କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟରେ ବୈଠକ ଶେଷ । ଆଜିବି ହୋଇପାରିଲାନି କୌଣସି ସମାଧାନ । ଜାନୁଆରୀ ୮ରେ ପୁଣି ହେବ ବୈଠକ । 

କନକ ବ୍ୟୁରୋ : କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟରେ ବୈଠକ ଶେଷ ହୋଇଛି । ଆଜିବି ସରକାର ଓ କୃଷକଙ୍କ ମଧ୍ୟରେ ହୋଇପାରିଲାନି କୌଣସି ସମାଧାନ । ଏମଏସପିକୁ ନେଇ ମଧ୍ୟ କୌଣସି ସମାଧାନ ହୋଇପାରିଲାନି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି  ଚାଷୀ । ଆନ୍ଦୋଳନ ଜାରି ରହିବ ବୋଲି କହିଲେ ଜାନୁଆରୀ ୮ରେ ପୁଣି ହେବ ବୈଠକ ।

ଦୀର୍ଘଦିନ ହେବ ଜାରି ରହିଛି ଚାଷୀ ଆନ୍ଦୋଳନ । ପ୍ରବଳ ଥଣ୍ଡା ଓ ଗତକାଲି ବର୍ଷା ହୋଇଥିବା ବେଳେ ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି ।

ସେପଟେ ଅଲୱର ଶାହଜାହନପୁରରେ ଚାଷୀମାନେ ବଳପୂର୍ବକ ପୁଲିସ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ସୀମାକୁ ଆସିବା ବେଳେ ପୁଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଚାଷୀନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ । ତେଣୁ କର ବା ମର ଲଢେଇ ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ଚାଷୀ ନେତା ।

from Kanak News
via <a href="https://ifttt.com/?

ଜଗା ଦର୍ଶନ ପାଇଁ ହସ୍ପିଟାଲ ଦେଇଥାଇପାରେ ନକଲି ରିପୋର୍ଟ । ଗୋଟିଏ ଦିନରେ ହଜାର ହଜାର ଲୋକଙ୍କୁ ମିଳିଛି ନେଗେଟିଭ ସାର୍ଟିଫିକେଟ, ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

କନକ ବ୍ୟୁରୋ: ସର୍ବସାଧାରଣଙ୍କୁ ଜଗା ଦର୍ଶନ ପାଇଁ ଦ୍ୱିତୀୟ ଦିନରେ ବଢ଼ିଲା ଦ୍ୱନ୍ଦ । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଥିବାରୁ ଗତକାଲି ହଜାର ହଜାର ଲୋକ ଘରୋଇ ହସ୍ପିଟାଲରେ ଲମ୍ବା ଲାଇନ ଲଗାଇଥିଲେ । ଲୋକଙ୍କ ଭିଡ ଜମିଥିବା ବେଳେ ପୁରୀର ଏକ ଘରୋଇ ହସ୍ପିଟାଲ ନକଲି ରିପୋର୍ଟ ଦେଇଥାଇପାରେ ସନ୍ଦେହ କରାଯାଉଛି । ଗୋଟିଏ ଦିନରେ ହଜାର ହଜାର ଲୋକଙ୍କୁ ହସ୍ପିଟାଲ ପକ୍ଷରୁ କରୋନାର ନେଗେଟିଭ ସାର୍ଟିଫିକେଟ ଦିଆହୋଇଥିଲା । ହେଲେ ସ୍ୱାସ୍ଥ୍ୟ ବିଭାଗକୁ ପାଖକୁ ଏନେଇ କିଛି ବି ତଥ୍ୟ ଯାଇନାହିଁ । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତବେ କୋଭିଡ ରିପୋର୍ଟ ଜାଲିଆତି ଅଭିଯୋଗ ଆସିବା ପରେ ସଂପୃକ୍ତ ଘରୋଇ ହସ୍ପିଟାଲରେ ଚଢାଉ କରିଛି ସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲା ବାହାର ଭକ୍ତଙ୍କ କୋଭିଡ ଟେଷ୍ଟ ପୁରୀରେ ହୋଇପାରିବ ନାହିଁ ବୋଲି କୁହାଯାଇଥିବା ବେଳେ ଏକ ଘରୋଇ ହସ୍ପିଟାଲ ଏହାର ଉଂଲଘନ କରିଥିବା ନେଇ ଚଢାଉ ହୋଇଛି ବୋଲି ସିଡିଏମଓ କହିଛନ୍ତି ।

from Kanak News
via <a href="https://ifttt.com/?

