ଦ୍ୱିତୀୟ ଦିନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ: କରୋନା କଟକଣା ଭିତରେ ଚାଲିଛି ମନ୍ଦିର ପ୍ରବେଶ

କନକ ବ୍ୟୁରୋ: ଆଜି ଦ୍ୱିତୀୟ ଦିନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜଗନ୍ନାଥ । କରୋନା ଯୋଗୁଁ ୯ ମାସ ଧରି ବନ୍ଦ ରହିବା ପରେ ଗତକାଲି ଭକ୍ତଙ୍କ ପାଇଁ ଖୋଲିଥିଲା ମନ୍ଦିର । କରୋନା କଟକଣା ମଧ୍ୟରେ ଚାଲିଛି ଦର୍ଶନ । ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

ଆଜିଠାରୁ ଖୋଲିଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିର । ଦୀର୍ଘ ୯ମାସ ପରେ ଖୋଲିଛି ମାଙ୍କ ମନ୍ଦିର । ମାଙ୍କ ଦର୍ଶନ ପାଇଁ ମନ୍ଦିରେ ଭକ୍ତ ଲାଇନ ଲଗେଇଛନ୍ତି । କରୋନା କଟକଣାକୁ ମାନି ମାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କରୋନା କଟକଣା ପାଇଁ ବନ୍ଦ ଥିଲା ମନ୍ଦିର । ହଜାର ହଜାର ଶଦ୍ଧାଳୁ ମାଙ୍କ ଦର୍ଶନରୁ ବଂଚିତ ହୋଇଥିଲେ । ଏହା ସହ ଆଜି ଠାରୁ ଗଂଜାମ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିଛି ।

from Kanak News
via <a href="https://ifttt.com/?

କୁଳମଣି ବରାଳଙ୍କ ହତ୍ୟା ମାମଲାକୁ ନେଇ ତେଜିଲା ରାଜନୀତି: ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ୫ଟି ଟିମର ତନାଘନା; ଆଇନମନ୍ତ୍ରୀ କହିଲେ, ରାଜନୈତିକ ରୂପ ଦେବାକୁ ଚାହୁୁଁଛନ୍ତି ବିରୋଧୀ

କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୂଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଇନି । ଏନେଇ ରାଜନୀତି ଜୋର ଧରିଛି । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ । କୌଣସି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ସବ ଓ ଜନାସମାଗମରେ ଉପସ୍ଥିତ ରହିବା ପାଇଁ ବିଜେପି ଦେବନାହିଁ ବୋଲି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଟୁଇଟ କରି କହିଛନ୍ତି ।

ତେବେ ମାହାଙ୍ଗା ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀଙ୍କ ନାଁରେ ଏତଲା ପ୍ରସଙ୍ଗରେ ସେ ପ୍ରତିକ୍ରିୟା ରଖିଛନ୍ତି  । ପ୍ରତାପ ଜେନା କହିଛନ୍ତି ଯେତେବେଳେ ଓଡ଼ିଶାରେ କିଛି ଘଟଣା ଘଟୁଛି ଦୋଷୀ ଗିରଫ ହେଉ ଓ ଦଣ୍ଡ ପାଉ ବୋଲି ସମସ୍ତ ଲକ୍ଷ ରଖିବା ଉଚିତ । କିନ୍ତୁ ବିରୋଧୀ ରାଜନୈତିକ ଦଳମାନେ ଏକଥା ଚାହୁଁଛନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ । ଏହି ଘଟଣାକୁ ରାଜନୈତିକ ରୁପ ଦେବାକୁ ବିରୋଧୀ ଚାହୁଁଥିବା କହିଛନ୍ତି ପ୍ରତାପ ଜେନା ।

ସେପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜିଠାରୁ କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେପି କର୍ମୀ । ଗତକାଲି ବିଜେପି ନେତା କୁଳମଣି ବରାଳଙ୍କ ମୃତ ଶରୀରର ଶୋଭାଯାତ୍ରା କରିଥିଲା ବିଜେପି । ଦଳ ଅଭିଯୋଗ କରିଛି ଓଡିଶାରେ ମଧ୍ୟ ପଶ୍ଚିମବଙ୍ଗ ଭଳି ରାଜନୈତିକ ହିଂସାକାଣ୍ଡ ଆରମ୍ଭ ହୋଇଯାଇଛି । ବହୁ ସଂଖ୍ୟାରେ ବିଜେପିର ନେତା ଓ କର୍ମୀ ମାହାଙ୍ଗାରେ ଏକାଠି ହୋଇ ୭ ଦିନ ମଧ୍ୟରେ ଦୋଷୀକୁ ଧରିବା ପାଇଁ ପୋଲିସକୁ ସମୟ ଦେଇଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କଟକ ଗ୍ରାମାଂଚଳ ଏସପିଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କୂଳମଣିଙ୍କୁ ହତ୍ୟା ଘଟଣାକୁ ସେ ନିନ୍ଦା କରୁଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ତାଙ୍କ ବିରୋଧରେ ଅଭିଯୋଗ ଆଣୁଛି ବୋଲି ସେ କହିଛନ୍ତି । ସେପଟେ କୂଳମଣିକୁ କିଏ ମାରିଲା ସେ ନେଇ ପ୍ରତିକ୍ରିୟା ରଖି ତାଙ୍କ ପୁଅ କହିଛନ୍ତି, ମୃତ୍ୟୁ ପୂର୍ବରୁ କୂଳମଣି କେତେଜଣଙ୍କ ନାଁ ନେଇଥିଲେ ।

