ବ୍ରିଟେନରେ ଆହୁରି ଶକ୍ତ ହୋଇପାରେ କୋଭିଡ କଟକଣା : ବୋରିସ ଜନସନ କହିଲେ ଚଳିତ ମାସରେ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ

କନକ ବ୍ୟୁରୋ : ବ୍ରିଟେନରେ ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ ଆହୁରି କଠୋର ହୋଇପାରେ କଟକଣା । ଲଣ୍ଡନରେ କରୋନା କଟକଣାକୁ ଆହୁରି କଡାକଡି କରିବା ଲାଗି ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ରବିବାର ଏଠାରେ ନୂଆ ୫୫ ହଜାର ମାମଲା ସାମ୍ନାକୁ ଆସିଥିଲା । ଏହାପରେ ସୋମବାର ଚିନ୍ତା ପ୍ରକାଶ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଥିପାଇଁ ଚଳିତ ମାସରେ ମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

କରୋନାର ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ ଦୃତ ବେଗରେ ସଂକ୍ରମିତ ହେଉଛି । ତେଣୁ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ସହ, ହେଟେଲ, ରେଷ୍ଟୁରାଂଟ, ବାର ଓ ପବ୍ ଭଳି ଜନଗହଳି ହେଉଥିବା ସ୍ଥାନଗୁଡିକ ଖୋଲିବା ଉପରେ ଶକ୍ତ ପ୍ରତିବନ୍ଧକ ଲଗାଯାଇଛି । ତଥାପି କରୋନାର ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏଠାରେ ୭୫ ହଜାରରୁ ଅଧିକ କୋଭିଡ ମୃତ୍ୟୁ ହେଲାଣି । ଯାହା ସମଗ୍ର ୟୁରୋପରେ ଦ୍ୱିତୀୟ ସର୍ବାଧିକ । ତେଣୁ ଆଗକୁ ଆହୁରି କଠିନ ସପ୍ତାହ ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।

from Kanak News
via <a href="https://ifttt.com/?

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି: ଆଜି ରାଜ୍ୟର ସମସ୍ତ ଥାନା ଘେରିବେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା

କନକ ବ୍ୟୁରୋ: କଟକ ଜିଲ୍ଲା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିବ ରାଜ୍ୟ ବିଜେପି । ଅଭିଯୁକ୍ତଙ୍କ ଗିରଫଦାରି ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିବ ଦଳ । ଏପରିକି ବିଜେପି ନେତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ୪୮ ଘଂଟାର ଡେଡଲାଇନ ଦେଇଛି ବିଜେପି । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ । ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ସବ ଓ ଜନାସମାବେସରେ ସାମିଲ ହେବାକୁ ଦେବନାହିଁ ବୋଲି ବିଜେପି କହିଛି । ଏପଟେ ଆଜି ଦଳର ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଥାନା ଘେରାଉ କରାଯିବ । ସେହିପରି ଆଗାମୀ ୬ ତାରିଖରେ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରିବେ ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଜାନୁଆରୀ ୮ ତାରିଖରେ ସରକାରଙ୍କ ବିରୋଧରେ ଦଳର ୨୫ ହଜାର କାର୍ଯ୍ୟକର୍ତା ଡିଜିପି ଅଫିସ ଘେରାଉ କରିବେ ।

ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ । ରାଜନୈତିକ ହିଂସାକାଣ୍ଡ ପ୍ରତିବାଦରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବସଭବନ ଘେରାଉ କରିବ ଛାତ୍ର କଂଗ୍ରେସ । ସେପଟେ ଯୁବ କଂଗ୍ରେସ ପକ୍ଷରୁ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସରକାରଙ୍କ ନିୟନ୍ତ୍ରଣରେ ନଥିବା ଦଳ ଅଭିଯୋଗ କରିଛି । ତେଣୁ ରାଜ୍ୟରେ ଶିଶୁ ନିଖୋଜ, ହତ୍ୟା, ଦୁଷ୍କର୍ମ ଓ ରାଜନୈତିକ ହତ୍ୟାକାଣ୍ଡ ଭଳି ଅପରାଧ ବଢିଚାଲିଥିବା କଂଗ୍ରେସ କହିଛି ।

