ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ଆବେଦନ ପ୍ରସଙ୍ଗ : କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଂଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ଆବେଦନ ପ୍ରସଙ୍ଗ । କେସ୍ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଂଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣୀ ହେବ । ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । ନିଯୁକ୍ତି ନାଁରେ ଠକେଇ ଓ ଆର୍ଥିକ କାରବାର ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ପାଠକ ବାପ, ପୁଅଙ୍କ ସହ ଲିଙ୍କ ନେଇ ମଧ୍ୟ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଅଭିଯୋଗ ରହିଛି ।

from Kanak News
via <a href="https://ifttt.com/?

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ : ସାଇବର ଠକଙ୍କ ଦ୍ୱାରା ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ ବ୍ରଜବନ୍ଧୁ ସାହୁ

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ । ସାଇବର ଠକଙ୍କ ଦ୍ୱାରା ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ ବାଙ୍କୋଇ ଗାଁର ବ୍ରଜବନ୍ଧୁ ସାହ । ଏନେଇ ୧୫ ଦିନ ତଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଏନେଇ କିଛି ପଦକ୍ଷେପ ନିଆଯାଇନଥିବାରୁ ସେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହୂତି ଉଦ୍ୟମ କରିଥିଲେ ।

ପୁଲିସ ତାଙ୍କୁ ଅଟକାଇବା ସହ ଗିରଫ କରିଛି । ଗତବର୍ଷ ୨୦୧୯ ଅଗଷ୍ଟ ମାସରେ ବ୍ରଜବନ୍ଧୁ ଟ୍ରେଡ ୟୁନାଇଟେଡ ଲିମିଟେଡ ନାମକ ଏକ ବିଦେଶୀ ୱେବସାଇଟ କାଠ ଯୋଗାଇଦେବାର ସୂଚନା ଦେଇଥିଲା । ବ୍ରଜବନ୍ଧୁ ସେହି ସଂସ୍ଥା ସହିତ ନିଜ କାଠ ଗୋଲାର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇ ୧୬ ଲକ୍ଷ ୩୨ ହଜାର ସଂସ୍ଥାକୁ ପଠାଇଥିଲେ ।

from Kanak News
via <a href="https://ifttt.com/?

ନିର୍ବନ୍ଧ ସରିଥିଲା, ବାହାଘର ପୂର୍ବରୁ ଚାଲିଗଲା ଜୀବନ : ଅଧାରେ ରହିଗଲା ବଣଭୋଜି; ପାହାଡ ଉପରେ ଛିଡା ହୋଇ ସେଲଫି ନେଉଥିବା ବେଳେ ନଦୀରେ ପଡିଗଲେ ଯୁବତୀ

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ନିର୍ବନ୍ଧ ସରିଥିଲା, ଆଉ ଦିନ କେଇଟା ପରେ ବାହାଘର ହୋଇଥାନ୍ତା । ହେଲେ ବାହାଘର ପୂର୍ବରୁ ଚାଲିଗଲା ଜୀବନ । ନଦୀ କଡ଼ରେ ସେଲଫି ନେବା ହେଲା କାଳ । ପରିବାର ଲୋକ ଓ ସାଂଗସାଥୀଙ୍କ ସହ ବଣଭୋଜି କରିବାକୁ ଘୋଘର ଇବନଦୀ କନାକୁଣ୍ଡ ପାଖକୁ ଯାଇଥିଲେ । ହେଲେ ପରିବାର ଲୋକେ ରୋଷେଇ କରିବାରେ ବ୍ୟସ୍ତ ଥିବା ବେଳେ ସାଂଗଙ୍କ ସହ ଫଟୋ ଉଠାଇବାକୁ ଯାଇଥିଲେ । ହେଲେ ପାହାଡ ଉପରେ ଛିଡା ହୋଇ ସେଲଫି ନେବା ବେଳେ ହଠାତ ତଳେ ପଡିଯାଇଥିଲେ । ଦେଖୁ ଦେଖୁ ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ୨୨ଘଂଟା  ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଯୁବତୀ ଜଣଙ୍କ ହେଲେ ଅନୁପମା ପ୍ରଜାପତି । ଘର ରାଇରଙ୍ଗପୁର । ବାପା , ମାଆ, ପରିବାରର ସମସ୍ତ ସଦସ୍ୟ ଓ ସାଙ୍ଗସାଥୀଙ୍କ ସହିତ ଅନୁପମା ବଣଭୋଜି କରିବାକୁ ସୁନ୍ଦରଗଡ ଜିଲ୍ଲା ଘୋଘର ଇବନଦୀ କନାକୁଣ୍ଡ ପାଖକୁ ଯାଇଥିଲେ ।  ପରିବାର ଲୋକ ରୋଷେଇ କରିବାରେ ବ୍ୟସ୍ତ ଥିବା ବେଳେ ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହ ନଦୀ ମଝିରେ ଥିବା ୭ବଖରା ସ୍ଥାନକୁ ଯାଇଥିଲେ । ସେଠାରେ ସେଲଫି ନେବାବେଳେ ଅସାଧାବନତା କାରଣରୁ ସେ ତଳକୁ ଖସି ଗଭୀର ଜଳଭଉଁରୀରେ ପଡି ଯାଇଥିଲେ । ଦେଖୁ ଦେଖୁ ସେ ପାଣି ଭିତରେ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ ଗଭୀର ଜଳ ଭିତରକୁ ପଶିବାକୁ ସାହାସ ଜୁଟାଇ ପାରି ନଥିଲେ ।

