ପିକନିକ ଯାଇ ସେଲ୍ଫି ନେବା ହେଲା କାଳ: ବୌଦ୍ଧର କୁମ୍ଭୀଝର ଜଳପ୍ରପାତରେ ସେଲ୍ଫି ଉଠାଇବା ବେଳେ ଜଳପ୍ରପାତରେ ଖସିପଡି ନାବାଳକ ମୃତ

କନକ ବ୍ୟୁରୋ: ନାବାଳକ ଉପରେ ପୁଲିସ ନିର୍ଯାତନାର ସାଂଘାତିକ ଅଭିଯୋଗ । ରାଉରକେଲା ଉଦିତନଗର ଥାନା ପୁଲିସ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୋବାଇଲ ଚୋରି ମାମଲାରେ ଜଣେ ୧୪ ବର୍ଷର ନାବାଳକକୁ ଘରୁ ଉଠାଇ ଆଣି ଥାନାରେ ୨୪ ଘଂଟାରୁ ଅଧିକ ସମୟ ଅଟକ ରଖିବା, ପଚରା ଉଚରା କରିବା ସମୟରେ ମାଡ ମାରିବା, ଏପରିକି ବିଦ୍ୟୁତ ଝଟକା ଦିଆଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ଟିମ୍ବର କଲୋନୀ ଅଂଚଳର ଜଣେ ବୃଦ୍ଧା ଓ ତାଙ୍କ ନାତି ପୁଲିସ ବିରୋଧରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆଗରେ ଏହି ଅଭିଯୋଗ କରିଛନ୍ତି । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ ଆଧାରରେ ଚାଇଲଡ ଲାଇନ ପକ୍ଷରୁ ସଂପୃକ୍ତ ନାବାଳକର କାଉନସେଲିଂ ଓ ବୟାନ ରେକର୍ଜ କରାଯାଇଥିବା ସୂଚନା ମିଳିଛି ।

ସେଲ୍ଫି ନେଇଗଲା ଜୀବନ । ସେଲ୍ଫି ଫଟୋ ଉଠାଇବା ବେଳେ ଜଳପ୍ରପାତରୁ ଖସିପଡି ନାବାଳକ ମୃତ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କୁମ୍ଭୀଝର ଜଳପ୍ରପାତର ବଣଭୋଜି ସମୟରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଂଚଳର ଜ୍ୟୋତିସ୍ମାନ ନାଏକ । ସୂଚନା ଅନୁସାରେ ଗତକାଲି ଜ୍ୟୋତିସ୍ମାନ ଝରଣା ସ୍ରୋତରୁ ସେଲ୍ଫି ଉଠାଇଥିବା ବେଳେ ଗୋଡ ଖସି ଯାଇଥିଲା । ପାଣିସ୍ରୋତରେ ଖସି ଝରଣା ତଳେ ପଡିଯାଇ ସେ ଗୁରୁତର ଆହତ ହୋଇଥିଲେ । ଖବର ପାଇ କନ୍ଧମାଳ ଜିଲ୍ଲା ଖଜୁରିପଡା ଅଗ୍ନିଶମ ବାହିନୀ ନାବାଳକଙ୍କୁ ଉଦ୍ଧାର କରି ଅଡେଣିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ : ଆବେଦନ ପାଇଁ ଆଉ ମାତ୍ର ୨ ଦିନ

କନକ ବ୍ୟୁରୋ :  ସମ୍ବାଦ ଗ୍ରୁପ୍‌ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ବୁଧବାର ଶେଷ ହେବାକୁ ଯାଉଛି। କର୍ପୋରେଟ୍ ଜଗତରେ ଏହି ପୁରସ୍କାରକୁ ନେଇ ପ୍ରବଳ ଉତ୍ସାହ ରହିଥିବା ବେଳେ ଉଦ୍ୟୋଗ ଜଗତର ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହାକୁ ଭୂୟସୀ ପ୍ରଶଂସା କରୁଛନ୍ତି। ଓଡ଼ିଶାରୁ ଜନ୍ମ ହୋଇ ଦେଶବିଦେଶରେ ଖ୍ୟାତି ଲାଭ କରିଥିବା ବ୍ରାଣ୍ଡ୍‌ଗୁଡ଼ିକୁ ‌ଏହି ଅଭିଯାନରେ ସମ୍ମାନିତ କରାଯାଉଛି। ପୁରସ୍କାର ଲାଗି ଆବେଦନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ପାଞ୍ଚଟି ବର୍ଗରେ ପୁରସ୍କାର ଦିଆଯିବ ।

ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGING/ START-UP)। ଆବେଦନ କରିବା ପାଇଁ http://www.sambadawards.com କିମ୍ବା http://www.sambadawards.in ପରିଦର୍ଶନ କରିବାକୁ ପଡ଼ିବ। କଂପାନିଗୁଡ଼ିକ ନିଜ ଆଡ଼ୁ ବର୍ଗ ଚୟନ କରି ଆବେଦନ କରିପାରିବେ। ବିଜେତା ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ରହୁଛି। ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି ସଞ୍ଜୟ ଗୌରଙ୍କୁ ମୋବାଇଲ୍ ନମ୍ବର ୯୬୫୪୧୩୩୩୦୦ କିମ୍ବା ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ୯୯୩୮୪୪୩୨୨୪ରେ ଯୋଗାଯୋଗ କରାଯାଇପାରିବ।

from Kanak News
via <a href="https://ifttt.com/?

ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା?

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା? ପ୍ରଶ୍ନ ପତ୍ରରେ ସବଜେକଟିଭ୍ ପ୍ରଶ୍ନ କେତେ ରହିବ ଓ ଅବଜେକଟିଭ୍ କେତେ ରହିବ ଏଭଳି ଅନେକ ପ୍ରଶ୍ନକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ଛାତ୍ରଛାତ୍ରୀ । ଏହି ଦ୍ୱନ୍ଦ୍ୱ ଉପରୁ ପରଦା ଉଠାଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ  । କହିଛନ୍ତି, ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର ।

୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ମୋଟ ୧୦୦ ଦିନର ପାଠପଢା ହେବ । ଏହି ୧୦୦ଦିନର ପାଠପଢା ଭିତରେ ରବିବାର ଓ ଶନିବାର ମଧ୍ୟ କ୍ଲାସ ହେବ । ପାଠପଢା ନେଇ ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ଯାଏଁ ପାଠ ପଢା ହେବାକୁ ଥିବା ବେଳେ ମାଟ୍ରିକ ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

from Kanak News
via <a href="https://ifttt.com/?

ମାହାଙ୍ଗା ବିଜେପି ନେତାଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି: ଆଜି କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି

କନକ ବ୍ୟୁରୋ: ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରିବା ପରେ ରାଜନୀତି ଜୋର ଧରିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜିଠାରୁ କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେପି କର୍ମୀ । ଗତକାଲି ବିଜେପି ନେତା କୁଳମଣି ବରାଳଙ୍କ ମୃତ ଶରୀରର ଶୋଭାଯାତ୍ରା କରିଥିଲା ବିଜେପି । ଦଳ ଅଭିଯୋଗ କରିଛି ଓଡିଶାରେ ମଧ୍ୟ ପଶ୍ଚିମବଙ୍ଗ ଭଳି ରାଜନୈତିକ ହିଂସାକାଣ୍ଡ ଆରମ୍ଭ ହୋଇଯାଇଛି ।

ବହୁ ସଂଖ୍ୟାରେ ବିଜେପିର ନେତା ଓ କର୍ମୀ ମାହାଙ୍ଗାରେ ଏକାଠି ହୋଇ ୭ ଦିନ ମଧ୍ୟରେ ଦୋଷୀକୁ ଧରିବା ପାଇଁ ପୋଲିସକୁ ସମୟ ଦେଇଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କଟକ ଗ୍ରାମାଂଚଳ ଏସପିଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କୂଳମଣିଙ୍କୁ ହତ୍ୟା ଘଟଣାକୁ ସେ ନିନ୍ଦା କରୁଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ତାଙ୍କ ବିରୋଧରେ ଅଭିଯୋଗ ଆଣୁଛି ବୋଲି ସେ କହିଛନ୍ତି । ସେପଟେ କୂଳମଣିକୁ କିଏ ମାରିଲା ସେ ନେଇ ପ୍ରତିକ୍ରିୟା ରଖି ତାଙ୍କ ପୁଅ କହିଛନ୍ତି, ମୃତ୍ୟୁ ପୂର୍ବରୁ କୂଳମଣି କେତେଜଣଙ୍କ ନାଁ ନେଇଥିଲେ ।

from Kanak News
via <a href="https://ifttt.com/?

