କୋଭାକ୍ସିନ୍ ପରେ ନାକରେ ଦିଆଯିବା କରୋନା ଟୀକା ପ୍ରସ୍ତୁତ କରୁଛି ଭାରତ ବାୟୋଟେକ୍ । ଖୁବଶୀଘ୍ର ଆରମ୍ଭ ହେବ ମାନବ ପରୀକ୍ଷଣ ।

କନକ ବ୍ୟୁରୋ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ କରୋନା ଟିକା ‘କୋଭାକସିନ’ ତିଆରି କରିଥିବା ଭାରତ ବାୟୋଟେକ୍ କମ୍ପାନୀ, ନାକରେ ପକାଇବା ପାଇଁ କରୋନା ଟିକା ପ୍ରସ୍ତୁତ କରୁଛି । ଏହାର ମ୍ୟାନେଜିଂ ଡାଇରେକ୍ଟର ଡକ୍ଟର କ୍ରିଷ୍ଣା ଇଲା କହିଛନ୍ତି, ଏହି ଭାକ୍ସିନ ଏବେ ନିର୍ମାଣଧିନ ଅଛି । ଏହି ଭାକ୍ସିନରେ ମାତ୍ର ଗୋଟିଏ ଡୋଜ ଦେବାକୁ ପଡିବ ଏବଂ ତାହା ଶରିରକୁ ନଫୁଟାଇ ନାକରେ ଦିଆଯିବ । ଏଥିପାଇଁ ଭାରତ ବାୟୋଟେକ୍, ଆମେରିକାର ଦୁଇଟି ଭ୍ୟାକ୍ସିନ୍ ନିର୍ମାତା, ୱାସିଂଟନ୍ ସ୍କୁଲ ଅଫ ମେଡିସିନ୍ ଅଫ ଓ ଫ୍ଲୁ-ଜେନ କମ୍ପାନୀ ସହ କାମ କରୁଛି ।

ଏହି ଦୁଇଟି ପ୍ରକଳ୍ପ ମଧ୍ୟରୁ ୱାସିଂଟନ୍ ସ୍କୁଲ ଅଫ ମେଡିସିନ ସହ ମିଳିତ ଭାବେ କରାଯାଉଥିବା ଗବେଷଣାରେ ବଡ ଧରଣର ସଫଳତା ମିଳିଛି । ପଶୁଙ୍କ ଦେହରେ ପରୀକ୍ଷଣର ବେଶ ଭଲ ପ୍ରଭାବ ଦେଖିବାକୁ ମିଳିଛି ଏବଂ ଭଲ ଭାବରେ ରୋଗପ୍ରତିରୋଧକ ଶକ୍ତି ବା ଆଂଟିବଡି ସୃଷ୍ଟି ହୋଇଛି । ଖୁବ୍ ଶୀଘ୍ର ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ ବୋଲି ଭାରତ ବାୟୋଟେକ୍ ତରଫରୁ କୁହାଯାଇଛି । ୨୦୨୧ ଅଗଷ୍ଟ- ସେପ୍ଟେମ୍ବର ସୁଦ୍ଧା ଏହି ଭାକ୍ସିନ ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି । ଡକ୍ଟର କ୍ରିଷ୍ଣା ଇଲା କହିଛନ୍ତି, କୋଭିଡକୁ ରୋକିବା ପାଇଁ ଏହା ସବୁଠାରୁ ବଡ ଅସ୍ତ୍ର ହେବ ।

from Kanak News
via <a href="https://ifttt.com/?

ନିର୍ବନ୍ଧ ସରିଥିଲା, ଦୁଇ ମାସ ପରେ ଦୁହିତା ସାଜିଥାନ୍ତେ । କିନ୍ତୁ ସେଲଫି ନିଶା ସବୁଦିନ ପାଇଁ ଶୁଆଇଦେଲା, ବାହାଘର ସ୍ୱପ୍ନ ଅଧାରେ ରହିଗଲା ।

କନକ ବ୍ୟୁରୋ : ବିପଦପୂର୍ଣ୍ଣ ଭାବେ ମୋବାଇଲରେ ସେଲଫି ନେବା କେତେ ଯେ ଭୟଙ୍କର ହୋଇପାରେ ତାହା ରାଜଗାଙ୍ଗପୁରର ଅନୁପମା ପ୍ରଜାପତିଙ୍କ ସହ ଘଟିଯାଇଥିବା ଘଟଣାରୁ ସହଜରେ ଅନୁମାନ କରିହେବ । ବନ୍ଧୁମାନଙ୍କ ସହ ନଦୀ ଦାଢ଼ରେ ସେଲଫି ନେବାବେଳେ ପାଣିରେ ପଡି ଚାଲି ଯାଇଛି ତାଙ୍କ ଜୀବନ । ଆଉ ଅଧାରେ ରହିଯାଇଛି ସବୁ ସ୍ୱପ୍ନ ।

ଅନୁପମା ପ୍ରଜାପତି । ଆଉ ମାତ୍ର ମାସ କେଇଟା ପରେ ବାହା ହୋଇ ଶାଶୁ ଘରକୁ ଯାଇଥାନ୍ତେ । ହେଲେ ବିପଦପୂର୍ଣ୍ଣ ଭାବେ ସେଲଫି ନେବା ତାଙ୍କ ପାଇଁ କାଳ ହୋଇଛି । ବନ୍ଧୁଙ୍କ ସହ ନଦୀ ଦାଢ଼ରେ ସେଲଫି ଉଠାଇବାର ନିଶାରେ ନଦୀର ପ୍ରଖର ସ୍ରୋତରେ ପଡି ଚାଲି ଯାଇଛି ତାଙ୍କ ଜୀବନ ହରାଇଛ ।  ଦୁଇ ମାସ ତଳେ ତାଙ୍କର ନିର୍ବନ୍ଧ ହୋଇଥିଲା ଓ ଆସନ୍ତା ମେ ୪ ତାରିଖରେ  ବିବାହ ହୋଇଥାନ୍ତା । ହେଲେ ବାହାବେଦୀକୁ ଯିବା ପୂର୍ବରୁ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି  ।

