ବଡି ପାମ୍ପଡ ବି ଦେଇପାରେ ରୋଜଗାର । ଝାରସୁଗୁଡା ଲହଣ୍ଡାବୁଡ ଏସଏଚଜି ମହିଳା ହେଉଛନ୍ତି ଲାଭବାନ । ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

କନକ ବ୍ୟୁରୋ : ବଡି ପାମ୍ପଡର ଚାହିଦା ଓଡିଶାରେ ସବୁଠି ରହିଛି । ଭଳିକି ଭଳି ବଡି ସହିତ ପାମ୍ପଡ ଖାଇବାକୁ ଲୋକେ ବେଶ ପସନ୍ଦ କରନ୍ତି ।ତେବେ ଝାରସୁଗୁଡା ଜିଲ୍ଲା ଲହଣ୍ଡାବୁଡ ର ଏକ ମହିଳା ସ୍ୱୟଂ ସାହାୟିକ ଗୋଷ୍ଠି ର ମହିଳା ମାନେ ବଡି ପାମ୍ପଡ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି ।ନିଜେ ମହିଳା ମାନେ ଲାଭବାନ ହେବା ସହ ଅନ୍ୟ ମାନଙ୍କ ପାଇଁ ପଲଟିଛନ୍ତି ଉଦାହରଣ ।

ଓଡିଶାରେ ବଡି ଗୋଟିଏ ଏମିତି ଜିନିଷ ଯାହା ଯେଉଁ ତରକାରୀ ରେ ପଡୁ ନା କାହିଁକି ତାର ସ୍ୱାଦ କାହିଁ କେତେ ଗୁଣା ବଢେଇ ଦେଇଥାଏ । ଖାଇବା ସହିତ ଯଦି ପାମ୍ପଡ ଟିଏ ଥାଏ ତେବେ ଖାଇବାର ମଜା କିଛି ଅଲଗା ପ୍ରକାର ହୋଇଥାଏ । ତେବେ ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ଅଚଂଳର ମହିଳାମାନେ ବଡି ପାମ୍ପଡ ବିକ୍ରି କରି ଲାଭବାନ ହେଉଛନ୍ତି ।

ସରକାରୀ ଯୋଜନାର ସମସ୍ତ ପ୍ରକାରର ସୁଫଳ ବିନିଯୋଗ କରି ବର୍ଷକୁ ଲକ୍ଷାଧିକ ଟଙ୍କାର ବଡି ପାମ୍ପଡ ବ୍ୟବସାୟ କରୁଛନ୍ତି ମହିଳାମାନେ । ୨୦୧୩ ମସିହାରେ ଗ୍ରାମର କିଛି ମହିଳା ମାନେ ମିଶି ଏକ ସ୍ୱୟଂ ସାହାୟିକ ଗୋଷ୍ଠି ଗଠନ କରିଥିଲେ । ପରେ ବ୍ୟାଙ୍କ ସହିତ ମହିଳାମାନେ ଯୋଗାଯୋଗ କରି କିଛି ଋଣ ଆଣି ବ୍ୟବସାୟ ଆରମ୍ଭ କରିଥିଲେ । କଖାରୁ ବଡି ,ଖଇ ବଡି ,ରାଶି ବଡି ଭଳି ଭିନ୍ନ ଭିନ୍ନ ପ୍ରକାରର ବଡି ତିଆରି କରିବା ସହିତ ଶାଗୁ ପାମ୍ପଡ,ଚାଡଳ ପାମ୍ପଡ ଭଳି ପାମ୍ପଡ ସବୁ ତିଆରି କରୁଛନ୍ତି ମହିଳାମାନେ । ୃଯାହା ଝାରସୁଗୁଡା ତଥା ଆଖପାଖ ଅଂଚଳରେ ବେଶ ଚାହିଦା ସୃଷ୍ଟି କରିଛି ।

ବଡି ପାମ୍ପଡ ବ୍ୟବସାୟ କରି ବେଶ ଖୁସିରେ ଅଛନ୍ତି ମହିଳାମାନେ । ମହିଳାମାନେ ସ୍ୱାବଲମ୍ବି ହେବା ପାଇଁ ଘରେ ଘରେ ଚାଲିଛି ବଡି ଓ ପାମ୍ପଡ ତିଆରି । ଆଉ ଖୁବ କମ ଟଙ୍କାରେ ମହିଳାମାନେ ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଝାରସୁଗୁଡା ଓ ଆଖପାଖ ଅଂଚଳରେ ମହିଳା ମାନେ ବଜାର ବଜାର ଯାଇ ବିକ୍ରି କରିବା ସହିତ ଝାରସୁଗୁଡାର ବିଭିନ୍ନ ମଲ ଆଦିରେ ମଧ୍ୟ ବଡି ପାମ୍ପଡ ବିକ୍ରି କରୁଛନ୍ତି ମହିଳାମାନେ ।

ଏହାସହିତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗୁଥିବା ପଲ୍ଲ୍ୀଶ୍ରୀ ମେଳା ଆଦିରେ ବଡି ପାମ୍ପଡ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ମହିଳା ମାନେ । ମହିଳା ମାନେ ସ୍ୱାବଲମ୍ବି ହୋଇ ପରିବାରକୁ ଆର୍ଥିକ ସହାୟତା କରି ପାରିଲେ ସୁସ୍ଥ ପରିବାର ହେବା ସହିତ ସୁସ୍ଥ ସମାଜ ଗଠନ କରାଯାଇପାରିବ ।

from Kanak News
via <a href="https://ifttt.com/?