ୟୁପି ଗାଜିଆବାଦରେ ମର୍ମନ୍ତୁଦ ଦୁର୍ଘଟଣା: ଶ୍ମଶାନର ଆଶ୍ରୟସ୍ଥଳୀର ଛାତ ଭୁଶୁଡି ୨୩ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ; ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା

କନକ ବ୍ୟୁରୋ: ଉତରପ୍ରଦେଶର ଗାଜିଆବାଦରେ ଘଟିଛି ଛାତି ଥରାଇ ଦେଲା ଭଳି ଦୁର୍ଘଟଣା । ମୁରାଦନଗରର ଏକ ଶ୍ମଶାନରେ ଥିବା ଆଶ୍ରୟସ୍ଥଳୀର ଛାତ ଭୁଶୁଡି ପଡିବାରୁ ୨୩ ଜଣ ଲୋକଙ୍କ ଜୀବନ ଯାଇଛି ।  ଆଉ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦାହ ସଂସ୍କାର ପାଇଁ ଯାଇଥିବା ଜଣେ ମୃତକଙ୍କ ପରିବାର ଓ ଜ୍ଞାତିପରିଜନ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ମୃତ ବ୍ୟକ୍ତିଙ୍କୁ ମୁଖାଗ୍ନି ଦେବାକୁ ଆସିଥିବା ତାଙ୍କ ପୁଅର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏନଡିଆରଏଫ ଓ ସ୍ଥାନୀୟ ପୁଲିସ ଯୁଦ୍ଧକାଳୀନଭିତିରେ ଉଦ୍ଧାର କାର୍ଯ୍ୟ କରିବାରୁ ଅନେକ ଆହତଙ୍କ ଜୀବନ ବଂଚିଯାଇଛି । ଘଟଣାସ୍ଥଳରେ ହିଁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଖି ବୁଜିଛନ୍ତି ୩ ଆହତ ।  ମୁରାଦାବାଦର ଏକ ଶ୍ମଶାନରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା । ଏହି ସମୟରେ ବର୍ଷା ହେବାରୁ ସମସ୍ତେ ଶ୍ମଶାନରେ ଥିବା ଆଶ୍ରୟସ୍ଥଳକୁ ୫୦ରୁ ଅଧିକ ଲୋକ ଚାଲି ଆସିଥିଲେ । ଏହି ସମୟରେ ଆଶ୍ରୟସ୍ଥଳର ଛାତ ଅଚାନକ ଭୁଶୁଡି ପଡିବାରୁ ଏହି ଦୁଃଖଦ ଘଟଣା ଘଟିଛି ।

ଭୁଶୁଡି ପଡିଥିବା ଆଶ୍ରୟସ୍ଥଳୀର ନିର୍ମାଣ କାମ ମାତ୍ର ଅଢେଇ ମାସ ପୂର୍ବେ ଶେଷ ହୋଇଥିବା ଜଣାପଡିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ଲ କ୍ଷ ଟଙ୍କାର ଅନୁକମ୍ପାମୂଳକ ସହୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଅନ୍ୟପଟେ ଏହି ମାମଲାରେ ଠିକାଦାର, ଜେଇ ସହ ଇଓଙ୍କ ନାଁରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ : କୃଷକ ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ ହେବ ଆଲୋଚନା

କନକ ବ୍ୟୁରୋ : ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ରତ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହେବ । ଗତ ୩୦ ତାରିଖରେ ଦୁଇଟି ପ୍ରସ୍ତାବ ଉପରେ ସହମତି ମିଳିଥିବାରୁ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଆଜି କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସଙ୍ଗରେ ଆଲୋଚନା ହେବ । ବୈଠକ ପୂର୍ବରୁ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଚାଷୀମାନେ କହିଛନ୍ତି, ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ସେମାନ ରାସ୍ତାରୁ ହଟିବେ ନାହିଁ ।

ପ୍ରବଳ ଥଣ୍ଡା ଓ ଗତକାଲି ବର୍ଷା ହୋଇଥିବା ବେଳେ ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି । ସେପଟେ ଅଲୱର ଶାହଜାହନପୁରରେ ଚାଷୀମାନେ ବଳପୂର୍ବକ ପୁଲିସ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ସୀମାକୁ ଆସିବା ବେଳେ ପୁଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଚାଷୀନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ । ତେଣୁ କର ବା ମର ଲଢେଇ ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ଚାଷୀ ନେତା ।

from Kanak News
via <a href="https://ifttt.com/?