from Kanak News
via <a href="https://ifttt.com/?

ସରକାର ବିଫଳ ହେବା ପରେ ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲା ରିଲିୟାନ୍ସ । କହିଲା ନା କରିବ କଣ୍ଟାକ୍ଟ ଫାମିଂ ନା କରିବ କର୍ପୋରେଟ୍ ଫାମିଂ । ଏମଏସପି ରେ କିଣିବ ଶଷ୍ୟ

କନକ ବ୍ୟୁରୋ : ଶେଷରେ କୃଷକ ଆନ୍ଦୋଳନ ନେଇ ମୁହଁ ଖୋଲିଲା ରିଲିୟାନ୍ସ । ପଞ୍ଜାବରେ ଚାଷୀ ମାନଙ୍କ ଦ୍ୱାରା ୧୬ ଶହ ଜିଓ ଟାୱାର ଭଙ୍ଗାଯିବା ପରେ କୃଷକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛି କମ୍ପାନୀ । କମ୍ପାନୀ ତରଫରୁ କୁହାଯାଇଛି କି ରିଲିୟାନ୍ସ କେବେ କୃଷକ ମାନଙ୍କ ଠାରୁ ସିଧା ସଳଖ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କିଣିବ ନାହିଁ । ଯାହା ବି ଶଷ୍ୟ କିଣିବ ତାହା ଯୋଗାଣ ସଂସ୍ଥା ମାନଙ୍କ ଠାରୁ ସାମଗ୍ରୀ କିଣିବ   ।

ଏହା ସହ କୃଷକ ମାନଙ୍କ ମଧ୍ୟରେ କିଛି ରାଜନୈତିକ ଦଳ ଭୂଲ ତଥ୍ୟ ଦେଇ ସେମାନଙ୍କୁ ବିଚଳିତ କରୁଛି ବୋଲି କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଛି । କମ୍ପାନୀ ଆହୁରି କହିଛି କି କୌଣସି ଚୁକ୍ତି ଭିତ୍ତିକ ଚାଷ କରିବାର ଯୋଜନା ରଖି ନାହିଁ , ସେ କମ୍ ସମୟର ଚୁକ୍ତି ହେଉ କି ଦୀର୍ଘପାଳୀନ ଚୁକ୍ତି ହେଉ । ନା କଣ୍ଟାକ୍ଟ ଫାର୍ମିଂ ନା କର୍ପୋରେଟ୍ ଫାମିଂ ର ଯୋଜନା ରଖିଛି । ଏହାସହ କମ୍ପାନୀ ସ୍ପଷ୍ଟ କରିଛି କି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ଠାରୁ କମ୍ ଦାମରେ କମ୍ପାନୀ ଶଷ୍ୟ କିଣିବ ନାହିଁ । ଏହା ବି ପୁଣି ସିଧା ସଳଖ ନୁହେଁ , କେବଳ ଯୋଗାଣକାରୀ ସଂସ୍ଥା ମାନଙ୍କ ଠାରୁ କମ୍ପାନୀ ଶଷ୍ୟ କିଣିବ । ଅନ୍ୟପଟେ ଜମି କିଣିବା କଥାକୁ ସିଧା ସଳଖ ଅସ୍ୱୀକାର କରିଛି କମ୍ପାନୀ । କମ୍ପାନୀ ଅଧିକାରୀ କହିଛନ୍ତି କି ଚାଷ ପାଇଁ କେବେ କମ୍ପାନୀ କୃଷକ ମାନଙ୍କ ଜମି କିଣି ଚାଷ କରିିନାହିଁ କି ଆଗକୁ କେବେ ବି ଏଭଳି କରିବାର ଯୋଜନା ନାହିଁ । ସେପଟେ ପଞ୍ଜାବର କୃଷକ ମାନେ ଜିଓର ୧୬ ଶହ ଟାୱାର ଭାଙ୍ଗିବାକୁ ନେଇ କମ୍ପାନୀ ତରଫରୁ ବୟାନ କରାଯାଇଛି । କମ୍ପାନୀ କହିଛି କି କୃଷକ ମାନେ ରିଲିୟାନ୍ସର ଯେଉଁ ସମ୍ପତ୍ତି ନଷ୍ଟ କରୁଛନ୍ତି ସେମାନେ ମନେରଖିବା ଦରକାର ଯେ ରିଲିୟାନ୍ସ କେଉଁ ବାହାର ଦେଶର କମ୍ପାନୀ ନୁହେଁ , ତେଣୁ କୃଷକ ମାନେ ଯାହା ନଷ୍ଟ କରୁଛନ୍ତି ତାହା ବି ସେମାନଙ୍କର ସମ୍ପତ୍ତି । ଏନେଇ କମ୍ପାନୀ ପଞ୍ଜାବର କିଛି ଥାନାରେ ଅଭିଯୋଗ କରିଛି ।