ରାଜଗାଙ୍ଗପୁରର ଅନୁପମା ପ୍ରଜାପତି ବାପା, ମାଆ, ପରିବାରର ଅନ୍ୟ ସଦସ୍ୟ ଏବଂ ସାଙ୍ଗସାଥୀଙ୍କ ସହ ବଣଭୋଜି କରିବାକୁ ସୁନ୍ଦରଗଡର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଘୋଘର ଇବ୍ ନଦୀର କନାକୁଣ୍ଡକୁ ଯାଇଥିଲେ ।  ପରିବାରର ଅନ୍ୟ ସଦସ୍ୟମାନେ ରୋଷେଇ କରିବାରେ ବ୍ୟସ୍ତ ଥିବାବେଳେ ସେ ଅନ୍ୟ ଦୁଇ ବନ୍ଧୁଙ୍କ ସହ ନଦୀ ଦାଢ଼କୁ ଯାଇ ପ୍ରାକୃତିକ ସୌନ୍ଦଯ୍ୟ ଭରା ପାହାଡ ଓ ନଦୀ ପାଣି ସହ ନିଜର ସେଲଫି ମୋବାଇଲରେ ନେଉଥିଲେ । ହେଲେ ଫଟୋ ଉଠାରେ ଏତେ ଜୋରରେ ମାତି ଯାଇଥିଲେ ଯେ ସେ ନଦୀ ଦାଢ଼ରେ ଥିବା କଥାକୁ ବୋଧହୁଏ ଭୁଲିଯାଇଥିଲେ । ଆଉ ଅସାବଧାନତା ଯୋଗୁଁ ତଳକୁ ଖସି ପଡି ଗଭୀର ପାଣିରେ ଭାସି  ଯାଇଥିଲେ । ଦେଖୁ ଦେଖୁ ନିଖୋଜ ହୋଇଯାଇଥିଲେ ଅନୁପମା । ଦୀର୍ଘ ୨୨ ଘଂଟା ଖୋଜାଖୋଜି ପରେ ତାଙ୍କୁ ମୃତ ଦେହକୁ ଉଦ୍ଧାର କରିଛନ୍ତି ୬ ଜଣିଆ ଉଦ୍ଧାରକାରୀ ଦଳ ।

from Kanak News
via <a href="https://ifttt.com/?

ଟିକାକରଣ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ଟିକାକରଣ କେନ୍ଦ୍ର ପାଇଁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ : ଆସନ୍ତା ୮ ତାରିଖ ସୁଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗରନିଗମ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସ୍ବାସ୍ଥ୍ୟ ସଚିବ ପି.କେ.ମହାପାତ୍ରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ ଟିକାଦାନ କେନ୍ଦ୍ରଗୁଡ଼ିକରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ପର୍ୟ୍ୟବେକ୍ଷଣ ଗୃହ ରହିବା ଆବଶ୍ୟକ । ଏଗୁଡ଼ିକ ସାଧାରଣତଃ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାରେ ଚିହ୍ଟଟ ହେବ । ବ୍ଲକରେ ଥିବା ଜନସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ଲାଗି ସ୍ଥାନ ଚିହ୍ନଟ ହେବ ।

ସେହିପରି ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ,ଘରୋଇ ହସପିଟାଲରେ ମଧ୍ୟ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହେବ । ବ୍ଲକ ସ୍ତରୀୟ ଓ ପୌରସ୍ତରୀୟ ଟାସ୍କଫୋର୍ସଗୁଡ଼ିକ ଏସବୁ ଟିକାଦାନ କେନ୍ଦ୍ରଗୁଡ଼ିକର ପର୍ୟ୍ୟବେକ୍ଷଣ ପରେ ଜିଲ୍ଲା ପ୍ରଶାସନକୁ ଚୂଡ଼ାନ୍ତ ତାଲିକା ପଠାଇବେ । ଅନ୍ୟପକ୍ଷରେ ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ ଜଣିଆ ଦଳ ଚିହ୍ନଟ କରାଯିବ ।

ଟିକାଦାନ ପରେ କୌଣସି ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ, ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ମେଡିକାଲ ଅଫିସର ନିଯୁକ୍ତ ରହିବେ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ ।

from Kanak News
via <a href="https://ifttt.com/?

କୋଭାକ୍ସିନ ୨୦୦% ନିରାପଦ, ଭାରତ କାହାଠାରୁ ନକଲ କରିବା ଦେଶ ନୁହେଁ ବରଂ ନିଜେ କରିପାରିବ ଉଦ୍ଭାବନ । ସମାଲୋଚନା ନେଇ ମୁହଁ ଖୋଲିଲା ଭାରତ ବାୟୋଟିକ ।

କନକ ବ୍ୟୁରୋ : ଭାରତୀୟ ଫାର୍ମା କମ୍ପାନି ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଅନୁମତି ଦିଆଯିବାକୁ ନେଇ କେତେକ ରାଜନୈତିକ ଦଳ ପ୍ରଶ୍ନ ଉଠାଇଥିବାରୁ ତାହାର ଉତ୍ତର ରଖିଛି କମ୍ପାନି । କୋଭାକ୍ସିନ ୨୦୦ ପ୍ରତିଶତ ନିରାପଦ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଏଲ୍ଲା ଦାବି କରିଛନ୍ତି ।