କୁହୁଡି କରିବ କଲବଲ ! ଆହୁରୀ ୩ ଦିନ ପର୍ଯ୍ୟନ୍ତ କୁହୁଡିରୁ ମିଳିବନି ନିସ୍ତାର: ୧୧ଜିଲ୍ଲାରେ ଘନ କୁହୁଡି ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

କନକ ବ୍ୟୁରୋ: ଆଜିଠାରୁ ୩ ଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ଘନ କୁହୁଡ଼ି ହେବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିସନର ସବୁ ଜିଲ୍ଲାପାଳ ଓ ଜିଲ୍ଲା ଏସ୍ପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ, ଜାନୁଆରି ୪ ତାରିଖରେ ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକରେ ସକାଳୁ ସକାଳୁ ଘନ କୁହୁଡ଼ି ହେବ।

ସେହିପରି ୫ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ଜଗତସିଂହପୁରରେ କୁହୁଡ଼ି ଜାରି ରହିବ। ସେହିପରି ଆସନ୍ତା ୬ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ଜଗତସିଂହପୁର ଓ ନୟାଗଡ଼ରେ କୁହୁଡ଼ି ଜାରି ରହିବେ। କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳନ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

from Kanak News
via <a href="https://ifttt.com/?

ପାକିସ୍ତାନ ଫେରନ୍ତା ବିରଜୁ କୁଲୁ ପୁଣି ନିଖୋଜ: କୁତ୍ରା ଥାନାରେ ଏତଲା ଦେଲେ ବିରୁଜଙ୍କ ଭଉଣୀ; ଅଭିଯୋଗ ପାଇବା ପରେ ପୁଲିସର ତନାଘନା

କନକ ବ୍ୟୁରୋ: ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରୁ ଓଡ଼ିଶା ଫେରିଥିବା ସୁନ୍ଦରଗଡ଼ର ବିର୍ଜୁ କୁଲୁ ନିଖୋଜ । ଶନିବାର ରାତିରୁ ବିର୍ଜୁଙ୍କ କୌଣସି ଖବର ମିଳୁନାହିଁ । ସୁନ୍ଦରଗଡ ଫେରିବା ପରେ ଭଉଣୀ ଘରେ ରହୁଥିଲେ ବିରଜୁ କୁଲୁ । ହେଲେ ଶନିବାର ରାତିରୁ ନିଖୋଜ ଅଛନ୍ତି ବିରଜୁ କୁଲୁ । କୁତ୍ରା ଥାନାରେ ଗତକାଲି ସନ୍ଧ୍ୟାରେ ବିରଜୁ କୁଲୁ ନିଖୋଜ ଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀ । ଗତ ନଭେମ୍ବର ୧୩ ତାରିଖରେ ବିରଜୁଙ୍କୁ ତାଙ୍କ ଗାଁ କଟଙ୍ଗକୁ ଅଣାଯାଇଥିଲା । ରୋଜଗାର ପାଇଁ ଯାଇଥିବା ବେଳେ ଅନ୍ୟମନସ୍କ ଭାବେ ୨୫ ବର୍ଷ ତଳେ ପାକ୍ ସୀମାରେ ପଶିଯାଇଥିଲେ ବିରଜୁ । ସେବେ ଠାରୁ ଲାହୋର ଜେଲ୍ରେ ବନ୍ଦୀ ଜୀବନ ବିତାଉଥିଲେ ।

କୁତ୍ରା ବ୍ଲକ କଟଙ୍ଗ ପଞ୍ଚାୟତ ଜଙ୍ଗରପଡ଼ାର ମାନସିକ ଭିନ୍ନକ୍ଷମ ମାରକୁସ୍‌ କୁଲୁ ଓରଫ୍‌ ବିର୍‌ଜୁ ଛୋଟବେଳେ ଝାଡ଼ଖଣ୍ଡ ବଲବା ଗ୍ରାମ ସ୍ଥିତ ମାମୁଁ ଘରେ ରହୁଥିଲେ। ସେ ହଠାତ୍‌ ଦିନେ ଉଭାନ ହୋଇଯାଇଥିଲେ। ତା’ପରଠାରୁ ବିର୍‌ଜୁଙ୍କ ଆଉ କୌଣସି ପତ୍ତା ମିଳିନଥିଲା। ଅଜାଣତରେ ସେ ଚାଲିଚାଲି ଭାରତ ସୀମା ପାର କରି ପାକିସ୍ତାନ ସୀମା ଭିତରକୁ ପଶିଯାଇଥିଲେ। ପାକିସ୍ତାନ ସୀମାରେ ପାଦ ଦେବାପରେ ସେଠାକାର କିଛି ଲୋକ ତାଙ୍କୁ କାବୁ କରି ଶିଖରପୁରକୁ ନେଇଯାଇଥିଲେ। ସେଠାରେ ପୁଲିସ୍ ତାଙ୍କୁ ଗିରଫ କରି ସପ୍ତାହେ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଲାହୋର ଜେଲ୍‌ରେ ବନ୍ଦୀ କରାଯାଇଥିଲା।

