ଆନ୍ଧ୍ରର ଚାଲାକିକୁ ଧରିଲା ଓଡିଶା: ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ସତ୍ୱେ ପଟାଙ୍ଗୀର ସମ୍ବାଇରେ ହୋଇପାରୁନି ସୀମା ବିବାଦର ସମାଧାନ

କନକ ବ୍ୟୁରୋ: କୋରାପୁଟ ପଟ୍ଟାଙ୍ଗୀ ବ୍ଲକ ସମ୍ବାଇ ପଂଚାୟତରେ ଚାଲିଥିବା ଆନ୍ଧ୍ର-ଓଡିଶା ସୀମା ବିବାଦର ହୋଇପାରୁନି ସମାଧାନ । ଶାନ୍ତ ପରିବେଶକୁ ଭଙ୍ଗ କରୁଛି ଆନ୍ଧ୍ରପ୍ରଦେଶ । ଫଳରେ ପୁଣି ଆନ୍ଧ୍ର-ଓଡିଶା ସୀମାରେ ତେଜିଛି ବିବାଦ । ପଥର ଚିହ୍ନକୁ ଭାଙ୍ଗିଦେଉଛି ଆନ୍ଧ୍ର । ଏବେ ଆନ୍ଧ୍ରକୁ କଡା ଜବାବ ଦେବାକୁ ଏକଜୁଟ ହୋଇଛନ୍ତି ଓଡିଶା ସୀମାନ୍ତ ବାସୀ । ଆନ୍ଧ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ଓଡିଆ ନେତା ।

ଏମାନେ ସୀମାନ୍ତରେ ରାଲି କରିବା ସହ ସାବଧାନ ରହିବାକୁ ଚେତାବନୀ ଦେଇଛନ୍ତି । ଘଟଣାର ତଦନ୍ତ କରିବା ସହ ସମସ୍ତ ତଥ୍ୟ ସହ ମୁଖମନ୍ତ୍ରୀଙ୍କୁ ଜଣାଇବାକୁ ନିଷ୍ପତି ନେଇଛନ୍ତି ଏହି ନେତା । ଉଭୟ ରାଜ୍ୟର ସ୍ଥାନୀୟ ଅଂଚଳର ପ୍ରଶାସନିକ ଅଧିକାରୀ କେତେବେଳେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ଆଶା ଦେଖାଉଚନ୍ତି ତ କେତେବେଳେ ଆଲୋଚନା ପାଇଁ ଯୁକ୍ତି ବାଢୁଛନ୍ତିା ଆଉ ଏହାର ଭିତରେ ଆନ୍ଧ୍ର କରୁଛି ଚାଲାକି । ଆନ୍ଧ୍ର-ଓଡିଶା ସୀମାରେ ବାରମ୍ବାର ଉ୍ତେଜନା ସୃଷ୍ଟି କରୁଛି ଆନ୍ଧ୍ର । ଫଳରେ ସୀମାନ୍ତରେ ପୁଣି ଉତେଜନା ବୃଦ୍ଧି ପାଇଛି ।

from Kanak News
via <a href="https://ifttt.com/?

ଫେବ୍ରୁଆରୀରୁ ନୂଆ ରୂପରେ ‘ମୋ ସାଇକେଲ୍‌’ : କାର୍ଯ୍ୟକାରୀ ହେବ ‘ମୋ ସାଇକେଲ୍ ଆପ୍‌’; ଦୁଇଟି ସାଇକେଲ୍‌ ଟ୍ରାକ୍‌ର ହେବ ଉନ୍ନତୀକରଣ

କନକ ବ୍ୟୁରୋ : ‘ମୋ ସାଇକେଲ୍’କୁ ନୂଆ ରୂପ ଦେବା ଲାଗି ଖୁବ୍‌ଶୀଘ୍ର ‘ମୋ ସାଇକେଲ୍ ଆପ୍’ କାର୍ଯ୍ୟକାରୀ କରାଯିବ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ଓ ଭୁବନେଶ୍ୱର ମହାନଗର ନିଗମ ମିଳିତ ଭାବେ ଏଭଳି ପଦକ୍ଷେପ ନେବେ । ସ୍ମାର୍ଟସିଟିର ସିଇଓ ତଥା ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶରେ ସାଇକେଲ୍‌ ଚାଳକଙ୍କୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଫେବ୍ରୁଆରିଠାରୁ ଏହି ସୁବିଧାର ଉପଯୋଗ ହୋଇପାରିବ। ଫଳରେ କେବଳ ଗୋଟିଏ ଆପ୍‌କୁ ବ୍ୟବହାର କରି ଚାଳକମାନେ ୩ଟି କମ୍ପାନିର ସାଇକେଲ୍‌ ଚଢ଼ି ପାରିବେ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(ସିଆର୍‌ୟୁଟି)ରୁ ‘ମୋ ସାଇକେଲ୍’ ଦାୟିତ୍ୱ କାଢ଼ି ନିଆଯିବା ପରେ ବିଏସ୍‌ସିଏଲ୍ ଓ ବିଏମ୍‌ସିର ମିଳିତ ପ୍ରୟାସରେ ଏହାର ପୁନରୁଦ୍ଧାର ଏବଂ ନବୀକରଣ ସ୍ୱରୂପ ବିଭିନ୍ନ ସାଇକେଲ୍ ଡିପୋରେ ଥିବା ସାଇକେଲ୍‌କୁ ସର୍ଭେ କରାଯାଇଛି ।