ଗତକାଲି ଡ୍ରଗ୍ସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସହଯୋଗରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଦ୍ୱାରା ବିକଶିତ ଟିକା କୋଭିସିଲ୍ଡର ବ୍ୟବହାରକୁ ନେଇ କେହି ପ୍ରଶ୍ନ କରିନଥିବା ବେଳେ କୋଭାକ୍ସିନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁଥିବା ଟିକାକୁ କେମିତି ଡିସିଜିଆଇ ଅନୁମତି ଦେଲା, ସେ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏବେ ସାମ୍ବାଦିକ ସମ୍ମିଳନୀ କରି ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ଡ. ଏଲ୍ଲା। ସେ କହିଛନ୍ତି ଅନ୍ୟ କମ୍ପାନି ଦ୍ୱାରା ପ୍ରସ୍ତୁତ କରୋନା ଟିକା ତୁଳନାରେ କୋଭାକ୍ସିନ ମାତ୍ର ୧୦ ପ୍ରତିଶତ କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଛି । କୋଭାକ୍ସିନ ୨୦୦ ପ୍ରତିଶତ ନିରାପଦ ବୋଲି ସେ ଦାବି କରିଛନ୍ତି ।

କ୍ରିଷ୍ଣା  ଏଲ୍ଲାଙ୍କ କହିବା ମୁତାବକ, ଯଦି ଆପଣଙ୍କର ପ୍ଲାଟଫର୍ମ ପ୍ରମାଣିତ ହୋଇଛି, ସୁରକ୍ଷିତ ଅଛି ଏବଂ ପ୍ରଥମ ଏବଂ ଦ୍ବିତୀୟ ପରୀକ୍ଷାର ତଥ୍ୟ ଉପଲବ୍ଧ ଅଛି, ତେବେ ଆପଣ ଉତ୍ପାଦକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇପାରିବ ବୋଲି କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ୨୦୧୯ ଦେଇଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି । କୋଭାକ୍ସିନକୁ ଏହି ସର୍ତ୍ତ ଆଧାରରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । କୋଭାକ୍ସିନକୁ ଏକ ଭାରତୀୟ କମ୍ପାନି ତିଆରି କରିଛି ବୋଲି, ତାକୁ ନେଇ ଏବେ ସମାଲୋଚନା କରାଯାଉଛି। ମୁଁ ଜାଣିପାରୁନାହିଁ ଭାରତୀୟ କମ୍ପାନିକୁ ବିଶ୍ବସ୍ତରରେ କାହିଁକି ଟାର୍ଗେଟ କରାଯାଏ। ବିଦେଶୀ କମ୍ପାନିକୁ ସମର୍ଥନ କରି ସ୍ବଦେଶୀ କମ୍ପାନିକୁ ସମାଲୋଚନା କରାଯିବା କଷ୍ଟଦାୟକ। ଭାରତ କାହାଠାରୁ ନକଲ କରିବା ଦେଶ ନୁହେଁ, ସେ ନିଜେ ଉଦ୍ଭାବନ କରିପାରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ କେବଳ ଭାରତରେ କ୍ଲିନିକାଲ୍ ପରୀକ୍ଷା କରୁନାହୁଁ। ବ୍ରିଟେନ ସମେତ ୧୨ରୁ ଅଧିକ ଦେଶରେ ଆମେ କ୍ଲିନିକାଲ୍ ପରୀକ୍ଷା କରୁଛୁ । ପାକିସ୍ତାନ, ନେପାଳ, ବାଂଲାଦେଶ ଏବଂ ଅନ୍ୟାନ୍ୟ ଦେଶରେ କ୍ଲିନିକାଲ୍ ପରୀକ୍ଷା କରୁଛୁ। ଆମେ କେବଳ ଏକ ଭାରତୀୟ କମ୍ପାନି ନୁହେଁ, ଆମେ ପ୍ରକୃତରେ ଏକ ବିଶ୍ୱସ୍ତରୀୟ କମ୍ପାନି ।

from Kanak News
via <a href="https://ifttt.com/?

ଜଗା ଦର୍ଶନ ପାଇଁ ଅଡୁଆ ହେଉଛି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଘରୋଇ ହସପିଟାଲ ବିରୋଧରେ ଆସିଲା ମନଇଚ୍ଛା ରିପୋର୍ଟ ଦେଉଥିବା ଅଭିଯୋଗ ।

କନକ ବ୍ୟୁରୋ : ୯ ମାସ ପରେ ଶ୍ରୀମନ୍ଦିର ଖୋଲିବା ପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଆତୁର ହୋଇ ରହିଥିବା ଭକ୍ତ, କୋଭିଡ୍ ରିପୋର୍ଟ ପାଇବା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି । ଏପଟେ ଅଭିଯୋଗ ହୋଇଛି, ମନଇଚ୍ଛା କୋଭିଡ୍ ରିପୋର୍ଟ ଦେଇଛି ଏହି ଘରୋଇ ହସପିଟାଲ୍ । ନିୟମ ଅନୁସାରେ ମାତ୍ର ୨୦୦ ଟେଷ୍ଟ କରିବାକୁ ଏହି ହସପିଟାଲକୁ ଅନୁମତି ଥିବା ବେଳେ ଗୋଟିଏ ଦିନରେ ହଜାରରୁ ଅଧିକ ଟେଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି ।