ଏ ବିଷୟରେ ସଂପୂ୍ର୍ଣ୍ଣ ଅଜ୍ଞ ଥିଲେ ପରିବାର। ପୁଅର ଫେରିବା ବାଟକୁ ଚାହିଁ ତାଙ୍କ ବାପା-ମା’ ବି ଆରପାରିକୁ ଚାଲିଗଲେ। ଏମିତିକି ଅନ୍ୟ ପ୍ରିୟଜନ ବି ବିର୍‌ଜକୁ ଏକରକମର ଭୁଲି ସାରିଥିଲେ। ତେବେ ୨୦୧୯ ମସିହାରେ ହଠାତ୍‌ ବିର୍‌ଜୁଙ୍କ ଘରେ ପୁଲିସ ପହଞ୍ଚିଥିଲା। ବିର୍‌ଜୁ ପାକିସ୍ତାନ ଜେଲରେ ବନ୍ଦୀ ଥିବା ପୁଲିସ ସୂଚନା ଦେଇଥିଲା। ପାକିସ୍ତାନ ଜେଲ୍‌ରେ ପ୍ରାୟ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ସେ ଅକ୍ଟୋବର ୨୬ ରେ ମୁକୁଳିଥିଲେ। ୱାଘା ସୀମାରେ ତାଙ୍କୁ ଭାରତୀୟ ଅଧିକାରୀଙ୍କୁ ଜିମା ଦିଆଯାଇଥିଲା। ସୂଚନା ପାଇବାପରେ ଜିଲ୍ଲା ପ୍ରଶାସନ ବିର୍‌ଜୁଙ୍କୁ ଜନ୍ମ ମାଟିକୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲା। ଏକ ସ୍ବତନ୍ତ୍ର ଟିମ୍‌ ନଭେମ୍ବର ୬ରେ ଅମୃତସର ଅଭିମୁଖେ ବାହାରିଥିଲା। ନଭେମ୍ବର ୧୩ ତାରିଖରେ ପ୍ରଶାସନ ବିର୍‌ଜୁଙ୍କୁ ଜନ୍ମମାଟି କୁତ୍ରାକୁ ଫେରାଇ ଆଣିଥିଲା।

from Kanak News
via <a href="https://ifttt.com/?

ରାସ୍ତା କଡରେ ଆଉ ଦେଖିବାକୁ ମିଳିବ ନାହିଁ ଅଳିଆ ଗଦା । ଜୟପୁର ପୌରପାଳିକାର ଅଭିନବ ପ୍ରୟାସ । ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ ।

କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସ । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କା ହେଉଛି ଦାମ୍ । ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ପୁଣି ସେହି ଘରକୁ ସାର ହୋଇ ଫେରିବ । ଏଭଳି ଏକ ଅଭିଯାନ ଆରମ୍ଭ କରିଛି ଜୟପୁର ପୌରପାଳିକା ।