ମାହାଙ୍ଗା ହତ୍ୟାକୁ ନେଇ ବିଜେପିର ବିକ୍ଷୋଭ । ରାଜଧାନୀ ରାଜରାସ୍ତାରେ ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ଇସ୍ତଫା ଦାବି

କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୂଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରୁ ମାଷ୍ଟରକ୍ୟାଣ୍ଟିନ୍ ଅଭିମୁଖେ ଯାଇ ପ୍ରତିବାଦ କଲା ବିଜେପି । ତୁରନ୍ତ ଘଟଣାର ତଦନ୍ତ କରି ୭ ଦିନ ଭିତରେ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରି ଆଇନ୍ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି, ଏପରିକି ରାଜ୍ୟ ସରକାର ସବୁଦେଖି ନିରବଦ୍ରଷ୍ଟା ପାଲଟିଥିବା କହି ହଙ୍ଗାମା କଲା ଭାରତୀୟ ଜନତାପାର୍ଟି ।

ସେପଟେ ଆସନ୍ତାକାଲି ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତା ରାଜ୍ୟର ସମସ୍ତ ଥାନା ଘେରାଉ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବି କରିବ । ଜାନୁଆରୀ ୬ରେ ବିଜେପି କାର୍ଯ୍ୟକର୍ତା ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରିବେ । ଜାନୁଆରୀ ୮ରେ ଏହି ହତ୍ୟାକାଣ୍ଡରେ ସରକାର ଚୁପ ବସିଥିବା ବିରୋଧରେ ବିଜେପିର ୨୫ ହଜାର କାର୍ଯ୍ୟକର୍ତା ଡିଜି ଅଫିସ ଘେରାଉ କରିବେ । ଏନେଇ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

from Kanak News
via <a href="https://ifttt.com/?

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୧୧ ଜଣ ପଜିଟିଭ୍, ସୁସ୍ଥ ହେଲେ ୧୯ ଜଣ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୩ଟି ପଜିଟିଭ୍ କେସ୍ ଆସିଥିବାବେଳେ ୮ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି ।

https://platform.twitter.com/widgets.jsଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି ,ଏକାଥରେ ୧୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧ ହଜାର ୬୭୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୨୦୦ ରହିଛି । ସେହିଭଳି ୩୧ ହଜାର ୨୧୨ ଜଣ ସୁସ୍ଥ ହୋଇଥିବାବେଳେ ୨୪୨ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।

from Kanak News
via <a href="https://ifttt.com/?

ଭାରି ସୁନ୍ଦର ଦିଶୁଛି ସମଲେଇ ଚୁଆଁ ହାଇସ୍କୁଲ । ରଙ୍ଗବେରଙ୍ଗର ଫୁଲଗଛ ସହ ବିଦ୍ୟାଳୟ ଅଗଣାରେ ଝରଣା ଯାଉଛି ବହି ।

