ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଓଡିଶା: ଟିକା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ହେବ ତଥ୍ୟ ଯାଂଚ; ଅବଜରଭେସନରେ ରଖାଯିବ ୩୦ ମିନିଟ୍

କନକ ବ୍ୟୁରୋ: ଟିକାକରଣ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି । ଏହି ମାସରେ ଓଡିଶାରେ କରୋନା ଟିକା ପହଚିଂବା ନେଇ ଆଶା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ । ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ ଅଛି । ହେଲେ ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ହେବନି । ଗତକାଲି ସ୍ୱାସ୍ଥ୍ୟସଚିବ ଏହି ସେସନ ସାଇଟର ଫିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରମାନଙ୍କୁ ଚିଠି ଲେଖିଛନ୍ତି ।

ସେସନ ସାଇଟରେ ପ୍ରତିକ୍ଷା ରୁମ, ଟିକାକରରଣ ରୁମ, ଓ ଅବଜରଭେସନ ରୁମ ଠିକ ଅଛି କି ନାହିଁ ସେମାନେ ଦେଖିବେ । ପ୍ରଥମେ ପ୍ରତିକ୍ଷା ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଂଚ ହେବ ଯେ ସେମାନଙ୍କ ନାଁ ଡାଟାବେଶରେ ଅଛି କି ନାହିଁ । ଏହା ପରେ ଟିକାକରଣ ରୁମରେ ସେମାନଙ୍କ ବାକି ତଥ୍ୟ ଯାଂଚ ହୋଇ ଟିକା ଦିଆଯିବ । ତା ପରେ ସେମାନଙ୍କୁ ଅବଜରଭେସନ ରୁମରେ ୩୦ ମିନିଟ ରଖାଯିବ । ଏବେ ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କ ଡାଟା ବେଶ ପ୍ରସ୍ତୁତ ହୋଇଛି । ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ବେଳେ କେବେଳ ଟିକାକୁ ଅପେକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।

from Kanak News
via <a href="https://ifttt.com/?

୭୦% ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ; ଗୋଟିଏ ସେକସନରେ ରହିବେ ୨୦ରୁ ୨୫ ପିଲା: ରବିବାର ସହ ୧୦୦ ଦିନର ପାଠପଢା ଉପରେ ଗୁରୁତ୍ୱ

କନକ ବ୍ୟୁରୋ:  ଆସନ୍ତା ୮ ତାରିଖରେ ରାଜ୍ୟରେ ସ୍କୁଲଗୁଡିକ ଖୋଲିବ । ଏ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି ।  ଏ ନେଇ ଆଜି ପୁଣି ପ୍ରତିକ୍ରିୟା ରଖିଛନ୍ତି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସମୀର ଦାସ କହିଛନ୍ତି,  ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ପିଲା ପଢିବେ । ବିଶୋଧନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛିା  ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିୟୁକ୍ତ ହୋଇଛନ୍ତି ।

ସେମାନେ ଜିଲ୍ଲାପାଳ ଓ ଡିଆଇଓଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ ।  ଶିକ୍ଷକ ଆବଶ୍ୟକତା ଥିଲେ  ପୂରଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।   ଶହେ ଦିନ ପାଠପଢାର ଆବଶ୍ୟକତା ରହୁଛି । ରବିବାରଦିନ ପାଠ ନ ପଢାଇଲେ  ଶହେ ଦିନ ହେବନି ।  ବର୍ତମାନ ପିଲାଙ୍କ କୋଭିଡ ଟେଷ୍ଟ ହେବା ନେଇ ନିଷ୍ପତି ହୋଇନି ।  ସ୍ୱାସ୍ୟ ବିଭାଗ କହିଲେ କରିବୁ ।  ସିଲାବସ ୩୦ ପ୍ରତିଶତ କମିଛି । ଆଉ କମିବାର ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

from Kanak News
via <a href="https://ifttt.com/?

ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ସେଂଟ୍ରାଲ ଭିଷ୍ଟାକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: ନୂଆ ସଂସଦ ନିର୍ମାଣ ପାଇଁ ରାସ୍ତା ପରିଷ୍କାର

କନକ ବ୍ୟୁରୋ: ନୂଆ ସଂସଦ ଭବନ ନିର୍ମାଣ ରାସ୍ତାରେ ଆଉ ବାଧା ନାହିଁ । ଗ୍ରୀନ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ । ମୋଦୀ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଂଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ପରିବେଶ ସୁରକ୍ଷା ତଥା ବାୟୁମଣ୍ଡଳ ପ୍ରଦୂଷଣକୁ ରୋକିବା ପାଇଁ ସବୋର୍ଚ୍ଚ ନ୍ୟାୟାଳୟ କିଛି ସର୍ତ ରଖି ପ୍ରକଳ୍ପକୁ ଅନୁମୋଦ ଦେଇଛନ୍ତି । ନିର୍ମାଣ ପୂର୍ବରୁ ହେରିଟେଜ କମିଟିର ଅନୁମତି ଜରୁରୀ କହିଛନ୍ତି ସୁପ୍ରିମକୋର୍ଟ । କମିଟିର ଅନୁମୋଦ ପାଇବା ପାଇଁ ସୁପ୍ରିମକୋର୍ଟ ପ୍ରକଳ୍ପ ପ୍ରସ୍ତାବକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ତାଳଚେରରୁ ଉଦ୍ଧାର ହେଲେ ବିରଜୁ କୁଲୁ: ସୁରନ୍ଦଗଡରୁ ନିଖୋଜ ନେଇ ଥାନାରେ ହୋଇଥିଲା ଏତଲା

କନକ ବ୍ୟୁରୋ: ସୁନ୍ଦରଗଡରୁ ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର । ୩ ଦିନ ପରେ ବିରଜୁଙ୍କୁ ଉଦ୍ଧାର କରିଛି ପୁଲିସ । ତାଳଚେର ଅଂଚଳରେ ବୁଲୁଥିବା ସମୟରେ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି । ମାନସିକ ଭାରସାମ୍ୟ ହରା ଘରୁ ବାହାରି ଟ୍ରକରେ ପଳାଇଥିଲେ । ଗତ ୨ ତାରିଖ ରାତିରେ ଘରୁ ବାହାରି ପଳାଇଥିଲେ । ଲାହୋର ଜେଲରେ ୨୫ ବର୍ଷ ରହିବା ପରେ ଓଡିଶା ଫେରିଥିଲେ ବିରଜୁ । ଗତ ନଭେମ୍ବର ୧୩ ତାରିଖରେ ବିରଜୁଙ୍କୁ ତାଙ୍କ ଗାଁ କଟଙ୍ଗକୁ ଅଣାଯାଇଥିଲା । ରୋଜଗାର ପାଇଁ ଯାଇଥିବା ବେଳେ ଅନ୍ୟମନସ୍କ ଭାବେ ୨୫ ବର୍ଷ ତଳେ ପାକ୍ ସୀମାରେ ପଶିଯାଇଥିଲେ ବିରଜୁ । ସେବେ ଠାରୁ ଲାହୋର ଜେଲ୍ରେ ବନ୍ଦୀ ଜୀବନ ବିତାଉଥିଲେ ।