ସହରର ଗଳି କନ୍ଦିରୁ ବାହାରୁ ଥିବା ଅଳିଆ ଆବର୍ଜନା ଆଉ ଖୋଲାରେ ଗଦା ହେବ ନାହିଁ କି ସହରକୁ ଦୁର୍ଗନ୍ଧ କରିବ ନାହିଁ । ଏଥିପାଇଁ ଜୟପୁର ପୌରପାଳିକା ପ୍ରସ୍ତୁତ କରିଛି ମାଇକ୍ରୋ କମ୍ପୋଷ୍ଟିଂ ସେଂଟର । ଆଉ ସେଟଂର ଭିତରେ ନିଯୁକ୍ତି ପାଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଟିର ମହିଳାମାନେ । ଗଦା ହୋଇ ରହିଥିବା ଅଳିଆ ଆବର୍ଜନାରୁ କିଏ ଓଦା ଓ ସୁଖିଲାକୁ ଅଲଗା କରୁଛି ତ କିଏ ପ୍ଳାଷ୍ଟିକ ସାମଗ୍ରୀକୁ ଅଲଗା କରୁଛି । ଆଉ କିଏ ଖତ ପ୍ୟାକେଟ ପ୍ରସ୍ତୁତ କରୁଛି । ଏମାନଙ୍କୁ ପୌରପାଳିକା ଦେଇଛି ରୋଜଗାର । ଅଳ୍ପ ସମୟ ଦେଇ ଭଲ ରୋଜଗାର କରିପାରୁଛନ୍ତି ଏହି ମହିଳା ମାନେ ।

ଆଦାୟ ହେଉଥିବା ଅଳିଆ ଆବର୍ଜନାରୁ ପ୍ଳାଷ୍ଟିକ ପଦାର୍ଥକୁ ଅଲଗା କରି ବସ୍ତାରେ ଭର୍ତି କରି ବାହାରକୁ ବିକ୍ରୀ ପାଇଁ ପଠାଯାଏ । ଆଉ ଓଦା ଅଳିଆ ଯାହାକି କଚାଂ ପନିପରିବା ଚୋପା ଠାରୁ ଆରମ୍ବ କରି ବଳକା ରହିଥିବା ଖାଦ୍ୟପଦାର୍ଥକୁ ମେସିନ ସାହାଯ୍ୟରେ ଛୋଟ ଛୋଟ ଖଣ୍ଡ କରି କୁଣ୍ଡରେ ପକାଇ ଦିଆଯାଏ, ସେହି କୁଣ୍ଡରେ ୭ ଦିନ ରହି କମ୍ପୋଷ୍ଟ କରାଯାଏ ପରେ ତାକୁ ପଦାରେ ଶୁଖାଇ ପୁଣି ମେସିନ ସାହାଯ୍ୟରେ ପାଉଡ଼ର କରି ପ୍ୟାକେଟିଂ କରାଯାଇ ବିକ୍ରୀ ପାଇଁ ପ୍ରସ୍ତୁତ କରାଯାଏ ।

ଏହି କାମରେ ଅନେକ ମହିଳା ଓ ଯୁବକ ମଧ୍ୟ ନିଯୁକ୍ତି ପାଇ ପାରିଛନ୍ତି । ପୁର୍ବରୁ ସହରରୁ ବାହାରୁଥିବା ଅଳିଆ ଆବର୍ଜନାକୁ କୌଣସି ଏକ ରାସ୍ତା କଡ଼ରେ ଢ଼ଳା ଯାଉଥିଲା ଯାହାଫଳରେ ପ୍ରଦୂଷଣ ବଢ଼ୁଥିଲା, । ଆଉ ଗୀନ ଟ୍ରୀବୁନାଲ ତରଫରୁ ପୌରପାଳିକାଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ ହେଉଥିଲା ବୋଲି ପୌରପାଳିକାର ସାନିଟାଇଜ ଏକ୍ସପୋର୍ଟ କହିଛନ୍ତି । ତେବେ ପୌରପାଳିକାର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ଜିଲ୍ଳାବାସୀ ।

from Kanak News
via <a href="https://ifttt.com/?

ବଡ ଚାକିରିକୁ ଉଚ୍ଚ ଶିକ୍ଷିତଙ୍କ ନା । ମାଲକାନଗିରିର ଦୁଇ ଏମଟେକ୍ ଭାଇଙ୍କ ନିଆରା ଉଦ୍ୟମ । ଡାଇରୀ ଫାର୍ମ କରି ନିଜେ ଉପାର୍ଜନ କରିବା ସହ ଲୋକଙ୍କୁ ଦେଉଛନ୍ତି ରୋଜଗାର ।