ବଡ଼ କଥା ହେଉଛି, ପରୀ ହତ୍ୟାକାଣ୍ଡ ପରେ କୁଳମଣୀ ବରାଳ ହତ୍ୟାକାଣ୍ଡ, ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେପି ପାଇଁ ଏକ ବଡ଼ ପ୍ରସଙ୍ଗ ପାଲଟିଯାଇଛି । ଆଉ ନୟାଗଡର ଯଦୁପୁର ପରେ ରାଜ୍ୟ ବିଜେପିର ଫୋକସକୁ ଚାଲିଆସିଛି କଟକ ଜିଲ୍ଲାର ମାହାଙ୍ଗା । ସେହିପରି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରୁଥିବା ରାଜ୍ୟ ବିଜେପି ଏବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି । କାରଣ ମୃତ କୁଳମଣି ବରାଳଙ୍କ ପୁଅ ଥାନାରେ ଦେଇଥିବା ଏତଲାରେ ୧୨ ଜଣଙ୍କ ଭିତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ମଧ୍ୟ ରହିଛି । ହେଲେ ମାମଲାରେ କୌଣସି ପ୍ରକାର ସଂପୃକ୍ତିକୁ ଅସ୍ୱୀକାର କରିଆସୁଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

from Kanak News
via <a href="https://ifttt.com/?

ଆସନ୍ତା ୩ ଦିନ ଘନ କୁହୁଡ଼ି ! ବୌଦ୍ଧ ଓ କନ୍ଧମାଳ ସମେତ ୪ ଉପକୂଳ ଜିଲ୍ଲାରେ ପ୍ରବଳ କୁହୁଡି ସମ୍ଭାବନା । ରାଜ୍ୟର ତାପମାତ୍ରା ବଢ଼ିବ, ଶୀତ କମିବ

କନକ ବ୍ୟୁରୋ: ବୌଦ୍ଧ ଓ କନ୍ଧମାଳ ସମେତ ୪ ଉପକୂଳ ଜିଲ୍ଲା ଯଥା କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଧାରେ ଆସନ୍ତା ୩ ଦିନ ଘନ କୁହୁଡ଼ି ଦେଖାଯିବ। ଏହାବ୍ୟତୀତ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ହାଲ୍କା କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ଆକଳନ କରାଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ। ଦିନରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ବି ଅଧିକ ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମଙ୍ଗଳବାର ରାତିଠାରୁ ଗୁରୁବାର ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ କମିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ୯ ତାରିଖ ଦିନ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିବ। ସେହିପରି ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ୮ ଓ ୯ ତାରିଖରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ବଢ଼ିପାରେ। ସେହିପରି ୯ ତାରିଖରେ ପଶ୍ଚିମ ଓଡ଼ିଶା ଓ ସୀମାନ୍ତ ଉତ୍ତର ଓଡ଼ିଶାରେ ପାଗ କୋହଲା ରହିପାରେ ବୋଲି ସେ ଆକଳନ କରିଛନ୍ତି।

ଉତ୍ତର-ପଶ୍ଚିମ ଭାରତରେ ଘୂର୍ଣ୍ଣିବଳୟ ହେତୁ ଉତ୍ତରା ଥଣ୍ଡା ପବନ ଗୁଜରାଟ ଆଡ଼କୁ ବହୁଛି। କେନ୍ଦ୍ରୀୟ ଭାରତ ଓ ସଂଲଗ୍ନ ପୂର୍ବ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପବଳୟକୁ ଦକ୍ଷିଣ ଆଡ଼ୁ ବଙ୍ଗୋପସାଗରୀୟ ପବନ ବହୁଛି। ଫଳତଃ ଓଡ଼ିଶା ସଂଲଗ୍ନ ଉତ୍ତର ଓ ପଶ୍ଚିମରେ ଥିବା ରାଜ୍ୟମାନଙ୍କରେ ଥଣ୍ଡା କମିଛି। ଓଡ଼ିଶାକୁ ମଧ୍ୟ ମଙ୍ଗଳବାରଠାରୁ ବଙ୍ଗୋପସାଗରୀୟ ପବନ ଗୁରୁଚାପବଳୟ ଦେଇ ପ୍ରବାହିତ ହେବା ଯୋଗୁଁ ଉଭୟ ଦିନ ଓ ରାତିର ତାପମାତ୍ରା ବଢ଼ିବ ଓ ଥଣ୍ଡା କମିବ ବୋଲି ଡ. ପଶୁପାଳକ କହିଛନ୍ତି।

from Kanak News
via <a href="https://ifttt.com/?

