ମାହୁନ୍ତ ଡାକୁଛି, ହାତୀ ହଁ ମାରୁଛି… ମଣିଷ ପ୍ରଶ୍ନର ଉତ୍ତର ଦେଉଛି ପଶୁ । ସିନେମା ନୁହେଁ ଏ ସତ କାହାଣୀ ।

କନକ ବ୍ୟୁରୋ: ମଣିଷ ଡାକୁଛି, ହାତୀ ହଁ ମାରୁଛି । ଠାରରେ ଠାରରେ ମଣିଷ ପଚାରୁଥିବା ପ୍ରତିଟି ପ୍ରଶ୍ନର ଉତ୍ତର ଦେଉଛି ପଶୁ । କେବେ ଶୁଣ୍ଢ ହଲାଇ ହଁ କରୁଛି ତ କେବେ ଆଖିର ଇସାରାରେ ଆଜ୍ଞା କହୁଛି । ଟିକେ ଭଲରେ ଦେଖିଲେ ଜାଣି ହେବ ପଶୁ-ମଣିଷ ଭିତରର ଏ ଭଲପାଇବା । ମାହୁନ୍ତ ମୁଣ୍ଡରେ ନିଜ ଶୁଣ୍ଢ ଲଗାଇ କେମିତି ଗେହ୍ଲା ହେଉଛି ତାହା ତାମିଲନାଡୁରୁ ଆସିଥିବା ଏ ଦୃଶ୍ୟ ହିଁ ବଖାଣୁଛି । ଆଉ ମନେପକାଇ ଦେଉଛି ବଲିଉଡର ସେହି ଚର୍ଚ୍ଚିତ ସିନେମା ହାତୀ ମେରା ସାଥୀ କଥା ।

ସାଧାରଣତ ହାତୀ ନାଁ ଶୁଣିଲେ ମନରେ କୌତୁହଳ ଆସେ । ପିଲାବେଳେ ଗାଁ ଦାଣ୍ଡକୁ ହାତୀ ଆସିଲେ ଆମେ ସମସ୍ତେ ହାତୀ ପଛେପଛେ ଧାଇଁଥାଉ । କିଏ ଧାନ ଦିଏ ତ କିଏ ପନିପରିବା । ଏଡେ ବଡ ଜନ୍ତୁକୁ ଦେଖି ଛାତିରେ ଯେତିକି ଛନକା ପଶେ । ହାତୀ ପାଖକୁ ଗଲେ କି ହାତୀ ପିଠିରେ ବସିବା ବେଳେ ମନରେ ଯେଉଁ ଭୟ ଥାଏ ଆଉ ମାହୁନ୍ତ ହାତୀକୁ ଇସାରାରେ ଆଶିର୍ବାଦ ଦେବାକୁ କହିବା ପରେ ଯେଉଁ ଡର କଟେ ତାହା ଏହି ପ୍ରେମଭରା ଭିଡିଓ ଦେଖିଲେ ପିଲାବେଳର ସେ ସ୍ମୃତି ଝାପ୍ସାଝାପ୍ସା ମନେପଡିଯାଏ ।