କନକ ବ୍ୟୁରୋ : ଚାଷ ତ ଅନେକ କରନ୍ତି । ଶିକ୍ଷିତ ବେକାରୀ ଯୁବକ ଯୁବତୀମାନେ ମଧ୍ୟ ଅନ୍ୟ ଉପାୟ ନ ପାଇ ଚାଷ କାମରେ ମନ ବଢାନ୍ତି । ତେବେ ମାଲକାନନଗିରି ଜିଲ୍ଲାରେ ଏମିତି ଦୁଇ ଏମ୍ ଟେକ୍ ଇଂଜିନିୟର ଭାଇ ରହିଛନ୍ତି, ଯିଏ ଲକ୍ଷ ଲକ୍ଷ ଟଙ୍କାର ଆଭିଯାତ୍ୟପୁର୍ଣ ଚାକିରି ଛାଡି ଏବେ ଦୁଗ୍ଧ ଚାଷରେ ନିଜକୁ ନିୟୋଜିତ କରିଛନ୍ତି । ଆଉ ଏବେ ଲକ୍ଷ ଲକ୍ଷ ଟଙ୍କାର ଦରମା ସିନା ନାହିଁ , କିନ୍ତୁ ମୋଟା ମୋଟି କିଛି ଟଙ୍କା ଆୟ କରିବା ସହ ଅନ୍ୟଙ୍କୁ ରୋଜଗାରକ୍ଷମ କରି ବେଶ ଆନନ୍ଦିତ ଦୁଇ ଇଂଜିନିୟ ଭାଇ ।

କିଏ ଗାଇକୁ ଚାରା ଦେଉଛି, ତ ଅନ୍ୟ କିଏ ମେଶିନ ସହାୟତାରେ ଗାଇ କ୍ଷୀର ସଂଗ୍ରହ କରୁଛି । ହାତରେ କୋଡି କୋଦାଳ ଧରି ଗୋବର ସଫା କରୁଛନ୍ତି ଯୁବକ । ତେବେ ଦୁଗ୍ଧ ଚାଷୀ ପରି ଦେଖାଯାଉ ଥିବା ଏହି ଦୁଇ ଯୁବକ କୌଣସି ସାମନ୍ୟ ଚାଷୀ ନୁହଁ । ବରଂ ରାଉରକେଲା ଏନଆଇଟି ପରି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଏମ ଟେକ୍ ଡିଗ୍ରୀ ହାସଲ କରିଥିବା ଦୁଇ ଇଂଜିନିୟର ଭାଇ ସଚିନ ସାହୁ ଓ ରବିନ ସାହୁ । ସଚିନ ଗିତମ ବିଶ୍ୱବିଦ୍ୟାଳୟରେ ଆଇଟି କ୍ଷେତ୍ରରେ ଏମଟେକ୍ ଡିଗ୍ରୀ ହାସଲ କରି ଟାଟା କନସଲଟାନ୍ସି ପରି ବଡ କମ୍ପାନୀରେ ମୋଟା ଦରମାରେ ଚାକିରି କରୁଥିଲେ ।

ତେବେ ଚାଷ ପ୍ରତି ତାଙ୍କର ଏତେ ଦୁର୍ବଳତା ଥିଲା ଯେ, ଚାକିରି ଛାଡି ପ୍ରଥମେ ଗୋପାଳନ ପ୍ରତି ମନ ବଢାଇଥିଲେ ସଚିନ । ଆଉ ପ୍ରଥମ ପର୍ଯ୍ୟାରେ ହରିଆଣାରୁ ୨୦ ଗାଇ ଯଥା ୯ଟି ହଲେଷ୍ଟିନ, ୬ଟି ଜର୍ସୀ, ୪ଟି ସାହିଓାଲ ଓ ଗୋଟିଏ ଗିର୍ ପ୍ରଜାତିର ଗାଇ ଆଣି ଦୁଗ୍ଧ ଛାଷ ଆରମ୍ଭ କରି ଥିଲେ ସଚିନ । ମାଲକାନଗିରି ଜିଲ୍ଲାରେ କ୍ଷୁଦ୍ର ଦୁଗ୍ଧ ଚାଷୀଙ୍କ ଲାଗି ଉଚିତ ବଜାର ନ ଥିବା ଯୋଗୁ ଦୁଗ୍ଧ ଚାଷ ପ୍ରତି ମନ ବଢାଇ ଥିବା କଥା କୁହନ୍ତି ଇଂଜିନିୟର ସଚିନ ସାହୁ ।