କେବଳ ଏତିକି ନୁହେଁ, ପୁରୀ ବାହାର ଲୋକଙ୍କ ଟେଷ୍ଟ ପାଇଁ ବାରଣ ଥିଲେ ବି ତାକୁ ମଧ୍ୟ ପାଳନ କରାଯାଇନାହିଁ । ଆଉ ଟେଷ୍ଟ ସଂପର୍କରେ ସରକାରଙ୍କୁ ମଧ୍ୟ ସୂଚନା ଦେଇନାହିଁ ଏହି ଘରୋଇ ହସପିଟାଲ୍ । କୋଭିଡ୍ ରିପୋର୍ଟରେ ଜାଲିଆତି ଓ ଟେଷ୍ଟିଂରେ ଅନିୟମତତା ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଛି ପୁରୀ ସ୍ୱାସ୍ଥ୍ୟ ବିଭାଗ ।

ଗୋଟିଏ ପଟେ ଶ୍ରୀମନ୍ଦିରରେ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ହୋଇଥିବା ବେଳେ ଅନ୍ୟପଟେ ଦର୍ଶନାର୍ଥୀଙ୍କ କୋଭିଡ ଟେଷ୍ଟ ପାଇଁ କିଛି ସରକାରୀ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ ଓ ସେବାୟତ ।

ଦୈନିକ ୧୫ରୁ ୧୭ ହଜାର ଦର୍ଶନ ପାଇଁ ଅନୁମତି ଥିବା ବେଳେ କରୋନା କଟକଣା ଯୋଗୁଁ ଦୁଇ ଦିନରେ ଖୁବ କମ୍ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରକୁ ଆସିଛନ୍ତି । ଦର୍ଶନ ବ୍ୟବସ୍ଥାରେ ଥିବା କଟକଣା କୋହଳ କରିବାକୁ ଦାବି ହୋଇଛି ।

from Kanak News
via <a href="https://ifttt.com/?

କୁଳମଣିଙ୍କ ପାଇଁ ରାସ୍ତାରେ ବିଛା ଯାଇଥିଲା ହତ୍ୟାର ଷଡଯନ୍ତ୍ର । ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟା ପାଇଁ ପ୍ରସ୍ତୁତ ଥିଲେ ଅପରାଧୀ ।

କନକ ବ୍ୟୁରୋ : କୁଳମଣି ବରାଳଙ୍କ ହତ୍ୟା ଥିଲା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ । ଏକଥା ଆମେ କହୁନୁ, ବରଂ ଘଟଣାସ୍ଥଳର ସ୍ଥିତି ହିଁ ବୟାନ କରୁଛି । କୁଳମଣିଙ୍କ ଗତିବଧିକୁ ଅନୁଧ୍ୟାନ କରୁଥିବା ଏହି ଦୁର୍ବୃତମାନେ ପୂର୍ବ ନିଦ୍ଧାରିତ ଯୋଜନା ଅନୁସାରେ, ରାସ୍ତା ଉପରେ ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର ।

ଶୀତ ଦିନିଆ ସନ୍ଧ୍ୟା । ଚାରିଆଡେ ଶୁନଶାନ । ନିଜ ଷଡ଼ଯନ୍ତ୍ରକୁ ବାସ୍ତବ ରୁପ ଦେବା ଦୁର୍ବୃତମାନେ, ରାସ୍ତାକଡ଼ରେ ଥିବା ଷ୍ଟ୍ରିଟ୍ ଲାଇଟର ସଂଯୋଗକୁ ପ୍ରଥମେ କାଟି ଦେଲେ । ଷ୍ଟିଟ୍ ଲାଇଟ୍ ବନ୍ଦ ହୋଇଯିବାରୁ ଚାରିଆଡେ ଅନ୍ଧାର ହୋଇଗଲା । ମୁହଁକୁ ମୁହଁ ଦେଖା ଯାଉନଥିବା ବେଳେ ରାସ୍ତା ଉପରେ ବଡ଼ ବଡ଼ ଦୁଇଟି କାଠଗଣ୍ଡି ଆଣି ପକାଇ ଦେଇଥିଲେ ଦୁର୍ବୃତ । ଚାରିଆଡେ ବୁଦାଳିଆ ଗଛ । ଆଉ ଏହାରି ଭିତରେ ଦୃର୍ବତମାନେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଛକି ରହିଥିଲେ ।

ଠିକ୍ ସେହି ସମୟରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ, ସେହି ରାସ୍ତା ଦେଇ ଫେରୁଥିଲେ । ବାଇକ୍ରେ ଯଁକୋଟି ଗ୍ରାମ ଦେଇ ନୃତାଙ୍ଗକୁ ଫେରୁଥିବା ବେଳେ ଅଚାନକ୍ ରାସ୍ତା ଉପରେ ଅଟକି ଯାଇଥିଲେ ଦୁଇ ଜଣ, କାରଣ ରାସ୍ତା ଉପରେ ପଡ଼ିଥିଲା କାଠଗଣ୍ଡି ।

ଆଉ ଯଁକୋଟି ବ୍ରାହ୍ମଣସାହି ନିକଟରେ ହୋଇଥିଲା ଅତର୍କିତ ଆକ୍ରମଣ । ପ୍ରାୟ ୬ ଜଣ ଦୁବୃର୍ତ ଅଚାନକ୍ ଆକ୍ରମଣ କରିବାରୁ ରାସ୍ତା ଉପରେ ପଡ଼ିଯାଇଥିଲେ, କୁଳମଣି ଏବଂ ତାଙ୍କ ସହଯୋଗୀ । ଦୁଇ ଜଣ ଯାକ ତଳେ ପଡ଼ିଯିବା ପରେ ଉଭୟଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତ ।

ଆଉ ଏହା ପରେ ଯାହା ଘଟିଥିଲା, ତାହା ସମସ୍ତଙ୍କୁ ଜଣା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୂଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସଂକଟାପନ୍ନ ଅବସ୍ଥାରେ ଦିବ୍ୟସିଂହଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା, ହେଲେ ସେଠି ତାଙ୍କୁ ବି ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାସ୍ଥଳରୁ ହସ୍ପିଟାଲ ନେବା ରାସ୍ତାରେ କୂଳମଣି ବରାଳ, ଆକ୍ରମଣକାରୀଙ୍କ ନାଁ କହିଥିବା ଦାବି କରିଛନ୍ତି, ମୃତ କୂଳମଣୀଙ୍କ ପୁଅ ।