କନକ ବ୍ୟୁରୋ: ଆଉ କିଛିଦିନ ପରେ ଖୋଲିବ ସ୍କୁଲ । ଦିର୍ଘ ୧୦ମାସର ଲକଡାଉନରେ ବନ୍ଦ ହୋଇ ପଡିଥିବା ସ୍କୁଲ ଗୁଡିକର ଅବସ୍ଥା ନେଇ ଚିନ୍ତାରେ ଶିକ୍ଷକ ଓ ଛାତ୍ରଛାତ୍ରୀ । ହେଲେ ସୁବର୍ଣ୍ଣପୁର ଜିଲ୍ଲା ସମଲେଇ ଚୁଆଁ ହାଇସ୍କୁଲର କଥା କିଛି ନିଆରା । ଏହି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲରେ ଅପେକ୍ଷା କରିରହିଛି ଅନେକ ଆଶ୍ଚର୍ୟ୍ୟ । ପିଲାମାନେ ଛାଡିଯାଇଥିବା ସ୍କୁଲ ପରିସରରେ ଥିବା ଖାଲି ପଡିଆ ଏବେ ପାଲଟିଯାଇଛି ସୁନ୍ଦର ଉଦ୍ୟାନ । ଯାହାକୁ ଆଖିରେ  ନଦେଖିଲେ କେହି ବିଶ୍ୱାସ କରିପାରିବ ନାହିଁ ।
କୁଳୁକୁଳୁ ଶବ୍ଦ କରି ଝରି ଆସୁଛି ପାଣି । ଏହି କୃତ୍ରିମ ଝରଣା ପରିବେଶକୁ ଆକର୍ଷିଣୀୟ କରୁଥିବା ବେଳେ ତଳେ ରହିଛି ବହୁ ରଙ୍ଗବେରଙ୍ଗର ଫୁଲ ଗଛ । ହେଲେ ଏହା କୌଣସି ପାର୍କ କି ଜଙ୍ଗଲର ଦୃଶ୍ୟ ନୁହେଁ । ଏହା ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ । ୧୦ ମାସର ତାଲାବନ୍ଦରେ ସ୍କୁଲର ଦୁଇ ଜଣ ଶିକ୍ଷକ ସ୍କୁଲ ପରିସରଙ୍କୁ ସୁନ୍ଦର ଭାବେ ଗଢି ତୋଳିଛନ୍ତି । ଆଉ ଏବେ ସ୍କୁଲ ରାସ୍ତା ଦେଇ ଯାଉଥିବା ସାଧାରଣ ଲୋକ କିଛି ସମୟ ପାଇଁ ଅଟକି ସ୍କୁଲକୁ ଚାହିଁ ରହୁଛନ୍ତି ।
ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟରେ ୩ଶହ ଛାତ୍ରଛାତ୍ରୀ ପଢୁଛନ୍ତି । ବିଭିନ୍ନ ସମୟରେ ଏହି ସ୍କୁଲର ଛାତ୍ରଛାତ୍ରୀ ଜିଲ୍ଲାରେ ଟପ୍ପର ହୋଇ ଚର୍ଚ୍ଚାରେ ରହିଥାନ୍ତି । ପାଠପଢା ସାଙ୍ଗକୁ ବିଦ୍ୟାଳୟ ପରିସରକୁ ସରସ ଓ ସୁନ୍ଦର ରଖିଥାନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ । ସ୍କୁଲ ପରିସରରେ ଫୁଲଫଳ ଗଛ ଲଗାଇବା ସହ ପନିପରିବା ଓ ଔଷଧିୟ ବୃକ୍ଷ ଲଗାଇଛନ୍ତି ଶିକ୍ଷକ । ଦିନକୁ ଦିନ ଛାତ୍ରଛାତ୍ରୀ ସରକାରୀ ସ୍କୁଲରୁ ମୁହଁ ଫେରାଇ ନେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ଏହି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ।

from Kanak News
via <a href="https://ifttt.com/?

ପୁଲିସର ଦାଦାବଟିକୁ ନା ଅପରେସନ୍ ପରେ ବି ଥମୁନି ଦାଦାବଟି । ରାଜଧାନୀ ଛାତି ଉପରୁ ଆସିଲା ଦାଦାବଟି ଆଦାୟ ଘଟଣା ।

କନକ ବ୍ୟୁରୋ: ଜାଗା ପାଇଁ ଦାଦାବଟି । ଅପରେସନ ଦାଦାବଟିକୁ ନା ଘଟଣାରେ ୬୦ରୁ ଅଧିକ ଦାଦାଙ୍କୁ କମିଶନରେଟ ପୁଲିସ ଜେଲ ପଠାଇଥିବା ବେଳେ ଏବେ ଥମିନି ଦାଦାବଟି ଆଦାୟ । ଡିସିପିଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିବା ଲୋକଙ୍କ ଅଭିଯୋଗ ଅନୁସାରେ, ଜାଗା ପାଇଁ ତାଙ୍କୁ ଦାଦବଟି ମଗାଯାଉଛି । କିଛି ବ୍ୟକ୍ତି ଲକ୍ଷ୍ମୀସାଗର ଅଂଚଳରେ ଗତ ବର୍ଷ କିଛି ଜାଗା କିଣିଥିଲେ, ଏପରିକି ଆବଶ୍ୟକୀୟ ପ୍ରମାଣ ପତ୍ର ମଧ୍ୟ ସେମାନଙ୍କ ନାମରେ ରହିଛି ।