ତେବେ ତାମିଲନାଡୁ ତିରୁଚିରାପଲ୍ଲୀରେ ଥିବା ଶ୍ରୀରଙ୍ଗମ ମନ୍ଦିରରେ ଅଛି ଏକ ମାଈହାତୀ । ହାତୀର ସେବା ପାଇଁ ମନ୍ଦିର ପକ୍ଷରୁ ଜଣେ ମାହୁନ୍ତକୁ ନିୟୋଜିତ କରାଯାଇଛି । ଗାଧୋଇବାଠୁ ଆରମ୍ଭ କରି ହାତୀର ଖାଇବା ଯାଏଁ ସବୁକିଛି ମାହୁନ୍ତ ବୁଝୁଥିବାରୁ, ସେବା ଭିତରେ ସ୍ନହର ଡୋରିରେ ବାନ୍ଧିହୋଇଛି ହାତୀ । ଯାହାର ପ୍ରମାଣ ଏହି ଦୃଶ୍ୟ ହିଁ ବୟାନ କରୁଛି ।
କାନ୍ଥକୁ ଆଉଜି ବସିଥିବା ମାହୁନ୍ତ ଦେହରେ ହାତୀ ସ୍ନେହରେ ଶୁଣ୍ଢ ରହିଛି ଆଉ ମାହୁନ୍ତ ଯାହା ଯାହା ପଚାରୁଛି ସୁନାପିଲା ପରି ସବୁର ଉତ୍ତର ଦେଉଛି ମାଈ ହାତୀ । ମନ୍ଦିର ଭିତରେ ମାହୁନ୍ତ ମାଈ ହାତୀର ଭଲପାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କୁହାଯାଏ ସନାତନ ଧର୍ମରେ ଶ୍ରୀରଙ୍ଗମ ମନ୍ଦିର ହେଉଛି ସର୍ବବୃହତ ମନ୍ଦିର ଯେଉଁଠି ତ୍ରିନାଥ ପୂଜା ପାଆନ୍ତି । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏହି ମନ୍ଦିରରେ ଏକା ସଙ୍ଗରେ ପୂଜା ପାଉଥିବାରୁ ବିଶ୍ୱାସ ରହିଛି ଏଠି ଯାହା ବି ମାନସିକ କରାଯାଏ ତାହା ପୂରଣ ହୁଏ । ଆଉ ଏପରି ଏକ ମନ୍ଦିରରେ ପଶୁ-ମଣିଷର ପ୍ରେମ କାହାଣୀ ସମସ୍ତଙ୍କୁ ମୁଗ୍ଧ କରିଛି ।

from Kanak News
via <a href="https://ifttt.com/?

ପକ୍ଷୀ ଗଣୁ ଗଣୁ ହାବୁଡିଲେ ହାତୀ ପଲ । ଚିଲିକା ବାଲିପାଟପୁରରେ ହାତୀ ପଲଙ୍କୁ ଦେଖିଲେ ପକ୍ଷୀ ଗଣନାକାରୀ । କାଦୁଅ ଫଶିଥିବା ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ଏକାଠି ହେଲେ ୧୩ଟି ହାତୀ 

କନକ ବ୍ୟୁରୋ : ପକ୍ଷୀ ଗଣନା ବେଳେ କ୍ୟାମେରାରେ କଏଦ ହେଲେ ହାତୀ ପଲ । ଚିଲିକା ହ୍ରଦ ଅଂଚଳରେ ହାତୀ ପଲଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପକ୍ଷୀଗଣନା କରୁଥିବା ବନ୍ୟପ୍ରାଣୀ ବିଭାଗର ଟିମ୍ । ହ୍ରଦ ଭିତରେ ହାତୀ । ହଠାତ ହାତୀଙ୍କୁ ଦେଖି କିଛି ଠଉରେଇ ପାରିନଥିଲେ ପକ୍ଷୀଗଣନା କରୁଥିବା ଟିମ୍ । ଏକ ମାଛ ଧରା ଡ଼ଙ୍ଗାରେ ପାଖକୁ ଯାଇ ଯାହା ଦେଖିଲେ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଏକ ବର୍ଷକର ଛୁଆ ହାତୀ ହଦ୍ର ଭିତରେ ଫସି ଯାଇଛି । ତାକୁ ଉଦ୍ଧାର କରିବା ପାଇଁ ଏକ ୧୨ରୁ ୧୩ଟିକିଆ ହାତୀ ପଲ ଲାଗିଛନ୍ତି । ୩ଟି ଦନ୍ତାହାତୀ ଛୁଆକୁ ଉଦ୍ଧାର କରିବା ପାଇଁ ଲାଗିଥିବା ବେଳେ ବାକି ହାତୀମାନେ ତାଙ୍କୁ ଘେରି ରହିଥାନ୍ତିି । କିଛି ସମୟ ପରେ ହାତୀ ଛୁଆ ଉଦ୍ଧାର ହୋଇଥିଲେ ବି ଦିନ ଥିବାରୁ ହାତୀ ପଲ ହ୍ରଦରୁ ବାହାରି ପାରିନଥିଲେ । ହ୍ରଦରେ ଥିବା ହାତୀ ପଲଙ୍କୁ ବାଇନାକୁଲର ସାହଯ୍ୟରେ ଦେଖି ପାଖକୁ ଯାଇଥିଲେ ପକ୍ଷୀ ଗଣନାକାରୀ ଟିମ୍ ।