ପ୍ରକାଶଥାଉକି, କୁତ୍ରା ବ୍ଲକ କଟଙ୍ଗ ପଞ୍ଚାୟତ ଜଙ୍ଗରପଡ଼ାର ମାନସିକ ଭିନ୍ନକ୍ଷମ ମାରକୁସ୍‌ କୁଲୁ ଓରଫ୍‌ ବିର୍‌ଜୁ ଛୋଟବେଳେ ଝାଡ଼ଖଣ୍ଡ ବଲବା ଗ୍ରାମ ସ୍ଥିତ ମାମୁଁ ଘରେ ରହୁଥିଲେ। ସେ ହଠାତ୍‌ ଦିନେ ଉଭାନ ହୋଇଯାଇଥିଲେ। ତା’ପରଠାରୁ ବିର୍‌ଜୁଙ୍କ ଆଉ କୌଣସି ପତ୍ତା ମିଳିନଥିଲା। ଅଜାଣତରେ ସେ ଚାଲିଚାଲି ଭାରତ ସୀମା ପାର କରି ପାକିସ୍ତାନ ସୀମା ଭିତରକୁ ପଶିଯାଇଥିଲେ। ପାକିସ୍ତାନ ସୀମାରେ ପାଦ ଦେବାପରେ ସେଠାକାର କିଛି ଲୋକ ତାଙ୍କୁ କାବୁ କରି ଶିଖରପୁରକୁ ନେଇଯାଇଥିଲେ। ସେଠାରେ ପୁଲିସ୍ ତାଙ୍କୁ ଗିରଫ କରି ସପ୍ତାହେ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଲାହୋର ଜେଲ୍‌ରେ ବନ୍ଦୀ କରାଯାଇଥିଲା।

ଏ ବିଷୟରେ ସଂପୂ୍ର୍ଣ୍ଣ ଅଜ୍ଞ ଥିଲେ ପରିବାର। ପୁଅର ଫେରିବା ବାଟକୁ ଚାହିଁ ତାଙ୍କ ବାପା-ମା’ ବି ଆରପାରିକୁ ଚାଲିଗଲେ। ଏମିତିକି ଅନ୍ୟ ପ୍ରିୟଜନ ବି ବିର୍‌ଜକୁ ଏକରକମର ଭୁଲି ସାରିଥିଲେ। ତେବେ ୨୦୧୯ ମସିହାରେ ହଠାତ୍‌ ବିର୍‌ଜୁଙ୍କ ଘରେ ପୁଲିସ ପହଞ୍ଚିଥିଲା। ବିର୍‌ଜୁ ପାକିସ୍ତାନ ଜେଲରେ ବନ୍ଦୀ ଥିବା ପୁଲିସ ସୂଚନା ଦେଇଥିଲା। ପାକିସ୍ତାନ ଜେଲ୍‌ରେ ପ୍ରାୟ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ସେ ଅକ୍ଟୋବର ୨୬ ରେ ମୁକୁଳିଥିଲେ। ୱାଘା ସୀମାରେ ତାଙ୍କୁ ଭାରତୀୟ ଅଧିକାରୀଙ୍କୁ ଜିମା ଦିଆଯାଇଥିଲା। ସୂଚନା ପାଇବାପରେ ଜିଲ୍ଲା ପ୍ରଶାସନ ବିର୍‌ଜୁଙ୍କୁ ଜନ୍ମ ମାଟିକୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲା। ଏକ ସ୍ବତନ୍ତ୍ର ଟିମ୍‌ ନଭେମ୍ବର ୬ରେ ଅମୃତସର ଅଭିମୁଖେ ବାହାରିଥିଲା। ନଭେମ୍ବର ୧୩ ତାରିଖରେ ପ୍ରଶାସନ ବିର୍‌ଜୁଙ୍କୁ ଜନ୍ମମାଟି କୁତ୍ରାକୁ ଫେରାଇ ଆଣିଥିଲା।

from Kanak News
via <a href="https://ifttt.com/?

ନୟାଗଡର ପକ୍ସୋ କୋର୍ଟରେ ‘ପରୀ’ ଅଭିଯୁକ୍ତ ସରୋଜ ହାଜର: ନାବାଳକ ଦର୍ଶାଇ କୋର୍ଟରେ ଆବଦେନ କରିଥିଲେ ପରିବାର ଲୋକ