କୋଭିଡ କରୁଛି କଲବଲ, ଆମେରିକାରେ ପ୍ରତି ୬ ଜଣରେ ଜଣେ ଭୋକିଲା: ଫିଡିଂ ଆମେରିକାର ରିପୋର୍ଟ, ଗତବର୍ଷ ଡିସେମ୍ବର ସୁଦ୍ଧା ୫ କୋଟି ଲୋକ ପାଉନାହାନ୍ତି ଦୁଇ ଓଳି ଦୁଇମୁଠା ଖାଦ୍ୟ

କନକ ବ୍ୟୁରୋ: ଆମେରିକାରେ ପ୍ରତି ୬ ଜଣରେ ଜଣେ ଭୋକିଲା । ଏଭଲି ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆଣିଛି ଭୋକ ଏବଂ ଖାଦ୍ୟ ସୁରକ୍ଷାକୁ ନେଇ କାମ କରୁଥିବା ସଂସ୍ଥା- ଫିଡିଂ ଆମେରିକା । ସଂସ୍ଥାର ରିପୋର୍ଟ ଅନୁସାରେ ୨୦୨୦ ଶେଷ ବେଳକୁ ଅର୍ଥାତ ଡିସେମ୍ବରରେ ଆମେରିକାରେ ପ୍ରାୟ ୫ କୋଟିରୁ ଅଧିକ ଲୋକ, ଦିନକୁ ଦୁଇବେଳା ଖାଇବା ଯୋଗାଡ କରିପାରୁନଥିଲେ । କଥାହେଲା କରୋନା ମହାମାରୀ ପୁରା ବିଶ୍ୱର ଆର୍ଥିକ, ସାମାଜିକ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିଗାଡି ଦେଇଛି । ଅନେକ ଦେଶରେ ପରିସ୍ଥିତି ଏମିତି ହୋଇଛି ଯେ, ଲକ୍ଷ ଲକ୍ଷ ରୋଜଗାର ହରାଇ ପରିବାର ପାଇଁ ଖାଦ୍ୟ ଯୋଗାଡ କରିପାରୁ ନାହାନ୍ତି ।

୨୦୦୮ ମାନ୍ଦାବସ୍ଥାଠାରୁ ବି ଆହୁରି ଦୁର୍ବଳ ହୋଇପଡିଛି ଅର୍ଥନୀତି । ଆଉ କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା । ଏଠାରେ ୨୦୧୯ ଜୁନ୍ ମାସରୁ ହିଁ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି । ଅନେକ ଲୋକଙ୍କ ରୋଜଗାର ଛଡାଇ ନେଇଛି କରୋନା ମହାମାରୀ । ଫଳରେ ଲୋକେ ଖାଇବା ଯୋଗାଡ କରିପାରୁ ନାହାନ୍ତି । ଫିଡିଂ ଆମେରିକାର କହିବା ହେଲା କରୋନା କାଳରେ ଏହା ଆମେରିକାରେ ୫୪ କୋଟି ୮୦ ଲକ୍ଷ ଲୋକଙ୍କୁ ଖାଦ୍ୟ ପ୍ୟାକେଟ ବାଂଟିଛି । ପୂର୍ବରୁ କିନ୍ତୁ ଏହାର ଅଧା ଭୋକିଲାଙ୍କୁ ଖାଦ୍ୟ ପ୍ୟାକେଟ୍ ବାଂଟୁଥିଲା ସଂସ୍ଥା । ସେହିପରି ପୂର୍ବରୁ ଖ୍ରୀଷ୍ଟମାସରେ ପ୍ରାୟ ୫ ହଜାର ପ୍ୟାକେଟ ଖାଦ୍ୟ ପୁଡିଆ ବାଂଟୁଥିବାବେଳେ ଏଥର ସଂସ୍ଥା ୮ ହଜାର ୫ଶହ ପ୍ୟାକେଟ ଖାଦ୍ୟ ବାଂଟିଛି ।

from Kanak News
via <a href="https://ifttt.com/?