ଆଗରୁ ଚିଲିକାରେ ପକ୍ଷୀ ଗଣନା ସମୟରେ କେବେ ଏଭଳି ଦେଖିବାକୁ ମିଳିନଥିବା କହିଛନ୍ତି ପକ୍ଷୀ ଗଣନାକାରୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୦ରୁ ୧୫ ବର୍ଷ ଭିତରେ ହ୍ରଦକୁ ହାତୀ ପଲ ଆସିନଥିଲେ । ହ୍ରଦରେ ହାତୀ ପଲଙ୍କୁ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ ପକ୍ଷୀ ଗଣନା ଟିମ୍ର ଲିଡ଼ କରୁଥିବା ଫରେଷ୍ଟ ଅଫିସର ରାଧାକାନ୍ତ ହୋତା । ଚିଲିକାରେ ହାତୀ ପଲଙ୍କୁ ହାବୁଡ଼ିଲେ ପକ୍ଷୀ ଗଣନାକାରୀ ଟିମ୍ । ଚିଲିକା ବନଖଣ୍ଡରେ ଆଜି ସକାଳୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନାରି ଟିମ୍ ଭେଟିଥିଲେ ଏହି ହାତୀପଲଙ୍କୁ ।

 ଟାଙ୍ଗୀ ବନାଂଚଳ ବାଲିପାଟପୁର ଅଂଚଳରେ ହାତୀପଲଙ୍କୁ ଦେଖିବାକୁ ମିଳିଥିଲା । ଗତରାତିରୁ ଭୂଷଣ୍ଡପୁର ଦେଇ କେତେବେଳେ ଯେ ହାତୀ ପଲ ଚିଲିକା ଆର୍ତ୍ର ଭୂମି ଭିତରେ ପଶିଥିଲେ ସେଠାକାର ଗାଁ ଲୋକ ଜାଣିପାରିନଥିଲେ । ଆଜି ସକାଳୁ ବାଲିପାଟପୁର ଘାଟରୁ ଟିମ୍ ଲିଡ଼ର ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ଏକ ଟିମ୍ ହାତୀ ପଲଙ୍କ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହାତୀ ପଲରେ ସମୁଦାୟ ୧୩ଟି ହାତୀ ଥିଲେ । ଯାହାଙ୍କ ଭିତରେ ୩ଟି ଦନ୍ତା, ଗୋଟେ ଛୋଟ ହାତୀ ଥିଲା । ସେହି ଛୁଆଟି କାଦୁଅରେ ଗଳି ପଡ଼ିଥିଲା । ଛୁଆଟିକୁ ଉଠେଇବା ପାଇଁ ସେହି ସ୍ଥାନରେ ହାତୀପଲ ରୁଣ୍ଡ ହୋଇଥିଲେ ।

from Kanak News
via <a href="https://ifttt.com/?

ମାହାଙ୍ଗା ଡବଲ ମର୍ଡରରେ ୪ ଅଭିଯୁକ୍ତ ଗିରଫ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଥିବା ନେଇ ସୂଚନା ଦେଲେ ଗ୍ରାମାଞ୍ଚଳ ଏସପି

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କଟକ ଗ୍ରାମାଞ୍ଚଳ ଏସପିଙ୍କ ସୂଚନା । ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣ ଗିରଫ ହୋଇଛନ୍ତି । ଏହାସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ମାମଲାରେ ତଦନ୍ତ ଚାଲିଛି, ଅଧିକ ତଥ୍ୟ ମିଳିଲେ ଜଣାପଡିବ ବୋଲି କହିଛନ୍ତି ଏସପି ।

ଆଜି ମାହାଙ୍ଗା ଡବଲ ମର୍ଡର ମାମଲାରେ ଡେମୋ ଦେଖାଇଲା ଅଭିଯୁକ୍ତ । ଜଣେ ଅଭିଯୁକ୍ତକୁ ପୁଲିସ ଘଟଣା ସ୍ଥଳକୁ ନେଇଥିଲା । ସେମାନେ କେମିତି ହତ୍ୟା କରିଥିଲେ ସଂପୂର୍ଣ୍ଣ ଡେମୋ କରି ଦେଖାଇଛନ୍ତି । ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇଥିଲେ । ଘଟଣା ସ୍ଥଳରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି ।

ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଛି । ୪୮ ଘଂଟା ମଧ୍ୟରେ ଅପରାଧୀଙ୍କୁ ନ ଧରିଲେ ବିଜେପି ଆନ୍ଦୋଳନ ଜୋରଦାର କରିବ ବୋଲି କହିଛି ।

from Kanak News
via <a href="https://ifttt.com/?