ଦଶମ-ଦ୍ୱାଦଶ ପାଇଁ ଜାନୁଆରୀ ୮ରୁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ ।

କନକ ବ୍ୟୁରୋ : ମାଟ୍ରିକ, +୨ ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ଅଭିଭାବକଙ୍କ ଲିଖିତ ଅନୁତମତି ପରେ ହଷ୍ଟେଲରେ ରହିବାକୁ ମିଳିବ ଅନୁମତି । ସେହିପରି ଜାନୁଆରୀ ୮ରୁ ମଧ୍ୟ ସ୍କୁଲ ଖୋଲିବା ନେଇ ଘୋଷଣା କରି ସରିଛନ୍ତି ସରକାର । ଏବେ ହଷ୍ଟେଲ ଖୋଲିବା ନେଇ କଲେ ଘୋଷଣା ।

ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଅନଲାଇନ ଶିକ୍ଷାର ସୁବିଧା ନଥିବା ପିଲାଙ୍କୁ ଅଗ୍ରାଧିକାର ମିଳିବ । ହଷ୍ଟେଲରେ ପ୍ରବେଶ ପୂର୍ବରୁ ପ୍ରତି ପିଲାଙ୍କ ସ୍କ୍ରିନିଂ କରାଯିବ । ଲକ୍ଷଣ ନଥିବା ପିଲାଙ୍କୁ ହିଁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ ।

କୌଣସି ଅଜଣା ଲୋକଙ୍କୁ ହଷ୍ଟେଲକୁ ଛଡାଯିବ ନାହିଁ । ପିଲା ଓ ହଷ୍ଟେଲ କର୍ମଚାରୀଙ୍କ ସବୁଦିନ ସ୍କ୍ରିନିଂ କରାଯିବ । ସମସ୍ତଙ୍କର ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଅନ୍ତେବାସୀ କୌଣସି ସଫେଇ କାମ କରିବେ ନାହିଁ ବୋଲି ଏସଓପିରେ କୁହାଯାଇଛି ।

from Kanak News
via <a href="https://ifttt.com/?

ଧନୁମାସରେ ଧନୁମୁଆଁର ଚାହିଦା ବେଶୀ । ବ୍ରହ୍ମପୁରରେ ମୁଆଁ ତିଆରିରେ ବ୍ୟସ୍ତ କାରିଗର । ବଜାରରେ ଏବେ ଚିନି ମୁଆଁ, ଘିଅ ମୁଆଁ, ଗୁଡ ମୁଆଁ ପରି ଭଳି କି ଭଳି ମୁଆଁର ଆସର ।

କନକ ବ୍ୟୁରୋ : ଧନୁମୁଆଁ ପାଇଁ ସମଗ୍ର ରାଜ୍ୟରେ ରହିଛି ବ୍ରହ୍ମପୁରର ସ୍ୱତନ୍ତ୍ର ପରିଚୟ । ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଏକ ମାସ ଧରି ଏହି ଧନୁମୁଆଁର ବେଶ୍ ଚାହିଦା ରହିଥାଏ । ତାକୁ ନଜରରେ ରଖି ମୁଆଁ ତିଆରିରେ ଲାଗିପଡିଛନ୍ତି କାରିଗର । ଚିନିମୁଆଁ, ଘିଅମୁଆଁ ଭଳି ଅନେକ ପ୍ରକାରର ମୁଆଁ ଏବେ ବ୍ରହ୍ମପୁର ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ ।

ଧନୁମୁଆଁକୁ ନେଇ ବ୍ରହ୍ମପୁର ବଜାର ବେଶ ଚଳଚଞ୍ଚଳ । ସେ ଫଳ ଦୋକାନୀ ହେଉ କି ମିଠା ଦୋକାନ ସବୁଠି ମୁଆଁମୟ ହୋଇଯାଇଛି । ଏହି ବ୍ରହ୍ମପୁର ମୁଆଁର ଚାହିଦା ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ରହିଛି । ଧନୁସଂକ୍ରାନ୍ତିରୁ ମକରସଂକ୍ରାନ୍ତି ପର୍ୟ୍ୟନ୍ତ ଏକ ମାସ ଧରି ଠାକୁରଙ୍କୁ ଭୋଗଲାଗି ହେବ ମୁଆଁ । ବ୍ରହ୍ମପୁରର ମୁଆଁ ଯିଏ ଥରେ ଖାଇଛି ସିଏ ପୁନର୍ବାର ଏହି ମୁଆଁକୁ ଖାଇବାକୁ ନିଶ୍ଚୟ ଚାହିଁବ । ଏହାର ସ୍ୱାଦ ନିଆରା । ଏହାଛଡା ଝିଅମାନଙ୍କ ଶାଶୁଘରକୁ ଏହି ମୁଆଁ ଉପହାର ଦିଆଯିବା ପରମ୍ପରା ମଧ୍ୟ ରହିଛି । ଏଥିପାଇଁ ନିଜ ମନମୁତାବକ ମୁଆଁକିଣାରେ ଲାଗି ପଡିଛନ୍ତି ସହରବାସୀ । ବର୍ଷରେ ଏହି ଏକମାସ ମୁଆଁ ବଜାର ବେଶ ଚଳଚଞ୍ଚଳ ରହେ ।