ବାଇକ୍ ଚଳାଇବେ, କିନ୍ତୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ପଡିବନି । ଭାରତୀୟ କମ୍ପାନି ନିର୍ମାଣ କଲା ଏହି ଷ୍ଟାଇଲିସ୍ ବାଇକ୍ ।

କନକ ବ୍ୟୁରୋ : ଗାଡ଼ି ଚାଳକଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତାମୂଳକ। ମାତ୍ର ହାଇଦ୍ରାବାଦରେ ଏକ ଏପରି ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ୍‌ ହୋଇଛି ଯାହାକୁ ଚଳାଇବା ପାଇଁ ଚାଳକଙ୍କୁ ଡ୍ରା‌ଇଭିଂ ‌ଲାଇସେନ୍ସର ଆବଶ୍ୟକତା ନାହିଁ। ଗାଡ଼ିଟି ଆନ୍ତର୍ଜାତୀୟ ଅଟୋମୋବାଇଲ୍ ଟେକ୍ନୋଲୋଜି କେନ୍ଦ୍ର(ଆଇସିଏଟି) ଦ୍ୱାରା ବିକଶିତ ହୋଇଛି। ଏହା ଏକ ସ୍ୱଳ୍ପ ଗତିର ମୋଟରସାଇକେଲ ହୋଇଥିବାରୁ ଏହାକୁ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି।

ଏହି ବାଇକଟିକୁ ବିକଶିତ କରିବା ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗି ଯାଇଥିଲା। ଗାଡ଼ିଟି ବ୍ୟୟବହୁଳ ହେଲେ ବି ଖୁବ୍ ଷ୍ଟାଇଲିସ୍‌ ବୋଲି ଅଟୋମୋବାଇଲର ପ୍ରତିଷ୍ଠାତା ଭାମସି ଗାଡାମ୍‌ କହିଛନ୍ତି। ୨୦୧୧ ମସିହାରେ ଆମେରିକାର ପର୍ଡୁ ବିଶ୍ବବିଦ୍ୟାଳୟରୁ ବିଜିନେସ୍‌ ମ୍ୟାନେଜମେଣ୍ଟ୍‌ ଡିଗ୍ରି ସମାପ୍ତ କରିବା ପରେ ଭାମସି ହାଇଦ୍ରାବାଦକୁ ଫେରି ତାଙ୍କ ପରିବାର ବ୍ୟବସାୟ ବିଶାଖା ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ କାମ କରିବା ଆରମ୍ଭ କରିଥିଲେ। ସେଠାରେ ସେ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ପାଇଥିଲେ।

ଏହି ବାଇକଟିକୁ ବିକାଶ କରିବାକୁ ଭାମସି ଓ ତାଙ୍କ ୧୦ ଜଣିଆ ବିଶିଷ୍ଟ୍‌ ଟିମକୁ ୩ ବର୍ଷ ସମୟ ଲାଗିଥିଲା। ଏହାର ଓଜନ ୩୫ କିଲୋ ହୋଇଥିବା ବେଳେ ବାଇକଟି ସର୍ବାଧିକ ଘଣ୍ଟାକୁ ୨୫ କିଲୋମିଟର୍ ଯାତ୍ରା କରିପାରିବ। ଗାଡ଼ିଟିର ୨ ବର୍ଷ ୱାରେଣ୍ଟି ରହୁଛି। ବିଶେଷ କରି ଏହା ଯୁବପିଢ଼ିଙ୍କୁ ବେଶ ପସନ୍ଦ ଆସିବ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

ସୁରତରେ ‘ପ୍ରବାସୀ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ । କହିଲେ, ପ୍ରବାସୀଙ୍କ ଦକ୍ଷତା ଅନୁଯାୟୀ ମିଳିବ କାମ, ଜୀବିକାରେ ବୃଦ୍ଧି ଘଟିବ