କନକ ବ୍ୟୁରୋ: ପରୀ ହତ୍ୟାକାଣ୍ଡ ମାମଲାରେ ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ ସରୋଜ ସେଠୀ । କୋର୍ଟରେ ସରୋଜର ମା ଓ ଭଉଣୀ ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅଭିଯୁକ୍ତର ପରିବାର ଲୋକେ । ଶୁଣାଣୀ କରି ରାୟକୁ ସଂରକ୍ଷି ରଖିଥିଲେ କୋର୍ଟ । ଆଜି ଚୂଡାନ୍ତ ରାୟ ଶୁଣାଇ ପାରନ୍ତି କୋର୍ଟ । ସରୋଜର ନାର୍କୋ ଟେଷ୍ଟ ଉପରେ ବି ଶୂଣାଣୀ ହୋଇପାରେ । ପୂର୍ବରୁ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରାଯାଇଥିଲେ ମଧ୍ୟ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କରିଥିଲା ଏସଆଇଟି ।

ଦାଖଲ ହୋଇଥିବା ପ୍ରମାଣପତ୍ରରୁ ଜଣାପଡ଼ିଛି ଯେ, ସରୋଜ ଜନ୍ମ ୬/୨/ ୨୦୦୩। ଅର୍ଥାତ୍‌ ସରୋଜ ଏବେ ବି ନାବାଳକ । ସରୋଜକୁ ବାଲ ସୁଧାର ଗୃହକୁ ପଠାଇବା ବଦଳରେ ଏସ୍‌ଆଇଟି ଜେଲ୍‌ କିଭଳି ପଠାଇଲା ବୋଲି ତାଙ୍କ ଓକିଲଙ୍କ ଯୁକ୍ତି ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ସରୋଜକୁ ୧୮ ବର୍ଷରୁ ଅଧିକ ଦର୍ଶାଇବା ପାଇଁ ଯେଉଁ ଓସିଫିକେସନ୍‌ ଟେଷ୍ଟ କରାଯାଇଛି ତାହା ସନ୍ଦେହଜନକ। କୋର୍ଟ ବିଚାର ପାଇଁ ଏହି ପ୍ରମାଣପତ୍ରକୁ ଗ୍ରହଣ କରିଛନ୍ତି। ଏଥିସହିତ, ଆଜି ଏହାର ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି। ଶୁଣାଣି ସମୟରେ ହାଜର ହେବା ପାଇଁ ସରୋଜର ମା’ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କର ଆଜିର ଶୁଣାଣି ପରେ ଓଫିକେସନ୍‌ ପରୀକ୍ଷାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ଓଫିକେସନ୍‌ ଟେଷ୍ଟ ଆଧାରରେ ଦର୍ଶାଯାଇଥିବା ସରୋଜର ୧୮ ବର୍ଷ ବୟସକୁ କୋର୍ଟ ଗ୍ରହଣ ନକରନ୍ତି କିମ୍ବା ତା’ର ଜନ୍ମପ୍ରମାଣ ପତ୍ର ଗ୍ରହଣ କରି ନାବାଳକ ସାବ୍ୟସ୍ତ କରନ୍ତି, ତା’ହେଲେ ଏସ୍‌ଆ‌ଇଟିକୁ ବଡ଼ ଝଟ୍‌କା ଲାଗିପାରେ। ଏହି ଆଧାରରେ ସରୋଜକୁ ବାଳ ସୁଧାର ଗୃହକୁ ମଧ୍ୟ ପଠାଇ ଦିଆଯାଇପାରେ। ସରୋଜ ବିଚାରାଧୀନ କଏଦୀ ଭ‌ାବେ ଜେଲ୍‌ରେ ରହୁଥିବାରୁ, ୧୪ ଦିନ ବ୍ୟବଧାନରେ ନିୟମ ଅନୁଯାୟୀ ଆଜି ତାକୁ ପୁଣି ଅପରାହ୍ନ ପ୍ରାୟ ୪ଟାବେ‌ଳେ କୋର୍ଟରେ ହାଜର କରାଯାଇଥିଲା। ସନ୍ଧ୍ୟା ୬ଟାରେ କୋର୍ଟରୁ ପୁଣି ତାକୁ ନୟାଗଡ଼ ଖୁଣ୍ଟୁବନ୍ଧ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି।

from Kanak News
via <a href="https://ifttt.com/?