ଘିଅମୁଆଁ, ଚିନିମୁଆଁ, ନବାତମୁଆଁ, ପିସ୍ତାବାଦମ ମୁଆଁ, କାଜୁମୁଆଁ ପରି ଭଳିକି ଭଳି ମୁଆଁ ନିଜ ଦୋକାନରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଆକର୍ଷଣୀୟ ଭାବେ ସଜାଇରଖିଥାନ୍ତି ବ୍ୟବସାୟୀ । ଭଲ ବ୍ୟବସାୟ ହେଉଥିବାରୁ ଏହି ଏକମାସରେ ଭଲ ଦୁଇପଇସା ଉପାର୍ଜନ କରିଥାନ୍ତି ସେମାନେ । ତେବେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତବର୍ଷ ମୁଆଁ ବ୍ୟବସାୟ ଟିକେ ମାନ୍ଦା ଥିବା ସେମାନେ ପ୍ରକାଶ କରିଛନ୍ତି । ସେପଟେ କାରୀଗରମାନେ ମଧ୍ୟ ନିଜ ଘରେ ମୁଆଁ ପ୍ରସ୍ତୁତରେ ଲାଗି ପଡିଥାନ୍ତି । ଘରର ସମସ୍ତ ସଦସ୍ୟ ସକାଳୁ-ସଞ୍ଜ ଯାଏଁ ଏହି ମୁଆଁ ପ୍ରସ୍ତୁତ ଓ ପ୍ୟାକିଂ କାର୍ୟ୍ୟରେ ଲାଗିପଡିଥାନ୍ତି । ଲିଆ, ନଡିଆ ପାତି, କାଜୁ, ଚିନି, ପିସ୍ତାବାଦାମ ଆଦି ସାମଗ୍ରୀକୁ ପାଗ କରି ଏହି ମୁଆଁ ପ୍ରସ୍ତୁତ କରାଯାଇଥାଏ । ଗଂଜାମ ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ମୁଆଁ ପଠାଇଥାନ୍ତି କାରୀଗର ।

ରେଶମ ସହରର ଏହି ମୁଆଁ ପରମ୍ପରା ବହୁ ପୁରୁଣା । ତେବେ ସେ ଯାହା ହେଉନା କାହିଁକି ଏହି ସୁସ୍ୱାଦୁ ମୁଆଁର ମଜା ନେବା ପାଇଁ ସହରବାସୀ ଏହି ମାସକୁ ଯେଭଳି ଚାହିଁ ରହିଥାନ୍ତି ।

from Kanak News
via <a href="https://ifttt.com/?

ଜଗା ଦର୍ଶନ ପାଇଁ କରୋନା ରିପୋର୍ଟ ପାଇବାକୁ ଘରୋଇ ହସ୍ପିଟାଲ ଆଗରେ ଲମ୍ବା ଲାଇନ୍ । ସରକାରୀ ବ୍ୟବସ୍ଥା ନଥିବାରୁ ଲୋକେ ଅସନ୍ତୋଷ ।

କନକ ବ୍ୟୁରୋ : କୋଭିଡ୍ କଟକଣା ଏବଂ ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ଆଜି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ହେଲେ, କାଳିଆ ଦର୍ଶନ ପାଇଁ କରୋନା ନେଗେଟିଭି ରିପୋର୍ଟକୁ ବାଧ୍ୟତାମୂଳକ ହୋଇଥିବାରୁ ଦୁରଦୁରନ୍ତାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବେଶ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏମିତି କି ଜଗା ଦର୍ଶନ ପାଇଁ ପୁରୀର ଘରୋଇ ହସ୍ପିଟାଲ ଏବଂ ପାଥୋଲ୍ୟାବ୍ ଗୁଡ଼ିକରେ ପ୍ରବଳ ଗହଳି ଦେବାକୁ ମିଳୁଛି ।

ପୁରୀର ବିଭିନ୍ନ ଘରୋଇ ହସ୍ପିଟାଲ ଓ ପାଥୋଲ୍ୟାବ୍ ଗୁଡ଼ିକରେ ଲାଗିଥିବା ଏହି ଭିଡ ପଛରେ ରହିଛି, ଜଗା ଦର୍ଶନର ଅଭିଳାଷା । ଦୁରଦୁରାନ୍ତରୁ ଧାଇଁ ଆସିଛନ୍ତି ହଜାର ହଜାର ଭକ୍ତ । ହେଲେ କୋଭିଡ୍ ନେଗେଟିଭି ରିପୋର୍ଟକୁ ବାଧ୍ୟତାମୂଳକ ହୋଇଥିବାରୁ ରିପୋର୍ଟ ପାଇଁ ଶ୍ରଦ୍ଧାଳୁଙ୍କୁ ବେଶ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଆଉ ସୁବିଧାରେ କୋଭିଡ୍ ଟେଷ୍ଟ ରିପୋର୍ଟ ମିଳୁନଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଦୀର୍ଘ ୯ ମାସ ପରେ ମନ୍ଦିର ଖୋଲି ଥିବାରୁ ଠାକୁର ଦର୍ଶନର ଆଶା ନେଇ ଧାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ହେଲେ ଶ୍ରଦ୍ଧାଳୁଙ୍କ କୋଭିଡ୍ ଟେଷ୍ଟ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନଥିବା ଲୋକଙ୍କୁ ନିରାଶ କରିଛି ।