କନକ ବ୍ୟୁରୋ: ସୁରତରେ ‘ପ୍ରବାସୀ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ । ପ୍ରବାସୀ ଓଡିଆଙ୍କୁ ସମସ୍ତ ପ୍ରକାର ସହାୟତା ସହ ମିଳିବ ସରକାରୀ ଯୋଜନାର ଲାଭ ବୋଲି ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଦେଶରେ ପ୍ରବାସୀଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେବା ସହ ସେମାନଙ୍କ ଉନ୍ନତି ପାଇଁ ବଦ୍ଧପରିକର । ଆଜି ଲୋକାର୍ପିତ ହୋଇଥିବା ପ୍ରବାସୀ କେନ୍ଦ୍ର ପ୍ରବାସୀ ଶ୍ରମିକମାନଙ୍କର ଏକ ସବିଶେଷ ରୂପରେଖ ପ୍ରସ୍ତୁତ କରିବା ସହ ସେମାନଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ଶ୍ରେଣୀଭୁକ୍ତ କରିବ ତଥା କାମ ପ୍ରଦାନ କରିବ । ଏହା ଦ୍ୱାରା ଭାରତ ସରକାରଙ୍କ ‘ଶ୍ରମଶକ୍ତି’ ସହ ସମ୍ପୃକ୍ତ ଶିଳ୍ପ ସହିତ ସଂଯୋଗ କରିବା ଓ ପ୍ରବାସୀଙ୍କ ଜୀବିକା ବୃଦ୍ଧି ଏବଂ ସେମାନଙ୍କର ସମ୍ମାନକୁ ସୁନିଶ୍ଚିତ କରିବ । ମାଇଁ ସୁରତ ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ସହରର ଜୀବନଜୀବିକା କେନ୍ଦ୍ର ସହିତ ସଂଯୋଗ ଥିବା ପ୍ରବାସୀମାନେ ଅଧିକ ଉପକୃତ ହୋଇପାରିବେ ।

କରୋନାର ଆହ୍ୱାନ ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନେବାର ଉଦ୍ୟମ ତଥା ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଭଲ ଯୋଜନା ହେବା ଆବଶ୍ୟକତା ରହିଥିବାର ମାର୍ଗ ଦେଖାଇଛି । ସମଗ୍ର ଭାରତର ପ୍ରବାସୀଙ୍କ ଘର କୁହାଯାଉଥିବା ସୁରତ ପ୍ରବାସୀଙ୍କୁ ଆତ୍ମନିର୍ଭର କରିବାରେ ବଡ଼ ଭୂମିକା ଗ୍ରହଣ କରିଛି । ସହରୀ ଯୋଜନା, ନାଗରିକ ସୁବିଧା, ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସୁରଟ ଏକ ଆଦର୍ଶ ସହର ଭାବରେ ପରିଗଣିତ ହୋଇପାରିଛି । ଆଜି ପ୍ରତିଷ୍ଠା ହୋଇଥିବା ପ୍ରବାସୀ କେନ୍ଦ୍ର ଏ ଦିଗରେ ବୃହତ ପଦକ୍ଷେପ ଏବଂ ଆମର ପ୍ରବାସୀଙ୍କୁ ସାମାଜିକ ତଥା ଆର୍ଥିକ ସୁରକ୍ଷା ଦେବାରେ ଏକ ମଡ଼େଲ ଭାବରେ ଉଭା ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

from Kanak News
via <a href="https://ifttt.com/?

୩୦ ଫୁଟ୍ ତଳକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଗଲା ଡାକ୍ତରଙ୍କ ଜୀବନ ।

କନକ ବ୍ୟୁରୋ : କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଦଣ୍ଡିକିରି-ବଳଦିଆ ଓଭର ବ୍ରିଜରେ ସୋମବାର ଅପରାହ୍ନରେ ଏକ ହୁଣ୍ଡାଇ କାର ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ ଚଳାଉଥିବା ଡାକ୍ତର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଭୁବନେଶ୍ଵରର ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଓମ୍‌ ପ୍ରକାଶ ସାହୁ ଏକ ଯୋଗେ ନିଜ ଘର କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଏହି ବ୍ରିଜ ଉପରେ ସୃଷ୍ଟି ହୋଇଥିବା ଏକ ଖାଲରେ ତାଙ୍କ ଗାଡ଼ି ଚକ ପଡ଼ି ଯିବାରୁ ଆଗ ଡାହାଣ ଚକ ଫାଟି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ କାରଟି ପୋଲର ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ କାରଟି ଭାଙ୍ଗିରୁଜି ଯାଇଛି। ଖବର ପାଇ କୋରେଇ ଥାନାଧିକାରୀ ରଞ୍ଜିତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

from Kanak News
via <a href="https://ifttt.com/?

