆପଣଙ୍କଠାରୁ ଲୁଟି ପାରନ୍ତି ଅନେକ ଟଙ୍କା ।

ଆଜିକାଲି ଫେସବୁକରେ ଅନେକ ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥାଏ । ଯାହାକୁ ଆମେ ନଜଣା ନଚିହ୍ନି ମଧ୍ୟ ଆକ୍ସେପ୍ଟ କରିଥାଉ । ଆଉ ଏହାରି ମାଧ୍ୟମରେ ବନ୍ଧୁତା ବଢିଥାଏ । ଯାହାକି ଆମକୁ ପରେ ବିପଦରେ ପକାଇଥାଏ । ଏଭଳି ଲୁଟେରାଙ୍କଠାରୁ ବଞ୍ଚିବାକୁ ପୋଲିସ ତରଫରୁ ସଚେତନ ମଧ୍ୟ କରାଯାଉଛି ।

କେମିତି ଲୁଟନ୍ତି ଏହି ସାଇବର ଠକ? ଏନେଇ ଏକ ସତର୍କମୂଳକ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ ।

-ପ୍ରଥମେ ସାଇବର ଠକ ଯେଉଁମାନଙ୍କ ଫେସବୁକ ଆକଉଣ୍ଟ ଅଛି ସେମାନଙ୍କ ପ୍ରୋଫାଇଲକୁ ଯାଇ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାନ୍ତି ।
-ଏହାପରେ ମେସେନଞ୍ଜର ମାଧ୍ୟମରେ ମେସେଜ ପଠାଇ ବନ୍ଧୁତା ବଢାଇଥାନ୍ତି ।
-ପରେ ହ୍ୱାଟସାପ ନମ୍ବର ନେଇ ଅଡିଓ ଓ ଭିଡିଓ କଲ କରିବାକୁ ଅନୁରୋଧ କରନ୍ତି ।
-କିଛିଦିନ ପରେ ଉଭୟଙ୍କମଧ୍ୟରେ ଅଶ୍ଲୀଳ ଚାଟ ଓ ଭିଡିଓ କଲ ହୋଇଥାଏ । ଯାହାକୁ ସାଇବର ଠକ ସ୍କିନ ସଟ ନେଇ ରଖି ଦିଅନ୍ତି ।
-ଏହାପରେ ଏହି ଭିଡିଓ ମାଧ୍ୟମରେ ସାଇବର ଠକ ବ୍ଲାକମେଲିଂ କରିଥାଏ । ଆଉ ଗୁଗୁଲ ପେ, ଫୋନ ପେ’ରେ ଟଙ୍କା ପଠାଇବାକୁ ଦାବି କରିଥାଏ ।

ଏହି ସାଇବର ଠକ ଅନ୍ୟ ଏକ ଉପାୟରେ ମଧ୍ୟ ଲୋକଙ୍କୁ ଠକିଥାନ୍ତି । ପ୍ରଥମେ ସେମାନେ କଥା ହେବା ସହ ଆପଣଙ୍କୁ ବିଭିନ୍ନ ଦାମୀ ଗିଫ୍ଟ ପଠାଇବାକୁ କହି ପ୍ରଲୋଭନ ଦେଖାନ୍ତି । ଯାହା ମାଧ୍ୟମରେ ଆପଣ ଠକାମୀର ଶିକାର ହୋଇଥାନ୍ତି । ଶୁଣନ୍ତୁ ଏନେଇ କଣ କହୁଛନ୍ତି ସାଇବର ଏକ୍ସପର୍ଟ ।

ଏଭଳି ଅନେକ ଅଭିଯୋଗ ଗତକିଛି ଦିନ ହେବ ଥାନାରେ ରିପୋର୍ଟ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ସଚେତନ କରାଯାଉଛି ଅଜଣା ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଲେ ତାକୁ ଭଲ ଭାବେରେ ଯାଞ୍ଚ କରନ୍ତୁ । ଆଉ ସନ୍ଦେହ ହେଲେ ସେମାନଙ୍କଠାରୁ ଦୂରେଇ ରୁହନ୍ତୁ । ଏହାସହ ଅଶ୍ଲୀଳ ଚାଟ୍୍ ଓ ଭିଡିଓ କଲିଂ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।

from Kanak News
via <a href="https://ifttt.com/?