ନୟାଗଡ ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର ।

କନକ ବ୍ୟୁରୋ : ନୟାଗଡ ଯଦୁପୁର ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଏହାସହ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର କରିଛନ୍ତି । ପୂର୍ବରୁ ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର ।

ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି ।

ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲା ଏସଆଇଟି । ଏହାସହ ପରୀକୁ ସରୋଜ ହତ୍ୟା କରିଥିବା ନେଇ ସତ ମାନିଛି ବୋଲି ଏସଆଇଟି ପକ୍ଷରୁ ସୂଚନା ମିଳିଥିଲା । ଏହି ଆଧାରରେ ସରୋଜକୁ ଗିରଫ କରିଥିଲା ଏସଆଇଟି ।

from Kanak News
via <a href="https://ifttt.com/?

ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ମାମଲା । ଜଣେ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଲା ପୁଲିସ । କେମିତି କରିଥିଲେ ହତ୍ୟା ଦେଖାଇଲା ଡେମୋ

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ ଡେମୋ ଦେଖାଇଲା ଅଭିଯୁକ୍ତ । ଜଣେ ଅଭିଯୁକ୍ତକୁ ପୁଲିସ ଘଟଣା ସ୍ଥଳକୁ ନେଇଥିଲା । ସେମାନେ କେମିତି ହତ୍ୟା କରିଥିଲେ ସଂପୂର୍ଣ୍ଣ ଡେମୋ କରି ଦେଖାଇଛନ୍ତି । ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇଥିଲେ । ଘଟଣା ସ୍ଥଳରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି ।

ସେପଟେ ମାହାଙ୍ଗା ଥାନାରେ ପହଚିଂଛନ୍ତି ଏସପି ବି, ଯୁଗଳ କିଶୋର ଓ ଡିଆଇଜି ଆଶିଷ ସିଂ । ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଛି । ୪୮ ଘଂଟା ମଧ୍ୟରେ ଅପରାଧୀଙ୍କୁ ନ ଧରିଲେ ବିଜେପି ଆନ୍ଦୋଳନ ଜୋରଦାର କରିବ ବୋଲି କହିଛି ।

ଗତକାଲି କଟକର ବିଭିନ୍ନ ସ୍ଥାନରେ ବିଜେପି ପ୍ରତିବାଦ କରିଥିଲା । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ । ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ସବ ଓ ଜନାସମାବେସରେ ସାମିଲ ହେବାକୁ ଦେବନାହିଁ ବୋଲି ବିଜେପି କହିଛି ।

from Kanak News
via <a href="https://ifttt.com/?

ବାପା ହେଉଛନ୍ତି ଇନ୍ସପେକ୍ଟର, ଝିଅ ହେଲେ ଡିଏସପି । ଝିଅକୁ ସାମ୍ନାରେ ଦେଖି ବାପାର ଛାତି ହୋଇଗଲା କୁଣ୍ଢେମୋଟ । ଗର୍ବର ସହ ଅଫିସର ଝିଅକୁ ସାଲ୍ୟୁଟ୍ କଲେ ବାପା ।