ରାଉରକେଲା ଏନଆଇଟିରେ ସିଭିଲ ଇଂଜିନିୟରିଂରେ ଏମଟେକ ସାରିବା ପରେ ଗୁଡଗାଓଁ ଠାରେ ଏକ ଆନ୍ତର୍ଜାତୀୟ କମ୍ପାନୀରେ ଚାକିରି କରନ୍ତି ସାନ ଭାଇ ରବିନ ସାହୁ । ତେବେ ଲକ ଡାଉନ ଯୋଗୁ ରବିନ ଏବେ ଓା୍ୱର୍କ ଫ୍ରମ ହୋମ ଜାରି ରଖି ଥିବା ସହ ଅଧିକାଂଶ ସମୟ ଦୁଗ୍ଧ ଚାଷରେ ନିଜକୁ ନିୟୋଜିତ କରିଛନ୍ତି । ଆଉ ଏବେ ମିଲ୍କ ପ୍ରୋସେସିଙ୍ଗ ପ୍ଲାଂଟ ସ୍ଥାପନ କରି ଉତ୍ପାଦନ ଠାରୁ ଆରମ୍ଭ କରି ବଜାରରେ କ୍ଷୀର ପହଁଚାଇବା ଯାଏଁ, ଭାଇଙ୍କୁ ପ୍ରତ୍ୟକ୍ଷ ଭାବେ ସହାୟତା କରନ୍ତି ରବିନ ।

ଏସଆର ଡାଏରି ନାମରେ ଚାଲି ଥିବା ଏହି ଡାଏରି ଫାର୍ମ ରେ ପ୍ରତି ଦିନ ୩୦୦ ଲିଟର କ୍ଷୀର ଦିୟନ୍ତି ୨୦ ଟି ଗାଇ । ଆଉ ଏଥିରୁ ପ୍ରତିଦିନ ୫୦୦ ରୁ ୬୦୦ ପ୍ୟାକେଟ ଅଧା ଲିଟର କ୍ଷୀର ପ୍ୟାକେଟ ସହ ଆବଶ୍ୟକ ମୁତାବକ ଦହି ଓ ପନିର ମଧ୍ୟ ଉତ୍ପାନନ କରନ୍ତି ଦୁଇ ଭାଇ । ବଜାରରେ ଏହି ଲହୁଣୀଯୁକ୍ତ ଫ୍ରେଶ ଫାର୍ମ ମିଲ୍କର ଅଧା ଲିଟର ପ୍ୟାକେଟ ୨୪ ଟଙ୍କାରେ ବିକ୍ରୀ ହୋଉ ଥିବା ବେଳେ ୨୦୦ ଗ୍ରାମ ଦହି ପ୍ୟାକେଟ ୨୦ ଟଙ୍କା ଓ ପନିର କିଲୋ ପିଛା ୨୮୦ ଟଙ୍କାରେ ବିକ୍ରି କରନ୍ତି ଏମାନେ ।

ଆଉ ଏଥିରୁ ଦୈନିକ ୧୨ ରୁ ୧୫ ହଜାର ଆୟ ହୋଉ ଥିବା ବେଳେ ମାସିକ ୩ ରୁ ୪ ଲକ୍ଷ ଟଙ୍କା ଆମଦାନି କରି ମାସକରେ ୬୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରନ୍ତି ଏମଟେକ ଭାଇ ଦୁଇ ଜଣ । ଆଗକୁ ସୋସାଇଟି ଗଠନ କରି ଆଖପାଖ କ୍ଷୁଦ୍ର ଚାଷୀଙ୍କ ଦୁଗ୍ଧ କ୍ରୟ ଓ ପ୍ରୋସେସିଙ୍ଗ କରିବାକୁ ସହ ବର୍ତମାନ ତୁଳନାରେ ଆହୁରି ଅଧିକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି ସଚିନ ଓ ରବିନ ।
ଏବେ କେବଳ ମାଲକାନଗିରି ସଦର ମହକୁମା ଯାଏଁ ଏସଆର ଡାଏରିର ମାର୍କେଟିଙ୍ଗକୁ ସୀମିତ ରଖା ଯାଇଥିବା ବେଳେ ଆଗକୁ ଏହାର କାର୍ଜ୍ୟକ୍ଷମତାକୁ ବଢାଯାଇ ପଡୋଶୀ ଜିଲ୍ଲା ଓ ରାଜ୍ୟରେ ଏସଆର ଡାଏରିର ପ୍ରଚାର ପ୍ରସାର ଲାଗି ଲକ୍ଷ୍ୟ ରଖିଛନ୍ତି ଦୁଇ ଇଂଜିନିୟର ସଚିନ ଓ ରବିନ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started