ଆନ୍ଧ୍ରର ଚାଲାଖିକୁ ଧରିଲା ଓଡିଶା । ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ସତ୍ୱେ ପଟାଙ୍ଗୀର ସମ୍ବାଇରେ ହୋଇପାରୁନି ସୀମା ବିବାଦର ସମାଧାନ ।

କନକ ବ୍ୟୁରୋ : ପୁଣି ସୀମାନ୍ତରେ ତେଜିଲା ବିବାଦ । ପଥର ଚିହ୍ନକୁ ଭାଙ୍ଗିଦେଲା ଆନ୍ଧ୍ର । ସବୁ ବେଳେ ବିବାଦର ଦାନା ବୁଣୁଥିବା ପଡୋଶୀକୁ କଡ଼ା ଜବାବ ଦେବା ପାଇଁ ଏକଜୁଟ ହୋଇଛନ୍ତି ଓଡ଼ିଶା ସୀମାନ୍ତ ବାସୀ । ଆନ୍ଧ୍ର ସରକାରଙ୍କ ବିରୋଧରେ ଗର୍ଜିଲେ ଓଡ଼ିଆ ନେତା । ସୀମାନ୍ତରେ ରାଲି କରିବା ସହ ସାବଧାନ ରହିବାକୁ ଦେଲେ ଚେତାବନି । ମୁଖ୍ୟ ମନ୍ତ୍ରୀଙ୍କ ପାଖରେ ସୀମା ବିବାଦର ପୁରା କାହାଣୀ ପହଚିଂବ ବୋଲି କହିଛନ୍ତି ନେତା ।

ସୀମାନ୍ତବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରୁନି ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା । କାରଣ ସୀମାରେ ବାରମ୍ବାର ବିବାଦର ସୂତ୍ରପାତ କରୁଛି ପଡୋଶୀ ଆନ୍ଧ୍ର । ଏବେ ପୁଣି କୋରାପୁଟ ପଟାଙ୍ଗୀ ବ୍ଳକ ସମ୍ବାଇ ପଚାଂୟତରେ ଶାନ୍ତ ପରିବେଶକୁ ଭଙ୍ଗ କରୁଛି ଆନ୍ଧ୍ର । ପ୍ରଶାସନ ପୋତିଥିବା ପଥର ଚିହ୍ନକୁ ଭାଙ୍ଗି ଦେଉଛି ।

ସୁନାବେଡ଼ା ସୀମା ବିବାଦର ସମାଧାନ ପାଇଁ ଓଡିଶା-ଆନ୍ଧ୍ରର ସ୍ଥାନୀୟ ପଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ମାଡ଼୍ରାସ ପ୍ରେସିଡ଼େନସି ଅମଳର ପଥର ଚିହ୍ନକୁ ନେଇ ହୋଇଥିବା ଚୁକ୍ତି ଅନୁଶାରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଚାଲିଥିଲା । ଆଉ ଏତିକି ବେଳେ ଆନ୍ଧ୍ର ସୀମାନ୍ତ ବାସିନ୍ଦା ରାତି ଅଧିଆ ଓଏମ ପଥର ଚିହ୍ନକୁ ଭାଙ୍ଗି ଓଡ଼ିଶା ସୀମାରେ ପୋତି ଦେଇଛନ୍ତି । ଯାହାକୁ ନେଇ ଉଭୟ ସୀମାନ୍ତ ବାସୀଙ୍କ ମଧ୍ୟରେ ଟକ୍ରା ଟକରି ପରିସ୍ଥିତି ସୃଷ୍ଟି ହୋଇଛି ।