ଯେଉଁଠି ହାତ ଗଣିତ ଘରୋଇ ହସ୍ପିଟାଲ କିମ୍ବା ଲ୍ୟାବ୍ରେ ଟେଷ୍ଟ ହେଉଛି, ସେଠି ଶ୍ରଦ୍ଧାଳୁମାନେ ଭିଡ୍ ଲଗାଉଛନ୍ତି । ଆଉ ସମୟ ଅନୁସାରେ ଟେଷ୍ଟ ହୋଇପାରୁନଥିବାରୁ ଅନେକ ଶ୍ରଦ୍ଧାଳୁଙ୍କୁ ନିରାଶ ହୋଇ ଫେରିବାକୁ ପଡୁଥିବା ଅଭିଯୋଗ ହୋଇଛି ।
ଏସବୁ ଭିତରେ ବଡ଼ କଥା ହେଉଛି, ଯେଉଁଯାତ୍ରୀମାନେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିବେ ସେମାନେ ନିଜ ନିଜ ଅଂଚଳରୁ କୋଭିଡ୍ ରିପୋର୍ଟ ନେଇ ଆସିବା ପାଇଁ ପୂର୍ବରୁ କୁହାଯାଇଥିଲା, ହେଲେ ପୁରୀରେ କୋଭିଡ୍ ଟେଷ୍ଟ କରିବା ଲକ୍ଷ୍ୟ ନେଇ ଶ୍ରଦ୍ଧାଳୁ ଚାଲି ଆସୁଛନ୍ତି । ଯେଉଁଥି ପାଇଁ ଏବେ ଏହି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି ।

from Kanak News
via <a href="https://ifttt.com/?

ଆଇଫୋନ ଚୋରି ପଡ଼ିଲା ମହଙ୍ଗା । ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଶହେରୁ ଅଧିକା ମୋବାଇଲ ଫୋନ ଜବତ, ୩ ଗିରଫ ।

କନକ ବ୍ୟୁରୋ : ଭୁବନେଶ୍ୱରରୁ ଆପଣଙ୍କ ଫୋନ ଚୋରି ହୋଇଛି କି? ଯଦି ହଁ, ତାହେଲେ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ଫେରି ପାଇପାରିବେ ଆପଣଙ୍କ ଫୋନ୍ । ଆପଣଙ୍କ ଫୋନର ଆଇଏମଇଆଇ ମ୍ୟାଚ କରିଗଲେ ଫେରି ପାଇବେ ଆପଣଙ୍କ ଫୋନ୍ ।

ଚୋରି ଯାଇଥିବା ଆଇଫୋନ, ସାମସଙ୍ଗ, ୱାନପ୍ଲସ, ଓପ୍ପୋ, ଭିଭୋ ଭଳି ଦାମି ବ୍ରାଣ୍ଡର ଶତାଧିକ ଫୋନ ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ୍ । ଆଉ ଏହା ସେତିକି ବେଳେ ସମ୍ଭବ ହୋଇଛି ଯେତେବେଳେ ଏହି ଝାଡଖଣ୍ଡି ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଛି ।

ଏହି ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ମହିଳା, ବୟସ୍କ ଏବଂ ସପିଂ କରୁଥିବା ଲୋକ । ଟିକିଏ ସୁଯୋଗ ମିଳିଲେ ଏମାନେ ମୋବାଇଲ୍ ଧରି ଚମ୍ପଟ ମାରୁଥିଲେ । ଫୋନଟି ଏମାନଙ୍କ ହାତରେ ପଡିବା ପରେ ସାଙ୍ଗେସାଙ୍ଗେ ଫୋନଟିକୁ ଅଚଳ କରି ଦେଉଥିଲେ । ତାପରେ ନିଜ ଗ୍ୟାଙ୍ଗ ସହାୟତାରେ ମୋବାଇଲ ଗୁଡିକୁ ମାଲଦା ଚାଲାଣ କରି ଦେଉଥିଲେ ।

from Kanak News
via <a href="https://ifttt.com/?

ରାଜଧାନୀରେ ଚାଲିଛି ସେକ୍ସ ରାକେଟ୍ । ଫୋନ କଲେ ଗ୍ରାହକଙ୍କ ନିକଟରେ ପହଁଚି ଯାଉଛନ୍ତି କଲ୍ ଗାର୍ଲ । ରାତିକ ଦାମ ୩ ହଜାରରୁ ଲକ୍ଷେ ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଦିନଯାକର କୋଳାହଳ ଥମିଗଲା ପରେ ରାତିର ଅନ୍ଧାରରେ ଖୁବଜୋରରେ ନିଶ୍ୱାସ ନେଉଛି ନିର୍ଦ୍ଦିଷ୍ଟ କିଛି ଆପାର୍ଟମେଂଟ । ଅଜଗର ପରି ଗର୍ଜନ, ନିର୍ଜନ ରାତିକୁ ଚିରି ଶବ୍ଦ କରୁଥିଲେ ମଧ୍ୟ- ଏହା ଗାଢ ନିଦରେ ଶୋଇଥିବା କ୍ୟାପିଟାଲବାସୀଙ୍କୁ ବ୍ୟତିବସ୍ତ କରୁନାହିଁ । ଆଉ ସମସ୍ତଙ୍କ ଅଜାଣତରେ ବେଧଡକ୍ ଚାଲୁଛି ଦେହ ବ୍ୟବସାୟ । ଦେହ ଓ ମନର ଭୋକ ମେଂଟାଇବାକୁ ପଇସା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲେ ପହଂଚି ଯାଉଛନ୍ତି ହାଇପ୍ରୋଫାଇଲ ଝିଅ । ପୋଲିସ ଓ ପ୍ରଶାସନର ଆଖିରେ ଧୁଳିଦେଇ ଏହିଭଳି ଅବୈଧ କାରବାର ଚଳାଇଛନ୍ତି କିଛି ଦଲାଲ । ଫୋନ କଲେ ଯୋଗାଇ ଦେଉଛନ୍ତି କଲଗାର୍ଲ ।