କନକ ବ୍ୟୁରୋ : ଜଣେ ସିନିୟର ଅଫିସରଙ୍କୁ ପୋଲିସ କର୍ମଚାରୀ ସାଲ୍ୟୁଟ ମାରୁଥିବା ସାଧାରଣ କଥା । ହେଲେ ଏବେ ଆମେ ଯେଉଁ କଥା କହିବୁ ତାହା ଗୋଟିଏ ବାପାର ସଫଳ ପିତୃତ୍ୟର କାହାଣୀ । ଯେଉଁ ଝିଅକୁ ଦିନେ ବାପା କୋଳେଇ କାଖେଇ ମଣିଷ କରିଥିଲା, ଆଜି ସେହି ବାପା ଆଗରେ ବଡ ଅଫିସର ହୋଇ ଛିଡା ହୋଇଛି ଝିଅ । ଆଉ ଗର୍ବର ସହ ନିଜ ଝିଅକୁ ସାଲ୍ୟୁଟ ମାରୁଛି ବାପା । ତେବେ ଗୋଟିଏ ବାପା ପାଇଁ ଏହାଠୁ ବଡ କଥା ଆଉ କଣ ହୋଇପାରେ ।

ଘଟଣାଟି ହେଉଛି ଆନ୍ଧ୍ର ପ୍ରଦେଶର । ଆନ୍ଧ୍ରର ୱାଇ ଶ୍ୟାମ ସୁନ୍ଦର ସର୍କଲ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ । ଆଉ ତାଙ୍କ ଝିଅ ହେଉଛନ୍ତି ଜେସି ପ୍ରଶାନ୍ତି । ନିଜ ବାପାଙ୍କୁ ଅନୁସରଣ କରି ଝିଅ ମଧ୍ୟ ପୋଲିସ ବିିଭାଗରେ ଯିବାକୁ ନିଷ୍ପତ୍ତି ନେଇଥିଲା । ଆଉ ପରିଶ୍ରମ କରି ପୋଲିସ ବିଭାଗରେ ଭର୍ତ୍ତି ମଧ୍ୟ ହୋଇଛନ୍ତି । ହେଲେ ଏବେ ଝିଅ ବାପାଙ୍କଠାରୁ ଆଉ ଗୋଟିଏ ପାଦ ଆଗରେ ରହିଛନ୍ତି । ବାପା ଇନ୍ସପେକ୍ଟର ହେଲେ ଝିଅ ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି ।

ଜାନୁଆରୀ ୩ ତାରିଖରେ ଆନ୍ଧ୍ର ପ୍ରଦେଶ ପୋଲିସ ତରଫରୁ ତିରୁପତିରେ ପୋଲିସ ଡ୍ୟୁଟି ମିଟ୍ ୨୦୨୧ର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଡିଜିପି ଗୌତମ ସାୱାଙ୍ଗ । ଏହି ମିଟ୍ ଜରିଆରେ ସାମ୍ନାସାମ୍ନି ହୋଇଥିଲେ ଡିଏସପି ଝିଅ ଓ ଇନ୍ସପେକ୍ଟର ବାପା । ଏଠାରେ ବଡ ଅଫିସର ଭାବେ ଝିଅକୁ ଦେଖି ବାପାର ଛାତି କୁଣ୍ଢେମୋଟ ହୋଇଯାଇଥିଲା । ଆଉ ଝିଅର ସଫଳତା ଦେଖି ବାପାର ଆଖିରେ ଖୁସିର ଲୁହ ମଧ୍ୟ ଚାଲିଆସିଥିଲା । ବାପା-ଝିଅଙ୍କର ଏହି ହୃଦୟ ଛୁଆଁ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରଶାନ୍ତି ୨୦୧୮ ବ୍ୟାଚର ପୋଲିସ ଅଧିକାରୀ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ଡିଏସପି ଭାବେ କାର୍ଯ୍ୟରତ । ସେହିପରି ତାଙ୍କ ବାପା ଶ୍ୟାମ ସୁନ୍ଦର କଲ୍ୟାଣୀ ଡ୍ୟାମ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ସର୍କଲ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି ।

ତେବେ ବାପା ସିନା ବଡ ଅଫିସର ବୋଲି ଝିଅକୁ ସଲ୍ୟୁଟ କରିଥିଲେ । ହେଲେ ଝିଅ ବି ଭୁଲି ନଥିଲା ସଂସ୍କାର । ପ୍ରଶାନ୍ତି ମଧ୍ୟ ନିଜ ବାପାଙ୍କୁ ସାଲ୍ୟୁଟ ମାରିବା ସହ ବାପାଙ୍କ ଆଶୀର୍ବାଦ ନେଇଥିଲେ । ଏହାସହ ନିଜ ସଫଳତାର ସବୁ ଶ୍ରେୟ ନିଜ ବାପାଙ୍କୁ ଦେଇଥିଲେ ।

from Kanak News
via <a href="https://ifttt.com/?