ଆନ୍ଧ୍ର-ଓଡିଶା ସୀମାରେ ପୁଣି ଉତେଜନା ସୃଷ୍ଟି ହୋଇଥିବା ଜାଣି ଘଟଣାସ୍ଥଳରେ ପହଚିଂ ଥିଲେ ଓଡିଶାର ରାଜନେତା । କୋରାପୁଟ ଜିଲ୍ଳା ବିଜେଡ଼ି ସଭାପତି, କୋରାପୁଟ ବିଧାୟକ, ପଟାଙ୍ଗୀ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ । ଘଟଣାର ଅନୁଧ୍ୟାନ କରିବା ସହ ସମସ୍ତ ତଥ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଆନ୍ଧ୍ର ପ୍ରଦେଶ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ବିଜେଡ଼ି କୋରାପୁଟ ଜିଲ୍ଳା ସଭାପତି ଅଶ୍ୱର ପାଣିଗ୍ରାହୀ କହିଛନ୍ତି ।

ଖୁବ୍ ଶୀଘ୍ର ଏହାର ସମାଧାନ ହେବ ବୋଲି କୋରାପୁଟ ଜିଲ୍ଲାପାଳ ମଧୁସୁଦନ ମିଶ୍ର କହିଛନ୍ତି ।ସୀମା ବିବାଦର ସମାଧାନ ପାଇଁ ଯେତିକି ସମୟ ଗଡ଼ୁଛି ସେତିକି ଉତେଜନା ବଢୁଛି । ତେଣୁ ସମୟ ଥାଉ ଥାଉ ଏହାର ସମାଧାନ ନହେଲେ ଆଗକୁ ସ୍ଥିତି ଅଣାୟତ ହୋଇପାରେ ବୋଲି ବୁଦ୍ଧିଜୀବୀ ମତ ଦେଉଛନ୍ତି ।

from Kanak News
via <a href="https://ifttt.com/?

ପୂରା ବିଶ୍ୱ ପାଳୁଛି ନୂଆବର୍ଷ, କିନ୍ତୁ ୭ ବର୍ଷ ପଛରେ ରହିଛି ଏହି ଦେଶ । ବିଶ୍ୱ ୨୦୨୧କୁ ସ୍ୱାଗତ କରୁଥିବା ବେଳେ ଇଥିଓପିଆରେ ଚାଲିଛି ୨୦୧୪ । ଜାଣନ୍ତୁ ଏମିତି କାହିଁକି ?

କନକ ବ୍ୟୁରୋ: ୨୦୨୧ରୁ ସାତ ବର୍ଷ ପଛରେ ଚାଲିଛି ଦେଶ । ୨୦୧୪ରେ ଅଟକିଛି ଇଥିଓପିଆ । କ୍ୟାଲେଣ୍ଡରର ପୃଷ୍ଠା ବଦଳିଛି, ନୂଆବର୍ଷ ୨୦୨୧ ଆସିଛି । ପୂରା ବିଶ୍ୱ ୨୦୨୧କୁ ସ୍ୱାଗତ କରୁଛି । ବାଣ ଫୁଟାଇ, ନାଚି ଗାଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । କିନ୍ତୁ ବିଶ୍ୱରେ ଏମିତି ବି ଏକ ଦେଶ ଅଛି ଯେଉଁଠି ଏବେ ୨୦୧୪ ଚାଲିଛି । ଅଥାର୍ତ ପୂରା ବିଶ୍ୱଠାରୁ ଏହି ଦେଶ ୭ ବର୍ଷ ପଛରେ ରହିଛି । ବିଶ୍ୱର ଅନ୍ୟ ମାମଲାରେ ଏହି ଦେଶ ଆଗୁଆ ଥିବା ବେଳେ କ୍ୟାଲେଣ୍ଡର ମାମଲାରେ କିନ୍ତୁ ବହୁତ ପଛରେ ରହିଛି ।