ଅନୁପମାଙ୍କ ବିବାହ ଝାରଖଣ୍ଡ ରାଜ୍ୟ ସିମଡେଗାରେ ସ୍ଥିର ହୋଇଥିଲା । ଦୁଇ ମାସ ପୂର୍ବେ ତାଙ୍କ ନିର୍ବନ୍ଧ ହୋଇଥିଲା । ଫେବ୍ରୁଆରୀ ୧୬ତାରିଖ ପାଇଁ ତାଙ୍କର ବିବାହ ଲଗ୍ନ ଧାର୍ଯ୍ୟ ହୋଇଥିଲା ।

from Kanak News
via <a href="https://ifttt.com/?

୨ ମାସ ଧରି ନିଖୋଜ ଅଛନ୍ତି ଆଲିବାବା ଗ୍ରୁପର ମାଲିକ ଜ୍ୟାକ୍ ମା । ଚୀନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ଟାର୍ଗେଟ କରିବା ପରେ ହୋଇଛନ୍ତି ନିଖୋଜ । ଜ୍ୟାକ୍ ମାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅନୁସନ୍ଧାନ ଜାରି ରଖିଛି ଚାଇନା ପ୍ରଶାସନ

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଟ ଗ୍ରୁପର ମାଲିକ ୨ ମାସ ହେବ ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ହଜାର ହଜାର କୋଟି ଟଙ୍କାର କାରବାର ଓ ଆଲିବାବା ଭଳି କମ୍ପାନୀକୁ ଚଳାଉଥିବା ଜ୍ୟାକ୍ ମା ଏବେ ଦେଖା ଦେଉନଥିବା ନେଇ ଅନେକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଛି । ଚାଇନା ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ଟାର୍ଗେଟ୍ ରେ ଶିକାର ହେବା ପର ଠାରୁ ତାଙ୍କୁ ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖା ଯାଉନାହାନ୍ତି ।

ଜ୍ୟାକ୍ ମା ଆଲିବାବା ଗ୍ରୁପର ମାଲିକ ହେବା ସଂଗେ ସଂଗେ ସେ ଜଣେ ସୁଦକ୍ଷ ବକ୍ତାଭାବେ ବେସ୍ ପରିଚିତ । ସେ ଚାଇନାର ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଥା’ନ୍ତି । ତାଙ୍କର ପ୍ରେରଣାଦାୟକ ଭାଷଣ ଓ ଜୀବନକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର ବକ୍ତବ୍ୟ ପାଇଁ ସେ ଚୀନର ଯୁବକ ଯୁବତୀ ମାନଙ୍କ ଠାରେ ବେସ୍ ପ୍ରିୟ । ହେଲେ ୨୦୧୯ ମସିହା ଅକ୍ଟୋବର ମାସରେ ସେ ସାଂଘାଇର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଚାଇନାର ଆର୍ଥିକ ନିୟାମକ ଓ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକୁ ବେସ୍ ସମାଲୋଚନା କରିଥିଲେ । ଜ୍ୟାକ୍ ମା କହିଥିଲେ କି ଗ୍ଲୋବାଲ ବ୍ୟାକିଂ ନିୟମ ଯେଭଳି ଭାବେ କରାଯାଇଛି ତାହା ବୃଦ୍ଧ ଲୋକଙ୍କ କ୍ଲବ୍ ସହ ସମାନ । ତାଙ୍କର ଏଭଳି ଭାଷଣକୁ ଚାଇନା କମ୍ୟୁନିଷ୍ଟ ପାର୍ଟି ଘୋର ବିରୋଧ କରିଥିଲା । ଏହାକୁ ନେଇ ଚାଇନାର କମ୍ୟୁନିଷ୍ଟ ସରକାର ଜ୍ୟାକ୍ ମାଙ୍କ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କ ବିରୋଧରେ ବିଭିନ୍ନ ଅନୁସନ୍ଧାନ ଆରମ୍ଭ କରିଛି ।