କହିରଖୁ କି କୃଷକ ମାନଙ୍କ ଆନ୍ଦୋଳନ ୩୯ ଦିନରେ ପହଂଚି ସାରିଛି । ଏନେଇ ସରକାରଙ୍କ ସହ ୭ ଥର ବୈଠକ ହୋଇଥିଲେ କିଛି ସୂୁଫଳ ମିଳିନାହିଁ । ଆଜି (ସୋମବାର) କୃଷକ ଓ ସରକାରଙ୍କ ମଧ୍ୟରେ ଅଷ୍ଟମଥର ପାଇଁ ବୈଠକ ବସିବ । ଏହି ବୈଠକ ଯଦି ସଫଳ ନହୁଏ ତେବେ କୃଷକ ମାନେ ଦିଲ୍ଲୀ ରାଜପଥରେ ଟ୍ରାକ୍ଟର ରାଲି କରିବା ସହ ଜାନୁଆରୀ ୨୬ ରେ କୃଷକ ପ୍ୟାରେଡ୍ କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏଭଳି ଚେତାବନୀ ପରେ ସରକାର କୃଷକ ମାନଙ୍କୁ ବୁଝାଇବାକୁ ବିଫଳ ହୋଇଥିବା ବେଳେ କୃଷକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛି ରିଲିୟାନ୍ସ କମ୍ପାନୀ ।

from Kanak News
via <a href="https://ifttt.com/?

ଶପଥ ନେଲେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର : ରାଜଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ 

କନକ ବ୍ୟୁରୋ : ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧର ଜାନୁଆରି ୪ ତାରିଖ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

୨୦୨୦, ଡିସେମ୍ବର ୧୪ରେ ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଥିଲା। ଏହାପରେ ଡିସେମ୍ବର ୩୧ରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ୧୯୮୪ରେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ। ଏହାପରେ ସେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସୁପ୍ରିମକୋର୍ଟ ଆଇନସେବା କମିଟି ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଭୋପାଳ ଗ୍ୟାସ୍ ଘଟଣାର ପୀଡ଼ିତ ଓ ନର୍ମଦା ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା ସଂପର୍କିତ ମାମଲାର ପରିଚାଳନା କରିଥିଲେ । ବହୁ ଜନସ୍ବାର୍ଥ ଆବେଦନ ଓ ମୃତ୍ୟୁଦଣ୍ଡ ସଂପର୍କିତ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ ।

ସେ ଜାତୀୟ ମାନବାଧିକାର କମିସନ୍ ଓ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ମଧ୍ୟ ମାମଲା ପରିଚାଳନା କରୁଥିଲେ । ଡିସେମ୍ବର ୨୦୦୨ରୁ ୨୦୦୬ ମେ ପର୍ଯ୍ୟନ୍ତ ସେ ଲ’ କମିସନଙ୍କ ପାର୍ଟ ଟାଇମ୍ ସଦସ୍ୟ ଥିଲେ । ୨୦୦୬, ମେ ୨୯ରେ ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ ତାଙ୍କର ପଞ୍ଜାବ ଓ ହରିୟାନା ହାଇକୋର୍ଟକୁ ବଦଳି ହୋଇଥିଲା । ୨୦୨୦, ମାର୍ଚ୍ଚ ୬ରେ ସେ ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।

from Kanak News
via <a href="https://ifttt.com/?