ବଡ଼ କଥା ହେଉଛି, ଏହି ହତ୍ୟାକାଣ୍ଡ ସହିତ ବିକାଶ ଜେନା ହତ୍ୟାକାଣ୍ଡର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । କାରଣ, ଠିକ୍ ସମାନ ଢ଼ଙ୍ଗରେ ଯଁକୋଟୀ ଶୁକୁନଈ ବନ୍ଧ ରାସ୍ତାକଡ଼ରେ ଯଚିନ୍ଦ୍ର ଜେନାଙ୍କ ପୁଅ ବିକାଶ ଜେନାଙ୍କ ହତ୍ୟା କରାଯାଇଥିଲା । ଯେତେବେଳେ ଠିକ୍ ସମାନ ଢ଼ଙ୍ଗରେ ଦୁର୍ବୃତମାନେ ଦଳବଦ୍ଧ ଭାବେ ବିକାଶକୁ ଆକ୍ରମଣ କରିଥିଲେ, ଠିକ୍ ଯେମିତି କୂଳମଣୀ ବରାଳଙ୍କୁ ହତ୍ୟା କରାଯାଇଛି ।

କୂଳମଣୀ ବରାଳ ପୂର୍ବରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ଦର୍ଶାଇଥିଲେ । ଏମିତି କି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବାର ଆଶଙ୍କା କରି ପୁଲିସ୍ ପ୍ରଶାସନକୁ ଅବଗତ କରିଥିଲେ । ଆଉ ଏହାରିି ଭିତରେ କୁଳମଣୀଙ୍କ ସହ ଦୁଇ ଜଣଙ୍କୁ ଦୃର୍ବୃତମାନେ ଆକ୍ରମଣ କରି ହତ୍ୟା କରିଛନ୍ତି ।

ବିକାଶ ଜେନାଙ୍କ ହତ୍ୟା ଘଟଣାରେ ମଧ୍ୟ ସମାନ ଢ଼ଙ୍ଗରେ ରାଜନୈତିକ ଶତ୍ରୁତା କାରଣରୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଥିଲା, ଠିକ୍ ଯେମିତି କୁଳମଣୀ ବରାଳ ଓ ଦିବ୍ୟସିଂହ ବରାଳଙ୍କ କ୍ଷେତ୍ରରେ ଅଭିଯୋଗ ହୋଇଛି । ଆଉ ବାରମ୍ବାର ଏଭଳି ଘଟୁଥିବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

କୋଭାକ୍ସିନ୍ ବନାମ କୋଭିସିଲ୍ଡ: ଭାରତରେ ଭୂତାଣୁ ମାରିବାକୁ ଅନୁମତି ପାଇଥିବା ଦୁଇଟି ଭ୍ୟାକ୍ସିନର ଦମ୍ କେତେ?

କନକ ବ୍ୟୁରୋ: ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ । ଅର୍ଥାତ ଦୁଇଟି ଟିକା ପ୍ରସ୍ତୁତ ହୋଇ ରହିଛି । କରୋନା ମହାମାରୀର ଏହି ଲମ୍ବା ଲଢେଇର ମୁକାବିଲା କରିବା ପାଇଁ ତୟାର କୋଭିସିଲଡ ଏବଂ କୋଭାକସିନ । ଆଉ କିଛି ଦିନ ମଧ୍ୟରେ ଭାରତରେ ଆରମ୍ଭ ହୋଇଯିବ ସମୁହ ଟିକାକରଣ । କୋଭିସିଲ୍ଡ ହେଉଛି ସେହି ଟିକା ଯାହାକୁ ବ୍ରିଟେନ ସମେତ ଅନ୍ୟ ଦେଶମାନେ ମଧ୍ୟ ବ୍ୟବହାର କରୁଛନ୍ତି । କିନ୍ତୁ କୋଭାକ୍ସିନର ଅନୁମତି ବେଳେ କିଛିଟା ସର୍ତ ରହିଛି । କାରଣ ଏହେ ଏବେ ବି କ୍ଲିନିକାଲ ଟ୍ରାଏଲ ମୋଡରେ ରହିଛି । ଭାରତରେ ଅନୁମତି ପାଇଥିବା ଏହି ଦୁଇଟି ଟିକାକୁ ତୁଳନା କଲେ କିଛି ଏପରି ତଥ୍ୟ ସାମନାକୁ ଆସେ ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନିକା ଏହି କୋଭିସିଲଡ ଭାକସିନ ପ୍ରସ୍ତୁତ କରିଛନ୍ତି । ଭାରତରେ ଏହାର ପରୀକ୍ଷଣ ଦାୟିତ୍ୱ ନେଇଥିଲା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ସମୁହ ଟିକାକରଣ ପାଇଁ କୋଭିସିଲଡ ଉତ୍ପାଦନ ମଧ୍ୟ ସେରମ କରୁଛି । 

କୋଭାକ୍ସିନ୍

ଭାରତ ବାୟୋଟେକ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆରର ମିଳିତ ସହଯୋଗରେ ତିଆରି ହେଉଛି କୋଭାକସିନ । ଏହାର ଟ୍ରାଏଲ ଏବେ ଚୂଡାନ୍ତ ତୃତୀୟ ପର୍ଯ୍ୟାୟରେ ରହିଛି । ଆଇସିଏମର ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି ଆଉ ସପ୍ତାହେ ମଧ୍ୟରେ ଫୁଲ ଟ୍ରାଏଲ ଶେଷ ହୋଇଯିବ ।  