ଅନ୍ୟପଟେ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନିକ ଅଧିକାରୀ ମାନେ ଜ୍ୟାକ୍ ମାଙ୍କ ବ୍ୟବସାୟକୁ ଶକ୍ତ ଧକ୍କା ଦେଇ ତାଙ୍କର ଆଣ୍ଟ ଗ୍ରୁପର ୩୭ ବିଲିୟନ ଡଲାରର ଆଇପିଓକୁ ସ୍ଥଗିତ ରଖିଥିଲେ । ଏବେ ଜ୍ୟାକ୍ ମା ନିଖୋଜ ହେବା ଖବର ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହି ଖବର ପ୍ରକାଶିତ ହେବା ପରେ ଜ୍ୟାକ୍ ମା ଙ୍କ ପ୍ରଶଂସକ ମାନେ ଚୀନ୍ ସରକାର ଉପରେ ସନ୍ଦେହ କରିବା ଆରମ୍ଭ କରିଛନ୍ତି ।

from Kanak News
via <a href="https://ifttt.com/?

କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ଚିଠି ଲେଖିଲେ ଲେଖିଲେ କେନ୍ଦ୍ରମନ୍ତ୍ରୀ : ଅନୁଗୁଳ ନାଲକୋ ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ 

  • ନାଲକୋ ଆରମ୍ଭ କରୁଥିବା ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପର ମୂଲ୍ୟ ରହିଛି ୨୨ ହଜାର କୋଟି
  • ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପଟିଭ୍ ପାୱାର ପ୍ଲାଂଟ ଆରମ୍ଭ କରିବାକୁ ପ୍ରସ୍ତାବ
  • ଏହାଦ୍ୱାରା ସ୍ମେଲଟର ୟୁନିଟ୍ ଏବଂ କୋଇଲା ବ୍ଲକ ଲଜିଷ୍ଟିକ୍ ଦକ୍ଷତା ଦ୍ୱାରା ଉପକୃତ ହେବ
  • ଅନୁଗୁଳରେ ନାଲକୋ ଦ୍ୱାରା ଆଲୁମିନିୟମ ସ୍ମେଲଟର ପ୍ଲାଂଟ ପାଇଁ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ ହୋଇଛି
  • ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମପରେ ନାଲକୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୧୦.୫ ମିଲିୟନ ଟନକୁ ବୃଦ୍ଧି ପାଇବ

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ) ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିବା ପରେ ଏ ସମ୍ବନ୍ଧରେ ତାଙ୍କୁ ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଅନୁଗୁଳ ଜିଲ୍ଲାର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପଟିଭ୍ ପାୱାର ପ୍ଲାଂଟ (ସିପିପି) ଆରମ୍ଭ କରିବାକୁ ମଧ୍ୟ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ।

ସେ ଉଲ୍ଲେଖ କରିଛନ୍ତି ଯେ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ) ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ୧ ମଲିିୟନ ଟନ୍ ବୃଦ୍ଧି କରିବା ପାଇଁ ଓଡିଶାର ଅନୁଗୁଳ ଜିଲ୍ଲାରେ ସେମାନଙ୍କ ଆଲୁମିନିୟମ ସ୍ମେଲଟର ପ୍ଲାଂଟ ପାଇଁ ଏକ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ କରୁଛି । ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ ଫିଡର କ୍ୟାପଟିଭ୍ ପାୱାର ପ୍ଲାଂଟ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୨ ହଜାର କୋଟି ଥିବା ବେଳେ ଏହା ବର୍ତମାନ ଜମି ଅଧିଗ୍ରହଣ ପର୍ଯ୍ୟାୟରେ ରହିଛି ।

ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ହେବା ପରେ ନାଲକୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୭.୩ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧୦.୫ ମିଲିୟନ ଟନକୁ ବୃଦ୍ଧି ପାଇବ । ଏହା ମଧ୍ୟରୁ ଆଲୁମିନାର ବାର୍ଷିକ କ୍ଷମତା ୩.୧ ମିଲିୟନ ଟନ ଧାରଣ କରିଥିବା ବେଳେ ଏହି ଆଲୁମିନାରୁ ବାର୍ଷିକ ୧.୫ ମିଲିୟନ ଟନ୍ ଆଲୁମିନିୟମ ଉତ୍ପାଦନ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ ଆଲୁମିନିୟମ ତରଳିବା ଏକ ଅତ୍ୟଧିକ ଶକ୍ତି ନିବାରଣ ପ୍ରକ୍ରିୟା ଏବଂ ଏହି ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପର ସମ୍ଭାବ୍ୟ ୧୪୦୦ ମେଗାୱାଟ ଫିଡର ସିପିପିରେ ନିରନ୍ତର କୋଇଲା ଯୋଗାଣ ଉପରେ ନିର୍ଭରଶୀଳ ।