ୟୁପି ଗାଜିଆବାଦରେ ମର୍ମନ୍ତୁଦ ଦୁର୍ଘଟଣା: ଶ୍ମଶାନର ଆଶ୍ରୟସ୍ଥଳୀର ଛାତ ଭୁଶୁଡି ୨୫ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ; ୩ ଗିରଫ, ମୁଖ୍ୟ ଅଭିଯୁକ୍ତ ଠିକାଦାର ଏବେ ବି ଫେରାର

କନକ ବ୍ୟୁରୋ: ଉତରପ୍ରଦେଶର ଗାଜିଆବାଦରେ ଘଟିଛି ଛାତି ଥରାଇ ଦେଲା ଭଳି ଦୁର୍ଘଟଣା । ମୁରାଦନଗରର ଏକ ଶ୍ମଶାନରେ ଥିବା ଆଶ୍ରୟସ୍ଥଳୀର ଛାତ ଭୁଶୁଡି ପଡିବାରୁ ୨୩ ଜଣ ଲୋକଙ୍କ ଜୀବନ ଯାଇଛି । ଆଉ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦାହ ସଂସ୍କାର ପାଇଁ ଯାଇଥିବା ଜଣେ ମୃତକଙ୍କ ପରିବାର ଓ ଜ୍ଞାତିପରିଜନ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ମୃତ ବ୍ୟକ୍ତିଙ୍କୁ ମୁଖାଗ୍ନି ଦେବାକୁ ଆସିଥିବା ତାଙ୍କ ପୁଅର ମଧ୍ୟ ମୃତ୍ୟୁ ହୋଇଛି ।

ଏନଡିଆରଏଫ ଓ ସ୍ଥାନୀୟ ପୁଲିସ ଯୁଦ୍ଧକାଳୀନଭିତିରେ ଉଦ୍ଧାର କାର୍ଯ୍ୟ କରିବାରୁ ଅନେକ ଆହତଙ୍କ ଜୀବନ ବଂଚିଯାଇଛି । ଘଟଣାସ୍ଥଳରେ ହିଁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଖି ବୁଜିଛନ୍ତି ୩ ଆହତ । ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ବେଳେ ବର୍ଷା ହେବାରୁ ଶ୍ମଶାନରେ ଥିବା ଆଶ୍ରୟସ୍ଥଳକୁ ୫୦ରୁ ଅଧିକ ଲୋକ ଚାଲି ଆସିଥିଲେ । ଏହି ସମୟରେ ଛାତ ଅଚାନକ ଭୁଶୁଡି ପଡିଥିଲା । ଏ ଆଶ୍ରୟସ୍ଥଳୀର ନିର୍ମାଣ କାମ ମାତ୍ର ଅଢେଇ ମାସ ପୂର୍ବେ ଶେଷ ହୋଇଥିଲା ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଅନ୍ୟପଟେ ଏହି ମାମଲାରେ ଠିକାଦାର, ଜେଇ ସହ ଇଓଙ୍କ ନାଁରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ନବ ନିଯୁକ୍ତ ମୁଖ୍ୟ ବିଚାରପତି । ୩୨ତମ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଏସ ମୁରଲୀଧର

କନକ ବ୍ୟୁରୋ: ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ନବ ନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର । ସକାଳ ୧୦ଟାରେ ବେଳେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅଛି । ୩୨ ତମ ବିଚାରପତିଭାବେ ଆଜି ଶପ୍ ଗ୍ରହଣ କରିବେ ଜଷ୍ଟିସ ଏସ ମୁରଲୀଧର । ଗତକାଲି ଜଷ୍ଟିସ ମୁରଲୀଧର ଓଡ଼ିଶାରେ ପହଂଚିବା ପରେ ବିମାନବନ୍ଦରରୁ ଏକ କାରକେଡ଼ ଯୋଗେ ରାଜ୍ୟ ଅତିଥିଭବନକୁ ନିଆଯାଇଥିଲା । ସେଠାରେ ତାଙ୍କୁ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପୂର୍ବରୁ ପଂଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି ଜଷ୍ଟିସମୁରଲୀଧର ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୦, ଡିସେମ୍ବର ୧୪ରେ ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଥିଲା। ଏହାପରେ ଡିସେମ୍ବର ୩୧ରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

from Kanak News
via <a href="https://ifttt.com/?