ବଲିଉଡରେ ଓଡିଶୀ ନୃତ୍ୟର ଝଲକ : ତ୍ରିଭଙ୍ଗ ଫିଲ୍ମରେ ଓଡିଶୀ ଡ୍ୟାନସର ଭୂମିକାରେ ପରଦାକୁ ଆସିବେ ଅଭିନେତ୍ରୀ କାଜଲ; ଆସନ୍ତା ୧୫ରେ ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ

କନକ ବ୍ୟୁରୋ : ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ନଜର ଆସିଲେ ବଲିଉଡ଼ ଅଭିନେତ୍ରୀ କାଜଲ । କାଜଲ ତାଙ୍କ ଆଗାମୀ ଫିଲ୍ମ ‘ତ୍ରିଭଙ୍ଗରେ’ ଓଡ଼ିଶୀ ଡ଼୍ୟାନ୍ସ କରୁଥିବା ଦେଖିବାକୁ ମିଳିବ । ବଲିଉଡ଼ରେ ଓଡ଼ିଶୀ ଡ଼୍ୟାନ୍ସ ନୂଆ ନଥିଲେ ବି କାଜଲଙ୍କ କ୍ଷେତ୍ରରେ ଏହା ସମ୍ପୁର୍ଣ୍ଣ ନୂଆ ।

ଜାନୁଆରୀ ୧ରେ ଫିଲ୍ମର ଟିଜରକୁ ସେ ଟ୍ୱିଟରରେ ସେୟାର କରିବା ପରେ ଚର୍ଚ୍ଚା ଜୋର ଧରିଛି । ୨୦ ସେକେଣ୍ଡର ଏହି ଭିଡ଼ିଓରେ କାଜଲ ଓଡ଼ିଶୀ ଶାଢ଼ୀ ପିନ୍ଧିଛନ୍ତି । ଆସନ୍ତା ୧୫ ତାରିଖରେ ସିନେମାଟି ଓଟିଟି ପ୍ଳାଟଫର୍ମ ନେଟଫ୍ଲିକ୍ସ ରିଲିଜ ହେବ । ସିନେମାରେ ଅନେକ ରୋମାଂଚକ ଦୃଶ୍ୟ ରହିଛି । ଫିଲ୍ମରେ ୩ ଜଣ ମହିଳାଙ୍କ ଜୀବନ କାହାଣୀ ରହିଛି । କାଜଲଙ୍କ ଚିରତ୍ର ନାଁ ରହିଛି ଅନୁ ।

from Kanak News
via <a href="https://ifttt.com/?

ନୂଆପଡ଼ାରେ ଦିନ ଦ୍ୱିପହରରେ ମାତିଛନ୍ତି ଲୁଟେରା : ଗାଡ଼ି ଡ଼ିକିରୁ ଟଙ୍କା ନେଇ କଳା ରଙ୍ଗର ପଲସରରେ ଫେରାର ହେଲେ ଦୁବୃର୍ତ୍ତ; ସିସିଟିଭିରେ କଏଦ ହେଲା ଦୃଶ୍ୟ

କନକ ବ୍ୟୁରୋ : ନୂଆପଡା ଜିଲ୍ଲା ସିନାପାଲି ସହରରେ ଦିନ ଦ୍ୱିପହରେ ଲୁଟ । ଗାଡ଼ି ଡ଼ିକିରୁ ଟଙ୍କା ନେଇ କଳା ରଙ୍ଗର ପଲସରରେ ଫେରାର ହେଲେ ଦୁବୃର୍ତ । ସିସିଟିଭିରେ କଏଦ ହେଲା ଲାଇଭ ଲୁଟର ଦୃଶ୍ୟ । ଗତକାଲି ସିନାପାଲି ଥାନା ସାଗୁନଭାଡି ଗାଁର ବଂଶିଧର ମସରା ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଇ ଗାଡି ଡିକିରେ ରଖିଥିଲେ ।