ବର୍ତମାନ ସମୁଦାୟ ୨ ହଜାର ସାଇକେଲ୍‌ରୁ ୧୬୦୦ଟି କାର୍ଯ୍ୟକାରୀ ଅବସ୍ଥାରେ ରହିଛି । ବାକି ୪୦୦ଟି ସାଇକେଲ୍‌ର ମରାମତି ପାଇଁ ପଦକ୍ଷେପ ନିଆଯାଇଛି । ପବ୍ଲିକ୍ ବାଇ ସାଇକେଲ୍ ସେୟାରିଂ ବା ପିବିଏସ୍‌କୁ ଅଧିକ ଲୋକାଭିମୁଖୀ କରାଯିବ। ପଦକ୍ଷେପସ୍ୱରୂପ, ୨ଟି ମୁଖ୍ୟ ସାଇକେଲ୍ ଟ୍ରାକ୍‌ରେ ପିବିଏସ୍‌ର ଉନ୍ନତି ଘଟାଇବା, ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଓ ପଟିଆ ଛକରୁ ଇନ୍‌ଫୋସିଟି ଦେଇ କିଟ୍ ପର୍ଯ୍ୟନ୍ତ ସାଇକେଲ୍ ଟ୍ରାକ୍‌ର ଉନ୍ନତି କରିବା ଏବଂ ଏହି ଟ୍ରାକ୍‌ରେ ଅଧିକରୁ ଅଧିକ ସାଇକେଲ୍‌ର ବ୍ୟବହାର କରାଇବା; ଏହା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ସୂଚନା ଅନୁଯାୟୀ, ‘ମୋ ସାଇକେଲ୍‌’ ଆରମ୍ଭରୁ ୩ଟି କମ୍ପାନି ୨ହଜାର ସାଇକେଲ୍‌କୁ ନେଇ ଭୁବନେଶ୍ୱରରେ ପିବିଏସ୍‌ର ଆରମ୍ଭ କରିଛନ୍ତି। ଏଥିରେ ୟାନାର ୫୦୦ଟି ଥିବା ବେଳେ ୟୁଲୁର ୫୦୦ ଓ ହେକ୍ସି କମ୍ପାନିର ଏକ ହଜାର ସାଇକେଲ୍‌ ରହିଛି। ବର୍ତମାନ ସାଇକେଲ୍‌ ଚଳାଳିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ୨୦୨୦ ଅକ୍ଟୋବର ୨୦ ସୁଦ୍ଧା ୬୪୬୦ ଜଣ, ନଭେମ୍ବର ୨୦ ସୁଦ୍ଧା ୬୫୬୪ ଜଣ ଓ ଡିସେମ୍ବର ୨୦ ସୁଦ୍ଧା ୬୬୯୯ ଜଣ ପିବିଏସ୍‌ର ଉପଯୋଗ କରିଛନ୍ତି। ଅନ୍ୟପକ୍ଷରେ ଫିଟ୍ ଇଣ୍ଡିଆ ସାଇକେଲ୍ ଯାତ୍ରାରେ ଭୁବନେଶ୍ୱରର ଅନେକ ନାଗରିକ ବିଶେଷକରି ଯୁବପିଢ଼ି ସାଇକେଲ୍‌ର ଉପଯୋଗ କରିଛନ୍ତି ।