ନୂଆବର୍ଷ ଆଣିଲା ଖୁସିଖବର: କରୋନାମୁକ୍ତ ମୁହାଁ ରାଜଧାନୀ; ପ୍ରଥମ ୩ ଦିନରେ ଭୁବନେଶ୍ୱରରେ ଏକଅଙ୍କକୁ ଖସିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ: ନୂଆବର୍ଷ ଆଣିଲା ଖୁସିଖବର ।  ଦୈନିକ ଏକଅଙ୍କ ଛୁଇଁଲା ଦୈନିକ ସଂକ୍ରମଣ ସଂଖ୍ୟା ।  ଦିନେ କରୋନାର ହଟସ୍ପଟ ଥିବା ଭୁବନେଶ୍ୱରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।  ଗତକାଲି ମାତ୍ର ୮ ଜଣ ଆକ୍ରାନ୍ତ ରାଜଧାନୀରେ ଚିହ୍ନଟ ହୋଇଛନ୍ତି ।  ରାଜଧାନୀରେ କିଛିମାସ ତଳେ ଦୈନିକ ସଂକ୍ରମଣ ୩ ଅଙ୍କ ଥିଲା । ଏବେ ଏହା ତଳମୁହାଁ ହୋଇ ଦୁଇଅଙ୍କ ହୋଇଥିବାବେଳେ  ନୂଆବର୍ଷରେ ଏକ ଅଙ୍କ ହେବା କରୋନା କମୁଥିବାର ସଙ୍କେତ ଦେଇଛି ।  ମାର୍ଚ ଓ ଏପ୍ରିଲ ମାସରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ ଥିଲା । ବର୍ତମାନ ଏବେ ରାଜଧାନୀ ସେହି ସ୍ଥିତିକୁ ଆସିଛି ।

ପ୍ରାୟ ୮ ମାସ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିବା, ରାଜଧାନୀ କରୋନାମୁକ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଛି ।  ଚଳିତବର୍ଷ ପ୍ରଥମ ତିନି ଦିନରେ ୧୩, ୯ ଓ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଦିନରେ ମୋଟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜଧାନୀରେ ଏବେ ୨୦୮ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ବିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଜାନୁଆରୀ ଶେଷ କିମ୍ବା ଫେବୃଆରୀ ସୁଦ୍ଧା ରାଜଧାନୀରେ କେହି କରୋନା ଆକ୍ରାନ୍ତ ନଥିବେ । ବହୁ ଲୋକଙ୍କ ମଧ୍ୟରେ କରୋନା ପ୍ରତିଷେଧକ ଶକ୍ତି ବଢିଛି । ତେବେ ବି ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । କରୋନା କଟକଣା ମାନିବାକୁ ପଡିବ  ।

from Kanak News
via <a href="https://ifttt.com/?

ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ! ହାଜତ୍ ଭିତରେ ନାବାଳକଙ୍କୁ ପୁଲିସର ଅକଥନୀୟ ନିର୍ଯାତନା ! ଗୋଇଠା, ବୁଟରେ ମାଡମାରିବା ସହ ବିଦ୍ୟୁତ୍ ଝଟକା ଦିଆଯାଇଥିବା ଅଭିଯୋଗ

କନକ ବ୍ୟୁରୋ: ନାବାଳକ ଉପରେ ପୁଲିସ ନିର୍ଯାତନାର ସାଂଘାତିକ ଅଭିଯୋଗ । ରାଉରକେଲା ଉଦିତନଗର ଥାନା ପୁଲିସ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୋବାଇଲ ଚୋରି ମାମଲାରେ ଜଣେ ୧୪ ବର୍ଷର ନାବାଳକକୁ ଘରୁ ଉଠାଇ ଆଣି ଥାନାରେ ୨୪ ଘଂଟାରୁ ଅଧିକ ସମୟ ଅଟକ ରଖିବା, ପଚରା ଉଚରା କରିବା ସମୟରେ ମାଡ ମାରିବା, ଏପରିକି ବିଦ୍ୟୁତ ଝଟକା ଦିଆଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ଟିମ୍ବର କଲୋନୀ ଅଂଚଳର ଜଣେ ବୃଦ୍ଧା ଓ ତାଙ୍କ ନାତି ପୁଲିସ ବିରୋଧରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆଗରେ ଏହି ଅଭିଯୋଗ କରିଛନ୍ତି । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ ଆଧାରରେ ଚାଇଲଡ ଲାଇନ ପକ୍ଷରୁ ସଂପୃକ୍ତ ନାବାଳକର କାଉନସେଲିଂ ଓ ବୟାନ ରେକର୍ଜ କରାଯାଇଥିବା ସୂଚନା ମିଳିଛି ।