ଏହି ପରିପ୍ରେକ୍ଷୀରେ ଅନୁଗୁଳରେ ଆଲୁମିନାର ପ୍ରଚୁର ଉପଲବ୍ଧିକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲା ସ୍ଥିତ ନାଲକୋର ଆଲୁମିନିୟମ୍ ସ୍ମେଲଟର ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ ଉତ୍ପାଦନ କ୍ଷମତା ୧ ମିଲିୟନ ଟନ୍ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପଟିଭ୍ ପାୱାର ପ୍ଲାଂଟ ଆରମ୍ଭ କରିବାକୁ ପତ୍ରରେ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ପ୍ରଧାନ । ଏହାଦ୍ୱାରା ସ୍ମେଲଟର ୟୁନିଟ୍ ଏବଂ କୋଇଲା ବ୍ଲକ ଲଜିଷ୍ଟିକ୍ ଦକ୍ଷତା ଦ୍ୱାରା ଉପକୃତ ହେବ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲା : ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ ଆବେଦନ । ନୟାଗଡ ପକସୋ କୋର୍ଟରେ ଆବେଦନ କଲା ଏସଆଇଟି ।

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ କରିବାକୁ  ଆବେଦନ କରିଛି ଏସଆଇଟି । ନୟାଗଡ ପକ୍ସୋ କୋର୍ଟରେ ଏହି ଆବେଦନ ହୋଇଛି । ପରୀ ମୃତ୍ୟୁ ମାମଲାରେ ସରୋଜ ସେଠୀକୁ ଗିରଫ କରିସାରିଛି ଏସାଆଇଟି ।

ଘରକୁ ନେଇ  ପରୀକୁ ସରୋଜ ଦୁଷ୍କର୍ମ ଉଦ୍ୟମ କରିବା ପରେ ତଣ୍ଟିଚିପି ହତ୍ୟା କରିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିସାରିଛନ୍ତି । ପୂର୍ବରୁ ଅଭିଯୁକ୍ତ ସରୋଜର ପଲିଗ୍ରାଫ ଟେଷ୍ଟ କରାଯାଇଥିବାବେଳେ ଏବେ ଅଧିକ ତଥ୍ୟ ପ୍ରମାଣ ଯୋଗାଡ ପାଇଁ ଏସଆଇଟି ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଛି । ନୟାଗଡ ଯଦୁପୁରରେ ପରୀ ମୃତ୍ୟୁ ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।

from Kanak News
via <a href="https://ifttt.com/?

ଜାଣନ୍ତୁ, ଭାରତରେ ଟିକାକରଣ କେବେ ଆରମ୍ଭ ହେବ? ଟିକା ପାଇଁ ପଞ୍ଜିକରଣ ଜରୁରୀ କି ?

କନକ ବ୍ୟୁରୋ : ଭାରତରେ ଦୁଇଟି ଟିକାକୁ ଡ଼ିସିଜିଆଇ ଅନୁମୋଦନ ଦେବା ପରେ ଡ଼ିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ଟିକା ଦେବା ପରେ ତତକ୍ଷାଣତ ଟିକାକରଣ କରାଯିବ । ପ୍ରାଥମିକସ୍ତରରେ ପ୍ରସ୍ତୁତ ହୋଇଥିବା ଡ଼ାଟା ବେସ ଅନୁସାରେ ପ୍ରଥମେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରାଯାଇଛି ।

ବୟସ୍କ ଓ ସମୁଖ ଯୋଦ୍ଧାଙ୍କ ଡ଼ାଟାବେସ ପରବର୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ । ଗତବର୍ଷ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହୋଇ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ଦାବି କରିଥିଲେ । ସେରମ ପାଖରେ ୫ କୋଟି ଟିକା ଥିବାରୁ ଦୁଇ ଦିନ ଭିତରେ ବିତରଣ ଆରମ୍ଭ କରିପାରେ । ତେବେ ଟିକାକରଣକୁ ନେଇ ଜାଣନ୍ତୁ କିଛି ପ୍ରଶ୍ନର ଉତ୍ତର ।

ଭାରତରେ ଟିକାକରଣ କେବେ ଆରମ୍ଭ ହେବ?
ଦେଶରେ ୨ଟି କରୋନା ଟିକାକୁ ଅନୁମତି ମିଳିଛି । କେନ୍ଦ୍ର ସରକାର ଓ ସବୁ ରାଜ୍ୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ଆସନ୍ତା ଏକସପ୍ତାହ କିମ୍ବା କିମ୍ବା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହୋଇପାରେ ଟିକାକରଣ ।