ଚାଲ୍ ଖେଳୁଛନ୍ତି ଟ୍ରମ୍ପ: ଇଲେକ୍ଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବାକୁ ପ୍ରୟାସ । ଜର୍ଜିଆରେ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ ।

କନକ ବ୍ୟୁରୋ: ଇଲେକଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ । ଜର୍ଜିଆରେ ଜୋ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ତାଙ୍କ ପାଇଁ ଯଥେଷ୍ଟ ଭୋଟ ଯୋଗାଡ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ଏନେଇ ଆମେରିକା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରେ ଇଲୋକଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ । ଦକ୍ଷିଣ ପ୍ରାନ୍ତ ରାଜ୍ୟ ଜର୍ଜିଆରେ ଜୋ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ତାଙ୍କ ପାଇଁ ଯଥେଷ୍ଟ ଭୋଟ ଯୋଗାଡ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ଶନିବାର ଦିନ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସହ ଏନେଇ ଟେଲିଫୋନରେ କଥାବାର୍ତା କରୁଥିବାର ଏକ ଅଡିଓ ଟେପରୁ ଜଣାପଡିଥିବା ନେଇ ଆମେରିକା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ସହଯୋଗୀ ରିପବ୍ଲିକାନ ସମର୍ଥକ ବ୍ରାଡ ରାଫେନସ୍ପେର୍ଗରଙ୍କ ସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାର୍ତାଳାପକୁ ଗୁପ୍ତରେ ରେକର୍ଡ କରାଯାଇଛି ବୋଲି ୱାସିଂଟନ ପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଥିଲା । ତାଙ୍କ ଅନୁରୋଧ ରକ୍ଷା ନକଲେ ରାଫେନସ୍ପେର୍ଗର ଓ ଜର୍ଜିଆର ଅନ୍ୟ ଜଣେ ଅଧିକାରୀ ବିପଦର ସମ୍ମୁଖିନ ହୋଇପାରନ୍ତି ବୋଲି କୁହାଯାଇଛି । ଜର୍ଜିଆର ଜନତା ରାଗିଛନ୍ତି, ସମଗ୍ର ଦେଶର ଜନତା ରାଗିଛନ୍ତି ବୋଲି ଟ୍ରମ୍ପ କହୁଥିବା ଉକ୍ତ ଟେପରେ ଶୁଣାଯାଉଛି । ଟ୍ରମ୍ପ ଆହୁରୀ ମଧ୍ୟ କହିଛନ୍ତି ଯେ, ତୁମେ ଭୋଟର ପୁନଃ ଗଣନା କରିଛ ବୋଲି କହିବାରେ କିଛି ଅସୁବିଧା ନାହିଁ । ଏବଂ ତୁମେ ହଜାର ହଜାର ଭୋଟ ଭୁଲ ଗଣତି କରିଛ । ଉତରରେ ରାଫେନସ୍ପେର୍ଗର କହୁଛନ୍ତି, ଆପଣ ଯେଉଁ ଆହ୍ୱାନ ଦେଉଛନ୍ତି, ସେଥିରୁ ଜଣାପଡୁଛି ଆପଣଙ୍କ ପାଖରେ ଥିବା ସମସ୍ତ ତଥ୍ୟ ଭୁଲ୍ ।
ଟ୍ରମ୍ପଙ୍କ ଏହି ଅଡିଓ ଭାଇରାଲ ହେବା ପରେ ଏହାକୁ ନେଇ ପ୍ରତିକ୍ରୀୟା ରଖିଛନ୍ତି ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ । ଏହାକୁ କ୍ଷମତାର ଅପବ୍ୟବହାର ବୋଲି କହିଛନ୍ତି କମଳା । ଏହି ରିପବ୍ଲିକାନ ସମର୍ଥିତ ରାଜ୍ୟରୁ ବାଇଡେନ ୧୧ହଜାର ୭୭୯ ଭୋଟରେ ଜିତିଛନ୍ତି । ଏବଂ ପୁନଃଗଣନା ଏବଂ ଅଡିଟ କରାଯିବା ପରେ ମଧ୍ୟ ଏହି ସଂଖ୍ୟା ଅପରିବର୍ତିତ ରହିଛି । ଏଥିରେ ଟ୍ରମ୍ପଙ୍କର କୌଣସି ଅଭିଯୋଗ ଫଳପ୍ରଦ ହୋଇନାହିଁ ।