ଜଣଙ୍କୁ ଟଙ୍କା ଦେବା ପାଇଁ ଗାଡ଼ି ଡିକିରୁ ୫୦ ହଜାର ଟଙ୍କା ନେଇ ଯାଇଥିଲେ । ସେ ଗାଡ଼ି ପାଖରେ ନଥିବା ବେଳେ ପିଙ୍କ ରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଗାଡ଼ିରୁ ୧୦ ହଜାର ଟଙ୍କା ଲୁଟ କରିଥିଲା । ଏହା ପରେ ଏକ କଳା ରଙ୍ଗର ପଲସର ଗାଡ଼ିରେ ବସି ଫେରାର ହୋଇଯାଇଥିଲା ଦୁବୃର୍ତ । ଲୁଟ ସମୟର ସମ୍ପୁର୍ଣ୍ଣ ଦୃଶ୍ୟ ଘଟଣା ସ୍ଥାନରେ ଥିବା ସିସିଟିଭିରେ କଏଦ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୁଲିସ ।

from Kanak News
via <a href="https://ifttt.com/?

ମାହାଙ୍ଗା ବିଜେପି ନେତା ଓ ସହଯୋଗୀଙ୍କ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଅଟକ ରଖି ପଚରାଉଚରା

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୁଲିସ । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି । ଏମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି । ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ବି ୪୮ ଘଂଟା ମଧ୍ୟରେ ଅପରାଧୀଙ୍କୁ ନ ଧରିଲେ ଚରମ ଆନ୍ଦୋଳନର ନିଷ୍ପତି ନେଇଛି । ଗତକାଲି କଟକର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଥିଲା । ଆଜି ବି ବିରୋଧୀ ବିଜେପି ଓ କଂଗ୍ରେସ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

କଟକ ଜିଲ୍ଲା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିବ ରାଜ୍ୟ ବିଜେପି । ଅଭିଯୁକ୍ତଙ୍କ ଗିରଫଦାରି ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିବ ଦଳ । ଏପରିକି ବିଜେପି ନେତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ୪୮ ଘଂଟାର ଡେଡଲାଇନ ଦେଇଛି ବିଜେପି । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ ।

ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ । ରାଜନୈତିକ ହିଂସାକାଣ୍ଡ ପ୍ରତିବାଦରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବସଭବନ ଘେରାଉ କରିବ ଛାତ୍ର କଂଗ୍ରେସ । ସେପଟେ ଯୁବ କଂଗ୍ରେସ ପକ୍ଷରୁ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ରହିଛି ।

from Kanak News
via <a href="https://ifttt.com/?

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ : ୬ ସୁଦ୍ଧା ଆବେଦନ

ସମ୍ବାଦ ଗ୍ରୁପ୍‌ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ଜାନୁଆରି ୬ରେ (ବୁଧବାର) ଶେଷ ହେବ। ଏହାକୁ ନେଇ କର୍ପୋରେଟ୍ ଜଗତରେ ପ୍ରବଳ ଉତ୍ସାହ ରହିଛି। କୌଣସି ଶୁଳ୍କ ଦେବାକୁ ପଡ଼ୁନଥିବାରୁ ଅନେକ ସଂସ୍ଥା ଏଥିପାଇଁ ଆବେଦନ କରୁଛନ୍ତି । ଆବେଦନ କରିବା ପାଇଁ http://www.sambadawards.com କିମ୍ବା http://www.sambadawards.in ପରିଦର୍ଶନ କରିବାକୁ ପଡ଼ିବ। ପାଞ୍ଚଟି ବର୍ଗରେ ପୁରସ୍କାର ଦିଆଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGING/ START-UP)। କଂପାନିଗୁଡ଼ିକ ନିଜ ଆଡ଼ୁ ବର୍ଗ ଚୟନ କରି ଆବେଦନ କରିପାରିବେ।