କାହାକୁ ମିଳିବ ପ୍ରଥମ ଟିକା ?
ପ୍ରଥମ ଦଫାରେ ଦେଶର ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରଥମରେ ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, କରୋନା ଯୋଦ୍ଧା ଟିକା ପାଇବେ । ୫୦ ବର୍ଷରୁ ଅଧିକ ବୟସ ଓ ଜଟିଳ ରୋଗରେ ପୀଡିତ ଲୋକ ବି ଏଥିରେ ସାମିଲ ଅଛନ୍ତି ।

ଆପଣଙ୍କ ନମ୍ବର କେବେ ଆସିବ, କେମିିତି ଜାଣିବେ ?
କେନ୍ଦ୍ର ସରକାର କୋ-ୱିନ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରିଛନ୍ତି । ଟିକାକରଣ ଆରମ୍ଭ ପରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ଯାହାକୁ ଡୋଜ ଦିଆଯିବ, ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନରେ ତାରିଖ, ସ୍ଥାନ ଓ ସମୟର ମେସେଜ ଆସିବ ।

ଆପଣ ଟିକା ନେବାକୁ ବାଧ୍ୟ କି?
ଟିକା ନେବା ବ୍ୟକ୍ତିଙ୍କ ଇଚ୍ଛା ଉପରେ ନିର୍ଭର କରେ । କାହାକୁ ଜୋର ଜବରଦସ୍ତ ଟିକା ଦିଆଯାଇପାରବନି । ତେବେ ବର୍ତମାନ କରୋନା ସଙ୍କଟରେ ଡାକ୍ତର ଟିକା ନେବାକୁ ପରାମର୍ଶ ଦେଇଛନ୍ତି ।

ଟିକା ପାଇଁ ପଞ୍ଜିକରଣ ଜରୁରୀ କି ?
ପ୍ରଥମ ଦଫାରେ ଟିକା ମିଳିଥିବା ଲୋକଙ୍କ ତାଲିକା ଜାରି କରାଯିବ । ସେହି ଆଧାରରେ ପଞ୍ଜୀକରଣ କରିବାକୁ ହେବ । ଏଥିପାଇଁ ଫୋନରେ ଆପଣଙ୍କୁ ମେସେଜ ଆସିବ । ଭୋଟର କାର୍ଡ, ମନରେଗା କାର୍ଡ, ଆଧାର କିମ୍ବା ପ୍ୟାନ କାର୍ଡରେ ପଞ୍ଜିକରଣ କରିପାରିବେ ।

ପଞ୍ଜିକରଣ ପାଇଁ ପରିଚୟପତ୍ର ଜରୁରୀ କି?
ଡ୍ରାଇଭିଙ୍ଗ ଲାଇସେନ୍ସ, ଭୋଟର କାର୍ଡ, ମନରେଗା କାର୍ଡ, ଆଧାର କିମ୍ବା ପ୍ୟାନ କାର୍ଡରେ ପଞ୍ଜିକରଣ କରିପାରିବେ ।

from Kanak News
via <a href="https://ifttt.com/?

ଚୀନ କମ୍ପାନୀକୁ ମିଳିଲା ଦିଲ୍ଲୀ-ମିରଟ୍ ରେଳ ଲାଇନ ନିର୍ମାଣର ଠିକା । ପୂର୍ବବର୍ଷ ଏହି ଠିକା କମ୍ପାନୀ ଉପରେ ସରରକାର ଲଗାଇଥିଲେ ରୋକ୍ । ୧.୧୨୬ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କଲା ସିଆରଟିସି