ଏପରିକି ଜାଗା ପଟା-ପାଉତି, ସେଲ୍ଡିଡ୍ ଉକ୍ତ ବ୍ୟକ୍ତିଙ୍କ ନାଁରେ ରହିଛି । ହେଲେ ନିଜ ଜାଗାରେ ଘର କରାଇ ଦେଉନାହାନ୍ତି କିଛି ଖଳ ପ୍ରକୃତିର ବ୍ୟକ୍ତି । ଏପରିକି ଘର କରିବାକୁ ହେଲେ କିମ୍ବା ଜାଗା ଦଖଲ ନେବାକୁ ହେଲେ କୋଟିଏ ଟଙ୍କାର ବଟି ଦେବାକୁ ପଡିବ । ତେବେ ଏନେଇ ସଂପକ୍ତ ଜାଗା ମାଲିକମାନେ ଡିସିପିଙ୍କ ପାଖରେ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ରବର୍ଟ ଭଦ୍ରାଙ୍କ ଅଫିସରେ ପହଂଚିଲା ଆୟକର ବିଭାଗ । ବେନାମୀ ସଂପତ୍ତି ନେଇ ଚାଲିଥିବା ମାମଲାରେ ପଚରା ଉଚରା

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପହଂଚିଛି । ପୂର୍ବରୁ ତାଙ୍କ ନାମରେ ଥିବା ବେଆଇନ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ପଚରା ଉଚରା କରୁଥିବା ସୂଚନା ମିଳିଛି  । ଏହା ପୂର୍ବରୁ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗ ନୋଟିସ୍ କରିଥିଲା । ତେବେ କରୋନା ମହାମାରୀ ଯୋଗୁଁ ସେ ଆୟକର ବିଭାଗରେ ହାଜର ହୋଇପାରି ନଥିଲେ । କହିରଖୁ କି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ତାଙ୍କ ନାମରେ ବେଆଇନ ସଂପତ୍ତି ଠୁଳ କରିଥିବା ନେଇ ମାମଲା ଚାଲିଛି । ଏହି ମାମଲାରେ ଆଜି ଆୟକର ବିଭାଗ ତାଙ୍କ ବୟାନ ରେକର୍ଡ କରୁଛି । ଲଣ୍ଡନରେ ଏକ ସଂପତ୍ତି କିଣିବା ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଲଣ୍ଡନର ବ୍ରାୟନଷ୍ଟେନ୍ ସ୍କେୁୟାରରେ ଭଦ୍ରା ୧.୯ ନିୟୁତ ପାଉଣ୍ଡ ଦାମର ସଂପତ୍ତି କିଣିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ଆସିବା ପରେ ଭଦ୍ରାଙ୍କୁ କୋର୍ଟ ତରଫରୁ ଆଗୁଆ ଜାମିନ୍ ପ୍ରଦାନ କରାଯାଇଥିଲା ।
କହିରଖୁ କି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୯ ମସିହା ଜୁଲାଇ ମାସରେ ରବର୍ଟ ଭଦ୍ରାଙ୍କ ଅତି ନିକଟତର କୁହାଯାଉଥିବା ଅସ୍ତ୍ର ଶାସ୍ତ୍ର ଡିଲର ସଂଜୟ ଭଣ୍ଡାରୀଙ୍କ ବିରୋଧରେ ମନି ଲଣ୍ଡ୍ରଂକୁ ନେଇ ମାମଲା ଦାୟର କରିଥିଲା । ଏହି ମନି ଲଣ୍ଡ୍ରିଂ ମାମଲା ସହ ଭଦ୍ରାଙ୍କର କିଛି ସଂପୃକ୍ତି ଅଛି କି ନାହିଁ ସେନେଇ ବି ସିବିଆଇ ଖୋଳତାଡ ଜାରି ରଖିଛି ।

from Kanak News
via <a href="https://ifttt.com/?