ବିଜେତା ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ରହୁଥିବାରୁ ଏହା ଏକ ଅତ୍ୟନ୍ତ ବିଶ୍ବାସଯୋଗ୍ୟ ପୁରସ୍କାର ଭାବେ ଉଭା ହୋଇଛି। ଏହା ହେଉଛି ଏକ ସ୍ବତନ୍ତ୍ର ଅଭିଯାନ ଯେଉଁଥିରେ ଓଡ଼ିଶାରୁ ଜନ୍ମ ହୋଇ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ସଂସ୍ଥାଗୁଡ଼ିକୁ ପୁରସ୍କୃତ କରାଯାଉଛି। ଅତୀତରେ ଅନେକ ପ୍ରତିଷ୍ଠିତ ସଂସ୍ଥା ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି ସଞ୍ଜୟ ଗୌରଙ୍କୁ ମୋବାଇଲ୍ ନମ୍ବର ୯୬୫୪୧୩୩୩୦୦ ଓ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ୯୯୩୮୪୪୩୨୨୪ରେ ଯୋଗାଯୋଗ କରାଯାଇପାରିବ।

from Kanak News
via <a href="https://ifttt.com/?

ଚିଲିକାରେ ପକ୍ଷୀଗଣନା: ୨୧ଟି ଟିମ୍ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମର ୫ଟି ରେଞ୍ଜରେ କରୁଛନ୍ତି ଗଣତି; ଦିନ ୨ଟା ଯାଏଁ ହ୍ରଦ ଭିତରକୁ ଯିବାକୁ ପର୍ଯ୍ୟଟକଙ୍କୁ ମନା

କନକ ବ୍ୟୁରୋ: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ଗଣନା ପାଇଁ ୨୧ଟିମରେ ୧୧୧ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଗଣନାରେ ବନ୍ୟପ୍ରାଣୀ ବିଭାଗ, ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ର, ପକ୍ଷୀ ବିଷାରଦମାନେ ସାମିଲ ଅଛନ୍ତି । ଏହି ଟିମ୍ ପୁରୀ ଜିଲ୍ଲାର ସାତପଡ଼ା, ଗଂଜାମ ଜିଲ୍ଲାର ରମ୍ଭା ଓ ଖୋର୍ଦ୍ଧା ଜିଲ୍ଲାର ବାଲୁଙ୍ଗା ଅଂଚଳରେ ଗଣନା କରୁଛନ୍ତି । ମୋଟ ପାଂଚଟି ରେଂଜରେ ଏହି ଗଣନା କାର୍ଯ୍ୟ ଚାଲୁ ରହିଛି । ଖୋର୍ଦ୍ଧା ଚିଲିକା ମଙ୍ଗଳଯୋଡ଼ିରେ ୬ଟିମ୍ ଗଣନା କରୁଛି ।

ବର୍ତମାନ ସୁଦ୍ଧା ଚିଲିକାରେ ୨୦୦ ପ୍ରଜାତିର ଲକ୍ଷାଧିକ ବିଦେଶୀ ପକ୍ଷୀ ସାମଗମ ହୋଇଥିବା ଅନୁମାନ କରାଯାଉଛି । ସେହିପରି ଏହି ଗଣନା କାର୍ଯ୍ୟରେ ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଆଜି ପ୍ରାୟ ଦିନ ୨ଟା ସୁଧା ଗଣନା ସାରିବାକୁ ଲକ୍ଷ ରଖାଯାଇଛି । ସେହିପରି ଚଳିତ ବର୍ଷ କେତେ ପ୍ରଜାତିର ପକ୍ଷୀ ନୂଆ କରି ଆସିଛନ୍ତି ଏବଂ କେତେ ପକ୍ଷୀ କମିଛନ୍ତି ସେସବୁକୁ ମଧ୍ୟ ଅନୁଧ୍ୟାନ କରାଯାଉଛି । ପକ୍ଷୀ ଗଣନା ପାଇଁ ଆଜି ଦିନ ୨ଟା ପର୍ଯ୍ୟନ୍ତ ଚିଲିକା ଭିତରକୁ ପର୍ଯ୍ୟଟକଙ୍କୁ ଯିବାକୁ ବାରଣ କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started