ପ୍ରତ୍ୟେକ ଶୁକ୍ରବାର ସାଇକେଲ୍ ଟ୍ରାକ୍ ଅବରୋଧ ଉଚ୍ଛେଦ ପାଇଁ ସହରାଞ୍ଚଳ କର୍ତୃପକ୍ଷଙ୍କ ଉଦ୍ୟମ ଜାରି ରହିଛି । ପ୍ରତ୍ୟେକ ଜୋନ୍‌ରେ ଜୋନାଲ୍ ଡେପୁଟି କମିସନରଙ୍କ ତତ୍ତ୍ବାବଧାନରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇ ସାଇକେଲ୍ ଟ୍ରାକ୍‌କୁ ଅଧିକ ଗୁରୁତ୍ୱ ଦେବା ଓ ସାଇକେଲ୍ ଚାଳକଙ୍କୁ ପ୍ରୋତ୍ସାହନ ଦେବାର ପ୍ରଚେଷ୍ଟା ଜାରି ରହିଛି । ୨୦୧୮ ନଭେମ୍ବର ୨୬ରେ ଭୁବନେଶ୍ୱରରେ ଆରମ୍ଭ କରାଯାଇଥିବା ପିବିଏସ୍ ଏହାର ନୂଆ ରୂପରେ ଅଧିକ ଲୋକାଭିମୁଖୀ ହେବ । ଏଥିପାଇଁ ନାଗରିକମାନଙ୍କ ସହଯୋଗ କାମନା କରିଛନ୍ତି ବିଏମ୍‌ସି ଡେପୁଟି କମିସନର କମଲ୍‌ଜିତ୍ ଦାସ କହିଛନ୍ତି ।

from Kanak News
via <a href="https://ifttt.com/?

ଧାନକିଣାରେ ଆସୁନି ସ୍ୱଚ୍ଛତା! କର୍ମଚାରୀ ଓ ମିଲ୍ ଏଜେଂଟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ବିକ୍ରୀ ହୋଇପାରୁନି ଧାନ

କନକ ବ୍ୟୁରୋ: ବରଗଡ଼ ପଦ୍ମପୁରରେ ମଣ୍ଡି ସମସ୍ୟା । ଖୋଲା ଆକାଶ ତଳେ ପଡ଼ି ରହିଛି ୫୦ ହଜାର ଧାନ ବସ୍ତା । କଟନି ଛଟନି ନଦେଲେ ମିଲର ଏଜେଂଟ ଧାନ ଉଠାଇବାକୁ ମନା କରୁଛନ୍ତି । ଏପରି ଅବ୍ୟବସ୍ଥା ବିରୋଧ କରି ଝାରବନ୍ଧ ଧାନ ମଣ୍ଡିରେ ତାଲା ପକାଇଛନ୍ତି ଚାଷୀ । ଯେପର୍ଯ୍ୟନ୍ତ ସୁରୁଖୁରୁରେ ଧାନ ବିକ୍ରି ନହୋଇଛି ମଣ୍ଡି ଖୋଲାଯିବନି ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ମଣ୍ଡି କର୍ମଚାରୀମାନେ ମିଲର ଟ୍ୟାଗ ଥିଲେ ମଧ୍ୟ ଟ୍ୟାଗ ନାହିଁ କହି ଚାଷୀକୁ ହଇରାଣ କରୁଛନ୍ତି । ଚାଷୀଙ୍କ ସୁବିଧା ପାଇଁ ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା କରଯାଇଛି ।

ହେଲେ ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ଓ ମିଲ ଗୁଡ଼ିକର ଏଜେଂଟମାନଙ୍କ ଚକ୍ରାନ୍ତ ଯୋଗୁଁ ସରିଯାଉଛି ଚାଷୀଙ୍କ ଟୋକନର ବୈଧତା । ଶେଷରେ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ଅନ୍ୟପଟେ ଚାଷୀମାନେ ମଣ୍ଡିକୁ ଟ୍ରାକ୍ଟର ଭଡାକରି ଧାନ ମଣ୍ଡିକୁ ଆଣୁଛନ୍ତି ହେଲେ ମଣ୍ଡିରେ ଧାନ ଓହ୍ଲାଉନଥିବା କାରଣରୁ ରାସ୍ତା କଡ଼ରେ ଧାନ, ଟ୍ରାକ୍ଟର ରଖି ଜଗି ରହୁଛି ଚାଷୀ । ଝାରବନ୍ଧ ବ୍ଲକରେ ଚଳିତ ବର୍ଷ ୧୯ଶହ୮୮ ଜଣ ଚାଷୀ ପଂଜିକୃତ କରିଛନ୍ତି ହେଲେ ବର୍ତମାନ ଯାଏଁ କେବଳ ୭୬୮ ଜଣ ଚାଷୀ ଧାନ ବିକ୍ରି କରିପାରିଛନ୍ତି ।

from Kanak News
via <a href="https://ifttt.com/?