କନକ ବ୍ୟୁରୋ : ବୟକଟ୍ ଚାଇନା, ଚାଇନା କମ୍ପାନୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମୋବାଇଲ ଆପ୍ ବ୍ୟାନ, ଏସବୁ କେବଳ ଲୋକ ଦେଖାଣିଆ । ଏକଥା ଆମେ ଏଇଥି ପାଇଁ କହୁଛୁ କି ଯେତେବେଳେ ଚୀନର ସେନାମାନେ ଆମଦେଶର ୨୦ ଜଣ ସୈନିକଙ୍କୁ ନିର୍ମମ ଭାବେ ହତ୍ୟା କଲେ ତା’ପରେ ଭାରତ ସରକାର ଚୀନର ବିଭିନ୍ନ ସାମଗ୍ରୀ ଓ ମୋବାଇଲ ଆପ୍ କୁ ବ୍ୟାନ କରି ପ୍ରମାଣ କରିଥିଲେ କି ଆମେ ବି ଚାଇନା ଉପରେ ପ୍ରତିଶୋଧ ନେଇପାରୁ । ହେଲେ ଏବେ ଜାତୟ ଗଣମାଧ୍ୟମର ଖବର ମୁତାବକ ଏକ ଚୀନ କମ୍ପାନୀକୁ ଭାରତ ସରକରା ଏକ ଭୂତଳ ରେଳ ଲାଇନ ନିର୍ମାଣ କରିବା ପାଇଁ ଠିକା ଦେଇଛନ୍ତି ।
ସୂଚନା ମୁତାବକ ଏନସିଆରଟି ଦ୍ୱାରା ଦେଶର ପ୍ରଥମ ଆଞ୍ଚଳିକ ରାପିଡ୍ ରେଲ ଟ୍ରାନଜିଟ୍ ସିଷ୍ଟମ ବା (ଆରଆରଟିଏସ୍) ର ବିକାଶ କରାଯାଉଛି  । ଏହି କ୍ରମରେ ନ୍ୟୁ ଅଶୋକ ନଗରୁ ଗାଜିଆବାଦର ସାହିବାବାଦ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ୫.୬ କିଲୋମିଟର ଭୂତଳ ରେଳ ଲାଇନ ନିର୍ମାଣ କରିବାର ଠିକା ସରକାର ଚୀନ ସାଂଘାଇର ଟର୍ନଲ ଇଂଜିନିୟରିଂ କମ୍ପାନୀକୁ ଦେଇଛନ୍ତି । କହିରଖୁ କି ଗତବର୍ଷ ଜାରି ରହିଥିବା ଭାରତ –ଚୀନ୍ ବିବାଦ ମଧ୍ୟରେ ଏହି କମ୍ପାନୀର ଠିକା ଉପରେ ସରକାର ରୋକ୍ ଲଗାଇଥିଲେ ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସିଆରଟିସି କହିଛନ୍ତି କି ନିର୍ଦ୍ଧାରିତ ପ୍ରକ୍ରିୟା ଓ ନିର୍ଦ୍ଦେଶ ମୁତାବକ ଚୁକ୍ତି ପ୍ରଦାନ କରାଯାଇଛି । ଏହାସହ ଅନେକ ସ୍ତରରେ ଚୁକ୍ତି ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ଠିକା କମ୍ପାନୀକୁ ଅନେକ ଏଜେନ୍ସି ଦ୍ୱାରା ପାଣ୍ଠି ପ୍ରଦାନ କରାଯାଉଛି । ବିଡ୍ ନିର୍ଦ୍ଦାରିତ ପ୍ରକ୍ରିୟା ଓ ନିର୍ଦ୍ଦେଶ ମୁତାବକ ବି ଦିଆଯାଇଛି । ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଓ ସଠିକ୍ ସମୟରେ ପ୍ରକଳ୍ପଟି କାର୍ଯ୍ୟକାରୀ ହେବ ।
ଏହି ଯୋଜନା ମାଧ୍ୟମରେ ଦିଲ୍ଲୀ ଓ ମିରଟ ମଧ୍ୟରେ ସେମି ହାଇ ସ୍ପିଡ୍ ରେଳ କରିଡର ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ମାଧ୍ୟମରେ ଦିଲ୍ଲୀ, ଗାଜିଆବାଦ ମଧ୍ୟରେ ମିରଟ୍ କୁ ସଂଯୋଗ କରାଯିବ । ଏହି ପ୍ରକଳ୍ପ ମାଧ୍ୟମରେ ମୋଟ ୮୨.୧୫ କିଲୋମିଟର ରେଳ କରିଡର ନିର୍ମାଣ କରାଯିବ । ଯାହା ମଧ୍ୟରେ ୬୮.୦୩ କିଲୋମିଟର କରିଡର ମାଟି ଉପରେ ନିର୍ମାଣ କରାଯିବାକୁ ଥିବା ବେଳେ ୧୪.୧୨ କିଲୋମିଟର କରିଡର ଭୂତଳରେ ରହିବ । ଏନେଇ ଭୂମିର ବିସ୍ତାର କରିବା କାମ ଚାଇନା କମ୍ପାନୀକୁ ଠିକା ଦିଆଯାଇଛି ।
ଏହି ପ୍ରୋଜେକ୍ଟର ଠିକା ନେବା ପାଇଁ ମୋଟ ୫ ଟି କମ୍ପାନୀ ଟେଣ୍ଡର ପକାଇଥିଲେ । ଏହା ମଧ୍ୟରେ ଚୀନ କମ୍ପାନୀ ଏସଟିଇସି ସବୁଠାରୁ କମ୍ ୧.୧୨୬ କୋଟି ଟଙ୍କାରେ କାମ କରିଦେବ ବୋଲି କହିଥିଲା । ଏହାସହ ଭାରତୀୟ କମ୍ପାନୀ ଏଲ ଆଣ୍ଡ ଟି କମ୍ପାନୀ ୧.୧୭୦ କୋଟି ଟଙ୍କାର ଟେଣ୍ଡର ପକାଇଥିଲା । ଏହାସହ ଅନ୍ୟ ଦୁଇ ଭାରତୀୟ କମ୍ପାନୀ ଟାଟା ପ୍ରୋଜେକ୍ଟସ୍ ଓ ଏସକେଇସି କମ୍ପାନୀ ୧.୩୪୬ କୋଟି ଟଙ୍କାର ଟେଣ୍ଡର ପକାଇଥିଲା ।

from Kanak News
via <a href="https://ifttt.com/?