କେମିତି ଚାଲିଛି ଏହି ଦେହ ବ୍ୟବସାୟ ? କେଉଁମାନେ ଏହି କାରବାରରେ ସଂପୃକ୍ତ? କେତେ ଟଙ୍କା ଦେଲେ ଝିଅ ଯୋଗାଇ ଦେଉଛନ୍ତି ଦଲାଲ? ରାତିକ ପାଇଁ କେତେ ଟଙ୍କା ଦାବି କରନ୍ତି କଲଗାର୍ଲ? ଏସବୁ ପ୍ରଶ୍ନର ଉତର ପାଇବା ପାଇଁ ଛାନଭିନ କରୁକରୁ ମିଳିଥିଲା ଜଣେ ଦେହ ଲଦାଲଙ୍କ ନମ୍ବର । ଆଉ ସେହି ଦଲାଲ ସହିତ କଥାବାର୍ତା ପରେ ଜଣାପଡିଲା, ରାଜଧାନୀରେ କେମିତି ଚାଲିଛି ଦେହ ବ୍ୟବସାୟ ।

ଟଙ୍କା ନେଇ ଝିଅ ଯୋଗାଇ ଦେଉଥିବା ଏହି ଦଲାଲ ସହିତ କଥାବାର୍ତା ପରେ ଜଣାପଡିଲା ଅବୈଧ କାରବାରରେ ସଂପୃକ୍ତ ଅନେକ ହାଇପ୍ରୋଫାଇଲ ଝିଅ । ଆଉ ଗ୍ରାହକ ତାଲିକାରେ ଅଛନ୍ତି ନେତା, ମନ୍ତ୍ରୀଙ୍କଠୁ ଆରମ୍ଭ କରି ପୋଲିସ ବାବୁ । ଏପରିକି ନୂଆବର୍ଷରେ କଲଗାର୍ଲଙ୍କ ବେଶି ଡିମାଣ୍ଡ । ତେଣୁ ଖୋଜାପଡୁଛି ଏହିଭଳି ଦେହ ଦଲାଲମାନଙ୍କୁ ।

ଦଲାଲର ସ୍ୱୀକାରୋକ୍ତି ଅନୁସାରେ ପୋଲିସକୁ ଚାନ୍ଦାଦେଇ ଖୁଲମଖୁଲା ଚାଲିଛି ଦେହ ବେପାର । ଏପରିକି ଦଲାଲଙ୍କ ପେ’ ରୋଲରେ ଅଛନ୍ତି ଆପାର୍ଟମେଂଟ ମାଲିକ ଓ କଲେଜ ସିକ୍ୟୁରିଟି । ଧରାପଡିଗଲେ ୪-୫ଦିନ ଭିତରକୁ ଯିବାକୁ ପଡୁଛି । ହେଲେ ସେଠି ବି ପାଇସା ଦେଇ ବାହାରକୁ ବାହିବାର ବାଟ ରହିଛି ।

from Kanak News
via <a href="https://ifttt.com/?

କରୋନା ବଦଳାଇଲା ପରୀକ୍ଷା ପ୍ରଶ୍ନାବଳୀ । ୮୦ ମାର୍କର ହେବ ମାଟ୍ରିକ୍ ପରୀକ୍ଷା । ୫୦ ମାର୍କ ଅବଜେକଟିଭ୍, ୩୦ ମାର୍କ ସବଜେକଟିଭ । ବାକି ୨୦ ମାର୍କ ପାଇଁ ଆଭରେଜ ମାର୍କିଂ ।

କନକ ବ୍ୟୁରୋ : ଚଳିତ ବର୍ଷ ବଦଳିବ ମାଟ୍ରିକ ପରୀକ୍ଷାର ଢାଂଚା । ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ ।

ଅନ୍ୟପକ୍ଷରେ ପାଠପଢା ଏବଂ ପରୀକ୍ଷା ମଧ୍ୟରେ ଥିବା ସମୟ ସୀମାକୁ ଆଉ ଟିକିଏ ବଢାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ଶିକ୍ଷାବିତ । କିନ୍ତୁ ଏହାରି ଭିତରେ ବଡ ପ୍ରଶ୍ନଟି ହେଲା, ନବଦୋୟ, ଆଦର୍ଶ ବିଦ୍ୟାଳୟ ଏବଂ ଏସସିଏସଟି ହଷ୍ଟେଲ ଗୁଡିକ ଖୋଲିବା ନେଇ କୌଣସି ନିଷ୍ପତି ନେଇନାହାନ୍ତି ରାଜ୍ୟ ସରକାର । ତେଣୁ ପିଲାମାନେ କେଉଁଠି ରହି ପାଠ ପଢିବେ ସେନେଇ ପ୍ରଶ୍ନ ଉଠିଛି ।

ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ମୋଟ ୧୦୦ ଦିନର ପାଠପଢା ହେବ । ଏହି ୧୦୦ଦିନର ପାଠପଢା ଭିତରେ ରବିବାର ଓ ଶନିବାର ମଧ୍ୟ କ୍ଲାସ ହେବ । ପାଠପଢା ନେଇ ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ଯାଏଁ ପାଠ ପଢା ହେବାକୁ ଥିବା ବେଳେ ମାଟ୍ରିକ ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ସିଲାବସ୍ ପରେ କରୋନା ବଦଳାଇଲା ପରୀକ୍ଷା ପ୍ରଶ୍ନାବଳୀ । ୮୦ ମାର୍କର ହେବ ମାଟ୍ରିକ୍ ପରୀକ୍ଷା । ୫୦ ମାର୍କ ଅବଜେକଟିଭ୍, ୩୦ ମାର୍କ ସବଜେକଟିଭ । ବାକି ୨୦ ମାର୍କ ପାଇଁ ଆଭରେଜ ମାର୍କିଂ ।