୧୧ରେ ଖୋଲିବ ରେଭେନ୍ସା ବିଶ୍ବବିଦ୍ୟାଳୟ : ଛାତ୍ରଛାତ୍ରୀଙ୍କ ପାଇଁ କରୋନା ନେଗେଟିଭ୍‌ ବାଧ୍ୟତାମୂଳକ

କନକ ବ୍ୟୁରୋ : ଆସନ୍ତା ୧୧ ତାରିଖରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ। ପ୍ରଥମ ପର୍ଯ୍ୟାୟରେ ସ୍ନାତକ ଓ ସ୍ନାତ‌କୋତ୍ତରର ‌ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍‌ ପା‌ଠପଢା ଓ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଖି ଆଜି ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏକ ଅନ୍‌ଲାଇନ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ମହାମାରୀକୁ ଦେଖି ରେଭେନ୍ସା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

କ୍ଲାସ୍‌ରୁମରେ ପଢ଼ିବାକୁ ଆସିବାକୁ ଇଛା ରଖିଥିବା ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ୍‌ ନେଗେଟିଭ୍‌ ସାଟିଫିକେଟ୍‌କୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କଠାରୁ ଆପତ୍ତିବିହୀନ(ନୋ-ଅବ୍‌ଜେକସନ୍‌) ପ୍ରମାଣପତ୍ର ଆଣିବାକୁ କୁହାଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ମହାମାରୀ ପାଇଁ ହଷ୍ଟେଲ, କ୍ଲାସ୍‌ରୁମ ଓ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ କେଉଁ ପ୍ରକାର ନିୟମ ରହିବ ତାହା ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ରେ ଖୁବ ଶୀଘ୍ର ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ରାଜ୍ୟ ସରକାରଙ୍କ ନ‌ିର୍ଦ୍ଦେଶକ୍ରମେ ଆସନ୍ତା ୧୧ ତାରିଖରୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ଏହାସହ ୧୦ ତାରିଖରେ ବିଶ୍ବବିଦ୍ୟାଳୟର ବିଭିନ୍ନ ହଷ୍ଟେଲଗୁଡିକୁ ‌ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ। ନିର୍ଦ୍ଦେଶ ଅନୁସାରେ ପ୍ରଥମେ ୟୁଜି ଓ ପିଜି ‌ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍‌ରୁମ ଖୋଲାଯିବ। ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟକୁ ଆସିବା ପୂର୍ବରୁ ‌ରେଭେନ୍ସାର ସମସ୍ତ ହଷ୍ଟେଲ ଓ କ୍ଲାସ୍‌ରୁମ୍‌କୁ ସାନିଟାଇଜ୍‌ କରାଯିବ । କ୍ଲାସରୁମରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ହାତ ସାନିଟାଇଜ୍‌ କରିବେ। ସମସ୍ତ ପରିସ୍ରାଗାର ଓ ଶୌଚାଳୟ‌ରେ ହ୍ୟାଣ୍ଡୱାସ୍‌ ରଖାଯିବ ।

କ୍ଲାସ୍‌ରୁମ୍‌‌ ସିଟ୍‌ସଂଖ୍ୟାର ପଚାଶ ଭାଗ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସମୟରେ ଡକାଯିବ। ଏଥିପାଇଁ କ୍ଲାସ୍‌ଗୁଡିକୁ ଏକାଧିକ ବ୍ୟାଚ୍‌ରେ ବଣ୍ଟାଯିବ। ରେଭେନ୍ସା ପରିସର ଓ ଲନ୍‌ରେ ଛାତ୍ରଛାତ୍ରୀଙ୍କୁ ବିନା କାରଣରେ ବସିବା ଓ ବୁଲିବା ଉପରେ କଟକଣା ଲଗାଯାଇଛି। ଶେଷବର୍ଷର ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟକୁ ଆସିବା ପୂର୍ବରୁ ସେମାନଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରିବାକୁ କୁହାଯାଇଛି। ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଥିଲେ ସେମାନଙ୍କୁ ବିଶ୍ବବିଦ୍ୟାଳୟକୁ ଆସିବାକୁ ଦିଆଯିବ। ସମସ୍ତ କ୍ଲାସ୍‌ରୁମ୍‌ ଓ ବିଭାଗରେ କୋଭିଡ୍‌ କଟକଣା ପାଳନ କରାଯାଉଛି କି’ ନାହିଁ ତାହା ଦେଖିବାକୁ ବିଭାଗୀୟ ମୁଖ୍ୟଙ୍କୁ ଦାୟିତ୍ବ ଦିଆଯାଇଛି। ବିଶ୍ବବିଦ୍ୟାଳୟର ସମସ୍ତ ହଷ୍ଟେଲକୁ ୧୦ ତାରିଖ ପୂର୍ବରୁ ସାନିଟାଇଜ କରାଯିବା ସହିତ ସେଠାରେ କୋଭିଡ୍‌ କଟକଣାକୁ ଅଧିକ ଗୁରୁତ୍ବ ଦିଆଯିବ। ହଷ୍ଟେଲଗୁଡିକର ଦାୟିତ୍ବରେ ଥିବା ୱାର୍ଡେନଙ୍କୁ ଏହାର ତଦାରଖ କରିବାକୁ କୁହାଯାଇଛି ।

ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ରେ କୋଭିଡ୍‌ କଟକଣାର ସମସ୍ତ ନିୟମ ଖୁବ ଶୀଘ୍ର ରହିବ। ଛାତ୍ରଛାତ୍ରୀଙ୍କ ଆସବା ପୂର୍ବରୁ ବିଶ୍ବବିଦ୍ୟାଳୟର ସମସ୍ତ ହ‌େଷ୍ଟଲ, କ୍ଲାସ୍‌ରୁମକୁ ପ୍ରଥମିକତା ଦିଆଯାଇ ସାନିଟାଇଜ୍‌ କରାଯିବ। ରେଭେନ୍ସାକୁ ଆସବା ପାଇଁ ଛାତ୍ରଛାତ୍ରୀ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ରହିବା ଜରୁରୀ ବୋଲି ବିଶ୍ବବିଦ୍ୟାଳୟ ସିସିଡି ପ୍ରଫେସର ଡକ୍ଟର ସ୍ମୃତିପ୍ରଭା ଦାସ କହିଛନ୍ତି। ଆଜିର ଅନ୍‌ଲାଇନ୍‌ ବୈଠକରେ ଭାରପ୍ରାପ୍ତ କୁଳପତି ପ୍ରଫେସର ଚୌଧୁରୀଙ୍କ ସହିତ ରେଭେନ୍ସା ସିସିଡି ସ୍ମୃତିପ୍ରଭା ଦାସ, ଚିଫ୍‌ ୱାର୍ଡେନ କିଶୋର କୁମାର ଦାସଙ୍କ ସହିତ ସମସ୍ତ ବିଭାଗର ମୁଖ୍ୟଙ୍କ ସହିତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

from Kanak News
via <a href="https://ifttt.com/?

ଲଣ୍ଡନରେ ଆହୁରି ଶକ୍ତ ହେଲା କରୋନା କଟକଣା: ଦିନକରେ ୫୫ ହଜାର ନୂଆ ମାମଲା ଚିହ୍ନଟ ହେବା ପରେ ବ୍ରିଟେନରେ ପୁଣି ଲକଡାଉନ ଘୋଷଣା; ଫେବୃଆରୀ ଯାଏଁ ରହିପାରେ ପ୍ରତିବନ୍ଧକ

କନକ ବ୍ୟୁରୋ: ବ୍ରିଟେନରେ ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ ଆହୁରି କଠୋର ହୋଇଛି କଟକଣା । ଲଣ୍ଡନରେ କରୋନା କଟକଣାକୁ ଆହୁରି କଡାକଡି କରିବା ଲାଗି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଲଣ୍ଡନକୁ ଲକ୍ ଡ଼ାଉନ ଘୋଷଣା କରାଯାଇଛି । ରବିବାର ଏଠାରେ ନୂଆ ୫୫ ହଜାର ମାମଲା ସାମ୍ନାକୁ ଆସିଥିଲା । ଏହାପରେ ସୋମବାର ଚିନ୍ତା ପ୍ରକାଶ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଥିପାଇଁ ଚଳିତ ମାସରେ ମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

କରୋନାର ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ ଦୃତ ବେଗରେ ସଂକ୍ରମିତ ହେଉଛି । ତେଣୁ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ସହ, ହେଟେଲ, ରେଷ୍ଟୁରାଂଟ, ବାର ଓ ପବ୍ ଭଳି ଜନଗହଳି ହେଉଥିବା ସ୍ଥାନଗୁଡିକ ଖୋଲିବା ଉପରେ ଶକ୍ତ ପ୍ରତିବନ୍ଧକ ଲଗାଯାଇଛି । ତଥାପି କରୋନାର ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏଠାରେ ୭୫ ହଜାରରୁ ଅଧିକ କୋଭିଡ ମୃତ୍ୟୁ ହେଲାଣି । ଯାହା ସମଗ୍ର ୟୁରୋପରେ ଦ୍ୱିତୀୟ ସର୍ବାଧିକ । ତେଣୁ ଆଗକୁ ଆହୁରି କଠିନ ସପ୍ତାହ ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଫେବୃୟାରୀ ମଧ୍ୟ ଯାଏଁ ପ୍ରତିବନ୍ଧକ ଲାଗି ରହିବାକୁ ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

from Kanak News
via <a href="https://ifttt.com/?