from Kanak News
via <a href="https://ifttt.com/?

ମଣ୍ଡିରେ କାହିଁକି ହଲାପଟା ହେଉଛନ୍ତି ଚାଷୀ? ଧାନ କିଣାରେ ଅବ୍ୟବସ୍ଥାକୁ ରେଙ୍ଗାଲିରେ ବିରୋଧ, ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଅଟକି ରହିଲା ଶହ ଶହ ଗାଡ଼ିମଟର ।

କନକ ବ୍ୟୁରୋ : ଧାନ କିଣାବିକାକୁ ନେଇ ସାରା ରାଜ୍ୟରୁ ସବୁବେଳେ ଖବର ଆସୁଛି । କେତେବେଳେ ବିଳମ୍ବିତ ମଣ୍ଡି ଯୋଗୁଁ ଚାଷୀ ରାତି ଜଗୁଆଳି ସାଜୁଛି ପୁଣି କେତେବେଳେ ଧାନ ବୋଝେଇ ଗାଡିକୁ ରାସ୍ତା ଉପରେ ରଖି ରାସ୍ତାରୋକ କରୁଛନ୍ତି । ଆଜି ସମ୍ବଲପୁର-ଝାରସୁଗୁଡା ରାଜରାସ୍ତା ଉପରେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟୋକନ ଥାଇ ବି ଧାନ ବିକ୍ରି ନହେବାରୁ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ ।

ଧାନ କିଣାବିକାରେ ଅବ୍ୟବସ୍ଥାର ପ୍ରତୀକ ହେଉଛି, ରାଜରାସ୍ତା କଡରେ ଠିଆ ହୋଇଥିବା ଶହଶହ ଗାଡି । ମଣ୍ଡିରେ ଧାନ ବିକ୍ରି ହୋଇନପାରିବାରୁ ଧାନ ଗାଡିକୁ ଆଣି ରାସ୍ତାରେ ମଝିରେ ରଖି ଦେଲେ ରେଙ୍ଗାଳି ଚାଷୀ, ଆଉ ତା’ପରେ ସମ୍ବଲପୁରରୁ-ଝାରସୁଗୁଡାକୁ ଲମ୍ବିଥିବା ରାଜପଥରେ ପ୍ରାୟ ୨ କିଲୋମିଟର ବ୍ୟାପି ଅଟକିଗଲା ଶହଶହ ଗାଡି ।

ଅଭିଯୋଗ ଅନୁସାରେ, ରେଙ୍ଗାଲି ତହସିଲ ଅଂଚଳର ୪ଟି ମଣ୍ଡିରେ ପ୍ରାୟ ୭ ହଜାରରୁ ଅଧିକ ବସ୍ତା ଧାନ ପଡି ରହିଛି । ମଣ୍ଡିରେ ଧାନ ରଖି ଚାଷୀ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ମିଲର ଧାନ କିଣୁନାହାନ୍ତି । କେତେକ ସ୍ଥାନରେ ଚାଷୀଙ୍କୁ ଟୋକନ୍ ମିଳୁନଥିବା ବେଳେ କିଛି ସ୍ଥାନରେ ଟୋକନ ଥାଇ ବି ଟାର୍ଗେଟ ନଥିବା ଧାନ କିଣୁନାହାନ୍ତି ମିଲର ।