କନକ ବ୍ୟୁରୋ : ଚଳିତ ବର୍ଷ ବଦଳିବ ମାଟ୍ରିକ ପରୀକ୍ଷାର ଢାଂଚା । ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ ।

ଅନ୍ୟପକ୍ଷରେ ପାଠପଢା ଏବଂ ପରୀକ୍ଷା ମଧ୍ୟରେ ଥିବା ସମୟ ସୀମାକୁ ଆଉ ଟିକିଏ ବଢାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ଶିକ୍ଷାବିତ । କିନ୍ତୁ ଏହାରି ଭିତରେ ବଡ ପ୍ରଶ୍ନଟି ହେଲା, ନବଦୋୟ, ଆଦର୍ଶ ବିଦ୍ୟାଳୟ ଏବଂ ଏସସିଏସଟି ହଷ୍ଟେଲ ଗୁଡିକ ଖୋଲିବା ନେଇ କୌଣସି ନିଷ୍ପତି ନେଇନାହାନ୍ତି ରାଜ୍ୟ ସରକାର । ତେଣୁ ପିଲାମାନେ କେଉଁଠି ରହି ପାଠ ପଢିବେ ସେନେଇ ପ୍ରଶ୍ନ ଉଠିଛି ।

ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ମୋଟ ୧୦୦ ଦିନର ପାଠପଢା ହେବ । ଏହି ୧୦୦ଦିନର ପାଠପଢା ଭିତରେ ରବିବାର ଓ ଶନିବାର ମଧ୍ୟ କ୍ଲାସ ହେବ । ପାଠପଢା ନେଇ ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ଯାଏଁ ପାଠ ପଢା ହେବାକୁ ଥିବା ବେଳେ ମାଟ୍ରିକ ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

from Kanak News
via <a href="https://ifttt.com/?

ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ ପ୍ରକ୍ରିୟା । ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା ।

କନକ ବ୍ୟୁରୋ : ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା । ଯାହାକି ବିଶ୍ୱର ସବୁଠୁ ବଡ ଟିକାକରଣ ପ୍ରକ୍ରିୟା । କାରଣ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରେ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଏକ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ସ୍ଥିତିରେ ଲୋକଙ୍କ ପାଖରେ କିପରି ଟିକା ପହଂଚିବ ତାକୁ ପ୍ରାଥମିକତା ଦେଉଛନ୍ତି ସରକାର ।

ଯଦି ଆମେରିକା ସହିତ ଏହି ଟିକାକରଣ ପ୍ରକ୍ରିୟାକୁ ତୁଳନା କରାଯାଏ ତେବେ ଭାରତ ବେଶ ଯୋଜନାବଦ୍ଧ ଭାବେ ଏହି କ୍ଷେତ୍ରରେ ଆଗଉଛି । ଟିକାକରଣ ଆରମ୍ଭ ହେବା ପୂର୍ବରୁ ସାରାଭାରତରେ ଚାଲିଛି ଡ୍ରାଏ ରନ । ଡ୍ରାଏ ରନ ବା ଡ୍ରିଲ ଚାଲିଥିବା ସମୟରେ ପ୍ରକ୍ରିୟାରେ ଥିବା ତ୍ରୁଟିକୁ ଖୋଜି ବାହାର କରାଯାଉଛି ଯାହା ଫଳରେ ଟିକାକରଣ ଯେପରି ସଫଳ ହୋଇପାରିବ ସେ ଦିଗରେ ସରକାର ବେଶ ଯତ୍ନବାନ ଅଛନ୍ତି । ଟିକାକରଣ ବୁଥରେ ଉଚିତ ତାପମାତ୍ରାରେ କିପରି ଟିକା ପହଂଚି ପାରିବ ସେନେଇ ପ୍ରୟାସ ଜାରି ରହିଛି ।

କିନ୍ତୁ ସଂକ୍ରମଣରେ ପ୍ରଥମ ସ୍ଥାନରେ ରହିଥିବା ଆମେରିକାରେ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ଏତେଟା ବ୍ୟବସ୍ଥିତ ହୋଇଥିବା ଜଣାପଡୁନାହିଁ । ବିଶେଷଜ୍ଞମାନେ ଆକଳନ କରୁଛନ୍ତି, ପୁରା ଟିକାକରଣ ପ୍ରକ୍ରିୟା ଆମେରିକାରେ ଶେଷ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଯିବ । କାରଣ ଆମେରିକା ସରକାର ସେପରି କିଛି ଯୋଜନା ନକରି ଟିକାକରଣ ଆରମ୍ଭ କରିଦେଇଛନ୍ତି ।

ଏ ଦୃଶ୍ୟ ହେଉଛି ଫ୍ଲୋରିଡାର । ଥଣ୍ଡା କାକରରେ ଲୋକେ କୋଭିଡ ଟିକା ନେବା ପାଇଁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି । ଏପଟେ କାଲିଫଣ୍ଣିଆରେ ହସ୍ପିଟାଲ ଗୁଡିକରେ ଆବଶ୍ୟକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ନାହାନ୍ତି ଟିକାକରଣ ପ୍ରକ୍ରିୟାରେ କାମ କରିବା ପାଇଁ । ଯାହାକି ଚିନ୍ତାଜନକ ବିଷୟ ହୋଇଛି ।

ସବୁଠୁ ବଡ ସମସ୍ୟା ସୃଷ୍ଟି ହୋଇଛି ଟିକାର ପରିବହନକୁ ନେଇ । ସ୍ଥିତି ଏପରି ହୋଇଛି ଯେ ଯିଏ ଟିକା ପାଇଗଲା ସେ ନିଜକୁ ଭାଗ୍ୟବାନ ବୋଲି ମନେ କରୁଛି । ଏପରି ସ୍ଥିତିରେ ସବୁଠୁ ବଡ ପ୍ରଶ୍ନ ହୋଇଛି ଆମେରିକାରେ ଟିକା ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ପହଂଚିପାରିବ ତ ଟିକା ।

from Kanak News
via <a href="https://ifttt.com/?