ଚୋରୀ ଅଭିଯୋଗରେ ନାବାଳକକୁ ମରଣାନ୍ତକ ଆକ୍ରମଣ : ୧୩ବର୍ଷର ନାବାଳକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ପଡୋଶୀ

କନକ ବ୍ୟୁରୋ : ଚୋରୀ ଅଭିଯୋଗରେ ନାବାଳକକୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଶିଶୁକୁ ହସ୍ପିଟାଲରେ ଭର୍ତି କଲେ ପରିବାର ଲୋକ । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ପଶ୍ଚିମବାଡ ଗାଁର ଏହି ୧୩ ବର୍ଷର ଶିଶୁକୁ ଚୋରୀ କରିଥିବା ଅଭିଯୋଗରେ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ପଡୋଶୀ ।

ଥାନାରେ ସେକ ଅବଦୁଲ, ଲାଦ ଓ ମିନା ବିବିଙ୍କ ନାଁରେ ଏତଲା ଦିଆଯାଇଛି । ଏହି ତିନିଜଣ ମିଶି ପିଲାଟିକୁ ଗାଁ ମଧ୍ୟଭାଗରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ବିଧା, ଗୋଇଠା ମାରି ଗୁରୁତର କରିପକାଇବା ପରେ ତାର ମୁଣ୍ଡରୁ ଚୁଟି କାଟି ଅଧା ନଣ୍ଡା କରିପକାଇଛନ୍ତି । ପିଲାଟିର ମାଆ ଘରେ ରୋଷେଇ କରୁଥିବା ବେଳେ ପାଟିତୁଣ୍ଡ ଶୁଣି ଦୌଡି ଆସିଥିଲେ । ଆଉ ଗାଁ ଲୋକଙ୍କ ସହୟାତରେ ପୁଅକୁ ଉଦ୍ଧାର କରି ପ୍ରଥମେ ପଶ୍ଚିମବାଡ ଡାକ୍ତରଖାନାରେ ଭର୍ତି କରିଥିଲେ ।

ସେଠାରେ ଅବସ୍ଥା ଗୁରୁତର ହୋଇପଡିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱର ଆଣି ଜିକେ ଭଟର ହସ୍ପିଟାଲରେ ପିଲାଟିର ଚିକିତ୍ସା କରାଯାଉଛି । ନାବାଳକର ମାଆ ଏନେଇ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ପିଲାଟି ଚୋରୀ କରିଥିଲେ ମଧ୍ୟ, ତାକୁ ପୋଲିସରେ ନଦେଇ ଏଭଳି ସଜା ଦେବାର ଅଧିକାର ଏମାନଙ୍କୁ ଦେଲା କିଏ?

from Kanak News
via <a href="https://ifttt.com/?

ଭାରତରେ ୩୮ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ : ଚିହ୍ନଟ ହେଲେ ଆଉ ୯ ନୂଆ ଆକ୍ରାନ୍ତ

କନକ ବ୍ୟୁରୋ : ଭାରତରେ ମଧ୍ୟ ନୂଆ କୋଭିଡ ଷ୍ଟ୍ରେନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ନୂଆ କୋଭିଡ ଷ୍ଟ୍ରେନର ୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ସାରାଦେଶରେ ନୂତର ଷ୍ଟ୍ରେନରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଏହା ଭିତରୁ ୧୦ଟି ବେଙ୍ଗଳୁରୁ, ୩ଟି ହାଇଦ୍ରାବାଦ, ୫ଟି ପୁଣେ, ୧୯ଟି ଦିଲ୍ଲୀରୁ ଏବଂ ଗୋଟିଏ କୋଲକାତାରୁ ଚିହ୍ନଟ ହୋଇଛି । ଦିଲ୍ଲୀରେ ବଢୁଥିବା ସଂଖ୍ୟା ଦେଶବାସୀଙ୍କ ଚିନ୍ତାକୁ ବଢାଇ ଦେଇଛି ।

ତେବେ ଆଶ୍ୱସ୍ତିର ବିଷୟ ହେଉଛି, ଭୁବନେଶ୍ୱରରୁ ପରୀକ୍ଷା ପାଇଁ ଯାଇଥିବା ସମସ୍ତ ନମୁନା ନେଗେଟିଭ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ବ୍ରିଟେନରୁ ଭାରତର ବିଭିନ୍ନ ବିମାନବନ୍ଦରରେ ୩୩ ହଜାର ଯାତ୍ରୀ ଓହ୍ଲାଇଛନ୍ତି । କରୋନା ଭାଇରସର ନୂତନ ଷ୍ଟ୍ରେନକୁ ଦେଖି ସରକାର ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ରଖିଥିଲେ । ହେଲେ ଜାନୁଆରୀ ୬ ତାରିଖରୁ ପୁଣି ଦୁଇ ଦେଶ ଭିତରେ ବିମାନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି ।

from Kanak News
via <a href="https://ifttt.com/?