ରାଉରକେଲା ଟିମ୍ବର କଲୋନି ଅଞ୍ଚଳରେ ବାପ-ମା ଛେଉଣ୍ଡ ଜଣେ ନବମ ଶ୍ରେଣୀର ଛାତ୍ର ତାଙ୍କ ଆଈଙ୍କ ପାଖରେ ରହି ପାଠ ପଢ଼ନ୍ତି। ସିଡବ୍ଲ୍ୟୁସିକୁ ଦେଇଥିବା ଲିଖିତ ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ପ୍ରମିଳା ଦାସ କହିଛନ୍ତି, ନାବାଳକ ଜଣକ ପ୍ରାୟ ମାସେ ତଳେ ମା’ ବୈଷ୍ଣଦେବୀ ଦେବୀ ମନ୍ଦିର ଯିବା ସିଢ଼ି ନିକଟରୁ ଏକ ସାମ୍‌ସଙ୍ଗ ମୋବାଇଲ ପାଇଥିଲେ। ମୋବାଇଲଟି ବନ୍ଦ ଥିଲା। ତା’କୁ ଖୋଲିବାକୁ ସେ ନିକଟସ୍ଥ ଦୋକାନକୁ ନେଇଥିଲେ। ଦୋକାନୀ ମଧ୍ୟ ମୋବାଇଲଟିକୁ ଖୋଲି ପାରି ନଥିଲେ। ଶେଷରେ ନାବାଳକ ‌ମୋବାଇଲ ଖୋଲିବାକୁ ତାଙ୍କର ଜଣେ ସାଙ୍ଗକୁ ଦେଖାଇଥିଲେ। ସେ ମଧ୍ୟ ଖୋଲି ପାରି ନଥିଲା। କହିଥିଲା, ‌‘ତୋର ତ ମୋବାଇଲ ଅଛି। କିନ୍ତୁ ମୋ’ର ନାହିଁ। ଅନ୍‌-ଲାଇନ୍‌ରେ ପାଠ ପଢ଼ିବାରେ ଅସୁବିଧା ହେଉଛି, ମୋତେ ଏ ମୋବାଇଲ ଦେଇ ‌ଦେ’। ମୁଁ ୧୫୦୦ ଟଙ୍କା ‌ଦେବି।’ ନାବାଳକ ତା’ପରେ ୧୫୦୦ ଟଙ୍କାରେ ମୋବାଇଲଟିକୁ ସାଙ୍ଗକୁ ବିକି ଦେଇଥିଲେ।

ଏସବୁ ପରେ ଗତ ଡିସେମ୍ବର ୨୬ ସକାଳେ ଗୋପବନ୍ଧୁପାଲି ଫାଣ୍ଡି ପୁଲିସ ଟିମ୍ବର କଲୋନିରେ ପହଞ୍ଚିଥିଲା ଓ ମୋବାଇଲ ଚୋରି ଅଭିଯୋଗରେ ନାବାଳକଙ୍କୁ ଫାଣ୍ଡିକୁ ଉଠାଇ ନେଇଥିଲା। ପଚରାଉଚୁରା ପରେ ନାବାଳକଙ୍କୁ ଫାଣ୍ଡିରୁ ଉଦିତନଗର ଥାନାକୁ ନିଆଯାଇଥିଲା।‌ କିଛି ସମୟ ବସାଇବା ପରେ ନାବାଳକଙ୍କୁ ଥାନାର ଭିତରକୁ ରୁମ୍‌ ନିଆଯାଇଥିଲା। ଥାନାର ଜୈନିକ ସବ୍ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ତିନିଜଣ ନାବାଳକଙ୍କୁ ଗାଳିଗୁଲଜ ଓ ଧମକଚମକ ଦେଇଥିଲେ। ତା’ପରେ ତାଙ୍କୁ ଗୋଇଠା ମାରିବା ସହିତ ପାଦକୁ ବୁଟ୍‌ରେ ଦଳି ମାଡ ମାରିଥିଲେ। ପୂର୍ବାହ୍ନ ୧୧ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ କିଛି ଖାଇବାକୁ ନ ଦେଇ ସେମିତି ବସାଇଥିଲେ। ରାତି ୮ଟା ପରେ କିଛି ଖାଇିବାକୁ ଦିଆ ଯାଇଥିଲା। ପୁଣି ରାତି ପ୍ରାୟ ସାଢ଼େ ୯ଟାରେ ଭିତର ରୁମ୍‌ ଭିତରକୁ ଡାକି ନିଆ ଯାଇଥିଲା। ତାଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲିବାକୁ ଆଦେଶ ଦିଆ ଯାଇଥିଲା।