କରୋନା ଟିକା ନେଇ ଖୁସି ଖବର । କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଚୂଡ଼ାନ୍ତ ଅନୁମତି ।

କନକ ବ୍ୟୁରୋ : ଭାରତରେ ଜରୁରିକାଳୀନ ବ୍ୟବହାର ପାଇଁ ୨ଟି ଟିକାକୁ ସବୁଜ ସଂକେତ ଦେଇଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ମହାମାରୀ ବିରୋଧରେ ଟିକା ନିର୍ମାଣ ପାଇଁ ସାରା ବିଶ୍ୱର ବଡ଼ ବଡ଼ କଂପାନୀ ମଧ୍ୟରେ ପ୍ରତିଯୋଗୀତା ଚାଲିଥିବା ବେଳେ ଦେଶୀୟ ଜ୍ଞାନ କୌଶଳରେ ତିଆରି ହୋଇଛି କୋଭାକ୍ସିନ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ ବା ଆଇସିଏମଆର ଏବଂ ପୁନେ ସ୍ଥିତ ନାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିର ସହଯୋଗରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଛି ଏହି ଦେଶୀ ଟିକା । ଏହି କରୋନା ଟିକାରେ ଲାଗିଛି ଶତ ପ୍ରତିଶତ ମେଡ୍ ଇନ୍ ଇଣ୍ଡିଆ ଟାଗ୍ ।

ବିଶେଷଜ୍ଞଙ୍କ ମତରେ କୋଭାକ୍ସିନ୍ ଏକ ଟାଇମ୍ ଟେଷ୍ଟେଡ୍ ଭ୍ୟାକ୍ସିନ୍ ବା ସମୟ କ୍ରମେ ପରୀକ୍ଷିତ ଟିକା । ଅର୍ଥାତ ଦଶନ୍ଧୀ ଦଶନ୍ଧୀ ଧରି ଯେଉଁ ପ୍ରଣାଳୀରେ ଟିକା ପ୍ରସ୍ତୁତ ହୋଇ ଆସିଛି, ଠିକ୍ ସେହି ଧାରାରେ ପ୍ରସ୍ତୁତ ହୋଇଛି କୋଭାକ୍ସିନ୍ । ତେଣୁ ଅନ୍ୟ ଟିକାଠାରୁ ଅଧିକ ନିରାପଦ ବୋଲି ବିଶ୍ୱାସ କରାଯାଉଛି ।

ସାଧାରଣ ଥଣ୍ଡା-ଜ୍ୱରରେ ପୀଡ଼ିତ ଏକ ସିମ୍ପାଞ୍ଜି ସୁସ୍ଥ ହେବା ପରେ ତା’ର ଦୁର୍ବଳ ଭୂତାଣୁରୁ ପ୍ରସ୍ତୁତ ହୋଇଛି ଅକ୍ସଫୋର୍ଡ ଟିକା – କୋଭିସିଲ୍ଡ । କିନ୍ତୁ ଭାରତ ବାୟୋଟେକ୍ ତିଆରି କରିଥିବା ଟିକା ପ୍ରସ୍ତ୍ୁତ ହୋଇଛି ପୁରୁଣା ପଦ୍ଧତିରେ । ଯେଉଁ ପଦ୍ଧିତି ସମୟ କ୍ରମେ ନିରାପଦ ତଥା ଫଳପ୍ରଦ ବୋଲି ପ୍ରମାଣିତ ହୋଇଛି ।

‘କୋଭାକ୍ସିନ୍’ର ପ୍ରସ୍ତୁତି ପ୍ରଣାଳୀ
-କରୋନା ଆକ୍ରାନ୍ତଙ୍କ ଠାରୁ ଭୂତାଣୁ ସଂଗ୍ରହ ହୋଇଥିଲା
-ନାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିରେ ଏହି ଭୂତାଣୁର କଲ୍ଚର୍ କରାଯାଇଥିଲା
-ଅନ୍ୟ ଟିକା ଭଳି ଏହି ପୁରୁଣା ପଦ୍ଧତିରେ ପ୍ରସ୍ତୁତ ହୋଇଛି ଦେଶୀ ଟିକା
-ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ପ୍ରୟୋଗ କରାଯାଇଛି
-ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏହା ନିରାପଦ ଓ ଫଳପ୍ରଦ ବୋଲି ଜଣାପଡିଛି
-ତୃ୍ତୀୟ ପର୍ଯ୍ୟାୟ ପରୀକ୍ଷଣରେ ଭାଗ ନେଇଛନ୍ତି ପ୍ରାୟ ୨୫ ହଜାର ସ୍ୱେଚ୍ଛାସେବୀ
-ପ୍ରାଥମିକ ରିପୋର୍ଟରେ ୮୦-୮୫ ପ୍ରତିଶତ ଫଳପ୍ରଦ ହେଉଥିବା ସୂଚନା ମିଳିଛି