ଆଫ୍ରିକା ମହାଦେଶର ଦ୍ୱିତୀୟ ସର୍ବାଧିକ ଜନସଂଖାର ଦେଶ ହେଉଛି ଇଥିଓପିଆ । ଏହି ଦେଶରେ ୮୫ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି । ତେବେ ବିଶ୍ୱର ଅନ୍ୟ ରାଷ୍ଟ୍ରରେ ଏହି ଗୋଟିଏ କ୍ୟାଲେଣ୍ଡର ବ୍ୟବହାର ହେଉଥିବା ବେଳେ ଇଥିଓପିଆ ନିଜର ଏକ କ୍ୟାଲେଣ୍ଡର ବ୍ୟବହାର କରୁଛି । ଯାହା ଗ୍ରେଗୋରିଆନ କ୍ୟାଲେଣ୍ଡର ଭାବେ ଜଣାଶୁଣା । ଏହି କ୍ୟାଲେଣ୍ଡର ବିଶ୍ୱର ଅନ୍ୟ କ୍ୟାଲେଣ୍ଡର ଠାରୁ ପ୍ରାୟ ୭ ମାସ ପଛୁଆ । ସବୁଠୁ ବଡ କଥା ହେଲା, ବିଶ୍ୱର ଅନ୍ୟ ରାଷ୍ଟ୍ର ଜାନୁଆରୀ ୧ରେ ନୂଆବର୍ଷ ପାଳୁଥିବା ବେଳେ ଇଥିଓପିଆରେ ପ୍ରତି ୧୩ ମାସ ବ୍ୟବଧାନରେ ୧୧ ସେପ୍ଟେ୍ମ୍ବରରେ ନୂଆବର୍ଷ ପାଳନ ହୋଇଥାଏ ।

ଗ୍ରେଗୋରିଆନ କ୍ୟାଲେଣ୍ଡର ୧୫୮୨ରୁ ପ୍ରଚଳିତ ହୋଇଥିଲା । ଏହାପୂର୍ବରୁ ଏଠାରେ ଜୁଲିଅନ କ୍ୟାଲେଣ୍ଡରର ପ୍ରଚଳନ ହେଉଥିଲା । ତେବେ କ୍ୟାଥୋଲିକ ଚର୍ଚ୍ଚକୁ ମାନୁଥିବା ଦେଶ ନୂଆ କ୍ୟାଲେଣ୍ଡରକୁ ଗ୍ରହଣ କରିନେଇଥିବା ବେଳେ ଅନେକ ଦେଶ ଏହାକୁ ବିରୋଧ ମଧ୍ୟ କରୁଥିଲେ । ଯେଉଁ ଦେଶ ମଧ୍ୟରେ ଇଥିଓପିଆ ମଧ୍ୟ ରହିଥିଲା । ଇଥିଓପିଆରେ ୧୩ ମାସରେ ଗୋଟିଏ ବର୍ଷ ହୋଇଥାଏ । ଏହି ୧୩ ମାସ ମଧ୍ୟରୁ ୧୨ ମାସ ୩୦ ଦିନ ଲେଖାଏଁ ହୋଇଥିବା ବେଳେ ଶେଷ ମାସକୁ ପାଗ୍ୟୁମେ କୁହାଯାଇଥାଏ । ଏହି ମାସଟି ୫ରୁ ୬ ଦିନ ହୋଇଥାଏ । ଏହି ଶେଷ ମାସଟିକୁ ସେହି ଦିନ ଗୁଡିକୁ ଯୋଡି ବନାଯାଇଛି ଯେଉଁ ଦିନ ଗୁଡିକ କୌଣସି କାରଣବଶତଃ ବାର୍ଷିକ ଗଣତିରେ ଆସିନଥାଏ ।

ଇଥିଓପିଆର ଅଧିକାଂଶ ପର୍ଯ୍ୟଟନସ୍ଥଳୀ ୟୁନେସ୍କୋର ହରିଟେଜ ସାଇଟରେ ସାମିଲ ହୋଇଛି । ଯେଉଁଥିପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଇଥିଓପିଆ ଆସିଥାନ୍ତି । ତେବେ କ୍ୟାଲେଣ୍ଡର ଓ ତାରିଖ ପାଇଁ ଏଠାରେ ହୋଟେଲ ବୁକିଂ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେବେ ୧୧ ସେପ୍ଟେମ୍ବରରେ ପାଳନ ହେଉଥିବା ନୂଆବର୍ଷ ଏଠାରେ ବେଶ ଜାକଜମକରେ ହୋଇଥାଏ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started