ପରିଶ୍ରମ ହିଁ ସଫଳତାର ଚାବିକାଠି । ଯେଉଁଠି ଥିଲେ ସଫେଇ କର୍ମଚାରୀ, ସେହି ପଞ୍ଚାୟତ ଅଫିସର ହେଲେ ସଭାପତି 

କନକ ବ୍ୟୁରୋ : କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି । ଏହି କଥାକୁ ସତ କରି ଦେଖାଇଛନ୍ତି କେରଳର ଜଣେ ମହିଳା । ତାଙ୍କ କାହାଣୀ ଶୁଣିଲେ ଆପଣ ବି ପାଇବେ ପ୍ରେରଣା । ଆଉ ଜୀବନରେ ଆଗକୁ ବଢିବାରେ ଆପଣଙ୍କର ଯେଉଁ ସ୍ୱପ୍ନ ଅଛି ତାକୁ ମଧ୍ୟ ଖୁରାକ ଯୋଗାଇବ ଏହି ମହିଳାଙ୍କ କାହାଣୀ । କେରଳର ଆନନ୍ଦବଲ୍ଲି ନାମକ ଜଣେ ମହିଳା । ଦିନେ ଯେଉଁଠି ସେ ଝାଡୁ ଲଗାଉଥିଲେ ଆଜି ସେହି ପଞ୍ଚାୟତ ଅଫିସର ହୋଇଛନ୍ତି ସେ ଅଧ୍ୟକ୍ଷ । ତାଙ୍କର ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ଗତ ୧୦ ବର୍ଷ ହୋଇଯିବ ଆନନ୍ଦବଲ୍ଲି ସେହି ପଞ୍ଚାୟତ ଅଫିସରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ । ତାଙ୍କ କାମ ଥିଲା ବୈଠକରେ ଅଫିସରମାନଙ୍କୁ ଚା ଦେବା ଓ ଅଫିସ ସଫା ରଖିବା । ହେଲେ ସମୟ କଡ ଲେଉଟେଇବା ପରେ ତାଙ୍କ ଜୀବନରେ ହଠାତ ହୋଇଗଲା ବଡ ପରିବର୍ତ୍ତନ । ଯେଉଁଠି ସେ ଦିନେ ଝାଡୁ ଲଗାଉଥିଲେ ଆଜି ସେହି ଅଫିସରେ ସେ ହୋଇଛନ୍ତି ଅଧ୍ୟକ୍ଷ ।

ନିକଟରେ କେରଳରେ ହୋଇଥିବା ସିପିଆଇଏମ ନିର୍ବାଚନରେ ଆନନ୍ଦବଲ୍ଲି ୬୫୪ ଖଣ୍ଡ ଭୋଟରେ ବିଜୟ ହାସଲ କରିଥିଲେ । ତାଙ୍କୁ ଏସି, ଏସଟି ମହିଳା ସଂରକ୍ଷିତ ସିଟ ପାଇଁ ଏଠାରେ ପ୍ରାର୍ଥୀ କରାଯାଇଥିଲା । ଆଉ ତାଙ୍କ ଉପରେ ଦଳ ଯେଉଁ ବିଶ୍ୱାସ କରିଥିଲା । ବିଜୟୀ ହୋଇ ଦଳର ସେହି ବିଶ୍ୱାସକୁ ଜିତିଛନ୍ତି ଆନନ୍ଦବଲ୍ଲି ।

ଏନେଇ ଆନନ୍ଦବଲ୍ଲୀ କହିଛନ୍ତି, ଏହି ସଫଳତାରେ ମୁଁ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ଅଛି । ମତେ ଏତେ ବଡ ଦାୟିତ୍ୱ ମିଳିବ ମୁଁ କେବେ ହେଲେ ଭାବି ନଥିଲି । ମୋ ଉପରେ ବିଶ୍ୱାସ କରି ମତେ ଯେଉଁ ଦାୟିତ୍ୱ ଦିଆଯାଇଛି । ମୁଁ ତାକୁ ସଫଳତାର ସହ ସଂପନ୍ନ କରିବି ।