ରାସ୍ତା ଉପରେ ଧାନ ବୋଝେଇ ଗାଡି । ଧାନ କିଣାରେ ଅବ୍ୟବସ୍ଥା ନେଇ ସମ୍ବଲପୁର–ଝାରସୁଗୁଡା ରାସ୍ତା ରେଙ୍ଗାଲିରେ ରାସ୍ତା ଅବରୋଧ କଲେ ଚାଷୀ । 

କନକ ବ୍ୟୁରୋ : ରାସ୍ତା ଉପରେ ଧାନ ବୋଝେଇ ଗାଡି । ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ଆଣି ସମ୍ବଲପୁର–ଝାରସୁଗୁଡା ରାସ୍ତା ରେଙ୍ଗାଲିଠାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ବୋଝେଇ ଗାଡି ରାସ୍ତା ଉପରେ ଛିଡା କରିଛନ୍ତି । ଏହାସହ ବିକ୍ଷୋଭ ମଧ୍ୟ କରିଛନ୍ତି ଚାଷୀ ।

ଅଭିଯୋଗ ଅନୁସାରେ ଚାଷୀଙ୍କ ପାଖରେ ଟୋକନ ଅଛି, ହେଲେ ମିଲରେ ଟାର୍ଗେଟ ନାହିଁ । ଫଳରେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ଫଳରେ ଅସନ୍ତୁଷ୍ଟ ଚାଷୀ ଆଜି ରାସ୍ତାରୋକ କରିଛନ୍ତି । ଚାଷୀଙ୍କ ରାସ୍ତାରୋକ ଫଳରେ ସମ୍ବଲପୁର ଝାରସୁଗୁଡାରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

from Kanak News
via <a href="https://ifttt.com/?

ବିବାଦ ଘେରରେ ଭାରତୀୟ ଖେଳାଳି । ଭାଇରାଲ ହେଉଛି ଗୋମାଂସ ଖାଇଥିବା ବିଲ୍ । ଭିଡିଓରେ ଅଛନ୍ତି ରୋହିତ ଶର୍ମାଙ୍କ ସହ ଅନ୍ୟ ଭାରତୀୟ ଖେଳାଳି । 

କନକ ବ୍ୟୁରୋ : ବିବାଦ ଘେରରେ ଭାରତୀୟ ଖେଳାଳି । ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଟିମ ଇଣ୍ଡିଆର ଖେଳାଳିମାନେ ଏକ ରେଷ୍ଟୁରାଣ୍ଟରେ ଖାଉଥିବାର ଫଟୋ ସହ ଏକ ବିଲ୍୍ ମଧ୍ୟ ଖୁବ ଭାଇରାଲ ହେଉଛି । ଏହି ବିଲରେ ଗୋମାଂସ ଅର୍ଡର ହୋଇଥିବା ଦେଖାଯାଇଛି । ଯାହାକୁ ଭାରତୀୟ ଖେଳାଳିମାନେ ଅର୍ଡର କରିଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଫଟୋରେ ରୋହିତ ଶର୍ମାଙ୍କ ସହ ରିଷବ ପନ୍ତ, ଶୁଭମନ ଗିଲ, ପୃଥୀ ଶ ଓ ନବଦୀପ ସାଇନୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି । ଏହି ଘଟଣାର ପ୍ରକୃତ ସତ ଏଯାଏଁ ସାମ୍ନାକୁ ଆସିପାରିନାହିଁ । ଏହାସହ ବିସିସିଆଇ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଅନ୍ୟପକ୍ଷରେ ଏହି ସମୟରେ ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରେଷ୍ଟୁରାଣ୍ଟକୁ ଯାଇ ଭାରତୀୟ ଖେଳାଳିମାନେ କୋଭିଡ ନିୟମ ଉଲ୍ଲଘଂନ କରିଥିବାରୁ ସେମାନଙ୍କୁ କ୍ୱାରଣ୍ଟାଇନରେ ରଖାଯାଇଛି ବୋଲି ସୂଚନା ମିଳିଛି । ପ୍ରୋଟୋକଲ ଅନୁସାରେ ଖେଳାଳିମାନେ ଆଉଟଡୋର ବ୍ୟବସ୍ଥାରେ ଖାଇବାକୁ ଯାଇପାରିବେ, ହେଲେ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ରହିଛି । କିନ୍ତୁ ଫଟୋରେ ସମସ୍ତେ ଏକାଠି ଖାଉଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ସୋସିଆଲ ମିଡିଆରେ ବିବାଦ ଘେରକୁ ଆସିଛନ୍ତି ଭାରତୀୟ ଖେଳଳି