ମହାମାରୀ ଭିତରେ ମାରାତ୍ମକ ଡିଜିଜ ‘ଏକ୍ସ’ର ଭୟ: ଇବୋଲାକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର କରାଇଲେ ସତର୍କ; କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହେବାର ଆଶଙ୍କା

କନକ ବ୍ୟୁରୋ: କରୋନା ଭୂତାଣୁ ଭିତରେ ମାରାତ୍ମକ ଡିଜିଜ ‘ଏକ୍ସ’ର ଭୟ । ୪ଦଶକ ପୂର୍ବେ ଇବୋଲା ଭୂତାଣୁକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର କରାଇେଲେ ସତର୍କ । କଙ୍ଗୋରେ ଜଣେ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇପଡିବା ପରେ ଇବୋଲା ସମେତ ତାଙ୍କର ବିଭିନ୍ନ ଟେଷ୍ଟ କରାଯାଇଛି । କିନ୍ତୁ ସବୁ ରିପୋର୍ଟ ନେଗେଟିଭ ଆସିଛି । ତେବେ ଡିଜିିଜ-ଏକ୍ସର ସେ ପ୍ରଥମ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ନୂଆ ଭୂତାଣୁ ସଂକ୍ରମଣ କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହେବାର ଆଶଙ୍କା ଥିବା ବିଶେଷଜ୍ଞ କହିଛନ୍ତି ।

ମାରାତ୍ମକ ଡିଜିଜ ‘ଏକ୍ସ’ର ଭୟ
ଇବୋଲାକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର କରାଇେଲେ ସତର୍କ
ସାରା ବିଶ୍ୱକୁ ଘାରିଛି ଚିନ୍ତା

କୋଭିଡ ୧୯ଭୂତାଣୁ ସଂକ୍ରମଣ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏବେ ଏକ ନୂଆ ଭୂତାଣୁର ଭୟ ଦେଖାଦେଇଛି । ୪ଦଶକ ପୂର୍ବେ ଇବୋଲା ଭୂତାଣୁକୁ ଚିହ୍ନଟ କରିଥିବା ଡାକ୍ତର ଚେତାବନୀ ଦେଇଛନ୍ତି ଯେ ସାରା ବିଶ୍ୱରେ କ୍ଷୀପ୍ର ଗତିରେ ଆଉ ଏକ ଭୂତାଣୁ ସଂକ୍ରମଣ ହେଉଛି । ଏହାକୁ ଡିଜିଜ-ଏକ୍ସ ବୋଲି କୁହାଯାଉଛି, ଯାହା ଇବୋଲା ଠାରୁ ମଧ୍ୟ ଅଧିକ ମାରାକ୍ରକ । ୧୯୭୬ମସିହାରେ ଇବୋଲା ଭୂତାଣୁକୁ ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରୋଫେସର ଜିନ ଜେକ୍ସ ମୁୟେମ୍ବେ କହିଛନ୍ତି ଯେ, ମାନବ ଜାତି ଅଗଣିତ ଭୂତାଣୁର ସାମ୍ନା କରୁଛି । ଆଫ୍ରିକାର ଟ୍ରପିକାଲ ରେନ ଫରେଷ୍ଟରୁ ଅଧିକରୁ ଅଧିକ ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ଏବେ ଆମେ ଏକ ଏପରି ବିଶ୍ୱରେ ବସବାସ କରୁଛି ଯେଉଁଠାରେ ଅଧିକରୁ ଅଧିକ ଭୂତାଣୁ ଆସିବେ ଯାହା ମାନବ ଜାତି ପାଇଁ ବିପଦ ସୃଷ୍ଟି କରିବେ । ମୁଁ ଅନୁମାନ କରୁଛି ଯେ, ଆଗାମୀ ଦିନରେ କରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ ଭୂତାଣୁର ସଂକ୍ରମଣ ହେବ ।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ସିଏନଏନର ରିପୋର୍ଟ ଅନୁସାରେ କଙ୍ଗୋରେ ଜଣେ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇପଡିବା ପରେ ଇବୋଲା ସମେତ ତାଙ୍କର ବିଭିନ୍ନ ଟେଷ୍ଟ କରାଯାଇଛି । କିନ୍ତୁ ସବୁ ରିପୋର୍ଟ ନେଗେଟିଭ ଆସିଛି । ତେବେ ଡିଜିିଜ-ଏକ୍ସର ସେ ପ୍ରଥମ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ନୂଆ ଭୂତାଣୁ ସଂକ୍ରମଣ କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହୋଇପାରେ ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଡିଜିଜ-ଏକ୍ସକୁ ଏବେ ପରିକଳ୍ପନା ବୋଲି ଅନୁମାନ କରାଯାଉଛି । ତେବେ ଯଦି ଏହା ବ୍ୟାପେ ତେବେ କରୋନା ଭୂତାଣୁ ଠାରୁ ମଧ୍ୟ କ୍ଷୀପ୍ର ଗତିରେ ଏହାର ସଂକ୍ରମଣ ହେବ । ପ୍ରୋଫେସର ଜିନ ପ୍ରଥମେ ଇବୋଲା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ନମୂନା ସଂଗ୍ରହ କରି ଏହି ଭୂତାଣୁକୁ ଇବୋଲା ନାଁ ଦେଇଥିଲେ ।

from Kanak News
via <a href="https://ifttt.com/?