ନାବାଳକ ନ ଖୋଲିବାରୁ ଥାନାର ଜୈନିକ ସବ୍‌ଇନ୍ସପେକ୍ଟର ଚାପୁଡା ମାରିଥିଲେ। ଅଧିକ ମାଡ ଭୟରେ ନାବାଳକ ସାର୍ଟ ପ୍ୟାଣ୍ଟ ଖୋଲିବା ପରେ ତାଙ୍କୁ ବିଦ୍ୟୁତ୍‌ ଚେଙ୍କ ଦିଆ ଯାଇଥିଲା। ସେ କିଣିଥିବା ନୂଆ ମୋବାଇଲକୁ ମଧ୍ୟ ପୁଲିସ ନେଇ ଯାଇଥିଲା, ଯଦିଓ ତା’ର କିଣା ରସିଦ ତାଙ୍କ ପାଖରେ ଅଛି। ଶେଷରେ ‘ମାଡ଼ ମାରିବା କଥା କାହାକୁ କହିବୁ ନାହିଁ, କି ଡାକ୍ତରଖାନାକୁ ଯିବୁ ନାହିଁ, ନ ହେଲେ ପୁଣି ଥାନାକୁ ଉଠାଇ ଆଣିବୁ’ ଏମିତି ଧମକ ଦେଇ ପୁଲିସ ପରଦିନ, ଅର୍ଥାତ୍‌ ଡିସେମ୍ବର ୨୭ରେ ଥାନାରୁ ନାବାଳକଙ୍କୁ ଛାଡି ଦେଇଥିଲେ। ଭୟରେ ନାବାଳକ ସେକଥା ନିଜ ଆଈଙ୍କୁ ବି କହି ନଥିଲେ। କିନ୍ତୁ ଦେହ ମାଲିସ କରିବାବେଳେ ମାଡ଼ ଖାଇଥିବା ସ୍ଥାନକୁ ଆଈ ଛୁଇଁବାବେଳେ ନାବାଳକ ଯନ୍ତ୍ରଣାରେ କାନ୍ଦି ଉଠିବାରୁ ସବୁ କଥା ଜଣା ପଡ଼ି ଯାଇଥିଲା।

from Kanak News
via <a href="https://ifttt.com/?

ଶିଖରରେ ଶିକ୍ଷା ଗ୍ରହଣ । ବିକାଶର ବହୁ ଦୂରରେ ଆଦିବାସୀ ଅଂଚଳ । ଅନଲାଇନ ପାଠପଢା ପାଇଁ ପାହାଡ ଚଢୁଛନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି। ବିକାଶ ଏଠି ସାତ ସପନ। ଜିଲ୍ଲା ସଦର ମହକୁମା, ବ୍ଲକ ସଦର ମହକୁମା ଏବଂ କିଛି ପଞ୍ଚାୟତ ସଦର ମହକୁମାକୁ ଛାଡି ଦେଲେ ଅନ୍ୟ ସବୁ ଅଂଚଳ ଦୁର୍ଗମ ଏବଂ ଅପହଞ୍ଚ। ପୁଣି ଜିଲ୍ଲା ନକ୍ସଲ ପ୍ରବଣ ଭାବେ ବେଶ ପରିଚିତ। ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଷୁଡି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ୯ ମାସ ହେଲା ସ୍କୁଲ କଲେଜ ବନ୍ଦ ଥିବାରୁ ପିଲାମାନେ ନିଜର ପୂର୍ବ ପାଠ ମଧ୍ୟ ଭୁଲିଗଲେଣି। ସରକାର ଅନଲାଇନ ଶିକ୍ଷାର ବ୍ୟବସ୍ଥା କରିଥିଲେ ମଧ୍ୟ ଜିଲ୍ଲାରେ ନେଟଵର୍କର ସମସ୍ୟା ରହିଥିବାରୁ ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ।

ମାଲକାନଗିରି ଭଳି ଅନୁନ୍ନତ ଜିଲ୍ଲାରେ ଲୋକେ ଦୁଇ ବେଳା ପେଟ ପୁରାଇବା ପାଇଁ କାମଧନ୍ଦା ଖୋଜୁଥିବା ବେଳେ ସ୍ମାର୍ଟଫୋନ୍‌ କିଣି ପିଲାଙ୍କୁ ପାଠ ପଢାଇବା ଦୂରର କଥା। ତେବେ କାଁ ଭାଁ ଅଂଚଳରେ କିଛି ଅଭିଭାବକମାନେ ନିଜର ପିଲାଙ୍କୁ ପାଠ ପଢାଇବା ପାଇଁ ଘରେ ଥିବା ଗୋଟିଏ ମାତ୍ର ମୋବାଇଲକୁ ଦେଉଥିବା ଦେଖିବାକୁ ମିଳୁଛି। ତେବେ ଦୁର୍ଗମ ଅଂଚଳରେ ନେଟଵର୍କର ଅସୁବିଧା ରହିଥିବାରୁ ପିଲାମାନେ ପାହାଡ ଉପରେ କିମ୍ବା ମଞ୍ଚା କରି ତାହାରି ଉପରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି। ତାହା ମଧ୍ୟ ବେଳେ ବେଳେ ନେଟଵର୍କ ଲାଗେ ବେଳେ ବେଳେ କଟିଯାଏ। ବହୁ କଷ୍ଟରେ ପିଲାମାନେ ପାଠ ପଢୁଥିବା ଲକ୍ଷ୍ୟ କରାଯାଇଛି।