ଅବ୍ୟବସ୍ଥା ଅଭିଯୋଗରେ ଚାଷୀ ପ୍ରଥମେ ରେଙ୍ଗାଲି ତହସିଲ ଅଫିସ ଘେରାଉ କରିଥିଲେ, ହେଲେ ସେଠାରେ କିଛି ସମାଧାନ ନହେବାରୁ ରାସ୍ତାରୋକ କରିଥିଲେ । ଫଳରେ ଦୁଇଟି ଶିଳ୍ପବହୁଳ ଜିଲ୍ଲା ସମ୍ବଲପୁର-ଝାରସୁଗୁଡାରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

from Kanak News
via <a href="https://ifttt.com/?

ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ଦେଶରେ ଦୁଇଟି ଟିକାକୁ ଅନୁମତି ପରେ ମୋଦି କହିଲେ, ଖୁବଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ।

କନକ ବ୍ୟୁରୋ: ଦେଶରେ ଦୁଇଟି ଟିକାକୁ ଅନୁମତି ମିଳିବା ପରେ ଖୁବ ଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେସିଂ ଜରିଆରେ ନ୍ୟାସନାଲ ମେଟ୍ରୋଲୋଜି କନକ୍ଲେଭକୁ ଉଦବୋଧନ ଦେବା ବେଳେ ଏହି କହିଛନ୍ତି ମୋଦୀ ।
ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ।  କରୋନା ମହାମାରୀ ଭିତରେ ଦେଶରେ ଦୁଇଟି ଟିକାକୁ ଅନୁମତି ମିଳିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେସିଂ ଜରିଆରେ ନ୍ୟାସନାଲ ମେଟ୍ରୋଲୋଜି କନକ୍ଲେଭକୁ ଉଦବୋଧନ ଦେବା ବେଳେ ମୋଦୀ କହିଛନ୍ତି ଯେ, ଦେଶରେ କରୋନା ମହାମାରୀକୁ କାବୁ କରିବାକୁ ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ । ଭାରତରେ ପ୍ରସ୍ତୁତ ହେଉଥିବା ଟିକାକୁ ନେଇ ବୈଜ୍ଞାନିକ ଓ ଟ୍ୟାକନିସିଆନଙ୍କ ନିକଟରେ ସାରା ଦେଶ ଋଣି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଦେଶରେ ୨ଟି କରୋନା ଟିକାକୁ ଅନୁମତି ମିଳିଛି । ପ୍ରାୟ ୧୩୦ କୋଟି ଲୋକଙ୍କ ଦେଶ ଏବଂ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଭାରତରେ କିଭଳି ହେବ କୋଭିଡ୍ ଟିକାକରଣ, ତାହା ସବୁଠାରୁ ବଡ ଆହ୍ୱାନ । ଟିକା ଆସିଲେ କେମିତି ଏହା ଦିଆଯିବ ସେ ନେଇ ଦେଶର ସବୁ ରାଜ୍ୟରେ ଡ୍ରାଏ ରନ୍ କରାଯାଇଛି । କେନ୍ଦ୍ର ସରକାର ଓ ସବୁ ରାଜ୍ୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ଆସନ୍ତା ଏକସପ୍ତାହ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହୋଇପାରେ ଟିକାକରଣ । ପ୍ରଥମ ଦଫାରେ ଦେଶର ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରଥମରେ ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, କରୋନା ଯୋଦ୍ଧା ଟିକା ପାଇବେ । ୫୦ ବର୍ଷରୁ ଅଧିକ ବୟସ ଓ ଜଟିଳ ରୋଗରେ ପୀଡିତ ଲୋକ ବି ଏଥିରେ ସାମିଲ ଅଛନ୍ତି ।
ଭାରତ ଭଳି ଏକ ବିଶାଳ ଭୂ-ଖଣ୍ଡ ଓ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶରେ କୋଭିଡ ଟିକା ସମସ୍ତଙ୍କ ପାଖରେ ଓ ସୁରକ୍ଷିତ ଭାବରେ କିଭଳି ପହଂଚି ପାରିବ ତାକୁ ନେଇ ବଡ ପ୍ରସ୍ତୁତି କରିଛନ୍ତି ସରକାର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started