ନଭଲଦୀପ ସିଂ ନାମକ ଜଣେ ପ୍ରଶଂସକ ଟ୍ୱିଟରରେ ଏହି ଫଟୋ ସେୟାର କରିଥିଲେ । ଏହାପରେ ଏହିଠାରୁ ସୃଷ୍ଟି ହୋଇଥିଲା ଝଡ । ଏହି ଦୁଇଟି ଯାକ ଘଟଣାକୁ ନେଇ ଟ୍ୱିଟରରେ ସମାଲୋଚନାର ଶିକାର ହୋଇଛନ୍ତି ଭାରତୀୟ ଖେଳାଳି । ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ପ୍ରଶଂସକମାନେ ଟ୍ୱିଟରରେ ରୋହିତଙ୍କୁ ସମର୍ଥନ କରି ଏହାକୁ ଏକ ଗୁଜବ ବୋଲି କହିଛନ୍ତି ।

ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ଏଠାରେ ଏବେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ଦୁଇଟି ମ୍ୟାଚ ଶେଷ ହୋଇଥିବା ବେଳେ ଆଉ ଦୁଇଟି ମ୍ୟାଚ ଏବେ ବାକି ଅଛି । ଏହି ଟେଷ୍ଟ ସିରିଜରେ ୧-୧ରେ ଏବେ ସିରିଜ ବରାବର ଅଛି । ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୭ ତାରିଖରେ ଖେଳାଯିବ ।

from Kanak News
via <a href="https://ifttt.com/?

କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ବୈଠକ ଆରମ୍ଭ । କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ ଆଲୋଚନା। ଚାଷୀ ସଂଗଠନର କଡା ଆଭିମୁଖ୍ୟ, ସରକାର ନଶୁଣିଲେ ୨୬ ରେ ହେବ କୃଷକ ପ୍ୟାରେଡ୍

କନକ ବ୍ୟୁରୋ : ବାହାରିବ କି ସମାଧାନର ବାଟ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ରତ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି । ଗତ ୩୦ ତାରିଖରେ ଦୁଇଟି ପ୍ରସ୍ତାବ ଉପରେ ସହମତି ମିଳିଥିବାରୁ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଆଜି କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସଙ୍ଗରେ ଆଲୋଚନା ହେବ । ବୈଠକ ପୂର୍ବରୁ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଚାଷୀମାନେ କହିଛନ୍ତି, ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ସେମାନେ ରାସ୍ତାରୁ ହଟିବେ ନାହିଁ । ପ୍ରବଳ ଥଣ୍ଡା ଓ ଗତକାଲି ବର୍ଷା ହୋଇଥିବା ବେଳେ ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି । ସେପଟେ ଅଲୱର ଶାହଜାହନପୁରରେ ଚାଷୀମାନେ ବଳପୂର୍ବକ ପୁଲିସ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ସୀମାକୁ ଆସିବା ବେଳେ ପୁଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଚାଷୀନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ । ତେଣୁ କର ବା ମର ଲଢେଇ ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ଚାଷୀ ନେତା ।

ସେପଟେ କୃଷକ ଆନ୍ଦୋଳନ ଓ ରିଲିୟାନ୍ସର ଟାୱାର ଭାଙ୍ଗିବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ରିଲିୟାନ୍ସ କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନୀ । ସେ କହିଛନ୍ତି କି କଣ୍ଟାକ୍ଟ ଫାମିଂ କି କର୍ପୋରେଟ୍ ଫାମିଂ କରିବା ନେଇ କମ୍ପାନୀର କୌଣସି ଆଭିମୁଖ୍ୟ ନାହିଁ । ଏହା ସହ କମ୍ପାନୀ ଚାଷୀଙ୍କ ଠାରୁ ସିଧା ସଳଖ ଶଷ୍ୟ କିଣିବ ନାହିଁ । ସରକାର ଧାର୍ଯ୍ୟ କରିଥିବା ଦର ବା ଏମଏସପି ଠାରୁ କମ୍ ମୂଲ୍ୟରେ ଶଷ୍ୟ କିଣାଯିବା ନେଇ ଯେଉଁ ଗୁଜବ ଉଠୁଛି ତାହାକୁ ସେ ଖଣ୍ଡନ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started