ବାଲେଶ୍ୱରରେ ଲୁଟେରାଙ୍କ ଉପଦ୍ରବ: ୨ ବାଇକ ଆରୋହୀଙ୍କୁ ଗୁଳି କରିବା ପରେ ଗୋଡାଇଲେ ୮ କିଲୋମିଟର

କନକ ବ୍ୟୁରୋ: ଜାତୀୟ ରାଜପଥରେ ଦୁଇ ବାଇକ ଆରୋହୀଙ୍କୁ ଗୁଳି କରିବା ସହ ଟଙ୍କା ଲୁଟ କରିବାକୁ ୮ କିଲୋମିଟର ଗୋଡାଇଲେ ଲୁଟେରା । ଗତକାଲି ବାଲେଶ୍ୱର ସଦର ଥାନାଠାରୁ ଖନ୍ତାପଡା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ଆତଙ୍କିତ ଘଟଣା । ୨ ଜଣ ବ୍ୟକ୍ତି ବାଲେଶ୍ୱରରୁ ୨ ଲକ୍ଷ ଟଙ୍କା ଧରି ବାଇକରେ ଭଦ୍ରକ ଅଭିମୁଖେ ଯାଉଥିଲେ । ଖାନନଗର ନିକଟରେ ୨ ଜଣ ଯୁବକ ଆଉଏକ ବାଇକରେ ଆସି ସେମାନଙ୍କୁ ଅଟକାଇବା ସହ ଗୁଳି କରିଥିଲେ ।

ଫଳରେ ଜଣେଙ୍କ ଅଂଟାରେ ଗୁଳି ବାଜିଥିଲା । ତଥାପି ପ୍ରାଣ ବିକଳରେ ସେମାନେ ଗାଡି ଚଳାଇ ୮ କିଲୋମିଟର ଯିବା ପରେ ସେରଗଡ ଟୋଲଗେଟ୍ ପଡିଥିଲା । ସେଠାରେ ଗାଡି ରଖି ଦୁହେଁ ଏକ ଯାତ୍ରାପାର୍ଟି କାର୍ଯ୍ୟାଳୟ ଭିତରକୁ ଦୌଡି ପଳାଇ ଯାଇଥିଲେ । ଫଳରେ ଦୁର୍ବୃତଙ୍କ ଲୁଟ ଉଦ୍ୟମ ଫେଲ ମାରିଥିଲା । ଗୁଳି ବାଜିଥିବା ବ୍ୟକ୍ତି କେନ୍ଦ୍ରାପଡା ରାଜକନିକା ଅଂଚଳର ରାଜକିଶୋର ଧଳ ବୋଲି ଜଣାପଡିଛି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

from Kanak News
via <a href="https://ifttt.com/?

ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ସରୋଜର ହେବ କି ନାର୍କୋ ଟେଷ୍ଟ? ଆଜି ନୟାଗଡ ପକ୍ସୋ କୋର୍ଟରେ ହେବ ଶୁଣାଣି

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ କି ନାହିଁ, ସେନେଇ ଆଜି ଶୁଣାଣି ହେବ । ଅଭିଯୁକ୍ତ ସରୋଜର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ସୋମବାର ନୟାଗଡ ପକ୍ସୋ କୋର୍ଟରେ ଆବେଦନ କରିଥିଲା ମାମଲାର ଯାଚ୍ କରୁଥିବା ଏସଆଇଟି । ସୋମବାର ସରୋଜର ବିଚାର ବିଭାଗୀୟ ମିଆଦ ଶେଷ ହେବାପରେ ତାକୁ କୋର୍ଟରେ ହାଜର କରିଥିଲା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ।

ପରେ ପୁଣି ତାକୁ ଜେଲ ଯିବାକୁ ପଡିଛି । ହେଲେ କୋର୍ଟରୁ ବାହାରିବା ପରେ ପୁଣି ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲା ସରୋଜ । ତାକୁ ଫସା ଯାଇଥିବା ଅଭିଯୋଗ ବାଢିଥିଲା । ଅନ୍ୟପକ୍ଷରେ ଜୁଭେନାଇଲ କୋର୍ଟରେ ବିଚାର କରିବାକୁ ଅଭିଯୁକ୍ତ ସରୋଜର ପରିବାର ଆବେଦନ କରିଥିବା ଜଣାପଡିଛି । ସେ ନାବାଳକ ହୋଇଥିବାବେଳେ ତାକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରାଯାଇଥିବା ବୋଲି ସହିଛନ୍ତି ଅଭିଯୁକ୍ତର ଓକିଲ ଚନ୍ଦ୍ର ବିଜୟୀ ମିଶ୍ର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started