ଦୁଇଟି ଟିକାକୁ ଜରୁରି ବ୍ୟବହାର ପାଇଁ ଭାରତ ଅନୁମତି ଦେବା ପରେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାଗତ କରିଛି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି, ଭାରତ ଟିକା ତିଆରି କରି ‘ଆତ୍ମନିର୍ଭର ଭାରତ’ ସ୍ୱପ୍ନକୁ ସାର୍ଥକ କରିଛି ।

ତେବେ କଂଗ୍ରେସର ଦୁଇ ବରିଷ୍ଠ ନେତା ଜୟରାମ ରମେଶ ଓ ଶଶୀ ଥରୁର୍ କୋଭାକ୍ସିନ୍ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ରିପୋର୍ଟ ପୂର୍ବରୁ କେମିତି ବ୍ୟବହାର ଅନୁମତି ଦିଆଗଲା । ଅନ୍ୟପଟେ ଭାରତ ବାୟୋଟେକ୍ ଜଣେ ବିଶେଷଜ୍ଞ କହିଛନ୍ତି, କୋଭାକ୍ସିନ୍ ଏକ ଟାଇମ୍ ଟେଷ୍ଟେଡ୍ ଭ୍ୟାକ୍ସିନ୍ ହୋଇଥିବାରୁ ଏହାର ନିରାପତା ଉପରେ କୌଣସି ସଂଦେହ ନାହିଁ ।

from Kanak News
via <a href="https://ifttt.com/?

ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା କଲା କିଏ? ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍, ୫ଟି ଟିମ୍ ଗଠନ କଲା ପୋଲିସ ।

କନକ ବ୍ୟୁରୋ : ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହ ବାଇକ୍ରେ ଯଁକୋଟି ଗ୍ରାମ ଦେଇ ନୃତାଙ୍ଗକୁ ଫେରୁଥିଲେ । ଶୀତ ଦିନିଆ ସନ୍ଧ୍ୟା ଥିବାରୁ ଚାରିଆଡେ ଅନ୍ଧାର ଥିଲା । ଠିକ୍ ଏହି ସମୟରେ ଯଁକୋଟି ବ୍ରାହ୍ମଣସାହି ନିକଟରେ ହୋଇଥିଲା ଅତର୍କିତ ଆକ୍ରମଣ । ପ୍ରାୟ ୬ ଜଣ ଦୁବୃର୍ତ ଅଚାନକ୍ ଆକ୍ରମଣ କରିବାରୁ ରାସ୍ତା ଉପରେ ପଡ଼ିଯାଇଥିଲେ, କୁଳମଣି ଏବଂ ତାଙ୍କ ସହଯୋଗୀ । ଦୁଇ ଜଣ ଯାକ ତଳେ ପଡ଼ିଯିବା ପରେ ଉଭୟଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସଂକଟାପନ୍ନ ଅବସ୍ଥାରେ ଦିବ୍ୟସିଂହଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା, ହେଲେ ସେଠି ତାଙ୍କୁ ବି ମୃତ ଘୋଷଣା କରିଥିଲେ ଡାକ୍ତର । ବଡ଼ କଥା ହେଉଛି- ଘଟଣାସ୍ଥଳରୁ ହସ୍ପିଟାଲ ନେବା ରାସ୍ତାରେ କୂଳମଣି ବରାଳ, ଆକ୍ରମଣକାରୀଙ୍କ ନାଁ କହିଥିବା ଦାବି କରିଛନ୍ତି, ମୃତ କୂଳମଣୀଙ୍କ ପୁଅ ।

ଏହି ହତ୍ୟାକାଣ୍ଡକୁ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ । ଯେଉଁଥିରେ ମନ୍ତ୍ରୀଙ୍କ ସମେତ ୧୨ ଜଣଙ୍କ ନାଁ ରହିଛି । ଏପଟେ ଘଟଣାସ୍ଥଳରେ ସାଇନ୍ଟିଫିକ୍ ଟିମ୍ ପହଂଚି, ଛାନ୍ବିନ୍ ଆରମ୍ଭ କରିଛି । ଜଣେ ଲେଖାଏଁ ଇନ୍ସ୍ପେକ୍ଟରଙ୍କ ନେତୃତ୍ୱରେ ୫ଟି ଟିମ୍ ଗଠନ କରି ଛାନ୍ବିନ୍ କରୁଛି ପୁଲିସ୍ । କିଛି ସନ୍ଦିଗ୍ଧଙ୍କ ଉପରେ ପୁଲିସ୍ ନଜର ରଖିଥିବା କହିଛନ୍ତି କଟକ ଏସପି ।

ଏପଟେ ହତ୍ୟାକାଣ୍ଡ ପଛରେ ରାଜନୈତିକ ସଂପୃକ୍ତି ନେଇ ଅଭିଯୋଗ ଆସିବା ପରେ ତେଜିଛି ରାଜନୀତି । ବିଜେପି ସିଧାସଳଖ ଶାସକ ବିଜେଡି ଦଳର ନେତାଙ୍କୁ ଇଙ୍ଗିତ କରିଥିବା ବେଳେ ଓଡ଼ିଶାର ଗାଁ ଗାଁରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।
ଏପଟେ ପିସିସି ସଭାପତି ଘଟଣାକୁ ନିନ୍ଦା କରିଥିବା ବେଳେ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ । ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଥିବା ବେଳେ ସ୍ଥିତିକୁ ନଜରରେ ରଖି ବ୍ୟାପକ ତିନି ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started