ଜିଲ୍ଲାରେ ଗରିବରୁ ଅଦି ଗରିବ ପିଲାମାନେ ସରକାରୀ ସ୍କୁଲରେ ପାଠ ପଢୁଥିବା ବେଳେ ଅନଲାଇନ ପାଠ ସେମାନଙ୍କ ପାଇଁ ସ୍ବପ୍ନ। ତେବେ ସରକାର ଜିଲ୍ଲାରେ କିଭଳି ନେଟୱାର୍କ ସେବା ସୁରୁଖୁରୁରେ ଚାଲିବ ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ଏହା କେବେ କାର୍ଯ୍ୟକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା। ସ୍ବାଭିମାନ ଅଂଚଳରେ ଦୀର୍ଘ ସାତ ଦଶନ୍ଧି ପରେ ଏବେ ଲୋକେ ପକ୍କା ରାସ୍ତା ଦେଖିଥିବା ବେଳେ ମୋବାଇଲ ସେବା ମଧ୍ୟ ଧିରେ ଧିରେ ପହଞ୍ଚିବାକୁ ଲାଗିଲାଣି। ସ୍ବାଭିମାନ ଅଂଚଳର ୬୭୧୯ ଜଣ ପରିବାରକୁ ସରକାର ମୋବାଇଲ ସେବା ଯୋଗାଇ ଦେଉଛନ୍ତି।

ତେବେ ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳରେ କିନ୍ତୁ ମୋବାଇଲ ସେବା ନଥିବା ଦେଖିବାକୁ ମିଳିଛି। ତେବେ ଲୋକେ କିପରି ମୋବାଇଲ ଧରି କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ବଣ୍ଡାଘାଟି ଅଂଚଳରେ ମୋବାଇଲ ନେଟଵର୍କ ନଥିବାରୁ ପିଲାମାନେ ଏଠାରେ ମଧ୍ୟ ପାହାଡ ଉପରେ କିମ୍ବା ମଂଚା ଉପରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି।

ଅନଲାଇନରେ ପାଠପଢା ଏକ ପ୍ରକାର ବିଫଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ସରକାର ଲୋକଙ୍କୁ ରୋଜଗାରର ମାଧ୍ୟମ ଦେଖାିବା, ରାସ୍ତାଘାଟ ନିର୍ମାଣ କରିବା ଏବଂ ଶିକ୍ଷାର ବିକାଶ ପାଇଁ ପ୍ରତ୍ୟେକ ପଞାୟତରେ ସ୍କୁଲ ଖୋଲିବା ବାଞ୍ଝନିୟ। ସ୍କୁଲ କଲେଜ ବନ୍ଦ ଥିବାରୁ ଦୁର୍ଗମ ଅଂଚଳର ପିଲାମାନେ ପ୍ରାୟତଃ ଜଂଗଲରେ ବୁଲୁଥିବା ଦେଖିବାକୁ ମିଳୁଛି ନଚେତ ଘରର କାମରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷାରେ କିପରି ଶିକ୍ଷା ଆଗକୁ ବଢିବ ତାହା ସହଜରେ ଅନୁମେୟ। ପାହାଡ ଚଢି ପାଠପଢିବା କେତେ କଷ୍ଟକର ତାହା ସେହି ଅଂଚଳର ପିଲାଙ୍କୁ ହିଁ ଠିକ ଭାବେ କହିପାରିବେ। ପାଠ ପ୍ରତି ରହିଥିବା ଆଗ୍ରହ ସେମାନଙ୍କୁ ପାହାଡ ଚଢିବାକୁ ବାଧ୍ୟ କରୁଥିବା ଅଭିଭାବକମାନେ କହନ୍ତି। ତେବେ ମାଲକାନଗିରି ଜିଲ୍ଲାର ପିଲାମାନେ ଘରେ ବସି ଅନଲାଇନରେ ପାଠ ପଢିବେ ତାହା ଦେଖବାକୁ ବାକି ରହିଲା।

from Kanak News
via <a href="https://ifttt.com/?

ନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ । ବୁର୍ଲା ନିକଟସ୍ଥ ମହାନଦୀ ପୋଲରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା

କନକ ବ୍ୟୁରୋ: ମହାନଦୀ ପୋଲ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କଲେ ଯୁବତୀ । ବୁର୍ଲା ନିକଟସ୍ଥ ମହାନଦୀ ପୋଲରୁ ହଠାତ୍ ଯୁବତୀ ଜଣକ ଡେଇଁପଡିଥିଲେ । ଖବର ପାଇ ବୁର୍ଲା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ପୋଲ ତଳୁ ଯୁବତୀଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ଯୁବତୀଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started