ଆନନ୍ଦବଲ୍ଲୀ ଯେଉଁ ପଞ୍ଚୟାତ ଅଫିସରେ ଅଧ୍ୟକ୍ଷ ଅଛନ୍ତି, ୨୦୧୧ରେ ସେ ସେହି ପଞ୍ଚୟାତ ଅଫିସରେ ଅସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ । ସେତେବେଳେ ସେ ମାତ୍ର ୨ ହଜାର ଟଙ୍କା ଦରମା ପାଉଥିଲେ । ତାଙ୍କର ପରିଶ୍ରମ ଆଉ ଇଚ୍ଛା ଶକ୍ତି ଯୋଗୁଁ ଏବେ ସେ ସେହି ପଞ୍ଚୟାତ ଅଫିସର ହୋଇପାରିଛନ୍ତି ଅଧ୍ୟକ୍ଷ ।

from Kanak News
via <a href="https://ifttt.com/?

ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲା: ମାହାଙ୍ଗା ଥାନାରେ ଏସପି ଓ ଡିଆଇଜିଙ୍କ ରୁଦ୍ଧ ଦ୍ୱାର ବୈଠକ; ସେପଟେ ଆଇନମନ୍ତ୍ରୀ ଗିରଫ ଦାବିରେ ବିଜେପି ଓ କଂଗ୍ରେସର ପ୍ରତିବାଦ

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି ପୁଲିସ । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି । ଏମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି ।  ସେପଟେ ମାହାଙ୍ଗା ଥାନାରେ ପହଚିଂଛନ୍ତି  ଏସପି ବି, ଯୁଗଳ କିଶୋର ଓ ଡିଆଇଜି ଆଶିଷ ସିଂ । ଥାନା ଭିତରେ ରୁଦ୍ଧଦ୍ୱାର ବୈଠକ ଚାଲିଛି ।

ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ  ରାଜନୀତି ଜୋର ଧରିଛି । ୪୮ ଘଂଟା ମଧ୍ୟରେ  ଅପରାଧୀଙ୍କୁ ନ ଧରିଲେ ବିଜେପି ଆନ୍ଦୋଳନ ଜୋରଦାର କରିବ ବୋଲି କହିଛି । ଗତକାଲି କଟକର ବିଭିନ୍ନ ସ୍ଥାନରେ  ବିଜେପି ପ୍ରତିବାଦ କରିଥିଲା । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ । ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ସବ ଓ ଜନାସମାବେସରେ ସାମିଲ ହେବାକୁ ଦେବନାହିଁ ବୋଲି ବିଜେପି କହିଛି ।

ଏପଟେ, ମାହାଙ୍ଗାରେ  ବିଜେପି ନେତା ଓ ସହଯୋଗୀଙ୍କ ହତ୍ୟା ଘଟଣାରେ ବିରୋଧୀଙ୍କ  ପ୍ରତିବାଦ ଜାରି ରହିଛି ।  ଆଜି କଂଗ୍ରେସ ଓ ବିଜେପି  ପକ୍ଷରୁ ଭୁବନେଶ୍ୱରରେ ପ୍ରତିବାଦ କରାଯାଇଛି । ଭୁବନେଶ୍ୱରରେ  ବିଜେପି କର୍ମୀମାନେ ମାହାଙ୍ଗା ଘଟଣାରେ  ପଦଯାତ୍ରା କରିଛନ୍ତି । ଏଥିରେ ବିଜେପି କର୍ମୀମାନେ ସାମିଲ ହୋଇଥିଲେ । ମାହାଙ୍ଗା  ଘଟଣାକୁ ନେଇ  ଉଭୟ ବିଜେପି ଓ କଂଗ୍ରେସ ବିକ୍ଷୋଭ ଜରି ରଖିଛନ୍ତି ।  କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ଶିଶୁଭବନ ଆଗରେ ବିକ୍ଷୋଭ କରିବା ସହ ଆଇନମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ ।

from Kanak News
via <a href="https://ifttt.com/?