କୋଭିସିଲ୍ଡ

ସିମ୍ପାଞ୍ଜିକୁ ସାଧାରଣ ଥଣ୍ଡା ସଂକ୍ରମଣ ବେଳେ ତା ଦେହରେ ଥାଏ ଆଡିନୋ ଭୂତାଣୁ । ଏହି ଭୂତାଣୁକୁ ବ୍ୟବହାର କରି ପ୍ରସ୍ତୁତ ହୋଇଛି କୋଭିସିଲଡ । ଏହି ଭୂତାଣୁ ଦୁର୍ବଳ ହେବା ପରେ ଏହାକୁ ବ୍ୟବହାର କରାଯାଇଛି । 

କୋଭାକ୍ସିନ୍

କୋଭାକ୍ସିନ୍, ମୃତ ବା ନିଷ୍କ୍ରିୟ କରୋନା ଭୂତାଣୁରୁ ତିଆରି ହୋଇଛି । ମେଡିକାଲ ଭାଷାରେ ଏହାକୁ କୁହାଯାଏ ଇନଆକ୍ଟିଭେଟେଡ ଭ୍ୟାକ୍ସିନ । ଟିକା ଦେବା ପରେ ଏହି ଭୂତାଣୁଟି ସଂକ୍ରମଣ କରିପାରେନାହିଁ । କିନ୍ତୁ ଟିକାର ଗୋଟିଏ ସଟ ପ୍ରକୃତ ଭୂତାଣୁକୁ ଚିହ୍ନଟ କରିବାରେ ସହାୟକ ହୋଇଥାଏ । ଆଉ ଯେତେବେଳେ ସଂକ୍ରମଣ ହୁଏ ଏହା ତା ସହିତ ଲଢେଇ କରିଥାଏ ।

କୋଭିସିଲ୍ଡ

କୋଭିସିଲଡ ଟିକା ୭୦ ପ୍ରତିଶତ ଫଳପ୍ରଦ ବୋଲି ନିର୍ମାତାମାନେ ଦାବି କରିଛନ୍ତି । କୌଣସି ଭାକସିନ ୫୦ ପ୍ରତିଶତରୁ ଅଧିକ ଫଳପ୍ରଦ ହେଲେ ତାହାକୁ ଗ୍ରହଣ କରାଯାଇଥାଏ । ସେହି ଦୃଷ୍ଟିରୁ କୋଭିସିଲଡର ସଫଳତା ହାର ଭଲ ରହିଛି । 

କୋଭାକ୍ସିନ୍

କୋଭାକସିନ ଏବେ କ୍ଲିନିକାଲ ଟ୍ରାଏଲର ଶେଷ ପର୍ଯ୍ୟାୟରେ ରହିଥିବାରୁ ଏହାର ଫଳପ୍ରଦ ହାର ସର୍ବସାଧାରଣ କରାଯାଇନାହିଁ । 

କୋଭିସିଲ୍ଡ

କୋଭିସିଲ୍ଡ ଭାକସିନ ୨ଟି ଡୋଜରେ ଦିଆଯିବ । ଭାରତରେ ସିରମ ଇନଷ୍ଟ୍ିଚ୍ୟୁଟ ପକ୍ଷରୁ ୨ଟି ଡୋଜ ଦିଆଯାଇ ଏହାର ପରୀକ୍ଷଣ କରାଯାଇଥିଲା । ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ ଦିଆଯିବ ।

କୋଭାକ୍ସିନ୍

କୋଭାକସିନ ଭାକସିନ ମଧ୍ୟ ୨ଟି ଡୋଜରେ ଦିଆଯିବ । ତେବେ କେତେଦିନର ବ୍ୟବଧାନରେ ଦିଆଯିବ ତାହା ଭାରତ ବାୟୋଟେକ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ତେବେ ୨ ସପ୍ତାହ ବ୍ୟବଧାନରେ ଦ୍ୱିତୀୟ ଡୋଜ ଦିଆଯିବ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିଲା ।

କୋଭିସିଲ୍ଡ

କୋଭିସିଲଡକୁ ସଂରକ୍ଷିତ କରି ରଖିବା ପାଇଁ ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ଆବଶ୍ୟକ ପଡିଥାଏ । ତେଣୁ ସାଧାରଣ ଫ୍ରିଜର ଡିପ-ଫ୍ରିଜରେ ଏହାକୁ ରଖାଯାଇପାରିବ ।

କୋଭାକ୍ସିନ୍

କୋଭାକସିନ ଟିକା ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସଂରକ୍ଷିତ କରାଯିବ । ପୂର୍ବ ଭ୍ୟାକ୍ସିନ ଗୁଡିକ ଭଳି ସାଧାରଣ ଡିପ-ଫ୍ରିଜରେ ଏହାକୁ ରଖାଯାଇପାରିବ । 

କୋଭିସିଲ୍ଡ

ଭାରତ ସରକାରଙ୍କ ଡ୍ରଗସ କଂଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ କହିଛନ୍ତି, ଉଭୟ କୋଭିସିଲଡ ଏବଂ କୋଭାକସିନ ୧୧୦ ପ୍ରତିଶତ ନିରାପଦ । ଏବଂ ଯେଉଁ ପାଶ୍ୱର୍ପ୍ରତିକ୍ରିୟା ସବୁ ରହିଛି ତାହା ଅନ୍ୟ ସବୁ ଭାକସିନ ଭଳି, ତେଣୁ ଏହା ଚିନ୍ତାଜନକ ନୁହେଁ । 