୨ ଟିକାକୁ ଡିସିଜିଆଇର ଅନୁମତି ପରେ ରାଜ୍ୟ ସରକାରଙ୍କ ତତ୍ପରତା: ଡିଏମଇଟି କହିଲେ, କେନ୍ଦ୍ର ଟିକା ଦେବା ପରେ ଆରମ୍ଭ ହେବ ଟିକାକରଣ

କନକ ବ୍ୟୁରୋ: ଭାରତରେ ଦୁଇଟି ଟୀକାକୁ ଡ଼ିସିଜିଆଇ ଅନୁମୋଦନ ଦେବା ପରେ ି ଡ଼ିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ଟୀକା ଦେବା ପରେ ତତକ୍ଷାଣତ ଟୀକାକରଣ କରାଯିବ । ପ୍ରାଥମିକସ୍ତରରେ ପ୍ରସ୍ତୁତ ହୋଇଥିବା ଡ଼ାଟା ବେସ ଅନୁସାରେ ପ୍ରଥମେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରାଯାଇଛି । ବୟସ୍କ ଓ ସମୁଖ ଯୋର୍ଦ୍ଧାଙ୍କ ଡ଼ାଟାବେସ ପରବର୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ । ଗତବର୍ଷ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହୋଇ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ।

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଆହୁରି ଅଧିକ ପ୍ରସ୍ତୁତ ହେବ । କହିହେବନି କେବେ ସୁଦ୍ଧା ଟିକା ଆସିବ । ହେଲେ ଆସିବା ମାତ୍ରେ ଟିକାକରଣ ଆରମ୍ଭ ହେବ ।

ଏପଟେ, ନୂଆବର୍ଷ ଆଣିଲା ଖୁସିଖବର । ଦୈନିକ ଏକଅଙ୍କ ଛୁଇଁଲା ଦୈନିକ ସଂକ୍ରମଣ ସଂଖ୍ୟା । ଦିନେ କରୋନାର ହଟସ୍ପଟ ଥିବା ଭୁବନେଶ୍ୱରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତକାଲି ମାତ୍ର ୮ ଜଣ ଆକ୍ରାନ୍ତ ରାଜଧାନୀରେ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ କିଛିମାସ ତଳେ ଦୈନିକ ସଂକ୍ରମଣ ୩ ଅଙ୍କ ଥିଲା । ଏବେ ଏହା ତଳମୁହାଁ ହୋଇ ଦୁଇଅଙ୍କ ହୋଇଥିବାବେଳେ ନୂଆବର୍ଷରେ ଏକ ଅଙ୍କ ହେବା କରୋନା କମୁଥିବାର ସଙ୍କେତ ଦେଇଛି । ମାର୍ଚ ଓ ଏପ୍ରିଲ ମାସରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ ଥିଲା । ବର୍ତମାନ ଏବେ ରାଜଧାନୀ ସେହି ସ୍ଥିତିକୁ ଆସିଛି ।

ପ୍ରାୟ ୮ ମାସ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିବା, ରାଜଧାନୀ କରୋନାମୁକ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଚଳିତବର୍ଷ ପ୍ରଥମ ତିନି ଦିନରେ ୧୩, ୯ ଓ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଦିନରେ ମୋଟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜଧାନୀରେ ଏବେ ୨୦୮ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ବିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଜାନୁଆରୀ ଶେଷ କିମ୍ବା ଫେବୃଆରୀ ସୁଦ୍ଧା ରାଜଧାନୀରେ କେହି କରୋନା ଆକ୍ରାନ୍ତ ନଥିବେ । ବହୁ ଲୋକଙ୍କ ମଧ୍ୟରେ କରୋନା ପ୍ରତିଷେଧକ ଶକ୍ତି ବଢିଛି । ତେବେ ବି ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । କରୋନା କଟକଣା ମାନିବାକୁ ପଡିବ ।

from Kanak News
via <a href="https://ifttt.com/?