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

କନକ ବ୍ୟୁରୋ : ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି, ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍‌.ପି, ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ. ଅଛନ୍ତି ।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଜେଲ ବିଭାଗର ଡି.ଆଇ.ଜି. ଗୋପବନ୍ଧୁ ମଲ୍ଲିକ । ସ୍ନିଗ୍ଧାରାଣୀ ମିଶ୍ର, କୋରାପୁଟ ନନ୍ଦପୁରର ସି.ଡି.ପି.ଓ. ଭାବରେ କାର୍ୟ୍ୟ କରୁଥିବା ବେଳେ ତାଙ୍କ ନାମରେ ଦୁଇଟି ଭିଜିଲାନ୍ସ କେସ୍‌ କରାଯାଇଛି  । ଏକାନ୍ତ ପ୍ରିୟ ନାୟକ, କମାଣ୍ଡାଣ୍ଟ ଭାବରେ ଓଡିଶା ସଶସ୍ତ୍ର ପୋଲିସ ସେବାରେ କାର୍ୟ୍ୟରତ ଥିଲେ । ଦୁର୍ବ୍ୟବହାର ତଥା ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଗୋଟିଏ ବିଭାଗୀୟ କାର୍ୟ୍ୟାନୁଷ୍ଠାନ କରାଯାଇଛି ।

ସେହିପରି ଗୌତମ ମଲ୍ଲିକ, ଡି.ଏସ୍‌.ପିଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ ହୋଇଛି । ଦେବେନ୍ଦ୍ର ନାଥ ବେହେରା, ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟୀ କମାଣ୍ଡାଣ୍ଟ ଭାବରେ କାର୍ୟ୍ୟ କରୁଛନ୍ତି  । ତାଙ୍କ ନାମରେ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଏକ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି  । ସତ୍ୟବ୍ରତ ରାଉତ, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୫ ଗୋଟି ଭିଜିଲାନ୍ସ କେସ୍‌ ରହିଛି  । ରମେଶ ଚନ୍ଦ୍ର ପଣ୍ଡା, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୩ ଗୋଟି ଭିଜିଲାନ୍ସ କେସ୍‌ ରହିଛି ।

ଗତ ଡିସେମ୍ବର ୩୦ ତାରିଖରେ ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

from Kanak News
via <a href="https://ifttt.com/?

୭ ବର୍ଷ ବୟସରେ ବିରଳ ସଫଳତା : ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବଲାଙ୍ଗୀରର ଭେଙ୍କଟ ରମଣ

କନକ ବ୍ୟୁରୋ : ମାତ୍ର ୭ବର୍ଷ ବୟସରେ ବିରଳ ସଫଳତା । ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି ବଲାଙ୍ଗୀରର ଭେଙ୍କଟ ରମଣ ପଟ୍ଟନାୟକ । ଟେକନୋଲୋଜିରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଆୟୋଜିତ ହୋଇଥାଏ । ଜାଭା, ଏଚଟିଏମଏଲ, ସିଏସସ ପରି କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ପାଇଁ ମାଇକ୍ରୋସଫ୍ଟ ଏହି ପରୀକ୍ଷା କରିଥାଏ ।

କ୍ଲାସ ଥ୍ରୀରେ ପଢୁଥିବା ଭେଙ୍କଟରମଣ ହ୍ୱାଇଟ ହାଟ ଜୁନିୟର ମାଧ୍ୟମରେ ୧୬୦ ଅନଲାଇନ କୋଡିଙ୍ଗ କ୍ଲାସ ସଫଳତାର ସହ କରିପାରିଥିଲେ । ଏଭଳି ସଫଳତା ପରେ ଭେଙ୍କଟଙ୍କୁ ଚେନ୍ନାଇ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ପକ୍ଷରୁ ଅତିଥି ବକ୍ତା ଭାବରେ ନିମନ୍ତ୍ରଣ ମଧ୍ୟ କରାଯାଇଛି । ଲେଟସ ରିୱାର୍ଡ କିଡସ ନାମକ ,କ ଆପ ବିକଶିତ କରି ଚର୍ଚ୍ଚାକୁ ଆସିଥିଲେ ୭ବର୍ଷର ବିଚକ୍ଷଣ ବାଳକ ଭେଙ୍କଟ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started