କୋଭାକ୍ସିନ୍

କୋଭାକସିନ ଏକ ଟାଇମ ଟେଷ୍ଟେଡ ଭ୍ୟାକ୍ସିନ ହୋଇଥିବାରୁ ଏହାର ପାଶ୍ୱର୍ ପ୍ରତିକ୍ରିୟା ଆଦୌ ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି ଭାରତ ବାୟୋଟେକର ବିଶେଷଜ୍ଞ । ପୂର୍ବରୁ ପ୍ରସ୍ତୁତ ହେଉଥିବା ଭାକସିନର ପ୍ରଣାଳୀ କୋଭାକସିନ କ୍ଷେତ୍ରରେ ମଧ୍ୟ କରାଯାଇଥିବାରୁ ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ମାହାଙ୍ଗା ଡବଲ ମର୍ଡର ଘଟଣା । ସଂପୃକ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ୪୮ ଘଂଟାର ମହଲତ ଦେଲା ବିଜେପି ।

କନକ ବ୍ୟୁରୋ : ହତ୍ୟା ପଛରେ ଯେତେବେଳେ ରାଜନୈତିକ ଶକ୍ତିର, ସଂପୃକ୍ତିର ଅଭିଯୋଗ ଆସେ, ତାକୁ ନେଇ ରାଜନୈତିକ ପ୍ରତିବାଦ କେମିତି ବା ନହେବ । ଠିକ୍ ସେଇୟା ହୋଇଛି, ଯେତେବେଳେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କୁ ଦୁର୍ବୃତମାନେ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡକୁ ବିରୋଧ କରି ମାହାଙ୍ଗାରେ ବିଶାଳ ଶୋଭାଯାତ୍ରା କରିଛି ବିଜେପି ।

କେବଳ ସେତିକି ନୁହେଁ, ରାଜ୍ୟ ବ୍ୟାପି ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ଦଳ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଘଟଣାକୁ ନେଇ କଂଗ୍ରେସ ବି ପ୍ରତିକ୍ରିୟା ରଖିଥିବା ବେଳେ ଆଇନ ମନ୍ତ୍ରୀ କହିଛନ୍ତି-ଦୋଷୀଙ୍କୁ ମିଳିବ ଦଣ୍ଡ ।

ଏପଟେ କୂଳମଣୀ ବରାଳଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟର ଆଇନ୍ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ । ଏହାରି ଭିତରେ ୧୭ଟି ରାଜନୈତିକ ହତ୍ୟାକାଣ୍ଡ ଏବଂ କେବଳ ପଂଚାୟତ ନିର୍ବାଚନରେ ୧୪ଟି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି ଅପରାଜିତା ଷଡଙ୍ଗୀ । ଆଉ ବିଜେଡି ପାଲଟା ଆକ୍ରମଣ କରି କହିଛି-ବିଜେପି ଶାସିତ ରାଜ୍ୟରେ କ’ଣ ଘଟୁଛି ତାହା ସମସ୍ତଙ୍କୁ ଜଣା ।

ବଡ଼ କଥା ହେଉଛି, ପରୀ ହତ୍ୟାକାଣ୍ଡ ପରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣୀ ବରାଳଙ୍କ ହତ୍ୟାକାଣ୍ଡ ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ଏକ ବଡ଼ ପ୍ରସଙ୍ଗ ମିଳିଯାଇଛି, ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ।

from Kanak News
via <a href="https://ifttt.com/?

ଦୁଇଟି କୋଭିଡ୍ ଟିକାକୁ ଅନୁମତି ପରେ ରାଜ୍ୟ ସରକାରଙ୍କ ତତ୍ପରତା । ସ୍ୱାସ୍ଥ୍ୟମନ୍ତ୍ରୀ ଓ ଡିଏମଇଟି କହିଲେ, ଟିକାକରଣ ପାଇଁ ପ୍ରସ୍ତୁତ ଓଡ଼ିଶା ।

କନକ ବ୍ୟୁରୋ : ଖୁବଶୀଘ୍ର ଭାରତରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ଼ ଟିକାକରଣ । ଏପଟେ ଓଡ଼ିଶା ବି ଟିକାକରଣ ପାଇଁ ପ୍ରସ୍ତୁତ ହୋଇ ରହିଛି । କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରି ବ୍ୟବହାର ପାଇଁ ଅନୁମତି ମିଳିବା ପରେ କେବେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ, ଏ ନେଇ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । କେବେ ଟିକା ବଂଟନ ହେବ, କେବେ ଟିକାକରଣ କରାଯିବ, ଏ ସଂପର୍କରେ ନିର୍ଦ୍ଦିଷ୍ଟ ଘୋଷଣା ହୋଇନଥିଲେ ବି ଖୁବଶୀଘ୍ର ଏହା ଆରମ୍ଭ କରାଯିବ ବୋଲି ଜଣାପଡିଛି ।

କେତେ ପରିମାଣରେ କୋଭାକ୍ସିନ୍ ଟିକା ପ୍ରସ୍ତୁତ ହୋଇଛି, ଏ ନେଇ କୌଣସି ସୂଚନା ନଥିବା ବେଳେ ସିରମ ଇନ୍ଷ୍ଟିଚ୍ୟୁଟ ପ୍ରାୟ ୫ କୋଟି କୋଭିସିଲ୍ଡ ଟିକା ପ୍ରସ୍ତୁତ କରିସାରିଛି । ଦିନେ ଦୁଇଦିନ ମଧ୍ୟରେ ଏହାର ବିତରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏପଟେ ଟିକାକରଣ ପାଇଁ ଓଡ଼ିଶା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି, ଟିକା ଆସିବା ମାତ୍ରେ ଟିକାକରଣ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି ।