ଆଜି ସରକାର ଓ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା । ସେପଟେ କୃଷକଙ୍କ ସମର୍ଥନରେ ଗାଜିପୁର ସୀମାରେ ପହଂଚିଲେ ଶହ ଶହ ବୌଦ୍ଧ ଭିକ୍ଷୁ

କନକ ବ୍ୟୁରୋ : ଦିଲ୍ଲୀ ଏନସିଆରରେ ଜାରି ରହିଛି ଅସହ୍ୟ ଥଣ୍ଡା ସାଙ୍ଗକୁ ଝିପି ଝିପି ବର୍ଷା । ତା ସହିତ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଏଭଳି ଆନ୍ଦୋଳନ ମଧ୍ୟରେ ଆଜି ଅଷ୍ଟମ ଥର ପାଇଁ ସରକାର ଓ କୃଷି ସଂଗଠନ ମାନଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆଶା କରାଯାଉଛି କି ଏହି ଆଲୋଚନାରୁ କିଛି ନିସ୍କର୍ଶ ବାହାରିବ । ଏହା ପୂର୍ବରୁ ହୋଇଥିବା ବୈଠକରେ ସରକାର କୃଷକ ମାନଙ୍କର ୨ ଟି ଦାବି ମାନି ନେଇଛନ୍ତି । ମାତ୍ର ବିଲ୍ ପ୍ରତ୍ୟାହାର ଓ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବା ଦାବିରେ ଏବେ ବି କୃଷକ ମାନେ ଅଟଳ ରହିଥିବା କୁହାଯାଉଛି । ଏହି ଆଲୋଚନାକୁ ଆଜି ସାରା ଦେଶର କୃଷକ ମାନେ ଅପେକ୍ଷା କରିଥିବା ବେଳେ ଆଜି ସକାଳୁ ଶହ ଶହ ବୌଦ୍ଧ ଭିକ୍ଷୂମାନେ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଗାଜିପୁର ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଯୋଗ ଦେଇଛନ୍ତି ।

ସରକାରଙ୍କ ସହିତ ଆଲୋଚନା ପୂର୍ବରୁ କୃଷକ ନେତା ରାକେଶ ଟିକାୟତ କହିଛନ୍ତି କି ସରକାର ବୁଝିଯିବା ଦରକାର କି କୃଷକ ମାନେ କାହା କଥାରେ ପରିଚାଳିତ ହୋଇ ଆନ୍ଦୋଳନକୁ ଓହ୍ଲାଇ ନାହାନ୍ତି , ସେମାନେ ଯାହା ଉପଲବ୍ଧି କରିଛନ୍ତି ତାହାକୁ ନେଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାର ପାରିତ କରିଥିବା କୃଷକ ବିରୋଧି ୩ ଟି କୃଷି ଆଇନ୍ ପ୍ରତ୍ୟାହାର ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ । ସରକାର ତୁରନ୍ତ ପାରିତ ହୋଇଥିବା ଆଇନକୁ ପ୍ରତ୍ୟାହାର କରନ୍ତୂୁ ଓ କୃଷି ଉତ୍ପାଦିତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ସେ ଆହୁରି କହିଛନ୍ତି କି ଯଦି ଆଜି ସରକାର କୃଷକ ମାନଙ୍କର ଦାବି ମାନି ନନିଅନ୍ତି ତାହେଲେ ୨୬ ଜାନୁଆରୀ ଦିନ କୃଷକ ମାନେ ଦିଲ୍ଲୀରେ ଟ୍ରାକ୍ଟର ମାର୍ଚ୍ଚ କରିବେ । ସେପଟେ ଅନ୍ୟ କୃଷକ ନେତା ମାନେ କହିଛନ୍ତି କି ଆଇନରେ କୌଣସି ସଂଶୋଧନ କୃଷକ ମାନଙ୍କ ଦ୍ୱାରା ଗ୍ରହଣୀୟ ନୁହେଁ । ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର କରିବାକୁ ସରକାର ଚିନ୍ତା କରନ୍ତୁ ।
ଆଜି ଅପରାହ୍ନରେ ପୁଣିଥରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ । ଅଷ୍ଟମଥର ହେବାକୁ ଥିବା ଏହି ଆଲୋଚନାରେ ସରକାର କୃଷକ ଆନ୍ଦୋଳନରେ ବ୍ରେକ୍ ଲଗାଇବାକୁ ଚେଷ୍ଟା କରିବେ । ବିଜୁଳି ବିଲ୍ ଓ ପ୍ରଦୁର୍ଷଣ ମାମଲାରେ ସରକାର ପୂର୍ବରୁ ସହମତି ପ୍ରକାଶ କରିସାରିଛନ୍ତି । ମାତ୍ର ଏମଏସପି ଓ ପାରିତ ହୋଇଥିବା ବିଲ୍ କୁ ପ୍ରତ୍ୟାହାର ଉପରେ ଆଜି ଆଲୋଚନା ହେବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started