ପ୍ରାଥମିକ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟର ୩ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଡାଟାବେସ୍ ଅନୁସାରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଛି । ଏହାପରେ ଆଗଧାଡ଼ିର କରୋନା ଯୋଦ୍ଧା ଓ ବୟସ୍କଙ୍କ ଡାଟାବେସ୍ ପ୍ରସ୍ତୁତ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଟିକାକରଣ କରାଯିବ । ତେବେ ଘରୋଇ ବିତରଣ କେବେ ହେବ, ଏପର୍ଯ୍ୟନ୍ତ କୌଣସି ଗାଇଡ୍ଲାଇନ୍ ଜାରି କରିନାହାନ୍ତି କେନ୍ଦ୍ର ସରକାର ।

ଦୁଇ ଦିନ ତଳେ କ୍ୟାପିଟାଲ୍ ହସପିଟାଲ ଓ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଟିକାର ଡ୍ରାଏ ରନ୍ ବା ଟିକାକରଣର ପୂର୍ବାଭ୍ୟାସ ହୋଇଛି । ୨୧ ଲକ୍ଷ ସିରିଂଜ ସହ ଟିକାକରଣର ଆବଶ୍ୟକ ସରଂଜାମ ମଧ୍ୟ ଓଡ଼ିଶାରେ ପହଁଚି ସାରିଛି । ଅପେକ୍ଷା ରହିଛି, କେବେ କୋଭିଡ୍ ଟିକାର ବଂଟନ ଆରମ୍ଭ ହେବ ।

from Kanak News
via <a href="https://ifttt.com/?

ସୁଶାନ୍ତ ରାଜପୁତ ମୃତ୍ୟୁ ଘଟଣା: ପୁଣି ଏନସିବି ଅଫିସରେ ରିୟା ଏବଂ ଭାଇ ସୌଭିକ ହାଜର, ମାସକ ପୂର୍ବେ ଜେଲରୁ ରିୟା ପାଇଥିଲେ ବେଲ୍

କନକ ବ୍ୟୁରୋ: ଦୀର୍ଘ ଦିନ ପରେ କ୍ୟାମେରାରେ ସ୍ପଟ ହୋଇଛନ୍ତି ରିୟା । ଅନେକ ମାସ ପରେ ତାଙ୍କୁ କ୍ୟାମରାରେ ସ୍ପଟ କରାଯାଇଛି । ସେ ତାଙ୍କର ଭାଇ ସୋଭିକ ଚକ୍ରବର୍ତ୍ତୀଙ୍କ ସହିତ ନଜର ଆସିଥିଲେ । ସୋମବାର ଦିନ ରିୟା ଏନସିବି ଅଫିସରେ ହାଜିରା ପକାଇଥିଲେ । ରିୟାଙ୍କ ସହିତ ତାଙ୍କ ବାପା ଇନ୍ଦ୍ରଜୀତ ଚକ୍ରବର୍ତ୍ତୀ ଏବଂ ଭାଇ ସୌଭିକ ମଧ୍ୟ ନଜର ଆସିଥିଲେ । ଜାମିନରେ ଆସିବାପରେ ନିୟମ ଅନୁସାରେ ରିୟା ଏବଂ ସୌଭିକ ସମୟ ସମୟରେ ଏନସିବି ଅଫିସରେ ହାଜିରା ପକାଇବା ପାଇଁ ଯିବାକୁ ପଡିବ । ଏହା ପୂର୍ବରୁ  ୩ ଜାନୁଆରୀରେ ରିୟା ଭାଇ ସୌଭିକଙ୍କ ସହିତ  ବାନ୍ଦ୍ରାରେ ଏକ ବିଲଡିଂ ବାହାରେ ନଜର ଆସିଥିଲେ । 

ସୂଚନା ଅନୁସାରେ ରିୟା ଏବଂ ସୌଭିକ ବାନ୍ଦ୍ରାରେ ନୂଆ ଘର ଖୋଜୁଥିବା ନେଇ ଚର୍ଚା କରାଯାଉଛି । ରିୟା ବର୍ତ୍ତମାନ ଜୁହୁତାରା ରୋଡ ସ୍ଥିତ  ପ୍ରାଇମରୋଜ ଆପାଟମେଣ୍ଟରେ  ପରିବାର ସହିତ  ରହୁଛନ୍ତା ସୁଶାନ୍ତ କେସରେ ରିୟା ନାଁରେ ଏଫାୟାର ହୋବାପରେ ରିୟାଙ୍କ ଅଡୁଆ ବଢିଥିଲା । ସିବିଆଇ,ଏନସିବି ଏବଂ ଇଡି ସମସ୍ତଙ୍କ ଜେରାର ସମ୍ମୁଖୀନ ହୋଇଥିଲେ ରିୟା । ସୁଶାନ୍ତ କେସରେ ରିୟାଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା । ରିୟାଙ୍କ ପୂର୍ବରୁ ତାଙ୍କ ଭାଇଙ୍କୁ ମଧ୍ୟ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ କରାଯାଇଥିଲା ।  

ତେବେ ୧୪ ଜୁନରେ ୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ବାନ୍ଦ୍ରା ସ୍ଥିତ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ଘଟଣା ଘଟିବାର କିଛି ଦିନପରେ ସୁଶାନ୍ତଙ୍କର ପରିବାର ବର୍ଗ  ରିୟା ଓ ତାଙ୍କ ପରିବାର ଉପରେ ଟଙ୍କା ହେରଫେରର , ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା ନେଇ ଅଭିଯୋଗ ଆଣିଥିଲେ । ରିୟାଙ୍କୁ ଏନସିବି ୮ ସେପ୍ଟେମ୍ବରରେ ଗିରଫ କରିଥିଲା ।  ଏବଂ ଗୋଟେ ମାସ ପୂର୍ବେ ତାଙ୍କୁ ବେଲ ମିଳିଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started